Author: Samikhsya Bureau

ସମୀକ୍ଷା ବ୍ୟୁରୋ ଇତି ମଧ୍ୟରେ ଦୁଇଟି ସଂସ୍ଥାର ଜନମତ ସର୍ବେକ୍ଷଣ ପ୍ରକାଶ ପାଇଛି। ପ୍ରଥମ ସର୍ବେକ୍ଷଣ ଟାଇମ୍ସ ନାଓ ଟେଲିଭିଜନ ଓ ଭିଏମଆର କରିଥିବା ବେଳେ ଦ୍ଵିତୀୟ ସର୍ବେକ୍ଷଣ “ଦି କୁଇଣ୍ଟ” ଓ “ପୋଲ ଆଏଜ” କରିଛନ୍ତି। ଟାଇମ୍ସ ନାଓ ଗତ ପାଞ୍ଚ ବର୍ଷ ଧରି ଭାରତୀୟ ଜନତା ପାର୍ଟିର ପକ୍ଷପାତ କରି ଆସୁଥିବାରୁ ଏହାର ସର୍ବେକ୍ଷଣକୁ ନେଇ ପ୍ରଶ୍ନ ଉଠିବା ସ୍ଵାଭାବିକ। ତେବେ ଓଡିଶାରେ ୨୧ଟି ଲୋକସଭା ଆସନରୁ ବିଜେପି ୧୪ ଓ ବିଜେଡି ୭ଟି ଆସନ ଜିତିବା ବୋଲି ଟାଇମ୍ସ ନାଓ କହିଛି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଏନଡିଏ କଷ୍ଟେ ମଷ୍ଟେ ୨୮୨ ଆସନ ପାଇ ସରକାର ଗଢିବ ବୋଲି ଏହା ଭବିଷ୍ୟବାଣୀ କରିଛି। ତେବେ ଟାଇମ୍ସ ନାଓ ର ସରକାର ସପକ୍ଷବାଦୀ ଆଭିମୁଖ୍ୟ ଓ ପୂର୍ବରୁ ଏହାର ଭବିଷ୍ୟବାଣୀ ପ୍ରାୟ ଭୁଲ ସାବ୍ୟସ୍ତ ହୋଇଥିବାରୁ ଏହାର ସର୍ବେକ୍ଷଣକୁ ସେତେ ଗୁରୁତ୍ଵ ଦିଆ ଯାଉନାହିଁ। ଅନ୍ୟ ପକ୍ଷରେ ସ୍ଵାଧୀନ…

Read More

ଗତକାଲି ବିଜେଡ଼ିର ୯ଟି ଲୋକସଭା ଆସନ ଓ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପତ୍ର ଘୋଷଣା କରିବା ପରେ ଏବେ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି। ୯ଟି ଲୋକସଭା ଆସନରେ ୮ଟି ବିଧାନସଭାରେ ନୂଆ ମୁହଁକୁ ସ୍ଥାନ ଦିଆଯାଇଥିବାବେଳେ କେବଳ ବଲାଙ୍ଗିର ଲୋକସଭା ଆସନରେ କଳିକେଶ ସିଂହଦେଓଙ୍କୁ ଟିକେଟ ଦିଆଯାଇଛି। ଏହାକୁ ନେଇ ଏବେ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି। କନ୍ଧମାଳ ଲୋକସଭା ଆସନରୁ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରାଯିବା ପରେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି  କଳାହାଣ୍ଡି ସାଂସଦ ଅର୍କ କେଶରୀଙ୍କ ସ୍ଥାନରେ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଟିକେଟ୍‌ ମିଳିବା ପରେ ସେ ଦଳୀୟ ମୁଖ୍ୟଙ୍କ ପ୍ରତି ଅସନ୍ତୋଷ ଜାହିର୍‌ କରିଛନ୍ତି। ସେହିପରି ଆଜି କୁସୁମ ଟେଟେ ଟିକେଟ ନ ପାଇବା କ୍ଷୋଭରେ ବିଜେଡ଼ିରୁ ଇସ୍ତଫା ଦେଇଥିବାବେଳେ କଳାହାଣ୍ଡିର ବିଜେଡ଼ିର ସାଧାରଣ ସମ୍ପାଦକ ଥିବା ପ୍ରମୋଦ ପଟ୍ଟନାୟକ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ କଳାହାଣ୍ଡି…

Read More

ଆସନ୍ତା ୨୩ମାଚ୍ଚର୍ରୁ ଆରମ୍ଭ ହେବାକୁ ଯାଉଥିବା କ୍ରିକେଟ ମହାକୁମ୍ଭ ଆଇପିଏଲ୍‌ ନିମନ୍ତେ ବିସିସିଆଇ ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି। ପୂର୍ବରୁ ବିସିସିଆଇ ଏହାର ପ୍ରଥମ ଚରଣର କାର୍ଯ୍ୟସୂଚୀ ସମ୍ପର୍କରେ ଘାେଷଣା କରିଥିବା ବେଳେ ସାେମବାର ବିସିସିଆଇର ପ୍ରଶାସକ କମିଟିର ବୈଠକ ପରେ ଏହି  ଘୋଷଣା କରାଯାଇଛି। ଲୋକସଭା ନିର୍ବାଚନକୁ ଆଖିଆଗରେ ରଖି ଏହି ସୂଚୀ ପ୍ରସ୍ତୁତ କରାଯାଇଛି। ଚଳିତ ସାଧାରଣ ନିର୍ବାଚନ ମେ ୧୧ରୁ ଆରମ୍ଭ ହେବାକୁ ରହିଛି। ପୂବର୍ରୁ ନିର୍ବାଚନ ସମୟରେ  ଆଇପିଏଲ୍‌ ଦେଶ ବାହାରେ ଆୟୋଜିତ ହାେଇଛି। ୨୦୦୯ରେ ଦକ୍ଷିଣ ଆଫ୍ରିକାରେ ଆଇପିଏଲ୍‌ର ସମସ୍ତ ମ୍ୟାଚ ଖେଳାଯାଇଥିବା ବେଳେ ୨୦୧୪ର ପ୍ରଥମ ଚରଣ ୟୁଏଇରେ ଖେଳାଯାଇଥିଲା। କିନ୍ତୁ ଚଳିତ ଥର ନିର୍ବାଚନ ସମୟରେ ଆଇପିଏଲ୍‌ ଦେଶରେ ଖେଳାଯାଉଛି। ବିସିସିଆଇ ଜାରି କରିଥିବା ସମ୍ପୂର୍ଣ୍ଣ ସୂଚୀରେ ମାର୍ଚ୍ଚ ୨୩ରୁ  ମେ ୫ ପର୍ଯ୍ୟନ୍ତ ଖେଳାଯିବ। ତଥାପି କ୍ୱାଲିଫାୟର୍ସ ଓ ଫାଇନାଲ ମ୍ୟାଚର ତାରିଖ ଘୋଷଣା ବାକି ଅଛି ।  ଆଇପିଏଲ୍‌ର…

Read More

ତାମିଲନାଡୁରେ କଂଗ୍ରେସ ସହ ମେଣ୍ଟ କରିଥିବା ଏମ୍‌କେ ଷ୍ଟାଲିନ୍‌ଙ୍କ ନେତୃତ୍ୱାଧୀନ ଡିଏମ୍‌କେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଛି। ଏଥିରେ ଦଳ କ୍ଷମତାକୁ ଆସିଲେ ଅନେକ କାର୍ଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଳ ପକ୍ଷରୁ କୃଷି ଋଣ ଛାଡ଼ ଓ ଚାଷୀଙ୍କ ଆୟ ଦୁଇଗୁଣ କରାଯିବ ବୋଲି କୁହାଯାଇଛି। ସେହିପରି ଟିକସ୍‌ ଛାଡ଼ ଆୟସୀମାକୁ ୫ରୁ ୮ ଲକ୍ଷ ଟଙ୍କାକୁ ବୃଦ୍ଧି, ମହିଳା ଦିବ୍ୟାଙ୍ଗଙ୍କ ସହାୟତା ରାଶିକୁ ୧୦ ଲକ୍ଷ କରିବା, ବିପିଏଲ୍‌ ତାଲିକାଭୁକ୍ତ ପରିବାରର ମହିଳାଙ୍କୁ ୫୦ ହଜାର ଟଙ୍କା, ସ୍କୁଲ ଓ କଲେଜ୍‌ ଛାତ୍ରଛାତ୍ରୀଙ୍କୁ ମାଗଣା ଟ୍ରେନ ସେବା, ମଦୁରାଇ, ତ୍ରିଚି ଓ କୋଏମ୍ୱାଟୁର ଭଳି ସହରରେ ମେଟ୍ରୋ ଟ୍ରେନ, ଘରୋଇ କମ୍ପାନୀରେ ୫୦ ଲକ୍ଷ ନିଯୁକ୍ତି ଏବଂ ଜିଏସ୍‌ଟିର ୨୮% ଟିକସ୍‌ ସ୍ଲାବକୁ ଉଚ୍ଛେଦ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ମେଡ଼ିକାଲ୍‌ ଏନ୍‌ଇଇଟି ପାଇଁ ଘରୋଇ କ୍ଷେତ୍ରରେ…

Read More

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ୭ ଆତଙ୍କୀଙ୍କ ୧୩ଟି ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି। ଏହି ସାତ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନି ମୁଖ୍ୟ ସୟଦ ସଲାହୁଦ୍ଦିନ ଏବଂ ଅନ୍ୟାନ୍ୟ ମାମଲାରେ ଏହି ଚଢାଉ କରାଯାଇଥିବା ଜଣାପଡିଛି। ଏହି ଚଢାଉରେ ସମୁଦାୟ ୧.୨୨କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିବା ନେଇ ପ୍ରବତ୍ତର୍ନ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆତଙ୍କୀଙ୍କୁ ଅର୍ଥପ୍ରଦାନ ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ପକ୍ଷରୁ ଦାୟର କରାଯାଇଥିବା ମାମଲା ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ସାତ ଜଣ ଆତଙ୍କୀ ହଓ୍ବାଲା ଜରିଆରେ ଏହି ଅବୈଧ ଅର୍ଥ କାରବାର କରୁଥିବା ବେଳେ ଏହାଦ୍ବାରା ଆଇଏସ୍‌ଆଇ ଏବଂ ପାକିସ୍ତାନୀ ଆତଙ୍କୀ ସଙ୍ଗଠନ ଗୁଡିକୁ ଅର୍ଥ ହସ୍ତାନ୍ତର କରାଯାଉଥିବା ପ୍ରକାଶ। ଅର୍ଥ େହରଫେର ଆଇନ୍‌ ବଳରେ ଏହି ୭ଜଣଙ୍କ ୧୩ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିବା ଇଡି ପକ୍ଷରୁ କୁହାଯାଇଛି। ଏହି ମାମଲାେର ଅର୍ନ୍ତଭୁକ୍ତ 7 ଜଣଙ୍କ ମଧ୍ୟରୁ ମହମ୍ମଦ ସାଫି ଶାହ, ତାଲିବ ଲାଲି,ମୁଜାଫର ଅହମଦ…

Read More

ଭାରତୀୟ କ୍ରିକେଟ୍‌ ଦଳରେ ଚାରି ନମ୍ବର ସ୍ଥାନରେ ବ୍ୟାଟିଂକୁ ନେଇ ସର୍ବଦା ସମସ୍ୟା ଲାଗି ରହିଛି। ଏହି ସ୍ଥାନରେ ବିଭିନ୍ନ ଖେଳାଳି ବ୍ୟାଟିଂ କରିଥିଲେ ମଧ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ନିୟମିତ ସଫଳ ହୋଇନାହାନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ତଥା ଦିଲ୍ଲୀକ୍ୟାପିଟାଲ୍‌ସର ପରାମର୍ଶଦାତା ସୌରଭ ଗାଙ୍ଗୁଲିଙ୍କ ମତରେ ଆଇପିଏଲ୍‌ ସମାପ୍ତ ହେବା ପୂର୍ବରୁ ଭାରତକୁ ଏହାର ଶ୍ରେଷ୍ଠ ଚାରି ନମ୍ବର ଖେଳାଳି ମିଳିଯିବ। ପୂର୍ବରୁ ଏହି ସ୍ଥାନରେ ଆଜିଙ୍କ୍ୟ ରାହାଣେ ଏବଂ କେଏଲ୍‌ ରାହୁଲ୍‌ ଖେଳିଥିଲେ ମଧ୍ୟ ଉଭୟ ବିଫଳ  ହୋଇଥିଲେ। ତିନୋଟି ସିରିଜ ପୂବର୍ରୁ ଅମ୍ବାତି ରାୟୁଡୁ ଏହି ସ୍ଥାନ ନିମନ୍ତେ ସର୍ବଶ୍ରେଷ୍ଠ ଖେଳାଳି ମନେ ହେଉଥିଲେ ମଧ୍ୟ ବିଗତ ଦୁଇ ସିରିଜ୍‌ରେ ସେ ବିଫଳ ହାେଇ ଚୟନକର୍ତ୍ତାଙ୍କୁ ସମସ୍ୟାରେ ପକାଇଛନ୍ତି। ଗାଙ୍ଗୁଲିଙ୍କ ସହିତ ଏହି କାର୍ଯ୍ୟକ୍ରମରେ ରିକି ପଣ୍ଟିଂ ମଧ୍ୟ ଉପସ୍ଥିତ ଥିଲେ। ଉଭୟ ଖେଳାଳି ଏହି ସ୍ଥାନ ନିମନ୍ତେ ପନ୍ତଙ୍କୁ ଉପଯୁକ୍ତ ବୋଲି କହିଥିଲେ ମଧ୍ୟ ଧାେନୀଙ୍କ ଉପସ୍ଥିତିରେ…

Read More

ଚାକିରିରୁ ଇସ୍ତଫା ଦେଲେ  କୃଷି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ।  ଆଜି ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁଳପତି ପଦ ଛାଡ଼ିବା ସହ ସରକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି। ଚଳିତ ମାସରେ ତାଙ୍କର ଚାକିରିର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଥାନ୍ତା, ତେବେ ତା’ପୂର୍ବରୁ ସେ ଇସ୍ତଫା ଦେଇ ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟପାଳଙ୍କ ପାଖକୁ ଡାକ ଯୋଗେ ପଠାଇଥିବା ଜଣାପଡ଼ିଛି। ପଶୁପାଳକଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରେ କିଛି ଦିନ ତଳେ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କୁ ଛୁଟିରେ ଯିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ପଶୁପାଳକ ତାଙ୍କ ପଦବୀର ଅପବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଓୟୁଏଟିରେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଜାଲିଆତି ହୋଇଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା।

Read More

ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ଦୁଇଜଣ ଓଡ଼ିଆ ଯବାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମରଣୋତ୍ତର କୀର୍ତ୍ତି ଚକ୍ର ସମ୍ମାନ ପ୍ରଦାନ କରିଛନ୍ତି। ସିପାହୀ ବିଜୟ କୁମାର ଏବଂ ସିଆରପିଏଫ୍‌ କନଷ୍ଟେବଳ ପ୍ରଦୀପ କୁମାର ପଣ୍ଡାଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଛି। ପ୍ରଦୀପ ପଣ୍ଡାଙ୍କ ପତ୍ନୀ ରାଷ୍ଟ୍ରପତିଙ୍କଠାରୁ ସମ୍ମାନଜନକ କୀର୍ତ୍ତି ଚକ୍ର ସମ୍ମାନ ଗ୍ରହଣ କରିଛନ୍ତି। ବିଜୟ କୁମାର ଏବଂ ପ୍ରଦୀପ କୁମାର ପଣ୍ଡା ଉଭୟ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ।

Read More

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଜେ ଟ୍ରମ୍ପ ମେକ୍ସିକୋ ପାଇଁ ଆମେରିକୀୟ ରାଷ୍ଟ୍ରଦୂତ ପଠାଇବା ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଏହାଦ୍ବାରା ଆମେରିକା ଏବଂ ମେକ୍ସିକୋ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ସମାଧାନ ବାହାରି ପାରିବ ବୋଲି ଆଶା କରୁଛନ୍ତି ଟ୍ରମ୍ପ। ହ୍ବାଇଟ୍‌ ହାଉସ୍‌ ତରଫରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ଟ୍ରମ୍ପ କ୍ରୀଷ୍ଟୋଫର ଲାଣ୍ଡାଉଙ୍କୁ ମେକ୍ସିକାନ୍‌ ରାଷ୍ଟ୍ରଦୂତ ଭାବରେ ମନୋନୀତ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରିଛନ୍ତି। ଲାଣ୍ଡାଉ ପୂର୍ବରୁ ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ, ଫେଡେରାଲ କୋର୍ଟ ଅଫ୍‌ ଆପିଲ୍‌ସ ଏବଂ  ଷ୍ଟେଟ୍‌ ଆପିଲେଟ୍‌ କୋର୍ଟରେ କାମ କରି ସାରିଛନ୍ତି। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଲାଣ୍ଡାଉ ଲ ଫାର୍ମ କ୍ବିନ୍‌ ଏମାନୁଏଲ୍‌ ଆଣ୍ଡ ସୁଲିଭାନ୍‌ ଏ୍‌ଲଏଲ୍‌ପିର ସଦସ୍ୟ ରହିଛନ୍ତି। ହାଭାର୍ଡରୁ ନିଜର ଶିକ୍ଷାଗତ ଡିଗ୍ରୀ ହାସଲ କରିଥିବା ଲାଣ୍ଡାଉ ସ୍ପାନିଶ୍‌ ଭାଷାରେ କଥାବାର୍ତ୍ତା କରିପାରନ୍ତି ବାେଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ…

Read More

ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ତା’ର ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଛି । ପୂର୍ବରୁ ଚାରୋଟି ପର୍ଯ୍ୟାୟରେ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବା ବେଳେ ଗତକାଲି ରାତିରେ ଓଡ଼ିଶା ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏଥିରେ ୬ଟି ଲୋକସଭା ଆସନ ଓ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ରହିଛି। ତେବେ ଏହି ତାଲିକାରେ ପୂର୍ବତନ ବିଧାୟକ ସାଧୁ ନେପାକଙ୍କ ନାଁ ନଥିବାରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି। ବରଗଡ଼ ଲୋକସଭା ଆସନରୁ କଂଗ୍ରେସ ପ୍ରଦୀପ କୁମାର ଦେବତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବରଗଡ଼ ବିଧାନସଭା ଆସନ ପାଇଁ ନିପନ ଦାଶଙ୍କ ନାମ ଘୋଷଣା କରିଛି। ନେପାକ ବରଗଡ଼ ବିଧାନସଭା ଆସନ ପାଇଁ ଆଶାୟୀ ଥିଲେ। ତାଙ୍କୁ ଟିକେଟ ଦେବା ପାଇଁ ପୂର୍ବରୁ କୁହାଯାଇଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ଟିକେଟ୍‌ କାଟିଦିଆଯାଇଥିବାରୁ ସେ ବହୁତ ଅସନ୍ତୋଷ ରହିଛନ୍ତି । ତେବେ ସେ ଆଗାମୀ ସମୟରେ…

Read More

ଶସ୍ତା କାର୍‌ ସେବା ପ୍ରଦାନ କରୁଥିବା କମ୍ପାନୀ ଓଲା, ହ୍ୟୁଣ୍ଡାଇ ମୋଟର୍ସ ଏବଂ କେଆଇଏ ମୋଟର୍ସ ସହିତ ୩୦୦ ମିଲିୟନ୍‌ ଡଲାରର ଚୁ୍କ୍ତି କରିଛି । ଇଲେକ୍ଟ୍ରିକ୍‌ ଯାନ ନିର୍ମାଣ କ୍ଷେତ୍ରରେ ଏହା ସବୁଠୁ ବଡ ଚୁକ୍ତି ।  ଏହି ତିନି କମ୍ପାନୀ ଆଗାମୀ ଦିନରେ ଭାରତୀୟ ବଜାର ନିମନ୍ତେ ବୈଦ୍ୟୁତିକ ଯାନ ନିର୍ମାଣ ଏବଂ ଭିତ୍ତିଭୂମିର ବିକାଶରେ ଏହି ଅର୍ଥ ବିନିଯୋଗ କରାଯିବ ବୋଲି କହିଛନ୍ତି । ଓଲା ନିଜର ଜେ ରାଉଣ୍ଡ ନିବେଶ ଯୋଜନାର ଏକ ଅଂଶ ବିଶେଷ । ଏହି ନିବେଶ ଜରିଆରେ ଭାରତୀୟ ବଜାର ନିମନ୍ତେ ଓଲା ୧ ବିଲିୟନ୍‌ ନିବେଶର ଲକ୍ଷ୍ୟ ରଖିଛି ।

Read More

୮୦ତମ ସିଆରପିଏଫ୍‌ ବାର୍ଷିକ ଦିବସରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ ଯୋଗ ଦେଇ ଉଦ୍‌ବୋଧନ ଦେଇ କହିଥିଲେ, ଦେଶ ଏହି ଘଟଣାକୁ ପୁଲ୍‌ୱାମା ଘଟଣାକୁ ଭୁଲିନି ଏବଂ କେବେ ମଧ୍ୟ ଭୁଲିବନାହିଁ। ସମୟ ଏବଂ ଠିକଣା ନିର୍ଦ୍ଧାରଣ କରି ପୁଣି କାର୍ଯ୍ୟାନୁଷ୍ଠାନ ନିଆଯିବ। ତାହା ଆତଙ୍କବାଦୀଙ୍କ ଉପରେ ହେଉ କିମ୍ବା ଯେଉଁମାନେ ଆତଙ୍କବାଦକୁ ସମର୍ଥନ ଜଣାଉଛନ୍ତି। ସେ ସିଆର୍‌ପିଏଫ୍‌ଙ୍କୁ ବିଶ୍ବାସନୀୟତା ପ୍ରଶଂସା କରି କହିଛନ୍ତି ଯେ, “ଯେତେବେଳେ ଆମେ ବୈଠକ କରୁ ଏବଂ କେତେ ବ୍ୟାଟାଲିଅନ୍‌ କେଉଁଠାକୁ ପଠାଇବାକୁ ଆଲୋଚନା କରୁ, ଆମେ ସବୁ ସମୟରେ କହୁ ସିଆରପିଏଫ୍‌ଙ୍କୁ ପଠାଯାଉ, କାରଣ ସେମାନେ ବିଶ୍ୱାସଯୋଗ୍ୟ ଏବଂ ସେମାନଙ୍କୁ ପୂର୍ଣ୍ଣ ବିଶ୍ୱାସ କରାଯାଇପାରିବ।” ଡୋଭାଲ ଏହି ଅବସରରେ ପୁଲ୍‌ୱାମା ଆତ୍ମଘାତୀ ଆକ୍ରମଣରେ ସହିଦ ହୋଇଥିବା ୪୦ ଜଣ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Read More

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଡ୍‌ଭାନ୍ସଡ୍ ଜେଇଇ ୨୦୧୯ ପରୀକ୍ଷାକୁ ମେ’ ମାସ ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହି ପରୀକ୍ଷା ପୂର୍ବରୁ ମେ ମାସ ୧୯ ତାରିଖରେ ହେବାକୁ ଥିଲା। ବର୍ତ୍ତମାନ ତାରିଖ ପରିବର୍ତ୍ତନ ନେଇ jeeadv.ac.inରେ ସୂଚନା ଦିଆଯାଇଛି। ଜେଇଇ ଆଡଭାନ୍ସଡ୍‌ ନୋଟିସରେ କୁହାଯାଇଛି, “୨୦୧୯ ଜେଇଇ (ଆଡ୍‌ଭାନ୍ସଡ୍) ଅନୁଷ୍ଠିତ ହେବା ସମୟରେ ହିଁ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ  ଭୋଟ୍‌ ଗ୍ରହଣ ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ପରୀକ୍ଷା ଆସନ୍ତା ମେ’ ମାସ ୨୭ ତାରିଖକୁ ଘୁଞ୍ଚାଇଦିଆଯାଇଛି। ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ, ଏହି ପରୀକ୍ଷାର ପେପର୍ ୧ ସକାଳ ୯ରୁ ୧୨ ଯାଏ ଏବଂ ପେପର ୨ ଦିନ ୨ଟାରୁ ୫ ଟା ଯାଏ ଅନୁଷ୍ଠିତ ହେବ। ପୂର୍ବ ଭଳି ଏହା ଅନଲାଇନ୍‌ରେ ହିଁ ଅନୁଷ୍ଠିତ ହେବ।

Read More

ଆୟନ ମୁର୍ଖାଜୀଙ୍କ ନିର୍ଦ୍ଦେଶିତ ତଥା ରଣବୀର କପୁର୍‌ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ‘ବ୍ରହ୍ମାସ୍ତ୍ର’ରେ ନେଗେଟିଭ୍‌ ଭୂମିକାରେ ନଜର ଆସିବେ ଟେଲି କ୍ବିନ୍‌ ମୌନୀ ରାୟ। ତେବେ ଏହି ରୋଲ୍‌କୁ ନେଇ ସେ ବହୁତ ଆଶ୍ଚର୍ଯ୍ୟ ହୋଇଥିଲେ। ୩୩ ବର୍ଷୀୟା ଏହି ଅଭିନେତ୍ରୀ ଜଣକ ଅକ୍ଷୟ କୁମାରଙ୍କ ‘ଗୋଲ୍ଡ’ ଜରିଆରେ ବଲିଉଡ୍‌ ଏଣ୍ଟ୍ରି କରିଥିବାବେଳେ ତାଙ୍କ ହାତରେ ରହିଛି ଅନେକ ଫିଲ୍ମ। ବ୍ରହ୍ମାସ୍ତ୍ରରେ ଅଭିନୟ କରୁଥିବା ରୋଲ୍‌ଟି ତାଙ୍କ ପାଇଁ ବହୁତ ଚ୍ୟାଲେଞ୍ଜପୂର୍ଣ୍ଣ ରହିଛି। ନିର୍ଦ୍ଦେଶକ ଆୟନ ମୁର୍ଖାଜୀ ନାଗିନୀ୍‌ ଧାରାବାହିକରେ ମୌନୀଙ୍କ ଅଭିନୟ ଦେଖି ତାଙ୍କୁ ଏହି ରୋଲ୍‌ର ଅଫର୍‌ ଦେଇଥିବା ସେ କହିଛନ୍ତି। ଏହି ଫିଲ୍ମରେ ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରୁଛନ୍ତି। ଏହି ଫିଲ୍ମର ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି କରନ୍‌ ଜୋହର୍‌। ଫିଲ୍ମଟି ଡିସେମ୍ବର ୨୦ରେ ପରଦାକୁ ଆସିବ। ମୌନୀ ଜନ୍‌ ଆବ୍ରାହମ୍‌ଙ୍କ ଅଭିନୀତ ‘ର – ରୋମିଓ ଆକବର ଓ୍ବାଲଟର୍‌’ରେ ନଜର…

Read More

ଆସନ୍ତା ଏପ୍ରିଲ୍‌ ୧୮ ତାରିଖରେ ରାଜ୍ୟରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୨୬। ମାର୍ଚ୍ଚ ୨୭ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ୨୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଆସନ (ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା) ଓ ଏହା ଅଧୀନ ୩୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ଦ୍ୱିତୀୟ ପର୍ଯ୍ୟାୟର ଏହି ୫ଟି ଲୋକସଭା ଆସନ ପାଇଁ ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିସାରିଛି।

Read More

ପୂବର୍ତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ ଆସନ୍ତା ଲୋକସଭା ନିର୍ବାଚନରେ ଆପ୍‌ ସହିତ ମେଣ୍ଟ ନକରିବା ନିମନ୍ତେ କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀ ଏବଂ ସଭାପତି ରାହୁଲ ଗାନ୍ଧୀଙ୍କୁ ପତ୍ର  ଲେଖିବା ସହିତ ଏହା ଉପରେ ତୁରନ୍ତ ନିଷ୍ପତ୍ତି ନେବା ପାଇଁ ଅନୁରୋଧ କରିଛନ୍ତି। ଦିଲ୍ଲୀ କଂଗ୍ରେସର ମୁ୍ଖ୍ୟ ଭାବରେ କାର୍ଯ୍ୟରତ ଥିବା ଶ୍ରୀମତୀ ଦୀକ୍ଷିତ କହିଛନ୍ତି ଏହି ପଦେକ୍ଷପ ଦଳୀୟ କର୍ମୀଙ୍କ ମଧ୍ୟରେ ଅବିଶ୍ବାସର ବାତାବରଣ ସୃଷ୍ଟି କରିପାରେ  ତେଣୁ ଏହା ଉପରେ ଶୀଘ୍ର ନିଷ୍ପତ୍ତି  ନେବା ପାଇଁ ସେ ଅନୁରୋଧ କରିଛନ୍ତି। ଏତଦ୍‌ବ୍ୟତୀତ ଆପ୍‌ ସହିତ ମେଣ୍ଟ  ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ସନ୍ଦିହାନ ସୃଷ୍ଟି କରିପାରେ। ଅନ୍ୟ ପକ୍ଷରେ ଏହି ମାମଲାରେ ବରିଷ୍ଠ କଂଗ୍ରେସ ନେତା ପିସି ଚାକୋ ମେଣ୍ଟ ସପକ୍ଷରେ ମତବ୍ୟକ୍ତ କରିଛନ୍ତି। ଶ୍ରୀ ଚାକୋ କହିଛନ୍ତି ଯେ, କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ନେଇଥିବା ନିଷ୍ପତ୍ତି ଦିଲ୍ଲୀରେ କାର୍ଯ୍ୟକାରୀ ହେବ।…

Read More

ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୪ ମାର୍ଚ୍ଚ ୧୯ରେ ଜାମ୍‌ସେଦ୍‌ପୁରଠାରେ ଜନ୍ମଗ୍ରହଣ କରିଥିଲେ। ୨୦୦୩ ମସିହାରେ ମିସ୍‌ ଫେମିନା ଇଣ୍ଡିଆ ଟାଇଟଲ୍‌ ଜିତିଥିବା ୨୦୦୪ରେ ‘ମିସ୍‌ ୟୁନିଭର୍ସ’ରେ ଷଷ୍ଠତମ ସ୍ଥାନ ଅଧିକାର କରିଥିଲେ। ସେ ପ୍ରଥମେ କନ୍ନଡ଼ ଫିଲ୍ମ ‘ଥେରତା ଭିଲିୟାତୁ ପିଲାଇ’ରେ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ୨୦୦୫ରେ ‘ଚକୋଲେଟ୍‌’ ଓ ‘ଆଶିକ୍‌ ବନାୟା ଅପ୍‌ନା’ ଜରିଆରେ ବଲିଉଡ୍‌ ଏଣ୍ଟ୍ରି କରିଥିଲେ। ପରବର୍ତ୍ତୀ ସମୟରେ ସେ ‘ଭାଗମ୍‌ ଭାଗ୍‌’, ‘ରାଖିବ୍‌ : ରାଇଭାଲସ୍‌ ଇନ୍‌ ଲଭ୍‌’, ‘ଢୋଲ୍‌’, ‘ରିସ୍କ’, ‘ଗୁଡ୍‌ ବୟ ବ୍ୟାଡ୍‌ ବୟ’, ସ୍ପିଡ୍‌, ଆଦି ଫିଲ୍ମରେ ଅଭିନୟ କରିଛନ୍ତି। ‘ଆଶିକି ବନାୟା ଆପ୍‌ନା’ରେ ଇମ୍ରାନ୍‌ଙ୍କ ସହ ଲିପ୍‌ଲକ୍‌ ସହିତ ବୋଲ୍ଡ ସିନ୍‌ ଦେଇ ବେଶ୍‌ ଚର୍ଚ୍ଚା ପରିସରକୁ ଆସିଥିଲେ ଏହି ଅଭିନେତ୍ରୀ ଜଣକ। କିନ୍ତୁ ପରବର୍ତ୍ତୀ ସମୟରେ ସେ ବଲିଉଡ୍‌ରୁ ବହୁତ ଦିନ ପର୍ଯ୍ୟନ୍ତ ଗାଏବ ରହିଥିଲେ। ନିକଟରେ…

Read More

ଭାରତୀୟ ଜନତା ପାର୍ଟି ତରଫରୁ ‘ମୁଁ ବି ଚୌକିଦାର’ ନିର୍ବାଚନୀ ଅଭିଯାନ କୁ ବିଏସ୍‌ପି ସୁପ୍ରିମୋ ମାୟାବତୀ ଟାର୍ଗେଟ୍‌ କରିଛନ୍ତି। ମାୟାବତୀ ଏକ ଟୁଇଟ୍‌ କରି କହିଛନ୍ତି ଯେ ନରେନ୍ଦ୍ର ମୋଦି ଗତ ଥର ନିର୍ବାଚନରେ ‘ଚାୟେବାଲା’ ଥିଲେ, ଏବେ ‘ଚୌକିଦାର’ ହୋଇଗଲେ। ବିଜେପିର ଶାସନରେ ପୂରା ଅଜବ ପ୍ରକାରର ପରିବର୍ତ୍ତନ ହୋଇଛି। ବିଜେପିର ‘ମୁଁ ବି ଚୌକିଦାର’ର କ୍ୟାମ୍ପେନ୍‌ ଲଞ୍ଚ ହେବା ପରେ ମୋଦିଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ନିଜ ନିଜ ଟୁଇଟର୍‌ ଆକାଉଣ୍ଟରେ ନିଜ ନାମ ଆଗରୁ ଚୌକିଦାରକୁ ଯୋଡ଼ିଛନ୍ତି। ଏହାକୁ ନେଇ ମାୟାବତୀ ବିଜେପିକୁ କଟାକ୍ଷ କରିଛନ୍ତି। ମାୟାବତୀଙ୍କ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଓ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ମଧ୍ୟ ଏହି ଅଭିଯାନକୁ ନେଇ କଟାକ୍ଷ କରିସାରିଛନ୍ତି। ରାଫେଲ୍‌ ଦୁର୍ନୀତିକୁ ନେଇ ରାହୁଲ୍‌ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ‘ଚୌକିଦାର ଚୋର୍‌ ହୈ’ ନାରା ଲଗାଉଥିବାବେଳେ ଏହି ଚୌକିଦାରକୁ ପ୍ରଧାନମନ୍ତ୍ରୀ…

Read More

ପଟିଦାର ଆନ୍ଦୋଳନରୁ କଂଗ୍ରେସ ନେତା ବନିଥିବା ହାର୍ଦିକ ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାେଦିଙ୍କୁ ସୋସିଆଲ ମିଡିଆ ଟ୍ବିଟ୍ଟର ଜରିଆରେ ଆକ୍ରମଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମାେଦି ନିଜ ନାମ ଆଗେର ଚୌକିଦାର ଲଗାଇଥିବା ବେଳେ ସମାଲୋଚନା କରିବା ନିମେନ୍ତ ହାର୍ଦିକ ନିଜ ନାମ ପୂର୍ବରୁ ବେରୋଜଗାର ଲଗାଇଛନ୍ତି। ହାର୍ଦିକଙ୍କ ଏହି ପଦକ୍ଷେପକୁ ଟ୍ବିଟ୍ଟରରେ ଅନେକ ଲୋକ ସମର୍ଥନ କରିଛନ୍ତି ମଧ୍ୟ। ଏହା ପରେ ଅନେକ ଲୋକ ହାର୍ଦିକଙ୍କ ସମର୍ଥନରେ ନିଜ ନାମ ପୂର୍ବରୁ ବେରୋଜଗାର ଲଗାଇଛନ୍ତି। ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ନିଜ ନାମ ପୂର୍ବରୁ ଚୌକିଦାର ଲଗାଇବା ପରେ ସମର୍ଥନରେ ଅନେକ ବିଜେପି ନେତା ନିଜ ନାମ ପୂର୍ବରୁ ଚୌକିଦାର ବ୍ୟବହାର କରିଥିଲେ। ରାହୁଲ ଗାନ୍ଧୀଙ୍କ ଚୌକିଦାର ଚୋର ମନ୍ତବ୍ୟ ଉପରେ ମୋଦି ଏହି ଅଭିଯାନ ଆରମ୍ଭ କରିଥିଲେ ଯାହାକି ଅନେକାଂଶରେ ସଫଳ ମଧ୍ୟ ହାେଇଥିଲା। ମାତ୍ର ପଟେଲଙ୍କ ଟ୍ବିଟ୍‌ ପରେ ମୋଦିଙ୍କ ‘ମୁଁ ବି ଚୌକିଦାର’ ଯୋଜନା ବିଜେପି ନିମନ୍ତେ ବୁମେରାଂ…

Read More

ଟିକେଟ୍ ନ ପାଇବା ପରେ ବିଜେଡିରୁ ଇସ୍ତଫା ଦେଇଛନ୍ତି କୁସୁମ ଟେଟେ। ଦୁଇ ଦିନ ତଳେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ବେଳେ ସେ ଟିକେଟ୍ ପାଇବା ନେଇ ଆଶାବାଦୀ ଥିଲେ। ତେବେ ଆଜି ଗଣମାଧ୍ୟମ ସମ୍ମୁଖରେ ସେ ତାଙ୍କ ଇସ୍ତଫା ଘୋଷଣା କରିଥିଲେ। ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି କୁସୁମ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ସୁନ୍ଦରଗଡ଼ ବିଧାନସଭା ଆସନରୁ ଦଳୀୟ ଟିକେଟ୍ ପାଇବେ ବୋଲି ଆଶା ରଖିଥିଲେ। ତେବେ ଦଳ ତାଙ୍କ ବଦଳରେ ଯୋଗେଶ ସିଂହଙ୍କୁ ଟିକେଟ୍ ଦେଇଛି। ଯୋଗେଶ ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ୨୦୧୪ରେ କୁସୁମ ଟେଟେ ବିଜେଡି ଟିକେଟ୍‌ରେ ସୁନ୍ଦରଗଡ଼ରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ସେ ଯୋଗେଶ ସିଂହଙ୍କଠାରୁ ୧୨,୫୮୪ ଖଣ୍ଡ ଭୋଟ୍‌ରେ ହାରି ଯାଇଥିଲେ। କଂଗ୍ରେସ ପ୍ରାର୍ଥୀ ଭାବେ ଯୋଗେଶ ୬୬,୧୩୮ଟି ଭୋଟ୍ ପାଇଥିବା ବେଳେ କୁସୁମ ୫୩,୫୫୪ଟି ଭୋଟ୍ ପାଇଥିଲେ।

Read More

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି  ଗୋଆ ବିଧାନସଭାର ବାଚସ୍ପତି ତଥା ବିଜେପି ନେତା ପ୍ରମୋଦ ସାଓ୍ବନ୍ତ। ଗତକାଲି ମଧ୍ୟରାତ୍ରରେ ଏକ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଶପଥ ଗ୍ରହଣ କରିଛନ୍ତି। ସହଯୋଗୀ ଦଳ ଏମ୍‌ଜିପିର ସୁଦିନ୍‌ ଧବଲିକର ଏବଂ ଜିଏଫ୍‌ପିର ବିଜାଇ ସରେଦଶାଇ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ କରିଥିବା ବେଳେ ଅନ୍ୟାନ୍ୟ ୯ ଜଣ ନେତା କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଗୋଆ ରାଜ୍ୟପାଳ ମୃଦଳା ସିହ୍ନା ଏହି ଶପଥପାଠ କରାଇଥିଲେ। ଗତ ରବିବାର ମନୋହର ପାରିକରଙ୍କ ମୃତ୍ୟୁ ପରେ ଗୋଆରେ ଲାଗିରହିଥିବା ରାଜନୈତିକ ସଙ୍କଟ ଏଥି ସହିତ ଏକ ପ୍ରକାର ଶେଷ ହୋଇଛି।

Read More