ବାରିପଦା : ବାଙ୍ଗିରିପୋଷି ଘାଟିଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ଅଟୋକୁ ଧକ୍କା ଦେଇ ଟ୍ରକ୍ ଓଲଟିବା ଫଳରେ 2 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ 6 ଜଣ ଗୁରୁତର ରହିଛନ୍ତି । ଏନଏଚ୍-49ର ବାଙ୍ଗିରିପୋଷି ଘାଟିରେ ଅଟୋକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଛଅ ଜଣ ଗୁରୁତରଙ୍କୁ ବାଙ୍ଗିରିପୋଷି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ସ୍କୁଲ ଛାତ୍ର ଓ ଅନ୍ୟ ଜଣେ ଅଭିଭାବକ ରହିଥିବାର ସୂଚନା ରହିଛି ।
Tag: accident
ଆସିକା : ମର୍ଣ୍ଣିଂ ଓ୍ବାର୍କ କରୁଥିବା ସମୟରେ ଏକ ଅଜଣା ଗାଡି ଧକ୍କାରେ ମାଉସୀ-ଝିଆରୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଗଞ୍ଜାମ ଜିଲ୍ଲା କୋଟିନଡା ଫାଣ୍ଡି ଅନ୍ତର୍ଗତ କେ.ଲଛମନପଲ୍ଲୀ ନିକଟରେ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଦୁଇଜଣ ମାଉସୀ-ଝିଆରୀ ବୋଲି ସୂଚନା ରହିଛି ।
ସୂଚନା ଅନୁସାରେ ଦୁହେଁ ଆଜି ସକାଳ 7ଟା ସମୟରେ ମର୍ଣ୍ଣିଂ ଓ୍ବାକ୍ରେ ଆସିଥିବାବେଳେ କେ.ଲଛମନପଲ୍ଲୀ ନିକଟରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାପରେ ଗାଡି ସହ ଡ୍ରାଇଭର ଫେରାର ହୋଇଥିବାବେଳେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବେଜିଂ, ଚାଇନାର ଶାହାନସି ପ୍ରଦେଶରେ ଏକ ରେଷ୍ଟୁରାଣ୍ଟ ଭୁଶୁଡ଼ିବା ଯୋଗୁଁ ୨୯ ଜଣଙ୍କର ମୃତ୍ୟୁ ଘଟିଛି । ସିନ୍ଧୁ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁସାରେ ଶନିବାର ଦିନ ଚେନ୍ଜୁଆଙ୍ଗ ଗାଁର ଜକ୍ସିଆନ୍ ରେଷ୍ଟୁରାଣ୍ଟରେ ଜଣେ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଜନ୍ମଦିନ ପାଳନ କରାଯାଉଥିଲା। ହଠାତ ରେଷ୍ଟୁରାଣ୍ଟଟି ଭୁଷୁଡି ପଡିବାରୁ ଏହି ଦୁର୍ଘଟଣା ଘଟିଥିଲା। ଉଦ୍ଧାର କାର୍ଯ୍ୟ ରବିବାର ଦିନ ୩.୫୨ ରେ ଶେଷ ହୋଇଥିଲା। ଭୁଶୁଡ଼ି ପଡ଼ିଥିବା ଦୁଇ ମହଲା କୋଠାର ଆବର୍ଜନାରୁ ସମୁଦାୟ ୫୭ ଜଣଙ୍କୁ ଟାଣି ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୨୯ ଜଣ ମୃତ ଏବଂ ସାତ ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୨୧ ଜଣ ସାମାନ୍ୟ ଆହତ ହୋଇଛନ୍ତି।
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସହରର ଗୋଷାଣିନୂଆଗାଁ ଓଭର ବ୍ରିଜ୍ ନିକଟରେ ଏକ ଟ୍ରକ ଦୋକାନ ମଧ୍ୟକୁ ପ୍ରବେଶ କରିବାରୁ ଦୋକାନଟି ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି। ଦୋକାନଟି ବନ୍ଦ ଥିବାରୁ କାହାର କିଛି କ୍ଷତି ହୋଇନାହିଁ।
ଘଟଣାରୁ ପ୍ରକାଶ ଯେ ଆଜି ମଧ୍ୟାହ୍ନ ୨ ଘଣ୍ଟା ସମୟରେ ବ୍ରହ୍ମପୁର ଷ୍ଟେସନରୁ ଗୋଷାଣିନୂଆଗାଁକୁ ସଂଯୋଗ କରୁଥବା ଓଭର ବ୍ରିଜ୍ ଦେଇ ଦ୍ରୁତଗତିରେ ଆସୁଥିବା ସାର ବୋଝେଇ ଟ୍ରକ (ଓଆର୍ ୦୭ ଏସ୍ ୧୨୫୬) ଟିର ବ୍ରେକ ଫେଲ୍ ହୋଇଯାଇଥିଲା। ଫଳରେ ବୁଲାଣିରେ ଟ୍ରକଟି ଭାରସାମ୍ୟ ହରାଇ ପ୍ରହ୍ଲାଦ ପାଣିଗ୍ରାହୀଙ୍କ ତ୍ରିବେଣୀ ସେଲ୍ସ ପଏଣ୍ଟ ଦୋକାନ ମଧ୍ୟକୁ ପ୍ରବେଶ କରିଥିଲା।
ଗାଡ଼ି ଡ଼୍ରାଇଭର କାଳୁ ଚରଣ ଦାଶ ଆହତ ହୋଇଥିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା। ତେବେ ଦୁର୍ଘଟଣା ଘଟିବା ପରେ ରାସ୍ତାଟି ଜାମ୍ ହୋଇଯାଇଥିବାରୁ ଟ୍ରାଫିକ୍ ଆଇଆଇସି ସୁନିଲ ବେହେରାଙ୍କ ତତ୍ତ୍ୱାବଧାନରେ ଟ୍ରକଟିକୁ ବାହାର କରାଯାଇଥିଲା। ଫଳରେ ଯାନାବାହାନ ଚଳାଚଳ ସ୍ୱାଭାବିକ ହୋଇଛି। ଏନେଇ କୌଣସି ମାମଲା ହୋଇନଥିବା ଜଣାପଡ଼ିଛି।
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଲକ୍ଷ୍ନୌ – ଆଗ୍ରା ଏକ୍ସପ୍ରେସ୍ ଓ୍ବେରେ ଆଜି ଭୋର୍ ପ୍ରାୟ 5ଟା ସମୟରେ ଦୁର୍ଘଟଣା ହୋଇଛି । ମିଳିଥିବା ସୂଚନା ଅନୁସାରେ ଏକ କାର୍କୁ ବସ୍ଟିଏ ଧକ୍କା ଦେଇ ଓଲଟି ପଡିବାରୁ 5 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 18ଜଣ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସ୍ଟି ବିହାରର ଦରଭଙ୍ଗାରୁ ଦିଲ୍ଲୀରୁ ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣାଗସ୍ତ ହୋଇଛି । ବସ୍ଟିରେ ପ୍ରାୟ 40ରୁ 50 ଜଣ ଯାତ୍ରୀ ରହିଥିଲେ ।
ସୀତରାମ ଅଗ୍ରଓ୍ବାଲ
କୁହୁଡି: ଜାତୀୟ ରାଜପଥ କୁହୁଡି ଫାଣ୍ଡି ନିକଟସ୍ଥ ଜୟମଙ୍ଗଳପୁର ଠାରେ ଦୁଇଟି ଟ୍ରକ ସହ ଗୋଟିଏ ବସର ସିରିଜି ଦୁର୍ଘଟଣା ହେବାରୁ ଚାରି ଜଣ ସାମାନ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ଟାଙ୍ଗି ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ ଗୋଟାଏ ଟ୍ରକ ଚକା ପମ୍ପଚର ହେଇଥିବାରୁ ସେ ଗତକାଲି ରାତ୍ର ୨ଘଟିକାରୁ ରାସ୍ତାରେ ଛିଡା ହୋଇଥିଲା। ଆଜି ସକାଳୁ ପାଖାପାଖି ୭ ଘଟିକାରେ ଗୋଟିଏ ଆଇରନ ବୋଝେଇ ହାଇୱା ଟ୍ରକକୁ ବିହାରରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଆନ୍ଧ୍ର ପ୍ରଦେଶ ଯାଉଥିବା ଗୋଟାଏ ବସ ପଛପଟୁ ପିଟି ଦେବାରୁ ଉକ୍ତ ହାଇଓ୍ବା ପମ୍ପଚର ହୋଇଥିବା ଟ୍ରକକୁ ଅନୁରୂପ ଭାବେ ଧକ୍କା ଦେଇଥିଲା ଯାହାଦ୍ୱାରା ଘଟଣାଟି ସିରିଜ ଦୁର୍ଘଟଣାର ମୋଡ ନେଇଥିଲା। ଘଟଣା ସ୍ଥଳରେ କୁହୁଡି ଫାଣ୍ଡି ଅଧିକାରୀ ତୁରନ୍ତ ପହଁଚି ଆହତଙ୍କୁ ୧0୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଟାଙ୍ଗୀ ମେଡିକାଲକୁ ପଠାଇଥିଲେ ଏବଂ ରାଜ ରାସ୍ତାରୁ ତୁରନ୍ତ ଟ୍ରାଫିକ କ୍ଳିଅର କରାଇଥିଲେ। କୁହୁଡି ଫାଣ୍ଡି ଅଧିକାରୀ ଶ୍ରୀ ନିରଞ୍ଜନ ରାଉତ ଏବଂ ଗଙ୍ଗାଧରପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।
ଆଗ୍ରା: ଆହ୍ଲାବାଦ-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ମର୍ମଦୂତ ସଡକ ଦୁର୍ଘଟଣା ଘଟିଛି। ଫିରୋଜାବାଦ ଜିଲ୍ଲାର ନାସିରପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ମର୍ମଦୂତ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି।
ସୂଚନାଅନୁଯାୟୀ ଶନିବାର ଦିନ ଆହ୍ଲାବାଦରୁ ଦ୍ରୁତ ଗତିରେ ଆସୁଥିବା କାରଟି ଆହ୍ଲାବାଦ-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ଅଜଣା ଟ୍ରକ ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାଟି ଏତେ ଭୀଷଣ ଥିଲା ଯେ, କାର ଭିତରୁ ମୃତଦେହ ଉଦ୍ଧାର କରିବା ପାଇଁ କାରକୁ କାଟିବାକୁ ପଡିଥିଲା।
ଏସଏସପି ଫିରୋଜାବାଦ ସଚ୍ଚେନ୍ଦ୍ର ପଟେଲ କହିଛନ୍ତି ଯେ ଘଟଣାସ୍ଥଳରେ ୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ ପଞ୍ଚମ ବ୍ୟକ୍ତି ଡାକ୍ତରଖାନା ଯିବା ବାଟରେ ମୃତ୍ୟୁ ବରଣ କରିଛନ୍ତି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ଷଷ୍ଠ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି। ପୀଡିତାଙ୍କ ନାମ ରବିନାଶ ପାଣ୍ଡେ, ରୁବି, ଲକ୍ଷ୍ମୀ ଏବଂ କେଶବ ପାଣ୍ଡେଙ୍କ ମୃତ୍ୟୁ ଘଟିଥିବା ବେଳେ ନନ୍ଦିନୀ ଡାକ୍ତରଖାନା ଯିବା ବାଟରେ ଦେହାନ୍ତ ହୋଇଥିବା ପୋଲିସ କହିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ପଳାଇଥିବା ଟ୍ରକକୁ ଖୋଜା ଚାଲିଛି। (ଏଜେନ୍ସି)
ରମେଶ ମହାନ୍ତି
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳର ଗୋପାଳପୁରୁ ବଜାର ଠାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବାଲିକୁଦା ସିଆରସିସି ପ୍ରାଣ ହରାଇଛନ୍ତି । ବାଲିକୁଦା ପଟୁ ସିଆରସିସି ପ୍ରଶାନ୍ତ କୁମାର ପଣ୍ଡା ପ୍ୟାସନ ଗାଡ଼ିରେ ଫେରୁଥିବା ବେଳେ ସାମ୍ନାପଟୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା । ଗୋପାଳପୁର ବଜାର ଠାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ଶିକ୍ଷକଙ୍କର ପ୍ରାଣହାନି ଘଟିଥିଲା । ଶ୍ରୀ ପଣ୍ଡା ବାଲିକୁଦା ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ଚଅଁରପୁର ଗ୍ରାମର ଏବଂ ସେ ବାଲିକୁଦା ଶିକ୍ଷା ବିଭାଗରେ ସିଆରସିସି ଭାବରେ କାର୍ଯ୍ୟରତ ଥିଲେ ।
ଖବର ପାଇ ବାଲିକୁଦା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଟ୍ରକଟିକୁ ଜବତ କରିବା ସହିତ ଟ୍ରକ ଚାଳକକୁ ଗିରଫ କରିଥିଲେ । ଏହାପରେ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୋଲିସ୍ । ଏହି ଘଟଣାକୁ ନେଇ ବାଲିକୁଦା ଶିକ୍ଷା ବିଭାଗ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଦୁଇଯୁବକଙ୍କୁ ଉଦ୍ଧାର କରାଯାଇ ଏମ୍କେସିଜିରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଉଭୟ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଦିଗପହଣ୍ଡି ପଟୁ ଆସୁଥିବା ଜଗଦଳପୁର ଗ୍ରାମର ତ୍ରିଲୋଚନ ଦାଶ (୨୩) ଏବଂ ବ୍ରହ୍ମପୁରର ରୋହିତ ବେହେରା (୨୨) ବାଇକ୍ରେ ଆସୁଥିବାବେଳେ ଫାଷ୍ଟଗେଟ୍ ନିକଟରେ ରାସ୍ତା ପାଶ୍ୱର୍ ଡ଼ିଭାଇଡ଼୍ରକୁ ଧକ୍କା ଦେଇଥିଲେ । ଫଳରେ ଉଭୟ ଛିଟିକି ପଡ଼ିଥିଲେ । ଟ୍ରାଫିକ୍ ଥାନା ଗାଡ଼ିକୁ ଜବତ କରିବା ସହ ଉଭୟଙ୍କୁ ମେଡ଼ିକାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ନେଇ ଟ୍ରାଫିକ୍ ଡ଼ିଏସ୍ପି ସାର୍ଥକ ରାୟ ସୂଚନା ଦେଇଛନ୍ତି ।
ରାଜକିଶୋର ବିଶୋୟୀ
ଭଞ୍ଜନଗର : ଗଞ୍ଜାମ ଜିଲ୍ଲା କଳିଙ୍ଗା ଘାଟିରେ ପୁଣି ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ ସହ ଏକ ଚାଉଳ ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 5 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ବସରେ ବସିଥିବା ଅନ୍ୟ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା । ସୂଚନା ଅନୁଯାୟୀ ବସ୍ଟି ବ୍ରହ୍ମପୁରରୁ ଭଞ୍ଜନଗର ଦେଇ ବଲାଙ୍ଗୀର ଅଭିମୁଖେ ଯାଉଥିଲା । ବିପରୀତ ଦିଗରୁ ଆସୁଥିବା ଟ୍ରକଟି ମୁହାଁମୁହିଁ ଧକ୍କା ଦେବାରୁ ଉଭୟ ଗାଡି ଓଲଟି ପଡିଥିଲା । ଅନ୍ୟ ଏକ ଗାଡି ସାହାଯ୍ୟରେ ଯାତ୍ରୀ ମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚା ଯାଇଥିଲା ।
ସୀତାରାମ ଅଗ୍ରଓ୍ବାଲ
ଟାଙ୍ଗୀ: ଟାଙ୍ଗୀ ଥାନା ୧୬ ନଂ ଜାତୀୟ ରାଜପଥର କୁହୁଡି ଫାଣ୍ଡି ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ନୟାଗଡ ଜିଲ୍ଲା ଇଟାମାଟି ଗ୍ରାମର ମଦନମୋହନ ସେଠୀ(୪୫) ବୋଲି ଜଣାପଡିଛି। ମାଛ ବ୍ୟବସାୟ କରିବା ପାଇଁ ବାଲୁଗାଁରୁ ଇଟାମାଟିକୁ ଫେରୁଥିବା ବେଳେ ଏକ ଅଜଣା କାର୍ ଫାଣ୍ଡି ସମ୍ମୁଖରେ ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ସେଠାରେ ସେ ଗୁରୁତର ହୋଇ ପଡିଥିଲେ।
ସ୍ଥାନୀୟ ଫାଣ୍ଡି ପୋଲିସ ଖବର ପାଇ ଗୁରୁତର ଆହତ ମଦନମୋହଙ୍କୁ ନିଜ ଭ୍ୟାନରେ ଟାଙ୍ଗୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଇଥିବା କାରର କୌଣସି ପତ୍ତା ମିଳିନାହିଁ। ପୋଲିସ୍ ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି।
ଲକ୍ଷ୍ନୌ : ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଭୟଙ୍କର ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସମସ୍ତ ମୃତ ବ୍ୟକ୍ତି ଗୋଟିଏ ପରିବାରର ବୋଲି କୁହାଯାଉଛି। ମୃତ ବ୍ୟକ୍ତିଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଗୋଟିଏ ଶିଶୁ ରହିଛନ୍ତି
ଲକ୍ଷ୍ନୌ- ପ୍ରୟାଗରାଜ ରାସ୍ତାରେ ପ୍ରତାପଗଡ ଜିଲ୍ଲାର ନବାବଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ୱାଜିଦପୁରର ପାରାଗ ନାଗରରେ ଏହି ଦୁର୍ଘଟଣା ଘଟିଛି । ଶୁକ୍ରବାର ସକାଳ ପ୍ରାୟ 5.30 ସମୟରେ ଟ୍ରକ୍ ଏବଂ ସ୍କର୍ପିଓ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତରଙ୍କୁ ଲକ୍ଷ୍ନୌ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ମଧ୍ୟରେ ପାଞ୍ଚଜଣ ପୁରୁଷ, ତିନିଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି । ସ୍ଥାନୀୟ ପୋଲିସ୍ର ସୂଚନାନୁସାରେ ହରିୟାଣାରୁ ବିହାରକୁ ଯାଉଥିଲା ଏହି ସ୍କର୍ଫିଓଟି । ସମସ୍ତ ବ୍ୟକ୍ତି ବିହାରର ଭୋଜପୁର ଜିଲ୍ଲାର ବୋଲି ସୂଚନା ରହିଛି । (ଏଜେନ୍ସି)
ବାଙ୍କୀ: କରବରଠାରେ ଏକ ମାଲବାହୀ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଛି । ତେବେ ଟ୍ରକ୍ ଭିତରେ ଚାପି ହୋଇ ରହିଥିବା ହେଲପର୍ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ବାଙ୍କୀରୁ କଟକ ଯାଉଥିବାବେଳେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଟ୍ରକ୍ଟି ଓଲଟିବା ପରେ ଗୋଟିଏ ଘରେ ପିଟି ହୋଇଯାଇଥିଲା । ତେବେ ଏହି ଘରର ପରିବାର ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘରଟି ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିବାବେଳେ ପରିବାର ଲୋକେ ସୁରକ୍ଷିତ ରହିଛନ୍ତି । ଦୁର୍ଘଟଣାସ୍ଥଳେର ଉତ୍ତେଜନା ସୃଷ୍ଟି ହୋଇଥିବାର ସୂଚନା ରହିଛି ।
ବୁଲନ୍ଦସହର : ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଦୁଇଟି ପୃଥକ ଦୁର୍ଘଟଣାରେ 5 ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଲକ୍ଡାଉନ୍କୁ ଦୁଇ ମାସ ପୁରିବାକୁ ବସିଥିବା ବେଳେ ପ୍ରବାସୀଙ୍କ ଦୁଃଖ ସରୁନାହିଁ । ଶୁକ୍ରବାର ଏକ ପିକ୍ଅପ୍ ଭ୍ୟାନ୍ରେ କିଛି ଶ୍ରମିକ ଯାଉଥିବା ବେଳେ ଭ୍ୟାନ୍ଟି ଓଲଟି ପଡିବାରୁ ଦୁଇ ଜଣ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି । ଭ୍ୟାନ୍ଟି ଏକ ଇଲେକ୍ଟ୍ରିକ୍ ପୋଲ୍ରେ ଧକ୍କା ହେବା ସହିତ ଓଲଟି ପଡିବାରୁ ଏହି ଅଘଟଣ ଘଟିଥିଲା । ଏହି ଶ୍ରମିକ ମାନେ ସୁରଟରୁ ବିଜ୍ନୋର ପର୍ଯ୍ୟନ୍ତ ଫେରୁଥିଲେ ।
ସେହିପରି ଅନ୍ୟ ଏକ ଘଟଣାରେ ଆଉ ତିନି ଜଣ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି । ଦିଲ୍ଲୀରୁ ବଦାଉଁ ଫେରୁଥିବା ବେଳେ ରାସ୍ତା ଦାଢରେ ଶୋଇଥିବା ଶ୍ରମିକଙ୍କ ଉପରେ ଡମ୍ପର ମାଡି ଯିବାରୁ ତିନି ଜଣ ପ୍ରାଣ ହରାଇଛନ୍ତି । ମିର୍ଜାପୁରରେ ରାସ୍ତା ଦାଢରେ ଶୋଇଥିବା ଶ୍ରମିକଙ୍କ ଉପରେ ଡମ୍ପର ମାଡି ଯାଇଥିଲା । (ଏଜେନ୍ସି)
ଚନ୍ଦ୍ରକାନ୍ତି ବୌଦ୍ଧ
ନରସିଂହପୁର : କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କମଳାଦେଇପୁର ଛକ ଠାରେ ଏକ ବାଲି ବୋଝେଇ ଟ୍ରକ ସହ ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଦୁଇ ବର୍ଷର ଶିଶୁ କନ୍ୟା ଗୁରୁତର ହୋଇଛି । ଘଟଣା ସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶିଶୁ କନ୍ୟାଟିକୁ 108 ଆମ୍ବୁଲାନ୍ସ ଯୋଗେ ନରସିଂହପୁର ଡାକ୍ତରଖାନାକୁ ନିଆଯାଇଛି । ପ୍ରାଣ ହରାଇଥିବା ତିନି ଜଣ ହେଉଛନ୍ତି ଚନ୍ଦନ ବେହେରା, ମାଧାବ ବେହେରା ଓ ଗାଗୁ ବେହେରା । ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ନରସିଂହପୁର ପୋଲିସ ପହଂଚି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ମାନଙ୍କ ଶବ ବ୍ୟବଚ୍ଛେଦ ପାଇଁ ନରସିଂହପୁରରେ କୌଣସି ସୁବିଧା ନଥିବାରୁ ଆସନ୍ତା କାଲି ବଡ଼ମ୍ବା ପଠାଯିବ ବୋଲି ନରସିଂହପୁର ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କା ସୂଚନ ଦେଇଛନ୍ତି ।
ପିଣ୍ଟୁ ବିଷୋୟୀ
ବେଗୁନିଆପଡା : ଗଞ୍ଜାମ ଜିଲ୍ଲାର ବେଗୁନିଆପଡାରେ ଏକ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଭେଜିପୁଟ ଠାରୁ କଞ୍ଚଣା ପୂର୍ତ୍ତ ରାସ୍ତା ପଥିରିନାଳ ବାଙ୍କରେ ବୁଧବାର ଦିନ ଏକ ବାଇକ ଦୁର୍ଘଟଣା ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡା ବ୍ଲକ ମୁଣ୍ଡୁଳା ଗ୍ରାମର ସନ୍ୟାସୀ ପ୍ରଧାନଙ୍କ ପୁଅ ରାଜୁ ପ୍ରଧାନ(40) ତାଙ୍କ ସାଙ୍ଗ ପ୍ରଦୀପ ଗୌଡ଼ଙ୍କ ସହ ନିଜ ବାଇକରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲ । ଭଉଣୀ ଘରେ ଭାର ଦେଇ ଫେରିବା ବେଳକୁ ଖଲ୍ଲିକୋଟ ବ୍ଲକର ପଥିରିନାଳ ବାଙ୍କରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲେ ।ସ୍ଥାନୀୟ ଲୋକଙ୍କ ସହାୟତାରେ ଖଲ୍ଲିକୋଟ ମେଡ଼ିକାଲକୁ ନେବା ପରେ ଡାକ୍ତର ରାଜୁକୁ ମୃତ ଘୋଷଣା କରିଥିଲେ ଏବଂ ପ୍ରଦୀପଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ମହାରାଷ୍ଟ୍ର : ଲକ୍ ଡାଉନର ଚତୁର୍ଥ ପର୍ଯ୍ୟାୟର ଆଜି ହେଉଛି ଦ୍ବିତୀୟ ଦିନ। ଲକ୍ ଡାଉନ୍ ଯୋଗୁଁ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ପଳାୟନ ଜାରି ରଖିଛନ୍ତି। ନିଜ ରାଜ୍ୟକୁ ଫେରୁଥିବାବେଳେ ଶ୍ରମିକମାନେ ଦୁର୍ଘଟଣା ଶିକାର ହେଉଛନ୍ତି। ମହାରାଷ୍ଟ୍ରର ୟବତମାଲାରେ ଏକ ପ୍ରବାସୀ ଶ୍ରମିକଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଛି। 15 ଜଣ ଗୁରୁତର ହୋଇଛନ୍ତି। ଏହି ବସ୍ଟି ସୋଲାପୁରରୁ ଝାରଖଣ୍ଡ ଯାଉଥିଲା ବୋଲି ସୂଚନା ରହିଛି। ବସ୍ଟି ଡମ୍ପର୍କୁ ପଛକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର 15 ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ମହୋବା ଜିଲ୍ଲାରେ ମଧ୍ୟ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ସୋମବାର ବିଳମ୍ବିତ ରାତ୍ରିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ତିନି ମହିଳାଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। (ଏଜେନ୍ସି)
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଉତ୍ତରପ୍ରଦେଶର ଔରେୟାଠାରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 23 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ 15 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ କୋତବାଲୀ କ୍ଷେତ୍ର ନିକଟସ୍ଥ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଟ୍ରକରେ ରହିଥିବା ସମସ୍ତ ଶ୍ରମିକମାନେ ଦିଲ୍ଲୀରୁ ଗୋରଖପୁର ଯାଉଥିଲେ ବୋଲି ସୂଚନା ରହିଛି ।
ଦେଶରେ କରୋନା ସଂକଟ ପାଇଁ ମାର୍ଚ୍ଚ 24 ତାରିଖରୁ ଲକ୍ ଡାଉନ୍ ଜାରି ରହିଛି । ଲକ୍ ଡାଉନ୍ ଯୋଗୁଁ ଦେଶରେ ଯାତାୟତ ସେବା ବନ୍ଦ ରହିଛି । ଲକ୍ ଡାଉନ୍ ଯୋଗୁଁ ପ୍ରବାସୀ ଶ୍ରମିକଙ୍କ କଷ୍ଟ ବଢିବାରେ ଲାଗିଛି । ରୋଜଗାର ନଥିବାବେଳେ ପେଟ କଷ୍ଟ ସେମାନଙ୍କୁ ନିଜ ରାଜ୍ୟକୁ ଫେରିଯିବାକୁ ବାଧ୍ୟ କରୁଛି । ଦେଶରେ ଏବେ ପ୍ରବାସୀ ଶ୍ରମିକମାନେ ଏବେ ଘରବାହୁଡା ଆରମ୍ଭ କରିଛନ୍ତି । କେହି କେହି ଚାଲି ଚାଲି ତ କିଏ ଟ୍ରକ୍ରେ ତ ପୁଣି କିଏ ସାଇକେଲ୍ରେ । ଏହି ବିପଦଜ୍ଜନକ ଯାତ୍ରା କରିବା ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଏହି ପ୍ରବାସୀ ଶ୍ରମିକମାନେ ।
କାଲି ମଧ୍ୟ ଉତ୍ତରପ୍ରଦେଶରେ ଜୌଲାନାରେ ପ୍ରବାସୀ ମଜୁଦରଙ୍କ ଭର୍ତ୍ତି ଏକ ଗାଡିକୁ ଅଜ୍ଞାତ ଗାଡି ଧକ୍କା ଦେବାରୁ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 14 ଜଣ ଶ୍ରମିକ ଆହତ ହୋଇଥିଲେ । ଏହି ଶ୍ରମିକମାନେ ମୁମ୍ବାଇରୁ ଫେରୁଥିଲେ ବୋଲି ସୂଚନା ରହିଛି । (ଏଜେନ୍ସି)
ମୁଜାଫରନଗର : ପ୍ରବାସୀ ଶ୍ରମିକମାନେ ନିଜର ସର୍ବସ୍ବ ହରାଇ ସାରିଥିବା ପ୍ରବାସୀ ଶ୍ରମିକମାନେ ଏବେ ରାସ୍ତାରେ ପ୍ରାଣ ହରାଇବାରେ ଲାଗିଛନ୍ତି । ଲକ୍ ଡାଉନ୍ ଯୋଗୁଁ ଶହ ଶହ କିମି ରାସ୍ତା ଚାଲି ଚାଲି ଅତିକ୍ରମ କରୁଥିବା ବେଳେ ପ୍ରବାସୀ ଶ୍ରମିକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।
ଉତ୍ତରପ୍ରଦେଶରର ମୁଜାଫରନଗରର ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ବସ୍ ମାଡି ଯିବା ଯୋଗୁଁ 6 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ପୁଲିସ୍ ସୂଚନା ଅନୁଯାୟୀ ପଞ୍ଜାବରୁ କିଛି ଶ୍ରମିକ ସଡକ ପଥରେ ଚାଲି ଚାଲି ବିହାର ଯାଉଥିଲେ। ଉତ୍ତରପ୍ରଦେଶର ମୁଜାଫରନଗର ଜାତୀୟ ରାଜପଥରେ ଯାଉଥିବାବେଳେ ବିଳମ୍ବିତ ରାତ୍ରିରେ ଏହି ଅଘଟଣ ଘଟିଥିଲା। ଉତ୍ତରପ୍ରଦେଶ ସରକାରଙ୍କ ସରକାରୀ ବସ୍ଟି ଦ୍ରୁତଗତିରେ ଯାଉଥିବାବେଳେ ଚାଲି ଚାଲି ଯାଉଥିବା ଏହି ପ୍ରବାସୀଙ୍କ ଉପରେ ଚଢି ଯାଇଥିଲା। ସହାରନପୁରର ଜାତୀୟ ରାଜପଥର ଟୋଲ୍ପ୍ଲାଜା ନିକଟରେ ଏହି ଦୁର୍ଘଟଣା ଘଟିଛି। ଶ୍ରମିକମାନେ ପଞ୍ଜାବରେ କାର୍ଯ୍ୟ କରୁଥିବାବେଳେ ଚାଲି ଚାଲି ବିହାରର ଗୋପାଲଗଞ୍ଜକୁ ଫେରୁଥିଲେ।
ମୁଜାଫରନଗର ପୋଲିସର କହିବାନୁସାରେ ରୋହନାସ୍ଥିତ ସହରାନପୁର-ମୁଜାଫରନଗର ରାଜ୍ୟ ରାଜପଥଠାରେ ଏହି ଦୁର୍ଘଟଣା ଘଟିଛି। ପଞ୍ଜାବରୁ ବିହାର ଯାଉଥିବା ଏକ ଡର୍ଜନରୁ ଅଧିକ ଶ୍ରମିକଙ୍କ ଉପରେ ଏହି ବସ୍ଟି ମାଡି ଯାଇଥିଲା। ବସ୍ ଡ୍ରାଇଭର୍ ନିଶାଗ୍ରସ୍ତ ଥିବାବେଳେ ଗାଡି ଉପରେ ନିୟନ୍ତ୍ରଣ ରକ୍ଷା କରିନପାରି ଶ୍ରମିକଙ୍କ ଉପରେ ଚଢାଇ ଦେଇଥିଲା। ପୋଲିସ୍ ଡ୍ରାଇଭରକୁ ଅଟକ ରଖିଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଗୁରୁତରଙ୍କୁ ମେରଟ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । (ଏଜେନ୍ସି)
ମଧ୍ୟପ୍ରଦେଶ : କରୋନା ଓ ଲକ୍ ଡାଉନ୍ କାରଣରୁ ପ୍ରାୟ ପ୍ରତ୍ୟେକ ଦିନ ପ୍ରବାସୀ ଶ୍ରମିକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଲକ୍ ଡାଉନ୍ ଯୋଗୁଁ କାମ ଚାଲିଯିବା ପରେ ଭୋକ ବିକଳରେ ନିଜ ଭିଟାମାଟିକୁ ଫେରିବାକୁ ପ୍ରୟାସ କରୁଛନ୍ତି । ଏଥିପାଇଁ କେହି କେହି ଚାଲି ଚାଲି ତ କେହି କେହି ଟ୍ରକ୍ କିମ୍ବା ବସ୍ ଯୋଗେ । ତେବେ ପ୍ରବାସୀ ଶ୍ରମିକମାନେ ବିପଦପୂର୍ଣ୍ଣ ଯାତ୍ରା କରିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଜୀବନ ହାରୁଛନ୍ତି । ମଧ୍ୟପ୍ରଦେଶର ଗୁନାଠାରେ ବୁଧବାର ବିଳମ୍ବିତ ରାତ୍ରିରେ 60ରୁ ଅଧିକ ଶ୍ରମିକ ଥିବା ଏକ ବସ୍ରେ ଦୁର୍ଘଟଣା ହୋଇଯାଇଛି । ଏହି ଦୁର୍ଘଟଣାରେ 8 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ବୁଧବାର ବିଳମ୍ବିତ୍ର ରାତ୍ରିରେ ଗୁନାର କେଣ୍ଟ ଅଞ୍ଚଳରେ ପ୍ରବାସୀ ଶ୍ରମିକ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ 8 ଜଣ ମୃତ୍ୟୁ ହୋଇଥିବାବେଳେ 50ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ କରାଯାଉଛି । ଏହି ସମସ୍ତ ଶ୍ରମିକମାନେ ମହାରାଷ୍ଟ୍ରରୁ ଉତ୍ତରପ୍ରଦେଶ ଯାଉଥିଲେ । (ଏଜେନ୍ସି)