ଟେଷ୍ଟ କ୍ରିକେଟ୍‌ରେ ପ୍ରଥମ ପାଞ୍ଚ ଲକ୍ଷ ରନ୍‌ କରି ରେକର୍ଡ କଲା ଇଂଲଣ୍ଡ

Published: Jan 25, 2020, 5:44 pm IST

ମୁମ୍ବାଇ :  କ୍ରିକେଟ ଦୁନିଆରେ ଟେଷ୍ଟ ମ୍ୟାଚ୍‌ରେ 5 ଲକ୍ଷ ରନ୍‌ କରି ଦୁନିଆର ପ୍ରଥମ ଦଳ ଭାବେ ରେକର୍ଡ ସୃଷ୍ଟି କରିଛି ଇଂଲଣ୍ଡ ଦଳ ।  ଜୋହାନସ୍‌ବର୍ଗ ଓ୍ବାଣ୍ଡର୍ସ ଷ୍ଟାଡିୟମ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍‌ରେ ଇଂଲଣ୍ଡ ଏହି କୀର୍ତ୍ତିମାନ ସ୍ଥାପନ କରିଛି । ଇଂଲଣ୍ଡ ନିଜର 1022ତମ ଟେଷ୍ଟ୍‌ ମ୍ୟାଚ୍‌ରେ ଏହି ସଫଳତା ଲାଭ କରିଛି । ତେବେ ଟେଷ୍ଟ୍‌ କ୍ରିକେଟ୍‌ରେ ଅଷ୍ଟ୍ରେଲିଆ 830ଟି ଟେଷ୍ଟ ମ୍ୟାଚ୍‌ ଖେଳି 432,706 ରନ୍‌ କରି ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଭାରତ 540ଟି ଟେଷ୍ଟ୍‌ ମ୍ୟାଚ୍‌ ଖେଳି 273.518 ରନ୍‌ କରି ତୃତୀୟ ସ୍ଥାନରେ ରହିଛି । ସେହିପରି ଓ୍ବେଷ୍ଟଇଣ୍ଡିଜ୍‌ 545ଟେଷ୍ଟ ମ୍ୟାଚ୍‌ରେ 270,441ରନ୍‌ କରି ଚତୁର୍ଥ ସ୍ଥାନରେ ରହିଛି ।

ସେହିପରି ଭାରତ ବିଦେଶୀ ମାଟିରେ ଏପର୍ଯ୍ୟନ୍ତ 268ଟି ଟେଷ୍ଟ୍‌ ମ୍ୟାଚ୍‌ ଖେଳିଥିବାବେଳେ ସେଥିରୁ 51ଟିରେ ବିଜୟ ପାଇଥିବାବେଳେ 113ଟି ପରାଜୟ ଓ 104ଟି ଡ୍ର ରହିଛି । ଦକ୍ଷିଣ ଆଫ୍ରିକା ବିରୋଧରେ ଜୋହାନସବର୍ଗର ଓ୍ବାଣ୍ଡର୍ସ ଷ୍ଟାଡିୟମ୍‌ରେ ଖେଳଯାଇଥିବା ଚତୁର୍ଥ ଟେଷ୍ଟ୍‌ ମ୍ୟାଚ୍‌ରେ ଓ୍ବନ୍‌ ଷ୍ଟୋକ୍‌ସ ନିଜ ଖରାପ ବ୍ୟବହାର ପାଇଁ ଚର୍ଚ୍ଚାରେ ରହିଥିଲେ । (ଏଜେନ୍ସି)

Related posts