କରାଚୀ/ନୂଆଦିଲ୍ଲୀ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି ପାକ୍ ଟିଭି ଆଙ୍କର ଅଲୀ ସଲିମ୍/ ବେଗମ ନଓ୍ବାଜିସ୍ । ଆମେରିକୀୟ ବ୍ଲଗର୍ ସିନ୍ଥିଆ ଡନ୍ ରିଚିଙ୍କ ସହିତ ଇମ୍ରାନ୍ ଶାରିରୀକ ସମ୍ବନ୍ଧ ରଖିବାକୁ ଚାହୁଁଥିଲେ ବୋଲି ସଲିମ୍ ଅଭିଯୋଗ କରିଛନ୍ତି । ସିନ୍ଥିଆ ତାଙ୍କୁ ଏହା ଜଣାଇଥିବା ନେଇ ସଲିମ୍ ପ୍ରକାଶ କରିଛନ୍ତି । ଉଭୟ ଇମ୍ରାନ୍ ଏବଂ ସିନ୍ଥିଆ ପୂର୍ବରୁ ଘନିଷ୍ଠ ଥିଲେ ଏବଂ ଇମ୍ରାନ୍ ସିନ୍ଥିଆଙ୍କ ସହିତ ଶାରିରୀକ ସମ୍ବନ୍ଧ ରଖିବାର ପ୍ରୟାସ କରୁଥିଲେ ବୋଲି ଅଲୀ ସଲିମ୍ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆମେରିକୀୟ ବ୍ଲଗର୍ ସିନ୍ଥିଆ ଡନ୍ ରିଚି ଗତକାଲି ନିଜ ଫେସ୍ବୁକ୍ ଲାଇଭ୍ରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ । ପାକିସ୍ତାନର ରାଷ୍ଟ୍ରପତି ଭବନରେ ଗୃହମନ୍ତ୍ରୀ ରହମାନ୍ ମଲିକ୍ ତାଙ୍କର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ସିନ୍ଥିଆ । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ୍ ରାଜା…
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ବ୍ରହ୍ମପୁର ମଣ୍ଡଳ କାରଗାରରେ କରୋନା ସଂକ୍ରମିତ ଦୁଇ କଏଦୀକୁ ନେଇ ବର୍ତ୍ତମାନ ବ୍ରହ୍ମପୁର ମଣ୍ଡଳ କାରଗାର ସହ ଜରଡ଼ା ଥାନା କର୍ମଚାରୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଘଟଣାରୁ ପ୍ରକାଶ ଜରଡ଼ା ଥାନା ପୋଲରାଜପୁର ଗ୍ରାମରେ ଏକ ହତ୍ୟା ମାମଲା ନେଇ ଗତ 3 ତାରିଖରେ ଅଭିଯୋଗ ହୋଇଥିଲା । ପୋଲିସ୍ ଦୁଇ ଅଭିଯୁକ୍ତକୁ ଗିରଫ କରି ମେଡ଼ିକାଲ୍ ପରୀକ୍ଷଣ ପାଇଁ ପଠାଇଥିଲା । ପରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହଜାର କରାଯିବା ପରେ ଦୁହିଁଙ୍କୁ ମଣ୍ଡଳ କାରଗାରକୁ ବିଚାରଧୀନ ବନ୍ଦୀ ହିସାବରେ ପଠାଯାଇଥିଲା । ଉଭୟ ଅଭିଯୁକ୍ତଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଜେଲ୍ ପରିସରରେ ଏବଂ ଜରଡ଼ା ଥାନାରେ ଆତଙ୍କ ଖେଳିଯାଇଛି । ଏନେଇ ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି ସରକାରୀ ନିୟମ ଅନୁସାରେ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଥିବାରୁ ସଂକ୍ରମଣର କୌଣସି ଆଶଙ୍କା ନାହିଁ । ଏପଟେ କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଛି…
ନୂଆଦିଲ୍ଲୀ : ନୋଇଡାରେ ଜଣେ ଗର୍ଭବତୀ ଆମ୍ବୁଲାନ୍ସରେ ପ୍ରାଣ ହରାଇଛନ୍ତି । ଏହି ଘଟଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । 8 ମାସର ଗର୍ଭବତୀ ମହିଳା ଜଣଙ୍କ ଦୀର୍ଘ 13 ଘଣ୍ଟା ଧରି ଆମ୍ବୁଲାନ୍ସରେ ଯାତ୍ରା କରିବା ପରେ ଶେଷରେ ପ୍ରାଣ ହରାଇଥିଲେ । ମହିଳାଙ୍କୁ କୌଣସି ହସ୍ପିଟାଲରେ ବେଡ୍ ନ ମିଳିବା କାରଣରୁ ସେ ଆମ୍ବୁଲାନ୍ସରେ ପ୍ରାଣ ହରାଇଥିବା ନେଇ ସ୍ବାମୀ ଅଭିଯୋଗ କରିଛନ୍ତି । ପ୍ରାରମ୍ଭିକ ଭାବରେ ଶିବାଲିକ ହସ୍ପିଟାଲକୁ ଯାଇଥିବା ନୀଲମ ଏବଂ ବିଜେନ୍ଦର ପ୍ରାୟ 8ଟି ହସ୍ପିଟାଲକୁ ଯାଇଥିବା ବେଳେ କୌଣସି ହସ୍ପିଟାଲରେ ସ୍ଥାନ ମିଳିନଥିଲା । ଶେଷରେ ଜିଆଇଏମ୍ସ ହସ୍ପିଟାଲରେ ମହିଳାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ସେ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ନୋଇଡାର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । (ଏଜେନ୍ସି)
ମୁମ୍ବାଇ : ବିଶାଖାପଟ୍ଟନମ୍ ଗୁପ୍ତଚର ଘଟଣାର ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ଏନ୍ଆଇଏ । ଏହି ଘଟଣାରେ ପୂର୍ବରୁ 11 ଜଣ ନୌସେନା ଅଧିକାରୀଙ୍କ ସମେତ 15 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ମାଷ୍ଟର ମାଇଣ୍ଡକୁ ଗିରଫ କରାଯାଇଛି । ମୁମ୍ବାଇର 53 ବର୍ଷୀୟ ଅବ୍ଦୁଲ୍ ରେହମାନ୍ ଅବ୍ଦୁଲ୍ ଜବ୍ବାର ଶେଖ୍କୁ ଏନ୍ଆଇଏ ଶନିବାର ଦିନ ଗିରଫ କରିଛି । ପୂର୍ବରୁ ଅବ୍ଦୁଲ୍ର ପତ୍ନୀ ଶହିସ୍ତା କ୍ବିସାରକୁ ଏନ୍ଆଇଏ ଗିରଫ କରିଥିଲା । ଅବ୍ଦୁଲ୍ ଘରୁ ଏନ୍ଆଇଏ ବିଭିନ୍ନ ପ୍ରକାରର ଡିଜିଟାଇଡ୍ ଡିଭାଇସ୍ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ଉଲ୍ଲେଖଯୋଗ୍ୟ ଯେ, ଅବଦୁଲ୍ର ପତ୍ନୀ ଶହିସ୍ତା ଜଣେ ପାକିସ୍ତାନୀ ନାଗରିକ । (ଏଜେନ୍ସି)
ମଲ୍ଲାପୁରମ୍ : ପୂର୍ବତନ ଫୁଟ୍ବଲର୍ ଏ ହମସାକୋୟା କରୋନା ଭାଇରସ୍ରେ ପ୍ରାଣ ହରାଇଛନ୍ତି । ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତଥା ଭାରତୀୟ ଖେଳାଳି ହମସାକୋୟା ଶନିବାର ପ୍ରାଣ ହରାଇଛନ୍ତି । ଏହା ସହିତ କେରଳର କରୋନା ମୃତ୍ୟୁ ସଂଖ୍ୟା 15ରେ ପହଞ୍ଚିଛି । ମେ 21ରେ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଥିବା ହମସାକୋୟାଙ୍କୁ ପରପ୍ପାନ୍ଗାଡିର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହମସାକୋୟାଙ୍କ ପରଲୋକ ଘଟିଥିବା ବେଳେ ତାଙ୍କ ପରିବାରର ଆଉ 5 ଜଣ ସଦସ୍ୟ ହସ୍ପିଟାଲରେ ରହିଛନ୍ତି । ପ୍ରାରମ୍ଭିକ ଭାବରେ ହମସାକୋୟାଙ୍କ ପତ୍ନୀ ଏବଂ ପୁଅ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ବୋହୁ ଏବଂ ନାତି କରୋନା ଆକ୍ରାନ୍ତ ହୋଇଥିଲେ । (ଏଜେନ୍ସି)
ଭୁବନେଶ୍ବର : ସୋମବାର ଠାରୁ ରାଜ୍ୟର 66ଟି ରୁଟ୍ରେ ସରକାରୀ ବସ୍ ଗଡିବ ବୋଲି ଜଣାପଡିଛି । ଓଆରସିଟିସି ପକ୍ଷରୁ ଏହି ସମସ୍ତ ବସ୍ ଚଳାଚଳ କରିବ ବୋଲି ପରିବହନ ବିଭାଗ ସିଏମ୍ଡି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ସୋମବାର ଠାରୁ 22ଟି ସହରର 66ଟି ରୁଟ୍ରେ 96ଟି ବସ୍ ଚଳାଚଳ କରିବ । ବସ୍ରେ କେହିବି ଛିଡା ହୋଇ ଯାଇପାରିବେ ନାହିଁ ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରଖାଯାଇଛି । ପ୍ରାରମ୍ଭିକ ଭାବରେ 96 ଟି ବସ୍ ଚଳାଯାଇଥିବା ବେଳେ ପର୍ଯ୍ୟାୟକ୍ରମେ ଅଧିକ ବସ୍ ଚଳାଚଳ କରାଯିବ ବୋଲି ବୋଥ୍ରା ସୂଚନା ଦେଇଛନ୍ତି ।
ଭୁବନେଶ୍ୱର / ମୁମ୍ବାଇ : ଆମେରିକୀୟ ଘରୋଇ ଇକ୍ୱିଟି ସଂସ୍ଥା ସିଲଭର ଲେକ୍ ଏବଂ ଏହାର ସହ-ନିବେଶକମାନେ ଜିଓ ପ୍ଲାଟଫର୍ମସରେ ଅତିରିକ୍ତ ୪୫୪୬.୮୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବେ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ମେ ୪ରେ ସିଲଭର ଲେକ୍ ଦ୍ୱାରା ଜିଓ ପ୍ଲାଟଫର୍ମରେ ୫,୬୫୫.୭୫ କୋଟି ଟଙ୍କାର ନିବେଶ ଘୋଷଣା କରାଯାଇଥିଲା । ଏହି ଅତିରିକ୍ତ ନିବେଶ ପରେ ସିଲଭର ଲେକ୍ ଏବଂ ଏହାର ସହ-ନିବେଶକାରୀଙ୍କ ଦ୍ୱାରା ଜିଓ ପ୍ଲାଟ୍ଫର୍ମସ୍ରେ ମୋଟ ପୁଞ୍ଜିନିବେଶ ପରିମାଣ ୧୦୨୦୨.୫୫ କୋଟି ଟଙ୍କାରେ ପହଞ୍ଚିଛି । ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଔଦ୍ୟୋଗିକ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ସିଲଭର୍ ଲେକ୍ର ଏହି ପୁଞ୍ଜିନିବେଶ ଜିଓ ପ୍ଲାଟଫର୍ମସ୍ରେ ପୂର୍ଣ୍ଣଭିତିରେ ବିଘଟିତ ହୋଇପାରୁଥିବା ୨.୦୮ ପ୍ରତିଶତ ଅଂଶଧନରେ ରୂପାନ୍ତରିତ ହେବ । (ଏଜେନ୍ସି)
Bhopal: A temple staff washes the Birla temple as it gears up to re-open from June 8; in Bhopal on Jun 6, 2020. (Photo: IANS)
Bengaluru: Jain Temple premises at Jaya Nagar being sanitised as it gears up to re-open from June 8 amid COVID-19 pandemic; in Bengaluru on June 6, 2020. (Photo: IANS)
ଲକ୍ଷ୍ନୌ : ଅନନ୍ୟ ଉପାୟରେ ଠକେଇ କରିବାର ଏକ ଉପାୟ ବାହାର କରିବା ସହିତ ଏହା ଦ୍ବାରା 1 କୋଟିରୁ ଅଧିକ ଟଙ୍କାର ଠକେଇ କରିଛନ୍ତି । ଅନାମିକା ଶୁକ୍ଳା ନାମକ ଏହି ଶିକ୍ଷୟିତ୍ରୀ ଜଣକ ଏକ ସମୟରେ 25ଟି ବିଦ୍ୟାଳୟରେ ଚାକିରି କରୁଥିଲେ । ପ୍ରାୟ ଏକ ବର୍ଷ ଧରି ମହିଳା ଜଣକ 25ଟି ସ୍କୁଲରେ କାମ କରିବା ସହିତ ଏକ କୋଟିରୁ ଅଧିକ ଟଙ୍କାର ବେତନ ନେଇଥିଲେ । ମାନବ ସମ୍ବଳ ବିଭାଗ ପକ୍ଷରୁ ଶିକ୍ଷକ ମାନଙ୍କର ଡାଟାବେସ୍ ତିଆରି ହେବା ପରେ ଏହି ଘଟଣା ସମ୍ମୁଖକୁ ଆସିଛି । ଘଟଣା ସମ୍ମୁଖକୁ ଆସିବା ପରେ ପୋଲିସ୍ ପକ୍ଷରୁ ଶିକ୍ଷୟିତ୍ରୀଙ୍କୁ ପଚରା ଉଚୁରା ଜାରି ରହିଛି । ଏହି ଘଟଣା ସମ୍ମୁଖକୁ ଆସିବା ପରେ ଶିକ୍ଷୟିତ୍ରୀ ଜଣକ କାସଗଞ୍ଜ ସ୍କୁଲରୁ ଇସ୍ତଫା ପ୍ରଦାନ କରିଛନ୍ତି । ମଣିପୁରୀର ଏହି ମହିଳା ଜଣକ ଏକ ସମୟରେ କାସଗଞ୍ଜ, ଆମ୍ବେଦକର ନଗର,…
କନ୍ଦର୍ପ ବେହେରା ରେଢାଖୋଲ : ବିଶ୍ୱ ପରିବେଶ ଦିବସ ଅବସରରେ ନାକଟିଦେଉଳ କନିଷ୍ଠ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସ୍ୱଚ୍ଛତା କ୍ୟାମ୍ପସ ସଂପର୍କରେ ଏକ ଅନଲାଇନ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ କନ୍ଦର୍ପ ରାଉଳଙ୍କ ପୌରହିତ୍ୟରେ ଏବଂ ଏନ୍ଏସ୍ଏସର ପୋଗ୍ରାମ୍ ଅଫିସର ଅଧ୍ୟାପକ ଡ. ପ୍ରଶାନ୍ତ କୁମାର ଦାଶଙ୍କ ପରିଚାଳନାରେ ଉକ୍ତ ଅନଲାଇନ୍ କର୍ମଶାଳା ଗୁଗୁଲମେଟ୍ ମାଧ୍ୟମରେ ସଂପାଦିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରାଧ୍ୟାପକ ଡଃ ଦୀପେନ୍ କୁମାର ପଟ୍ଟନାୟକ ଆଲୋଚକ ଭାବରେ ଯୋଗଦେଇ ପରିବେଶ ପ୍ରଦୂଷଣ ସମସ୍ୟା, ସ୍ୱଚ୍ଛ ଭାରତ ଅଭିଯାନର ପ୍ରାସଙ୍ଗିକତା ଓ ସ୍ୱଚ୍ଛତା କ୍ୟାମ୍ପସ ପରିଚାଳନା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଡକ୍ଟର ପ୍ରଶାନ୍ତ ଦାସ କର୍ମଶାଳାର ବିଭିନ୍ନ ଦିଗ , ଛାତ୍ରଛାତ୍ରୀଙ୍କର ଭୂମିକା ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କର ଦାୟିତ୍ୱ ସଂପର୍କରେ ବିଶ୍ଳଷଣ କରିଥିଲେ । ଉକ୍ତ ଅନଲାଇନ୍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ମାନସ ମହାପାତ୍ର, ମିତାଞ୍ଜଳି ସାହୁ, ମୋନାଲିସା…
ଭୁବନେଶ୍ବର : ଭୁବନେଶ୍ବରରୁ ଆଉ 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବିଏମ୍ସି ପକ୍ଷରୁ ଟ୍ବିଟ୍ କରାଯାଇଛି । ଆଜି ସକାଳୁ 173 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରେ ଖୋର୍ଦ୍ଧାରୁ 9 ଜଣ ରହିଥିଲେ । ଏହି 9 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 5 ଜଣ ଭୁବନେଶ୍ବରର ବୋଲି ବିଏମ୍ସି ଟ୍ବିଟ୍ କରି ସୂଚନା ଦେଇଛି । 5 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 4 ଜଣ ହୋମ୍ କ୍ବାରେଣ୍ଟିନ୍ରେ ରହିଥିବା ବେଳେ ଜଣେ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି । ସ୍ଥାନୀୟ ଆକ୍ରାନ୍ତ ଜଣକ ଗଜପତି ନଗରର ବୋଲି ବିଏମ୍ସି ସୂଚନା ଦେଇଛି । ଏହାକୁ ମିଶାଇ ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 86ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 51 ଜଣ ସୁସ୍ଥ ହୋଇଛନ୍ତି । 3 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 32 ରହିଛି ।
ରାଜକିଶୋର ବିଶୋୟୀ ଭଞ୍ଜନଗର : ଗଞ୍ଜାମ ଜିଲ୍ଲା କଳିଙ୍ଗା ଘାଟିରେ ପୁଣି ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ ସହ ଏକ ଚାଉଳ ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 5 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ବସରେ ବସିଥିବା ଅନ୍ୟ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା । ସୂଚନା ଅନୁଯାୟୀ ବସ୍ଟି ବ୍ରହ୍ମପୁରରୁ ଭଞ୍ଜନଗର ଦେଇ ବଲାଙ୍ଗୀର ଅଭିମୁଖେ ଯାଉଥିଲା । ବିପରୀତ ଦିଗରୁ ଆସୁଥିବା ଟ୍ରକଟି ମୁହାଁମୁହିଁ ଧକ୍କା ଦେବାରୁ ଉଭୟ ଗାଡି ଓଲଟି ପଡିଥିଲା । ଅନ୍ୟ ଏକ ଗାଡି ସାହାଯ୍ୟରେ ଯାତ୍ରୀ ମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚା ଯାଇଥିଲା ।
ଭୁବନେଶ୍ବର : ପଶ୍ଚିମବଙ୍ଗରୁ ଆମ୍ପାନ ମୁକାବିଲା ପରେ ଫେରିଥିବା ଜଣେ ଏନ୍ଡିଆରଏଫ୍ ଯବାନ କରୋନା ଆକ୍ରାନ୍ତ ହେବା ପରେ ଅନ୍ୟ 389 ଜଣଙ୍କୁ କ୍ବାରେଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମୁଦ୍ରିକ ବାତ୍ୟା ଆମ୍ପାନରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷତି ଘଟିବା ପରେ ଓଡିଶାରୁ 500 ଜଣ ଓଡ୍ରାଫ୍ ଏବଂ ଅଗ୍ନିଶମ କର୍ମୀଙ୍କ ସହିତ 10ଟି ଏନ୍ଡିଆରଏଫ୍ ଟିମ୍ ପଠାଯାଇଥିଲା । ସଫେଇ ଏବଂ ଉଦ୍ଧାର କାର୍ଯ୍ୟ ଶେଷ କରି ଏହି ଟିମ୍ ଫେରିବା ପରେ ଜଣେ ଏନ୍ଡିଆରଏଫ୍ ଯବାନ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଥିଲେ । ଯବାନ ଜଣକ ପଜିଟିଭ୍ ସାବ୍ୟସ୍ତ ହେବା ପରେ ଅନ୍ୟ 389 ଜଣଙ୍କୁ 14 ଦିନିଆ ହୋମ୍ କ୍ବାରେଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ସହାକାରୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ଭୁବନେଶ୍ବର : ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ପୁଣି ଥରେ କରୋନା ଅପଡେଟ ନେଇ କୋଭିଡ୍-19 ଓଡ଼ିଶାର ମୁଖପାତ୍ର ସୁବ୍ରତ ବାଗ୍ଚୀ ସୂଚନା ଦେଇଛନ୍ତି । ଜୁନ ମାସ ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ବା୍ଗ୍ଚୀ । ଜୁନ୍ ହେଉଛି ଚତୁର୍ଥ ପର୍ଯ୍ୟାୟ, ଏହା ଓଡ଼ିଶାର ଭବିଷ୍ୟତ ନିର୍ଦ୍ଧାରଣ କରିବ । ଗତ କିଛି ସପ୍ତାହ ମଧ୍ୟରେ ଓଡ଼ିଶାକୁ 5ଲକ୍ଷ ପ୍ରବାସୀ ଫେରିଛନ୍ତି । ସେମାନଙ୍କ ଉପରେ କରୋନା ପ୍ରଭାବ ପଡିଛି କି ନାହିଁ ତାହା 15 ଦିନରେ ଜଣାପଡିବ । ସେହି ଘାଟିଟି ପାରି ହୋଇଗଲେ ଆମ ସମସ୍ତଙ୍କ ଉପରୁ ବିପଦ ଟଳିବ ବୋଲି କହିଛନ୍ତି ବାଗ୍ଚୀ । ପ୍ରବୀଣଙ୍କ ମତରେ ସାରା ଦେଶରେ ଜୁନ୍ ବିସ୍ଫୋରଣ ଆକାର ନେଇପାରେ ବୋଲି ସୂଚନା ରହିଛି । ଚତୁର୍ଥ ପର୍ଯ୍ୟାୟ ଲଢେଇରେ ସାରା ରାଜ୍ୟବାସୀ ସେନାପତି ବୋଲି କହିଛନ୍ତି ବାଗ୍ଚୀ । ପ୍ରଥମ ତିନିଟି ପର୍ଯ୍ୟାୟ ଲଢେଇରେ କର୍ଣ୍ଣଧାର…
ନୂଆଦିଲ୍ଲୀ : ସିଲ୍ ହେଲା ଇଡି ମୁଖ୍ୟ କାର୍ଯ୍ୟାଳୟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଜଣେ ସ୍ପେଶାଲ୍ ଡାଇରେକ୍ଟର ସ୍ତରର ଅଧିକାରୀଙ୍କ ସମେତ 5 ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହା ପରେ ଇଡି ମୁଖ୍ୟ କାର୍ଯ୍ୟାଳୟକୁ 48 ଘଣ୍ଟା ପାଇଁ ସିଲ୍ କରି ଦିଆଯାଇଛି । ଏହି ପାଞ୍ଚ କର୍ମଚାରୀ ଏବେ ଚିକିତ୍ସାଧୀନ ରହିଛନ୍ତି । ସେହିପରି ଏହି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯାଇଛି । କରୋନା ବ୍ୟାପିବାକୁ ରୋକିବା ପାଇଁ ଇଡି ମୁଖ୍ୟ କାର୍ଯ୍ୟାଳୟକୁ ସପ୍ତାହରେ 2 ଥର ସାନିଟାଇଜ୍ କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି ଡାକ ଦ୍ବାରା ଆସୁଥିବା ସମସ୍ତ ଚିଠିକୁ କର୍ମଚାରୀ ତଥା ଅଧିକାରୀଙ୍କ ହସ୍ତାନ୍ତର କରାଯିବା ପୂର୍ବରୁ ସାନିଟାଇଜ୍ କରାଯିବା ପାଇଁ ନିର୍ଦ୍ଦେଶ ରହିଛି ।
ଭଞ୍ଜନଗର : ପ୍ରବାସୀଙ୍କୁ ନେଇ ବେଶ୍ ସମସ୍ୟା ଦେଖାଦେଉଛି । କେଉଁଠାରେ ପ୍ରବାସୀମାନେ କ୍ବାରେଣ୍ଟିନ୍ ସମସ୍ୟା ପାଇଁ ଅନଶନ କରୁଥିବାବେଳେ କେଉଁଠାରେ କ୍ବାରେଣ୍ଟିନ୍ ସେଣ୍ଟରଠାରେ ପ୍ରବାସୀଙ୍କୁ ଅନୁମତି ମିଳୁନାହିଁ। ଭଞ୍ଜନଗରଠାରେ କ୍ବାରେଣ୍ଟିନ୍ କେନ୍ଦ୍ରରେ ରହି ନ ପାରି ଜଙ୍ଗଲରେ ରହିଛନ୍ତି ପ୍ରବାସୀ । ବିଂଜଗିରି ଗାଁ ନିକଟ ଜଙ୍ଗଲରେ ଦୁଇ ଦିନ ହେଲା ଏକୁଟିଆ ରହୁଛନ୍ତି । ପ୍ରଶାସନ କିମ୍ବା ସରପଞ୍ଚ ତାଙ୍କ କଥା ବୁଝୁନଥିବା ପ୍ରବାସୀଙ୍କ ଅଭିଯୋଗ। ଦୁଇଦିନ ହେଲା କିଛି ଖାଇନଥିବା ବେଳେ ଜଙ୍ଗଲରେ ପଡିଥିବା କହିଛନ୍ତି ପ୍ରବାସ । ଦୁଇଦିନ ତଳେ ଚେନ୍ନାଇରୁ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ରେ ବ୍ରହ୍ମପୁର ଆସିଥିଲେ । ଗାଁକୁ ଯାଇଥିଲେ ବି ଲୋକେ ଗାଁରେ ପୂରାଇ ଦେଇନଥିଲେ । ସରପଞ୍ଚ ନ ବୁଝିବାରୁ, ଗାଁ ଲୋକେ ବିରୋଧ କରିବାରୁ ଜଙ୍ଗଲରେ ରହିଥିଲେ।
ବ୍ରହ୍ମପୁର: ଯଦି ସରକାରୀ ଘୋଷଣାନାମାକୁ ଯିବା ତେବେ ବିଶ୍ୱ ବ୍ୟାପୀ କରୋନା ମହାମାରୀ ସମୟରେ ଏ ମହିଳା ଜଣକ ହେଉଛନ୍ତି ଜଣେ କୋଭିଡ୧୯ ଯୋଦ୍ଧା। ନାମ ସର୍ମିଷ୍ଠା କୁମାରୀ ପଣ୍ଡା, ଏବଂ ସେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଗୋଲିଆ ପଞ୍ଚାୟତର ଚିରିକିପଡା ଗ୍ରାମର ଥିବା ଗୋଟିଏ ଅଙ୍ଗନବାଡି କେନ୍ଦ୍ରର କର୍ମୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କ ଉପରେ ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜିକରଣ ହୋଇଥିବା ସମସ୍ତ ପ୍ରାକ ଶିକ୍ଷା ଗ୍ରହଣ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳା ମାନଙ୍କର ଦାୟିତ୍ୱ ନ୍ୟସ୍ତ ରହିଛି । ହେଲେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲେ ଏହି କର୍ମୀ ଜଣକ ମଧ୍ୟ ୭ମାସର ଗର୍ଭବତୀ ଅଟନ୍ତି। କେନ୍ଦ୍ର ଅଧୀନରେ ଥିବା ଗର୍ଭବତୀ ପ୍ରସୂତି ମହିଳା ମାନଙ୍କ ଯାବତୀୟ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା ଆଦି କରିବା ସହିତ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରୁଛନ୍ତି। ଲକ ଡାଉନ ସଟ ଡାଉନ ଭଳି…
ଭୁବନେଶ୍ବର : ଆଜି ଆଉ 112 କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । 112 ମଧ୍ୟରେ ସର୍ବାଧିକ 33 ଜଣ କେନ୍ଦ୍ରାପଡାରୁ ସୁସ୍ଥ ହୋଇଥିବାବେଳେ ବଲାଙ୍ଗିରରୁ 16, ଯାଜପୁରରୁ 11, ସୁନ୍ଦରଗଡରୁ 10, ଜଗତସିଂହପୁରର 8, ଗଞ୍ଜାମରୁ 7, ଖୋର୍ଦ୍ଧାରୁ 7, କଟକ ଓ ସୁବର୍ଣ୍ଣପୁରରୁ 4 ଜଣ ଲେଖାଏଁ ସୁସ୍ଥ ହୋଇଥିବାର ସୂଚନା ରହିଛି । ବାଲେଶ୍ବର, ପୁରୀ ଓ ସମ୍ବଲପୁରରୁ ତିନି ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ନୟାଗଡରୁ 2 ଓ ମୟୂରଭଞ୍ଜରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଯାଏ ରାଜ୍ୟରେ ମୋଟ 1716 ଆକ୍ରାନ୍ତ ସୁସ୍ଥ ହେଲେଣି । ଆଜି ରାଜ୍ୟରେ 173 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 2,781 ଛୁଇଁଛି ।
ରମେଶ ମହାନ୍ତି ଜଗତସିଂହପୁର :ଜଗତସିଂହପୁର ଜିଲ୍ଲାର ବାତ୍ୟା ଅମ୍ପାନ୍ କ୍ଷତିଗ୍ରସ୍ତ ପାରାଦ୍ବୀପ, କୁଜଙ୍ଗ ଓ ଏରସମା ଅଞ୍ଚଳ ପରିଦର୍ଶନ କଲେ ଭାରତ ସରକାରଙ୍କ କେନ୍ଦ୍ରୀୟ ପ୍ରତିନିଧି ଦଳ। ଶୁକ୍ରବାର ପୂର୍ବାହ୍ନରେ କେନ୍ଦ୍ରୀୟ ପ୍ରତିନିଧିର ଅମରିଶପାଲ୍ ସିଂ ଭାରତ ସରକାରଙ୍କ କେନ୍ଦ୍ରୀୟ ମନ୍ତ୍ରଣାଳୟର ସୁପରିଟେଣ୍ଡିଂ ଇଂଜିନିୟରଙ୍କ ନେତୃତ୍ୱରେ ନିର୍ଦ୍ଦେଶକ, ଶକ୍ତି ମନ୍ତ୍ରଣାଳୟର ଶ୍ରୀ ଏନ୍.ଆର୍.ଏଲ୍.କେ ପ୍ରସାଦ ଓ ଅର୍ଥ ମନ୍ତ୍ରଣାଳୟର ଯୁଗ୍ମ ନିର୍ଦ୍ଦେଶକ ସୁରଜ କୁମାର ପ୍ରଧାନ ଏବଂ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଓଡ଼ିଶା ସରକାରଙ୍କ ସେଣ୍ଟ୍ରାଲ ଫ୍ଲଡ୍ ଡିଭିଜନ ମୁଖ୍ୟ ଯନ୍ତ୍ରୀ ଶ୍ରୀ ଜେ.କେ ତ୍ରିପାଠୀ ଜିଲ୍ଲାରେ ଅମ୍ପାନ୍ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପ୍ରଥମେ କେନ୍ଦ୍ରୀୟ ପ୍ରତିନିଧି ଦଳ ପାରାଦ୍ବୀପ ମାଛଧରା ବନ୍ଦର ପରିଦର୍ଶନ କରି କ୍ଷତିଗ୍ରସ୍ତ ଡଙ୍ଗା ଓ ମତ୍ସ୍ୟଜୀବୀଙ୍କୁ ଭେଟି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ଏହାପରେ କୁଜଙ୍ଗ ବ୍ଲକର ପାରାଦ୍ବୀପଗଡ ପଞ୍ଚାୟତର ଚାନ୍ଦିନୀ ଗ୍ରାମ,ନୁଆଗଡ ପଞ୍ଚାୟତର ଗୋବିନ୍ଦ ଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ…
ହିମାଚଳ ପ୍ରଦେଶ : କେରଳର ମଲ୍ଲାପୁରମ୍ଠାରେ ଏକ ଗର୍ଭବତୀ ହାତୀର ଅମାନୁଷିକ ହତ୍ୟାକାଣ୍ଡ ମନରୁ ନ ଲିଭୁଣୁ ଦେଶରେ ପୁଣି ଆଉ ଏକ ନିରୀହ ଜୀବକୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି । ଏହି ଘଟଣାକୁ ସାରା ଦେଶ କ୍ରୋଧରେ ଜର୍ଜରିତ ହେଉଥିବାବେଳେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କିନ୍ତୁ ମଣିଷ ତା’ର ଏହି ଅମାନବୀୟ କାର୍ଯ୍ୟରୁ ନିଜକୁ ମୁକ୍ତ କରିପାରୁନାହିଁ । ନିରୀହ ପ୍ରାଣୀମାନଙ୍କ ପ୍ରତି ଅମାନୁଷିକ ଅତ୍ୟାଚାର କରି ଚାଲିଛି । କେରଳ ଗର୍ଭବତୀ ହାତୀକୁ ଅତ୍ୟନ୍ତ ଅମାନୁଷିକ ଭାବେ ବାଣଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ପରେ ଏବେ ହିମାଚଳ ପ୍ରଦେଶରେ ଏକ ଗର୍ଭବତୀ ଗାଈକୁ ବିସ୍ଫୋରକ ପଦାର୍ଥ ଖୁଆଇଥିବାର ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ହିମାଚଳ ପ୍ରଦେଶ ଜିଲ୍ଲା ବିଳାସପୁରର ଝଣ୍ଡୁତା ଅଞ୍ଚଳରେ ଏକ ଗର୍ଭିଣୀ ଗାଈକୁ କେହି ଜଣେ ବିସ୍ଫୋରକ ପଦାର୍ଥ ଖୁଆଇ ଥିବାବେଳେ ଗାଈଟି ଗୁରୁତର ହୋଇପଡିଛି ।…

