Author: Samikhsya Bureau

ନୂଆଦିଲ୍ଲୀ, ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ ଟି ରାଲି କରିବେ। ତାଙ୍କର ପ୍ରଥମ ରାଲି ଅକ୍ଟୋବର ୨୩ ରେ ସାସାରାମରେ ଆୟୋଜିତ ହେବ ଜ୍ଝ ସେହି ଦିନ ସେ ଗୟା ଏବଂ ଭାଗଲପୁରରେ ଆଉ ଦୁଇଟି ସମାବେଶରେ ଉଦବୋଧନ ଦେବେ। ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ତିନୋଟି ସମାବେଶ ହେବ, ଯାହା ମାଧ୍ୟମରେ ସେ ୭୧ ଟି ଆସନରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ଜିତାଇବାକୁ ଜନସାଧାରଣଙ୍କୁ ନିବେଦନ କରିବେ। ତାଙ୍କର ଅନ୍ୟ ନଅଟି ରାଲି ଦ୍ୱିତୀୟ ଏବଂ ତୃତୀୟ ପର‌୍ୟ୍ୟାୟ ନିର୍ବାଚନ ପାଇଁ ହେବ। ବିହାର ବିଜେପି ନିର୍ବାଚନ ଦାୟିତ୍ୱରେ ଥିବା ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଏନଡିଏ ଦ୍ୱାରା ଏହି ରାଲି ଅନୁଷ୍ଠିତ ହେବ, ଯେଉଁଥିରେ ଜନତା ଦଳ ୟୁନାଇଟେଡ୍ ବା ଜେଡିୟୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସାମିଲ ହେବେ।

Read More

ଉତ୍ତରପ୍ରଦେଶ :ଉତ୍ତରପ୍ରଦେଶର ପିଲିଭିତ୍‌ ଜିଲ୍ଲାରେ ଶନିବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ସାତଜଣଙ୍କର ମୃତ୍ୟୁ ହୋଇଥିବାବେଳେ 32 ଜଣ ଆହତ ହୋଇଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ପିଲିଭିତର ପୁରାନାପୁର ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ବସ୍‌ ଓ ବୋଲୋର ମଧ୍ୟରେ ଧକ୍କା ହେବା ପରେ ସାତ ଜଣଙ୍କର ମୃତ୍ୟୁହୋଇଛି। 32 ଜଣ ଗୁରୁତର ରହିଛନ୍ତି ।  ଯାତ୍ରବାହୀ ବସ୍‌ ଯାତ୍ରୀଙ୍କୁ ନେଇ ଲକ୍ଷ୍ନୌ ଅଭିମୁଖେ ଯାଉଥିବାବେଳେ ଏକ ବୋଲୋର ଗାଡି ପୁରନପୁର ଯାଉଥିଲା । ତେବେ ସୋହରାମଉ ବର୍ଡର ନିକଟରେ ଦୁଇ ବାହାନ ମଧ୍ୟରେ ଭୀଷଣ ଧକ୍କା ହୋଇଥିଲା । ଧକ୍କା ହେବା ପରେ ବସ୍‌ଟି କ୍ଷେତକୁ ଓଲଟି ପଡିଥିଲା । ବସ୍‌ ଓଲଟିବା ଫଳରେ ଯାତ୍ରୀମାନେ ତଳକୁ ଦବି ଯାଇଥିଲେ । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିବାବେଳେ ଡାକ୍ତର ସେଠାରେ ସାତଜଣଙ୍କୁ ମୃତ୍ୟୁ ଘୋଷଣା…

Read More

ଭୁବନେଶ୍ବର, ଆଜିଠାରୁ ନବରାତ୍ରୀ ଆରମ୍ଭ ହେଉଛି । ନବରାତ୍ରୀ ସମୟରେ ଭକ୍ତମାନେ ମା ଦୁର୍ଗାଙ୍କର ନଅ ପ୍ରକାର ପୂଜା କରିଥାନ୍ତି। ଆଜି ନବରାତ୍ରୀଙ୍କର ପ୍ରଥମ ଦିନ ହୋଇଥିବା ବେଳେ ଏହା 25 ଅକ୍ଟୋବରରେ ବୁଡ଼ ପକାଇ ସମାପ୍ତ କରାଯିବ। ନବରାତ୍ରୀ ଅଶ୍ୱିନ ପ୍ରତିପଦା ତିଥିରୁ ଆରମ୍ଭ କରି ନବମୀ ତିଥି ପର୍ଯ୍ୟନ୍ତ ଚାଲିଥାଏ। ପ୍ରତିପଦା ତିଥିରେ ଅର୍ଥାତ ଆଜି ହେଉଛି କଳସ ପ୍ରତିଷ୍ଠା ପାଇଁ ଶୁଭ ସମୟ। ଏହି ଦିନ କଳସ ପ୍ରତିଷ୍ଠା ସହିତ ଦେବୀ ଶୈଳପୁତ୍ରୀଙ୍କ ପୂଜା ମଧ୍ୟ କରାଯିବ। ତା’ପରେ ଯଥାକ୍ରମେ ବ୍ରହ୍ମଚାରିଣୀ, ଚିତ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀଙ୍କ ପୂଜା ହେବ। 24 ଅକ୍ଟୋବରରେ ମହାଷ୍ଠମୀ ଏବଂ ମହାନବମୀ ପଡିବ।  ଅକ୍ଟୋବର 25ରେ ବିଜୟା ଦଶମୀ ସହ ନବରାତ୍ର ପୂଜା ସମାପ୍ତ ହେବ। ହିନ୍ଦୁ ନୂଆ ବର୍ଷ ମଧ୍ୟ ନବରାତ୍ରୀଙ୍କ ସହ ଆରମ୍ଭ ହେବ କେଉଁ ଦିନ କେଉଁ ଦେବୀଙ୍କୁ ପୂଜା କରାଯିବ…

Read More

ଭୁବନେଶ୍ୱର : କଟକରେ ରାସ୍ତାକଡ କେନାଲ ଭିତରକୁ କାର ପଶିଯାଇଛି । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ 16 ନମ୍ବର ଜାତୀୟ ରାଜପଥର ତେଲେଙ୍ଗାପେଣ୍ଠ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କାରଟି ଭାରସାମ୍ୟ ହରାଇ କେନାଲକୁ ପଶିଯାଇଥିବାବେଳେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କର ପରିଚୟ ଅସ୍ପଷ୍ଟ ରହିଥିବାବେଳେ ଦୁର୍ଘଟଣାର କାରଣ ମଧ୍ୟ ଜଣାପଡ଼ି ନାହିଁ । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତନାଘନା ଚଳାଇଛି ।

Read More

ଭୁବନେଶ୍ବର, ରାଜ୍ୟରେ ହେବାକୁ ଥିବା ଦୁଇଟି ଉପନିର୍ବାଚନ ପାଇଁ ଭୋଟରଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। କାରଣ କରୋନା ପଜେଟିଭ ଏବଂ ବୟସ୍କ ଭୋଟରଙ୍କୁ ସତର୍କତା ସହିତ ମତଦାନ କରିବା ପାଇଁ ବ୍ୟବସ୍ଥା କରାଯିବ। ସେଥିପାଇଁ ସ୍ଥାନୀୟ ନିର୍ବାଚନ ଅଧିକାରୀ ଘରକୁ ଘର ବୁଲି ତିନୋଟି ବର୍ଗର ଭୋଟରଙ୍କ ତଥ୍ୟ ସଂଗ୍ରହ କରିଥିଲେ।ସେମାନେ ହେଲେ ବୟସ୍କ, ଭିନ୍ନକ୍ଷମ ଏବଂ କରୋନା ପଜେଟିଭ ଭୋଟର। ଏମାନଙ୍କୁ ପୋଷ୍ଟାଲ ଭୋଟ ଦେବା ପାଇଁ ଉତ୍ସାହିତ କରାଯାଇଥିଲା। ସେହି ଅନୁସାରେ ଦୁଇ ନିର୍ବାଚନ ମଣ୍ଡଳୀର ଏହି ତିନୋଟି ବର୍ଗର ଭୋଟର ହେଲେ ତିର୍ତ୍ତୋଲ ତିନିବର୍ଗର ଭୋଟର ସଂଖ୍ୟା-15253 ଜଣ, ସେମାନଙ୍କ ମଧ୍ୟରୁ ପୋଷ୍ଟାଲ ଭୋଟ ପାଇଁ ରାଜି ହେଲେ 3685 ଜଣ, ବୁଥରେ ଭୋଟ ଦେବେ 9677 ଜଣ ଏବଂ ଅନୁପସ୍ଥିତ ଅଛନ୍ତି 1496 ଜଣ ଭୋଟର। ତେବେ ଏହି ନିର୍ବାଚନ ମଣ୍ଡଳୀରେ କରୋନା ପଜେଟିଭ ଭୋଟର 340 ଜଣ…

Read More

ଭୁବନେଶ୍ବର, ଓଡିଶାର ହେବାକୁ ଥିବା ଦୁଇଟି ବିଧାନସଭା ଉପନିର୍ବାଚନରେ ପ୍ରାର୍ଥୀ ପତ୍ର ଦାଖଲ ଶେଷ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁସାରେ ତିର୍ତ୍ତୋଲରେ 9 ଜଣ ଏବଂ ବାଲେଶ୍ବର ଆସନ ପାଇଁ 8 ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତିର୍ତ୍ତୋଲରେ ଯେଉଁ 9 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ସେମାନେ ବିଜେଡି, ବିଜେପି, କଂଗ୍ରେସ ଏବଂ ସିପିଆଇର ଜଣେ ଲେଖାଏଁ ପ୍ରାର୍ଥୀ ଅଛନ୍ତି। ସେହିପରି ସ୍ବାଧୀନ ଭାବେ ପାଞ୍ଚ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବାଲେଶ୍ବର ଆସନ ପାଇଁ ମୋଟ ଆଠଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରେ ସାତ ଜଣ ପୁରଷ ହୋଇଥିବା ବେଳେ ଜଣେ ମହିଳା ଅଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି, ବିଜେପି କଂଗ୍ରେସ ସହିତ ଆଉ ପାଞ୍ଚ ଜଣ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତାକାଲି ଶନିବାର ଦିନ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ 19 ତାରିଖ ରଖାଯାଇଛି।

Read More

ସୀତାରାମ ଅଗ୍ରୱାଲ  ଟାଙ୍ଗୀ: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ତାରିମୀ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା  ଘଟିଛି। ଛତୁ ତରକାରୀ ଖାଇ ବାପା, ମାଆ, ଓ ପୁଅ ଗୁରୁତର ହୋଇପଡିଛନ୍ତି। ଗୁରୁତର ମାନେ ହେଲେ ତାରିମୀ ଗ୍ରାମର ବାପା ସୁଦାମ ପ୍ରଧାନ (୬୦), ମା ସଵିତା  ପ୍ରଧାନ (୫୫) ଓ ପୁଅ ଭଗବାନ ପ୍ରଧାନ (୨୮)। ଗୁରୁତରଙ୍କୁ ଚିକିତ୍ସା ଲାଗି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମିଳିଥିବା ଖବର ଅନୁଯାୟୀ ଆଜି ଭଗବାନ ପ୍ରଧାନ ନିଜ ବାଡି ପଟୁ ଛତୁ ତୋଳି ଘରକୁ ଆଣିଥିଲେ। ପୁଅ ଆଣିଥିବା ଛତୁ ମା ତରକାରୀ କରିବା ପରେ ପରିବାରର ସମସ୍ତ ସଦସ୍ୟ ମିଶି ଭାତ ସହ ଛତୁ ତରକାରୀ ଖାଇଥିଲେ। ଖାଇବାର ପ୍ରାୟ ୫ ଘଣ୍ଟା ପରେ ସମସ୍ତେ ଝାଡା  ବାନ୍ତି କରିବା…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୮୫୦ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫୬୩ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୮୪, ପୁରୀରୁ ୧୪୭, ଅନୁଗୁଳରୁ ୧୩୮, ସମ୍ବଲପୁରରୁ ୧୩୭, କେନ୍ଦ୍ରାପଡାରୁ ୧୩୩, ବରଗଡରୁ ୯୮, ନବରଙ୍ଗପୁରରୁ ୮୯, ଯାଜପୁରରୁ ୮୭, ସୁନ୍ଦରଗଡରୁ ୮୫, ମୟୂରଭଞ୍ଜରୁ ୮୨, ଜଗତସିଂହପୁରରୁ ୮୦, ସୋନପୁରରୁ ୮୦, ବଲାଙ୍ଗିରିରୁ ୭୨, ଝାରସୁଗୁଡାରୁ ୭୨, ବାଲେଶ୍ବରରୁ ୬୯, ଢେଙ୍କାନାଳରୁ ୬୬, କଳାହାଣ୍ଡିରୁ ୬୩, କେନ୍ଦୁଝରରୁ ୫୫, କନ୍ଧମାଳରୁ ୪୮, ମାଲକାନଗିରିରୁ ୪୨, ବୌଦ୍ଧରୁ ୪୧, ନୂଆପଡାରୁ ୪୧, ନୟାଗଡରୁ ୩୭, ଗଞ୍ଜାମରୁ ୩୬, ଭଦ୍ରକରୁ ୩୧, ରାୟଗଡାରୁ ୨୭, କୋରାପୁଟରୁ ୨୬, ଦେବଗଡରୁ ୧୫, ଗଜପତି ୩ ଏବଂ ଷ୍ଟେଟ ପୁଲରୁ ୨୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ…

Read More

ରମେଶ ମହାନ୍ତି ଜଗତସିଂହପୁର: ନାମାଙ୍କନପତ୍ର ଦାଖଲର ଆଜି ଶେଷ ଦିନ ଥିବାବେଳେ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଓ ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ସଚିତ୍ର ମଲ୍ଲିକ ଏବଂ ଗୋଲାପ ମଞ୍ଜରି ଭୋଇ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ବହୁ ଦଳୀୟ କର୍ମୀଙ୍କ ସହ ବିଜୟ ଶଙ୍କର ଦାସ ଏକ ରାଲିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ନିଜର ନାମାଙ୍କନପତ୍ର ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ସଚ୍ଚିଦାନନ୍ଦ ଦାସଙ୍କ ନିକଟରେ ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ସେ ପ୍ରଥମେ ଜଗତ୍‌ସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ଦର୍ଶନ କରିଥିଲେ ।କରୋନା କଟକଣା ପାଇଁ ସର୍ବସାଧାରଣଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ନଥିବାରୁ ମନ୍ଦିରର ମୁଖ୍ୟ ଦ୍ୱାର ବାହାରେ ସେ ପୂଜାର୍ଚ୍ଚନା କରିଥିଲେ। ବିଜୟଙ୍କ ସହ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଓ ଜଗତସିଂହପୁର ବିଜେଡି…

Read More

ଭୁବନେଶ୍ବର : ନାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଓଡ଼ିଶାର ପ୍ରଥମ ଛାତ୍ର ଭାବେ ସୋଏବ ଅଫତାବ୍‌ ନିଟ୍‌ ଟପ୍ପର ହୋଇଥିବାର ସୂଚନା ରହିଛି। ନିଟ୍‌ରେ ଶତ ପ୍ରତିଶତ ନମ୍ବର ରଖିବାରେ ସୋଏବ ହେଉଛନ୍ତି ପ୍ରଥମ । ରାଉରକେଲାର 18 ବର୍ଷୀୟ ସୋଏବ ନିଟ୍‌ରେ ମୋଟ୍‌ 720 ନମ୍ବରରୁ 720  ନମ୍ବର ଟପ୍ପର ହୋଇଛନ୍ତି । ଏମବିବିଏସ ଏବଂ ବିଡିଏସ୍ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସେପ୍ଟେମ୍ବର 13 ତାରିଖରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଓଡ଼ିଶାରୁ 37 ହଜାର 198 ଜଣ ଛାତ୍ରଛାତ୍ରୀ ନିଟ୍ ପାଇଁ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ 32 ହଜାର 833ଜଣ ପରୀକ୍ଷା ଦେଇଥିଲେ। ତେବେ ପରୀକ୍ଷା ପାଇଁ 15.97 ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। କୋଭିଡ଼ କଟକଣା ମଧ୍ୟରେ ପରୀକ୍ଷା କରାଯାଇ ଥିଲା;…

Read More

ଭୁବନେଶ୍ବର : ଆସନ୍ତା 19 ତାରିଖରେ ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ରୁ ୨୧ ତାରିଖ ଅର୍ଥାତ୍ ତିନିଧରି ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ ସମସ୍ତ ଜିଲ୍ଲାପାଳକୁ ଏସ୍‌ଆରସି ଚିଠି ଲେଖିଛନ୍ତି। ବିଶେଷକରି ଦକ୍ଷିଣ ଓଡ଼ିଶାରେ ବନ୍ୟା ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରବଳ ବର୍ଷା ନେଇ ଆସନ୍ତା 20ରେ 2 ଜିଲ୍ଲା ଏବଂ 21 ତାରିଖରେ 4ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। 20 ଓ 21 ତାରିଖରେ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବାବେଳେ 21 ତାରିଖ ପାଇଁ କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ପାଇଁ ଅରେଞ୍ଜିଂ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ପୁରୀ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Read More

ନୂଆଦିଲ୍ଲୀ: ଆପଣଙ୍କ ପାଖରେ ଯଦି ପୁରୁଣା ଦଶ ଟଙ୍କିଆ ନୋଟ୍‌ ଅଛି ତେବେ ଆପଣ ମାଲେମାଲ୍‌ ହୋଇଯିବେ। ଆପଣ ଗୋଟିଏ ପୁରୁଣା ଦଶଟଙ୍କିଆ ନୋଟ୍‌ରୁ ୨୦ ରୁ ୨୫ ହଜାର ଟଙ୍କା ପାଇପାରିବେ। ବ୍ରିଟିଶ୍‌ ଇଣ୍ଡିଆ ସମୟରେ ଏପରି କିଛି ନୋଟ୍‌ ଚାଲୁଥିଲା ଯାହା ସମୟରେ ଏବେ ବି ବହୁ ଲୋକେ ଜାଣିନାହାନ୍ତି। ଏହି ସମସ୍ତ ନୋଟ୍‌ ସେହି ସମୟରେ ବହୁ ପ୍ରଚଳନ ହେଉଥିଲା। କିନ୍ତୁ ସେହି ନୋଟ୍‌ ବଦଳରେ ନୂଆ ଷ୍ଟାଇଲିସ୍‌ ନୋଟ୍‌ ଆସିଗଲା। ଏହା ମଧ୍ୟରେ ୧୦ ଟଙ୍କିଆ ନୋଟ୍‌ ଅନ୍ୟତମ। ଏହି ନୋଟ୍‌ରେ ଗୋଟିଏ ପଟରେ ଅଶୋକ ସ୍ତମ୍ବ ରହିଛି। ସିଂହର ତିନି ମୁହଁ ଥିବା ଏହି ୧୦ ଟଙ୍କିଆ ନୋଟ୍‌କୁ କିଛି ବର୍ଷ ପୂର୍ବରୁ ବେଶ୍‌ ଚାଲିଥିଲା। ଏହି ନୋଟ୍‌ରେ ସିଡିଦେଶମୁଖଙ୍କ ଦସ୍ତଖତ ରହିଥିଲା। ସିଡି ଦେଶମୁଖଙ୍କୁ ୧୯୪୩ ମସିହାରେ ବ୍ରିଟିଶର୍ସମାନେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗର୍ଭର୍ଣ୍ଣର ରୂପେ ନିଯୁକ୍ତ କରିଥିଲେ। ଏହି ୧୦ ଟଙ୍କିଆ…

Read More

ସୀତାରାମ ଅଗ୍ରଓ୍ବାଲ ଚିଲିକା: କରୋନା ମହାମାରୀ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ  ଚିଲିକା ନିର୍ବାଚନମଣ୍ଡଳୀରେ କମି କମି ଯାଉଛି। ବିଶେଷତଃ ବାଲୁଗାଁ ସହର ଏବଂ ଚିଲିକା ବ୍ଲକର କିଛି ପଞ୍ଚାୟତ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଅଞ୍ଚଳ ହୋଇଥିବାସ୍ଥଳେ ଏହାକୁ ବେଶ ଧ୍ୟାନ ଦେଉଛି ଉଭୟ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ। ଗତକାଲି ସୁଦ୍ଧା ବାଲୁଗାଁ ଏନ.ଏ.ସି ରେ ୩୨ ଗୋଟି କୋଭିଡ ଆକ୍ଟିଭ କେସ ଥିବାବେଳେ ଚିଲିକା ବ୍ଲକରେ ୨୫ ଗୋଟି କୋଭିଡ କେସ ଆକ୍ଟିଭ ଅଛି। ତଥାପି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ରେ ଅକ୍ଟୋବର ୩୧ ସୁଦ୍ଧା ଶୂନ କୋଭିଡ କେସ କରିବା ପାଇଁ ଲାଗିପଡିଛନ୍ତି ସ୍ଥାନୀୟ ପ୍ରଶାସନ। ଏହି ପରିପ୍ରେକ୍ଷୀରେ ନିକଟରେ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଆଗ ଧାଡ଼ିର କରୋନା ଯୋଦ୍ଧା ତଥା ଚିଲିକା ତହସିଲଦାର ଡ଼ା ପୁନମ ମହାପାତ୍ରଙ୍କ ନେତୃତ୍ୱରେ ଆଜି ଏକ ବିଶାଳ ଏନ୍ଫୋର୍ସମେଣ୍ଟ…

Read More

ନୂଆଦିଲ୍ଲୀ :  ଆଜିର ଜାମାନା ହେଉଛି ଗୁଗୁଲ୍‌ର । ଆପଣଙ୍କର ଯଦି କିଛି ପ୍ରଶ୍ନ ଅଛି ତେବେ ତତ୍‌କ୍ଷଣାତ୍‌ ଗୁ୍ଗୁଲ୍‌କୁ ପଚାରି ଦେଉଛନ୍ତି । କେବେ କେବେ ଗୁଗୁଲରେ‌ ବହୁତ ଅଜବ ଜିନିଷ ମଧ୍ୟ ସର୍ଚ୍ଚ ହୋଇଥିବାର ଜଣାଯାଇଛି । ଯଦି ଆପଣ ମଧ୍ୟ ଗୁଗୁଲ୍‌ ସର୍ଚ୍ଚ କରୁଛନ୍ତି, ତେବେ ସାବଧାନ ରହୁନ୍ତୁ । ଆପଣଙ୍କର ଗୋଟିଏ ଭୁଲ୍‌ ଯୋଗୁଁ ଆପଣ ଜେଲ୍‌ର ଚାରି କାନ୍ଥ ଭିତରେ ରହିଯିବେ । ଆପଣ ଗୁଗୁଲ୍‌ ସର୍ଚ୍ଚ କରିବା ସମୟରେ ସାବଧାନ ରୁହନ୍ତୁ, ଜାଣି ରଖନ୍ତି ଗୁଗୁଲ୍‌ରେ କେଉଁ ବିଷୟରେ ସର୍ଚ୍ଚ କଲେ ଆପଣଙ୍କୁ ଏପରି କଠୋର ଦଣ୍ଡ ମିଳିବ । ଗୁଗୁଲ୍‌ରେ କଦାପି ବମ୍‌ ପ୍ରସ୍ତୁତି ସମ୍ପର୍କରେ ସର୍ଚ୍ଚ କରନ୍ତୁ ନାହିଁ । ଏହା ଆପଣଙ୍କୁ ବେଶ୍‌ ମହଙ୍ଗା ପଡିବ । ଆପଣ ଏହା ସମ୍ପର୍କରେ ସର୍ଚ୍ଚ କଲେ, କମ୍ପାନୀ ତୁରନ୍ତ ଆପଣଙ୍କ ଆଇପି ଆଡ୍ରେସ  ସୁରକ୍ଷା ଏଜେନ୍ସିଙ୍କ ନିକଟକୁ ପଠାଇ ଦେବ…

Read More

ଜଲଗାଁଓ : ମହାରାଷ୍ଟ୍ରର ଜଲଗାଁଓରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ଅଜ୍ଞାତ ବ୍ୟକ୍ତି ଗୋଟିଏ ପରିବାରର ଚାରି ସନ୍ତାନଙ୍କୁ କୁରାଢୀରେ ନିର୍ମମ ହତ୍ୟା କରିଛି । ବୋରେଖେଡା ଗ୍ରାମର କ୍ଷେତରୁ ଚାରି ଶିଶୁଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଚାକିରି ସନ୍ଧାନରେ ମହତାବ ତାଙ୍କ ସ୍ତ୍ରୀ ସହ ଚାରି ସନ୍ତାନକୁ ଧରି ମଧ୍ୟପ୍ରଦେଶରୁ ମହାରାଷ୍ଟ୍ରର ଜଲଗାଁଓ ଆସିଥିଲେ । ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ରୁମଲୀ ବାଇ ଓ 12 ବର୍ଷର ଝିଅ ସଇତା, 11 ବର୍ଷର ରାଓ୍ବଲ୍‌, ଆଠ ବର୍ଷର ଅନୀଲ୍‌ ଓ ତିନି ବର୍ଷର ସୁମନ୍‌ ରହିଥିଲେ । ବାରଖେଡା ଗ୍ରାମର ମୁସ୍ତଫା ନାମକ ଜଣେ ବ୍ୟକ୍ତିଙ୍କ ଘରେ ମହତାବ ଚାଷ କାର୍ଯ୍ୟ କରୁଥିଲେ । ତେବେ ମାତା ପିତା ମଧ୍ୟପ୍ରଦେଶରେ ରହିଥିବାବେଳେ ଚାରି ସନ୍ତାନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମୁସ୍ତାଫାଙ୍କ କ୍ଷେତରୁ ଉଦ୍ଧାର କରାଯାଇଛି…

Read More

ନୂଆଦିଲ୍ଲୀ: ଏବେ ଆପଣଙ୍କ ଏଲ୍‌ପିଜି ସିଲିଣ୍ଡରର ହୋମ୍‌ ଡେଲିଭେରୀ ପ୍ରକ୍ରିୟାରେ ପରିବର୍ତ୍ତନ ଘଟିବ। ମିଳିଥିବା ସୂଚନା ଅନୁସାରେ, ଏବେ କେବଳ ଫୋନରେ ଅର୍ଡର ବୁକ୍ କରିବା ଦ୍ୱାରା ହିଁ ସିଲିଣ୍ଡର ଡେଲିଭରି ହେବନି। ଏଥିପାଇଁ ଭାରତୀୟ ତୈଳ କମ୍ପାନୀ ଏଲ୍‌ପିଜି ସିଲିଣ୍ଡରର ହୋମ୍‌ ଡେଲିଭରୀ ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରୁଛନ୍ତି। ଘରୋଇ ସିଲିଣ୍ଡର ଚୋରୀକୁ ରୋକି ଉପଯୁକ୍ତ ଉପଭୋକ୍ତାଙ୍କ ନିକଟରେ ଗ୍ୟାସ୍‌ ପହଞ୍ଚାଇବା ଲକ୍ଷ୍ୟରେ ଗ୍ୟାସ୍‌ ସିଲିଣ୍ଡରର ହୋମ୍‌ ଡେଲିଭରୀ ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରାଯାଇଛି। ତେବେ ଆସିବାକୁ ଥିବା ଏହି ନୂତନ ପ୍ରକ୍ରିୟାରେ ଏବେ କେବଳ ବୁକିଂ କରିବାରେ କାମ ଚଳିବନି। ତୈଳ କମ୍ପାନୀ ନୂଆ ସିଷ୍ଟମକୁ ଅଥଣ୍ଟିକେସନ୍ କୋଡ୍(ଡିଏସି) ସହିତ ଯୋଡିବାର ଯୋଜନା କରୁଛନ୍ତି। ଏଥିରେ ସିଲିଣ୍ଡର ବୁକିଂ କରିବା ନେଇ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବର ଉପରେ ଏକ କୋଡ୍ ଆସିବ। ଏହି କୋଡ୍ ସିଲିଣ୍ଡର ଡେଲିଭରି କରିବା ସମୟରେ ଡେଲିଭରି ବୟକୁ ଦେବାକୁ ହେବ। ଯେଉଁ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ତହସିଲରେ ବେଆଇନ ପଥର ମାଫିଆଙ୍କ ଉପରେ ତହସିଲ ପ୍ରଶାସନ ପକ୍ଷରୁ ଚଢ଼ାଉ ଜାରି ରହିଛି। ସତେ ଯେମିତି ଅଞ୍ଚଳରୁ ଖଣି ଓ ପଥର ମାଫିଆଙ୍କ ଚି଼ହ୍ନବର୍ଣ୍ଣ ଲିଭେଇବାର ଶପଥ ନେଇଛନ୍ତି ତହସିଲଦାର । ଆଜି ପୂର୍ବାହ୍ନରେ ଟାଙ୍ଗୀ ତହସିଲଦାର ଶ୍ରୀ ଅଶ୍ୱିନୀ ଦାସଙ୍କ ନେତୃତ୍ୱରେ ଏକ ପାଟ୍ରୋଲିଂ ଟିମ ଗଠନ ହୋଇ ଟାଙ୍ଗୀ ତହସିଲ ଅଧିନସ୍ଥ ଛଣଗିରି ଏବଂ ପାତ୍ରପଡ଼ା ଜଙ୍ଗଲ ମଧ୍ୟରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଉକ୍ତ ଦୁଇ ଅଞ୍ଚଳରୁ ଗୋଟାଏ ଟ୍ରକ, ଗୋଟାଏ ଜେ.ସି.ବି, ଦୁଇ ଗୋଟି ଟ୍ରାକ୍ଟର ଏବଂ ଚାରି ଗୋଟି ପାୱାର କଟର ମେସିନ ଜବତ କରିଛନ୍ତି ତହସିଲଦାର । ବାରମ୍ବାର ଟାଙ୍ଗୀ ତହସିଲ ଅଞ୍ଚଳରେ ବେଆଇନ ପଥର ଚାଲାଣ ହେଉଥିବାବେଳେ ବାରମ୍ବାର ଦୁର୍ବୃତ୍ତମାନଙ୍କ ଯୋଜନାକୁ ବିଫଳ କରୁଛି ଟାଙ୍ଗୀ ତହସିଲ । ଟାଙ୍ଗୀ ତହସିଲଦାରଙ୍କ ଏପରି କାର୍ଯ୍ୟାନୁଷ୍ଠାନକୁ ଦେଖି ପଥର ମାଫିଆଙ୍କ…

Read More

ଗୁଣୁପୁର : ପଥର ଖାଦାନରେ ବିସ୍ଫୋରଣ ଘଟି ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 6ଜଣ ଗୁରୁତର ହୋଇଛନ୍ତି । ତିନି ମୃତକଙ୍କ ମଧ୍ୟରେ 2 ଜଣ ମହିଳା ଶ୍ରମିକ ଥିବାର ସୂଚନା ରହିଛି । ଓକିଲଗୁଡାରେ ଥିବା ପଥର ଖାଦାନରେ ବିସ୍ଫୋରଣ ଘଟିଥିବାର ସୂଚନା ରହିଛି । ପଥର ଫୁଟାଇବାବେଳେ ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି । ବିସ୍ଫୋରଣ ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Read More

ଦୁବାଇ: କେକେଆର ଅଧିନାୟକ ପଦରୁ ଓହରିଛନ୍ତି ଦୀନେଶ କାର୍ତ୍ତିକ ।କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଦୀନେଶ କାର୍ତ୍ତିକ ଆଇପିଏଲ ମଧ୍ୟଭାଗରୁ ଅଧିନାୟକ ପଦରୁ ଓହରି ଯାଇଛନ୍ତି । କାର୍ତ୍ତିକ ଓହରିବା ସହିତ ଅଧିନାୟକ ଦାୟିତ୍ୱ ଇଓନ ମୋର୍ଗାନଙ୍କ ଉପରେ ନ୍ୟସ୍ତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ସିଜିନରେ ଦୀନେଶ କାର୍ତ୍ତିକଙ୍କ ପ୍ରଦର୍ଶନ ଉତ୍ସାହ ଜନକ ରହିନଥିଲା । କେବଳ ହାଇଦ୍ରାବାଦ ବିପକ୍ଷ ମ୍ୟାଚକୁ ଛାଡିଲେ କାର୍ତ୍ତିକଙ୍କ ବ୍ୟାଟ୍‌ କିଛି କମାଲ୍‌ କରିପାରିନାହିଁ । ଆଜି ମୁମ୍ବାଇ ବିପକ୍ଷ ମ୍ୟାଚ ପୂର୍ବରୁ କାର୍ତ୍ତିକ ନିଜ ଦାୟିତ୍ୱରୁ ଓହରି ଯାଇଛନ୍ତି । କେକେଆର ପକ୍ଷରୁ ଏହି ଖବରକୁ ସ୍ପଷ୍ଟ କରାଯାଇଛି । ନିଜ ବ୍ୟାଟିଂ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ପାଇଁ କାର୍ତ୍ତିକ ନିଜ ପଦବୀରୁ ଅବ୍ୟାହତି ନେଇଥିବା ମଧ୍ୟ ସ୍ପଷ୍ଟ କରାଯାଇଛି । ଇଂଲଣ୍ଡର ବିଶ୍ୱକପ ବିଜୟୀ ଅଧିନାୟକ ଇଓନ ମୋର୍ଗାନ ଅବଶିଷ୍ଟ ମ୍ୟାଚରେ ଦଳର ନେତୃତ୍ୱ ନେବେ ।…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ର ପ୍ରତାପ ଗ୍ରାମ ଏବଂ ଶାଳିଆ ଡ୍ୟାମର ସୀମାବର୍ତୀ ଜଙ୍ଗଲ ଅଞ୍ଚଳରେ ପଡ଼ିରହିଛି ଏକ ଗଳିତ ଶବ । ଶବଟି ବହୁଦିନ ରୁ ପଡିଥିବାର ଅନୁମାନ କରାଯାଉଛି । ଶବଟି ଗଳିତ ଅବସ୍ଥାରେ ଥିବାରୁ ପରିଚୟ ଜଣାପଡ଼ୁନାହିଁ। ଆଜି ସକାଳେ ପ୍ରତାପ ଗ୍ରାମର କିଛି ଯୁବକ ମାନେ ଜଙ୍ଗଲ ରାସ୍ତା ଦେଇ ଗ୍ରାମକୁ ଫେରୁଥିବାବେଳେ ଜଙ୍ଗଲ ପାର୍ଶ୍ଵ ରୋଡ଼ରେ ଉକ୍ତ ଗଳିତ ଶବଟି ପଡିଥିବାର ଦେଖିବାକୁ ପାଇଥିଲେ। ଗ୍ରାମର କେତେକ ଯୁବକ ଏ ନେଇ ବାଣପୁର ପୋଲିସକୁ ସୂଚନା ଦେଇଥିବାର କହୁଥିବା ବେଳେ ବାଣପୁର ଆଇ.ଆଇ.ସି ଏହାକୁ ଖଣ୍ଡନ କରିବା ସହ ଏ ବିଷୟ ନେଇ ସେ କୌଣସି ଖବର ପାଇନଥିବା ପ୍ରକାଶ କରିଛନ୍ତି। ହେଲେ ବର୍ତ୍ତମାନ ଆମ ପ୍ରତିନିଧିଙ୍କଠାରୁ ଏ ଖବର ପାଇବା ପରେ ତଦନ୍ତ ପାଇଁ ବାଣପୁର ପୋଲିସ ଘଟଣାସ୍ଥଳକୁ ଯିବାପାଇଁ ସଜବାଜ ହେଉଥିବାର ସୂଚନା…

Read More

ନୂଆଦିଲ୍ଲୀ : ତାଇଓ୍ବାନ ରାଷ୍ଟ୍ରତି ସାଇ ଇଙ୍ଗ୍‌ ଓ୍ବାନ୍‌ ଭାରତୀୟ ଖାଦ୍ୟର ପ୍ରଶଂସା କରିଛନ୍ତି । ତାଇଓ୍ବାନ୍‌ ରାଷ୍ଟ୍ରପତି ଗୁରୁବାର ଏକ ଟୁଇଟ୍‌ ଜରିଆରେ ଭାରତୀୟ ଖାଦ୍ୟ ମଧ୍ୟରେ ନିଜର ପସନ୍ଦିତା ଖାଦ୍ୟ ସମ୍ପର୍କରେ ସୂଚନା ଦେବା ସହ କହିଛନ୍ତି ଯେ, ତାଇଓ୍ବାନର ଲୋକେ ମଧ୍ୟ ଭାରତୀୟ ବ୍ୟଞ୍ଜନକୁ ବହୁତ ପସନ୍ଦ କରିଥା’ନ୍ତି । https://twitter.com/iingwen/status/1316608930651402240?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1316608930651402240%7Ctwgr%5Eshare_3%2Ccontainerclick_1&ref_url=https%3A%2F%2Fwww.aajtak.in%2Fworld%2Fphoto%2Ftaiwan-president-tsai-ing-wen-tweets-about-indian-food-tlif-1146443-2020-10-16 ଚଣା ମସଲା ଓ ନାନା ଖାଇବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି ତାଇଓ୍ବାନ ରାଷ୍ଟ୍ରପତି ।  ଏହା ସହିତ ଭାରତୀୟ ଚା’କୁ ମଧ୍ୟ ମନେ ପକାଇଛନ୍ତି । ତାଇଓ୍ବାନ୍‌ରେ ମଧ୍ୟ କିଛି ଭାରତୀୟ ରେସ୍ତୋରାଁ ରହିଛି । ତାଇଓ୍ବାନ ବାସିନ୍ଦାମାନେ ଭାରତୀୟ ଖାଦ୍ୟକୁ ପସନ୍ଦ କରିଥା’ନ୍ତି । ସେ ଚଣା ମସଲା ନାନା ଖାଇଲେ ଭାରତ ଗସ୍ତ ସମ୍ପର୍କରେ ମନେ ପକାଇଥା’ନ୍ତି ବୋଲି କହିଛନ୍ତି ତାଇଓ୍ବାନ ରାଷ୍ଟ୍ରପତି । ଭାରତୀୟ ଖାଦ୍ୟ ଖାଇଲେ ବିବିଧତାପୂର୍ଣ୍ଣ ତଥା ରଙ୍ଗ ବେରଙ୍ଗ ଭାରତର ସ୍ମୃତି ସର୍ବଦା ତାଜା…

Read More