ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପୁଣି ତପ୍ତପାଣି ଘାଟିରେ ଦୁର୍ଘଟଣା ଘଟି ଦୁଇଜଣ ଆହତ ହୋଇଛନ୍ତି। ଆଜି ଗଜପତି ଜିଲ୍ଲା ସୀମାନ୍ତ ତପ୍ତପାଣି ଘାଟିର ପାଦ୍ରୀମା ବୁଲାଣୀ ରାସ୍ତାରେ ଅଟୋ ସହ ଏକ ହାଇୱା ଧକ୍କା ହୋଇଥିଲା। ଦୁର୍ଘଟଣାରେ ଅଟୋରେ ବସିଥିବା ଦୁଇଜଣ ଆହତ ହୋଇଥିବାବେଳେ ମୋହନା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ମୋହନା ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ଆହତ ବ୍ୟକ୍ତିମାନେ ହେଲେ ଅଡ଼ବା ଥାନା ଅନ୍ତର୍ଗତ ଜକରାପଲ୍ଲୀର ଭାରତ ବିଷୋୟୀ, ପାଣିଗଣ୍ଡା ଗାଁର ମନୁ ଦଳାଇ। ସେପଟେ ମୋହନା ପୋଲିସ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।
Author: Samikhsya Bureau
ସମୀକ୍ଷା ବ୍ୟୁରୋ ନୟାଗଡ଼: ଆଜି ବାରଘଣ୍ଟିଆ ନୟାଗଡ଼ ବନ୍ଦ ପାଳନ ହେଉଛି । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରୁଛି ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟି। ଚିନିକଳ ଶ୍ରମିକ, କର୍ମଚାରୀ ଏବଂ ଚାଷୀଙ୍କ ବକେୟା ରାଶି ଫେରାଇବା ଏବଂ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରାଇବା ଦାବିରେ ଆଜି ବନ୍ଦ ପାଳନ କରୁଛି କ୍ରିୟାନୁଷ୍ଠାନ କମିଟି। ଜିଲ୍ଲାର କୃଷକ,ଶ୍ରମିକ ଆଦି ଅନେକ ସଂଗଠନ ଏହି ବନ୍ଦପାଳନକୁ ସମର୍ଥନ କରୁଛନ୍ତି। ସମଗ୍ର ଜିଲ୍ଲାର ସଡକପଥ, ଦୋକାନ,ବଜାର, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଆଜି ବନ୍ଦ ରହିବ।
କେଦାର ମିଶ୍ର ଏକ ଭୂତାଣୁ ଜନିତ ରୋଗ ସଂକ୍ରାମକ ରୋଗ ଯେ ପୃଥିବୀର ରାଜନୀତି ଓ ଅର୍ଥନୀତିକୁ ବଦଳାଇ ଦେଇପାରେ, କରୋନା ତାର ଏକ ବଡ ଉଦାହରଣ। ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ସଂକ୍ରାମକ ଭୂତାଣୁ କେବଳ ଯେ ଚୀନର ଧନ ଜୀବନ ଉପରେ ପ୍ରଭାବ ପକାଇଛି, ତା ନୁହେଁ, ଆଜିର ସମୟରେ ଏହା ପୃଥିବୀର ଅର୍ଥନୀତିକୁ ମାରାତ୍ମକ ଭାବରେ ଶିଥିଳ କରିଦେବାର ସଙ୍କେତ ଦିଶିଲାଣି। ପୃଥିବୀର ୮୫ ଦେଶରେ ପହଞ୍ଚି ସାରିଥିବା ଏ ଭୂତାଣୁର ଭୟରେ ସବୁଠୁ ବେଶୀ ଆକ୍ରାନ୍ତ ହୋଇଛି ପୃଥିବୀର ଅର୍ଥ ବ୍ୟବସ୍ଥା। ଏହା ପୂର୍ବରୁ ଅନ୍ତତଃ ଚାରିଥର ସଂକ୍ରାମକ ଭୂତାଣୁ ଭୟରେ ପୃଥିବୀର ଅର୍ଥନୀତି ବିପର୍ୟସ୍ତ ହୋଇଥିବାର ଉଦାହରଣ ଆମ ଆଗରେ ରହିଛି। ୨୦୦୩ରେ ସାର୍ସ, ୧୯୬୮ରେ ଏସିଆନ ଫ୍ଲୁ, ୧୯୫୮ରେ ହଂକଂ ଫ୍ଲୁ, ଓ ୧୯୧୮ର ସ୍ପାନିଶ ଫ୍ଲୁ ପୃଥିବୀର ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରିଥିଲା। ତେବେ ସାର୍ସ ଓ କାରୋନା ଭୂତାଣୁ…
ସମୀକ୍ଷା ବ୍ୟୁରୋ ଦେଶର ଅନ୍ୟତମ ପ୍ରତିଷ୍ଠିତ ଘରୋଇ ବ୍ୟାଙ୍କ ୟେସ ବ୍ୟାଙ୍କରେ ଆପଣ ପଇସା ଜମା କରିଛନ୍ତି କି? ତେବେ ଆପଣଙ୍କ ମୁଣ୍ଡରେ ଚଡକ ପଡିଲା ଜାଣନ୍ତୁ। ଆସନ୍ତା ଏପ୍ରିଲ ୩ ତାରିଖ ପର୍ୟନ୍ତ ଆପଣଙ୍କ ଖାତାରୁ ଆପଣ ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ। ୟେସ ବ୍ୟାଙ୍କ ପରିଚାଳନାରେ ବ୍ୟାପକ ଅନିୟମିତତା ଓ ଆର୍ଥିକ ଦେବାଳିଆ ଅବସ୍ଥା ଆସି ଯାଇଥିବାରୁ, ଜମାକାରୀଙ୍କ ଅର୍ଥ ଉଠାଣ ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଲାଗୁ କରିଛି। ପୂର୍ବରୁ ପଞ୍ଜାବ ମହାରାଷ୍ଟ୍ର ସମବାୟ ବ୍ୟାଙ୍କରେ ଏ ପ୍ରକାର ସ୍ଥିତି ଉପୁଜିଥିଲା। ଦେଶର କୋଟି କୋଟି ସାଧାରଣ ଜନତା ନିଜର ଝାଳବୁହା ସଞ୍ଚୟକୁ ନେଇ ଏବେ ଘୋର ଆଶଙ୍କା ଭିତରେ ରହିଛନ୍ତି। ରିଜର୍ଭ ବ୍ୟାଙ୍କ ର କଟକଣା ଅନୁସାରେ ୟେସ ବ୍ୟାଙ୍କରୁ ପଚାଶ ହଜାର ଟଙ୍କା ପର୍ୟନ୍ତ ଉଠା ଯାଇପାରିବ ବୋଲି କୁହା ଯାଇଥିଲେ ମଧ୍ୟ ଗ୍ରାହକମାନେ ବିଲକୁଲ ଟଙ୍କାଟିଏ ବି ଏହି…
ଭୁବନେଶ୍ବର, ବର୍ତ୍ତମାନ ସାରା ପୃଥିବୀରେ କରୋନା ଭାଇରସ ନେଇ ଏକ ଆତଙ୍କର ବାତାବରଣ ସୃଷ୍ଟି ହେବାରେ ଲାଗିଛି। ଏହା ବିଶ୍ବ ସ୍ବାସ୍ଥ୍ୟ ଜଗତ ପାଇଁ ଏକ ଚ୍ୟାଲେଜ ସୃଷ୍ଟି ହୋଇଛି। ଏହି ରୋଗର ନିରାକରଣ ପାଇଁ କୌଣସି ଔଷଧ ନ ଥିବାରୁ ଲୋକେ ଆହୁରି ଆତଙ୍କିତ ହେବାରେ ଲାଗିଛନ୍ତି। ଏପରି ପରିସ୍ଥିତିରେ ଗୁଜବକାରୀମାନେ ବେଶ୍ ଫାଇଦା ନେବାରେ ଲାଗିଛନ୍ତି। ବର୍ତ୍ତମାନ କରୋନା ଭାଇରସ ନେଇ ଓଡିଶାର ବିଭିନ୍ନ ସ୍ଥାନରେ ଏକ ବଡ ଗୁଜବ ସୃଷ୍ଟି ହେବାରେ ଲାଗିଛି। ତାହା ହେଲା ଯେ କୌଣସି ସମୟରେ ସାତୋଟି ତୁଳସୀ ପତ୍ର ଜଗନ୍ନାଥଙ୍କୁ ସ୍ମରଣ କରି ଖାଇବାକୁ ପରାମର୍ଶ ଦିଆଯାଇଛି। ଏହା ଦ୍ବାରା କରୋନା ଭାଇରସ ଆଉ ଦେହରେ ପ୍ରବେଶ କରିବ ନାହିଁ ବୋଲି କୁହାଯାଇଛି। ଏହି କଥା ବର୍ତ୍ତମାନ ତୁଣ୍ଡରୁ ତୁଣ୍ଡ ଘୁରିବାରେ ଲାଗିଛି। ଏପରିକି କେତେକ ସୋସିଆଲ ମିଡିଆରେ ମଧ୍ୟ ଏ ନେଇ ପରାମର୍ଶ ଦିଆଯାଇଛି। ଏହା ଠିକ୍ ନ ଭୁଲ…
ନୂଆଦିଲ୍ଲୀ : କୋରୋନା ଭାଇରସ୍ ଆତଙ୍କ କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବେଲିଜିୟମ୍ ଗସ୍ତ ବାତିଲ କରିଛନ୍ତି । ବେଲଜିୟମ୍ର ରାଜଧାନୀ ବ୍ରସେଲ୍ସରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡୋ-ୟୁରୋପିଆନ୍ ସମ୍ମିଳନୀରେ ଯୋଗ ଦେବା ପାଇଁ ମୋଦି ଯାଇଥାନ୍ତେ । ମାତ୍ର ଗୁରୁବାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମୋଦିଙ୍କ ଗସ୍ତ ବାତିଲ ହୋଇଥିବା ନେଇ ସୂଚନା ମିଳିଛି । ବିଭିନ୍ନ ଦେଶକୁ କୋରୋନା ଭାଇରସ୍ ବ୍ୟାପୁଥିବାରୁ ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ସୂଚନା ଦେଇଛନ୍ତି । ଇଣ୍ଡୋ-ୟୁରୋପିଆନ୍ ସମ୍ମିଳନୀକୁ କିଛି ଦିନ ଘୁଞ୍ଚାଇ ଦିଆଯାଇପାରେ ବୋଲି କୁହାଯାଉଛି ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଲ୍ଫା ସ୍ପୋଟିଂ କ୍ଲବ୍ ବ୍ରହ୍ମପୁର ତରଫରୁ ଆୟୋଜିତ ବିଜୁ ପଟ୍ଟନାୟକ ମେମୋରିଅଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସପ୍ତମ ଦିବସରେ ଧାନବାଦ ଷ୍ଟାରସ୍ ବିଜୟୀ ହୋଇଛି । ଗ୍ରୁପ୍ ବିର ଦ୍ୱିତୀୟ କ୍ୱାଟର ଫାଇନାଲ୍ ରାମେଶ୍ୱର ସ୍ପୋଟିଂ (ବ୍ରହ୍ମପୁର) ଏବଂ ଧାନବାଦ ଷ୍ଟାର୍ସ (ଝାରଖଣ୍ଡ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରାମେଶ୍ୱର ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୩୦.୨ ଓଭରରେ ସମସ୍ତ ୱିକେଟ ହରାଇ ୧୫୮ ରନ ସଂଗ୍ରହ କରିଥିଲା । ଦଳ ପାଇଁ ସର୍ବାଧିକ ଉଜଙ୍ଗ ଗଉଡ଼ ୭୧ ବଲ୍ରେ ୫୩ ରନ କରିଥିଲେ । ଦ୍ୱିତୀୟ ଇନିସ୍ରେ ଧନବାଦ୍ ଷ୍ଟାର୍ସ ଦଳ ୩୦.୪ ଓଭରରେ ୮ ୱିକେଟ ହରାଇ ୧୬୨ ରନ କରି ବିଜୟ ହୋଇ ସେମିଫାଇନାଲ୍ରେ ପ୍ରବେଶ କରିଛି । ଦଳ ପକ୍ଷରୁ ଅକ୍ଷୟ କୁମାର ଗୌର ସର୍ବାଧିକ ୬୧ ବଲ୍ରେ ୬୧ ରନ କରିଥିଲେ । ଆମ୍ପାୟର ଭାବେ ପ୍ରସନ୍ନ…
ନୂଆଦିଲ୍ଲୀ : ଡବ୍ଲ୍ୟଡବ୍ଲ୍ୟୁଇ ଷ୍ଟାର ନିକି ବେଲ୍ଲାଙ୍କ ଟପ୍ଲେସ୍ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଇନ୍ଷ୍ଟାଗ୍ରାମ୍ରେ ନିକି ନିଜର ଦୁଇଟି ଟପ୍ଲେସ୍ ଫଟୋ ସେୟାର କରିଛନ୍ତି । ଏହିଫଟୋ ସେୟାର କରିବା ସହିତ ନିକି ଗର୍ଭବତୀ ଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି । ନିକିଙ୍କ ଯାଆଁଳା ଭଉଣୀ ବ୍ରି ବେଲ୍ଲା ମଧ୍ୟ ଗର୍ଭବତୀ ରହିଥିବା ଏହି ପୋଷ୍ଟରୁ ଜଣାପଡିଛି । ନିକିଙ୍କ ବୟଫ୍ରେଣ୍ଡ ଋଷିଆନ୍ ଡ୍ୟାନ୍ସର ଆର୍ଟେମ୍ ଚିଗ୍ଭିନ୍ତ୍ସେଭ୍ ମଧ୍ୟ ନିଜ ଖୁସି ଜାହିର୍ କରିଛନ୍ତି । 4 ମାସର ଗର୍ଭବତୀ ରହିଥିବା ନିକ୍କି ଆସନ୍ତା ମାସରେ ବିବାହ କରିପାରନ୍ତି ବୋଲି ବ୍ରି ବେଲ୍ଲା ସୂଚନା ଦେଇଛନ୍ତି । (ଏଜେନ୍ସି)
ସିଡ୍ନୀ : ମହିଳା ଟି 20 ବିଶ୍ବକପ୍ର ଫାଇାନାଲ୍ରେ ପ୍ରବେଶ କରିଛି ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ । ଦକ୍ଷିଣ ଆଫ୍ରିକାକୁ 6 ରନ୍ରେ ପରାସ୍ତ କରି ମେଗ୍ ଲାନିଂଙ୍କ ଅଷ୍ଟ୍ରେଲିଆ ଫାଇନାଲ୍ରେ ପହଞ୍ଚିଛି । ଅଧିନାୟିକା ମେଗ୍ ଲାନିଂଙ୍କ 49 ରନ୍ ଏବଂ ବେଥ୍ ମୁନିଙ୍କ 28 ରନ୍ ବଳରେ ଅଷ୍ଟ୍ରେଲିଆ 5 ଓ୍ବିକେଟ ହରାଇ 134 ରନ୍ ସଂଗ୍ରହ କରିଥିଲା । ବର୍ଷା କାରଣରୁ ଦ ଳଆଫ୍ରିକାକୁ 13 ଓଭରରେ 98 ରନ୍ର ସଂଶୋଧିତ ଲକ୍ଷ୍ୟ ପ୍ରଦାନ କରାଯାଇଥିଲା । ଲୌରା ଉଲ୍ଭଡ୍ରେଟ୍ 27ଟି ବଲ୍ରୁ 41 ରନ୍ ସଂଗ୍ରହ କରିଥିଲେ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନ୍ଙ୍କ ବିଫଳତା କାରଣରୁ ଦଳ ବିଜୟ ଲକ୍ଷ୍ୟରୁ 6 ରନ୍ ଦୂରରେ ରହିଥିଲା । ଲୌରା ନିଜ ଇନିଂସରେ 3ଟି ଚୌକା ଏବଂ ଦୁଇଟି ଛକ୍କା ମାରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମେଗାନ୍ ସ୍ଚଟ୍ ସର୍ବାଧିକ ଦୁଇଟି ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ଜେସ୍…
ନୂଆଦିଲ୍ଲୀ : 7 କଂଗ୍ରେସ ସାଂସଦଙ୍କୁ ନିଲମ୍ବନ କରାଯାଇଛି । ସଂସଦରେ ଅଶୋଭନୀୟ ଆଚରଣ ପାଇଁ 7 କଂଗ୍ରେସ ସାଂସଦଙ୍କୁ ଲୋକସଭାରୁ ନିଲମ୍ବନ କରାଯାଇଛି । କଂଗ୍ରେସ ସାଂସଦ ଗୌରବ ଗୋଗୋଇ, ଟି ଏନ୍ ପ୍ରତାପନ୍, ଡିନ୍ କୁରିଆକୋସ୍, ଆର୍ ଉନ୍ନିଥନ୍, ମନିକମ ଟାଗୋର୍, ବେନ୍ନି ବେହାନ ଏବଂ ଗୁରଜିତ ସିଂ ଔଜ୍ଲାଙ୍କୁ ଲୋକସଭାରୁ ନିଲମ୍ବନ କରାଯାଇଛି । ଚଳିତ ବଜେଟ୍ ଅଧିବେଶନର ସମସ୍ତ ଦିନ ଗୁଡିକ ପାଇଁ ଏହି ସାଂସଦ ମାନଙ୍କୁ ନିଲମ୍ବନ କରାଯାଇଛି । (ଏଜେନ୍ସି)
ଭୁବନେଶ୍ବର, ରାଜନୀତି କରିବାରେ ପୂର୍ବରୁ କେବେ ଆଗ୍ରହ ନ ଥିଲା କି ବର୍ତ୍ତମାନ ମଧ୍ୟ ନାହିଁ। ଯଦି ରାଜନୀତି କରିବାର ଥିଲା ତେବେ ବହୁ ବର୍ଷ ପୂର୍ବରୁ କରିପାରିଥାନ୍ତି। ଏହା କହିଛନ୍ତି ସମ ହସପିଟାଲ, ସମ ଅଲଟିମେଟ ଏବଂ ଶିକ୍ଷା ଓ ଅନୁସନ୍ଧାନ ଡିମଡ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ମନୋରଂଜନ ନାୟକ। କେତେକ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ, ମନୋଜ ନାୟକ ରାଜ୍ୟସଭାକୁ ଯିବା ପାଇଁ କୁଆଡେ ଆଗ୍ରହୀ। ତାଙ୍କୁ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ କରିବ। ଏ ସଂପର୍କରେ ମନୋଜ ନାୟକଙ୍କୁ ସମୀକ୍ଷା ଡଟ କମ ତରଫରୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ ଯେ, କେତେକ ସାମାଜିକ ଗଣମାଧ୍ୟମରେ ଯାହା ପ୍ରକାଶ ପାଇଛି ତାହା ସଂପୂର୍ଣ୍ଣ ମିଥ୍ୟା। ମୋର ରାଜନୀତି କରିବାରେ କୌଣସି ଆଗ୍ରହ ନାହିଁ। ମୋର ମୁଖ୍ୟ ଆଗ୍ରହ ବା ଲକ୍ଷ୍ୟ ରହିଛି କିପରି ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଭଲ କ୍ୟାରିୟର କରିବେ।…
କେଦାର ମିଶ୍ର ଓଡିଶା ରାଜନୀତିର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜୟନ୍ତୀ ତଥା ନବୀନ ପଟ୍ଟନାୟକ ସରକାରର ୨୦ ବର୍ଷ ପୂର୍ତ୍ତି ଅବସରରେ ଯେଉଁ ଖବରଟି ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି, ତା ହେଲା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କୁ ବିଜେଡ଼ିର ସଂଗଠନ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ବିଜୁ ଜନତା ଦଳ ଭିତରେ ପ୍ରଣବ ପ୍ରକାଶଙ୍କ ପତିଆରା ଗତ କିଛି ବର୍ଷ ହେଲା ବେଶ ବଢିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ସଫଳତା ହାରା ଯେତେବେଳେ କମିଥିଳା, ସେତେବେଳେ ସରକାରରେ ଥିବା କିଛି ମନ୍ତ୍ରୀଙ୍କୁ ବିଜେଡି ସଂଗଠନ ସଜାଡିବାର ଦାୟିତ୍ଵ ଦିଆଯାଇଥିଲା। ମନ୍ତ୍ରୀ ମଣ୍ଡଳ ଛାଡି ଆସିଥିବା ସେତେବେଳର ତରୁଣ ମନ୍ତ୍ରୀମାନଙ୍କ ଭିତରେ ବବି ଥିଲେ ଅନ୍ୟତମ। ବିଜେଡି ଗଠନର ପ୍ରଥମ ୧୨ ବର୍ଷ, ଦଳର ସଂଗଠନ ପ୍ୟାରୀମୋହନ ମହାପାତ୍ରଙ୍କ ହାତରେ ରହିଥିଲା। ପ୍ୟାରୀ ବାବୁଙ୍କର ପ୍ରସିଦ୍ଧ ବିଦ୍ରୋହ ପରେ ଅଳ୍ପଦିନ ପାଇଁ ବିଜେଡି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସଦରଥାନା ଅନ୍ତର୍ଗତ ଗୁଣ୍ଠବନ୍ଧ ନିକଟରେ ଏକ କାର୍ ସହ ବାଇକ୍ ଧକ୍କା ହେବା ଫଳରେ ଦୁଇଜଣ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ବୁଧବାର ଅପରାହ୍ନରେ ଏକ ମହିନ୍ଦ୍ରା କାର୍ (ସିଜି ୦୪ ଏଚ୍ବି ୦୭-୯୨୩୧) ସାମ୍ନାପଟୁ ଆସୁଥିବା ଏକ ବାଇକ୍ (ଓଆର୍ ୦୭ – ୮୨୧୪)କୁ ଧକ୍କା ଦେଇଥିଲା । ଫଳରେ ଉଭୟ ଗାଡ଼ି ରାସ୍ତାକୁ ଖସି ଯାଇଥିଲା । ବାଇକ୍ ଆରୋହୀ ଏବଂ କାର୍ରେ ବସିଥିବା ଜଣେ ଗୁରୁତର ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍କେସିଜିକୁ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଉଭୟଙ୍କ ପରିଚୟ ମିଳିପାରିନାହିଁ । ଖବରଲେଖା ହେବା ପର୍ଯ୍ୟନ୍ତ ସଦରଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନାଧିକାରୀ ସନ୍ତୋଷିନୀ ଓରାମ୍ ସୂଚନା ଦେଇଛନ୍ତି ।
ସିଡ୍ନୀ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ଟି 20 ବିଶ୍ବକପ୍ର ଦ୍ବିତୀୟ ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ 135 ରନ୍ର ବିଜୟ ଲକ୍ଷ୍ୟ ରହିଛି । ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ଅଧିନାୟିକା ମେଗ୍ ଲାନିଂଙ୍କ 49 ରନ୍ ସହାୟତାରେ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ 5 ଓ୍ବିକେଟ ହରାଇ 134 ରନ୍ ସଂଗ୍ରହ କରିଛି । ଲାନିଂ 49ଟି ବଳ୍ର ସମ୍ମୁଖୀନ ହୋଇ 4 ଚୌକା ଏବଂ ଛକ୍କା ସହାୟତାରେ 49 ରନ୍ ସଂଗ୍ରହ କରିଥିଲା । ଦ. ଆଫ୍ରିକା ପକ୍ଷରୁ ନାଡିନ୍ ଡି କ୍ଲାର୍କ 19 ରନ୍ ବିନିମୟରେ 3ଟି ଓ୍ବିକେଟ୍ ଅକ୍ତିଆର କରିବାରୁ ଅଷ୍ଟ୍ରେଲିଆ 134 ରନ୍ରେ ସୀମିତ ରହିଥିଲା । ଅନ୍ୟମାନଙ୍କ ମଧ୍ୟରେ ବେଥ୍ ମୁନି 28 ରନ୍ ସଂଗ୍ରହ କରିଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଆପ୍ ନେତା ତାହିର୍ ହୁସେନ୍ଙ୍କୁ ଦିଲ୍ଲୀ ପୋଲିସ୍ ଗିରଫ କରିଛି । ଆଇବି ଅଫିସର ଅଙ୍କିତ ଶର୍ମାଙ୍କୁ ହତ୍ୟା କରିବା ମାମଲାରେ ତାହିର ହୁସେନଙ୍କୁ ଗିରଫ କରାଯାଇଛି । ଗୁରୁବାର ଦିଲ୍ଳୀ ପୋଲିସ୍ ପକ୍ଷରୁ ହୁସେନ୍ଙ୍କୁ ଗିରଫ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ,ଉତ୍ତର ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ ଘଟି 47 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 200ରୁ ଅଧିକ ଲୋକ ଆହତ ହୋଇଥିଲେ । ଦିଲ୍ଲୀରେ ବର୍ତ୍ତମାନ ସ୍କୁଲ କଲେଜ ଗୁଡିକ ଖୋଲୁଛି ଏବଂ ଶାନ୍ତି ଫେରୁଛି ବୋଲି ଲ୍ୟୁଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲ ପ୍ରକାଶ କରିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମାର୍ଚ୍ଚ 20 ତାରିଖ ଭୋର 5.30 ମିନିଟ୍ ସମୟରେ ଚାରି ଦୋଷୀଙ୍କୁ ଫାଶୀ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ପଟିଆଲା ହାଉସ୍ କୋର୍ଟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ପଓ୍ବନ୍ ବର୍ମାର ରାଜକ୍ଷମା ଯାଚିକା ଖାରଜ ହେବା ପରେ ତିହାର କର୍ତ୍ତୃପକ୍ଷଙ୍କ ତରଫରୁ ନୂତନ ଫାଶୀ ତାରିଖର ଆବେଦନ କରାଯାଇଥିଲା । ଏହି ଆବେଦନ ଉପରେ ବିଚାର କରି କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ । ଢେଙ୍କାନାଳର ମହାଦିଆ ଷ୍ଟେସନ୍ ନିକଟରେ ଟ୍ରେନ୍ ଟ୍ରାକ୍ ଭାଙ୍ଗିଯାଇଥିଲା । ରେଳବିଭାଗ କର୍ମଚାରୀ ସମ୍ପୃକ୍ତ ଟ୍ରାକ୍କୁ ଦେଖିବାରୁ ଏକ ସମ୍ଭାବ୍ୟ ଦୁର୍ଘଟଣା ଏଡେଇ ହୋଇ ଯାଇଥିଲା । ଏହା ପରେ ଯୁଦ୍ଧକାଳୀନ ଭିତ୍ତିରେ ଟ୍ରକ୍ର ମରାମତି କରାଯାଇଥିଲା । ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ ଟ୍ରାକ୍ ମରାମତି କରାଯାଇଥିଲା ଏବଂ ସମସ୍ତ ଟ୍ରେନ୍ ସୁରୁଖୁରୁରେ ଯାତ୍ରା କରିଥିଲେ ।
ରମେଶ ମହାନ୍ତି ଜଗତସିଂହପୁର : ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ସାରଳା ମନ୍ଦିରର ଭୋଗ ଦୋକାନ, ଦୀପ ଦୋକାନ, ଗାଡି଼ ପାର୍କିଙ୍ଗ, ଯୋତାଷ୍ଟାଣ୍ଡ ଓ ଶୌଚାଳୟର ବାର୍ଷିକ ନିଲାମ ପାଇଁ ଗତକାଲି ଟେଣ୍ଡର ଆହ୍ବାନ କରାଯାଇଥିଲା। ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଜା, ମନ୍ଦିର ପୋଲିସ ଫାଣ୍ଡି ଅଧିକାରୀ, କନକପୁର ପୋଲିସ ଫାଣ୍ଡି ଅଧିକାରୀଙ୍କ ଉପସ୍ଥିତିରେ ଟେଣ୍ଡର ଖୋଲାଯାଇଥିଲା। ଦୀପଦୋକାନ ପାଇଁ ୩ଟି ଟେଣ୍ଡର ପଡିଥିବା ବେଳେ ସର୍ବୋଚ୍ଚ ଟେଣ୍ଡର ଦାତା ତ୍ରୀଲୋଚନ ରାଉଳଙ୍କୁ ୭୫ଲକ୍ଷ ୮୫ ହଜାର ୫୫୦ଟଙ୍କାରେ ନିଲାମ ଦିଆଯାଇଥିଲା। ଭୋଗ ଦୋକାନ ପାଇଁ ୮୦ଲକ୍ଷ ୫୩ ହଜାର ୩୦୩ ଟଙ୍କାରେ ଚନ୍ଦନ ପଣ୍ଡା ଏକମାତ୍ର ବ୍ୟକ୍ତି ଭାବରେ ଟେଣ୍ଡର ପକାଇଥିବାରୁ ଏହି ଟେଣ୍ଡର କାହାରିକୁ ଦିଆଯାଇନାହିଁ। ଏହି ଟେଣ୍ଡରଟିକୁ ବିଚାର ପାଇଁ ଜଗତସିଂହପୁର ଜିଲ୍ଲାପାଳ ତଥା ଶାରଳା ମନ୍ଦିର ଟ୍ରଷ୍ଟି ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିକଟକୁ ପଠାଇ ଦିଆଯାଇଛି। ଶୌଚାଳୟ ନିମନ୍ତେ ମଧ୍ୟ ସମାନ…
ମୁମ୍ବାଇ : ବଲିଉଡ୍ ଏବଂ ଟଲିଉଡ୍ର ସୁପର ହଟ୍ ଅଭିନେତ୍ରୀ ରକୁଲ୍ ପ୍ରୀତ୍ ସିଂଙ୍କ ଏକ କିସିଂ ଭିଡିଓ ଭାଇରାଲ୍ ହୋଇଛି । ଏହି ଭିଡିଓରେ ରକୁଲ୍ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି । ତେବେ କୌଣସି ଫିଲ୍ମ ସେଟ୍ରେ କିମ୍ବା କୌଣସି ସହ କଳାକାରଙ୍କୁ ନୁହେଁ । ଫିଜିଓଙ୍କ ସହିତ ଚକ୍ରାସନ ସମୟରେ ରକୁଲ୍ କାନ୍ଥକୁ ଚୁମ୍ବନ ଦେଉଛନ୍ତି । ବଲିଉଡ୍ର ଅନ୍ୟତମ ଫିଟ୍ ଅଭିନେତ୍ରୀ ରକୁଲ୍ ସର୍ବଦା ନିଜର ଫିଟନେସ୍ ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରିଥାନ୍ତି । ରକୁଲ୍ ନିଜର ଇନ୍ଷ୍ଟାଗ୍ରାମ ସାଇଟ୍ରେ ଭିଡିଓଟିକୁ ଅପ୍ଲୋଡ୍ କରିବା ପରେ ଏହାକୁ ଏକ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ରକୁଲ୍ଙ୍କ ଚକ୍ରାସନକୁ ଅଧିକାଂଶ ଫ୍ୟାନ୍ ପସନ୍ଦ କରିଛନ୍ତି । https://www.instagram.com/p/B8-ZZnvlJkN/?utm_source=ig_embed&utm_campaign=embed_video_watch_again ରକୁଲ୍ ଅର୍ଜୁନ କପୁର୍ଙ୍କ ସହିତ ଏକ ଅନ୍ଟାଇଟଲ୍ଡ ଫିଲ୍ମରେ ଏବଂ ଜନ୍ ଆବ୍ରାହାମ୍ଙ୍କ ସହିତ ଆକ୍ସନ୍ ଥ୍ରୀଲର୍ ଆଟାକ୍ରେ ନଜର ଆସିବାକୁ ଯାଉଛନ୍ତି ।…
ନୂଆଦିଲ୍ଲୀ : ଦେଶରେ ପ୍ରଥମ ଥର ପାଇଁ ହୋଲିରେ ବିଚାର କରିବା ପାଇଁ ଯାଉଛନ୍ତି ସର୍ବୋଚ୍ଚ କୋର୍ଟ । ହୋଲି ସମୟରେ ସୁପ୍ରିମକୋର୍ଟ 7 ଦିନ ପାଇଁ ଛୁଟି ରହିଥାଏ । ମାତ୍ର ଚଳିତ ବର୍ଷ ପ୍ରଥମ ଥର ପାଇଁ ଏକ ଭ୍ୟାକେସନ୍ ବେଞ୍ଚ ଗଠନ କରାଯାଇ ବିଚାର ପ୍ରକ୍ରିୟା ଜାରି ରଖାଯିବ । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡେ ଏହି ବେଞ୍ଚ ସମ୍ପର୍କରେ ଗୁରୁବାର ଘୋଷଣା କରିଛନ୍ତି । କେବଳ ହୋଲି ଦିନକୁ ବାଦ୍ ଦେଇ ଅନ୍ୟ ସମସ୍ତ ଦିନ ଭ୍ୟାକେସନ୍ ବେଞ୍ଚ କାର୍ଯ୍ୟ କରିବ ବୋଲି ବୋବଡେ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କେବଳ ଖରାଛୁଟି ସମୟରେ ଦୁଇ ମାସ ପାଇଁ ଭ୍ୟାକେସନ୍ ବେଞ୍ଚ ବିଚାର କରିଥାଏ । (ଏଜେନ୍ସି)
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂ । ମୋଦି ଏବଂ ଶାହା କଂଗ୍ରେସ ଶାସିତ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ପୂ ର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ପ୍ରକାଶ କରିଛନ୍ତି । ମୋଦି ଏବଂ ଶାହା କଂଗ୍ରେସ ସରକାରକୁ ଅସ୍ଥିର କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଦିଗ୍ବିଜୟ ପ୍ରକାଶ କରିଛନ୍ତି । ମୋଦି ଏବଂ ଶାହା ଦେଶର ଅର୍ଥନୀତି କିମ୍ବା ନିଯୁକ୍ତିକୁ ନେଇ ଆଦୌ ଚିନ୍ତିତ ନୁହନ୍ତି । ଉଭୟ କୋଟି କୋଟି ଟଙ୍କାର କଳାଧନ ବିନିଯୋଗ କରି କଂଗ୍ରେସ ଶାସିତ ରାଜ୍ୟରେ ଅସ୍ଥିତରତା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି । ଲୋକଙ୍କ ନିର୍ବାଚିତ ପ୍ରତିନିଧିଙ୍କୁ ଅବମାନନା କରିବା ସହିତ ଉଭୟ ସାମାଜିକ ବ୍ୟବସ୍ଥା ବିଗାଡିବାରେ ବ୍ୟସ୍ତ ଅଛନ୍ତି ବୋଲି ସୋସିଆଲ ମିଡିଆ ସାଇଟ୍…

