ଆସନ୍ତାକାଲି ସୁପ୍ରିମକୋର୍ଟ ପ୍ରକାଶ କରିବେ ରାଫେଲ ଓ ସାବରୀମାଳା ରାୟ

Published: Nov 13, 2019, 12:13 pm IST

ନୂଆଦିଲ୍ଲୀ- ଆସନ୍ତା କାଲି ବହୁ ପ୍ରତିକ୍ଷିତ ରାଫେଲ ମାମଲା ଏବଂ ସାବରୀମାଳା ମାମଲର ରାୟ ପ୍ରକାଶ ପାଇବ। ଏହି ଦୁଇ ମାମଲା ସୁପ୍ରିମ କୋର୍ଟରେ ଦୀର୍ଘଦିନ ଧରି ଶୁଣାଣି ଚାଲିବା ପରେ ଆସନ୍ତାକାଲି ରାୟ ଆସିବ। ଏଥିରେ ମୁଖ୍ୟବିଚାରପତି ରଂଜନ ଗୋଗେଇ, ଜଷ୍ଟିସ ଆର ଏଫ ନରିମାନ, ଜଷ୍ଟିସ ଏଏମ ଖାନୱାଲକର, ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ଇନ୍ଦୁ ମାଲହୋତ୍ରା ମିଳିତ ଭାବେ ସାବରୀମାଳା ରାୟ ପ୍ରକାଶ କରିବେ। ଆସନ୍ତାକାଲି ଦିନ 10.30 ରେ ରାୟ ପ୍ରକାଶ ପାଇବ ବୋଲି ଜଣାପଡିଛି। ସେହିପରି ମୁଖ୍ୟ ବିଚାରପତି ରଂଜନ ଗୋଗେଇଙ୍କ ସହ ତିନିଜଣିଆ ବେଞ୍ଚ ରାଫେଲ ମାମଲାର ରାୟ ପ୍ରକାଶ କରିବେ। ଏଥିରେ ମୁଖ୍ୟ ବିଚରପତି ଗୋଗେଇଙ୍କ ସହ ଜଷ୍ଟିସ ସଂଜୟ କିଶାନ କୌଉଲ ଏବଂ ଜଷ୍ଟିସ କେ ଏମ ଜୋସେଫ ମଧ୍ୟ ଅଛନ୍ତି। ଅଯୋଧ୍ୟା ରାୟ ପରି ଏହି ଦୁଇ ରାୟ ମଧ୍ୟ ବେଶ ଗୁରୁତ୍ବ ବହନ କରୁଛି।

Related posts