ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ବାଲୁଗାଁ ୩୩ କେଭି ଗ୍ରୀଡ଼ ଅଧିନସ୍ଥ ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡ଼ି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳାଇ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଆସନ୍ତାକାଲି ୧୩୨/୩୩ କେଭି ଗ୍ରୀଡ଼ ସବଷ୍ଟେସନ, ବାଲୁଗାଁର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ। ତେଣୁ ଉକ୍ତ ଗ୍ରୀଡ଼ ଅଧୀନରେ ଥିବା ବାଣପୁର ଏବଂ ବାଲୁଗାଁର ସମସ୍ତ ଅଞ୍ଚଳରେ ସକାଳ ୮ ଘଟିକାରୁ ଅପରାହ୍ନ ୪ ଘଟିକା ଯାଏଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏ ନେଇ ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ହୋଇଥିବାର କହିଛନ୍ତି ଶ୍ରୀ ଦଳାଇ ଏବଂ ଏଥିଲାଗି ଜନସାଧାରଣଙ୍କ ସହଯୋଗ ମଧ୍ୟ ଲୋଡିଛନ୍ତି।
Author: Samikhsya Bureau
ଜମ୍ମୁକାଶ୍ମୀର : ଭାରତର ସ୍ବର୍ଗ ଜମ୍ମୁକାଶ୍ମୀରର ସୌନ୍ଦର୍ଯ୍ୟ ସତରେ ରମଣୀୟ । ସେଠାରେ ଘର କରି ରହିବା ଅନେକଙ୍କ ସ୍ବପ୍ନ । ତେବେ ଏହି ସ୍ବପ୍ନ ଏବେ ସତରେ ପରିଣତ ହୋଇପାରିବ । ଏଣିକି ଜାମ୍ମୁକାଶ୍ମୀରରେ ଦେଶର ଯେକୌଣସି ନାଗରିକ ଜମି କିଣି ବସବାସ କରିପାରିବ । ଏନେଇ ଆଜି ଗୃହ ବିଭାଗ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। କିନ୍ତୁ ଏବେ ମଧ୍ୟ ଚାଷ ଜମି ଉପରେ କିଣାବିକା ରୋକ୍ ଜାରି ରହିଛି। ଧାରା 370 ଓ 35 ଏ ଉଚ୍ଛେଦ ପୂର୍ବରୁ ଜମ୍ମୁକାଶ୍ମୀରର ବାହାର ଲୋକେ ସେଠାରେ ଜମି କିଣିପାରୁନଥିଲେ । ପୂର୍ବରୁ କେବଳ ଜାମ୍ମୁ କାଶ୍ମୀରର ବାସିନ୍ଦାଙ୍କ ମଧ୍ୟରେ ହିଁ ଜମି କିଣାବିକା ପାଇଁ ଆଇନ୍ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଯେକୌଣସି ବ୍ୟକ୍ତି ସେଠାରେ ଜାଗା କିଣିପାରିବେ । ସେହିପରି ଚାଷଜମି ଅନ୍ୟ ଉଦ୍ଦେଶ୍ୟରେ ବିକ୍ରି ପାଇଁ ଥିବା କଟକଣା ମଧ୍ୟ ଉଠିଛି । ଏଣିକି ସେଠାକାର…
ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆର ସଭାପତି ରାମଦାସ ଆଠୱାଲେ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ରହିଛି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆଠୱାଲେଙ୍କୁ ଚିକିତ୍ସା ପାଇଁ ବମ୍ବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ଏନେଇ ସୂଚନା ଦିଆଯାଇଛି । ସେ ତାଙ୍କ ଦଳର ଏକ ମିଶ୍ରଣ ପର୍ବର ଯୋଗ ଦେଇ ଫେରିବା ପରେ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି । ଭାରତରେ କରୋନା ମାମଲା ଜଣାପଡିବା ପରେ ରାମଦାସ ଅଠାଓ୍ବାଲେ ‘ଗୋ କରୋନା ଗୋ’ର ସ୍ଲୋଗାନ ଦେଇଥିଲେ । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା । (ଏଜେନ୍ସି)
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 88 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 88 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 17 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 71 ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି। ସେହିପରି ଆଜି 230 ଜଣ ସୁସ୍ଥ ହୋଇଛନ୍ତି । ନୂତନ 88 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 28 ହଜାର 782ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 26 ହଜାର 607ଜଣ ସୁସ୍ଥ ହୋଇଥିବାବେଳେ 158ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 1 ହଜାର 996ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ନଭେମ୍ବର 30 ତାରିଖ ଯାଏଁ ସେପେ୍ଟେମ୍ବର ଅନଲକ୍ ଗାଇଡଲାଇନ୍ ବଳବତ୍ତର ରରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଗୃହ ମନ୍ତ୍ରାଳୟ ତରଫରୁ ଜାରି ଅନଲକ୍ ନେଇ ଜାରି ହୋଇଥିବା ଗାଇଡଲାଇନ୍ରେ କଣ୍ଟେନମେଣ୍ଟ ଜୋନ୍ରେ ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ କଟକଣା ଜାରି ରହିବ । ଗୃହ ମନ୍ତ୍ରାଳୟ ପକ୍ଷରୁ ଅନଲକ୍ ଅବଧି ବଢିବାର ନୂଆ ଗାଇଡଲାଇନ୍ ଜାରି ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ 24 ତାରିଖରୁ ଦେଶରେ ପ୍ରଥମଥର ପାଇଁ ଲକ୍ଡାଉନ୍ ଜାରି କରିଥିଲେ । ପ୍ରାୟ 3 ମାସ ଧରି ଲକଡାଉନ୍ର କଡାକଟକଣା ପରେ ଏଥିରେ ପର୍ଯ୍ୟାୟ କ୍ରମେ କୋହଳ କରାଯାଇଛି । ସରକାର ଅନଲକ୍ ପ୍ରକ୍ରିୟାରେ କଣ୍ଟେନମେଣ୍ଟ ଜୋନ୍ ବାହାରେ କାର୍ଯ୍ୟକଳାପକୁ ଅନୁମତି ଦେଇଛନ୍ତି । ତେବେ ଏଥିପାଇଁ ଏସ୍ଓପି ଜାରି ହୋଇଛି । ସେହିଭଳି ଭିଡ଼ ହେବାକୁ ଥିବା ସ୍ଥାନ ଯଥା ରେଳ, ମଲ୍, ହୋଟେଲ…
ଜୟପୁର : ଲାଞ୍ଚ ନେଇ ଧରାପଡ଼ିଛନ୍ତି କୋରାପୁଟ ନନ୍ଦପୁର ସିଡିପିଓ । ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ଅଙ୍ଗନବାଡ଼ି କେନ୍ଦ୍ରର ଏକ ଜାଲି ବିଲ୍ କରାଇ ଦେବା ପାଇଁ ସ୍ନିଗ୍ଧାରାଣୀ 1 ଲକ୍ଷ 75ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଜଣେ ଠିକାଦାରଙ୍କ ପାଇଁ ଏହି ଲାଞ୍ଚ କରାଇଦେବାକୁ ସ୍ନିଗ୍ଧା ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ରଙ୍ଗେହାତରେ ଧରିଛି । ଭିଜିଲାନ୍ସ ଟିମ୍ ସିଡିପିଓଙ୍କ କୋରାପୁଟ ସେମିଳିଗୁଡ଼ା ଅଫିସ୍ ଓ ବାସଭବନରେ ପହଞ୍ଚି ତଦନ୍ତ କରୁବା ନେଇ ସୂଚନା ମିଳିଛି।
ଟେକ୍ସାସ : ଆମେରିକାର ଟେକ୍ସାସ ତିନି ବର୍ଷର ଶିଶୁ ନିଜ ଜନ୍ମଦିନରେ ନିଜକୁ ଗୁଳି କରିଛି । ଯାହାଫଳରେ ଶିଶୁଟିର ମୃତ୍ୟୁ ହୋଇଛି । ହ୍ୟୁଟନଠାରୁ ପ୍ରାୟ 40 କିଲୋମିଟର ଦୂର ଅଞ୍ଚଳରେ ତିନି ବର୍ଷୀୟ ଶିଶୁ ନିଜ ସାଙ୍ଗସାଥୀ ଓ ପରିବାର ସହିତ ଜନ୍ମଦିନ ପାଳନ କରୁଥିବାବେଳେ ସମେସ୍ତ କାର୍ଡ ଖେଳରେ ମସଗୁଲ୍ ଥିଲେ । ହଠାତ୍ ସେଠାରେ ତାଙ୍କୁ ଗୁଳିର ଶବ୍ଦ ଶୁଣାଯାଇଥିଲା । ତେବେ ଏହି ଗୁଳି କେହି କାହା ଉପରକୁ ନୁହେଁ ବରଂ ଶିଶୁଟି ନିଜେ ନିଜ ଉପରକୁ ଚଳାଇଥିଲା । ଗୁଳିଟି ଶିଶୁଟିର ଛାତିରେ ବାଜିଥିଲା । ତତ୍କ୍ଷଣାତ ଶିଶୁଟିକୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ କିନ୍ତୁ ଶିଶୁଟିର ମୃତ୍ୟୁ ହୋଇଥିଲା । ତେବେ ବନ୍ଧୁକଟି କୌଣସି ସମ୍ପର୍କୀୟଙ୍କ ପକେଟରୁ ଗଳି ପଡିଥିବାର ସୂଚନା ଦେଇଛନ୍ତି ଅଧିକାରୀ । (ଏଜେନ୍ସି)
ନୂଆଦିଲ୍ଲୀ : କୁହାଯାଏ କୁକୁର ହେଉଛି ସବୁଠୁ ବିଶ୍ବସ୍ତ ପଶୁ । ଚୀନ୍ରେ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଗୋଟିଏ କୁକୁର 26 ଦିନ ପର୍ଯ୍ୟନ୍ତ ଯାତ୍ରା କରି ନିଜ ମାଲିକଙ୍କ ନିକଟରେ ପହଞ୍ଚି ପାରିଛି । କୁକୁରର ମାଲିକ ଭୁଲ୍କ୍ରମେ କୁକୁର ଏକ ସର୍ଭିସ୍ ଷ୍ଟେସନ୍ରେ ଛାଡି ଆସିଥିଲେ । ସାତ ବର୍ଷର ଏହି କୁକରର ନାମ ଦୌଓ ଦୌଓ। ପ୍ରାୟ ଏକ ମାସ ଧରି ଭୀଷଣ ଟ୍ରାଫିକ୍ ଓ ବ୍ୟସ୍ତ ବହୁଳ ହାଇଓ୍ବେର କୁକୁର ଯାତ୍ରା କରିଏକ ମାସ ପରେ ନିଜ ମାଲିକଙ୍କ ଘରେ ପହଞ୍ଚିଛି । ତେବେ ଏକ ମାସ ଧରି ଯାତ୍ରା କରିବା ଯୋଗୁଁ ବେଶ୍ ଦୁର୍ବଳ ହୋଇପଡିଛି କୁକୁରଟି । କୁକୁରଟି ଗତ ସାତ ବର୍ଷ ଧରି ମାଲିକଙ୍କ ସଙ୍ଗେ ରହୁଥିଲା । ମାଲିକଙ୍କ ଘରଠାରୁ 60 କିଲୋମିଟର ଦୂର ଏକ ଷ୍ଟେସନରେ କୁକୁରଟି ରହିଯାଇଥିଲା । ମିଳିଥିବା ସୂଚନା ଅନୁସାରେ…
ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ : ଯେତେ ଯାହା କଲେ ବି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଂଚଳରେ ବନ୍ଦ ହେଉନାହିଁ ଖଣି ମାଫିଆଙ୍କ ହରକତ। ତହସିଲ ପ୍ରଶାସନ ଡାଳେ ଡାଳେ ଯାଇ ବିଭିନ୍ନ ବେଆଇନ ପଥର ଖଣିରେ ଯେତେଥର ରେଡ୍ କଲେ ମଧ୍ୟ ମାଫିଆମାନେ ଯାଉଛନ୍ତି ପତ୍ରେ ପତ୍ରେ। ଦିନ ବେଳା ପ୍ରଶାସନ ଖଣି ଖାଦାନରେ ରେଡ୍ କରି ଗାଡି ମୋଟର ଜବତ କରୁଥିବା ହେତୁ ମାଫିଆମାନେ ରାତ୍ରୀ ସମୟରେ କରୁଛନ୍ତି ଚୋରା ବାଲି ଓ ପଥର ଚାଲାଣ । ଗତକାଲି ରାତିରେ ଟାଙ୍ଗୀ ତହସିଲଦାର ଅଶ୍ୱିନୀ ଦାସ ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ଓ କୁହୁଡି ନିକଟରେ ଚଢାଉ କରି ଦୁଇ ମେଣ୍ଟାଲ ବୋଝେଇ ସହ ଗୋଟାଏ ବାଲି ବୋଝେଇ ହାଇୱା ଜବତ କରିଛନ୍ତି। ଜବତ ମେଣ୍ଟାଲ ବୋଝେଇ ହାଇୱା ୨ଟି କୁହୁଡି ନିକଟ ବ୍ରୁଷବନ୍ଧ ପାହାଡରୁ ମେଣ୍ଟାଲ ନେଇ ଖୋରଧା ଯାଉଥିବା ବେଳେ ବାଲି ବୋଝେଇ ହାଇୱା ଗାଡିଟି…
ପୁରୀ : ମରାମତି ହେବ ଶ୍ରୀମନ୍ଦିରର ବାଇଶି ପାହାଚ । ପ୍ରତ୍ନତତ୍ତ୍ବ ବିଭାଗ ଟିମ୍ ଦ୍ବାରା ବାଇଶି ପାହାଚର ଅନୁଧ୍ୟାନ କରାଯାଇଛି । ଏହି ଅନୁଧ୍ୟାନବେଳେ ପାହାଚର ଦୁର୍ବଳ ପଥରକୁ ଚିହ୍ନଟ କରାଯାଇଛି । ଆବଶ୍ୟକ ପଡିଲେ ଦୁର୍ବଳ ପଥରର ପରିବର୍ତ୍ତନ କରାଯିବ । ପୂର୍ବରୁ ଉତ୍ତର ଓ ପଶ୍ଚିମ ଦ୍ବାର ପଟୁ ପାହାଚ ମରାମତି ହୋଇଥିଲା । ଏଏସ୍ଆଇ ଟିମ୍ ମହାଲକ୍ଷ୍ମୀ ଓ ବିମଳାଙ୍କ ମନ୍ଦିରର ମଧ୍ୟ ଅନୁଧ୍ୟାନ କରିଛି । ଅପରପକ୍ଷରେ ଶ୍ରୀମନ୍ଦିରର ଆଠଟି ଦ୍ବାରକୁ ରୂପାରେ ଛାଉଣୀ କରାଯିବ । ପୂର୍ବରୁ ତିନୋଟି ଦ୍ୱାର ରୁପା ଛାଉଣୀ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଆଉ 5ଟି ଦ୍ୱାରକୁ ରୁପାରେ ଛାଉଣୀ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର ଏବଂ ବେହରଣ ଦ୍ୱାର ସହ ମହାଲକ୍ଷ୍ମୀଙ୍କ ଗର୍ଭ ଦ୍ୱାର, ବିମଳା, ସାତପାହାଚ, ନୃସିଂହ ଏବଂ ପଶ୍ଚିମ ଭୋଗମଣ୍ଡପ ଦ୍ୱାର ରୁପାରେ ଛାଉଣୀ ହେବ।…
ଭୁବନେଶ୍ୱର: ଓଡ଼ିଶାରେ ଉପନିର୍ବାଚନ ତାତି ବେଶ୍ ଜୋର ଧରିଛି । ଆସନ୍ତା ନଭେମ୍ବର 3 ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ। ପ୍ରଚାର ମଧ୍ୟ ବେଶ୍ ଜମିସାରିଛି। ଏହି ଦୁଇ ଆସନରେ ତ୍ରିମୁଖୀ ଲଢେଇ ହେଉଥିବାବେଳେ ସବୁ ଦଳମାନଙ୍କର ତରଫରୁ ଜୋର୍ସୋରରେ ପ୍ରଚାର ଚାଲିଛି । ବିଭିନ୍ନ ପ୍ରତିଶ୍ରୁତି ଦେଇ ଭୋଟ୍ ହାତେଇବାକୁ ପ୍ରୟାସ କରୁଛନ୍ତି ନେତାମାନେ । ଉଭୟ ଆସନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର କରିବେ। ତେବେ ନବୀନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ। ତିର୍ତ୍ତୋଲ ପାଇଁ ଆସନ୍ତା କାଲି ପ୍ରଚାର କରିବେ । ସେହିପରି ଆସନ୍ତା 29 ତାରିଖରେ ବାଲେଶ୍ବରରେ ଭର୍ଚୁଆଲ ପ୍ରଚାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ତିର୍ତ୍ତୋଲରେ ବିଜେଡି ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିବାବେଳେ ବାଲେଶ୍ବର ସଦରପାଇଁ ସ୍ବରୂପ ଦାଶଙ୍କୁ ପ୍ରାର୍ଥୀ କରିଛି । ବହୁ ହେଭିଓ୍ବେଟ୍ ନେତା ଓ ବିଧାୟକମାନେ ପ୍ରଚାର କରୁଛନ୍ତି ।…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ ହରିକୁଣ୍ଡବରଡ଼ୀ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଯେଉଁଥିରେ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ଜଣେ ଯୁବକ। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ୧୧.୩୦ ଘଟିକାରେ ଚିଲିକା ବ୍ଲକ ହରିକୁଣ୍ଡ ବରଡ଼ୀ ଗ୍ରାମର ପ୍ରମୋଦ ପଲାଇଙ୍କ ପୁତ୍ର ତୋଫାନ ପଲାଇ(୨୨) କୁମାର ପୁନେଇଁ ଉପଲକ୍ଷେ ଭାର ନେଇ ନିଜ ଭଉଣୀ ଘରକୁ ଯିବାକୁ ବାଇକରେ ବାହାରିଥିଲେ। ହେଲେ ହରିକୁଣ୍ଡବରଡ଼ୀ ଢ଼ାବା ନିକଟରେ ନିଜ ବାଇକକୁ ରଖି ପରିସ୍ରା କରିବାକୁ ଉଦ୍ୟତ ହେଉଥିବା ସମୟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ଏକ କଣ୍ଟେନର (କେଏ-୦୩-ଏଏଫ-୦୩୧୪) ତୋଫାନଙ୍କୁ ପଛପଟୁ ଧକ୍କା ଦେଇ ତାଙ୍କ ଉପରେ ଚଢି ଦ୍ରୁତଗତିରେ ପଳାଇଥିଲା ଫଳରେ ଘଟଣାସ୍ଥଳରେ ତୋଫାନଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ପାଖାପାଖି ଅଧେ ଘଣ୍ଟା ସେମାନେ…
ଗୁଜୁରାଟ : ଗୁଜୁରାଟୀ ଫିଲ୍ମ ସୁପରଷ୍ଟାର ତଥା ପୂର୍ବତନ ବିଧାୟକ ନରେଶ କନୋଡିଆଙ୍କର ମୃତ୍ୟୁ ଘଟିଛି । କରୋନା ଯୋଗୁଁ 77 ବର୍ଷ ବୟସରେ ନରେଶଙ୍କର ମୃତ୍ୟୁ ହୋଇଛି । ବଡଭାଇ ଲୋକପ୍ରିୟ ଗାୟକ ମହେଶ କନୋଡିଆଙ୍କ ମୃତ୍ୟୁର ତୃତୀୟ ଦିନରେ ନରେଶଙ୍କ ମୃତ୍ୟୁ ହୋଇଛି ଗତ କିଛି ଦିନ ହେବ ଭେଣ୍ଟିଲେଟରରେ ରହିଥିଲେ ନରେଶ ।ତାଙ୍କର ଅକ୍ସିଜେନ୍ର ସ୍ତର ତଳକୁ ଖସି ଆସିଥିଲା । ଅକ୍ଟୋବର 20 ତାରିଖରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ୟୁଏନ୍ ମହେତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କରୋନା ସହ ଲଢେଇ କରି ଶେଷରେ ହାରି ଯାଇଛନ୍ତି ଏହି ଲୋକପ୍ରିୟ ଅଭିନେତା ଜଣକ । ନରେଶ କନୋଡିଆ ଗୁଜୁରାଟରେ ପ୍ରଥମ କରୋନା ମାମଲା ଆସିଥିବାବେଳେ ସେ ଡ୍ରମ୍ ବଜାଇ ଭାଗ କରୋନା ଭାଗ …. ଗୀତ ଗାଇଥିଲେ । କିନ୍ତୁ ଶେଷରେ ସେ କରୋନା…
ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ପଞ୍ଚାୟତ ସ୍ଥିତ ଶାରଳାରୋଡ ଛକରେ ଏକ ବିଜେଡି କାର୍ଯ୍ୟାଳୟ ଖୋଲାଯାଇଛି। ଏହି ବିଜେଡି କାର୍ଯ୍ୟାଳୟକୁ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ବିଜୟ ଶଙ୍କର ଦାସ ଫିତା କାଟି ଉଦଘାଟନ କରିଥିବା ବେଳେ ତାଙ୍କ ସହିତ ଥିଲେ ସାଂସଦ ରାଜଶ୍ରୀ ମଲ୍ଲିକ, ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ,ବ୍ଲକ୍ ଅଧ୍ୟକ୍ଷା ସୁଜାତା ମହାନ୍ତି, ବିଜେଡି ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ ଓ ନିର୍ବାଚନମଣ୍ଡଳୀ ବିଜେଡିର ଯୁବ ସଭାପତି ସୁବ୍ରତ ଦାଶ। ଏଠାରେ ଦେଖିବାକୁ ମିଳିଛି ନେତାଙ୍କ ଭାବପ୍ରବଣତା। ବିଧାୟକ ପ୍ରାର୍ଥୀ ବିଜୟ ଶଙ୍କର ଦାସ ଓ ସାଂସଦ ଙ୍କୁ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ମିଠା ଖୁଆଇ ଦେଉଥିବାର ଦୃର୍ଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀପ୍ରିୟା ବେହେରା , ପଞ୍ଚାୟତ ସଭାପତି ସୁଦର୍ଶନ ପଣ୍ଡା, ବିରଜା ପ୍ରସନ୍ନ ପରିଜା (ପୁଟୀ), ବାପି ସାମଲ,…
କାନପୁର : କାନପୁରରୁ ତିନି ଯୁବତୀଙ୍କ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ଜଣେ ଅନ୍ୟଜଣଙ୍କ ପ୍ରେମରେ ପାଗଳ ହୋଇ ତିନିଜଣ ଯୁବତୀ ଘର ପରିବାର ଛାଡି ଫେରାର ହୋଇଛନ୍ତି । ତେବେ ତିନି ଯୁବତୀଙ୍କୁ ପୋଲିସ୍ ଗାଜିଆବାଦରୁ ଉଦ୍ଧାର କରିଥିବାବେଳେ ଦୁଇଜଣ ବିବାହ କରିବାକୁ ଜିଦ୍ରେ ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ଚକେରୀ ଥାନା ଅଞ୍ଚଳରେ 20 ବର୍ଷୀୟ ଯୁବତୀ ସେପ୍ଟେମ୍ବର 2 ତାରିଖରେ ନିଖୋଜ ରହିଥିଲେ । ଏନେଇ ତାଙ୍କ ପରିବାର ଲୋକେ ପୋଲିସ୍ରେ ଅଭିଯୋଗ କରିଥିଲେ । ପୋଲିସ୍ ଏହି ଘଟଣାର ଯାଞ୍ଚ କରି ନିଖୋଜ ଯୁବତୀଙ୍କୁ ଖୋଜିଥିଲା । ଗାଜିଆବାଦଠାରୁ ପୋଲିସ୍ ଯୁବତୀଙ୍କ ଲୋକେସନ୍ ପାଇଥିଲା । ପୋଲିସ୍ ସେଠାରୁ ଏକା ସାଙ୍ଗରେ ତିନି ଯୁବତୀଙ୍କୁ ଉଦ୍ଧାର କରିଥିଲା । ତିନି ଯୁବତୀଙ୍କୁ ନେଇ ଚକେରୀ ଥାନା ଆଣିଥିଲେ । ତିନି ଯୁବତୀଙ୍କ ମଧ୍ୟରୁ ଦୁଇଜଣ କାନପୁରର ହୋଇଥିବାବେଳେ ଅନ୍ୟ ଜଣେ ଲକ୍ଷ୍ନୌର…
ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତରେ କଂଗ୍ରେସର ପୂର୍ବତନ ସରପଞ୍ଚ ବିଜେଡିରେ ମିଶିବା ପରେ ପଞ୍ଚାୟତର ବିଜେଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷର ନିଆଁ କୁହୁଳୁଥିବା ଚର୍ଚ୍ଚା ହେଉଛି। ସୂଚନାନୁଯାୟୀ ଉକ୍ତ ପଞ୍ଚାୟତର ନୀଳମାଧବ ପୀଠରେ କିଛିଦିନ ପୂର୍ବେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ତୁଳଙ୍ଗ ପଞ୍ଚାୟତର ପୂର୍ବତନ କଂଗ୍ରେସ ସରପଞ୍ଚ କିଛି କଂଗ୍ରେସ କର୍ମୀଙ୍କ ସହିତ ବିଜେଡିରେ ଯୋଗଦେଇଥିଲେ। ଏହି ସଭାରେ ଅନ୍ୟ ପଞ୍ଚାୟତର ବହୁ ବିଜେଡି କର୍ମୀ ଯୋଗଦେଇଥିବା ବେଳେ ଉକ୍ତ ପଞ୍ଚାୟତର ହାତଗଣତି କେଇଜଣ ବିଜେଡି କର୍ମୀଙ୍କୁ ଦେଖିବାକୁ ମିଳିଥିଲା। ଶୁଣିବାକୁ ମିଳୁଛି ବିଗତ ଦିନରେ ଉକ୍ତ ଟାଣୁଆ ସରପଞ୍ଚ ଜଣକ କଂଗ୍ରେସ ଦଳରେ ଥିବା ବେଳେ ତାଙ୍କ ଦ୍ବାରା ପଞ୍ଚାୟତର ବହୁ ବିଜେଡିକର୍ମୀ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିବା କୁହାଯାଉଛି ବିଗତ ଦିନର ଏସବୁ ଘଟଣାକୁ ପଞ୍ଚାୟତର ବିଜେଡି କର୍ମୀ ମାନେ ଆଜି ପର୍ଯ୍ୟନ୍ତ ଭୁଲିପାରି…
କୋଲକାତା, ତମ୍ବା ପାତ୍ରରେ ରଖାଯାଇଥିବା ଜଳ ଆମ ଶରୀର ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ପ୍ରଚୁର ଜଳ ପିଇବା ଦ୍ୱାରା ଆମ ଶରୀରରେ ଥିବା ସମସ୍ତ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ଯାହା ଆମ ଶରୀରକୁ ଅନେକ ରୋଗରୁ ରକ୍ଷା କରେ। ତେବେ ସାଧାରଣ ଗ୍ଲାସ ଅପେକ୍ଷା ତମ୍ବା ପାତ୍ରର ପାଣି ସ୍ବାସ୍ଥ୍ୟ ପାଇଁ ବେଶ ଉପକାର କରିଥାଏ। ତେବେ ଏହା ପ୍ରାଚୀନ ଯୁଗରୁ ପ୍ରମାଣିତ ହୋଇ ଆସିଛି ଯେ, ତମ୍ବା ପାତ୍ରରେ କିଛି ସମୟ ପାଣି ରଖି ପିଇଲେ ତାହା ଶରୀର ପାଇଁ ଅନେକ ଉପକାର ଦେଇଥାଏ। ଯଦି ରାତିରେ ତମ୍ବାପାତ୍ରରେ ପାଣି ରଖି ସକାଳୁ ପିଇଲେ ତାହା ଆହୁରି ଅଧିକ କାମ ଦିଏ। ତେବେ ଜାଣନ୍ତୁ ତମ୍ବାପାତ୍ରରେ ଥିବା ପାଣି ପିଇଲେ ଶରୀର ପ୍ରତି କିପରି ଉପକାରୀ ହୋଇଥାଏ। 1-ବେଳେବେଳେ କିଛି ଭୁଲ ଖାଇବା କାରଣରୁ ଆମର ହଜମ ପ୍ରକ୍ରିୟା ଅତ୍ୟନ୍ତ ଖରାପ ହୋଇପଡେ। ଏ…
ଭୁବନେଶ୍ବର : ରାଜ୍ୟରେ ଆଉ 13 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ ସର୍ବାଧିକ 4ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ନୂଆପଡାରୁ 3ଜଣ ଆକ୍ରାନ୍ତ, କେନ୍ଦୁଝର ଓ ଝାରସୁଗୁଡାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମାଲକାନଗିରି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା 1272କୁ ବୃଦ୍ଧି ହୋଇଛି । ଭୁବନେଶ୍ବରରୁ ଆଜି ଚାରିଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ବୟସ ଯଥାକ୍ରମେ 52, 40, 75 ଓ 86 ବର୍ଷ।ନୂଆପଡାରୁ ତିନି ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 68, 66, 60 ବର୍ଷ । କେଉଁଝରରୁ 75 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 54 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଝାରସୁଗୁଡାରୁ 53 ବର୍ଷୀୟ…
ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୨୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୭୨୯ ଜଣ ଚିହ୍ନଟ ହୋଇଥିବାବେଳେ ୫୧୮ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୩ ହଜାର ୯୪୨କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୬୬ ହଜାର ୧୦୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୬ ହଜାର ୫୧୨ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୨୫୯ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ମୋଟ୍ ୧ ହଜାର ୨୪୭ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ…
ପେଶାଓ୍ବାର : ପାକିସ୍ତାନର ପେଶାଓ୍ବାରରେ ବମ୍ ବିସ୍ଫୋରଣ ଯୋଗୁଁ ପ୍ରାୟ 7 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ 70 ଜଣ ଆହତ ହୋଇଛି । ପାକିସ୍ତାନ ପୋଲିସ୍ର ସୂଚନା ଅନୁସାରେ ପେଶାଓ୍ବାରରେ ଦିର୍ କଲୋନୀର ମଦ୍ରାସାରେ ବମ୍ ବିସ୍ଫୋରଣ ହୋଇ ସାତଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଏହି ବିସ୍ଫୋରଣରେ 70 ଜଣ ଆହତ ହୋଇଛନ୍ତି । ଆତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ୍ ଓ ଉଦ୍ଧାର କାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି । ଧାର୍ମିକ ସ୍କୁଲରେ ଶ୍ରେଣୀଗୃହ ଚାଲୁଥିବା ସମୟରେ ବମ୍ ବିସ୍ଫୋରଣ ଘଟିଛି । ମୃତକଙ୍କମଧ୍ୟରେ ଶିଶୁ ଓ ପ୍ରଶିକ୍ଷକଙ୍କ ସଂଖ୍ୟା ଅଧିକ ରହିଛି ।ସମସ୍ତ ଆହତଙ୍କୁ ଲେଡି ରିଡିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟର ଅନେକ ଶିଶୁ ରହିଥିବାବେଳେ ସେମାନଙ୍କ ଅବସ୍ଥା ଗୁରୁତର ରହିଛି । (ଏଜେନ୍ସି)
ଧର୍ମଗଡ : ଗୋଲାମୁଣ୍ଡା ଥାନା ଗୋଏଣ୍ଡିମୁଣ୍ଡା ଗାଁ ମୁଣ୍ଡରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ପ୍ରେମଜନିତ କାରଣରୁ ହତ୍ୟା କରାଯାଇଥିବା ନେଇ ଥାନାର ଅଭିଯୋଗ ହୋଇଛି । ଗତକାଲି ଯୁବକ ଜଣକ ନିଜ ପ୍ରେମିକାଙ୍କୁ ଦେଖା କରିବାକୁ ଗୋଏଣ୍ଡାମୁଣ୍ଡା ଯାଇଥିଲେ । ଯୁବକଙ୍କୁ ଧରି ପିଟି ପିଟି ହତ୍ୟା କରାଯାଇଥିବାର ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ । ମିଳିଥିବା ସୂଚନା ଅନୁସାରେ, ଗୋଲାମୁଣ୍ଡା ଥାନା ଖଲିଆକାନୀର ଦିଲୀପ ମେହେର କଏନ୍ଦିମୁଣ୍ଡା ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଯାହାକୁ ଯୁବତୀଙ୍କ ପରିବାର ଲୋକେ ବିରୋଧ କରୁଥିଲେ।ଗତକାଲି ଦିଲ୍ଲୀପ ପ୍ରେମିକାଙ୍କ ଗାଁକୁ ଯାଇଥିବାବେଳେ ଗାଁ ମୁଣ୍ଡରେ ଦିଲୀପଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଥିଲା । ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ ପ୍ରେମିକାଙ୍କ ପରିବାର ଲୋକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଏହି ଅଭିଯୋଗରେ ମୃତ ଯୁବକଙ୍କ ପ୍ରେମିକା, ତାଙ୍କ ବାପା, ମାଆ…

