ଭୁବନେଶ୍ବର : ଆସନ୍ତା 26 ତାରିଖରେ ଆରମ୍ଭ ହେବ ଖାତା ଦେଖା । ଖାତା ଦେଖା ପ୍ରକ୍ରିୟାରେ ସାମିଲ୍ ହେବେ 15 ହଜାରରୁ ଅଧିକ ଶିକ୍ଷକ/ଶିକ୍ଷୟିତ୍ରୀ । 62ଟି ମୂଲ୍ୟାୟନ କେନ୍ଦ୍ରରେ ଏହି ଖାତା ଦେଖା ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 19 ତାରିଖରୁ ଖାତାଦେଖା ଆରମ୍ଭ ହେବାର ଥିଲେ ମଧ୍ୟ ବାତ୍ୟା ଆମ୍ପାନ କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ ଆସନ୍ତା 26 ତାରିଖରୁ ଏହି ପ୍ରକ୍ରିୟା ପୁନର୍ବାର ଆରମ୍ଭ କରାଯିବ ଏବଂ ମୂଲ୍ୟାୟନ କେନ୍ଦ୍ରରେ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯିବ ବୋଲି କୁହାଯାଇଛି । ମୂଲ୍ୟାୟନ ବ୍ୟବସ୍ଥାକୁ ସୂଚାରୂ ଭାବରେ ସମ୍ପାଦନ କରିବା ପାଇଁ ମୂଲ୍ୟାୟନ କେନ୍ଦ୍ରମାନଙ୍କୁ ନୋଡାଲ ଅଫିସର ପଠାଇବାକୁ ଜିଲ୍ଲାପାଳମାନଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।
Author: Samikhsya Bureau
ରାଞ୍ଚି : ଏଣିକି ମଦରେ ହେବ ହୋମ୍ ଡେଲିଭରୀ । ମଦ ଦୋକାନ ସମ୍ମୁଖରେ ଭିଡ ହଟାଇବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ଝାରଖଣ୍ଡ ସରକାର । ଝାରଖଣ୍ଡରେ ମଦର ହୋମ୍ ଡେଲିଭରୀ ଆରମ୍ଭ କରିଛି ଫୁଡ୍ ଡେଲିଭରୀ ଆପ୍ ସ୍ବିଗି । ବୁଧବାର ଠାରୁ ଝାରଖଣ୍ଡରେ ଏହି ସେବାର ଆରମ୍ଭ କରାଯାଇଛି । ଏହି ସେବା ପାଇଁ ଅତିରିକ୍ତ ଭାବରେ 25 ପ୍ରତିଶତ ଟିକସ ଆଦାୟ କରାଯାଉଥିବା ଜଣାପଡିଛି । କେବଳ ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ଏହି ସେବା ଆରମ୍ଭ କରାଯାଇଛି । ଝାରଖଣ୍ଡ ସରକାରଙ୍କ ପକ୍ଷରୁ ସ୍ବିଗି ଏନେଇ ଆବଶ୍ୟକୀୟ ଅନୁମତି ହାସଲ କରିନେଇଛି । ରାଜ୍ୟର ଅନ୍ୟ ପ୍ରମୁଖ ସହର ଗୁଡିକରେ ଏହି ସେବାକୁ ଖୁବ୍ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ସ୍ବିଗିର ଉପସଭାପତି ଅନୁଜ ରାଠୀ ପ୍ରକାଶ କରିଛନ୍ତି । ସ୍ବିଗି ଆପ୍କୁ ଅପ୍ଡେଟ୍ କରାଇବା ଦ୍ବାରା ଏହି ସେବାର ଲାଭ ଉଠାଯାଇପାରିବ ବୋଲି ସ୍ବିଗି ପକ୍ଷରୁ…
ଶ୍ରୀନଗର : ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ସୁରକ୍ଷା ବଳଙ୍କ ଉପରେ ପୁନର୍ବାର ଆକ୍ରମଣ କରାଯାଇଛି । ଗୁରୁବାର କରାଯାଇଥିବା ଆକ୍ରମଣରେ ଦୁଇ ଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି । ଗତକାଲି ଦୁଇ ଜଣ ବିଏସ୍ଏଫ୍ ଯବାନ ଶହୀଦ ହୋଇଥିବା ବେଳେ ଆଜି ସର୍ଚ୍ଚ ଅପରେସନ୍ରେ କୁପ୍ଓ୍ବାରାରୁ 3 ଜଣ ଆତଙ୍କୀ ଗିରଫ ହୋଇଥିଲେ । ଏହି ଘଟଣା ପରେ ସିଆରପିଏଫ୍ ଯବାନଙ୍କ ଉପରକୁ ଅଚାନକ ହମ୍ଲା କରାଯାଇଥିଲା । ଦୁଇ ଆହତ ଯବାନଙ୍କୁ ସ୍ଥାନୀୟ ମିଲିଟାରୀ ହସ୍ପିଟାଲରେଭର୍ତ୍ତି କରାଯାଇଥିବା ନେଇ ସିଆରପିଏଫ୍ ଡିଜି ସୂଚନା ଦେଇଛନ୍ତି । (ଏଜେନ୍ସି)
କନ୍ଦର୍ପ ବେହେରା ରେଢାଖୋଲ : ସରକାର ଗ୍ରାମାଂଚଳର ବିକାଶ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସରକାରଙ୍କ ଏହି ଜନହିତକର ଯୋଜନା ସଠିକ୍ ଭାବରେ ଜନସାଧାରଣଙ୍କ ନିକଟରେ ପହଞ୍ଚୁ ନାହିଁ । ଏହି ଯୋଜନା ଗୁଡିକ ସଠିକ୍ ଭାବରେ କାର୍ଯ୍ୟକାରୀ ହେଉ ନଥିବାରୁ ଗ୍ରାମାଞ୍ଚଳରେ ଅସନ୍ତୋଷ ବଢୁଛି । ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକର ଗରଗଡବାହାଳ ପଂଚାୟତରେ ନିର୍ମିତ ହୋଇଛି ଏକ ଗ୍ରାମୀଣ ପାର୍କ । ଗ୍ରାମୀଣ ପାର୍କ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ଗରଗଡବାହାଳ ଗ୍ରାମପଂଚୟତର ସଦର ମହୁକୁମାରେ ପାର୍କ ନିର୍ମାଣ ନକରାଯାଇ କରଡାପାଳ ନାମକ ଏକ ଜନଶୂନ୍ୟ ସ୍ଥାନରେ ନିର୍ମିତ ହୋଇଛି । ଜନଶୂନ୍ୟ ସ୍ଥାନରେ ପାର୍କ ନିର୍ମାଣ କେବଳ ଅର୍ଥ ତୋଷାରପାତ ପାଇଁ କରାଯାଇଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯରୋଗ କରାଯାଇଛି । ଗ୍ରାମବାସୀ ମାନେ ଅଭିଯୋଗର ଗୋଟିଏ ଲେଖାଏଁ କପି ସମ୍ବଲପୁର…
ଭୁବନେଶ୍ବର : ରଥଖଳାରେ କାର୍ଯ୍ୟରତ ମହାରଣାଙ୍କ ପ୍ରଥମ ପର୍ଯ୍ୟାୟ କୋଭିଡ୍ ରିପୋର୍ଟ ଆସିଛି । ଏହି ରିପୋର୍ଟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପରୀକ୍ଷଣ କରାଯାଇଥିବା ସମସ୍ତ ସ୍ବାବ ରିପୋର୍ଟ ନେଗେଟିଭ୍ ଆସିଛି । ସ୍ନାନ ପୂର୍ଣ୍ଣିମା ପାଇଁ ଅନୁଷ୍ଠିତ ବୈଠକ ପରେ ଜିଲ୍ଲାପାଳ ବଲଓ୍ବନ୍ତ ସିଂ ଏହି ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟର ସମସ୍ତ ସ୍ବାବ ନମୂନା ନେଗେଟିଭ୍ ଆସିଥିବା ବେଳେ ଆସନ୍ତା ପର୍ଯ୍ୟାୟରେ କରାଯାଇଥିବା ସମସ୍ତ ରିପୋର୍ଟ ନେଗେଟିଭ୍ ଆସିବ ବୋଲି ଆଶା କରାଯାଉଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ରଥଖଳାରେ ସାମାଜିକ ଦୂରତ୍ବ ପାଳନ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ବୋଲି ଜିଲ୍ଲାପାଳ ମତ ଦେଇଛନ୍ତି ।
ଭୁବନେଶ୍ବର : ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ମେଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଛି । ବାତ୍ୟା ଆମ୍ପାନ୍ କାରଣରୁ ଖାତା ଦେଖା ବିଳମ୍ବ ହୋଇଥିବାରୁ ପରୀକ୍ଷାଫଳ ପ୍ରକାଶରେ ବିଳମ୍ବ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଦିନେ ଦୁଇ ଦିନ ମଧ୍ୟରେ ଖାତା ଦେଖା ତାରିଖ ଘୋଷଣା କରାଯିବ । ଖାତା ଦେଖା ଆରମ୍ଭ ହେବା ପରେ ପରୀକ୍ଷା ଫଳର ତାରିଖ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି ।
ଭୁବନେଶ୍ବର : ରାଜ୍ୟରେ ଆଉ 50 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍ କରାଯାଇ ସୂଚନା ପ୍ରଦାନ କରାଯାଇଛି । ନୂତନ 50 ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 393ରେ ପହଞ୍ଚିଛି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 22 ଜଣ ଆକ୍ରାନ୍ତ ରହିଥିବା ବେଳେ 15 ଜଣ ବାଲେଶ୍ବରୁ ଏବଂ 5 ଜଣ ଭଦ୍ରକରୁ ରହିଛନ୍ତି । ଯାଜପୁର ଏବଂ ବୌଦ୍ଧରୁ 3 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୁରଭଞ୍ଜ ଏବଂ ରାଉରକେଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 1103 ଛୁଇଁଥିବା ବେଳେ ତନ୍ମଧ୍ୟରୁ 393 ଜଣ ସୁସ୍ଥ ହୋଇଛନ୍ତି ଏବଂ 7 ଜଣ ପ୍ରାଣ ହରାଇଛନ୍ତି ।
ଥିରୁଅନନ୍ତପୁରମ୍ : ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ମୋହନଲାଲ୍ ଆଜି 60 ବର୍ଷରେ ପଦାର୍ପଣ କରିଛନ୍ତି । 1960 ମସିହା ମେ 21 ତାରିଖରେ କେରଳର ପଥନମ୍ଥିଟ୍ଟାର ଏଲାନ୍ପୁରରେ ଜନ୍ମ ହୋଇଥିଲେ ଏହି ଅଭିନେତା । ପିତା ବିଶ୍ବନାଥ ନାୟାର କେରଳ ସରକାରଙ୍କ ଆଇନ ସଚିବ ଥିଲେ ଏବଂ କେରଳର ମହତ୍ମା ଗାନ୍ଧୀ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ମୋହନଲାଲ । 5 ଥର ଜାତୀୟ ପୁରସ୍କାର ହାସଲ କରିଥିବା ମୋହନଲାଲଙ୍କୁ 2019ରେପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା ।ଏହ ବ୍ୟତିତ 2001ରେ ମୋହନଲାଲଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା । 1978ରେ ତାଙ୍କ ପ୍ରଥମ ମଲୟାଲମ୍ ଫିଲ୍ମ ‘ଥିରାନୋତ୍ତମ୍’ ରିଲିଜ୍ ହୋଇଥିଲା । ତେବେ ‘ମଂଜିଲ୍ ବ୍ରିନ୍ଜାଲ୍ ପୋକାଲ୍’ ଚଳଚ୍ଚିତ୍ରରେ ନକାରାତ୍ମକ ଚରିତ୍ରରେ ଅଭିନୟ ପାଇଁ ଚର୍ଚ୍ଚାକୁ ଆସିଥିଲେ ମୋହନଲାଲ । 1986-2000 ମସିହା ମଧ୍ୟରେ ମୋହନଲାଲ ନିଜ କ୍ୟାରିୟରରେ ଅବିଶ୍ବସନୀୟ ସଫଳତା ପାଇଥିଲେ । ଏହି ସମୟରେ ଏକାଧିକ…
ଭୁବନେଶ୍ବର : ମହାପ୍ରଭୁଙ୍କ ସ୍ନାନଯାତ୍ରା ହେବାର ରାସ୍ତା ପ୍ରଶସ୍ତ ହୋଇଛି । ସର୍ବନିମ୍ନ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେବ । 10 ଜଣ ନିୟୋଗ ପ୍ରତିନିଧିଙ୍କ ସହିତ ମନ୍ଦିର ପ୍ରଶାସନର ବୈଠକ ପରେ ଏହି ସୂଚନା ମିଳିଛି । ଆସନ୍ତା 2 5 ତାରିଖ ସୁଦ୍ଧା ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ତାଲିକା ପ୍ରଦାନ କରାଯିବାକୁ କୁହାଯାଇଛି । ତାଲିକାଭୁକ୍ତ ସେବାୟତ ମାନେ କେବଳ ସ୍ନାନ ପୂର୍ଣ୍ଣିମା ନୀତିକାନ୍ତିରେ ଭାଗ ନେବେ । ଏହା ଫଳରେ କେବଳ ଉକ୍ତ ସେବାୟତଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାର ଅନୁମତି ମିଳିବ ।
ନୂଆଦିଲ୍ଲୀ : ପିଏମ୍ କେୟାର ଫଣ୍ଡକୁ ନେଇ କଂଗ୍ରେସ ଦଳର ଟ୍ବିଟ୍ ବିରୋଧରେ କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । କର୍ଣ୍ଣାଟକର ଶିବାମୋଗ୍ଗାରେ ଏହି ଅଭିଯୋଗ ଦାଖଲ କରାଯାଇଛି । ପ୍ରବୀଣ କେଭି ନାମକ ଜନୈକ ଆଇନଜୀବୀ ସୋନିଆଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ ନେତାଙ୍କ ନାମରେ ଏହି ମାମଲାର ଦାୟର କରିଛନ୍ତି । ଅଭିଯୋଗ ଅନୁଯାୟୀ କଂଗ୍ରେସର ଏହି ଟ୍ବିଟ୍ ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ଥିଲା । ଆଇପିସିର ଧାରା 153 ଏବଂ 505 ଅନୁଯାୟୀ ଏହି ମାମଲା ଦାୟର କରାଯାଇଛି । (ଏଜେନ୍ସି)
ନୂଆଦିଲ୍ଲୀ : ଆସନ୍ତା ଜୁନ୍ 1 ତାରିଖରୁ ଟ୍ରେନ୍ ଚଳାଯିବାର ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜିଠାରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ତେବେ ଟିକେଟ୍ ବିକ୍ରି ଆରମ୍ଭ ହେବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ1 ଲକ୍ଷ 49 ହଜାର ଟିକେଟ୍ ବିକ୍ରି ହୋଇଛି । ଗୁରୁବାର ଦିନ 10ଟାରେ ଟିକେଟ ବିକ୍ରି ଆରମ୍ଭ ହେବା ପରଠାରୁ ଦୁଇଘଣ୍ଟା ମଧ୍ୟରେ 1 ଲକ୍ଷ 49 ହଜାର 25ଟି ଟିକେଟ୍ ବିକ୍ରି ହୋଇଥିବା ନେଇ ଆଇଆରସିଟିସି ପକ୍ଷରୁ ଟ୍ବିଟ କରାଯାଇଛି । ସମୁଦାୟ 73ଟି ପାସେଞ୍ଜର ଟ୍ରେନ୍ ପାଇଁ ଏହି ଟିକେଟ୍ ବିକ୍ରି କରାଯାଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଜୁନ୍ 1 ପରଠାରୁ ଦୈନିକ 200 ଯାତ୍ରୀବାହୀ ଟ୍ରେନ୍ ଚଲେଇବା ପାଇଁ ରେଳବାଇ ଘୋଷଣା କରିଥିଲା । (ଏଜେନ୍ସି)
ମସ୍କୋ : ସମଗ୍ର ବିଶ୍ବରେ ବ୍ୟାପିଥିବା କରୋନା ଭାଇରସ୍ ଦ୍ବାରା ଆମେରିକାରେ ସର୍ବାଧିକ ଆକ୍ରାନ୍ତ ରହିଥିବା ବେଳେ ଋଷ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି । ଋଷରେ ସମୁଦାୟ ଆକ୍ରାନ୍ତଙ୍କ 308705 ରହିଥିବା ବେଳେ ଏହା ମଧ୍ୟରୁ 85 ହଜାର 392 ଜଣ ସୁସ୍ଥ ହୋଇଛନ୍ତି । ଏହା ମଧ୍ୟରୁ 2792 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 220341 ରହିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟାରେ ସ୍ପେନ୍କୁ ଅତିକ୍ରମ କରିଛି ବ୍ରାଜିଲ । ସ୍ପେନ୍ରେ ଆକ୍ରାନ୍ତଙ୍କ ସଂଖ୍ୟା 279000 ରହିଥିବା ବ୍ରାଜିଲ୍ରେ ଆକ୍ରାନ୍ତଙ୍କ ସଂଖ୍ୟା 293357ରେ ପହଞ୍ଚିଛି । ଗୋଟିଏ ଦିନରେ 17151 ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ସ୍ପେନ୍କୁ ପଛରେ ପକାଇଛି ବ୍ରାଜିଲ୍ । (ଏଜେନ୍ସି)
ଶ୍ରୀନଗର : ଜମ୍ମୁ କାଶ୍ମୀରରୁ 3 ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି । ବୁଧବାର ସନ୍ଧ୍ୟାରେ ଦୁଇ ବିଏସ୍ଏଫ୍ ଯବାନ ଶହୀଦ ହେବା ପରେ ଜାରି ରହିଥିବା ସର୍ଚ୍ଚ ଅପରେସନ୍ରେ 3 ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଏହି 3 ବ୍ୟକ୍ତି ନିକଟରେ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେବା ସହିତ ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟରେ ଏ ସମ୍ପର୍କରେ ଘୋଷଣା କରିଥିଲେ । ଗିରଫ ତିନି ଆତଙ୍କବାଦୀ ଜମ୍ମୁ କାଶ୍ମୀରର କୁପଓ୍ବାରା ଜିଲ୍ଲାର ବୋଲି ଜଣାପଡିଛି । କୁପଓ୍ବାରାରେ ସର୍ଚ୍ଚ ଅପରେସନ୍ ସମୟରେ ଉତ୍ତର କାଶ୍ମୀରର ସୋଗମରୁ ତିନି ଆତଙ୍କୀଙ୍କୁ ଗିରଫ କରାଯାଇଥିବା ନେଇ କୁପଓ୍ବାରା ଏସ୍ଏସ୍ପି ଶ୍ରୀରାମ ଅମ୍ବାର୍କାର ପ୍ରକାଶ କରିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ପ୍ରାୟ 2 ମାସ ପରେ ଦିଲ୍ଲୀରେ ପାର୍କ ଖୋଲିବାକୁ ଅନୁମତି ମିଳିଛି। ଲକଡାଉନ୍ 4,.0ରେ ରହିଥିବା କିଛି କୋହଳ କଟକଣାକୁ ଆଧାରେ ଦିଲ୍ଲୀରେ ପାର୍କ ଓ ଗାର୍ଡେନ୍ ଖୋଲିବା ନେଇ ଆଦେଶ ଜାରି ହୋଇଛି। ତେବେ କିଛି ସର୍ତ୍ତ ମୁତାବକ ପାର୍କ ଖୋଲିବାକୁ ଅନୁମତି ମିଳିଛି । ପାର୍କ ଖୋଲିବା ସମୟ ମଧ୍ୟ ନିର୍ଘଣ୍ଟ କରାଯାଇଛି। ସକାଳ 7ଟାରୁ ସକାଳ 10ଟା ପର୍ଯ୍ୟନ୍ତ ଖୋଲା ହୋଇପାରିବ ସେହିପରି ଅପରାହ୍ନ ତିନିଟା 30ରୁ 6.30 ପର୍ଯ୍ୟନ୍ତ ପାର୍କ ଖୋଲାଯିବ ବୋଲି ସୂଚନା ରହିଛି। ତେବେ ଏହି ସମୟ ମଧ୍ୟରେ ପାର୍କରେ କେବଳ ଜଗିଂ ଓ ମର୍ଣ୍ଣିଂଓ୍ବାର୍କ କରାଯାଇପାରିବ। ଓପନ୍ ଜିମ୍ ବା ଯୋଗ କରିବା ପାଇଁ ଅନୁମତି ମିଳିପାରିନାହିଁ। ସେହିପରି ପାର୍କ ମଧ୍ୟକୁ 65 ବର୍ଷର ଅଧିକ ବୟସ୍କ 10 ବର୍ଷରୁ କମ୍ ବୟସ୍କ ପ୍ରବେଶ କରିପାରିବେନି ବୋଲି ନିୟମ କରାଯାଇଛି। ଦିଲ୍ଲୀର ପ୍ରସିଦ୍ଧ ଲୋଧି ଗାର୍ଡେନ୍, ତାଲକୋଟରା ଗାର୍ଡେନ୍…
ପାରଳାଖେମୁଣ୍ଡି : ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରବାସୀ ଶ୍ରମିକଙ୍କମୃତ୍ୟୁ ହୋଇଥିବାର ସୂଚନା ମିଳିଛି। କାଶୀନଗର ବ୍ଲକ ଅଲଡା ଗାଁରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ ହୋଇଥିବାର ସୂଚନା ରହିଛି। ମୃତକ ଜଣକ ଦୁଇ ଦିନ ତଳେ ବିଶାଖାପାଟଣାରୁ ଫେରିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କର କ୍ୟାନ୍ସରରେ ମୃତ୍ୟୁ ହୋଇଛି ବୋଲି ସୂଚନା ରହିଛି। ଶ୍ରମିକଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ଶାହା।
ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ ଦୁଇଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୁଇଜଣଙ୍କ ମଧ୍ୟରୁ ଜଣେ ଏରସମାର ଓ ଆଉ ଜଣେ କୁଜଙ୍ଗର ବୋଲି ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଦୁହେଁ ମହାରାଷ୍ଟ୍ର ଫେରନ୍ତା ବୋଲି ସୂଚନା ରହିଛି । ଦୁହିଁଙ୍କର କୌଣସି ଲକ୍ଷଣ ନଥିବାବେଳେ ପ୍ରବାସରୁ ଫେରିଥିବା ହେତୁ 17 ତାରିଖରେ ତାଙ୍କର ସାମ୍ପଲ୍ ପରୀକ୍ଷା ନିଆଯାଇଥିଲା । ମେ 17ତାରିଖରେ ସଂଗୃହିତ ହୋଇଥିବା ୧୭୫ ସ୍ୱାବ ରିପୋର୍ଟ ମଧ୍ୟରୁ ଏହି 2ଟି ପଜିଟିଭ୍ ବ୍ୟତିତ ଅନ୍ୟ ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଛି । ମେ 18 ତାରିଖ ଦିନ ସଂଗୃହିତ ସମସ୍ତ 139 ସ୍ୱାବ ରିପୋର୍ଟ ନେଗେଟିଭ୍ ଆସିଅଛି । ମେ 19 ତାରିଖ ଦିନ 168ଟି ସ୍ୱାବ ସଂଗୃହିତ ହୋଇଛି । ଜିଲ୍ଲାରୁ ଚିହ୍ନଟ ଏହି ଦୁଇଜଣଙ୍କୁ କିମ୍ସ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ସୂଚନା…
ଭୁବନେଶ୍ବର : ଆସନ୍ତା 25 ତାରିଖରୁ ଆରମ୍ଭ ହେବ ଘରୋଇ ବିମାନ ସେବା । କରୋନା ପରିପ୍ରେକ୍ଷୀରେ ଘରୋଇ ବିମାନ ପାଇଁ ଏଏଆଇର ଏସ୍ଓପି ଜାରି କରିଛି । ବିମାନବନ୍ଦରରୁ ଗନ୍ତବ୍ୟ ସ୍ଥଳକୁ ଯିବାକୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘରୋଇ ଟ୍ୟାକ୍ସି/ଅନ୍ୟ ପରିବହନ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୃକ୍ତ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନକୁ ଏଏଆଇର ନିର୍ଦ୍ଦେଶ ଦିଆଯାଇଛି । ସାମାଜିକ ଦୂରତ୍ବ ରକ୍ଷା କରି ଗାଡି ପାର୍କିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟ୍ରାଫିକ୍ ପୋଲିସ୍ ଓ ସିଆଇଏସ୍ଏଫ୍ ଦ୍ବାରା ପାର୍କିଂ ସୁବିଧା କରିବାକୁ ନିର୍ଦ୍ଦେଶ। ସମସ୍ତ ଯାତ୍ରୀ ଆରୋଗ୍ୟ ସେତୁରେ ନାଁ ପଞ୍ଜୀକରଣ କରିବେ । ଆରୋଗ୍ୟ ସେତୁରେ ନାଁ ପଞ୍ଜୀକରଣ ନ କଲେ ପ୍ରବେଶ ମନା । 14ବର୍ଷରୁ କମ୍ ପିଲାଙ୍କୁ ଆରୋଗ୍ୟ ସେତୁରେ ନାଁ ପଞ୍ଜୀକରଣ ମନା । ପ୍ରବେଶ ଦ୍ବାରରେ ଥର୍ମାଲ ସ୍କ୍ରିନିଂ…
ଜଳେଶ୍ବର : କରୋନା ପାଇଁ ସାରା ଦେଶରେ ଲାଗୁ ରହିଛି ଲକ୍ ଡାଉନ୍ । ଏବେ ଦେଶରେ ଲକ୍ ଡାଉନ୍ 4.0 ଜାରି ରହିଥିବାବେଳେ ଏବେ ଯାତାୟତକୁ ସର୍ତ୍ତମୂଳକ ଅନୁମତି ମିଳିଛି । ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ବାହୁଡିଛନ୍ତି । କିନ୍ତୁ ଏହି ଫେରିବା ବାଟରେ ବହୁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଆଜି ପୁଣି ପ୍ରବାସୀ ଶ୍ରମିକଙ୍କ ବସ୍ ଓଲଟିଥିବାର ଖବର ଆସିଛି । ଲକ୍ଷ୍ମଣନାଥ ଗେଟ୍ ପାଖରେ ଭାରସାମ୍ୟ ହରାଇ ବସ୍ ଓଲଟି ପଡିଛି । ପ୍ରବାସୀ ଶ୍ରମିକଙ୍କ ବସ୍ ଓଲଟି ଚାରି ଗୁରୁତର, ବର୍ତ୍ତିଲେ 46 । ବସ୍ଟି କେରଳରୁ 50 ଶ୍ରମିକଙ୍କୁ ଧରି କୋଲକାତା ଯାଉଥିଲା । ଚାରି ଗୁରୁତରଙ୍କୁ ଜଳେଶ୍ବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କଲା ପୋଲିସ୍ । ଅଗ୍ନିଶମ ବାହିନୀ ଦ୍ବାରା ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ଭୁବନେଶ୍ବର : ଆଜି ରାଜ୍ୟରେ 51ଟି ନୂତନ ପଜିଟିଭ୍ ଚିହ୍ନଟ ହୋଇଥିବାର ରାଜ୍ୟ ଓ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ତରଫରୁ ସୂଚନା ମିଳିଛି । ନୂତନ 51ଙ୍କ ମଧ୍ୟରେ ଗଞ୍ଜାମରୁ ଚାରି, ଯାଜପୁରରୁ 5, କଟକରୁ 9, ଜଗତସିଂହପୁରରୁ 2, ପୁରୀରୁ ଜଣେ, ନୟାଗଡରୁ 11,ଅନୁଗୁଳରେ 2, ସମ୍ବଲପୁରରେ 2, ମାଲକାନଗିରିରୁ 1, କଳାହାଣ୍ଡିରେ 11 ଓ ମୟୂରଭଞ୍ଜରୁ 3 ଜଣ ଚିହ୍ନଟ ହୋଇଥିବା ନେଇ ସୂଚନା ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1103କୁ ବୃଦ୍ଧି ହୋଇଛି । ସେହିପରି ଆଜି ଜଣକର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ହୋଇଛି । ତେବେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ହେଲେ ଆକ୍ରାନ୍ତ ଗଞ୍ଜାମ- 317 ଯାଜପୁର – 179 କଟକ- 45 ଜଗତସିଂହପୁର -30 ନୟାଗଡରେ 21 ଅନୁଗୁଳ – 19 ସମ୍ବଲପୁର – 5…
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ଯୋଗୁଁ ମୃତକଙ୍କ ସଂଖ୍ୟା 3 ହଜାର 435କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ଅନୁସାରେ ଦେଶରେ କରୋନା ଯୋଗୁଁ 1 ଲକ୍ଷ 12 ହଜାର 624 ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ 63 ହଜାର 624 ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି 45 ହଜାର 299 ଜଣ । ଗତ 24 ଘଣ୍ଟା ମଧ୍ୟରେ କେବଳ 5 ହଜାର 611 ଜଣ ଜଣ ଆକ୍ରାନ୍ତ ହୋଇଥିବା ବେଳେ 140 ଜଣଙ୍କର ମୃତ୍ୟୁ ଘଟିଛି । କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ 39 ହଜାର 297 ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି 1391 ଜଣ ଜୀବନ ହରାଇଛନ୍ତି । ଗୁଜୁରାଟରେ 749, ମଧ୍ୟପ୍ରଦେଶରେ 267, ପଶ୍ଚିମବଙ୍ଗରେ 253, ରାଜସ୍ଥାନ 147, ଦିଲ୍ଲୀରେ 176, ଆନ୍ଧ୍ରପ୍ରଦେଶ 53,…
ଭୁବନେଶ୍ବର : ରାଜ୍ୟରେ ପୁଣି ଆଉ ଜଣକର ମୁଣ୍ଡ ନେଇଛି କରୋନା । ଆଜି କରୋନା ଯୋଗୁଁ ରାଜ୍ୟରେ ଜଣକର ମୃତ୍ୟୁ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି। ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ହୋଇଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । 85 ବର୍ଷୀୟ ବୃଦ୍ଧ ଜଣକ ସୁରତ ଫେରନ୍ତା ଥିଲେ । ବୃଦ୍ଧଙ୍କର ଉଚ୍ଚ ରକ୍ତଚାପ ସହ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଥିଲେ । ପୂର୍ବରୁ ରାଜ୍ୟରେ ଖୋର୍ଦ୍ଧାରୁ ତିନି ଓ ଗଞ୍ଜାମରୁ 2 ଓ କଟକରୁ ଜଣକର ମୃତ୍ୟୁ ହୋଇଛି । ସେହିପରି ରାଜ୍ୟରେ ଆଜି 51 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 1103କୁ ବୃଦ୍ଧି ହୋଇଛି । ଏବେ ରାଜ୍ୟରେ ସକ୍ରିୟ ରୋଗୀ 753 ରହିଥିବାବେଳେ ସୁସ୍ଥ ହୋଇଛନ୍ତି…

