ନୂଆଦିଲ୍ଲୀ : ଏଲ୍ଏସିରେ ସୀମା ବିବାଦ ସହ ପ୍ରାୟ ପ୍ରତ୍ୟେହ ଚୀନ୍ର ନୂଆ ନୂଆ ଚାଲ୍ ଆଗରେ ମଧ୍ୟ ଭାରତ ଚୀନ୍କୁ ଏକ ବଡ ଝଟ୍କା ଦେଇଛି । ମିଳିତ ଜାତିସଂଘ ECOSOCରେ ସ୍ଥାନ ପାଇଲା ଭାରତ । ଭୋଟିଂ ବ୍ୟବସ୍ଥାରେ ଚୀନ୍କୁ ପଛରେ ପକାଇ ସଦ୍ୟସତା ପାଇଲା ଭାରତ । ଆର୍ଥିକ ଓ ସାମାଜିକ ପରିଷଦ (ECOSOC)ର ସଂସ୍ଥା ମିଳିତ ଜାତିସଂଘର କମିଶନ ଅନ୍ ଷ୍ଟେଟସ୍ ଅଫ୍ ଓ୍ବିମେନ୍ର ସଦସ୍ୟ ରୂପେ ନିର୍ବାଚିତ କରାଯାଇଛି । ସଂଯୁକ୍ତ ରାଷ୍ଟ୍ରରେ ଭାରତ ସ୍ଥାୟୀ ପ୍ରତିନିଧି ଟିଏସ୍ ତିରୁମୂର୍ତ୍ତି ଆଜି ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । https://twitter.com/ambtstirumurti/status/1305615293503483908?s=20 ମହିଳା ସଶକ୍ତିକରଣରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଭାରତ ମନୋନୀତ ହୋଇଛି । 2021ରୁ 2025 ପର୍ଯ୍ୟନ୍ତ 4 ବର୍ଷ ସଦସ୍ୟ ଭାବେ କାର୍ଯ୍ୟ କରିବ ଭାରତ । ସୂଚନାଯୋଗ୍ୟ, କମିଶନ ଅନ୍ ଷ୍ଟେଟସ୍ ଅଫ୍ ଓ୍ବିମେନ୍ର ନିର୍ବାଚନରେ ଭାରତ ବ୍ୟତୀତ ଆଫଗାନିସ୍ଥାନ…
Author: Samikhsya Bureau
ନୂଆଦିଲ୍ଲୀ : ବଲିଉଡ୍ ଓ ଡ୍ରଗ୍ସ ଲିଙ୍କ ମାମଲାକୁ ନେଇ ସଂସଦରେ ବର୍ଷିଛନ୍ତି ଜୟା ବଚ୍ଚନ । ବଲିଉଡ୍କୁ ବଦନାମ କରାଯିବାର ଯୋଜନା କରାଯାଉଛି ବୋଲି କହିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ । ଆଜି ସଂସଦର ଦ୍ବିତୀୟ ଦିନରେ ଜୟା ବଚ୍ଚନ ବଲିଉଡ୍ରେ ଡ୍ରଗ୍ସ କାରବାରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ମନୋରଞ୍ଜନ ଶିଳ୍ପ ପ୍ରତିଦିନ 5 ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇ ଦେଇଥାଏ। ଏପରିସ୍ଥଳେ ଏହାକୁ ବଦନାମ୍ କରାଯିବା ଅନୁଚିତ ବୋଲି ରାଜ୍ୟସଭାରେ ଏମ୍ପି ଜୟା ବଚ୍ଚନ କହିଛନ୍ତି। ସୋସିଆଲ୍ ମିଡ଼ିଆରେ ଏନେଇ ବହୁ ଅପପ୍ରଚାର କରାଯାଉଛି। ଏଭଳି କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ବଲିଉଡ୍କୁ ସରକାରଙ୍କ ସମର୍ଥନ ମିଳିପାରୁ ନ ଥବା ଜୟା ଅଭିଯୋଗ କରିଛନ୍ତି। ଜଣଙ୍କ ଲାଗି ପୂରା ବଲିଉଡ୍କୁ ବଦନାମ କରିବା ଠିକ୍ ନୁହେଁ ବୋଲି କହିଛନ୍ତି ଜୟା ବଚ୍ଚନ । ସେହିପରି ଏହି ଇଣ୍ଡଷ୍ଟ୍ରିରେ କିଛି ଲୋକ ଅଛନ୍ତି ଯେଉଁମାନେ…
ଓ୍ବାଶିଂଟନ୍ : ଚୀନ୍ ବିରୋଧରେ ଆମେରିକା ପୁଣିଥରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଚୀନ୍ରୁ ଆମଦାନୀ ହେଉଥିବା 5ଟି ସାମଗ୍ରୀ ଉପରେ ବ୍ୟାନ୍ ଲଗାଇଛି ଆମେରିକା । ଚୀନ୍ର ଜିନଜାଙ୍ଗ ପ୍ରୋଭିନ୍ସରୁ ଆସୁଥିବା 5ଟି ସାମଗ୍ରୀକୁ ବ୍ୟାନ୍ କରିଛି ଆମେରିକା । କଟନ, ହେୟାର ପ୍ରଡକ୍ଟସ୍, କମ୍ପ୍ୟୁଟର ଉପକରଣ ସମେତ କିଛି ଟେକ୍ସଟାଇଲ୍ ସାମଗ୍ରୀ ଉପରେ ରୋକ୍ ଲଗାଇଛି ଆମେରିକା । ଆମେରିକାର ବ୍ୟବସାୟିକ ସ୍ବାର୍ଥ ପାଇଁ ଟ୍ରମ୍ପ୍ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଏହାପୂର୍ବରୁ ଆମେରିକା ଚୀନ୍ର 24ଟି କମ୍ପାନୀକୁ ବ୍ୟାନ୍ କରିଥିଲା। (ଏଜେନ୍ସି)
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ। ପୂର୍ବାହ୍ନ 11ଟା 30ରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍ ବୈଠକରେ 3ଟିରୁ ଅଧିକ ପ୍ରସ୍ତାବ ଆସିପାରେ। । ଜିଏସ୍ଟି ଆଇନ ସଂଶୋଧନ ସମ୍ପର୍କିତ ଅଧ୍ୟାଦେଶ ବିଲ୍କୁ କ୍ୟାବିନେଟ୍ ଅନୁମୋଦନ ପାଇଁ ଅର୍ଥ ବିଭାଗର ପ୍ରସ୍ତାବ ରହିଛି।ଏହାସହିତ ଉଚ୍ଚଶିକ୍ଷା ବିଭାଗର ଏକ ପ୍ରସ୍ତାବ ରହିଛି। ଏହାସହ ମୟୂରଭଞ୍ଜ ଜିଲ୍ଲାରେ ଏକ ପ୍ରକଳ୍ପ ନିର୍ମାଣ ନିମନ୍ତେ ଆହ୍ୱାନ ହୋଇଥିବା ଟେଣ୍ଡରକୁ ଏହି ବୈଠକରେ ମଞ୍ଜୁରି ମିଳିବା ନେଇ ମଧ୍ୟ ସୂଚନା ରହିଛି ।
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 83ହଜାର 809 ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 49 ଲକ୍ଷ 30 ହଜାର 236 ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮୦ ହଜାର ପାର କରିଛି । ଗୋଟିଏ ଦିନରେ 1054 ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା 80 ହଜାର 766କୁ ବୃଦ୍ଧି ପାଇଛି। ଦେଶରେ ଏବେ 9ଲକ୍ଷ 90 ହଜାର 061 ଜଣ ସକ୍ରିୟ ରୋଗୀ ଥିବାବେଳେ 38 ଲକ୍ଷ59ହଜାର 399ଜଣ ସୁସ୍ଥ ହୋଇଛନ୍ତି ।
ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତ ମୋଟ ସଂଖ୍ୟା ୨୯.୧ ନିୟୁତ ଅତିକ୍ରମ କରିଥିବାବେଳେ ମୃତ୍ୟୁ ୯୨୭,୦୦୦ ରୁ ଅଧିକ ହୋଇଛି। ମଙ୍ଗଳବାର ସକାଳ ସୁଦ୍ଧା ମୋଟ ମାମଲା ୨୯,୧୮୨,୧୯୮ ରେ ପହଞ୍ଚିଛି ଏବଂ ମୃତ୍ୟୁହାର ୯୨୭,୦୧୫ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (CSSE) ଏହାର ନୂତନ ଅଦ୍ୟତନରେ ପ୍ରକାଶ କରିଛି। CSSE ଅନୁଯାୟୀ ଆମେରିକାରେ ବିଶ୍ବର ସର୍ବାଧିକ ସଂଖ୍ୟକ ମାମଲା ଏବଂ ମୃତ୍ୟୁ ଯଥାକ୍ରମେ ୬,୫୫୩,୩୦୩ ଏବଂ ୧୯୪,୪୮୯ ରେ ରହିଛି। ସେହିପରି ଭାରତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୮୪୬,୪୨୭ ରହି ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦେଶର ମୃତ୍ୟୁ ସଂଖ୍ୟା ୭୯,୭୨୨ ରହିଛି। ମାମଲା ଦୃଷ୍ଟିରୁ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି (୪,୩୪୫,୬୧୦), ଏବଂ ପରେ ଜଙ୍କଗ୍ଦଗ୍ଦସବ ଷ (୧,୦୬୪,୪୩୮), ପେରୁ (୭୨୯,୬୧୯), କଲମ୍ବିଆ (୭୧୬,୩୧୯), ମେକ୍ସିକୋ (୬୭୧,୭୧୬), ଦକ୍ଷିଣ ଆଫ୍ରିକା (୬୫୦,୭୪୯), ସ୍ପେନ୍ (୫୯୩,୭୩୦),…
ନୂଆଦିଲ୍ଲୀ, ଆଜି ସହରାଞ୍ଚଳ ଭିତ୍ତିଭୂମି ସହ ଜଡ଼ିତ ବିହାରର 7ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଉଦଘାଟନ କରିବେ। ଏଥିରେ ଚାରିଟି ଜଳଯୋଗାଣ ପ୍ରକଳ୍ପ, ଦୁଇଟି ସ୍ୱେରେଜ ଟ୍ରିଟମେଣ୍ଟ ପ୍ରକଳ୍ପ ଓ ଗୋଟିଏ ରିଭରଫ୍ରଣ୍ଟ ବିକାଶ ପ୍ରକଳ୍ପ ସାମିଲ ରହିଛି । ପ୍ରକଳ୍ପଗୁଡ଼ିକରେ 541 କୋଟି ଟଙ୍କା ବିନିଯୋଗ ହେବ। ବିହାରର ନଗର ଉନ୍ନୟନ ଓ ନିର୍ମାଣ ବିଭାଗ ଅଧୀନ ବିଡକୋ ଏସବୁ ପ୍ରକଳ୍ପର କାର୍ଯ୍ୟାନ୍ୱୟନ କରିବ । ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଉପସ୍ଥିତ ରହିବେ ।
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଦିନକୁ ଦିନ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଯେପରି କମିବାର ନାଁ ଧରୁନି। ଗତକାଲି ଜଗତସିଂହପୁର ଜିଲ୍ଲାରୁ ୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଜିଲ୍ଲାରୁ ୯୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ତିର୍ତ୍ତୋଲ ବ୍ଲକରୁ ୭ଜଣ, ବାଲିକୁଦା ବ୍ଲକରୁ ୧୮ଜଣ, ବିରିଡ଼ି ବ୍ଲକରୁ ୩ଜଣ, ଏରସମା ବ୍ଲକରୁ ୪ଜଣ, ଜଗତସିଂହପୁର ବ୍ଲକରୁ ୧୨ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୦ଜଣ, କୁଜଙ୍ଗ ବ୍ଲକରୁ ୧୦ଜଣ, ନାଉଗାଁ ବ୍ଲକରୁ ୧୧ଜଣ, ରଘୁନାଥପୁର ବ୍ଲକରୁ ୧୫ଜଣ, ପାରାଦ୍ଵୀପରୁ ୪ଜଣ ଓ ଅନ୍ୟ ଜିଲ୍ଲାରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଜିଲ୍ଲାରୁ ୧୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୩୦୮୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୪୦ ଜଣ ସୁସ୍ଥ ହୋଇଥିବା…
ଭୁବନେଶ୍ବର, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ଏ ନେଇ ନିଜେ ଟୁଇଟି କରି ଜଣାଇଛନ୍ତି। ତେବେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ନିଜେ ଟୁଇଟ କରି ଜଣାଇଛନ୍ତି ଯେ, ମୁଁ ଖବର ପାଇଲି ଯେ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କୋଭିଡ ପଜେଟିଭ ହୋଇଛନ୍ତି। ତାଙ୍କର ଶିଘ୍ର ଆରୋଗ୍ୟ କାମନା କରୁଛି। ବିଜେପି ସଭାପତି ସମୀର ମହାନ୍ତି ଆଜି କରୋନା ସଂକ୍ରାମିତ ହୋଇଛନ୍ତି ବୋଲି ଟୁଇଟ ଯୋଗେ ଜଣାଇଛନ୍ତି। ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ବର୍ତ୍ତମାନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି ବୋଲି ସମୀର କହିଛନ୍ତି। ଏହି ଖବର ଜଣାପଡିବା ପରେ ନବୀନ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରୁ ୩୩୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୦୩ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୩୪୪, ବରଗଡରୁ ୨୬୨, ଯାଜପୁରରୁ ୧୭୭, ମୟୂରଭଞ୍ଜରୁ ୧୭୫, ଭଦ୍ରକରୁ ୧୬୭, ବାଲେଶ୍ବରରୁ ୧୫୬, ଢେଙ୍କାନାଳରୁ ୧୪୬, ପୁରୀରୁ ୧୧୨, ଜଗତସିଂହପୁରରୁ ୧୦୨, ରାୟଗଡାରୁ ୯୫, ଗଞ୍ଜାମରୁ ୯୪, ସମ୍ବଲପୁରରୁ ୯୪, ଅନୁଗୁଳରୁ ୯୧, ନୟାଗଡରୁ ୯୦, ସୋନପୁରରୁ ୯୦, ବଲାଙ୍ଗିରିରୁ ୮୦, ନବରଙ୍ଗପୁରରୁ ୭୦, ସୁନ୍ଦରଗଡରୁ ୭୦, ଝାରସୁଗୁଡାରୁ ୬୮, କେନ୍ଦ୍ରାପଡାରୁ ୬୪, କୋରାପୁଟରୁ ୬୪, କେନ୍ଦୁଝରରୁ ୫୧, କନ୍ଧମାଳରୁ ୪୫, ନୂଆପଡାରୁ ୪୦, କଳାହାଣ୍ଡିରୁ ୪୫, ଗଜପତିରୁ ୨୯, ବୌଦ୍ଧରୁ ୨୭, ମାଲକାନଗିରିରୁ ୨୫, ଦେବଗଡରୁ ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୨,୦୨୪ ରେ ପହଞ୍ଚିଛି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରରେ ଦେଖିବାକୁ ମିଳିଛି ଅଜବ ଘଟଣା। ଏହି ସହରର ଅନେକ ସ୍ଥାନରେ ଦିନ ରାତି ଷ୍ଟ୍ରିଟ ଲାଇଟ ଜଳୁଥିବା ବେଳେ ଅତି ଆବଶ୍ୟକୀୟ ଅଞ୍ଚଳରେ ଜମା ଜଳୁନି ଷ୍ଟ୍ରିଟ ଲାଇଟ। ଏଠି ଆମେ କହୁଛୁ ବାଣପୁର ସହରର ଗୁରୁତ୍ୱପୂର୍ଣ୍ଣ ତଥା ସରକାରୀ ଅଞ୍ଚଳ ତହସିଲ ରୋଡ଼ କଥା। ଉକ୍ତ ରାସ୍ତାରେ ବାଣପୁରର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଯଥା ତହସିଲ ଏବଂ ବ୍ଲକ କାର୍ଯ୍ୟାଳୟ ଅବସ୍ଥିତ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଅଞ୍ଚଳରେ ଷ୍ଟ୍ରିଟ ଲାଇଟ ଅଚଳ ଅବସ୍ଥାରେ ଥିବାବେଳେ ଏହାର ନିକଟରେ ଥିବା ପଲଟନ ପଡିଆ ପାର୍ଶ୍ୱରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଦିନ ତମାମ ଜଳିରହୁଛି। ବାଣପୁର ସହରରେ ଦୀର୍ଘଦିନ ଧରି ଷ୍ଟ୍ରିଟ ଲାଇଟ ସମସ୍ୟା ଲାଗିରହିଛି। ବାରମ୍ବାର ଅଭିଯୋଗ ହେଲା ପରେ ଏନ.ଏ.ସି ର କିଛି ଅଞ୍ଚଳରେ ଷ୍ଟ୍ରିଟ ଲାଇଟ ମରାମତି ହେଲା ସତ କିନ୍ତୁ ତାହା ସ୍ୱଳ୍ପ ଦିନ ପାଈଁ ଜଳିଲା।…
ଭୁବନେଶ୍ବର, ଆସନ୍ତା ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ଆଠ ଦିନିଆ ମୌସୁମୀ ଅଧିବେଶନ। ଅକ୍ଟୋବର ୭ ପର୍ଯ୍ୟନ୍ତ ଏହି ମୌସୁମୀ ଅଧିବେଶନ ଚାଲିବ। ଗାନ୍ଧି ଜୟନ୍ତୀକୁ ଛାଡ଼ି ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି। କରୋନା ମହାମାରୀ ପାଇଁ ଚଳିତ ବର୍ଷ ଅଧିବେସନକୁ ପୁରା କାଣ୍ଟଛାଣ୍ଟ କରାଯାଇଛି। ସେହିପରି ପ୍ରଶ୍ନକାଳକୁ ମଧ୍ୟ ବାତିଲ କରାଯାଇଛି। ଅକ୍ଟୋବର 4 ତାରିଖ ରବିବାର ପଡୁଥିଲେ ମଧ୍ୟ ସେଦିନ ମଧ୍ୟ ଗୃହକାର୍ଯ୍ୟ ରହିବ ବୋଲି ବିଧାନସଭା କାର୍ଯ୍ୟାଳୟ ତରଫରୁ କୁହାଯାଇଛି।
କଟକ, ବିଭିନ୍ନ ରାଜ୍ୟରେ ସବୁ ଧର୍ମପୀଠଗୁଡିକ ଖୋଲାଯାଇଛି। ଓଡିଶାରେ କଣ ପାଇଁ ଭକ୍ତମାନଙ୍କୁ ଦର୍ଶନରୁ ବଞ୍ଚିତ କରାଯାଇଛି। ଦଶ ଦିନ ମଧ୍ୟରେ ଏହାର ଜବାବ ଦେବାକୁ ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି। ଆଜି ହାଇକୋର୍ଟରେ ମାନ୍ୟବର ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଏହାର ଶୁଣାଣି ହୋଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାର ସହିତ ବିଭିନ୍ନ ପକ୍ଷଙ୍କୁ ମଧ୍ୟ କାରଣ ଦର୍ଶା ନୋଟିସ ଜାରୀ କରିଛନ୍ତି। ଏହା ମାମଲ ଲଢୁଥିବା ଆଡଭୋକେଟ ବିଭୂତି ଭୂଷଣ ଚୌଧୁରୀ କହିଛନ୍ତି ଯେ, ପୂର୍ବରୁ ହାଇକୋର୍ଟ ଉପାସନା ପୀଠ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତି ନିଅନ୍ତୁ ବୋଲି କହିଥିଲେ। ହେଲେ ବହୁଦିନ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଲେ ନାହିଁ। ଫଳରେ ଆଜି ମୁଖ୍ୟ ବିଚାରପତି କୋର୍ଟରେ ଏହାର ଶୁଣାଣି ଚାଲିଥିଲା ବୋଲି ଆଡଭୋକେଟ ବିଭୂତି ଭୂଷଣ କହିଛନ୍ତି। ତେବେ ଖୁବ ଶିଘ୍ର ରାଜ୍ୟ ସରକାର ଉପାସନା ପୀଠଗୁଡିକ…
ନୂଆଦିଲ୍ଲୀ: ବାଚନିକ ଭୋଟରେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଜେଡିୟୁ ସାଂସଦ ତଥା ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଗୃହକୁ ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ମନୋଜ ଝାଙ୍କୁ ହରାଇ ସେ ଲଗାତର ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ହୋଇଛନ୍ତି। ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ହରିବଂଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ହରିବଂଶଙ୍କୁ ବିଜେଡି ସମର୍ଥନ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୂର୍ବରୁ ଥରେ ନବୀନଙ୍କୁ ଅନୁରୋଧ କରିଥିଲେ । ଆଜି ପୁଣିଥରେ ଅନୁରୋଧ କରିବା ପରେ ନବୀନ ହରିବଂଶଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ।
ଟୋକିଓ : ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଅସୁସ୍ଥତା କାରଣରୁ ଶାସନ ଭାରରୁ ଓହରି ଯାଇଥିବା ବେଳେ ତାଙ୍କ ସ୍ଥାନରେ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି କ୍ୟାବିନେଟ ସଚିବ ୟୋସିହିଦେ ସୁଗା । ସୋମବାର ୟୋସିହିଦେ ଦଳର ନେତା ଭାବରେ ନିର୍ବାଚିତ ହୋଇଥିବା ବେଳେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇ ପାରନ୍ତି ବୋଲି ଆଲୋଚନା ହେଉଛି । ଲିବେରାଲ ଡେମୋକ୍ରାଟିକ ପାର୍ଟିର 534 ଜଣ ସଦସ୍ୟଙ୍କ ମଧ୍ୟରୁ 377 ଜଣ ୟୋସିହିଦେଙ୍କ ସପକ୍ଷରେ ଭୋଟ କରିଥିଲେ । ଏହି ନିର୍ବାଚନରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗେରୁ ଇଶିବା ଏବଂ ଏଡିଏଫ ନିୟାମକ ମୁଖ୍ୟ ଫୁମିଓ କିଶିଦା ପ୍ରତିଦ୍ୱନ୍ଦିତା କରିଥିଲେ । ଆସନ୍ତା ବୁଧବାର ଦିନ ସଂସଦୀୟ ଭୋଟରେ ୟୋସିହିଦେ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ସ୍ପଷ୍ଟ ହୋଇଛି । ସରକାରଙ୍କ ପ୍ରମୁଖ ପରାମର୍ଶଦାତା ରହିଥିବା ୟୋସିହିଦେ ସିଞ୍ଜୋ ଆବେଙ୍କ ବଡ ସମର୍ଥକ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଜାପାନର ସବୁଠାରୁ ଅଧିକ…
ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ତେବେ ସଂସଦୀୟ ଅଧିବେଶନର ପ୍ରଥମ ଦିନରେ 17 ଜଣ ସାଂସଦ କରୋନା ପଜିଟିଭ ହୋଇଛନ୍ତି । ସଂକ୍ରମିତ ହୋଇଥିବା ସାଂସଦଙ୍କ ମଧ୍ୟରେ ବିଜେପିର ସର୍ବାଧିକ 12 ଜଣ ସାଂସଦ ରହିଥିବା ବେଳେ ୱାଇଏସଆର କଂଗ୍ରେସର ଦୁଇ ଜଣ ସାଂସଦ ଏବଂ ଶିବସେନା, ଡିଏମକେ ଓ ଆରଏଲପିର ଜଣେ ଲେଖାଏଁ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବିଜେପିର ମୀନାକ୍ଷୀ ଲେଖି, ଅନନ୍ତ ହେଗଡେ, ପ୍ରବେଶ ସାହିବ ସିଂ ଏବଂ ସୁକାନ୍ତ ମଜୁମଦାର ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସଂସଦର ଉଭୟ ସଦନରେ ସମୁଦାୟ 785 ସଦସ୍ୟ ରହିଥିବା ବେଳେ ଏହା ମଧ୍ୟରୁ 200 ଜଣ ସଦସ୍ୟଙ୍କ ବୟସ 65 ବର୍ଷରୁ ଅଧିକ ବୋଲି ଜଣାପଡିଛି । ପୂର୍ବରୁ 7 ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହିତ 25 ଜଣ ସାଂସଦ କରୋନାରେ ଆକ୍ରାନ୍ତ ହୋଇଥିଲେ ।
କଟକ: ବିଶିଷ୍ଟ ଶିଶୁ ସାହିତ୍ୟିକ ନଦୀୟା ବିହାରୀ ମହାନ୍ତିଙ୍କ ପରଲୋକ ହୋଇଛି । କଟକର ଏକ ଘରୋଇ ହସ୍ପିଟାଲରେ 90 ବର୍ଷ ବୟସରେ ପରଲୋକ ହୋଇଛି । ଏନେଇ ତାଙ୍କ ପରିବାରପକ୍ଷରୁ ସୂଚନା ମିଳିଛି । ଲୋକପ୍ରିୟ ଆକାଶବାଣୀ କାର୍ଯ୍ୟକ୍ରମ ଶିଶୁ ସଂସାର ’ବଡଭାଇ’ ଭୂମିକାରେ ସେ ବହୁ ବର୍ଷ ଧରି ଅଭିନୟ କରିଛନ୍ତି । ଅଭିନୟ ସହିତ ଶିଶୁ ସଂସାର, ଚକଚକା ଭଉଁରୀ, କିଶୋର ଚକ୍ର ଆଦି କାର୍ଯ୍ୟକ୍ରମକୁ ପ୍ରଯୋଜନା ମଧ୍ୟ କରିଛନ୍ତି ନଦୀୟା । 2013ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ପୁରସ୍କୃତ ହୋଇଥିଲେ ନଦୀୟା । ତାଙ୍କ ରଚନାବଳୀ ମଧ୍ୟରେ ରହିଛି ଗପୁଡି ଓ ପକୁଡି, ଖରୀ ଖେଚୁଡି, ଆଖି-2000, ଛୁଆଙ୍କ ନାଟକ, ରାସ୍ତାରୋକା ଆଦି । ‘ଗପୁଡି ଓ ପକୁଡି’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହେବା ସହିତ ଝୁମୁକା ସମ୍ମାନ ଓ ରାଜଧାନୀ ପୁସ୍ତକମେଳା ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।
ମୁମ୍ବାଇ : ଗୋଟିଏ ପଟେ ଦେଶରେ କରୋନା ମାମଲା ଅହେତୁକ ବୃଦ୍ଧି ପାଉଥିବାବେଳେ ହସ୍ପିଟାଲ ଗୁଡିକର ଦାୟିତ୍ବହୀନତା କାର୍ଯ୍ୟ ସାମ୍ନାକୁ ଆସୁଛି । ମୁମ୍ବାଇ ସହରର ଲୋକମାନ୍ୟ ତିଲକ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କ ଦାୟିତ୍ବହୀନତାର ପ୍ରମାଣ ମିଳିଛି । ଅଭିଯୋଗ ଅନୁସାରେ ମୃତଦେହକୁ ଭୁଲକ୍ରମେ ଅନ୍ୟ ଏକ ପରିବାରକୁ ହସ୍ତାନ୍ତର କରିଦେଇଛନ୍ତି । ଏହି ଘଟଣାଜଣାପଡିବା ପରେ ହଙ୍ଗମା ହେବା ସହିତ ହସ୍ପିଟାଲର ଦୁଇଜଣ କର୍ମଚାରୀଙ୍କୁ ନିଲମ୍ବନ ମଧ୍ୟ କରାଯାଇଛି । ମିଳିଥିବା ସୂଚନା ଅନୁସାରେ 27 ବର୍ଷୀୟ ଅଙ୍କୁଶଙ୍କର ଅଗଷ୍ଟ 28 ତାରିଖରେ ଆକ୍ସିଡେଣ୍ଟ ହୋଇଥିଲା । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ସାୟନ ଅର୍ଥାତ୍ ଲୋକମାନ୍ୟ ତିଲକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେପ୍ଟେମ୍ବର 13 ତାରିଖ ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ଅଙ୍କୁଶଙ୍କ ମୃତ୍ୟୁ ହୋଇଥିବା ନେଇ ଅଙ୍କୁଶପରିବାରରକୁ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଏହାପରେ ଶବକୁ ପୋଷ୍ଟମର୍ଟମ ପାଇଁ…
ଭୁବନେଶ୍ବର: ପଞ୍ଚଭୂତରେ ଲୀନ ହେଲେ ଅଭିନେତା ଅଜିତ ଦାଶ। ଆଜି ସତ୍ୟନଗର ସ୍ଥିତ ଶ୍ମଶାନରେ ଅଜିତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଅଜିତଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କ ବଡ଼ ଝିଅ। ପ୍ରଥମେ ଅଜିତ ଦାସଙ୍କୁ ଗାର୍ଡ଼ ଅଫ ଅନର ପ୍ରଦାନ କରାଯାଇଥିଲା। ଏହାପରେ ଅନ୍ତିମ ସଂସ୍କାର କାର୍ଯ୍ୟ ଶେଷ କରାଯାଇଥିଲା। ଅନ୍ତିମ ସଂସ୍କାର କାର୍ଯ୍ୟରେ ସିନେ ଓ ନାଟ୍ୟ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ଅଜିତ ଦାଶଙ୍କର ପରଲୋକ ଘଟିଥିଲା। କରୋନାରେ ଆକ୍ରାନ୍ତ ଥିବା ଏହି ଅଭିନେତା ଜଣକ 71 ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି ।
ରମେଶ ମହାନ୍ତି ଜଗତସିଂହପୁର :- ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତରେ ହୋଇଥିଲା ମନରେଗାରେ ମହାଦୁର୍ନୀତି।ଉକ୍ତ ପଞ୍ଚାୟତର ୧୦ଟିରୁ ଉର୍ଦ୍ଧ ସ୍ଥାନରେ ୨୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ମନରେଗା ଦୁର୍ନୀତି ହୋଇଥିବା ତଥ୍ୟ ଭିତ୍ତିକ ଅଭିଯୋଗ ହୋଇଥିଲା। ହେଲେ ଏହାର ତଦନ୍ତ ପାଇଁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ୱାରା ଏକ ତଦନ୍ତକାରୀ ଦଳ ଗଠନ କରାଯାଇ ତଦନ୍ତ କରାଯିବାରୁ ୫ଲକ୍ଷରୁ ଉର୍ଦ୍ଧ ଟଙ୍କାର କାମ ନହୋଇ ମିଥ୍ୟାବିଲ୍ କରାଯାଇ ଅର୍ଥ ହଡ଼ପ୍ ହୋଇଥିବା ପ୍ରମାଣ ମିଳିବା ପରେ ଏହି ଅର୍ଥକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜି.ଆର୍.ଏସ୍.ଏସ୍ ଏବଂ ସରପଞ୍ଚ ମିଶି ଏକମାସ ମଧ୍ୟରେ ଭରଣା କରିବା ପାଇଁ ପିଡି ନିର୍ଦ୍ଦେଶ ଦେବାର ଦୀର୍ଘ ୭ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଅର୍ଥକୁ ସରକାରୀ ଖାତାରେ ଭରଣା କରାଯାଉନାହିଁ କିମ୍ବା ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷରେ…
ଉମରକୋଟ : ଗଛରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ରାଇଘର ଥାନା ଦୁଗୁଲିପାରା ଗାଁ ପାଖ ଏକ ଗଛରୁ ଉଦ୍ଧାର ହୋଇଛି । ଯୁବକ ଜଣଙ୍କ ଦୁଗୁଲିପାରା ଗାଁର ଓ ଯୁବତୀ ଜଣକ ବିଡିସାରି ଗାଁର ବୋଲି ସୂଚନା ରହିଛି । ଉଭୟଙ୍କ ଆଣ୍ଠୁ ପର୍ଯ୍ୟନ୍ତ ତଳେ ଲାଗିଥିବାରୁ ମୃତ୍ୟୁର କାରଣ ନେଇ ସନ୍ଦେହ ପ୍ରକଟ ହୋଇଛି । ପୋଲିସ୍ ଦୁଇଜଣଙ୍କ ମୃତଦେହ ଜବତ କରି ଖୋଳତାଡ ଜାରି ରଖିଛି ।

