Author: Samikhsya Bureau

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁରବାସୀଙ୍କ ପାଣି ସମସ୍ୟାର ସମାଧାନ ପାଇଁ ବହୁ ପ୍ରତିକ୍ଷୀତ ସମସ୍ୟାର ସମାଧାନ ସକାଶେ ଜାନବିଲି ପ୍ରକଳ୍ପ ପାଇଁ ଅର୍ଥ ମଂଜୁର ହୋଇଥିଲା। ଇତିମଧ୍ୟରେ ଦୀର୍ଘଦିନ ବିତିଯାଇଥିଲେ ସୁଦ୍ଧା ଜାନବିଲି ପ୍ରକଳ୍ପ ସମାପ୍ତ ହେବାର ନାଁ ଧରୁନି। କାରଣ ସରକାରଙ୍କ ଦୂରଦୃଷ୍ଟି ଯୋଗୁଁ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ଇତିମଧ୍ୟରେ ଦୀର୍ଘ ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ସହରବାସୀ ପାଣି ଟୋପାଏ ପାଇବାରୁ ବଂଚିତ। ଯାହାକି ଜାନବିଲି ପ୍ରକଳ୍ପ ସହରବାସୀଙ୍କ ପାଇଁ ଶତାବ୍ଦୀର ଶୋଷ କହିଲେ କିଛି ଭୁଲ ହେବ ନାହିଁ। ଗତ ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଅତି ତରବରିଆ ଭାବେ ଅଧପନ୍ତରିଆ ଭାବେ କାର୍ଯ୍ୟ ହୋଇଥିବା ପ୍ରକଳ୍ପକୁ ଉଦ୍‌ଘାଟନ କରାଯାଇଥିଲା। କିନ୍ତୁ ଉଦ୍‌ଘାଟନ ଦିନ ହିଁ ସହରର ଅନେକ ଅଂଚଳରେ ପାଇପ୍ ଫାଟି ଜଳମୟ ହୋଇଥିବା ଚିତ୍ର ଦେଖିବାକୁ ମିଳିଥିଲା। ସରକାର କୋଟି କୋଟି ଟଙ୍କା ବ୍ୟୟ କରି ଜନସାଧାରଣ ପାଇଁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲା ବିଜେଡ଼ି ଅଫିସରେ ମିଶ୍ରଣ ପର୍ବ ଆଜି ଅପରାହ୍ନ ୪ ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କୁମ୍ଭାରି ପଞ୍ଚାୟତର ପ୍ରାୟ ୮୦ ଜଣ କଂଗ୍ରେସ କର୍ମୀ ଓ ସମିତିସଭ୍ୟ ସୀମାଞ୍ଚଳ ଗୌଡ଼, ଲଳିତ ମୋହନ ମହାପାତ୍ରଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଏବଂ କୁକୁଡ଼ାଖଣ୍ଡି ବ୍ଲକ୍ ନିମଖଣ୍ଡି ସମିତିସଭ୍ୟା ଜ୍ୟୋତ୍ସ୍ନା ସାହୁ ବିଜେପି ପରିତ୍ୟାଗ କରି ବିଜେଡ଼ିରେ ଯୋଗ ଦେଇଛନ୍ତି। ଏଥିରେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ବିଜେଡ଼ି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟ ସଂପାଦକ ସୁବାସ ଚନ୍ଦ୍ର ମହାରଣା, ସଂପାଦିକା ସଂଘମିତ୍ରା ଦଳେଇ ଉପସ୍ଥିତ ରହି ନୂତନ ଭାବେ ଯୋଗଦେଇଥିବା ସଦସ୍ୟଙ୍କୁ ସ୍ୱାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ସାବତ, ସଂଜିତ କୁମାର ପାଣିଗ୍ରାହୀ, ଟି. ତୁରପତି ପାତ୍ର, ପୂର୍ବତନ ମେୟର କେ. ମାଧବୀ, ମମତା…

Read More

ନୂଆଦିଲ୍ଲୀ: ଦେଶର ୪୨ତମ ସେନା ଉପମୁଖ୍ୟ ଭାବେ ଆଜି ଓଡ଼ିଆ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ୍‍ ଚଣ୍ଡିପ୍ରସାଦ ମହାନ୍ତି ଦାୟିତ୍ୱ ଗ୍ରହଣ କରିବେ। ସତିନ୍ଦର କୁମାର ସାଇନିଙ୍କ ସ୍ଥାନରେ ଶ୍ରୀ ମହାନ୍ତି ଦାୟିତ୍ଵ ନେବେ। ସେ ୧୯୮୨ ମସିହାରେ ରେଜିମେଣ୍ଟର ଦ୍ୱିତୀୟ ଲେଫ୍ଟନାଣ୍ଟ ଭାବେ ଯୋଗ ଦେଇଥିଲେ। ପାକିସ୍ତାନ ଓ ଚୀନ୍‍ ସୀମାରେ ଅନେକ ଲଢାଇର ପରିଚାଳନା କରି ସଫଳ ହୋଇଛନ୍ତି। ନୂଆଦିଲ୍ଲୀ ସେନା ମୁଖ୍ୟାଳୟରେ ଲଜିଷ୍ଟିକ୍‍ ଓ ଷ୍ଟାଟେଜିକ୍‍ ମୁଭ୍‍ମେଣ୍ଟରେ ମହାନିର୍ଦ୍ଦେଶକ ଭାବେ ସେ ନିଯୁକ୍ତ ହୋଇଥିଲେ।

Read More

ମୁମ୍ବାଇ: ଆଜି ଦେଶରେ କେନ୍ଦ୍ରୀୟ ବଜେଟ ଆଗତ ହେବା ପୂର୍ବରୁ ସେୟାର ବଜାରର ପାଇଁ ଭଲ ଖବର ଦେଖିବାକୁ ମିଳିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍ସେକ୍ସ ପାଖାପାଖି ୪୦୦ ଅଙ୍କ ବୃଦ୍ଧି ହୋଇ ୪୬,୬୧୭.୯୫ ଅଙ୍କରେ ଖୋଲିଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୩,୭୫୮.୬୦ ଅଙ୍କରେ ରହିଛି। ଶୁକ୍ରବାର ଦିନ ସେୟାର ବଜାରର ସେଂସେକ୍ସ ୪୬,୨୮୫.୭୭ ଅଙ୍କ ଏବଂ ନିଫ୍ଟି ୧୩,୬୩୪.୬୦ ଅଙ୍କରେ ବନ୍ଦ ହୋଇଥିଲା।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ୪୨୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୧୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୭ ଲକ୍ଷ ୫୭ ହଜାର ୬୧୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୩୯୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪ ଲକ୍ଷ ୩୪ ହଜାର ୯୮୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୬୮ ହଜାର ୨୩୫  ଆକ୍ଟିଭ୍‌ କେସ୍ ରହିଛି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳରେ ଖଣି ମାଫିଆଙ୍କ ବେଆଇନ ପଥର କାରବାର ବଢିବାରେ ଲାଗିଛି। ବନ ବିଭାଗ ଏବଂ ତହସିଲଦାରଙ୍କ ନେତୃତ୍ବରେ ବାରମ୍ବାର ଚଢାଉ ହେଉଥିବା ବେଳେ ସେମାନଙ୍କର ଚୋରା କାରବାର କମିବା ଅପେକ୍ଷା ଦିନକୁ ଦିନ ବଢିବାରେ ଲାଗିଛି। ଆଇନକୁ ଭ୍ରୂକ୍ଷେପ ନକରି ବେଧଡକ ଭାବେ ଚୋରା କାରବାର ଜାରି ରଖିଛନ୍ତି। ଏଭଳିକି ସେମାନେ ବନବିଭାଗ ଏବଂ ସ୍ଥାନୀୟ ତହସିଲଦାରଙ୍କୁ ଆକ୍ରମଣ କରିବା ଲାଗି ଧମକ ମଧ୍ୟ ଦେଉଛନ୍ତି। କିଛି ମାସ ତଳେ ଟାଙ୍ଗୀ ତହସିଲଦାରଙ୍କୁ କେତେଜଣ ଖଣି ମାଫିଆ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ଆଜି ସେହି ବନାଞ୍ଚଳରେ ମଧ୍ୟ କିଛି ଅଘଟଣ ଘଟିଥିବା ଶୁଣିବାକୁ ମିଳିଛି। ସୂଚନା ଅନୁଯାୟୀ, ନାଚୁଣୀ ନିକଟସ୍ଥ ଗମେଇଁ ଗ୍ରାମରେ ଥିବା ଜଙ୍ଗଲରେ ଖଣି ମାଫିଆ ବେଆଇନ ମାଙ୍କଡା ପଥର ଖଣିରେ ପଥର କାଟୁଥିବା ନେଇ ଟାଙ୍ଗୀ ବନବିଭାଗ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏନେଇ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ମା’ କାଳିଜାଇ ଦର୍ଶନ କରିବାକୁ ଯାଇଥବା ୨୦ ରୁ ୨୨ ଜଣ ପର୍ଯ୍ୟଟକ ଚିଲିକା ହ୍ରଦରେ ଫସିରହିଥିବା ସୂଚନା ରହିଛି। ସୂଚନା ଅନୁଯାୟୀ, ଆଜି ଦିନବେଳେ ସୋରଣ ଗ୍ରାମର କିଛି ଲୋକ ଏକ ଡଙ୍ଗା ମାଧ୍ୟମରେ ମା କାଳିଜାଇ ଦର୍ଶନ ନିମନ୍ତେ ଚିଲିକାକୁ ଯାଇଥିଲେ। ହେଲେ ସେମାନେ ଫେରିବା ସମୟରେ ଡଙ୍ଗାର ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଚିଲିକା ମଧ୍ୟରେ ଡଙ୍ଗାଟି ଫସି ରହିଥିବା ତାଙ୍କ ସମ୍ପର୍କୀୟଙ୍କୁ ଜଣାଇଥିଲେ। ନଳ ବଣ ନିକଟରେ ଡଙ୍ଗାର ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ସେମାନେ ସେଠାରେ ଅଟକ ରହିଥିବା କୁହାଯାଉଛି। ତେବେ ଖବର ପାଇ ବାଲୁଗାଁ ଅଗ୍ନିଶମ ଅଧିକରୀ ନିତ୍ୟାନନ୍ଦ ଜେନା ଦୁଇଟି ଡଙ୍ଗାରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହ ଚିଲିକା ମଝିରେ ଅଟକ ରହିଥିବା ଯାତ୍ରୀଙ୍କୁ ଖୋଜିବା ଜାରି ରଖିଛନ୍ତି। ସେପଟେ ଗଙ୍ଗାଧରପୁର ଅଗ୍ନିଶମ ବିଭାଗ ସୋରଣ ପଟୁ ସେମାନଙ୍କୁ ଖୋଜିବା ଲାଗି ବାହାରିଛି। ଅନ୍ଧାର ହୋଇଥିବାରୁ ସେମାନଙ୍କୁ ଖୋଜିବାରେ ଅସୁବିଧା…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୧୬, ପୁରୀରୁ ୧୫, ସୁନ୍ଦଗଡରୁ ୧୪, ବାଲେଶ୍ବରରୁ ୧୧, , ବରଗଡରୁ ୯, କଟକରୁ ୯, ଖୋର୍ଦ୍ଧାରୁ ୮, ଭଦ୍ରକରୁ ୮, ଯାଜପୁରରୁ ୮, ଜଗତସିଂହପୁରରୁ ୬, ନୂଆପଡ଼ାରୁ ୬, ବଲାଙ୍ଗୀରିରୁ ୫, ଝାରସୁଗୁଡାରୁ ୪, ନବରଂଗପୁରରୁ ୪, ଅନୁଗୁଳରୁ ୪, ଗଞ୍ଜାମରୁ ୩, ମୟୂରଭଞ୍ଜରୁ ୩, କଳାହାଣ୍ଡିରୁ ୨, ଦେବଗଡ଼ରୁ ୧, କେନ୍ଦ୍ରାପଡାରୁ ୧, କୋରାପୁଟରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୨ ଜଣ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୨ ହଜାର ୧୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୭୨ କୁ ବୃଦ୍ଧି…

Read More

ନୂଆଦିଲ୍ଲୀ: ଆସନ୍ତାକାଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମଣ ସଂସଦରେ ବଜେଟ ଉପସ୍ଥାପନ କରିବେ। ଏହାପରେ ଫେବୃୟାରୀ ୧ ତାରିଖଠାରୁ କିଛି ବଡ ପରିବର୍ତ୍ତନ ହୋଇପାରେ। ଯାହା ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିପାରେ। ଏଥିରେ କିଛି ପରିବର୍ତ୍ତନ ହେବାକୁ ଯାଉଛି, ଯେଉଁଥିରେ ସିଧା ସଳଖ ଆପଣଙ୍କ ପକେଟ ଉପରେ ପ୍ରଭାବ ପଡ଼ିବ। ଜାଣନ୍ତୁ ଫେବୃୟାରୀ ମାସରୁ କଣ ପରିବର୍ତ୍ତନ ହେବ: ୧- ପିଏନବି ଏଟିଏମରୁ ଟଙ୍କା ଉଠାଇବା ନିୟମ- ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକାମି ରୋକିବା ପାଇଁ ଏକ ବଡ ପଦକ୍ଷେପ ନେବାକୁ ଯାଉଛି। ବ୍ୟାଙ୍କ ଅନୁଯାୟୀ ଆସନ୍ତାକାଲି ଠାରୁ ପିଏନବି ଗ୍ରାହକମାନେ ନନ-ଇଏମବି ଏଟିଏମ ମସିନରୁ ଟ୍ରାଞ୍ଜାକ୍ସନ କରି ପାରିବେ ନାହିଁ। ୨- ରୋଷେଇ ଗ୍ୟାସର ଦାମରେ ପରିବର୍ତ୍ତନ ସମ୍ଭବ- ଦେଶରେ ତେଲ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ୧ ତାରିଖରେ ଗ୍ୟାସ ସିଲିଣ୍ଡର ଦାମର ସମୀକ୍ଷା କରନ୍ତି। ତେଣୁ ଆସନ୍ତାକାଲି ତେଲ କମ୍ପାନୀ ସିଲିଣ୍ଡର…

Read More

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ବ ପ୍ରଭାବିତ ହୋଇଛି। ଏହି ମହାମାରୀ ଯୋଗୁଁ ବିଶ୍ବରେ ୧୦ କୋଟି ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨୨ ଲକ୍ଷରୁ ଊର୍ଦ୍ଧ୍ଵ ଲୋକ ମୃତ୍ୟୁବରଣ କରିଛନ୍ତି। କିନ୍ତୁ ଏହି ଭୟଙ୍କର ଭୂତାଣୁ ଲୋକଙ୍କ ଉପରେ କିଛି ଭଲ ପ୍ରଭାବ ପକାଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହା ଦ୍ଵାରା ପ୍ରତ୍ୟେକ ବର୍ଷ କଷ୍ଟ ଦେଉଥିବା ରୋଗ ପ୍ରାୟତଃ ସମାପ୍ତ ହୋଇଯାଇଛି ବୋଲି ଅନୁମାନ କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ ବ୍ରିଟେନରେ ଫ୍ଲୁ(ଇନଫ୍ଳୁଏଞ୍ଜା) ପ୍ରାୟତଃ ଶେଷ ହେବାକୁ ଯାଉଛି। ବ୍ରିଟେନରେ ୧୩୦ ବର୍ଷ ପରେ ଫ୍ଲୁ ମାମଲା ସର୍ବନିମ୍ନ ସ୍ତରକୁ ଯାଇଛି। ଚଳିତ ବର୍ଷ ଏହି ମାମଲା ୯୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। କରୋନା ଭୂତାଣୁଠାରୁ ମୁକ୍ତି ପାଇବା ପାଇଁ ଲୋକେ ଯେଉଁ ସବୁ ଉପାୟଗୁଡିକୁ ବ୍ୟବହାର କଲେ, ସେଥିପାଇଁ ଏହି ରୋଗ କମିବାର କାରଣ ହୋଇଥାଏ ବୋଲି ପ୍ରଫେସର ମାର୍ଟିନ ମାର୍ଶଲ କହିଛନ୍ତି।…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ଵାରେଣ୍ଟିନ ରୁ ଚିହ୍ନଟ ହୋଇଥିବା ବେଳେ ୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୬୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୪୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୯୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ଖଲିକୋଟ କଲେଜ ଷ୍ଟାଡିୟମ ପରିସରରେ ଆଜି ବିଜୁ ପଟ୍ଟନାୟକ ସ୍ମାରକି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୨ ଟି ଦଳ ଏଥିରେ ଭାଗନେଇଥିଲେ। ଦୁଇଟି କୋର୍ଟ ମଧ୍ୟରେ ୪ ଗୋଟି ଦଳକୁ ନେଇ ପ୍ରତିଯୋଗିତା ଚାଲିଥିଲା। ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବଲ ବ୍ୟାଡମିଣ୍ଟନ ଆସୋସିଏସନ କାର୍ଯ୍ୟକାରୀ ସଭାପତି ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ସନାତନ ସଂଗ୍ରାମ ସିଂ, ଦୁଷ୍ମନ୍ତ ପାଢ଼ୀ, ସଂଜିତ ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ପଣ୍ଡା, ଅଜୀତ କୁମାର ପଣ୍ଡା, ଆର. ମୁରଲୀ ମୋହନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜନୈକ ୮ ବର୍ଷର ନାବାଳିକା ଝିଅକୁ ଦୁଇଜଣ ଯୁବକ ତଣ୍ଟିକାଟି ହତ୍ୟା ଉଦ୍ୟମ କରିଥିବାବେଳେ ଲୋକଙ୍କ ହାତରେ ଧରାପଡ଼ି ନିର୍ଦ୍ଧୁମ ଛେଚା ଖାଇବା ପରେ ଥାନାରେ ଜିମା ଦେଇଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗ୍ରାମ ଓଡ଼ିଆର୍‌ପି କଲୋନୀରେ ଘଟିଥିଲା। ତେବେ ଏହାକୁ ନେଇ ପୋଲିସ ତନାଘନା ତଦନ୍ତ ଆରମ୍ଭ କରିଥିଲା। ଆଜି ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିଲା ବୋଲି ପୋଲିସ ସ୍ପଷ୍ଟ କରିଛି। ବ୍ରହ୍ମପୁର ଅତିରିକ୍ତ ଏସପି ଏନେଇ ସ୍ପଷ୍ଟ କରିଛନ୍ତି। ଅଭିଯୁକ୍ତ ଦ୍ୱୟ ବଳପୂର୍ବକ ଉଠାଇନେଇ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତା ପ୍ରତିବାଦ କରିବାରୁ ନିର୍ମମ ଭାବରେ ପିଟିଥିଲେ ଏବଂ ଭଙ୍ଗା ଇଟାରେ ମୁଣ୍ଡ ଓ କାନକୁ ଆଘାତ ଦେଇଥିଲେ। ଅଭିଯୁକ୍ତଙ୍କ ନାମରେ ପୋସ୍କୋ ଆକ୍ଟରେ ୩୬୫, ୩୬୬, ୩୭୬ ଡିବି, ୩୦୭, ୩୪ ଆଇପିସି ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ,  ବୁଦ୍ଧିଆ…

Read More

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଦାମ ପାଖାପାଖି ୧୦୦ ଟଙ୍କାରେ ପହଞ୍ଚିଲାଣି। ଏନେଇ ଲୋକେ ଚିନ୍ତାରେ ଥିବା ବେଳେ ବିଏସସିରେ ପଢୁଥିବା ୫ ଜଣ ଛାତ୍ର ଏକ ଖୁସି ଖବର ଦେଇଛନ୍ତି। ଏହି ପାଞ୍ଚ ଜଣ ଛାତ୍ର ପେଟ୍ରୋଲ ବଦଳରେ ପାଣିରେ ବାଇକ ଚାଲିବା ଉପରେ ଏକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପାଣିରୁ ହାଇଡ୍ରୋଜେନ ଏବଂ ଅକ୍ସିଜେନକୁ ଅଲଗା କରି ଏକ କିଟ୍ ତିଆରି କରିଛନ୍ତି। ଯେଉଁଥିରେ ଲୋକେ ମାତ୍ର ୩୦ ଟଙ୍କା ଖର୍ଚ୍ଚ କରି ୧୦୦ କିଲୋମିଟର ପର୍ଯ୍ୟନ୍ତ ବାଇକରେ ଯାତ୍ରା କରିପାରିବେ ବୋଲି ଏହି ଛାତ୍ରମାନେ ଦୃଢତାର ସହ କହିଛନ୍ତି। ଲକଡାଉନ ସମୟରେ ୟଶ ଏବଂ ତାଙ୍କର ୪ ଜଣ ସାଙ୍ଗ ମିଶି ଏହି କିଟ୍ ତିଆରି କରିଛନ୍ତି। ଯାହା ଦ୍ଵାରା ପାଣିର ସାହାଯ୍ୟରେ ବାଇକ ଚାଲିପାରିବ। ଏଥିପାଇଁ ସେମାନେ ପୁରୁଣା ଗାଡି ଏବଂ ଇଞ୍ଜିନକୁ ମଡ଼ିଫାଇ ବ୍ୟବହାର କରିଥିଲେ। ଖାରି ପାଣିରେ ହାଇଡ୍ରୋଜେନ ଏବଂ ଆକ୍ସିଜେନକୁ ଅଲଗା କରି…

Read More

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କୀ ବାତରେ ଓଡିଶାର ଆଉ ଜଣେ ଝିଅଙ୍କୁ ପ୍ରଶଂସା କରିଛନ୍ତି। ରାଉରକେଲାର ଝିଅ ଭାଗ୍ୟଶ୍ରୀ ସାହୁଙ୍କ ପଟ୍ଟଚିତ୍ରକୁ ନେଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସଫ୍ଟ ଷ୍ଟୋନରେ ପଟ୍ଟଚିତ୍ର କରିଥିବାରୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଲକଡାଉନ ସମୟରେ ବୋତଲରେ ମଧ୍ୟ ସେ ପେଣ୍ଟିଂ କରୁଥିଲେ। ଗତ କିଛି ଦିନ ହେଲା ପଟ୍ଟଚିତ୍ରକୁ ଆପଣାଇ ଯେଉଁଭଳି ନିପୁଣତା ହାସଲ କରିଛନ୍ତି, ତାହା ପ୍ରଶଂସନୀୟ ବୋଲି ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭାଗ୍ୟଶ୍ରୀଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଦେବା ସହ ଆଗକୁ ମଧ୍ୟ କଳା ମାଧ୍ୟମରେ ବହୁତ କିଛି ଶିଖାଯାଇପାରିବ ବୋଲି ସେ କହିଛନ୍ତି। ଆଜିର ମନ୍ କୀ ବାତରେ ପ୍ରଧାନମନ୍ତ୍ରୀ କରୋନା ବିପକ୍ଷରେ ଭାରତର ଲଢେଇ ଉତ୍ସାହଜନକ ରହିଛି ବୋଲି କହିଥିଲେ। କରୋନା ଟିକାକରଣରେ ଭାରତ ଉଦାହରଣ ପାଲଟିଛି। ଔଷଧ ଓ ଟିକା କ୍ଷେତ୍ରରେ ଭାରତ ଏବେ ଆତ୍ମନିର୍ଭର ହୋଇପାରିଛି।…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଅଖିଳ ଭାରତ କୃଷକ ସଭା ଗଂଜାମ ଜିଲ୍ଲା ପରିଷଦର ନୈତିକ ବ୍ରହ୍ମପୁର ପାର୍କସାହିଠାରେ ଜିଲ୍ଲା ସଭାପତି ଶ୍ରୀହର୍ଷ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଂଜାମ ଜିଲ୍ଲାରେ ଧାନ ସଂଗ୍ରହ ନେଇ ଚାଲିଥିବା ଅହେତୁକ ବିଳମ୍ବ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଟୋକେନ୍ ଯୋଗାଣରେ ବିଳମ୍ବ, ମିଲରଙ୍କ ଅନିଶ୍ଚିତତା ସହ ଉଠାଯାଉଥିବା ଧାନର ପରିବର୍ତ୍ତନ ଖର୍ଚ୍ଚ ଓ ବୋଝେଇ ହେଉଥିବା ଅଖାର ଦାମ ନେଇ ସମଗ୍ର ଜିଲ୍ଲାରେ ଚାଷି ଅସନ୍ତୋଷ ଦେଖାଦେଇଛି। ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଧାରଣା ଓ ଏଥିପୂର୍ବରୁ କୃଷକସଭାର ଏକ ପ୍ରତିନିଧି ମଣ୍ଡଳୀ ସଂପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିବା ସ୍ଥିର ହୋଇଛି। ଅନ୍ୟାନ୍ୟ ନିଷ୍ପତ୍ତି ମଧ୍ୟରେ ଦିଲ୍ଲୀଠାରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମସ୍ତ ନୈତିକ ସମର୍ଥନ ଜଣାଇବା ସହ ଚାଷି ବିରୋଧୀ କଳା ଆଇନ୍‌ର ପ୍ରତିହାର ନିମନ୍ତେ ପୁନଃ ଦାବି କରାଯାଇଛି। ଆସନ୍ତା ଫେବୃୟାରୀ ଶେଷ ସୁଦ୍ଧା…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୮ ଜଣ ଚିହ୍ନଟ ହୋଇଥିବାବେଳେ ୪୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୭୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୧ ହଜାର ୯୬୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୧୫୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୪ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୯ ଟି ଜିଲ୍ଲାରୁ ମୋଟ୍‌ ୧୧୪ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୨୧, ଅନୁଗୁଳ ଜିଲ୍ଲାରୁ ୮, ବାଲେଶ୍ଵର ଜିଲ୍ଲାରୁ ୭ ଜଣ, ବରଗଡ଼ ଜିଲ୍ଲାରୁ ୧୧…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ଖଲିକୋଟ କଲେଜ ଖେଳ ପଡ଼ିଆ ପରିସରରେ ପାଳିତ ହୋଇଯାଇଛି। ସାନଖେମୁଣ୍ଡି ବିଧାୟକ ଜିଲ୍ଲା ସଭାପତି ଦାୟିତ୍ୱ ନେବା ପରେ ଜିଲ୍ଲାରେ ଏହା ପ୍ରଥମ ମହାସମାବେଶ। ରାଜ୍ୟର ବଡ଼ ବଡ଼ ଛାମୁଆ ତଥା ଟାଣୁଆ ନେତାମାନେ ଆଜି ଗୋଟିଏ ମଞ୍ଚରେ ଏକତ୍ରିତ ହୋଇଥିଲେ। ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଜଟଣୀ ବିଧାୟକ ସୁର ରାଉତରାୟ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଚନ୍ଦ୍ରଶେଖର ନାଇଡ଼ୁ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ପ୍ରମୁଖ ମଂଚାସୀନ ରହିଥିଲେ। ନବୀନ ପଟ୍ଟନାୟକ ଏଭଳି ଏକ ବଡ଼ ସମାବେଶକୁ ଭଣ୍ଡୁର କରିବାକୁ ସମସ୍ତ ଚେଷ୍ଟା କରିଥିଲେ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁରର ନୂଆ ବସ୍‌ଷ୍ଟାଣ୍ଡ ବର୍ତ୍ତମାନ ଚୋରମାନଙ୍କର ପେଣ୍ଠସ୍ଥଳୀ ପାଲଟି ଯାଇଛି। ପ୍ରତିଦିନ ଯାତ୍ରୀଙ୍କଠାରୁ ମୋବାଇଲ୍‌, ଦାମି ସାମଗ୍ରୀ କିମ୍ବା ସେମାନେ ନେଉଥିବା ସାମଗ୍ରୀ ଚୋରି ହେଉଥିବା ନେଇ ଅଭିଯୋଗ ହେଉଛି। କିନ୍ତୁ ଏଥିପ୍ରତି ଥାନା ପୋଲିସ୍ ଦୃଷ୍ଟି ନଦେବାରୁ ଏହି ଗ୍ୟାଙ୍ଗର ସଦସ୍ୟମାନେ ସକ୍ରିୟ ହୋଇ ପ୍ରତିଦିନ ଚୋରି କରୁଛନ୍ତି। ସଦ୍ୟ ଘଟଣାକ୍ରମେ ଆଜି ଜନୈକ ଯାତ୍ରୀଙ୍କ ଆଖି ପିଛୁଳାକେ ଏକ ଦାମି ଲାପ୍‌ଟିପକୁ ଚୋରି କରି କୌଣସି ଦୁବୃର୍ତ୍ତ ନେଇଯିବା ନେଇ ଥାନାରେ ଅଭିଯୋଗ ହୋଇଛି। ଖବରରୁ ପ୍ରକାଶ ଯେ ବୈଦନାଥପୁର ଥାନା ଅନ୍ତର୍ଗତ କାଳିମନ୍ଦିର କେନାଳ ସାହିର ଅସିତ୍ କୁମାର ପଟ୍ଟନାୟକ ନାମକ ଜନୈକ ଯୁବକ ଭୁବନେଶ୍ୱର ଅଫିସରେ ଯୋଗଦେବା ପାଇଁ ବସ୍‌ଷ୍ଟାଣ୍ଡ ଆସି ଓଡ଼ିଶା ରାଜ୍ୟ ପରିହବ ନିଗମର ଏକ ହାଇଟେକ୍ ବସ୍ (ଓଡ଼ି ୦୨ ଏଜାଡ଼୍ ୬୬୬୭)ରେ ଚଢ଼ିଥିଲେ। ବସ୍‌ଟିରେ ସିସି ଟିଭି ମଧ୍ୟ ଲାଗିଥିଲା। ସେ ଲାପ୍‌ଟିକୁ ଉପର…

Read More

ରମେଶ ମହାନ୍ତି ଜଗତସିଂହପୁର: ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସକୁ ସାରା ଦେଶରେ ଶହୀଦ୍ ଦିବସ ଭାବେ ପାଳନ କରାଯାଉଛି। ସକାଳ ୮ଟା ସମୟରେ ଥାନା ପରିସରରେ ଥିବା ମହାତ୍ମାଗାନ୍ଧୀ ଓ ଗାନ୍ଧୀଛକ ଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଓ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଜଗତସିଂହପୁର ପୌରପରିଷଦର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ପୌରପରିଷଦ କର୍ମଚାରୀ ଓ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶହୀଦ ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ୨ମିନିଟ୍ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ ଓ ଉପଜିଲ୍ଲାପାଳ ଧର୍ମେନ୍ଦ୍ର…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୫୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୨୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୭ ଲକ୍ଷ ୪୬ ହଜାର ୧୮୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୨୭୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪ ଲକ୍ଷ ୨୩ ହଜାର ୧୨୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୬୮ ହଜାର ୭୮୪  ଆକ୍ଟିଭ୍‌ କେସ୍ ରହିଛି।

Read More