Categories
ଆଜିର ଖବର ଆଞ୍ଚଳିକ

୫୦ ଦିନ ଧରି ବୁଲା ପଶୁପକ୍ଷୀଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଚର୍ଚ୍ଚାରେ ବାଣପୁରର ଦୁଇ ଅନୁଷ୍ଠାନ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: କରୋନା ଲାଗି ସାରା ଦେଶ ଏବେ ଲକ୍‌ ଡାଉନ୍‌ ଜାରି ରହିଛି। ଏହି ସମୟରେ ଗରିବ, ଶ୍ରମିକ, ଅସହାୟ, ଭୋକିଲା ପଶୁପକ୍ଷୀ ତଥା ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବହୁ ସ୍ବେଚ୍ଛାସେବୀ ସଙ୍ଗଠନ ଓ ସହୃଦୟ ବ୍ୟକ୍ତି ଆଗେଇ ଆସିଛନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରାଞ୍ଚଳରେ। ବାଣପୁରର ଅଗ୍ରଣୀ ଧର୍ମାନୁଷ୍ଠାନ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧0୮ ହନୁମାନ ଚାଳିଶା ଯଜ୍ଞ କମିଟି ଓ ଶ୍ରୀ ଶ୍ରୀ ରଙ୍କନାଥ ଦେବ ଅଷ୍ଟପ୍ରହରୀ ନାମ ଯଜ୍ଞ କମିଟିର ମିଳିତ ଆନୁକୂଲ୍ୟରେ ଲକ ଡାଉନ ପ୍ରଥମରୁ ଆଜି ଯାଏଁ ପାଖାପାଖି ଦୀର୍ଘ  ପଚାଶ ଦିନ ହେଲା ବାଣପୁର ସହରାଞ୍ଚଳରେ ବସ ବାସ କରୁଥିବା ବୁଲା ଗାଇଗୋରୁ, କୁକୁର ଆଦି ପ୍ରାଣୀ ମାନଙ୍କୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ରନ୍ଧା ଖାଦ୍ୟ, ରୁଟି ଓ ବିସ୍କୁଟ ବିତରଣ କରାଯାଉଅଛି। କମିଟିର ସଭ୍ୟ ମାନେ ପ୍ରତିଦିନ ଅପରାହ୍ନରେ ସାମାଜିକ ଦୂରତ୍ୱ ରକ୍ଷାକରି  ଖାଦ୍ୟ ରନ୍ଧନ କରିଥାନ୍ତି ଓ ସନ୍ଧ୍ୟାରେ ବାଲଟି ଧରି ବୁଲି ବୁଲି ବାଣପୁର ଏନ.ଏ.ସି ର ବିଭିନ୍ନ ୱାର୍ଡରେ ବୁଲୁଥିବା ଗାଈଗୋରୁ ଓ କୁକୁର ମାନଙ୍କୁ ରନ୍ଧା ଖାଦ୍ୟ, ରୁଟି ଓ  ବିସ୍କୁଟ ଖୁଆଇଥାନ୍ତି।

ଏଥିପାଇଁ ବହୁ ସଭ୍ୟ ବ୍ୟକ୍ତିଗତ ଭାବେ କିଛି କିଛି ଅର୍ଥ ଦେଇ ଉକ୍ତ ମହତ କାମକୁ ଆରମ୍ଭ କରିଥିଲେ। ଦୀର୍ଘ ପଚାଶ ଦିନର ସେବା ପରେ ଗତକାଲି ତଥା ତୃତୀୟ ଫେଜ ଲକ ଡାଉନର ଶେଷ ଦିବସରେ ଉକ୍ତ ସେବା କାର୍ଯ୍ୟକୁ ସମାପ୍ତ କରାଯାଇଅଛି ବୋଲି କମିଟିର ସଭ୍ୟ ଗିରିଧାରୀ ପାତ୍ର ସୂଚନା ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଶେଷ ଦିବସରେ ବ୍ୟାପକ ଭାବେ ଖାଦ୍ୟ ରନ୍ଧାଯାଇ ବାଣପୁର ଏନ.ଏ.ସିର ପ୍ରତ୍ୟେକ ୱାର୍ଡ ରେ ଥିବା ପ୍ରାଣୀମାନଙ୍କୁ କମିଟି ତରଫରୁ ବଣ୍ଟନ କରାଯାଇଥଲା ବୋଲି କମିଟିର ସଭ୍ୟ ରାଧାମୋହନ ଅଗ୍ରୱାଲ ସୂଚନା ଦେଇଥିଲେ।

ଅନ୍ତିମ ଦିନରେ ଏନ.ଏ.ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହି ଉକ୍ତ ସେବା କାର୍ଯ୍ୟରେ ସହଯୋଗ କରିଥିଲେ ଏବଂ କମିଟିର ଏତାଦୃଶ ମହତ କାର୍ଯ୍ୟକୁ ଉଚ୍ଚ ପ୍ରସଂଶିତ କରିବା ସହ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଦୀର୍ଘ ପଚାଶ ଦିନର ଏହି ସେବା କାର୍ଯ୍ୟକୁ ସଫଳ କରିବା ଦିଗରେ ବାଣପୁରର କିଛି ସହୃଦୟ ବ୍ୟକ୍ତିଗଣ ଓ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କରିଥିବା କିଛି କିଛି ସହଯୋଗ ପାଇଁ ସେମାନଙ୍କୁ  ଧନ୍ୟବାଦ ଜଣାଇଥିଲେ କମିଟିର ସଭ୍ୟ ଅଜିତ ଅଗ୍ରୱାଲ। ଏହି ସେବା କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ କମିଟିର ସଦସ୍ୟମାନେ ଯଥା ମନୋଜ ପାତ୍ର, ଭବାନୀ ସୂପକାର, ରାକେଶ ଅଗ୍ରୱାଲ, ଆନନ୍ଦ ଅଗ୍ରୱାଲ, ଶିବ କୁମାର ପ୍ରଧାନ, କାମିନୀ ଦେଇ, ସୁନୀଲ ଅଗ୍ରୱାଲ, ଜିତେନ୍ଦ୍ର ସୁବୁଦ୍ଧି, ମାଧବ ସେନାପତି ଓ ବଳରାମ ପ୍ରମୁଖ। ଲକ ଡାଉନ ସମୟରେ ଏପରି ମହତ କାର୍ଯ୍ୟପାଇଁ ଉକ୍ତ ଦୁଇ କମିଟି ଓ ସଭ୍ୟ ମାନଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରିଛନ୍ତି ବାଣପୁର ବାସୀ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରୁ ଚିହ୍ନଟ ତିନି ଆକ୍ରାନ୍ତଙ୍କ ମଧ୍ୟରେ ବାଣପୁରର ୮ ବର୍ଷର ବାଳକ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୮ ବର୍ଷର ବାଳକ ରହିଛନ୍ତି ବୋଲି ସୂଚନା ରହିଛି। ଆକ୍ରାନ୍ତ ବାଳକ ଜଣ ବାଣପୁର କୁମାରଙ୍ଗ ପଞ୍ଚାୟତ କେଶପୁର ଗାଁର ବୋଲି ଜଣାପଡିଛି। ଆକ୍ରାନ୍ତ ବାଳକ ଜଣକ ଗାଁରେ ନିଜ ଘରେ ରହୁଥିଲେ। ତେବେ ସେ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି, ସେନେଇ ଖୋଳତାଡ ଆରମ୍ଭ ହୋଇଛି। ସୂଚନାମୁତାବକ ଆକ୍ରାନ୍ତ ହୋଇଥିବା ବାଳକର ସମ୍ପର୍କୀୟ ବାହାର ରାଜ୍ୟରୁ ଆସି ଘରେ କ୍ବାରେଣ୍ଟିନ୍‌ରେ ଥିଲେ। ପରବର୍ତ୍ତୀ ସମୟରେ ସରପଞ୍ଚ ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ଆକ୍ରାନ୍ତଙ୍କ ସମ୍ପର୍କୀୟକୁ କ୍ବାରେଣ୍ଟିନ୍‌ ସେଣ୍ଟରକୁ ସ୍ଥାନାନ୍ତର କରିଥିଲେ।

ସେହିପରି ବାଣପୁରର ଅନ୍ୟ ଜଣେ ଆକ୍ରାନ୍ତ ସୁରତ୍‌ ଫେରନ୍ତା ବୋଲି ଜଣାପଡିଛି। ଅନ୍ୟ ତୃତୀୟ ଆକ୍ରାନ୍ତ ଜଣକ ଖୋର୍ଦ୍ଧାର ପୌରାଞ୍ଚଳର ନବୀନାବାଗ୍‌ ଅଞ୍ଚଳର ବୋଲି ଜଣାପଡିଛି। ଏହି ଆକ୍ରାନ୍ତ ଜଣକ କୋଲାକତା ଫେରନ୍ତା ବୋଲି ଜଣାପଡିଥିବାବେଳେ ସେ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିଲେ।

ପଜିଟିଭ୍‌ ଚିହ୍ନଟ ପରେ ଜିଲ୍ଲାର ୨ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ରୂପେ ଘୋଷଣା କରାଯାଇଛି। ବାଣପୁରର କେଶପୁର ଗାଁ ଓ ଖୋର୍ଦ୍ଧା ପୌରାଞ୍ଚଳର କଣ୍ଟେନମେଣ୍ଟ ଅଞ୍ଚଳ ରୂପେ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଘୋଷଣା ସହ କେଶପୁର ଗାଁରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାର ତିନି ନୂଆ ଆକ୍ରାନ୍ତଙ୍କ ତଥ୍ୟ ଜାରି: ବାଣପୁରରୁ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୭୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ ଆକ୍ରାନ୍ତ ରହିଛନ୍ତି। ଜିଲ୍ଲାରୁ ଚିହ୍ନଟ ନୂଆ ତିନି ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ଆକ୍ରାନ୍ତ ମାନେ ଭୁବନେଶ୍ବର ତଥା ଭୁବନେଶ୍ବର ଆଖପାଖ ଅଞ୍ଚଳରୁ ଚିହ୍ନଟ ହୋଇଥିବାବେଳେ ଏବେ ଖୋର୍ଦ୍ଧା ସବଡିଭିଜନକୁ ଛୁଇଁଛି କରୋନା ମହାମାରୀ।

ଆଜି ଚିହ୍ନଟ ତିନି କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଟାଙ୍ଗୀ ବ୍ଲକରେ ଦୁଇଜଣ ରହିଥିବାବେଳେ ଓ ବାଣପୁର ବ୍ଲକରୁ ଜଣେ ଆକ୍ରାନ୍ତ ରହିଛନ୍ତି ବୋଲି ସୂଚନା ରହିଛି। ଟାଙ୍ଗୀ ବ୍ଲକ କୁହୁଡି ଚୁଆଟାଙ୍ଗୀର ଜଣେ ଓ ଲେଣ୍ଡୁ ପଞ୍ଚାୟତର ଜଣେ ରହିଥିବାବେଳେ ବାଣପୁର ବ୍ଲକ୍‌ର ଗାଲୁଆ ପଞ୍ଚାୟତର ମାଟିଆ ପୋଖରୀ ଗ୍ରାମର ଜଣେ ଆକ୍ରାନ୍ତ ରହିଛନ୍ତି। ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା ଥିବାବେଳେ ସମସ୍ତେ କ୍ବାରେଣ୍ଟାଇନ୍‌ରେ ରହିଥିଲେ।

ଏହି ତିନି ଆକ୍ରାନ୍ତଙ୍କୁ ଭୁବନେଶ୍ବର ସମ୍‌ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଛି। ଖୋର୍ଦ୍ଧା ଜିଲ୍ଲାର ଏହି ତିନି ପଞ୍ଚାୟତରେ ଥିବା କ୍ବାରେଣ୍ଟିନ୍‌ କେନ୍ଦ୍ର ଚତୁଃପାର୍ଶ୍ବରେ ୧୪୪ ଧାରା ଲାଗୁ କରାଯାଇଛି।

ସୂଚନାଯୋଗ୍ୟ, ଆଜି ଚିହ୍ନଟ ୭୩ ଜଣ ଆକ୍ରାନ୍ତ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ତିନି ଆକ୍ରାନ୍ତଙ୍କ ସମେତ ଗଞ୍ଜାମରୁ ୪୨, ଭଦ୍ରକରୁ୯, ଯାଜପୁରରୁ ୧୭, ସୁନ୍ଦରଗଡରୁ ୨ ଜଣ ରହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ନିଜ ରାଜ୍ୟକୁ ଫେରିଲେ ବାଣପୁରରେ ଫଶି ରହିଥିବା ୨୭ ଜଣ ଫୁଲ ବିକାଳୀ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଲକ୍‌ଡାଉନ୍‌ ପାଇଁ ବାଣପୁରରେ ଫସି ରହିଥିବା ଆନ୍ଧ୍ର ପ୍ରଦେଶରେ ଦୁଇ ଫୁଲ ବିକାଳୀଙ୍କ ପରିବାର ଆଜି ନିଜ ରାଜ୍ୟକୁ ଫେରିଛନ୍ତି। ଏହି ପରିବାରରେ ଶିଶୁଙ୍କ ସମେତ ୨୭ ଜଣ ସଦସ୍ୟ ରହିଥିଲେ। ସ୍ଥାନୀୟ ସାମ୍ବାଦିକ ସଂଘ ଚିଲିକା ରିପୋଟର୍ସ ଆସୋସିଏସନ୍ ଏବଂ ପ୍ରଶାସନର ସହଯୋଗ ଯୋଗୁଁ ଏହି ପରିବାର ନିଜ ରାଜ୍ୟକୁ ଫେରି ପାରିଛନ୍ତି। ଅପରପକ୍ଷରେ ନିକଟସ୍ଥ ନଚ୍ଛିପୁର ଇଟାଭାଟିରେ କାର୍ଯ୍ୟରତ ଥିବା ଝାଡଖଣ୍ଡ ରାଞ୍ଚିର ୭ ଜଣ ଶ୍ରମିକ ମଧ୍ୟ ପ୍ରଶାସନ ସହଯୋଗରେ ନିଜ ରାଜ୍ୟକୁ ଫେରିଛନ୍ତି।

ସୂଚନାଯୋଗ୍ୟ,  ଆନ୍ଧ୍ରପ୍ରଦେଶର ନେଲୁର ଜିଲ୍ଲା ଟେକିଲିମଣ୍ଡଳମ ଥାନା ଅନ୍ତର୍ଗତ ମୋପୁର କ୍ରସ ରୋଡ ଅଞ୍ଚଳର ପ୍ଲାଷ୍ଟିକ ଫୁଲ ବିକାଳୀମାନେ ପଞ୍ଚୁଦୋଳ ଓ ଲୋକମହୋତ୍ସବରେ ବ୍ୟବସାୟ କରିବାକୁ ବାଣପୁରକୁ ଆସିଥିଲେ। ମାତ୍ର କରୋନା ମୁକାବିଲା ପାଇଁ ଭାରତ ସରକାର ଲକ୍‌ ଡାଉନ୍‌ ଜାରି କରିବା ପରେ ଆନ୍ଧ୍ର ପ୍ରଦେଶରୁ ବାଣପୁର ଆସିଥିବା ପାଖାପାଖି ୨୭ ଜଣ ବାଣପୁର ଫସି ଯାଇଥିଲେ। ନିଜ ରାଜ୍ୟକୁ ଫେରିବା ପାଇଁ ସାହାଯ୍ୟ କରିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ତହସିଲଦାର ଓ ସାମ୍ବାଦିକମାନଙ୍କୁ ଆକୁଳ ନିବେଦନ କରି ଆସୁଥିଲେ। ଏହି ପରିବାରର ସମସ୍ୟାକୁ ନେଇ ଚିଲିକା ରିପୋର୍ଟସ୍‌ ଆସୋସିଏସନ୍‌ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆାଲ୍‌ ପ୍ରଶାସନିକ ସ୍ତରରେ ଜନଜାତି କଲ୍ୟାଣ ବିଭାଗ ଓ ଶ୍ରମ ଅଧିକାରୀଙ୍କ ଯୋଗାଯୋଗ କରି ୨୭ ଜଣ ସଦସ୍ୟଙ୍କୁ ସେମାନଙ୍କ ନିଜ ପ୍ରଦେଶ ଫେରିବା ପାଇଁ ଅନୁମତି ପତ୍ର ସଂଗ୍ରହ କରିଥିଲେ। ଆଜି ସନ୍ଧ୍ୟାରେ ଏକ ସ୍ବତନ୍ତ୍ରା ବସ୍‌ ଯୋଗେ ସରକାରୀ ନୀତି ନିୟମ ଅନୁଯାୟୀ ଏହି ଫୁଲ ବିକାଳୀମାନେ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।ଏହି ପରିବାରର ମୁଖ୍ୟ ମୁଡ ଗୋବିନ୍ଦା ତହସିଲ୍‌ଦାର୍‌ ଓ ବିଜ୍ଞାପିତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାମ୍ବାଦିକ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

Categories
ଆଞ୍ଚଳିକ

ବେପାର ଆଶାରେ ଆନ୍ଧ୍ରରୁ ଆସି ବାଣପୁରରେ ଫସିଲେ ଫୁଲବିକାଳୀମାନେ: ଲକ୍‌ ଡାଉନରେ ନିଜ ଭାଗ୍ୟକୁ ଆଦରି ପଡିଛନ୍ତି ଖୋଲା ଆକାଶ ତଳେ ଅନାହାରରେ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: କରୋନା ମୁକାବିଲା ଲାଗି ଦେଶରେ ଜାରି ରହିଛି ଲକ୍‌ ଡାଉନ୍‌। ଏବେ ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍‌ ଜାରି ରହିଛି। ଏହା ମେ ୧୭ ପର୍ଯ୍ୟନ୍ତ ଜାରି ରହିବ। ଏହି ଲକ୍‌ ଡାଉନରେ ବେଶି ପ୍ରଭାବିତ ହେଉଛନ୍ତି ଛୋଟ ମୋଟ ବ୍ୟବସାୟୀ ଓ ପ୍ରବାସୀ ଶ୍ରମିକ। ଛୋଟ ଦୋକାନୀ ହୁଅନ୍ତୁ ଅବା ରାସ୍ତା କଡରେ ବିକ୍ରି କରୁଥିବା ଫୁଲ ବିକାଳୀମାନେ ହୁଅନ୍ତୁ। ଏମାନେ ନାହିଁ ନଥିବାର ହଇରାଣ ହେଉଛନ୍ତି। ବିଭିନ୍ନ ରାଜ୍ୟରୁ ଆସି ସହରରେ ବିକ୍ରି ବଟା କରି ପେଟ ପୋଷୁଥିବାବେଳେ ଏହି ଲକ୍‌ ଡାଉନ୍‌ ଯୋଗୁଁ ତାଙ୍କ ବ୍ୟବସାୟ ଠପ୍‌ ହେବା ସହିତ ଏମାନେ ଏବେ ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି। ଦେଶରେ ଚାଲିଥିବା ମହାମାରୀ ସଂକଟ ସମୟରେ ନିଜ ଭିଟାମାଟିକୁ ଫେରିଯିବାକୁ ଆକୁଳ ପ୍ରାର୍ଥନା କରୁଛନ୍ତି ଏହି ଲୋକମାନେ। ନିଜ ଭିଟାମାଟିକୁ ଫେରିଯିବାକୁ ଅନୁନୟ ହୋଇ ସାହାଯ୍ୟ ଭିକ୍ଷା କରିଛନ୍ତି ବାଣପୁରରେ ରହିଥିବା ଆନ୍ଧ୍ରପ୍ରଦେଶର କିଛି  ଫୁଲ ବ୍ୟବସାୟୀ।

ଆନ୍ଧ୍ରପ୍ରଦେଶର ନେଲୁର ଜିଲ୍ଲା ଟେକିଲିମଣ୍ଡଳମ ଥାନା ଅନ୍ତର୍ଗତ ମୋପୁର କ୍ରସ ରୋଡ ଅଞ୍ଚଳର ପ୍ଲାଷ୍ଟିକ ଫୁଲ ବିକାଳୀମାନେ ବ୍ୟବସାୟ କରିବା ଉଦ୍ଦେଶ୍ୟରେ ବାଣପୁରକୁ ଆସିଥିଲେ। ବାଣପୁରର ପଞ୍ଚୁଦୋଳ ଓ ବାଣପୁର ଲୋକ ମହୋତ୍ସବରେ ଏହି ଫୁଲ ବିକାଳୀମାନେ ବ୍ୟବସାୟ କରିବା ପାଇଁ ଆସି କରୋନା ଯୋଗୁଁ ଫସି ଯାଇଛନ୍ତି।

କରୋନା ମୁକାବିଲା ପାଇଁ ଭାରତ ସରକାର ଲକ୍‌ ଡାଉନ୍‌ ଜାର କରିବା ପରେ ପଞ୍ଚୁଦୋଳରେ ବ୍ୟବସାୟ କରିବାକୁ ଆନ୍ଧ୍ର ପ୍ରଦେଶରୁ ବାଣପୁର ଆସିଥିବା ପାଖାପାଖି ୨୭ ଜଣ ନାଗରିକ ମାନେ ବାଣପୁର ପଲଟନ ପଡିଆରେ ଅସ୍ଥାୟୀ ଟେଣ୍ଟ କରି ରହିଆସୁଛନ୍ତି। ଏହି 27ଜଣଙ୍କ ମଧ୍ୟରେ ଛୋଟ ପିଲା 6 ଜଣ ରହିଥିବାବେଳେ  ଯୁବକ, ସ୍ତ୍ରୀ ଲୋକ ଓ ବୃଦ୍ଧ ଲୋକ ଝିଅପିଲା ରହିଛନ୍ତି ।  ପ୍ରଥମେ କିଛି ଦିନ ଭୋକ ଉପାସରେ ଦିନ କାଟୁଥିବା ଏହି ପରିବାର ପରବର୍ତ୍ତୀ ସମୟରେ ସ୍ଥାନୀୟ ସାମ୍ବାଦିକ ଭାଇମାନଙ୍କ ସହଯୋଗ ଦ୍ୱାରା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲଙ୍କଠୁ କିଛି ସହଯୋଗ ପାଇଥିଲେ। ମାତ୍ର ତାଙ୍କ ପାଇଁ ଏହି ସରକାରୀ ସାହାଯ୍ୟ ସମୁଦ୍ରକୁ ଶଙ୍ଖେ ଥିଲା ଭଳି। ତେଣୁ ସ୍ଥାନୀୟ ଅଞ୍ଚଳର ବହୁ ସ୍ବେଛାସେବୀ ସଂଗଠନ, ଉଦାର ବ୍ୟକ୍ତି, ସମାଜସେବୀ, ସାମ୍ବାଦିକ ଭାଇ ଆଦି କିଛି କିଛି ଖାଦ୍ୟ ସହଯୋଗ କରୁଥିଲେ ସେମାନଙ୍କୁ। ଯେଣତେଣ ପ୍ରକାରଣେ ପ୍ରଥମ ପର୍ଯ୍ୟାୟ ଲକ୍‌ ଡାଉନ୍‌ ସମୟରେ ନିଜକୁ ବଞ୍ଚାଇ ରଖିଥିବାବେଳେ ଏହି ପରିବାର ପାଇଁ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ସେମାନଙ୍କ ମନୋବଳକୁ ଭାଙ୍ଗି ଦେଇଥିଲା। ଲକ୍‌ ଡାଉନ୍‌ର ଅବଧି ବଢିବା ସହିତ ସେମାନଙ୍କ କଷ୍ଟ ମଧ୍ୟ ବଢିବାରେ ଲାଗିଥିଲା। ତଥାପି ଦେଶର ସୁରକ୍ଷା ଦୃଷ୍ଟିରୁ ନିଜ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଏହି ପରିବାର ଦ୍ବିତୀୟ ପର୍ଯ୍ୟାୟ ଲକ୍‌ ଡାଉନ 19 ଦିନ ଯାଏଁ ପଡି ରହିଲେ ବାଣପୁର ପଲଟନ ପଡିଆରେ। ଏହା ମଧ୍ୟରେ ନିଜ ରାଜ୍ୟକୁ ଫେରିବା ପାଇଁ ସାହାଯ୍ୟ କରିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ତହସିଲଦାରଙ୍କୁ ଅନୁରୋଧ କରି ଆସିଛନ୍ତି।

ପୁନଶ୍ଚ ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଜାରି ହେବା ପରେ ଏହି ପରିବାରମାନେ ବେଶ୍‌ ଅସହାୟ ହୋଇପଡିଛନ୍ତି। ଏହି ପରିବାରକୁ ଏବେ ସରକାରୀ ସାହାଯ୍ୟ ମିଳୁନଥିବାବେଳେ ଯିବା ପାଇଁ ପ୍ରଶାସନ ବ୍ୟବସ୍ଥା ମଧ୍ୟ କରୁନାହିଁ। ସେମାନେ ନିଜ ରାଜ୍ୟକୁ ଫେରିଯିବା ପାଇଁ ଆକୁଳ ନିବେଦନ କରି ପଡିରହିଛନ୍ତି ବାଣପୁର ପଲଟନ ପଡିଆରେ। ଆଜି ଚିଲିକା ବିଧାୟକ ବ୍ଲକ ପରିଦର୍ଶନ ଆସିଥିବା ସ୍ଥଳେ ଏହି ପରିବାର ତାଙ୍କୁ ମଧ୍ୟ ଅନୁରୂପ ଭାବେ ନିବେଦନ କରିଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏହି ପରିବାରର ମୁଖ୍ୟ ମୁଡ ଗୋବିନ୍ଦା। ଏନ.ଏ.ସି ଅଧିକାରୀ ଗତ ଦେଢ଼ ମାସ ହେଲା କେବଳ ଲୋକଦେଖାଣିଆ ଖାଦ୍ୟ ଯୋଗାଉଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କ ଆନ୍ଧ୍ର ଯିବା ବ୍ୟବସ୍ଥା ଉପରେ ତିଳେ ହେଲେ ଦୃଷ୍ଟିପାତ ନକରିବା ତାଙ୍କ ଅମାନବିକତା ର ପରିଚୟ ଦେଉଛି। ତୁରନ୍ତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚରକୁ ଏହି ସମସ୍ୟା ଆଣି ସେମାନଙ୍କ ଯିବା ବନ୍ଦୋବସ୍ତ କରିବା ପାଇଁ ଗଣମାଧ୍ୟମକୁ କୋହଭରା କଣ୍ଠରେ ଅନୁରୋଧ କରିଛନ୍ତି ଏହି ପରିବାର । ପ୍ରବାସୀ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ରନ୍ଧା ଖାଦ୍ୟ ଦେଉଥିବାବେଳେ ବାଣପୁର ପଡିଆରେ ପଡି ରହିଥିବା ଏହି ଆନ୍ଧ୍ର ପରିବାର ଏଥିରୁ ବଞ୍ଚିତ ହେଉଛନ୍ତି।  ଭୋକ ଓପାସରେ ପଡି ରହିଥିବା ଏହି ପରିବାର ଆକୁଳ କଣ୍ଠରେ ସାହାଯ୍ୟ ପାଇଁ ଅନାଇ ରହିଛନ୍ତି।

Categories
ଆଞ୍ଚଳିକ

ସମୀକ୍ଷା ନ୍ୟୁଜ୍‌ର ମହାପ୍ରଭାବ: ଦକ୍ଷ ପ୍ରଜାପତି ମନ୍ଦିର ନିକଟରୁ ହଟିଲା ଅସ୍ଥାୟୀ ଡମ୍ପିଂ ୟାର୍ଡ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରର ପ୍ରସିଦ୍ଧ ଦକ୍ଷପ୍ରଜାପତି ମନ୍ଦିର ନିକଟରେ ରହିଥିବା ଅସ୍ଥାୟୀ ଡମ୍ପିଂୟାର୍ଡକୁ ହଟାଯାଇଛି। ମନ୍ଦିର ନିକଟରେ ଅସ୍ଥାୟୀ ଡମ୍ପିଂୟାର୍ଡ ରହିଥିବା ସମୀକ୍ଷା ନ୍ୟୁଜ୍‌ରେ ଗତ ୧୧ ତାରିଖରେ ଖବର ପ୍ରକାଶ ପାଇବା ପରେ ଆଜି ଏନ୍‌ଏସି ପକ୍ଷରୁ ଉକ୍ତ ଅସ୍ଥାୟୀ ଡମ୍ପିଂ ୟାର୍ଡକୁ ହଟାଯାଇଛି। ଅସ୍ଥାୟୀ ଡମ୍ପିଂ ୟାର୍ଡ ସ୍ଥାନାନ୍ତର ନେଇ ଦକ୍ଷପ୍ରଜାପତି-ଭଗବତୀ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ତକ୍ଷରାଜ ଭିତିରିଆ ଏବଂ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ ନିର୍ମଳ ମହାପାତ୍ରଙ୍କ ନିକଟରେ ଆମ ପ୍ରତିନିଧିଙ୍କ ତରଫରୁ ଅଭିଯୋଗ କରାଯାଇଥିଲା।

ଉଭୟ ଅଧିକାରୀ ଘଟଣାକୁ ଗୁରୁତର ସହ ନେଇ ତୁରନ୍ତ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଫଳ ସ୍ୱରୂପ ଆଜି ଅସ୍ଥାୟୀ ଡମ୍ପିଂ ୟାର୍ଡକୁ ଏନ.ଏ.ସି ତରଫରୁ ଖାଲି କରାଯାଇଛି। ଆଜି ସକାଳେ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ଜେସିବି ମେସିନ ସାହାଯ୍ୟରେ ଅସ୍ଥାୟୀ ଡମ୍ପିଂ ୟାର୍ଡକୁ ଖୋଳି ସେହି ସ୍ଥାନକୁ ସଫା କରାଯାଇଥିଲା।

ଏହି ସ୍ଥାନକୁ ଆଗାମୀ ଦିନରେ ଏନ.ଏ. ସି ପକ୍ଷରୁ କଂକ୍ରିଟ କରାଯାଇ ଏହାକୁ ଦଣ୍ଡଯୁକ୍ତ ଅଞ୍ଚଳ ଘୋଷଣା କରାଯିବ ଏବଂ ଏହି ସ୍ଥାନରେ ଯଦି କୌଣସ ବ୍ୟକ୍ତି ଅଳିଆ ଆବର୍ଜନା ପକାଇବେ ତାହାଲେ ସେମାନଙ୍କଠୁ ଫାଇନ୍‌ ଆଦାୟ କରାଯିବ ବୋଲି ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ ସୂଚନା ଦେଇଛନ୍ତି। ଦୀର୍ଘ ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଉକ୍ତ ଅସ୍ଥାୟୀ ଡମ୍ପିଂ ୟାର୍ଡ଼ କୁ ହଟାଯିବାରୁ ବାଣପୁର ଜନସାଧାରଣ ଏନ.ଏ.ସି ପ୍ରଶାସନ କୁ ସାଧୁବାଦ ଜଣାଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁରଠାରେ ପୋଖରୀରେ ବୁଡ଼ି ଛ’ ବର୍ଷର ଶିଶୁ ମୃତ

ସୀତାରାମ ଅଗ୍ରଓ୍ବାଲ 

ବାଣପୁର : ବାଣପୁରଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବାଁଳୋଇ ଗ୍ରାମର ବଡ ପୋଖରୀରରେ ବୁଡି ଛ’ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ବର ଗ୍ରାମପଞ୍ଚାୟତର ବାଁଳୋଇ ଗ୍ରାମରେ ଜଣେ ନାବାଳକ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ବୁଡି ଯାଇଥିବା ଶିଶୁଟିର ନାମ ହେଉଛି ଗୌତମ ପ୍ରଧାନ। ପିତା ଦିବାକର ପ୍ରଧାନ ଓ ମାତା ରସ୍ମିତା ପ୍ରଧାନଙ୍କର ଦ୍ବିତୀୟ ସନ୍ତାନ ହେଉଛନ୍ତି ଗୌତମ।

ଆଜି ସନ୍ଧ୍ୟା 7ଟା 05 ମିନିଟ୍‌ରେ ପୋଖରୀରେ ଶିଶୁଟିକୁ ଭାସୁଥିବାର ଦେଖି ଗ୍ରାମବାସୀମାନେ ଉଦ୍ଧାର କରିଥିଲେ । ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ହସ୍ପିଟାଲ ନେବାକୁ ବ୍ୟବସ୍ଥା କରିଥିଲେ । ଶିଶୁଟିକୁ ପୋଖରୀରୁ ଉଦ୍ଧାର କରାଯାଇ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଏନେଇ ବାଣପୁର ଥାନାରେ ଅଭିଯୋଗ କରାଯାଇଛି ।

Categories
ଆଜିର ଖବର ଆଞ୍ଚଳିକ

ଅଲୋଡା ହେଲା ନବଜାତ: ଶାଳିଆ ନଈରୁ ଶିଶୁପୁତ୍ରର ଶବ ଉଦ୍ଧାର

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଆଜି ଶାଳିଆ ନଈ କୂଳରୁ ନବଜାତ ଶିଶୁ ପୁତ୍ରର ଶବକୁ ଉଦ୍ଧାର କରାଯାଇଛି। ଅଚ୍ୟୁତରାଜପୁର ଗ୍ରାମ ନିକଟରୁ ଏହି ନବଜାତର ମୃତଦେହକୁ ଉଦ୍ଧାର କରାଯାଇଛି। କେଉଁ ଦୂରରୁ ଭାସି ଆସି ଶିଶୁଟି ଏହି ଗ୍ରାମର କୂଳରେ ଲାଗିଛି। ଅବୈଧ ସମ୍ପର୍କର ପରିଣତି ସ୍ବରୂପ ଏହି ଶିଶୁଟିକୁ କେହି ଜନ୍ମ ଦେଇ ନଦୀରେ ଭସାଇ ଦେଇଥିବାର ଅନୁମାନ କରାଯାଉଛି। ନବଜାତର ଶବକୁ ଦେଖିଲେ ଏହା ଦିନେ ଦୁଇଦିନରୁ ମୃତ ହୋଇଥିବାର ଜଣାପଡିଛି। ତେବେ ଏହି ନବଜାତର ମୃତଦେହ ଏଠାକୁ କିପରି ଆସିଲା ତାହାକୁ ନେଇ କିଛି ଜଣାପଡିନାହିଁ। ଗ୍ରାମବାସୀମାନେ ନବଜାତର ଶବକୁ ଦେଖି ପୋଲିସ୍‌ରେ ଖବର ଦେଇଛନ୍ତି।

 

କରୋନା ଭାଇରସ୍‌ ପାଇଁ ଚାରିଆଡେ ଲକ୍‌ ଡାଉନ୍‌ ଚାଲିଥିବାବେଳେ ହଠାତ୍‌ ଶାଳିଆ ନଈରେ ନବଜାତର ଶବ ଭାସିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଚାରିଆଡେ ପୋଲିସ୍‌ର କଡା ପ୍ରହାର ରହିଥିବାବେଳେ ଏହା ଏକ ଅବୈଧ ସମ୍ପର୍କରେ କୁପରିଣତି ବୋଲି ସ୍ଥାନୀୟରେ ଚର୍ଚ୍ଚା ହେଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୁମ୍ଭକର୍ଣ୍ଣ ନିଦ୍ରାରେ ବାଣପୁର ଏନ୍‌ଏସି ପ୍ରଶାସନ: ଐତିହ୍ୟ ସମ୍ପନ୍ନ ଦକ୍ଷପ୍ରଜାପତି ମନ୍ଦିର ଚତୁଃପାର୍ଶ୍ବରେ ଅସ୍ଥାୟୀ ଡମ୍ପିଂୟାର୍ଡକୁ ନେଇ ସନ୍ଦେହ ଘେରରେ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: କରୋନା ମୁକାବିଲାକୁ ନେଇ ପୁରା ଭାରତବର୍ଷର ପ୍ରଶାସନ ଅତି ସମ୍ବେଦନଶୀଳ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ.ଏ.ସି ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ କେବଳ ଲୋକ ଦେଖାଣିଆ ସଚେତନ କରୁଥିବାବେଳେ ବାସ୍ତବିକ ସମସ୍ୟାକୁ ସମ୍ପୂର୍ଣ୍ଣ ଆଖି ବୁଜିଦେଇଛନ୍ତି। ଏପରି ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବାଣପୁର ଏନ.ଏ.ସି ର ୯ ନମ୍ବର ୱାର୍ଡରେ। ଏହି ୱାର୍ଡରେ ବାଣପୁର ତଥା ଭାରତ ବର୍ଷ ଇତିହାସର ମୂକସାକ୍ଷୀ ଥିବା ଶ୍ରୀ ଦକ୍ଷପ୍ରଜାପତି ମନ୍ଦିର ଅବସ୍ଥିତ। ଏହି ମନ୍ଦିରର କାରୁକାର୍ଯ୍ୟ ଓ ନିର୍ମାଣଶୈଳୀ ପୁରୀ ଶ୍ରୀଜଗନାଥ ମନ୍ଦିର ଓ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରର ଅବିକଳ ନକଲ। ହଜାର  ହଜାର  ବର୍ଷର ଐତିହ୍ୟ ସାଜିଥିବା ଏହି  ପୁରୁଣା ମନ୍ଦିର ବର୍ତ୍ତମାନ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଅଛି। କିନ୍ତୁ  ଭାରତୀୟ ସଂସ୍କୃତିର ଅନନ୍ୟ ଉଦାହରଣ ସାଜିଥିବା ଏହି ମନ୍ଦିରର ଚତୁଃପାର୍ଶ୍ୱ ବର୍ତ୍ତମାନ ଅତି ବିପଦସଂକୁଳ ଅବସ୍ଥାରେ ଅଛି। ଏହି ଐତିହ୍ୟସମ୍ପନ୍ନ ମନ୍ଦିରକୁ ଲାଗି ଏନ.ଏ.ସିର ଅସ୍ଥାୟୀ ଡମ୍ପିଂ ୟାର୍ଡ଼ ଗଠନ ହୋଇଛି ବୋଲି ଅଭିଯୋଗ ହେଉଛି। ସହରର ଦିନତମାମର  ସମସ୍ତ ଅଳିଆ ଆବର୍ଜନାକୁ ଖୋଦ ଏନ.ଏ.ସି ସଫେଇ କର୍ମଚାରୀଙ୍କ ଦ୍ୱାରା ଉକ୍ତ ମନ୍ଦିର ପାର୍ଶ୍ୱରେ ଜମା କରାଯାଉଛି ଯାହା ଓଡ଼ିଶା ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ଏକ ଶକ୍ତ ଚାପୁଡ଼ା ମାରିଛି। ସମ୍ପ୍ରତି କରୋନା ସମୟରେ ସ୍ବଚ୍ଛତା ଓ ପରିମଳକୁ ସର୍ବାଗ୍ରେ ଗୁରୁତ୍ବ ଦେଉଥିବା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏଠି ଖୋଲାଖୋଲି ଉଲ୍ଲଂଘନ ହେଉଛି, ତାହା ପୁଣି ଖୋଦ୍‌ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ବାରା।

ଅସ୍ଥାୟୀ ରୂପେ ଜମା କରାଯାଉଥିବା ଆବର୍ଜନା ସ୍ଥଳୀର ଚତୁର୍ପାଶ୍ଵରେ ଦକ୍ଷପ୍ରଜାପତି ମନ୍ଦିର, ଏକ ମସ୍‌ଜିଦ୍‌, ସାତବଖରା ମନ୍ଦିର ଏବଂ ୟୁକୋ ବ୍ୟାଙ୍କ ରହିଛି। ବାଣପୁର ବାଲୁଗାଁର ଏହା ହେଉଛି ମୁଖ୍ୟ ରାସ୍ତା। ଏଠି ପ୍ରଶ୍ନ ଉଠୁଛି ସହର ମଧ୍ୟରେ ଥିବା ଏଭଳି ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ଅସ୍ଥାୟୀ ଡମ୍ପିଂୟାର୍ଡ଼ କରିବା କେତେଦୂର ଠିକ? ଐତିହ୍ୟ ସମ୍ପନ୍ନ ମନ୍ଦିର ତଥା ବାଣପୁର-ବାଲୁଗାଁର ମୁଖ୍ୟ ଅଞ୍ଚଳ ପାଖରେ ଡିମ୍ପିଂୟାର୍ଡ କରିବାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏନ୍‌ଏସି କେଉଁ ପରିପ୍ରେକ୍ଷୀରେ ଏକ ଐତିହାସିକ ମନ୍ଦିର ପାଖରେ ଅଳିଆ ଆବର୍ଜନା ପକାଇବାକୁ ଅନୁମତି ଦେଇଛନ୍ତି ତାହା ଅନ୍ୟ ଏକ ପ୍ରଶ୍ନ।

ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗର ଅଧିନିୟମ ୧୯୫୮ ଅନୁଯାୟୀ ମନ୍ଦିର ପ୍ରାଚୀରଠୁ ୨୦୦ ମିଟର ପର୍ଯ୍ୟନ୍ତ ଅଞ୍ଚଳ ନିଷିଦ୍ଧାଞ୍ଚଳ ଘୋଷିତ କରାଯାଇଛି । ଏହି ନିୟମ ଅନୁସାରେ ମନ୍ଦିରକୁ କ୍ଷତି ପହଞ୍ଚୁଥିବା, କିମ୍ବା ମନ୍ଦିରକୁ ବିକୃତ କରୁଥିବା କୌଣସ କାର୍ଯ୍ୟ କରିବା ଧର୍ତ୍ତବ୍ୟ ଅପରାଧ ଅଟେ। ଯଦି ଏହାର ବ୍ୟତିକ୍ରମ ଘଟେ ତାହାଲେ ଏହାପାଇଁ ୫୦୦୦ ଟଙ୍କା  ଜୋରିମାନା କିମ୍ବା ୩ ମାସ କାରାଦଣ୍ଡ କିମ୍ବା ଉଭୟ ଦଣ୍ଡ ବିଧାନ ଅଛି। ମାତ୍ର ଏନଏସି ପ୍ରତ୍ନତତ୍ତ୍ବ ଆଇନର ଉଲ୍ଲଂଘନ କରି ମଧ୍ୟ ଦଣ୍ଡିତ ହୋଇନାହିଁ। ସେହିପରି ଭାବେ ଏଠାରେ ଏନଏସିର କାର୍ଯ୍ୟଶୈଳୀ ସହ ପ୍ରତ୍ନତତ୍ତ୍ୱ ବିଭାଗର ଅପାରଗତା ଏଠି ସ୍ପଷ୍ଟ ବାରି  ହେଉଛି। ଏହି ମନ୍ଦିରକୁ ସୁରକ୍ଷା ଦେବା ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ୩-୪ ସୁରକ୍ଷାକର୍ମୀ ମୁତୟନ କରାଯିବାର ପ୍ରାବଧାନ ଥିବାବେଳେ ଜଣେ ମାତ୍ର ସୁରକ୍ଷାକର୍ମୀ ମୁତୟନ ହୋଇଥିବା ଅଭିଯୋଗ ହେଉଛି। ମନ୍ଦିର ପାଖରେ ଅଳିଆ ଆବର୍ଜନା କରିବା ସମୟରେ ସୁରକ୍ଷା କର୍ମୀ ଓ ପ୍ରତ୍ନତତ୍ତ୍ବ ବିଭାଗ ଚୁପ୍‌ ରହିବା ଏବେ ଅନେକଙ୍କୁ ସନ୍ଦେହରେ ପକାଉଛି।

ମାସକୁ ମାସ ମୋଟା ଅଙ୍କର ଦରମା ପାଇଁ ପ୍ରତ୍ନତତ୍ତ୍ଵ ବିଭାଗର ଅଧିକାରୀ ମାନେ ଘରେ ଶୋଉଚନ୍ତି ଯାହାଦ୍ୱାରା ଆଜି ମନ୍ଦିରର ଏହି ଅବସ୍ଥା।  ଅନ୍ୟ ଏକ ଦୃଷ୍ଟିରୁ ଦେଖିଲେ ଏହି ମନ୍ଦିର ଓ ଭଗବତୀ ମନ୍ଦିରର ପରିଚାଳନା ପାଇଁ ସରକାରଙ୍କ ଦେଵଦତ୍ତର ବିଭାଗ ଦ୍ୱାରା ଦକ୍ଷପ୍ରଜାପତି-ଭଗବତୀ ଏଣ୍ଡାଓମେଣ୍ଟ କମିଟି ଗଠନ କରାଯାଇଅଛି। ମାନବିକତା ଦୃଷ୍ଟିରୁ କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଏହାକୁ ବାରଣ କରିବା କଥା ଯେହେତୁ ସେ ମଧ୍ୟ ମନ୍ଦିର ପରିଚାଳନାର ଅଂଶବିଶେଷ। ସରକାରୀ କର୍ମଚାରୀମାନେ ନିଜ ଭିତରେ ମଧୁର ସମ୍ପର୍କ ରଖି ଏପରି କାର୍ଯ୍ୟକୁ ଅଭିଯୋଗ କରୁନଥିବା ନେଇ ସନ୍ଦେହ ସୃଷ୍ଟି ହେଉଛି।

କରୋନା ଯୋଗୁଁ ଏନ୍‌ଏସି ସ୍ବଚ୍ଛ ଓ ପରିଷ୍କାର ରଖିବା ଏନଏସିର କାର୍ଯ୍ୟ ରହିଥିବାବେଳେ ସହରର ୧୫ ଗୋଟି ୱାର୍ଡରୁ କୋଉ ଗୋଟିଏ ହେଲେ ୱାର୍ଡ ରେ ବ୍ଲିଚିଙ୍ଗ ପଡୁନଥିବା ଅଭିଯୋଗ ହେଉଛି। ସେହିପରି କିଛି ଦିନ ତଳେ ଏନ.ଏ.ସି ତରଫରୁ ଆଖି ଦେଖାଣିଆ ୩-୪ ଟି  ୱାର୍ଡ ରେ ବିଶୋଧନ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଅନ୍ୟ ୱାର୍ଡ କଣ ଏନ.ଏ. ସି ର ସାବତ ପୁଅ ବୋଲି ୱାର୍ଡ ବାସୀ ଅଭିଯୋଗ କରୁଛନ୍ତି। ସେହିପରି ମାସ୍କ ବଣ୍ଟନ, ରନ୍ଧା ଖାଦ୍ୟ ବଣ୍ଟନରେ ମଧ୍ୟ ଅନିୟମିତତା ଦେଖାଯାଇଛି।

ଲକ୍‌ଡାଉନ୍‌ ନିୟମକୁ ଏଠାରେ କଡାକଡି କରି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶଂସା ସାଉଁଟିଥିବାବେଳ ସବୁ ଗରିବଙ୍କୁ ଖାଦ୍ୟ ଓ ଅସ୍ଥାୟୀ ଡମ୍ପିଂୟାର୍ଡ ବିଷୟରେ ଚିନ୍ତା କରିବାର ବେଳ ଆସିଛି। ଦକ୍ଷପ୍ରଜାପତି ମନ୍ଦିର ପାର୍ଶ୍ୱରୁ ତୁରନ୍ତ ଅସ୍ଥାୟୀ ଡମ୍ପିଂୟାର୍ଡ଼ ଉଠାଯାଇ ସେହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଉ ବୋଲି ସହରବାସୀ ଦାବି କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଲକ୍‌ ଡାଉନ୍‌ ନିୟମକୁ ବେଖାତିର୍‌: ବାଣପୁରର ଗ୍ରାମାଞ୍ଚଳରେ ଚାଲିଛି ବେଧଡ଼କ ବେଆଇନ ମଦ ବିକ୍ରି

ସୀତାରାମ ଅଗ୍ରୱାଲ
ବାଣପୁର: କରୋନାର ତାଣ୍ଡବରେ ବିଶ୍ଵବାସୀ ଆତଙ୍କିତ। ଏହିକ୍ରମରେ ଭାରତରେ ମଧ୍ୟ କାରୋନାର ପ୍ରଭାବ ବଢିବାରେ ଲାଗିଛି। ରାଜ୍ୟରେ ଏବେ ଅବସ୍ଥା ସଙ୍ଗୀନ ହେବାକୁ ଯାଉଛି। ଓଡିଶା ସରକାର ଏହି ଭୂତାଣୁ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପମାନ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶବ୍ୟାପୀ ଲାଗିଥିବା ୨୧ ଦିନିଆ ଲକ ଡାଉନର ଅବଧିକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସେଥିପାଇଁ ରାଜ୍ୟରେ ଲାଗିଥିବା ଲକ ଡାଉନ କଟକଣାକୁ ମଜଭୁତ କରାଯାଉଛି। ଏଥିପାଇଁ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି ବ୍ୟକ୍ତି ଘରୁ ଜରୁରୀ କାମରେ ବାହାରକୁ ବାହାରନ୍ତି ଏବଂ ସେ ମୁହଁରେ ମାସ୍କ ଲଗାଇନଥିବେ, ତେବେ ତାଙ୍କୁ ଜରିମାନା ଦେବାକୁ ପଡିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି।

ଏସବୁ ପରେ ମଧ୍ୟ ବାଣପୁର ଅଞ୍ଚଳରେ କିଛି ଅସାମାଜିକ ଯୁବକ ଲକ ଡାଉନ କଟକଣାକୁ ଫୁ କରି ଉଡେଇଦେଉଛନ୍ତି। ରାଜ୍ୟସରକାର ବିଦେଶୀ ମଦ ଦୋକାନକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିଦେଇଥିବା ବେଳେ ଗ୍ରାମାଞ୍ଚଳରେ ଏହି ଅସାମାଜିକ ଯୁବକମାନେ ଦେଶୀମଦ ବିକ୍ରି କରୁଥିବାର ଅଭିଯୋଗ ହେଉଛି। ଯାହାଫଳରେ ବିକ୍ରି ହେଉଥିବା ଅଞ୍ଚଳକୁ ବହୁ ଦୂରଦୂରାନ୍ତରୁ ମଦ ପିଇବା ପାଇଁ ଲୋକ ରୁଣ୍ଡ ହେଉଛନ୍ତି। ଏହା ଦ୍ଵାରା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି।

ମିଳିଥିବା ସୂଚନା ଅନୁସାରେ ବୋରିଗାଁଠାରୁ ସାହସପୁର ଯିବା ରାସ୍ତାରେ ବାହାର ଗାଁରୁ ଆସି ଅନେକ ଯୁବକ ଏହି ମଦ ବିକ୍ରି କରୁଥିବାର ଅଭିଯୋଗ ହେଉଛି, ଏମାନେ କେନାଲ ପାର୍ଶ୍ୱରେ ଥିବା ବୁଦା ମାନଙ୍କରେ ମଦ ଲୁଚାଇ ପରିଚିତ ଥିବା ଗ୍ରାହକଙ୍କୁ ବିକ୍ରି କରୁଥିବା ଅଭିଯୋଗ ଆସୁଛି। କୋସରଡା ମାଳରୁ ଦେଶୀ ମଦ ଆଣି ଭବାନୀପୁର ପଞ୍ଚାୟତ ବାଲେଡିହ ଗ୍ରାମର ନାରଣପୁର ମୌଜାଦେଇ ସତସଙ୍ଗ ବିହାର କେନାଲ୍‌ ରାସ୍ତାଦେଇ ବିଭିନ୍ନ ଗାଁକୁ ଚାଲାଣ ହେଉଛି। ଲକ୍‌ ଡାଉନ୍‌ ପାଇଁ ପୋଲିସ୍‌ର କଡା ପ୍ରହରା ଦେଉଥିବାରୁ ଏହି ମଦ ବ୍ୟବସାୟମାନେ ସକାଳ ୪ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନିଜର ପସରା ଖୋଲୁଥିବାର ଜଣାପଡିଛି। ସେହିପରି ଗମ୍ଭାରିମୁଣ୍ଡା ଅଞ୍ଚଳର କଉଡିଆ ସାହି, ନୂଆ ସାହି, ଦେଓଗାଁ ଛକ ପରି ଅନେକ ଜାଗାରେ ବିକ୍ରି ହେଉଥିବାର ଅଭିଯୋଗ ହେଉଛି। ଅବକାରୀ ବିଭାଗ କି ପୋଲିସ୍‌ ଏହି ଘଟଣାର ଟେର୍‌ ପାଉନଥିବାବେଳେ ଏହି ଅସାମାଜିକ ବ୍ୟକ୍ତି ଦ୍ବାରା ସଂକ୍ରମଣ ହେବାର ଆଶା ବଢୁଥିବାରୁ ଅବକାରୀ ବିଭାଗ ଏହା ଉପରେ କଡା ନଜର ରଖିବାକୁ ବୁଦ୍ଧିଜୀବୀମାନେ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ କି, ଲକଡାଉନକୁ ନେଇ ବାଣପୁର ପୋଲିସ ଦ୍ଵାରା ବହୁ କଡା ପଦକ୍ଷେପ ନିଆଯାଉଥିବା ବେଳେ ଗାଁ ଗାଁ ଭିତରେ ଏପରି ଅସମାଜିକ କାର୍ଯ୍ୟପାଇଁ ଜନସାଧାରଣଙ୍କୁ ଚିନ୍ତାରେ ପକାଉଛି।

କରୋନା ପରି ବିଶ୍ଵମହାମାରୀ ଦାଉରୁ ରକ୍ଷା ପାଇବା ପାଇଁ ଆମେ ଯଦି ନିଜେ ସଜାଗ ନ ହେବା ତେବେ ନିଜ ଜୀବନକୁ ବାଜି ଲଗାଇ କରୋନା ବିରୋଧରେ ଲଢୁଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ କିପରି ଦେଶକୁ କାରୋନାମୁକ୍ତ କରିପାରିବେ, ଏହା ଏକ ଚିନ୍ତାର ବିଷୟ ପାଲଟିଛି।

Categories
ଆଞ୍ଚଳିକ

 ଲକ୍‌ ଡାଉନ୍‌ ସମୟରେ ବାଣପୁର ଏବିଭିପିର ସେବା କାର୍ଯ୍ୟ

ସମୀକ୍ଷା ବ୍ୟୁରୋ

ବାଣପୁର: ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଣପୁର ଶାଖା ତରଫରୁ ମନୋଜ ମଲିକ ଓ ଅମିତ ସ୍ୱାଇଁଙ୍କ ନେତୃତ୍ୱରେ ବାଣପୁର ସହରାଞ୍ଚଳର କରୋନା ଲକ ଡାଉନ ପରିପ୍ରେକ୍ଷୀରେ ବିଭିନ୍ନ ସେବା କାର୍ଯ୍ୟ କରାଯାଇଅଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ଏବିଭିପିର ସ୍ୱଳ୍ପ କାର୍ଯ୍ୟକର୍ତ୍ତା ଆଜି ସକାଳେ ବାଣପୁର ପୋଲିସ ଥାନାକୁ ଯାଇ ଲକ୍‌ ଡାଉନ ସମୟରେ ନିଜର ପରିବାରକୁ ଭୁଲି ଜୀବନର ବାଜି ଲଗାଇ ଆମର ସୁରକ୍ଷା ପାଇଁ ଦିନ ରାତି ପ୍ରହରା ଦେଉଥିବା ପୋଲିସ ଭାଇମାନଙ୍କ ଉଦ୍ଦେଶ୍ୟରେ ଥାନାଧିକାରୀଙ୍କୁ କିଛି ପଇଡ଼ ଓ ବିସ୍କୁଟ ହସ୍ତାନ୍ତର କରିଥିଲେ।

ଅନୁରୂପ ଭାବେ ବାଣପୁର ପଲଟନ ପଡିଆରେ କରୋନା ଲକ ଡାଉନ ଲାଗି ଫସି ରହିଥିବା ଆନ୍ଧ୍ରପ୍ରଦେଶ ନେଲ୍ଲୁର ଜିଲ୍ଲାର କିଛି ପରିବାରଙ୍କୁ  ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ସହରରେ ଥିବା କିଛି ଭିକ୍ଷୁକ ଓ ପରିଶେଷରେ ବାଣପୁର ଶନି ମନ୍ଦିର ନିକଟସ୍ଥ ଲଡ଼ୁକେଶ୍ୱର ଵୃଦ୍ଧାଶ୍ରମରେ ଥିବା ଅନ୍ତେବାସୀଙ୍କୁ ମଧ୍ୟ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା। ଏହି ଅବସରରେ କରୋନା ଉପରେ ସଚେତନତା ମଧ୍ୟ କରାଯାଇଥିଲା। ଉକ୍ତ ସେବା କାର୍ଯ୍ୟକୁ ଏବିଭିପି ଖୋର୍ଦ୍ଧା ଜିଲ୍ଲା ସହ-ପ୍ରମୁଖ ସୀତାରାମ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ବିଶ୍ୱ, ପୂଜା, ଓମ, ସୁରଜିତ, ଅଜୟ, ରାମଚନ୍ଦ୍ର, ସୁନୀଲ ଓ ତୋଫାନ ଆଦି ସହଯୋଗ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଲକ୍‌ ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଚାରିଜଣଙ୍କୁ ଗିରଫ କଲା ବାଣପୁର ପୋଲିସ୍‌

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁର ତହସିଲଦାର ମନ୍ମଥ ବେହେରାଙ୍କ ନେତୃତ୍ବରେ ଆଇଆଇସି ସଞ୍ଜୟ ପଟ୍ଟନାୟକ,ଏସ୍‌ଆଇ ଦିଗ୍‌ବିଜୟ ବିଶ୍ବାଳ, ଏସ୍‌ଆଇ ପ୍ରସନ୍ନ ଜେନା ଓ ତାଙ୍କ ଟିମ ପାଟ୍ରୋଲିଂ କରୁଥିବା ସମୟରେ କରୋନା ପାଇଁ ଲାଗିଥିବା କଟକଣା ଉଲଂଘନ କରିବା ଅଭିଯୋଗରେ ଚାରିଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ବିରୁଦ୍ଧରେ କେସ ନମ୍ୱର୍ ୯୭/୨୦ରେ  ମାମଲା ରୁଜ୍ଜୁ କରାଯିବା ସହିତ ଏହି ଚାରି ଉଲଙ୍ଘନକାରୀଙ୍କ ବିରୋଧରେ  ଆଇପିସି ଧାରା ୧୮୮, ୨୬୯, ୨୭୦ ଓ  ୩୪ ଅନୁଯାୟୀ ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିକଟଙ୍କୁ ପଠାଯାଇଛି।

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ତଥାପି ଲୋକମାନେ ଏହାକୁ ନ ମାନି ବାହାରେ ବୁଲୁଥିବାର ଦେଖାଯାଉଛି। ଲକ୍‌ ଡାଉନ୍‌ ଉଲ୍ଲଂଘନକାରୀଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ  କରିବା ଲାଗି ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଯେଉଁମାନେ ଏହି ଆଇନକୁ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯାଉଛି। ଏହି ଅବସରରେ ବାଣପୁର ପୋଲିସ ଦୁଇଟା ବାଇକ୍‌ ଓ ଗୋଟିଏ ସ୍କୁଟି ମଧ୍ୟ ସିଜ କରିଛି। କରୋନା ସତର୍କତା ନେଇ ବାଣପୁର ପୋଲିସ ବେଶ ସକ୍ରିୟ ରହିଛି। ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ସହିତ ଏନେଇ ସଚେତନତା ମଧ୍ୟ କରାଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗମ୍ଭାରୀମୁଣ୍ଡା ଦନ୍ତା ହାତୀ ଆକ୍ରମଣରେ ଦମ୍ପତି ଗୁରୁତର

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ପୁଣି ଦନ୍ତା ଆତଙ୍କ ଦେଖାଯାଇଛି। ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପଞ୍ଚାୟତର ପଙ୍କାଳ ଗ୍ରାମରେ ଆଜି ଦନ୍ତା ଆକ୍ରମଣରେ ଦମ୍ପତି ଗୁରୁତର ହୋଇଥିବାର ଖବର ଆସିଛି। ସେହି ଗ୍ରାମର ଦେବେନ୍ଦ୍ର ପ୍ରଧାନ ଓ ବିଶିକା ପ୍ରଧାନ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଉଭୟଙ୍କ ବୟସ ଯଥାକ୍ରମେ 62 ଓ 58 ବର୍ଷ। ମିଳିଥିବା ସୂଚନା ଅନୁସାରେ ଗତକାଲି ମଧ୍ୟରାତ୍ରରେ ସେମାନେ ପୋଖରୀରେ ମାଛ ଖାଦ୍ୟ ପକାଉଥିବାବେଳେ 20ଟି ହାତୀ ଆସି ତାଙ୍କ ଖାଦ୍ୟ ପଦାର୍ଥକୁ ନଷ୍ଟ କରିବା ସହିତ ଉଭୟ ସ୍ବାମୀ ସ୍ତ୍ରୀକୁ ଶୁଣ୍ଢରେ ଧରି କଚାଡି ପକାଇ  ଉଭୟ ହାତୀ ଆକ୍ରମଣରେ ଗୁରୁତର ହୋଇ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି। ଉଭୟ ସ୍ବାମୀ ସ୍ତ୍ରୀ ମତ୍ସ୍ୟଚାଷ ପାଳନରେ ସହାୟତା କରି ଜୀବିକା ନିର୍ବାହ କରୁଥିବାବେଳେ ଦନ୍ତା ଆକ୍ରମଣରେ ଗଭୀର ଗୁରୁତର ହୋଇଛନ୍ତି । ଗରିବ ପରିବାରର ଏହି ସ୍ବାମୀ ସ୍ତ୍ରୀଙ୍କୁ ସରକାରୀ ସହାୟତା ମିଳିବା ନେଇ ସାଧାରଣରେ ଦାବି ହେଉଛି।

ସମ୍ପ୍ରତି କୃଷି ବିଭାଗ ତରଫରୁ ଚାଷୀଙ୍କୁ ବିଭିନ୍ନ ପ୍ରକାର ସୁବିଧା ଦିଆଯାଉଥିବାବେଳେ ମତ୍ସ୍ୟଚାଷ ପାଇଁ ସରକାରଙ୍କୁ ତରଫରୁ ସୋଲାର ଲାଇଟ୍‌ ମିଳିପାରିଲେ ବନ୍ୟଜନ୍ତୁ ଆକ୍ରମଣରୁ ବର୍ତ୍ତିପାରିବା ସହିତ ଧନ ଓ ଜୀବନ ସୁରକ୍ଷିତ ରହିପାରନ୍ତା ।

ଗତ କିଛି ଦିନ ଧରି ରାଜ୍ୟରେ ଦନ୍ତା ଆତଙ୍କ ବଢିବାରେ ଲାଗିଛି। ଜଙ୍ଗଲ ନଷ୍ଟ ଯୋଗୁଁ ହାତୀ ଜନବସତି ମୁହାଁ ହେଉଛନ୍ତି। ଏହା ଫଳରେ ବହୁ ଧନ ଜୀବନ ନଷ୍ଟ ହେଉଛି। ବନବିଭାଗର ଅବହେଳା ଯୋଗୁଁ ହାତୀମାନେ ଜଙ୍ଗଲ ଛାଡି ଜନବସତି ଆଡକୁ ଆସି ଏପରି ଧନ ଜୀବନ ବିପର୍ଯ୍ୟସ୍ତ କରୁଥିବାରୁ ଏହାକୁ ନେଇ ସାଧାରଣରେ ବେଶ୍‌ ଅସନ୍ତୋଷ ଦେଖାଦେଇଛି ।

Categories
ଆଜିର ଖବର

କେବେ ସୁଧୁରିବ ବାଣପୁର ବଜାରର ମୁଖ୍ୟ ରାସ୍ତା ସମସ୍ୟା : ଅସରାଏ ବର୍ଷାରେ ଜମୁଛି ଆଣ୍ଠୁଏ ଉଚ୍ଚର ପାଣି

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାରର ମୁଖ୍ୟ ରାସ୍ତାକୁ ନେଇ ସ୍ଥାନୀୟ ବାସୀ  ହଇରାଣ ହରକତ ହେଉଛନ୍ତି। ସାମାନ୍ୟ ବର୍ଷାରେ ବାଣପୁରର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇ ରହିଛି। ଆଜି ଅଦିନିଆ ବର୍ଷାରେ ବାଣପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଚିଆଙ୍କ ସାହି ପର୍ଯ୍ୟନ୍ତ ରାସ୍ତାରେ ପାଣି ଜମି ରହି କୃତ୍ରିମ ନାଳର ଭ୍ରମ ସୃଷ୍ଟି କରିଛି। ବିପର୍ଯ୍ୟସ୍ତ ଡ୍ରେନ୍‌ ବ୍ୟବସ୍ଥା ଯୋଗୁଁ ସାମାନ୍ୟ ବର୍ଷାରେ ବାଣପୁର ଉବୁଟୁବୁ ହେଉଛି। ଐତିହାସିକ ପଲଟନ ପଡ଼ିଆରେ ଆଗାମୀ ଦିନରେ ଲୋକମହୋତ୍ସବ ହେବାକୁ ଥିବାବେଳେ ବାଣପୁର ସହରର ମୁଖ୍ୟ ରାସ୍ତାର ଏପରି ବିପର୍ଯ୍ୟସ୍ତ ଅବସ୍ଥା ପ୍ରଶାସନ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସେହିପରି ଆଗକୁ ପଞ୍ଚୁଦୋଳ ଥିବାବେଳେ ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଦୋଳ ଉତ୍ସବ କିପରି ଭାବରେ ସୁରୁଖୁରରେ ସମ୍ପନ୍ନ ହେବ, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଣପୁର ରାସ୍ତାର ସମସ୍ୟାକୁ ନେଇ ଏନଏସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିବାବେଳେ ମଧ୍ୟ ଫଳ ଶୂନ୍ୟ ରହିଛି।

ରାଜଧାନୀର ଅନତି ଦୂରରେ ଅବସ୍ଥିତ ବାଣପୁର ସହରର ମୁଖ୍ୟ ରାସ୍ତାର ଅବସ୍ଥା ଏପରି ବିପର୍ଯ୍ୟସ୍ତ ରହିଥିବାବେଳେ, ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି। ଅଦିନିଆ ବର୍ଷା ଯୋଗୁଁ ଯଦି ସହରର ଏପରି ଅବସ୍ଥା ହେଉଛି, ତେବେ ଆଗାମୀ ବର୍ଷା ଦିନରେ ବାଣପୁର ସହରର ଅବସ୍ଥା କିପରି ହେବ, ତାହା ସହଜରେ ଅନୁମେୟ। ଡ୍ରେନେଜ୍‌ ସମସ୍ୟାକୁ ଯଥାସମ୍ଭବ ସମାଧାନ କରିବା ତଥା ବଜାର ଉପରେ ହେଉଥିବା ପାର୍କିଂକୁ ଉଠାଇ ଅନ୍ୟତ୍ର କେଉଁଠି କରିବା ବା ରାସ୍ତାକୁ ଚଉଡା କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ପ୍ରକାଶ ପାଇଲା ବାଣପୁର ବ୍ଲକ ଓ ଏନ୍‌ଏସିର ବିଜେଡି ସଭାପତି ତାଲିକା

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ବାଣପୁର ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ଓ ବାଣପୁର ଏନ୍‌ଏସି ସମସ୍ତ 15ଟି ଓ୍ବାର୍ଡର ବିଜେଡି ସଭାପତି ଚୟନ ହୋଇଛନ୍ତି । ବାଣପୁର ବ୍ଲକର ସଭାପତି ଭାବେ ଭବାନୀ ଶଙ୍କର ବଳିୟାର ସିଂହ ଓ ବାଣପୁର ଏନ୍‌ଏସିର ବିଜେଡିର ଅଶ୍ବିନୀ କୁମାର ଷଡ଼ଙ୍ଗୀ ନିର୍ବାଚିତ ହୋଇଛନ୍ତି ।

ବାଣପୁର ବ୍ଲକ ଅଧୀନର ରହିଥିବା ସମସ୍ତ 17ଟି ପଞ୍ଚାୟତର ବିଜେଡି ସଭାପତିଙ୍କ ନାମ ନିମ୍ନରେ ପ୍ରଦତ୍ତ

ବାଣପୁର ବ୍ଲକ ଅଧୀନରେ ରହିଥିବା ପଞ୍ଚାୟତ ସଭାପତି :

1. ଗମ୍ଭାରୀମୁଣ୍ଡା – ଦାଶରଥୀ ସେଠୀ

2. ଭବାନୀପୁର – ଶରତ ଚନ୍ଦ୍ର ନାୟକ

3. ମୋରାମୋରି – ଧ୍ରୁବଚରଣ ଛତ୍ର

4. ଦେଓଗାଁ – ସୁରେଶ ଚନ୍ଦ୍ର ସାମନ୍ତାରାୟ

5. ତୋରସିଂ – ଗୁରୁ ସାହୁ

6. କୁଲେଇ – ଶୁଭେନ୍ଦୁ କୁମାର ଚମ୍ପତିରାୟ

7. ନାଚୁଣି – ନିର୍ମଳ କୁମାର ମହାପାତ୍ର

8. ଆୟତପୁର – ଅରୁଣ କୁମାର ପ୍ରଧାନ

9. ବିଷ୍ଣୁଡିହ – ସୂର୍ଯ୍ୟକାନ୍ତ ରଣସିଂ

10. ନରେନ୍ଦ୍ରପୁର – ଗାନ୍ଧୀ ବିସୋଇ

11. କୁମାରାଙ୍ଗ ଶାସନ – ନବ କିଶୋର ସ୍ବାଇଁ

12. ଗାଲୁଆ – ସତ୍ୟ ନାରାୟଣ ପ୍ରଧାନ

13. ଭେଟେଶ୍ବର – ମୋଚିରାମ ଦଳାଇ

14. ନନ୍ଦପୁର – କାମେଶ୍ବର ବସ୍ତି

15. ନୀଳାଦ୍ରି ପ୍ରସାଦ – ନୀଳକଣ୍ଠ ପାତ୍ର

16. ତୁମୁରାପୁଟ ଶାସନ – ତ୍ରିଲୋଚନ ବେହେରା

17. ଦାମିଆ ବରବରା – ଅର୍ଜୁନ୍‌ ମହାକୁଡ

ବାଣପୁର ଏନ୍‌ଏସିର ସମସ୍ତ 15ଟି ଓ୍ବାର୍ଡର ବିଜେଡି ସଭାପତିଙ୍କ ନାମ ନିମ୍ନରେ ପ୍ରଦତ୍ତ :

ବାଣପୁର ଏନ୍ଏସି ସଭାପତି ସୂଚୀ

1. ଓ୍ବାର୍ଡ ନଂ -1 – ରଘୁନାଥ ମିଶ୍ର

2.ଓ୍ବାର୍ଡ ନଂ -2 – ମନୋଜ କୁମାର ନାୟକ

3.ଓ୍ବାର୍ଡ ନଂ -3 – କାଶୀନାଥ ସ୍ବାଇଁ

4. ଓ୍ବାର୍ଡ ନଂ -4 – ସଞ୍ଜୟ କୁମାର ଜେନା

5. ଓ୍ବାର୍ଡ ନଂ -5 – ତୋଫାନ ସାହୁ

6. ଓ୍ବାର୍ଡ ନଂ -6 – ଗାନୁ ପ୍ରଧାନ

7. ଓ୍ବାର୍ଡ ନଂ – 7 – ନଗେନ୍ଦ୍ର ସାହୁ

8. ଓ୍ବାର୍ଡ ନଂ – 8 – ଗୋବିନ୍ଦ ଚନ୍ଦ୍ର ପାତ୍ର

9. ଓ୍ବାର୍ଡ ନଂ – 9 – ସମୀନଉଦ୍ଦିନ ଖାନ୍‌

10. ଓ୍ବାର୍ଡ ନଂ – 10 – ଶଙ୍କର ପ୍ରଧାନ

11. ଓ୍ବାର୍ଡ ନଂ – 11 – ନକୁଳ ପ୍ରଧାନ

12. ଓ୍ବାର୍ଡ ନଂ -12 – ହୃଷୀକେଶ ନାୟକ

13. ଓ୍ବାର୍ଡ ନଂ – 13 – ଆଶିଷ କୁମାର ଦାଶ

14. ଓ୍ବାର୍ଡ ନଂ – 14- ଯୋଗେନ୍ଦ୍ର ବାରିକ୍‌

15. ଓ୍ବାର୍ଡ ନଂ – 15 – ଭିକାରୀ ଚନ୍ଦ୍ର ନନ୍ଦ

Categories
ଆଞ୍ଚଳିକ

ଧର୍ମାନୁଷ୍ଠାନ ବିକାଶ ଯୋଜନାରୁ ବାଦ୍‌ ପଡିଲା ମା’ ଭଗବତୀ ମନ୍ଦିର, ଏହାକୁ ନେଇ ସାଧାରଣରେ ଅସନ୍ତୋଷ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଗତକାଲି ନବୀନ ପଟ୍ଟନାୟକ ରାଜ୍ୟରେ ରହିଥିବା ବିଭିନ୍ନ ଧର୍ମାନୁଷ୍ଠାନର ବିକାଶ ପାଇଁ ୨୩ କୋଟି ଟଙ୍କାର ଘୋଷଣା କରାଯାଇଛି। ଏହି ତାଲିକାରେ ରାଜ୍ୟର ଦଶଟି ମନ୍ଦିର, ୫ଟି ଗୀର୍ଜା, ୬ଟି ମସଜିଦ୍‌ ଓ ୨ଟି ଗୁରୁଦ୍ବାର ସାମିଲ୍‌ ରହିଛି। ପ୍ରତ୍ୟେକ ଧାର୍ମିକ ସ୍ଥଳକୁ ଏକ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି। ତେବେ ଏହି ଘୋଷଣା ପରେ ବାଣପୁରରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି।

ଚଳିତ ନବୀନଙ୍କ ପଞ୍ଚମ ପାଳି ସରକାରରେ ରାଜ୍ୟ ସରକାର ମନ୍ଦିର ଓ ପର୍ଯ୍ୟଟନ ଶିଳ୍ପକୁ ବିଶେଷ ଗୁରୁତ୍ବ ଦେଉଥିବାବେଳେ ବାଣପୁରର ପ୍ରସିଦ୍ଧ ଭଗବତୀ ମନ୍ଦିର ବାଦ୍‌ ପଡିଛି। ନିକଟରେ ବାଣପୁରର ଭଗବତୀ ମନ୍ଦିରଠାରେ ବିଧାନସଭା ଏଥିକ୍ସ କମିଟିର ସଭ୍ୟ, ବିଧାୟକ ଓ ପ୍ରଶାସନିକ ଅଧିକାରୀ ଅଚାନକ ଗସ୍ତ କରିଥିଲେ। ଏହି ଗସ୍ତକୁ ନେଇ ଭଗବତୀ ମନ୍ଦିରର ଉନ୍ନତି ନିମନ୍ତେ କିଛି ଘୋଷଣା କରାଯିବା ନେଇ ଆକଳନ କରାଯାଇଥିଲା। କିନ୍ତୁ ଗତକାଲି ଧର୍ମାନୁଷ୍ଠାନ ପାଇଁ ଘୋଷଣା ପରେ ବାଣପୁର ବାଦ୍‌ ପଡିଥିବାରୁ ଏହାକୁ ନେଇ ଜନ ଅସନ୍ତୋଷ ସୃଷ୍ଟି ହୋଇଛି।

ଖୋର୍ଦ୍ଧା ଜିଲ୍ଲାର ବାଣପୁର ସହର ଐତିହ୍ୟ ତଥା ଧାର୍ମିକ ଦୃଷ୍ଟିକୋଣରୁ ବେଶ୍‌ ସମ୍ପନ୍ନ। ଏଠାରେ ଲୋକପ୍ରିୟ ମା’ ଭଗବତୀଙ୍କ ମନ୍ଦିର ବେଶ୍‌ ପ୍ରସିଦ୍ଧ। ଏହି ମନ୍ଦିରର ଉନ୍ନତି ପାଇଁ କିଛି ଘୋଷଣା କରାନଯିବା ବେଶ୍‌ ଆଶ୍ଚର୍ଯ୍ୟଜନକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

 

Categories
ଆଞ୍ଚଳିକ

ବାଣପୁର ରଙ୍କନାଥ ମନ୍ଦିରରେ ୧୦୮ ହନୁମାନ ଚାଳିଶା ମହାଯଜ୍ଞ ଉଦଯାପିତ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ସ୍ଥାନୀୟ ଶ୍ରୀ ଶ୍ରୀ ରଙ୍କନାଥଦେବ ମନ୍ଦିର ପ୍ରାଙ୍ଗଣରେ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି, ବାଣପୁର ତରଫରୁ ଦୀର୍ଘ ଚାରି ଦିନ ବ୍ୟାପି ଚାଲିଥିବା ମହାଯଜ୍ଞର ପୂର୍ଣ୍ଣାହୁତି ଶନିବାର ପ୍ରାତଃ ୫ ଘଟିକାରେ ସମ୍ପନ୍ନ ହୋଇଯାଇଛି। ମଙ୍ଗଳବାରଠାରୁ ଗୁରବାର ପର୍ଯ୍ୟନ୍ତ ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଚକ ଶ୍ରୀ ରବିନାରାୟଣ ପଣ୍ଡାଙ୍କ ଦ୍ୱାରା  ଦିବ୍ୟ ପ୍ରବଚନ ଶୁଣିବା ପାଇଁ ବାଣପୁର ଓ ଏହା ଆଖପାଖ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା।

ଶୁକ୍ରବାର ତଥା ମହାଶିବରାତ୍ରି ଦିନ ସ୍ଥାନୀୟ ହରିପୁର ମହନ୍ତ ଶ୍ରୀ ଶ୍ରୀ ରାମମୋହନ ଦାସଜୀ ମହାରାଜଙ୍କ ତତ୍ତ୍ବାବଧାନରେ ଭକ୍ତମାନେ ରାତିଯାକ ସାମୁହିକ ୧୦୮ଥର ହନୁମାନ ଚାଳିଶା ପଠନ କରିଥିଲେ। ଏହି ଅବସରରେ ରଙ୍କନାଥ ମନ୍ଦିର ପରିସରକୁ କମିଟି ତରଫରୁ ଅତି ସୁନ୍ଦର ଭାବରେ ସାଜସଜା କରାଯାଇଥିଲା। ମହାଯଜ୍ଞର ପୂର୍ଣ୍ଣାହୁତି ପରେ କମିଟି ତରଫରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ଏକ ବିଶାଳ ଆନନ୍ଦ ବଜାରର ବ୍ୟବସ୍ଥା କରାଯାଇଥିଲା ଯେଉଁଥିରେ ପାଖାପାଖି ପାଞ୍ଚ ହଜାର ଭକ୍ତ ପ୍ରସାଦ ସେବନ କରିଥିଲେ।

ଆଇନ ଓ ସୁରକ୍ଷା ଦୃଷ୍ଟିରୁ ବାଣପୁର ପୋଲିସ ଦ୍ୱାରା ସୁରକ୍ଷା କର୍ମୀ ମୁତୟନ କରାଯାଇଥିବା ବେଳେ ୧୦୮ ହନୁମାନ ଚାଳିଶା ଯଜ୍ଞ  କମିଟି ସଭ୍ୟ, ମନ୍ଦିର ପ୍ରଶାସନ, ଏ.ବି.ଭି.ପି ର କାର୍ଯ୍ୟକର୍ତ୍ତା ଓ ବହୁ ସ୍ବେଛାସେବୀମାନେ  ପ୍ରସାଦ ବିତରଣ ଓ ସୁରକ୍ଷା ବ୍ୟବସ୍ଥାରେ ସହଯୋଗ କରିଥିଲେ। ଉକ୍ତ ମହାଯଜ୍ଞରେ କର୍ତ୍ତା ରୂପେ ପ୍ରମିଳା ସୁବୁଦ୍ଧି ଓ ପ୍ରଫୁଲ ସୁବୁଦ୍ଧି କାର୍ଯ୍ୟନିର୍ବାହ କରିଥିଲେ। ଉକ୍ତ ପାଞ୍ଚ ଦିନବ୍ୟାପି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସନ୍ତୋଷ ଅଗ୍ରୱାଲ, ପବନ ରାମ, ମନୋଜ ଅଗ୍ରୱାଲ, ଗିରିଧାରୀ ପାତ୍ର, ରାଧାମୋହନ ଅଗ୍ରୱାଲ, ଆନନ୍ଦ ଅଗ୍ରୱାଲ, ସଚ୍ଚିଦାନନ୍ଦ ପରିମାଣିକ, ଶିବ ପ୍ରଧାନ, ସୁନୀଲ ଅଗ୍ରୱାଲ, ଦେବଦତ୍ତ ପାତ୍ର ଆଦି ପରିଚାଳନା କରିଥିବାବେଳେ ଦୀପକ ଅଗ୍ରୱାଲ,  ଅଶୋକ ପାତ୍ର, ନାଗେଶ୍ୱର ସୁବୁଦ୍ଧି, ରୋଶନ ପାତ୍ର, ଆଶିଷ ସୁବୁଦ୍ଧି, ସନ୍ତୋଷ ପାତ୍ର, ବିଷ୍ନୁପ୍ରିୟା ପାତ୍ର, ବିଜୟ ସାହୁ, ଆଲୋକ ମହାନ୍ତି ଓ ଅନ୍ୟ ସଭ୍ୟ ସଭ୍ୟାମାନେ ସହଯୋଗ କରିଥିଲେ।

ଚଳିତ ବର୍ଷ ଉକ୍ତ ଧାର୍ମିକ ଅନୁଷ୍ଠାନ ୧୩ ବର୍ଷରେ ପଦାର୍ପଣ କରୁଥିବାବେଳେ ଏହାର ଦୀର୍ଘାୟୁ କାମନା କରି କମିଟିର ସମସ୍ତ ସଭ୍ୟ ସଭ୍ୟା ପରିଶେଷରେ ମନ୍ଦିର ପରିସରରେ ଥିବା ଶ୍ରୀ ହନୁମାନଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଦୀପଦାନ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ବିରଜାଇ ମଣ୍ଡଳ ତରଫରୁ ମଣ୍ଡଳସ୍ତରୀୟ ସାଙ୍ଗଠନିକ କର୍ମଶାଳା ଅନୁଷ୍ଠିତ

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ବିରଜାଇ ମଣ୍ଡଳ ତରଫରୁ ମଣ୍ଡଳସ୍ତରୀୟ ସାଙ୍ଗଠନିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଭେଟେଶ୍ବର, ଦାମିଆ, ତୁମୁରାପୁଟ, ନିଳାଦ୍ରୀ, ଭବାନୀପୁରର ପଞ୍ଚାୟତର  ଓ୍ବାର୍ଡମେମ୍ବର, ଜିଲ୍ଲାସ୍ତରୀୟ ପ୍ରତିନିଧି ରାଜ୍ୟସ୍ତରୀୟ ପ୍ରତିନିଧିମାନେ ଯୋଗଦେଇଥିଲେ। ଏହି କର୍ମଶାଳାରେ ସାଙ୍ଗଠନିକ  ଦକ୍ଷତା ବୃଦ୍ଧି ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଭାରତୀୟ ଜନତା ପାର୍ଟିର ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ଖୋର୍ଦ୍ଧା ଜିଲ୍ଲାର ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ଷ୍ଟେଟ୍‌ କାଉନସିଲ୍‌ର ମେମ୍ବର ମାଧବ ଦଳେଇ, ପୂର୍ବତନ ମଣ୍ଡଳର ସଭାପତି ଦେବବ୍ରତ ବଡଜେନା, ତେରନଂ ଜୋନ୍‌ର ଜିଲ୍ଲା ପରିଷଦ ଅମରେନ୍ଦ୍ର ରଣସିଂହ, ବଡକୁଳ ମଣ୍ଡଳର ସଭାପତି ଦିଲ୍ଲୀପ କୁମାର ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଭେଟେଶ୍ବର ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ବିରାଜାଇ ମଣ୍ଡଳର ସଭାପତି ଜିତେନ୍ଦ୍ର କୁମାର ଭୋଳ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ପର୍ଯ୍ୟବେକ୍ଷକ ବାମନ ଚରଣ ଦାସ ତାଙ୍କୁ ସହଯୋଗ କରିଥିଲେ। ଏହି ଅବସରରେ ବୁଥ୍‌ କମିଟିର ସଭାପତି, ଓ୍ବାର୍ଡ ମେମ୍ବର, ମହିଳା କର୍ମୀଙ୍କୁ ନେଇ ସାଙ୍ଗଠନିକ ବୈଠକ କରାଯାଇ ମଣ୍ଡଳୀ ସ୍ତରୀୟ କମିଟି ପାଇଁ 108 ଜଣ ମେମ୍ବର ଚୟନ ଉପରେ ଆଲୋଚନା କରାଯାଇଥିଲା। ସେହିପରି  ପ୍ରତ୍ୟେକ ବୁଥ୍‌ରେ 25 ଜଣ ମେମ୍ବର ଓ ଜଣେ ସଭାପତି ବଛାଯିବେ ବୋଲି ସୂଚନା ଦିଆଯାଇଛି। ଉକ୍ତ ସଦସ୍ୟ ଏବଂ ସଭାପତି ବୁଥ୍‌କୁ ପରିଚାଳନା କରିବା ସହିତ ତୃଣମୂଳସ୍ତରରେ ସରକାରୀ ଯୋଜନାର ରୂପରେଖ ଉପରେ ତଦାରଖ କରିବେ।

Categories
ଆଞ୍ଚଳିକ

୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି, ବାଣପୁର ଆନୁକୂଲ୍ୟରେ ପ୍ରବଚନ ଓ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଆରମ୍ଭ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଣପୁର ସ୍ଥିତ ଶ୍ରୀ ଶ୍ରୀ ରଙ୍କନାଥଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ତରଫରୁ ୧୦୮ ହନୁମାନ ଚାଳିଶା ଯଜ୍ଞ ନିମନ୍ତେ ଏକ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା। ଏହି ଅବସରରେ ତିନିଦିନ ବ୍ୟାପୀ ଶ୍ରୀରାମଚରିତ କଥାମୃତ ପ୍ରବଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଏକ ଶୋଭାଯାତ୍ରା ଶ୍ରୀ ଶ୍ରୀ ରଙ୍କନାଥଦେବ ମନ୍ଦିର ପ୍ରାଙ୍ଗଣରୁ ସହର ପରିକ୍ରମା କରି ଶ୍ରୀ ଶ୍ରୀ ଦକ୍ଷେଶ୍ୱର ଦେବଙ୍କ ମନ୍ଦିର ପୁଷ୍କରିଣୀରୁ ଜଳାବରଣ କରି ଯଜ୍ଞ ଅନୁଷ୍ଠାନ ସ୍ଥାନରେ ପହଂଚିଥିଲେ। ଏହି ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ଭାଗନେଇଥିଲେ।

ଚଳିତବର୍ଷ ଉକ୍ତ ଅନୁଷ୍ଠାନ ୧୩ ବର୍ଷରେ ପଦାର୍ପଣ କରୁଥିବାବେଳେ ପ୍ରବଚକ ଶ୍ରୀ ରବି ନାରାୟଣ ପଣ୍ଡାଙ୍କ ପୌରାହିତ୍ୟରେ ତିନିଦିନ ବ୍ୟାପି ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ପବିତ୍ର ମହା ଶିବରାତ୍ରି ଦିନ ବ୍ୟାସ ମହନ୍ତ ଶ୍ରୀ ରାମଦାସଜି ମହାରାଜଙ୍କ ପୌରାହିତ୍ୟରେ ୧୦୮ ଥର ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ହେବାକୁ ରହିଛି। ଶିବରାତ୍ରି ପରବର୍ତ୍ତୀ ଦିନ ଶନିବାର ସକାଳେ ପାଖାପାଖି ପାଞ୍ଚ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କାର୍ଯ୍ୟକ୍ରମ କରାଯାଇଛି ବୋଲି କମିଟିର ସମ୍ପାଦକ ଶ୍ରୀ ମନୋଜ କୁମାର ଅଗ୍ରୱାଲ ସୂଚନା ଦେଇଛନ୍ତି।

ଉକ୍ତ ଶୋଭାଯାତ୍ରାରେ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ସହିତ ଘୋଡାନାଚ, ଯୋଡି ଶଙ୍ଖ, ବାଘ ନାଚ, ଢୋଲ ଏବଂ ସଂକୀର୍ତ୍ତନ ଇତ୍ୟାଦିର ଆୟୋଜନ କରାଯାଇଥିଲା। ଉକ୍ତ ଶୋଭାଯାତ୍ରାକୁ ବାଣପୁର ଆରକ୍ଷୀ ବାହିନୀ ଓ ନଗରବାସୀ ସୁଚାରୁରୂପେ ପରିଚାଳନା କରିଥିଲେ।

 

Categories
ଆଜିର ଖବର ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ଓଡ଼ିଆ ଓ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟରେ ଗତ ଦୁଇ ତାରିଖରେ ପଦାର୍ଥ ବିଜ୍ଞାନ ଓ ଓଡ଼ିଆ ବିଭାଗ ତରଫରୁ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ବିଭାଗ ତରଫରୁ ଆୟୋଜିତ ହୋଇଥିବା ବନ୍ଧୁମିଳନ ସମାବେଶକୁ ସଭାପତିତ୍ବ କରିଥିଲେ ପୁରାତନ ଛାତ୍ରୀ ଡ. ଶର୍ମିଷ୍ଠା ମହାପାତ୍ର। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପରେ ଯୋଗଦେଇଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ନାୟକ। ଏହି ଉତ୍ସବରେ ଓଡ଼ିଆ ବିଭାଗର ପୁରାତନ ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା ଓ ଅଧ୍ୟାପିକା ଶୁଭାକାଂକ୍ଷୀ ଛୋଟରାୟ, ଡ. ଶ୍ରୀଜୟା ଦାସ, ହରପ୍ରିୟା ପଣ୍ଡା  ଓ ସୁବାସିନୀ ଦେଈ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହିଥିଲେ। ଓଡ଼ିଆ ବିଭାଗର ମୁଖ୍ୟ ପାର୍ଥସାରଥୀ ସାମନ୍ତରାୟ ସ୍ବାଗତ ଭାଷଣ ପ୍ରଦାନକରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିବିଧ ନାଟକର ଦୃଶ୍ୟ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଆଲୁମିନି କର୍ମକର୍ତ୍ତା ମନୋନୟନ କରାଯାଇଥିବାବେଳେ ଏହି କାର୍ଯ୍ୟକ୍ରମକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଓଡ଼ିଆ ବିଭାଗର ଅଧ୍ୟାପକ ଚିତ୍ତରଂଜନ ବେହେରା, ଅଧ୍ୟାପିକା ତୃପ୍ତିରାଣୀ ସ୍ବାଇଁ, ଅଧ୍ୟାପକ ଯଯାତି କେଶରୀ ବଡଜେନା ପ୍ରମୁଖ ସହଯୋଗ କରିଥିଲେ।

ସେହିପରି ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ହୋଇଥିବା ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପି.ସି. ରାଜ୍‌ ଏବଂ ଅନ୍ୟତମ ଅତିଥି ଭାବରେ ପୂର୍ବତନ ପଦାର୍ଥ ବିଜ୍ଞାନ ପ୍ରଫେସର ଗୋକୁଳି ଚରଣ ପଣ୍ଡା ଯୋଗଦେଇଥିଲେ। ଏହି ସଭାକୁ ସଭାପତିତ୍ବ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶିବ ପ୍ରସାଦ ନାୟକ। ଏହି କାର୍ଯ୍ୟକ୍ରମରେ ପଦାର୍ଥ ବିଜ୍ଞାନ ବିଭାଗର ପୁରତାନ ଛାତ୍ରଛାତ୍ରୀ ନିଜର ପାଠ ପଢାସମୟରେ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ପୁରାତନ ଅଧ୍ୟାପକ ଏବଂ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଏକ ପୁରାତନ ବିଦ୍ୟାର୍ଥୀ ସଂଘ ଗଠନ କରାଯାଇଥିଲା। ଏହି ସଂଘର ସଭାପତି ଭାବରେ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ପ୍ରଦୀପ୍ତ କୁମାର ଦାଶଙ୍କୁ ନିର୍ବାଚିତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରଠାରେ ଚାଣକ୍ୟ ପବ୍ଲିକ୍‌ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୁନୀଲ୍‌ କୁମାର ଭୋଳ

ବାଣପୁର: ବାଣପୁର ଗମ୍ଭୀରମୁଣ୍ଡାର ଚାଣକ୍ୟ ପବ୍ଲିକ୍‌ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ ପିଲାମାନଙ୍କଠାରେ ଇଂରାଜୀ ଭାଷାର ପ୍ରସାର କିପରି ହୋଇପାରିବ ଏବଂ ପିଲାମାନେ ଇଂରାଜୀ ଭାଷାରେ କିପରି ପ୍ରଗାଢ ଜ୍ଞାନ ଲାଭ କରିପାରିବେ, ସେସମ୍ପର୍କରେ ଗୁରୁତ୍ବାରୋପ କରିଥିଲେ। ସେହିପରି ସ୍କୁଲର ପ୍ରତିଷ୍ଠାତା କେଦାରନାଥ ତରାଇ ବାର୍ଷିକ ବିବରଣୀ ପାଠ କରିଥିଲେ। ବାଣପୁର ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଢାଲି ଏହି ଉତ୍ସବର ସଭାପତିତ୍ବ କରିଥିଲେ। କୃତି ବିଦ୍ୟାର୍ଥୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିବାବେଳେ ସଭାପତିଙ୍କ ବକ୍ତବ୍ୟ ଶେଷ ପରେ ସଭା ସାଙ୍ଗ କରାଯାଇଥିଲା।