Author: Samikhsya Bureau

ମୁମ୍ବାଇ : ସରକାରଙ୍କ କରୋନା ମୁକାବିଲା ପ୍ରକ୍ରିୟାକୁ ନେଇ ଏକାଧିକ ବରିଷ୍ଠ କଂଗ୍ରସେ ନେତା ପ୍ରଶ୍ନ ଉଠାଇଥିବା ବେଳେ ଏହାକୁ ସମାଲୋଚନା କରିଛନ୍ତି ମିଲିନ୍ଦ ଦେଓରା । ବର୍ତ୍ତମାନ ଦେଶ ସଙ୍କଟମୟ ପରସ୍ଥିତି ମଧ୍ୟରେ ଗତି କରୁଥିବା ବେଳେ ଏହାକୁ ନେଇ ଶସ୍ତା ରାଜନୀତି କରାଯିବା ଅନୁଚିତ ବୋଲି ମୁମ୍ବାଇ କଂଗ୍ରେସ ମୁଖ୍ୟ ମିଲିନ୍ଦ ଦେଓରା ମତ ଦେଇଛନ୍ତି । ଦେଶବ୍ୟାପୀ ଲକ୍‌ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏହା ଦ୍ୱାରା ଖଟିଖିଆ ଶ୍ରମିକ ସର୍ବାଧିକ ପ୍ରଭାବିତ ହୋଇଥିବା ନେଇ ବରିଷ୍ଠ ନେତା କପିଲ ଶିବଲ୍ ଏବଂ ଶଶୀ ଥରୁର୍ ମତ ଦେଇଥିଲେ । ଏହା ବିରୋଧରେ ଟ୍ୱିଟ୍ଟରରେ ଲେଖିଛନ୍ତି ଦେଓରା । କୋଭିଡ୍‌-୧୯ର ମୁକାବିଲା କରିବା ପାଇଁ ପ୍ରତ୍ୟେକ ରାଜନୈତିକ ଦଳକୁ ବିରୋଧାଭାସ ଭୁଲି ଏକତ୍ର କାମ କରିବାକୁ ପଡିବ । ଉଲ୍ଲେଖଯୋଗ୍ୟ ଯେ, ରବିବାର ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦୦ ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ୨୫…

Read More

ଭୁବନେଶ୍ବର, ଗତକାଲିଠାରୁ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ ଲୋକେ ଲକଡାଉନ ଅବସ୍ଥାରେ ଘରେ ଥିବା ବେଳେ ଏପରି ଗରମ ଅସହ୍ୟ ହୋଇଯାଉଛି। ସେଥିପାଇଁ ଜିଲ୍ଲାପାଳମାନେ ସଜାଗ ରହୁନ୍ତୁ ବୋଲି ଆଜି ସ୍ବତନ୍ତ୍ର ରିଲିଫ କମିସନର ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏହି ସମୟରେ ବିଭିନ୍ନ ଅଞ୍ଚଳରେ କାମକରୁଥିବା ଅଧିକାରୀଙ୍କ ସହିତ ଭିଡିଓ କନଫ୍ରେନେସିଂ ମାଧ୍ୟମରେ କଥା ହୁଅନ୍ତୁ ବୋଲି ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ମାଲାକାନାଗିରିରେ ସର୍ବାଧିକ ତାପମାତ୍ର 40 ଡିଗ୍ରୀ ଥିବାବେଳେ ବଉଦ ଏବଂ ଟିଟିଲାଗଡରେ 39 ଡିଗ୍ରୀ ଥିଲା। ଗତକାଲି 21 ସହରରେ ତାପମାତ୍ର 35 ଡିଗ୍ରୀରୁ ଅଧିକ ଥିଲା। ଆଜି ମଧ୍ୟ ସମ ପରିମାଣରେ ଗରମ ଅନୁଭୂତ ହେବାରେ ଲାଗିଛି।

Read More

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଷ୍ଟାଇଲିସ୍ ଓପ୍‌ନର ତଥା ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର କରୋନା ମୁକାବିଲା ପାଇଁ ୧ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ନିଜର ଏମ୍‌ପି ଲାଡ୍ ଫଣ୍ଡରୁ ଗମ୍ଭୀର ଏହି ଅର୍ଥ ପ୍ରଦାନ କରିଛନ୍ତି । ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସମସ୍ତ ବିଜେପି ସାଂସଦଙ୍କୁ ନିଜ ସଂସଦୀୟ ପାଣ୍ଠିରୁ ୧ କୋଟି ଟଙ୍କା ଦାନ କରିବା ପାଇଁ କହିଥିଲେ । ଏହା ସହିତ ଗମ୍ଭୀର ନିଜର ଏକ ମାସର ବେତନ ମଧ୍ୟ ପିଏମ୍ କେୟାର ଫଣ୍ଡକୁ ପ୍ରଦାନ କରିଛନ୍ତି । ଏହା ସହିତ ଗମ୍ଭୀର ପୂର୍ବରୁ ନିଜ ଟ୍ରଷ୍ଟ ସହାୟତାରେ ଦୈନିକ ୨ ହଜାର ପ୍ୟାକେଟ୍ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି । ଗମ୍ଭୀରଙ୍କ ବ୍ୟତିତ କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁ ମଧ୍ୟ ଏକ କୋଟି ଟଙ୍କା ଏବଂ ଏକ ମାସର ବେତନ ପ୍ରଦାନ କରିଛନ୍ତି ।

Read More

ଢାକା : କରୋନା ଭାଇରସ୍ ଆତଙ୍କ କାରଣରୁ ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରଖିଛି ବାଂଲାଦେଶ । ଆସନ୍ତା ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଘରୋଇ ଓ ଅର୍ନ୍ତଜାତୀୟ ବିମାନ ଚଳାଚଳ ବନ୍ଦ ରଖିଛି ବାଂଲାଦେଶ । ବାଂଲାଦେଶ ବିମାନ ଚଳାଚଳ ମନ୍ତ୍ରାଳୟର ମୁଖପାତ୍ର ମହମ୍ମଦ ସୋହେଲ କମ୍ରୁଜ୍ଜାମାନ୍‌ଏହି ସୂଚନା ଦେଇଛନ୍ତି । ଯାତ୍ରିବାହୀ ବିମାନ ଚଳାଚଳ ବାତିଲ କରାଯାଇଥିବା ବେଳେ କାର୍ଗୋ ବିମାନ ଗୁଡିକ ର୍ପୂବପରି ଯାତାୟତ କରିବ । ଉଲ୍ଲେଖଯୋଗ୍ୟ ଯେ, ବାଂଲାଦେଶରେ ବର୍ତ୍ତମାନ ସୁଦ୍ଧା ୮ ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ବରର ବିଭିନ୍ନ ଓ୍ବାର୍ଡରେ ମୋବାଇଲ୍‌ ଭେଜିଟେବୁଲ୍‌ ଭ୍ୟାନ୍‌ ବୁଲିବ ବୋଲି ବିଏମ୍‌ସି ସୂଚନା ଦେଇଛି। ଲୋକେ ଭ୍ୟାନରୁ ସହଜରେ ପରିବା କିଣିବା ନେଇ ବିଏମ୍‌ସି ତରଫରୁ ଏନେଇ ବିଏମ୍‌ସି ବ୍ୟବସ୍ଥା କରିଛି। ସେହିପରି ରାଜଧାନୀର 41ଟି ଛୋଟ ଛୋଟ ହାଟ ନିୟମିତ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ୟୁନିଟ୍‌-1, ୟୁନିଟ୍‌-4 ଓ ସହିଦ୍‌ ନଗର ହାଟ ଚାଲୁ ପାଇଁ ନିର୍ଦ୍ଦେଶ ଥିଲା। ସମସ୍ତ ହାଟରେ ସାମାଜିକ ଦୂରତା ବଜାୟ ରଖିବାକୁ ବିଏମସି ନିର୍ଦ୍ଦେଶ ଦେଇଛି। ଲୋକଙ୍କ ପାକରେ ଖାଦ୍ୟ ପହଞ୍ଚାଇବାକୁ ଏକ ଅନଲାଇନ୍‌ ସଂସ୍ଥାକୁ ଅନୁମତି ପ୍ରଦାନ କରାଯାଇଥିବାର ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଅପରପକ୍ଷରେ ଆଜି ମାଛ ମାର୍କେଟ୍‌ରେ ସାମାଜିକ ଦୂରତ୍ବର ଖୋଲାଖୋଲି ଉଲ୍ଲଂଘନ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଲୋକେ ସାମାଜିକ ଦୂରତ୍ବକୁ ଖୋଲାଖାଲି ଊଲ୍ଲଂଘନ କରୁଥିବାର ନଜର ଆସିଥିଲା। (ଏଜେନ୍ସି)

Read More

ହାଇଦ୍ରାବାଦ : ସୁପରଷ୍ଟାର ତେଲୁଗୁ ଅଭିନେତା ତଥା ପିତା ପୁତ୍ର ଯୋଡି ନାର୍ଗାଜୁନ-ନାଗାଚୈତନ୍ୟ କରୋନା ଭାଇରସ୍ ମୁକାବିଲା ପାଇଁ ୧.୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଉଭୟ ଏହି ଅର୍ଥରାଶିକୁ ବିିଭିନ୍ନ ସିନେମା ଇଣ୍ଡଷ୍ଟ୍ରୀର ଦିନ ମଜୁରିଆଙ୍କ ନିମନ୍ତେ ବ୍ୟବହାର କରିବେ । ନାଗାର୍ଜୁନ ୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିବା ବେଳେ ନାଗା ଚୈତନ୍ୟ ୨୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ତାମିଲ ଅଭିନେତା ବିଜୟ ସେଥୁପତି, ସୂର୍ଯ୍ୟା, କର୍ଥି ଏବଂ ଶିବକୁମାର ପ୍ରତ୍ୟେକ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ପୂର୍ବରୁ ପାୱାର ଷ୍ଟାର ପୱନ୍ କଲ୍ୟାଣ ୨ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ।

Read More

ନୂଆଦିଲ୍ଲୀ: କରୋନା ଭାଇରସ୍ ମୁକାବିଲା ପାଇଁ ପେଟିଏମ୍ ପ୍ରଦାନ କରିବ ୫୦୦ କୋଟି। ଗତକାଲି ପିଏମ୍ କେୟାର୍ସ ଫଣ୍ଡ ଗଠନ ପରେ ଆଜି ପେଟିଏମ୍ ପକ୍ଷରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ୫୦୦ କୋଟି ଟଙ୍କା ସହାୟତା ଘୋଷଣା କରାଯାଇଥିବା ବେଳେ ଗ୍ରାହକଙ୍କ ଦ୍ୱାରା କରାଯାଉଥିବା ପ୍ରତି ଦେଣନେଣ ଉପରେ ୧୦ ଟଙ୍କା ଲଖୋଏଁ ପ୍ରଦାନ କରାଯିବ। କରୋନା ମହାମାରୀକୁ ପ୍ରତିହତ କରିବା ପାଇର୍ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ପ୍ରଶଂସନୀୟ, ତେଣୁ ପେଟିଏମ୍ ମଧ୍ୟ ସହଯୋଗର ହାତ ବଢାଇବାକୁ ଚାହୁଁଛି ବୋଲି ପେଟିଏମ୍ ସଭାପତି ମଧୁର ଦେଓରା ପ୍ରକାଶ କରିଛନ୍ତି। ସେହିପରି ୫ କୋଟି ଟଙ୍କାର ବିଭିନ୍ନ ସ୍ୱାସ୍ଥ୍ୟ ଉପକରଣ ମଧ୍ୟ ନିର୍ମାଣ କରୁଛି ପେଟିଏମ୍।  (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା: କରୋନା ସହ ମୁକାବିଲା କରିବା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି । ରାସ୍ତା ଘାଟ ଶୂନ୍‌ଶାନ ରହୁଥିବାବେଳେ ବି ଦୁର୍ଘଟଣା ପରି ଘଟଣା ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି । ଏଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌ ସହ ଏକ କାର୍‌ ପିଟି ହୋଇଯାଇଛି   ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ନିରାକାରପୁର ଥାନା ରାମେଶ୍ବର ପେଟ୍ରୋଲ୍‌ ପମ୍ଫ ପାଖରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ କାର୍‌ ଓ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ ।

Read More

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା 25କୁ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଭାରତରେ 1040 କରୋନା ମାମଲା ସାମ୍ନାକୁ ଆସିଥିବାବେଳେ  928 ଜଣ ଏବେ ଏହି ରୋଗରେ ସକ୍ରିୟ ରହିଛନ୍ତି । ସେହିପରି 86 ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି।  ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହା ତଳକୁ କେରଳ ରହିଛି । ମହାରାଷ୍ଟ୍ରରେ 193 ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ 6 ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି କେରଳରେ 182 ଜଣ ଆକ୍ରାନ୍ତ ହୋଇଥିବାବେଳେ ଜଣକର ମୃତ୍ୟୁ ହୋଇଛି । ସେହିପରି କର୍ଣ୍ଣାଟକରେ ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ ପାଞ୍ଚଜଣଙ୍କର ଜମ୍ମୁକାଶ୍ମୀରରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । କରୋନା ଯୋଗୁଁ ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଥିବାବେଳେ ଏନେଇ କରୋନା ନେଇ ଗୁଜବ ପ୍ରସାରିତ କରୁଥିବା ଅଭିଯୋଗରେ ମହାରାଷ୍ଟ୍ରରେ…

Read More

ବେଜିଂ, ସାରା ବିଶ୍ବକୁ ଏକ ସାଂଘାତିକ ସ୍ଥିତିରେ ପକାଇ ଦେଇଥିବା ଚୀନର ଉହାନ ସହର ବର୍ତ୍ତମାନ ବିପଦମୁକ୍ତ। ଦୀର୍ଘ ଦୁଇମାସ ଧରି ସେଠାରେ ଲକଡାଉନ ଜାରୀ ହେବା ଏବଂ ସ୍ବାସ୍ଥ୍ୟକର୍ମିଙ୍କ ଉଦ୍ୟମ ପରେ ଉହାନରୁ କରୋନା ଉଭେଇ ଯାଇଛି। ସ୍ଥିତିରେ ସୁଧାର ଆସିବା ପରେ ପ୍ରଥମେ ସେହି ସ୍ଥାନରୁ ଲକଡାଉନକୁ ପ୍ରତ୍ୟାହାର କରି ନିଆଗଲା। ହେଲେ ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ ରଖା ଯାଇଥିଲା। ହେଲେ ଆଉ ନୂଆ ରୋଗୀ ନ ଆସିବା ପରେ ଶେଷରେ ସ୍ବାସ୍ଥ୍ୟ କର୍ମିଙ୍କୁ ମଧ୍ୟ ସରକାର ପ୍ରତ୍ୟାହାର କରିନେଲେ। ଚୀନର ଏହି ଉହାନ ସହରରେ ଯେତେବେଳେ କରୋନା ଭାଇରସକୁ ଠାବ କରାଗଲା ସେତେବେଳେ ସାରା ବିଶ୍ବ ଚକିତ ହୋଇଗଲା। କାରଣ ଚୀନର ଏହି ସହରରେ ସାରା ବିଶ୍ବର ଲୋକ ଯାତାୟତ କରିଥାନ୍ତି। ଚାହୁଁ ଚାହୁଁ ସାରା ବିଶ୍ବକୁ ଏହି ଭାଇରସ ବ୍ୟାପିବାରେ ଲାଗିଲା। ଧିରେଧିରେ ଆକ୍ରନ୍ତ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢିବାରେ ମଧ୍ୟ ଲାଗିଲା। ଚୀନର…

Read More

ସ୍ପେନ୍‌ : କରୋନା ଭାଇରସ୍‌ ଯୋଗୁଁ ସ୍ପେନ୍‌ର ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ ହୋଇଛି । 86 ବର୍ଷୀୟା ରାଜକୁମାରୀଙ୍କ ମୃତ୍ୟୁ ନେଇ ତାଙ୍କ ଭାଇ ରାଜକୁମାର ସିସ୍କୋଟ୍‌ ଏନରେିକ୍‌ ଡି ବରବୀନ୍‌ ଏକ ଫେସବୁକ୍‌ ପୋଷ୍ଟରେ ସୂଚନା ଦେଇଛନ୍ତି । ରାଜକୁମାରୀଙ୍କ ମୃତ୍ୟୁ 26 ତାରିଖରେ ହୋଇଥିବାର ଜଣାପଡିଛି । ନୋବେଲ୍‌ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଯୋଗୁଁ ରାଜକୁମାରୀଙ୍କର ଚିକିତ୍ସ ଚାଲିଥିଲା । କିନ୍ତୁ ପରିଶେଷରେ ତାଙ୍କର ମୃତ୍ୟୁ ହୋଇଛି । ଦୁନିଆରେ କରୋନା ଜନିତ ପ୍ରଥମ ରୟାଲ୍‌ ମୃତ୍ୟୁ ଭାବେ ସ୍ପେନ୍‌ର ରାଜକୁମାରୀଙ୍କର ମୃତ୍ୟୁ ହୋଇଛି । ଚୀନ୍‌ରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭୟାନକ କରୋନା ୟୁରୋପରେ ବେଶ୍‌ ତାଣ୍ଡବ ସୃଷ୍ଟି କରିଛି । ଇଟାଲୀ ଓ ସ୍ପେନ୍‌ରେ ଏହା ପ୍ରବଳ ମାତ୍ରାରେ କାୟା ବିସ୍ତାର କରିଛି । ସ୍ପେନ୍‌ରେ 5000 ରୁ ଅଧିକ ଲୋକଙ୍କର ମୃତ୍ରୁ ହୋଇଥିବାବେଳେ ସତୁରୀ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ…

Read More

ତାମିଲନାଡୁ : ଚୀନରୁ ବୁହାନ ସହରରୁ ବ୍ୟାପିଥିବାବେଳେ ଭାରତରେ ବି ଏହାର କାୟା ବିସ୍ତାର କରିଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଥିବାବେଳେ ମୃତକଙ୍କ 24ରେ ପହଞ୍ଚିଛି। କରୋନା ସ୍ଥିତିକୁ ଦେଖି ଦେଶରେ ଲକ୍‌ଡାଉନ୍‌ ଚାଲିଥିବାବଳେଳ ତାମିଲନାଡୁର ଥେନି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତାମିଲନାଡୁର ଥେନି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ମିଳିଛି। ଏଠାରେ ଜଣେ ବ୍ୟକ୍ତି କ୍ବାରେଣ୍ଟାଇନ୍‌ରୁ ଚମ୍ପଟ୍‌ ମାରିଛି। ଏହି ବ୍ୟକ୍ତିଜଣକ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚମ୍ପଟ୍‌ ମାରିଥିବବେଳେ 90 ବର୍ଷୀୟ ବୃଦ୍ଧାଙ୍କ ବେକ କାଟି ଦେଇଛନ୍ତି। ହୋମ୍‌ କ୍ବାରେଣ୍ଟାଇନ୍‌ରୁ ବ୍ୟକ୍ତିଜଣକ ବିନା କପଡାରେ ବାହାରି ଚମ୍ପଟ ମାରିବାକୁ ବସିଥିବାବେଳେ ବୃଦ୍ଧାଙ୍କର ବେକ କାଟି ଦେଇଛନ୍ତି। ଏହାପରେ ବୃଦ୍ଧା ଜଣକ ଚିତ୍କାର କରିଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କୁ ଡାକ୍ତର ମୃତ ଘୋଷିତ କରିଥିଲେ। ମିଳିଥିବା ସୂଚନା ଅନୁସାରେ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚମ୍ପଟ ମାରିଥିବା…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ: କୁଜଙ୍ଗ ମତ୍ସ୍ୟବିଭାଗର ଅତିରିକ୍ତ ମତ୍ସ୍ୟଅଧିକାରୀ  ମାନସରଂଜନ ସାହୁଙ୍କ ଗତକାଲି ଅପରାହ୍ନ ସମୟରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣାପଡ଼ିଛି । ତାଙ୍କ ଆଖିରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଛି । ଶ୍ରୀଯୁକ୍ତ ସାହୁ ଗତକାଲି ବିଭାଗୀୟ କାର୍ଯ୍ୟ କାର୍ଯ୍ୟାଳୟରେ ସମ୍ପାଦନ କରି ତାଙ୍କ କଟକସ୍ଥିତ ବାସଭବନ ଅଭିମୁଖେ ସ୍କୁଟି(ଓଡ଼ି୦୫ଏକ୍ୟୁ୮୮୯୮)ଯୋଗେ ଯାଉଥିଲେ । କଟକ-ପାରାଦୀପ ରାଜ୍ୟ ରାଜପଥର ପଥୁରିଆ ଛକ ନିକଟରେ ଏକ ଭାରୀଯାନ ତାଙ୍କ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସିଥିଲା । ଫଳରେ ସେ ଭାରସାମ୍ୟ ହରାଇ ରାସ୍ତାର ବାମପାର୍ଶକୁ ଯାଇ ପଡ଼ିଯାଇଥିଲେ । ତାଙ୍କ ଆଖିରେ ଗଭୀର କ୍ଷତ ହୋଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି । କୁଜଙ୍ଗ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବାପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଗୁରୁତର ଅବସ୍ଥାରେ ଶ୍ରୀଯୁକ୍ତ ସାହୁଙ୍କୁ କୁଜଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରକୁ…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ: କୁଜଙ୍ଗବ୍ଳକ ଅନ୍ତର୍ଗତ କାଠକୋଟ ପଂଚାୟତରେ ସମ୍ଭାବ୍ୟ କରୋନା ଅକ୍ରାନ୍ତ ମାନଙ୍କ ପାଇଁ ସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମିତ ହୋଇଥିବା ଜଣାପଡ଼ିଛି । ପଂଚାୟତର ବାଣସରାସ୍ଥିତ ବନ୍ୟା ଆଶ୍ରୟସ୍ଥଳୀ ପରିସରମଧ୍ୟରେ ଦୁଇଟି ପ୍ରକୋଷ୍ଟରେ ୧୨ଟି ସୁସଜ୍ଜିତ ଶଯ୍ୟା ରହିଥିବାବେଳେ ପ୍ରତ୍ୱେକ ଶଯ୍ୟା ନିକଟରେ ସାନିଟାଇଜର, ସାବୁନ ପ୍ରସ୍ତୁତ ରହିଛି । ସେହିପରିଭାବେ ଜେନେରେଟର ସହିତ ବ୍ୟବହାର ଉପଯୋଗୀ ଟୟଲେଟ୍‌, ରୋଷେଇଶାଳା ପ୍ରଭୃତି ପ୍ରସ୍ତୁତ ରହିଥିବା ଜଣାପଡ଼ିଛି । ପଂଚାୟତର ସରପଂଚ ମିହିରରଞ୍ଜନ ପଟ୍ଟନାୟକ କୁଜଙ୍ଗ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏହି ସମସ୍ତ ପ୍ରସ୍ତୁତି କରିଥିବା ପ୍ରକାଶ କରିଛନ୍ତି।

Read More

ସମୀକ୍ଷା ବ୍ୟୁରୋ ସୁନ୍ଦରଗଡ : ସୁନ୍ଦରଗଡଠାରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଛି । ସଦର ଥାନା ତିନିକୁଡି ଗ୍ରାମରେ ବିଳମ୍ବିତ ରାତ୍ରିରେ ଏଭଳି ଏକ ଅମାନୁଷିକ କାଣ୍ଡ ଘଟିଛି । ଘରୋଇ କଳିରୁ ବାପାଙ୍କୁ ପୁଅ ହତ୍ୟା କରିଥିବାର ଅଭିଯୋଗ ହୋଇଛି । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅଭିଯୁକ୍ତ ପୁଅକୁ ଅଟକ ରଖିଛି ।

Read More

କେଦାର ମିଶ୍ର କରୋନା ଆଜି ପୃଥିବୀର ପ୍ରତ୍ୟେକ ଘର ଆଗରେ “କୋକୁଆ” ଭଳି ଠିଆ ହୋଇଛି।  “କୋକୁଆ” ଶବ୍ଦଟି ବିଷୟରେ ଆମର ପୃଥିବୀ ବିଲକୁଲ ଅବଗତ ନୁହେଁ, କାରଣ ଏ ଶବ୍ଦ ଓ ଚରିତ୍ର ତିଆରି କରିଥିଲେ ଓଡିଆ କବିତାର ପ୍ରଥମ ମହାକବି ସାରଳା ଦାସ। ପଞ୍ଚଦଶ ଶତାବ୍ଦୀର ଜଣେ ଓଡିଆ କବି ଲେଖିଥିବା “କୋକୁଆ” ସହିତ “କରୋନା”ର ସମ୍ପର୍କ କଣ? କୋକୁଆର ବର୍ଣ୍ଣନା କରିବାକୁ ଯାଇ ସାରଳା ଦାସ କୃଷ୍ଣଙ୍କ ତୁଣ୍ଡରେ କୁହାଉଛନ୍ତି ଯେ- “କୋକୁଆର ଯୋଜନ ଯୋଜନ ଲମ୍ବା ହାତ ଓ ସାତଟି ଆଖି। ନଅଟା ଡେଣା ଲଗାଇ ସେ ଆକାଶରେ ଏକାକୀ ଉଡୁଥାଏ। ଯୋଜନ ବିସ୍ତାରୀ ତାର ତୁଣ୍ଡ ଓ ପେଟ। ସେ ଯାହାକୁ ପାରିଲା ତାକୁ ଗୋଟେଇ ନେଇ ଖାଇପକାଏ”। ଗୋଟେ ମହାମାରିର ମେଟାଫର ୟାଠୁ ଅଲଗା ହୋଇପାରିବନି। ତେବେ ସାରଳା ଦାସଙ୍କ କୋକୁଆ କେବଳ ଏକ କଳ୍ପନାର ଭୟ ଥିବା ବେଳେ କରୋନା କିନ୍ତୁ…

Read More

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ସମୟରେ ଦିଲ୍ଲୀରୁ ଚାଲି ଚାଲି ମୁରୈନ୍‌ର ବଡଫେରା ଗ୍ରାମକୁ ଯାଉଥିବା ଜଣେ 39 ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣକ ଦିଲ୍ଲୀରୁ ଚାଲି ଚାଲି ବଡ଼ଫେରା ଗ୍ରାମକୁ ଆସୁଥିଲେ। ଆଗରାର ସିକନ୍ଧରା ଥାନା ନିକଟରେ ଏହି ଯୁବକଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଏହି ବ୍ୟକ୍ତିଜଣକ ନିଜର ତିନି ସାଥୀଙ୍କୁ ନେଇ ପାଦରେ ଚାଲି ଚାଲି ବଡଫେରା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସନ୍ଧ୍ୟା 6ଟା ସମୟରେ ବ୍ୟକ୍ତି ଜଣକ ନିଜ ଭଉଣୀକୁ ଫୋନ୍ କରି ଫରିଦାବାଦ୍‌ ନିକଟରେ ପହଞ୍ଚିଥିବାର ସୂଚନା ଦେଇକହିଥିଲେ ଯେ, ସେ ଖୁବ୍‌ ଶୀଘ୍ର ଘରେ ପହଞ୍ଚିବେ। କିନ୍ତୁ ସକାଳ ସାଢେ ଛ‘ଟା ସମୟରେ ସିକନ୍ଦରା ଥାନା ଅନ୍ତର୍ଗତ ଏକ ସଡକ ନିକଟରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଭୋକଉପାସ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବାର ତାଙ୍କ ସମ୍ପର୍କୀୟମାନେ କହୁଛନ୍ତି। କିନ୍ତୁ ପୋଷ୍ଟମର୍ଟମ୍‌ରୁ ହୃଦ୍‌ଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି।…

Read More

ଜମ୍ମୁକାଶ୍ମୀର : ଜମ୍ମୁକାଶ୍ମୀରରୁ କରୋନା ଭାଇରସ୍‌ ଯୋଗୁଁ ଆଉ ଜଣକର ମୃତ୍ୟୁ ହୋଇଛି । ଏହି ପୀଡ଼ିତଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। କାଶ୍ମୀରର ବାରମୂଲା ଜିଲ୍ଲାର ଏହି ବ୍ୟକ୍ତି ଜଣଙ୍କ ବୟସ 62 ବର୍ଷ। ସେ ହୃଦରୋଗରେ ପୀଡ଼ିତ ଥିବାବେଳେ ଆଜି ସକାଳ 4ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଗୁରୁବାର ଦିନ ଜମ୍ମୁକାଶ୍ମୀରର ହୈଦରପୁରଠାରେ ମଧ୍ୟ 65 ବର୍ଷୀୟ ବ୍ୟକ୍ତିଙ୍କର କରୋନା ଜନିତ ମୃତ୍ୟୁ ହୋଇଥିଲା। ଭାରତରେ କରୋନା ଜନିତ ମୃତ୍ୟୁ ଏବେ 21ରେ ପହଞ୍ଚିଥିବାବେଳେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି। ଏହା ପଛକୁ କେରଳ ରହିଛି। ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ପାଞ୍ଚ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି।

Read More

ନୂଆଦିଲ୍ଲୀ : ଭୟାନକ କରୋନା ସାରା ବିଶ୍ବରେ ତା’ର ପ୍ରକୋପ ଜାରି ରଖିଥିବାବେଳେ ଦୁନିଆର 199ଟି ଦେଶ ଏବେ ତା’ର କବଳରେ। ବିଶ୍ବରେ ସାଢେ ଛଅ ଲକ୍ଷରୁ ଅଧିକ ସଂକ୍ରମିତ ମାମଲା ସାମ୍ନାକୁ ଆସିଥିବାବେଳେ 31 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂନା ରହିଛି। ସେହିପରି 42 ହଜାର ଲୋକ ସୁସ୍ଥ ହୋଇଛନ୍ତି। ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ବିଶ୍ବରେ କରୋନା ଜନିତ ସର୍ବାଧିକ ମୃତ୍ୟୁ ଇଟାଲୀରେ ହୋଇଛି। ଏଠାରେ ମୃତକଙ୍କ ସଂଖ୍ୟା ଦଶହଜାର ପାର୍‌ କରିଥିବାବେଳେ ସଂକ୍ରମିତ ମାମଲା 92ହଜାର 472ରେ ପହଞ୍ଚିଛି। ଇଟାଲୀ ପରକୁ ରହିଛି ସ୍ପେନ୍‌। ଏଠାରେ ଏପର୍ଯ୍ୟନ୍ତ ପାଞ୍ଚ ହଜାର 992 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 73 ହଜାର 235ରେ ପହଞ୍ଚିଛି। ସେହିପରି ଆମେରିକାରେ ମଧ୍ୟ ଚୀନଠାରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଆମେରିକାରେ ଏକ ଲକ୍ଷ 23 ହଜାର 750ଟି ସଂକ୍ରମିତ ମାମଲା ସାମ୍ନାକୁ ଆସିଥିବାବେଳେ 2,227ଜଣଙ୍କର…

Read More

ଗୁଜୁରାଟ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟସରକାରମାନେ ମୁକାବିଲା କରିବା ପାଇଁ କଡା ପଦକ୍ଷେପ ନେଉଛନ୍ତି। ଏହି କ୍ରମେ ଗୁଜୁରାଟ ସରକାର କରୋନା ସଂକ୍ରମିତଙ୍କ ଦେଖାରେଖା ପାଇଁ ମାତ୍ର 6 ଦିନରେ 2200 ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ ପ୍ରସ୍ତୁତ କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏଠାରେ କରୋନା ରୋଗୀଙ୍କୁ ସବୁପ୍ରକାରର ଚିକିତ୍ସା ମିଳିପାରି । ସେହିପରି କୋଭିଡ -19 ସମ୍ବନ୍ଧୀୟ ଚାରୋଟି ବିଶେଷ ହସ୍ପିଟାଲ୍‌ର ଆରମ୍ଭ କରିଛନ୍ତି । ଏହା ଅହାମଦାବାଦ, ରାଜକୋଟ୍‌, ସୁରତ୍‌ ଓ ବଡଦୋରଠାରେ ପ୍ରସ୍ତୁତ କରାଯାଇଛି । ଏହି ହସ୍ପିଟାଲଗୁଡିକୁ ଚାରି ଉଚ୍ଚ ଅଧିକାରୀଙ୍କ ଦାୟିତ୍ବରେ ରହିଛି। ସୁରତଠାରେ କୋଭିଡ୍‌-19 ପାଇଁ ସ୍ପେଶାଲ୍‌ ହସ୍ପିଟାଲ୍‌ରେ 40ଟି ଆଇସିୟୁ ଶଯ୍ୟା, ଓ 140 ଟି ସାଧାରଣ ଶଯ୍ୟା ପ୍ରସ୍ତୁତ କରାଯାଇଛି । ସେହିପରି ବଡଦୋରାଠାରେ 50ଟି ଆଇସିୟୁ ଶଯ୍ୟା, 200ଟି ସାଧାରଣ ଶଯ୍ୟା…

Read More

ବିହାର : ବିହାରର ମୁଖ୍ୟମନ୍ତ୍ରୀ ନିତୀଶ୍‌ କୁମାର ପ୍ରବାସୀ ଶ୍ରମିକ ବା ଖଟିଖିଆଙ୍କ ପାଇଁ ସୀମାବର୍ତ୍ତୀ ଜିଲ୍ଲାରେ କ୍ୟାମ୍ପ୍‌ ନିର୍ମାଣ କରିବାର ଘୋଷଣା କରିଛନ୍ତି । ନୀତିଶ୍‌ କୁମାର ଘୋଷଣା କରି କହିଛନ୍ତି ଯେ, ଅନ୍ୟ ରାଜ୍ୟରୁ ବିହାରକୁ ଆସିଥିବା ପ୍ରବାସୀ ଶ୍ରମିକମାନଙ୍କ ରହିବା ଲାଗି କ୍ୟାମ୍ପ୍‌ ନିର୍ମାଣ କରାଯିବ । ଏହି କ୍ୟାମ୍ପରେ ଅନ୍ୟ ରାଜ୍ୟରୁ ଆସିଥିବା ଶ୍ରମିକ ବା ଖଟିଖିଆମାନଙ୍କୁ ରଖାଯିବ । ଏହି କ୍ୟାମ୍ପ୍‌ରେ ଭୋଜନ ସହିତ ଡାକ୍ତରୀ ଚିକିତ୍ସା ମଧ୍ୟ ଯୋଗାଇ ଦିଆଯିବ । ଶନିବାର ଦିନ ରାଜ୍ୟରେ ଏକ ଉଚ୍ଚଅଧିକାରୀ ବୈଠକରେ ବିହାରର ମୁଖ୍ୟମନ୍ତ୍ରୀ ଏପରି ଏକ ନିଷ୍ପତ୍ତି ନେଇଛନ୍ତି।  ସେହିପରି ନୀତିଶ୍‌ କୁମାର ରାଜ୍ୟରେ କରୋନା ସହ ମୁକାବିଲା କରିବାପାଇଁ ଗଠିତ ଏକ ଫଣ୍ଡ୍‌କୁ ବିଧାୟକ ଫଣ୍ଡ୍‌ରୁ 7 କୋଟି ଟଙ୍କା ଦାନ ଦେବାକୁ ଘୋଷଣା କରିଛନ୍ତି । କରୋନା ସହ ମୁକାବିଲା ପାଇଁ ଭାରତ ସରକାର ଜାରି କରିଥିବା 21 ଦିନିଆ…

Read More