ବାଲୁଗାଁ: ସ୍ଥାନୀୟ ଭାରତୀୟ ଜୀବନ ବୀମା ନିଗମ ଶାଖା କାର୍ଯ୍ୟାଳୟ ଠାରେ ଲିୟାଫି ସଂଘର ୬୨ତମ ପ୍ରତିଷ୍ଠା ଦିବସ ସହିତ ଗାନ୍ଧୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି।
ଏହି ଅବସରରେ ଲିଆଫି ସଂଘର ସଭାପତି ବିନୋଦ କୁମାର ରାଉତରାୟ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ରୂପେ ଶାଖା ପ୍ରବନ୍ଧକ ଅନୟ କୁମାର ମହାନ୍ତି ଏବଂ ମୁଖ୍ୟ ବକ୍ତା ଭାବେ ସହ ଶାଖା ପରିଚାଳକ ସମୀର ରଞ୍ଜନ ଚଇନି ଯୋଗଦେଇ ଲିୟାଫିର ୧୯୬୪ ରୁ ଆଜି ପର୍ଯ୍ୟନ୍ତ ଇତିହାସ ଓ ଏଜେଣ୍ଟ ମାନଙ୍କ ଅଧିକାର ବିଷୟରେ ଆଲୋକପାତ କରିଥିଲେ। ଶାଖା ସଂଯୋଜକ ତ୍ରିଲୋଚନ ସାହୁ ସଂଗଠନକୁ ସୁଦୃଢ କରିବା ଓ ସଂଗଠିତ ରହିବା ପାଇଁ ଆହ୍ୱାନ ଦେଇଥିଲେ।
ଲିଆଫି କେନ୍ଦ୍ରୀୟ ନେତା ସ୍ୱର୍ଗତ ଶୁଭେନ୍ଦୁ ପଟ୍ଟନାୟକଙ୍କ ବିୟୋଗରେ ୨ ମିନିଟ ନିରବ ପ୍ରାର୍ଥନା କରି ଆତ୍ମାର ସଦ୍ଗତି କାମନା କରାଯାଇଥିଲା। ପରେ ମୁଖ୍ୟ ଅତିଥି ଓ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଲିଆଫି ପ୍ରତିଷ୍ଠା ଦିବସରେ ସମ୍ପାଦକ ରତିକାନ୍ତ ସାହୁ ଓ କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ, କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନା କରିଥିଲେ। ବାଣପୁର “ସମାଜ” ପ୍ରତିନିଧି ଶିବଶକ୍ତି ଶାସମଲ ବହୁ ବରିଷ୍ଠ ଅଭିକର୍ତ୍ତା ବ୍ୟକ୍ତି ପ୍ରମୁଖ ଯୋଗ ଦେଇଥିଲେ। ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ସତ୍ୟ ଓ ଅହିଂସା ବାର୍ତାକୁ ସ୍ମରଣ କରାଯାଇଥିଲା।


