Author: Samikhsya Bureau

ସମୀକ୍ଷା ବ୍ୟୁରୋ ସମ୍ବଲପୁର : ଆଜି ସମ୍ବଲପୁର ଜିଲ୍ଲା ବୁର୍ଲାର କଟାପାଲି ଛକରେ ବସ୍‌ ଓ ଟ୍ରକ୍‌ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ 5ଜଣ ଆହତ ହୋଇଛନ୍ତି ।  ଟ୍ରକ୍ ଧକ୍କାରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଥିଲା ।  ଆହତଙ୍କୁ ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ବସ୍‌ ଡ୍ରାଇଭର୍ ଓ ହେଲ୍‌ପର୍ ଅଛନ୍ତି। ବସ୍‌ଟି ଜୟପୁରରୁ ସମ୍ବଲପୁର ଆସୁଥିଲା। ତେବେ କଟାପାଲି ଛକ ନିକଟରେ ଏକ ଟ୍ରକ୍ ଏହି ବସ୍‌କୁ ପଛ ପଟୁ ଧକ୍କା ଦେଇଥିଲା। ଏହା ପରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Read More

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନୀ ପ୍ରଚାରର ଅନ୍ତିମ ସମୟ ଆସି ପହଞ୍ଚିଲାଣି । ମତଦାତାଙ୍କୁ ଆକୃଷ୍ଟ ତଥା ନିଜ ପକ୍ଷ ରଖିବା ପାଇଁ ସମସ୍ତ ରାଜନୈତିକ ଦଳ ପୂରା ପ୍ରସ୍ତୁତି କରିସାରିଛନ୍ତି । ଆଜି ତିନି ପ୍ରମୁଖ ଦଳର ପ୍ରଚାର ବେଶ୍‌ ଜୋରସୋରରେ ଅନୁଷ୍ଠିତ ହେଉଛି। ଆଜି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇବେ ଗାନ୍ଧି ପରିବାର । ରାହୁଲ୍‌ ଓ ପ୍ରିୟଙ୍କା ଉଭୟ ନିର୍ବାଚନ ରାଲି କରି ଭୋଟରଙ୍କୁ ଆକୃଷ୍ଟ କରିବେ । ସେହିପରି ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀର ଦ୍ବାରକା ନିର୍ବାଚନ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ  କଂଗ୍ରେସ ତରଫରୁ ରାହୁଲ୍‌ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବେ ।  ରାହୁଲ୍‌ ଓ ପ୍ରିୟଙ୍କା ଆଜି ଜଙ୍ଗାପୁରାରେ ରାଲି କରିବାକୁ ଥିବାବେଳେ  ସଙ୍ଗମ ବିହାରରେ ମଧ୍ୟ ଏକ ରାଲିକୁ ସମ୍ବୋଧନ କରିବେ । କଂଗ୍ରେସର ଶୀର୍ଷନେତାଙ୍କୁ ଆଜି ପ୍ରଥମ ରାଲି…

Read More

ମୁମ୍ବାଇ : ଡିସେମ୍ବର 2019ରେ ସାରା ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହୋଇଯାଇଛି । ଏହି ନିୟମ ସହିତ  ଜରିମାନାର ପରିମାଣର ରାଶିକୁ ମଧ୍ୟ ଦୁଇଗୁଣିତ କରାଯାଇଛି । ଏହି ନୂତନ ନିୟମ ଆରମ୍ଭରେ ବହୁତ ଚାଲାଣ କଟାଯିବ ସହିତ ଜରିମାନା ମଧ୍ୟ ବେଶ୍‌ ଆଦାୟ ହୋଇଛି । କିଛି ଜାଗାରେ ଏହି ନୂତନ ମୋଟର ଆଇନକୁ ବିରୋଧ ମଧ୍ୟ କରାଯାଇଥିଲା । କିନ୍ତୁ ଟ୍ରାଫିକ୍‌ ନିୟମ ଭାଙ୍ଗୁଥିବା ଲୋକଙ୍କ ପାଇଁ ମୁମ୍ବାଇ ଟ୍ରାଫିକ୍‌ ପୋଲିସ୍‌ ଏକ ଭିନ୍ନ ପ୍ରୟୋଗ ଆରମ୍ଭ କରିଛି । ମୁମ୍ବାଇରେ ଟ୍ରାଫିକ୍‌ ପୋଲିସ୍‌ ରେଡ୍‌ ଲାଇଟ୍‌ ସିଗ୍‌ନାଲ୍‌କୁ ନେଇ ଅଯଥା ହର୍ଣ୍ଣକୁ ନେଇ ବହୁତ ବ୍ୟତିବ୍ୟସ୍ତ ଥିବାବେଳେ ଏହି ସମସ୍ୟାର ଏକ ଅନନ୍ୟ ଉପାୟ ବାହାର କରିଛି । ରାସ୍ତାରେ ଟିକିଏ ଜାମ୍‌ ହୋଇଗଲା ପରେ ଗାଡ଼ିଗୁଡ଼ିକ ଅଯଥା ହର୍ଣ୍ଣ ବଜାଇବା ଆରମ୍ଭ କରିଦେଉଛନ୍ତି । ଯାହାଦ୍ବାରା ସାଧାରଣ ଲୋକେ ବ୍ୟତିବ୍ୟସ୍ତ…

Read More

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର ମିର୍ଜାପୁର ନିକଟ ଲାଲଗଞ୍ଜ ଥାନା ଅନ୍ତର୍ଗତ ଉତରୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମଧ୍ୟାହ୍ନ ଭୋଜନ ପାଇଁ ପ୍ରସ୍ତୁତ ହେଉଥିବା ତରକାରୀରେ ତିନି ବର୍ଷର ଶିଶୁ କନ୍ୟା ପଡ଼ିଯାଇ ମୃତ୍ୟୁ ହୋଇଛି। ଜିଲ୍ଲାପାଳ ଏହି ଘଟଣାରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ସେହିଭଳି ସମ୍ପୃକ୍ତ ପାଚିକାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଛି। ରୋଷେଇ ସମୟରେ ରୋଷେୟା ଜଣକ ମୋବାଇଲରେ ବ୍ୟସ୍ତ ଥିବାବେଳେ ଝିଅଟି ତରକାରୀ ହାଣ୍ଡିକୁ ଖସି ପଡିଥିଲା। ଶିଶୁଟିକୁ ଉଦ୍ଧାର କରାଯାଇ ତାକୁ ନିକଟସ୍ଥ ଡାକ୍ତରଖାନାକୁ ନିଆଟାଇଥିଲା। ଅବସ୍ଥା ଗୁରୁତର ଥିବାର ଉପଖଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଶିଶୁ କନ୍ୟାଟିକୁ ମୃତ ଘୋଷଣା କରିଥିଲେ। ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକ ଶିକ୍ଷାଅଧିକାରୀ କହିଛନ୍ତି। ନଭେମ୍ବର ମାସରେ ଆନ୍ଧ୍ରପ୍ରଦେଶର କୁର୍ନୁଲ୍‌ ଜିଲ୍ଲାରେ ମଧ୍ୟ ଏହିପରି ଏକ ଘଟଣା ଘଟିଥିଲା। ଗରମ…

Read More

କାଶ୍ମୀର : ଫିଲ୍ମ ଦୁନିଆକୁ ବିଦାୟ ଦେଇ ସାରିଥିବା ବଲିଉଡ ଅଭିନେତ୍ରୀ ଜାୟାରା ଓ୍ବାସିମ୍‌ କାଶ୍ମୀରର ସମସ୍ୟାକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଜାୟାରା  କେତେଗୁଡ଼ିଏ ଗମ୍ଭୀର ସମସ୍ୟା ଉପରେ ପ୍ରଶ୍ନ କରିଛନ୍ତି। ଏହା ସହିତ କାଶ୍ମୀରର ପରିସ୍ଥିତି ସମ୍ପର୍କରେ ମଧ୍ୟ କିଛି କହିଛନ୍ତି। ଜାୟାରା ଏହି ପୋଷ୍ଟରେ ଲେଖିଛନ୍ତି ଯେ, କାଶ୍ମୀର ଲୋକଙ୍କ ସ୍ବାଧୀନତା ଉପରେ ଯିଏ ବି ଯେକୌଣସି ସମୟରେ ପ୍ରତିବନ୍ଧକ ଲଗାଇ ପାରୁଛି।  କାଶ୍ମୀରୀ ଲଗାତାର ଭାବରେ ଆଶା ଓ ନୈରାଶ୍ୟ ଭିତରେ ଗତି କରୁଛି। ନିରାଶା ଓ ଦୁଃଖର ସ୍ଥାନ ଭିତରେ ଶାନ୍ତି ରହିଛି ଭଲି ମିଥ୍ୟା ପ୍ରଚାର କରାଯାଉଛି। ସେହିପରି ଜୟାରା କହିଛନ୍ତି ଯେ, ଆମ ସ୍ବରକୁ ଦବାଇବା ଏତେ ସହଜ କ’ଣ ପାଇଁ ? ଆମ ଅଭିବ୍ୟକ୍ତି ଓ ସ୍ବତନ୍ତ୍ରତା ଉପରେ ପ୍ରତିବନ୍ଧକ ଏତେ ସହଜରେ କେମିତି ଲାଗୁପାରୁଛି। ଆମକୁ ଆମ ବିଚାର ଓ କଥା ରଖିବା…

Read More

ଭୁବନେଶ୍ବର, ଗତକାଲି ବିଳମ୍ବିତ ରାତ୍ରୀରେ ଓଡିଶା ଚିକିତ୍ସା ଇତିହାସରେ ଏକ ବିରଳ ଘଟଣା ଘଟିଛି। ଘଟଣାଟି ହେଉଛି କଟକ ଏସସିବି ରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ଭୁବନେଶ୍ବରରେ ବ୍ରେନ ଡେଡ୍ ଥିବା ଜଣଙ୍କ କିଡନୀକୁ ନିଆଯାଇ ପ୍ରତିରୋପଣ କରାଯାଇଛି। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଓଡିଶାର ଡାକ୍ତରମାନେ ତାହା କରି ଦେଖାଇଛନ୍ତି। ଘଟଣାଟି ହେଉଛି ଗଂଜାମ ଜିଲ୍ଲାର ପ୍ରିୟଙ୍କା ପାତ୍ର ସଡକ ଦୁର୍ଘଟଣାରେ ଗୁରୁତର ହୋଇ ଆପୋଲ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କର ଅବସ୍ଥା ଭଲ ନ ଥିବାରୁ ଡାକ୍ତରମାନେ ତାଙ୍କୁ ବ୍ରେନ ଡେଡ୍ ବୋଲି ଘୋଷଣା କରିଥିଲେ। ଏହାପରେ ପରିବାର ବର୍ଗ ତାଙ୍କର ଅଙ୍ଗ ପ୍ରତ୍ୟେଙ୍ଗ ଦାନ କରିବା ପାଇଁ ଚାହିଁଥିଲେ। ହସପିଟାଲ କର୍ତ୍ତୁପକ୍ଷ ଏହା ଜାଣିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଇଥିଲେ। ହେଲେ ଅଙ୍ଗ ପ୍ରତ୍ୟେଙ୍ଗ ପ୍ରତିରୋପଣ କେବଳ ଏସସିବିରେ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି କରିଛନ୍ତି। ସେହି ଅନୁସାରେ…

Read More

ସମୀକ୍ଷା ବ୍ୟୁରୋ କଟକ : କଟକ ଏସ୍‌ସିବି ଚାରିକଡରୁ ଉଚ୍ଛେଦ ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଯୋବ୍ରା ମାଛ ମାର୍କେଟରେ ଚାଲିଛି ଉଚ୍ଛେଦ । ଜିଲ୍ଲା ଓ ପୋଲିସ୍‌ ପ୍ରଶାସନ ସହ ସିଏମ୍‌ସି ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଉଛି । ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଦୋକାନଗୁଡ଼ିକର ଉଚ୍ଛେଦ କରାଯାଉଛି । ଏସ୍‌ସିବିର ଦ୍ବିତୀୟ କ୍ୟାମ୍ପସ୍‌ ଗଠନ କରାଯିବା ନେଇ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଉଛି ।  ଏସ୍‌ସିବିକୁ ବିଶ୍ବସ୍ତରୀୟ ମେଡ଼ିକାଲ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଏସସିବିକୁ ଏମ୍ସ ପ୍ଲସ ଭାବେ ଗଢି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି। ଏସ୍‌ସିବି ପୁନର୍ବିନ୍ୟାସ ଓ ଥଇଥାନ ପାଇଁ ପ୍ୟାକେଜ୍‌ ଘୋଷଣା କରାଯାଇଛି ।

Read More

ନୂଆଦିଲ୍ଲୀ: ଚୀନରେ କରୋନା ଭାଇରସ ଆହୁରି ଅଧିକ କାୟା ମେଲାଇଛି । ଏହି ଭାଇରସ ଯୋଗୁଁ ମୃତ୍ୟୁ ସଂଖ୍ୟା ୪୨୫ରେ ପହଞ୍ଚିଛି । ଏଥିରୁ ଗତ ୨୪ ଘଣ୍ଟାରେ ୬୪ ଜଣ ଶିକାର ହୋଇଥିବା ବେଳେ ଏଯାଏଁ ମୋଟ ୨୦ ହଜାର ୪୦୦ ଲୋକ ସଂକ୍ରମଣର ଶିକାର ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଏଥିପାଇଁ ବିଶ୍ୱ  ସ୍ବାସ୍ଥ୍ୟ ସଂଗଠନର ନେତୃତ୍ୱରେ ଏକ ଅନ୍ତର୍ଜାତୀୟ ବିଶେଷଜ୍ଞ ଦଳ ଚଳିତ ସପ୍ତାହରେ ଚୀନ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବ। ବିଶ୍ୱର ୨୭ଟି ଦେଶକୁ କରୋନା ଭାଇରସ ବ୍ୟାପିଥିବା ଜଣାପଡ଼ିଛି । ଚୀନରେ ରହୁଥିବା ବିଦେଶୀ ନାଗରିକ ଓ ଛାତ୍ରମାନେ ସ୍ବଦେଶକୁ ଫେରୁଛନ୍ତି। ଅନ୍ୟପକ୍ଷରେ ଭାରତ, ଆମେରିକା, ଜାପାନ, ଋଷିଆ, ପାକିସ୍ତାନ, ନେପାଳ, ବ୍ରିଟେନ ଆଦି ଦେଶଗୁଡ଼ିକ ଚୀନକୁ ବିମାନ ଉଡ଼ାଇବା କିଛି ଦିନ ପାଇଁ କଟକଣା ଜାରି କରିଛନ୍ତି ।  ସେହିପରି କରୋନା ଭାଇରସକୁ କେରଳ ସରକାର ରାଜ୍ୟ ବିପତ୍ତି…

Read More

କେଦାର ମିଶ୍ର “ଗୋଲି ମାରୋ” ବା “ଚଲାଅ ଗୁଳି” ଏହା ବୋଧେ ନୂଆ ଭାରତର ନୂଆ ରାଜନୈତିକ ସ୍ଲୋଗାନ। ନା, କେବଳ ସ୍ଲୋଗାନ ନୁହେଁ, ଏହା ଭାରତର ନୂଆ ରାଜନୈତିକ କାର୍ୟକ୍ରମ। ଗୁଳି ମାରିଦେବାର ରାଜନୈତିକ ସ୍ଲୋଗାନବାଜିର ପରିଣତିରେ ଆଜି ଦିଲ୍ଲୀ ସହରରେ ଗୁଳି ଫୁଟୁଛି। ଗୁଳି ଚଲାଉଥିବା ଲୋକେ ସନ୍ତ୍ରାସବାଦୀ ବା ଅପରାଧୀ ନୁହନ୍ତି, ସେମାନେ ସିସିଆଲ ମିଡିଆରେ ନୂଆ ରାଜନୀତିର ବାଳଚର ସଦସ୍ୟ। ଏମାନଙ୍କୁ ଘୃଣା ଓ ଅସହିଷ୍ଣୁତାର ପାଠ ପଢାଯାଉଛି। ଏ ପାଠ ପଢାଉଥିବା ଲୋକେ  ଦେଶର ସର୍ବୋଚ୍ଚ କ୍ଷମତାର ଅଧିକାରୀ। ସେମାନଙ୍କ ହାତରେ ଆଇନର ଶାସନ, ଅର୍ଥନୀତିର ନିୟନ୍ତ୍ରଣ ଓ ପୁଲିସର ବାହୁବଳ ରହିଛି। ତଥାପି ସେମାନଙ୍କୁ ଅନ୍ଧ ଭାବରେ ଗୁଳି ଚଲାଉଥିବା ଲୋକ ଦରକାର। ଗତ ସପ୍ତାହେ ଭିତରେ ଭାରତର ଶାସକ ବର୍ଗ ଏମିତି କିଛି ନୂଆ ରାଜନୈତିକ ଚେହେରା ତିଆରି କରିଛନ୍ତି, ଯେଉଁମାନେ ଲୋକଙ୍କ ଉପରକୁ ବିନା ଦ୍ଵିଧାରେ ଗୁଳି ଚଳାଇବାକୁ ପ୍ରସ୍ତୁତ।…

Read More

ଭୁବନେଶ୍ବର, ଜଣେ ଶ୍ରମିକଙ୍କ ପାଖକୁ ବର୍ଷକର ଆୟ ବାବଦରେ 2 ଲକ୍ଷ 59 ହଜାର ଟଙ୍କା ଆୟକର ବା ଆଇଟି ବାବଦକୁ ଜମା କରିବା ପାଇଁ ଏକ ନୋଟିସ ମିଳିଛି। ଏହି ନୋଟିସଟି ଆୟକର ବିଭାଗ ଦେଇଛି। ସେଥିରେ ଉଲ୍ଲେଖ ରହିଛି ଯେ, ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ 1 କୋଟି 47 ଲକ୍ଷ ଟଙ୍କାର କାରବାର ହୋଇଛି। ସେହି କାରବାର ବାବଦର ଆୟକର ହେଉଛି 2.59 ଲକ୍ଷ ଟଙ୍କା। ଏହି ନୋଟିସ ପାଇବା ପରେ ସେହି ଶ୍ରମିକ ଜଣଙ୍କ ହତବାକ ହୋଇପଡିଛନ୍ତି। ଯାହାର ଦୈନିକ ରୋଜଗାର ମାତ୍ର ଦୁଇରୁ ତିନିଶହ ଟଙ୍କା ଥିବା ବେଳେ ସେ କେଉଁଠୁ ଏତେ ଟଙ୍କା ପଇଠ କରିବ ବୋଲି ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହି ଘଟଣାଟି ଓଡିଶାର ନବରଂଗପୁର ଜିଲ୍ଲାର ପୁଜାରୀଭରଣ୍ଡି ଗାଁରେ ଘଟିଛି। ଏହି ଗାଁର ସାନଧର ଗଣ୍ଡଙ୍କୁ ମିଳିଛି ଏହି ନୋଟିସ। ତାଙ୍କୁ କୁହାଯାଇଛି ଯେ, ତାଙ୍କର ଆଇସିଆଇସିଆଇ ବ୍ୟାଙ୍କରେ ଯେଉଁ…

Read More

ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅଂଚଳରେ ଏବେ ଆତଙ୍କରାଜ ଚଳାଇଛନ୍ତି ମାଙ୍କଡ। ଲୋକଙ୍କୁ ଦେଖିବାକ୍ଷଣି ଗୋଡେଇ ଗୋଡେଇ କାମୁଡୁଛନ୍ତି ଏହି ମାଙ୍କଡମାନେ। ସୂଚନାନୂଯାୟୀ ଉକ୍ତ ବ୍ଲକ ଅନ୍ତର୍ଗତ ଦଣ୍ଡମିର, ଆହାଣା, ବାଲିଝରୀ ଗ୍ରାମ ମାନଙ୍କରେ ମାଙ୍କଡ ଆତଙ୍କ ଯୋଗୁଁ ଲୋକେ ଭୟଭିତ ହୋଇ ଘରୁ ବାହାରିବା ମୁସ୍କିଲ ହୋଇଗଲାଣି। କିଛିଦିନ ତଳେ ଦଣ୍ଡମିର, ଆହାଣା, ବାଲିଝରି ଗ୍ରାମର ୧୦ଜଣରୁ ଉର୍ଦ୍ଧ ମହିଳା ଓ ପୁରୁଷଙ୍କୁ ମାଙ୍କଡ କାମୁଡିଥିବା ବେଳେ ବାଲିଝାରି ଗ୍ରାମର କଣ୍ଡୁରୀ ଘଡେଇ, ଆହାଣା ଗ୍ରାମର ସାକୁଲି ସେଠୀ, ଦଣ୍ଡମିର ଗ୍ରାମର ବନଲତା କାଣ୍ଡି ପ୍ରମୂଖ ମାଙ୍କଡ କାମୁଡାରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏଥିସହିତ ଗତକାଲି ଦିନ ତିନିଟା ବେଳେ ଆହାଣା ଗ୍ରାମର ଜିତେନ ଘଡେଇଙ୍କ ପତ୍ନି୍ଙ୍କ ଡାହାଣ ହାତକୁ ମାଙ୍କଡ କାମୁଡି ପୁଳାଏ ମାଉଁସ ନେଇଯାଇ ଗାଡ କରିଦେଇଥିଲା। ଯଥାଶିଘ୍ର ତାଙ୍କୁ ଚିକିତ୍ସା ପାଇଁ ସ୍ଥାନିୟ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର…

Read More

ମହାତ୍ମା ଗାନ୍ଧି ଓ ସ୍ବାଧୀନତା ଆନ୍ଦୋଳନକୁ ନେଇ ବିଜେପି ସାଂସଦ ଅନନ୍ତ ହେଗେଡଙ୍କ ବୟାନକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ବିବାଦୀୟ ବୟାନକୁ ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିଜେପିକୁ ଘେରିଛନ୍ତି ।  କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା କହିଛନ୍ତି ଯେ, ମହାତ୍ମା ଗାନ୍ଧି ଓ ସ୍ବାଧୀନତା ଆନ୍ଦୋଳନକୁ ଅପମାନ କରିବା ଅଭିଯୋଗରେ ହେଗେଡଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌ । ଯଦି ପ୍ରଧାନମନ୍ତ୍ରୀ ତଥା ସରକାର ଏହା ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ସରକାରଙ୍କ ଉଦ୍ଦେଶ୍ୟରେ କ’ଣ ରହିଛି ଜଣାପଡିଯିବ । ଏହା ସହିତ ଆନନ୍ଦ ଶର୍ମା କହିଛନ୍ତି ଯେ, ହେଗେଡଙ୍କ ବୟାନ ଉପରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟୀକରଣ ଦେବା ଉଚିତ୍‌ । ସେହିପରି କଂଗ୍ରେସର ପ୍ରବକ୍ତା ରଣଦୀପ୍‌ ସୁର୍ଜେଓ୍ବାଲା ଏହାକୁ ନିନ୍ଦନୀୟ ବୋଲି କହିବା ସହିତ କହିଛନ୍ତି ଯେ, ଯଦି ହେଗେଡଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ, ତେବେ ଏହା…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ : ଆଜି କୁଜଙ୍ଗ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି ମଧ୍ୟ କରିଥିଲେ । ଏହି ଅଭିଯୋଗ ଶିବିରରେ ମୋଟ 230ଟି ଅଭିଯୋଗ ପଂଜୀକୃତ ହୋଇଥିଲା । ସେଥିମଧ୍ୟରୁ 217ଟି ବ୍ୟକ୍ତିଗତ ସମ୍ପସ୍ୟା ସମ୍ପର୍କିତ, 81ଟି ବିଜୁ ପକ୍କାଘର/ ଇନ୍ଦିରା ଆବାସ ସମ୍ପର୍କିତ, ଜମିଜମା ସମ୍ପନ୍ଧୀୟ 20ଟି, ରାସନ କାର୍ଡ ସମ୍ବନ୍ଧୀୟ 8ଟି, କାଳିଆ ଯୋଜନା ସମ୍ପର୍କିତ 12ଟି ଜମିଜମା ସମ୍ପର୍କିତ 20ଟି, ଘର  ଡିହ ସମ୍ପର୍କିତ 8ଟି, ସ୍ବାସ୍ଥ୍ୟ ସମ୍ପର୍କିତ 6ଟି, ଆଇନ ସହାୟତା ସମ୍ପର୍କିତ 8ଟି ଓ ଅନ୍ୟାନ୍ୟ 48ଟି, ଗ୍ରାମ ସମସ୍ୟା ସମ୍ପର୍କିତ 2ଟି, ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ସହାୟତା ପାଇବା ପାଇଁ 7ଟି, ରେଡକ୍ରସ୍‌ ପାଣ୍ଠିରୁ ସହାୟତା ପାଇଁ 4ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା…

Read More

ସମୀକ୍ଷା ବ୍ୟୁରୋ ବାଲୁଗାଁ :  ଚିଲିକା ଡଙ୍ଗାବୁଡି ଘଟଣାରେ ତିନି ଡଙ୍ଗା ମାଲିକଙ୍କୁ ଗିରଫ କରାଯାଇଛି । ଗତକାଲି ଚିଲିକା ମଝିରେ ଡଙ୍ଗା  ବୁଡିଯିବା ଘଟଣାରେ ଡଙ୍ଗା ମାଲିକଙ୍କୁ ବାଲୁଗାଁ ପୋଲିସ ଗିରଫ କରିଛି । କାଳିଜାଇରୁ ଭୋଜି ସାରି ଫେରୁଥିବାବେଳେ ଗୋଟିଏ ଡଙ୍ଗା ବୁଡିଥିଲା । ପଛରେ ଆସୁଥିବା ଅନ୍ୟ ଏକ ଡଙ୍ଗା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା । ଡଙ୍ଗା ବୁଡିବା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ଆଜି ବାଲୁଗାଁ ଫିସେରୀ ଡିଏଫ୍‌ଓ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆସନ୍ତା କାଲିଠାରୁ ସମସ୍ତ ଡଙ୍ଗାର କାଗଜପତ୍ର ଯାଞ୍ଚ କରିବାକୁ ନିଷତ୍ତି ନିଆଯାଇଛି । ଗତକାଲି ଚିଲିକାଠାରେ ବୁଡି ଯାଇଥିବା ଡଙ୍ଗାରେ ଆବଶ୍ୟକତାଠାରୁ ଅଧିକ ସଂଖ୍ୟକ ଯାତ୍ରୀ ରହିବା କାରଣରୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ପଡିଥିଲା।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟଙ୍କୁ ଜାମିନ ମିଳିଛି । ହାଇକୋର୍ଟ ବିଜୟଙ୍କ ଜାମିନକୁ ମଞ୍ଜୁର କରିଛନ୍ତି । ଉଦ୍ୟାନ କୃଷି ନିର୍ଦ୍ଦେଶକ ଥିବାବେଳେ ଲାଞ୍ଚ ନେଇଥିବାର ଅଭିଯୋଗ ହୋଇଥିଲା । 1ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଥିଲା। ବିଜୟଙ୍କ ସହ ଜଣେ ଘରୋଇ ବ୍ୟାଙ୍କର କର୍ମଚାରୀଙ୍କୁ ମଧ୍ୟ ଗିରଫ ହୋଇଥିଲେ। ଡିସେମ୍ବର 30 ତାରିଖରେ ଦୁହିଁଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବେ ବୋଲି କହିଛନ୍ତି ହାଇକୋର୍ଟ। ଗିରଫ ହେବା ପରେ ବିଜୟ କେତନଙ୍କୁ ଫଶାଇ ଦିଆଯାଇଛି ବୋଲି କହିଥିଲେ ବିଜୟ କେତନ।

Read More

ମୁମ୍ବାଇ : ବିକି କୌଶଲ୍‌ ଓ ଭୂମି ପେଡେନ୍‌କରଙ୍କ ଅଭିନୀତ ଫିଲ୍ମ ‘ଭୂତ୍‌’ର ଆଜି ଟ୍ରେଲର୍‌ ରିଲିଜ୍‌ ହୋଇଛି । ଏହି ଫିଲ୍ମଟି ବହୁ ସମୟ ଧରି ଚର୍ଚ୍ଚାରେ ରହିଛି । ତେବେ ଏହାର ଟ୍ରେଲରକୁ ଦର୍ଶକଙ୍କ ମିଶ୍ର ପ୍ରତିକ୍ରିୟା ମିଳିଛି । କେହି କେହି ଏହାକୁ ବେକାର କହିଥିବାବେଳେ କେହି କେହି ଏହାର କାହାଣୀକୁ ପସନ୍ଦ କରିଛନ୍ତି । ଏହି ଟ୍ରେଲର୍‌ରେ ଆମାଜନ୍‌ ସମୁଦ୍ରରେ ରହିଥିବା ଏକ ଜାହାଜର କାହାଣୀକୁ ଦର୍ଶାଯାଇଛି । ଯାହାର ଯାଞ୍ଚ ପାଇଁ ବିକିଙ୍କୁ ଦାୟିତ୍ବ ଦିଆଯାଇଛି । ଜାହାଜକୁ ଯାଞ୍ଚ କରିବା ସମୟରେ କିଛି ଅଜବ ଘଟଣା ଦେଖିଛନ୍ତି ବିକି ।  ଫିଲ୍ମରେ ବିକିଙ୍କ ଚରିତ୍ରଙ୍କ ନାମ ପୃଥ୍ବୀ ରହିଛି । କରନ୍‌ ଜୋହରଙ୍କ ପ୍ରଯୋଜିତ ଏହି ଫିଲ୍ମଟିକୁ ଭାନୁ ପ୍ରତାପ ସିଂ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମଟି ଆସନ୍ତା ଫେବୃଆରୀ 21 ତାରିଖରେ ପରଦା ଉପରକୁ ଆସିବ । ଏହି ଫିଲ୍ମ ସହିତ…

Read More

ଓ୍ବର୍ଦ୍ଧା : ପ୍ରେମକୁ ପ୍ରତ୍ୟାଖ୍ୟାନ କରିବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି ଯୁବତୀଜଣଙ୍କୁ । ତାଙ୍କୁ ପେଟ୍ରୋଲ ପକାଇ ଜାଳିବାର ଚେଷ୍ଟା କରାଯାଇଛି । ଏହିଭଳି ଏକ ସମ୍ବଦେନଶୀଳ ଘଟଣା ଘଟିଯାଇଛି ମହାରାଷ୍ଟ୍ରର ଓ୍ବର୍ଦ୍ଧା ଜିଲ୍ଲାରେ। ମିଳିଥିବା ସୂଚନା ଅନୁସାରେ ଯୁବତୀ ଜଣକ ଗତ ସାତ ମାସ ହେବ ଏକ କଲେଜରେ ଶିକ୍ଷକତା କରୁଥିବାବେଳେ ତାଙ୍କୁ ଜଣେ 27 ବର୍ଷୀୟ ବିବାହିତ ଏକତରଫା ପ୍ରେମ କରୁଥିଲେ । ମାତ୍ର ଯୁବତୀ ଜଣଙ୍କ ଏହାକୁ ପ୍ରତ୍ୟାଖ୍ୟାନ କରିଆସୁଥିଲେ । ନିକଟରେ ଯୁବତୀଜଣକଙ୍କ ଅନ୍ୟ ଏକ ଜାଗାରେ ବିବାହ ସ୍ଥିର ହେବାରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଯୁବତୀଙ୍କ ଉପରେ ପେଟ୍ରୋଲ୍‌ ପକାଇ ଜାଳିବାକୁ ଚେଷ୍ଟା କରିଛନ୍ତି । ତେବେ ଗମ୍ଭୀର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇ ତାଙ୍କୁ ପ୍ରଥମେ ଉପଜିଲ୍ଲା ହସ୍ପିଟାଲ୍‌କୁ ନିଆଯାଇଥିବାବେଳେ ତାଙ୍କୁ ନାଗପୁରର ଅରେଞ୍ଜ ସିଟି ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ହିଙ୍ଗନଘାଟ ପୋଲସ୍‌ ତଦନ୍ତ କରୁଛନ୍ତି ।…

Read More

ସମୀକ୍ଷା ବ୍ୟୁରୋ କଟକ : ଚଳିତ ବର୍ଷ ଫେବୃଆରୀ 19ରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେବ । ଚଳିତ ଥର 5 ଲକ୍ଷ 60 ହଜାର 891 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏହା ମାର୍ଚ୍ଚ ଦୁଇ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।  ପରୀକ୍ଷା ନିମନ୍ତେ 307 ନୋଡାଲ ସେଣ୍ଟର ଓ 2888 ପରୀକ୍ଷା କେନ୍ଦ୍ର ଧାର୍ଯ୍ୟ ହୋଇଛି ।  ସମ୍ବେଦନଶୀଳ 1ହଜାର କେନ୍ଦ୍ରରେ ସିସିଟିଭି ଲଗାଇବା ପାଇଁ କାର୍ଯ୍ୟ ଜାରି କରାଯାଇଛି । 22 ପୋଲିସ ଷ୍ଟେସନକୁ ମଧ୍ୟ ନୋଡାଲ ସେଣ୍ଟର କରିବାକୁ ନିଷ୍ପତ୍ତି ହୋଇଛି ।  ପରୀକ୍ଷା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ଼ ବ୍ୟବସ୍ଥା ମଧ୍ୟ କରାଯାଇଛି । ନୋଡାଲ ସେଣ୍ଟର ଗୁଡ଼ିକରେ 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି । ସମସ୍ତ ପରୀକ୍ଷା ସକାଳ 10ଟାରୁ…

Read More