Author: Samikhsya Bureau

କେଦାର ମିଶ୍ର ଗତ ସାତ ଆଠ ବର୍ଷ ଧରି ଭାରତୀୟ ସାମ୍ବାଦିକତାରେ ଅର୍ଣ୍ଣବ ଗୋସ୍ଵାମୀଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ଚର୍ଚ୍ଚା ତ ନୁହଁ ଅପଚର୍ଚ୍ଚା। କ୍ଷମତା ସହିତ ଯିଏ ରହିଲା ଅର୍ଣ୍ଣବ ଗୋସ୍ଵାମୀ, ତାଙ୍କର ଗୋଲାମ ହୋଇ ରହିବାକୁ ପସନ୍ଦ କରନ୍ତି। ଯେଉଁମାନେ ଆଜି ତାଙ୍କୁ ବିଜେପିର ସମର୍ଥକ ବୋଲି ଭାବୁଛନ୍ତି, ସେମାନେ ତାଙ୍କୁ ୨୦୧୪ ପୂର୍ବରୁ ରାହୁଲ ଗାନ୍ଧୀଙ୍କର ଚାମଚା ବୋଲି କହୁଥିଲେ। ୨୦୧୪ ପୂର୍ବରୁ ରାହୁଲ ଗାନ୍ଧୀ ଜାତୀୟ ଗଣମାଧ୍ୟମରେ ତାଙ୍କର ସବୁଠୁ ବଡ ସାକ୍ଷାତ୍କାର ଅର୍ଣ୍ଣବଙ୍କୁ ଇ ଦେଇଥିଲେ। ସେତେବେଳେ ଅର୍ଣ୍ଣବଙ୍କୁ ଗାନ୍ଧୀ ପରିବାରର ପୋଷା କୁକୁର ବୋଲି ଅନେକ ବିଜେପି ନେତା ଟୁଇଟ କରିଥିଲେ। କ୍ଷମତା ବଦଳିଗଲା ପରେ ଅର୍ଣ୍ଣବ ଗୋସ୍ଵାମୀଙ୍କର ଶିବିର ମଧ୍ୟ ବଦଳିଗଲା। ଆଜି ସେ ବିଜେପିର ଅନ୍ଦର ମହଲର ସାମ୍ବାଦିକ। ତେଣୁ ତାଙ୍କୁ ନେଇ ସାଧାରଣରେ ତିନି ପ୍ରକାର ପ୍ରତିକ୍ରିୟା ସବୁବେଳେ ରହି ଆସିଛି। ପ୍ରଥମେ କେହି କେହି ତାଙ୍କୁ…

Read More

ହାଇଦ୍ରାବାଦ, ଏକ ସ୍ବତନ୍ତ୍ର ଭଙ୍ଗୀରେ ପୂର୍ବତନ ମଡେଲ ତଥା ଦକ୍ଷିଣ ଭାରତୀୟ ଚଳଚିତ୍ରର ଚୁଲୁବୁଲି ନାୟିକା ପ୍ରିୟାମଣି

Read More

ଭୁବନେଶ୍ବର : ଯାଜପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲାରେ କରୋନା ସ୍ଥିତିକୁ ଦେଖି 60 ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଭାବରେ ଏହି ତିନୋଟି ଜିଳ୍ଲାକୁ ସଟ୍‌ଡାଉନ୍‌ଣ ଘୋଷଣା କରାଯାଇଛି । ତିନି  ଜିଲ୍ଲାରେ ସଟ୍‌ ଡାଉନ୍‌ ବେଳେ ଏସ୍‌ଆରସି ପକ୍ଷରୁ ଗାଇଡ ଲାଇନ୍‌ ଜାରି କରାଯାଇଛି । ଯାଜପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲା ପାଇଁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି । ହସ୍ପିଟାଲ୍‌, ପୋଲିସ୍‌, ଅଗ୍ନିଶମ, ଆମ୍ବୁଲାନ୍ସ ସଟ୍‌ ଡାଉନ୍‌ କଟକଣାମୁକ୍ତ ରହିଛି । ଟେଲିକମ୍‌, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ସଟ୍‌ ଡାଉନ୍‌ କଟକଣାମୁକ୍ତ । ଜିଲ୍ଲା କର୍ତ୍ତୃପକ୍ଷଙ୍କ ଦ୍ବାରା ଚିହ୍ନଟ ପେଟ୍ରୋଲ୍‌ ପମ୍ପ, ଔଷଧ ଦୋକାନ ଖୋଲା ରହିବ । ମାଲ୍‌ ପରିବହନ ପାଇଁ ରେଲଓ୍ବେ  ଓ ବନ୍ଦର ଖୋଲା ରହିବ । ଜଳଯୋଗାଣ, ସାନିଟେସନ ଓ ସ୍ବେରେଜ, ବିଦ୍ୟୁତ୍‌ ଯୋଗାଣ କଟକଣାମୁକ୍ତ ରହିବ ।

Read More

ଭୁବନେଶ୍ବର : କରୋନା ପାଇଁ ଅଣ ରାସନକାର୍ଡଧାରୀଙ୍କୁ ମିଳିବ କିରୋସିନି ତେଲ । ପ୍ରତି ପରିବାର ପିଛା ଯୋଗାଇ ଦିଆଯିବ ଦୁଇ ଲିଟର କିରୋସିନି ତେଲ । ଫାଷ୍ଟ କମ୍‌ ଫାଷ୍ଟ୍‌ ସର୍ଭିସ୍‌ ଭିତ୍ତିରେ ଯୋଗାଇ ଦିଆଯିବ କିରୋସିନି । ଏଥିରେ  17 ଲକ୍ଷରୁ ଅଧିକ ଅଣ ରାସନକାର୍ଡଧାରୀ ଉପକୃତ ହେବେ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏନେଇ ସୂଚନା ଦେଇଛନ୍ତି । କରୋନା ପାଇଁ ରାଜ୍ୟର ରାସନକାର୍ଡ ଧାରୀଙ୍କୁ ଆଗୁଆ ତିନିମାସର ରାସନ ସାମଗ୍ରୀ ସହ 1000 ଟଙ୍କାର ସହାୟତା ଦିଆଯାଉଛି ।

Read More

ଭୁବନେଶ୍ୱର: ମେ ୩ରେ ଲକ୍‌ଡାଉନ୍ ସରିବା ପରେ ପ୍ରାୟ ପାଞ୍ଚ ଲକ୍ଷ ଓଡ଼ିଆ ଓଡ଼ିଶା ଫେରିବେ ବୋଲି ସୂଚନା ରହିଛି। ଓଡ଼ିଶା ଫେରନ୍ତାଙ୍କ ପାଇଁ ଆସନ୍ତାକାଲିଠୁ ଆରମ୍ଭ ହେବ ରେଜିଷ୍ଟ୍ରେସନ। ଏଥିପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଫର୍ମ। ଓଡ଼ିଶା ଫେରିବାକୁ ଚାହୁଁଥିବା ଲୋକଙ୍କର ଆସନ୍ତାକାଲିଠୁ ଆରମ୍ଭ ହେବ ନାଁ ପଞ୍ଜିକରଣ। ଉଭୟ ଅନ୍‌ଲାଇନ୍ ଓ ଅଫଲାଇନ୍‌ରେ ରେଜିଷ୍ଟ୍ରେସନ ପାଇଁ ବ୍ୟବସ୍ଥା ହୋଇଛି। ପଞ୍ଜିକରଣ ଫର୍ମରେ  ଓଡ଼ିଶା ଫେରନ୍ତାଙ୍କ ନାଁ, ଗାଁ ଓ ଠିକଣା ସହ ସମ୍ପୂର୍ଣ୍ଣ ଯାତ୍ରା ବିବରଣୀ ସ୍ପଷ୍ଟ ଉଲ୍ଲେଖ ରହିବ। ତା’ ସହ ଫେରୁଥିବା ଓଡ଼ିଆ ଜଣକ  ଦାଦନ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ନା ଅନ୍ୟ କେଉଁ ଶ୍ରେଣୀର ସେ କଥା ବି ଜଣାଇବାକୁ ହେବ। ତେବେ ଓଡ଼ିଶା ଫେରିଲା ପରେ ସେମାନେ ସିଧା ଘରକୁ ନ ଯାଇ କ୍ବାରେଣ୍ଟାଇନ ସେଣ୍ଟରକୁ ଯିବେ। ଓଡ଼ିଶା ଫେରିଲା ପରେ ଏମାନେ ପ୍ରତି ପ୍ରଞ୍ଚାୟତରେ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଏମାନେ…

Read More

ରମେଶ ମହାନ୍ତି ଜଗତସିଂହପୁର: ମହାମାରୀ କରୋନା ପ୍ରଭାବରେ ଫଟୋ ଭିଡିଓ ଗ୍ରାଫୀ ଶିଳ୍ପ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇିଛି। ଏହାଦ୍ୱାରା ଫଟୋ ଓ ଭିଡିଓଗ୍ରାଫୀକୁ ନିଜର ଜୀବନ ଓ ଜୀବିକା ଭାବେ ଗ୍ରହଣ କରିଥିବା କିଛି ଫଟୋ ଓ ଭିଡିଓଗ୍ରାଫର ପରିବାର ଦୁର୍ଦ୍ଦିନର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଫଟୋ – ଭିଡିଓଗ୍ରାଫିକ ଟ୍ରେଡର୍ସ ଆସୋସିଏସନ( ଜେପିଭିଟି) ପକ୍ଷରୁ ଏକ ପାଂଚ ଦଫା ଦାବୀପତ୍ରକୁ ମାନ୍ୟବର ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଏଥି ସହିତ ଆସୋସିଏସନ ପକ୍ଷରୁ ସାଧାରଣଲୋକଙ୍କ ଜରୁରୀ ଅସୁବିଧାକୁ ଦୃଷ୍ଟିରେ ରଖି ମାନ୍ୟବର  ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର, ସରକାରଙ୍କ ନିୟମାବଳୀ ଅନୁଯାୟୀ ସାମୂହିକ ଭାବେ ଫଟୋ ଷ୍ଟୁଡିଓ ଖୋଲିବାକୁ ଅନୁମତି ପ୍ରଦାନ ପାଇଁ ଅନୁରୋଧ କରାଯାଇଛି। ଏଥି ସହିତ ରାଜ୍ୟରୁ କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ଦାବୀପତ୍ରକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର୍ରମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ପ୍ରତାପ ଷଡଙ୍ଗୀଙ୍କୁ ଭିଡିଓ କନଫେରେନ୍ସିଂ ଜରିଆରେ ରାଜ୍ୟର…

Read More

ମୁମ୍ବାଇ : ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଜିତେନ୍ଦ୍ର ଅହ୍ବାଡ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । ନିକଟରେ ଜିତେନ୍ଦ୍ରଙ୍କ 14 ଜଣ କର୍ମଚାରୀଙ୍କ ସମେତ 5 ଜଣ ସୁରକ୍ଷା କର୍ମୀଙ୍କଠାରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲେ । ଏହାପରଠାରୁ ମନ୍ତ୍ରୀ କ୍ବାରେଣ୍ଟିନ୍‌ରେ ରହିଥିଲେ । ମହାରାଷ୍ଟ୍ରର ପ୍ରଥମ ମନ୍ତ୍ରୀ ଭାବେ ସେ କରୋନାରେ ସଂକ୍ରମିତ ହୋଇଛନ୍ତି ଜିତେନ୍ଦ୍ର । ପୂର୍ବରୁ ଜିତେନ୍ଦ୍ରଙ୍କ ଅହ୍ବାଡଙ୍କ ସମ୍ପର୍କରେ ଆସିଥିବା ପୂର୍ବତନ ସାଂସଦ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ଏହି ସାଂସଦ ଜଣକ ହେଉଛନ୍ତି ଥାନେର ପୂର୍ବତନ ସାଂସଦ ଆନନ୍ଦ ପରାଞ୍ଜପେ । ମହାରାଷ୍ଟ୍ରରେ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି । ଏଠାରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ ରହିଥିବାବେଳେ ମହାରାଷ୍ଟ୍ର ସରକାରର ଆବାସ ମନ୍ତ୍ରୀ ଜିତେନ୍ଦ୍ର ଆହ୍ବାଡ ଏବେ କ୍ବାରେଣ୍ଟିନ୍‌ରେ । ମିଳିଥିବା ସୂଚନା ଅନୁସାରେ ମନ୍ତ୍ରୀ ଜିତେନ୍ଦ୍ରଙ୍କ 14 ଜଣ କର୍ମଚାରୀଙ୍କ ସମେତ 5ଜଣ ସୁରକ୍ଷା କର୍ମୀଙ୍କଠାରେ କରୋନା ପଜିଟିଭି…

Read More

ଭୁବନେଶ୍ବର : 83 ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଦେଲେ ରାଜ୍ୟସରକାର । ଆକ୍ରାନ୍ତ ଜଣକ ଯାଜପୁର ଦଶରଥପୁର ଅକରାପଡାର 38 ବର୍ଷୀୟ ଯୁବକ ବୋଲି ଜଣାପଡିଛି। ମାର୍ଚ୍ଚ 30ରେ ହାଓ୍ବଡା ଗଙ୍ଗାଘାଟରୁ 11 ଜଣଙ୍କ ସହ ଆସିଥିଲେ ଆକ୍ରାନ୍ତ । 30 ତାରିଖ ସକାଳ 9ଟାରେ ଯାଜପୁର ସହରରେ ପହଞ୍ଚିଥିଲେ। ପୋଲିସ୍‌ ଦ୍ବାରା ଅଟକ ପରେ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ନିଆଯାଇଥିଲା। ମାର୍ଚ୍ଚ 30ରେ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ମାର୍ଚ୍ଚ 30ରୁ ଏପ୍ରିଲ୍‌ 14 ତାରିଖ ଯାଏଁ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିଲେ। ଏପ୍ରିଲ୍‌ 15ରୁ 21 ଭିତରେ ବାଇକ୍‌ରେ ବିଭିନ୍ନ ସ୍ଥାନ ବୁଲିଥିଲେ । କୋଲକାତାରୁ ଫେରିଥିବାରୁ ଏପ୍ରିଲ୍‌ 22ରେ ନମୁନା ପରୀକ୍ଷା ହୋଇଥିଲା । 22ରେ ନମୁନା ପଜିଟିଭ୍‌ ପରେ କଳିଙ୍ଗ ନଗର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜ୍ୟରେ ପଶ୍ଚିମବଙ୍ଗ ଲିଙ୍କ୍‌ ଚିନ୍ତାର ବିଷୟ ପାଲଟିଛି । ଗତ 5 ଦିନରେ…

Read More

ଭୁବନେଶ୍ବର : କରୋନା ପାଇଁ ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା । ଆସନ୍ତା 26 ତାରିଖରେ ହେବାକୁ ଥିବା ଚନ୍ଦନ ଯାତ୍ରା ବନ୍ଦ ଘୋଷଣା । ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ବନ୍ଦ ଘୋଷଣା । 5ରୁ କମ୍‌ ସେବକଙ୍କୁ ନେଇ ଆୟୋଜନ ସମ୍ଭବ ନଥିବାରୁ ଚନ୍ଦନ ଯାତ୍ରାକୁ ଚଳିତ ବର୍ଷ ବନ୍ଦ କରାଯିବାକୁ  ନିଷ୍ପତ୍ତି ନିଆଯାଇଛି  । ପୂର୍ବଭଳି ଶ୍ରୀଜୀଉଙ୍କ ଅନ୍ୟାନ୍ୟ ସମସ୍ତ ନୀତିକାନ୍ତି ଚାଲୁ ରଖିବାକୁ ନିଷ୍ପତ୍ତି । କରୋନା ଯୋଗୁଁ ଚଳିତ ବର୍ଷ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥକୁ ସ୍ଥଗିତ ରଖାଯାଇଥିଲା ।

Read More

ଭୁବନେଶ୍ବର : ସଟଡାଉନ୍‌ରେ ସହଯୋଗ ପାଇଁ ଅପିଲ୍‌ କଲେ ରାଜ୍ୟସରକାର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ ଯୋଗେ ଲୋକଙ୍କୁ ଅପିଲ୍‌ କରାଯାଇଛି । ସଟ୍‌ ଡାଉନ୍‌ରେ ସମସ୍ତ ଅଫିସ୍‌, ଦୋକାନ ବନ୍ଦ ରହିବ। ପୂର୍ବରୁ ମିଳିଥିବା ପାସ୍‌ ସବୁ ରଦ୍ଦ କରାଯିବ, ଆବଶ୍ୟକ ହେଲେ ସାନି ପାସ୍‌ ଦିଆଯିବ । ଆଜି ରାଜ୍ୟର ତିନୋଟି ଜିଲ୍ଲାକୁ ସଟଡାଉନ୍‌ର ଘୋଷଣା କରାଯାଇଛି । ଯାଜପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲାରେ 60 ଘଣ୍ଟା ପାଇଁ ସଟଡାଉନ୍‌ର ଘୋଷଣା ଯାଇଛି । ଏହି ତିନୋଟି ସ୍ଥାନରେ କରୋନା ଆକ୍ରାନ୍ତ ବଢୁଥିବାରୁ ରାଜ୍ୟ ସରକାର ଦୃଢ ପଦକ୍ଷେପ ନେଇଛନ୍ତି । ସୂଚନାଯୋଗ୍ୟ ଗତ 5  ଦିନ ମଧ୍ୟରେ ଏହି ତିନୋଟି ଅଞ୍ଚଳରୁ 28ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ରାଜ୍ୟର ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 89ରେ ପହଞ୍ଚିଛି ।

Read More

ଭୁବନେଶ୍ବର : ତିନି ଜିଲ୍ଲାର ଲୋକେ ସଟ୍‌ ଡାଉନ୍‌ ଘୋଷଣା ପରେ ଡିଜିପିଙ୍କ ଅପିଲ୍‌। ଟୁଇଟ୍‌ ଯୋଗେ ଅପିଲ୍‌ କଲେ ପୋଲିସ୍‌ ଡିଜି ଅଭୟ। ତିନି ଜିଲ୍ଲାର ଲୋକେ ସଟ୍‌ ଡାଉନ୍‌ ପାଳନ କରିବାକୁ ଅପିଲ୍‌ କଲେ। ସଟ୍‌ ଡାଉନ୍‌ ଉଲ୍ଲଂଘନ କଲେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି ଡିଜିପି। ସୂଚନାଯୋଗ୍ୟ, ବାଲେଶ୍ବର, ଭଦ୍ରକ, ଯାଜପୁର, ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ ଘୋଷଣା କରାଯାଇଛି। 60 ଘଣ୍ଟା ପାଇଁ ଲକ୍‌ ଡାଉନ୍‌ ନିୟମ ଘୋଷଣା କରାଯାଇଛି। ନିର୍ଦ୍ଦିଷ୍ଟ କିଛି ଔଷଧ ଦୋକାନ ଛଡା ସବୁ ବନ୍ଦ ରହିବ ବୋଲି  ନିର୍ଦ୍ଦେଶ ଦିଆଯାଇଛି। ସଟ୍‌ଡାଉନ୍‌ ବେଳେ  କେହି ବାହାରକୁ ନ ବାହାରିକୁ ତାଗିଦ୍‌ କରାଯାଇଛି। ସରକାରଙ୍କୁ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଲୁଚାଇବେ ସେମାନଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ କୁହାଯାଇଛି।

Read More

ପାକିସ୍ତାନ : କରୋନାର ପ୍ରଭାବ ପାଇଁ ଆଜି ସାରା ବିଶ୍ବର ଅର୍ଦ୍ଧାଧିକ ଦେଶ ଲକ୍‌ଡାଉନରେ। ଲୋକଙ୍କୁ ସାମାଜିକ ଦୂରତ୍ବର ପାଠ ପଢାଯାଉଛି। ଭାରତ ପରି ଅନେକ ଦେଶ ମନ୍ଦିର, ମସଜିଦ୍‌ ଚର୍ଚ୍ଚ ଓ ଗୁରୁଦ୍ବାର ତଥା ସମସ୍ତ ତୀର୍ଥସ୍ଥଳୀକୁ ବନ୍ଦ କରିଛନ୍ତି । କିନ୍ତୁ ପାକିସ୍ତାନ ଟିକେ ଭିନ୍ନ ଧରଣର ଲକ୍‌ ଡାଉନ୍‌ ନିୟମ ପାଳନ କରୁଛି। ଏଠାରେ ସ୍କୁଲ କଲେଜ, ମଲ୍‌ ସବୁ ବନ୍ଦ ରହିଛି । କିନ୍ତୁ ମସଜିଦ୍‌ ଖୋଲା ରହିଛି। ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା 10 ହଜାରରୁ ଉର୍ଦ୍ଧ୍ବ ରହିଥିବାବେଳେ ଏଠାରେ ମୃତ୍ୟୁ ସଂଖ୍ୟା 200 ଟପିଛି। ସେହିପରି 2300ରୁ ଉର୍ଦ୍ଧ୍ବ ଲୋକେ ସୁସ୍ଥ ହୋଇଛନ୍ତି। ପାକିସ୍ତାନର ରାଷ୍ଟ୍ରପତି ଆରିଫ୍‌ ଅଲ୍‌ବୀ ଅପ୍ରେଲ୍‌ 18 ତାରିଖରେ ଘୋଷଣା କରିଥିଲେ ଯେ, ରାମଜାନ୍‌ ମାସର ସନ୍ଧ୍ୟା ସମୟରେ ନମାଜ ପଢିବା ପାଇଁ ମସ୍‌ଜିଦ୍‌ ଖୋଲା ରହିବ। ନାଗରିକ ଓ ଧର୍ମଗୁରୁଙ୍କ ମସ୍‌ଜିଦ୍‌ ଆସିବାକୁ ନେଇ ନିୟମ ପାଳନ…

Read More

ନୂଆଦିଲ୍ଲୀ : ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ମାସ୍କ ତିଆରି କରୁଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ମାସ୍କ ତିଆରି କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି ଏହି ଫଟୋଟିକୁ ସେୟାର କରିଛନ୍ତି । https://twitter.com/i/status/1253210591403139073 ଦେଶର ପ୍ରଥମ ମହିଳାଙ୍କ ଏପରି ଉଦ୍ୟମ ଉପରୁ ତଳ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରେରଣା ଯୋଗାଇବ । ଆସନ୍ତୁ ଆମେ ସମସ୍ତେ ଭାରତୀୟ ଏକାଠୀ ହୋଇ କୋଭିଡ୍-୧୯ ଯୁଦ୍ଧରେ ସୈନିକଙ୍କ ଭଳି କାମ କରିବା ବୋଲି ଧର୍ମେନ୍ଦ୍ର ଟ୍ବିଟ୍‌ କରିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଦିଲ୍ଲୀର ଜାହାଙ୍ଗିରପୁରୀ ଅଞ୍ଚଳର ଏକ ଗଳିରୁ 46 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ଅଞ୍ଚଳର ଏଚ୍‌ ବ୍ଲକର ଗଳିରୁ ଏହି ସମସ୍ତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଚ୍‌ ବ୍ଲକର ତିନୋଟି ଗଳିକୁ ଅପ୍ରେଲ୍‌ 14 ତାରିଖରେ ସିଲ୍‌ କରାଯାଇଥିଲା । ଏହି 46ଜଣଙ୍କୁ ନରେଲାର କ୍ବାରେଣ୍ଟିନ୍‌ ସେଣ୍ଟରକୁ ନିଆଯାଇଛି । ଜାହାଙ୍ଗିରୀପୁରୀଠାରୁ ଏହା ତୃତୀୟ ବୃହତ୍ତ କରୋନା ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି । ଏହା ପୂର୍ବରୁ ଜାହାଙ୍ଗିରୀପୁରୀର ସି ବ୍ଲକରୁ 31ଟି ମାମଲା ଆସିଥିଲା । ସେହିପରି ଜାହାଙ୍ଗିରୀପୁରୀ ଥାନା ଅଞ୍ଚଳରେ ଜଣେ ପୋଲିସ ଏସ୍‌ଆଇ, ତାଙ୍କ ପତ୍ନୀ ଓ 7 ପୋଲିସ୍‌ କର୍ମୀଙ୍କୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଜହାଙ୍ଗିରୀପୁରୀରେ ଅଲଗା ଅଲଗା ଅଞ୍ଚଳରେ 89ଟି ମାମଲା ସାମ୍ନାକୁ ଆସିଛି । ସେହିପରି ବୁଧବାର ଦିନ ଜାମା ମସ୍‌ଜିଦ୍‌ ଅଞ୍ଚଳରୁ ଜଣେ ପରିବାରର 11 ଜଣ କରୋନାରେ ସଂକ୍ରମିତ ହୋଇଥିବାର…

Read More

ଭୁବନେଶ୍ବର: କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ବଡ ଘୋଷଣା କରିଛନ୍ତି।  ଭଦ୍ରକ, ବାଲେଶ୍ବର, ଯାଜପୁରରେ କରୋନା ସ୍ଥିତି ଚିନ୍ତାଜନକ ରହିଥିବାରୁ ଆଜି ମୁଖ୍ୟ ଶାସନ ସଚିବ ଏହି ତିନୋଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ର ଘୋଷଣା କରିଛନ୍ତି। ଏହି ତିନୋଟି ଜିଲ୍ଲାକୁ ୬୦ ଘଣ୍ଟା ପାଇଁ ସଟ୍‌ ଡାଉନ୍‌ର ଘୋଷଣା କରାଯାଇଛି। ଆଜି ରାତ୍ରି ୧୦ ଟାରୁ ୨୬ ତାରିଖ ସକାଳ ୧୦ ଟା ଯାଏଁ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ର ଘୋଷଣା କରାଯାଇଛି। ଏହି ସଟ୍‌ ଡାଉନ୍‌ ପାଇଁ ଦୋକାନ ବଜାର ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ। ପୂର୍ବରୁ ଥରେ ଭଦ୍ରକ ସଟ୍‌ ଡାଉନ୍‌ ହୋଇଥିଲା।୫ ଦିନରେ ଏହି ତିନୋଟି ଜିଲ୍ଲାରୁ ୨୮ଟି ପଜିଟିଭ୍‌ ମିଳିଥିବାରୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ପଶ୍ଚିମବଙ୍ଗ ଲିଙ୍କ୍‌ ଚିନ୍ତା ବଢାଉଥିବାବେଳେ ଦରକାର ପଡ଼ିଲେ ସମ୍ପୂର୍ଣ୍ଣ ସୀମା ସିଲ୍‌ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ…

Read More

ବବ୍‌ଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଏମ.ରାମପୁର ଥାନା ଅନ୍ତଗର୍ତ ତୁଜୁଙ୍ଗ ନିକଟର ଆଜି ଦିନ ପ୍ରାୟ ଏଗାରଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ହେଇଥିବାବେଳେ ପୁଅ ଗୁରୁତର ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମୁତାବକ ମ.ରାମପୁର ମାଛିବନ୍ଧ ପଡ଼ାର ସଚିନ କାଲସାଏ ନିଜ ପାଞ୍ଚ ବର୍ଷର ପୁଅ ବାବୁସାନଙ୍କ ସହିତ ଯାଉଥିବା ବେଳେ ବାଇକ୍‌ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏମ.ରାମପୁର ପଟରୁ ତୁଜୁଙ୍ଗ ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଏକ ଗଛରେ ବାଇକଟି ପିଟି ହୋଇ ଯାଇଥିଲା । ସଚିନଙ୍କ ମୁଣ୍ଡରେ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । 5 ବର୍ଷୀୟ ବାବୁସାନଙ୍କୁ ତୁଜୁଙ୍ଗ ଗ୍ରାମର ବୃନ୍ଦାବନ ନାଗ ନିଜ ବାଇକରେ ଏମ. ରାମପୁର ଡ଼ାକ୍ତରଖାନାକୁ ନେଇଥିଲେ । ମାତ୍ର ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାକୁ…

Read More

ଭୁବନେଶ୍ବର : ବ୍ୟାଙ୍କ ଖୋଲିବାର ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏଣିକି ସକାଳ 8ଟାରୁ 2ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ । ଗ୍ରାହକଙ୍କ ପାଇଁ ସକାଳ 8ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ବିଟ୍ କରି ଏହି ସୂଚନା ପ୍ରଦାନ କରିଥିବା ବେଳେ 5ଟି ସହରରେ ଏହି ନୂତନ ନିୟମ ଲାଗୁ କରାଯିବ ନାହିଁ । କଟକ, ପୁରୀ, ଛତ୍ରପୁର, କୋରାପୁଟ, ଭୁବନେଶ୍ବରରେ ବ୍ୟାଙ୍କ ପୂର୍ବ ସମୟ ଅନୁଯାୟୀ ପରିଚାଳିତ ହେବ ।

Read More

ଭୁବନେଶ୍ବର : କୋଭିଡ଼୍‌-୧୯ ମହାମାରୀ ପରିପ୍ରେକ୍ଷିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ନିମନ୍ତେ ପଣ୍ୟ ଉପଭୋକ୍ତାମାନଙ୍କୁ ସୁବିଧା ଯୋଗାଇବା ସହ ଲଜିଷ୍ଟିକ୍ ସହାୟତା ଯୋଗାଇଦେବା ନିମନ୍ତେ ରେଳ କର୍ତ୍ତୃପକ୍ଷ ଦୃଢ଼ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ମଧ୍ୟରେ ପଣ୍ୟ ଓ ପାର୍ସେଲ୍ ଟ୍ରାଫିକ୍ କ୍ଷେତ୍ରରେ ବିଳମ୍ବଶୁଳ୍କ, ରହଣି ମାହାସୁଲ, ଗଦାମାରିବା, ଦୃଢ଼କରି ରଖିବା ଏବଂ କଣ୍ଟେନର୍ ଟ୍ରାଫିକ୍ ନିମନ୍ତେ ବିଳମ୍ବଶୁଳ୍କ ଓ ଭିତ୍ତିଭୂମି ବ୍ୟବହାର ମୂଲ୍ୟ ଇତ୍ୟାଦି ବୃଦ୍ଧି କରିବ ନାହିଁ । ଏହି ନିର୍ଦ୍ଦେଶାବଳୀ ୨୨ ମାର୍ଚ୍ଚ ରୁ ୩ ମେ, ୨୦୨୦ ମଧ୍ୟରେ ଲାଗୁ ହେବ । ଉପଭୋକ୍ତାମାନଙ୍କୁ ଗୁଡ଼୍‌ସେଡ଼୍‌କୁ ବ୍ୟକ୍ତିଗତ ଭାବେ ନ ଆସିବା ଓ ପଞ୍ଜିକୃତ ପ୍ରକ୍ରିୟାକୁ ଅଧିକ ସୁବିଧାପ୍ରଦ କରିବାକୁ ପଣ୍ୟର ଚାହିଦା ହିସାବରେ ଇଲେକ୍‌ଟ୍ରୋନିକ୍ ପଞ୍ଜିକରଣ (ଇ.ଆଇ.ଡି.), ଇଲେକ୍‌ଟ୍ରୋନିକ୍ସ ଟ୍ରାନ୍‌ସ୍‌ମିସନ୍ ଦ୍ୱାରା ପଣ୍ୟ ପରିବହନ ସୂଚନା ବ୍ୟବସ୍ଥା (ଫୋଏସ୍‌) ମାଧ୍ୟମରେ ରେଲୱେ ରସିଦ୍ ପ୍ରଦାନ ଏବଂ ପଣ୍ୟ ବିତରଣ ଇ.ଟି.ଆର୍‌.ଆର୍‌ର ଇ-ସରେଣ୍ଡର ମାଧ୍ୟମରେ…

Read More

ନୂଆଦିଲ୍ଲୀ : କରୋନା ମୁକାବିଲା କାରଣରୁ ଦେଖାଦେଇଥିବା ଆର୍ଥିକ ସଙ୍କଟର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଆସନ୍ତା ଜାନୁୟାରୀ 1,2020 ଠାରୁ ଜୁଲାଇ 2021 ପର୍ଯ୍ୟନ୍ତ କର୍ମଚାରୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ କରାଯିବ ନାହିଁ । କେନ୍ଦ୍ର ସରକାରଙ୍କ ସମସ୍ତ କର୍ମଚାରୀ ଏବଂ ପେନ୍‌ସନ୍‌ ଧାରୀଙ୍କ ନିମନ୍ତେ ଏହି ନିୟମ ଲାଗୁ କରାଯିବ । ତେବେ ପୂର୍ବ ପ୍ରଦତ୍ତ ମହଙ୍ଗା ଭତ୍ତା କର୍ମଚାରୀଙ୍କୁ ପ୍ରଦାନ କରାଯିବ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ମାସରେ 4 ପ୍ରତିଶତର ମହଙ୍ଗା ଭତ୍ତା ଘୋଷଣା କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ପ୍ରାୟ 27 ହଜାର କୋଟିର ଅର୍ଥ ସଞ୍ଚୟ କରାଯିବ । (ଏଜେନ୍ସି)

Read More

ଭୁବନେଶ୍ବର, ବର୍ତ୍ତମାନ ଲକ ଡାଉନ ପାଇଁ ସାରା ରାଜ୍ୟର ଜନଜୀବନ ଠପ ହୋଇଯାଇଛି। ରାସ୍ତାଘାଟ ଶୂନଶାନ। ଏପରି ପରିସ୍ଥିତିରେ ଚିତ୍ରକର ମାନେ ରାସ୍ତା ଉପରେ ବିଭିନ୍ନ କରୋନା ସଚେତନତା ଚିତ୍ର ଆଙ୍କି ଲୋକଙ୍କୁ କରୁଛନ୍ତି ସତର୍କ।

Read More