ନୂଆଦିଲ୍ଲୀ: ଦେଶରେ ଡାଲି ଷ୍ଟକ୍ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ରୋହିତ କୁମାର ସିଂ ନିୟମିତ ଭାବେ ସ୍ୱଚ୍ଛ ପ୍ରକ୍ରିୟାରେ ଡାଲି ଷ୍ଟକ୍ର ଉପଲବ୍ଧତା ସମ୍ପର୍କରେ ସୂଚନା ଦେବା ଲାଗି ସବୁ ପ୍ରମୁଖ ଡାଲି ଆମଦାନିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଘରୋଇ ବଜାରରେ ଡାଲିର ଉପଲବ୍ଧତା ବାଧାପ୍ରାପ୍ତ ହେବା ଭଳି ଷ୍ଟକ୍ ନିଜ ପାଖରେ ଗଚ୍ଛିତ ନରଖିବା ଲାଗି ସେମାନଙ୍କୁ ପରାମର୍ଶ ଦିଆଯାଇଛି। ଇତିମଧ୍ୟରେ ଆଜି ବିଭାଗୀୟ ଅତିରିକ୍ତ ସଚିବ ନିଧି ଖାରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ଏକ ବୈଠକ କରିଥିଲା ଯେଉଁଥିରେ ସେମାନଙ୍କୁ ଷ୍ଟକ ଘୋଷଣାନାମା ପୋର୍ଟାଲରେ ଏଫଏସଏସଏଆଇ ଲାଇସେନ୍ସଧାରୀ, ଏପିଏମସି ପଞ୍ଜିକୃତ ବ୍ୟବସାୟୀ, ଡାଲିର ଜିଏସଟି ପଞ୍ଜିକୃତ ବ୍ୟବସାୟୀ ଆଦିଙ୍କ ସମେତ ପଞ୍ଜିକୃତ ବ୍ୟବସାୟୀଙ୍କ ସଂଖ୍ୟା ବଢ଼ାଇବାକୁ ପରାମର୍ଶ ଦିଆଯାଇଛି। ଘୋଷଣା କରାଯାଇଥିବା ଷ୍ଟକର ଯାଞ୍ଚ କରି ସତ୍ୟାସତ୍ୟ ପ୍ରମାଣ କରିବା…
Author: Samikhsya Bureau
ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୩୦ ମାର୍ଚ୍ଚ ୨୦୨୩ ଶ୍ରୀରାମ ନବମୀ ଦିବସରେ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନର ଶୁଭାରମ୍ଭ ଅବସରରେ କଟକ ରେଳ ଷ୍ଟେସନ ଠାରେ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିବେ। ଶୁଭାରମ୍ଭ ଦିବସରେ ଏହି ଟ୍ରେନ୍ କଟକ ଷ୍ଟେସନରୁ ଛାଡିବ କିନ୍ତୁ ଏହି ଟ୍ରେନ ର ନିୟମିତ ସେବା ୩୧ ମାର୍ଚ୍ଚ ୨୦୨୩ରୁ ଉଭୟ ପାର୍ଶ୍ୱରୁ ପ୍ରାରମ୍ଭ କରାଯିବ। ଏହି ଟ୍ରେନ ର ପ୍ରଚଳନ ଉଭୟ ଭଦ୍ରକ ଏବଂ ନୟାଗଡ଼ ଜିଲ୍ଲାର ଲୋକଙ୍କ ଆକାଂକ୍ଷାକୁ ପୂରଣ କରିପାରିବ। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶର ଭିତ୍ତିପ୍ରସ୍ତର ସମାରୋହରେ ଭଦ୍ରକରୁ ଭୁବନେଶ୍ୱର ଅଭିମୁଖେ ଏକ ନୂତନ ଟ୍ରେନ୍ ଚଳାଚଳ କରାଇବାକୁ ଘୋଷଣା କରିଥିଲେ। ଏହି…
ଭୁବନେଶ୍ବର: ଚୈତ୍ର ଶୁକ୍ଲ ନବମୀ ତିଥିକୁ ସାଧାରଣତଃ ରାମ ନବମୀ ଭାବେ ପାଳନ କରାଯାଇଥାଏ। ଏହି ଦିନ ମର୍ଯ୍ୟଦା ପୁରୁଷ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ହିନ୍ଦୁ ପୂଜା ପଦ୍ଧତିରେ ରାମ ନବମୀ ଏକ ପବିତ୍ର ତଥା ଗୁରତ୍ବ ଦିବସ ଭାବେ ପାଳନ କରାଯାଏ। ଏଙି ଦିନ ରାମ ଭକ୍ତମାନେ ସାରା ଦିନ ଉପବାସ ପାଳନ କରିଥାନ୍ତି। ତେବେ ଏହି ପୂଜା କିପରି କରାଯିବ, କେମିତି କରିବେ ସେ ନେଇ କିଛି ତଥ୍ୟ ଉପସ୍ଥାପନ କରୁଛୁ। * ସର୍ବପ୍ରଥମେ, ସ୍ନାନ କର ଏବଂ ପବିତ୍ର ହୁଅ ଏବଂ ପୂଜାପାଠ ସାମଗ୍ରୀ ସହିତ ପୂଜା ସ୍ଥାନରେ ବସ। * ପୂଜାରେ ତୁଳସୀ ପତ୍ର ଏବଂ ପଦ୍ମ ଫୁଲ ରହିବା ଜରୁରୀ। * ଶୋଦଶୋପଚରର ସମସ୍ତ ଉପାଦାନ ସହିତ ଶ୍ରୀ ରାମ ନବମୀଙ୍କୁ ପୂଜା କରନ୍ତୁ। * ଶ୍ରୀ ରାମଙ୍କର ପ୍ରିୟ ପଦାର୍ଥର ଖିର ଏବଂ ଫଳ-ମୂଳକୁ ପ୍ରସାଦ ଭାବରେ ପ୍ରସ୍ତୁତ କରନ୍ତୁ। *…
ଉପେନ୍ଦ୍ର ବଳିୟାରସିଂହ ଧ୍ୟାନାବସ୍ଥିତ ସନ୍ଥ ଆଗନ୍ତୁକଙ୍କ ଆଗମନରେ ନେତ୍ର ଖୋଲିଲେ। ନେତ୍ର ଖୋଲି ଦେଖିଲେ ଏକ ସମ୍ଭ୍ରାନ୍ତ ଭଦ୍ର ପୁରୁଷ ହାତ ଯୋଡି ତାଙ୍କୁ ପ୍ରଣାମ କରୁଛନ୍ତି। ପ୍ରଣାମ କରି ସାରିବା ପରେ ସେ ପ୍ରଚୁର ଧନ ରାଶି ସନ୍ଥଙ୍କ ଚରଣରେ ଅଜାଡି ଦେଲେ ଏବଂ କହିଲେ, “ମହାରାଜ! ମୋର ଏହି ସାମାନ୍ୟ ଭେଟି ସ୍ଵୀକାର କରନ୍ତୁ। ସନ୍ଥ ପ୍ରଶ୍ନ କଲେ, ଆପଣ ଏହି ଭେଟି କେଉଁ ଉଦ୍ଦେଶ୍ୟରେ ଦେଇଛନ୍ତି? ଆଗନ୍ତୁକ ହସି ହସି କହିଲେ, “ମହାରାଜ! କ୍ଷେତରେ ବିହନ ବୁଣା ଯାଏ, କାରଣ ଅମଳ ପରେ ସେଥିରୁ ହଜାର ଗୁଣ ଫସଲ ମିଳେ। ମୁଁ ଆପଣଙ୍କୁ ଏ ଧନ ସମର୍ପଣ କରିବା ଦ୍ଵାରା ମୋତେ ପରଲୋକରେ ହଜାର ଗୁଣ ଧନ ମିଳିଯିବ। ସନ୍ଥ କହିଲେ, “ତାହେଲେ ମୁଁ ଏକ ନିର୍ଦ୍ଧନ ବ୍ୟକ୍ତିର ଧନ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ଏହାକୁ ଶୀଘ୍ର ଏଠାରୁ ଉଠାଇ ନେଇଯାଅ। ସନ୍ଥ ସେଠାରୁ ଚାଲିଗଲେ। ସେଠଜୀ…
ମେଷ- ଭ୍ରମଣ ଲାଭଦାୟକ ହେବ। ବୁଡିଯାଇଥିବା ଟଙ୍କା ଗ୍ରହଣ କରାଯାଇପାରିବ। ଟଙ୍କା ମିଲିବା ସହଜ ହେବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ବ୍ୟବସାୟ ଲାଭଦାୟକ ହେବ। ସେଠାରେ ଆଶଙ୍କା ରହିବ। ପରିବାରରେ ଶାନ୍ତି ଏବଂ ସୁଖ ରହିବ। ଥକ୍କା ଏବଂ ଦୁର୍ବଳତା ହୋଇପାରେ। ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଦୀର୍ଘ ରହଣି ଯୋଜନା କରାଯାଇପାରେ। ବୃଷ- କର୍ମକ୍ଷେତ୍ରରେ ସଂସ୍କାର ଏବଂ ପରିବର୍ତ୍ତନ ହୋଇପାରେ । ଚିନ୍ତା କରିଥିବା ଯୋଜନା ସଫଳ ହେବ କିନ୍ତୁ ତୁରନ୍ତ ଲାଭ ପାଇବ ନାହିଁ । ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ଘର ବାହାରେ ପଚରାଉଚରା କରାଯିବ। ଈର୍ଷାପରାୟଣ ଲୋକଙ୍କୁ ଏଡ଼ାନ୍ତୁ । ସେୟାର ବଜାର ଏବଂ ମ୍ୟୁଚୁଆଲ୍ ଫଣ୍ଡରୁ ଲାଭ ମିଳିବ । ଲାଭ ସୁଯୋଗ ଆସିବ । ମିଥୁନ- ଯେ କୌଣସି ତୀର୍ଥସ୍ଥାନର ଭ୍ରମଣ ସୁଯୋଗ ମିଳିବ। ଆଧ୍ୟାତ୍ମିକତା ଦିଗ ପାଇଁ ଆଗ୍ରହୀ ହେବେ । ଆଇନଗତ ପ୍ରତିବନ୍ଧକକୁ ହଟାଇ…
ଭୁବନେଶ୍ବର: ଆଜି ପ୍ରଭୃ ଲିଙ୍ଗରାଜଙ୍କ ଋକୁଣା ରଥ ରାମେଶ୍ବର ମନ୍ଦିରରେ ପହଞ୍ଚିପାରିଲା ନାହିଁ। କାରଣ ହେଲା ଆଜି ପ୍ରଭୃଙ୍କ ରଥନୀତି ପ୍ରାୟ ଅଢେଇ ଘଣ୍ଟା ବିଳମ୍ବ ହୋଇଥିଲା। ପ୍ରଥମେ ସକାଳନୀତି ଠିକ ଚାଲିଥିବା ବେଳେ ରଥନୀତି ବେଳକୁ ଏହି ବିଳମ୍ବ ପରିଲକ୍ଷିତ ହୋଇଥିଲା। ତେବେ ଅପରାହ୍ନରେ ଭକ୍ତମାନେ ବେଶ୍ ଆନନ୍ଦ ଉଲ୍ଲାସରେ ଋକୁଣା ରଥକୁ ଟାଣିବା ଆରମ୍ଭ କରିଥିଲେ। ହରିବୋଲ ହୁଳହୁଳି ସହିତ ଘଣ୍ଟବାଦ୍ୟରେ ପ୍ରଭୃଙ୍କ ରଥ ଗଡିଚାଲିଥିଲା। ତେବେ ବଢେଇ ବାଙ୍କ ଛକ ପାଖରେ ସଂଧ୍ୟା ହୋଇଯିବାରୁ ରଥଟଣା ବନ୍ଦ ରହିଥିଲା। ବର୍ତ୍ତମାନ ପ୍ରଭୃଙ୍କ ରଥ ବଢେଇ ବାଙ୍କ ଛକରେ ଅଟକି ରହିଛି। ଆସନ୍ତାକାଲି ପୂର୍ବାହ୍ନରେ ରଥ ଟଣା ଯିବ ବୋଲି ମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି। ଶାନ୍ତି ଶୃଙ୍ଖଳାର ସହିତ ରଥଯାତ୍ରା କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅନ୍ତର୍ଗତ ଦାଶରଥୀପୁର ଗ୍ରାମ ହରିଜନ ସାହିରେ ଏକ ଜମି ବିବାଦକୁ କେନ୍ଦ୍ରକରି ଆଜି ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡିଛି। ଉକ୍ତ ସଂଘର୍ଷରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି। ଏ ନେଇ ଉଭୟ ପକ୍ଷଙ୍କ ଦ୍ୱାରା ଦୁଇ ଗୋଟି ପୃଥକ ଏତଲା ଦିଆଯାଇଥିବା ବେଳେ ପୋଲିସ ଉଭୟ ପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରି ତନାଘନା ଜାରି ରଖିଛି। ଥାନାରେ ଅଭିଯୋଗ ମୁତାବକ ଉକ୍ତ ଗ୍ରାମର ଏକ ସରକାରୀ ଜାଗାକୁ କିଛି ବ୍ୟକ୍ତି ଅକ୍ତିଆର କରି ରଖିଥିବା ବେଳେ ଗ୍ରାମବାସୀ ଉକ୍ତ ଜାଗା ଗ୍ରାମବାସୀଙ୍କର ବୋଲି ଦାବି କରୁଛନ୍ତି। ଆଜି ଉକ୍ତ ଜାଗାରେ କୋଠ ନିର୍ମାଣକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥଲା। ଯାହାଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ତେବେ ଅଦ୍ୟାବଧି ଏକାଧିକ ବ୍ୟକ୍ତି ଉକ୍ତ ଘଟଣାରେ ଅଟକ ଥିବା ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି। ଅପରପକ୍ଷେ ଗ୍ରାମରେ…
Bhubaneswar Tennis Centre: ଭୁବନେଶ୍ୱରରେ ଆରମ୍ଭ ହେବାକୁ ଥିବା ଆଇଟିଏଫ୍ ଏସିଆ U14 ଏବଂ ଅଣ୍ଡର ଡେଭଲପମେଣ୍ଟ ଚାମ୍ପିଅନସିପ୍ 2023 ଆରମ୍ଭ ହେବାକୁ ମାତ୍ର ଅଳ୍ପ ଦିନ ଅଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଡିୟମ୍ କ୍ରୀଡା କମ୍ପ୍ଲେକ୍ସରେ ଏକ ଟେନିସ୍ କେନ୍ଦ୍ରର ଉଦଘାଟନ କରିଛନ୍ତି। ଏଥିସହିତ ସେ ଆଗାମୀ ଆନ୍ତର୍ଜାତୀୟ ଟେନିସ୍ ଟୁର୍ନାମେଣ୍ଟର ଲୋଗୋ ଏବଂ ଜର୍ସିକୁ ମଧ୍ୟ ଲୋକାର୍ପଣ କରିଛନ୍ତି। ୧୪୦୦ ଆସନ ବିଶିଷ୍ଠ ଏହି ଟେନିସ୍ କେନ୍ଦ୍ର ଆନ୍ତର୍ଜାତୀୟ ଟେନିସ୍ ଫେଡେରେସନ୍ ଦ୍ବାରା ସ୍ବୀକୃତ ହୋଇଛି। ଏଥିରେ ଜିମ୍ନାସିୟମ୍, ଖେଳାଳିଙ୍କ ପୋଷାକ ପରିବର୍ତ୍ତନ କୋଠରୀ, ଅଡିଟୋରିୟମ୍, ଏବଂ ଭିଆଇପି ରୁମ୍, ମିଡିଆ ରୁମ୍, ପ୍ରସାରଣ ଏବଂ ପ୍ରଶାସନିକ ବ୍ୟବହାର ରୁମ ସହିତ ଗୋଟିଏ ସିନ୍ଥେଟିକ୍ ସେଣ୍ଟର୍ କୋର୍ଟ ରହିଛି। ୨୫ କୋଟି ଟଙ୍କା ବ୍ୟୟରେ ଟେନିସ୍ କେନ୍ଦ୍ରକୁ ବିକଶିତ କରାଯାଇଛି। ୮ ଟି ସିନ୍ଥେଟିକ୍ ସହିତକଳିଙ୍ଗ ଷ୍ଟାଡିୟମରେ ଥିବା ଟେନିସ୍ କମ୍ପ୍ଲେକ୍ସ…
ଭୁବନେଶ୍ୱର: ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। ଶିଶୁମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କ୍ରୀଡା ସମ୍ଭାବନା ଓ ପ୍ରତିଭାର ସମୁଚିତ ବିକାଶ ହେବା ଜରୁରୀ। ଏହା ଦ୍ୱାରା ଶିଶୁମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି ହୋଇପାରିବ। ଲୁକାୟିତ ଓ ଅନାବିଷ୍କୃତ ଶିଶୁ କ୍ରୀଡା ପ୍ରତିଭାର ପରିପ୍ରକାଶ କ୍ଷେତ୍ରରେ ରାଜ୍ୟସ୍ତରୀୟ ଶିଶୁ କ୍ରୀଡା ପ୍ରତିଯୋଗିତା ‘ଉତ୍ସାହ’ର ଭୂମିକା ପ୍ରଶଂସନୀୟ ବୋଲି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ମତବ୍ୟକ୍ତ କରିଛନ୍ତି। ଆଜି କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଶିଶୁ କ୍ରୀଡ଼ା ପ୍ରତିଯୋଗିତା ‘ଉତ୍ସାହ’କୁ ଉଦ୍ଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ କହିଲେ ଯେ, ଆମ ବିଭାଗ ଦ୍ୱାରା ଶିଶୁ କ୍ରୀଡା ପ୍ରତିଭାମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ରାଜ୍ୟସ୍ତରୀୟ ଶିଶୁ କ୍ରୀଡା ପ୍ରତିଯୋଗିତା ‘ଉତ୍ସାହ’ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ପ୍ରତ୍ୟେକ ଶିଶୁ ନିକଟରେ କିଛି ନା କିଛି ଅନ୍ତନିର୍ହିତ କ୍ରୀଡା ପ୍ରତିଭା ଏବଂ ଦକ୍ଷତା ଲୁଚି ରହିଛି। ଏହି…
ଭୁବନେଶ୍ଵର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ “ଓଡ଼ିଶୀ ସଙ୍ଗୀତ ଉତ୍ସବ” ମଙ୍ଗଳବାର ସନ୍ଧ୍ୟାରେ ଗବେଷଣା କେନ୍ଦ୍ର ପରିସରରେ ଥିବା ପ୍ରେକ୍ଷାଳୟ ‘ଉତ୍କଳ ରଂଗମଞ୍ଚ’ରେ ଏକ ସଙ୍ଗୀତମୟ ପରିବେଶ ମଧ୍ୟରେ ଉଦ୍ଯାପିତ ହୋଇଯାଇଛି। ଏହି ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଆମ ପ୍ରାଚୀନ ପରମ୍ପରା, ଶାସ୍ତ୍ରୀୟ ଓଡ଼ିଶୀ ସଂଗୀତର ପ୍ରଚାର, ପ୍ରସାର ଏବଂ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ନେଇ ଏବଂ ବର୍ତ୍ତମାନର ପୀଢ଼ିର କଳାକାରମାନଙ୍କୁ ଶାସ୍ତ୍ରୀୟତା ସହିତ ଅନ୍ତରଙ୍ଗ ଭାବରେ ପରିଚୟ କରାଇବା ଏବଂ ଆକୃଷ୍ଟ କରିବା ଏହି ଉତ୍ସବର ଥିଲା ମୁଖ୍ୟ ଉଦ୍ଦେଶ୍ୟ। ଉଦ୍ଯାପନୀ ଉତ୍ସବରେ ବରିଷ୍ଠ ଗାୟିକା ପଦ୍ମଶ୍ରୀ ଶ୍ୟାମମଣି ଦେବୀ, ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ସୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର…
ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ବିଜେଡ଼ି ନେତୃବୃନ୍ଦ ତଥା ମୁଖ୍ୟମନ୍ତ୍ରୀଙ୍କ “ଜୟ ଜଗନ୍ନାଥ” ଧ୍ୱନୀ ଉପରେ ପ୍ରଦେଶ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଆଜି ଅପରାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର ତଥା ରାଜ୍ୟ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରତିକ୍ରୀୟାରେ କହିଛନ୍ତି ଯେ ଗତ କିଛିଦିନ ତଳେ ରାଜ୍ୟ ବିଜେଡ଼ି ଦଳ ନିଜ ନେତାଙ୍କ ଉପରୁ ଭରଷା ତୁଟାଇ ଦଳର ନିର୍ବାଚନ ସଂକେତ ତାଙ୍କର ଗର୍ବ ବୋଲି ଧ୍ୱନି ଦେଇ ଗଣମାଧ୍ୟମକୁ ପ୍ରକମ୍ପିତ କଲେ । ଏବେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ ହୋଇଛି ଜୟ ଜଗନ୍ନାଥ ଧ୍ୱନି, ଭଲ କଥା ଆମେ ସ୍ୱାଗତ କରୁଛୁ । କିନ୍ତୁ ୨୩ ବର୍ଷ ଶାସନ ପରେ ଓଡ଼ିଆ ଜାତିର ଆରାଧ୍ୟ ଦେବତାଙ୍କ କଥା ମୁଖ୍ୟମନ୍ତ୍ରୀଙ୍କ ମନେ ପଡ଼ିଲା? ଓଡ଼ିଶା କଂଗ୍ରେସ ଦଳର ସଭାପତି…
କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍ ଡଇଁଚା ପ୍ୟାକ୍ସରେ ବ୍ୟାଙ୍କିଙ୍ଗ ସେବା ଓ କୃଷି ଋଣ କର୍ମଶାଳା ସଭାପତି ପ୍ରହ୍ଲାଦ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟଅତିଥି ଭାବରେ ରେଢ଼ାଖୋଲ ବିଧାୟକ ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ଇଂ ରୋହିତ୍ କୁମାର ପୂଜାରୀ ଯୋଗ ଦେଇ ସରକାରଙ୍କ ଜନ ହିତକାରୀ ଯୋଜନା ସଂପର୍କରେ ଆଲୋଚନା କରିବା ସହ ଆସିଥିବା ଚାଷୀ ମାନଙ୍କର ବିଭିନ୍ନ ଅଭିଯୋଗକୁ କିପରି ସମାଧାନ କରାଯାଇପାରିବ ସେ ଦିଗରେ ବିହୀତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଆର୍ ସି ଏସ୍ ଗିରିଶ୍ ଚନ୍ଦ୍ର ପୁରୋହିତ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସମବାୟର ଆବଶ୍ୟକତା ଏବଂ ସମବାୟ ଦ୍ବାର ଲୋକ ମାନଙ୍କର କଣ କଣ ସବୁ ସୁବିଧା ହୋଇ ପାରୁଛି ସେ ସଂପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବରେ ବିଜେଡି ବ୍ଲକ୍ ସଭାପତି ମୂଳିଆ ରାଉଳ ଏଂ ସମବାୟ ବିଭାଗର ନିରୀକ୍ଷକ ଯୋଗଦେଇଥିଲେ। ୪ ଜଣ…
ରଣପୁର: ରଣପୁର ବ୍ଲକ ନିକଟସ୍ଥ ମଝିଆଖଣ୍ଡ ଗ୍ରାମପଂଚାୟତରେ ୧୩୬୫ ମସିହାରୁ ପାଳନ କରାଯାଉଛି ଏହି ନିଆରା ପର୍ବ ଅଶୋକା ଅଷ୍ଟମୀ। ନୀତି ଅନୁଯାୟୀ ପ୍ରଭୁ କମଳେଶ୍ୱର ଦେବ ଶହ ଶହ ଭକ୍ତଙ୍କର ଗହଣରେ ରୁଙ୍କୁଣା ରଥରେ ବସି ୭ ଦିନ ପାଇଁ ମାଉସୀ ମା ‘ ମନ୍ଦିର କୁ ବିଜେ କରିବେ। ତେଣୁ ନୀତି ପରମ୍ପରା ଅନୁଯାୟୀ ରଥର ସମସ୍ତ ନୀତିକାନ୍ତି ପରେ ରଥ ଉପରକୁ ପ୍ରଭୁ କମଳେଶ୍ୱର ଦେବ ବିଜେ କରିଥିଲେ। ଏହା ପରେ ଭକ୍ତମାନେ ରଥକୁ ଟାଣି ଟାଣି ଅଶୋକ ବଜାର ଠାରେ ଥିବା ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ। ଏହି ରଥ ଟଣା ସମୟରେ ରଣପୁର ଦେବୋତ୍ତର ବିଭାଗ ଅଧିକାରୀ ତଥା ରଣପୁର ତହସିଲଦାର ଇପ୍ସିତ ସାହୁ, ଦେବୋତ୍ତର ମ୍ୟାନେଜର ରମେଶ ପ୍ରଧାନ, ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢ଼ୀ, ବରିଷ୍ଠ ସାମ୍ବାଦିକ ବିଶ୍ୱ ରଞ୍ଜନ ଆଚାର୍ଯ୍ୟ, ପରେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପୁରାତନ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ୮ ଜଣଙ୍କୁ ଡିଲିଟ୍ ୨ଜଣଙ୍କୁ ଡିଏସସି ,୭୦ ଜଣଙ୍କୁ ପିଏଚଡି ଓ ୪୫ ଜଣଙ୍କୁ ସ୍ବର୍ଣ୍ଣ ପଦକ ଉପାଧି ପ୍ରଦାନ କରିଥିଲେ। ଉତ୍ସବରେ ଯୋଗଦାନ ସ୍ଵରୁପ ମହାମହିମ ରାଜ୍ୟପାଳ ନିଜ ବକ୍ତବ୍ୟ ଜରିଆରେ ବୁଝାଇଥିଲେ ଯେ ୫୭ ବର୍ଷର ଏହି ଅନୁଷ୍ଠାନ ବହୁ ପ୍ରତିଭା ସ୍ରୁଷ୍ଟି କରିଛି ଓ ଆମେ ବସୁଦୈବ୍ୟ କୁଟୁମ୍ବକମ୍ କୁ ବିଶ୍ୱାସ କରୁ ଓ ବୈଶ୍ଵକ ନାଗରିକ ଆଚରଣ କୁ ପ୍ରୋତ୍ସାହନ ଯୋଗାଇବା ସହ ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ ପ୍ରତିଯୋଗିତା ମୁଳକ ମୁଲ୍ୟବୋଧ କୁ ପ୍ରୋତ୍ସାହନ କରିବା ଆମର କର୍ତ୍ତବ୍ୟ ଅଟେ। ଆଗାମୀ ୨୦୨୪ ଓ ୨୫ ରେ ଭାରତ ୫ ଟ୍ରିଲିଅନ ଡଲାର ଅର୍ଥନୈତିକ ଅଭିବୃଦ୍ଧି ହେବାକୁ ଯାଉଛି।…
ସୀତାରାମ ଅଗ୍ରୱାଲ ବାଣପୁର: କୁମାରାଙ୍ଗ ଗ୍ରାମ ପଞ୍ଚାୟତ ଅଧିନସ୍ଥ ମାଳି ଗୋବିନ୍ଦପୁର ଠାରେ ପୂଜା ପାଆନ୍ତି ପଶ୍ଚିମାଭିମୁଖୀ ଠାକୁର ଶ୍ରୀ ଶ୍ରୀ ବୁଢା ଗତିଃଶ୍ଵରଦେବ। ଉକ୍ତ ମନ୍ଦିରରେ ବୁଧବାର ପରମ୍ପରା ଅନୁଯାୟୀ ପବିତ୍ର ଅଶୋକଷ୍ଟମୀ ପର୍ବ ଖୁବ ଧୂମଧାମରେ ପାଳନ କରାଯାଇଛି। ପ୍ରଭୁ ଗତିଃଶ୍ଵର ଦେବ ଏ ଅଂଚଳର ଏକ ପ୍ରତ୍ୟେକ୍ଷ ଠାକୁର। ପରମ୍ପରା ଅନୁଯାୟୀ ଏହି ଦିନ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ, ଶ୍ରୀ ଶ୍ରୀ ରଙ୍କନାଥ ଦେବ, ଏବଂ ମା ଭଗବତୀଙ୍କ ପିତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଗତିଃଶ୍ଵରଙ୍କ ପୀଠକୁ ଆସିଥାନ୍ତି। ତତସହିତ ଗତିଃଶ୍ୱରଙ୍କ ମୂଳ ପୀଠ କୁହାଯାଉଥିବା ଦୁଲଣୀ ଗ୍ରାମର ଗୋପୀନାଥ ଦେବଙ୍କ ଆଗମନ ହେବାରୁ ଏକ ମହାମିଳନ ପର୍ବ ଅନୁଷ୍ଠିତ ହୁଏ। କିମ୍ବଦନ୍ତୀ ଅନୁସାରେ ମା’ ଭଗବତୀ ବର୍ଷକୁ ଚାରିଦିଗକୁ ଯାତ୍ରା କରିଥାନ୍ତି। ପୂର୍ବ କାଳରେ ମା ଦକ୍ଷିଣ ଦିଗରେ ଥିବା ଗଞ୍ଜାମ ଜିଲ୍ଲାର ନାରାୟଣୀ ମନ୍ଦିରକୁ ଯାତ୍ରା କରିଥାନ୍ତି। କିନ୍ତୁ ଅଶୋକଷ୍ଟମୀ…
ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଧାନସଭାରେ ବହୁବାର ଆଲୋଚନା ହୋଇ ସାରିଥିଲେ ମଧ୍ୟ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ମନଗଢ଼ା କାହାଣୀ ଗପି ଚାଲିଛନ୍ତି। ଏଥିରୁ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରି ବିଧାନସଭାକୁ ବନ୍ଦ କରୁଛନ୍ତି। ଫଳରେ ବିଧାନସଭାରେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ସମ୍ବଳିତ ଆହୁରି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରୁ ନାହିଁ। ତେଣୁ ଏଭଳି ବାଚଳାମୀ ଓ ପାଗଳାମୀରୁ ବିରୋଧୀଦଳ ନେତା କ୍ଷାନ୍ତ ରହିବା ଉଚିତ। ଆଜି ବିଧାନସଭା ବାହାରେ ଗଣମାଧ୍ୟମକୁ ବିବୃତି ଦେଇ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ଏମିତି ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ବିଧାୟକ ଅରୁଣ ସାହୁ। ଶ୍ରୀ ସାହୁ କହିଛନ୍ତି ଯେ, ବିଧାନସଭାରେ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଶ୍ରୀ ମିଶ୍ର ଓ ଅନ୍ୟ ବିଜେପି ବିଧାୟକମାନେ ବହୁବାର ପ୍ରଶ୍ନ କରିଛନ୍ତି, ମୁଲତବୀ ପ୍ରସ୍ତାବ ଆଣିଛନ୍ତି, ଗୃହ ବିଭାଗର ଆଲୋଚନା ବେଳେ ଏହି ପ୍ରସଙ୍ଗରେ ସବିଶେଷ ଆଲୋଚନା ହୋଇଛି, ଯେ…
ନୂଆଦିଲ୍ଲୀ: ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଭାରତୀୟ କ୍ରିକେଟର ବିରାଟ କୋହଲି ଏକ ଅଗ୍ରଣୀ ହାସଲ କରିଛନ୍ତି। କୋହଲି ପୁଣି ଥରେ ତାଙ୍କ ପୁରୁଣା ଶୈଳୀକୁ ଫେରିଥିବାର ନଜର ଆସିଛନ୍ତି। ବିଗତ କିଛି ବର୍ଷ ଧରି ଖରାପ ଫର୍ମରେ ରହିବା ପରେ ବିରାଟ କୋହଲି ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଦିନିକିଆ ଫର୍ମାଟରେ ତାଙ୍କ ର଼୍ୟାଙ୍କିଙ୍ଗରେ ବୃଦ୍ଧି ହୋଇଛି। ସେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ। ଏହି ମ୍ୟାଚରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଅର୍ଦ୍ଧ ଶତକ ସହିତ ସେ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ସାତ ନମ୍ବରରେ ପହଞ୍ଚିଛନ୍ତି। କିଛି ସମୟ ପୂର୍ବରୁ ବିରାଟ କୋହଲି ଦିନିକିଆ ର଼୍ୟାଙ୍କିଙ୍ଗର ଶ୍ରେଷ୍ଠ-୧୦ ଖେଳାଳି ତାଲିକାରୁ ବାଦ ପଡିଥିଲେ। ବର୍ତ୍ତମାନ ତାଙ୍କର ଦିନିକିଆ ର଼୍ୟାଙ୍କିଙ୍ଗ ୭୧୯ ରେଟିଂ ସହିତ ୭ ନମ୍ବରରେ ଅଛନ୍ତି। ରୋହିତ ଶର୍ମାଙ୍କୁ କୋହଲିପଛରେ ପକାଇ ଦେଇଛନ୍ତି। ୭୦୭ ରେଟିଂ ସହ ଭାରତୀୟ ଅଧିନାୟକ ୮ ନମ୍ବରରେ ଅଛନ୍ତି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ପୋଲିସକୁ ଆକ୍ସନ ମୋଡ଼ରେ ଦେଖିବାକୁ ମିଳିଛି। ସହରରେ ମଦ୍ୟପଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ସମୟରେ ସେମାନେ ନିଶାସକ୍ତ ଅବସ୍ଥାରେ କ୍ଷିପ୍ର ବେଗରେ ଗାଡ଼ି ଚଲାଉଛନ୍ତି। ଯାହା ଫଳରେ ନାଗରିକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଅନୁରୂପ ଭାବେ ମଦ୍ୟପ ଗାଡିଚାଳକ ମାନେ ପଥଯାତ୍ରୀଙ୍କୁ ଗାଳିଗୁଲଜ କରୁଥିବାର ମଧ୍ୟ ଅଭିଯୋଗ ହେଉଛି। ଏହାକୁ ଗମ୍ଭୀରିତାର ସହ ନେଇ ଆଜି ବାଲୁଗାଁ ପୋଲିସ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଦୀର୍ଘ ସମୟ ଧରି ଚଢ଼ାଉ ଜାରି ରଖିଥିଲା। ମଦ୍ୟପ ଗାଡ଼ି ଚାଳକଙ୍କୁ ଖୋଜି ଖୋଜି ପୋଲିସ ଧରିଥିଲା। ଏହି ପରିପ୍ରେକ୍ଷୀରେ ଚାରି ଜଣ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ। ବାଲୁଗାଁ ମେଡିକାଲରେ ସେମାନେ କେତେ ପରିମାଣରେ ମଦ୍ୟପାନ କରିଛନ୍ତି ତାହାର ପରୀକ୍ଷା କରାଯାଇଥିଲା। ଗିରଫ ଚାରି ଅଭିଯୁକ୍ତମାନେ ହେଲେ ସୁକାନ୍ତ ପାଣିଗ୍ରାହୀ, ଅକ୍ଷୟ ପଣ୍ଡା, ଅରୁଣ…
ନୂଆଦିଲ୍ଲୀ: ଜମାକାରୀଙ୍କୁ ଦେୟ ପ୍ରଦାନ ପାଇଁ ସେବି ଠାରେ ସାହାରା ଗ୍ରୁପ୍ ଜମା କରିଥିବା ୨୪ ହଜାର କୋଟିରୁ ୫ ହଜାର କୋଟି ଟଙ୍କା ଆବଣ୍ଟନ କରିବାକୁ କେନ୍ଦ୍ରର ଆବେଦନକୁ ସୁପ୍ରିମକୋର୍ଟ ବିଚାରକୁ ନେଇଛନ୍ତି। ପ୍ରକୃତରେ କେନ୍ଦ୍ର ଏକ ଜନସ୍ୱାର୍ଥ ମାମଲାରେ ଏହି ଆବେଦନ କରିଥିଲେ। ପିନାକି ପାଣି ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଦ୍ଵାରା ପିଏଲ୍ ଦାଖଲ କରାଯାଇଥିଲା ଏବଂ ଏଥିରେ ବିଭିନ୍ନ ଚିଟ୍ ଫଣ୍ଡ୍ କମ୍ପାନୀ ଏବଂ ସାହାରା କ୍ରେଡିଟ୍ କମ୍ପାନୀଗୁଡିକରେ ବିନିଯୋଗ କରିଥିବା ଜମାକାରୀଙ୍କୁ ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ସିଟି ରବିକୁମାରଙ୍କ ଏକ ବେଞ୍ଚ କହିଛନ୍ତି ଯେ, ସାହାରା ଗୋଷ୍ଠୀର ସମବାୟ ସମିତି ଦ୍ୱାରା ପ୍ରତାରଣା ହୋଇଥିବା ଜମାକାରୀଙ୍କ ମଧ୍ୟରେ ଏହି ରାଶି ବଣ୍ଟନ କରାଯିବା ଉଚିତ। ଏଥିରେ କୁହାଯାଇଛି ଯେ, ସମଗ୍ର ପ୍ରକ୍ରିୟା ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ଆର ସୁଭାଷ ରେଡ୍ଡୀଙ୍କ ଦ୍ୱାରା ତଦାରଖ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ବନଖଣ୍ଡ ବାଲୁଗାଁ ବନାଞ୍ଚଳ ଅନ୍ତର୍ଗତ ଧୂଆଁନଳି ସେକ୍ସନ ସିଲିଙ୍ଗପଡ଼ା ଜଙ୍ଗଲରେ ଆଜି ଏକ ହାତୀର ମୃତ୍ୟୁ ହୋଇଛି। ହାତୀର ବୟସ ୩ ରୁ ୪ ବର୍ଷ ହେବ। ଖବର ପାଇ ଭୁବନେଶ୍ୱର ଆରସିସିଏଫ, ଖୋର୍ଦ୍ଧା ଡ଼ିଏଫଓ ପୂର୍ଣ୍ଣିମା ପାଣ୍ଡିଆନ, ଏସିଏଫ, ବାଲୁଗାଁ ରେଞ୍ଜର ଆଦି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ତେବେ ହାତୀର ପ୍ରାକୃତିକ ମୃତ୍ୟୁ ହୋଇଥିବାର ଡ଼ିଏଫଓ ସୁଶ୍ରୀ ପାଣ୍ଡିଆନ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଅଧିକ ତଦନ୍ତ ପାଇଁ ଏକ ଡାକ୍ତରୀଦଳ ହାତୀର ଶବ ବ୍ୟବଚ୍ଛେଦ କରିଛନ୍ତି। ଏବଂ ହାତୀର ଶବକୁ ଜଙ୍ଗଲରେ ପୋତିଦିଆଯାଇଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।
ନୂଆଦିଲ୍ଲୀ: ଅନେକ ଲୋକଙ୍କ ମୁହଁରେ କଳା ଦାଗର ସମସ୍ୟା ଥାଏ। ଚର୍ମର ପୃଷ୍ଠରେ ଦୃଶ୍ୟମାନ ହେଉଥିବା ଏହି କଳା ଦାଗଗୁଡ଼ିକ ରାସାୟନିକ ସମୃଦ୍ଧ ଚର୍ମ ଯତ୍ନ ଉତ୍ପାଦ ପ୍ରୟୋଗ କରି, ଅତ୍ୟଧିକ ସୂର୍ଯ୍ୟ କିରଣରେ ରହି କିମ୍ବା ଚର୍ମର ଉପଯୁକ୍ତ ଯତ୍ନ ନ ଦେଲେ ଦେଖାଯାଏ। ପରିବେଶ ଯୋଗୁଁ ମଧ୍ୟ ଏହି ଦାଗଗୁଡ଼ିକ ହୋଇପାରେ। ଏପରି ପରିସ୍ଥିତିରେ ବେଳେବେଳେ ଏହି କଳା ଦାଗରୁ କିପରି ମୁକ୍ତି ପାଇବେ ତାହା ବୁଝିବା କଷ୍ଟକର ହୋଇଯାଏ। ଯଦି ଆପଣ ମଧ୍ୟ ସମସ୍ତ ପ୍ରକାରର ଚେଷ୍ଟା କରିବାରେ ଥକି ଯାଇଛନ୍ତି, ତେବେ ନଡିଆ ତେଲର ଏହି ଉପାୟ ଆପଣଙ୍କ ପାଇଁ ଉପଯୋଗୀ ହେବ। ନଡ଼ିଆ ତେଲରେ ଲବଙ୍ଗ ମିଶାଇ ଲଗାଇଲେ ମୁହଁରେ ଥିବା କଳା ଦାଗରୁ ମୁକ୍ତି ମିଳିଥାଏ। ମୁହଁରୁ ଦାଗ ହଟାଇବା ପାଇଁ ନଡ଼ିଆ ତେଲରେ ଲବଙ୍ଗ ମିଶାଇ କିପରି ପ୍ରୟୋଗ କରାଯାଇପାରିବ ଏଠାରେ ଜାଣନ୍ତୁ… ଦାଗ ହଟାଇବା ପାଇଁ ଘରୋଇ ଉପଚାର: ଲବଙ୍ଗ…

