Author: Samikhsya Bureau

ମେଷ- ଆଜିର ଦିନଟି ଆପଣଙ୍କ ପାଇଁ ଦ୍ରୁତ ଗତିରେ ସୁଖରେ ପରିପୂର୍ଣ୍ଣ ହେବାକୁ ଯାଉଛି, ଆପଣଙ୍କ ମନ କୈଣସି ଜାଗାରେ ରହିବ ନାହିଁ, କିନ୍ତୁ ଅନେକ ଯୋଜନା ଏକାସାଙ୍ଗରେ ଆପଣଙ୍କ ମନରେ ଘଟିବ, ଯେପରିକି କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ଆପଣ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ଭଲ ଉପଦେଶ ପାଇବ। ଚିନ୍ତା ବଢିବ, ତଥାପି, କାର୍ଯ୍ୟ ସମ୍ବନ୍ଧରେ ଭଲ ଫଳାଫଳ ମିଳିବ। କିନ୍ତୁ ଅଜ୍ଞାତ ଭୟ ମନରେ ରହିବ। ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ବୃଷ– ଆଜି ଆପଣଙ୍କ ପାଇଁ ମଧ୍ୟମ ଉପକାରୀ ହେବ। ସ୍ବାସ୍ଥ୍ୟ ଅବନତି ଜାରି ରହିବ। କୈଣସି କାରଣରୁ ଆପଣ ଟିକେ ବିବ୍ରତ ଦେଖାଯିବେ, କିନ୍ତୁ ଆପଣଙ୍କ ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ, ଯାହାଫଳରେ କିଛି କାମ କଠିନ ପରିଶ୍ରମ ବିନା କରାଯିବ। ପରିବାରରେ ଖୁସି ହେବ। ପରିବାର ସହିତ ସମୟ ବିତାଇବେ। ବିବାହିତ ଲୋକମାନେ ସେମାନଙ୍କର ପାରିବାରିକ ଜୀବନରେ ଖୁସି ହେବେ। ଜୀବନ ସାଥୀ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ମାହାଙ୍ଗା ବ୍ଲକ୍ ଅଧ୍ୟକ୍ଷ ସ୍ୱର୍ଗତ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀଙ୍କୁ ନିର୍ମମ ହତ୍ୟା ପ୍ରତିବାଦରେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ବଡ଼ବଜାର ଥାନା ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜନୈତିକ ଉଦ୍ଦେଶ୍ୟ ରଖି ବ୍ଲକ୍ ଅଧ୍ୟକ୍ଷ ସ୍ୱର୍ଗତ କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ରାଜ୍ୟ ସରକାରଙ୍କ ଆଇନମନ୍ତ୍ରୀଙ୍କ ସମର୍ଥକ ମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି, ଯାହା କାପୁରୁଷର ପରିଚୟ ବୋଲି ସ୍ଲୋଗାନମାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯୁବମୋର୍ଚ୍ଚା ଅଭିଯୋଗ କରିଛି ଯେ, ଶାସକ ଦଳ ଆକ୍ରୋଶ ମନୋଭାବ ରଖି ବିଭିନ୍ନ ସମୟରେ ବିଜେପି କର୍ମୀଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି। ଏଣୁ ଏହି ହତ୍ୟା ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଯୁବମୋର୍ଚ୍ଚା ଦାବି କରିବା ସହ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ବରଖାସ୍ତ କରି ଗିରଫ କରାଯାଉ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଆଜି ଓରମାସ୍ ତରଫରୁ ଦୁଇଟି କାର୍ଯ୍ୟକ୍ରମ ହୋଇଥିଲା। ପ୍ରଥମତଃ ଜିଲ୍ଲାର ୨୩ଟି ଏସ୍‌ଏଚ୍‌ଜି ଗୋଷ୍ଠୀଙ୍କୁ ଗାଁ ଶକ୍ତି ଯୋଜନାରେ ଖୁଚୁରା ଏକ୍ସଟେନସନ କାଉଣ୍ଟର/ବିତରଣ ସହଭାଗୀ ଗ୍ୟାସ ସିଲିଣ୍ଡରର କାର୍ଯ୍ୟକ୍ରମ, ଦ୍ୱିତୀୟତଃ ଗାଁ ଶକ୍ତି ଯୋଜନାରେ ସ୍ୱଚ୍ଛତା ଏବଂ ଗ୍ରାହକ ପଏଣ୍ଟରେ ସମସ୍ତ ଆର୍ଥିକ କାରବାରକୁ ଏକ୍ସିସ ବ୍ୟାଙ୍କ ଜରିଆରେ ନଗଦବିହନ କରିବା କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅବସରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ଥିଲେ। ଅଙ୍ଗନୱାଡ଼ି କେନ୍ଦ୍ରରେ କାଠର ବ୍ୟବହାର ବନ୍ଦ କରିବା କରିବା ପାଇଁ ଆଜି ୨୪୩୪ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ରକୁ ଗ୍ୟାସ ଚୁଲା ବିତରଣର ଶୁଭାରମ୍ଭ କରାଯାଇଛି। ଏହି ଅବସରର ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରକୁ ଦୁଇଗୋଟି ୫ କେଜି ଗ୍ୟାସ ସିଲିଣ୍ଡର ସହ ଚୁଲା ପ୍ରଦାନ କରାଯାଇଛି। ଏହାସହ ୨୩ ଗୋଟି ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ରେଡ଼୍…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷାର ଫଳାଫଳରେ ରାଜ୍ୟରେ ଅଭୂତପୂର୍ବ କୃତିତ୍ୱର ଅଧିକାରୀ ହୋଇଥିବାରୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନୀଳକଣ୍ଠନଗର ତୃତୀୟ ଥର ପାଇଁ ଶ୍ରେଷ୍ଠ ବିଦ୍ୟାଳୟ ରୂପେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ହୋଇଅଛି। ପୂର୍ବରୁ ଏଭଳି ପୁରସ୍କାର ବ୍ୟବସ୍ଥା ସମ୍ବନ୍ଧରେ ଶିକ୍ଷାବର୍ଷ ଆରମ୍ଭରୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପ୍ରକାରେ ଚଳିତବର୍ଷ ନୂତନ ଉତ୍ସାହ ଉଦ୍ଦୀପନା ସହ ଛାତ୍ରଛାତ୍ରୀ ତଥା ଗୁରୁଜୀ, ଗୁରୁମା ଏକ ପ୍ରତିଯୋଗିତାମୂଳକ ମନୋଭାବ ନେଇ ବୋର୍ଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ। ପୁରସ୍କାର ସ୍ୱରୂପ ବିଦ୍ୟାଳୟ ଏକଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇବା ସକାଶେ ଯୋଗ୍ୟ ବିବେଚିତ ହୋଇଥିବାରୁ ପରିଚାଳନା ସମିତି ସଦସ୍ୟମାନେ ପ୍ରଧାନାଚାର୍ଯ୍ୟ ଏସ୍‌.ମୋହନ ରାଓ, ଶିଶୁ ମନ୍ଦିର ପ୍ରଧାନାଚାର୍ଯ୍ୟ ଉମାଧବ ମହାନ୍ତି ତଥା ଗୁରୁଜୀ ଗୁରୁମାମାନଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଥାଉ କି ଦୀର୍ଘ ୨୯ (ଅଣତିରିଶି) ବର୍ଷ କାଳ ଏହି ଅନୁଷ୍ଠାନ ଶତପ୍ରତିଶତ ଫଳାଫଳ ପ୍ରାପ୍ତ ହୋଇ…

Read More

ରମେଶ ମହାନ୍ତି ଜଗତସିଂହପୁର: ଆଜି ଚାଟରା କୃଷକ ବଜାର ଠାରେ କଣ୍ଟାବଲ୍ଲଭପୁର ପ୍ରାଥମିକ କୃଷି ସମବାୟ ସମିତି ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଲାରେ ୨୦୨୦-୨୧ ଖରିଫ ବର୍ଷ ନିମନ୍ତେ ପ୍ରଥମ ଧାନମଣ୍ଡି ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଲେ ଏବର୍ଷ ଚାଷୀମାନେ ଏଫ୍.ଏ.କ୍ୟୁ ଧାନ ଆଣି ମଣ୍ଡିରେ ପ୍ରଦାନ କରିବେ। ଚାଷୀଙ୍କ ଧାନକୁ ଯେପରି ମଣ୍ଡିରେ ବେଶୀଦିନ ପକା ନଯାଏ, ସେଥିପ୍ରତି ଗୁରୁତ୍ୱ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଧାନମଣ୍ଡିର ଶୁଭ ଉଦଘାଟନ କରିବା ଅବସରରେ ଆୟୋଜିତ ସଭାରେ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ଯୋଗଦେଇ କହିଲେ ଆଜି ଜିଲ୍ଲାରେ ଜଗତସିଂହପୁର କଣ୍ଟାବଲ୍ଲଭପୁର ଓ ରାହାମା ନିକଟସ୍ଥ ତାଳପଡା ଠାରେ ଥିବା ସାଇଲୋ ପ୍ରାଥମିକ କୃଷି ସମବାୟ ସମିତିରେ ଖରିଫ୍ ବର୍ଷର ପ୍ରଥମ ଧାନକ୍ରୟ କେନ୍ଦ୍ର ଖୋଲାଯାଇଛି। କୋଭିଡ୍ ଗାଇଡଲାଇନ ଅନୁସାରେ ଧାନକ୍ରୟ…

Read More

ନୂଆଦିଲ୍ଲୀ: ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବା ନେଇ ତାରିଖ ଘୋଷଣା ହୋଇଛି। ସଂସଦୀୟ ବ୍ୟାପାର କମିଟି ପକ୍ଷରୁ ଚଳିତ ଜାନୁୟାରୀ ବଜେଟ ଅଧିବେଶନ ଆରମ୍ଭ ହେବା ନେଇ ସୁପାରିଶ କରାଯାଇଛି। ୨ଟି ପର୍ଯ୍ୟାୟରେ ସଂସଦର ବଜେଟ ଅଧିବେଶନ ହେବ। ପ୍ରଥମ ଭାଗ ୨୯ ଜାନୁୟାରୀରୁ ଆରମ୍ଭ ହୋଇ ୧୫ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ଭାଗ ମାର୍ଚ୍ଚ ୮ରୁ ଆରମ୍ଭ ହୋଇ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ। ତେବେ ଫେବୃୟାରୀ ୧ରେ ସାଧାରଣ ବଜେଟ ଉପସ୍ଥାପିତ କରିବାକୁ କମିଟି ପକ୍ଷରୁ କୁହାଯାଇଛି। ଜାନୁୟାରୀ ୨୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ। ଉଭୟ ଗୃହ ପ୍ରତ୍ୟେକ ଦିନ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ କରୋନା ଗାଇଡଲାଇନର ସମସ୍ତ ପ୍ରୋଟୋକଲ ପାଳନ କରାଯିବ।

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୨୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୩୩, କେନ୍ଦ୍ରାପଡାରୁ ୩୧, ମୟୂରଭଞ୍ଜରୁ ୨୪, ବଲାଙ୍ଗିରିରୁ ୨୧, ଅନୁଗୁଳରୁ ୨୦, ସମ୍ବଲପୁରରୁ ୧୯, ଝାରସୁଗୁଡାରୁ ୧୮, ବାଲେଶ୍ବରରୁ ୧୬, କଟକରୁ ୧୬, ଯାଜପୁରରୁ ୧୬, ଖୋର୍ଦ୍ଧାରୁ ୧୫, କେନ୍ଦୁଝରରୁ ୯, ବରଗଡରୁ ୯, ନୂଆପଡ଼ାରୁ ୪, ଢେଙ୍କାନାଳରୁ ୨, ଗଞ୍ଜାମରୁ ୨, ନବରଙ୍ଗପୁରରୁ ୨, ନୟାଗଡରୁ ୨, ରାୟଗଡାରୁ ୨, ଭଦ୍ରକରୁ ୧, ଜଗତସିଂହପୁରରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୬ ହଜାର ୭୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୬୯୦ କୁ…

Read More

ରାଉରକେଲା: ମଦ ଜବତ କରିବାକୁ ଯାଇଥିବା ଫାଣ୍ଡି ଅଧିକାରୀଙ୍କ ଉପରକୁ ତୀର ମାଡ଼ ଅଭିଯୋଗ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଟେନ୍‌ସା ଫାଣ୍ଡି ଅଞ୍ଚଳରେ ଘଟିଯାଇଛି। ତୀର ମାଡରେ ଟେନସା ଫାଣ୍ଡି ଅଧିକାରୀ ଅଶୋକ କୁମାର ବେହେରା ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ଟେନ୍‌ସା ଅଞ୍ଚଳରେ ଚୋରା ମଦ ବେପାର ହେଉଥିବା ଅଭିଯୋଗ ହୋଇଥିଲା। ଖବର ପାଇଁ ଫାଣ୍ଡି ଅଧିକାରୀ ଚୋରା ମଦ ଚଢାଉ ପାଇଁ ଆଜି ସନ୍ଧ୍ୟା ପ୍ରାୟ ସାଢେ ୪ଟାରେ ଉକ୍ତ ଅଞ୍ଚଳକୁ ଯାଇଥିଲେ। ଏହି ସମୟରେ ସେଠାରେ ତାଙ୍କ ଉପରକୁ ମଦ ମାଫିଆମାନେ ତୀର ମାଡ଼ କରିଥିଲେ। ଏହି ତୀର ଅଶୋକଙ୍କ ପିଠିରେ ଗଳି ଯିବାରୁ ସେ ଅଚେତ ହୋଇ ଘଟଣାସ୍ଥଳରେ ପଡି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକ ଉଦ୍ଧାର କରି ୮୦ କିମି ଦୂର ରାଉରକେଲା ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣାପଡ଼ିଛି। ଏ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ମାହାଙ୍ଗା ଡବଲ ମର୍ଡର ପ୍ରତିବାଦରେ ଆଜି ଚିଲିକା ନିର୍ବାଚନମଣ୍ଡଳୀର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବାଲୁଗାଁଠାରେ ଏକ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ଅପରାହ୍ନ ୪ ଟା ସମୟରେ ଖୋର୍ଦ୍ଧା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ପଠାଣି ବଳବନ୍ତରାୟଙ୍କ ନେତୃତ୍ବରେ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରି ବାଲୁଗାଁ ଗାନ୍ଧୀ ଛକଠାରୁ ବାଲୁଗାଁ ଥାନା ପର୍ଯ୍ୟନ୍ତ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ଏହି ଶୋଭାଯାତ୍ରାରେ ଯୁବ ମୋର୍ଚ୍ଚା ପକ୍ଷରୁ ବାଲୁଗାଁ ଥାନା ସମ୍ମୁଖରେ ଆଇନ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଉଲ୍ଲେଖ ଯୋଗ୍ୟ ଯେ, ଶନିବାର ଦିନ ସାଲେପୁର ନଗର ମଣ୍ଡଳର ପ୍ରଭାରୀ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ସହିତ ବାଇକରେ ନିଜ ଘରକୁ ଫେରୁଥିଲେ। ନୃତ୍ତାଙ୍ଗସ୍ଥିତ ଜଂକୋଟି ଗାଁ ପାଖରେ କିଛି ଦୁର୍ବୃତ୍ତ ସେମାନଙ୍କୁ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଆଇ.ଏନ.ଏସ ଚିଲିକାରେ ଏକ ଆକର୍ଷଣୀୟ ପାସିଙ୍ଗ ଆଉଟ ପରେଡ଼ ଅନୁଷ୍ଠିତ ହୋଇଯାଇଅଛି। ଯେଉଁଥିରୁ ଭାରତୀୟ ନୌସେନା ଏବଂ ତଟ ରକ୍ଷକ ୦୧/୨୦ ବ୍ୟାଚର ୪୫୫ ଜଣ ପ୍ରଶିକ୍ଷାର୍ଥୀମାନେ ଉତ୍ତୀର୍ଣ୍ଣ ହୋଇ ସ୍ନାତକ ହାସଲ କରିଛନ୍ତି। ଏହା ପ୍ରାରମ୍ଭିକ ନାବିକ ପ୍ରଶିକ୍ଷଣ ଅନୁଷ୍ଠାନ ଆଇ.ଏନ.ଏସ ଚିଲିକାର ୧୨ ସପ୍ତାହର କୃତକାର୍ଯ୍ୟ ପ୍ରଶିକ୍ଷଣର ଅଂଶ ବିଶେଷ। ଉକ୍ତ ପରେଡ଼ର ଭାଇସ ଆଡମିରାଲ ଏ.କେ ଚାୱଲା, ପିଭିଏସଏମ, ଏଭିଏସଏମ, ଏନଏମ, ଭିଏସଏମ, ଏଡ଼ିସି ଏବଂ ଦକ୍ଷିଣ ନୌସେନା କମାଣ୍ଡର କମାଣ୍ଡ ଇନ ଚିଫ ପତାକା ଅଧିକାରୀ ଆଦି ସମୀକ୍ଷା କରିଥିଲେ। ପତାକା ଅଧିକାରୀ ମେଧାବୀ ପ୍ରଶିକ୍ଷାର୍ଥୀମାନଙ୍କୁ ପଦକ ଓ ଟ୍ରଫି ପ୍ରଦାନ କରିଥିଲେ। ସେ ପ୍ରଶିକ୍ଷାର୍ଥୀମାନଙ୍କୁ ପେରେଡ଼ରେ ସ୍ମାର୍ଟ ଡ୍ରିଲ ଏବଂ ଗତିବିଧି ଲାଗି ଅଭିନନ୍ଦନ ଜଣାଇବାସହ ସେମାନଙ୍କୁ ନିଜ ବୃତ୍ତିରେ ସର୍ବୋଚ୍ଚ ଡିଗ୍ରୀ ବୃତ୍ତିଗତତା, ଜ୍ଞାନ ଏବଂ ଦକ୍ଷତା ବିକାଶ ପାଇଁ ଉତ୍ସାହିତ ମଧ୍ୟ କରିଥିଲେ। ଏଥିସହ ପ୍ରଶିକ୍ଷଣ ବ୍ୟବସ୍ଥା…

Read More

ଭୁବନେଶ୍ବର, ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ କୋଭିଡ ପରିସ୍ଥିତି ସମୀକ୍ଷା କରାଯାଇଥିଲା। ଏଥିରେ ମୁଖ୍ୟ ସଚିବ ଶିକ୍ଷାନୁଷ୍ଠାନଗୁଡିକରେ ଧାରାବାହିକ ଭାବେ କରୋନା ପରୀକ୍ଷା କରିବା ପାଇଁ କହିଛନ୍ତି। ବର୍ତ୍ତମାନ ସରକାର ସ୍କୁଲ କଲେଜ ଖୋଲିବା ପାଇଁ ନିଷ୍ପତି କରିଛନ୍ତି। ହେଲେ ସେସବୁ ସ୍ଥାନରେ କରୋନା ପାଇଁ ସତର୍କ ରହିବା ନିମନ୍ତେ କୋଭିଡ19 ପରୀକ୍ଷା କରିବା ଆବଶ୍ୟକ। ଏପରିକି ହଷ୍ଟେଲଗୁଡିକରେ ମଧ୍ୟ ଏହି ପରୀକ୍ଷା କରାଯାଉ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଏହି ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହି କାର୍ଯ୍ୟ କିପରି କରାଯିବ ସେ ନେଇ ସୂଚନା ଦେଇଥିଲେ। ସ୍କୁଲର ଶିକ୍ଷକଶିକ୍ଷୟତ୍ରୀମାନେ ଯେପରି ଧାରାବାହିକ ଭାବେ ସ୍ବାସ୍ଥ୍ୟ ବିଭାଗ ସହିତ ଯୋଗଯୋଗରେ ରହିବେ ସେ ନେଇ ପଦକ୍ଷେପ ନିଆଯିବ। ସେମାନଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯିବ।…

Read More

ଭୁବନେଶ୍ବର, ଦୁର୍ନୀତି ଓ ଅପାରଗତା ଯୋଗୁ ରାଜ୍ୟ ସରକାର ଆଜି ୭ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଜେଲ ଡି.ଆଇ.ଜି., ଜଣେ କମାଣ୍ଡାଣ୍ଟ, ଜଣେ ଡି.ଏସ୍‌.ପି., ଜଣେ ଡେପୁଟି କମାଣ୍ଡାଣ୍ଟ ଥିବା ବେଳେ ୨ ଜଣ ଖଣି ଅଧିକାରୀ ଓ ଜଣେ ସି.ଡି.ପି.ଓ. ଅନ୍ତର୍ଭୁକ୍ତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସାଧାରଣ ଜୀବନରେ ସାଧୁତା ଓ ନୈତିକତା ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ଅପାରଗ ତଥା ଅସାଧୁ ଅଧିକାରୀଙ୍କ ବିରୁଦ୍ଧରେ ଶୂନ୍ୟ ସହିଷ୍ଣୁତା ଉପରେ ସବୁବେଳେ ଜୋର ଦେଇ ଆସିଛନ୍ତି ଏବଂ ପ୍ରଶାସନରୁ ଦୁର୍ନୀତି ଓ ଅପାରଗତା ଦୂର କରିବାପାଇଁ ସବୁବେଳେ କଠୋର ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ 1-ଜେଲ ବିଭାଗର ଡି.ଆଇ.ଜି. ଗୋପବନ୍ଧୁ ମଲ୍ଲିକ। ସେ ଜେଲ ୱାର୍ଡର ଚୟନ ନିମନ୍ତେ ଥିବା କମିଟିର ମୁଖ୍ୟ ଭାବରେ ତାଙ୍କ ପଦବୀର ଅପବ୍ୟବହାର କରି ଚୟନ ପ୍ରକ୍ରିୟାରେ…

Read More

ଭୁବନେଶ୍ୱର: କରୋନା କଟକଣା ଭିତରେ ଆସନ୍ତା ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ। ଚଳିତ ବର୍ଷ ୧୦୦ ଦିନ ପାଠପଢା ହେବା ପରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ। ରବିବାର ଦିନରେ ପାଠ ପଢା ଲାଗି ଗଣ ଶିକ୍ଷାମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ରବିବାର ଦିନକୁ ନ ମିଶାଇଲେ ୧୦୦ ଦିନର ପାଠପଢା ଲାଗି ସମୟ ନାହିଁ ବୋଲି ମନ୍ତ୍ରୀ ସମୀର ଦାଶ ସ୍ପଷ୍ଟ କରିଛନ୍ତି। ଏହା ସହିତ ୩୦ ପ୍ରତିଶତ ପିଲାଙ୍କ ସିଲାବସକୁ କମାଇ ଦିଆଯାଇଛି। ୭୦ ପ୍ରତିଶତ ସିଲାବସରେ ପାଠପଢିବେ ଛାତ୍ରଛାତ୍ରୀ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ଗୋଟିଏ ଶ୍ରେଣୀରେ ୨୦ ରୁ ୨୫ ପିଲା ପାଠ ପଢିବେ। ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିଲେ ସେକ୍ସନ ମଧ୍ୟ ବଢାଯିବ। କ୍ଲାସରୁମ୍ ଠାରୁ ଆରମ୍ଭ କରି ସ୍କୁଲ୍ ହତା ଯାଏଁ ବିଶୋଧନ କରାଯିବ। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଛି। ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି। ଏହି ଅଫିସରମାନେ ଜିଲ୍ଲାପାଳ ଓ…

Read More

ପାଟଣା: ଦେଶରେ କରୋନା ଟିକାର ମାନବ ଦେହରେ ଜରୁରୀକାଳିନ ବ୍ୟବହାର ଲାଗି ମଞ୍ଜୁରୀ ମିଳିଛି। ଏନେଇ ସାରା ଦେଶରେ ଖୁସିର ବାତାବରଣ ସୃଷ୍ଟି ହୋଇଥିବା ବେଳେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଭାରତକୁ ପ୍ରଶଂସା କରିଛି। ତେବେ ଏହାକୁ ନେଇ ମଧ୍ୟ ରାଜନୀତି ଆରମ୍ଭ ହୋଇଯାଇଛି। ସମାଜବାଦୀ ପାର୍ଟି ର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହା ବିଜେପିର ଟିକା, ଏହାକୁ ସେ ନେବେ ନାହିଁ ବୋଲି କହିଛନ୍ତି। ସେପଟେ ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଏହା କୌଣସି ଦଳର ଟିକା ନୁହଁ, ଏହାକୁ ସେ ନେବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି। ଏହିପରି ଭାବରେ କୋଭାକ୍ସିନ ଟିକାର ମଞ୍ଜୁରୀ ଉପରେ କଂଗ୍ରେସର କେତେଜଣ ନେତା ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ତେବେ ବିହାରର କଂଗ୍ରେସ ନେତା ତଥା ବିଧାୟକ ଅଜିତ୍ ଶର୍ମା ଏହି ଟିକାକୁ ନେଇ ଏକ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ଯେପରି ରୁଷିଆ…

Read More

ନୂଆଦିଲ୍ଲୀ: ଦେଶରେ ପର୍ଯ୍ୟଟନ କ୍ଷେତ୍ରକୁ ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାର “ସି ପ୍ଲେନ୍‌’ ଚଳାଚଳର ବ୍ୟବସ୍ଥା କରୁଛି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରାଳୟ ପକ୍ଷରୁ ଏସ୍‌ପିଭି ଜରିଆରେ ଆଗ୍ରହୀ ବିମାନ କମ୍ପାନୀଙ୍କୁ ନେଇ ନିର୍ଦ୍ଦିଷ୍ଟ କେତେକ ପଥରେ ଏହା ଚଳାଚଳ ପାଇଁ ପଦକ୍ଷେପ ନିଆଯାଉଛି। ଏଥିପାଇଁ କେନ୍ଦ୍ର ସରକାର ଦେଶର ମୁଖ୍ୟ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀରେ “ସି ପ୍ଲେନ୍‌’ ଚଳାଇବା ପାଇଁ ତାଲିକା ପ୍ରସ୍ତୁତ କରିଛି। ହେଲେ ଓଡିଶାର କୌଣସି ପର୍ଯ୍ୟଟନ ସ୍ଥଳୀ ଲାଗି ଏହି ତାଲିକାରୁ ବାଦ ପଡିଛି। ଭୁବନେଶ୍ୱରରୁ ପୁରୀ ଭାୟା ଚିଲିକା, ଭୁବନେଶ୍ୱରରୁ ଚାନ୍ଦିପୁର ଭାୟା ଭିତରକନିକା ଅଭୟାରଣ୍ୟ ଏବଂ ଭୁବନେଶ୍ୱରରୁ ସମ୍ବଲପୁରର ହୀରାକୁଦ ଜଳଭଣ୍ଡାର ଲାଗି ସି ପ୍ଲେନ ଚଳାଚଳର ବ୍ୟବସ୍ଥା କରିବା ପାଇଁ ପର୍ଯ୍ୟଟନ ବିଶେଷଜ୍ଞମାନେ ମତ ଦେଉଥିଲେ ମଧ୍ୟ ଏହି ତିନୋଟି ରୁଟ ବାଦ ପଡିଛି। ଏହି ସ୍ଥାନଗୁଡିକ ଉଭୟ ବ୍ୟବସାୟ ଏବଂ ପର୍ଯ୍ୟଟନ ପାଇଁ ଲାଭଦାୟକ ହେଲେ…

Read More

ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ, କୁଜଙ୍ଗ ଓ ଏରସମା ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ମଠ ମନ୍ଦିର ମାନଙ୍କରେ ଆଲୋକିକରଣ ନିମନ୍ତେ ମହାଶକ୍ତି ଫାଉଣ୍ଡେସନ୍ ଓ ସ୍ମାର୍ଟ ପାୱାର ଇଣ୍ଡିଆ ସହଯୋଗରେ ମାଗଣା ଏଲ୍.ଇ.ଡି ଲାଇଟ୍ ବଣ୍ଟନ କରାଯାଇଛି। ସ୍ମୃତି ରଞ୍ଜନ ଦାଶ ଓ ହେମନ୍ତ ତ୍ରିପାଠୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜୁଳି ଦିଦି ମାନଙ୍କ ଦ୍ୱାରା ଏହି ଏଲ୍.ଇଡି. ଲାଇଟ୍ ବଣ୍ଟନ କରାଯାଇଛି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଉଜ୍ୱଳା ଗୋପିନାଥପୁର ଗ୍ରାମପଞ୍ଚାୟତ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ୪ ବଖରା ଘର ପୋଡି ସଂପୂର୍ଣ୍ଣ ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତି ୮ ଟା ସମୟରେ କାଟୋଲାକୋଟ ଗ୍ରାମର ବଳରାମ ଦାଶ ଓ କାହ୍ନୁରାମ ଦାଶଙ୍କ ଘରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ବଳରାମ ଓ କାହ୍ନୁରାମଙ୍କ ୪ ବଖରା ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା। ଇଲେକ୍ଟ୍ରି ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଅଗ୍ନିକାଣ୍ଡରେ ଘରେ ରଖିଥିବା ସମସ୍ତ ଦରକାରୀ ସ୍କୁଲ ସାର୍ଟିଫିକେଟ, ଜମିବାଡ଼ି କାଗଜପତ୍ର, ସୁନାରୂପା, ଘର ତୋଳିବାକୁ ରଖିଥିବା ନଗଦ ପଚାଶ ହଜାର ଟଙ୍କା ଓ ଘର କରଣା ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବିଭାଗ ଅଧିକାରୀ ଅଭିନାଶ ପୃଷ୍ଟି ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ୪ ଘଣ୍ଟା ଉଦ୍ୟମ ପରେ ରାତି ପ୍ରାୟ ୧୨…

Read More

ଭଦ୍ରକ: ଭଦ୍ରକ ଏସପି ଚରଣ ସିଂ ମୀନା ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏସପି ଗାଡିରେ ଯାଉଥିବା ବେଳେ ଏକ ଟ୍ରକ ତାଙ୍କ ଗାଡିକୁ ଧକ୍କା ଦେଇଥିଲା। ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ମୁତାବକ, ଭଦ୍ରକ ଏସପି ଚରଣ ସିଂ ମିନା ୧୬ ନମ୍ବର ଜାତୀୟ ରାଜପଥର ଆଖୁଆପଦାଠାରେ କିଛି କାମ ସାରି ଗାଡିରେ ଫେରୁଥିଲେ। କିନ୍ତୁ ଏହି ସମୟରେ ଏକ ମାଲବାହୀ ଟ୍ରକ ଆସି ଏସ୍‌ପିଙ୍କ ଗାଡିକୁ ପାର୍ଶ୍ବରୁ ଧକ୍କା ଦେଇଥିଲା। ଯାହାଫଳରେ ଏସ୍‌ପିଙ୍କ ଗାଡି ଦୁର୍ଘଟଣାର ଶିକାର ହୋଇଥିଲା। ଏସପିଙ୍କର କାର ଭାଙ୍ଗିରୁଜି ଚୁରମାର ହୋଇଯାଇଥିବା ବେଳେ ସୌଭାଗ୍ୟ ବଶତଃ ସେ ସୁରକ୍ଷିତ ଅଛନ୍ତି। ତେବେ ଖବର ପାଇ ଭଣ୍ଡାରିପୋଖରୀ ପୋଲିସ ଟ୍ରକର ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଜଙ୍ଗଲୀ ହାତୀ ଦେଖିବାକୁ ମିଳିଛି। ଚିଲିକା କୂଳ ଠାରୁ ୮ କିଲୋମିଟର ଭୁଷଣ୍ଡପୁରରେ ୧୩ ଟିକିଆ ହାତୀ ପଲ ବୁଲୁଥିବାର ଦେଖିବାକୁ ମିଳିଛି। ଏହି ହାତୀ ପଲ ନଳ ଘାସ ନିକଟରେ ଅଛନ୍ତି। ହାତୀ ପଲ ମଧ୍ୟ୍ୟରେ  ଗୋଟିଏ ଛୁଆ ହାତୀ ଥିବା ଜଣା ପଡିଛି। ଚିଲିକାରେ ପକ୍ଷୀ ଗଣନା ଚାଲିଥିବା ବେଳେ ବଣ୍ୟପ୍ରାଣୀ ବିଭାଗ କର୍ମଚାରୀ ଏହି ହାତୀ ପଲଙ୍କୁ ଠାବ କରିଛନ୍ତି। ତେବେ ବର୍ତ୍ତମାନ ଜଙ୍ଗଲ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ଯାଉଛନ୍ତି।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୫ ଜଣ ଚିହ୍ନଟ ହୋଇଥିବାବେଳେ ୮୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୬୯୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୬ ହଜାର ୫୦୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୨୪୩ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୮୭ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୩ ଟି ଜିଲ୍ଲାରୁ ମୋଟ୍‌ ୧୯୮ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ଅନୁଗୁଳ ଜିଲ୍ଲାରୁ…

Read More

ପୁରୀ: ଦଳ ବିରୋଧୀ କାର୍ଯ୍ୟ ଦର୍ଶାଇ ବିଜେପି ବ୍ରହ୍ମଗିରି ମଣ୍ଡଳ ସଭାପତି ଭଗବାନ ନାୟକଙ୍କୁ ନିଲମ୍ବନ କରାଯାଇଛି। ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ନାୟକଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି। ଏନେଇ ଦଳର ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍‌ ଦାସ ସୂଚନା ଦେଇଛନ୍ତି। କିନ୍ତୁ ଏହା ପୂର୍ବରୁ ସେ ଦଳରୁ ଇସ୍ତଫା ଦେବା ଲାଗି ଇଚ୍ଛା ପ୍ରକାଶ କରିଥିଲେ। ସୂଚନା ମୁତାବକ ଭଗବାନ ଡିସେମ୍ବର ୩୧ ତାରିଖରେ ପୁରୀ ଜିଲ୍ଲା ସଭାପତି ଏବଂ ବ୍ରହ୍ମଗିରି ବିଧାୟକଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇଥିଲେ। ସେ ତାଙ୍କ ବ୍ୟକ୍ତିଗତ କାରଣରୁ ଦଳ ଛାଡିବା ସହିତ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଜଣାଇଥିଲେ। ହେଲେ ଦଳ ବିରୋଧୀ କାର୍ଯ୍ୟ ଦର୍ଶାଇ ତାଙ୍କୁ ଦଳ ନିଲମ୍ବନ କରିଛି।

Read More