ଚନ୍ଦ୍ରକାନ୍ତି ବୌଦ୍ଧ ନରସିଂହପୁର : ନରସିଂହପୁର କ୍ବାରେଣ୍ଟାଇନ କେନ୍ଦ୍ରର ଅବ୍ୟବସ୍ଥା ସାମ୍ନାକୁ ଆସିଛି । ଏନେଇ ପ୍ରବାସୀ ମାନେ ୬୫ ନମ୍ବର ରାଜ୍ୟ ରାଜପଥ ନରସିଂହପୁର ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ଏହି ଅବରୋଧ ପାଇଁ ଏକଘଣ୍ଟା ପାଇଁ ଗାଡି ଚଳାଚଳ ବ୍ୟାହାତ ହୋଇଥିଲା । ପ୍ରବାସୀ ଓଡିଆ ବିଭିନ୍ନ ରାଜ୍ୟରୁ ଆସି ୧୩ ଦିନରୁ ଉର୍ଧ ସମୟ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ ମଧ୍ୟ ସେମାନଙ୍କର ସ୍ବାବ ଟେଷ୍ଟ କରା ଯାଉନଥିବାର ଅଭିଯୋଗ ହୋଇଛି । ଯାହା ଫଳରେ ଆଜି ୬୦ ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ ୬୫ ନମ୍ବର ରାଜ୍ୟ ରାଜପଥ ଉପରେ ବସି ରାସ୍ତାରୋକ କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ବ୍ଲକ ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ ବେହେରା ଘଟଣା ସ୍ଥଳରେ ପହଞ୍ଚି ପ୍ରବାସୀ ଓଡିଆଙ୍କୁ ବୁଝାସୁଝା କରିବା ସହିତ ଆଜି ସମସ୍ତ ପ୍ରବାସୀ ଓଡିଆଙ୍କ ସ୍ବାବ ଟେଷ୍ଟ କରାଯିବ ପ୍ରତିଶ୍ରୁତି ଦେବାପରେ ପ୍ରବାସୀମାନେ…
Author: Samikhsya Bureau
ଭୁବନେଶ୍ବର : ଭୁବନେଶ୍ବର ମହାନଗର ଅଞ୍ଚଳରେ ଆଉ ହେବନି କଣ୍ଟେନମେଣ୍ଟ ଜୋନ୍ ହେବନି ବୋଲି ସୂଚନା ରହିଛି । ସେହିପରି ଭୁବନେଶ୍ବରରେ ସିଲ୍ କିମ୍ବା କଣ୍ଟେନମେଣ୍ଟ ଜୋନ୍ କରାଯିବ ନାହିଁ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଆବଶ୍ୟକ ହେଲେ ରାଜ୍ୟ ସରକାରଙ୍କ ଅନୁମତି ହିସାବରେ କଣ୍ଟେନମେଣ୍ଟ ଜୋନ୍ କରାଯିବ । ସେହିପରି ଭୁବନେଶ୍ବରକୁ ଆସିଥିବା ପ୍ରବାସୀଙ୍କ ସମ୍ପର୍କରେ ସୂଚନା ରହିଛି । ମେ‘ 2ରୁ ଆଜି ପର୍ଯ୍ୟନ୍ତ ବାହାର ରାଜ୍ୟରୁ ଭୁବନେଶ୍ବରକୁ 2168ଜଣ ଆସିଛନ୍ତି । ଟ୍ରେନ୍ରେ 501 ଜଣ ଆସିଥିବାବେଳେ ବିମାନରେ 852 ଜଣ ଓ ଅନ୍ୟ ଯାନରେ 815ଜଣ ଆସିଛନ୍ତି । ଏମାନଙ୍କ ମଧ୍ୟରୁ 859ଜଣଙ୍କ କ୍ବାରେଣ୍ଟିନ୍ ଅବଧି ସରିଲାଣି ବୋଲି ସୂଚନା ରହିଛି । ଅନ୍ୟ 1309 ଜଣଙ୍କ ମଧ୍ୟରୁ 1297 ଜଣ ହୋମ୍ କ୍ବାରେଣ୍ଟିନ୍ରେ ଅଛନ୍ତି ବୋଲି ସୂଚନା ରହିଛି ।
ଭୁବନେଶ୍ବର : ଆଜି ରାଜ୍ୟରେ ଆଉ 143 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହି ନୂତନ 143ଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ରୁ 132 ଜଣ ଚିହ୍ନଟ ହୋଇଥିବାବେଳେ 11 ଜଣ ଲୋକାଲ୍ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କ ମିଶାଇ ଏବେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 2388କୁ ବୃଦ୍ଧି ହୋଇଛି ଆକ୍ରାନ୍ତଙ୍କ ମଧ୍ୟରୁ 1054 ଜଣ ଚିକିତ୍ସାଧୀନ ଥିବାବେଳେ 1325 ଜଣ ସୁସ୍ଥ ହୋଇଛନ୍ତି। ତେବେ 7ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।
ଜମ୍ମୁ : କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟରେ ଏତେ ଭୟ ସୃଷ୍ଟି ହୋଇଛି ଯେ, ସେମାନେ କେବଳ ପୀଡ଼ିତ ଠାରୁ ଦୂରରେ ରହୁନାହାନ୍ତି ବରଂ ସର୍ବସାଧାରଣ ଶବ ଦାହରେ ସେମାନଙ୍କ ଅନ୍ତିମ ସଂସ୍କାରକୁ ବିରୋଧ କରିବା ଆରମ୍ଭ କରିଛନ୍ତି । ଜମ୍ମୁକାଶ୍ମୀରଠାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଜମ୍ମୁକାଶ୍ମୀର ଡୋଡାଠାରେ ଏଭଳି ଏକ ଘଟଣା ଘଟିଛି । କରୋନା ଯୋଗୁଁ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ଲୋକମାନେ ତାଙ୍କ ଅନ୍ତିମ ସଂସ୍କାର କରିବାକୁ ବିରୋଧ ଆରମ୍ଭ କରିଥିଲେ। ପରିସ୍ଥିତି ଏପରି ହେଲା ଯେ, ବୃଦ୍ଧଙ୍କ ପରିଜନ ଅଧାଜଳା ଶବକୁ ନେଇ ସେଠାରୁ ପଳାୟନ କଲେ । ମିଳିଥିବା ସୂଚନା ଅନୁସାରେ 72 ବର୍ଷୀୟ ଜଣେ କରୋନା ସଂକ୍ରମିତ ବୃଦ୍ଧଙ୍କ ମୃତ୍ୟୁ ହେବା ପରେ ତାଙ୍କ ପରିଜନ ଅନ୍ତିମ ସଂସ୍କାର ପାଇଁ ଡୋଡାର ଦାମାନଠାରେ ପହଞ୍ଚିଥିଲେ । ପ୍ରଶାସନ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ । କିନ୍ତୁ…
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ତରଫରୁ ଅନଲକ୍ 1.0ରେ ଜାରି କରାଯାଇଥିବା ନୂତନ ଗାଇଡ୍ ଲାଇନ୍ ଅନୁସାରେ ପ୍ରତ୍ୟେକ ଶନିବାର ଓ ରବିବାର ଦିନ 11ଟି ଜିଲ୍ଲା ସଟ୍ ଡାଉନ୍ ରହିବ । ଏହି ସମୟରେ ପାର୍କ ଗୁଡିକ ମଧ୍ୟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଶନିବାର ଓ ରବିବାର ସଟ୍ଡାଉନ୍ରେ ପାର୍କ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ସୂଚନା ରହିଛି । ସେହିପରି ବିଏମ୍ସି ଅଧୀନ ପାର୍କ ସମୟରେ ପରିବର୍ତ୍ତନ କରାଯାଇଛି । ଏଣିକି ସକାଳ 5ଟାରୁ ସକାଳ 10 ଘଟିକା ପର୍ଯ୍ୟନ୍ତ ପାର୍କଯ ଖୋଲାରିବ ।ସେହିପରି ଅପରାହ୍ନ 4ରୁ ସନ୍ଧ୍ୟା 6 ଯାଏଁ ଖୋଲିବ ପାର୍କ । ସେହିପରି 60 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ସକାଳ 5ଟାରୁ 7ଟା ଯାଏଁ ପାର୍କ ଯିବାକୁ ଅନୁମତି ଦିଆଯାଇଛି । ଏହି ସମୟରେ ଅନ୍ୟ ବୟସର ଲୋକଙ୍କ ପାଇଁ ପାର୍କ ଯିବାକୁ ବାରଣ କରାଯାଇଛି । ସକାଳ…
ଭୁବନେଶ୍ବର : ଇସ୍ତଫା ପତ୍ର ପ୍ରତ୍ୟାହାର କରିବେ ଜଗନ୍ନାଥ ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ନିଷ୍ପତ୍ତି ବଦଳାଇଛନ୍ତି ଜଗନ୍ନାଥ । ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ ଜଗନ୍ନାଥ ପ୍ରଧାନ । ବିଗତ ବିଧାନସଭା ନିର୍ବାଚନରେ ବିଜେପିର ପ୍ରାର୍ଥୀ ରହିଥିବା ଜଗନ୍ନାଥ ପ୍ରଧାନ ବିଜେପି ଛାଡିବା ପାଇଁ ଗତକାଲି ଇସ୍ତଫା ପତ୍ର ଦେଇଥିଲେ । ଭୁବନେଶ୍ବରର ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଗତକାଲି ଇସ୍ତଫା ଦେଇଥିଲେ ଜଗନ୍ନାଥ । ବାବୁ ସିଂଙ୍କୁ ଭୁବନେଶ୍ବର ବିଜେପିର ସଭାପତି ଘୋଷଣା କରାଯାଇଛି ।
ପାରାଦୀପ : 51 ଅମାନିଆ ପ୍ରବାସୀଙ୍କୁ କ୍ବାରେଣ୍ଟିନ୍ ପଠାଇଲା ପ୍ରଶାସନ । ଷଣ୍ଢକୁଦ ବସ୍ତିରୁ ଠାବ କରି ଆନ୍ଧ୍ରଫେରନ୍ତାଙ୍କୁ କ୍ବାରେଣ୍ଟିନ୍ କେନ୍ଦ୍ରକୁ ପଠାଯାଇଛି । ଆନ୍ଧ୍ରରୁ ଫେରି କ୍ବାରେଣ୍ଟିନ୍ ନ ରହି ସିଧା ଷଣ୍ଢକୁଦ ବସ୍ତିକୁ ଆସିଥିଲେ ପ୍ରବାସୀ । ବାରଣ କରିବାରୁ ଆଶା କର୍ମୀଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ଜଟାଧାର ମୁହାଣ ସାମୁଦ୍ରିକ ପୋଲିସ୍ ସହାୟତାରେ ପୌର ପ୍ରଶାସନ ଏହି ଅମାନିଆ ପ୍ରବାସୀଙ୍କୁ କ୍ବାରେଣ୍ଟିନ୍ ସେଣ୍ଟରକୁ ପଠାଇଛି । ସୂଚନାଯୋଗ୍ୟ, ରାଜ୍ୟରେ ପ୍ରବାସୀଙ୍କ ଆଗମନ ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ପ୍ରବାସୀମାନଙ୍କୁ କ୍ବାରେଣ୍ଟିନରେ ରଖୁଛନ୍ତି । କିନ୍ତୁ କିଛି ପ୍ରବାସୀ ଏହାକୁ ନ ମାନି ମନମାନି କରୁଥିବାର ଅଭିଯୋଗ ହେଉଛି ।
ମୁମ୍ବାଇ : ଆଜି ଦିନ 1ଟାରୁ 4ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ‘ନିସର୍ଗ’ । ଭୀଷଣ ବାତ୍ୟାର ରୂପ ନେଇ ଆଲିବାଗଠାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ନିର୍ସଗ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାକୁ 100ରୁ 120 କିମି ରହିବ । ବାତ୍ୟା ’ନିସର୍ଗ’ ପ୍ରଭାବରେ ସମୁଦ୍ରରେ 2ରୁ 3 ଫୁଟର ଜୁଆର ଉଠିବ ବୋଲି ସୂଚନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟା ନିସର୍ଗ ଆଲିବାଗଠାରୁ 140 କିଲୋମିଟର ଦୂରରେ ଥିବାବେଳେ ମୁମ୍ବାଇଠାରୁ 190କିଲୋମିଟର ଦୂରରେ ରହିଛି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ 80 ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ମୁମ୍ବାଇରେ ବାତ୍ୟା ମୁକାବିଲା ପାଇଁ ମହାରାଷ୍ଟ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମୁମ୍ବାଇରେ 20 ଏନ୍ଡିଆରଏଫ୍ ଟିମ୍ ମୂତୟନ ରହିଛନ୍ତି । ବାତ୍ୟା ପାଇଁ ମୁମ୍ବାଇରେ 144 ଧାରା ଜାରି ହୋଇଛି । ସମ୍ଭାବ୍ୟ ବାତ୍ୟା ସ୍ଥିତି ମୁକାବିଲା ପାଇଁ ଏନ୍ଡିଆର୍ଏଫ୍,…
ନୂଆଦିଲ୍ଲୀ : ଦେଶରେ କରୋନା ସଂକଟ ଥମିବାର ନାଁ ଧରୁନାହିଁ । ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । 24 ଘଣ୍ଟାରେ ପୁଣି ରେକର୍ଡ ସଂଖ୍ୟକ 8 ହଜାର 909 ମାମଲା ସାମନାକୁ ଆସିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 2 ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 6 ହଜାର ନିକଟତର ହେଲାଣି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 8909ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି 217 ଜଣଙ୍କ ପ୍ରାଣ ହରାଇଥିବା ଜଣାପଡ଼ିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 2 ଲକ୍ଷ 7 ହଜାର 615 ରେ ପହଞ୍ଚିବାବେଳେ ଏପର୍ଯ୍ୟନ୍ତ ଭାରତରେ 5 ହଜାର 815 ଜଣଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ…
ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ରୋହିଣୀ କୋର୍ଟର ଜଣେ ବିଚାରପତିଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି। ବିଚାରପତିଙ୍କ ସହ ତାଙ୍କ ପତ୍ନୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ରହିଛି । କରୋନା ସଂକ୍ରମିତ ହେବା ପରେ ବିଚାରପତି ନିଜକୁ କ୍ବାରେଣ୍ଟାଇନ୍ କରିଛନ୍ତି। ବିଚାରପତି ଓ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହେବା ପରେ କ୍ବାରେଣ୍ଟାଇନ୍ରେ ରହିଛନ୍ତି । ରୋହିଣୀ କୋର୍ଟ କମ୍ପ୍ଲେକ୍ସରେ କରୋନା ପ୍ରୋଟୋକଲ୍ର ପାଳନ କରାଯାଉଛି । ରାଜଧାନୀ ଦିଲ୍ଲୀରେ ସରକାରୀ କର୍ମଚାରୀ ତଥା ଅଧିକାରୀମାନେ ଏବେ କରୋନାରେ ସଂକ୍ରମିତ ହେଉଥିବାର ଖବର ସାମ୍ନାକୁ ଆସୁଛି । ଦିଲ୍ଲୀରେ ଏପର୍ଯ୍ୟନ୍ତ 556ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 12,573କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 5,598ରେ ପହଞ୍ଚିଛି ।(ଏଜେନ୍ସି)
ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ରାଜଭବନର କର୍ମଚାରୀମାନେ କରୋନା ସଂକ୍ରମିତ ହେବା ପରେ ଏବେ ଦିଲ୍ଲୀର ଉପ ରାଜ୍ୟପାଳ (ଏଲଜି) ଅନିଲ୍ ବୈଜଲ୍ଙ୍କ ଅଫିସ୍ରେ ମଧ୍ୟ କରୋନା ପହଞ୍ଚିଯାଇଛି । ମିଳିଥିବା ସୂଚନା ଅନୁସାରେ ଏଲ୍ଜି ସଚିବାଳୟରେ କାମ କରୁଥିବା ସର୍ବ କନିଷ୍ଠ ସହାୟକ, ଚାଳକ, ଚପରାସୀ ସମେତ 13 ଜଣଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । 13 କର୍ମଚାରୀଙ୍କ ସମେତ 19 ଜଣ ସରକାରୀ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି ବୋଲି ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଚାଳକ ଓ ଚପରାସୀଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏଲ୍ଜି କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଦୁଇ ଅମଲାତନ୍ତ୍ରୀ ପୃଥକବାସରେ ରହିଛନ୍ତି । ସେହିପରି କାର୍ଯ୍ୟାଳୟରେ ନିୟୋଜିତ ଥିବା ପ୍ରାୟ 22 ଜଣ ସୁରକ୍ଷାକର୍ମୀଙ୍କ କୋଭିଡ୍ ଯାଞ୍ଚ ହୋଇଛି । ଏଲ୍ଜି ଦପ୍ତରକୁ ସାନିଟାଇଜେସନ୍ କରାଯାଇଛି । ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 523କୁ…
ବିଜନ କୁମାର ମହାପାତ୍ର ବିଭିନ୍ନ ଫିଲ୍ମ ଜେନର୍ ମଧ୍ୟରୁ ହରର୍ ଫିଲ୍ମର ସ୍ୱତନ୍ତ୍ରତା ରହିଆସିଛି । ହରର୍ ଫିଲ୍ମର ସ୍ୱତନ୍ତ୍ର ଦର୍ଶକ ମଧ୍ୟ ରହିଛନ୍ତି । ରହସ୍ୟ, ରୋମାଂଚ, ମର୍ଡର ମିଷ୍ଟ୍ରିରେ ଭରପୂର ଏହି ଧରଣର ଫିଲ୍ମ ଦର୍ଶକଙ୍କୁ ଡରାଇବା ସହ ବେଶ୍ ମନୋରଂଜନ ବି କରିଥାଏ। ହରର୍ ଫିଲ୍ମ ପ୍ରସଙ୍ଗ ପଡିଲେ ପ୍ରଥମେ ସିନେପ୍ରେମୀଙ୍କ ମନକୁ ଆସିଥାଏ ପ୍ରସିଦ୍ଧ ନିର୍ମାତା ନିର୍ଦ୍ଦେଶକ ଆଲଫ୍ରେଡ ହିିଚକକଙ୍କ ଫିଲ୍ମ ସାଇକୋ ଯାହା ୧୯୬୦ ମସିହାରେ ନିର୍ମାଣ ହୋଇଥିଲା। ହରର ଫିଲ୍ମ ଜେନର୍ ର ଏହା ଏକ ମାଇଲଖୁଂଟ ଫିଲ୍ମ। ସାଇକୋ ଥିଲା ଏକ ସାଇକୋଲୋଜିକାଲ୍ ହରର୍ ଫିଲ୍ମ। ଏମିତି ତ ଅନେକ ହରର ଫିଲ୍ମ ନିର୍ମାଣ ହୋଇଛି । କିନ୍ତୁ ଏଗୁଡିକ ମଧ୍ୟରୁ ବହୁତ କମ୍ ଫିଲ୍ମ ହିଁ ଦର୍ଶକଙ୍କୁ ଡରାଇପାରିଛି। ସେମାନଙ୍କୁ ରୋମାଚିଂତ କରିପାରିଛି। ଆଉ ହରର ଫିଲ୍ମର କିଛି ଚରିତ୍ର ସବୁଦିନ ପାଇଁ ସିନେପ୍ରେମୀଙ୍କ ହୃଦୟରେ ବସିଯାଇଥାନ୍ତି। କିଛି ହରର…
ବ୍ରାଜିଲ୍ : ଚୀନ୍ରୁ ଆରମ୍ଭ ହୋଇଥିବା ଏହି ଭାଇରସ୍କୁ ନେଇ ସାରା ବିଶ୍ବ ଏବେ ସଂକଟରେ। ଆମେରିକା ପରେ ପରେ ଏବେ ବ୍ରାଜିଲ୍ରେ କରୋନା ମାମଲା ବେଶ୍ ବିକଟମୟ ସ୍ଥିତିରେ ପହଞ୍ଚିଛି । ବ୍ରାଜିଲରେ ବିଗତ 24 ଘଣ୍ଟା ମଧ୍ୟରେ 29 ହଜାର କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେହିଭଳି 1262 ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ବ୍ରାଜିଲରେ କରୋନା ଭାଇରସ ମାମଲା 5 ଲକ୍ଷ ଅତିକ୍ରମ କରିଛି । ଆମେରିକାରେ ଏଯାଏଁ କରୋନା ଭାଇରସରେ 18ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ସେହିଭଳି 1 ଲକ୍ଷ 6 ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ବିଶ୍ୱରେ ମୃତକଙ୍କ ସଂଖ୍ୟା 3 ଲକ୍ଷ 82 ହଜାର 188ରେ ପହଞ୍ଚିଥିବାବେଳେ ବିଗତ 24 ଘଣ୍ଟା ମଧ୍ୟରେ କରୋନା ଭାଇରସ୍ ଯୋଗୁଁ ସାରା ବିଶ୍ବରେ 64 ଲକ୍ଷ 77 ହଜାର 966 ଜଣ ସଂକ୍ରମିତ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି…
କେଦାର ମିଶ୍ର ଜୁନ ମାସ ଓଡିଶାରେ କରୋନା ସଂକ୍ରମଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହି ସମୟରେ ଯେତେବେଳେ ସାରା ଦେଶରେ ତାଲାବନ୍ଦ ପ୍ରତ୍ୟାହୃତ ସେତେବେଳେ ଓଡିଶା ସରକାର ସବୁଠୁ ଅଧିକ କଟକଣା ଲାଗୁ କରୁଛନ୍ତି। ବିଭିନ୍ନ ଅର୍ଥନୈତିକ ସଂସ୍ଥା ର ସର୍ବେକ୍ଷଣ ଅନୁଯାୟୀ ଲକ ଡାଉନ କୋହଳ ହେବା ପରେ ଦେଶର ପାଞ୍ଚଟି ରାଜ୍ୟରେ ଅର୍ଥନୈତିକ ଗତିବିଧି ସାମାନ୍ୟ ହେବା ଆରମ୍ଭ କରିଛି। ଏହି ପାଞ୍ଚୋଟି ରାଜ୍ୟ ଭିତରେ ତାମିଲନାଡୁ ମଧ୍ୟ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ତାମିଲନାଡୁ ମହାରାଷ୍ଟ୍ର ପରେ ଦେଶର ସବୁଠୁ ଅଧିକ କରୋନା ସଂକ୍ରମିତ ରାଜ୍ୟ। ତାମିଲନାଡୁରେ ପ୍ରାୟ ୨୫ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାମିଲନାଡୁ ତୁଳନାରେ ଓଡିଶାରେ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ଅତ୍ୟନ୍ତ ସୀମିତ। ତା ସତ୍ତ୍ୱେ ଓଡିଶାରେ ଅର୍ଥନୈତିକ ଗତିରୋଧ ଜାରି ରଖିବାର କାରଣ କଣ? ଜୁନ ୧ ତାରିଖରୁ ଓଡିଶା ସରକାର କରୋନା ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ଲକ…
ଝାରସୁଗୁଡା : ମାଆ ସମେତ 5 ଭାଇ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଆଜି ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ବୁର୍ଲାରେ ଚିକିତ୍ସାଧୀନ ଜଣେ ପୁଅର ବିଳମ୍ବିତ ରାତ୍ରିରେ ମୃତ୍ୟୁ ଘଟିଛି । ଏବେ ବି ଗୁରୁତର ମାଆ ଓ ଦୁଇ ଭଉଣୀ ଝାରସୁଗୁଡା ମେଡ଼ିକାଲରେ ଚିକିତ୍ସାଧୀନ ରହିଛନ୍ତି । ଅନ୍ୟ ଜଣେ ଗୁରୁତର ଏବେ ବୁର୍ଲା ମେଡ଼ିକାଲରେ ଚିକିତ୍ସାଧୀନ ରହିଛନ୍ତି । ସୂଚନାଯୋଗ୍ୟ, ଗତକାଲି ମାଆ, ତିନି ଭଉଣୀ ଓ ଜଣେ ଭାଇ ଫିନାଇଲ୍ ପିଇ ଗୁରୁତର ହୋଇପଡିଥିଲେ । 1 ତାରିଖରେ ବଡ ପୁଅର ମୃତ୍ୟୁ ଘଟିବା ପରେ ଦୁଃଖରେ ମ୍ରିୟମାଣ ହୋଇ ପରିବାରର ସମସ୍ତ 5 ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଝାରସୁଗୁଡା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡରେ ଏହି ଅଭାବନୀୟ ଘଟଣା ଘଟିଥିଲା ।
ମୁମ୍ବାଇ: ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା ‘ନିସର୍ଗ’। ଘଣ୍ଟାକୁ 13 କି.ମି. ବେଗରେ ଏହା ଗତି କରୁଛି। ଭୀଷଣ ବାତ୍ୟାର ରୂପ ନେଇ ଆଜି ଅପରାହ୍ନରେ ଆଲିବାଗ ନିକଟରେ ଲ୍ୟାଣ୍ଡ୍ଫଲ୍ କରିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ସୂଚନା ଦେଇଛି। ଯେଉଁ ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁବ, ସେହି ସମୟରେ ମୁମ୍ବାଇ ସହ ଥାଣେ, ପାଲଘର ଓ ରାଇଗଡ ଜିଲ୍ଲାରେ ଘଣ୍ଟାପ୍ରତି 100ରୁ 110 କିଲୋମିଟର ବେଗରେ ପବନ ବହିପାରେ। ଉତ୍ତର ମହାରାଷ୍ଟ୍ର ଭଳି ଦକ୍ଷିଣ ଗୁଜରାଟ ଉପକୂଳରେ ବି ପ୍ରକୋପ ଦେଖାଇପାରେ ‘ନିସର୍ଗ’। ନଭସାରୀ, ଡାଙ୍ଗ, ଡାମନ, ଦାଦରା ଓ ନଗର ହାଭେଲି ଏବଂ ସୁରତ ଆଦି ଜିଲ୍ଲାରେ ଘଣ୍ଟାପ୍ରତି 100ରୁ ଅଧିକ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଆଇଏମ୍ଡି ପକ୍ଷରୁ ପୂର୍ବାନୁମାନ କରାଯିବା ସହ ଆଲର୍ଟ ଜାରି କରାଯାଇଛି। ବାତ୍ୟା ‘ନିସର୍ଗ’ର ମୁକାବିଲା ଲାଗି ଏନ୍ଡିଆରଏଫ୍, କୋଷ୍ଟ୍ଗାର୍ଡ, ଅଗ୍ନିଶମ ବିଭାଗ…
Mumbai: An artist paints a wall graffiti of the ‘Earth trapped in COVID-19 pandemic’ in Mumbai on June 2, 2020. (Photo: IANS)
ବେଙ୍ଗାଲୁରୁ : ଆମେରିକାର ଜର୍ଜ ଫ୍ଲୟେଡ୍ ହତ୍ୟାକୁ ନେଇ ନିଜ ମତାମତ ରଖିଛନ୍ତି ଭାରତୀୟ କ୍ରିକେଟର କେ ଏଲ୍ ରାହୁଲ୍ । ଏହି ଘଟଣାକୁ ନେଇ ଆମେରିକାରେ ହିଂସା ଦେଖାଦେଇଥିବା ସମ୍ପୂର୍ଣ୍ଣ ବିଶ୍ବ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି । ଟ୍ବିଟ୍ଟରରେ ବ୍ଲାକ୍ ଲାଇଭ୍ସ ମ୍ୟାଟର ଟ୍ରେଣ୍ଡରେ ମଧ୍ୟ ରହିଛି । ନିଜର ଇନ୍ଷ୍ଟାଗ୍ରାମ୍ ପେଜ୍ରେ ରାହୁଲ୍ ଏକ ମେସେଜ୍ ସେୟାର କରିଛନ୍ତି । କ୍ରୀଡା ସର୍ବଦା କଳା ଗୋରା ଭେଦଭାବରୁ ବାଦ୍ ରହିଛି । ବର୍ଣ୍ଣ ବୈଷମ୍ୟବାଦ ନୁହେଁ ଦକ୍ଷତା କାରଣରୁ ହିଁ କ୍ରୀଡାବିତ୍ଙ୍କୁ ସୁଯୋଗ ମିଳିଥାଏ ବୋଲି ରାହୁଲ ମତ ଦେଇଛନ୍ତି । କ୍ରୀଡା ଦ୍ବାରା ସମସ୍ତେ ଶାରିରୀକ ଏବଂ ମାନସିକ ଶାନ୍ତି ହାସଲ କରିଥାନ୍ତି । ଏହା ସହିତ କ୍ରୀଡା ସମସ୍ତ ଜାତି, ଧର୍ମ ଏବଂ ସଂସ୍କୃତିକୁ ସମାନ ସୁଯୋଗ ପ୍ରଦାନ କରିଥାଏ । କ୍ରିକେଟ୍ର 22 ଗଜ୍ ପିଚ୍ ମଧ୍ୟରେ କୌଣସି ରଙ୍ଗକୁ ପ୍ରାଧାନ୍ୟ ଦିଆଯାଇନଥାଏ…
Bhatinda: Five teams of National Disaster Response Force (NDRF) being airlifted from Bhatinda to be sent to Gujarat in the wake of Cyclone Nisarga, on June 2, 2020. Cyclone Nisarga brewing in the Arabina Sea is likely to hit coastal districts of Maharashtra and Gujarat on Wednesday. (Photo: IANS)
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ହଳଦିଆପଦର ନିକଟସ୍ଥ ନୂଆ ବସ୍ଷ୍ଟାଣ୍ଡ ଆଗକୁ ହାଇୱେଠାରେ ଓଡ଼ିଶା ମୋ ପରିବାର ପକ୍ଷରୁ କନଭେନର ଅରୁପ ପଟ୍ଟନାୟକଙ୍କ ନେତୃତ୍ୱରେ ଟ୍ରକ, ବସ୍ରେ ଆସୁଥିବା ଶ୍ରମିକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଆଜିକୁ ମିଶାଇ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ପଞ୍ଚମ ଦିନରେ ପହଞ୍ଚିଛି । ବ୍ରେଡ଼୍ ବିସ୍କୁଟ, କଦଳୀ, ମୁଢ଼ି ଓ ପାଣିବୋତଲ ମିଶାଇ ପ୍ରାୟ ୩୦୦ଗୋଟି ପ୍ୟାକେଟ୍ କରାଯାଇ ବସ୍ଟ୍ରକ ଯୋଗେ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକମାନଙ୍କୁ ଦିଆଯାଇଥିଲା । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ସଙ୍ଗଠିତ ଏହି କାର୍ଯ୍ୟକ୍ରମରେ ମହାନଗର ବିଜେଡ଼ି ସଭାପତି ବିଜୟ ଚନ୍ଦ୍ର ସାମଲ, ମହିଳା ଜିଲ୍ଲା ସଭାନେତ୍ରୀ ସଂଘମିତ୍ରା ଦଳେଇ, ନଳିନୀକାନ୍ତ ଦେବଦର୍ଶି, ଅଜିତ ପଣ୍ଡା, ଗିରିଜା ଶଙ୍କର ଶତପଥୀ, ତେଜେଶ୍ୱର ସ୍ୱାମୀ, ତାପସ କୁମାର ସାହୁ, ଶୀକାନ୍ତ ସାବତ, ଚିତ୍ରସେନ ମହାପାତ୍ର, ନେତାଜୀ କୁମାର ପାତ୍ର, ସୁନିଲ ପଣ୍ଡା ଏବଂ ଏମ୍. ନାଗେଶ୍ୱର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ୨୮ ତାରିଖ ରାତିରେ ଧରାକୋଟ ଥାନା ଅନ୍ତର୍ଗତ ବଡ଼ଗଡ଼-କୁଲାଗଡ଼ ଛକରେ ହୋଇଥିବା ବଡ଼ ଧରଣର ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ୍ । ପୋଲିସ୍ ମାଷ୍ଟର ମାଇଣ୍ଡ ଅଟୋ ଡ୍ରାଇଭର ସହ ୧୧ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୨ଲକ୍ଷ ୫୯ହଜାର ୫ଶହ ଟଙ୍କା ସହ ମୋଟର ସାଇକେଲ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅନିଲ ଡ଼ାକୁଆ (୨୪), କୃଷ୍ଣଚନ୍ଦ୍ର ଜେନା (୨୪), ମିଲିକେଶନ ବେହେରା (୨୨), ସୁଜିତ ବିଷୋୟୀ (୨୨), ଲକ୍ଷ୍ମୀନାରାୟଣ ବେହେରା (୨୨), ରାଜେଶ୍ୱର ନାୟକ(୨୩), ଶ୍ରୀକାନ୍ତ ଗୌଡ଼ (୨୨), କବି ଗୌଡ଼ (୨୫), ବସନ୍ତ କୁମାର ବିଷୋୟୀ, ଅମରନାଥ ମୁନି(୨୩) ଏବଂ ଅରୁଣ ନାୟକ (୨୨) । ସୂଚନାଯୋଗ୍ୟ ୨୭ ତାରିଖରେ ବଡ଼ଗଡ଼ ଥାନା କେନ୍ଦୁପଲ୍ଲି ଗ୍ରାମର ବି. ବାୟା ପାତ୍ର, ଏ. ଗଣେଶ ପାତ୍ର ଏବଂ ଏସ୍ଭି ତ୍ରିପତି…

