ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ତା’ର ତାଣ୍ଡବ ରଚୁଥିବାବେଳେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 1000 ଟପି ସାରିଲାଣି । ସବୁଠୁ ଅଧିକାଂଶ ଆକ୍ରାନ୍ତ ମହାରାଷ୍ଟ୍ରରେ ରହିଛନ୍ତି । କରୋନା ଭାଇରସ୍ ଯୋଗୁଁ ଭାରତ ସରକାର 21 ଦିନିଆ ଲକ୍ ଡାଉନ୍ର ଘୋଷଣା କରିଛନ୍ତି । ଆଜି ଲକ୍ ଡାଉନ୍ର ପଞ୍ଚମ ଦିବସ ହୋଇଥିବାବେଳେ ସାରା ଦେଶ ଏକ ପ୍ରକାର ଠପ୍ ହୋଇଥିବାବେଳେ ଖଟିଖିଆ ଓ ଶ୍ରମିକମାନେ ନିଜ ନିଜ ଘରକୁ ପଳାୟନ କରୁଥିବାବେଳେ ଏହା ସରକାରଙ୍କ ପାଇଁ ଏକପ୍ରକାରର ଚ୍ୟାଲେଞ୍ଜ ପାଲଟି ଯାଇଛି । ଭାରତରେ କରେନା ମୃତ୍ୟୁ ସଂଖ୍ୟା 20ରେ ପହଞ୍ଚିଥିବାବେଳେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 1029ରେ ପହଞ୍ଚିଛି। ସେହିପରି 85 ଜଣ ସୁସ୍ଥ ହୋଇ ଫେରିଯାଇଛନ୍ତି। ସର୍ବାଧିକ ମହାରାଷ୍ଟ୍ରରେ 186ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ ମାର୍ଚ୍ଚ 15 ରେ ଦେଶରେ…
Author: Samikhsya Bureau
ନୂଆଦିଲ୍ଲୀ, କରୋନା ସଂକ୍ରମଣର ଭୟାଭୟତାକୁ ଦୃଷ୍ଟିରେ ରଖି ଲକଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ବିଦ୍ୟୁତ ଉତ୍ପାଦନ, ସରବରାହ, ବଂଟନ ଓ ଏହାର ପଦ୍ଧତିଗତ କାର୍ଯ୍ୟକ୍ରମରେ ବିଭାଗୀୟ କର୍ମଚାରୀମାନେ ଅହୋରାତ୍ର ଉଦ୍ୟମ ଜାରି ରଖିଛନ୍ତି । ଏଭଳି ଜଟିଳ ପରିସ୍ଥିତିରେ ଶକ୍ତି ମନ୍ତ୍ରଣାଳୟ ଏହାର ସମସ୍ତ ଉପଭୋକ୍ତାମାନଙ୍କୁ ବିଜୁଳି ଶକ୍ତି ଯୋଗାଇବାରେ ପ୍ରତିଶୃତିବଦ୍ଧ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ ରାଜ କୁମାର ସିଂ କହିଛନ୍ତି । ଶକ୍ତିମନ୍ତ୍ରୀ କହିଛନ୍ତି ଯେ, ଦେଶର ଶତକଡା ୭୦ ଭାଗ ବିଦ୍ୟୁତ ଶକ୍ତି ତାପଜ ଶ୍ରେଣୀୟ । ସେ ଦୃଷ୍ଟିରୁ ତାପଜ ଶକ୍ତି କେନ୍ଦ୍ରଗୁଡିକୁ କୋଇଲାର ନିରବଚ୍ଛିନ୍ନ ପରିବହନ ଯେପରି ଜାରି ରହେ, ତାଙ୍କ ମନ୍ତ୍ରଣାଳୟ ରେଳ ଓ କୋଇଲା ମନ୍ତ୍ରଣାଳୟ ସହିତ ଯୋଗାଯୋଗରେ ରହିଛି । ଲକଡାଉନ ଯୋଗୁଁ ଉପଭୋକ୍ତାମାନେ ବିଦ୍ୟୁତ ବଂଟନକାରୀ କମ୍ପାନୀଗୁଡିକୁ ସେମାନଙ୍କ ଦେୟ ଯଥା ସମୟରେ ପୈଠ କରିପାରୁନାହାନ୍ତି। ସେ ଦୃଷ୍ଟିରୁ ବଂଟନକାରୀ କମ୍ପାନୀଗୁଡିକ ବିଦ୍ୟୁତ ଉତ୍ପାଦନ ଓ ସରବରାହ ସଂସ୍ଥାଗୁଡିକୁ…
ନୂଆଦିଲ୍ଲୀ, କୋଭିଡ-୧୯ ବା କରୋନା ସଂକ୍ରମଣ ରୋକିବାକୁ ଭାରତର ପ୍ରୟାସ, ଆରମ୍ଭରୁ ସକ୍ରିୟ ଭାବେ ଚାଲୁରହିଛି। ଜାନୁଆରୀ ୩୦ରେ କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଏକ ସ୍ୱାସ୍ଥ୍ୟଗତ ଜରୁରୀ ଅବସ୍ଥା ଘୋଷଣା କରିବା ପୂର୍ବରୁ ଭାରତ ଏହି ରୋଗର ମୁକାବିଲା ପାଇଁ ଏକ ପୂର୍ଣ୍ଣାଙ୍ଗ ପ୍ରତିରୋଧ ବ୍ୟବସ୍ଥା ଗ୍ରହଣ କରି ପ୍ରଥମେ ନିଜର ସୀମାନ୍ତରେ ତାହାକୁ କାର୍ଯ୍ୟକାରୀ କରିଥିଲା। ତଦନୁସାରେ ସୀମାନ୍ତ ପଥଗୁଡ଼ିକର ଗମନାଗମନ ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଥିଲା। ଏହାପରେ ବିମାନ ଯୋଗେ ଭାରତକୁ ଆସୁଥିବା ବିଦେଶୀ ଯାତ୍ରୀମାନଙ୍କର ପରୀକ୍ଷା (ସ୍କ୍ରିନିଂ) ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏଥି ସହିତ ଭାରତ ସରକାର ଭିସା ବ୍ୟବସ୍ଥାକୁ ଅସ୍ଥାୟୀଭାବେ ବନ୍ଦ କରିବା ସହ ଆନ୍ତର୍ଜାତିକ ବିମାନ ଚଳାଚଳକୁ ଦେଶରେ ନିଷିଦ୍ଧ କରିଥିଲେ। ଅନ୍ୟ କୌଣସି ଦେଶ ଏହା କରିବା ପୂର୍ବରୁ ଭାରତ ତାହା ପ୍ରଥମେ କରିଥିଲା। ଜାନୁଆରୀ ୧୮ରୁ ଚୀନ ଓ ହଂକଂରୁ ଭାରତ ଆସୁଥିବା ଆନ୍ତର୍ଜାତିକ ଯାତ୍ରୀମାନଙ୍କର…
ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ହୋଇଛି । ଏହା ଦ୍ବାରା କୃଷି ଓ ଆନୁସଙ୍ଗିକ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା କରି କୃଷି ଉପରୁ କଟକଣା ହଟାଇଛନ୍ତି ସରକାର । ଏହା ଦ୍ବାରା ଫସଲ କାଟିବାରେ କୌଣସି ଅସୁବିଧା ହେବନାହିଁ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ତଥା ପଂଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହା ଘୋଷଣା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି । ଲକଡାଉନ କାରଣରୁ କୃଷକମାନଙ୍କ ପାଇଁ ଫସଲ ଏବଂ ଉତ୍ପାଦିତ ଫସଲ ମଣ୍ଡିରେ ପହଁଚାଇବା କ୍ଷେତ୍ରରେ ବାଧା ଉତ୍ପନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ କୌଣସି ନିଷ୍ପତି ନେବା ଲାଗି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦାବି ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
ରମେଶ ମହାନ୍ତି ଜଗତସିଂହପୁର : ଦେଶବ୍ୟାପୀ ଲକ୍ଡାଉନ୍ ସମୟରେ ଲକ୍ଡାଉନ୍ ଉଲ୍ଲଂଘନ କାରଣରୁ ଜଗତସିଂହପୁର ଅଞ୍ଚଳରେ 9 ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହିତ 4ଟି ବାଇକ୍ ଜବତ କରାଯାଇଛି । 27 ତାରିଖରୁ 28 ତାରିଖ ସକାଳ ସୁଦ୍ଧା ଏହି ମାମଲା ରୁଜୁ କରାଯିବା ସହିତ ଗିରଫ କରାଯାଇଛି । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଏହି ମାମଲା ରୁଜୁ କରାଯାଇଛି । ରଘୁନାଥପୁର ବ୍ଲକ୍ରେ ଦୁଇଟି ମାମଲା ରୁଜୁ କରାଯିବା ସହିତ ଦୁଇଟି ବାଇକ୍ ଜବତ କରାଯାଇଥିବା ବେଳେ ତିର୍ତ୍ତୋଲ ବ୍ଲକ୍ରେ 3ଟି ମାମଲାର ରୁଜୁ କରାଯାଇ ଦୁଇଟି ବାଇକ୍ ଜବତ କରାଯାଇଛି । କୁଜଙ୍ଗ, ବନ୍ଦର ମେରାଇନ୍, ଏରସମା ପ୍ରତ୍ୟେକ ଅଞ୍ଚଳରେ ଗୋଟିଏ ଲେଖାଏଁ ମାମଲା ରୁଜୁ କରାଯାଇଥିବା ବେଳେ ପାରାଦୀପ୍ ଲକ୍ରେ ଦୁଇଟି ମାମଲା ରୁଜୁ କରାଯାଇଛି । ଏହି ସମୟରେ ସମୁଦାୟ 36ଟି ଗାଡିକୁ ଯାଞ୍ଚ କରାଯାଇଥିବା ବେଳେ 12 ହଜାର ଟଙ୍କାର…
ଲକ୍ଷ୍ନୌ : ଦେଶରେ କରୋନା ଆତଙ୍କର ମୁକାବିଲା କରିବା ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏକାଧିକ କ୍ରିକେଟର ଏବଂ ବଲିଉଡ୍ କଳାକାର ସହାୟତାର ହାତ ବଢାଇଛନ୍ତି । ବର୍ତ୍ତମାନର ଭାରତୀୟ ଦଳର କୌଣସି ସଦସ୍ୟ ସହାୟତା ପ୍ରଦାନ କରିନଥିବା ବେଳେ ଷ୍ଟାଇଲିସ୍ ବାମହାତୀ କ୍ରିକେଟର ସୁରେଶ ରାଇନା 52 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ପିଏମ୍ କେୟାର ଫଣ୍ଡକୁ ରାଇନା 31 ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପରିଚାଳନା ଫଣ୍ଡକୁ 21 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ପୂର୍ବରୁ କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ 25 ଲକ୍ଷ ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ, କରୋନା ରୋଗ ବର୍ତ୍ତମାନ ଯେପରି କାୟା ବିସ୍ତାର କରିବାରେ ଲାଗିଛି, ସେଥିରୁ ମୁକୁଳିବା ପାଇଁ ଯଥେଷ୍ଠ ପରିମାଣର ମାନବ ସମ୍ବଳ, ମେଡିକାଲ ଉପରଣ ଏବଂ ଶଯ୍ୟାର ଆବଶ୍ୟକ ରହିଛି। କାରଣ ବର୍ତ୍ତମାନ ବର୍ତ୍ତମାନ ଯେତିକି ପରିମାଣର ମେଡିକାଲ ଉପକରଣ ହେଉ କିମ୍ବା ହସପିଟାଲ ବେଡ ଅଛି ତାହା ଅଣ୍ଟିବ ନାହିଁ। ଏସବୁକୁ ବୃଦ୍ଧି କରିବାରେ ସରକାରଙ୍କ ପର୍ଯ୍ୟାପ୍ତ ପରିମାଣର ଅର୍ଥର ମଧ୍ୟ ଆବଶ୍ୟକତା ରହିଛି। ଏପରି ପରିସ୍ଥିତିରେ ସରକାରଙ୍କୁ ସହାୟତା କରିବା ପାଇଁ ଦେଶର ପ୍ରମୁଖ ଶିଳ୍ପପତିମାନେ ଆଗେଇ ଆସିଛନ୍ତି। ଏହି ବଦାନ୍ୟତାରେ ବର୍ତ୍ତମାନ ଯେ ଚର୍ଚ୍ଚାରେ ଅଛନ୍ତି ସେ ହେଉଛନ୍ତି ଟାଟା ଟ୍ରଷ୍ଚ ଏବଂ ଟାଟା ସନସର ଅଧ୍ୟକ୍ଷ ରତନ ଟାଟା। ସେ ଦେଶର ଏପରି ଜରୁରୀ ପରିସ୍ଥିତିରେ ସରକାରଙ୍କୁ 500 କୋଟି ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଟଙ୍କା ସରକାର 5ଟି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଖର୍ଚ୍ଚ କରନ୍ତୁ ବୋଲି ରତନ ଟାଟା…
ନୂଆଦିଲ୍ଲୀ : ଏକ ମାସ ପାଇଁ ଭଡାଟିଆଙ୍କୁ ଘରଭଡା ମାଗି ପାରିବେ ନାହିଁ ଘରମାଲିକ । ନୋଇଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ଦିନ ମଜୁରିଆ ଏବଂ ଅନ୍ୟାନ୍ୟ ଗରିବ ଶ୍ରେଣୀର ଲୋକଙ୍କ ଆୟର କୌଣସି ପନ୍ଥା ନଥିବାରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ଜିଲ୍ଲାପାଳ ବି ଏନ୍ ସିଂଙ୍କ ପକ୍ଷରୁ ଶନିବାର ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ନୋଇଡାର ଗୌତମ ବୁଦ୍ଧ ନଗର ପାଇଁ ଏହି ନୂତନ ନିୟମ ଜାରି କରାଯାଇଛି । ଉତ୍ତରପ୍ରଦେଶ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଆଇନ 2015 ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି । ଘରଭଡା ପାଇଁ ବିଭିନ୍ନ ସ୍ଥାନରୁ ଭଡାଟିଆଙ୍କୁ ଖାଲି କରାଯିବା ପରେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଏହି ନିୟମର ଖିଲାପ କଲେ ଘରମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରକାଶ…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ସ୍ବତନ୍ତ୍ର କେୟାର ଫଣ୍ଡ ଗଠନ କରାଯିବା ପରେ ସହାୟତାର ସୁଆ ଛୁଟିଛି । ବଲିଉଡ୍ କଳାକାର ଅକ୍ଷୟ କୁମାର 25 କୋଟିର ସହାୟତା ପ୍ରଦାନ କରିଥିବା ବେଳେ ସମସ୍ତ ବିଜେପି ବିଧାୟକ ଓ ସାଂସଦ ଏକ ମାସର ଦରମା ପ୍ରଦାନ କରିବାକୁ ଯାଉଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସମସ୍ତ ସାଂସଦ ନିଜର ସଂସଦୀୟ ପାଣ୍ଠିରୁ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ନଡ୍ଡା କହିଛନ୍ତି । (ଏଜେନ୍ସି)
ମୁମ୍ବାଇ : କରୋନା ସଙ୍କଟ ସମୟରେ ଏହାର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ଶନିବାର ସ୍ବତନ୍ତ୍ର କେୟାର ଫଣ୍ଡ ଗଠନ କରାଯାଇଥିଲା। ଏହାପରେ ବଲିଉଡ୍ ଅଭିନେତା 25 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ଅକ୍ଷୟ ପୂର୍ବରୁ ସରକାରଙ୍କୁ କରୋନା ମୁକାବିଲା ପାଇଁ 1.5 କୋଟି ଟଙ୍କା ପ୍ରଦାନ କରିଥିଲେ। ସର୍ବଦା ନିଜର ବଦାନ୍ୟତା ପାଇଁ ଚର୍ଚ୍ଚାରେ ରହୁଥିବା ଅକ୍ଷୟ କୁମାର ନିଜେ 25 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ବେଳେ ଅନ୍ୟାନ୍ୟ କଳାକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି। ଜାନ୍ ହେ ତୋ ଜହାନ୍ ହେ ବୋଲି ଟ୍ବିଟ୍ କରି ଅକ୍ଷୟ ସହାୟତା ରାଶି ସମ୍ପର୍କରେ ଘୋଷଣା କରିଛନ୍ତି। ଅକ୍ଷୟଙ୍କ ଏହି ପ୍ରୟାସକୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଇଛି। ଆପଣ ଯଦି ସହାୟତା କରିବାକୁ ଚାହୁଁଛନ୍ତି ତେବେ ନିମ୍ନଲିଖିତ ଆକାଉଣ୍ଟରେ ଅର୍ଥ ପୈଠ କରିପାରିବେ। (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: କରୋନା କାରଣରୁ ବିବାହ ଅଟକିଯିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଥାନାର ପଙ୍ଗାପଶି ଗ୍ରାମରେ ଏହି ଘଟଣା ଘଟିଛି। ପଙ୍ଗାପଶି ଗ୍ରାମର ଭାଗବତ ମହାରଣାଙ୍କ ପୁଅ ବଗୁଲୁ ମହାରଣା ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ବଗୁଲୁ ଜଣେ ଝିଅଙ୍କୁ ଭଲ ପାଉଛନ୍ତି ଏବଂ ବିବାହ କରିବା ପାଇଁ ପରିବାରକୁ ଜଣାଇଥିଲେ। ମାତ୍ର ଦେଶରେ କରୋନା ଲକ୍ଡାଉନ୍ ଚାଲିଥିବାରୁ ବର୍ତ୍ତମାନ ବିବାହ ସମ୍ଭବ ନୁହେଁ ବୋଲି ପରିବାର ପକ୍ଷରୁ କୁହାଯାଇଥିଲା। ଲକ୍ଡାଉନ୍ ପରେ ବିବାହ କରିବା ପାଇଁ ପରିବାର ପକ୍ଷରୁ କୁହାଯାଇଥିଲା। ପରିବାରର ନିଷ୍ପତ୍ତିରେ ଅସନ୍ତୁଷ୍ଟ ରହିଥିବା ବଗୁଲୁ ଶେଷରେ ଆତ୍ମହତ୍ୟାର ରାସ୍ତା ବାଛି ନେଇଥିଲେ। ଶୁକ୍ରବାର ପରିବାର ଲୋକଙ୍କ ପକ୍ଷରୁ ଖବର ଦିଆଯିବା ପରେ ହରିଚନ୍ଦନପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ମୁକାବିଲାକୁ ଓଡିଶା ସରକାରଙ୍କ ପକ୍ଷରୁ ଜୋରଦାର କରାଯାଇଛି । ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଶନିବାର ସରକାରଙ୍କ ପକ୍ଷରୁ ଉଠା ଦୋକାନୀଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯିବା ସହିତ ନିରାଶ୍ରୟ ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଦୈନିକ ଶହେରୁ ଦୁଇଶହ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏହି ଖାଦ୍ୟ ପ୍ରସ୍ତୁତ କରାଯିବ । ଏହା ଦ୍ବାରା ପ୍ରାୟ 10 ଲକ୍ଷ ଗରିବ ଲୋକ ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । ସେହିପରି ଷ୍ଟ୍ରିଟ୍ ଭେଣ୍ଡର ମାନଙ୍କ ପାଇଁ 3 ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି । ରାଜ୍ୟର 114ଟି ପୌରାଞ୍ଚଳର ପଞ୍ଜୀକୃତ ଉଠା ଦୋକାନୀଙ୍କ ପାଇଁ…
କେରଳ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୯୦୦ ଡେଇଁ ଯାଇଥିବା ବେଳେ କେରଳରେ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଛି। ସାରା ଭାରତରେ କରୋନା ମୃତ୍ୟୁ ୨୦ରେ ପହଞ୍ଚିଛି। କରୋନା ମୁକାବିଲା ପାଇଁ ଦେଶରେ ଲକ୍ ଡାଉନ୍ ଜାରି ହୋଇଥିବାବେଳେ ଆଜି ଏହା ଚତୁର୍ଥ ଦିନରେ ପହଞ୍ଚିଛି। ଲକ୍ଡାଉନ୍ ଯୋଗୁଁ ଦେଶର ବିଭିନ୍ନ ଅଂଶରେ ଖଟିଖିଆ ତଥା ଶ୍ରମିକମାନେ ନିଜ ଭିଟାମାଟିକୁ ପଳାୟନ କରୁଛନ୍ତି। ଏହି ଖଟିଖିଆ ତଥା ଶ୍ରମିକମାନେ ପାଦରେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି। ଏନେଇ ଏକ ଜନହିତ ଯାଚିକା ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଏହି ଲୋକମାନଙ୍କୁ ବିଭିନ୍ନ ସ୍ଥାନରେ ଆଶ୍ରୟସ୍ଥଳରେ ରଖିବା ସହ ସେମାନଙ୍କ ପାଇଁ ସମସ୍ତ ସୁବିଧା କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେବା ପାଇଁ କୋର୍ଟରେ ଅପିଲ୍ କରାଯାଇଛି। ସୂଚନାଯୋଗ୍ୟ, ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ କେରଳରୁ ହିଁ ଚିହ୍ନଟ ହୋଇଛନ୍ତି। କେରଳ ପଛକୁ ମହାରାଷ୍ଟ୍ର ରହିଛି। ଦେଶରେ ସମୁଦାୟ…
ସୁମନ ଦାଶ ଜୀବନ ରେ ଯେଉଁ କେତୋଟି ହାତଗଣତି ସୁଖ ହାତ ପାହାନ୍ତା ରେ ଥାଏ,ଯାହା ସିଧା ସଳଖ ମଗଜ ପଟେ ପଶି ହୃଦୟକୁ ଦ୍ରଵିଭୂତ କରି ପାରେ,ସିଧା ପାର୍ଥିବ ପୃଥିବୀ ରୁ ନେଇ କେଉଁ ଏକ ଅପାର୍ଥିବ ଜଗତ ରେ ପହଞ୍ଚେଇ ଦେଇ ପାରେ,ଯେ କୌଣସି ସମୟରେ ଭାରାକ୍ରାନ୍ତ ମନ କୁ ଶାନ୍ତ କରିଦେଇପାରେ , ସେଇ ଭିତରେ ପ୍ରିୟ ବହି ପଢିବା,ପ୍ରିୟ ଗୀତ ଶୁଣିବା ଓ ପେଟପୁରା ସୁଖାଦ୍ୟ ଖାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯନ୍ତ ସୁଖ ନିଦ୍ରା ମୋ ଦୃଷ୍ଟି ରେ ନିଶ୍ଚୟ ରହିବ। (ଏ ତାଲିକା ର ଚୟନ,କ୍ରମାଙ୍କ ବ୍ୟକ୍ତି ବିଶେଷ ରେ ପରିବର୍ତ୍ତନଶୀଳ,ପରୀକ୍ଷା ପ୍ରାର୍ଥନୀୟ !) ଆଉ ସୌଭାଗ୍ୟକୁ ଯଦି ନିଜ ଭାଷା ରେ ନିଜର କିଛି ପ୍ରିୟ ଗୀତ ର ସୁଦୃଶ୍ୟ ମର୍ଯ୍ୟାବନ୍ତ ସଂକଳନ ଟିଏ ହାତ ରେ ପଡେ,ସେଥିରେ ପୁଣି ମାର୍ଚ୍ଚ ମାସର ଆକାଶ ରେ ଘୋଟି ଥାଏ ଅଦିନିଆ କଳା ମେଘ…
ଗଂଜାମ, ବର୍ତ୍ତମାନ ଲକଡାଉନ ଅବସ୍ଥାରେ ଥଣ୍ଡାକାଶ ପରି ରୋଗ ହେଲେ ଡାକ୍ତରଙ୍କୁ ଦେଖା କରିବା ଅସମ୍ଭବ। ହେଲେ ଏହି ସମସ୍ୟାକୁ ଦୂର କରିବା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ତରଫୁ ନିଆଯାଇଛି ଏକ ନୂଆ ପଦକ୍ଷେପ। ଯଦି ଆପଣ ସାମାନ୍ୟ ଥଣ୍ଡାକାଶ କିମ୍ବା ଅନ୍ୟ କିଛି ଅସୁସ୍ଥତା ଅନୁଭବ କରୁଛନ୍ତି ତେବେ ସିଧା ଡାକ୍ତରଙ୍କୁ ଫୋନ କରନ୍ତୁ। ସେଥିପାଇଁ ଜିଲ୍ଲା ପ୍ରଶାସନ 24 ଜଣିଆ ଡାକ୍ତରୀ ଦଳର ନାମ ଏବଂ ଫୋନ ନମ୍ବର ପ୍ରକାଶ କରିଛି। ଏଥିରେ କୁହାଯାଇଛି ଯେ, କରୋନା ସମ୍ବନ୍ଧିୟ ରୋଗ ନ ଥିଲେ ଡାକ୍ତରଖାନା ଆସି ଅଯଥା ଭିଡ କରନ୍ତୁ ନାହିଁ। ଯଦି କୌଣସି ରୋଗରେ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ ତେବେ ଏହି ନମ୍ବରରେ ଡାକ୍ତରଙ୍କୁ ଫୋନ କରି ପରାମର୍ଶ ନିଅନ୍ତୁ ବୋଲି ଏହି ତାଲିକାରେ ପ୍ରକାଶ କରାଯାଇଛି। ଏପରିକି ଆପଣ ହ୍ୱାଟସପ ମାଧ୍ୟମରେ ପରାମର୍ଶ ନେଇପାରିବେ ବୋଲି ମଧ୍ୟ କୁହାଯାଇଛି। ଗଂଜାମ ଜିଲ୍ଲା ପ୍ରଶାସନ ତରଫରୁ…
ନୂଆଦିଲ୍ଲୀ, ସର୍ବସାଧାରଣଙ୍କ ଅବଗତି ନିମନ୍ତେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ତରଫ ସର୍ବଭାରତୀୟ କୋଭିଡ19 ଭୂତାଣୁ ପରୀକ୍ଷାଗାରର ତାଲିକା ପ୍ରକାଶ କରାଯାଇଛି। ଏଥିରେ ମୋଟ 85 ସ୍ବୀକୃତି ପ୍ରାପ୍ତ ପରୀକ୍ଷାଗାର ଦେଶରେ କାମ କରୁଛି ବୋଲି ଜଣାଇ ଦିଆଯାଇଛି।ଏଥିରେ ମହାରାଷ୍ଟ, ଗୁଜୁରାଟ ଏବଂ କେରଳରେ ଅଧିକ ସଂଖ୍ୟକ କୋଭିଡ19 ପରୀକ୍ଷାଗାର ରହିଛି। ସେହିପରି ଓଡିଶାରେ ମାତ୍ର ଦୁଇଟି ପରୀକ୍ଷାଗର ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହି ପରୀକ୍ଷାଗାରକୁ ଭାରତୀୟ ଭେଷଜ ଗବେଷଣା ପରିଷଦ ସ୍ବୀକୃତ ଦେଇଛି। ସ୍ବାସ୍ଥ୍ୟ ବିଭାଗ ଅନୁସାରେ ବିଭିନ୍ନ ରାଜ୍ୟରେ ଥିବା ପରୀକ୍ଷା କେନ୍ଦ୍ରର ସଂଖ୍ୟା ଏବଂ ତାହାର ନାମ ହେଲା..
ନୂଆଦିଲ୍ଲୀ, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଦେଶର ୮ଟି ରାଜ୍ୟପାଇଁ ୫୭୫୧କୋଟି ୨୭ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ରାଶି ଅନୁମୋଦନ କରିଛି। ବନ୍ୟା, ମରୁଡ଼ି, ଭୂସ୍ଖଳନ ଓ ବାତ୍ୟାଭଳି ପ୍ରାକୃତିକ ବିପତି ପାଇଁ ଓଡ଼ିଶା, ବିହାର,ମହାରାଷ୍ଟ୍ର, କେରଳ, ନାଗାଲାଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ଏହି ସହାୟତା ପାଇବେ। ପ୍ରାକୃତିକ ବିପର୍ଯ୍ୟୟ ରେସପନ୍ସ ଫଣ୍ଡ (ଏନଡିଆରଏଫରୁ ଏହି ଫଣ୍ଡ ଯୋଗାଇ ଦିଆଯିବ। ତେବେ ଏହି ଅର୍ଥ ପ୍ରଦାନ ପାଇଁ କମିଟି କେତେକ ସର୍ତାରୋପ କରିଛି ।୨୦୧୯ରେ ହୋଇଥିବା ପ୍ରାକୃତିକ ବିପତି ନିମନ୍ତେ ସଂପୃକ୍ତ ରାଜ୍ୟଗୁଡ଼ିକୁ ଏହି ଅତିରିକ୍ତ ସହାୟତା ଦିଆଯିବ। ଏପ୍ରିଲ ପହିଲା ଆର୍ଥିକ ବର୍ଷ ଆରମ୍ଭ ସୁଦ୍ଧା ସଂପୃକ୍ତ ରାଜ୍ୟମାନେ ଏନଡିଆରଏଫରୁ ଯଦି ଅଗ୍ରୀମ ଆକାରରେ ଅର୍ଥ ନେଇଛନ୍ତି ତାହାହେଲେ ତାହାର ୫୦ ଭାଗ ଅର୍ଥ ମଦୁରା ହେବ ତା ତାହାକୁ ଆଡଜଷ୍ଟ କରାଯିବ। ବିହାର ଏହି ଅତିରିକ୍ତ ସହାୟତା ବାବଦରେ ୯୫୩.୧୭…
ତାମିଲନାଡୁ : କରୋନା ଭାଇରସ୍ର ପ୍ରକୋପ ସାରା ଦେଶରେ ବଢି ଚାଲିଥିବାବେଳେ ଏହି ଭାଇରସ୍ ସହ ଲଢିବା ପାଇଁ ଦେଶରେ ଏବେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଲୋକଙ୍କୁ ଘରେ ରହିବା ପାଇଁ କୁହାଯାଇଥିବାବେଳେ ସଙ୍ଗରୋଧ ପାଇଁ ମଧ୍ୟ ଉପଦେଶ ଦିଆଯାଇଛି। ବିଦେଶରୁ ଫେରିଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖାଯାଉଛି। କିନ୍ତୁ କିଛି ଲୋକେ ଏହାକୁ ବେଶ୍ ହାଲୁକା ଭାବରେ ଗ୍ରହଣ କରୁଛନ୍ତି। ନିକଟରେ ଜଣେ ଯୁବକ ତାଙ୍କ ପ୍ରେମିକାକୁ ଦେଖା କରିବା ପାଇଁ କ୍ବାରେଣ୍ଟାଇନରୁ ଚମ୍ପଟ୍ ମାରିଛନ୍ତି। ମିଳିଥିବା ସୂଚନା ଅନୁସାରେ ତାମିଲନାଡୁର ମୁଦୈର୍ ଜିଲ୍ଲାର ଜଣେ ଯୁବକ ନିଜ ଗାର୍ଲଫ୍ରେଣ୍ଡ୍ର ବିବାହ ବନ୍ଦ କରିବା ପାଇଁ ଭାରତ ଫେରିଥିଲେ। ବିଦେଶରୁ ଫେରିଥିବା ଯୋଗୁଁ ତାଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯାଇଥିଲା। କିନ୍ତୁ ସେ ତାଙ୍କ ପ୍ରେମିକାକୁ ଦେଖା କରିବା ପାଇଁ କ୍ବାରେଣ୍ଟାଇନ୍ରୁ ପଳାୟନ କରି ଶିବଗଙ୍ଗାରେ ପହଞ୍ଚିଥିଲେ। ସେଠାରେ କିଛି ସମୟ ତାଙ୍କ ପ୍ରେମିକା ସହିତ ମଧ୍ୟ ବିତାଇଥିଲେ। ପ୍ରେମିକାଙ୍କ ସଂସ୍ପର୍ଶରେ ଆସିଥିବା…
ଅଷ୍ଟ୍ରେଲିଆ : ବିଶ୍ବର କରୋନାର ଭୟାବହତା ଯୋଗୁଁ ଅର୍ଦ୍ଧାଧିକ ଦେଶ ଏବେ ଲକ୍ ଡାଉନ୍ରେ ରହିଛନ୍ତି। ଏବେ ଅଷ୍ଟ୍ରେଲିଆରେ ଛ’ ମାସ ପାଇଁ ଲକ୍ଡାଉନ୍ କରାଯିବ ବୋଲି ସୂଚନା ମିଳିଛି। ଦେଶରେ ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। କିନ୍ତୁ ଏବେବି ଜିମ୍, ରେଷ୍ଟୁରାଣ୍ଟ୍, ପବ୍ସ ଓ କ୍ଲବ୍ ଆଦିରେ ଲୋକେ ନଜର ଆସିଛନ୍ତି। ଲୋକେମାନେ ଘରେ ନ ରହି ବାହାରେ ବୁଲୁଥିବାରୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନ୍ ଛ’ ମାସ ପାଇଁ ଲକ୍ ଡାଉନ୍ ଘୋଷଣା କରିବେ ବୋଲି ସଂକେତ ଦେଇଛନ୍ତି। ଅଷ୍ଟ୍ରେଲିଆରେ କରୋନା ଭାଇରସ୍ ଜନିତ 3200 ମାମଲା ସାମ୍ନାକୁ ଆସିଛି। ଏଠାରେ 13 ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଦେଶର ଭିକ୍ଟୋରିଆ ଓ ନ୍ୟୁ ସାଉଥ୍ ଓ୍ବେଲସ୍ରେ କରୋନାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମରସନ୍ ସୋମବାର ଦିନ ସାଧାରଣ ଜନତାଙ୍କୁ ଜିମ୍, ପବ୍ସ ପରି ଭିଡ ଜାଗା ଗୁଡିକୁ…
ଚଣ୍ଡିଗଡ଼: ସାରା ବିଶ୍ଵ ଆଜି କରୋନା କବଳରେ। ଭାରତରେ ମଧ୍ୟ କରୋନାଭାଇରସ୍ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ଏହି ମହାମାରୀକୁ ରୋକିବା ପାଇଁ ସମଗ୍ର ଦେଶକୁ ଲକଡାଉନ ରୂପେ ଘୋଷଣା କରାଯାଇଛି। ସେହିପରି ପଞ୍ଜାବରେ ମଧ୍ୟ ଏହି କଟକଣାକୁ ଆହୁରି କଡାକଡି କରାଯାଇଛି। ପଞ୍ଜାବ ପୋଲିସ ଏନେଇ ଗଳି ଗଳିରେ ସଜାଗ ରହି ନିଜର କର୍ତ୍ତବ୍ୟ ସମ୍ପାଦନ କରୁଛି। କିନ୍ତୁ ଏହା ଭିତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନାନୁଯାୟୀ ଡ୍ୟୁଟିରେ ଥିବା ଜଣେ ପୋଲିସ୍ ଆଜି ହୃଦଘାତରେ ପ୍ରାଣ ହରାଇଛନ୍ତି। ପଟିଆଲା ଜିଲ୍ଲାରେ ଡ୍ୟୁଟିରେ ଥିବା ସମୟରେ ଜନୈକ ପୋଲିସ ମୃତ୍ୟୁବରଣ କରିଥିବା ଜଣାପଡିଛି। ସହକାରୀ ସବ୍-ଇନ୍ସପେକ୍ଟର (ଏଏସ୍ଆଇ) ମିଆନ୍ ସିଂ ହୃଦଘାତରେ ପାଟ୍ରୋଲିଂ ଡ୍ୟୁଟିରେ ଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି। ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଉଲ୍ଲେଖଯୋଗ୍ୟଯେ କର୍ଫ୍ୟୁ ଆରମ୍ଭ ହେବା ଦିନଠାରୁ ସେ ଦିନକୁ…
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଲକ ସାଂସଦ ପ୍ରତିନିଧି ସୁଢଳ କୁମାର ସ୍ବାଇଁଙ୍କ ତତ୍ତ୍ବବଧାନରେ ନୂଆଗଡ ଗ୍ରାମବାସୀମାନେ ଗୋଟିଏ ହରିଣକୁ ଉଦ୍ଧାର କରି ପାରାଦ୍ବୀପ ଲକ ଥାନା ଆଇଆଇସି ପ୍ରଭାସ ସାହୁଙ୍କୁ ହସ୍ତାନ୍ତର କରିଛନ୍ତି। ଉଦ୍ଧାର କରିଥିବା ଗ୍ରାମବାସୀଙ୍କ ମଧ୍ୟରେ ଜ୍ଞାନଜିତ୍ ସ୍ବାଇଁ, ପ୍ରଭାସ ବେହେରା, ବିପିନ୍ ରାଉତ, ନାରାୟଣ ମଲ୍ଲିକ, ଗୁଣନିଧି ବେହେରା, ମଧୁସୂଦନ ନାଏକ, ରମାକାନ୍ତ ମଲ୍ଳିକ, ଦୁର୍ଯ୍ୟୋଧନ ରାୟ, ପରମାନନ୍ଦ ରାୟ ପ୍ରମୁଖ ରହିଛନ୍ତି। ନୂଆଗଡ ପଞ୍ଚାୟତ ଅନ୍ତର୍ଗତ ନୂଆଗଡ ଗ୍ରାମକୁ ଗୋଟିଏ ହରିଣଟିଏ ପଶି ଆସିଥିଲା। ତେବେ ଏହା କେମିତି ଓ କେଉଁଠୁ ଆସିଥିଲା, ତାହା ସମ୍ପର୍କରେ ଜଣାପଡିନାହିଁ। ଗ୍ରାମବାସୀମାନେ ଏହାକୁ ଉଦ୍ଧାର କରି ସୁରକ୍ଷିତ ଭାବେ ପୋଲିସ୍କୁ ହସ୍ତାନ୍ତର କରିଛନ୍ତି। ସୂଚନାଯୋଗ୍ୟଯେ, ରେଞ୍ଜର ପ୍ରତାପ ମହାନ୍ତି ଏହି ଉଦ୍ଧାର ହରିଣଟିକୁ ଜଟାଧାରୀ ମୁହାଣରେ ଛଡାଯିବ ବୋଲି କହିଛନ୍ତି।

