Author: Samikhsya Bureau

ନୂଆଦିଲ୍ଲୀ: ସେନା ଭର୍ତ୍ତି ଠକେଇ ମାମଲାରେ ୬ ଜଣ ଲେଫ୍ଟିନେଣ୍ଟ କର୍ନଲ ସମେତ କିଛି ଅନ୍ୟ ଅଧିକାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ସିବିଆଇ ମାମଲା ରୁଜ୍ଜୁ  କରିଛି। ଏହି ମାମଲାରେ ସିବିଆଇ ପକ୍ଷରୁ ୩ ରୁ ଉର୍ଦ୍ଧ୍ଵ ରାଜ୍ୟରେ ଚଢାଉ କରାଯାଇଛି। ସେନାର ମୁଖ୍ୟ କାର୍ଯ୍ଯାଳୟର ଅଭିଯୋଗ ଅନୁଯାୟୀ ଭ୍ରଷ୍ଟାଚାର ନିରୋଧକ ଅଧିନିୟମ ତଥା ଅପରାଧିକ ଷଡଯନ୍ତ୍ର ଆଧାରରେ ଏହି ମାମଲା ସିବିଆଇ ରୁଜ୍ଜୁ କରିଛି। ତଦନ୍ତ ଏଜେନ୍ସି ଦ୍ଵାରା ଏବେ ବି ୧୨ ରୁ ଉର୍ଦ୍ଧ୍ଵ ସ୍ଥାନରେ ଚଢାଉ ଜାରି ରହିଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ବଜାରରେ ଏକ ରାସନ ଗୋଦାମରୁ ଗତ ଶନିବାର ବିଳମ୍ବିତ ରାତ୍ରିରେ ଏକ ବଡ଼ ଧରଣର ଚୋରି ହୋଇଛି। ଏ ନେଇ ଆଜି ଲିଖିତ ଭାବେ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି ଗୋଦାମ ମାଲିକ। ଅଭିଯୋଗକାରି ହେଉଛନ୍ତି ପଦ୍ମପୁର ଗ୍ରାମର ଭାଗିରଥି ସାହୁ(୪୩)। ଭାଗିରଥି ଗମ୍ଭାରୀମୁଣ୍ଡା ବଜାରରେ ଏକ ରାସନ ଦୋକାନ କରିଥିବାବେଳେ ପଞ୍ଚୁଗାଁ ରୋଡ଼ରେ ତାଙ୍କର ଏକ ରାସନ ଗୋଦାମ ରହିଛି। ଅଭିଯୋଗ ମୁତାବକ ଶନିବାର ରାତି ୧୦ଘଟିକାରେ ଗୋଦାମ ବନ୍ଦକରି ଭାଗିରଥି ଘରକୁ ଚାଲିଯାଇଥିଲେ। ତେବେ ରବିବାର ସକାଳେ ଦୋକାନ ଖୋଲି ଗୋଦାମ ଘରକୁ ଗଲାବେଳକୁ ଗୋଦାମ ଘରର ତାଲା ଭାଙ୍ଗିଥିବାର ଦେଖିବାକୁ ପାଇଥିଲେ। ଏବଂ ଗୋଦାମରୁ ୧ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଖାଇବା ତେଲ ଏବଂ ଅନ୍ୟାନ୍ୟ ରାସନ ସାମଗ୍ରୀ ଖାଲି ହୋଇଥିବା ଦେଖିବାକୁ ପାଇଥିଲେ। ସବୁଆଡେ ଖୋଜାଖୋଜି କଲା ପରେ ଗମ୍ଭାରୀମୁଣ୍ଡା ହାଇସ୍କୁଲ ନିକଟରେ…

Read More

ନୂଆଦିଲ୍ଲୀ: ବଟଲା ହାଉସ ଏନକାଉଣ୍ଟର ମାମଲାରେ ଶାକେତ କୋର୍ଟ ଅରିଜ ଖାନକୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ମାର୍ଚ୍ଚ ୮ ତାରିଖରେ ଆରିଜ ଖାନକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଆତଙ୍କୀ ଆରିଜ ଉପରେ ୧୧ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। ସେଥିରୁ ୧୦ ଲକ୍ଷ ଟଙ୍କା ଶହୀଦ ହୋଇଥିବା ପୋଲିସ ଅଧିକାରୀ ମୋହନ ଚନ୍ଦ ଶର୍ମାଙ୍କ ପରିବାରକୁ ମିଳିବ। ଏହାପୂର୍ବରୁ ଏହି ମାମଲାରେ ଅଭିଯୁକ୍ତ ଶହଜାଦ ଆହମଦକୁ ୨୦୧୩ ରେ ଦଣ୍ଡାଦେଶ ହୋଇଛି। ଯାହାକି ସେମାନଙ୍କ ୨ ଜଣ ସାଥି ଆତିଫ ଆମିନ ଏବଂ ମହମ୍ମଦ ସାଜିଦକୁ ମାରି ଦିଆଯାଇଥିଲା। ଉଲ୍ଲେଖ ଯୋଗ୍ୟ ଯେ, ୨୦୦୮ ରେ ହୋଇଥିବା ବଟଲା ହାଉସ ଏନକାଉଣ୍ଟର କେସ ପରେ ଆରିଜ ଦେଶରୁ ପଳାୟନ କରିଥିଲା। ୨୦୧୮ରେ ତାକୁ ନେପାଳରେ ଗିରଫ କରାଯାଇଥିଲା। ଏହି ଏନକାଉଣ୍ଟରରେ ଇନସପେକ୍ଟର ମୋହନ ଚନ୍ଦ ଶର୍ମା ଶହୀଦ ହୋଇଥିଲେ। ଏହାସହିତ ପୋଲିସ କର୍ମୀ ବଲବତ ସିଂହ ରାଜବୀରକୁ ଜୀବନରେ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୧୧, ବାଲେଶ୍ବରରୁ ୭, ଝାରସୁଗୁଡାରୁ ୭, ସୁନ୍ଦରଗଡରୁ ୭, ଖୋର୍ଦ୍ଧାରୁ ୬, ଅନୁଗୁଳରୁ ୪, ଯାଜପୁରରୁ ୪, କଟକରୁ ୩, ଢେଙ୍କାନାଳରୁ ୩, ନୟାଗଡ଼ରୁ ୩, ଗଞ୍ଜାମରୁ ୨, ଜଗତସିଂହପୁରରୁ ୨, ନବରଙ୍ଗପୁରରୁ ୨, ପୁରୀରୁ ୨, ବରଗଡରୁ ୧, ଭଦ୍ରକରୁ ୧, ଗଜପତିରୁ ୧, କୋରାପୁଟରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୫ ହଜାର ୭୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୨୫୮ କୁ ବୃଦ୍ଧି ହୋଇଛି। ତେବେ ୫୫୭…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ୱର ଛକ ଜାତୀୟ ରାଜପଥ ନିକଟରେ ଏକ ଦୁର୍ଘଟଣା ଘଟିଛି। ବିଶାଖାପାଟଣା ରୁ ଭୁବନେଶ୍ୱର ଯାଉଥିବା  ‘ଶ୍ରୀକ୍ଷେତ୍ର’ ନାମକ ଯାତ୍ରୀବାହୀ ବସ୍ (ଏପି-୦୭-ଟିଜି-୩୪୩୪) ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ ଟି ଏକ ବାଇକକୁ ଧକ୍କା ଦେଇ ରାସ୍ତାପାର୍ଶ୍ଵରେ ଥିବା ଲୁହା ବ୍ୟାରିକେଟରେ ଫସି ରହି ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି। ଏହି ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ବାଇକ ଚାଳକ ଜଣଙ୍କ ନିକଟସ୍ଥ ବରୁଣପଡା ଗ୍ରାମର ସଜଂୟ ସେଠୀ ବୋଲି ଜଣାପଡିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ସୌଭାଗ୍ୟ ବଶତଃ ବସ୍ ରେ ଯାତ୍ରା କରୁଥିବା ୬୦ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କୋଭିଡ଼୍ ଗାଇଡ଼୍‌ଲାଇନ୍ ଅନୁସାରେ ସ୍ଥାନୀୟ ପ୍ରକାଶମ ହଲ୍‌ଠାରେ ମାର୍ଚ୍ଚ ୧୮ ତାରିଖରୁ ୨୨ ତାରିଖ ଯାଏଁ ପାଞ୍ଚଦିନ ବ୍ୟାପୀ ଦକ୍ଷିଣ ଓଡ଼ିଶା ନାଟକ ମହୋତ୍ସବ ଅନୁଷ୍ଠିତ ହେବ। ଚଳିତବର୍ଷର ନାଟକ ମହୋତ୍ସବ ଗଂଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ପକ୍ଷରୁ ଆୟୋଜିତ ହେଉଥିବାବେଳେ ଈଷା ଭିଜନ ସହ ଆୟୋଜକ ଅଛନ୍ତି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠାନର ସଭାପତି ବଳଦାସ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ସାଧାରଣ ସଂପାଦକ ରମେଶ ଚନ୍ଦ୍ର ମହାରଣା, ଇଷା ଭିଜନର ପରିଚାଳନା ନିର୍ଦ୍ଦେଶକ ସନ୍ୟାସୀ ମହାରଣା ସଫଳ ରୂପାୟନ ପାଇଁ ଆହ୍ୱାନ ଦେଇଥିଲେ। ମାର୍ଚ୍ଚ ୧୮ ତାରିଖରେ ବ୍ରହ୍ମପୁର ନୁପୁର ଅନୁଷ୍ଠାନ ପକ୍ଷରୁ ନାଟକ “ଚକ୍ରବ୍ୟୁହ”, ମାର୍ଚ୍ଚ ୧୯ ତାରିଖରେ ଶ୍ରୀଶ୍ରୀ ନରସିଂହ ନାଟ୍ୟ ସଂସ୍ଥା ସୁରଳ ପକ୍ଷରୁ ନାଟକ “ପ୍ରତିଫଳ”, ମାର୍ଚ୍ଚ ୨୦ ତାରିଖ କଳିଙ୍ଗ କଳାକାର ଅନୁଷ୍ଠାନ ପୁରୀ ତରଫରୁ ନାଟକ “କିଏ”? ମାର୍ଚ୍ଚ ୨୧ ତାରିଖ…

Read More

ନୂଆଦିଲ୍ଲୀ,  ଜାତୀୟ ଇସ୍ପାତ ନୀତି ସୂଚୀତ କରେ ଯେ ସରକାର ଦୀର୍ଘକାଳନୀ ପରିକଳ୍ପନା ସୂତ୍ରରେ ଦେଶର ଇସ୍ପାତ କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇଦେବେ। ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, ଏହି ନୀତିରେ ଦର୍ଶାଯାଇଛି ଯେ ଦେଶରେ ପ୍ରଯୁକ୍ତି ଦୃଷ୍ଟିରୁ ଅତ୍ୟାଧୁନିକ ତଥା ବୈଶ୍ୱିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଇସ୍ପାତ ଶିଳ୍ପର ବିକାଶ ଘଟାଯିବ ଯାହା ଇସ୍ପାତ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରାଇବ ଏବଂ ଦେଶର ଆର୍ଥିକ ବିକାଶରେ ମଧ୍ୟ ସହାୟକ ହେବ। ସେ ଆହୁରି କହିଛନ୍ତି ଯେ, ଯେହେତୁ ଇସ୍ପାତ ଏକ ଅଣନିୟନ୍ତ୍ରିତ କ୍ଷେତ୍ର, ସରକାର ଏଥିପାଇଁ କେବଳ ଆବଶ୍ୟକ ସୁଯୋଗ ଓ ପ୍ରୋତ୍ସାହନ ହିଁ ଯୋଗାଇଦେବେ। ଇସ୍ପାତ କ୍ଷେତ୍ରର ବିକାଶ ନିମନ୍ତେ ଆବଶ୍ୟକ ଅନୁକୂଳ ଓ ଉପଯୁକ୍ତ ବାତାବରଣ ସୃଷ୍ଟି କରାଯିବ। ସରକାର ଏ ଦିଗରେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ସଂପର୍କରେ ନିମ୍ନରେ…

Read More

ନୂଆଦିଲ୍ଲୀ,  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬,୨୯୧ ଟି ନୂଆ କରୋନା ମାମଲା ଆସିଛି । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୧୬,୬୨୦ ଅର୍ଥାତ ଦୈନିକ ନୂଆ ମାମଲାର ୬୩.୨୧%  ଆସିଛି । ଏହା ପଛକୁ କେରଳରୁ ୧୭୯୨ ଏବଂ ପଞ୍ଜାବରୁ ୧୪୯୨ଟି ମାମଲା ଆସିଛି । ଆଠଟି ରାଜ୍ୟରେ ଦୈନିକ କରୋନା ମାମଲା ବୃଦ୍ଧିର ସ୍ପଷ୍ଟ ତଥ୍ୟ ଆସୁଛି । ଏସବୁ ରାଜ୍ୟ ହେଲା ମହାରାଷ୍ଟ୍ର, ତାମିଲନାଡ଼ୁ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ ଏବଂ ହରିଆନା । ଗତ ଏକ ମାସ ହେଲା କେରଳରେ ନୂଆ ମାମଲାର ଧାରା ନିମ୍ନମୁଖୀ ରହିଛି । ଭାରତରେ ଏବେ ମୋଟ ସକ୍ରିୟ କରୋନା ମାମଲା ରହିଛି ୨,୧୯,୨୬୨ । ମୋଟ ପଜିଟିଭ୍ ମାମଲାର ଏହା ୧.୯୩% । ବର୍ତ୍ତମାନ ଦେଶରେ ଥିବା ମୋଟ ସକ୍ରିୟ ମାମଲାର ୭୭% ତିନୋଟି ରାଜ୍ୟ ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାବରେ ରହିଛି। ଦେଶର ମୋଟ…

Read More

ଭୁବନେଶ୍ୱର: ଭାରତର ପ୍ରଥମ ଏବଂ ଏକମାତ୍ର ଦନ୍ତ ଚିକିତ୍ସା ଅନୁଷ୍ଠାନ ଭାବେ କୋକ୍ରେନ୍ ଇଣ୍ଡିଆ ନେଟୱାର୍କ ଅଧିନସ୍ଥ କୋକ୍ରେନ୍ ମାନ୍ୟତା ପାଇବାରେ ସଫଳତା ଅର୍ଜନ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍। ୧୯୯୩ ମସିହାରେ ପ୍ରତିଷ୍ଠିତ କୋକ୍ରେନ୍ ହେଉଛି ଏକ ବ୍ରିଟିଶ ଅଣ ଲାଭକାରୀ ସଂସ୍ଥା ଯାହାକି ବିଶ୍ୱ ସ୍ତରରେ ଗବେଷକ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ରୋଗୀ ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ନୀତି ପ୍ରଣେତାଙ୍କୁ ନେଇ କାର୍ଯ୍ୟ କରିଥାଏ ଏବଂ ଜନସାଧାରଣଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତମ ସୁଯୋଗ ସୃଷ୍ଟି କରିବା ନିମନ୍ତେ ସାହାଯ୍ୟ କରିଥାଏ। ଏହି ଅନୁଷ୍ଠାନ ଡାକ୍ତରୀ ଏବଂ ମୁଖ ଗହ୍ୱର ସ୍ୱାସ୍ଥ୍ୟ ସମ୍ପର୍କିତ ଗବେଷଣା କରିବା ସହ ଉପଯୁକ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପଲବ୍ଧ କରିବାରେ ସାହାଯ୍ୟ କରିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଜଡିତ ଥିବା ଏହି ଅନୁଷ୍ଠାନ ଜନସାଧାରଣଙ୍କ ସହଯୋଗରେ କାର୍ଯ୍ୟ କରେ। ସୋଆ ପକ୍ଷରୁ ଉପଯୁକ୍ତ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଏକ ଜଂଗଲରୁ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ନିକଟସ୍ଥ କଳିଙ୍ଗପଦର ହାଇସ୍କୁଲ ସାହିର ଶ୍ୟାମଘନ ଜାନୀ (୬୫)। ସୂଚନା ପ୍ରକାରେ ତାରସିଂ ବନାଞ୍ଚଳର ଗାୟାଗଣ୍ଡା ସେକ୍ସନ ଅନ୍ତର୍ଗତ ଆମ୍ବଝରି ଜଂଗଲର ଭାଗ ନଂ ୧୦ରେ ଶ୍ୟାମଘନଙ୍କ ମୃତଦେହ ମୁହଁମାଡ଼ି ତଳେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସ୍‌କୁ ଖବର ଦେଇଥିଲେ। ପାରିପାଶ୍ୱିର୍କ ଅବସ୍ଥିତିକୁ ଦେଖିଲେ ଏହା ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନବିଭାଗ ଏବଂ ପୋଲିସ୍ କହିଛି। ଅନ୍ୟପକ୍ଷରେ ବ୍ୟକ୍ତିଜଣକ ଅତି ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୯ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୮୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୭୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ଗଞ୍ଜାମରେ ଦଣ୍ଡ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। କରୋନା କଟକଣାକୁ ମାନି ଦଣ୍ଡଯାତ୍ରା କରିବାକୁ ଅନୁମତି ମିଳିଛି। ପୂର୍ବ ନିର୍ଦ୍ଦେଶନାମାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସ୍ଥାନୀୟ କଳାକାରମାନଙ୍କୁ ନେଇ ଯାତ୍ରା ପରିବେଷଣ କରିବା ପାଇଁ ନିର୍ଦ୍ଦେଶ ରହିଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଝିଅ ଜନ୍ମ ହେବା ଯୋଗୁଁ ପ୍ରଥମେ ନିର୍ଯ୍ୟାତନା। ତା’ପରେ ପୁଅ ଜନ୍ମ ଯୋଗୁଁ ସ୍ତ୍ରୀ ଉପରେ ସଂଦେହ। ଶେଷରେ ସାତଜନ୍ମକୁ ସାଥୀ ହୋଇ ବିବାହ କରିଥିବା ସ୍ତ୍ରୀକୁ କିରୋସିନି ଢ଼ାଳି ଜିଅନ୍ତା ପୋଡ଼ି ମାରିଦେବା ଭଳି ଏକ ଘଟଣା ଘଟିଛି ମୋହନା ଥାନା ଅନ୍ତର୍ଗତ ଗୋଠକେଳି ଗ୍ରାମରେ। ୨୦୧୬ ମସିହାରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ନାରାୟଣ ନାୟକଙ୍କ ଝିଅ ମାନିନିକୁ ମୋହନା ଥାନା ଅର୍ନ୍ତଗତ ଗୋଠକୋଳି ଗ୍ରାମର ମଧୁସୂଦନ ବେହେରା ବିବାହ କରିଥିଲେ। ୨୦୧୭ରେ ଏକ କନ୍ୟା ସନ୍ତାନ ଯାତ ହେବା ପରେ କୈଳାସ, ମାନିନି ଉପରେ ଝିଅ ଜନ୍ମ ନେଇ ଶାରୀରିକ ଓ ମାନସିକ ଅତ୍ୟାଚାର ଆରମ୍ଭ କରିଥିଲେ। ୨୦୧୯ ମସିହାରେ ମଧୁସୂଦନଙ୍କ ଔରସରୁ ଏକ ପୁତ୍ରସନ୍ତାନ ଜନ୍ମ ହୋଇଥିଲା। ପୁତ୍ର ସନ୍ତାନ ଜନ୍ମ ପରେ ସ୍ତ୍ରୀ ଉପରେ ସଂଦେହ କରି ଏହା ମୋର ପୁଅ ନୁହେଁ ବୋଲି କହି ଆସୁଥିଲେ…

Read More

ଭୁବନେଶ୍ବର: ଭୁବନେଶ୍ବରରେ ବର୍ଦ୍ଧିତ ହୋଲଡିଙ୍ଗ ଟାକ୍ସକୁ ସ୍ଥଗିତ ରଖିବାକୁ ଘୋଷଣା କରାଯାଇଛି। ଲୋକଙ୍କ ଭାବାବେଗକୁ ଲକ୍ଷ କରି ମୁଖ୍ୟମନ୍ତ୍ରୀ ବର୍ଦ୍ଧିତ ହୋଲଡିଙ୍ଗ ଟାକ୍ସକୁ ସ୍ଥଗିତ ରଖିଛନ୍ତି। ଏନେଇ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ସୂଚନା ଦେଇଛନ୍ତି। ଓଡିଶା ଉଚ୍ଚ ନ୍ୟାୟଳୟର ରାୟ ଶୁଣାଣି ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖାଗଲା ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ପୁରୁଣା ଦର ହିସାବରେ ଏବେ ଟାକ୍ସ ଆଦାୟ ହେବ ବୋଲି ସେ କହିଛନ୍ତି।

Read More

ନୂଆଦିଲ୍ଲୀ: ବଟଲା ହାଉସ ଏନକାଉଣ୍ଟର ମାମଲାରେ ଆରିଜ ଖାନଙ୍କ ଦଣ୍ଡାଦେଶକୁ ଶାକେତ କୋର୍ଟ ସୁରକ୍ଷିତ ରଖିଛନ୍ତି। କୋର୍ଟ ଆଜି ଅପରାହ୍ନ ୪ ଟାରେ ରାୟ ଶୁଣାଇବେ। ଆଜି ଶୁଣାଣି ସମୟରେ ସରକାରୀ ଓକିଲ କୋର୍ଟଙ୍କୁ କହିଛନ୍ତି କି, ଦୋଷୀ ବିପଦଜ୍ଜନକ ଅସ୍ତ୍ର ରଖିଥିଲେ ଏବଂ ସେହି ଅସ୍ତ୍ରରେ ସେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଗୁଳି ଚଳାଇଥିଲେ, ଯେଉଁଥିରେ ପୋଲିସ ଅଧିକାରୀ ମୋହନ ଚାନ୍ଦ ଶର୍ମା ଶହୀଦ ହୋଇଥିଲେ। ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ପାଇଁ ସରକାରୀ ଓକିଲ ଦାବି କରିଛନ୍ତି। ଏହି ଦୋଷୀ ଜଣଙ୍କ କେବଳ ଦିଲ୍ଲୀରେ ନୁହେଁ, ଅହମ୍ମଦାବାଦ ଏବଂ ଉତ୍ତର ପ୍ରଦେଶ ବିସ୍ଫୋରଣରେ ମଧ୍ୟ ସାମିଲ ରହି ନିରୀହ ଜୀବନଙ୍କୁ ମୃତ୍ୟୁ ମୁହଁରେ ପହଞ୍ଚାଇଛନ୍ତି ବୋଲି ସେ ଯୁକ୍ତି ବାଢିଥିଲେ।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଯାତ୍ରୀ ଉଠାଇବାକୁ କେନ୍ଦ୍ର କରି ଦୁଇ ଘରୋଇ ବସ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଦୁଇଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଚିଲିକା ରାଣୀ ଓ ଧନିଶ୍ରୀ ନାମକ ଦୁଇଟି ବସ୍ ବାଲୁଗାଁରୁ ଭୁବନେଶ୍ଵର ଅଭିମୁଖେ ଯାତ୍ରୀ ନେଇ ଯାଉଥିଲା। ହେଲେ ୧୬ ନଂ ଜାତୀୟ ରାଜପଥ ଚଂପାଗଡ ବସଷ୍ଟାଣ୍ଡ ନିକଟରେ ଯାତ୍ରୀ ଉଠାଣକୁ କେନ୍ଦ୍ର କରି ଉଭୟ ବସ୍ ର କର୍ମଚାରୀଙ୍କ ମଧ୍ୟ୍ୟରେ ଗଣ୍ଡଗୋଳ ହୋଇଥିଲା। ପ୍ରତ୍ୟକ୍ଷଦର୍ଶିଙ୍କ କହିବା ଅନୁଯାୟୀ, ଗଣ୍ଡଗୋଳ ସମୟରେ ଧନିଶ୍ରୀ ବସ୍ ର ଚାଳକ ଏକ ରଡ୍ ଧରିଥିଲେ। ଠିକ ସେହି ସମୟରେ ଧନିଶ୍ରୀ ବସ୍ ରୁ ଜଣେ ଯାତ୍ରୀ ହଠାତ୍ ଓହ୍ଲାଇ ଆସି ଧନିଶ୍ରୀ ବସ୍ ର ଚାଳକ ଧରିଥିବା ରଡ୍ ମାଧ୍ୟମରେ ଚିଲିକା ରାଣୀ ବସ୍ ର ହେଲ୍ପରଙ୍କ  ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ହେଲପରଙ୍କ ଗୋଡରେ ଗଭୀର ଆଘାତ ଲାଗିଥିଲା। ଏଭଳି ଅମାନୁଷିକ ଘଟଣା ପରେ ବସ୍…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ମହାମାରୀ ଆଇନ ଏବଂ ସନାତନ ହିନ୍ଦୁ ଧର୍ମ ଶହଶହ ବର୍ଷର ଧାର୍ମିକ ଭାବନା ଓ ପ୍ରଥାକୁ ଅବଜ୍ଞା କରିବା ଅଭିଯୋଗରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ନାମରେ ମାମଲା ରୁଜୁ କରିବାକୁ ଭାରତୀୟ ବିକାଶ ପରିଷଦ ଟାଉନ୍ ଥାନାର ଦ୍ୱାରସ୍ଥ ହୋଇଛି। ପରିଷଦ ଅଭିଯୋଗ କରିଛି ଯେ, ଗଂଜାମ ଜିଲ୍ଲାରେ ବହୁ ବର୍ଷରୁ ପ୍ରଚଳିତ ଦଣ୍ଡନାଟ, ମା’ ଠାକୁରାଣୀ ଯାତ୍ରା, ଶିବରାତ୍ରୀ ଆଦିକୁ ବନ୍ଦ କରିବାକୁ ହୀନ ପ୍ରୟାସ କରି ନିକଟରେ ରାମଲିଙ୍ଗଶ୍ୱେର ମହୋତ୍ସବ, ଜଉଗଡ଼ ମହୋତ୍ସବ ଏବଂ ଅନ୍ୟାନ୍ୟ ମହୋତ୍ସବ ପ୍ରଶାସନର ଇଙ୍ଗିତରେ ଅନୁଷ୍ଠିତ ହେଉଛି। କିନ୍ତୁ କରୋନା କଟକଣାକୁ ଦ୍ୱାହି ଦେଇ ହିନ୍ଦୁଧର୍ମର ଧାର୍ମିକ ପରମ୍ପରା ଏବଂ ରୀତିନୀତିକୁ ପାଦ ତଳେ ଚାପି ଦିଆଯାଉଛି। ଗତ ଶିବରାତ୍ରି ଦିନ ହଜାର ହଜାର ଲୋକଙ୍କ ଗହଳି ଚହଳି ମଧ୍ୟରେ ରାମଲିଙ୍ଗେଶ୍ୱର ମହୋତ୍ସବ ଆୟୋଜିତ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୯ ଜଣ ଚିହ୍ନଟ ହୋଇଥିବା ବେଳେ ୨୭ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୨୫୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୫ ହଜାର ୬୬୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୨୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୧୩ ଟି ଜିଲ୍ଲାରୁ ୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ବରଗଡ ଜିଲ୍ଲାରୁ ୧୦ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୯ ଜଣ, ଅନୁଗୁଳ ଜିଲ୍ଲାରୁ ୩ ଜଣ, ବାଲେଶ୍ଵର ଜିଲ୍ଲାରୁ ୫ ଜଣ,…

Read More

କଲିକତା: ପଶ୍ଚିମବଙ୍ଗ ବିଜେପିର ପୁରୁଣା ନେତା ଏବଂ ନୂଆ କରି ଦଳରେ ସାମିଲ ହେଉଥିବା ଲୋକଙ୍କ ମଧ୍ୟରେ ବିବାଦ ଗତକାଲି ଦେଖିବାକୁ ମିଳିଛି। ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଟିକେଟ ମିଳିନଥିବାରୁ ଅନେକ ଲୋକ ବିଜେପି ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଇସ୍ତଫା ଦେଇଛନ୍ତି। ଏହା ସହିତ ରାଜ୍ୟର ଅନେକ ସ୍ଥାନରେ ଏନେଇ ପ୍ରଦର୍ଶନ ମଧ୍ୟ କରାଯାଇଛି। ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ସୋବନ ଚଟ୍ଟୋପାଧ୍ୟାୟ ଏବଂ ବୈଶାଖୀ ବନ୍ଦୋପାଧ୍ୟାୟ ଟିକେଟ ନମିଳିବାରୁ ବିଜେପିରୁ ଇସ୍ତଫା ଦେଇଛନ୍ତି। ଚଟ୍ଟୋପାଧ୍ୟାୟ ବହୁ ବର୍ଷ ଧରି ବେହାଲା ପୂର୍ବ ଆସନର ପ୍ରତିନିଧିତ୍ଵ କରି ଆସୁଥିଲେ। ବର୍ତ୍ତମାନ ବିଜେପି ସେଠାରେ ନୂଆକରି ସାମିଲ ହୋଇଥିବା ପାୟଲ ସରକାରଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଚାଟ୍ଟୋପାଧ୍ୟାୟ ନିଜର ଇସ୍ତଫା ପତ୍ର ରାଜ୍ୟ ସଭାପତି ଦିଲୀପ ଘୋଷଙ୍କ ନିକଟକୁ ପଠାଇ ଦଳ ତାଙ୍କୁ ଅପମାନ କରିଥିବା ଅଭିଯୋଗ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଗତ ୮ ତାରିଖରୁ ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କୁ ଟୀକାକାରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କିନ୍ତୁ ବରିଷ୍ଠ ନାଗରିକମାନେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟୀକା ନେବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ମେଡ଼ିକାଲ ପରିସରରେ ଟୀକା ନେବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଲୋକମାନେ ବହୁ ଦୂର ଦୁରାନ୍ତରରୁ ବଡ଼ି ଭୋରରୁ ଆସି ଅପେକ୍ଷା କରିଥିବାର ଦେଖିବାକୁ ମିଳିଥିଲା। ମେଡ଼ିକାଲ ପରିସରରେ ବସିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇନଥିବାରୁ ଖରାରେ ବରିଷ୍ଠ ନାଗରିକମାନଙ୍କୁ ଦୀର୍ଘ ସମୟ ଧରି ଟୀକା ନେବା ପାଇଁ ଠିଆ ହୋଇ ରହିବାକୁ ପଡୁଛି। ତେବେ ଏ ବିଷୟ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ପଚାରିବାରୁ ସମଗ୍ର ବାଣପୁର ବ୍ଲକର ବରିଷ୍ଠ ନାଗରିକ ମାନଙ୍କ ଟୀକାକାରଣ କେବଳ ବାଣପୁର ମେଡିକାଲରେ ହେଉଥିବାରୁ ଏପରି ଭିଡ଼ ହେଉଛି ବୋଲି…

Read More

ଭୁବନେଶ୍ବର, ଆଜିଠାରୁ ଦୁଇଦିନ ପାଇଁ ସର୍ବଭାରତୀୟ ସ୍ତରରେ ବ୍ୟାଙ୍କ ଧର୍ମଘଟ ଆରମ୍ଭ ହୋଇଛି। ଏହି ଧର୍ମଘଟରେ ଓଡିଶାର ସମସ୍ତ ବ୍ୟାଙ୍କ ସାମିଲ ହୋଇଛନ୍ତି। ସରକାରୀ ବ୍ୟାଙ୍କ ସହିତ ଗ୍ରାମ୍ୟ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କ କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି। ମୁଖ୍ୟତଃ ବ୍ୟାଙ୍କଗୁଡିକ ଘରୋଇକରଣ ବିରୋଧରେ ଏହି ଧର୍ମଘଟ ଡାକରା ଦିଆଯାଇଛି। ବ୍ୟାଙ୍କ କର୍ମଚାରୀମାନେ କାମ କରୁ ନ ଥିବାରୁ ଆଜି ଅନଲାଇନ ସେବା ଏବଂ ଏଟିଏମ ସେବା ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ଓଡିଶାରେ ଥିବା ପ୍ରାୟ 5 ହଜାର 5ଶହ ବ୍ୟାଙ୍କ 30 ହଜାର କର୍ମଚାରୀ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି। ଆସନ୍ତା ବୁଧବାର ଦିନ ବ୍ୟାଙ୍କ ଖୋଲା ରହିବ ବୋଲି କର୍ମଚାରୀ ସଂଘ ତରଫରୁ କୁହାଯାଇଛି।

Read More