Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୨ କରୋନା ଆକ୍ରାନ୍ତ: ସୁସ୍ଥ ହେଲେ ୧୦ ଜଣ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୨ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୩୯୬ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୮୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୪୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ: ଆକ୍ରମଣରେ ଆହତ ହୋଇଥିବା ୮୫ ବର୍ଷିୟା ବୃଦ୍ଧାଙ୍କ ମୃତ୍ୟୁ, ଟିଏମସିକୁ ଘେରିଲା ବିଜେପି

କଲିକତା: ପଶ୍ଚିମବଙ୍ଗ ନିର୍ବାଚନରେ ବଙ୍ଗଳା ଝିଅକୁ ନେଇ ଯେଉଁ ପୋଷ୍ଟର ଯୁଦ୍ଧ ଲାଗିଥିଲା, ଏବେ ତାଙ୍କର ମୃତ୍ୟୁ ହୋଇଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ କରି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଟୁଇଟରେ ଦୁଃଖ ପ୍ରକାଶ କରି ତୃଣମୂଳ କଂଗ୍ରେସକୁ ସେମାନେ ଘେରିଛନ୍ତି।

ଟୁଇଟରେ ଅମିତ ଶାହ ଲେଖିଛନ୍ତି ଯେ, ବଙ୍ଗଳାର ଝିଅ ଶୋଭା ମଜୁମଦାରଙ୍କ ନିଧନରେ ଆତ୍ମାକୁ ବହୁତ କଷ୍ଟ ହୋଇଛି। ଟିଏମସିର ଗୁଣ୍ଡାମାନେ ଏତେ ଅମାନବୀୟ ଭାବେ ପିଟିଲେ ଯେ, ତାଙ୍କର ଜୀବନ ଚାଲିଗଲା।

ସେହିଭଳି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଃଖ ବ୍ୟକ୍ତ କରି କହିଛନ୍ତି ଯେ, ବୃଦ୍ଧା ମା’ ଶୋଭା ମଜୁମଦାରଙ୍କ ଆତ୍ମାକୁ ଇଶ୍ଵର ଶାନ୍ତି ପ୍ରଦାନ କରନ୍ତୁ। ପୁଅ ଗୋପାଳ ମଜୁମଦାର ବିଜେପିର ସଦସ୍ୟ ହୋଇଥିବାରୁ ତାଙ୍କୁ ହତ୍ୟା କରାଗଲା। ତାଙ୍କ ବଳିଦାନ ସର୍ବଦା ମନେ ରହିବ। ସେ ମଧ୍ୟ ବଙ୍ଗଳାର ମା’ ଥିଲେ, ଝିଅ ଥିଲେ। ବିଜେପି ସର୍ବଦା ମା’ ଏବଂ ଝିଅର ସୁରକ୍ଷା ପାଇଁ ଲଢେଇ ଜାରି ରଖିବ।

ଉଲ୍ଲେଖ ଯୋଗ୍ୟ ଯେ, ଉତ୍ତର ୨୪ ପରଗନା ଜିଲ୍ଲାର ନିମଟାରେ ବିଜେପି କର୍ମୀ ଗୋପାଳ ମଜୁମଦାର ଏବଂ ତାଙ୍କ ୮୫ ବର୍ଷିୟା ମା’ ଶୋଭା ମଜୁମଦାରଙ୍କ ଉପରେ ଆକ୍ରମଣ ହୋଇଥିଲା। ଶୋଭା କହିଥିଲେ ଯେ, ମୋ ପୁଅ ବିଜେପି କର୍ମୀ ସେଥିପାଇଁ ତାଙ୍କୁ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଶୋଭା ମଧ୍ୟ ଗୁରୁତର ହୋଇପଡିଥିଲେ।

କିନ୍ତୁ ଶୋଭାଙ୍କ ଆଉ ଏକ ପୁଅ ବିଜେପି ଉପରେ ଅଭିଯୋଗ ଆଣିଥିଲେ। ବିଜେପି ସେମାନଙ୍କ ଉପରେ ଆକ୍ରମଣ କରିଛି ବୋଲି ସେ ଅଭିଯୋଗ କରିଥିଲେ। ଏହାର ଏକ ଭିଡ଼ିଓ ଟିଏମସି ସାଂସଦ ନୁସରତ ଜହାଁ ସେୟାର କରିଥିଲେ।

କିନ୍ତୁ ଏହି ଭିଡ଼ିଓ ପରେ ଗୋବିନ୍ଦଙ୍କ ସହ ଆମର କୌଣସି ସମ୍ପର୍କ ନାହିଁ ବୋଲି ଆକ୍ରମଣର ଶିକାର ହୋଇଥିବା ଗୋପାଳ କହିଥିଲେ। ଗୋବିନ୍ଦ ଜଣେ ଟିଏମସିର କର୍ମୀ ବୋଲି ସେ କହିଥିଲେ। ତେଣୁ ତାଙ୍କ ଦଳକୁ ରକ୍ଷା କରିବାକୁ ଯାଇ ସେ ବିଜେପି ଉପରେ ଅଭିଯୋଗ କରୁଛନ୍ତି ବୋଲି ଗୋପାଳ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ବାହୁବଳୀ ଅଭିନେତା ପ୍ରଭାସ କିଣିଲେ ବିଳାସପୂର୍ଣ୍ଣ କାର: ଭାଇରାଲ ହେଉଛି ରାସ୍ତାରେ ଦୌଡାଉଥିବା ଭିଡ଼ିଓ

ନୂଆଦିଲ୍ଲୀ: ହୋଲି ଉପଲକ୍ଷେ ବାହୁବଳୀ ଅଭିନେତା ପ୍ରଭାସଙ୍କ କିଛି ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁତ ଭାଇରାଲ ହେବାରେ ଲାଗିଛି।

ଖବର ମିଳୁଛି କି, ପ୍ରଭାସ ଏକ ଲେମ୍ବୋର୍ଗିନୀ ଏବେନଟେଡ଼ର ରୋଡ଼ଷ୍ଟାର କାର କିଣିଛନ୍ତି। ଏହି ବିଳାସପୂର୍ଣ୍ଣ କାରର ଦାମକୁ ନେଇ ସାମାଜିକ ଗଣମାଧ୍ୟମରେ ବହୁତ ଭାଇରାଲ ହେଉଛି। ଏହି କାରର ମୂଲ୍ୟ ପାଖାପାଖି ୬ କୋଟି ଟଙ୍କା ବୋଲି କୁହାଯାଉଛି। ଏହି ବିଳାସପୂର୍ଣ୍ଣ କାରଟିକୁ ପ୍ରଭାସ ରାସ୍ତାରେ ଦୌଡାଉଥିବା ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ମଧ୍ୟ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଏସଓପି ମାନି ସରକାରୀ ବିଦ୍ୟାଳୟରେ ପାଠ ପଢା ଜାରି ରହିବ: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ କରୋନାରେ ସଂକ୍ରମଣ ହୋଇ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଉପରେ କଟକଣା ପ୍ରଶାସନ ପକ୍ଷରୁ କଟକଣା ଲାଗିଛି।

ହେଲେ ସରକାରୀ ବିଦ୍ୟାଳୟରେ ସ୍ଥିତି ଭଲ ଅଛି। ତେଣୁ ସରକାରୀ ସ୍କୁଲରେ ପାଠ ପଢା ବନ୍ଦ ହେବ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରକାଶ କରିଛନ୍ତି। ଏସଓପି ମାନି ସରକାରୀ ବିଦ୍ୟାଳୟରେ ନବମ ଏବଂ ଏକାଦଶ ଶ୍ରେଣୀ ପାଠ ପଢା ଚାଲିବ ବୋଲି ଶ୍ରୀ ଦାଶ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଏନସିପି ଅଧ୍ୟକ୍ଷ ଶରଦ ପାୱାର ଅସୁସ୍ଥ: ବ୍ରୀଚ କ୍ୟାଣ୍ଡି ହସ୍ପିଟାଲରେ ହେଲେ ଭର୍ତ୍ତି

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ମୁଖ୍ୟ ଶରଦ ପାୱାର ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି। ଶରଦ ଅସୁସ୍ଥ ହୋଇଥିବା ଖବର ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ବ୍ରୀଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶରଦଙ୍କ ଗାଲ ବ୍ଳାଡରରେ କିଛି ସମସ୍ୟା ଦେଖାଯାଇଛି। ୩୧ ମାର୍ଚ୍ଚରେ ତାଙ୍କର ଇଣ୍ଡୋଷ୍କୋପି ଏବଂ ଅସ୍ତ୍ରୋପଚାର କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୨୦୮ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୨୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୨୨ ଜଣ ଚିହ୍ନଟ ହୋଇଥିବା ବେଳେ ୮୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୪୦୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୬୯୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୭୩୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୯ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୧୯ ଟି ଜିଲ୍ଲାରୁ ୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ନୂଆପଡା ଜିଲ୍ଲାରୁ ୩୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୩ ଜଣ, ଅନୁଗୁଳ ଜିଲ୍ଲାରୁ ୩ ଜଣ, ବାଲେଶ୍ଵର ଜିଲ୍ଲାରୁ ୮ ଜଣ, ବରଗଡ ଜିଲ୍ଲାରୁ ୨୨, ବଲାଙ୍ଗୀରି ଜିଲ୍ଲାରୁ ୪ ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୧୫ ଜଣ, ଗଞ୍ଜାମ ଜିଲ୍ଲାରୁ ୩ ଜଣ, ଯାଜପୁର ଜିଲ୍ଲାରୁ ୮ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୧ ଜଣ, କଳାହାଣ୍ଡି ଜିଲ୍ଲାରୁ ୨୨ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୯ ଜଣ, ନବରଙ୍ଗପୁର ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୯ ଜଣ, ରାୟଗଡା ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ୫ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭ ଜଣ ଏବଂ ଷ୍ଟେଟ ପୁଲରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୬୮ ହଜାର ୨୦ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୮ ହଜାର ୨୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୯୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୨୦ ଲକ୍ଷ ୩୯ ହଜାର ୬୪୪ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୧ ହଜାର ୮୪୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୫୫ ହଜାର ୯୯୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୫ ଲକ୍ଷ ୨୧ ହଜାର ୮୦୮ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ହୋଲି ଅଭିନନ୍ଦନ, ବାଲୁକା କଳାରେ ରଂଗର ପର୍ବକୁ ରଂଗୀନ କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ, ଆଜି ହୋଲି ଉପଲକ୍ଷେ ପୁରୀ ବେଳାଭୂମିରେ ଶୋଭା ପାଉଛି ଆକର୍ଷଣୀୟ ହୋଲି ଶୁଭେଚ୍ଛାର ବାଲୁକା କଳା। ଏହାକୁ ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ତେବେ ଏଥର କରୋନା ଭାଇରସରୁ ଦୂରେଇ ରହିବା ପାଇଁ ଏକ ସୁନ୍ଦର ବାର୍ତ୍ତା ସହିତ ଏହି ବାଲୁକା ସ୍ଥାପତ୍ୟ କରିଛନ୍ତି। ସୁଦର୍ଶନ ଏହି ବାଲୁକା କଳାରେ ଦୁଇଜଣ ମାସ୍କ ପିନ୍ଧି ହୋଲି ଖେଳୁଥିବାର ଦୃଶ୍ୟକୁ ଉପସ୍ଥାପିତ କରିଛନ୍ତି। ସେ ଏକ ସ୍ଲୋଗାନ ମଧ୍ୟ ଲେଖିଛନ୍ତି ଯାହାର ଓଡିଆରେ ହେଲେ ସୁରକ୍ଷିତ ରୁହନ୍ତୁ, ସୁରକ୍ଷିତ ଭାବେ ଖେଳନ୍ତୁ। ଏହି ବାଲୁକା ସ୍ଥାପତ୍ୟ ଆଗରେ ଥାଳିରେ ବାଲିର ରଂଗ ବେଶ୍ ଆକର୍ଷଣୀୟ ହୋଇଛି।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି : ଚାକର, ବନ୍ଧୁ, ମିତ୍ର ଏବଂ ଧର୍ମପତ୍ନୀଙ୍କୁ ଚିହ୍ନିବାର ଉପାୟ କଣ ଜାଣନ୍ତୁ

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ମଣିଷକୁ ଚିହ୍ନିବା ପାଇଁ ବିଭିନ୍ନ ଉପାୟମାନ ତାଙ୍କ ରଚିତ ଚାଣକ୍ୟ ନୀତିରେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ସେଥିରେ ରହିଛି ଆପଣଙ୍କ ସହିତ ଯେଉଁମାନେ ସବୁବେଳେ ପାଖେ ପାଖେ ରୁହନ୍ତି, ସେମାନଙ୍କୁ କିପରି ଚିହ୍ନିବେ। ସେମାନଙ୍କ ମଧ୍ୟରେ ଅଛନ୍ତି ଚାକର, ବନ୍ଧୁ, ମିତ୍ର ଏବଂ ଧର୍ମପତ୍ନୀ।  ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ଆପଣଙ୍କ ଚାକର କେତେ ବିଶ୍ବସ୍ଥ ତାହା ଜାଣିବା ପାଇଁ ତାଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରି ନିରକ୍ଷଣ କରନ୍ତୁ। ଦେଖିବେ ସେ ଯଦି ଠିକ ଭାବେ ମନ ଲଗାଇ କାମ କରେ ତେବେ ଜାଣିବେ ଯେ, ସେ ଜଣେ ସଚ୍ଚୋଟ ବ୍ୟକ୍ତି।

ସେହିପରି ଆପଣଙ୍କର ସଂପର୍କୀୟ କିମ୍ବା ବନ୍ଧୁବାନ୍ଧବଙ୍କୁ ଚିହ୍ନିବା ପାଇଁ ଉପାୟ ମଧ୍ୟ ଚାଣକ୍ୟ କହିଛନ୍ତି। ତାହା ହେଲା ଯଦି ଦୁଃଖ ସମୟରେ ଆପଣଙ୍କର ସଂପର୍କୀୟମାନେ ପାଖରେ ନ ରୁହନ୍ତି ତେବେ ସେମାନେ ଠିକ୍ ନୁହଁନ୍ତି ବୋଲି ଧରିବାକୁ ପଡିବ। ଆପଣଙ୍କର ମିତ୍ରକୁ ମଧ୍ୟ ଯଦି ବିପଦ ସମୟରେ ନ ଦେଖନ୍ତି ବା ସାହାର୍ଯ୍ୟ ନ କରନ୍ତି ତେବେ ସେ ପ୍ରକୃତ ମିତ୍ର ବୋଲି କୁହାଯିବ ନାହିଁ।

ନିଜର ଧର୍ମପତ୍ନୀଙ୍କୁ ମଧ୍ୟ ଚିହ୍ନିବାର ଉପାୟ ସଂପର୍କରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ଯେତେବେଳେ ଆପଣଙ୍କ ପାଖରୁ ଧନ ଶେଷ ହୋଇଯାଏ କିମ୍ବା କର୍ମ ଚାଲିଯାଏ ସେତେବେଳେ ସ୍ତ୍ରୀ କଣ ଜଣାପଡେ। ଏହି ସମୟରେ ଯଦି ସ୍ତ୍ରୀ ଆପଣଙ୍କର ପାଖରେ ରୁହନ୍ତି ନାହିଁ, ମନୋବଳକୁ ଦୃଢ ନ କରି ଚିଡିଚିଡା ପ୍ରକୃତିର ହୁଅନ୍ତି ତେବେ ଜାଣିବେ ସେ ଠିକ୍ ନୁହଁନ୍ତି। ଯଦି ସ୍ବାମୀଙ୍କର ଦୁଃଖ ସୁଖରେ ସ୍ତ୍ରୀ ସାଥ୍ ଦେଲା ତେବେ ସେ ହିଁ ପ୍ରକୃତରେ ଧର୍ମପତ୍ନୀ ପାଇଁ ଯୋଗ୍ୟା।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର

ହୋଲି ଦିନ ଯଦି ଆପଣ ଏପରି ଉପାଚାର କରିବେ ଦେଖିବେ ଆପଣଙ୍କ ଭାଗ୍ୟ ରଂଗୀନ ହୋଇଯିବ

ନୂଆଦିଲ୍ଲୀ, ହୋଲି ହେଉଛି ରଙ୍ଗର ପର୍ବ। ସମସ୍ତେ ବିଭିନ୍ନ ରଂଗ ଧରି ଖେଳିଥାନ୍ତି। ହେଲେ ଅନେକ ଜାଣି ନ ଥାନ୍ତି ଯେ, ହୋଲି ଦିନ ମଧ୍ୟ ବିଭିନ୍ନ ଦୋଷ ଦୂର ପାଇଁ ଭିନ୍ନ ଉପାଚାର କରାଯାଇଥାଏ। ଏହା ଏପରି ଏକ ପର୍ବ ଯାହାକି ସବୁଠୁ ବଡ ସମସ୍ୟାକୁ ଦୂର କରିପାରିବ, ଖରାପ ସମୟକୁ ଭଲରେ ପରିଣତ କରିପାରିବ ଏବଂ ଆପଣଙ୍କ ଦୁର୍ଭାଗ୍ୟକୁ ମଧ୍ୟ ସୌଭାଗ୍ୟ କରିପାରିବ। ଜାଣନ୍ତୁ ହୋଲି ଦିନ କଣ ଉପାଚାର କଲେ ଭାଗ୍ୟ ରଂଗୀନ ହେବ।

1-ଯଦି ଆପଣ ମାନସିକ ଚାପର ଶିକାର ହେଉଛନ୍ତି ଏବଂ ଆପଣଙ୍କର ଅର୍ଥନୈତିକ ଏବଂ ପାରିବାରିକ ପରିସ୍ଥିତି ଭଲ ନୁହେଁ, ତେବେ ହୋଲି ରାତିରେ ଚନ୍ଦ୍ରକୁ କ୍ଷୀର ଦେଇ କିଛି ଧଳା ମିଠା ଦିଅନ୍ତୁ । ଏହା କରିବା ଦ୍ବାରା ଆର୍ଥିକ ଏବଂ ପାରିବାରିକ ସମସ୍ୟା ଦୂର ହୋଇଥାଏ ଏବଂ ମାନସିକ ଶାନ୍ତି ମଧ୍ୟ ପ୍ରାପ୍ତ ହୁଏ ।

2- ପରିବାରରେ ଯଦି କୈଣସି ତ୍ରୁଟି ଥାଏ, ତେବେ ହୋଲିକା ଦହନ ପର୍ବ ପାଳନ କରି ସମସ୍ତ ଘର ସଦସ୍ୟଙ୍କୁ ଜଡିତ କରାନ୍ତୁ। ଏହି ଅଗ୍ନିର ଚାରିପଟେ ତିନି ଥର ବୁଲିବା ପରେ ହଳଦିଆ ସୋରିଷ, ଅଳସୀ ଏବଂ ଗହମ ନିଆଁରେ ପକାନ୍ତୁ । ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହିତ ଗ୍ରହଗୁଡିକ ଅନୁକୂଳ ହେବ ଯାହା ଘରେ ଶୁଭଫଳ ଆଣିବ ।

3- ଯଦି ଆପଣ କୈଣସି ରୋଗରେ ପୀଡିତ ଅଛନ୍ତି, ତେବେ ହୋଲି ଦିନ ଏକ ପାନ ପତ୍ର, ଏକ ତାଜା ଗୋଲାପ ଫୁଲରେ ରୋଗୀଙ୍କୁ 31 ଥର ଝାଡି ଦିଅନ୍ତୁ। ଏହାପରେ ତାହାକୁ ନେଇ ଏକ ଛକ ନିକଟରେ ରଖନ୍ତୁ। ଏହି ସମୟରେ ପଛକୁ ଦେଖନ୍ତୁ ନାହିଁ ।

4- ଯଦି ରୋଜଗାରର ସମସ୍ୟା ଅଛି, ତେବେ ହୋଲି ରାତିରେ ଏକ ଲେମ୍ବୁ ସହିତ ଏକ ଛକକୁ ଯାଇ ଏହାକୁ ଚାରି ଖଣ୍ଡରେ କାଟିଦିଅନ୍ତୁ । ଏହା ପରେ, ଏହାକୁ ଚାରି ଦିଗକୁ ଗୋଟିଏ ଗୋଟିଏ ଖଣ୍ଡ ଫିଙ୍ଗି ଘରକୁ ଫେରିଯାଆନ୍ତୁ। ଆସିବା ସମୟରେ ପଛକୁ ଦେଖନ୍ତୁ ନାହିଁ ।

5- ଯଦି ବିବାହରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ହୋଲି ଦିନ ଏକ ପାନ ପତ୍ରରେ ଗୁଆ ଏବଂ ହଳଦୀ ଶିବଙ୍କୁ ଅର୍ପଣ କରନ୍ତୁ।

6- ହୋଲିକା ଦହନ ପରେ ଅବଶିଷ୍ଟ ପାଉଁଶକୁ ନିଜ ଘରକୁ ଆଣି ଏକ ନାଲି କପଡ଼ାରେ ବାନ୍ଧି ଆଲମାରିରେ ରଖନ୍ତୁ, ଏହା ଅନାବଶ୍ୟକ ଖର୍ଚ୍ଚକୁ ରୋକିଥାଏ ।

7- ହୋଲି ଖେଳିବା ପୂର୍ବରୁ ଆପଣଙ୍କର ପ୍ରିୟ ଦେବଦେବୀଙ୍କୁ ପ୍ରଥମେ ହୋଲି ରଂଗ ଅର୍ପଣ କରନ୍ତୁ। ଏହାପରେ ହୋଲି ଖେଳିଲେ ଆପଣଙ୍କର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।

Categories
ଧର୍ମ ବିଶେଷ ଖବର

ଆଜି ମାର୍ଚ୍ଚ 29 ତାରିଖ ସୋମବାର ହୋଲିରେ ସାତୋଟି ରାଶିର ଭାଗ୍ୟ ହେବ ରଂଗୀନ

ମେଷ- କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ଆପଣ ବନ୍ଧୁ ଏବଂ ପରିବାରର ଆବଶ୍ୟକତାରେ ଅଟକି ଯାଇପାରନ୍ତି । ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଛି।

ବୃଷ- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘର ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ।

ମିଥୁନ- ବ୍ୟବସାୟରେ ବ୍ୟସ୍ତ ରହିବେ। ସାମାଜିକ ସ୍ତରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ। ଗତ କିଛି ଦିନ ଧରି ଥିବା ଅସମ୍ପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି । ସମୟ ଭଲ ଅଟେ । ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ । ଆଗକୁ ବଢିବା ପାଇଁ ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ଅବିବାହିତ ଲୋକମାନେ ରୋମାନ୍ସ ପାଇଁ ସୁଯୋଗ ପାଇପାରନ୍ତି। ଭ୍ରମଣ ଯୋଗ ମଧ୍ୟ ଅଛି।

କର୍କଟ- ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ । ଚାକିରିରେ ସମସ୍ୟା ହୋଇପାରେ। ଯଦି ଆପଣ ଜିଦି କରନ୍ତି ତେବେ, କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣ ଅସୁବିଧା ମଧ୍ୟ ବଢିପାରେ । କାର୍ଯ୍ୟରେ ବାଧା ଯୋଗୁଁ ଆପଣଙ୍କ ମନୋବଳ ବିଚଳିତ ହୋଇପାରେ । ଲୋକମାନେ କେତେକ କ୍ଷେତ୍ରରେ ସାହାଯ୍ୟ ପାଇବାକୁ ସକ୍ଷମ ହେବେ ନାହିଁ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ନିଦ୍ରା ଅଭାବ ହେବ। ମୁଣ୍ଡବିନ୍ଧା ଏବଂ ଆଖିରେ ଉତ୍ତେଜନା ଦେଖାଦେଇପାରେ ।

ସିଂହ- ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ। ପରିବାର ସାହାଯ୍ୟ ମିଳିବ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ। ବୁଦ୍ଧିମାନ ଭାବରେ ଷ୍ଟକ୍ ମାର୍କେଟରେ ବିନିଯୋଗ କରନ୍ତୁ। ବସ୍ ସହିତ ସମ୍ପର୍କ ବିଷୟରେ ଆପଣ ଟିକିଏ ସଚେତନ ହେବା ଉଚିତ୍ । ଯେଉଁମାନେ ଆପଣଙ୍କ କ୍ୟାରିୟର ପାଇଁ ଗୁରୁତ୍ୱପୂର୍ଣ୍ଣ ସେମାନେ ମଧ୍ୟ ଆପଣଙ୍କୁ ଟିକେ ହଇରାଣ କରିପାରନ୍ତି । କିଛି ସମୟ ପରେ ଆପଣ ମନ କଥା କହିବାର ସୁଯୋଗ ପାଇବ।

କନ୍ୟା- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ । ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ। ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ। ଆଜିର ଦିନଟି ଆପଣଙ୍କ ପାଇଁ ସ୍ୱାଭାବିକ। ଆପଣଙ୍କ ଜୀବନ ସାଥୀ ଆପଣଙ୍କର ଅନୁଭବ ବୁଝିବେ। ଗଣ୍ଠି ଯନ୍ତ୍ରଣା ମଧ୍ୟ ଆପଣଙ୍କୁ କଷ୍ଟ ଦେଇପାରେ । ଆପଣ ଧର୍ଯ୍ୟବାନ ହେବା ଉଚିତ୍ ।

ତୂଳା- ପରିବାର ସାହାଯ୍ୟ କରିବେ । ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ । କାର୍ଯ୍ୟ ସମାପ୍ତ ହୋଇପାରିବ । କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ମଧ୍ୟ ପାଇପାରିବେ। ଆପଣ ଟଙ୍କା ଏବଂ ପାରିବାରିକ ପରିସ୍ଥିତି ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ୍ । ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତି କରିପାରିବ । ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିପାରିବ ।

ବିଛା- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା ଆପଣଙ୍କ ମନକୁ ଖୁସି କରିବ। ସନ୍ଧ୍ୟାରେ ଅତିଥିମାନଙ୍କ ଆଗମନ ସହିତ ଘରର ପରିବେଶ ମଧ୍ୟ ସୁଖଦ ରହିବ। ଅଟକିଯାଇଥିବା ଟଙ୍କା ହଠାତ୍ ଫେରସ୍ତ ହୋଇପାରେ। ଆପଣଙ୍କର ଖର୍ଚ୍ଚ ନିୟନ୍ତ୍ରଣରେ ରହିବ। ମନ୍ଦିରରେ ଘିଅ ଦୀପ ଜାଳନ୍ତୁ, ପତି-ପତ୍ନୀଙ୍କ ସମ୍ପର୍କ ମଜବୁତ ହେବ।

ଧନୁ- ଶାରୀରିକ ଭାବରେ ବ୍ୟସ୍ତ ରହିବେ। ଆପଣଙ୍କ କାମରୁ ପଛକୁ ଯାଅନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ। ଆୟ ବୃଦ୍ଧି ପାଇବ। ପିଲାମାନଙ୍କର ଅଗ୍ରଗତିରେ ଖୁସି ହେବେ । ଆପଣ ବ୍ୟବସାୟରେ ନୂତନ ଯୋଜନା କରିପାରିବେ। ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ।

ମକର- କ୍ରନିକ୍ ରୋଗରେ କିଛି ଆରାମ ମିଳିପାରେ। ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ। ପାରିବାରିକ ସମ୍ପର୍କ ଆନ୍ତରିକ ହେବ । ଆପଣଙ୍କର ଭାବମୂର୍ତ୍ତିରେ ଉନ୍ନତି ଆଣିବାକୁ ଆପଣ ଏକ ସୁଯୋଗ ମଧ୍ୟ ପାଇପାରିବେ । ଚିନ୍ତା ସମାପ୍ତ ହୋଇପାରିବ । ଦିନଟି ଆପଣଙ୍କ ପାଇଁ ଉତ୍ସାହଜନକ ଏବଂ ମନୋରଞ୍ଜନ ଜାରି ରହିବ । ଆପଣଙ୍କୁ ପରିବାର ସମ୍ବନ୍ଧୀୟ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ । କେତେକ ଘରୋଇ ଜଟିଳ ସମସ୍ୟାର ସମାଧାନ ହୋଇପାରିବ । ବିବାହିତ ଲୋକମାନେ ସୁଖ ପାଇପାରିବେ। ପ୍ରେମ ବଢିବ।

କୁମ୍ଭ- ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ। କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। ସାମାନ୍ୟ ଥକ୍କା ମଧ୍ୟ ହୋଇପାରେ ।

ମୀନ – ଭାଗ୍ୟ ଆପଣଙ୍କ ସହିତ ରହିପାରେ। ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ। ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ। ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ। ଆପଣଙ୍କର ମନ ଭଲ କାମ କରିବ। ଶାଶୁଙ୍କ ଅନୁଗ୍ରହରୁ ଉପହାର ପାଇବା ସମ୍ଭାବନା ସୃଷ୍ଟି ହେଉଛି ।

Categories
ଆଜିର ଖବର ଧର୍ମ

ସୋମବାର ଦିନ ଏହି ରାଶିର ବ୍ୟକ୍ତିମାନେ ହୁଅନ୍ତୁ ଧର୍ଯ୍ୟବାନ, ଭାଗ୍ୟ ଆପଣଙ୍କର ସାଥୀରେ ରହିବ

କୁମ୍ଭ- ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ। କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ ।

ମୀନ – ଭାଗ୍ୟ ଆପଣଙ୍କ ସହିତ ରହିପାରେ। ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ।

 

Categories
ଆଜିର ଖବର ଧର୍ମ

ଏହି ଦୁଇଟି ରାଶି ମଧ୍ୟରୁ ଆପଣଙ୍କର କେଉଁ ରାଶି, ଜାଣନ୍ତୁ ସୋମବାରର ରାଶିଫଳ

ଧନୁ- ଶାରୀରିକ ଭାବରେ ବ୍ୟସ୍ତ ରହିବେ। ଆପଣଙ୍କ କାମରୁ ପଛକୁ ଯାଅନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ। ଆୟ ବୃଦ୍ଧି ପାଇବ।

ମକର- କ୍ରନିକ୍ ରୋଗରେ କିଛି ଆରାମ ମିଳିପାରେ। ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ। ପାରିବାରିକ ସମ୍ପର୍କ ଆନ୍ତରିକ ହେବ । ଆପଣଙ୍କର ଭାବମୂର୍ତ୍ତିରେ ଉନ୍ନତି ଆଣିବାକୁ ଆପଣ ଏକ ସୁଯୋଗ ମଧ୍ୟ ପାଇପାରିବେ । ଚିନ୍ତା ସମାପ୍ତ ହୋଇପାରିବ ।

Categories
ଆଜିର ଖବର ଧର୍ମ

ସୋମବାର ଦିନ ଏହି ରାଶିର ବ୍ୟକ୍ତିମାନେ ମଧୁର କଥା ଦ୍ବାରା ପାଇବେ ସଫଳତା

ତୂଳା- ପରିବାର ସାହାଯ୍ୟ କରିବେ । ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ । କାର୍ଯ୍ୟ ସମାପ୍ତ ହୋଇପାରିବ । କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ମଧ୍ୟ ପାଇପାରିବେ।

ବିଛା- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ।

Categories
ଆଜିର ଖବର ଧର୍ମ

ସୋମବାର ଦିନ ଏହି ରାଶିର ବ୍ୟକ୍ତିମାନଙ୍କର ବଢିବ ଆତ୍ମବିଶ୍ବାସ

ସିଂହ- ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ। ପରିବାର ସାହାଯ୍ୟ ମିଳିବ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ। ବୁଦ୍ଧିମାନ ଭାବରେ ଷ୍ଟକ୍ ମାର୍କେଟରେ ବିନିଯୋଗ କରନ୍ତୁ।

କନ୍ୟା- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ । ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ। ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ସୋମବାର ଦିନ କଠିନ ପରିଶ୍ରମ କରିବାକୁ ପଡିବ

ମିଥୁନ- ବ୍ୟବସାୟରେ ବ୍ୟସ୍ତ ରହିବେ। ସାମାଜିକ ସ୍ତରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ। ଗତ କିଛି ଦିନ ଧରି ଥିବା ଅସମ୍ପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି । ସମୟ ଭଲ ଅଟେ । ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ ।

କର୍କଟ- ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ । ଚାକିରିରେ ସମସ୍ୟା ହୋଇପାରେ। ଯଦି ଆପଣ ଜିଦି କରନ୍ତି ତେବେ, କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣ ଅସୁବିଧା ମଧ୍ୟ ବଢିପାରେ ।

Categories
ଆଜିର ଖବର ଧର୍ମ

ସୋମବାର ଦିନ ଏହି ରାଶିର ବ୍ୟକ୍ତିମାନେ ଟଙ୍କା ମାମଲାରେ ହୁଅନ୍ତୁ ଯତ୍ନମାନ

ମେଷ- କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ ।

ବୃଷ- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘର ବାହାରେ ଜୀବନ ଖୁସି ହେବ।

Categories
ଫଟୋ ଖବର

ଟେଲିଭିଜନ ଷ୍ଟାରମାନଙ୍କ ସହିତ ହୋଲି ପର୍ବ ପାଳନ କରୁଛନ୍ତି ବିଜେଡି ନେତ୍ରୀ ସୁଲତା ଦେଓ

ଟେଲିଭିଜନ ଷ୍ଟାରମାନଙ୍କ ସହିତ ହୋଲି ପର୍ବ ପାଳନ କରୁଛନ୍ତି ବିଜେଡି ନେତ୍ରୀ ସୁଲତା ଦେଓ

Categories
ଆଜିର ଖବର ଖେଳ ଜାତୀୟ ଖବର ବିଶେଷ ଖବର

ଅନ୍ତିମ ଦିନିକିଆରେ ବିରାଟ ବାହୀନର ବିଜୟ: ଇଂଲଣ୍ଡ ବିରୋଧରେ ସବୁ ସିରିଜ ପୋଛିନେଲା ଭାରତ

ପୁଣେ: ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ବିରାଟ ବାହିନୀ ବିଜୟ ହାସଲ କରିଛି। ୩ ମ୍ୟାଚ ବିଶିଷ୍ଟ ଏହି ଏକଦିବସୀୟ ସିରିଜକୁ ଭାରତ ୨-୧ରେ କବ୍ଜା କରିନେଇଛି।

ଏହା ସହିତ ଭାରତ ଇଂଲଣ୍ଡ ବିରୋଧରେ ଭାରତ ଟେଷ୍ଟ, ଟି-୨୦ ଏବଂ ଏକଦିବସୀୟ ସିରିଜକୁ ପୋଛିନେଇଛି। ଅନ୍ତିମ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୪୮.୨ ଓଭରରେ ସମସ୍ତ ୱିକେଟ ହରାଇ ୩୨୯ ରନ ସଂଗ୍ରହ କରିଥିଲା।

ହେଲେ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୩୨୨ ରନ ସଂଗ୍ରହ କରିପାରିଥିଲା। ଏହା ସହ ଭାରତ ୭ ରନରେ ବିଜୟ ହାସଲ କରି ସିରିଜକୁ ନିଜ ନାମରେ କରିଛି।

ଭାରତ ବ୍ୟାଟିଂ:

୧- ରୋହିତ ଶର୍ମା- ୩୭

୨- ଶିଖର ଧବନ- ୬୭

୩- ବିରାଟ କୋହଲୀ- ୦୭

୪- ରିଷଭ ପନ୍ତ- ୭୮

୫- ଲୋକେଶ ରାହୁଲ- ୭

୬- ହାର୍ଦ୍ଦିକ ପାଣ୍ଡ୍ୟା- ୬୪

୭- କୃନାଲ ପାଣ୍ଡ୍ୟା ୨୫

୮- ଶ୍ରାଦ୍ଧୁଳ ଠାକୁର ୩୦

୯- ଭୁବନେଶ୍ବର କୁମାର- ୦୩

୧୦- ପ୍ରସିଦ୍ଧ କୃଷ୍ଣ- ୦୦

୧୧- ଟି. ନଟରାଜନ- ୦୦ (ଅପରାଜିତ)

ଇଂଲଣ୍ଡ ବୋଲିଂ:

୧- ମାର୍କ ଉଡ଼- ୩ ଟି ୱିକେଟ

୨- ଆଦିଲ ରଶିଦ ୨ ଟି

୩-ସାମ କୁରାନ ୧ଟି

୪- ରୀସ ଟୋପ୍ଲି ୧ ଟି

୫- ବେନ ଷ୍ଟ୍ରୋକ୍ସ ୧ ଟି

୬- ମୋଇନ ଅଲି ୧ ଟି

୭- ଲିଆମଲିଭିଙ୍ଗ ଷ୍ଟୋନ ୧ ଟି ୱିକେଟ

ଇଂଲଣ୍ଡ ବ୍ୟାଟିଂ:

୧- ଜେଶନ ରୟ- ୧୪

୨- ଜନି ବେୟାରଷ୍ଟୋ- ୦୧

୩- ବେନ ଷ୍ଟୋକ୍ସ- ୩୫

୪- ଡାଭିଡ଼ ମାଲନ- ୫୦

୫- ଯଶ ବଟଲର- ୧୫

୬- ଲିଆମ ଲିଭିଙ୍ଗଷ୍ଟୋନ- ୩୬

୭- ମୋଇନ ଅଲି- ୨୯

୮- ସାମ କୁରାନ- ୯୫ (ଅପରାଜିତ)

୯- ଆଦିଲ ରଶିଦ- ୧୯

୧୦- ମାର୍କ ଉଡ଼- ୧୪

୧୧- ରିସି ଟୋପ୍ଲେ- ୦୧ (ଅପରାଜିତ)

ଭାରତ ବୋଲିଂ:

୧- ଶ୍ରାଦ୍ଧୁଳ ଠାକୁର- ୦୪ ଟି ୱିକେଟ

୨- ଭୁବନେଶ୍ବର କୁମାର- ୦୩ ୱିକେଟ

୩- ଟି. ନଟରାଜନ-  ୦୧ ଟି ୱିକେଟ ଅକ୍ତିଆର କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ସ୍ୟାଟ ବାର୍ ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚିତ

ଭୁବନେଶ୍ୱର: ୨୭.୩.୨୦୨୧ ରିଖରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ସ୍ୟାଟ ବାର୍‌, ଭୁବନେଶ୍ୱର ସଭାପତି ଭାବେ ସୁଧୀର ଚରଣ ମହାନ୍ତି ନିର୍ବାଚିତ ହୋଇଛନ୍ତି। ରଣଜିତ ମହାନ୍ତି, ସୁଧାଂଶୁ ଶେଖର ପ୍ରତାପ ଓ ଗୋବିନ୍ଦ ଚନ୍ଦ୍ର ପାଇକରାୟ ଯଥାକ୍ରମେ ସମ୍ପାଦକ, ଉପସଭାପତି ଓ ସହ ସମ୍ପାଦକ ଭାବେ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି।

ନିର୍ବାଚନକୁ ଶୃଙ୍ଖଳା ରୂପେ ସମ୍ପାଦନା କରିଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଅନନ୍ତ କୁମାର ଆଚାର୍ଯ୍ୟ ଏବଂ ସହ-ନିର୍ବାଚନ ଅଧିକାରୀ କବିତା ମହାନ୍ତି, ରଶ୍ମିତା ରାଉତରାୟ ଓ ଜ୍ଞାନରଞ୍ଜନ ତ୍ରିପାଠୀଙ୍କୁ ସ୍ୟାଟ ବାର୍ ତରଫରୁ ଅଶେଷ ସାଧୁବାଦ ଅର୍ପଣ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଅମିତ ଶାହଙ୍କ ଦୃଢୋକ୍ତି: ମମତା ବାନାର୍ଜୀ କହିଲେ ଏହା ଅବିଶ୍ଵସନୀୟ

କଲିକତା: ଗତକାଲି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟର ୩୦ ଆସନ ପାଇଁ ମତଦାନ ହୋଇଛି। ଏହି ୩୦ ଟି ଆସନରୁ ବିଜେପି ୨୬ ଟି ଆସନରେ ଜିତିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦାବି କରିଛନ୍ତି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଅମିତ ଶାହ ଏଭଳି ଦୃଢୋକ୍ତି ରଖିଛନ୍ତି।

ତେବେ ଶାହଙ୍କ ଏଭଳି ଦାବିକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଟାକ୍ଷ କରିଛନ୍ତି। ସେ ଏହାକୁ ଅବିଶ୍ଵସନୀୟ ବୋଲି କହିଛନ୍ତି। ଅମିତ ଶାହଙ୍କ ନାଁ ନନେଇ ମମତା କହିଛନ୍ତି ଯେ, ନିର୍ବାଚନର ଶେଷ ହେବା ପରେ ହଠାତ କିପରି ଏଭଳି ଦାବି କରାଯାଇପାରିବ। ଯାହାକି ଏବେ ଆହୁରି ୭ ଟି ପର୍ଯ୍ୟାୟ ମତଦାନ ହେବା ବାକି ରହିଛି। ଏଭଳି ଦାବି ଉପରେ ବିଶ୍ଵାସ କରିବା ଅନୁଚିତ୍। ମତଗଣନା ପରେ ସଠିକ ଜନାଦେଶ ଜଣାପଡିବ ବୋଲି ମମତା କହିଛନ୍ତି।