ରମେଶ ମହାନ୍ତି ଜଗତସିଂହପୁର: ମୋବାଇଲ ଫୋନ୍ ମରାମତି ପାଇଁ ବାପାଙ୍କୁ ଟଙ୍କା ମାଗି ନ ପାଇବାରୁ ମହାନଦୀକୁ ଡେଁଇ ଯୁବକ ଆତ୍ମହତ୍ୟା ଉଦ୍ୟମ କରି ନିଖୋଜ ଥିବା କୁହାଯାଉଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଟପୁର ପଞ୍ଚାୟତର କରତୁଠା ଗ୍ରାମରେ। ସୂଚନାନୁଯାୟୀ ଉକ୍ତ ଗ୍ରାମର ଉମେଶ ଚନ୍ଦ୍ର ନାୟକଙ୍କ ଏକମାତ୍ର ୨୧ ବର୍ଷୀୟ ପୁଅ ଲକ୍ଷ୍ମୀକାନ୍ତ ନାୟକ ନିଜ ମୋବାଇଲ ଫୋନରେ ଡିସପ୍ଲେ ପକାଇବାକୁ ବାପାଙ୍କୁ ୫ ହଜାର ଟଙ୍କା ମାଗିଥିଲେ। ବାପା ଉମେଶ ଟଙ୍କା ଦେବାକୁ କହି ପରେ ନଦେବାରୁ ପୁଅ ଲକ୍ଷ୍ମୀକାନ୍ତ ଭଉଣୀ ସହ ଝଗଡ଼ା କରି ନିଜ ବାଇକରେ କୁଜଙ୍ଗ କୃଷି ଫାର୍ମକୁ ଯାଇ ପଥର ବନ୍ଧ ନିକଟରେ ଗାଡି ଓ ମୋବାଇଲକୁ ରଖି ଦେଇ ମହାନଦୀକୁ ଡେଁଇ ପଡିଥିଲା ବୋଲି ଶୁଣିବାକୁ ମିଳୁଛି। ନଦୀରେ ମାଛ ଧରୁଥିବା କେତେକ ମତ୍ସ୍ୟଜୀବୀ ଏପରି ଅଭାବନୀୟ ଘଟଣା ଦେଖି କୁଜଙ୍ଗ ଥାନାକୁ ଜଣାଇଥିଲେ।…
Author: Samikhsya Bureau
ଭୁବନେଶ୍ଵର: ଆଜି ରାଜ୍ୟରୁ ୩୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୬୬, ଖୋର୍ଦ୍ଧାରୁ ୪୬, ମୟୂରଭଞ୍ଜରୁ ୨୮, ଅନୁଗୁଳରୁ ୨୧, ବରଗଡରୁ ୨୧, ବାଲେଶ୍ବରରୁ ୨୦, କଟକରୁ ୨୦, ପୁରୀରୁ ୨୦, ସମ୍ବଲପୁରରୁ ୧୭, ବଲାଙ୍ଗିରିରୁ ୧୪, କଳାହାଣ୍ଡିରୁ ୧୩, କେନ୍ଦ୍ରାପଡାରୁ ୧୧, ଜଗତସିଂହପୁରରୁ ୯, ଗଞ୍ଜାମରୁ ୭, ନୂଆପଡାରୁ ୭, ଝାରସୁଗୁଡାରୁ ୬, କେନ୍ଦୁଝରରୁ ୬, ଢେଙ୍କାନାଳରୁ ୫, କୋରାପୁଟରୁ ୪, ଭଦ୍ରକରୁ ୩, ମାଲକାନଗିରିରୁ ୩, ରାୟଗଡାରୁ ୨, ଯାଜପୁରରୁ ୧, ନବରଙ୍ଗପୁରରୁ ୧, ନୟାଗଡରୁ ୧ ଓ ଷ୍ଟେଟପୁଲରୁ ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ୯୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ…
ମେକ୍ସିେକା : ଆଜିକାଲି ନିଜର ସୌନ୍ଦର୍ଯ୍ୟକୁ ଆହୁରି ଆକର୍ଷିତ କରିବାପାଇଁ ପ୍ଲାଷ୍ଟିକ୍ ସର୍ଜରୀ କରୁଛନ୍ତି । ଏହି ପ୍ଲାଷ୍ଟିକ୍ ସର୍ଜରୀ କେବେ କେବେ ଓଲଟା ଫଳ ଦେଉଛି । ପୂର୍ବ ଚେହେରାକୁ ବିକଟ କରିଦେଉଥିବାବେଳେ କେବେ କେବେ ଏହା ଅଧିକ ଘାତକ ହୋଇ ପ୍ରାଣ ମଧ୍ୟ ନେଉଛି । ଏହିପରି ଏକ ଘଟଣା ମେକ୍ସିକୋରୁ ଆସିଛି । ମେକ୍ସିକୋର ଜଣେ ମଡେଲ୍ ପ୍ଲାଷ୍ଟିକ୍ ସର୍ଜରୀ କରି ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ 30 ବର୍ଷୀୟା ଜସଲିନ୍ କୈନୋଙ୍କୁ ମେକ୍ସିକୋର କିମ୍ କାର୍ଦରିସିଆନ୍ କୁହାଯାଏ । କୈନୋ ମଡେଲ ହେବା ସହିତ ଜଣେ ସ୍ବିମ୍ସୁଟ୍ ଡିଜାଇନର ମଧ୍ୟ ଥିଲେ । କୈନୋଙ୍କ ଇନ୍ଷ୍ଟାଗ୍ରାମରେ ପ୍ରାୟ 13 ମିଲିଅନ୍ ଫୋଲର୍ସ ରହିଛନ୍ତି । ତାଙ୍କ ଆକର୍ଷଣୀୟ ଫିଗର୍ ପାଇଁ ପ୍ରାୟ ଦିଓ୍ବାନା ହୋଇଥାନ୍ତି । ଚଳିତ ମାସ ପ୍ରାରମ୍ଭରେ କୈନୋ କାର୍ଲିଫର୍ଣ୍ଣିଆଠାରେ ପ୍ଲାଷ୍ଟିକ୍ ସର୍ଜରୀ କରିଥିଲେ । କୈନୋ…
ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୧୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୧୫ ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୩୦୨ କୁ ବୃଦ୍ଧି ହୋଇଛି। ତେବେ ଆଜି ଭୁବନେଶ୍ବରରୁ ୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ ୩୦ ହଜାର ୬୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ ୩୬୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳ୧ ୨୩୦ ଜଣ କୋରୋନା ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।
ନୂଆଦିଲ୍ଲୀ : ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ର ଡାଇରେକ୍ଟର ଡା. ବଳରାମ ଭାର୍ଗବ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଇସିଏମ୍ଆରର ସୂଚନା ଅନୁସାରେ 59 ବର୍ଷୀୟ ଡାକ୍ତର ଭାର୍ଗବଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଏମ୍ସର ଟ୍ରମା କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ବିଗତ ୨୪ ଘଣ୍ଟା ମଧ୍ୟରେ ୨୨୮୯୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ୩୩୮ ଜଣଙ୍କର ମୃତ୍ୟୁ ଘଟିଛି । ୨୨୮୯୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୯୯ ଲକ୍ଷ ୭୯ ହଜାର ୪୪୭ରେ ପହଞ୍ଚିଛି । ଏହା ସହିତ ୩୩୮ ନୂତନ ମୃତ୍ୟୁକୁ ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୪ ହଜାର ୭୮୯ରେ ପହଞ୍ଚିଛି । (ଏଜେନ୍ସି)
ନୂଆଦିଲ୍ଲୀ : କରୋନାକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି। କରୋନା ସଂକ୍ରମିତ ସୁସ୍ଥ ହେବା ପରେ ମଧ୍ୟ ସେମାନଙ୍କ ଠାରେ ଅନ୍ୟ ରୋଗ ଦେଖିବାକୁ ମିଳୁଛି । ପୂର୍ବରୁ କରୋନାରୁ ସୁସ୍ଥଙ୍କଠାରେ ଫଙ୍ଗଲ୍ ଇନ୍ଫେକ୍ସନ ଦେଖିବାକୁ ମିଳୁଥିବାବେଳେ ଏବେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଏବେ କରୋନା ସଂକ୍ରମିତ ଶିଶୁ ଭଲ ହେବା ପରେ ମଧ୍ୟ ତାଙ୍କ ଠାରେ ପାରାଲିସିସ୍ ଆଟାକ୍ ଭଳି ସମସ୍ୟା ଦେଖାଯାଉଥିବା ଜଣାପଡ଼ିଛି। ମେଞ୍ଚଷ୍ଟର ୟୁନିଭର୍ସିଟିର ଗବେଷଣା ଅନୁସାରେ ଏହି ତଥ୍ୟ ସାମ୍ନାକୁ ଆସିଛି। 8ଟି ଦେଶର 98 ଶିଶୁଙ୍କ ଉପରେ ହୋଇଥିବା ଏହି ଗବେଷଣାରୁ ଏହି ସୂଚନା ମିଳିଛି। 18 ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ଠାରେ ୟୁରୋଲୋଜିକାଲ ଷ୍ଟଡି କରିଥିଲେ। ଏଥିରେ ଫ୍ରାନ୍ସ, ଆମେରିକା, ୟୁକେ, ବ୍ରାଜିଲ୍, ଆର୍ଜେଣ୍ଟିନା, ଭାରତ, ପେରୁ ଓ ସାଉଦଆରବ ଭଳି ଦେଶର ପିଲାଙ୍କ ଉପରେ ଗବେଷଣା କରାଯାଇଥିଲା। 38…
ରମେଶ ମହାନ୍ତି ଜଗତସିଂହପୁର: ଘରେ ପଶି ଭଉଣୀକୁ ଟଣା ଓଟରା କରି ଦୁଷ୍କର୍ମ ଉଦ୍ୟମ କରାଯିବା ସହିତ ପ୍ରତିବାଦ କରିବାରୁ ଦୁର୍ବୃତ୍ତ ମାନେ ଭାଇକୁ ରାସ୍ତାରେ ଗୋଡାଇ ଗୋଡାଇ ହାଣିବା ଭଳି ଅଭାବନୀୟ ଘଟଣା ଗତ ୩୦ ତାରିଖରୁ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା ଆଜିକୁ ୧୮ ଦିନ ବିତିଯାଇଥିଲେ ମଧ୍ୟ କେଉଁ ଅଦୃଶ୍ୟ ଚାପରେ ତିର୍ତ୍ତୋଲ ପୋଲିସ୍ ହାତ ବାନ୍ଧି ବସିଥିବା ବେଳେ ଆଜି ୩ ଅଭିଯୁକ୍ତକୁ ତିର୍ତ୍ତୋଲ ପୋଲିସ୍ ଗିରଫ କରିଥିବା ଜଣାପଡିଛି। ଆଜି ଗିରଫ ହୋଇଥିବା ଉକ୍ତ ୩ଜଣ ଅଭିଯୁକ୍ତଙ୍କୁ ଥାନାରୁ ମୁକାଳିବା ପାଇଁ ଅଣ୍ଟା ଭିଡିଥିବା ଶାସକ ଦଳର କିଛି କୁଜିନେତା ଥାନାକୁ ଧାଁ ଧପଡ କରୁଥିବା ଦେଖିବାକୁ ମିଳିଛି। ନାରୀଙ୍କୁ ସମ୍ମାନ ଦିଆଯାଉଥିବା ଶାସକଦଳ ଡିଙ୍ଗୁରା ପିଟୁଥିବା ବେଳେ ଅନ୍ୟ ପକ୍ଷରେ ଏଭଳି ଏକ ସମ୍ବେଦନଶୀଳ ଘଟଣାର ଅଭିଯୁକ୍ତ ମାନଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ଶାସକ ଦଳର କିଛି କୁଚକ୍ରୀ କୁଜିନେତା ଯୋରଦାର…
ଲଣ୍ଡନ : ଦୁନିଆର ସବୁଠୁ ନିରାପଦ ସ୍ଥାନ ହେଉଛି ମା’ କୋଳ । ମା’ ପାଖରେ ହିଁ ଶିଶୁଟି ସୁରକ୍ଷିତ, କିନ୍ତୁ ଯଦି ସେହି ମା’ ପାଖରେ ଶିଶୁଟି ଅସୁରକ୍ଷିତ ହୋଇପଡେ, ତେବେ କାହାକୁ କହିବା । ଜଣେ ମା’ କୋକେନ ନିଶାରେ 19ମାସର କନ୍ୟା ସନ୍ତାନ ଉପରକୁ ଗରମ ପାଣି ଫୋପାଡି ଜାଳି ଦେଇଛି । ଶିଶୁଟି ଏକ ଘଣ୍ଟା ପର୍ଯ୍ୟନ୍ତ କଲବଲ ହୋଇ ଶେଷରେ ଜୀବନ ହାରିଛି । ତେବେ ଏହି ଘଟଣାରେ କୋର୍ଟ ମହିଳାଙ୍କୁ ସଶ୍ରମ ଆଜୀବନ ଦଣ୍ଡ ଶୁଣାଇଛି । ମିଳିଥିବା ସୂଚନା ଅନୁସାରେ, 26 ବର୍ଷୀୟା କେଟୀ କ୍ରାଉଡର ନିଜ 19 ମାସର ଶିଶୁ କନ୍ୟାକୁ ଗରମ ପାଣିରେ ଜଳାଇମାରିଦେଇଛନ୍ତି । ସେ ଏହି କାଣ୍ଡ କରିବାବେଳେ କୋକୋନ ନିଶାରେ ଧୂର୍ତ୍ତ ଥିଲେ । କେବଳ ଗରମ ପାଣି ଶିଶୁ କନ୍ୟା ଉପରକୁ ପକାଇନଥିଲେ ବରଂ ମହିଳା ଜଣକ ଶିଶୁଟି ଏକ ଘଣ୍ଟା ଧରି…
ନୂଆଦିଲ୍ଲୀ : ନୂତନ କୃଷିବିଲ୍କୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ କରୁଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ କୃଷକ କଲ୍ୟାଣ କାର୍ଯ୍ୟକ୍ରମରେ ଉଦ୍ବୋଧନ କରିଛନ୍ତି । ଏହି ଅବସରରେ କଂଗ୍ରେସକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ମୋଦି । ମୋଦି କହିଛନ୍ତି ଯେ, ଚାଷୀଙ୍କ ପାଇଁ ଆସିଥିବା ଆଇନ୍, ପ୍ରଥମେ ସେମାନେ ଚେଷ୍ଟା କରିଥିଲେ । ସେମାନେ ଘୋଷଣାପତ୍ରରେ ଏସମସ୍ତବିଷୟରେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ସେହି ସମାନ ବ୍ୟବସ୍ଥା କରାଯିବାରୁ ମୋଦିକୁ ଟାର୍ଗେଟ କରୁଛନ୍ତି । କେବଳ ସେମାନଙ୍କ ହାତରୁ କ୍ରେଡିଟ୍ ଚାଲିଯିବା ଭୟରେ ଟାର୍ଗେଟ୍ କରୁଛନ୍ତି ବୋଲି ମୋଦି କହିଛନ୍ତି । ସବୁ କ୍ରେଡିଟ୍ ସେମାନେ ନିଅନ୍ତୁ, ମୁଁ ଚାଷୀଙ୍କ ପାଇଁ କାମ କରୁଛି ବୋଲି କହିଛନ୍ତି ମୋଦି । ଚାଷୀଙ୍କ ପାଇଁ ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ରାଜନୈତିକ ସ୍ବାର୍ଥ ସାଧନ ପାଇଁ ସେମାନେ ଚାଷୀଙ୍କୁ ବ୍ୟବହାର କରୁଛନ୍ତି ବୋଲଇ…
ଭୁବନେଶ୍ବର : କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁବ ବିଜେଡି କାର୍ଯ୍ୟକାରିଣୀରେ ନବୀନ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି । କେନ୍ଦ୍ର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରଖୁଥିବାର କହିଛନ୍ତି ନବୀନ । ନିର୍ବାଚନ ବେଳେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟ ଦେବା ନେଇ ଉଭୟ ବିଜେପି ଓ କଂଗ୍ରେସ ଇସ୍ତାହାରରେ ରଖିଥିଲେ । କିନ୍ତୁ ନିର୍ବାଚନ ପରେ ଉଭୟ ଦଳ ସେମାନଙ୍କ ପ୍ରତିଶ୍ରୁତି ଭୁଲିଗଲେ। ତେବେ ଓଡିଶାର ସ୍ବାର୍ଥ ପାଇଁ ବିଜେଡି ସର୍ବଦା ଲଢେଇ ଜାରି ରଖିବ ବୋଲି କହିଛନ୍ତି ନବୀନ । ଏକମାତ୍ର ଆଞ୍ଚଳିକ ଦଳ ଭାବେ ବିଜେଡି ଓଡ଼ିଶା ଲୋକଙ୍କ ପାଇଁ ଲଢେ । ବିଜେଡି ହିଁ ଓଡ଼ିଶାର ୟୁନିକ୍ ଆଇଡେଣ୍ଟିଟିକୁ ସୁରକ୍ଷା ଦେଇପାରିବ ବୋଲି କହିଛନ୍ତି ନବୀନ । ରାଜ୍ୟରେ କଂଗ୍ରେସ ଦଳ ଦିଲ୍ଲୀର ରିମୋଟ୍ କଣ୍ଟ୍ରୋଲ ଦ୍ବାରା ଚାଲେ । ବିଜେପି ମଧ୍ୟ ଦିଲ୍ଲୀ ନିର୍ଦ୍ଦେଶରେ କାମ କରୁଛି ବୋଲି କହିଛନ୍ତି ନବୀନ…
କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡୁଆ ବଢିବାରେ ଲାଗିଛି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ଆଜି ଜଣେ ଟିଏମସି ବିଧାୟକ ଇସ୍ତଫା ପ୍ରଦାନ କରିଛନ୍ତି । ଗତକାଲି ଦୁଇ ଜଣ ବିଧାୟକ ଇସ୍ତଫା ପ୍ରଦାନ କରିଥିବା ବେଳେ ଆଜି ଆଉ ଜଣେ ବିଧାୟକ ଇସ୍ତଫା ପ୍ରଦାନ କରିଛନ୍ତି । ଗତକାଲି ଦୁଇ ବିଧାୟକ ଶୁଭେନ୍ଦୁ ଅଧିକାରୀ ଏବଂ ଜିତେନ୍ଦ୍ର ତିୱାରୀ ନିଜର ଇସ୍ତଫା ପ୍ରଦାନ କରିଥିଲେ । ଶୁକ୍ରବାର ସକାଳୁ ବିଧାୟକ ଶିବଭଦ୍ର ଦତ୍ତ ମଧ୍ୟ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ଏହି ବିଧାୟକ ମାନେ ଇସ୍ତଫା ପ୍ରଦାନ କରିଥିବାରୁ ସମସ୍ତେ ବିଜେପିରେ ଯୋଗ ଦେଇ ପାରନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ 2021 ମସିହାରେ ହେବାକୁ ରହିଛି । ଏହି ସମୟରେ ଜଣକ ପରେ ଜଣେ ବିଧାୟକଙ୍କ ଇସ୍ତଫା ଦିଦିଙ୍କ ଚିନ୍ତା ବଢାଇଛି । 2016 ବିଧାନସଭାରେ…
ପୁରୀ : ଭକ୍ତଙ୍କ ଅପେକ୍ଷା ଶେଷ ହୋଇଛି । ଆସନ୍ତା 23ରୁ ଶ୍ରୀମନ୍ଦିର ଖୋଲିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ପ୍ରଥମ ଦୁଇଦିନ ସେବାୟତ ପରିବାରକୁ ଦର୍ଶନ ଅନୁମତି ରହିଛି । ତା’ପରେ ପୁରୀ ସହରବାସୀଙ୍କୁ ଦର୍ଶନ ସୁବିଧା ମିଳିବ। ସକାଳୁ ସନ୍ଧ୍ୟା ଯାଏ ବିଭିନ୍ନ ଓ୍ବାର୍ଡ ବାସିନ୍ଦାଙ୍କୁ ପର୍ଯ୍ୟାୟକ୍ରମେ ଅନୁମତି ମିଳିବ। ଓ୍ବାର୍ଡଓ୍ବାରୀ ଦର୍ଶନ ପାଇଁ ସମୟ ଆବଣ୍ଟନ କରାଯିବ ବୋଲି ସୂଚନା ରହିଛି । ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ପୁରୀ ବାସୀ ଶ୍ରୀଜୀଉଙ୍କର ଦର୍ଶନ କରିପାରିବେ । ସେହିପରି ଜାନୁଆରୀ ତିନି ତାରିଖରୁ ସମସ୍ତ ଦର୍ଶନାର୍ଥୀଙ୍କୁ ଦର୍ଶନ ସୁବିଧା ମିଳିବ । ଜାନୁଆରୀ 1 ଓ 2 ତାରିଖ ଦର୍ଶନକୁ ବାରଣ କରାଯାଇଛି । କୋଭିଡ୍ ଗାଇଡଲାଇନ୍ରେ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଦର୍ଶନପାଇଁ ଆସୁଥିବା ପୁରୀ ସହରବାସୀ ଭୋଟର ଓ ଆଧାର କାର୍ଡ ଆଣିବାକୁ ବାଧ୍ୟତାମୂଳକ ରଖାଯାଇଛି। ତେବେ ଦର୍ଶନ…
ଅହମଦାବାଦ: ସାନ ସିନା ଦାନ ତା’ ମହାନ୍ କଥାଟିକୁ ପ୍ରମାଣ କରିଛନ୍ତି ଗୁଜୁରାଟର ଅଢେଇ ବର୍ଷର ଶିଶୁ ୟଶ୍ ଓଝା । ନିଜ ଜୀବନ ବଦଳରେ 7ଟି ଜୀବନକୁ ବଞ୍ଚାଇଛନ୍ତି ୟଶ୍ । ଅଢେଇ ବର୍ଷର ଶିଶୁ ପୁତ୍ର ୟଶ୍ ଦ୍ବିତୀୟ ମହଲାର ବାଲ୍କୋନୀର ଖସି ପଡିଯାଇଥିଲେ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ବ୍ରେନ୍ ଡେଡ୍ ହୋଇଥିଲା । ୟଶ୍ଙ୍କର ଅଙ୍ଗଦାନ କରିଛନ୍ତି ତାଙ୍କ ବାପ-ମା’ । ୟଶଙ୍କର ହୃତପିଣ୍ଡ, ଲିଭର, ଫୁସଫୁସ୍, କିଡନୀ ଓ ଆଖି ଦାନ କରାଯାଇଛି। ଏହାଫଳରେ ସାତ ଜଣ ଶିଶୁ ନୂଆ ଜୀବନ ପାଇଛନ୍ତି । ସର୍ବକନିଷ୍ଠ ଶିଶୁ ଭାବେ ୟଶ୍ ଅଙ୍ଗଦାନ କରିଛି । ୟଶର ହୃତ୍ପିଣ୍ଡ ଓ ଫୁସ୍ଫୁସ୍ ବିମାନରେ ଚେନ୍ନାଇ ପଠାଯାଇଥିଲା । ଋଷର ଜଣେ ଚାରି ବର୍ଷର ଶିଶୁ ଶରୀରରେ ୟଶ୍ର ହୃତ୍ପିଣ୍ଡ ପ୍ରତିରୋପଣ କରାଯାଇଥିଲା ।ସେହିପରି ୟୁକ୍ରେନ୍ର ଜଣେ ଚାରି ବର୍ଷର ଶିଶୁ ଶରୀରରେ ୟଶ୍ର…
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା୧୮୨୯ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଭୁବନେଶ୍ବରରୁ 63 ବର୍ଷୀୟ ଆକ୍ରାନ୍ତ ରହିଥିବାବେଳେ ଜଗତସିଂହପୁରରୁ 71 ବର୍ଷୀୟ ପୁରୁଷ, କେନ୍ଦ୍ରାପଡାରୁ 61 ବର୍ଷୀୟ ପୁରୁଷ ଓ ପୁରୀରୁ 60 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ବର: ରାଜ୍ୟରେ ଆଜି ୩୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୦୮ ଜଣ ଚିହ୍ନଟ ହୋଇଥିବାବେଳେ ୧୫୦ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୫ହଜାର ୫୦୫କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୦ହଜାର ୫୮୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୩୯ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୨୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୭ଟି ଜିଲ୍ଲାରୁ ମୋଟ୍ ୩୫୮ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ରୁ ସର୍ବାଧିକ ୫୨ ଜଣ ଚିହ୍ନଟ ହୋଇଥିବାବେଳେ…
ମୁମ୍ବାଇ : ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ଏକ ଫଟୋକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସୃଷ୍ଟି ହେବା ସହିତ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ଏହି ଫଟୋକୁ ଦେଖି ଚକିତ ହୋଇଛନ୍ତି । ନେହା-ରୋହନପ୍ରୀତ୍ଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋକୁ ଦେଖି ତାଙ୍କ ଫ୍ୟାନ୍ସାନେ ଆଶ୍ଚର୍ଯ୍ୟ ହେବା ସହିତ ନେହା ପ୍ରେଗେନେଣ୍ଟ ହୋଇଥିବା ନେଇ ପ୍ରଶ୍ନ କରିଛନ୍ତି । ଏହି ଫଟାରେ ନେହା ବେବି ବମ୍ପ୍ ଦେଖାଇ ପୋଜ୍ ଦେଖାଇଛନ୍ତି । ନେହା ସୋସିଆଲ ମିଡିଆରେ ଏହି ଫଟୋକୁ ସେୟାର କରିବା ସହିତ ହ୍ୟାଜ୍ଟ୍ୟାଗ୍ଖୟାଲ୍ରକ୍ଷାକରର ହ୍ୟାଜଟାଗ୍ ଦେଇଛନ୍ତି । ଏହି ଫଟୋ ଉପରେ ତାଙ୍କ ସ୍ବାମୀ ତଥା ଗାୟକ ରୋହନପ୍ରୀତ୍ କମେଣ୍ଟ କରି ଲେଖିଛନ୍ତି ଯେ, – ଏବେ ତ ବହୁତ ଧ୍ୟାନ ରଖିବାକୁ ପଡିବ । ତେବେ 45 ଦିନ ପୂର୍ବରୁ ନେହା ରୋହନ୍ପ୍ରୀତ୍ଙ୍କୁ ବିବାହ କରିଥିବାବେଳେ ନେହା-ରୋହନଙ୍କର ଏହି ଫଟୋକୁ ଦେଖି…
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁରେ ଏକ କୂଅରୁ ଶିଶୁ ପୁତ୍ରର ମୃତଦେହ ମିଳିଥିବା ଘଟଣାରେ ଜଣେ ମହିଳା ଗିରଫ ହୋଇଛନ୍ତି। ଉକ୍ତ ମହିଳା ଜଣଙ୍କ ତାଙ୍କ ପଡ଼ୋଶୀ ବୋଲି ଜଣାପଡ଼ିଛି। ହତ୍ୟା ସନ୍ଦେହରେ ପଡ଼ୋଶୀ ଦମ୍ପତି କାଲିଠୁ ଥାନାରେ ଆଟକ ଥିଲେ। ଆଜି ପଡୋଶୀ ମହିଳାଙ୍କୁ ପୁଲିସ ଗିରଫ କରିଛି । ଗିରଫ ମହିଳା ଶିଶୁକୁ ହତ୍ୟା କରିଥିବା ପୁଲିସ ଆଗରେ ମାନିଛନ୍ତି। ପଡୋଶୀ ମହିଳା ଜଣଙ୍କ ଶିଶୁପୁତ୍ରକୁ ଶ୍ବାସରୁଦ୍ଧ କରି କୂଅରେ ଫିଙ୍ଗି ଦେଇଥିବା ସୂଚନା। ପାରିବାରିକ ଶତ୍ରୁତାରୁ ମହିଳା ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି ।
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗିବାର ନାମ ନେଉନାହିଁ । ବିଗତ ୨୪ ଘଣ୍ଟା ମଧ୍ୟରେ ୨୨୮୯୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ୩୩୮ ଜଣଙ୍କର ମୃତ୍ୟୁ ଘଟିଛି । ୨୨୮୯୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୯୯ ଲକ୍ଷ ୭୯ ହଜାର ୪୪୭ରେ ପହଞ୍ଚିଛି । ଏହା ସହିତ ୩୩୮ ନୂତନ ମୃତ୍ୟୁକୁ ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୪ ହଜାର ୭୮୯ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧ ହଜାର ୦୮୭ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରଛନ୍ତି । ଏହାକୁ ମିଶାଇ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୯୫ ଲକ୍ଷ ୨୦ ହଜାର ୮୨୭ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ୮୫୩୫ ହ୍ରାସ…
କନ୍ଧମାଳ : କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଗାଡିଆପଡା ଘାଟିରେ ଭାରସାମ୍ୟ ହରାଇ ଓଲଟିଛି ଏକ ଯାତ୍ରୀବାହୀ ବସ୍। ‘ରାଜା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଓଲଟି ପଡିବା ଫଳରେ ଏଥିରେ 25 ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଆହତ ଯାତ୍ରୀଙ୍କୁ ଖଜୁରୀପଡା ଓ ଫୁଲବାଣୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀମାନଙ୍କ ମଧ୍ୟରୁ 6ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଘାଟିର ଶେଷ ମୁଣ୍ଡରେ ଏହି ଘରୋଇ ବସଟି ଓଲଟି ପଡିଥିଲା। ବସଟି ଟିକାବାଲିରୁ ଭୁବନେଶ୍ୱର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଭୁବନେଶ୍ବର: ଘରେ ସୁଖ ଶାନ୍ତି ଓ ସମୃଦ୍ଧି ରଖିବ ପାଇଁ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ। ଲକ୍ଷ୍ମୀଙ୍କର ବିଧିବଦ୍ଧ ଭାବେ ପୂଜା କରିବା ଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆଶୀର୍ବାଦ ପ୍ରଦାନ କରିଥା’ନ୍ତି। ଏହା ଦ୍ବାରେ ଘରେ ଧନ,ସମ୍ପତ୍ତି ଓ ସୁଖ ସର୍ବଦା ରହିଥାଏ। ତେବେ କେବେ କେବେ ଘରେ ବହୁ ପୂଜା ଅର୍ଚ୍ଚନା କରିବା ପରେ ମଧ୍ୟ ଘରେ ସବୁବେଳେ ଅଭାବ ଅନାଟନ ଲାଗିରହିଥାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇଁ ଆପଣ ଶୁକ୍ରବାରଦିନ ବିଶେଷ ପ୍ରକାରର ପୂଜା କରିପାରିବେ। ଯଦି ଆପଣଙ୍କ ପାଖରେ ଟଙ୍କାର ଅଭାବ ପରିଲକ୍ଷିତ ହେଉଛି, ଅଧିକ ଖର୍ଚ୍ଚ ହେଉଛି, ତେବେ ଆପଣ ପୂଜାସ୍ଥଳରେ ମା’ଲକ୍ଷ୍ମୀଙ୍କର ଧନ ବର୍ଷା କରୁଥିବାର ଫଟୋ ଲଗାନ୍ତୁ। ଏହା ପରେ ମାଙ୍କ ସାମ୍ନାରେ ଏକ ଶୁଦ୍ଧ ଘିଅର ଦୀପ ଲଗାଇ ଅତର ଲଗାନ୍ତୁ। ଏହି ଅତରକୁ ସର୍ବଦା ଉପଯୋଗ କରନ୍ତୁ। ଏହାଦ୍ବାରା ଆପଣ ଆର୍ଥିକ ସମସ୍ୟାରୁ…
ତେଲଙ୍ଗାନା, ଲକଡାଉନ ଥିଲା ବେଳେ ଶିକ୍ଷକ ଅନ ଲାଇନରେ କ୍ଲାସ କରୁଥିଲେ। ହେଲେ ଯେଉଁମାନଙ୍କର ସ୍ମାଟ ଫୋନ ନ ଥିଲା ସେମାନଙ୍କୁ ଏକୁଟିଆ ସ୍କୁଲକୁ ଡାକି କରିଛନ୍ତି ବଳତ୍କାର। ଏପରି ଏକ ଘଟଣା ତେଲଙ୍ଗାନା ପ୍ରାଥମିକ ବିଦ୍ୟାଳୟରେ ଘଟିଛି। ଚାଳିଷ ବର୍ଷିୟ ଜଣେ ଶିକ୍ଷକ ଲକଡାଉନ ସମୟରେ 9 ଜଣ ଛାତ୍ରୀଙ୍କୁ ବଳତ୍କାର କରିଥିବାର ଜଣାପଡିଛି। ମାମଲା ଋଜୁ ହେବା ପରେ ପୋଲିସ ପକ୍ସୋ ଆଇନ ବଳରେ ଶିକ୍ଷକଙ୍କୁ ଗିରଫ କରି ଜେଲ ପଠାଇ ଦେଇଛନ୍ତି। ଘଟଣାରୁ ଜଣାପଡିଛି ଯେ, ଶିକ୍ଷକ ଜଣଙ୍କ ଅନ ଲାଇନରେ କ୍ସାସ କରୁଥିଲେ। ହେଲେ ଯେଉଁମାନଙ୍କର ସ୍ମାର୍ଟଫୋନ ନ ଥିଲା ସେମାନଙ୍କୁ ସ୍କୁଲକୁ ଡାକି କ୍ଲାସ କରୁଥିଲେ। ସାରଙ୍କର ଏପରି ବଦାନ୍ୟତା ନେଇ ସମସ୍ତେ ବାହାଃ ବାହାଃ କରୁଥିଲେ। ହେଲେ ତା ଭିତରେ ଯେ କାମୁକ ଗୁଣ ଲୁଚି ରହିଛି କେହି ଜାଣିପାରିଲେ ନାହିଁ। ତେବେ ଜଣେ ଛାତ୍ରୀ ବଳତ୍କାର ପରେ ଅସୁସ୍ଥ୍ୟ ହୋଇପଡି ହସପିଟାଲରେ…

