ଆଇଫା ଆଓ୍ବାର୍ଡରେ ଆଲିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଓ ରଣବୀରଙ୍କୁ ଶ୍ରେଷ୍ଠ ଅଭିନେତାର ପୁରସ୍କାର

Published: Sep 19, 2019, 6:50 pm IST

ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ଼ ଆୱାର୍ଡ ଶୋ ‘ଇଣ୍ଟରନ୍ୟାସନାଲ୍‌ ଇଣ୍ଡିଆନ୍‌ ଫିଲ୍ମ ଏକାଡେମୀ(ଆଇଫା)’ ଆୟୋଜିତ ହୋଇଯାଇଛି। ଏହା ସହିତ ଆଇଫା ଏହାର ୨୦ ବର୍ଷ ପୂର୍ତ୍ତି ଉତ୍ସବ ମଧ୍ୟ ପାଳନ କରିଥିଲା। ଏଥିରେ ବଲିଉଡ୍‌ର କଳାକାରଙ୍କ ଜଲ୍‌ଓ୍ବା ଦେଖିବାକୁ ମିଳିଥିଲା ଦେଖିବାକୁ ମିଳିଥିଲା। ଏଥିରେ ଶ୍ରେଷ୍ଠ ଫିଲ୍ମ ଓ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ଫିଲ୍ମ ‘ରାଜି’କୁ ମିଳିଛି । ଆଲିଆ ରାଜି ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ପାଇଥିବାବେଳେ ପଦ୍ମାବତ୍‌ ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ହାତେଇଛନ୍ତି ରଣବୀର ସିଂହ ।  ସେହିପରି ଭିନ୍ନ ସ୍ବାଦର ଫିଲ୍ମ ‘ଅନ୍ଧାଧୁନ୍‌’ ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ସହ ଅଭିନେତା ପାଇଁ ବିକି କୌଶଲ୍‌ ସମ୍ମାନିତ ହୋଇଛନ୍ତି । ସାରା ଅଲ୍ଲୀ ଖାନ୍‌ ନବାଗତାର ପୁରସ୍କାର ପାଇଥିବାବେଳେ ଈଶାନ୍‌ ଖଟ୍ଟର ନବାଗତର ପୁରସ୍କାର ପାଇଙଛନ୍ତି । ହାସ୍ୟକଳାକାର ଜଗଦୀପ୍‌ ଜାଫେରୀଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡରେ ସମ୍ମାନିତ ହୋଇଛନ୍ତି । ଏତଦ୍‌ବ୍ୟତୀତ ଚଳିତ ଆଇଫା ଆଓ୍ବାର୍ଡ ଉତ୍ସବରେ  ଆଇଫାର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ୫ଟି ନୂଆ ଆୱାର୍ଡ ଲଞ୍ଚ୍‌ କରାଯାଇଛି। ଏଥିରେ ବିଗତ ୨୦ ବର୍ଷ ମଧ୍ୟରେ ବଲିଉଡ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଅଭିନେତା, ଅଭିନେତ୍ରୀ ଓ ଫିଲ୍ମକୁ ନେଇ ଏକ ସ୍ପେଶାଲ୍‌ ଆୱାର୍ଡ ଦିଆଯାଇଛି। ଏହି କ୍ରମରେ ରହିଛନ୍ତି – ଦୀପିକା ପାଦୁକୋନ୍‌ (ଶ୍ରେଷ୍ଠ ଅଭିନେତ୍ରୀ), ରଣବୀର କପୁର୍‌ (ଶ୍ରେଷ୍ଠ ଅଭିନେତା) କହନୋ ପ୍ୟାର ହୈ (ଶ୍ରେଷ୍ଠ ଫିଲ୍ମ), ରାଜକୁମାର ହିରାନୀ (ଶ୍ରେଷ୍ଠ ନିର୍ଦ୍ଦେଶକ, ସଞ୍ଜୁ), ପ୍ରୀତମ୍‌ (ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ) ।

Related posts