Author: Samikhsya Bureau

ନୂଆଦିଲ୍ଲୀ, କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଦେଶରେ ମାସ୍କର ଆବଶ୍ୟକତା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ସେହି ଚାହିଦା ପୂରଣ କରିବାକୁ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନ୍.ଆର.ଏଲ୍.ଏମ୍) ମାଧ୍ୟମରେ ଉଦ୍ୟମ ଆରମ୍ଭ ହୋଇଛି । ଦେଶର 24 ଟି ରାଜ୍ୟର 399 ଜିଲ୍ଳାରେ ଥିବା  ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍ଏଚଜି) ଏହି କାମରେ ଲାଗିଛନ୍ତି । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଏନ୍.ଆର.ଏଲ.ଏମ୍. ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଏଥିପାଇଁ  ପ୍ରୋତ୍ସାହିତ କରାଯାଉଛି । ଗତ 10 ଦିନ ମଧ୍ୟରେ ଏହି ଗୋଷ୍ଠୀଗୁଡିକ ଦ୍ୱାରା 132 ଲକ୍ଷରୁ ଅଧିକ ମାସ୍କ ଉତ୍ପାଦିତ ହୋଇଛି । ଏଥିରେ 14522 ସ୍ୱୟଂ ସହାୟିକା ଗୋଷ୍ଠୀର ମୋଟ 65,936 ସଦସ୍ୟ ସାମିଲ ହୋଇଛନ୍ତି । ଆନ୍ଧ୍ରପ୍ରଦେଶର ପାଞ୍ଚଟି ଜିଲ୍ଲାରୁ 4281 ସ୍ୱୟଂସହାୟିକା ଗୋଷ୍ଠୀର 21,028 ସଦସ୍ୟା ଏହି 10 ଦିନ ମଧ୍ୟରେ 25 ଲକ୍ଷ 41 ହଜାର 440ଟି ମାସ୍କ ଉତ୍ପାଦିତ କରିଛନ୍ତି ।…

Read More

ନୂଆଦିଲ୍ଲୀ, ଚଣ୍ଡିଗଡସ୍ଥିତ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଦ୍ୟୋଗିକ ପରିଷଦ ମାଇକ୍ରୋବିୟାଲ ଟେକ୍ନୋଲୋଜି ପ୍ରତିଷ୍ଠାନ ବା ସିଏସ୍ଆଇଆର-ଆଇଏମଟେକ୍ ରେ ହେବ କୋଭିଡ ପରୀକ୍ଷା। ପରୀକ୍ଷା ପାଇଁ ସୃଷ୍ଟି ହେଉଥିବା ବିଳମ୍ବକୁ ଦୃଷ୍ଟିରେ ରଖି କୋଭିଡ-19 ନମୁନା ଟେଷ୍ଟ କାମ ଏହି ସଂସ୍ଥା ହାତକୁ ନେଇଛି। ଭାରତୀୟ ଭେଷଜ ଗବେଷଣା ପରିଷଦର ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ଦେଶର ବିଭିନ୍ନ ପରୀକ୍ଷାଗାରରେ ଏହି  ପରୀକ୍ଷା କରାଯାଉଛି । ତଦନୁସାରେ ସିଏମଆଇଆର, ବିଜ୍ଞାନ ଓ ପ୍ରାଦ୍ୟୋଗିକ ବିଭାଗ ଓ ବାୟୋଟେକନୋଲୋଜି ବିଭାଗର ପରୀକ୍ଷାଗାର ତଥା ଆଣବିକ ବିଭାଗର ପରୀକ୍ଷାଗାରରେ କରୋନା ଭୂତାଣୁ ସଂକ୍ରମଣ ଜନିତ ପରୀକ୍ଷା କାର୍ଯ୍ୟ ଆରମ୍ଭ କରାଯାଉଛି। ସବୁ ସରକାରୀ ସହବନ୍ଧିତ ପରୀକ୍ଷାଗାର ବା ଲାବୋରେଟାରୀକୁ କରୋନା ସନ୍ଦିଗ୍ଧ ଆକ୍ରାନ୍ତଙ୍କ ନମୁନା ପରୀକ୍ଷା କାମରେ ସାମିଲ କରିବା ଆଇସିଏମର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହା ଫଳରେ ସନ୍ଦିଗ୍ଧ କରୋନା ଆକ୍ରାନ୍ତକାରୀଙ୍କ ପାଇଁ ଅଧିକ ପରୀକ୍ଷା ସୁବିଧା…

Read More

ନୂଆଦିଲ୍ଲୀ, ପର୍ଯ୍ୟଟନ ଶିଳ୍ପ ଅଂଶୀଡାରଙ୍କ ସହ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ଏକ ଭିଡିଓ କନଫରେନ୍ସ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟନ ସଚିବ ଯୋଗେନ୍ଦ୍ର ତ୍ରିପାଠୀଙ୍କ ନେତୃତ୍ଵରେ ଅନୁଷ୍ଠିତ ସମ୍ମିଳନୀରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। ଦେଶ ଭିତର ପର୍ଯ୍ୟଟନର ସମ୍ଭାବନା ନେଇ ସମ୍ମିଳନୀରେ ଆଲୋଚନା ହେବା ସହ ପର୍ଯ୍ୟଟନ ବିଭାଗ ସରକାରଙ୍କ ସହ ସମସ୍ତ ସହଯୋଗ କରୁଥିବା ଏଥିରେ ମତ ପ୍ରକାଶ ପାଇଥିଲା। ଲକଡାଉନ କାଳରେ ଘରେ ନିରାପଦ ରହିବା ଓ ପରିସ୍ଥିତି ସ୍ଵାଭାବିକ ହେଲେ ନିଜର ଭ୍ରମଣ ଯୋଜନା କରିବା ନେଇ ମନ୍ତ୍ରଣାଳୟ ନିଜର ସାମାଜିକ ମାଧ୍ୟମ ଜରିଆରେ ସଚେତନତା ସୃଷ୍ଟି କରୁଛି। ପର୍ଯ୍ୟଟନ ଶିଳ୍ପ ସହିତ ସଂଶ୍ଳିଷ୍ଟ ବିଦ୍ୟାର୍ଥୀମାନେ ଅନଲାଇନ ଜରିଆରେ ସେମାନଙ୍କ ଶିକ୍ଷା ଲାଭ ଜାରି ରଖିଥିବା ଏହି ସମ୍ମିଳନୀରୁ ଜଣାପଡୁଛି।

Read More

ନୂଆଦିଲ୍ଲୀ, ଦେଶରେ କରୋନା ସଂକ୍ରମଣ ଅଭିଯାନକୁ ମଜବୁତ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତାହାର ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଛି।ଏହାର ଦେଶୀୟ କାର୍ଗୋ ବିମାନ ଏହି ଲକଡାଉନ ସମୟରେ ମେଡିକାଲ ଜିନିଷପତ୍ର ନବାଆଣିବା କରିବାରେ ବେଶ୍ ସାହାର୍ଯ୍ୟ କରିପାରୁଛି। ଏଥିପାଇଁ ଦେଶ ଭିତରେ ପ୍ରାୟ 107ଟି ବିମାନ ଦୈନିକ ଏହି କୋଭିଡ19 ମୁକାବିଲା ପାଇଁ ଔଷଧୀୟ ଉପକରଣ ପରିବହନ କରୁଛି। ଗତ ମାସ 26 ତାରିଖରୁ ଚଳିତ ମାସ 3 ତାରିଖ ମଧ୍ୟରେ ଏୟାର ଇଣ୍ଡିଆ, ଆଲିଆନ୍ସ, ଭାରତୀୟ ବାୟୁସେନା, ଇଣ୍ଡିଗୋ ଓ ସ୍ପାଇସ ଜେଟ ଆଦି ବିମାନ ସଂସ୍ଥା ଏହି ମାଲ ପରିବହନ କାର୍ଯ୍ୟ ସମ୍ପାଦନ କରିଛନ୍ତି । 5ଟି ବିମାନ ସଂସ୍ଥା ଦ୍ଵାରା ମୋଟରେ 107ଟି ବିମାନ ଯୋଗେ ମାଲ ପରିବହନ ହୋଇଥିବା ବେଳେ ଏଥିମଧ୍ୟରୁ ଏୟାର ଇଣ୍ଡିଆର 42ଟି, ଆଲିଆନ୍ସର 37ଟି, ଭାରତୀୟ ବାୟୁସେନାର 20ଟି, ଇଣ୍ଡିଗୋର 6ଟି ଏବଂ ସ୍ପାଇସ ଜେଟର 2ଟି…

Read More

ନୂଆଦିଲ୍ଲୀ, ଏପ୍ରିଲ 5 ତାରିଖ ରାତି 9:00 ଟାରୁ 9:09 ପର୍ଯ୍ୟନ୍ତ ସ୍ଵେଚ୍ଛାକୃତ ଭାବେ ନିଜ ଘର ଲାଇଟ ବନ୍ଦ କରିବା ଲାଗି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। କେତେକ କ୍ଷେତ୍ରରେ ଆଶଙ୍କା କରାଯାଉଛି ଯେ ଏହାଦ୍ଵାରା ବିଦ୍ୟୁତ ଗ୍ରୀଡରେ ଅସ୍ଥିରତା ଏବଂ ଭୋଲଟେଜ ହ୍ରାସବୃଦ୍ଧି ଯୋଗୁ ବୈଦ୍ୟୁତିକ ଉପକରଣ ଖରାପ ହୋଇଯିବ। ମାତ୍ର ଏପରି ଆଶଙ୍କା ଅମୂଳକ। ଭାରତୀୟ ବୈଦ୍ୟୁତିକ ଗ୍ରୀଡ ଅତ୍ୟନ୍ତ ସୁଦୃଢ଼ ତଥା ସ୍ଥିର। ବିଦ୍ୟୁତ ଚାହିଦା ହ୍ରାସ ଏବଂ ବୃଦ୍ଧି ଲାଗି ଯଥେଷ୍ଟ ବ୍ୟବସ୍ଥା ଏବଂ ପୂର୍ବପ୍ରସ୍ତୁତି କରାଯାଇଛି । ନିମ୍ନୋକ୍ତ ବିଷୟ ପ୍ରତି ଧ୍ୟାନ ନିଆଯାଇପାରେ: ପ୍ରଧାନମନ୍ତ୍ରୀ କେବଳ ଜନସାଧାରଣଙ୍କୁ ସେମାନଙ୍କର ଘରର ଲାଇଟ ଏପ୍ରିଲ 5 ତାରିଖ ରାତି 9ଟାଠାରୁ 9ଟା 9 ମିନିଟ ପର୍ଯ୍ୟନ୍ତ ବନ୍ଦ କରିବା ଲାଗି ନିବେଦନ କରିଛନ୍ତି। ଷ୍ଟ୍ରିଟ ଲାଇଟ କିମ୍ବା କମ୍ପ୍ୟୁଟର, ଟିଭି, ଫ୍ୟାନ, ରେଫ୍ରିଜରେଟର ଏବଂ ଏସି ଭଳି ଘରେ ଥିବା ଅନ୍ୟ ବୈଦ୍ୟୁତିକ…

Read More

ନୂଆଦିଲ୍ଲୀ,କୋଭିଡ-19 ଲକଡାଉନ କାଳରେ ଭାରତୀୟ ରେଳବାଇ ଶକ୍ତି, ପରିବହନ ଓ ଅନ୍ୟାନ୍ୟ ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରରେ କଞ୍ଚାମାଲ ଜାରି ଅବ୍ୟାହତ ରଖିଛି। ରେଳବାଇର ବିଭିନ୍ନ ଗୋଦାମ, ଷ୍ଟେସନ ଓ ନିୟନ୍ତ୍ରଣଗାରରେ ନିୟୋଜିତ କର୍ମଚାରୀମାନେ ଗଭୀର ନିଷ୍ଠାର ସହ ଦାଇତ୍ଵ ତୁଲାଇ ଅତ୍ୟାବଶ୍ୟକ ସେବାକୁ ବଳବତ୍ତର ରଖିପାରିଛନ୍ତି। ଲକଡାଉନ ସତ୍ଵେ ରେଳବାଇର ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ସମସ୍ତ ଶକ୍ତି କେନ୍ଦ୍ର ଓ ପେଟ୍ରୋଲିୟମ ଡିପୋରେ କଞ୍ଚାମାଲ ମହଜୁଦ ରହିପାରିଛି । ଗତମାସ 23 ତାରିଖରୁ ଆରମ୍ଭ କରି ଚଳିତମାସ 3 ତାରିଖ ପର୍ଯ୍ୟନ୍ତ 12 ଦିନ ମଧ୍ୟରେ ରେଳବାଇ ପ୍ରାୟ 2.50 ୱାଗନ କୋଇଲା ଏବଂ 17,742 ୱାଗନ ପେଟ୍ରୋଲ ଜାତ ଦ୍ରବ୍ୟ (ଗୋଟିଏ ୱାଗନରେ ପ୍ରାୟ 58-60 ଟନ ପର୍ଯ୍ୟନ୍ତ କଞ୍ଚାମାଲ ରହିଥାଏ) ପରିବହନ କରିପାରିଛି। ନିରବଚ୍ଛିନ୍ନ କଞ୍ଚାମାଲର ସୁପରିଚାଳନା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଜରୁରିକାଳୀନ ମାଲ ପରିବହନ ନିୟନ୍ତ୍ରଣ କକ୍ଷ…

Read More

ଆଜି ରାଜ୍ୟର ପଶ୍ଚିମ ଭାଗରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାର ବାସିନ୍ଦା ୨୯ ବର୍ଷର ଏହି ଯୁବକ ନିକଟରେ ବାହାରିନରୁ ଫେରିଥିଲେ। ଆଜି ରାଜ୍ୟରେ ୩୦୪ଟି ନମୂନା ପରୀକ୍ଷା କରାଯାଇଥିଲା ଓ ସେଥିରୁ ଜଣେ ମାତ୍ର ପୋଜିଟିଭ ବାହାରିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହା ପୂର୍ବରୁ ଭୁବନେଶ୍ୱର, କଟକ, ଭଦ୍ରଖ, ପୁରୀ ଓ ଯାଜପୁର ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ପ୍ରଥମଥର ଲାଗି ପଶ୍ଚିମ ଓଡିଶାରେ କରୋନା ସଂକ୍ରମଣ ଚିହ୍ନଟ କରାଯାଇଛି।

Read More

ନ୍ୟୁୟର୍କ : କରୋନା ସଙ୍କ୍ରମିତଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ଅଭିନେତ୍ରୀ ତଥା ଗାୟିକା ପିଙ୍କ । ତେବେ ନିଜେ କରୋନା ସଙ୍କ୍ରମଣରୁ ସୁସ୍ଥ ହେବା ପରେ ଏହି ଅଭିନେତ୍ରୀ ଜଣକ ୧ ମିଲିୟନ୍ ଡଲାର (୭.୬ କୋଟି) ଟଙ୍କା ପ୍ରଦାନ କରିଛନ୍ତି । ଏହି ୪୦ ବର୍ଷୀୟ ଅଭିନେତ୍ରୀ ଜଣକ ଦୁଇ ସପ୍ତାହ ତଳେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ । ନିଜ ଶିଶୁ ପୁତ୍ର ସହିତ ପିଙ୍କ କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ପିଙ୍କ ଏହିି ସହାୟତା ରାଶି ଘୋଷଣା କରିଛନ୍ତି । ଏହି ଅର୍ଥରାଶିକୁ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବା ପାଇଁ ଆମେରିକା ସରକାରଙ୍କୁ ପିଙ୍କ ନିବେଦନ କରିଛନ୍ତି ।

Read More

ଭୁବନେଶ୍ବର, ଯାହାକୁ ନେଇ ସରକାର ଚିନ୍ତାରେ ଥିଲେ ତାହା ବର୍ତ୍ତମାନ ଦୂର ହୋଇଛି। ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରାମଣ ହୋଇ ନାହିଁ ବୋଲି ଜଣାପଡିଛି। ଆଜି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସାମ୍ବାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଛି। ସେ କହିଛନ୍ତି ଯେ, ସୂର୍ଯ୍ୟନଗରର ଆକ୍ରାନ୍ତ କୋଲକାତାରେ ତାଙ୍କର ଜଣେ ସଂପର୍କୀୟଙ୍କ ସଂପର୍କରେ ଆସିଥିଲେ। ସେ ବର୍ତ୍ତମାନ କୋଲକାତାରେ କୋଭିଡ19 ପଜେଟିଭ ବୋଲି ଜଣାପଡିଛି। ତେଣୁ ସେ ତାଙ୍କ ଦ୍ବାରା ସଂକ୍ରମିତ ହୋଇଥିବାର ପ୍ରମାଣିତ ହୋଇଛି। ତେଣୁ ସେ ଗୋଷ୍ଠୀ ସଂକ୍ରାମଣର ଆକ୍ରାନ୍ତ ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଛି। ସେହିପରି ବମିଖାଲର ଯେଉଁ ତିନିଭାଇ କୋଭିଡ19 ଆକ୍ରାନ୍ତ ହୋଇଛନ୍ତି ସେମାନେ ମଧ୍ୟ ଭୋପାଳରୁ ଏହି ସଂକ୍ରାମଣର ଶିକାର ହୋଇଛନ୍ତି ବୋଲି ଜଣାପଡିଛି। ଭୋପାଳରେ ରହୁଥିବା ତାଙ୍କ ବାପାଙ୍କୁ ଏହି ଭାଇଙ୍କ ମଧ୍ୟରୁ ଜଣେ ଦେଖା କରିବାକୁ ଯାଇଥିଲେ। ପରବର୍ତ୍ତି ସମୟରେ ତାଙ୍କ ବାପାଙ୍କୁ କୋଭିଡ19 ଆକ୍ରାନ୍ତ ହୋଇଥିବାର ବୋଲି ଜଣାପଡିଲା।…

Read More

ଚେନ୍ନାଇ : କରୋନାକୁ ନେଇ ଦେଶବ୍ୟାପୀ ଆତଙ୍କ ଦେଖାଦେଇଥିବା ବେଳେ ଏହାକୁ ଏକ ନିର୍ଦ୍ଦିଷ୍ଟ ଧର୍ମ ସହିତ ଯୋଡିବାକୁ ଚେଷ୍ଟା କରାଯାଉଛି । ଏହାକୁ କଡା ସମାଲୋଚନା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ । ଏପରି ଦେଶବ୍ୟାପୀ ସଙ୍କଟ ସମୟରେ ରାଜନୈତିକ ପରିସରରୁ ଉପରକୁ ଉଠି ବିପର୍ଯ୍ୟୟର ମୁକାବିଲା କରିବା ଉଚିତ୍ ବୋଲି ପଲାନିସ୍ୱାମୀ କହିଛନ୍ତି । କୌଣସି ଧର୍ମ ସହିତ ବିପର୍ଯ୍ୟୟକୂ ଯୋଡିବା ଅନୁଚିତ୍ ଏବଂ କରୋନା ଆକ୍ରାନ୍ତଙ୍କୁ ସ୍ନେହ ଶ୍ରଦ୍ଧା ସହିତ ୠ୍ରହଣ କରାଯିବା ଉଚିତ୍ ବୋଲି ପଲାନିସ୍ୱାମୀ କହିଛନ୍ତି । ଏହି ଭାଇରସ୍ କୌଣସି ଜାତି ଏବଂ ଧର୍ମ ଦେଖି ଆକ୍ରମଣ କରିନଥାଏ ତେଣୁ ଏପରି ଜାତିବାଦକୁ ବିରୋଧ କରିବା ଉଚିତ୍ । ଏହା ବିରୋଧରେ ସୋସିଆଲ ମିଡିଆରେ କୌଣସି ଅପପ୍ରଚାର କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଲାନିସ୍ୱାମୀ ପ୍ରକାଶ କରିଛନ୍ତି ।

Read More

(ସମୀକ୍ଷା ବ୍ୟୁରୋ) ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଗତ ଦଶ ଦିନ ଭିତରେ ପ୍ରାୟ ଅଢେଇ ହଜାର ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆଜି ରାତି ୮ଟା ସୁଦ୍ଧା ଦେଶରେ ୩୦୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ଭିତରେ ୫୨୫ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆଜି ସୁଦ୍ଧା ଦେଶରେ ୨୧୩ ରୋଗୀ କରୋନା କବଳରୁ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୬ରେ ପହଞ୍ଚିଛି ବୋଲି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଅନ୍ୟ ଏକ ସୂତ୍ର ଇଣ୍ଡିଆ କୋଭିଡ୧୯ ଟ୍ରାକର ଅନୁସାରେ ଦେଶରେ ୩୪୯୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୯୧ ରେ ପହଞ୍ଚିଛି। ଏହି ୱେବ ସାଇଟର ସୂଚନା ମୁତାବକ ମହାରାଷ୍ଟ୍ରରେ ସର୍ବାଧିକ ୫୩୭, ତାମିଲନାଡୁରେ ୪୮୫, ଦିଲ୍ଲୀରେ ୪୪୫, କେରଳରେ ୩୦୬, ତେଲେଙ୍ଗାନାରେ ୨୨୯, ଉତ୍ତର ପ୍ରଦେଶରେ…

Read More

ଭୁବନେଶ୍ବର, ଆସନ୍ତା ୫ ତାରିଖ ରବିବାର ରାତି ୯ଟା ବେଳେ ଜନସାଧାରଣଙ୍କୁ ସ୍ବେଚ୍ଛାକୃତ ଭାବରେ ଆଲୁଅ ଲିଭାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଛନ୍ତି। ସେହି ପରିପ୍ରେକ୍ଷୀରେ ଓଡିଶାରେ ଏହାକୁ କିପରି ପାଳନ କରାଯିବ ସେ ନେଇ ରାଜ୍ୟ ସରକାର ଏକ ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି। ସେଗୁଡିକ ହେଲା 1-ଜନସାଧାରଣ ନିଜ ନିଜ ଘରେ ଟିଭି, ରେଫିଜରେଟର ଓ ଏସି ଇତ୍ୟାଦି ଚାଲୁ ରଖିପାରିବେ। କେବଳ ଘରର ବଲବଗୁଡିକ ବନ୍ଦ କରିବେ। 2- ସେଦିନ ରାସ୍ତାଘାଟର ଆଲୋକ ବ୍ୟବସ୍ଥା ବନ୍ଦ ହେବ ନାହିଁ 3- ହସ୍‌ପିଟାଲ୍‌ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ସଂସ୍ଥାଗୁଡ଼ିକରେ ବିଦ୍ୟୁତ ବ୍ୟବସ୍ଥା ଜାରି ରହିବ । 4-ବିଭିନ୍ନ ହାଉସିଂ ସୋସାଇଟି/ ଆପାର୍ଟମେଣ୍ଟଗୁଡ଼ିକରେ ମେନ୍‌ ସୁଇଚ୍‌ ଅଫ୍‌ ନ କରିବାକୁ ଅନୁରୋଧ କରାଯାଇଛି । 5-ଜନସାଧାରଣ ସେଦିନ ରାତି ୯ଟା ୯ ମିନିଟ୍‌ ପରେ ନିଜ ଘରର ଆଲୁଅଗୁଡ଼ିକୁ ଅଳ୍ପ ସମୟ ବ୍ୟବଧାନରେ କ୍ରମେ କ୍ରମେ ସୁଇଚ୍‌ଗୁଡ଼ିକୁ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ସଙ୍କ୍ରମଣକୁ ନେଇ ସରକାରଙ୍କ ପକ୍ଷରୁ ନୂତନ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ ଦେଶର ୪୪ ପ୍ରତିଶତ କରୋନା ଆକ୍ରାନ୍ତଙ୍କ ବୟସ ୨୧ରୁ ୪୦ ମଧ୍ୟରେ ରହିଛି । ଯୁବପିଢି ଏହି ଭାଇରସ୍ ଦ୍ୱାର ସର୍ବାଧିକ ସଙ୍କ୍ରମିତ ହୋଇଛନ୍ତି । ୦-୨୦ ବର୍ଷ ବୟସ ସୀମା ମଧ୍ୟରେ ମାତ୍ର ୯ ପ୍ରତିଶତ ସଂକ୍ରମଣ ହୋଇଥିବା ବେଳେ ୪୧-୬୦ ବୟସ ମଧ୍ୟରେ ୩୩ ଏବଂ ୬୦ରୁ ଉର୍ଦ୍ଧ୍ୱ ବୟସର ୧୭ ପ୍ରତିଶତ ରୋଗୀ ରହିଛନ୍ତି । ସହାକରୀ ସ୍ୱାସ୍ଥ୍ୟ ସଚିବ ଲବ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୨ ରହିଥିବା ବେଳେ ତନ୍ମଧ୍ୟରୁ ୫୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ରହିଥିବା ରୋଗୀ ମାନେ ମୁଖ୍ୟତଃ ମଧ୍ୟପ୍ରଦେଶ, ଦିଲ୍ଲୀ ଏବଂ କେରଳର ବୋଲି ଜଣାପଡିଛି ।

Read More

(ସମୀକ୍ଷା ବ୍ୟୁରୋ) ଆଜି ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲ କଲେଜରେ ପରୀକ୍ଷା ହୋଇଥିବା ୩୮ ଯାକ ନମୁନାରେ କରୋନା ଭୂତାଣୁ ମିଳିନାହିଁ ବୋଲି ଓଡିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ତେବେ ଜାତୀୟ ଆଞ୍ଚଳିକ ଲାବୋରେଟୋରି ଏବଂ କଟକ ବଡ ମେଡିକାଳର ପରୀକ୍ଷା ରିପୋର୍ଟ ଏଯାଏ ସୂଚିତ ହୋଇନାହିଁ। ଆଜି ପର୍ୟନ୍ତ ସର୍ବମୋଟ ୧୩୯୫ ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୨୦ ଜଣଙ୍କ ନମୁନା କରୋନା ପୋଜିଟିଭ ବୋଲି ଜଣା ପଡିଛି। ଇତିମଧ୍ୟରେ ଦୁଇ ଜଣ ଆକ୍ରାନ୍ତ ସଂପୂର୍ଣ୍ଣ ସୁସ୍ଥ ହୋଇ ସାରିଥିବାରୁ ଏବେ ରାଜ୍ୟରେ ୧୮ ଜଣ ଆକ୍ରାନ୍ତ ରହିଛନ୍ତି। ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ୯୧ ଜଣ ସନ୍ଦିଗଧ ରୋଗୀଙ୍କୁ ଅଲଗା କରି ପର୍ଯବେକ୍ଷଣରେ ରଖାଯାଇଛି।

Read More

ଭୁବନବେଶ୍ବର, ଗତକାଲି ରାଜ୍ୟ ସରକାର ଭୁବନେଶ୍ବରକୁ ସଂପୂର୍ଣ୍ଣ ସର୍ଟଡାଉନ ଘୋଷଣା କରିବା ପରେ ଏହା ହେଉଛି ଆକାଶ ମାର୍ଗରୁ ଭୁବନେଶ୍ବରର ଦୃଶ୍ୟ।

Read More

ନୂଆଦିଲ୍ଲୀ : କରୋନା ପ୍ରଭାବରେ ସମଗ୍ର ବିଶ୍ୱର ଅର୍ଥନୀତି ତଳୁଆ ରହିଥିବା ବେଳେ ଆମେରିକା ଏହା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ବିଗତ ଦୁଇ ସପ୍ତାହ ମଧ୍ୟରେ ୭ ଲକ୍ଷ ଆମେରିକୀୟଙ୍କୁ ଚାକିରିରୁ ଛଟେଇ କରାଯାଇଛି । ଦୁଇ ସପ୍ତାହ ମଧ୍ୟରେ ବେକାରୀ ସମସ୍ୟା ୩.୫ରୁ ବୃଦ୍ଧି ପାଇ ୪.୪ ପ୍ରତିଶତରେ ପହଞ୍ଚିଥିବା ନେଇ ଟ୍ରମ୍ପ ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଛଟେଇ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ସର୍ବାଧିକ ବାର୍‌, ରେଷ୍ଟୁରାଣ୍ଟ ଏବଂ ରିଟେଲ୍ ସପ୍‌ରେ କାମ କରୁଥିଲେ । ଏହି ପରସ୍ଥିତି ଆହୁରି ଗମ୍ଭୀର ରୂପ ନେବା ସହିତ ଆଗାମୀ ଦିନରେ ଅଧିକ ଛଟେଇର ସମ୍ଭାବନା ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ଛଟେଇ ୨୦୦୯ ମାନ୍ଦାବସ୍ଥା ସମୟର ୮ ଲକ୍ଷ ଛଟେଇକୁ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି ।

Read More

ସମୀକ୍ଷା ବ୍ୟୁରୋ ବାଲେଶ୍ବର: ବେଧଡକ ଭାବେ ବେଆଇନ ଦେଶୀ ମଦ କାରବାର ଚାଲିଥିବାର ଅଭିଯୋଗ ହୋଇଛି। ବାଲେଶ୍ବର ଜିଲ୍ଲାର ବାଲିଖଣ୍ଡ ପୁରୁଷୋତ୍ତମପୁର ଗ୍ରାମଠାରେ ଏପରି ହେଉଥିବାର ଖବର ମିଳିଛି।  ଅନେକ ବର୍ଷ ଧରି ଏହି ଗାଁରେ ଦେଶୀ ମଦ ବେଆଇନି ଭାବରେ ତିଆରି କରାଯାଉଥିବାବେଳେ ଏହାକୁ ପିଇବା ପାଇଁ ନିକଟସ୍ଥ ଅଞ୍ଚଳର ଅନେକ ଯୁବକ ଆସୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଗ୍ରାମରେ ଏପରି ଅସାମାଜିକ କାର୍ଯ୍ୟକୁ ବୁଦ୍ଧିଜୀବୀମାନେ ନିନ୍ଦା କରିଛନ୍ତି। ସମ୍ପ୍ରତି ଲକ୍‌ ଡାଉନ ସମୟରେ ରାଜ୍ୟ ସରକାରଙ୍କ ତରଫରୁ ମଦ ଦୋକାନ ଖୋଲିବାକୁ ନେଇ କଟକଣା ଜାରି ହୋଇଥିବାବେଳେ ଏହି ବେଆଇନ ଦେଶୀ ମଦ ପିଇବା ପାଇଁ ନିକଟସ୍ଥ ଗ୍ରାମରୁ ଅନେକ ଯୁବକମାନେ ଆସୁଛନ୍ତି। ଏହି ବେଆଇନ ଦେଶୀ ମଦ କାରୋବାରକୁ ନେଇ ପୂର୍ବରୁ ଗ୍ରାମବାସୀମାନେ ଅନେକ ଥର ଅଭିଯୋଗ କରିଥିଲେ ବି କୌଣସି ସୁଫଳ ପାଇପାରିନାହାନ୍ତି। ଏବେ ରାଜ୍ୟରେ କରୋନାର ଭୟଙ୍କର ସଂକଟ ସମୟରେ ଦେଶୀ ମଦ…

Read More

ଫ୍ଲୋରିଡା : କରୋନା ଭାଇରସ୍‌ ସାରା ଦୁନିଆରେ ମୃତ୍ୟୁର ତାଣ୍ଡବ ରଚୁଥିବାବେଳେ ବିଶ୍ବରେ ମୃତ୍ୟୁ ସଂଖ୍ୟା 59 ହଜାର ପାର କରିସାରିଲାଣି । ଆମେରିକାର ଏହି ରୋଗ ଏବେ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଆମେରିକାର ଫ୍ଲୋରିଡା ସହରରେ ଜଣେ ଦମ୍ପତିଙ୍କ ମୃତ୍ୟୁ ଏହି ଭୟାନକ କରୋନା ଯୋଗୁଁ ହୋଇଛି । ମାତ୍ର ଛଅ ମିନିଟ୍‌ ବ୍ୟବଧାନ ଭିତରେ ଏହି ଦମ୍ପତି କରୋନା ଯୋଗୁଁ ପ୍ରାଣ ହାରିଛନ୍ତି । ମିଳିଥିବା ସୂଚନା ଅନୁସାରେ ସ୍ବାମୀଙ୍କୁ 74 ବର୍ଷ ବୟସ ହୋଇଥିବାବେଳେ ସ୍ତ୍ରୀଙ୍କ ବୟସ 72 ବର୍ଷ । ରବିବାର ଦିନ ଏହି ଦୁହେଁ କରୋନା ଯୋଗୁଁ ପ୍ରାଣ ହାରିଛନ୍ତି । ଦୁହିଁଙ୍କ ବିବାହ 51 ବର୍ଷ ହୋଇଥିଲା । ସ୍ବାମୀ ସ୍ତ୍ରୀ ଉଭୟ ମାର୍ଚ୍ଚର ମଧ୍ୟମ ସପ୍ତାହ ସୁଦ୍ଧା ସୁସ୍ଥ ରହିଥିବାବେଳେ ଶେଷ ଆଡକୁ ଏହି  ମହାମାରୀର ସଂକ୍ରମଣରେ ଆସିଥିଲେ । ପ୍ରଥମେ ସ୍ବାମୀ ଜଣକ ଏହି ରୋଗରେ ସଂକ୍ରମିତ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି କରୋନା ସମ୍ପର୍କିତ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟସରକାରଙ୍କ  କୋଭିଡ-19ର ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ଏହି ଅବସରରେ ନିଜାମୁଦ୍ଦିନ ଫେରନ୍ତାଙ୍କୁ ନିର୍ଭୟରେ ଆଗେଇ ଆସି ସରକାରଙ୍କ ନିକଟରେ ତଥ୍ୟ ଦେବାକୁ ନିବେଦନ କରିଛନ୍ତି ବାଗ୍‌ଚୀ । ସେହିପରି ଯଦି କୌଣସି ବ୍ୟକ୍ତି ଯଦି ନିଜାମୁଦ୍ଦିନରୁ ଫେରିଛନ୍ତି କିମ୍ବା ସେମାନଙ୍କ ସହ କୌଣସି ଲୋକ ସଂସ୍ପର୍ଶରେ ଆସିଛନ୍ତି ତେବେ ତାଙ୍କ ମାଆ ଓ ଭଉଣୀମାନେ ସେମାନଙ୍କୁ ବୁଝାନ୍ତୁ ଆଉ ୧୦୪କୁ କଲ କରି ସବିଶେଷ ତଥ୍ୟ ଦିଅନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ନିବେଦନ କରିଥିବା ବାଗଚୀ କହିଛନ୍ତି । ତବଲିଗ ଜମାତରୁ ଫେରିଥିବା 28ଜଣଙ୍କୁ ରାଜ୍ୟ ସରକାର ଟେଷ୍ଟ କରାଯାଇଛି । ସେଥିରୁ 25ଟି ନମୂନା ନେଗେଟିଭ ଆସିଥିବା ବେଳେ ୩ ଜଣଙ୍କ ପଜିଟିଭ ଆସିଛି । ଏହି ତିନି ଜଣ ଯାଜପୁର, କଟକ ଓ ପୁରୀ ଅଞ୍ଚଳର ବୋଲି ଜଣାପଡିଛି । ଆଜି ମୁଖ୍ୟମନ୍ତ୍ରୀ ମଧ୍ୟ…

Read More

ନୂଆଦିଲ୍ଲୀ : କରୋନାକୁ ନେଇ ସମଗ୍ର ଦେଶରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀପ ଜଳାଇବା ଫଣ୍ଡାକୁ ସମାଲୋଚନା କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଦୀପଦାନ ଦ୍ୱାରା ଦେଶରେ କରୋନାକୁ ଲାଗି ରହିଥିବା ସଙ୍କଟ ପ୍ରଶମିତ ହେବ ନାହିଁ ବୋଲି ରାହୁଲ ମତ ଦେଇଛନ୍ତି । ଭାରତ ସରକାର ଆବଶ୍ୟକୀୟ ସଂଖ୍ୟ ଟେଷ୍ଟ କରୁନାହାନ୍ତି ଏବଂ ପ୍ରତିବଦଳରେ ତାଳି ମାରିବା ଓ ଦୀପଦାନ ଭଳି କାମ କରିବାକୁ କହୁଛନ୍ତି । ଏହା ଦେଶରେ କରୋନା ସଙ୍କଟକୁ ପ୍ରତିହତ କରିବାରେ ସଫଳ ହେବ ନାହିଁ ବୋଲି ୱାୟନାଡ ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟ୍ କରିଛନ୍ତି । ଭାରତରେ ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ମାତ୍ର ୨୯ ଜଣଙ୍କର ଟେଷ୍ଟ କରାଯାଉଛି । ଏହି ତାଲିକାରେ ଭାରତ ପାକିସ୍ତାନ ଠାରୁ ମଧ୍ୟ ପଛରେ ରହିଛି । ଦକ୍ଷିଣ କୋରିଆରେ ୭୬୨୨, ଇଟାଲୀରେ ୭୧୨୨, ଜର୍ମାନୀରେ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ଆତଙ୍କ ବଢି ଚାଲିଥିବା ବେଳେ ଜେଲ୍‌ରେ କରୋନାକୁ ବ୍ୟାପିବାରୁ ରୋକିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିଛନ୍ତି ଦୁଇ ରାଜ୍ୟ । ଦୁଇ ଉତ୍ତର ପୂର୍ବୀୟ ରାଜ୍ୟ ତ୍ରିପୁରା ଓ ମିଜୋରାମ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଦୁଇ ରାଜ୍ୟ ୯୦୦ କଏଦୀଙ୍କୁ ଅନ୍ତରୀଣ ଜାମିନରେ ଛଡାଯିବାକୁ ନିଷ୍ପତ୍ତି ନେଇଛନ୍ତି । ପିଆର୍ ବଣ୍ଡ ବଳରେ ଏହି କଏଦୀ ମାନଙ୍କୁ ଅନ୍ତରୀଣ ଜାମିନରେ ଛଡାଯିବ ବୋଲି ଜେଲ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ୪୮ ସ୍ୱତନ୍ତ୍ର କଏଦୀଙ୍କ ସମେତ ବିଚାର ପ୍ରକ୍ରିୟାରେ ରହିଥିବା ୨୯୦ କଏଦୀଙ୍କୁ ଅନ୍ତରୀଣ ଜାମିନରେ ଛାଡିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ମିଜୋରାମ ସରକାର । ସେହିପରି ତ୍ରିପୁରା ସରକାର ୫୫୭ କଏଦୀଙ୍କୁ ଅନ୍ତରୀଣ ଜାମିନରେ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ତ୍ରିପୁରା ଆଇଜି ଜୟଦୀପ ନାୟକ ପ୍ରକାଶ କରିଛନ୍ତି ।

Read More