Author: Samikhsya Bureau

ଭୁବନେଶ୍ବର, ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ରଖିଛନ୍ତି। ଧନ୍ୟବାଦ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ୨୦ ତଥ୍ୟ ଗୃହରେ ଉପସ୍ଥାପିତ କରିଥିଲେ। ସେଗୁଡିକ ହେଲା ୧. ଗତ ଏକ ବର୍ଷ ହେଲା ସାରା ବିଶ୍ବ ଏକ ଅଭୂତପୂର୍ବ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ମାନବ ସଭ୍ୟତାର ଇତିହାସରେ କେବେ ବି ଏପରି ଏକ ଭୟଙ୍କର ମହାମାରୀ ସାରା ବିଶ୍ବକୁ କବଳିତ କରି ନଥିଲା । ଏହି ସଙ୍କଟ ପ୍ରତ୍ୟେକ ଦେଶ, ପ୍ରତ୍ୟେକ ସହର, ପ୍ରତ୍ୟେକ ଗାଁ ତଥା ପ୍ରତି ବ୍ୟକ୍ତିକୁ ପ୍ରଭାବିତ କରିଛି। ଏହା କେବଳ ଏକ ଜନସ୍ବାସ୍ଥ୍ୟ ସମସ୍ୟା ନୁହେଁ, ଏହା ସମସ୍ତଙ୍କର ଅର୍ଥନୀତି ତଥା ଜୀବନ ଜିବିକାକୁ ମଧ୍ୟ ଭୀଷଣ କ୍ଷତି କରିଛି। ୨. କୋଭିଡ଼-୧୯ ମହାମାରୀ ସୃଷ୍ଟି କରିଥିବା ଆହ୍ବାନକୁ ସମ୍ମୁଖୀନ ହେବାରେ ଆମର ବିପର‌୍ୟ୍ୟୟ ପ୍ରସ୍ତୁତି ତଥା ଜନସାଧାରଣଙ୍କ ସହଯୋଗ ପାଇଁ ମୁଁ ଓଡ଼ିଶାବାସୀଙ୍କୁ…

Read More

କଳାହାଣ୍ଡି, କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଂଚଳରେ ଜନୈକ ମହିଳାଙ୍କ ଆପତି ଜନକ ଭିଡିଓ ଭାଇରାଲ କରିବା ଅଭିଯୋଗରେ ଶିକ୍ଷକ ଗିରଫ ହେବା ଘଟଣା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, କଲମପୁର ବ୍ଲକ ଅଧିନସ୍ଥ ପିପଲଝାପର ପ୍ରାଥମିକ ସ୍କୁଲରେ ଶିକ୍ଷକତା କରୁଥିବା ବିଜମରା ଗ୍ରାମର ହନୁମନ୍ତ ମାଝୀ ଜୟପାଟନା ଥାନା ବେହେରନସିଲ ଗ୍ରାମର ଜନୈକା ମହିଳାଙ୍କ ଆପତିଜନକ ଭିଡିଓ ଭାଇରାଲ କରିଥିବା ବିଷୟରେ ୧୮.୦୨.୨୦୨୧ ଦିନ ସଂପୃକ୍ତ ମହିଳା ଜୟପାଟଣା ଥାନାରେ ଅଭିଯୋଗ କରିଥିଲେ । ଜୟପାଟନା ଇନ୍ସପେକ୍ଟର ରଶ୍ମିତା ପ୍ରଧାନ ଏସଂପର୍କରେ ଜୟପାଟଣା ଥାନାରେ ଦଫା ୫୦୦ ଆଇପିସି ଓ ଆଟି ଆକ୍ଟ୬୬(ଇ)/୬୭ ଅନୁଯାୟୀ କେଶ ନଂ.୫୦ /୨୦୨୧ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରିଥିଲେ । ଅଭିଯୁକ୍ତ ସଂପୃକ୍ତ ଶିକ୍ଷକ ଏକ ଷ୍ୱାଟ୍ସଆପ ଗ୍ରୁପ ମାଧ୍ୟମରେ ମହିଳାଙ୍କ ଆପତିଜନକ ଭିଡିଓ ପୋଷ୍ଟ କରିବାପରେ ସେଗୁଡିକ ଭାଇରାଲ ହୋଇଯାଇଥିବା ପ୍ରକାଶ । ପୋଲିସ ଉକ୍ତ…

Read More

ରେଢାଖୋଲ, ଆଜି ଅପରାହ୍ନ ୪ ଟାରେ ରେଢାଖୋଲ ଥାନା ଶୁଣ୍ଢିମୁଣ୍ଡା ଗ୍ରାମରେ ଥିବା କନ୍ୟାଶ୍ରମ ନିକଟରେ କୈଳାସ ନାମକ ଯୁବକକୁ କେତେଜଣ ବ୍ୟକ୍ତି ସଂଘବଦ୍ଧ ଭାବରେ ଆକ୍ରମଣ କରିଥିବା ଜଣା ପଡିଛି । ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ , ରେଢାଖୋଲ ଡମ ସାହିର କୈଳାସ ବେହେରାଙ୍କ ପାଖରୁ କେନ୍ଦୁକଟା ଗ୍ରାମର କାଳିଆ ୧୫୦୦ ଟଙ୍କା ଧାର ସୂତ୍ରରେ ନେଇଥିଲା । କାଳିଆକୁ ଆଜି କୈଳାସ ସେଇ ଟଙ୍କା ମାଗିଥିଲା । ହେଲେ କାଳିଆ ଟଙ୍କା ଦେବାକୁ ରାଜି ହୋଇ ନ ଥିଲା । ଟଙ୍କା ମଗାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା ପରେ ପରେ ନିଜ ନିଜ ଘରକୁ ପଳାଇ ଯାଇଥିଲେ । ହେଲେ କାଳିଆର ରାଗ ସରି ନ ଥିଲା ଘରକୁ ଯାଇ ତାର ୫ ଜଣ ସାଙ୍ଗକୁ ଡାକି ଆଣି ଶୁଣ୍ଢିମୁଣ୍ଡା ଠାରେ ଠିଆ ହୋଇ ଥିବା କୈଳାସକୁ ବିଭୀନ୍ନ ମାରଣାସ୍ତ୍ରରେ ଅତର୍କିତ…

Read More

ଭୁବନେଶ୍ୱର, ଫରେଷ୍ଟପାର୍କ ନିକଟସ୍ଥ ଓଡ଼ିଶା ମଡ଼ର୍ଣ୍ଣ ଆର୍ଟ ଗ୍ୟାଲେରୀରେ ଆୟୋଜନ ହୋଇଥିଲା ପରିକ୍ରମା ଚିତ୍ରକଳା ପ୍ରଦର୍ଶନୀ । ତିନିଜଣ ପ୍ରମୁଖ ଚିତ୍ରଶିଳ୍ପୀ ସଞ୍ଜୟ ପଟ୍ଟନାୟକ, ପ୍ରଜେଶ ମହାପାତ୍ର ଏବଂ ଶୁଭଙ୍କର ତରଫଦାରଙ୍କ ମିିଳିତ ଅନୁଷ୍ଠିତ ହୋଇଥିଲା ଚିତ୍ରକଳା ପ୍ରଦର୍ଶନୀ । ଏହି ପ୍ରଦର୍ଶନୀକୁ କାଦମ୍ବିନୀର ସମ୍ପାଦିକା ଡଃ ଇତି ସାମନ୍ତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବିଧିବଧ ଭାବରେ ଉଦ୍‌ଘାଟନ କରିଥିଲେ । ଏଥିରେ ମୋଟ ୨୯ଟି କଳାକୃତୀ ସ୍ଥାନ ପାଇଥିଲା । ତନ୍ମଧ୍ୟରୁ ସଞ୍ଜୟଙ୍କ ୧୩ଟି ଚିତ୍ର ଯାହା ପାରମ୍ପରିକ ଶୈଳୀର ଚିତ୍ରରେ ଆଧୁନିକତାର ଛାପ ଦେଖିବାକୁ ମିିଳିଥିଲା । ଗାଢ ରଙ୍ଗର ପ୍ରୟୋଗ ଦ୍ୱାରା ଅଙ୍କିତ ଚିତ୍ର ଅତି ସୁନ୍ଦର ଦେଖା ଯାଉଥିଲା । ସେହିପରି ପ୍ରଜେଶ ମହାପାତ୍ରଙ୍କ ମୋଟ ୮ଟି ଚିତ୍ର ସ୍ଥାନ ପାଇଥିଲା ଶିଳ୍ପୀ ଯାହାକୁ ଧଳା ପେପରରେ ସେମି ଅବଷ୍ଟ୍ରାକ୍ଟ କାମ କରିଥିଲେ । ଶେଷରେ ଶୁଭଙ୍କର ତରଫଦାରଙ୍କ ୮ଟି ଚିତ୍ର ଯାହା ଆଧୁନିକ ଶୈଳୀରେ…

Read More

ଭୁବନେଶ୍ୱର, ପ୍ରାଥମିକ କୃଷି ସମବାୟ ସମିତିରେ ଧାନକିଣାରେ ଅନିୟମିତତା, କାର୍ଯ୍ୟରେ ଗୁରୁତର ଅବହେଳା ଓ ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାର ଉଲ୍ଲଂଘନ ଅଭିଯୋଗରେ ବରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନସ୍ଥ ପ୍ୟାକ୍ସର ୧୦ ଜଣ କର୍ମଚାରୀଙ୍କୁ ବହିସ୍କାର କରାଯାଇଛି। ସେମାନଙ୍କ ମଧ୍ୟରେ ୬ ଜଣ ସଂପାଦକ, ଜଣେ କ୍ଲର୍କ ତଥା ପର୍ଚେଜ୍‌ ଅଫିସରଙ୍କୁ ନିଲମ୍ବନ ଓ ୩ ଜଣ ଭାର ପ୍ରାପ୍ତ ଡାଟାଏଣ୍ଟି୍ର ଅ ପରେଟରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ଦ୍ୱାରା ଅଭିଯୋଗର ତଦନ୍ତ ରିପୋର୍ଟ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିଲମ୍ବିତ ହୋଇଥିବା କର୍ମଚାରୀମାନେ ହେଲେ ଭେଡେନ ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକ ରବୀନ୍ଦ୍ର କୁମାର ଦାଶ, କାନସିଂଘା ପ୍ୟାକ୍ସର ଭାରପ୍ରାପ୍ତ ସଂପାଦକ କାନ୍ତିଲାଲ ଭୋଇ, ଏମ୍‌.ଶ୍ରୀଗିଡ଼ା ପ୍ୟାକ୍ସର ସଂପାଦକ ନିର୍ମଳ କୁମାର ଜେନା, ରେମୁଣ୍ଡା ପ୍ୟାକ୍ସର ସଂପାଦକ…

Read More

ଭୁବନେଶ୍ୱର, ବର୍ଷର  ପ୍ରଥମ ‘ଆମ ଲୋକକଳା ଓ ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଉତ୍କଳ ମଣ୍ଡପଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ  ପାଣିଗ୍ରାହୀ ଏବଂ ସମ୍ମାନିତ ଅତିଥି ଭାବେ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଚଳିତ ବର୍ଷ ନୂଆଦିଲ୍ଲୀଠାରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ଅଂଶଗ୍ରହଣ କରି ପ୍ରଶଂସିତ ହୋଇଥିବା କଳାହାଣ୍ଡିର ବଜାସାଲ ଦଳକୁ ସମ୍ବର୍ଦ୍ଧିତ କରିଥିଲେ । ନିକଟରେ ନୂଆଦିଲ୍ଲୀର ଜନରାଜ୍ୟ ଦିବସ ପ୍ୟାରେଡ୍‌ରେ ଭାଗନେଇଥିବା କଳାହାଣ୍ଡିର ‘ବଜାସାଲ୍‌’ ନୃତଦଳକୁ ତାଙ୍କର ଚିତ୍ତାକର୍ଷକ ପରିବେଷଣ ପାଇଁ ବଧେଇ ଜଣାଇଥିଲେ। ସେହିପରି ଅନ୍ୟତମ ସମ୍ମାନିତ ଅତିଥି ବିଭାଗୀୟ  ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁ ପଦ ସେଠୀ ରାଜ୍ୟରେ ୪୨୦ଟି ଲୋକକଳା ରହିଥିବା ବେଳେ ଏଥିରେ ସଂପୃକ୍ତ କଳାକାରମାନଙ୍କ ଜୀବନ ଜୀବିକାକୁ ବଞ୍ଚାଇ ରଖିବାର ଦାୟିତ୍ୱଏହି ବିଭାଗର…

Read More

ମୁମ୍ବାଇ, ଆଶ୍ଚର୍ଯ୍ୟ ଜନକ ଭାବେ Gold Price ଗତ ଛଅ ମାସ ମଧ୍ୟରେ 10 ଗ୍ରାମ ପିଛା ପ୍ରାୟ 10 ହଜାର ଟଙ୍କା ଖସିଯାଇଛି। ଏହି ଛଅ ମାସ ମଧ୍ୟରେ ସୁନା ଦର ସବୁଠାରୁ ସର୍ବାଧିକ ଦର ଥିଲା 56 ହଜାର 2 ଶହ ଟଙ୍କା। ବର୍ତ୍ତମାନ ଏହା 10 ଗ୍ରାମକୁ 43 ହଜାର 250 ଟଙ୍କା ରହିଛି। ତେବେ ନିକଟ ଭବିଷ୍ୟତରେ ଏହି ଦର ପୁଣି ହ୍ରାସ ପାଇବ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେମାନଙ୍କ ହିସାବରେ ସୁନା ଦର 10 ଗ୍ରାମକୁ 41 ହଜାର ଟଙ୍କା ପର୍ଯ୍ୟନ୍ତ ଖସି ଆସିପାରେ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ପରିସ୍ଥିତିରେ ଯେଉଁମାନେ ସୁନା ଉପରେ ନିବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ହେଉଛି ଏକ ଉପଯୁକ୍ତ ସମୟ। କାରଣ ଦର ଖସିଆସିବା ବେଳେ ଏହି ଧାତୁ କିଣି ରଖିଲେ ତାହା ଭବିଷ୍ୟତରେ ଭଲ ଆୟ ଦେବ ବୋଲି ଜଣାପଡୁଛି।…

Read More

ନୂଆଦିଲ୍ଲୀ, ଲୋକମାନଙ୍କ ମଧ୍ୟରେ ଫ୍ୟାସଟ୍ୟାଗ ଆଗ୍ରହକୁ ବୃଦ୍ଧି କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୁପକ୍ଷ ଏକ ନୂଆ ପଦକ୍ଷେପ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ବର୍ତ୍ତମାନ ଆପଣ ଫାସଟ୍ୟାଗ କଲେ ଆପଣଙ୍କୁ 100 ଟଙ୍କା ପର୍ଯ୍ୟନ୍ତ ଛାଡ କରାଯିବ। ଭାରତର ପ୍ରାୟ 770ଟି ଟୋଲଗେଟରେ ଆପଣ ଏହି ରିହାତି ହାସଲ କରିପାରିବେ। ତେବେ ସାବଧାନ, ଏହି ରିହାତି କେବଳ ମାର୍ଚ୍ଚ 1 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଜାତୀୟ ରାଜପଥ କର୍ତ୍ତୁପକ୍ଷ ବା ଏନଏଚଆଇ ବର୍ତ୍ତମାନ ଟୋଲଗେଟଗୁଡିକ ନଗଦ ବିହୀନ କରିବାକୁ ଯାଉଛନ୍ତି। ସେଥିପାଇଁ ଏହି ଫାସଟ୍ୟାଗ ବ୍ୟବସ୍ଥା ଲାଗୁ କରାଯାଇଛି। ଏହାଦ୍ବାରା ଗାଡିରେ ଯାଉଥିବା ଯାତ୍ରୀମାନେ ଆଉ ଟୋଲଗେଟରେ ଲମ୍ବା ଧାଡିରେ ଛିଡା ହେବେ ନାହିଁ। ସେମାନେ ମୋବାଇଲ ପେମେଣ୍ଟ ମାଧ୍ୟମରେ ଟୋଲଗେଟ ଶୁଳ୍କ ଦେଇ ଯାଇ ପାରିବେ। ଏହି ନୂତନ ବ୍ୟବସ୍ଥା ଲାଗୁ ହେବା ପରେ ବର୍ତ୍ତମାନ ଏହା 87 ପ୍ରତିଶତ ସଫଳତା ହାସଲ ହୋଇପାରିଛି। କେବଳ ଗତଦୁଇ…

Read More

କୋଲକାତା, ନିଶା କାରାବାର ସହିତ ସଂପୃକ୍ତି ଏବଂ କୋକେନ ରଖିବା ଅଭିଯୋଗରେ ପଶ୍ଚିମବଂଗ ପୋଲିସ ଦୁଇଜଣ ବିଜେପି ଯୁବ ନେତାଙ୍କୁ ଗିରଫ କରିଛି। ଏମାନେ ହେଲେ ପାମେଲା ଗୋସ୍ବାମୀ ଏବଂ ପ୍ରବୀର କୁମାର ଦେ। ଉଭୟଙ୍କ ପାଖରୁ ଶହେ ଗ୍ରାମର କୋକେନ ଜବତ କରାଯାଇଛି ବୋଲି ପୋଲିସ କହିଛି। ପାମେଲା ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ରହିଥିବା ବେଳେ ଦେ ମଧ୍ୟ ଯୁବ ନେତା ଭାବେ ପରିଚିତ। ପୋଲିସ କହିବା ଅନୁସାରେ ଉଭୟ ଏହି କାରରେ ଯାଉଥିବା ବେଳେ ସେମାନଙ୍କୁ ସନ୍ଦେହରେ ଯାଞ୍ଚ କରାଯାଇଥିଲା। ଏହିସମୟରେ ପାମେଲାଙ୍କ ହାଣ୍ଡବ୍ୟାଗରୁ ଏବଂ କାରର ଭିତର ଅଂଶରୁ ପ୍ରାୟ 100 ଗ୍ରାମ କୋକେନ ମିଳିଥିଲା। ଉଭୟଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି। ଏମାନେ ପୂର୍ବରୁ ନିଶା କାରାବାରରେ ସଂପୃକ୍ତ ଥିବାର ସନ୍ଦେହ ରହିଥିଲା। ସେଥିପାଇଁ ସେମାନଙ୍କ ଚାଳିଚଳନକୁ ପୋଲିସ ଟ୍ରାକରେ ରଖିଥିଲା।

Read More

ଭୁବନେଶ୍ବର, ଦାସିଆ ଅଜାଙ୍କ ଦ୍ଵାରା ପରିକଳ୍ପିତ ଓଡିଶା ପାଠାଗାର ଆନ୍ଦୋଳନକୁ ପୁନଃ ପ୍ରଜ୍ୱଳିତ କରିବା ପାଇଁ ଅଭିନେତ୍ରୀ ତଥା ସାମାଜ ସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏକ ଅନନ୍ୟ ଅଭିଯାନ। ଶୁକ୍ରବାର ଦିନ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ପତିତ ଉଦ୍ଧାର ସମିତି ଦ୍ୱାରା ପରିଚାଳିତ “ଆଶ୍ରୟ” ବୃଦ୍ଧାଶ୍ରମ, ୟୁନିଟ୍ -6 ଭୁବନେଶ୍ୱର ଠାରେ ବର୍ଷା ପ୍ରିୟଦର୍ଶିନୀ ଏକ ପାଠାଗାରର ସ୍ଥାପନା କରିଥିଲେ। ସେ ଆଶ୍ରମର ବୃଦ୍ଧ ଅନ୍ତେବାସୀ ମାନଙ୍କ ସହିତ ସମୟ ବିତାଇବା ସାଙ୍ଗକୁ ପୁରାଣ ଏବଂ ଧର୍ମଗ୍ରନ୍ଥ ଠାରୁ ଆରମ୍ଭ କରି କାଳ୍ପନିକ ଉପନ୍ୟାସ ଏବଂ ଆତ୍ମଜୀବନୀ ପର୍ଯ୍ୟନ୍ତ ବିଭିନ୍ନ ବିଷୟବସ୍ତୁ ଆଧାରିତ ପୁସ୍ତକ ଅନ୍ତେବାସୀମାନଙ୍କୁ ଦାନ କରିଥିଲେ। ଆଶ୍ରୟର ଅନ୍ତେବାସୀମାନେ ତାଙ୍କୁ ସେମାନଙ୍କ ମଧ୍ୟରେ ପାଇ ଅତ୍ୟଧିକ ଆନନ୍ଦିତ ହୋଇଥିଲେ ଏବଂ ସେମାନେ ନୂତନ ଭାବରେ ସ୍ଥାପିତ ପାଠାଗାରର ସଦୁପଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Read More

ନୂଆଦିଲ୍ଲୀ, ଲଗାତର ଭାବେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ଏହା ଲିଟର ପିଛା 90 ଟଙ୍କା ପାର ହୋଇଛି। ସେହିପରି ଡିଜେଲ ଦର ମଧ୍ୟ 80 ଟଙ୍କା ପାରି ହୋଇଛି। ଲଗାତର 12 ଦିନ ଧରି ଦେଶରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ନୂଆଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା 90 ଟଙ୍କା 58 ପଇସା ଥିବା ବେଳେ ମୁମ୍ବାଇରେ ଏହା 96 ଟଙ୍କା 72 ପଇସା ରହିଛି। ସେହିପରି ଡିଜେଲ ଦର ମଧ୍ୟ ସମାନୁପାତରେ ବୃଦ୍ଧି ପାଇଛି। ନୂଆଦିଲ୍ଲୀରେ ଡିଜେଲ ଲିଟର ପିଛା 80 ଟଙ୍କା 60 ପଇସା ଥିବା ବେଳେ ମୁମ୍ବାଇରେ 87 ଟଙ୍କା 67 ପଇସା ରହିଛି। ପେଟ୍ରୋଲ ଗତକାଲି ଅପେକ୍ଷା ଆଜି 37 ପଇସା ବୃଦ୍ଧି ପାଇଛି। ଗତ 12 ଦିନ ମଧ୍ୟରେ ପେଟ୍ରୋଲ ଦର 3 ଟଙ୍କା 64 ପଇସା ବୃଦ୍ଧି ପାଇଛି।

Read More

ଭୁବନେଶ୍ବର, ବର୍ତ୍ତମାନ ମହାରାଷ୍ଟ୍ରରେ ଯେପରି କରୋନା ଭାଇରସ ଆତଙ୍କ ଖେଳାଇବାରେ ଲାଗିଛି, ତାହାର ପ୍ରଭାବ ଓଡିଶାରେ ପଡିପାରେ। କାରଣ ଓଡିଶାର ବହୁ ସଂଖ୍ୟାର ଲୋକ ମହାରାଷ୍ଟ୍ରରୁ ଯିବାଆସିବା କରୁଛନ୍ତି। ସେମାଙ୍କୁ ନଜର ରଖିବା ସହିତ ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର। ଏହି ଚିିଠି ଜିଲ୍ଲାପାଳଙ୍କ ସହିତ ମହାନଗର କମିଶନର, ପୋଲିସ କମିଶନର, ଏସପିମାନଙ୍କୁ ମଧ୍ୟ ଅବଗତ କରାଯାଇଛି। ରୋଜଗାର ପାଇଁ ଓଡିଶାରୁ ବହୁ ଲୋକ ମହାରାଷ୍ଟ୍ରରେ ଅଛନ୍ତି। ସେମାନେ ବିଭିନ୍ନ ସମୟରେ ସେମାନଙ୍କ ଘରକୁ ଫେରିଥାନ୍ତି। ଏହାଦ୍ବାରା ଓଡିଶାରେ ପୁଣି ଥରେ ସ୍ଥିତି ଗମ୍ଭୀର ହୋଇପାରେ ବୋଲି ଜଣାପଡିଛି। ସେଥିପାଇଁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଏହି ସତର୍କ କରାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ବଜାର, ଧର୍ମସ୍ଥାନ ଏବଂ ଗହଳି ସ୍ଥାନଗୁଡିକରେ ସତର୍କ ଦୃଷ୍ଟି ରଖାଯାଉ। ଏହି ସ୍ଥାନ ଗୁଡିକରେ ଯେପରି ଅଯଥା ଭିଡ ନ ହେବ…

Read More

ଭୁବନେଶ୍ୱର,  ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ସେଚ ସଦନ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମଗିରି ବ୍ଳକ୍‌ର ନରସିଂହପାଟଣାଠାରେ ସୁନାମୁହିଁ ନଦୀ ଉପରେ ଏକ କଣ୍ଟ୍ରୋଲ୍‌ ଷ୍ଟ୍ରକଚର ନିର୍ମାଣ ପାଇଁ ଆଜି ନିଷ୍ପତ୍ତି ନିଆଯାଇଛି । ଏହି କଣ୍ଟ୍ରୋଲ୍‌ ଷ୍ଟ୍ରକଚର ନିର୍ମାଣ ହେଲେ ସମୁଦ୍ରର ଲୁଣାପାଣି ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ନରସିଂହପାଟଣା, ଜଗନ୍ନାଥପାଟଣା, ବଳଭଦ୍ରପାଟଣା ଓ ବରୁଡ଼ି ଭଳି ୬/୭ ଖଣ୍ଡ ମଉଜାର ଦୁଇ ହଜାର ପାଖାପାଖି ଚାଷଜମିର ଚାଷୀମାନେ ଉପକୃତ ହୋଇପାରିବେ । ସେହିପରି ଭାର୍ଗବୀ ନଦୀ ଉପରେ ପୁରୀ ସଦର ବ୍ଲକ୍‌ର ପ୍ରତାପ ପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତର ମାଳିସାହିଠାରେ ନିର୍ମାଣାଧୀନ ବି୍ରଜକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ପାଇଁ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇଛନ୍ତି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଦୁଇଟି ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରିବା ସହିତ…

Read More

ଭୁବନେଶ୍ୱର,  ଖାରବେଳ ନଗର ସ୍ଥିତ ଖଦୀ ବୋର୍ଡ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହୋଇଛି ‘ଖଦି ବଜାର’। ଓଡିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ଏବଂ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ପ୍ରଦର୍ଶନୀ ଓ ମେଳା ଆୟୋଜନ କରାଯାଇଛି। ଏହି ରାଜ୍ୟସ୍ତରୀୟ ଖଦୀ ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା ଆଗାମୀ ଫେବୃୟାରୀ ୨୮ ତାରିଖ ପର୍ଯନ୍ତ ଚାଲୁ ରହିବ । ଦର୍ଶକମାନଙ୍କ ପାଇଁ ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସରକାରଙ୍କ କୋଭିଡ୍ ନିୟମର ଅନୁପାଳନ ଏହି ଖଦୀ ବଜାରରେ ବ୍ୟବସ୍ଥା କରାଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ଭୁବନେଶ୍ୱର-ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଏବଂ ଓଡିଶା ଖଦୀ…

Read More

ମେଷ ଓ ବୃଷ ଆଜି ଶୁଭ ଦିନ ହେବ । ପରିବାରରେ ସୁଖ ଏବଂ ଧନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସମ୍ଭାବନା । ଯଦି ଆପଣ ଯତ୍ନର ସହିତ ଖାଦ୍ୟ ଗ୍ରହଣ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା ଅଛି ।  ଏକ ଦୀର୍ଘ ରୋଗରୁ ମୁକ୍ତି ପାଇବାର ସମ୍ଭାବନା ରହିଛି । ଗ୍ରୀଷ୍ମ ଋତୁରେ ଯଥାସମ୍ଭବ ତରଳ ପଦାର୍ଥ ଖାଆନ୍ତୁ । ଦିନସାରା ଧାଁ ଧପଡରେ ସମୟ ଯିବ । ମିଥୁନ ଓ କର୍କଟ ଆଜି ମିଶ୍ରିତ ଦିନ ହେବ । ଏକ ନିର୍ଦ୍ଧିଷ୍ଠ ପରିମାଣର ଅର୍ଥ ପ୍ରାପ୍ତ ହେବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚର ମଧ୍ୟ ଅଧିକ ମଧ୍ୟ ହେବ । ସ୍ବାସ୍ଥ୍ୟ ଖରାପ ହେତୁ, ଆପଣ ଜରୁରୀ କାର୍ଯ୍ୟ କରିବାକୁ ସକ୍ଷମ ହେବେ ନାହିଁ । ତେଣୁ ଶରୀରକୁ ବିଶ୍ରାମ ଦିଅନ୍ତୁ। ଆପଣଙ୍କର କାର୍ଯ୍ୟ କରିବାର ପଦ୍ଧତିରେ ପରିବର୍ତ୍ତନ କରନ୍ତୁ,…

Read More

ମେଷ: – ଆଜି ଶୁଭ ଦିନ ହେବ । ପରିବାରରେ ସୁଖ ଏବଂ ଧନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସମ୍ଭାବନା । ଯଦି ଆପଣ ଯତ୍ନର ସହିତ ଖାଦ୍ୟ ଗ୍ରହଣ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ । ଶରୀରରେ ଅଧିକ ଶକ୍ତି ଯୋଗୁଁ ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ଜୀବନ ବିଷୟରେ କଠିନ ନିଷ୍ପତ୍ତି ନେଇପାରନ୍ତି । ବକ୍ତବ୍ୟରେ ସଂଯମତା କରିବା ଜରୁରୀ ଅଟେ । ଆଜି ଆପଣ ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ବୃଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି । ଆର୍ଥିକ ବିନିଯୋଗ ଲାଭଦାୟକ ହେବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ । ମାନସିକ ଶାନ୍ତି ଅନ୍ୱେଷଣରେ ଆଧ୍ୟାତ୍ମିକତାରେ ଯୋଗଦେବାର ଏକ ସୁଯୋଗ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା…

Read More

ନୂଆଦିଲ୍ଲୀ, ଆଜି ତିନୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ ମିଶ୍ରିତ ଦିନ ହେବ । ବ୍ୟବସାୟରେ ଆର୍ଥିକ ଲାଭ ହେବ ଏବଂ ସେଠାରେ ଅର୍ଥର ପରିମାଣ ମଧ୍ୟ ରହିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହେତୁ ଚିନ୍ତା ମଧ୍ୟ ହେବ ।  ସେହି ତିନୋଟି ରାଶି ହେଲା ତୂଳା, କୁମ୍ଭ ଏବଂ ସିଂହ। ସରକାରୀ କାର୍ଯ୍ୟରେ ସଫଳତା ମିଳିବ, କିନ୍ତୁ ଲୋକଙ୍କ ଆଚରଣ ଆପଣଙ୍କ ପାଇଁ ନିରାଶାଜନକ ହେବ । ଖାଦ୍ୟ ଏବଂ ପାନୀୟର ଯତ୍ନ ନେବାକୁ ପଡ଼ିବ, ନଚେତ୍ ହଜମ ପ୍ରକ୍ରିୟା ଖରାପ ହୋଇପାରେ, ଯେଉଁଥିପାଇଁ ଦିନସାରା ମନ ଖରାପ ରହିବ ।

Read More

ଧନୁ : – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟରେ ଭଲ ଲାଭ ହେବ । କଣ୍ଟିଜେନ୍ସି ସୁବିଧା ମଧ୍ୟ ମିଳିବ, କିନ୍ତୁ ଅନାବଶ୍ୟକ ଏବଂ ଅପଚୟ ଖର୍ଚ୍ଚ ମଧ୍ୟ ଅଧିକ ହେବ, ଯାହା ପରିବାରରେ ଅସନ୍ତୋଷ ସୃଷ୍ଟି କରିପାରେ । ମକର : – ଆଜି ଏକ ଭଲ ଦିନ ହେବ । ବ୍ୟବସାୟର ଦୃଢ ଆର୍ଥିକ ଲାଭ ଅଛି। ସାମାଜିକ କାର୍ଯ୍ୟରେ ସଫଳତା ମିଳିବ ଏବଂ ସମାଜରେ ପ୍ରତିଷ୍ଠା ଏବଂ ପ୍ରଭାବ ବୃଦ୍ଧି ପାଇବ । ଆପଣ କର୍ମକ୍ଷେତ୍ରରେ ଏକ ନୂତନ ଯୋଜନା ଆରମ୍ଭ କରିପାରିବେ, ଯାହା ସମସ୍ତେ ଆଲୋଚନା କରିବେ ।

Read More

କର୍କଟ: – ଆଜି ଏକ ସାଧାରଣ ଦିନ ହେବ । ଅର୍ଥନୈତିକ ଲାଭର ରାଶି ସୃଷ୍ଟି ହେଉଛି । ବ୍ୟବସାୟରେ ନୂତନ ଯୋଜନା ଆରମ୍ଭ ହୋଇପାରେ । ସମୟ ଅନୁସାରେ ଖାଦ୍ୟ ଗ୍ରହଣ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ, କିନ୍ତୁ ଆପଣ ବାହାରେ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ସିଂହ  – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟରେ ଲାଭ ହେବ । ସମାଜରେ ଖ୍ୟାତି ଏବଂ ସମ୍ମାନ ବୃଦ୍ଧି ପାଇବ । ସରକାରୀ କାର୍ଯ୍ୟରେ ସଫଳତା ମିଳିବ, କିନ୍ତୁ ଲୋକଙ୍କ ଆଚରଣ ଆପଣଙ୍କ ପାଇଁ ନିରାଶାଜନକ ହେବ । କନ୍ୟା: – ଆଜି ଶୁଭ ଫଳପ୍ରଦ ଦିନ ହେବ । ଆପଣଙ୍କର ବୁଝାମଣା ଦ୍ବାରା ବ୍ୟବସାୟରେ ଭଲ ଲାଭ ଆଣିବ । ପରିବାର ଏବଂ ସାଙ୍ଗମାନଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ମିଳିବ । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି ।

Read More

ନୂଆଦିଲ୍ଲୀ, ଫେବୃୟାରୀ 20 ତାରିଖରେ ତିନୋଟି ରାଶି ପାଇଁଂ ବେଶ ଶୁଭଦାୟକ ରହିଛି।  ପରିବାରରେ ସୁଖ ଏବଂ ଧନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସମ୍ଭାବନା । ଯଦି ଆପଣ ଯତ୍ନର ସହିତ ଖାଦ୍ୟ ଗ୍ରହଣ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ । ଶରୀରରେ ଅଧିକ ଶକ୍ତି ଯୋଗୁଁ ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ଜୀବନ ବିଷୟରେ କଠିନ ନିଷ୍ପତ୍ତି ନେଇପାରନ୍ତି । ବକ୍ତବ୍ୟରେ ସଂଯମତା କରିବା ଜରୁରୀ ଅଟେ । ଆଜି ଆପଣ ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ଏହି ତିନୋଟି ରାଶି ହେଲା ମେଷ, ବୃଷ ଏବଂ କନ୍ୟା।

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କେରଳର ପୁଗାଲୁର-ତ୍ରିଶୁର ବିଦ୍ୟୁତ ସଞ୍ଚାରଣ ପ୍ରକଳ୍ପ, କାସାରଗୋଡ଼ ସୌର ଶକ୍ତି ପ୍ରକଳ୍ପ ଏବଂ ଆରୁଭିକ୍କରା ଠାରେ ଜଳ ପରିଚାଳନା ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ସେ ମଧ୍ୟ ଏହି କାର‌୍ୟ୍ୟକ୍ରମ ଅବସରରେ ଥିରୁଅନନ୍ତପୁରମରେ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ଓ ସ୍ମାର୍ଟ ରୋଡ୍ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ। କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନଙ୍କ ସମେତ କେନ୍ଦ୍ର ଶକ୍ତି, ନୂତନ ଏବଂ ନବୀକରଣ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜ କୁମାର ସିଂ ଏବଂ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆରମ୍ଭ କରାଯାଇଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକ କେରଳର ବିଭିନ୍ନ ଅଞ୍ଚଳ ଏବଂ ବ୍ୟାପକ କ୍ଷେତ୍ରରେ ବ୍ୟାପି ରହିଛି। ଏଗୁଡ଼ିକ କେରଳ ଭଳି ସୁନ୍ଦର ରାଜ୍ୟକୁ ଶକ୍ତିଶାଳୀ…

Read More