ଭୋପାଲ : ମଧ୍ୟପ୍ରଦେଶରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ୫୦ଜଣ ଯବାନଙ୍କୁ କ୍ବାରେଣ୍ଟାଇନ୍ କରାଯାଇଛି । ବିଏସଏଫ ଜଣେ ଅଧିକାରୀଙ୍କଠାରେ କରୋନା ରିପୋର୍ଟ ପଜିଟିଭ୍ ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।ଟେକନପୁରରେ ରହିଥିବା ତାଲିମ କେନ୍ଦ୍ରରେ ଜଣେ ଅଧିକାରୀ ପଜିଟିଭ୍ ସାବ୍ୟସ୍ତ ହେବାରୁ ସେନା ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ବିଏସଏଫ ଡାକ୍ତରୀ ଦଳ ଏହି ସୈନିକମାନଙ୍କ ସ୍ୱାସ୍ଥ୍ୟବସ୍ଥ ଉପରେ ନଜର ରଖିଛନ୍ତି ।
Author: Samikhsya Bureau
ଭୁବନେଶ୍ୱର, ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ରାଜ୍ୟ ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରି ସେଠାରେ ବାସ୍ତବ ସ୍ଥିତି ପରଖିଥିଲେ। ନିୟନ୍ତ୍ରଣ କକ୍ଷରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା, କୋଭିଡ୍-୧୯ ସ୍ୱତନ୍ତ୍ର ଅଧିକାରୀ ବିଶାଲ ଦେବ ଓ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଅମିତାଭ୍ ଠାକୁରଙ୍କ ସମେତ ନିୟନ୍ତ୍ରଣ କକ୍ଷରେ କଲ୍ ଗ୍ରହଣ କରୁଥିବା ଅଧିକାରୀମାନଙ୍କ ସହିତ ମୁଖ୍ୟ ଶାସନ ସଚିବ ତ୍ରିପାଠୀ ଆଲୋଚନା କରିଥିଲେ। ଏପରିକି କେତେକ ରାଜ୍ୟରେ ଫସିଥିବା ଶ୍ରମିକଙ୍କ ସହିତ ମଧ୍ୟ ମୁଖ୍ୟଶାସନ କଥା ହୋଇଥିଲେ। ପରେ ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ବର୍ତ୍ତମାନ ନିୟନ୍ତ୍ରଣ କକ୍ଷକୁ ମୁଖ୍ୟତଃ କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲ୍ନାଡ଼ୁ, ତେଲେଙ୍ଗାନା ଓ ଗୁଜୁରାଟ ଆଦି ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କ ଠାରୁ ଟେଲିଫୋନ୍ ଆସୁଛି ଏବଂ ସେସବୁ ବିଷୟରେ ସଂପୃକ୍ତ ରାଜ୍ୟ ପ୍ରଶାସନ ସହ ଯୋଗାଯୋଗ କରି…
ଭୁବନେଶ୍ୱର: କୋଭିଡ୍-୧୯ ପରିପ୍ରେକ୍ଷୀରେ ସାରା ଦେଶରେ ହୋଇଥିବା ତାଲାବନ୍ଦ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଶାର ଶ୍ରମଜୀବୀ, ଛାତ୍ର, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ସହାୟତା ନିମନ୍ତେ ଓଡ଼ିଶା ସରକାର ସ୍ୱତନ୍ତ୍ର ପ୍ରଶାସନିକ ବ୍ୟବସ୍ଥା କରିଛନ୍ତି। ଇତି ମଧ୍ୟରେ ରାଜ୍ୟ ନିୟନ୍ତ୍ରଣ କକ୍ଷରେ ବୈଷୟିକ ଆଧୁନିକୀକରଣ କରାଯାଇ ୨୦ଟି ଅଧିକ କଲ୍ ନମ୍ବରର ବ୍ୟବସ୍ଥା କରାଯାଇଛି। ବିିଭିନ୍ନ ରାଜ୍ୟ ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ନୋଡାଲ୍ ଅଧିକାରୀ ଭାବେ ନିୟୋଜିତ କରାଯାଇଛି। ଏହି ନୋଡାଲ୍ ଅଧିକାରୀମାନେ ଗୃହ ବିଭାଗରେ କାର୍ଯ୍ୟ କରୁଥିବା ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ୍ ରୁମ୍) ସହ ସଂଯୋଜିତ ରହିବେ। ନିୟନ୍ତ୍ରଣ କକ୍ଷର ଟେଲିଫୋନ୍ ନମ୍ବର-୦୬୭୪-୨୩୯୨୧୧୫ରେ ଆସୁଥିବା କଲ୍ଗୁଡ଼ିକର ଅନୁସରଣ କରି ତଦନୁଯାୟୀ ସଂପୃକ୍ତ ରାଜ୍ୟ ସରକାର ଓ ସଂସ୍ଥାମାନଙ୍କ ସହ ଯୋଗାଯୋଗ କରି ସେଠାରେ ଅଟକି ରହିଥିବା ଓଡ଼ିଆମାନଙ୍କ ନିମନ୍ତେ ମୌଳିକ ଆବଶ୍ୟକତାଗୁଡ଼ିକର ବ୍ୟବସ୍ଥା କରାଇବେ। ବିଭିନ୍ନ ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ଅଧିକାରୀମାନେ ହେଲେ ୧-ତେଲେଙ୍ଗାନା…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଦିନମଜୁରିଆ ମାନେ ଏହା ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ମହାତ୍ମାଗାନ୍ଧୀ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ଅନ୍ତର୍ଭୁକ୍ତ ଶ୍ରମିକଙ୍କ ନିମନ୍ତେ ଲକ୍ଡାଉନ୍ ପ୍ୟାକେଜ୍ ଘୋଷଣା ପାଇଁ ମୋଦିଙ୍କୁ ଚିଠି ଲେଖିଛନ୍ତି ନବୀନ । ରାଜ୍ୟରେ ସମୁଦାୟ ୩୬ ଲକ୍ଷ ୧୦ ହଜାର ୭୯୭ ଜଣ ମନରେଗା ଶ୍ରମିକ ରହିଛନ୍ତି । ଏହି ୨୧ ଦିନ ପାଇଁ ଶ୍ରମିକ ମାନଙ୍କୁ ସେମାନଙ୍କ ମଜୁରୀର ଏକ ଚତୁର୍ଥାଂଶ ପ୍ରଦାନ କରିବା ପାଇଁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି । ଶ୍ରମିକଙ୍କ ପାଇଁ ସମୁଦାୟ ୩୮୦.୩୯ କୋଟି ଟଙ୍କା ଦାବି କରିଛନ୍ତି ନବୀନ । ୨୫ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ୧୮୮ ଟଙ୍କା ହିସାବରେ ୧୧୮.୭୯ କୋଟି ଟଙ୍କା ଏବଂ ୧ ଏପ୍ରିଲ୍ରୁ ୧୪ ଏପ୍ରିଲ୍ ପର୍ଯ୍ୟନ୍ତ ଦୌନିକ ୨୦୭ଟଙ୍କା ହିସାବରେ ୨୬୧.୬୦ କୋଟି ଟଙ୍କା…
ସୀତାରାମ ଅଗ୍ରୱାଲ ବାଣପୁର: କରୋନାର ମୁକାବିଲା ପାଇଁ ସାରା ଦେଶ ଏକାଠି ହୋଇଥିବା ବେଳେ ଆଜି ନାଚୁଣୀ ପୋଲିସର ବଦାନ୍ୟତା ଦେଖିବାକୁ ମିଳିଛି। ଜନସାଧାରଣଙ୍କୁ ସଚେତନ କରିବାଠୁ ଆରମ୍ଭ କରି ଦିନ ରାତି ପ୍ରହରା ଦେବାରେ ବ୍ୟସ୍ତ ରହୁଛି ନାଚୁଣୀ ପୋଲିସ। ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଏକ ସଂବେଦନଶୀଳ ଅଞ୍ଚଳ ହୋଇଥିବାବେଳେ ଏଠାରେ ବେଶ ସଜାଗ ରହିଛି ପୋଲିସ। ନାଚୁଣୀ ପୋଲିସ ତରଫରୁ ବଜାର ଏବଂ ଗାଁ ରେ କରୋନା ସଚେତନ କାର୍ଯ୍ୟକ୍ରମ ସହିତ ବିଭିନ୍ନ ପରିବା ଦୋକାନ, ରାସନ ଦୋକାନ, ଔଷଧ ଦୋକାନ ଆଦିରେ ପୋଲିସ ତରଫରୁ ସାମାଜିକ ଦୂରତ୍ବ ରକ୍ଷା କରିବା ନିମିତ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଆଜି ଏକ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଥିଲା ନାଚୁଣୀ ଅଞ୍ଚଳରେ। ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁଙ୍କ ନେତୃତ୍ୱରେ ନାଚୁଣୀର ସଚେତନ ଯୁବଗୋଷ୍ଠୀ ଅଂଚଳରେ ଥିବା ଗରିବ ଗୁରୁବା, ଉଠା ପରିବାବିକାଳୀ, ମାନସିକ ଭାରସାମ୍ୟ…
ମୁମ୍ବାଇ : ସମଗ୍ର ଦେଶ ଲକ୍ଡାଉନ୍ରେ ରହିଥିବା ବେଳେ ଭାରତୀୟ ରେଳବାଇ ସହାୟତାର ହାତ ବଢାଇଛି । ସମଗ୍ର ଦେଶରେ ଭାରତୀୟ ରେଳବାଇ ପକ୍ଷରୁ ୧୧ ହଜାର ପ୍ୟାକେଟ୍ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ରେଳବାଇର ରହିଥିବା ୨୫ଟି ଆଇଆରସିଟିସି କିଚନେ୍ରେ ଏହି ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା । ରେଳବାଇ ପକ୍ଷରୁ ଦିଲ୍ଲୀରେ ୫୦୩୦, ବେଙ୍ଗାଲୁରୁରେ ୨୦୦୦, ହୁବଳୀରେ ୭୭୦, ବମ୍ବେ ସେଣ୍ଟ୍ରାଲରେ ୧୫୦୦, ହାଓଡା ଏବଂ ସିଆଲଦାହରେ ୫୦୦, ଟାଟା ଏବଂ ପାଟନାରେ ୪୦୦, ରାଞ୍ଚିରେ ୩୦୦ ଏବଂ କାଠିଆରରେ ୨୦୦ ଜଣଙ୍କୁ ଏହି ଖାଦ୍ୟ ବଣ୍ଟନ କରାଯାଇଥିଲା । ଆରପିଏଫ୍ ପକ୍ଷରୁ ଏହି ଖାଦ୍ୟ ବୁଲିବୁଲି ବଣ୍ଟନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ରେଳବାଇ ପକ୍ଷରୁ ଏହାର ସମସ୍ତ ଉତ୍ପାଦନ ୟୁନିଟ୍କୁ ବନ୍ଦ ରଖାଯାଇ ସାନିଟାଇଜର ଏବଂ ମାସ୍କ ର୍ନିମାଣରେ ନିୟୋଜନ କରାଯାଇଛି ।
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ଅଶୀରୁ ଉର୍ଦ୍ଧ୍ବ ଶ୍ରମିକ ଆଣ୍ଡାମାନର ପୋର୍ଟମୁଟ୍ରେ ଫଶିରହିଛନ୍ତି। ସମସ୍ତ ଶ୍ରମିକଏଲ୍ ଆଣ୍ଡ ଟି କନଷ୍ଟ୍ରକସନ୍ ସାଇଟ୍ର ଲେବର୍ କ୍ୟାମ୍ପ୍ରେ ଫଶିରହିଛନ୍ତି। ସାରା ଭାରତରେ ଲକ୍ ଡାଉନ୍ ଯୋଗୁଁ ଏହି ଶ୍ରମିକମାନେ ସେଠାରେ ଫଶି ରହିଯାଇଥିବାବେଳେ ସେମାନେ ବିନା ଖାଦ୍ୟରେ ରହୁଛନ୍ତି। ସେମାନଙ୍କ ପାଖରେ ପଇସା ଥିଲେ ମଧ୍ୟ ଖାଦ୍ୟ ଖାଇପାରୁନାହାନ୍ତି। ଲେବର୍ କ୍ୟାମ୍ପ୍ରୁ ପୋଲିସ୍ ତାଙ୍କୁ ବାହାରକୁ ଛାଡୁନଥିବାବେଳେ ସେମାନେ ଖାଦ୍ୟ ଅଭାବରେ ବେଶ୍ ଦୟନୀୟ ଭାବରେ ଜୀବନ ବିତାଉଛନ୍ତି। ଖାଦ୍ୟ ନ ପାଇ ଭୋକ ଓପାସରେ ସେମାେନ ଜୀବନ ସହ ସଂଗ୍ରାମ କରୁଥିବାବେଳେ ସେମାନଙ୍କୁ ସେହି ଅବସ୍ଥାରୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା ହେଲ୍ପଲାଇନ୍ରେ ଯୋଗାଯୋଗ କରାଯାଇଥିବାବେଳେ ସେମାନଙ୍କ ସହ ସଂଯୋଗ କରାଯାଇପାରିନାହିଁ। ଏପରିସ୍ଥିତିରେ ତାଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ବାଣପୁରବାସୀମାନେ ବିନମ୍ର ଅନୁରୋଧ କରିଛନ୍ତି। ରାଜ୍ୟ ସରକାର ସେମାନଙ୍କୁ ଯଥାଶୀଘ୍ର ଖାଦ୍ୟ ଯୋଗାଇଦେବାରେ ବ୍ୟବସ୍ଥା କରନ୍ତୁ…
କୋଲକାତା : କରୋନା ମୁକାବିଲା ପାଇଁ ବିଭିନ୍ନ କ୍ରୀଡାବିତ୍ ଏବଂ କଳାକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଉଥିବା ବେଳେ ଏହି ତାଲିକାରେ ନିଜକୁ ସାମିଲ କରିଛନ୍ତି ଋଚା ଘୋଷ । ଚଳିତ ବର୍ଷ ନିଜର ବିଶ୍ୱକପ୍ ପଦାର୍ପଣ କରିଥିବା ଋଚା ପ୍ରଥମ ମହିଳା କ୍ରିକେଟର ଭାବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଏହି ଅର୍ଥ ପ୍ରଦାନ କରିଛନ୍ତି । ୧୬ ର୍ବଷୀୟା ଋଚାଙ୍କ ପିତା ସିଲିଗୁଡି ଜିଲ୍ଲାପାଳ ସୁମନ୍ତ ସହାୟଙ୍କୁ ଏହି ଅର୍ଥ ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ଟି୨୦ ବିଶ୍ୱକପ୍ରେ ଋଚା ୨ଟି ମ୍ୟାଚ୍ ଖେଳିଥିଲେ । ଋଚାଙ୍କ ବ୍ୟତିତ ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।
https://www.youtube.com/watch?v=wA1nMNqsbrE
ମୁମ୍ବାଇ : ସରକାରଙ୍କ କରୋନା ମୁକାବିଲା ପ୍ରକ୍ରିୟାକୁ ନେଇ ଏକାଧିକ ବରିଷ୍ଠ କଂଗ୍ରସେ ନେତା ପ୍ରଶ୍ନ ଉଠାଇଥିବା ବେଳେ ଏହାକୁ ସମାଲୋଚନା କରିଛନ୍ତି ମିଲିନ୍ଦ ଦେଓରା । ବର୍ତ୍ତମାନ ଦେଶ ସଙ୍କଟମୟ ପରସ୍ଥିତି ମଧ୍ୟରେ ଗତି କରୁଥିବା ବେଳେ ଏହାକୁ ନେଇ ଶସ୍ତା ରାଜନୀତି କରାଯିବା ଅନୁଚିତ ବୋଲି ମୁମ୍ବାଇ କଂଗ୍ରେସ ମୁଖ୍ୟ ମିଲିନ୍ଦ ଦେଓରା ମତ ଦେଇଛନ୍ତି । ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏହା ଦ୍ୱାରା ଖଟିଖିଆ ଶ୍ରମିକ ସର୍ବାଧିକ ପ୍ରଭାବିତ ହୋଇଥିବା ନେଇ ବରିଷ୍ଠ ନେତା କପିଲ ଶିବଲ୍ ଏବଂ ଶଶୀ ଥରୁର୍ ମତ ଦେଇଥିଲେ । ଏହା ବିରୋଧରେ ଟ୍ୱିଟ୍ଟରରେ ଲେଖିଛନ୍ତି ଦେଓରା । କୋଭିଡ୍-୧୯ର ମୁକାବିଲା କରିବା ପାଇଁ ପ୍ରତ୍ୟେକ ରାଜନୈତିକ ଦଳକୁ ବିରୋଧାଭାସ ଭୁଲି ଏକତ୍ର କାମ କରିବାକୁ ପଡିବ । ଉଲ୍ଲେଖଯୋଗ୍ୟ ଯେ, ରବିବାର ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦୦ ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ୨୫…
ଭୁବନେଶ୍ବର, ଗତକାଲିଠାରୁ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ ଲୋକେ ଲକଡାଉନ ଅବସ୍ଥାରେ ଘରେ ଥିବା ବେଳେ ଏପରି ଗରମ ଅସହ୍ୟ ହୋଇଯାଉଛି। ସେଥିପାଇଁ ଜିଲ୍ଲାପାଳମାନେ ସଜାଗ ରହୁନ୍ତୁ ବୋଲି ଆଜି ସ୍ବତନ୍ତ୍ର ରିଲିଫ କମିସନର ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏହି ସମୟରେ ବିଭିନ୍ନ ଅଞ୍ଚଳରେ କାମକରୁଥିବା ଅଧିକାରୀଙ୍କ ସହିତ ଭିଡିଓ କନଫ୍ରେନେସିଂ ମାଧ୍ୟମରେ କଥା ହୁଅନ୍ତୁ ବୋଲି ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ମାଲାକାନାଗିରିରେ ସର୍ବାଧିକ ତାପମାତ୍ର 40 ଡିଗ୍ରୀ ଥିବାବେଳେ ବଉଦ ଏବଂ ଟିଟିଲାଗଡରେ 39 ଡିଗ୍ରୀ ଥିଲା। ଗତକାଲି 21 ସହରରେ ତାପମାତ୍ର 35 ଡିଗ୍ରୀରୁ ଅଧିକ ଥିଲା। ଆଜି ମଧ୍ୟ ସମ ପରିମାଣରେ ଗରମ ଅନୁଭୂତ ହେବାରେ ଲାଗିଛି।
ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଷ୍ଟାଇଲିସ୍ ଓପ୍ନର ତଥା ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର କରୋନା ମୁକାବିଲା ପାଇଁ ୧ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ନିଜର ଏମ୍ପି ଲାଡ୍ ଫଣ୍ଡରୁ ଗମ୍ଭୀର ଏହି ଅର୍ଥ ପ୍ରଦାନ କରିଛନ୍ତି । ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସମସ୍ତ ବିଜେପି ସାଂସଦଙ୍କୁ ନିଜ ସଂସଦୀୟ ପାଣ୍ଠିରୁ ୧ କୋଟି ଟଙ୍କା ଦାନ କରିବା ପାଇଁ କହିଥିଲେ । ଏହା ସହିତ ଗମ୍ଭୀର ନିଜର ଏକ ମାସର ବେତନ ମଧ୍ୟ ପିଏମ୍ କେୟାର ଫଣ୍ଡକୁ ପ୍ରଦାନ କରିଛନ୍ତି । ଏହା ସହିତ ଗମ୍ଭୀର ପୂର୍ବରୁ ନିଜ ଟ୍ରଷ୍ଟ ସହାୟତାରେ ଦୈନିକ ୨ ହଜାର ପ୍ୟାକେଟ୍ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି । ଗମ୍ଭୀରଙ୍କ ବ୍ୟତିତ କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁ ମଧ୍ୟ ଏକ କୋଟି ଟଙ୍କା ଏବଂ ଏକ ମାସର ବେତନ ପ୍ରଦାନ କରିଛନ୍ତି ।
ଢାକା : କରୋନା ଭାଇରସ୍ ଆତଙ୍କ କାରଣରୁ ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରଖିଛି ବାଂଲାଦେଶ । ଆସନ୍ତା ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଘରୋଇ ଓ ଅର୍ନ୍ତଜାତୀୟ ବିମାନ ଚଳାଚଳ ବନ୍ଦ ରଖିଛି ବାଂଲାଦେଶ । ବାଂଲାଦେଶ ବିମାନ ଚଳାଚଳ ମନ୍ତ୍ରାଳୟର ମୁଖପାତ୍ର ମହମ୍ମଦ ସୋହେଲ କମ୍ରୁଜ୍ଜାମାନ୍ଏହି ସୂଚନା ଦେଇଛନ୍ତି । ଯାତ୍ରିବାହୀ ବିମାନ ଚଳାଚଳ ବାତିଲ କରାଯାଇଥିବା ବେଳେ କାର୍ଗୋ ବିମାନ ଗୁଡିକ ର୍ପୂବପରି ଯାତାୟତ କରିବ । ଉଲ୍ଲେଖଯୋଗ୍ୟ ଯେ, ବାଂଲାଦେଶରେ ବର୍ତ୍ତମାନ ସୁଦ୍ଧା ୮ ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ବରର ବିଭିନ୍ନ ଓ୍ବାର୍ଡରେ ମୋବାଇଲ୍ ଭେଜିଟେବୁଲ୍ ଭ୍ୟାନ୍ ବୁଲିବ ବୋଲି ବିଏମ୍ସି ସୂଚନା ଦେଇଛି। ଲୋକେ ଭ୍ୟାନରୁ ସହଜରେ ପରିବା କିଣିବା ନେଇ ବିଏମ୍ସି ତରଫରୁ ଏନେଇ ବିଏମ୍ସି ବ୍ୟବସ୍ଥା କରିଛି। ସେହିପରି ରାଜଧାନୀର 41ଟି ଛୋଟ ଛୋଟ ହାଟ ନିୟମିତ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ୟୁନିଟ୍-1, ୟୁନିଟ୍-4 ଓ ସହିଦ୍ ନଗର ହାଟ ଚାଲୁ ପାଇଁ ନିର୍ଦ୍ଦେଶ ଥିଲା। ସମସ୍ତ ହାଟରେ ସାମାଜିକ ଦୂରତା ବଜାୟ ରଖିବାକୁ ବିଏମସି ନିର୍ଦ୍ଦେଶ ଦେଇଛି। ଲୋକଙ୍କ ପାକରେ ଖାଦ୍ୟ ପହଞ୍ଚାଇବାକୁ ଏକ ଅନଲାଇନ୍ ସଂସ୍ଥାକୁ ଅନୁମତି ପ୍ରଦାନ କରାଯାଇଥିବାର ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଅପରପକ୍ଷରେ ଆଜି ମାଛ ମାର୍କେଟ୍ରେ ସାମାଜିକ ଦୂରତ୍ବର ଖୋଲାଖୋଲି ଉଲ୍ଲଂଘନ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଲୋକେ ସାମାଜିକ ଦୂରତ୍ବକୁ ଖୋଲାଖାଲି ଊଲ୍ଲଂଘନ କରୁଥିବାର ନଜର ଆସିଥିଲା। (ଏଜେନ୍ସି)
ହାଇଦ୍ରାବାଦ : ସୁପରଷ୍ଟାର ତେଲୁଗୁ ଅଭିନେତା ତଥା ପିତା ପୁତ୍ର ଯୋଡି ନାର୍ଗାଜୁନ-ନାଗାଚୈତନ୍ୟ କରୋନା ଭାଇରସ୍ ମୁକାବିଲା ପାଇଁ ୧.୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଉଭୟ ଏହି ଅର୍ଥରାଶିକୁ ବିିଭିନ୍ନ ସିନେମା ଇଣ୍ଡଷ୍ଟ୍ରୀର ଦିନ ମଜୁରିଆଙ୍କ ନିମନ୍ତେ ବ୍ୟବହାର କରିବେ । ନାଗାର୍ଜୁନ ୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିବା ବେଳେ ନାଗା ଚୈତନ୍ୟ ୨୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ତାମିଲ ଅଭିନେତା ବିଜୟ ସେଥୁପତି, ସୂର୍ଯ୍ୟା, କର୍ଥି ଏବଂ ଶିବକୁମାର ପ୍ରତ୍ୟେକ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ପୂର୍ବରୁ ପାୱାର ଷ୍ଟାର ପୱନ୍ କଲ୍ୟାଣ ୨ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ।
ନୂଆଦିଲ୍ଲୀ: କରୋନା ଭାଇରସ୍ ମୁକାବିଲା ପାଇଁ ପେଟିଏମ୍ ପ୍ରଦାନ କରିବ ୫୦୦ କୋଟି। ଗତକାଲି ପିଏମ୍ କେୟାର୍ସ ଫଣ୍ଡ ଗଠନ ପରେ ଆଜି ପେଟିଏମ୍ ପକ୍ଷରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ୫୦୦ କୋଟି ଟଙ୍କା ସହାୟତା ଘୋଷଣା କରାଯାଇଥିବା ବେଳେ ଗ୍ରାହକଙ୍କ ଦ୍ୱାରା କରାଯାଉଥିବା ପ୍ରତି ଦେଣନେଣ ଉପରେ ୧୦ ଟଙ୍କା ଲଖୋଏଁ ପ୍ରଦାନ କରାଯିବ। କରୋନା ମହାମାରୀକୁ ପ୍ରତିହତ କରିବା ପାଇର୍ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ପ୍ରଶଂସନୀୟ, ତେଣୁ ପେଟିଏମ୍ ମଧ୍ୟ ସହଯୋଗର ହାତ ବଢାଇବାକୁ ଚାହୁଁଛି ବୋଲି ପେଟିଏମ୍ ସଭାପତି ମଧୁର ଦେଓରା ପ୍ରକାଶ କରିଛନ୍ତି। ସେହିପରି ୫ କୋଟି ଟଙ୍କାର ବିଭିନ୍ନ ସ୍ୱାସ୍ଥ୍ୟ ଉପକରଣ ମଧ୍ୟ ନିର୍ମାଣ କରୁଛି ପେଟିଏମ୍। (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା: କରୋନା ସହ ମୁକାବିଲା କରିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛି । ରାସ୍ତା ଘାଟ ଶୂନ୍ଶାନ ରହୁଥିବାବେଳେ ବି ଦୁର୍ଘଟଣା ପରି ଘଟଣା ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି । ଏଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ବାଇକ୍କୁ ଧକ୍କା ଦେଇ ଟ୍ରକ୍ ସହ ଏକ କାର୍ ପିଟି ହୋଇଯାଇଛି ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ନିରାକାରପୁର ଥାନା ରାମେଶ୍ବର ପେଟ୍ରୋଲ୍ ପମ୍ଫ ପାଖରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ କାର୍ ଓ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ ।
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା 25କୁ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଭାରତରେ 1040 କରୋନା ମାମଲା ସାମ୍ନାକୁ ଆସିଥିବାବେଳେ 928 ଜଣ ଏବେ ଏହି ରୋଗରେ ସକ୍ରିୟ ରହିଛନ୍ତି । ସେହିପରି 86 ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହା ତଳକୁ କେରଳ ରହିଛି । ମହାରାଷ୍ଟ୍ରରେ 193 ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ 6 ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି କେରଳରେ 182 ଜଣ ଆକ୍ରାନ୍ତ ହୋଇଥିବାବେଳେ ଜଣକର ମୃତ୍ୟୁ ହୋଇଛି । ସେହିପରି କର୍ଣ୍ଣାଟକରେ ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ ପାଞ୍ଚଜଣଙ୍କର ଜମ୍ମୁକାଶ୍ମୀରରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । କରୋନା ଯୋଗୁଁ ଭାରତରେ ଲକ୍ଡାଉନ୍ ଜାରି ହୋଇଥିବାବେଳେ ଏନେଇ କରୋନା ନେଇ ଗୁଜବ ପ୍ରସାରିତ କରୁଥିବା ଅଭିଯୋଗରେ ମହାରାଷ୍ଟ୍ରରେ…
ବେଜିଂ, ସାରା ବିଶ୍ବକୁ ଏକ ସାଂଘାତିକ ସ୍ଥିତିରେ ପକାଇ ଦେଇଥିବା ଚୀନର ଉହାନ ସହର ବର୍ତ୍ତମାନ ବିପଦମୁକ୍ତ। ଦୀର୍ଘ ଦୁଇମାସ ଧରି ସେଠାରେ ଲକଡାଉନ ଜାରୀ ହେବା ଏବଂ ସ୍ବାସ୍ଥ୍ୟକର୍ମିଙ୍କ ଉଦ୍ୟମ ପରେ ଉହାନରୁ କରୋନା ଉଭେଇ ଯାଇଛି। ସ୍ଥିତିରେ ସୁଧାର ଆସିବା ପରେ ପ୍ରଥମେ ସେହି ସ୍ଥାନରୁ ଲକଡାଉନକୁ ପ୍ରତ୍ୟାହାର କରି ନିଆଗଲା। ହେଲେ ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ ରଖା ଯାଇଥିଲା। ହେଲେ ଆଉ ନୂଆ ରୋଗୀ ନ ଆସିବା ପରେ ଶେଷରେ ସ୍ବାସ୍ଥ୍ୟ କର୍ମିଙ୍କୁ ମଧ୍ୟ ସରକାର ପ୍ରତ୍ୟାହାର କରିନେଲେ। ଚୀନର ଏହି ଉହାନ ସହରରେ ଯେତେବେଳେ କରୋନା ଭାଇରସକୁ ଠାବ କରାଗଲା ସେତେବେଳେ ସାରା ବିଶ୍ବ ଚକିତ ହୋଇଗଲା। କାରଣ ଚୀନର ଏହି ସହରରେ ସାରା ବିଶ୍ବର ଲୋକ ଯାତାୟତ କରିଥାନ୍ତି। ଚାହୁଁ ଚାହୁଁ ସାରା ବିଶ୍ବକୁ ଏହି ଭାଇରସ ବ୍ୟାପିବାରେ ଲାଗିଲା। ଧିରେଧିରେ ଆକ୍ରନ୍ତ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢିବାରେ ମଧ୍ୟ ଲାଗିଲା। ଚୀନର…
ସ୍ପେନ୍ : କରୋନା ଭାଇରସ୍ ଯୋଗୁଁ ସ୍ପେନ୍ର ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ ହୋଇଛି । 86 ବର୍ଷୀୟା ରାଜକୁମାରୀଙ୍କ ମୃତ୍ୟୁ ନେଇ ତାଙ୍କ ଭାଇ ରାଜକୁମାର ସିସ୍କୋଟ୍ ଏନରେିକ୍ ଡି ବରବୀନ୍ ଏକ ଫେସବୁକ୍ ପୋଷ୍ଟରେ ସୂଚନା ଦେଇଛନ୍ତି । ରାଜକୁମାରୀଙ୍କ ମୃତ୍ୟୁ 26 ତାରିଖରେ ହୋଇଥିବାର ଜଣାପଡିଛି । ନୋବେଲ୍ କରୋନା ଭାଇରସ୍ରେ ସଂକ୍ରମିତ ହୋଇଥିବା ଯୋଗୁଁ ରାଜକୁମାରୀଙ୍କର ଚିକିତ୍ସ ଚାଲିଥିଲା । କିନ୍ତୁ ପରିଶେଷରେ ତାଙ୍କର ମୃତ୍ୟୁ ହୋଇଛି । ଦୁନିଆରେ କରୋନା ଜନିତ ପ୍ରଥମ ରୟାଲ୍ ମୃତ୍ୟୁ ଭାବେ ସ୍ପେନ୍ର ରାଜକୁମାରୀଙ୍କର ମୃତ୍ୟୁ ହୋଇଛି । ଚୀନ୍ରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭୟାନକ କରୋନା ୟୁରୋପରେ ବେଶ୍ ତାଣ୍ଡବ ସୃଷ୍ଟି କରିଛି । ଇଟାଲୀ ଓ ସ୍ପେନ୍ରେ ଏହା ପ୍ରବଳ ମାତ୍ରାରେ କାୟା ବିସ୍ତାର କରିଛି । ସ୍ପେନ୍ରେ 5000 ରୁ ଅଧିକ ଲୋକଙ୍କର ମୃତ୍ରୁ ହୋଇଥିବାବେଳେ ସତୁରୀ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ…
ତାମିଲନାଡୁ : ଚୀନରୁ ବୁହାନ ସହରରୁ ବ୍ୟାପିଥିବାବେଳେ ଭାରତରେ ବି ଏହାର କାୟା ବିସ୍ତାର କରିଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଥିବାବେଳେ ମୃତକଙ୍କ 24ରେ ପହଞ୍ଚିଛି। କରୋନା ସ୍ଥିତିକୁ ଦେଖି ଦେଶରେ ଲକ୍ଡାଉନ୍ ଚାଲିଥିବାବଳେଳ ତାମିଲନାଡୁର ଥେନି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତାମିଲନାଡୁର ଥେନି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ମିଳିଛି। ଏଠାରେ ଜଣେ ବ୍ୟକ୍ତି କ୍ବାରେଣ୍ଟାଇନ୍ରୁ ଚମ୍ପଟ୍ ମାରିଛି। ଏହି ବ୍ୟକ୍ତିଜଣକ ହୋମ୍ କ୍ବାରେଣ୍ଟାଇନ୍ରୁ ଚମ୍ପଟ୍ ମାରିଥିବବେଳେ 90 ବର୍ଷୀୟ ବୃଦ୍ଧାଙ୍କ ବେକ କାଟି ଦେଇଛନ୍ତି। ହୋମ୍ କ୍ବାରେଣ୍ଟାଇନ୍ରୁ ବ୍ୟକ୍ତିଜଣକ ବିନା କପଡାରେ ବାହାରି ଚମ୍ପଟ ମାରିବାକୁ ବସିଥିବାବେଳେ ବୃଦ୍ଧାଙ୍କର ବେକ କାଟି ଦେଇଛନ୍ତି। ଏହାପରେ ବୃଦ୍ଧା ଜଣକ ଚିତ୍କାର କରିଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କୁ ଡାକ୍ତର ମୃତ ଘୋଷିତ କରିଥିଲେ। ମିଳିଥିବା ସୂଚନା ଅନୁସାରେ ହୋମ୍ କ୍ବାରେଣ୍ଟାଇନ୍ରୁ ଚମ୍ପଟ ମାରିଥିବା…