ହାଇଦ୍ରାବାଦ: ଆଜି ତେଲେଙ୍ଗାନା ରାଜ୍ୟ ଡିଜିପି ଅଂଜନୀ କୁମାରଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଚାକିରୀରୁ ନିଳମ୍ବିତ କରିଛନ୍ତି। ଏହାର କାରଣ ହେଲା ଯେ, ସେ ନିର୍ବାଚନ ଅଚରଣ ବିଧି ଉଲ୍ଲଂଘନ କରିଛନ୍ତି। ଆଉ ତାହା ହେଲା ଯେ ସେ ରାଜ୍ୟ କଂଗ୍ରେସ ମୁଖ୍ୟ ଏ ରିଭେନ୍ଥ ରେଡ୍ଡୀଙ୍କୁ ଆଜି ସାକ୍ଷାତ କରି ତାଙ୍କୁ ଫୁଲତୋଡା ପ୍ରଦାନ କରିଛନ୍ତି। ଆଜି ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ସେଠାରେ କଂଗ୍ରେସ ବିଜୟ ଲାଭ କରିଛି। କଂଗ୍ରେସ ସରକାର କରିବା ନିଶ୍ଚିତ ବୋଲି ଜଣାପଡିଛି। ଏହି ଖବର ଆସିବା ପରେ ଡିଜିପି ଅଂଜନୀ କୁମାର ଆଉ ତିନିଜଣ ପୋଲିସ ଅଧିକାରୀଙ୍କୁ ସାଥିରେ ନେଇ ରେଡ୍ଡୀଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ବର୍ତ୍ତମାନ ନିର୍ବାଚନ ଆଚରଣ ବିଧି ଲାଗୁଥିବା ବେଳେ ସେ ଏପରି ସାକ୍ଷାତ ଠିକ ନ ଥିଲା। ସେଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତାଙ୍କୁ ନିଳମ୍ବିତ କରିଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନାର ବିଧାନସଭା ନିର୍ବାଚନରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଛତିଶଗଡ ଏବଂ ରାଜସ୍ଥାନରେ ଶାସକ କଂଗ୍ରେସକୁ ବିଜେପି ଝଟକା ଦେଇଛି। ଏହା ବ୍ୟତୀତ ମଧ୍ୟପ୍ରଦେଶରେ ବିଜେପି ବଡ଼ ବ୍ୟବଧାନରେ ଜିତିଛି। ସେପଟେ ତେଲେଙ୍ଗାନାରେ ଶାସକ ବିଆରଏସକୁ କଂଗ୍ରେସ ପରାସ୍ତ କରିଛି। ଏହି ନିର୍ବାଚନରେ ଆମ୍ ଆଦମୀ ପାର୍ଟି ମଧ୍ୟ ଶକ୍ତିର ସହିତ ନିର୍ବାଚନ ମଇଦାନକୁ ପ୍ରବେଶ କରିଥିଲା, କିନ୍ତୁ ଦଳଜୁ ସବୁ ସ୍ଥାନରେ ପରାଜୟର ସାମ୍ନା କରିବାକୁ ପଡିଛି। ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ଆମ ଆଦମି ପାର୍ଟି ଗୋଟିଏ ବି ଆସନ ପାଇନାହିଁ। ଛତିଶଗଡରେ ଆମ୍ ଆଦମୀ ପାର୍ଟିକୁ ୦.୯୪ ପ୍ରତିଶତ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଥିଛି। ମଧ୍ୟପ୍ରଦେଶରେ ଆପ କୁ ମାତ୍ର ୦.୪୩ ପ୍ରତିଶତ ଏବଂ ରାଜସ୍ଥାନରେ ୦.୩୮ ପ୍ରତିଶତ ଭୋଟ୍ ପାଇଛି। ଅରବିନ୍ଦ କେଜ୍ରିୱାଲଙ୍କ ଦଳ AAP ରାଜସ୍ଥାନର ୮୮ ଟି, ଛତିଶଗଡରେ ୫୭ ଟି ଏବଂ ମଧ୍ୟପ୍ରଦେଶର ୭୦…
ଭୁବନେଶ୍ବର: ଆଜି ଅପରାହ୍ନ ୨ ଟା ୩୦ ସମୟର ପର୍ଯ୍ୟବେକ୍ଷଣ ଅନୁଯାୟୀଗତ ୬ ଘଣ୍ଟା ମଧ୍ୟରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା “MICHAUNG” ( ମିଗଜୋମ ଭାବରେ ଉଚ୍ଚାରଣ) ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ଅଗ୍ରସର ହେଉଛି। ଏହା ସମାନ ଅଞ୍ଚଳରେ ୧୨ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୨.୧ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ପାଖରେ , ପୁଡୁଚେରୀର ପ୍ରାୟ ୨୫୦ କିଲୋମିଟର ପୂର୍ବ, ଚେନ୍ନାଇର ୨୩୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ, ନେଲୋରର ୩୫୦ କିଲୋମିଟର ଦକ୍ଷିଣ-ପୂର୍ବ, ବାପାଟଲାର ୪୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଏବଂ ମଛଲିପଟନମ ଠାରୁ ୪୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ରହିଛି। ଏହା ପରବର୍ତୀ ସମୟରେ ନିଜ ଗତିର ଦିଗ ଉତ୍ତର ପଶ୍ଚିମ ଦିଗରେ ବଜାୟ ରଖିବା ସହ ୪ ତାରିଖ ପୂର୍ବାହ୍ନ ବେଳକୁ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ର ସମୁଦ୍ର ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ହେବା ସମ୍ଭାବନା…
ନୂଆଦ୍ବିଲ୍ଲୀ: ଚାରୋଟି ରାଜ୍ୟର ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟୁଇଟ କରି ଜନସାଧାରଣଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ‘ ଆମେ ଜନ ଜନାର୍ଦ୍ଦନକୁ ପ୍ରଣାମ କରୁ ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ଫଳାଫଳ ସୂଚାଇ ଦେଇଛି ଯେ ଭାରତର ଲୋକମାନେ ଉତ୍ତମ ଶାସନ ଏବଂ ବିକାଶ ରାଜନୀତି ବିଜେପି ସହ ଅଛନ୍ତି। ମୁଁ ଏହି ରାଜ୍ୟଗୁଡିକର ଲୋକଙ୍କୁ ସେମାନଙ୍କର ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ଦେଉଛି ଏବଂ ସେମାନଙ୍କୁ ନିଶ୍ଚିତ କରୁଛି ଯେ ଆମେ ସେମାନଙ୍କ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ ଜାରି ରଖିବୁ। ଦଳୀୟ କର୍ମିମାନେ କଠିନ ପରିଶ୍ରମ କରିଥିବାରୁ ସେମାନଙ୍କୁ ମଧ୍ୟ ବିଶେଷ ଧନ୍ୟବାଦ। ସେମାନେ ପ୍ରତ୍ୟେକ ଆଦର୍ଶ, ସେମାନେ ନିରନ୍ତର ପରିଶ୍ରମ କରିଛନ୍ତି ଏବଂ ଲୋକଙ୍କ ମଧ୍ୟରେ ଆମର ବିକାଶ ଏଜେଣ୍ଡାକୁ ପହଞ୍ଚାଇ ପାରିଛନ୍ତି। ସେଥିପାଇଁ ତାଙ୍କୁ ଧନ୍ୟବାଦ।’
ରାଜସ୍ଥାନ ନିର୍ବାଚନ ଫଳାଫଳ ୨୦୨୩: ରାଜସ୍ଥାନରେ ବିଜେପି ଜିତିଛି, ଯଦି ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ? ଏହାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। କାରଣ ନିର୍ବାଚନ ପ୍ରଚାର ବେଳେ ଦଳ ବସୁନ୍ଧରା ରାଜେଙ୍କୁ ସଂପୂର୍ଣ୍ଣ ଦାୟିତ୍ବ ଦେଇ ନ ଥିଲା। ସେଥିପାଇଁ ଅନେକ ତାଙ୍କ ମୁଖ୍ୟମନ୍ତ୍ରୀ ହେବା ନେଇ ସନ୍ଦେହ ପ୍ରକଟ କରିଛନ୍ତି। ତେବେ ବିଜେପିରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀଙ୍କ ତାଲିକା ଲମ୍ବା। ଏହି ତାଲିକାରେ ପ୍ରାୟ ଏକ ଡଜନ ନାମ ଅଛି। ଆସନ୍ତୁ ଜାଣିବା ରାଜସ୍ଥାନରେ ବିଜେପିର ସିଏମ୍ ଚେହେରା ପାଇଁ ଦୈଡ଼ରେ କେଉଁ ନେତାମାନେ ଅଛନ୍ତି। ବସୁନ୍ଧରା ରାଜେ ଦୁଇଥର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଥିବା ବସୁନ୍ଧରା ରାଜେ ସିଏମ୍ ହେବା ଦୈଡ଼ରେ ଆଗରେ ଅଛନ୍ତି। ସରକାର ଚଳାଇବାରେ ତାଙ୍କର ଅଭିଜ୍ଞତା ରହିଛି। ଆହୁରି ମଧ୍ୟ, ରାଜସ୍ଥାନର ସମସ୍ତ ବିଭାଗ ସହିତ ସଂଯୋଗ ଏବଂ ବିରୋଧୀଙ୍କୁ ନିୟନ୍ତ୍ରଣ କରିବାର କଳା…
ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ମାସ ୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ, ଅର୍ଥାତ୍ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ଏବଂ ନୂତନ ଭୋଟର ଭାବେ ପଂଜିକରଣ ନିମନ୍ତେ ଆବେଦନ ପତ୍ର ଡିସେମ୍ବର ୯ ତାରିଖ (ଶନିବାର) ପର୍ଯ୍ୟନ୍ତ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଜଣାଇଛନ୍ତି। ଗତ ନଭେମ୍ବର ମାସ ୫ ତାରିଖ, ୧୧ ତାରିଖ, ୧୯ ତାରିଖ ଏବଂ ୨୫ ତାରିଖ ରାଜ୍ୟର ସବୁ ବୁଥ୍ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ଦିବସଗୁଡ଼ିକରେ ଯଦି କୌଣସି ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ, ଭୋଟର ତାଲିକାରେ ଯୋଗ କିମ୍ବା ଭୋଟର ତାଲିକାରୁ ବାଦ ହେବା ନିମନ୍ତେ ନିର୍ଦ୍ଧାରିତ ଫର୍ମ ଦାଖଲ କରିନାହାନ୍ତି, ତା’ହେଲେ ସେମାନେ ଡିସେମ୍ବର ମାସ ୯ ତାରିଖ (ଶନିବାର) ସୁଦ୍ଧା…
ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ଚୁଡାନ୍ତ ଫଳାଫଳ ଆସି ନ ଥିଲେ ମଧ୍ୟ ଆଗୁଆ ସଂଖ୍ୟାକୁ ହିସାବ କଲେ ବର୍ତ୍ତମାନ ବିଜେପି ତିନୋଟି ରାଜ୍ୟରେ ସରକାର ଗଠନ କରିବ। ସେହି ତିନୋଟି ହେଲା ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶ। ଏହି ତିନୋଟିରୁ କେବଳ ମଧ୍ୟ ପ୍ରଦେଶରେ ବିଜେପି ସରକାର ଥିଲା। ହେଲେ ଛତିଶଗଡ ଏବଂ ରାଜସ୍ଥାନରେ କଂଗ୍ରେସ ଶାସନ କରୁଥିଲା। ବର୍ତ୍ତମାନ ଫଳାଫଳ ଅନୁସାରେ ବିଜେପି ତାହାର ନିଜ ଶାସିତ ରାଜ୍ୟ ମଧ୍ୟ ପ୍ରଦେଶରେ ପୁଣି ଫେରିଆସିଥିବା ବେଳେ ଦୁଇଟି ଆସନରେ କଂଗ୍ରେସଠାରୁ ଶାସନ ଛଡାଇ ଆଣିଛି। ସବୁଠାରୁ ଆଶ୍ଚର୍ଯ୍ୟ ଫଳାଫଳ ହେଲା ଛତିଶଗଡ ଛତିଶଗଡ ରାଜ୍ୟଟିର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ହେଲା ସମସ୍ତେ ଭାବିଥିଲେ ମଧ୍ୟ ଛତିଶଗଡରେ ପୁଣି ଥରେ କଂଗ୍ରେସ ସରକାରକୁ ଆସିବ। କାରଣ ବାଘେଲାଙ୍କ ସେହିପରି ଲୋକପ୍ରିୟତା ରହିଥିଲା। ସେଠାରୁ କେହିକେବେ କଂଗ୍ରେସ ହାରିବ ବୋଲି ଆଶା କରି ନ ଥିଲେ। ହେଲେ ଫଳାଫଳ…
ରଣପୁର: ଓଡ଼ିଶାର ଅଗ୍ରଣୀ ଖବର କାଗଜ ପ୍ରମେୟ ତରଫରୁ ପାର୍ବଣ କୁଇଜ ସିଜିନ-୩ ପ୍ରତିଯୋଗିତା ଦୁର୍ଗା ପୂଜା ଉପଲକ୍ଷେ କରଯାଇଥିଲା। ଏହି ପ୍ରତିଯୋଗିତା ଦୀର୍ଘ ୨୫ ଦିନ ଧରି ଚାଲୁ ରହିଥିଲା। ପ୍ରତିଦିନ ୫ଟି ଲେଖାଏଁ ପ୍ରଶ୍ନ ପଚାରା ଯାଈଥିଲା। ଏହି ପ୍ରତିଯୋଗିତାରେ ପ୍ରାୟ ୫୦ ହଜାର ପ୍ରତିଯୋଗୀ ଅଂଶ ଗ୍ରହଣ କରି ଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ୧୦୦ ଜଣ ବିଜୟୀ ପ୍ରତିଯୋଗୀଙ୍କୁ ଆଜି ଆଇ.ଟି.ଆର. କଲେଜରେ ସମ୍ମାନୀତ କରିବା ସହ ଉପହାର ଦିଆଯାଇଥିଲା। ଏହି ପ୍ରଥମ ୧୦୦ ଜଣଙ୍କ ମଧ୍ୟରେ ରଣପୁର ସମୁକସାହିର ରାଜଶ୍ରୀ ନାୟକ ସମ୍ମାନିତ ହୋଇଛନ୍ତି। ଏହି ସମ୍ମାନିତ କାର୍ଯ୍ୟକ୍ରମରେ ପ୍ରମେୟ ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର, ମାର୍କେଟିଙ୍ଗ ସେଲ୍ସ ହେଡ଼ ହିମାଂଶୁ ହୋତା, ଭୁବନେଶ୍ୱର ବ୍ୟୁରୋ ହେଡ଼ ଦେବେନ୍ଦ୍ର ସୁଆର, ପ୍ରସାର ବିଭାଗ ତରଫରୁ ଗଜେନ୍ଦ୍ର ଦାଶ, ରମାକାନ୍ତ ମଲ୍ଲିକ ପ୍ରମୁଖ ଯୋଗ ଦେଇ ବିଜୟୀ ପ୍ରତିଯୋଗମାନଙ୍କୁ ସମ୍ମାନୀତ କରିଥିଲେ।
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନାର ନିର୍ବାଚନ ଫଳାଫଳ ଉପରେ କଂଗ୍ରେସର ପୂର୍ବତନ ନେତା ତଥା ଡିପିଏପି ସଭାପତି ଗୁଲାମ ନବୀ ଆଜାଦ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ପ୍ରକୃତ ଚିତ୍ର ସନ୍ଧ୍ୟା ୭ ଟା ପରେ ଜଣା ପଡିବ। ସେ କଂଗ୍ରେସ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ଆଜାଦ କହିଛନ୍ତି ଯେ, ମୁଁ ୨୦-୨୫ ଦିନ ମଧ୍ୟରେ ଗୋଟିଏ କଥା ଅନୁଭବ କଲି ଯେ, ଯେଉଁ କଂଗ୍ରେସ ସଂଖ୍ୟାଲଘୁମାନଙ୍କ ଚାମ୍ପିଅନ୍ କୁହାଯାଉଥିଲା, ସେହି କଂଗ୍ରେସ ସଂଖ୍ୟାଲଘୁମାନଙ୍କ ବିଷୟରେ ଚିନ୍ତା କରୁନାହିଁ। ବର୍ତ୍ତମାନ ସଂଖ୍ୟାଲଘୁମାନେ କଂଗ୍ରେସର ଏଜେଣ୍ଡାରେ ନାହାଁନ୍ତି। ସେ କହିଛନ୍ତି ଯେ, “ବିଜେପି ସଂଖ୍ୟାଲଘୁମାନଙ୍କ ବିଷୟରେ କଦାପି କଥାବାର୍ତ୍ତା କରେ ନାହିଁ, କିନ୍ତୁ ସଂଖ୍ୟାଲଘୁମାନଙ୍କର ଚାମ୍ପିଅନ୍ ଭାବରେ ବିବେଚିତ ହୋଇଥିବା କଂଗ୍ରେସ ଏ ବିଷୟରେ କିଛି କହିନାହିଁ। ଓବିଶି ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଆଲୋଚନା, କିନ୍ତୁ ସଂଖ୍ୟାଲଘୁମାନଙ୍କ ବିଷୟରେ ନୁହେଁ।
ଭୁବନେଶ୍ୱର: ଚଳିତ ଶତାଦ୍ଦୀ ଭାରତର। ଭାରତ ବିଶ୍ୱର ନେତୃତ୍ତ୍ୱ ନେବାକୁ ଯାଉଛି। ସଂପ୍ରତି ଭାରତ ବିଶ୍ୱରେ ପଂଚମ ବିଶାଳ ଅର୍ଥବ୍ୟବସ୍ଥା। ଖୁବ୍ ଶୀଘ୍ର ତୃତୀୟ ସ୍ଥାନରେ ପହଂଚିବ। ବିକାଶର ଏହି ଧାରାକୁ ତ୍ୱରାନ୍ୱିତ କରିବାରେ ନାରୀ ଶକ୍ତି ଅଗ୍ରଣୀ ଭୂମିକା ନେବ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି। ଆଜି ରମାଦେବୀ ବିଶ୍ୱବିଦ୍ୟାଳୟର ନବମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସ କହିଛନ୍ତି ଯେ, ଏବେ ନାରୀମାନେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ବିପୁଳ ସଫଳତା ଅର୍ଜନ କରିବା ସହ ନେତୃତ୍ତ୍ୱ ନେଉଛନ୍ତି। ଏହାକୁ ଆହୁରି କ୍ରିୟାଶୀଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଅନେକ ଦୂରଦୃଷ୍ଟିସଂପନ୍ନ କାର୍ଯ୍ୟକ୍ରମ ଓ ଯୋଜନା କାର୍ଯ୍ୟକାରୀ କରାଯାଉଛି। ନିକଟରେ ସଂମ୍ବିଧାନ ସଂଶୋଧନ କରି ନାରୀଶକ୍ତି ବନ୍ଦନ ଅଧିନିୟମ ଆଣି ନାରୀଶକ୍ତିର ଉପଯୋଗ ଓ ପ୍ରୟୋଗକୁ ସଶକ୍ତ କରାଯାଇଛି। ନାରୀଶକ୍ତିର ସମ୍ମାନ ଓ ଅଧିକାର ପାଇଁ ସରକାରଙ୍କ ପ୍ରତିବଦ୍ଧତା…
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରୁ ଗତକାଲି ବିଳମ୍ବିତ ରାତ୍ରିରେ ବଡ଼ ଧରଣର ଚୋରି ହୋଇଛି। ଏ ନେଇ ବାଲୁଗାଁ ଥାନାରେ ଅଭିଯୋଗ ହୋଇଛି। ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର କବିନ୍ଦ୍ର ଭୁଜବଳ ଏତଲା ଦେଇଛନ୍ତି। ଏତଲା ମୁତାବକ ଆଜି ସକାଳେ ସ୍ୱାସ୍ଥ୍ୟ କେନ୍ଦ୍ର ଝାଡୁଦାର ମେଡିକାଲର ମୁଖ୍ୟ ଫାଟକ ତାଲା ଭାଙ୍ଗିଥିବା ଦେଖି ଡାକ୍ତର କବିନ୍ଦ୍ରଙ୍କୁ ଖବର ଦେଇଥିଲେ। ସେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଦେଖିଥିଲେ ଯେ, ଏହାର ପରିସରରେ ଥିବା ଦୁଇଟି ଏସି, ଦୁଇଟି କମ୍ପ୍ରେସର, ଦୁଇଟି ଷ୍ଟାବଲାଇଜର, ଦୁଇଟି ଏଲଇଡ଼ି ଟିଭି, ଇନଭରଟର, ବ୍ୟାଟେରୀ, ସିସି ଟିଭି, ଡ଼ିଭିଆର, ଦୁଇ ଗୋଟି ପ୍ରିଣ୍ଟର ଆଦି ଚୋରି ହୋଇଯାଇଛି। ଖବର ପାଇ ବାଲୁଗାଁ ପୋଲିସ ତରଫରୁ ତଦନ୍ତ ଆରମ୍ଭ କରିଛି। ତେବେ ସେଠାରେ ଲାଗିଥିବା ସିସି ଟିଭି ଏବଂ ତାହାର ମେସିନ ଚୋରମାନେ…
ଭୁବନେଶ୍ୱର : କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବତନ ସାଂସଦ ତଥା ବିଜେପି ନେତା ଜୟରାମ ପାଙ୍ଗି, ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଫୁଲ କୁମାର ପରିଡ଼ା, ଅବସରପ୍ରାପ୍ତ ପୁଲିସ୍ କର୍ମଚାରୀ ହେମସାଗର ନନ୍ଦ, ପୂର୍ବତନ ବିଧାୟକ ରଞ୍ଜିତ ଭିତିରିଆ, କେନ୍ଦ୍ରାପଡ଼ାର ସମାଜସେବୀ ସିଦ୍ଧାର୍ଥ ଦାସ, ହିନ୍ଦୋଳର ସମାଜସେବୀ ଗୋବର୍ଦ୍ଧନ ଶେଖର ନାୟକ, ନବରଙ୍ଗପୁର ଜିଲ୍ଲାର ଭାରତୀୟ ଜନତାପାର୍ଟି ତେନ୍ତୁଳୀଖୁଂଟିର ବରିଷ୍ଠ ନେତା ମଦନ ମୋହନ ମାଝୀ, ନବ ଭତରା, ରାଜମୋହନ ଜାନି, ନବରଙ୍ଗପୁର ବ୍ଲକର ବରିଷ୍ଠ ବିଜେଡ଼ି ନେତା ସୋରଜ ମହାକୁଡ଼, ସୁନାଧର ଜାନି, ପ୍ରବିଣ କୁମାର ସିଂ, ମୁକୁର କୁମାର ମଣ୍ଡଳ, ଚନ୍ଦ୍ର ଭତରା, ଆଦି ବିଶିଷ୍ଟ ବ୍ୟକ୍ତିମାନେ ନିଜର ସମର୍ଥକଙ୍କ ସହ ଆଜି କଂଗ୍ରେସ ଦଳରେ ଯୋଗଦେଇଛନ୍ତି। ଏହି ଉପଲକ୍ଷେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ ଭାବରେ ବିବେଚନା କରାଯାଉଥିବା ପାଞ୍ଚଟି ବିଧାନସଭା ନିର୍ବାଚନ ମଧ୍ୟରୁ ୪ ଟି ରାଜ୍ୟରେ ଫଳାଫଳ ଆଜି ଘୋଷଣା କରାଯିବ। ଟ୍ରେଣ୍ଡ ଅନୁଯାୟୀ ଭୋଟ୍ ଗଣନା ଚାଲିଛି, ତିନୋଟି ରାଜ୍ୟରେ ବିଜେପି ଏକ ବଡ଼ ଅଗ୍ରଣୀ ହାସଲ କରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ବିଜେପି ସରକାର ଗଠନ ଆଡକୁ ଗତି କରୁଛି। ଏଭଳି ପରିସ୍ଥିତିରେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କେନ୍ଦ୍ରୀୟ ଶକ୍ତିରୁ ବହିଷ୍କାର କରିବା ଉଦ୍ଦେଶ୍ୟରେ ଗଠିତ ବିରୋଧୀ ଦଳର “ଇଣ୍ଡିଆ” ମେଣ୍ଟ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ଏଭଳି ପରିସ୍ଥିତିରେ “ଇଣ୍ଡିଆ” ମେଣ୍ଟର ରଣନୀତି ବଦଳାଇବାକୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ସୂତ୍ରରୁ ପ୍ରକାଶ ଯେ, ସୋମବାର ଦିନ ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ସ୍ପଷ୍ଟ ହେବା ପରେ ଡିସେମ୍ବର ୬ ତାରିଖରେ ଦିଲ୍ଲୀରେ ଇଣ୍ଡିଆ ଆଲାଇନ୍ସର ଏକ ବୈଠକ ଅନୁଷ୍ଠିତ ହେବ। ଲୋକସଭା ନିର୍ବାଚନ ରଣନୀତି ଉପରେ ଆଲୋଚନା ହେବ:…
ଚିଲିକା (ସୀତାରାମ ଅଗ୍ରୱାଲ): କେନ୍ଦ୍ର ସରକାରଙ୍କ ନିର୍ଦ୍ଧେଶ କ୍ରମେ ରାଜ୍ୟ ସରକାର ତତ୍ୱାବଧାନରେ ପ୍ରତ୍ୟେକ ବ୍ଲକରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କର ବିଜ୍ଞାନ ସମ୍ବଦ୍ଧରେ ବିକାଶ ସହ ଆଗ୍ରହ ସୃଷ୍ଟି କରିବା ଲକ୍ଷରେ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବାଣପୁର ଗୋଦାବରୀଶ ବିଦ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମ ଦୁଇଟି ଅଧିବେଶନରେ ଆୟୋଜିତ ହୋଇଥିଲା। ପ୍ରଥମ ଅଧିବେଶନକୁ ବ୍ଲକ ଶିକ୍ଷାଧିକାରୀ ସନାତନ ଜାଲି ଉଦଘାଟନ କରି କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ସୁଚିନ୍ତିତ ପରାମର୍ଶ ଦେଇଥିଲେ। ସେହିଭଳି ଦ୍ଵିତୀୟ ଅଧିବେଶନର ମୁଖ୍ୟ ଅତିଥି ବାଣପୁର ବ୍ଲକ ଅଧକ୍ଷ ମିଟୁ ନାୟକ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେଅତିରିକ୍ତ ଶିକ୍ଷାଧିକାରୀ ସନ୍ଧ୍ୟାରାଣୀ ହରିଚନ୍ଦନ ଓ ଲକ୍ଷ୍ମୀ ନାରାୟଣ ପ୍ରସାଦ ନାୟକ, ମୁଖ୍ୟ ବକ୍ତା ଭାବେ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ବେହେରା, ବୈଜ୍ଞାନିକ ପ୍ରଦର୍ଶନୀରେ ଯୋଗ ଦେଇଥିଲେ। ବ୍ଲକ ସ୍ତରରୁ ଜିଲ୍ଲା ସ୍ତରକୁ ୫ଜଣ କୃତୀ ଛାତ୍ରଛାତ୍ରୀ ୫ଟି…
ନୂଆଦିଲ୍ଲୀ: ବର୍ତ୍ତମାନ ଚାରି ରାଜ୍ୟର ବିଧାନସଭା ଭୋଟ ଗଣତି ଚାଲିଛି। ଏଥିରେ ତେଲଙ୍ଗାନା ରାଜ୍ୟର ଫଳାଫଳ ଆଶ୍ଚର୍ଯ୍ୟଜନକ ହୋଇଛି। କାରଣ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରେଡ୍ଡୀ ବେଶ ଲୋକପ୍ରିୟ ଥିଲେ ମଧ୍ୟ ସେ ବହୁ ପଛରେ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳରୁ ଜଣାପଡିଛି ଯେ, ବିଜେପି-10 କଂଗ୍ରେସ-65 ବିଆରଏସ-40 ଅନ୍ୟାନ୍ୟ-04 ବିଆରଏସ ଏତେ ପଛରେ ଯିବାର କାରଣ ହେଉଛି ଯେ, ପାର୍ଟିର ନାମ ପରିବର୍ତ୍ତନ କରି କେସିଆର ପ୍ରଥମ ଥର ପାଇଁ ଏହି ନିର୍ବାଚନ ସମ୍ମୁଖୀନ ହୋଇଥିଲେ। କେସିଆର ତାଙ୍କର ଦଳର ନାମ ପ୍ରଥମେ ଟିଆରଏସ ବା ତେଲଙ୍ଗାନା ରାଷ୍ଟ୍ରୀୟ ସମିତି ରଖିଥିଲେ। ଯାହା ତେଲେଙ୍ଗାନା ନାମ ଜଡିତ ଥିଲା। ହେଲେ ଏହାକୁ ଜାତୀୟ ପାର୍ଟି କରିବା ପରେ ତେଲେଙ୍ଗାନା ନାମ ଉଠିଗଲା। ଫଳରେ ତେଲେଙ୍ଗାନା ଲୋକେ ଏହାକୁ ଗ୍ରହଣ କରିପାରି ନାହାଁନ୍ତି।
ବେଗୁନିଆପଡା (ଟୁକୁନା ପ୍ରଧାନ): “ଯୁବ ଓଡ଼ିଶା ନବୀନ ଓଡ଼ିଶା” ପକ୍ଷରୁ ଗଞ୍ଜାମ ଜିଲ୍ଲା କୋଦଳା ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡା ପ୍ରତିଯୋଗିତା ଅଧ୍ୟକ୍ଷ ଦତ୍ତାରାମ ବିଷୋୟୀଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଯାଇଅଛି। ପିଇଟି ଅକ୍ଷୟ କୁମାର ବାରିକଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡା ଯଥା କବାଡି, ଜାଭଲିନ, ସଟଫୁଟ ଖେଳରେ ଅଂଶ ଗ୍ରହଣ କରିଥିଲେ। ପ୍ରୋଗ୍ରାମ ଅଫିସର ଆଦିତ୍ୟ ପ୍ରସନ୍ନ ମହାପାତ୍ର, ଅଧ୍ୟାପକ ସରୋଜ କୁମାର ଆଚାର୍ଯ୍ୟ, ସମୀର ପରିଡା, ସୁନିତା ପାଣ୍ଡିଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ରୂପେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀ, ପ୍ରତିଯୋଗୀ ଏବଂ ଅନୁଷ୍ଠାନର ସମସ୍ତ କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
ଭୁବନେଶ୍ଵର: ୫ ଟି ରାଜ୍ୟର ଭୋଟ ଗଣତି ଆଗକୁ ବଢିବା ସହିତ ରାଜନୈତିକ ଦଳର ନେତାମାନଙ୍କର ହୃଦସ୍ପନ୍ଦନ ବୃଦ୍ଧି ପାଉଛି। ୫ ଟି ରାଜ୍ୟ ମଧ୍ୟରୁ ୪ ଟି ରାଜ୍ୟରେ ଫଳାଫଳ ସାମ୍ନାକୁ ଆସୁଥିବା ବେଳେ ମିଜୋରମର ଫଳାଫଳ ବର୍ତ୍ତମାନ ହସ୍ତକ୍ଷେପ ହୋଇନାହିଁ। ବର୍ତ୍ତମାନ ଟ୍ରେଣ୍ଡ ଅନୁଯାୟୀ, ବିଜେପି କୁ ଉକ୍ତ ୪ ଟି ରାଜ୍ୟ ମଧ୍ୟରୁ ୩ ଟି ରାଜ୍ୟରେ ଅଗ୍ରଣୀ ହାସଲ ହୋଇଥିବା ବେଳେ ତେଲେଙ୍ଗନାରେ ଶାସକ ବିଆରଏସ ଠାରୁ କଂଗ୍ରେସ ଆଗରେ ରହିଛି। ଯଦି ବର୍ତ୍ତମାନ ଟ୍ରେଣ୍ଡକୁ ଦେଖିବା, ତେବେ କଂଗ୍ରେସକୁ ତେଲେଙ୍ଗନାରେ ସଫଳତା ମିଳୁଥିବା ବେଳେ ଅନ୍ୟ ୩ ଟି ରାଜ୍ୟରେ କ୍ଷତି ହେଉଛି। ମଧ୍ୟପ୍ରଦେଶରେ ବିଜେପି ପୁଣି କ୍ଷମତା ରଖୁଥିବା ସମ୍ଭାବନା ଦେଖାଯାଉଥିବା ବେଳେ ରାଜସ୍ଥାନ ଏବଂ ଛତିଶଗଡରେ କଂଗ୍ରେସ ଠାରୁ ବିଜେପି କ୍ଷମତା ଛଡାଇ ଆଣୁଥିବା ପ୍ରାରମ୍ଭିକ ଟ୍ରେଣ୍ଡରେ ଜଣାପଡୁଛି। କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟାକୁ ନେଇ କିଛି କୁହାଯାଇପାରିବ ନାହିଁ। କାରଣ…
ଭୁବନେଶ୍ଵର: ଆଜି ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଗଣତିରେ ମିଜୋରମର ଫଳାଫଳ ଆସିନଥିବା ବେଳେ ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲେଙ୍ଗନାର ସଂଖ୍ୟା ସାମ୍ନାକୁ ଆସିଛି। ଭୋଟ ଗଣତି ସମୟରେ ବାରମ୍ବାର ସଂଖ୍ୟା ବଦଳିବାରେ ଲାଗିଛି। ରାଜସ୍ଥାନ ଆଉ ମଧ୍ୟପ୍ରଦେଶ ପ୍ରଥମରୁ ବିଜେପି ଆଗରେ ଚାଲିଥିବା ବେଳେ ଛତିଶଗଡରେ କଂଗ୍ରେସ ବହୁତ ଆଗରେ ରହିଥିଲା। କିନ୍ତୁ ବର୍ତ୍ତମାନ ସଂଖ୍ୟା ଆଗ ପଛ ହେଉଛି। ସେହିଭଳି ତେଲେଙ୍ଗନାରେ ଶାସକ ଦଳ ବିଆରଏସକୁ କଂଗ୍ରେସ ଝଟକା ଦେଲା ଭଳି ଦେଖାଯାଉଛି। ତେବେ ଆସନ୍ତୁ ଜାଣିବା ପ୍ରାରମ୍ଭିକ ଗଣତିରେ କେଉଁ ଦଳ କେତେ ଆସନରେ ଆଗୁ ରହିଛି…. ଛତିଶଗଡର ପ୍ରାରମ୍ଭିକ ଗଣତିରେ ସମସ୍ତ ୯୦ ଟି ଆସନରେ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଏଠାରେ କଂଗ୍ରେସ ୩୯ ଟି ଆସନରେ ଏବଂ ୪୯ ଟି ଆସନରେ ବିଜେପି ଆଗୁଆ ରହିଛି। ମଧ୍ୟପ୍ରଦେଶର ସମସ୍ତ ୨୩୦ ଟି ଆସନରେ…
ଭୁବନେଶ୍ଵର: ଆଜି ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ବର୍ତ୍ତମାନ ୪ ଟି ରାଜ୍ୟର ଗଣତି ସାମ୍ନାକୁ ଆସିଥିବା ବେଳେ ମିଜୋରମର କୌଣସି ଟ୍ରେଣ୍ଡ ହସ୍ତକ୍ଷେପ ହୋଇନାହିଁ। ତେବେ ଆସନ୍ତୁ ଜାଣିବା ପ୍ରାରମ୍ଭିକ ଗଣତିରେ କେଉଁ ଦଳ କେତେ ଆସନରେ ଆଗୁ ରହିଛି…. ଛତିଶଗଡର ପ୍ରାରମ୍ଭିକ ଗଣତିରେ ୭୨ ଟି ଆସନରେ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଏଠାରେ କଂଗ୍ରେସ ୪୪ ଟି ଆସନରେ ଏବଂ ୨୮ ଟି ଆସନରେ ବିଜେପି ଆଗୁଆ ରହିଛି। ମଧ୍ୟପ୍ରଦେଶର ୧୮୪ ଟି ଆସନରେ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଏଠାରେ ବିଜେପି ୯୯ ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୮୩ ଟି ଆସନରେ ଆଗୁଆ ଥିବାବେଳେ ଅନ୍ୟମାନେ ୨ ଟି ଆସନରେ ଆଗୁଆ ଥିବା ଜଣାପଡିଛି। ରାଜସ୍ଥାନର ସମସ୍ତ ୧୯୯ ଟି ଆସନରେ ଟ୍ରେଣ୍ଡ ଦେଖାଦେଇଛି। ଏଠାରେ ବିଜେପି ୧୦୧ ଟି ଆସନରେ ଏବଂ କଂଗ୍ରେସ ୮୦ ଟି…
ଭୁବନେଶ୍ୱର: ପଞ୍ଚମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ଆଜି ଦ୍ୱିତୀୟ ଦିବସ। ଆଜି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷୀକେଶ ମଲ୍ଲିକ କହିଲେ ଯେ ପାଠକ ହେଉଛି ପୁସ୍ତକର ବାସ୍ତବ ବିଚାରକ। ବର୍ତ୍ତମାନର ସାମାଜିକ ଗଣମାଧ୍ୟମ ଯୁଗରେ ବହିର ପାଠକୀୟ ଆଦରତା ଅକ୍ଷୁଣ୍ଣ ରହିଛି, ଯାହା ପୁସ୍ତକ ମହୋତ୍ସବ ଆୟୋଜନର ଉଦ୍ଦେଶ୍ୟକୁ ଯଥାର୍ଥ ପ୍ରତିପାଦନ କରୁଛି। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆୟକର ବିଭାଗ ମୁଖ୍ୟ କମିଶନର ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ କହିଲେ ଯେ ପୁସ୍ତକ ହେଉଛି ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ବନ୍ଧୁ, ଯାହା ମୃତୁ୍ୟ ପରେ ମଧ୍ୟ ବଞ୍ଚାଇ ରଖିଥାଏ। ପୁସ୍ତକ ମେଳା ହେଉଛି ସାହିତ୍ୟ, ଭାଷା ଓ ସଂସ୍କୃତିର ତି୍ରବେଣୀ ସମ୍ଭାର ଯାହା ମାନବୀୟ ଚେତନା ସୃଷ୍ଟି କରିଥାଏ ବୋଲି ସେ କହିଥିଲେ। ଓଡ଼ିଆ ସାହିତ୍ୟ ଏକାଡେମୀର ଉପସଭାପତି ଶ୍ରୀ ସଂଗ୍ରାମ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗତ ନଭେମ୍ବର ୧୫ ତାରିଖ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ଆରମ୍ଭ କରାଯାଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଭୂତପୂର୍ବ ଜନଭାଗିଦାରୀ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି। କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟରେ ଯାତ୍ରା ଆୟୋଜନ କରାଯାଉଛି। ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ମାଧିଆପାଲି ଗ୍ରାମ ପଞ୍ଚାୟତ ପରିସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥ ପହଞ୍ଚିବା ପରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସଚେତନତା ରଥରେ ଲାଗିଥିବା ଏଲଇଡି ସ୍କ୍ରିନ୍ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା। ହିତାଧିକାରୀମାନେ ଯୋଜନାର ସୁଫଳ ସମ୍ପର୍କରେ ସେମାନଙ୍କର ପ୍ରତିକ୍ରିୟା ରଖିଥିଲେ। ସେହିପରି ସୁବର୍ଣ୍ଣପୁର ଜିଲ୍ଲା ଏସ. ପାତ୍ରପଲି ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି। ଏହି ଅବସରରେ ହିତାଧିକାରୀଙ୍କ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।…

