ନୂଆଦିଲ୍ଲୀ : ଗତ 24 ଘଣ୍ଟାରେ 66 ହଜାର 732 ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ଥଳେ 816ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 9 ହଜାର 150କୁ ବୃଦ୍ଧି ହୋଇଥିବାବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 71 ଲକ୍ଷ 20 ହଜାର 539କୁ ବୃଦ୍ଧି ହୋଇଛି । ଦେଶରେ ଏବେ ସୁଦ୍ଧା 8 ଲକ୍ଷ 61 ହଜାର 853ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 61 ଲକ୍ଷ 49 ହଜାର 535ଜଣ । ଦେଶରେ କରୋନା ମୃତ୍ୟୁହାର ରହିଛି 1.53% ରହିଥିବାବେଳେ ଅଧିକ ଲୋକ ଆରୋଗ୍ୟ ଲାଭ କରୁଛନ୍ତି । ସାରା ଦେଶରେ ବର୍ତ୍ତମାନ ସୁଦ୍ଧା 8 କୋଟି 78 ଲକ୍ଷ 72 ହଜାର କୋଭିଡ୍ ଟେଷ୍ଟ କରାଗଲାଣି । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଆଦି ପାଞ୍ଚୋଟି ରାଜ୍ୟରେ ଅଧିକସଂଖ୍ୟକ କରୋନା ମାମଲା ଚିହ୍ନଟ ହେଉଛି । (ଏଜେନ୍ସି)
Author: Samikhsya Bureau
ଭୁବନେଶ୍ୱର : ଓଡ଼ିଶାରେ ଉପନିର୍ବାଚନ ତାତି ଅନୁଭୂତ ହେଲାଣି । ଉପନିର୍ବାଚନ ପାଇଁ ସବୁ ଦଳ ଭିତରେ କସରତ ଆରମ୍ଭ ହେଲାଣି । ତେବେ ଉପ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ବିଜେପି ଉଭୟ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଆଜି ପ୍ରଚାର କମିଟି ଘୋଷଣା କରାଯାଇଛି । ତେର ଜଣିଆ ପ୍ରଚାର କମିଟି ଘୋଷଣା କରାଯାଇଥିବା ବେଳେ ରଘୁନାଥ ମହାନ୍ତିଙ୍କୁ ପ୍ରଚାର କମିଟିର ଦାୟିତ୍ୱ ନ୍ୟସ୍ତ କରାଯାଇଛି । ବାଲେଶ୍ବର ସଦରର ପ୍ରାର୍ଥୀ ହୋଇଛନ୍ତି ମାନସ କୁମାର ଦତ୍ତ । ଅପରପକ୍ଷରେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସୂଚନାଯୋଗ୍ୟ, ନଭେମ୍ବର ତିନି ତାରିଖରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ନଭେମ୍ବର 10 ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ। କରୋନା କଟକଣା ମଧ୍ୟରେ ମତଦାନ କରିବେ ଭୋଟର।
ଚେନ୍ନାଇ : ତାମିଲନାଡୁରେ ସିନେଷ୍ଟାର୍ମାନେ ରାଜନୀତିରେ ପ୍ରବେଶ କରିବା ପରମ୍ପରା ବେଶ୍ ପୁରୁଣା । ଏଠାରେ ବହୁ ଅଭିନେତା, ଅଭିନେତ୍ରୀମାନେ ରାଜନୀତିରେ ନିଜର ଜଲ୍ଓ୍ବା ଦେଖାଇଛନ୍ତି । ଏହିକ୍ରମରେ ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ଖୁସୁବୁ ମଧ୍ୟ ରାଜନୀତିର ଏକ ଚର୍ଚ୍ଚିତ ଚେହେରା । ତେବେ ନିର୍ବାଚନ ପୂର୍ବରୁ ଦଳ ଡିଆଁ ଏକ ସ୍ବାଭାବିକ ପ୍ରକ୍ରିୟା ହୋଇଗଲାଣି । ତାମିଲନାଡୁ କଂଗ୍ରେସର ନେତ୍ରୀ ଖୁସୁବୁ କିନ୍ତୁ କଂଗ୍ରେସର ହାତ ଛାଡି ବିଜେପିର ଯୋଗଦେବାର ସୂଚନା ରହିଛି। ଖୁସୁବୁ ସୁନ୍ଦର 2014 ମସିହାରେ ଡିଏମ୍କେ ଛାଡି କଂଗ୍ରେସର ହାତ ଥରିଥିଲେ। ତେବେ 2014 କଂଗ୍ରେସ କ୍ଷମତାରୁ ବାହାରିବା ପରେ ତାଙ୍କ ରାଜନୈତିକ କ୍ୟାରିଅରରେ ବିଶେଷ କିଛି ଉନ୍ନତି ହୋଇପାରିନଥିଲା । ଅପରପକ୍ଷରେ 2021ରେ ତାମିଲନାଡୁ ବିଧାନସଭା ପାଇଁ ବିଜେପି ଚେହେରା ଅନ୍ବେଷଣରେ ରହିଛି । ତେବେ ଏହି ସମୟରେ ଖୁସୁବୁ କଂଗ୍ରେସ ଛାଡି ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ସୃଷ୍ଟି ହୋଇଛି ।…
ଉତ୍ତରାଖଣ୍ଡ, ରାଗରେ ପତ୍ନୀ ବିଷ ଖାଇବା ପରେ ବିଲଡର ଚନ୍ଦ୍ରପ୍ରକାଶ ଶ୍ରୀବାସ୍ତବ ରବିବାର ଅପରାହ୍ନରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ନୈନିତାଲ ନିକସ୍ଥ ରାମପୁର ରୋଡରେ ଥିବା କେ.ଆର ଗାର୍ଡେନରେ ଏହି ଡବଲ ଆତ୍ମହତ୍ୟା ଘଟଣା ଘଟିଛି। ଘଟଣାସ୍ଥଳରେ ବ୍ୟବହୃତ ରାଇଫଲ, ବିଷାକ୍ତ ପାତ୍ର, ବିଷ ପ୍ୟାକେଟ ଏବଂ କାଚ ଗ୍ଲାସକୁ ପୋଲିସ ଉଦ୍ଧାର କରିଛି। ଗ୍ଲାସରେ ବିଷର କେତେକ ଅଂଶ ଲାଗି ରହିଥିଲା। ପ୍ରାଥମିକ ଅନୁସନ୍ଧାନ ଆଧାରରେ ପୋଲିସ ଏହି ଦମ୍ପତିଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ହତ୍ୟାକାଣ୍ଡର କାରଣ ବୋଲି ଅନୁମାନ କରିଛି। 46 ବର୍ଷିୟ ଚନ୍ଦ୍ରପ୍ରକାଶ ଶ୍ରୀବାସ୍ତବ ପରିବାର ସହିତ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରେ ରହୁଥିଲେ। ରବିବାର ଅପରାହ୍ନରେ ତାଙ୍କ ମା ସନ୍ନା ଦେବୀ ତାଙ୍କୁ ଖାଦ୍ୟ ଦେବା ପାଇଁ କୋଠରୀକୁ ଯାଇଥିବାବେଳେ ଚନ୍ଦ୍ରପ୍ରକାଶ ଏବଂ ବୋହୂ ଦୀପା ଶ୍ରୀବାସ୍ତବଙ୍କ ଶବ ବିଛଣାରେ ପଡ଼ି ରହିଥିଲା। ଚନ୍ଦ୍ରପ୍ରକାଶଙ୍କ କୋଠରୀରେ ଛିନ୍ନଛତ୍ର ହୋଇଯାଇଥିଲା। କୋଠରୀର ଦୃଶ୍ୟ ଦେଖିବା ପରେ…
ଭୁବନେଶ୍ବର : ଅବପାତର ରୂପ ନେଇଛି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ । ଆଗାମୀ କିଛି ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ସମ୍ଭାବନା ରହିଛି । ଏହା ବିଶାଖାପାଟଣାରୁ ଦକ୍ଷିଣ- ଦକ୍ଷିଣ ପୂର୍ବ 280 କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆଜି ମଧ୍ୟରାତ୍ରିରେ ନାର୍ସାପୁର ଓ ବିଶାଖାପାଟଣା ମଧ୍ୟ ଦେଇ ଅତିକ୍ରମ କରିବ । ଏବେ ଘଣ୍ଟାକୁ 4 କିଲୋମିଟର ବେଗରେ ଗତି କରୁଛି ଅବପାତ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ସମ୍ଭାବନା ରହିଛି । ବର୍ଷା ସହ 45ରୁ 55 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି ବୋଲି ପାଣିପାଗ କେନ୍ଦ୍ର ତରଫରୁ ସୂଚନା ରହିଛି ।
ବିହାର, ଆଜିଠାରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଦୁଇ ଦିନିଆ ପ୍ରଚାର ଆରମ୍ଭ କରିବେ। ଏହି ଦୁଇ ଦିନରେ ନୀତୀଶ କୁମାର ଭର୍ଚୁଆଲ୍ ମିଟିଂ ମାଧ୍ୟମରେ ୩୫ ଟି ବିଧାନସଭା ଆସନରେ ଥିବା ଲୋକଙ୍କ ସହ ଯୋଗାଯୋଗ କରିବେ। ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ନୀତୀଶ କୁମାର ଏକ ଭର୍ଚୁଆଲ ରାଲି କରିବେ ଯେଉଁଥିରେ ସେ ୬ଟି ଜିଲ୍ଲାର ୧୧ ଟି ଆସନରେ ଭୋଟରଙ୍କ ସହ ଯୋଗାଯୋଗ କରିବେ। ସେହିପରି ଅକ୍ଟୋବର ୧୩ରୁ ନୀତୀଶ କୁମାର ହେଲିକପ୍ଟର ଯୋଗେ ରାଜ୍ୟର ବିଭିନ୍ନ ସଭାକୁ ଯିବେ। ଜନତା ଦଳ ୟୁନାଇଟେଡ ମୁଖପାତ୍ର ରାଜୀବ ରଂଜନ କହିଛନ୍ତି, “ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ଦୁଇ ଦିନ ମଧ୍ୟରେ ୩୫ ଟି ବିଧାନସଭା ନିର୍ବାଚନରେ ଏକ ଭର୍ଚୁଆଲ ରାଲିରେ ସମ୍ବୋଧିତ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ନୀତୀଶ କୁମାରଙ୍କ ମିଳିତ ଏନଡିଏ ରାଲି ଅନୁଷ୍ଠିତ ହେବ। ବର୍ତ୍ତମାନ…
ଭୁବନେଶ୍ବର, ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଆରମ୍ଭ ହେବ। ଏହା ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ସିଟିଂ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ୧୧ଟାରେ ସରିବ। ଦ୍ୱିତୀୟ ସିଟିଂ ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ଣ ୨.୩୦ମିନିଟ୍ ଏବଂ ତୃତୀୟ ସିଟିଂ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିବ। ଅନ୍ଲାଇନ୍ରେ ପରୀକ୍ଷା ହେବ। ;ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ପରୀକ୍ଷା ଓଡିଶା ବାହାରେ କରାଯାଇଛି। ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାରର ତିନିଟି ସହରରେ ୫ କେନ୍ଦ୍ର କରିଛି। ସେହିପରି ଓଡ଼ିଶାର ୨୧ଟି ସହରରେ ୫୪ ପରୀକ୍ଷାକେନ୍ଦ୍ର କାରଯାଇଛି। ଚଳିତ ବର୍ଷ ସର୍ବାଧିକ ୭୯,୭୮୮ ବିଦ୍ୟାର୍ଥୀ ପ୍ରବେଶିକା ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି।
ଭୁବନେଶ୍ବର, ରାଜ୍ୟର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ଲାଗି ଆଜିଠାରୁ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏହା ଅକ୍ଟୋବର ୨୨ ପର୍ଯ୍ୟନ୍ତ ୨୬ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବା। ସକାଳ 10ଟାରୁ ୩ଟି ସିଟିଙ୍ଗରେ ପରୀକ୍ଷା କରାଯିବ। ପ୍ରତ୍ୟେକ ସିଟିଂ ମଧ୍ୟରେ ଏକ ଘଣ୍ଟାର ବ୍ୟବଧାନ ରହିବ। ପ୍ରତି ବିଷୟର ପରୀକ୍ଷା ୯୦ ମିନିଟ୍ ଅବଧିର ହେବ। ରାଜ୍ୟର ୬୮ଟି ଶିକ୍ଷାନୁଷ୍ଠାନ ନିମନ୍ତେ ଏହି ପରୀକ୍ଷା ପାଇଁ ୬୨ ହଜାର ୧୮୯ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।
ଭୁବନେଶ୍ୱର: ସମ କୋଭିଡ ହସ୍ପିଟାଲ ର ଚିକିତ୍ସା ତଥା ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଏହି ହସ୍ପିଟାଲର ଦାୟିତ୍ବରେ ଥିବା ଡାକ୍ତରମାନେ ଯେଉଁଭଳି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ସଂପାଦନ କରୁଛନ୍ତି ଏଥିରେ ସେ ଖୁବ ପ୍ରଭାବିତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଶେଷ କରି ହସ୍ପିଟାଲ୍ ରେ ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରଦୀପ୍ତ ପାତ୍ର ଓ ଡାକ୍ତର ଈଶ୍ବର ବେହେରାଙ୍କ କର୍ତ୍ତବ୍ୟ ସଂପାଦନାକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଆଜି ଉଭୟ ଡାକ୍ତରଙ୍କୁ ଟେଲିଫୋନ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ। କରୋନା ମହାମାରୀର ପ୍ରଭାବ ଓଡିଶାରେ ଆରମ୍ଭ ହେବା ପରଠାରୁହିଁ ଆଇଏମଏସ ଓ ସମ୍ ହସ୍ପିଟାଲର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଭୁବନେଶ୍ବରରେ ସମ୍ କୋଭିଡ ହସ୍ପିଟାଲ ସହିତ କେନ୍ଦ୍ରାପଡ଼ା ତାଳଚେର ଓ ଚାନ୍ଦପୁର ଠାରେ କୋଭିଡ ହସ୍ପିଟାଲ କାର୍ଯ୍ୟ କରୁଛି ଯେଉଁଠାରେ ଶହଶହ କରୋନା ରୋଗୀ ଚିକିତ୍ସିତ ହୋଇପାରୁଛନ୍ତି। ସେହିପରି ସମ ତତ୍ତ୍ଵାବଧାନରେ…
ଭୁବନେଶ୍ୱର: କରୋନା ମହାମାରୀ ଭଳି ଅଦୃଶ୍ୟ ଓ ଭୟଙ୍କର ଶତ୍ରୁକୁ ବୟୋଜ୍ୟେଷ୍ଠ ମାନେଯେ ଖୁବ ଅନାୟସରେ ପରାସ୍ତ କରିପାରିବେ ଏହାକୁ ପୁଣି ଥରେ ପ୍ରମାଣ କରିଛନ୍ତି ଜଣେ ୯୩ ବର୍ଷୀୟା ମହିଳା। ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଦ୍ୱାରା ବରିଷ୍ଠ ନାଗରିକ ମାନେ କରୋନାରୁ ସୁସ୍ଥ ହୋଇପାରିବେ। ଏହା ପୁଣି ଥରେ ସାବ୍ୟସ୍ତ ହୋଇଛି ସମ୍ କୋଭିଡ ହସପିଟାଲରେ। କରୋନା ସଂକ୍ରମିତ ହୋଇଥିବା ୯୩ ବର୍ଷୀୟା ବାସନ୍ତୀ ପାତ୍ର ସମ୍ କୋଭିଡ ହସପିଟାଲ୍ରୁ ଚିକିତ୍ସା ପାଇବା ପରେ ରବିବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ମାତା ଶ୍ରୀମତି ବାସନ୍ତୀ ପାତ୍ର ଗତ ଅକ୍ଟୋବର ୨ ତାରିଖରେ କରୋନା ସଂକ୍ରମିତ ହୋଇଥିବାବେଳେ ୫ ତାରିଖରେ ଭୁବନେଶ୍ୱରସ୍ଥିତ ସମ୍ କୋଭିଡ ହସପିଟାଲରେ ଭର୍ତି ହୋଇଥିଲେ। ଏହି ବୟୋଜ୍ୟେଷ୍ଠ ମହିଳାଙ୍କ ଶରୀରରେ ହୃଦଜନିତ ଓ କିଡନି ଜନିତ ସମସ୍ୟା ରହିଥିବାବେଳେ ପିତକୋଷରେ ପଥର ଥିବା ଜଣା ପଡ଼ିଥିଲା। ଏହାଛଡ଼ା…
କଟକ, ଆଜି ହଠାତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଟ୍ବଇଟର ଆକାଉଣ୍ଟରେ ନିଜର ଏକ ଆକର୍ଷଣୀୟ ଫଟୋ ପକାଇଛନ୍ତି । ଏଥିସହିତ ସେ ଇଂରାଜୀରେ ମାତ୍ର ଅଢେଇ ଧାଡି ଲେଖିଛନ୍ତି। ବର୍ତ୍ତମାନ ସ୍ବାମୀ ଅନୁଭବ ମହାନ୍ତି ଏବଂ ତାଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଏହି ଲେଖାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ବର୍ଷା ଲେଖିଛନ୍ତି ଯେ.. “ଲୋକଙ୍କୁ ଗୋଡ଼ାନ୍ତୁ ନାହିଁ, ଆପଣ ଆପଣଙ୍କର କାର୍ଯ୍ୟ କରନ୍ତୁ ଏବଂ କଠିନ ପରିଶ୍ରମ କରନ୍ତୁ। ଆପଣଙ୍କ ଜୀବନରେ ସଠିକ୍ ବ୍ୟକ୍ତିମାନେ ଆପଣଙ୍କ ନିକଟକୁ ଆସିବେ ଏବଂ ରହିବେ।” ହଠାତ ବର୍ଷା ଏପରି ଉପଦେଶ କଣ ପାଇଁ ଦେଲେ ସେ ନେଇ ବିଭିନ୍ନ ମହଲରେ ସମୀକ୍ଷା ଆରମ୍ଭ ହୋଇଛି। ବିଶେଷ କରି ଶେଷ ଦୁଇ ଧାଡିକୁ ନେଇ ଅଧିକ ଆଲୋଚନା ଚାଲିଛି।
କୋଏତ୍ ଗସ୍ତରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିମାନ ବନ୍ଦରରେ ତାଙ୍କୁ କରାଯାଉଛି ସ୍ବାଗତ
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଦମୋହ ଜିଲ୍ଲାର ବାଟିଆଗଡ ଥାନା ନିକଟସ୍ଥ ପାଡାଝିର ଗ୍ରାମ ନିବାସୀ ଜଣେ 45 ବର୍ଷୀୟ ମହିଳା ପ୍ରସବ ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ମହିଳା ଜଣକ ସନ୍ତାନକୁ ଜନ୍ମଦେବା ପରେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ହଟା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । କିନ୍ତୁ ରାସ୍ତାରେ ଦୁହିଁଙ୍କର ମୃତ୍ୟୁ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ 45 ବର୍ଷୀୟ ମହିଳା ଷୋହଳ ଥର ପାଇ ମା’ ହୋଇଥିଲେ । ମହିଳାଙ୍କର ପୂର୍ବରୁ 15 ସନ୍ତାନ ମଧ୍ୟରୁ ଚାରି ପୁତ୍ର ଓ ଚାରି କନ୍ୟା ଜୀବିତ ଅଛନ୍ତି । ମାତ୍ର ଶେଷ ସାତୋଟି ସନ୍ତାନଙ୍କର ମୃତ୍ୟୁ ହୋଇଛି । ତେବେ ମହିଳାଙ୍କ ମୃତ୍ୟୁ ପରେ ଏହି ଘଟଣାରେ ଯାଞ୍ଚ କରାଯିବା ନେଇ ସୂଚନା ଦେଇଛନ୍ତି ଦମୋହ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ସ୍ବାସ୍ଥ୍ୟ ଅଧିକାରୀ ଡ. ସଂଗୀତା ତ୍ରିବେଦୀ । ପରିବାର ନିୟୋଜନ ପାଇଁ…
ଭୁବନେଶ୍ବର : ସମ୍ଭାବ୍ୟ ଲଘୁଚାପ ବର୍ଷାକୁ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଆଲର୍ଟ କରିଛନ୍ତି ଏସ୍ଆରସି । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଲଘୁଚାପ ଅବପାତର ରୂପ ନେଇଥିବାବେଳେ ଆସନ୍ତା 24ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହେବ। ସେହିପରି କାଲି 5ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ପାଞ୍ଚୋଟି ଜିଲ୍ଲା ମଧ୍ୟରେ, ମାଲକାନଗିରି, ରାୟଗଡା, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲା । ସେହିପରି ଆସନ୍ତା 13ରେ 9ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସମସ୍ତ ଜିଲ୍ଲାଗୁଡିକ ମଧ୍ୟରେ ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କଟକ,କେନ୍ଦ୍ରାପଡା, ନବରଙ୍ଗପୁର, କନ୍ଧମାଳ, ପୁରୀ, ନୟାଗଡ । ପରିସ୍ଥିତି ଉପରେ ନଜର ରଖି ପ୍ରସ୍ତୁତ ରହିବାକୁ ଏସ୍ଆରସି ପରାମର୍ଶ ଦେଇଛନ୍ତି । ସେହିପରି 14 ତାରିଖରେ 7ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ପୁରୀ :ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ଦେଇଛି ଅନ୍ତର୍ଜାତୀୟ ସଂସ୍ଥା । ଡେନମାର୍କର ଏକ ସଂସ୍ଥା ପକ୍ଷରୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ପ୍ରଦାନ କରାଯାଇଛି । ଦିଗବାରେଣୀ ଖୁଣ୍ଟିରୁ ମେ ଫାୟାର ହୋଟେଲ ବେଳାଭୂମି ଯାଏଁ ମିଳିଛି ଏହି ମାନ୍ୟତା । 860 ମିଟର ବ୍ୟାପ୍ତି ବେଳାଭୂମିକୁ ପ୍ରଦୂଷଣ ମୁକ୍ତ ଭାବେ ଏହି ମାନ୍ୟତା ପ୍ରଦାନ କରାଯାଇଛି । ଦେଶରେ ପୁରୀ ବେଳାଭୂମି ବେଷ୍ଟ ପ୍ରାକ୍ଟିସ ଆୱାର୍ଡରେ ତୃତୀୟ ସ୍ଥାନ ଅଧିକାର କରିଛି ।
ଇନ୍ଦୋର୍ :କରୋନା ପ୍ରକୋପ ଯୋଗୁଁ ଦେଶରେ ପର୍ବ ପର୍ବାଣୀର ଚମକ ପୂରା ଫିକା ପଡିଯାଇଛି । ସାର୍ବଜନିକ ପୂଜାକୁ ବାରଣ କରାଯାଇଥିବାବେଳେ ସମସ୍ତ ପର୍ବ ପର୍ବାଣୀକୁ କଟକଣା ଭିତରେ ପାଳନ କରାଯାଉଛି । କିନ୍ତୁ କରୋନାକୁ ଦୃଷ୍ଟିରେ ରଖି କେହି କେହି ପର୍ବ ପର୍ବାଣୀ ମନାଇବା ପାଇଁ ଏହାର ଅନନ୍ୟ ଉପାୟ ମଧ୍ୟ ବାହାର କରୁଛନ୍ତି । ଅପରପକ୍ଷରେ, କରୋନା ଯୋଗୁଁ ଡିଜିଟାଲ୍ ବ୍ୟବହାର ବହୁଳ ମାତ୍ରାରେ ବଢିଛି । ଅନଲାଇନ୍ କିଣା ବିକାଠାରୁ ଆରମ୍ଭ କରି ଅନଲାଇନ୍ ପାଠପଢା, ଅନଲାଇନ୍ ବିବାହ । ଏବେ ଅନଲାଇନ୍ରେ ଗର୍ବା ପ୍ରତିଯୋଗିତା ହେବାନେଇ କେହି କେହି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଶାରଦୀୟ ନବରାତ୍ରିରେ ଗର୍ବା ଏକ ପ୍ରମୁଖ ବିଷୟ ହୋଇଥିବାବେଳେ କରୋନା କାଳରେ ସାମୂହିକ ଗର୍ବା ପାଇଁ ବାରଣ କରାଯାଇଛି । କରୋନାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶର ଉତ୍ସର୍ବଧର୍ମୀ ସହର ଇନ୍ଦୋରରେ ଆଗାମୀ ନବଦୁର୍ଗୋତ୍ସବ ପାଇଁ ଅନ୍ଲାଇନ୍ ଗର୍ବା କାର୍ଯ୍ୟକ୍ରମ ପ୍ରସ୍ତୁତ…
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 2906ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 290 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 79 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 211 ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଛି । ବରମୁଣ୍ଡା, ସତ୍ୟନଗର, ଚନ୍ଦ୍ରଶେଖରପୁରରୁ 11 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନୟାପଲ୍ଲୀ. ଲକ୍ଷ୍ମୀସାଗର ଓ ଓଲ୍ଡ ଟାଉନ୍ରୁ 10 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରସୁଲଗଡରୁ 6ଜଣ, ଶହିଦ ନଗରରୁ 5ଜଣ, ୟୁନିଟ୍ 9ରୁ 3ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି 352 ଜଣ ସୁସ୍ଥ ହୋଇଛନ୍ତି । ନୂତନ 290 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 25 ହଜାର 464ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 21 ହଜାର 897ଜଣ ସୁସ୍ଥ ହୋଇଥିବାବେଳେ 117ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 3 ହଜାର 429ଜଣ ସକ୍ରିୟ ଆକ୍ରାନ୍ତ…
ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ମାମଲାକୁ ଦେଖି ସ୍କୁଲ ଶିକ୍ଷା ମନ୍ତ୍ରୀ ବର୍ଷା ଗାୟକଓ୍ବାଡ କହିଛନ୍ତି ଯେ, ଦିଓ୍ବାଲୀ ପୂର୍ବରୁ ରାଜ୍ୟରେ ସ୍କୁଲ ଖୋଲା ଯିବ ନାହିଁ। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ମୋଟ୍ 15 ଲକ୍ଷ 17 ହଜାର 434 ସଂକ୍ରମିତ ମାମଲା ସାମ୍ନାକୁ ଆସିଥିବାବେଳେ ମୃତ୍ୟୁ ସଂଖ୍ୟା 40 ହଜାର 40ରେ ପହଞ୍ଚିଛି । ତେବେ ରାଜ୍ୟରେ କରୋନା ସ୍ଥିତି ଦେଖି ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ଶିକ୍ଷା ମନ୍ତ୍ରୀ । କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ 16 ତାରିଖରୁ ସମସ୍ତ ଶିକ୍ଷଣ ସଂସ୍ଥା ବନ୍ଦ କରିବାକୁ ଆଦେଶ ଦେଇଥିଲେ । ତେବେ ଅକ୍ଟୋବର 15 ତାରିଖରୁ ପର୍ଯ୍ୟାୟକ୍ରମେ କରୋନା କଟକଣା ସହିତ ସ୍କୁଲ ଖୋଲିବାକୁ ରାଜ୍ୟସରକାରଙ୍କୁ ଗୁଡିକୁ ଅନୁମତି ଦେଇଛନ୍ତି । ତେବେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଆଦେଶ ରହିଛି ।…
ଅଗରତାଲା: ପୂର୍ବୋତ୍ତର ବିଜେପି ଶାସିତ ରାଜ୍ୟ ତ୍ରିପୁରାରେ ରାଜନୈତିକ ସଂକଟ ସୃଷ୍ଟି ହୋଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ବିରୋଧରେ ଅସନ୍ତୋଷ ସୃଷ୍ଟି ହୋଇଛି। ଶାସକ ଦଳର 11 ଜଣ ଅସନ୍ତୁଷ୍ଟ ବିଧାୟକ ଦିଲ୍ଲୀରେ ହାଇକମାଣ୍ଡଙ୍କ ସହିତ ସାକ୍ଷାତ୍ କରିବା ଲାଗି ଡେରା ପକାଇ ରହିଛନ୍ତି। ବିଧାୟକମାନେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଅଭିଯୋଗ କରିବାକୁ ଯୋଜନା କରିଛନ୍ତି। ଅସନ୍ତୁଷ୍ଟ ବିଧାୟକଙ୍କୁ କେତେକ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମର୍ଥନ ରହିଥିବା ନେଇ ରାଜ୍ୟରେ ଚର୍ଚ୍ଚା ହେଉଛି। ବିଧାୟକମାନେ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଆସ୍ଥା ରହିଥିବା କହିଛନ୍ତି। ତେବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବିପ୍ଲବଙ୍କ କାର୍ଯ୍ୟ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା କୁହାଯାଉଛି। ଶନିବାର ଦିନ ତ୍ରିପୁରାର ସୂର୍ଯ୍ୟମଣି ନଗର ବିଧାୟକ ରାମପ୍ରସାଦ ପାଲ୍ ରାଷ୍ଟ୍ରୀୟ ମହାସଚିବ ବି.ଏଲ୍ ସନ୍ତୋଷଙ୍କ ସହିତ ସାକ୍ଷଶତ କରିଛନ୍ତି । ରାମପ୍ରସାଦ…
ଭୁବନେଶ୍ବର : ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ତିର୍ତ୍ତୋଲରୁ ବିଜେପି ତରଫରୁ ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ବାଲେଶ୍ବର ସଦରର ପ୍ରାର୍ଥୀ ହୋଇଛନ୍ତି ମାନସ କୁମାର ଦତ୍ତ । ଏନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ । ସୂଚନାଯୋଗ୍ୟ, ନଭେମ୍ବର ତିନି ତାରିଖରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ନଭେମ୍ବର ୧୦ ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ। କରୋନା କଟକଣା ମଧ୍ୟରେ ମତଦାନ କରିବେ ଭୋଟର ।
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରଠାରେ ଏଟିଏମ୍ ତାଡି ଲକ୍ଷାଧିକ ଲୁଟ୍ ହୋଇଥିବାର ସୂଚନା ରହିଛି। ଗତକାଲି ବିଳମ୍ବିତ ରାତିରେ ଏକ ଏଟିଏମରୁ ପ୍ରାୟ 28 ଲକ୍ଷ ଟଙ୍କା ଲୁଟ ହୋଇଛି । ଇନଫୋସିଟି ଥାନା ପଟିଆ ଷ୍ଟେସନ ରାସ୍ତାର ପିଏନବି ଏଟିଏମରୁ ଏହି ଲୁଟ ହୋଇଛି । ଲୁଟେରାମାନେ ଗ୍ୟାସ କଟରରେ ଏଟିଏମକୁ କାଟି ଟଙ୍କା ଲୁଟି ନେଇଛନ୍ତି । ଲୁଟ ଅଭିଯୋଗ ପରେ ଇନଫୋସିଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି । ସାଇଣ୍ଟିଫିକ ଟିମ ସହ ପୁଲିସ ଏହି ଘଟଣାର ଖୋଳତାଡ଼ କରୁଛି ।

