ସୀତାରାମ ଅଗ୍ରଓ୍ବାଲ ଚିଲିକା: ସମ୍ପ୍ରତି ରାଜ୍ୟରେ କରୋନା ମାମଲା ବୃଦ୍ଧି ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ମାମଲା ଚିହ୍ନଟ ହେଉଛି। ଖୋର୍ଦ୍ଧା ଜିଲ୍ଲା ପ୍ରତି ମଧ୍ୟ ବିଶେଷ ଭାବରେ ଦୃଷ୍ଟି ଦିଆଯାଉଛି। ଅମାନିଆଙ୍କୁ ସାବାଡ କରିବା ପାଇଁ ମୋଟା ରକମର ଅର୍ଥ ଦଣ୍ଡ ମଧ୍ୟ ଆଦାୟ କରାଯାଉଛି। ମାସ୍କ ଓ ସାମାଜିକ ଦୂରତ୍ବକୁ ବିଶେଷ ଭାବରେ ଅଗ୍ରାଧିକାର ଦିଆଯାଉଥିବାବେଳେ କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କଠାରୁ କଡା ଜରିମାନା ଆଦାୟ କରାଯାଉଛି। ଚିଲିକା ଅଞ୍ଚଳରେ ମଧ୍ୟ କୋଭିଡ୍ ଉଲ୍ଲଂଘନକାରୀଙ୍କଠାରୁ ମୋଟା ରକମର ଜରିମାନା ଆଦାୟ କରାଯାଉଛି। ତେବେ ଏହି ଜରିମାନା ଆଦାୟକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଗତକାଲି ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗ୍ରାମର ଘୋଡାଦୌଡ ପେଣ୍ଠ ଅଞ୍ଚଳରେ ସାମାଜିକ ଦୂରତ୍ବ ନିୟମ ଖିଲାଫ ଅଭିଯୋଗରେ ଆଦାୟ କରାଯାଇଥିବା ଜରିମାନାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଗତକାଲି ଚିଲିକା ବ୍ଲକ ପ୍ରଶାସନ ତରଫରୁ ଦିନ ଦ୍ବିପହର…
Author: Samikhsya Bureau
ଜମ୍ମୁକାଶ୍ମୀର : ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଜମ୍ମୁ କାଶ୍ମୀର ପାଇଁ 1350 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ପ୍ରଧାମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗେଇ ନେବା ପାଇଁ ଏହି ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ରାଜ୍ୟର ବ୍ୟବସାୟୀଙ୍କ ପାଇଁ ଏହି ପ୍ୟାକେଜ ଘୋଷଣା କରିଛନ୍ତି । ବ୍ୟବସାୟୀମାନଙ୍କ କାରବାରକୁ ସୁଗମ କରିବା ପାଇଁ ଏହା ଆତ୍ମନିର୍ଭର ଭାରତର ଏବଂ ଆମେ ନେଇଥିବା ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରୁ ଅନ୍ୟତମ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ଗୋଟିଏ ବର୍ଷ ପାଇଁ ବିଦ୍ୟୁତ୍-ଜଳ ବିଲ୍ ଉପରେ 50 ପ୍ରତିଶତ ଛାଡ ନେଇ ଉପରାଜ୍ୟପାଳ ମଧ୍ୟ ଘୋଷଣା କରିଛନ୍ତି। ସେ କହିଛନ୍ତି, ‘ଗୋଟିଏ ବର୍ଷ ପାଇଁ ବିଦ୍ୟୁତ୍ ଏବଂ ଜଳ ବିଲରେ 50 ପ୍ରତିଶତ ରିଆତି ଦିଆଯିବ। ଋଣ ନେଇଥିବା ସମସ୍ତ ବ୍ୟକ୍ତିଙ୍କ କ୍ଷେତ୍ରରେ ଷ୍ଟାମ୍ପ ଡ୍ୟୁଟିରେ ଛାଡକୁ ମାର୍ଚ୍ଚ…
କୋରାପୁଟ ପୋଲିସ ଦୁଇ ହଜାର ଲିଟର ମହୁଲି ମଦ ଜବତ କରିବା ସହିତ ସେଗୁଡିକ ନଷ୍ଟ କରୁଛନ୍ତି
ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ସିବିଆଇ ରେଡ୍କୁ କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖିଛି । ସିବିଆଇ ବିଜେପିର କଣ୍ଢେଇ ବୋଲି କହିଛନ୍ତି କଂଗ୍ରେସ ନେତା ତାରା ବାହିନୀପତି । 7 ବର୍ଷ ହେଲା ସିବିଆଇ କେଉଁଠି ଥିଲା ବୋଲି ପ୍ରଶ୍ନ କରିଛନ୍ତି ତାରା । ସିବିଆଇ ଇନ୍କ୍ବାରୀ, ରେଡ୍ ସବୁ ଲୋକ ଦେଖାଣିଆ । ରେଡ୍ ହେଉ, କିନ୍ତୁ ନବୀନ ନିବାସର ଅଫିସ୍ରଙ୍କୁ କାହିଁକି ରେଡ୍ କରୁନି ସିବିଆଇ ବୋଲି କହିଛନ୍ତି ତାରା । ରାଜ୍ୟସରକାରଙ୍କ ଉପରେ ବି ତଦନ୍ତ ହେବା ଦରକାର ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀ ପତି । ବିଜେପି, ବିଜେଡି ଗୋଟିଏ । କେବଳ ନିର୍ବାଚନବେଳେ ଅଲଗା ଦେଖେଇ ହୁଅନ୍ତି ବୋଲି କହିଛନ୍ତି ତାରା । ଏବେ କେବଳ ଚିଟ୍ଫଣ୍ଡ ଉପରେ ରାଜନୀତି ହେଉଛି, କିଛି ଫାଇଦା ନାହିଁ ବୋଲି କହିଛନ୍ତି ତାରା ।…
ନୂଆଦିଲ୍ଲୀ, ଆଜି ଓଡିଶା ପାଇଁ ଏହା ଏକ ଗର୍ବର ଦିନ ଥିଲା। କାରଣ ୨୦ ବର୍ଷ ପରେ ଜଣେ ଓଡିଆ ସାଂସଦ ରାଜ୍ୟସଭା ପ୍ରକ୍ରିୟାରେ ଅଧ୍ୟକ୍ଷତା କରିଥିଲେ। ବିଜୁ ଜନତା ଦଳର ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ରାଜ୍ୟସଭାର ଉପାଧ୍ୟକ୍ଷ ଭାବରେ ଗୃହ ପରିଚାଳନା କରିଛନ୍ତି। ମହାମାରୀ ରୋଗ (ସଂଶୋଧନ) ଅର୍ଡିନାନ୍ସ, ୨୦୨୦ ବିଲ୍ ଉପରେ ଆଲୋଚନା ବେଳେ ଓଡିଶାର ସାଂସଦ ରାଜ୍ୟସଭାରେ ଅଧ୍ୟକ୍ଷତା କରିଥିଲେ । ପୂର୍ବରୁ ସସ୍ମିତ ଅନ୍ୟ ପାଞ୍ଚ ଜଣ ସହ ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଥିଲେ। ସେ ଉପାଧ୍ୟକ୍ଷ ଭାବେ ଚେୟାର ଗ୍ରହଣ କରିବା ସମୟରେ ଅନ୍ୟ ସାଂସଦମାନେ ଡକ୍ଟର ପାତ୍ରଙ୍କୁ ଅଭିନନ୍ଦନ ଜଣାଇଥିଲେ। ଦିନିକିଆ ଅଧିବେଶନ ବନ୍ଦ ହେବା ପରେ ଅନେକ ରାଜ୍ୟସଭା ସାଂସଦ ତାଙ୍କ ନିକକୁ ଆସି ଶୁଭେଚ୍ଛା ଜଣାଇଥିଲେ। ସେମାନେ କହିଥିଲେ ଯେ ଗୃହର ସର୍ବ କନିଷ୍ଠ ସାଂସଦ ହୋଇଥିଲେ ମଧ୍ୟ ତାଙ୍କର ଭଦ୍ର ଆଚରଣ ଏବଂ ଧର୍ୟ୍ୟର ସହିତ…
ଭୁବନେଶ୍ୱର: ବିଜେଡି ସିବିଆଇକୁ ଏତେ ଭୟ କାହିଁକି କରୁଛି । ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସରକାରୀ ଓ ପୈତୃକ ବାସଭବନ ସମେତ ମୋଟ 8ଟି ସ୍ଥାନରେ ଗତକାଲି ଚଢଉ ପରେ ଏଭଳି ପ୍ରଶ୍ନ କରିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ସିବିଆଇ ବିଜେପିର ମୋର୍ଚ୍ଚା ନୁହେଁ । ଏହା ଏକ ସ୍ୱାଧୀନ ସଂସ୍ଥା । କେବଳ ଦେବୀ ମିଶ୍ର ନୁହନ୍ତି, ବହୁ ନେତା ଓ ଅଫିସର ଏଥିରେ ସମ୍ପୃକ୍ତ । ଚିଟଫଣ୍ଡ ସ୍କାମରେ ସମ୍ପୃକ୍ତ ସମସ୍ତେ ଦଣ୍ଡ ପାଇବେ । ବିଜେଡି ସିବିଆଇକୁ ଏତେ ଭୟ କାହିଁକି କରୁଛି । ସିବିଆଇ ଏକ ସ୍ୱାଧୀନ ସଂସ୍ଥା । କାହା ଉପରେ କାର୍ଯ୍ୟାନୁଷ୍ଠାନ ହେବ ତାହା ସେମାନଙ୍କ ନିଷ୍ପତ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ କାମ କରୁଛି । ତଦନ୍ତ ନିଷ୍କର୍ଷରେ ପହଞ୍ଚିବା ନେଇ ଆଶା ରହିଛି ବୋଲି…
ନୂଆଦିଲ୍ଲୀ: ସାରା ଭାରତରେ ଏବେ କୋଭିଡ୍ ସ୍ଥିତି ଅଣାୟତ୍ତ । ଦିନକୁ ଦିନ କରୋନା ସଂକ୍ରମିତ ମାମଲା ବଢିବାରେ ଲାଗିଛି । ଓଡ଼ିଶାରେ ସ୍ଥିତି ମଧ୍ୟ ବେଶ୍ ସଙ୍ଗୀନ ରହିଛି । ତେବେ କୋଭିଡ ପରିଚାଳନା ପାଇଁ ଓଡ଼ିଶାକୁ 802 କୋଟି ଟଙ୍କା ମିଳିଛି । ଏସଡିଆରଏଫ ପାଣ୍ଠିରୁ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଟଙ୍କା ପ୍ରଦାନ କରାଯାଇଛି । ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ ଲିଖିତ ଉତ୍ତର ଦେଇଛନ୍ତି । ଏହି ଅବସରରେ ଶ୍ରୀ ଠାକୁର ଅଗଷ୍ଟ 31 ତାରିଖ ସୁଦ୍ଧା ଦିଆଯାଇଥିବା ଅନୁଦାନର ତଥ୍ୟ ଦେଇଛନ୍ତି । କରୋନା ମହାମାରୀ ପାଇଁ ଓଡ଼ିଶାକୁ 802 କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ମହାରାଷ୍ଟ୍ରକୁ ସର୍ବାଧିକ 1611 କୋଟିର ଅନୁଦାନ ମିଳିଛି ବୋଲି ଅନୁରାଗ ଠାକୁର୍ ସୂଚନା ଦେଇଛନ୍ତି । ସେହିପରି ଉତ୍ତରପ୍ରଦେଶକୁ 966କୋଟି ଟଙ୍କା ମିଳିଥିବାବେଳେ ମଧ୍ୟପ୍ରଦେଶକୁ 910 କୋଟି ମିଳିଛି । ସେହିପରି କର୍ଣ୍ଣାଟକ 791…
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଆଇଏନଏସ୍ ଚିଲିକାରେ ପ୍ଲାଷ୍ଟିକ୍ ଓ ଜୈବିକ ବ୍ୟର୍ଜବସ୍ତୁର ମୁକ୍ତ ମିଶନ ନେଇ ଅନ୍ତର୍ଜାତୀୟ ତଟ ସଫା ଦିବସ ପାଳନ କରାଯାଇଛି । ସ୍ଥାନୀୟ ଅଧିବାସୀ ଏବଂ ପ୍ରଶିକ୍ଷଣ ନେଉଥିବା ନୌସେନା ଯବାନ ଦ୍ୱାରା ମିଶନ କୋଭିଡ୍ -19ର ସମସ୍ତ ସତର୍କତା ସହ ଚିଲିକା କୂଳରେ ଆୟୋଜନ କରାଯାଇଥିଲା ବର୍ଜ୍ୟବସ୍ତୁର ସଫେଇ କାର୍ଯ୍ୟକ୍ରମ । ପ୍ରତ୍ୟେକ ବିଭାଗ ଦ୍ବାରା ମଧ୍ୟ ସାମୁଦ୍ରିକ ପରିବେଶ ସୁରକ୍ଷା ସମ୍ବନ୍ଧରେ ଶିକ୍ଷାଗତ କାର୍ଯ୍ୟକ୍ରମର ଆୟୋଜଜନ କରାଯାଇଥିଲା । ପ୍ରଶିକ୍ଷାର୍ଥୀ ମାନେ ମଧ୍ୟ କୂଳ ଆଗରେ ଓ କାଳିଜାଇ ଦ୍ବୀପରେ ସେମାନଙ୍କର ଯୋଗଦାନ କରିଥିଲେ । ମହିଳା କଲ୍ୟାଣ ସଂସ୍ଥା ଚିଲିକା ଦ୍ବାରା ଅନ୍ଲାଇନ୍ ଚିତ୍ର ଓ ପୋଷ୍ଟର ପ୍ରତିଯୋଗିତା ମାଧ୍ୟମରେ ଯୁବ ମନରେ ନିଆ ଲଗାଇ ସମୁଦ୍ର ଓ ତଟ ରକ୍ଷା ଆମର ଜୀବନ ରକ୍ଷାର କାର୍ଯ୍ୟକ୍ରମ କରିଥିଲେ ।
Kolkata: An idol of Lord Vishwakarma being immersed in the Ganga river, in Kolkata on Sep 18, 2020. (Photo: IANS)
Kolkata: Actor turned TMC MP Mimi Chakraborty visited Alipore court after she was allegedly harassed by a taxi driver; accused arrested in Kolkata on September 18, 2020. (Photo: IANS)
ରାଉରକେଲା: ସାଧାରଣତଃ ଆମେ ନିର୍ଯାତନା ହେଲେ ପୋଲିସ୍ର ସାହାଯ୍ୟ ନେଉ। କିନ୍ତୁ ଏଠାରେ ପୋଲିସ୍ ନିର୍ଯାତିତ ହେଉଛି । ରାଉରକେଲାଠାରେ ଜଣେ ମହିଳା ପୋଲିସ୍ ଇନ୍ସପେ୍କଟରଙ୍କୁ ନିର୍ଯାତନା ଦିଆଯାଇଥିବାର ଅଭିଯୋଗ ହୋଇଛି । ବୀରମିତ୍ରପୁର ଥାନା ଆଇଆଇସି ନିଜ ସ୍ୱାମୀଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଶାରୀରିକ, ମାନସିକ ନିର୍ଯାତନା ସହ ହତ୍ୟା ଉଦ୍ୟମ ଭଳି ସମ୍ପୃକ୍ତ ଆଇଆଇସି ଅଭିଯୋଗ କରିଛନ୍ତି । ରାଉରକେଲା ସରକାରୀ କଲେଜରେ ଅଧ୍ୟାପକ ଥିବା ତାଙ୍କ ସ୍ୱାମୀଙ୍କ ବିରୋଧରେ ସେ ଏଭଳି ଅଭିଯୋଗ ଆଣିଛନ୍ତି। ଏନେଇ ରଘୁନାଥପାଲି ଥାନାରେ ଏତଲା ପରେ ପୁଲିସ ମାମଲା ରୁଜୁ କରିଛି । ଦଫା 498 ଓ 307 ଦଫାରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି ।
ଜୟପୁର : ରାଜସ୍ଥାନ ରାଜଧାନୀ ଜୟପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜୟପୁରରୁ କନୋତା ଥାନା ଅଞ୍ଚଳର ଜାମଡୋଲୀରେ ଏକ ପରିବାରର 4 ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି । ଘରେ ମାତା ପିତାଙ୍କସମେତ ଦୁଇ ସନ୍ତାନ ଏକାସାଙ୍ଗରେ ଆତ୍ମହତ୍ୟା କରିଥିବାର ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରାଥମିକ ଅନୁସନ୍ଧାନରୁ ଋଣ ପାଇଁ ଏହି ଆତ୍ମହତ୍ୟା ଘଟିଥିବାର ସୂଚନା ରହିଛି । ତେବେ ପୋଲିସ୍ ଏହି ଘଟଣାର ଯାଞ୍ଚ କରୁଛି । ଆତ୍ମହତ୍ୟା କରିଥିବା ପରିବାର ଅଳଙ୍କାର ବ୍ୟବସାୟ ସହ ଜଡିତ ଥିବାର ସୂଚନା ରହିଛି । ପୋଲିସ୍ର ସୂଚନା ଅନୁସାରେ ପରିବାର ଉପରେ ଋଣର ଭାର ଅଧିକ ରହିଥିଲା । ଋଣ ମାଫିଆ ପରିବାରକୁ ହଇରାଣ କରୁଥିବାର କଥା ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହି ଘଟଣାରେ ଋଣ ମାଫିଆଙ୍କୁ ପୋଲିସ୍ ଅଟକ ରଖି ପଚରାଉଚୁରା ଜାରି ରଖିଛି । (ଏଜେନ୍ସି)
ତିରୁବନନ୍ତପୁରମ୍, ଶନିବାର ସକାଳେ ପଶ୍ଚିମବଙ୍ଗ ଏବଂ କେରଳରେ ଚଢାଉ କରି ଜାତୀୟ ତଦନ୍ତ ଏଜେନ୍ସି ବା ଏନଆଇଏ, ଅଲ କାଏଦା ଆତଙ୍କବାଦୀଙ୍କ ଏକ ଆନ୍ତଃରାଜ୍ୟ ଆକ୍ରମଣକୁ ନଷ୍ଟ କରିଦେଇଛି। ନଅ ଅଲ କାଏଦା ଆତଙ୍କବାଦୀଙ୍କ ମଧ୍ୟରୁ ତିନିଜଣଙ୍କୁ ଏର୍ନାକୁଲମ ଜିଲ୍ଲାରୁ ଏବଂ ପାଞ୍ଚ ଜଣଙ୍କୁ ମୁର୍ସିଦାବାଦରୁ ଗିରଫ କରିଛି। କେରଳ ପୋଲିସ ଡିଜି ଲୋକନାଥ ବେହେରା ତିନି ଜଣ ଏରନାକୁଲମରୁ ଗିରଫ ହୋଇଥିବା ଖବରକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ସର୍ବାଧିକ ପ୍ରବାସୀ ଶ୍ରମିକ ରହୁଥିବା ଏରନାକୁଲମରେ ଏହି ଆତଙ୍କବାଦୀମାନେ ଚଳପ୍ରଚଳ କରୁଥିଲେ। କୋଚିର ଦୁଇଟି ସ୍ଥାନରୁ ଏହି ତିନିଜଣଙ୍କୁ ଠାବ କରାଯାଇଥିଲା। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ମୁର୍ସିଦ ହାସନ, ୟାକୋବ ବିଶ୍ୱ ଏବଂ ମୋର୍ସରଫ ହୁସେନ୍। କେରଳ ପୋଲିସ ଜାଣିବାକୁ ପାଇଛି ଯେ ହୁସେନ୍ ଗତ ଏକ ଦଶନ୍ଧି ଧରି କେରଳରେ ରହିଆସୁଥିଲେ। ସେ ଆଲୁଭା ନିକଟ ପେରୁମ୍ବାଭୋରରେ ଏକ ବସ୍ତ୍ର ଦୋକାନରେ କାମ କରୁଥିଲେ।…
ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ : ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ କୁହୁଡି ବଜାର ଛକଠାରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ୧୧.୩୦ରେ ତାମିଲନାଡୁରୁ ଯାତ୍ରୀ ନେଇ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ମିନି ବସ ଟି କୁହୁଡି ବଜାର ନିକଟରେ ଏକ ଟ୍ରକକୁ ପଛପଟୁ ଶକ୍ତ ଧକା ଦେଇଥିଲା। ଫଳରେ ବସର ଆଗ ପଟ ନଷ୍ଟ ହୋଇଯାଇଥିବା ସ୍ଥଳେ ଚାରି ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ଡାକ୍ତରଖାନାକୁ ପଠାଯାଇଛି। ଘଟଣାସ୍ଥଳରେ ଗଙ୍ଗାଧରପୁର ଅଗ୍ନିଶମ କର୍ମଚାରୀ ଉପସ୍ଥିତ ଥିବା ବେଳେ କୁହୁଡି ଫାଣ୍ଡି ପୋଲିସ ଗାଡିଟିକୁ ଜବତ କରି ତଦନ୍ତ ଜାରି ରଖିଛି।
ବଲାଙ୍ଗିର : ଜିଲ୍ଲାପାଳ କ୍ଷମତା ଅପବ୍ୟବହାର କରି ଆଦିବାସୀଙ୍କ ଘର ଭାଙ୍ଗିବା ସରପଞ୍ଚଙ୍କୁ ମହଙ୍ଗା ପଡ଼ିଲା। ପ୍ରଥମେ ବନ୍ଧା ହେବା ପରେ ଏବେ ନିଲମ୍ବିତ ହେଲେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ପଞ୍ଚାୟତ ସରପଞ୍ଚ ହେମକାନ୍ତି ମୁଣ୍ଡା। ହେମକାନ୍ତିଙ୍କୁ ନିଲମ୍ବନ କରିଛି ପଞ୍ଚାୟତିରାଜ ବିଭାଗ । ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସୂଚନାଯୋଗ୍ୟ, ସରପଞ୍ଚ ହେମକାନ୍ତି ମୁଣ୍ଡା ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରି ଛଅ ଆଦିବାସୀ ପରିବାରଙ୍କୁ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରକୁ ବୁଲଡୋଜର ଚଢାଇ ମାଟିରେ ମିଶାଇ ଦେଇଥିଲେ । ଏ ଘଟଣା ପରେ ଲୋଇସିଂହା ଥାନାରେ ସଂପୃକ୍ତ ସରପଞ୍ଚଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସରପଞ୍ଚ ହେମକାନ୍ତି ମୁଣ୍ଡା ଓ ତାଙ୍କ ସ୍ୱାମୀମୋହନ ମୁଣ୍ଡାଙ୍କୁ ଗିରଫ କରାଯାଇଥିଲା।
ଭୁବନେଶ୍ବର : କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଘରୋଇ ମାମଲାରେ ପୁଣି ଏକ ନୂଆ ମୋଡ ଆସିଛି । ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ। ପଟିଆଲା ହାଉସ୍ କୋର୍ଟରେ ଦାଏର ମାମଲା ସ୍ଥାନାନ୍ତର ପାଇଁ ଆବେଦନ କରିଛନ୍ତି । ମାମଲା କଟକ ସ୍ଥାନାନ୍ତର ପାଇଁ ଆବେଦନ କରିଛନ୍ତି ବର୍ଷା । ପଟିଆଲା ହାଉସ୍ କୋର୍ଟରେ ଛାଡପତ୍ର ମାମଲା କରିଛନ୍ତି ସ୍ବାମୀ ଅନୁଭବ । ସୂଚନାଥାଉ କି, ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ମାମଲା ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା। ଏ ନେଇ ବର୍ଷା କଟକ SDJM କୋର୍ଟରେ ମାମଲା ଦାୟର କରିଛନ୍ତି। ପାରିବାରିକ ହିଂସା ନିରୋଧ ଆଇନ ଧାରା-12 ଅନୁଯାୟୀ ମାମଲା ଦାୟର ହୋଇଛି। ଅପରପକ୍ଷରେ ଉଭୟ ପୁଣି ଏକାଠି ହୋଇ ଦାମ୍ପତ୍ୟ ଜୀବନ ଆରମ୍ଭ କରିବାକୁ ସେମାନଙ୍କ ପ୍ରଶଂସକମାନେ ନିବେଦନ କରିଛନ୍ତି । ବର୍ଷା ମଧ୍ୟ ଅନୁଭବଙ୍କ ସହ ଏକାଠି ରହିବାକୁ…
ଭୁବନେଶ୍ବର : ରାଜ୍ୟରେ ଆଉ 9 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବରଗଡ ଜିଲ୍ଲାରୁ ସର୍ବାଧିକ 2 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଭଦ୍ରକ, କଟକ, ବଲାଙ୍ଗିର, ଗଜପତି, ପୁରୀ, ରାୟଗଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ଜନିତ ମୃତୁ ସଂଖ୍ୟା 691କୁ ବୃଦ୍ଧି ହୋଇଛି । ବଲାଙ୍ଗି ଜିଲ୍ଲାରୁ ସର୍ବାଧିକ 2 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 63 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 55 ବର୍ଷୀୟା ମହିଳା । ସେହିପରି ଭଦ୍ରକରୁ ଜଣେ 52 ବର୍ଷୀୟ ବ୍ୟକ୍ତି ଥିବାବେଳେ ବଲାଙ୍ଗିରରୁ 55 ବର୍ଷୀୟ ପୁରୁଷ, ଗଜପତିରୁ 37 ବର୍ଷୀୟା ପୁରୁଷ ଓ କଟକରୁ 78 ବର୍ଷୀୟା ମହିଳା ରହିଛନ୍ତି । ସେହିପରି ପୁରୀରୁ 73 ବର୍ଷୀୟ ପୁରୁଷଙ୍କ ସମେତ ରାୟଗଡରୁ 52 ବର୍ଷୀୟ ବ୍ୟକ୍ତି ଓ ସମ୍ବଲପୁରରୁ…
ଭୁବନେଶ୍ବର : ରାଜ୍ୟରେ ଆଜି 4 ହଜାର 209କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 2441ଜଣ ଚିହ୍ନଟ ହୋଇଥିବାବେଳେ 1768ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 75ହଜାର550କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 37 ହଜାର239ଜଣ । ସେହିପରି ସୁସ୍ଥ ହୋଇଛନ୍ତି 1 ଲକ୍ଷ 37ହଜାର 567ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 682ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 4ହଜାର 209ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 663ଜଣ ଚିହ୍ନଟ ହୋଇଥିବାବେଳେ…
ରମେଶ ମହାନ୍ତି ଜଗତସିଂହପୁର : ଭାରତ ସରକାରଙ୍କ ଦ୍ୱାରା ସାଧାରଣ ପ୍ରଶାସନରେ ଉତ୍କର୍ଷତାରେ ପ୍ରଧାନମନ୍ତ୍ରୀ ସମ୍ମାନ ପାଇବା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଶେଷ ତଥା ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି। ଜଗତସିଂହପୁର ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଇ-ଅଫିସ୍ ବ୍ୟବସ୍ଥା କାର୍ଯ୍ୟକାରୀ କରି ସାରା ଦେଶରେ ସଫଳତା ଲାଭ କରିଛି। ପ୍ରଧାନମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯିବାକୁ ଥିବାରୁ ସାରା ଦେଶରେ ବିଭିନ୍ନ ଜିଲ୍ଲା ପ୍ରଶାସନ ପ୍ରଗତି ଦିଗରେ ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଏନ୍.ଆଇ.ସି.ଭି.ସି ରୁମ୍ ଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ପ୍ୟାନେଲ କମିଟି ଜିଲ୍ଲାପାଳଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଇ-ଅଫିସ୍ କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ପ୍ରଦାନ କରି ସରକାରୀ କାର୍ଯ୍ୟାଳୟରେ ସ୍ୱଚ୍ଛତା ରକ୍ଷା ସହିତ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଉତ୍ତରଦାୟିତ୍ୱ ବୃଦ୍ଧି ପାଇଥିବା ପ୍ରକାଶ କରିଥିଲେ। ପ୍ରଥମରୁ ଜିଲ୍ଲାରେ ଇ-ଅଫିସ୍ ବ୍ୟବସ୍ଥାର…
ନୂଆଦିଲ୍ଳୀ : ଦିଲ୍ଲୀର ମଦନ ମୋହନ ହସ୍ପିଟାଲରେ ଅକ୍ସିଜେନ୍ ନ ମିଳିବାରୁ ନବଜାତ ଶିଶୁରୁ ମୃତ୍ୟୁ ହେବା ପରେ ଶିଶୁଟିର ସମ୍ପର୍କୀୟମାନେ ସେହି ହସ୍ପିଟାଲର ନର୍ସକୁ ବନ୍ଧକ ରଖିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଉକ୍ତ ହସ୍ପିଟାଲରେ ଜଣେ ଗର୍ଭବତୀ ମହିଳା ଏକ ଶିଶୁକୁଜନ୍ମ ଦେଇଥିଲେ । ଜନ୍ମ ହେବା ପରେ ଶିଶୁଟିକୁ ଅକ୍ସିଜେନ୍ର ଆବଶ୍ୟକତା ରହିଥିଲା । କିନ୍ତୁ ହସ୍ପିଟାଲରେ ଶିଶୁଙ୍କ ପାଇଁ ଆଇସିୟୁ ନଥିବାରୁ ଆମ୍ବୁଲାନ୍ସ ଯୋଗେ ସଫଦରଗଞ୍ଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ପହଞ୍ଚିବାରୁ ନବଜାତର ମୃତ୍ୟୁ ହୋଇଥିଲା । ଏହାପରେ ନବଜାତର ପରିବାର ଲୋକେ ହସ୍ପିଟାଲକୁ ଏହି ଘଟଣା ପାଇଁ ଦାୟୀ କରିଛନ୍ତି । ହସ୍ପିଟାଲର ଦାୟିତ୍ବହୀନତା ପାଇଁ ନବଜାତର ମୃତ୍ୟୁ ହୋଇଥିବା ଯୋଗୁଁ ରାଗରେ ସେହି ହସ୍ପିଟାଲର ଜଣେ ନର୍ସକୁ ତିନି ଘଣ୍ଟା ବନ୍ଦୀ କରି ରଖିଥିଲେ । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ନାଟକ…
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଉପନିର୍ବାଚନ ପାଇଁ ଏବେଠୁ ଚାଲିଲାଣି ଦଳଡିଆଁ।କଂଗ୍ରେସର ହାତଛାଡି ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କ ସମେତ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ,ସରପଞ୍ଚ, ସମିତିସଭ୍ୟଙ୍କ ସହ ଅନେକ ଆଗଧାଡ଼ିର ନେତା ଆଜି ବିଜେପିରେ ମିଶିଥିବାରୁ ତିର୍ତ୍ତୋଲ କଂଗ୍ରେସକୁ ଲାଗିଛି ଏକ ବଡ ଝଟକା। ଆଜି ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଏଥିରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କଂଗ୍ରେସ ଦଳର ବହୁ ଆଗଧାଡ଼ିର ନେତାଙ୍କ ସହ ବିଜେଡିର ମଧ୍ୟ କିଛି ନେତା ବିଧିବଦ୍ଧ ଭାବେ ବିଜେପି ଦଳରେ ଯୋଗଦେଇଥିଲେ ।ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ କଂଗ୍ରେସ ଦଳରୁ ଦୁଇଥର ବିଧାୟକ ପ୍ରାର୍ଥୀ ହୋଇଥିବା ରାଜକିଶୋର ବେହେରା, ତିର୍ତ୍ତୋଲ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ ନାୟକ (ଦିପୁ) କଂଗ୍ରେସ, ତିର୍ତ୍ତୋଲ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ତଥା ବର୍ତ୍ତମାନ ବିରିତୋଳ ପଞ୍ଚାୟତର ସରପଞ୍ଚ ରୁକସାନା ବେଗମ, ବିରିତୋଳ ପଞ୍ଚାୟତର ନାୟବ ସରପଞ୍ଚ ଅବଦୁଲ କାଦିର୍ ଖାନ୍,ମୁଳସିଂ…

