Author: Samikhsya Bureau

ଭୁବନେଶ୍ୱର: ପଖାଳ ଏକ ଉତ୍କୃଷ୍ଟ ଓଡିଆ ସୁସ୍ୱାଦୁ ଖାଦ୍ୟ, ଯାହା ସାଧାସିଧା, କିନ୍ତୁ ଅତ୍ୟନ୍ତ ପୁଷ୍ଟିକର ଏବଂ ସ୍ୱାଦଗ୍ରନ୍ଥିକୁ ସୁଖଦ ଅନୁଭୂତି ଦେଇଥାଏ। ସବୁ ବର୍ଗର ପସନ୍ଦର ଏହି ସ୍ୱାସ୍ଥ୍ୟକର ଖାଦ୍ୟର ଲୋକପ୍ରିୟତା ଓ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆଜି ‘ବିଶ୍ୱ ପଖାଳ ଦିବସ’ ସର୍ବତ୍ର ପାଳିତ ହୋଇଥିବା ବେଳେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ସୁସ୍ୱାଦୁ ଖାଦ୍ୟ ରେଷ୍ଟୁରାଣ୍ଟ “ନିମନ୍ତ୍ରଣ” ପକ୍ଷରୁ ଆଜି ‘ପଖାଳ ଦିବସ’ ଭୁବନେଶ୍ଵର ଓଡିଟିସି ପାନ୍ଥନିବାସ ସ୍ଥିତ ‘କଳିଙ୍ଗ’ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ,ପଖାଳ ବିଭିନ୍ନ ଭାବରେ ଖିଆଯାଇଥାଏ। ଓଡିଶାର ‘ପଖାଳ’ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହିତ ସଂପର୍କ ରହିଛି। ଏଣୁ ପଖାଳକୁ ଆମେ ଶ୍ରୀଜଗନ୍ନାଥଙ୍କ ପ୍ରସାଦ ବୋଲି ମନେ…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। କାରଣ ହେଲା ଆଜି ମୁଖ୍ୟମନ୍ତ୍ରୀ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ ମନ୍ଦିରର ମାଷ୍ଟର ପ୍ଲାନକୁ ଅନୁମୋଦନ କରିଛନ୍ତି। ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ‘ସମୀକ୍ଷା’ କୁ ତାଙ୍କର ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, “ଆଜି ମୋ ନିର୍ବାଚନ ମଣ୍ଡଳୀ ଚିଲିକା ପାଇଁ ଏକ ଐତିହାସିକର ଦିନ। କାରଣ ଆଜି ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ ମନ୍ଦିରର ଉନ୍ନତି ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନକୁ ମୋର ନେତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ।” ସେ ଆହୁରି କହିଛନ୍ତି ଯେ, “ଏହି ମନ୍ଦିରର ବିକାଶ କାର୍ଯ୍ୟକ୍ରମ 5ଟି ଉପକ୍ରମରେ କରାଯିବ। ସେଥିପାଇଁ 5ଟି ସଚିବ ଭି କେ ପାଣ୍ଡିଆନଙ୍କୁ ମଧ୍ୟ ଧନ୍ୟବାଦ। ବାଣପୁରବାସୀଙ୍କ…

Read More

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି ନୀତି ଅନୁସାରେ ପ୍ରଣିତ ଆମ ହସ୍ପିଟାଲ ଯୋଜନା ଅନ୍ତର୍ଭୁକ୍ତ ହସ୍ପିଟାଲ ଗୁଡିକର ରୂପାନ୍ତରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଆରୋପ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ପ୍ରକଳ୍ପର ପ୍ରଶାସନିକ ଅନୁମୋଦନ କ୍ଷମତା ସଂପୃକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଫଳରେ ଏଥିପାଇଁ ହେଉଥିବା ବିଳମ୍ବ ଏଡାଯାଇ ପାରିବ ଏବଂ କ୍ଷେତ୍ରସ୍ତରୀୟ ଆବଶ୍ୟକତା ଅନୁସାରେ ପ୍ରକଳ୍ପରେ ଛୋଟ ମୋଟ ପରିବର୍ତ୍ତନ କରାଯାଇ ପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି। ପ୍ରକଳ୍ପର ପ୍ରସ୍ତୁତି, ଏହାର ଅନୁମୋଦନ, କାର୍ଯ୍ୟାୟନ ସଂସ୍ଥା ଚୟନ, କ୍ଷେତ୍ରସ୍ତରୀୟ ଅନୁଧ୍ୟାନ, ଅଗ୍ରଗତି ସମୀକ୍ଷା ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଆଦି କ୍ଷମତା ଜିଲ୍ଲାସ୍ତରୀୟ କମିଟିକୁ ପ୍ରଦାନ କରାଯାଇଛି ବୋଲି ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ କହିଛନ୍ତି। ଏ ବିଷୟରେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରପରୁ କାର୍ଯ୍ୟାଳୟ ବିଜ୍ଞାପନ…

Read More

ଭୁବନେଶ୍ୱର: ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟ ଦିଗରେ ଅନ୍ୟ ଏକ ବିଶେଷ ପଦକ୍ଷେପ ଭାବେ ରାଜ୍ୟ ସରକାର ଜିଲ୍ଲାସ୍ତରରେ ମିଳୁଥିବା ନିଶୁଳ୍କ ରୋଗ ନିରୂପଣ ପରୀକ୍ଷା ପରିସର ୧୪୬ କୁ ବୃଦ୍ଧି କରିଛନ୍ତି। ମେଡ଼ିକାଲ କଲେଜ ଓ ହସ୍ପିଟାଲ ସ୍ତରରେ ୨୨୧ ପ୍ରକାର ଟେଷ୍ଟର ସୁବିଧା ମିଳିବ। ସ୍ୱାସ୍ଥ୍ୟ ସବ୍-ସେଣ୍ଟର୍ ଠାରୁ ଆରମ୍ଭ କରି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ପର୍ଯ୍ୟନ୍ତ ସ୍ତରୱାରୀ ତାଲିକା ଅନୁସାରେ ଏହି ସବୁ ପରୀକ୍ଷା ସୁବିଧା ମିଳିପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଅର୍ଥ ବିଭାଗ ମନ୍ତ୍ରୀ ନିରଞନ ପୁଜାରୀ କହିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜାନୂଆରୀ ୨୦୧୮ ରୁ ଆରମ୍ଭ କରାଯାଇଥିବା ନିଦାନ ଯୋଜନାରେ ଏହି ସବୁ ସୁବିଧା ମିଳିବ। ଆୟବର୍ଗ ନିର୍ବିଶେଷରେ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିବା ସବୁଲୋକ ଏହି ନିଶୁଳ୍କ ମାଗଣା ସେବା ପାଇ ପାରିବେ। ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶାଳିନୀ…

Read More

ଭୁବନେଶ୍ୱର: ଓଡିଶା ଯୁଗେ ଯୁଗେ ଏକ ପ୍ରମୁଖ ଶକ୍ତି ପୀଠ ଭାବରେ ପ୍ରସିଦ୍ଧ ଲାଭ କରିଛି। ଓଡିଶାର ବିଭିନ୍ନ ଅଞ୍ଚଳରେ ମା ବିଭିନ୍ନ ରୂପରେ ପୂଜା ପାଇ ଆସୁଛନ୍ତି। ଶକ୍ତି ପୂଜାରେ ଚୈତ୍ର ମାସ ବିଶେଷ ଗୁରୁତ୍ୱ ବହନ କରିଥାଏ। ମାଙ୍କ ର ଚୈତ୍ର ମଙ୍ଗଳବାରକୁ ସାରା ଓଡିଶାର ମହିଳାମାନେ ଅତ୍ୟନ୍ତ ଭକ୍ତି ଓ ନିଷ୍ଠା ର ସହ ପାଳନ କରିଥାନ୍ତି। ମା ଙ୍କର ଏହି ପବିତ୍ର ମାସ ଅବସରରେ ଆଜି ରାଜ୍ୟର ତିନୋଟି ପ୍ରମୁଖ ଶକ୍ତିପୀଠ, କାକଟପୁରର ମା ମଙ୍ଗଳା, ଭୂଷୁଣ୍ଡପୁର ର ମା ଉଗ୍ରତାରା ଓ ବାଣପୁର ର ମା ଭବବତୀ ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। 5T ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ପୁର୍ତ୍ତ ବିଭାଗର ପର୍ଯ୍ୟଟନ ସ୍ଥଳ ଓ ଐତିହ କିର୍ତ୍ତିରାଜୀର ସମ୍ୱନିତ ବିକାଶ ଯୋଜନାରେ ଏହାକୁ ସାମିଲ କରାଯାଇଛି। ଓଡିଶା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ପୀଠରେ ବସନ୍ତ ଋତୁର ନବରାତ୍ରି ଉପଲକ୍ଷେ ବାସନ୍ତିକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଅଛି। ଉକ୍ତ ବିଶ୍ଵଶାନ୍ତି ମହାଯଜ୍ଞ ଆସନ୍ତା ୨୨ ତାରିଖ ବୁଧବାର ଠାରୁ ନଅ ଦିନ ଧରି ଚାଲିବ। ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମା’ଙ୍କ ପୀଠରେ ଏହି ଯଜ୍ଞ ଅନୁଷ୍ଠିତ ହେଉଛି। ବାଣପୁରର ସମସ୍ତ ଜନସାଧାରଣଙ୍କ ସହଯୋଗରେ ମା’ ଭଗବତୀ ବାସନ୍ତିକ ମହାଯଜ୍ଞ କମିଟିର ସଦସ୍ୟମାନେ ଉକ୍ତ ଯଜ୍ଞର ସମସ୍ତ ପ୍ରସ୍ତୁତି ପର୍ବ ଶେଷ ପର୍ଯାୟରେ ପହଞ୍ଚିଛି ବୋଲି କମିଟି ସଦସ୍ୟ ସଞ୍ଜୟ କୁମାର ମହାପାତ୍ର (ଫୁକୁ) ମତପ୍ରକାଶ କରିଛନ୍ତି। ତତସହିତ ମା’ ଭଗବତୀଙ୍କ ମନ୍ଦିର ପ୍ରାଙ୍ଗଣରେ ହେବାକୁ ଥିବା ଉକ୍ତ ଯଜ୍ଞକୁ ଏଣ୍ଡାଉମେଣ୍ଟ କମିଶନର ଅନୁମତି ପ୍ରଦାନ କରିଛନ୍ତି। ଯଜ୍ଞର ବିଧିବିଧାନ ଅନୁଯାୟୀ ମଙ୍ଗଳବାର ଅଙ୍କୁରାରୋପଣ, ବୁଧବାର କଳସ ଯାତ୍ରା ଏବଂ ଗୁରୁବାର ଅଧିବାସ ପର ଠାରୁ ଯଜ୍ଞ ଆରମ୍ଭ ହେବ।…

Read More

ଭୁବନେଶ୍ୱର: କୃଷକମାନଙ୍କୁ ଜଳବାୟୁ ପରିବର୍ତ୍ତନ ସହିତ ତାଳ ଦେଇ କୃଷିକାର୍ଯ୍ୟ କରିବା ତଥା ଅତ୍ୟାଧୁନିକ କୃଷି ପ୍ରଣାଳୀରେ ଅଭ୍ୟସ୍ତ କରାଇବାର ଲକ୍ଷ୍ୟ ନେଇ ସାମାଜିକ ଉଦ୍ୟୋଗ ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ରୁରାଲ୍ ମ୍ୟାନେଜମେଂଟ ଆନନ୍ଦ (ଇର୍ମା)-ଆଇସିଡ୍ ଫାଉଣ୍ଡେସନ୍‌, ପେସ୍ ଫାଉଣ୍ଡେସନ୍ ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ଭାବେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ରବିବାର ଉଦ୍‌ଯାପିତ ହୋଇଛି। କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ, ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତୀତରେ ଭାରତର ସମୃଦ୍ଧ ଅର୍ଥନୀତି ଉପରେ ବିସ୍ତୃତ ଭାବେ ସୂଚନା ଦେବା ସହ ଷ୍ଟାର୍ଟଅପ୍‌ଗୁଡ଼ିକ ଉପଯୁକ୍ତ ବ୍ୟବସାୟ ମଡେଲ୍ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସମ୍ବିତ ତ୍ରିପାଠୀ, ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌)ର ଇନ୍‌ଟିଗ୍ରେଟେଡ୍ ଲ’ର ତୃତୀୟ ବର୍ଷ ଛାତ୍ରୀ  ପାୟଲ୍ ପାଣୀ ଜମ୍ମୁଠାରେ ସୋମବାର ଆରମ୍ଭ ହୋଇଥିବା ୮୪ତମ ସିନିୟର ନ୍ୟାସ୍‌ନାଲ୍ ଓ ଇନ୍‌ଟର ଷ୍ଟେଟ୍ ଟେବୁଲ ଟେନିସ ଚାମ୍ପିଅନ୍‌ସିପ୍‌ରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଛନ୍ତି। ପାୟଲ ପୂର୍ବରୁ ନ୍ୟାସ୍‌ନାଲ୍ ଟେବୁଲ୍ ଟେନିସ୍ ଚାମ୍ପିଅନ୍‌ସିପ୍‌ରେ ସବ୍ ଜୁନିୟର ଓ ଜୁନିୟର ବର୍ଗରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିବା ବେଳେ ପ୍ରଥମ ଥର ପାଇଁ ସିନିୟର୍ ଟିମ୍ ନିମନ୍ତେ ମନୋନୀତ ହୋଇଛନ୍ତି। ସେ ଉଭୟ ସିଙ୍ଗଲ୍‌ସ ଏବଂ ଡବଲ୍ସରେ ଖେଳିବେ। “ମୁଁ ସିନିୟର ଷ୍ଟେଟ୍ ଟିମ୍‌କୁ ପ୍ରତିନିଧିତ୍ୱ କରୁଥିବାରୁ ଖୁବ ଉତ୍ସାହିତ ଅଛି ଓ ଭଲ ପ୍ରଦର୍ଶନ ନିମନ୍ତେ ଖୁବ୍ ଆଶାବାଦୀ ଅଛି” ବୋଲି ସେ କହିଛନ୍ତି।

Read More

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକ ଧାର୍ମିକ ଚିହ୍ନ ଏବଂ ଧାର୍ମିକ ନାମ ବ୍ୟବହାର କରି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ସେମାନଙ୍କର ସ୍ୱୀକୃତି ବାତିଲ କରିବା ଉପରେ ଏକ ଆବେଦନ କରାଯାଇଥିଲା। ଆଜି ସୁପ୍ରିମକୋର୍ଟରେ ଏହାର ଶୁଣାଣି ହୋଇଥିଲା। ଏହି ମାମଲା ସହ ଜଡିତ ବିଚାରାଧୀନ ଆବେଦନ ସମ୍ପର୍କରେ ୪ ସପ୍ତାହ ମଧ୍ୟରେ ହାଇକୋର୍ଟରେ ସୂଚନା ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି। ଆଡଭୋକେଟ୍ ଦୂଷ୍ୟନ୍ତ ଦେଭ୍ କୋର୍ଟଙ୍କୁ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ନିର୍ବାଚନ ପ୍ରତୀକ ଏକ ପଦ୍ମ ଫୁଲ, ଯାହା ହିନ୍ଦୁ ଧର୍ମ ଏବଂ ବୌଦ୍ଧ ଧର୍ମର ପ୍ରତୀକ ଅଟେ। ଏହା ବ୍ୟତୀତ ସେ ଶିବସେନା, ଶିରୋମଣି ଅକାଳୀ ଦଳ, ହିନ୍ଦୁ ସେନା, ହିନ୍ଦୁ ମହାସଭା, ଖ୍ରୀଷ୍ଟିଆନ ଡେମୋକ୍ରାଟିକ୍ ଫ୍ରଣ୍ଟ, ଇସଲାମ ପାର୍ଟି ହିନ୍ଦ ଇତ୍ୟାଦି ୨୬ ଟି ଦଳକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏହି ଆବେଦନ ଶୁଣାଣି ଯୋଗ୍ୟ ଉପରେ ଏଆଇଏମ୍ଆଇଏମ୍ ପକ୍ଷରୁ ବରିଷ୍ଠ ଓକିଲ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ହେଉଛି ପଖାଳ ଦିବସ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡ଼କୁଳ ପାନ୍ଥନିବାସ ଠାରେ ବହୁ ଆଡମ୍ବରରେ ପଖାଳ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବଡ଼କୁଳ ପାନ୍ଥନିବାସ କର୍ତ୍ତୃପକ୍ଷ ସବ୍ୟସାଚୀ କରଙ୍କ ଆମନ୍ତ୍ରଣ କ୍ରମେ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ସ୍ଥାନୀୟ ଜନ ପ୍ରତିନିଧି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ନିମନ୍ତ୍ରିତ ଅତିଥିମାନଙ୍କୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ସହିତ ବିଭିନ୍ନ କିଶମର ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟ ଓଟିଡିସି ପକ୍ଷରୁ ପରସି ଦିଆଯାଇଥିଲା। ଯାହାର ଭରପୁର ମଜା ନେବାସହ ଆଗାମି ଦିନରେ ପଖାଳ ଚାରିଆଡେ ଖ୍ୟାତି ଲାଭ କରିବ ବୋଲି ଅତିଥି ମାନେ ଆଲୋଚନା କରିଥିଲେ। ଏଥିସହିତ ନିଳାମ୍ବୁ ଚିଲିକା ତୀରେ ଅବସ୍ଥାପିତ ଓଟିଡ଼ିସି ପାନ୍ଥନିବାସ ପ୍ରତିଟି ମୁହୂର୍ତ୍ତରେ ପର୍ଯ୍ୟଟକଙ୍କୁ ଉନ୍ନତମାନର ସେବା ଯୋଗାଇ ସାରା ରାଜ୍ୟରେ ବେଶ ସୁଖ୍ୟାତି ଲାଭ କରିଥିବା ବେଳେ ଆଗକୁ ଖରାର ପ୍ରକୋପ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ଅଧିନସ୍ଥ ଚକଟିପୁର ରେଳବାଇ ଗେଟ ନିକଟରୁ ଦୁଇ ପକ୍ଷୀ ଶିକାରୀଙ୍କୁ ବନ୍ୟପ୍ରାଣୀ ବିଭାଗ ଗିରଫ କରିଛି। ଏ ନେଇ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରିଣୀ ଚୁଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି। ଖବର ମୁତାବକ ଆଜି ସକାଳୁ ଉକ୍ତ ରେଳବାଇ ଗେଟ ନିକଟରେ ଦୁଇ ପକ୍ଷୀ ଶିକାରୀ ଏକ ବାଇକ ଯୋଗେ ମୃତ ପକ୍ଷୀ ନେଇ ଯାଉଥିବା ବେଳେ ବନ୍ୟପ୍ରାଣୀ ବିଭାଗ ହାତରେ ଧରା ପଡ଼ିଥିଲେ। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଟାଙ୍ଗୀ ହାଟବରଡ଼ି ଅଞ୍ଚଳର ସୁବାସ ଚନ୍ଦ୍ର ବେହେରା (୪୯) ଏବଂ ଝାରଖଣ୍ଡର ଜୟକୃଷ୍ଣ ସିଂ (୩୬)। ସେମାନଙ୍କ ନିକଟରୁ ତିନି ଗୋଟି ମୃତ ବିଦେଶୀ ପକ୍ଷୀ, ଦୁଇ ଗୋଟି ମୋବାଇଲ ଏବଂ ଗୋଟିଏ ବାଇକ ଜବତ ହୋଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ଛତ୍ରପୁର: ଗତକାଲି ସନ୍ଧ୍ୟାରେ ଛତ୍ରପୁର ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନରୁ ଖସି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ, ଭୁବନେଶ୍ୱର ଯାଉଥିବା ଉକ୍ତ ଟ୍ରେନର କୌଣସି କାରଣ ବଶତଃ ଏହି ଯୁବକ ଜଣକ ଖସିଯିବାରୁ ଗୋଡ଼ରେ ଆଘାତ ଲାଗି ଗୁରୁତର ଆହତ ହୋଇଛନ୍ତି। ରେଲୱେ ପୋଲିସ ପ୍ରଥମେ ତାଙ୍କୁ ଛତ୍ରପୁର ଡାକ୍ତରଖାନାରେ ଚିକିତ୍ସିତ କରାଇ ବର୍ତ୍ତମାନ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଗୁରୁତର ଆହତ ଯୁବକ ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ହାଜିପୁର ଗ୍ରାମର ପ୍ରଭାତ ଲେଙ୍କା ଓ ତାଙ୍କର ବାପାଙ୍କ ନାମ ସୁକଦେବ ଲେଙ୍କା। ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯୁବକଙ୍କ ପରିସ୍ଥିତି ବର୍ତ୍ତମାନ ଭଲ ଅଛି। ସେ ଘର ଲୋକଙ୍କ ସହ ମିଶିବାକୁ ଚାହୁଁଛନ୍ତି ବୋଲି ଛତ୍ରପୁର ରେଲୱେ ଥାନା ମୁଖ୍ୟ ସିପାହୀ କମଲ କୁମାର ପଣ୍ଡା ସୁଚନା ଦେଇଛନ୍ତି।

Read More

ଭୁବନେଶ୍ୱର: ରାଜ୍ୟର ସମସ୍ତ ଗ୍ରାହକଙ୍କୁ ୨୪ * ୭ ଗୁଣାତ୍ମକ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ କରିବାକୁ ଶକ୍ତି ବିଭାଗ ବିଦ୍ୟୁତ ଉତ୍ପାଦନ, ପରିବହନ ଏବଂ ବିତରଣ କ୍ଷେତ୍ରରେ ଅନେକ ପଦକ୍ଷେପ ନେଉଛି। ରାଜ୍ୟର ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଓପିଜିସିର ୨୦୧୯ ରେ ଏହାର ଉତ୍ପାଦନ କ୍ଷମତାକୁ ୧,୩୨୦ ମେଗାୱାଟ୍‌ ବୃଦ୍ଧି କରିଛି। ସମ୍ପ୍ରତି ରାଜ୍ୟରେ ପାଖାପାଖି ୭,୨୯୦ ମେଗାୱାଟ୍‌ ବିଦ୍ୟୁତ ଉପଲବ୍ଧ ଥିବାରୁ, ରାଜ୍ୟର ହାରାହାରି ସର୍ବୋଚ୍ଚ ବିଦ୍ୟୁତ ଶକ୍ତି ଚାହିଦା, ଯାହାକି ପ୍ରାୟ ୪,୫୦୦ – ୫,୦୦୦ ମେଗାୱାଟ୍‌, ସୁରୁଖୁରୁରେ ପୂରଣ ହୋଇପାରୁଛି। ରାଜ୍ୟର ବିଦ୍ୟୁତ ପରିବହନ ଏବଂ ବିତରଣର ଭିତ୍ତିଭୂମି, ଉପଭୋକ୍ତା ସଂଖ୍ୟାରେ ବୃଦ୍ଧି ଏବଂ ଶିଳ୍ପ ଓ ସେବା କ୍ଷେତ୍ରର କ୍ରମବର୍ଦ୍ଧିଷ୍ଣୁ ଚାହିଦା ସହିତ ସମାନୁପାତିକ ଭାବରେ ବୃଦ୍ଧି ପାଇଛି ବୋଲି ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ପ୍ରକାଶ କରିଛନ୍ତି। ଆଜି ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବଜେଟ୍‌ ୨୦୨୩-୨୪ ସଂପର୍କିତ…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସାଧାରଣ ମଣିଷ ତା ଜୀବନ କାଳ ମଧ୍ୟରେ କଣ କର୍ତ୍ତବ୍ୟ କରିବା ଉଚିତ ତାହା ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ମଣିଷ ସତ୍ ବାଟରେ ଯିବା ପାଇଁ ସତ୍ କର୍ମ କରିବା ଉଚିତ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କେତୋଟି ଉପଦେଶ ଦେଇଛନ୍ତି। ପ୍ରଥମ କଥା ହେଲା ସତ୍ ପାତ୍ରରେ କନ୍ୟାଦାନ କରିବା ମଣିଷର ବଡ କର୍ତ୍ତବ୍ୟ। ସେହିପରି କନ୍ୟା ଓ ପୁତ୍ରକୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା ଉଚିତ। ଝିଅକୁ ଶିକ୍ଷିତା କରି ସତ ପାତ୍ରରେ କନ୍ୟାଦାନ କରିବା ମଣିଷର ବା ପିତାମାତାଙ୍କର ଏକ ବଡ କର୍ତ୍ତବ୍ୟ। ସେହିପରି ଶତ୍ରୁଙ୍କୁ ବିପଦରେ ପକାଇବା ଏବଂ ମିତ୍ରଙ୍କୁ ସଠିକ ରାସ୍ତା ଦେଖାଇବା ହେଉଛି ମଣିଷର ଭଲ କର୍ତ୍ତବ୍ୟ। ଚାଣକ୍ୟ କହିଛନ୍ତି ଯେ, ଶତ୍ରୁକୁ ଏପରି ବିପଦ ଭିତରେ ପକାଇ ଦିଅନ୍ତୁ ଯେପରି ସେ ସେହି କାମରେ ଲାଗି ରହିବ। ଆପଣଙ୍କ ପଛରେ ଲାଗିବା…

Read More

ନୂଆଦିଲ୍ଲୀ: ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ଆନ୍ତର୍ଜାତୀୟ ଖୁସି ଦିବସ ଭାବରେ ପାଳନ କରାଯାଏ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସୁଖର ମହତ୍ତ୍ୱ ବିଷୟରେ ଅବଗତ କରାଇବା। ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ ଚାପ ଏବଂ ଚିନ୍ତାରେ ଅଧିକ ଜୀବନଯାପନ କରିବା ଆରମ୍ଭ କରିଛନ୍ତି। ଯେଉଁ କାରଣରୁ ଜୀବନ ନୀରସ ହୋଇଯାଉଛି। ଏଭଳି ପରିସ୍ଥିତିରେ ଲୋକଙ୍କୁ ସୁଖର ମହତ୍ତ୍ଵ ବିଷୟରେ ଅବଗତ କରାଇବା ପାଇଁ ୨୦୧୨ ରେ ଏକ ସଂକଳ୍ପ ନିଆଯାଇଥିଲା ଏବଂ ସେହି ଦିନଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ଆନ୍ତର୍ଜାତୀୟ ସୁଖ ଦିବସ ସାରା ବିଶ୍ୱରେ ପାଳନ କରାଯାଏ। ଯଦିଓ ମାର୍ଚ୍ଚ ୨୦ ତାରିଖ ଅନ୍ତର୍ଜାତୀୟ ସୁଖ ଦିବସ ପାଳନ କରିବାକୁ ସ୍ଥିର କରାଯାଇଛି। କିନ୍ତୁ ପ୍ରତ୍ୟେକ ଦିନ ଖୁସିରେ ରହିବା ଉଚିତ। କାରଣ ସୁଖ ହେଉଛି ମାନବ ଜୀବନର ମୌଲିକ ଅଧିକାର। ସେଥିପାଇଁ ଆପଣଙ୍କୁ ଜୀବନରେ ସୁଖର ମହତ୍ତ୍ୱ ବୁଝିବାକୁ ପଡ଼ିବ…

Read More

ନୂଆଦିଲ୍ଲୀ: କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ​​କଂଗ୍ରେସର ନେତୃତ୍ୱ ସମ୍ପର୍କରେ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚେହେରା ବୋଲି ଘୋଷଣା କରିବାକୁ ସେ ଦାବି କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଦଳର ଚେହେରାର ଅଭାବ ନାହିଁ। ୟୁପିର ଆଇନ ଶୃଙ୍ଖଳା ବିଷୟରେ ସେ କହିଛନ୍ତି ଯେ, ଯଦି ବୁଲଡୋଜର ଆଇନ ଶୃଙ୍ଖଳା ପରିଚାଳନା କରୁଛି, ତେବେ ପୋଲିସକୁ ମ୍ୟୁନିସିପାଲିଟି କର୍ପୋରେସନ୍, ଜଳସେଚନ କିମ୍ବା ପିଡବ୍ଲ୍ୟୁଡି ବିଭାଗକୁ ହସ୍ତାନ୍ତର କରାଯିବା ଉଚିତ। ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ଭିତରେ କିଛି ଲୋକ ଅଛନ୍ତି, ଯେଉଁମାନେ ଦଳକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଏକତା ଗଠନ ପାଇଁ କଂଗ୍ରେସର ଉଦ୍ୟମକୁ କ୍ରମାଗତ ଝଟକା ଲାଗୁଛି। ଗତ ମାସରେ ତେଲେଙ୍ଗାନା ସିଏମ କେସିଆର, ଉତ୍ତରପ୍ରଦେଶର ପୂର୍ବତନ ସିଏମ ଏବଂ…

Read More

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନ ପରିଷଦର ମନୋନୀତ ସଦସ୍ୟଙ୍କ ନାମ ଉପରେ ଏବେବି ଚର୍ଚ୍ଚା ଚାଲିଛି। ସୂତ୍ରରୁ ପ୍ରକାଶ ଯେ, ଆପ ର ପୂର୍ବତନ ନେତା ତଥା ପ୍ରସିଦ୍ଧ କବି କୁମାର ବିଶ୍ବାସଙ୍କୁ ବିଜେପି ପକ୍ଷରୁ ଏମଏଲସି ଆସନ ଦିଆଯାଇଥିଲା, କିନ୍ତୁ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ବିଜେପିରେ ଆଉ ତିନିଟି ନାମରେ ଚର୍ଚ୍ଚା ଚାଲିଛି। ସୂଚନାନୁସାରେ, ୟୁପି ବିଜେପିରେ ବିଧାନ ପରିଷଦର ମନୋନୀତ ସଦସ୍ୟଙ୍କ ନାଁରେ ମନ୍ଥନ ତୀବ୍ର ହୋଇଛି। ତେବେ ସୂତ୍ରରୁ ପ୍ରକାଶ ଯେ, ପାର୍ଟି ପୂର୍ବରୁ ବିଖ୍ୟାତ କବି କୁମାର ବିଶ୍ୱାଙ୍କୁ ଏମଏଲସି ପାଇଁ ଏକ ଅଫର ପଠାଇଥିଲା। କିନ୍ତୁ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ। ଯଦି ଉତ୍ସକୁ ବିଶ୍ୱାସ କରାଯାଏ, ତେବେ ଜାତୀୟ ରାଜନୀତିରେ ପ୍ରବେଶ କରିବେ ବୋଲି କହି କୁମାର ବିଶ୍ବାସ ସେହି ପ୍ରସ୍ତାବକୁ ଗ୍ରହଣ କରିନାହାଁନ୍ତି। ଯାହା ପରେ ବର୍ତ୍ତମାନ ଦଳ ଅନ୍ୟ ନାମ ଉପରେ ଆଲୋଚନା ଆରମ୍ଭ କରିଛି।…

Read More

ନୂଆଦିଲ୍ଲୀ: ଦ୍ୱିତୀୟ ଦିନିକିଆରେ ଭାରତକୁ ଅଷ୍ଟ୍ରେଲିଆ ୧୦ ୱିକେଟ୍ ରେ ପରାସ୍ତ କରିଛି। ଭାରତ ଦେଇଥିବା ୧୧୮ ରନର ଲକ୍ଷ୍ୟକୁ ୧୧ ଓଭରରେ ଅଷ୍ଟ୍ରେଲିଆ ହାସଲ କରିଛି। ଦ୍ୱିତୀୟ ଦିନିକିଆରେ ଭାରତୀୟ ବ୍ୟାଟିଂ ଫ୍ଲପ୍ ହୋଇଥିଲା। କେବଳ ବିରାଟ କୋହଲି ୩୧ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ। କେବଳ ଏତିକି ନୁହେଁ, ଏକ ସମୟରେ କୋହଲି କ୍ରିଜରେ ଜମି ରହିଥିଲେ ମଧ୍ୟ ଏଲିସ୍ ଙ୍କ ସିଧା ବଲ୍ କୁ ଖେଳିବା ସମୟରେ ଏଲବିଡବ୍ଲ ଆଉଟ ହୋଇଥିଲେ। ଯାହା ପରେ କୋହଲିଙ୍କ ଆଉଟକୁ ନେଇ ସୁନୀଲ ଗାଭାସ୍କର ପ୍ରଶ୍ନ କରିଥିଲେ ଏବଂ କହିଥିଲେ ଯେ, କୋହଲି କ୍ରମାଗତ ଭାବରେ ଏଭଳି ଭୁଲ କରୁଛନ୍ତି। ଷ୍ଟାର୍ ସ୍ପୋର୍ଟସ୍ ରେ କୋହଲିଙ୍କ ୱିକେଟ୍ ବିଷୟରେ ଗାଭାସ୍କର କହିଥିଲେ ଯେ, ‘ସେ ପୁଣି ଥରେ ଲାଇନ୍ ବଲ୍ କୁ ଓଲଟା ଖେଳିଥିଲେ। ଏଭଳି ସେ ନିୟମିତ ଖେଳି ଆଉଟ ହେଉଛନ୍ତି। ଆଜିକାଲି ସେ ଲାଇନ ବଲକୁ…

Read More

ଭୁବନେଶ୍ବର: ଆଜି ହେଉଛି ପଖାଳ ଦିବସ। ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ଓଡିଶାରେ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଓଡିଆଙ୍କର ପ୍ରିୟ ଖାଦ୍ୟ ପଖାଳ ହୋଇଥିବାରୁ ଏହିଦିନକୁ ସମସ୍ତେ ବେଶ୍ ଆଗ୍ରହ ସହକାରେ ପାଳନ କରିଥାନ୍ତି। ଏପରିକି ତାରକା ହୋଟେଲର ମଧ୍ୟ ପଖାଳ ଦିବସ ଉପଲକ୍ଷେ ଗ୍ରହାକକଙ୍କୁ ପଖାଳ ପରଷି ଦିଆଯାଉଛି। ଏହି ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ,’ଓଡ଼ିଆ ଖାଦ୍ୟର ନିଆରା ସମ୍ଭାର ମଧ୍ୟରେ ପଖାଳ ଅନ୍ୟତମ। ଏହା ଆମ ଖାଦ୍ୟର ବିବିଧତା ମଧ୍ୟରେ ସ୍ୱତନ୍ତ୍ର। ପଖାଳ ଦିବସରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଇବା ସହ ଓଡ଼ିଆ ଖାଦ୍ୟର ପ୍ରସାର ଦିଗରେ ସମସ୍ତଙ୍କ ନିଷ୍ଠାପର ଓ ସମ୍ମିଳିତ ଉଦ୍ୟମ ପାଇଁ ଆହ୍ୱାନ ଜଣାଉଛି।’

Read More

ଭୁବନେଶ୍ବର: ଆଜି ଶେଷ ହେଲା ମାଟ୍ରିକ ପରୀକ୍ଷା। ଏହାପରେ ଏପ୍ରିଲ୍ ୩ ତାରିଖରୁ ଖାତାଦେଖା ଆରମ୍ଭ ହେବ। ଏ ନେଇ ଆଜି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ଆସନ୍ତା ୪୫ ଦିନ ମଧ୍ୟରେ ସଂପୂର୍ଣ୍ଣ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇ ପରୀକ୍ଷା ଫଳ ପ୍ରକାଶ ପାଇବ। ସେ କହିଛନ୍ତି ଯେ, ଏହି ଖାତା ଦେଖିବା ପାଇଁ ୫୬ଟି ମୂଲ୍ୟାୟନ କେନ୍ଦ୍ରରେ କରାଯିବ। ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ କିପରି ଖାତାଗୁଡ଼ିକ ସୁରକ୍ଷିତ ଭାବେ ଯିବ ସେ ନେଇ ପଦକ୍ଷେପ ନିଆଯାଉଛି। ପରୀକ୍ଷା ଖାତା ଦେଖିବା ପାଇଁ ଶିକ୍ଷକଙ୍କୁ ନିଯୁକ୍ତି କରାଯାଇ ସେମାନଙ୍କୁ ସୂଚନା ଦିଆଯାଇଛି। ଏଥର ପରୀକ୍ଷା ଫଳ ଠିକ ସମୟରେ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି କହିଛନ୍ତି।

Read More

ଭୁବନେଶ୍ୱର: ଆଜି ବିଧାନସଭାର ପ୍ରଶ୍ନକାଳ ଆରମ୍ଭ ହେବା ପରେ ହଟ୍ଟଗୋଳ ଦେଖିବାକୁ ମିଳିଛି। ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ମାଟ୍ରିକ ପ୍ରଶ୍ନପତ୍ର ଲିକ ଅଭିଯୋଗରେ ଏହି ହଟ୍ଟଗୋଳ କରିଥିଲେ। ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ବାଚସ୍ପତିଙ୍କ ପୋଡିୟମ ତଳେ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ। ପରିସ୍ଥିତିରେ କୌଣସି ସୁଧାନ ନ ଆସିବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ତେବେ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରଥମେ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଗତ କରାଯାଇଥିଲା। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହା ପରେ ବିଭିନ୍ନ ଦଳର ନେତାମାନେ ଶୋକ ବାର୍ତ୍ତା ଦେବା ପରେ ଏକ…

Read More