Author: Samikhsya Bureau

ନୂଆଦିଲ୍ଲୀ : ଭାରତୀୟ ବ୍ୟାଙ୍କ ଏଚ୍‌ଡିଏଫ୍‌ସିର 1 ପ୍ରତିଶତ ଅଂଶଧନ କିଣିବାକୁ ଯାଉଛି ଏକ ଚାଇନିଜ୍‌ ବ୍ୟାଙ୍କ । ପିପୁଲ୍‌ସ ବ୍ୟାଙ୍କ ଅଫ୍‌ ଚାଇନା ଏଚ୍‌ଡିଏଫ୍‌ସି ବ୍ୟାଙ୍କର 1.01 ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବାକୁ ଯାଉଛି । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଚାଇନା ଏଚ୍‌ଡିଏଫ୍‌ସିର 1.75 କୋଟି ଅଂଶଧନ କିଣିବାର ନିଷ୍ପତ୍ତି ନେଇଛି । କରୋନା ଭାଇରସ୍‌ ବିପର୍ଯ୍ୟୟ କାରଣରୁ ବିଗତ ଏକ ମାସ ମଧ୍ୟରେ ଏଚ୍‌ଡିଏଫ୍‌ସି ଅଂଶଧନ ମୂଲ୍ୟରେ ପ୍ରାୟ 25 ପ୍ରତିଶତ ହ୍ରାସ ଘଟିଛି । ବର୍ତ୍ତମାନ ଏଚ୍‌ଡିଏଫ୍‌ସିର ଅଂଶଧନ ମୂଲ୍ୟ 1701.95 ଟଙ୍କା ରହିଛି । (ଏଜେନ୍ସି)

Read More

ଭୁବନେଶ୍ବର: ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲିର ଚାରି ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ସମ୍ପର୍କରେ ସୂଚନା ପ୍ରକାଶ କରାଯାଇଛି। 50 ନମ୍ବର ଆକ୍ରାନ୍ତ ଜଣକ 41 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିଲେ। ଏହି 23 ବର୍ଷୀୟ ଆକ୍ରାନ୍ତ ଜଣକ ମାର୍ଚ୍ଚ 20ରୁ ଏପ୍ରିଲ୍‌ 10 ମଧ୍ୟରେ ୟୁନିଟ୍‌-3ରୁ ଷ୍ଟେସନ୍‌ ସ୍କ୍ବେୟାର ପର୍ଯ୍ୟନ୍ତ ଯାଇଥିଲେ। ଏହି ସମୟରେ ସତ୍ୟନଗର ଏବଂ ଜନପଥ ମଧ୍ୟ ଯାତ୍ରା କରିଥିଲେ ଯୁବକ। ଏହା ପୂର୍ବରୁ ମାର୍ଚ୍ଚ18-20 ମଧ୍ୟରେ ଖୋର୍ଦ୍ଧାର ବାଣପୁର ଅନ୍ତର୍ଗତ ବଡ ହନ୍ତୁଆଡ ଯାତ୍ରା କରିଥିଲେ। ୟୁନିଟ୍‌ -4 ସ୍ଥିତ ମଧୁସୂଦନ ନଗରରେ ଯୁବକ ଜଣକ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିଥିବା ବେଳେ 10 ତାରିଖରେ ନମୁନା ପରୀକ୍ଷଣ ପାଇ ପଠାଯାଇଥିଲା। ଏହାପରେ ଯୁବକଙ୍କୁ କିମ୍‌ସ ସ୍ଥିତ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। 51 ନମ୍ବର ଆକ୍ରାନ୍ତ ସୁନ୍ଦରଗଡ ବିଶ୍ରାର ଏହି 67 ବର୍ଷୀୟ ବ୍ୟକ୍ତି ଜଣକ ନିଜାମୁଦ୍ଦିନ ସହିତ ସମ୍ପୃକ୍ତ। ମାର୍ଚ୍ଚ 5 ତାରିଖରେ…

Read More

ମାଙ୍ଗଲୋର୍‌ : କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲାଗୁ ହୋଇଛି ଲକ୍ ଡାଉନ୍‌ । 21 ଦିନିଆ ଲକ୍‌ ଡାଉନ୍‌ ସମୟରେ ଘରୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । କେବଳ ଅତ୍ୟାବଶ୍ୟକ ଜିନିଷ ପାଇଁ ଘରୁ ଯାଇ ହେବ । ପୋଲିସ୍‌ ଓ ପ୍ରଶାସନ ଲକ୍‌ ଡାଉନ୍‌କୁ ବେଶ୍‌ କଡାକଡି କାର୍ଯ୍ୟକାରୀ କରୁଛନ୍ତି । ସେହିପରି ଏହି ଲକ୍‌ ଡାଉନକୁ ଭାଙ୍ଗିବା ପାଇଁ ମଧ୍ୟ ଭିନ୍ନ ଭିନ୍ନ ପ୍ରୟାସ କରୁଛନ୍ତି କିଛି ଲୋକେ । ଲକ୍‌ଡାଉନ୍‌ର କଡା ନିୟମ ମଧ୍ୟରୁ ବାହାରି ଜଣେ ଯୁବକ ତାଙ୍କ ସାଙ୍ଗକୁ ଦେଖିବାକୁ ଯାଇଥିଲେ । କିନ୍ତୁ ପରିଶେଷରେ ଧରା ପଡିଯାଇଥିଲେ। ଲକ୍‌ ଡାଉନର କଡା ନିୟମ ମଧ୍ୟରୁ ଭିନ୍ନ ଉପାୟ ବାହାର କରି ଯୁବକ ଜଣକ ନିଜ ସାଙ୍ଗକୁ ସାକ୍ଷାତ କରିବାକୁଯାଇଥିଲେ । ତେବେ ସେ କିଭଳି ଭାବରେ ତାଙ୍କ ଲକ୍‌ ଡାଉନର ନିୟମକୁ ଭାଙ୍ଗିଥିଲେ ତାହା ଶୁଣିଲେ…

Read More

ଭୁବନେଶ୍ବର : ଗତକାଲି ଚିହ୍ନଟ 4 ଆକ୍ରାନ୍ତଙ୍କ ମଧ୍ୟରୁ 51 ନମ୍ବର ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ଏହି ଆକ୍ରାନ୍ତ ଜଣଙ୍କର ନିଜାମୁଦ୍ଦିନ ଗସ୍ତର ଇତିହାସ ରହିଥିବା ଜଣାପଡିଛି । ସୁନ୍ଦରଗଡ ବିଶ୍ରାର ଏହି 67 ବର୍ଷୀୟ ବ୍ୟକ୍ତି ଜଣକ ନିଜାମୁଦ୍ଦିନ ସହିତ ସମ୍ପୃକ୍ତ । ମାର୍ଚ୍ଚ 5 ତାରିଖରେ ଉତ୍କଳ ଏକ୍ସପ୍ରେସ୍‌ ଜରିଆରେ ରାଉରକେଲାରୁ ଦିଲ୍ଲୀ ଯାଇଥିବା ବେଳେ ମାର୍ଚ୍ଚ 6-10 ଦିଲ୍ଲୀରେ ଅବସ୍ଥାନ କରିଥିଲେ । ମାର୍ଚ୍ଚ 10ରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍‌ ଜରିଆରେ ବିଲାସପୁର ଗସ୍ତ କରିବା ସହିତ, ଟ୍ରେନ୍‌ ଯୋଗେ ରାଉରକେଲା ପ୍ରତ୍ୟାବର୍ତ୍ତନ କରିବା ସହିତ ଏକ ଅଟୋରେ ଯାତ୍ରା କରିଥିଲେ । ଏହାପରେ 12 ତାରିଖରୁ ଏପ୍ରିଲ୍‌ 2 ପର୍ଯ୍ୟନ୍ତ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିବା ପରେ ଏପ୍ରିଲ୍‌2ରୁ 11 ପର୍ଯ୍ୟନ୍ତ ସରକାରୀ ହୋମ୍‌ କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ରହିଥିଲେ । ଏହାପରେ ସାମ୍ପଲ ପଜିଟିଭ୍‌ ଆସିବାରୁ ତାଙ୍କୁ ହାଇଟେକ୍‌ ମେଡିକାଲ…

Read More

ମୁମ୍ବାଇ : କରୋନା ଯୋଗୁଁ ମହାରାଷ୍ଟ୍ରର ସ୍ଥିତି ଏବେ ବେଶ୍‌ ସଙ୍ଗୀନ୍‌ ।  କରୋନା ମୁକାବିଲା ପାଇଁ ଏବେ ମହାରାଷ୍ଟ୍ରକୁ ତିନୋଟି ଜୋନ୍‌ରେ ବଣ୍ଟାଯାଇଛି । ଦେଶରେ ସର୍ବାଧିକ କରୋନା ରୋଗୀ ଏହି ରାଜ୍ୟରୁ ହିଁ ଚିହ୍ନଟ ହୋଇଛନ୍ତି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ 100 ଉପରେ ରହିଛି । ଏଥିପାଇଁ ରାଜ୍ୟକୁ ତିନୋଟି ଜୋନ୍‌ରେ ବିଭକ୍ତ କରାଯାଇଛି । ଏହି ରାଜ୍ୟକୁ ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ରେ ବିଭକ୍ତ କରାଯାଇଛି । ରେଡ୍‌ ଜୋନ୍‌ରେ ସବୁଠୁ ଅଧିକ ବିପଦପୂର୍ଣ୍ଣ ବା କ୍ଷତିଗ୍ରସ୍ତ ଜିଲ୍ଲା ରହିଛି । ସେହିପରି ଅରେଞ୍ଜ ଜୋନ୍‌ରେ ମଧ୍ୟମ ଓ ଗ୍ରୀନ୍‌ ଜୋନ୍‌ରେ କମ୍‌ କ୍ଷତି ବା କମ୍ ବିପଦପୂର୍ଣ୍ଣ ଜିଲ୍ଲା ରହିଛନ୍ତି । ରାଜ୍ୟରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 1900 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 127ରେ ପହଁଞ୍ଚିଛି । ରେଡ୍‌ ଜୋନ୍‌ରେ ରହିଥିବା ଅଞ୍ଚଳଗୁଡିକ ହେଉଛି ମୁମ୍ବାଇ, ଥାନେ, ପାଲଘର୍‌, ପୁଣେ, ନାଗପୁର,…

Read More

ଭୁବନେଶ୍ବର: ରାଜ୍ୟର ୫୦ ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କରେ ସବିଶେଷ ସୂଚନା ପ୍ରକାଶ କରିଛି ସ୍ବାସ୍ଥ୍ୟ ବିଭାଗ। ଏହି ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଛି। ଆକ୍ରାନ୍ତ ଜଣକ ୪୧ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିଲେ। ଏହି ୨୩ ବର୍ଷୀୟ ଆକ୍ରାନ୍ତ ଜଣକ ମାର୍ଚ୍ଚ ୨୦ରୁ ଏପ୍ରିଲ୍‌ ୧୦ ମଧ୍ୟରେ ୟୁନିଟ୍‌-୩ରୁ ଷ୍ଟେସନ୍‌ ସ୍କ୍ବେୟାର ପର୍ଯ୍ୟନ୍ତ ଯାଇଥିଲେ। ଏହି ସମୟରେ ସତ୍ୟନଗର ଏବଂ ଜନପଥ ମଧ୍ୟ ଯାତ୍ରା କରିଥିଲେ ଯୁବକ। ଏହା ପୂର୍ବରୁ ମାର୍ଚ୍ଚ ୧୮-୨୦ ମଧ୍ୟରେ ଖୋର୍ଦ୍ଧାର ବାଣପୁର ଅନ୍ତର୍ଗତ ବଡ ହନ୍ତୁଆଡ ଯାତ୍ରା କରିଥିଲେ। ୟୁନିଟ୍‌ -୪ ସ୍ଥିତ ମଧୁସୂଦନ ନଗରରେ ଯୁବକ ଜଣକ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିଥିବା ବେଳେ ୧୦ ତାରିଖରେ ନମୁନା ପରୀକ୍ଷଣ ପାଇ ପଠାଯାଇଥିଲା। ଏହାପରେ ଯୁବକଙ୍କୁ କିମ୍‌ସ ସ୍ଥିତ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

Read More

ନୂଆଦିଲ୍ଲୀ: କରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ପ୍ରେସ୍‌ ମିଟ୍‌ କରିଛନ୍ତି । ଏହି ବୈଠକରେ ଭାରତରେ କରୋନା ସ୍ଥିତି ଓ ଏହାକୁ ରୋକିବା ନେଇ କିପରି ପ୍ରସ୍ତୁତି ଚାଲିଛି ସେ ସମ୍ପର୍କରେ କହିଛନ୍ତି ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ । ଦେଶରେ ଏପର୍ଯ୍ୟନ୍ତ 20ପ୍ରତିଶତ ରୋଗୀ ଗୁରୁତର ରହିଛନ୍ତି । ଏପର୍ଯ୍ୟନ୍ତ ଦେଶରେ 1 ଲକ୍ଷ 86 ହଜାର କରୋନା ପରୀକ୍ଷା କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ । ପ୍ରତ୍ୟହ 15 ହଜାର ସାମ୍ପଲ୍‌ ପରୀକ୍ଷା କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ । ଏଯାବତ୍‌ 1 ଲକ୍ଷ 86 ହଜାର 906 ସାମ୍ପଲ୍‌ ପରୀକ୍ଷା ହୋଇଛି । 219ଟି ସ୍ଥାନରେ କରୋନା ପରୀକ୍ଷା ପାଇଁ ବ୍ୟବସ୍ଥା ହୋଇଛି । ସେହିପରି କରୋନା ଅପଡେଟ୍‌ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରସ୍ବାସ୍ଥ୍ୟ ବିଭାଗ କହିଛି…

Read More

ଋଷିକେଶ : କରୋନା ଭାଇରସର ସଂକ୍ରମଣକୁ ରୋକିବା ଦିଗରେ ସାରା ଦେଶରେ 14 ଏପ୍ରିଲ୍‌ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ଜାରି ରହିଛି । ଲକ୍‌ ଡାଉନ୍‌ କଡାକଡି ପାଳନ କରିବା ପାଇଁ ପୋଲିସ୍ ବିଭାଗ ତତ୍ପର ରହିଛି । ଲକ୍‌ ଡାଉନ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ପୋଲିସ୍‌ ଦଣ୍ଡ ମଧ୍ୟ ଦେଉଛି । ତେବେ ଉତ୍ତରାଖଣ୍ଡରେ ଲକ୍‌ ଡାଉନ୍‌ ଉଲ୍ଳଂଘନ କରିଥିବା ବିଦେଶୀ ପର୍ଯ୍ୟଟକଙ୍କୁ ପୋଲିସ୍‌ ଏକ ନିଆରା ଦଣ୍ଡ ଦେଇଛନ୍ତି ।  ଉତ୍ତରାଖଣ୍ହର ଗଙ୍ଗା ନଦୀ କୂଳରେ କିଛି ବିଦେଶୀ ପର୍ଯ୍ୟଟକ ସାମୂହିକ ଭାବେ ବସିଥିଲ । ଲକ୍‌ ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି ବିଦେଶୀ ପର୍ଯ୍ୟଟକଙ୍କୁ ପୋଲିସ୍‌ ସଜ୍ଜା ଦେଇଛି । ଲକ୍‌ ଡାଉନ୍‌ ଉଲ୍ଲଂଘନକାରୀ ଏହି ବିଦେଶୀ ପର୍ଯ୍ୟଟକଙ୍କୁ ପୋଲିସ୍‌ 500 ଥର ଏକ ଲାଇନ୍‌ ଲେଖିବାର ଦଣ୍ଡ ଦେଇଛନ୍ତି । ପୋଲିସ୍‌ ଏହି ପର୍ଯ୍ୟଟକଙ୍କୁ ’ମୁଁ ଲକ୍‌ ଡାଉନକୁ ଉଲ୍ଲଂଘନ କରିଛି ଏଥିପାଇଁ ମୋତେ କ୍ଷମା…

Read More

ନୂଆଦିଲ୍ଲୀ : ବିଶ୍ବର 210ଟି ଦେଶରେ କରୋନା ତା’ର କରାଳ ରୂପ ଜାରି ରଖିଛି । ବିଶ୍ବରେ କରୋନା ଯୋଗୁଁ 1,09,664ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 17,91,024 ଜଣ ସଂକ୍ରମିତ ହୋଇଛନ୍ତି । ବିଶ୍ବର ବହୁ ପ୍ରଭାବଶାଳୀ ରାଷ୍ଟ୍ର ଏବେ କରୋନା ମାଡରେ ଧରାଶାୟୀ । ସମସ୍ତେ କରୋନା କବଳରୁ ବର୍ତ୍ତିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି । ସେହିପରି କିଛି ଦେଶ କରୋନା ଉପରେ ନିୟନ୍ତ୍ରଣ ଆଣି ପାରିଛନ୍ତି । ଶକ୍ତ ନିୟମ ପାଳନ କରି ଏମାନେ କରୋନା ଉପରେ ନିୟନ୍ତ୍ରଣ ଆଣିଛନ୍ତି । ବିଶ୍ବର ଏକ ଛୋଟ ଇସଲାମିକ୍‌ ଦେଶ ଭାବେ ଏହି ରାଷ୍ଟ୍ରରେ କରୋନା ଯୋଗୁଁ ମାତ୍ର ଜଣକଙ୍କର ମୃତ୍ୟୁ ହୋଇଛି । ଦେଶଟି ହେଉଛି ବ୍ରୁନେଇ । ତେବେ ଆସନ୍ତୁ ଜାଣିବ ଏହି ରାଷ୍ଟ୍ର କରୋନା ଉପରେ କେମିତି ନିୟନ୍ତ୍ରଣ ଆଣି ପାରିଲା । ଦକ୍ଷିଣ ପୂର୍ବ ଏସିଆର ଏକ ଛୋଟ ଇସ୍‌ଲାମସିକ ଦେଶ ଭାବେ ବ୍ରୁନେଇ…

Read More

କରାଚୀ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ବଡ ବୟାନ ଦେଇଛନ୍ତି ପାକିସ୍ତାନୀ ପେସର୍‌ ଶୋଏବ୍‌ ଅଖତର । 2019 ବିଶ୍ବକପ୍‌ ପରେ ଧୋନୀ ଅବସର ଗ୍ରହଣ କରିବା ଉଚିତ୍‌ ଥିଲା ବୋଲି ଅଖତର ମତ ଦେଇଛନ୍ତି । ଧୋନୀ ନିଜ ସମୟରେ ଭାରତୀୟ କ୍ରିକେଟର ସେବା କରିଛନ୍ତି । ବର୍ତ୍ତମାନ ତାଙ୍କର ସମୟ ଶେଷ ହୋଇ ଆସିଥିବାରୁ ଧୋନୀଙ୍କୁ ଅବସର ନେଇଯିବା ଉଚିତ୍‌ ବୋଲି ରାଓ୍ବଲପିଣ୍ଡି ଏକ୍ସପ୍ରେସ୍‌ ଶୋଏବ୍‌ ଅଖତର ପ୍ରକାଶ କରିଛନ୍ତି । 2019 ବିଶ୍ବକପ୍‌ ପରଠାରୁ ଧୋନୀ ଭାରତୀୟ ଦଳରେ ସ୍ଥାନ ପାଇନାହାନ୍ତି । ଏହା ସହିତ ଧୋନୀ ଘରୋଇ କ୍ରିକେଟ୍‌ ଏବଂ ଭାରତ ଏ ପାଇଁ ମଧ୍ୟ କ୍ରିକେଟ୍‌ ଖେଳୁ ନାହାନ୍ତି । ଆଇପିଏଲ୍‌ ଧୋନୀଙ୍କ ପାଇଁ ଅନ୍ତିମ ସୁଯୋଗ ରହିଥିବା ବେଳେ କରୋନା ଭାଇରସ୍‌ କାରଣରୁ ଆଇପିଏଲ୍‌ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରହିଥିବା ବେଳେ ଧୋନୀଙ୍କ କ୍ୟାରିୟରକୁ…

Read More

ଶ୍ରୀନଗର : ସମଗ୍ର ବିଶ୍ବ କରୋନା ପ୍ରଭାବରେ ଆକ୍ରାନ୍ତ ହୋଇଥିବା ବେଳେ ପାକିସ୍ତାନ ପକ୍ଷରୁ ପୁନର୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଉଭୟ ରାଷ୍ଟ୍ର କରୋନାରେ ପ୍ରଭାବିତ ହୋଇଥିବା ବେଳେ ପାକିସ୍ତାନ ପକ୍ଷରୁ ରବିବାର ଦିନ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଜମ୍ମୁ କାଶ୍ମୀରର ପୁଞ୍ଚ ନିୟନ୍ତ୍ରଣ ରେଖାରେ ପାକ୍‌ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ପୁଞ୍ଚର କିର୍ଣ୍ଣି ଏବଂ କସ୍‌ବା ସେକ୍ଟରରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ କରାଯାଇଥିବା ଜଣାପଡିଛି । ଦିନ ପ୍ରାୟ 1.40 ମିନିଟ୍‌ରେ ପାକିସ୍ତାନ ପକ୍ଷରୁ ଆକ୍ରମଣ କରାଯାଇଥିବା ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ ପ୍ରକାଶ କରିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : କୋଭିଡ-19 ମୁକାବିଲାରେ ନିୟୋଜିତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ବିଭିନ୍ନ ସ୍ଥାନରେ ଆକ୍ରମଣ ହେଉଥିବା ଘଟଣା ନଜରକୁ ଆସିବା ପରେ ସେମାନଙ୍କୁ ଆବଶ୍ୟକ ପୋଲିସ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ଏବଂ ସମ୍ପୃକ୍ତ ପୋଲିସ କର୍ତ୍ତୃପକ୍ଷଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲ ପରିସରରେ ଏବଂ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିବା ଏବଂ କ୍ବାରେଣ୍ଟାଇନରେ ଥିବା ସନ୍ଦିଗ୍ଧ ଲୋକଙ୍କୁ ଯାଞ୍ଚ କିମ୍ବା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ସ୍ଥାନରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷା ଦେବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି। ରୋଗର ଲକ୍ଷଣ ଦେଖାଦେଲେ ସ୍କ୍ରିନିଂ ପାଇଁ ବିଭିନ୍ନ ସ୍ଥାନକୁ ଯାଉଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ପୋଲିସ ସୁରକ୍ଷା ପ୍ରଦାନ କରିବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି।

Read More

ନୂଆଦିଲ୍ଲୀ: ଏପ୍ରିଲ ପହିଲାଠାରୁ ଦେଶରେ କରୋନା ମହାମାରୀର ମୁକାବିଲା ଲାଗି ସମର ଶିକ୍ଷାର୍ଥୀମାନେ ଏକ୍ସର୍ସାଇଜ ଏନସିସି ଯୋଗଦାନ କାର୍ଯ୍ୟକ୍ରମ ଅଧୀନରେ ପ୍ରଶାସନ ସହ କାନ୍ଧକୁ କାନ୍ଧ ମିଳାଇ କାମ କରିଆସୁଛନ୍ତି। ପ୍ରାୟ ୨ ହଜାର ସମର ଶିକ୍ଷାର୍ଥୀ ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୁତୟନ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୩୦୬ ଜଣ ତାମିଲନାଡୁରେ ମୁତୟନ ହୋଇଛନ୍ତି। ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟ ପକ୍ଷରୁ ସମର ଶିକ୍ଷାର୍ଥୀମାନଙ୍କ ସହଯୋଗ କାମନା କରାଯାଇଥିବା ବେଳେ ପ୍ରାୟ ୫୦ ହଜାର ସମର ଶିକ୍ଷାର୍ଥୀ ସ୍ଵେଚ୍ଛାକୃତ ସେବା ପାଇଁ ନିଜର ସହମତି ପ୍ରକାଶ କରିଛନ୍ତି। ୧୮ ବର୍ଷରୁ ଊର୍ଦ୍ଧ୍ଵ ସିନିୟର ଡିଭିଜନର ଉଭୟ ବାଳିକା ଓ ବାଳକ ସମର ଶିକ୍ଷାର୍ଥୀ ଏହି କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି। (ଏଜେନ୍ସି)

Read More

ଲକ୍ଷ୍ନୌ: ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଅନେକ ପରିବାର ନିଜର ଦୈନିକ ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶରେ ଜନୈକ ମହିଳା ଖାଦ୍ୟ ଅଭାବରୁ ନିଜର ୫ ଶିଶୁଙ୍କୁ ନଦୀ ମଧ୍ୟକୁ ଫିଙ୍ଗି ଦେଇଛନ୍ତି। ଉତ୍ତର ପ୍ରଦେଶର ଜେଘାଙ୍ଗୀରାବାଦ ଅଞ୍ଚଳର ବନ୍ଦନା ନାମ୍ନୀ ମହିଳା ଏହି ଜଘନ୍ୟ କାଣ୍ଡ ଘଟାଇଛନ୍ତି। ଗତକାଲି ରାତି ଦୁଇଟା ସମୟରେ ଏହି ଘଟଣା ଘଟିଥିଲା। ପୋଲିସ୍‌ ଉକ୍ତ ମହିଳାଙ୍କୁ ଗିରଫ କରିଥିବା ବେଳେ ୫ ଶିଶୁଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗିରଫ ମହିଳା ଜଣକ ମାନସିକ ଭାବରେ ଅନଗ୍ରସର ବୋଲି ପୋଲିସ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।   ନିଖୋଜ ଶିଶୁଙ୍କ ମଧ୍ୟରେ ତିନି ଜଣ ଝିଅ ଏବଂ ଦୁଇ ଜଣ ପୁଅ ରହିଛନ୍ତି। (ଏଜେନ୍ସି)

Read More

ଭୁବନେଶ୍ବର: ରାଜ୍ୟ ସରକାର ଅଭାବି ଏବଂ ଗରିବ ଶ୍ରେଣୀର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେଇ ଆସୁଛନ୍ତି। ଠିକ୍ ସେହିପରି ଏହି ଲକଡାଉନ ସମୟରେ ବୁଲା ପଶୁମାନଙ୍କୁ ମଧ୍ୟ ରନ୍ଧାଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ପଶୁମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ୫୪ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ସେହି ଅନୁସାରେ ରାଜ୍ୟର ପ୍ରତି ବିଜ୍ଞାପିତ ଅଞ୍ଚଳ, ସହରାଞ୍ଚଳ ଏବଂ ମହାନଗର ଅଞ୍ଚଳରେ ଏହା ଲାଗୁ କରାଯାଇଛି। ଭୁବନେଶ୍ବର ମହାନଗର ବା ବିଏମସିରେ ମଧ୍ୟ ବୁଲାପଶୁମାନଙ୍କୁ ଦୈନିକ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ସେଥିପାଇଁ ବିଏମସି ତରଫରୁ ଏକ ସ୍ବତନ୍ତ୍ର ଟିମ କରାଯାଇ ସହରର ବିଭିନ୍ନ ସ୍ଥାନରେ ବୁଲିବୁଲି ଏହି ବୁଲା ପଶୁଙ୍କୁ ଖାଦ୍ୟ ପ୍ରଦାନ କରୁଛନ୍ତି। ବିଏମସ ତରଫରୁ ପ୍ରତ୍ୟେକ ଦିନ ସକାଳେ ୫ କ୍ବିଣ୍ଟାଲ ଏବଂ ସଂଧ୍ୟାରେ ୩ କ୍ଵିଣ୍ଟାଲ ରନ୍ଧା ଖାଦ୍ୟ କେବଳ କୁକୁରମାନଙ୍କୁ ଦିଆ ଯାଉଛି। ସେହିପରି ପ୍ରତ୍ୟେକ ଦିନ ୪ କ୍ଵିଣ୍ଟାଲ…

Read More

ବାହାରିଚ୍‌: ବିଭିନ୍ନ ଭିସା ନିୟମର ଉଲ୍ଲଂଘନ ଅଭିଯୋଗରେ ୧୭ ତବଲିଗୀ ଜମାତୀଙ୍କୁ ଗିରଫ କରାଯାଇଛି। ଏହି ୧୭ ଜଣଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯାଇଥିବା ବେଳେ ରବିବାର କ୍ବାରାଣ୍ଟାଇନ୍‌ ଅବଧି ଶେଷ ହୋଇଥିଲା। କ୍ବାରାଣ୍ଟାଇନ୍‌ ଅବଧି ଶେଷ ହେବା ପରେ ରବିବାର ସମସ୍ତଙ୍କୁ ଗିରଫ କରାଯାଇ ଜେଲ୍‌ ପଠାଇ ଦିଆଯାଇଛି। ସମସ୍ତଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ହାଜର କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ପଠାଇ ଦିଆଯାଇଛି। ଏହି ୧୭ ଜଣ ଥାଇଲାଣ୍ଡ ଏବଂ ଇଣ୍ଡୋନେସିଆର ନାଗରିକ ହୋଇଥିବା ବେଳେ ଭିସା ଏବଂ ପାସପୋର୍ଟ ଆଇନ ଉଲ୍ଲଂଘନ କାରଣରୁ ସମସ୍ତଙ୍କୁ ଗିରଫ କରାଯାଇଛି। ପୋଲିସ୍‌ ପକ୍ଷରୁ ଆଇପିସିର ଧାରା ୨୬୯, ୨୭୦, ୨୭୧ ଏବଂ ୧୮୮ ସହିତ ମହାମାରୀ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି। (ଏଜେନ୍ସି)

Read More

ସୁନ୍ଦରଗଡ: ସୁନ୍ଦରଗଡରୁ ଗତକାଲି ଦୁଇ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରତିଶେଧକ ମୂଳକ ପଦକ୍ଷେପ ଅନୁଯାୟୀ ବିଶ୍ରା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯାଇଛି। ଗତକାଲି ଦୁଇ ଜଣ କରୋନା ଆକ୍ରାନ୍ତ ବିଶ୍ରା ଅଞ୍ଚଳରୁ ଠାବ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯିବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ଘରୁ ବାହାରିବା ଉପରେ ୪୮ ଘଣ୍ଟା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ଉକ୍ତ ଅଞ୍ଚଳରେ ୧୫ଶହ ଘର ରହିଥିବା ବେଳେ ଘର ଘର ବୁଲି କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ସୁନ୍ଦରଗଡ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତକାଲି ଚିହ୍ନଟ ୪ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଭୁବନେଶ୍ବରର ବୋଲି ରବିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲିର ୪ ସଙ୍କ୍ରମଣଙ୍କ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ସୁନ୍ଦରଗଡ-2 କେନ୍ଦ୍ରାପଡା-1 ଭୁବନେଶ୍ବରର-1 ତେବେ ଏହି ୪ ଆକ୍ରାନ୍ତଙ୍କର ବିଦେଶ ଗସ୍ତ ଇତିହାସ ରହିଛି କି ନାହିଁ ଏବଂ ଏମାନେ କାହା ସଂସ୍ପର୍ଶରେ ଆସିଛନ୍ତି ତା ସମ୍ପର୍କରେ ତଦନ୍ତ ଜାରି ରହିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Read More

ନୂଆଦିଲ୍ଲୀ, ବର୍ତ୍ତମାନ ମାସ୍କ ସମସ୍ତଙ୍କ ପାଇଁ ଆବଶ୍ୟକ ହୋଇପଡିଛି। ହେଲେ ବର୍ତ୍ତମାନ ବଜାରରେ ଏହାର ଅଭାବ ପରିଲକ୍ଷିତ ହେଉଛି। ସେଥିପାଇଁ ସମସ୍ତେ ବର୍ତ୍ତମାନ ଘରେ ମାସ୍କ ତିଆରି କରିବାରେ ବ୍ୟସ୍ତ ଅଛନ୍ତି। ସେମିତି ଜଣେ ମାସ୍କ ତିଆରିରେ ନିଜକୁ ନିୟୋଜିତ ରଖିଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଉଷା ପାଢୀ। ସେ ବର୍ତ୍ତମାନ ବେସାମରିକ ବିମାନଚଳାଚଳ ବିଭାଗର ଯୁଗ୍ନ ସଚିବ ଅଛନ୍ତି।

Read More

ପଟିଆଲା: ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଲକ୍‌ଡାଉନ୍‌ ନିୟମକୁ ଭାଙ୍ଗିବା ସହିତ ଜଣେ ପୋଲିସ୍‌ ଅଧିକାରୀଙ୍କ ହାତ କାଟିଛନ୍ତି କିଛି ବ୍ୟକ୍ତି। ଏହି ଘଟଣାରେ ପୋଲିସ୍‌ ୭ ଜଣଙ୍କୁ ଗିରଫ କରିଛି। ପଞ୍ଜାବର ପଟିଆଲାରେ ଏହି ବିଭତ୍ସ ଘଟଣା ଘଟିଛି। ସ୍ଥାନୀୟ ମଣ୍ଡିରେ ପ୍ରବେଶ କରିବା ନେଇ ପୋଲିସ୍‌ ବାରଣ କରିବାରୁ ନିହଙ୍ଗର ଏହି ବ୍ୟକ୍ତିମାନେ ସଙ୍ଘବଦ୍ଧ ଭାବରେ ପୋଲିସ୍‌କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ପୋଲିସ୍‌ ଅଧିକାରୀଙ୍କ ହାତ କଟି ଯାଇଥିବା ବେଳେ ଅନ୍ୟ ତିନି ପୋଲିସ୍‌ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏଏସ୍‌ଆଇଙ୍କ ହାତଟି ଶରୀରରୁ ଅଲଗା ହୋଇଯାଇଥିଲା। ଆକ୍ରମଣ ପରେ ଅଭିଯୁକ୍ତ ମାନେ ଗୁରୁଦ୍ବାର ମଧ୍ୟରେ ଲୁଚିଥିବା ବେଳେ ୭ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି। (ଏଜେନ୍ସି)

Read More

ଶ୍ରୀନଗର : ଦେଶରେ କରୋନା ଭାଇରସ୍‌ର ପ୍ରଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ଉପରକୁ ଆକ୍ରମଣ ମଧ୍ୟ ବଢିବାରେ ଲାଗିଛି । ଜମ୍ମୁ କାଶ୍ମୀରରେ ଏକ ସମାନ ଘଟଣା ସମ୍ମୁଖକୁ ଆସିଛି । ଜମ୍ମୁ କାଶ୍ମୀରର ବଡଗାମ ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ଏକ ଡାକ୍ତରୀ ଦଳକୁ ଅପହରଣ କରାଯାଇଛି । ଶେଖ୍‌ପୁରାର ଓ୍ବଥୁରା ଗ୍ରାମରେ ଏକ ପରିବାର ଦ୍ବାରା ସ୍ବାସ୍ଥ୍ୟ କର୍ମୀଙ୍କୁ ଅପହରଣ କରାଯାଇ ବନ୍ଧକ ରଖାଯାଇଥିଲା । ସ୍ଥାନୀୟ ପୋଲିସ୍‌ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଡାକ୍ତରୀ ଦଳକୁ ଉଦ୍ଧାର କରାଯିବା ସହିତ ଅପହର୍ତ୍ତା ପରିବାରକୁ ଗିରଫ କରାଯାଇଛି । ପୋଲିସ୍‌ ଉପରକୁ ପଥର ମାଡ କରାଯିବା କାରଣରୁ 3 ଜଣ ପୋଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି । ପୋଲିସ୍‌ ପକ୍ଷରୁ ପରିବାର ବିରୋଧରେ ଏକାଧିକ ମାମଲା ରୁଜୁ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଜମ୍ମୁ କାଶ୍ମୀରରେ ଶନିବାର ଦିନ ନୂତନ ଭାବରେ…

Read More