ନୂଆଦିଲ୍ଲୀ, ରିପ୍ଲବିକ ଟିଭି ବର୍ତ୍ତମାନ ନ୍ୟୁଜ ଆୱାର ନାମକୁ ବ୍ୟବହାର କରିପାରିବ ନାହିଁ। ଏହି ନାମଟି ପୂର୍ବରୁ ଟାଇମସ ନାୱୋର ଟ୍ରେଡ ମାର୍କ ରହିଛି। ତୁରନ୍ତ ଏହି ନାମକୁ ହଟାଇ ବୋଲି ଦିଲ୍ଲୀ ଉଚ୍ଚନ୍ୟାୟାଳୟ ରିପବ୍ଲିକ ଟିଭିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ରାଣ୍ଡ ନାମକୁ ବ୍ୟବହାର କରୁଥିବା ଅନ୍ୟତମ ନ୍ୟୁଜ ଚ୍ୟାନେଲ ଟାଇମସ ନାୱୋ ତରଫରୁ ଏକ ମାମଲା କରାଯାଇଥିଲା। ଏହି ମାମଲାକୁ ବିଚାରକୁ ନେଇ କୋର୍ଟ ଏହି ରାୟ ଦେଇଛନ୍ତି। କୋର୍ଟରେ ଦର୍ଶାଯାଇଛି ଯେ, ରିପ୍ଲବିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀ ଟାଇସମ ନାୱୋରେ ଚାକିରୀ କରିଥିବା ବେଳେ ସେ ଏହି କାର୍ଯ୍ୟକ୍ରମ କରୁଥିଲେ। ହେଲେ ତାହା ଟାଇମସ ନାୱୋର ଟ୍ରେଡ ମାର୍କ। ତାହାକୁ ସେ କିପରି ଅନ୍ୟ ଏକ ଚ୍ୟାନେଲରେ ବ୍ୟବହାର କରୁଛନ୍ତି ତାହାକୁ ନେଇ ଏହି ମାମଲା କରାଯାଇଥିଲା।
Author: Samikhsya Bureau
ଉପନିର୍ବାଚନ ପ୍ରଚାର ପାଇଁ ବାଲେଶ୍ବରରେ ପହଁଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭବାନୀପାଟଣା: କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଶେଷ ହେଲା କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ପ୍ରଥମେ ମା’ ମାଣିକେଶ୍ୱରୀଙ୍କ ଗୁପ୍ତ ପୂଜା ପରେ ସହର ପରିକ୍ରମା କରାଯାଇଥିଲା। ଯାହାକୁ ଛତର ଯାତରା କୁହାଯାଏ। ଏହି ପରିକ୍ରମା ବେଳେ କେବଳ ସେବା ସହତ ଜଡିତ ବ୍ୟକ୍ତିଙ୍କୁ ଛାଡିଦଲେ ଅନ୍ୟକାହାକୁ ଯିବା ପାଇଁ ଅନୁମତି ଦିଆଯାଇ ନ ଥିଲା। ସେଥିପାଇଁ ଜିଲ୍ଲା ପ୍ରଶସାନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ଥର ଏଭଳି ଯାତ୍ରା ଅନୁଷ୍ଠିତ ହୋଇଛି । ଶାନ୍ତିଶୃଙ୍ଖଳା ପାଇଁ ପ୍ରଶାସନ ପକ୍ଷରୁ ଭବାନୀପାଟଣା ସହରରେ ଜାରି କରାଯାଇଛି ୧୪୪ ଧାରା ।
ନୂଆଦିଲ୍ଲୀ, ଆଜିକାଲି ଅନେକ ପ୍ରକାରର ରୋଗ ବ୍ୟାପୁଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ମଧୁମେହ ବିଷୟରେ ଶୁଣିଛନ୍ତି। କାରଣ ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହି ରୋଗ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଆକ୍ରାନ୍ତ କରୁଛି। ଏଥି ସହିତ, ଯଦି ଆମେ ଏହି ରୋଗରୁ ଦୂରେଇ ରହିବାକୁ ଚାହୁଁ, ତେବେ ଆମକୁ ଆମର ଖାଦ୍ୟ ଏବଂ ଅଭ୍ୟାସକୁ ନିୟନ୍ତ୍ରଣ କରିବାକୁ ପଡିବ। ଅନିୟମିତ ଖାଇବା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଏହି ରୋଗ ଅଧିକ ଦ୍ରୁତ ଗତିରେ ବ୍ୟାପିଥାଏ। ମଧୁମେହ ଅତି ଶୀଘ୍ର ବ୍ୟାପୁଛି। ଏପରି ପରିସ୍ଥିତିରେ, ଯଦି ଆପଣ ଏହି ରୋଗକୁ ଠିକ୍ ସମୟରେ ଚିକିତ୍ସା ନ କରନ୍ତି, ତେବେ ଆପଣ ଅନ୍ୟାନ୍ୟ ରୋଗର ଶିକାର ମଧ୍ୟ ହୋଇଯିବେ। ରକ୍ତଚାପ ବୃଦ୍ଧି ଫୁସଫୁସ ଏବଂ ଆଖି ଉପରେ ଖରାପ ପ୍ରଭାବ ପଡିପାରେ। ଏହା ସହିତ ଏହା ଶରୀରର ଅନ୍ୟ ଅଙ୍ଗ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ରକ୍ତ ଶର୍କରା…
ଟୋକିଏ, ଜାପାନରେ କିଛି ହୋଇପାରେ , ଏଠାରେ ଅନେକ ଅଦ୍ଭୁତ ଘଟଣା ମଧ୍ୟ ଘଟୁଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏକ ଗୁଚ୍ଛ ଅଙ୍ଗୁର ଏଠାରେ 1.2 ମିଲିୟନ୍ ୟେନ୍ ଅର୍ଥାତ୍ ଭାରତୀୟ ଟଙ୍କାରେ ପ୍ରାୟ 7.5 ଲକ୍ଷରେ ବିକ୍ରି ହୋଇଛି। ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ହେଉଛି ଏହା ଏକ ବିରଳ ପ୍ରକାରର ଅଙ୍ଗୁର। ଯାହାର ନାମ ହେଉଛି ରୁବି ରୋମାନ୍ ଅଙ୍ଗୁର। ଏହା ବାର ବର୍ଷରେ ଥରେ ଫଳିଥାଏ। ଫଳରେ ବଡବଡ ଗ୍ରାହକଙ୍କ ବହୁ ମୂଲ୍ୟ ଦେଇ ଏହି ଅଙ୍ଗୁର କିଣିବାରେ ଭାରି ସୌକ। ତେବେ ଚଳିତ ବର୍ଷ ଜାପାନର କେନଜାୱା ବଜାରର ଏହି ଅଙ୍ଗୁର ଏକ ରେକର୍ଡ ଭାଙ୍ଗିଛି। ଏହି ଅଙ୍ଗୁରକୁ ହକ୍କୁର୍କୋସୋ ନାମକ ଏକ କମ୍ପାନୀ 7.5 ଲକ୍ଷ ଭାରତୀୟ ମୁଦ୍ରାରେ କିଣିଛି।ରୁବି ରୋମାନ୍ ସାଧାରଣ ଅଙ୍ଗୁରଠାରୁ ଆକାରରେ ବଡ। ଏହି ଅଙ୍ଗୁର ବହୁତ ମିଠା ଏବଂ ରସାଳ ଅଟେ । ଜାପାନର…
କୋଲକାତା, ଆଜି ଅର୍ଥାତ ଶନିବାରଠାରୁ ସୂର୍ଯ୍ୟଦେବଙ୍କର ବଡ ରାଜଯୋଗ ରହିଛି। ଏହା ଦ୍ବାରା ପାଞ୍ଚୋଟି ରାଶର ଭାଗ୍ୟ ଖୋଲିବାର ସମ୍ଭାବନା ଦେଖାଦେଇଛି। ସେହି ରାଶିର ବ୍ୟକ୍ତିମାନଙ୍କର କ୍ୟାରିୟର ଆଗକୁ ବଢିବେ। ଏହି ଦିନମାନଙ୍କରେ ଭଲ ଚାକିରି ଖୋଜୁଥିଲେ ତା’ହେଲେ ଆପଣ ନିଶ୍ଚିତ ଭାବରେ ପାଇବେ। ବହୁଦିନରୁ ଚାଲିଥିବା ବାଧା ଦୂର ହେବ। ଆପଣଙ୍କ ମନରେ ନୂତନ ଚିନ୍ତାଧାରା ସୃଷ୍ଟି ହେବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇପାରେ। ଯେଉଁମାନେ ବିବାହିତ,ସେମାନଙ୍କ ଦାମ୍ପତ୍ୟ ଜୀବନରେ ସୁଖ ମିଳିବ। ଜୀବନ ସାଥୀ ଆପଣଙ୍କୁ ସଂପୂର୍ଣ୍ଣ ଖୁସି ରଖିବାକୁ ଚେଷ୍ଟା କରିବେ। ଆପଣଙ୍କର ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ ଏବଂ ଚାପ ମଧ୍ୟ ବୃଦ୍ଧି ପାଇବ। ଆପଣଙ୍କର ଭାଗ୍ୟ ଏକ ନୂଆ ମୋଡ଼ ନେଇପାରେ। ସେମାନଙ୍କର ସମସ୍ତ ଇଚ୍ଛା ପୂରଣ ହେବ। ଆପଣଣାନେ ଭଗବାନ ସୂର୍ୟ୍ୟଙ୍କୁ ପୂଜା କରନ୍ତୁ। କାହାକୁ ତୁମର ଫାଇଦା ନେବାକୁ କିମ୍ବା ତୁମକୁ ଅଫର୍ କରିବାକୁ ଦିଅ ନାହିଁ। ଏକ…
ଭୁବନେଶ୍ୱର/ଜଗତସିଂହପୁର, ମୋଦି ସରକାର କରୋନା ସମୟରେ ଓଡ଼ିଶା ପାଇଁ ୨୨ ହଜାର ୨୬୭ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଦେଇ ସମ୍ବେଦନଶୀଳ ସରକାରର ପରିଚୟ ଦେଇଥିବା ବେଳେ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ଚରମ ସୀମାରେ ପହଞ୍ଚିଛି । ଏହା ରାଜ୍ୟ ସରକାରଙ୍କ ସମ୍ବେଦନହୀନତାର ପରାକାଷ୍ଠା ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଲୋକଙ୍କ ସ୍ୱାସ୍ଥ୍ୟସେବା ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଜଗତସିଂହପୁର ଜିଲ୍ଲା ତିର୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଦଳ ପକ୍ଷରୁ ଆୟୋଜିତ ଭର୍ଚୁଆଲ ରାଲିରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି କାରଣରୁ କୋଭିଡ଼୍-୧୯ ମୁକାବିଲା ଓ ପରିଚାଳନାରେ ଭାରତ ବିଶ୍ୱରେ ଏକ ଉଦାହରଣ ତିଆରି କରିପାରିଛି । ଅନ୍ୟପକ୍ଷରେ ଜଗତସିଂପୁର ଜିଲ୍ଲା ତିର୍ତୋଲ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ…
ନୂଆଦିଲ୍ଲୀ, କୋଭିଡ ବିରୋଧରେ ଲଢ଼େଇରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ଦୁଇ ମାସ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ସକ୍ରିୟ ମାମଲା ୭ ଲକ୍ଷରୁ କମ୍ ରହିଛି । ପୂର୍ବରୁ ଅଗଷ୍ଟ ୨୨ ତାରିଖରେ ସକ୍ରିୟ ମାମଲା ୭ ଲକ୍ଷ (୬,୯୭,୩୩୦)ରୁ ତଳେ ରହିଥିଲା । ଦେଶରେ ଆଜି ମୋଟ ସକ୍ରିୟ ମାମଲାର ସଂଖ୍ୟା ରହିଛି ୬,୯୫,୫୦୯ । ଏହା ମୋଟ ପଜିଟିଭ୍ ମାମଲାର ୮.୯୬% ରହିଛି । ପ୍ରତିଦିନ ଅଧିକରୁ ଅଧିକ କୋଭିଡ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି ଏବଂ ମୃତ୍ୟୁ ହାର କ୍ରମେ ହ୍ରାସ ପାଇବାରେ ଲାଗିଛି । ଭାରତରେ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଇ ଚାଲିଛି । ଭାରତରେ ସୁସ୍ଥତା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ମୋଟ ସୁସ୍ଥଙ୍କ ସଂଖ୍ୟା ପ୍ରାୟ ୭୦ ଲକ୍ଷ (୬୯,୪୮,୪୯୭) ହୋଇଛି । ସକ୍ରିୟ ମାମଲା ଏବଂ ସୁସ୍ଥ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ମଧ୍ୟ କ୍ରମେ…
ରମେଶ ମହାନ୍ତି ଜଗତସିଂହପୁର: ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନର ସୁପରିଚାଳନା ଓ ତଦାରଖ ନିମନ୍ତେ ନିଯୁକ୍ତି ପାଇଥିବା ସାଧାରଣ ପର୍ଯ୍ୟବେକ୍ଷକ ପି.ରାଜେନ୍ଦ୍ର ଚୋଲନ୍ ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥ୍ ପରିଦର୍ଶନ କରିଛନ୍ତି। ସେ ଗତ ଅକ୍ଟୋବର ୨୧ ତାରିଖରେ ରଘୁନାଥପୁର ବ୍ଲକର ରଘୁନାଥପୁର, ଗୋପାଳପୁର, ମଧୁସୂଦନପୁର, ୨୨ ତାରିଖରେ ତିର୍ତ୍ତୋଲ ବ୍ଳକର ତିର୍ତ୍ତୋଲ, ଆଖଣ୍ଡଳ, ତରଜଙ୍ଗା, ଗୋବିନ୍ଦପୁର, ସଅଁରା ଏବଂ ୨୩ ତାରିଖରେ ବିରିଡ଼ି ବ୍ଲକର ତେନ୍ତୁଳିଆ, ଉତ୍ତରଶାସନ, ହାଜିପୁର, ବଡଖଣ୍ଡେଇତା, ଅଣଖିଆ, ଜୟଶୋଳ ଆଦି ଅଞ୍ଚଳରେ ବିଭିନ୍ନ ବୁଥ୍ ପରିଦର୍ଶନ କରି ନ୍ୟୁନତମ ମୌଳିକ ସୁବିଧା ଯଥା-ପାନୀୟଜଳ, ଭିନ୍ନକ୍ଷମ ଭୋଟର ମାନଙ୍କ ପାଇଁ କ୍ୟାମ୍ପସ୍, ବୁଥ୍ ଭିତରେ ଓ ବାହାରେ ବିଦ୍ୟୁତ ସଂଯୋଗ ଓ ଶୌଚାଳୟର ସୁବିଧା ଏବଂ ସଂଗରୋଧ ଗୃହ ପ୍ରସ୍ତୁତି ସଂମ୍ପର୍କରେ ପଚାରି ବୁଝିଥିଲେ। ଅକ୍ଟୋବର ୨୫ ତାରିଖ ସୁଦ୍ଧା ବୁଥରେ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ…
ନୂଆଦିଲ୍ଲୀ, ଦୀର୍ଘ ୩୫ ବର୍ଷ ପରେ ଭାରତ ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍ଓ)ର ପରିଚାଳନା ପରିଷଦ ଅଧ୍ୟକ୍ଷ ପଦ ଗ୍ରହଣ କରିଛି । ଭାରତ ଓ ଆନ୍ତର୍ଜାତିକ ଶ୍ରମ ସଂଗଠନ ମଧ୍ୟରେ ଥିବା ଦୀର୍ଘ ୧୦୦ ବର୍ଷର ସଫଳ ସଂପର୍କରେ ଏହି ନୂଆ ଦାୟିତ୍ୱ ଆଉ ଏକ ଅଧ୍ୟାୟ ଯୋଡିଛି । ଭାରତର ଶ୍ରମ ସଚିବ ଅପୂର୍ବ ଚନ୍ଦ୍ର ଏହି ଆନ୍ତର୍ଜାତିକ ପ୍ରତିଷ୍ଠାନର ପରିଚାଳନା ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସେ ୨୦୨୦ ଅକ୍ଟୋବରରୁ ୨୦୨୧ ଜୁନ ପର୍ଯ୍ୟନ୍ତ ଏହି ପଦରେ ରହିବେ। ଆନ୍ତର୍ଜାତିକ ଶ୍ରମ ସଂଗଠନ ପରିଚାଳନା ପରିଷଦର ଅଧ୍ୟକ୍ଷ ପଦ ଏକ ସମ୍ମାନଜନକ ପଦଭାବେ ବିବେଚିତ ହୋଇଥାଏ । ଆନ୍ତର୍ଜାତିକ କ୍ଷେତ୍ରରେ ଏହାର ମର୍ୟ୍ୟାଦା ରହିଛି । ଆଇଏଲ୍ଓର ସର୍ବୋଚ୍ଚ କାର୍ୟ୍ୟନିର୍ବାହୀ ସଂସ୍ଥାଭାବେ ପରିଚାଳନା ପରିଷଦ କାର୍ୟ୍ୟ କରେ । ଏହି ପରିଷଦ ସଂଗଠନର ନୀତି, କାର୍ଯ୍ୟକ୍ରମ, କାର୍ଯ୍ୟସୂଚୀ ଏବଂ ବଜେଟ ପ୍ରସ୍ତୁତ କରିବା ସହ…
ନୂଆଦିଲ୍ଲୀ, ୨୦୨୦-୨୧ ଅର୍ଥିକ ବର୍ଷରେ ଜିଏସ୍ଟି ସଂଗ୍ରହ ଲକ୍ଷ୍ୟ ହାସଲରେ ଯେଉଁ ଅଭାବ ପରିଲକ୍ଷିତ ହୋଇଥିଲା ତାହାକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ବରୋଇଂ ୱିଣ୍ଡୋ ବ୍ୟବସ୍ଥାରେ ତାହାର ସମାଧାନ ସୂତ୍ର ବାହାର କରିଛନ୍ତି । ଏହି ବ୍ୟବସ୍ଥାରେ କେନ୍ଦ୍ର ସରକାର ଋଣକରି ପ୍ରଥମ ଦଫାରେ ଜିଏସ୍ଟି କ୍ଷତିପୂରଣ ବାବଦରେ ୧୬ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳକୁ ୬୦୦୦ କୋଟି ଟଙ୍କା ଦେଇଛନ୍ତି । ସ୍ପେଶାଲ ବରୋଇଂ ୱିଣ୍ଡୋ ମାଧ୍ୟମରେ ଏହି ଅର୍ଥ ପାଇବା ପାଇଁ ୨୧ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କେନ୍ଦ୍ରକୁ ନିଜର ସମ୍ମତି ଜଣାଇଥିଲେ । ରାଜ୍ୟମାନେ କ୍ରମାଗତ ଋଣ କରିବା କ୍ଷେତ୍ରରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସମନ୍ୱୟ କାର୍ୟ୍ୟ ନିର୍ବାହ କରି ଏହି ବ୍ୟବସ୍ଥାରେ ଅର୍ଥ ଯୋଗାଇ ଦେଇଛି । ରାଜ୍ୟମାନଙ୍କ ମଧ୍ୟରୁ ୫ଟି ରାଜ୍ୟର ଜିଏସ୍ଟି କ୍ଷତିପୂରଣ ବାବଦ କୌଣସି ବକେୟା ନ ଥିଲା। ଅନ୍ୟ…
ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୩୭୭ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୩୯୪ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୨୦୪, କଟକରୁ ୧୨୨, ସୁନ୍ଦରଗଡରୁ ୧୦୯, ବାଲେଶ୍ବରରୁ ୧୬୨, ମୟୂରଭଞ୍ଜରୁ ୧୨୬, ନବରଙ୍ଗପୁରରୁ ୧୦୦, ନୂଆପଡାରୁ ୬୫, ଯାଜପୁରରୁ ୧୦୭, ପୁରୀରୁ ୫୯, କେନ୍ଦ୍ରାପଡାରୁ ୬୪, ଜଗତସିଂହପୁରରୁ ୫୦, ମାଲକାନଗିରିରୁ ୩୧, ଝାରସୁଗୁଡାରୁ ୮୫, ବରଗଡରୁ ୮୮, ବଲାଙ୍ଗିରିରୁ ୮୭, ସମ୍ବଲପୁରରୁ ୫୦, ଭଦ୍ରକରୁ ୭୭, କେନ୍ଦୁଝରରୁ ୫୦, ସୋନପୁରରୁ ୬୪, ନୟାଗଡରୁ ୨୧, ବୌଦ୍ଧରୁ ୩୩, କୋରାପୁଟରୁ ୨୮, କନ୍ଧମାଳରୁ ୩୩, ଢେଙ୍କାନାଳରୁ ୩୪, କଳାହାଣ୍ଡିରୁ ୭୨, ଗଞ୍ଜାମରୁ ୩୪, ରାୟଗଡାରୁ ୨୯, ଦେବଗଡରୁ ୧୦, ଗଜପତି ୬ ଏବଂ ଷ୍ଟେଟ ପୁଲରୁ ୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ…
ନୂଆଦିଲ୍ଲୀ: କରୋନା ଟୀକା ଶୀଘ୍ର ଉପଲବ୍ଧ ହେବା ନେଇ ସଂକେତ ମିଳିଛି। ସେଥିପାଇଁ ଡାଟାବେସ୍ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ମିଳିଥିବା ସୂଚନା ରହିଛି। ସ୍ଵାସ୍ଥ୍ୟକର୍ମୀଙ୍କ ସହ ଅଙ୍ଗନବାଡି କର୍ମୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ମିଳିଛି। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କୁ ସ୍ୱାସ୍ଥ୍ୟ ଏସିଏସଙ୍କ ଚିଠି ହୋଇଥିବା ଖବର ମିଳିଛି। ଏହା ସହିତ ଆଇଏମଏ, ଆୟୁଷ, ନର୍ସିଙ୍ଗ ଆସୋସିଏସନ ସଭାପତିଙ୍କୁ ମଧ୍ୟ ଚିଠି ହୋଇଥିବା କୁହାଯାଉଛି। ପାରାମେଡିକ କର୍ମଚାରୀ ସଂଘ ଓ ଘରୋଇ ମେଡ଼ିକାଲ ସଂଘ ସଭାପତିଙ୍କୁ ମଧ୍ୟ ଚିଠି ହୋଇଥିବା ଶୁଣାଯାଉଛି। ଉକ୍ତ ଚିଠିରେ ସଂଘ ସଦସ୍ୟଙ୍କ ନାମ ଜିଲ୍ଲାପାଳ, ସିଡିଏମ୍ଓଙ୍କୁ ଦେବାପାଇଁ ଉଲ୍ଲେଖ କରାଯାଇଛି। ଏନେଇ ଏସିଏସ ଅକ୍ଟୋବର ୨୯ ତାରିଖ ସୁଦ୍ଧା ନାମ ଦେବାକୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୨୫ ମଧ୍ୟରେ ସିଭିବିଏମଏସରେ ଡାଟା ଅପଲୋଡ ପାଇଁ ନିର୍ଦ୍ଦେଶ ରହିଛି। ଅଙ୍ଗନବାଡି କର୍ମୀ, ହେଲ୍ପର, ସୁପରଭାଇଜର, ସିଡିପିଓଙ୍କ ତଥ୍ୟ ପାଇଁ ନିର୍ଦ୍ଦେଶ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ + ୨ ମହାବିଦ୍ୟାଳୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହାୟର୍ ସେକେଣ୍ଡାରୀ ଏଜୁକେସନ୍ର ୮ ଜଣ ଛାତ୍ରଛାତ୍ରୀ ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା (ନିଟ୍)ରେ କୃତିତ୍ୱର ସହ ସମ୍ମାନ ଜନକ ସ୍ଥାନ (ର୍ୟାଙ୍କ) ରଖି ସଫଳତା ହାସଲ କରିଛନ୍ତି। ନିଟ୍ରେ ସଫଳତା ଅର୍ଜନ କରିଥିବା ଏହି କୃତୀ ଛାତ୍ରଛାତ୍ରୀମାନେ ହେଲେ ଆଶିଷ ଦଳେଇ (୬୭୫), ଆଦିତ୍ୟ କୁମାର ରାଉତ (୬୩୩), ବ୍ୟାସଦେବ ମାଇସାଲ (୬୨୧), ଦେବାଶିଷ ପାଢ଼ୀ (୬୧୧), ଶୁଭଦର୍ଶୀ ଦେବାଶିଷ (୫୯୫), ଅର୍ପିତା ମଲ୍ଲିକ (୫୮୬), ମୋନାଲିସା କର (୫୮୫) ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ (୪୧୮)। ଏହି ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡଃ ମନୋଜ ରଞ୍ଜନ ନାୟକ ଏବଂ ଆଇ.ଏଚ୍.ଏସ୍.ଇ. ର ଅଧ୍ୟକ୍ଷ ପ୍ରଫେସର ପୁରେନ୍ଦ୍ର ଚରଣ ଦାଶ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଆଇଏଚ୍ଏସ୍ଇର ଅନେକ ଛାତ୍ରଛାତ୍ରୀ ଅତୀତରେ ନିଟ ବ୍ୟତୀତ…
ଭୁବନେଶ୍ୱର: ଚଳିତବର୍ଷ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ୍ ର୍ୟାଙ୍କିଂ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ର୍ୟାଙ୍କିଙ୍ଗରେ ଦେଶର ୨୦ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ) ହାସଲ କରିଛି ଆଉ ଏକ ସଫଳତା। ପୂର୍ବ ଭାରତରେ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ‘ଡାଇମଣ୍ଡ ରେଟିଂ’ ସମ୍ମାନ ମିଳିଛି। ବିଭିନ୍ନ ପର୍ଯ୍ୟାୟରେ ସୋଆର ପାରଦର୍ଶିତାକୁ ଅନୁଶୀଳନ କରାଯିବା ସହ ସ୍ୱତନ୍ତ୍ର ଭାବେ ତଥ୍ୟ ସଂଗ୍ରହ କରାଯାଇ ଏହି ର୍ୟାଙ୍କିଙ୍ଗ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି କ୍ୟୁଏସ୍ ଆଇ-ଗଜ୍ର ନିର୍ଦ୍ଦେଶକ (ଗ୍ରାହକ ସମ୍ପର୍କ) ଶ୍ରୀ ଶୁଭାୟୁ ନାୟକ। ଶିକ୍ଷା ପ୍ରଦାନ ଓ ଗ୍ରହଣ, ନିଯୁକ୍ତି, ସୁବିଧା ସୁଯୋଗ, ସାମାଜିକ ଦାୟିତ୍ୱ, ଗବେଷଣା ଓ ମାନ୍ୟତା ଏଭଳି ୬ଟି ମାପଦଣ୍ଡରେ ଗୁରୁବାର ଦିନ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ ସୋଆକୁ ଏହି ‘ଡାଇମଣ୍ଡ ରେଟିଙ୍ଗ୍’ ପ୍ରଦାନ କରାଯାଇଛି। କ୍ୟୁଏସ୍ ଆଇ-ଗଜ୍ ଏପରି ଏକ ରେଟିଙ୍ଗ୍ ବ୍ୟବସ୍ଥା…
ଜମ୍ମୁ: ଆଜି ଜମ୍ମୁ କାଶ୍ମୀରର ପାହାଡ଼ିଆ ଡୋଡା ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଡ୍ରାଇଭର ନିୟନ୍ତ୍ରଣ ହରାଇବା ପରେ ଖିଲାନିରୁ ହେମ୍ବଲକୁ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏହି ଗାଡି ଏକ ଗଭୀର ଖାଇରେ ଖସି ଯାଇଥିଲା। ଡୋମେଲ ଗାଁରେ ଏହି ଦୁର୍ଘଟଣା ଘଟିଛି। ଏହି ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ପୋଲିସ କହିଛି ଯେ ଆହତମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଜମ୍ମୁ କାଶ୍ମୀର ଡୋଡା ଜିଲ୍ଲାର ସଡ଼କ ଅବସ୍ଥା ବହୁତ ଖରାପ ଏବଂ ଅତ୍ୟଧିକ ଦ୍ରୁତ ଗତି କାରଣରୁ ସଡ଼କ ଦୁର୍ଘଟଣା ହେଉଥିବାର ଦୀର୍ଘ ଦିନ ଧରି ଖବର ରହିଆସିଛି। (ଏଜେନ୍ସି)
ବାଲେଶ୍ୱର, ଜିଲ୍ଲା ଗୋହିରାପଦା ଗ୍ରାମର ଯୁବ ଚିତ୍ରଶିଳ୍ପୀ ଆଦିତ୍ୟ କୁମାର ଜେନାଙ୍କ ଚିତ୍ରକଳା ନେଚର ଫାଣ୍ଟାସି ଦକ୍ଷିଣ ଭାରତର ପ୍ରସିଦ୍ଧ ଆର୍ଟ ଗ୍ୟାଲେରୀ ଆର୍ଟ ହଜରେ ସ୍ଥାନ ପାଇଛି । କେବଳ ସେତିକି ନୁହେଁ ଆଦିତ୍ୟଙ୍କ ଚିତ୍ରକଳା ସଂପର୍କରେ ଏକ ଆଲେଖ୍ୟ ଆର୍ଟ ଗ୍ୟାଲେରୀର କଳା ପତ୍ରିକା ଦି ଆର୍ଟ ଇଲଷ୍ଟ୍ରେଟଡ୍ ମାଗାଜିନରେ ମଧ୍ୟ ସ୍ଥାନ ପାଇଛି। ଯାହାକି ଓଡିଶା ଚିତ୍ରକଳା ଜଗତ ପାଇଁ ଏକ ଗର୍ବର କଥା। ୩ଫୁଟ ଓସାର ଏବଂ ୪ ଫୁଟ ଲମ୍ବ କାନଭାସ ଉପରେ ଚିତ୍ରଶିଳ୍ପୀ ଆଦିତ୍ୟ ପ୍ରକୃତିକୁ ନାରୀସହ ତୁଳନା କରିଛନ୍ତି । ରଂଗର ବିବିଧତା ସାଂଗକୁ ଜ୍ୟାମିତିକ ଅଙ୍କନର ବ୍ୟବହାର ତାଙ୍କର ଏହି ଚିତ୍ରକଳାକୁ ଏକ ନିଆରା ଢଂଗରେ ଉପସ୍ଥାପିତ କରିପାରିଛି । ଆଦିତ୍ୟ ଜେନା ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସୋରର ବିଶିଷ୍ଟ ଭାସ୍କର୍ଯ୍ୟଶିଳ୍ପୀ ବ୍ରଜକିଶୋର ଜେନାଙ୍କ ସୁପୁତ୍ର। ଭଦ୍ରକ ଚାରୁ ଓ କାରୁକଳା ମହାବିଦ୍ୟାଳୟରୁ ପେଣ୍ଟିଂରେ ଡିଗ୍ରୀ ଶେଷ ପରେ ଏକା…
ରାଜସ୍ଥାନ, ଆଜି ସକାଳେ ଡିଆଲାବ ପୋଖରୀରେ ଫେରାର ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଜବତ କରିଛି। ତାଙ୍କ ନାମ ଦେବେନ୍ଦ୍ର ଶର୍ମା ବୋଲି ଜଣାପଡିଛି। ଗତ ବୁଧବାର ଦିନ ରାଜସ୍ଥାନର ରିଥାଲାଇ ଶିବ ମାର୍ଗରେ ଦେବେନ୍ଦ୍ରଙ୍କ ସ୍ତ୍ରୀ ଏବଂ ଦୁଇ ସନ୍ତାନଙ୍କ ବେକରେ ତୀକ୍ଷ୍ଣ ଅସ୍ତ୍ର ଦ୍ବାରା ହତ୍ୟା କରାଯାଇଥିଲା। ସେତେବେଳେ ପୋଲିସ ସ୍ବାମୀ ଦେବେନ୍ଦ୍ରଙ୍କୁ ଖୋଜୁଥିଲେ ମଧ୍ୟ ସେ ଫେରାର ଥିଲେ। ହେଲେ ଆଜି ତାଙ୍କର ମୃତ ଦେହ ପୋଖରୀରେ ଭାସୁଥିବାର ଦେଖିବାକୁ ମିଳିଛି। ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଜିଲ୍ଲା ପୋଲିସ ଅଧୀକ୍ଷକ କବିଚନ୍ଦ୍ର ସିଂ କହିଛନ୍ତି ଯେ ବୁଧବାର ରାତିରେ 37 ବର୍ଷୀୟ ନିତୁ ଶର୍ମା, ତାଙ୍କ ପୁଅ 13 ବର୍ଷର ଆର୍ଯ୍ୟନ୍ ଏବଂ 15 ବର୍ଷର ଝିଅ ଶ୍ୱେତାଙ୍କୁ ରିଥାଲାଇ ଶିବ ମାର୍ଗରେ ହତ୍ୟା କରାଯାଇଥିଲା। ଏହା ପରେ ମହିଳାଙ୍କ ସ୍ୱାମୀ ଦେବେନ୍ଦ୍ର ଶର୍ମା ଫେରାର ହୋଇଯାଇଥିଲେ। କିନ୍ତୁ ଶୁକ୍ରବାର…
ଦୁବାଇ: ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୪୦ ଟି ମ୍ୟାଚ୍ ଶେଷ ହେବା ପରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ କେ.ଏଲ୍ ରାହୁଲ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପେସର୍ କାଗିସୋ ରାବାଡା ସମ୍ପୃକ୍ତ ବ୍ୟାଟିଂ ଏବଂ ବୋଲିଂ ତାଲିକାରେ ଶୀର୍ଷରେ ରହିଛନ୍ତି। ୧୦ ଟି ମ୍ୟାଚରେ ୫୪୦ ରନ୍ ସ୍କୋର କରିଥିବା ରାହୁଲ ଅରେଞ୍ଜ କ୍ୟାପ୍ ଧରିଛନ୍ତି। ତାଙ୍କ ପଛରେ ଦିଲ୍ଲୀ କ୍ୟାପିଟାଲର ଓପନର୍ ଶିଖର ଧାୱନ ଅଛନ୍ତି, ଯିଏ ୧୦ ଟି ମ୍ୟାଚରୁ ୪୬୫ ରନ୍ ସଂଗ୍ରହ କରିଛନ୍ତି। ଦୁଇ ଶତକ ସମେତ। ୧୦ ଟି ମ୍ୟାଚରେ ୩୯୮ ରନ୍ ସହ ମୟଙ୍କ ଅଗ୍ରୱାଲ ତୃତୀୟ ସ୍ଥାନରେ ରହିଛନ୍ତି ବୋଲରଙ୍କ ତାଲିକାରେ ରାବାଡା ୧୦ ଟି ମ୍ୟାଚରେ ୨୧ ଟି ୱିକେଟ୍ ନେଇଛନ୍ତି ଏବଂ ପର୍ପଲ କ୍ୟାପ୍ କରିଛନ୍ତି। କିଙ୍ଗ୍ସ ଏକାଦଶର ମହମ୍ମଦ ଶାମି ୧୦ ଟି ମ୍ୟାଚରୁ ୧୬ ଟି ୱିକେଟ ଏବଂ ରାଜସ୍ଥାନ ରୟାଲ୍ସର ଜୋଫ୍ରା ଅର୍ଚ୍ଚର…
ଭୁବନେଶ୍ବର: ରାଜ୍ୟରେ ଆଉ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଗଜପତି ଓ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ମୟୂରଭଞ୍ଜ, ଭୁବନେଶ୍ବର ଏବଂ ଯାଜପୁରରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା ୧୨୧୪କୁ ବୃଦ୍ଧି ହୋଇଛି। ଅନୁଗୁଳର ୭୬, ୩୮ ଓ ୬୨ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଗଜପତିରୁ ୬୦, ୪୫ ଓ ୨୯ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବରର ୬୨ ଓ ୬୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜରୁ ୫୧ ଓ ୭୦ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବା ବେଳେ ଯାଜପୁରରୁ ୨୯ ଓ ୬୮ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ସେହିପରି ଭଦ୍ରକର ଜଣେ ୪୩ ବର୍ଷୀୟ ପୁରୁଷ, ଢେଙ୍କାନାଳର ଜଣେ…
ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୭୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୦୩୧ ଜଣ ଚିହ୍ନଟ ହୋଇଥିବାବେଳେ ୭୬୨ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ୮୮୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୫୭ ହଜାର ୪୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୯ହଜାର ୫୭୯ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୧୯୬ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୧ ହଜାର ୭୯୩ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ…

