Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୬୯: ସୁସ୍ଥ ହେଲେ ୨୩୫ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୬୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୦୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ହଜାର ୭୯୧ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୨୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୪ ହଜାର ୪୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୬୧୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୬୮୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପଞ୍ଜାବ କଂଗ୍ରେସର ସଭାପତି ହେବା ପରେ ନବଜୋତ ସିଂ ସିଦ୍ଧୁଙ୍କ ଘରେ ଶକ୍ତି ପ୍ରଦର୍ଶନ: ୬୨ ଜଣ ବିଧାୟକ ହେଲ ସାମିଲ

ଅମୃତସର: ପଞ୍ଜାବ କଂଗ୍ରେସର ନବନିଯୁକ୍ତ ସଭାପତି ନବଜୋତ ସିଂ ସିଦ୍ଧୁ ଅନେକ ବିଧାୟକଙ୍କ ସହ ଆଜି ସ୍ଵର୍ଣ୍ଣ ମନ୍ଦିରରେ ପ୍ରାର୍ଥନା କରିଛନ୍ତି। ଆଜି ସକାଳୁ ତାଙ୍କ ବାସଭବନରେ ସମର୍ଥକଙ୍କ ଭିଡ଼ ଲାଗି ରହିଛି। ଅମରିନ୍ଦର ସିଂ କ୍ୟାମ୍ପର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସର୍ବସାଧାରଣରେ କ୍ଷମା ମାଗିବା ଦାବିକୁ ସେଠାରେ ଉପସ୍ଥିତ ଥିବା କଂଗ୍ରେସ ବିଧାୟକ ପ୍ରତ୍ୟାଖ୍ୟାନ କରିଛନ୍ତି।

ସିଦ୍ଧୁଙ୍କ ବାସଭବନରେ ଲୋକମାନେ ଉତ୍ସବ ପାଳନ କରିଥିବା ବେଳେ ଭିଡ଼ ବଢୁଥିବା ଦେଖି ପୋଲିସ କର୍ମଚାରୀମାନେ ଭିଡ଼କୁ ନିୟନ୍ତ୍ରଣ କରିଥିଲେ। ସିଦ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ହୋଇଥିବାରୁ ସେଠାରେ ଉପସ୍ଥିତ ଲୋକେ ପାରମ୍ପାରିକ ଡ଼୍ରମ୍ ବଜାଇ  ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ ୬୨ ଜଣ ବିଧାୟକ ଉପସ୍ଥିତ ଥିବା ସିଦ୍ଧୁଙ୍କ ସମର୍ଥକମାନେ କହିଛନ୍ତି।

ଜଳନ୍ଧର ଛାବନରୁ କଂଗ୍ରେସ ବିଧାୟକ ପରଗେଟ୍ ସିଂ କହିଛନ୍ତି, “ସିଦ୍ଧୁ କାହିଁକି କ୍ଷମା ମାଗିବେ? ଏହା ଏକ ସାଧାରଣ ପ୍ରସଙ୍ଗ ନୁହେଁ। ମୁଖ୍ୟମନ୍ତ୍ରୀ ଅନେକ ସମସ୍ୟାର ସମାଧାନ କରିନାହାଁନ୍ତି। ଏଭଳି ପରିସ୍ଥିତିରେ ସେ ଜନସାଧାରଣଙ୍କ ନିକଟରେ କ୍ଷମା ମାଗିବା ଉଚିତ୍।”

ସେହିଭଳି ବିଧାୟକ ମଦନ ଲାଲ ଜଲାଲପୁର କହିଛନ୍ତି ଯେ, “୨୦୨୨ ବିଧାନସଭା ନିର୍ବାଚନ ସିଦ୍ଧୁଙ୍କ ନେତୃତ୍ଵରେ ଦଳ ନିଶ୍ଚିତ ଜିତିବ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା କ୍ୟାପେଟନ ଅମରୀନ୍ଦର ସିଂହଙ୍କୁ ବିଭ୍ରାନ୍ତ କରୁଛନ୍ତି। ଏହି କାରଣରୁ ପଞ୍ଜାବ ପଛକୁ ଯାଉଛି।”

ପଞ୍ଜାବ କଂଗ୍ରେସରେ ଦୀର୍ଘ ଦିନଧରି ଚାଲିଥିବା ବିବାଦ ଏବଂ ଅଧିନାୟକ ବନାମ ସିଦ୍ଧୁଙ୍କ ଯୁଦ୍ଧ ଶେଷ ହୋଇଯାଇଥିବା ବେଳେ ସିଦ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ହେବା ପରେ ଦଳରେ କିଭଳି ଏକତା ବଜାୟ ରହୁଛି, ତାହା ଦେଖିବା ବାକି ରହିଲା। ରାଜ୍ୟରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଥିବାରୁ ଏହି ବିବାଦର ସମାଧାନ ଦଳ ପାଇଁ ଏକ ପ୍ରକାର ଆଶ୍ଵସ୍ତି ଆଣି ଦେଇଛି। ନଚେତ କଂଗ୍ରେସରେ ଚାଲିଥିବା ଆଭ୍ୟନ୍ତରୀଣ ବିବାଦ ଦଳ ପାଇଁ ଏକ ସମସ୍ୟା ସୃଷ୍ଟି କରିଥାନ୍ତା।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଆସନ୍ତାକାଲି ଚିଲିକାରେ ମାତ୍ର ୩ ଶହ ୫୦ ଜଣ ନେବେ ଟୀକା: ଜାଣନ୍ତୁ କେଉଁ କେନ୍ଦ୍ରରେ କେତେ ଡୋଜ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୩ ଶହ ୫୦ ଜଣ ନାଗରିକଙ୍କୁ ଦ୍ଵିତୀୟ ଡୋଜ ଟୀକା ଦିଆଯିବ ଯେଉଁଥିରେ ବାଣପୁର ବ୍ଲକ ଓ ଏନଏସି ର ୫୦ ଜଣ ଗର୍ଭବତୀ ମହିଳା ପ୍ରଥମ ଡୋଜ ଟୀକା ନେବେ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା:

ବାଣପୁର: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଣପୁର ମାଇନର ସ୍କୁଲ- ୧୦୦ ଡୋଜ ( ତନ୍ମଧ୍ୟରୁ ଗର୍ଭବତୀ ମହିଳାଙ୍କୁ ୫୦ ଡୋଜ)

ବାଣପୁରର ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଲୁଗାଁ ଉଚ୍ଚ ବିଦ୍ୟାଳୟ (ବାଲୁଗାଁ ଏନଏସି)- ୧୦୦ ଡୋଜ

୨- ବଡ଼କୁଳ ଉଚ୍ଚ ବିଦ୍ୟାଳୟ (ବଡ଼କୁଳ ଗ୍ରା.ପ)- ୫୦ ଡୋଜ

୩- ଲିଙ୍ଗରାଜ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ସାନ ନଈରୀ ଗ୍ରା.ପ)- ୫୦ ଡୋଜ

୪- ଚଣ୍ଡେଶ୍ୱର ପ୍ରାଥମିକ ବିଦ୍ୟାଳୟ (ଚଣ୍ଡେଶ୍ୱର ଗ୍ରା.ପ)- ୫୦ ଡୋଜ

ଚିଲିକାର ସବୁ ଟିକାକେନ୍ଦ୍ରରେ ସକାଳ ୯ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ରାଜ କୁନ୍ଦ୍ରାଙ୍କ ପିଏ ମୋତେ ଅଶ୍ଳୀଳ ଚଳଚ୍ଚିତ୍ର କରିବା ପାଇଁ ଦେଇଥିଲେ ପ୍ରସ୍ତାବ: ସାଗରିକା ଶୋନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରିବା ଏବଂ ବିକ୍ରୟ ମାମଲାରେ ଜଣେ ପ୍ରସିଦ୍ଧ ମଡେଲ ଏକ ବଡ଼ ଖୁଲାସା କରିଛନ୍ତି। ଅଭିନେତ୍ରୀ ତଥା ପ୍ରସିଦ୍ଧ ମଡେଲ ସାଗରିକା ଶୋନା ସୁମନ କହିଛନ୍ତି ଯେ, ରାଜ କୁନ୍ଦ୍ରାଙ୍କ ପିଏ ଉମେଶ କାମତ ତାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ରରେ କାମ କରିବାକୁ ପ୍ରସ୍ତାବ ଦେଇଥିଲେ। ଉମେଶ କାମତ ରାଜ କୁନ୍ଦ୍ରାଙ୍କ  ଡାହାଣ ହାତ ବୋଲି କୁହାଯାଉଛି। ସାଗାରିକା କହିଛନ୍ତି ଯେ, ଉମେଶ କାମତ ନିଜେ ଅଶ୍ଳୀଳ ଚଳଚ୍ଚିତ୍ର ପାଇଁ ତାଙ୍କ ନିକଟକୁ ଯାଇଥିଲେ। ତେବେ ସେ ତୁରନ୍ତ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବକେୟା ସବସିଡି ପ୍ରଦାନ ଏବଂ ଏଫସିଆଇ ଦ୍ୱାରା ଧାନ ଉଠାଣ ଦାବୀରେ ବିଜେଡିର ଧାରଣା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଓ ଜୁନାଗଡ ଠାରେ ଥିବା ଏଫସିଆଇ ଅଫିସା ସାମନାରେ ଜିଲ୍ଲା ବିଜେଡି ପକ୍ଷରୁ ଧାରଣା ଦିଆଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବୀପତ୍ର ଦିଆଯାଇଛି। କେନ୍ଦ୍ର ସରକାର ଓଡିଶାକୁ ସବସିଡି ବାବଦକୁ ୬୫୦୦ କୋଟୀ ଟଙ୍କା ଦେବାକୁ ଥିବା ବେଳେ ଏଫସିଆଇ ମାଧ୍ୟମରେ ଚାଉଳ ଉଠାଣରେ ବିଲମ୍ବ କରୁଥିବା ଅଭିଯୋଗ କରାଯାଇଛି। କେସିଙ୍ଗା ଠାରେ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କ ଙ୍କ ନେତୃତ୍ୱ ରେ ନର୍ଲା ବିଧାୟକ ଭୂପିନ୍ଦର ସିଂ,ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ଓ ଗୋବର୍ଦ୍ଧନ ଦାସ ପ୍ରମୂଖ ଙ୍କ ଉପସ୍ଥିତିରେ ବହୁ ବିଜେଡି କର୍ମୀ କେନ୍ଦ୍ର ଉପରେ ବର୍ଷିଥିଲେ। ସେହିପରି ଜୁନାଗଡସ୍ଥିତ ଏଫସିଆଇ କାର୍ଯ୍ୟାଲୟ ସମ୍ମୁଖରେ ଧର୍ମଗଡ ବିଧାୟକ ମୌଷଧି ବାଗ ଓ ଲାଂଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଙ୍କ ନେତୃତ୍ୱରେ ବହୁ ବିଜେଡି କର୍ମୀ ସାମିଲ ହୋଇ କେନ୍ଦ୍ର ଉପରେ ବର୍ଷି ଥିଲେ। ଧାନ କିଣା ବାବଦକୁ କେନ୍ଦ୍ର ସରକାର ୬୫୦୦ କୋଟୀ ଟଙ୍କା ବାକି ରଖିଥିବା ବେଳେ କାଲି ବସ୍ତା ଯୋଗାଣ ରେ ଅସୁବିଧା ହେଉଥିବା କାରଣରୁ ଧାନ କିଣାରେ ବ୍ୟାପକ ଅସୁବିଧା ହେଉଥିବା ଦର୍ଶାଇ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ତିନି ଦଫା ଦାବୀ ପତ୍ର ଦାଖଲ କରାଯାଇଥିଲା।

ଅନ୍ୟପକ୍ଷରେ ବିଜେଡିର ଏତାଦୃଶ ଧାରଣା କେବଳ ଲୋକଙ୍କୁ ଭୂଆଁ ବୁଲାଇବା ଉଦ୍ଦେଶ୍ୟରେ କରାଯାଉଥିବା ବିଜେପି ପକ୍ଷରୁ ପାଲଟା ଅଭିଯୋଗ କରାଯାଇଛି। ବିଜେପି କୃଷକ ସେଲ ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଧାନ କିଣା କାରବାରରେ ରାଜ୍ୟ ସରକାରଙ୍କ ଅପାରଗତା ବୋଲି ଦର୍ଶାଇଥିବା ଜଣାପଡିଛି। ରାଜ୍ୟ ସରକାର ଚାଷୀଙ୍କ ଧାନକୁ ମଣ୍ଡିରେ କଟନୀ ଛଟନି ବନ୍ଦ କରିବା ସହିତ ଆବଶ୍ୟକୀୟ ଗୋଦାମ ବ୍ୟବସ୍ଥା କରି ଚାଷିଙ୍କ ଠାରୁ ସିଧାସଳଖ ଧାନ କିଣନ୍ତୁ ବୋଲି ଦାବୀ କରିଛନ୍ତି। ଇପ୍ରକ୍ରୀୟା ମାଧ୍ୟମରେ ମଣ୍ଡି ଲେବର ଓ ଟ୍ରାନ୍ସପୋର୍ଟ ବ୍ୟବସ୍ଥା କରି ମଣ୍ଡିୱାରୀ ସ୍ୱଚ୍ଛତା ସହ ଲୋକଲୋଚନକୁ ଆଣନ୍ତୁ ବୋଲି ଦାବୀ କରାଯାଇଛି। ମଣ୍ଡି ମାନଙ୍କରେ ପ୍ରକୃତ ପକ୍ଷେ କଣସବୁ ଘଟୁଛି ସେସବୁ ଚାଷୀମାନେ ଠିକ ଜାଣିଥିବା ପ୍ରକାଶ କରିଛନ୍ତି।

ଏଭଲି ଗୋଲକ ଧନ୍ଦା ଭିତରେ ନୀରିହ ଚାଷୀ ପେଷି ହୋଇଯାଉଥିବା କଳାହାନଯଡିର ଚାଷୀମାନଙ୍କ ମଧୟରେ ଆଲୋଚନା ହେଉଛି । ମଣ୍ଡି ବନ୍ଦ ଘୋଷଣା ହେବାପରେ ମଧ୍ୟ ଅଦ୍ୟାବଧି ମଣ୍ଡି ମାନଙ୍କରେ ଚାଷୀଙ୍କ ଧାନ ବିକ୍ରି ହୋନପାରି ପଡିରହିଥିବା ଅଭିଯୋଗ ହେଉଛି। ଗତ ଖରିଫରେ ମଧ୍ୟ ସେଭଲି ମଣ୍ଡି ବନ୍ଦ ହେବାପରେ ଚାଷୀଙ୍କ ଧାନକୁ କମ ମୂଲ୍ୟରେ ବିକ୍ରୀ କରାଯାଇଥିବା ବେଳେ ହେି ଧାନର ହିସାବ କିପରି କରାଗଲା ଏବଂ ସେହି ଧାନର ଚାଉଲ କିପରି ଉଠାଣ ହେଲା ସେସଂପର୍କରେ ତଦନ୍ତ ହେବା ଅବଶ୍ୟକ ବୋଲି ଚାଷି ମହଲରେ ଦାବୀ ହେଉଛି। ସେହିପରି ରବିର ଧାନ କୁ କିପରି ଉଠାଣ କରାଯିବ ତାହା ମୂଖ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଅମ୍ଳଜାନକୁ ନେଇ କେନ୍ଦ୍ର ସରକାର ମିଛ କହିଛନ୍ତି, କେସ୍ ରୁଜ୍ଜୁ ହେବା ଉଚିତ୍: ଶିବସେନା ସାଂସଦ ସଞ୍ଜୟ ରାଉତ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ କୁମାର ( ସଂସଦର ମୌସୁମୀ ଅଧିବେଶନରେ ଏକ ଲିଖିତ ବିବୃତ୍ତି ଦେଇ କହିଛନ୍ତି ଯେ “ଅମ୍ଳଜାନ ଅଭାବରୁ କୌଣସି ମୃତ୍ୟୁ ହୋଇନାହିଁ”। ମନ୍ତ୍ରୀଙ୍କର ଏହି ବିବୃତ୍ତିକୁ ନେଇ ବିରୋଧୀ ଦଳ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ମନ୍ତ୍ରୀ ଏପରି ମିଥ୍ୟା ବିବୃତ୍ତି ଦେଇଥିବାରୁ ସରକାରଙ୍କ ବିରୋଧରେ ମାମଲା ରୁଜୁ କରାଯିବା ଉଚିତ। ଅମ୍ଳଜାନ ଅଭାବରୁ ଯେଉଁମାନଙ୍କର ମୃତ୍ୟୁ ହୋଇଛି, ଏହି ବିବୃତ୍ତି ଶୁଣିବା ପରେ ସେମାନଙ୍କ ସମ୍ପର୍କୀୟଙ୍କ ଉପରେ କ’ଣ ହେବ? ସରକାର ମିଛ କହୁଥିବାରୁ ଏନେଇ ଏକ ମାମଲା ରୁଜୁ ହେବା ଉଚିତ୍ ବୋଲି ସେ କହିଛନ୍ତି।

କଂଗ୍ରେସ ସାଂସଦ କେ ସି ବେଣୁଗୋପାଳ ମଙ୍ଗଳବାର ସଂସଦର ରାଜ୍ୟସଭାରେ ପଚାରିଥିଲେ ଯେ, କରୋନାର ଦ୍ୱିତୀୟ ଲହରୀ ସମୟରେ ଅନେକ କୋଭିଡ ରୋଗୀ ଅମ୍ଳଜାନ ଅଭାବରୁ ମୃତ୍ୟୁବରଣ କରିଛନ୍ତି କି? ଏକ ଲିଖିତ ଉତ୍ତରରେ ନବନିଯୁକ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ କୁମାର କହିଛନ୍ତି, “ସ୍ୱାସ୍ଥ୍ୟ ଏକ ରାଜ୍ୟ ବିଷୟ। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିୟମିତ ଭାବରେ ମୃତ୍ୟୁ ରିପୋର୍ଟ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରନ୍ତି। ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳର ରିପୋର୍ଟ ଅନୁଯାୟୀ, ଦେଶରେ ଅମ୍ଳଜାନ ଅଭାବରୁ ଗୋଟିଏ ବି ମୃତ୍ୟୁ ହୋଇନାହିଁ।

କେନ୍ଦ୍ରମନ୍ତ୍ରୀଙ୍କ ଏହି ଉତ୍ତର ବିବାଦ ସୃଷ୍ଟି କରିଛି। ସରକାରଙ୍କ ପ୍ରତିକ୍ରିୟାକୁ କଂଗ୍ରେସ ତୀବ୍ର ସମାଲୋଚନା କରି କହିଛି ଯେ, ସରକାର ଅନ୍ଧ ଏବଂ ସମ୍ବେଦନଶୀଳ। କଂଗ୍ରେସ ସାଂସଦ ବେଣୁଗୋପାଳ ତାଙ୍କ ଭୁଲ ଉପସ୍ଥାପନା ପାଇଁ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ବିଶେଷାଧିକାର ପ୍ରସ୍ତାବ ଉଲ୍ଲଂଘନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀର ଦ୍ୱିତୀୟ ଲହରୀ ସମୟରେ ଦେଶର ଡାକ୍ତରଖାନାଗୁଡ଼ିକ ଶଯ୍ୟା, ଔଷଧ ଏବଂ ଅମ୍ଳଜାନରେ ଗୁରୁତର ଭାବରେ ଭୋକିଲା ଥିଲେ, ଶହ ଶହ ରୋଗୀଙ୍କ ମୃତ୍ୟୁ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଅବସ୍ଥା ଗୁରୁତର: ଲାଇଫ୍ ସପୋର୍ଟ ସିଷ୍ଟମରେ ରଖି କରାଯାଉଛି ଚିକିତ୍ସା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବରିଷ୍ଠ ବିଜେପି ନେତାମାନେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି। ଏନେଇ ଆଜି ଏସଜିପିଜିଆଇ  ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଛି। ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ମାଷ୍ଟର୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏସଜିପିଜିଆଇ) ରେ ଭର୍ତ୍ତି ହୋଇଛନ୍ତି। ଡାକ୍ତରଖାନାର ଡାକ୍ତରମାନେ କହିଛନ୍ତି ଯେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ଜୀବନ ରକ୍ଷା ବ୍ୟବସ୍ଥାରେ ରଖାଯାଇଛି।

ସ୍ୱାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ, କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ମଙ୍ଗଳବାର ସନ୍ଧ୍ୟାରୁ କଲ୍ୟାଣ ସିଂଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି। ଏସଜିପିଜିଆଇ କହିଛି ଯେ ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଡାକ୍ତରମାନେ ସେମାନଙ୍କ ସ୍ୱାସ୍ଥ୍ୟ ସହିତ ଜଡିତ ସମସ୍ତ ମାନଦଣ୍ଡର ଯତ୍ନ ନେଉଛନ୍ତି। ଡାକ୍ତରଖାନା ନିର୍ଦ୍ଦେଶକ ପ୍ରଫେସର ଆର କେ ଧିମାନ ମଧ୍ୟ କଲ୍ୟାଣ ସିଂଙ୍କ ଚିକିତ୍ସା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, କଲ୍ୟାଣ ସିଂ ରାଜସ୍ଥାନ ଏବଂ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟ ତୁଲାଇ ସାରିଛନ୍ତି। ସଂକ୍ରମଣ ଏବଂ ନିମ ମୂର୍ଚ୍ଛା ହେତୁ କଲ୍ୟାଣ ସିଂଙ୍କୁ ଜୁଲାଇ ୪ ରେ ଏସଜିପିଜିଆଇରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ସେ ରାମ ମନୋହର ଲୋହିଆ ମେଡିକାଲ ଇନଷ୍ଟିଚ୍ୟୁଟରେ ଚିକିତ୍ସିତ ହେଉଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ୪୨ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୨ ହଜାର ୧୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୯୯୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୨ ଲକ୍ଷ ୧୬ ହଜାର ୩୩୭ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୮ ହଜାର ୪୮୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୯୦ ହଜାର ୬୮୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୭ ହଜାର ୧୭୦ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୯ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୫ ହଜାର ୨୪୧ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୯ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୨୪୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୨୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୧୦ ଜଣ, ବରଗଡ ଜିଲ୍ଲାରୁ ୭ ଜଣ, ଅନୁଗୁଳ ଜିଲ୍ଲାରୁ ୬ ଜଣ, କେନ୍ଦୁଝର ଜିଲ୍ଲାରୁ ୫ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବାଲେଶ୍ଵର ଜିଲ୍ଲାରୁ ୩ ଜଣ, ଭଦ୍ରକ, ବୌଦ୍ଧ, ଗଞ୍ଜାମ, ନୟାଗଡ, ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ,  ସୋନପୁର ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୯ ହଜାର ୯୮୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୩୫ ହଜାର ୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୯ ହଜାର ୬୮୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୨୪୧ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୧ ହଜାର ୯୨୭ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୯୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୧୫ ଜଣ ଚିହ୍ନଟ ହୋଇଥିବା ବେଳେ ୮୧୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୯ ହଜାର ୯୮୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୩୫ ହଜାର ୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୯ ହଜାର ୬୮୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫୧୭୨ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୯୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୯୮ ଜଣ, କଟକ ଜିଲ୍ଲାରୁ ୨୪୮ ଜଣ, ଅନୁଗୁଳ ଜିଲ୍ଲାରୁ ୫୫ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୧୧ ଜଣ, ବରଗଡ ଜିଲ୍ଲାରୁ ୨୭ ଜଣ, ଭଦ୍ରକ ଜିଲ୍ଲାରୁ ୧୯ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧୧ ଜଣ, ବୌଦ୍ଧ ଜିଲ୍ଲାରୁ ୭ ଜଣ, ଦେବଗଡ ଜିଲ୍ଲାରୁ ୬ ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୫ ଜଣ, ଗଜପତି ଜିଲ୍ଲାରୁ ୪ ଜଣ, ଗଞ୍ଜାମ ଜିଲ୍ଲାରୁ ୧୦ ଜଣ, ଜଗତସିଂହପୁର ଜିଲ୍ଲାରୁ ୯୩ ଜଣ, ଯାଜପୁର ଜିଲ୍ଲାରୁ ୧୨୩ ଜଣ, ଝାରସୁଗୁଡା ଜିଲ୍ଲାରୁ ୮ ଜଣ, କଳାହାଣ୍ଡି ଜିଲ୍ଲାରୁ ୭ ଜଣ, କନ୍ଧମାଳ ଜିଲ୍ଲାରୁ ୧୮ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୭୩ ଜଣ, କେନ୍ଦୁଝର ଜିଲ୍ଲାରୁ ୩୨ ଜଣ, କୋରାପୁଟ ଜିଲ୍ଲାରୁ ୮ ଜଣ, ମାଲକାନାଗିରି ଜିଲ୍ଲାରୁ ୧୮ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୯୦ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୫ ଜଣ, ନୟାଗଡ ଜିଲ୍ଲାରୁ ୬୪ ଜଣ, ନୂଆପଡା ଜିଲ୍ଲାରୁ ୫ ଜଣ, ପୁରୀ ଜିଲ୍ଲାରୁ ୧୦୩ ଜଣ, ରାୟଗଡା ଜିଲ୍ଲାରୁ ୨୨ ଜଣ, ସମ୍ବଲପୁର ଜିଲ୍ଲାରୁ ୩୩ ଜଣ, ସୋନପୁର ଜିଲ୍ଲାରୁ ୮ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୩୮ ଜଣ ଏବଂ ଷ୍ଟେଟ ପୁଲରୁ ୧୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ସୋଲରି ଢ଼ାବା ନିକଟରେ ଟ୍ରକ ଦୁର୍ଘଟଣାଗ୍ରସ୍ତ, ତିନି ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ସୋଲରୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ ଗତକାଲି ରାତିରେ କୋଲକତାରୁ ଏକ କପଡା ବୋଝେଇ କଣ୍ଟେନର ହାଇଦ୍ରାବାଦ ଯାଉଥିବା ବେଳେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେବାରୁ ଗାଡିଟି ସୋଲରି ଢ଼ାବା ସମ୍ମୁଖରେ ଅଟକି ରହିଥିଲା। ପୁନର୍ବାର ଅନ୍ୟ ଏକ କପଡା ବୋଝେଇ କଣ୍ଟେନରଟି ହାଇଦ୍ରାବାଦ ଯାଉଥିବା ବେଳେ ପୂର୍ବ କଣ୍ଟେନର ଅଟକି ଥିବାର କାରଣ ଜାଣିବା ନିମନ୍ତେ ଉକ୍ତ ସ୍ଥାନରେ ଅଟକିଥିଲା। ଉଭୟ ଗାଡ଼ି ଚାଳକ କଥାବାର୍ତ୍ତା ହେବା ସହ ଦୁଇ କଣ୍ଟେନର ମଝିରେ ଥିବା ରାସ୍ତା ଉପରେ ରୋଷେଇ କରୁଥିଲେ। ରାତି ୧.୩୦ ମିନିଟ ସମୟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଆଡକୁ ଯାଉଥିବା ଏକ ଚିଙ୍ଗୁଡି ବୋଝେଇ କଣ୍ଟେନରଟି ଅସାବଧାନତା ବଶତଃ ପୂର୍ବରୁ ଠିଆ ହୋଇଥିବା ଦୁଇ ନମ୍ବର କପଡା ବୋଝେଇ କଣ୍ଟେନରକୁ ପଛ ପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଚିଙ୍ଗୁଡି ବୋଝେଇ ଗାଡିଟି କ୍ଷତି ଗ୍ରସ୍ତ ହୋଇଥିଲା ଏବଂ ଗାଡ଼ି ଚାଳକ ଇଂଜିନ ଭିତରେ ଚାପି ହୋଇଯାଇଥିଲେ।

ଅନୁରୂପ ଭାବେ ଅନ୍ୟ ଦୁଇ ଗାଡ଼ିଚାଳକ ରୋଷେଇ କରୁଥିବା ବେଳେ କପଡା ବୋଝେଇ କଣ୍ଟେନରଟି ଧକ୍କା ହେବା ଫଳରେ କିଛି ବାଟ ଆଗକୁ ଗଡିଯାଇ ଉଭୟଙ୍କ ଉପରେ ମାଡ଼ିଯାଇଥିଲା। ଖବର ପାଇ ସଙ୍ଗେ ସଙ୍ଗେ ଦୁର୍ଘଟଣା ସ୍ଥଳରେ ବାଲୁଗାଁ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଦିର୍ଘ ତିନି ଘଣ୍ଟା କାଳ ଅକ୍ଲାନ୍ତ ପରିଶ୍ରମ କରି ଗାଡ଼ି କ୍ୟାବିନ କାଟି ଚିଙ୍ଗୁଡ଼ି ବୋଝେଇ ଗାଡ଼ି ଚାଳକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଅନ୍ୟ ଦୁଇ ଗାଡ଼ି ଚାଳକଙ୍କୁ ମଧ୍ୟ ଉଦ୍ଧାର କରି ସମୁଦାୟ ତିନି ଜଣଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲା ଅଗ୍ନିଶମ ବାହିନୀ। ଆହତ ମାନେ ହେଲେ ପବନ ଚୌଧୁରୀ, ଲଳିତ କୁମାର ଚୌଧୁରୀ ଓ ବଳରାମ ବେହେରା। ତେବେ ବାଲୁଗାଁ ପୋଲିସ ଗାଡ଼ି ଗୁଡିକୁ ଜବତ କରି ତଦନ୍ତ ଜାରି ରଖିଛି।

Categories
RathJatra ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ଶ୍ରୀଜିୟୁଙ୍କର ସୁନାବେଶ, ସେହି କଟକଣା ଭିତରେ ବିରଳ ବେଶ ଧାରଣ କରିବେ ମହାପ୍ରଭୃ

ପୁରୀ, ଆଜି ଶ୍ରୀଜିୟୁଙ୍କର ସୁନାବେଶ ଅନୁଷ୍ଠିତ ହେବ। ରଥଯାତ୍ରା ଏବଂ ବାହୁଡା ପରି ସୁନାବେଶ ମଧ୍ୟ ସେହି  କଟକଣା ଭିତରେ ହେବ। ଏଥିପାଇଁ ସୋମବାରଠାରୁ ପୁରୀରେ କର୍ଫୁଲାଗୁ କରାଯାଇଛି। ଏହି କର୍ଫ୍ୟୁ ବୁଧବାର ରାତି ପର୍ଯ୍ୟନ୍ତ ବଳବତ୍ତର ରହିଛି। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଠାକୁରଙ୍କ ସୁନାବେଶ ସମୟ ନିର୍ଘଣ୍ଟ ଜାରୀ କରିଛନ୍ତି। ସେହି ଅନୁସାରେ

ମଧ୍ୟାହ୍ନ ଧୂପ- ଦିନ ୨ଟାରୁ ୩ଟା ପର୍ଯ୍ୟନ୍ତ

ମଇଲମ- ଅପରାହ୍ନ ୩ଟା ୩୦

ସୁନାବେଶ- ଅପରାହ୍ନ ୪ଟାରୁ ୫ଟା ୩୦ ପର୍ଯ୍ୟନ୍ତ ଚାଲିବ

Categories
ଆଜିର ଖବର ଧର୍ମ

ରାଶିଫଳ: ଜୁଲାଇ 21 ତାରିଖ ବୁଧବାରରେ ସାତୋଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

ମେଷ ରାଶି- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟ ବିସ୍ତାର ହେବ । ବ୍ୟବସାୟ ଭଲ କରିବ। ଘର ବାହାରେ ସୁଖ ମିଳିବ। ତୁମର ଜିନିଷକୁ ସୁରକ୍ଷିତ ରଖ । କାର୍ଯ୍ୟ ପ୍ରତି ଦୃଢତା କାର୍ଯ୍ୟରେ ଅନୁକୂଳ ସଫଳତା ଆଣିବ। ପାରିବାରିକ ସୁଖ ଏବଂ ଧନ ବୃଦ୍ଧି ପାଇବ। କଥାବାର୍ତ୍ତାରେ ନିୟନ୍ତ୍ରଣ ଆବଶ୍ୟକ।

ବୃଷ ରାଶି- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବ। ଆଇନଗତ ପ୍ରତିବନ୍ଧକ ହଟିଯିବ । ଲାଭ ସୁଯୋଗ ଆସିବ। ଘର ବାହାରେ ସୁଖ ମିଳିବ। ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ। ଚାକିରିରେ ସ୍ଥାନାନ୍ତର ଏବଂ ପଦୋନ୍ନତି ଅଛି । ଅନାବଶ୍ୟକ କ୍ରୋଧ କର ନାହିଁ । ଟଙ୍କା ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ ହେବ।

ମିଥୁନ ରାଶି- ପୁରୁଣା ରୋଗ ସୃଷ୍ଟି ହୋଇପାରେ । ଆଘାତ, ଚୋରି ଏବଂ ବିବାଦ ଇତ୍ୟାଦି କାରଣରୁ କ୍ଷତି ହୋଇପାରେ । ଆୟରେ ହ୍ରାସ ଘଟିବ। ଧର୍ଯ୍ୟ ଧରନ୍ତୁ, ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହେବ। ଈଶ୍ବରଙ୍କ ଉପରେ ବିଶ୍ୱାସ ବୃଦ୍ଧି ପାଇବ । ଆପଣଙ୍କ ସାଥୀଙ୍କ ଭାବନା ବୁଝନ୍ତୁ। ଆର୍ଥିକ ବିନିଯୋଗ ଲାଭଦାୟକ ହେବ ।

କର୍କଟ ରାଶି- ପରିବାର ଚିନ୍ତିତ ହେବେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ଆଇନଗତ ପ୍ରତିବନ୍ଧକ ହଟିଯିବ। ବ୍ୟବସାୟ ଭଲ କରିବ। ଆପଣ ଦାନ କରି ମାନସିକ ସୁଖ ଅର୍ଜନ କରିବେ। ବ୍ୟବସାୟ ଅବସ୍ଥା ଆଶାବାଦୀ ରହିବ। ପରିବାର, ମାଙ୍ଗଳିକ କାର୍ଯ୍ୟ ଯୋଜନା କରାଯିବ। ଆପଣ ଋଣ ନେବା ଠାରୁ ଦୂରେଇ ରହିବା ଉଚିତ୍ ।

ସିଂହ ରାଶି-  ଶତ୍ରୁମାନେ ପରାସ୍ତ ହେବେ। ଜମି ଏବଂ ନିର୍ମାଣ କାର୍ଯ୍ୟରେ କମିଶନି କାରବାର ହୋଇପାରେ । ଚାକିରି ପାଇବାର ସମ୍ଭାବନା। ବ୍ୟବସାୟ ଭଲ କରିବ। ନୂତନ କାର୍ଯ୍ୟକଳାପ ଲାଭଦାୟକ ହେବ। ବ୍ୟବସାୟରେ ନୂତନ ଯୋଜନା ଆରମ୍ଭ ହେବ। ଶକ୍ତିର ନିଷ୍କ୍ରିୟତା ହେତୁ ମନ ଅସନ୍ତୁଷ୍ଟ ରହିବ।

କନ୍ୟା ରାଶି- ଛାତ୍ର ଶ୍ରେଣୀ ସଫଳତା ହାସଲ କରିବେ। ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ। ଘର ବାହାରେ ସୁଖ ମିଳିବ। ରୋଜଗାର ଚିନ୍ତା ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଏକ ଦୃଢ ନିଷ୍ପତ୍ତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ବ୍ୟବସାୟରେ ଲାଭଦାୟକ ପରିବର୍ତ୍ତନ ଆସିବ।

ତୂଳା ରାଶି- ଦୁଃଖଦ ଖବର ମିଳିପାରିବ। ବିଭିନ୍ନ କ୍ଷେତ୍ରରୁ ବିରୋଧ ହେବ। ଏକ ନିର୍ଦ୍ଦୟ ପଳାୟନ ହେବ। ଲାଭ ସୁଯୋଗକୁ ସ୍ଥଗିତ ରଖାଯିବ। ବିବାଦ କର ନାହିଁ । କାର୍ଯ୍ୟ ନିଷ୍ପତ୍ତିକୁ ଅତି ଶାନ୍ତ ଭାବରେ ବିଚାର କରିବା ଶୁଭ ଅଟେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ବନ୍ଦ ପଡିଥିବା ଟଙ୍କା ମିଳିବ।

ବିଛା ରାଶି- ସୁଖର ମାଧ୍ୟମ ସଂଗ୍ରହ କରିବ। ପ୍ରୟାସ ସଫଳ ହେବ। ଆଜି ସମ୍ମାନ ପାଇବେ। ବ୍ୟବସାୟ ଭଲ କରିବ। ଖୁସି ହେବେ। ଚାକିରିରେ ଆପଣ ଚାହୁଁଥିବା ପଦୋନ୍ନତି ପାଇବାକୁ ସୁଯୋଗ ପାଇବେ। ଧର୍ମର କାର୍ଯ୍ୟ ପ୍ରତି ଆଗ୍ରହ ଆପଣଙ୍କ ମନୋବଳ ବୃଦ୍ଧି କରିବ । ଅପରିଚିତ ଲୋକଙ୍କୁ ବିଶ୍ୱାସ କର ନାହିଁ ।

ଧନୁ ରାଶି- ଖର୍ଚ୍ଚ ଅପଚୟ ହେବ। ଅତିଥିମାନେ ଘରକୁ ଆସିବେ।  ଭଲ ଖବର ପାଇବ। ସଂପତ୍ତିର ମୂଲ୍ୟ ବୃଦ୍ଧି ହେବ। ବିବାଦ କର ନାହିଁ। ଆର୍ଥିକ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି । ବ୍ୟବସାୟରେ ନୂତନ ଚୁକ୍ତିନାମା ହେବ। ଖର୍ଚ୍ଚ ହ୍ରାସ କରାଯିବା ଉଚିତ୍ । ବ୍ୟବସାୟ ଭଲ କରିବ। ଜୀବନସାଥୀଠାରୁ ଭିନ୍ନତା ପରିବେଷ ପରିଲକ୍ଷିତ ହେବ।

ମକର ରାଶି- ବ୍ୟବସାୟ ଯାତ୍ରା ସଫଳ ହେବ। ଆଖି ଯନ୍ତ୍ରଣା ସମ୍ଭବ। ବିବାଦ କର ନାହିଁ । ଚାକିରି ପାଇବ। ଉପହାର ଗ୍ରହଣ କରାଯିବ। ତୁମର ସାମାଜିକତା ଏବଂ ଧର୍ଯ୍ୟର ମନୋଭାବ ତୁମ ଜୀବନରେ ଆନନ୍ଦ ଆଣିଦେବ। ସ୍ଥାୟୀ ସମ୍ପତ୍ତି ବୃଦ୍ଧି ପାଇବ।

କୁମ୍ଭ ରାଶି- ନିରାଶାରୁ ଦୂରେଇ ରୁହନ୍ତୁ। କାରବାରରେ ସାବଧାନ ରୁହନ୍ତୁ । ଶାରୀରିକ କଷ୍ଟ ସମ୍ଭବ । ଖର୍ଚ୍ଚ ବୃଦ୍ଧି ଚାପ ସୃଷ୍ଟି କରିବ। ବିବାଦ କର ନାହିଁ । ସର୍ବସାଧାରଣ କାର୍ଯ୍ୟରେ ସମୟ ଅତିବାହିତ ହେବ। ଆପଣ ପିଲାମାନଙ୍କଠାରୁ ଭଲ ଖବର ପାଇବେ । ସ୍ୱାସ୍ଥ୍ୟ ଭଲ ହେବ। ରୋଜଗାର କ୍ଷେତ୍ରରେ ଅଗ୍ରଗତି ହେବ ।

ମୀନ ରାଶି-ବୈବାହିକ ପ୍ରସ୍ତାବ ମିଳିପାରିବ। ବକେୟା ରାଶି ପ୍ରାପ୍ତ ପାଇଁ ପ୍ରୟାସ ସଫଳ ହେବ। ଯାତ୍ରା ସଫଳ ହେବ। ଉପକୃତ ହେବେ। ଉତ୍ତମ ମନୋବଳ ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ କରିବ। ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ପୁନଃନିର୍ମାଣ ବୃଦ୍ଧି ପାଇବ। ବ୍ୟବସାୟରେ ନୂତନ ଅଫର ଆସିବ।

Categories
ଆଜିର ଖବର ଧର୍ମ

ବିଶ୍ବାସ ଘାତକଙ୍କୁ ଚିହ୍ନିବାର ଉପାୟ କହିଛନ୍ତି ଆଚାର୍ଯ୍ୟ ଚାଣକ୍ୟ, ଜାଣନ୍ତୁ ଦରକାରରେ ଆସିବ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ।

କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଘାଟାରେ ପକାନ୍ତି।

ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।

Categories
ଆଜିର ଖବର ରାଜ୍ୟ ଖବର

କୋରାପୁଟ ରେଳ ଷ୍ଟେସନରେ ଲାଗିଲା ରୁଫ୍ ଟପ୍ ସୋଲାର ପ୍ଲାଣ୍ଟ

ଭୁବନେଶ୍ବର, କୋରାପୁଟ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨ ଏବଂ ୩ ଶେଡ ଉପରେ ୨୭.୫ କିଲୋୱାଟ ରୁଫ୍ ଟପ୍ ସୋଲାର ପ୍ଲାଣ୍ଟ ସ୍ଥାପନ କରାଯାଇ କାଯ୍ୟକ୍ଷମ କରାଯାଇଛି । ପୂର୍ବତଟ ରେଳପଥର ମୁଖ୍ୟ ବୈଦ୍ୟୁତିକ ଯନ୍ତ୍ରୀ ଶ୍ରୀ ଚିତ୍ତ ରଞ୍ଜନ ହାଇତି କୋରାପୁଟ ସ୍ଥିତ ଅନ୍ୟ ରେଳବାଇ ଅଧିକାରୀଙ୍କ ଉପସ୍ଥିତିରେ ଏହି ବିଦ୍ୟୁତ୍ ଉତ୍ପାଦନର ଉଦଘାଟନ କରିଛନ୍ତି।

ଆଜୁର୍ ସୋଲାର୍ ପାୱାର୍ ପ୍ରାଇଭେଟ ଲିମିଟେଡ୍ ପ୍ଲାଟଫର୍ମ ନମ୍ବର ୨ ଏବଂ ୩ ର ଛାତ ଉପରି ଭାଗରେ ୯୦ଟି ସୋଲାର ପ୍ୟାନେଲ ସ୍ଥାପନ କରିଛି ଜ୍ଝ ଏହା ଦ୍ୱାରା ଦୈନିକ ପ୍ରାୟ ୮୭ ୟୁନିଟ୍ ବିଦ୍ୟୁତ ସୃଷ୍ଟି କରାଯାଇ ପାରିବ ଜ୍ଝ ସରକାରୀ ଘରୋଇ ସଂସ୍ଥା ସହଭାଗିତାରେ ୨୫ ବର୍ଷ ପାଇଁ ସୋଲାର ପ୍ଲାଣ୍ଟ ଯୋଗାଇ ଦିଆଯାଉଛି ଜ୍ଝ ଏହା ପ୍ରତିବର୍ଷ ୩୧୭୫୫ ୟୁନିଟ୍ ଉତ୍ପାଦନ କରିବ ଏବଂ ବର୍ଷକୁ ପ୍ରାୟ ୪୨ ହଜାର ଟଙ୍କା ସଞ୍ଚୟ କରିବ ଜ୍ଝ

Categories
ବିଶେଷ ଖବର ରାଜ୍ୟ ଖବର

ଭଲରେ ଭଲରେ ସରିଲା ମହାପ୍ରଭୁଙ୍କ ନବଦିନ ଯାତ୍ରା, ସମସ୍ତଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, କୋ‍ଭିଡ କଟକଣା ମଧ୍ୟରେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଛନ୍ତି।  ଏହି କଠିନ ପରିସ୍ଥିତିରେ ମହାପ୍ରଭୂଙ୍କ କରୁଣା ଯୋଗୁ ଏହା ସମ୍ଭବ ହୋଇପାରିଲା ବୋଲି ବର୍ଣ୍ଣନାକରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହାପ୍ରଭୁଙ୍କ ନିକଟରେ ତାଙ୍କର ଭକ୍ତି ନିବେଦନ କରିଛନ୍ତି ।

ସେବାୟତମାନେ ଯେଭଳି ଭକ୍ତି ଓ ସମର୍ପଣର ଭାବ ନେଇ ମହାପ୍ରଭୁଙ୍କ ନୀତିକାନ୍ତି ଠିକ୍ ସମୟରେ ସମ୍ପନ୍ନ କଲେ ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଂଶସା କରିଛନ୍ତି।

ମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ, ଜିଲ୍ଲାପ୍ରଶାସନ, ଅଗ୍ନିଶମ ସେବା, ପୁରୀ ମ୍ୟୁନିସପାଲଟି ଆଦି ବିଭିନ୍ନ ସରକାରୀ ସଂସ୍ଥା ପରିସ୍ପର ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ତମ ଭାବରେ ପରିଚାଳନା କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କୋଭିଡ କଟକଣା ଯୋଗୁ, ଭକ୍ତମାନେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଯାତ୍ରା ରେ ଭାଗ ନେଇ ପାରିନଥିଲେ । ଲୋକମାନେ ଘରେ ରହି ଯେପରି ମହାପ୍ରଭୁଙ୍କ ଦିବ୍ୟ ଯାତ୍ରା ର ଆନନ୍ଦ ନେଇପାରିବେ ସେଥିପାଇଁ ସୂଚନା ଓ ଲୋକସମ୍ପର୍କ ଵିଭାଗ ସୁନ୍ଦର ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି।

ସର୍ବୋପରି ପୁରୀର ଜନସାଧାରଣ ନବଦିନ ଯାତ୍ରା ସମୟରେ କୋଭିଡ଼୍ କଟକଣା ମାନି ଯେଭଳି ସଂଯମତା ପ୍ରଦର୍ଶନ କରିଛନ୍ତି ତାହା ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରି ସହରବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ପେଗାସସ୍ ଗୁପ୍ତଚର ମାମଲା ସହ ବିଭିନ୍ନ ପ୍ରସଂଗ ନେଇ ସଂସଦର ଉଭୟ ଗୃହରେ ହଟ୍ଟଗୋଳ

ନୂଆଦିଲ୍ଲୀ, ପେଗାସସ ଗୁପ୍ତଚର ମାମଲା ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଆଜି ସଂସଦର ଉଭୟ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଲୋକସଭା କାର୍ଯ୍ୟ ଅନେକ ଥର ବ୍ୟାହତ ହୋଇଥିଲା ଏବଂ ଶେଷରେ ଦିନ ପାଇଁ ଗୃହକୁ ମୁଲତବୀ ରଖାଯାଇଥିଲା। ରାଜ୍ୟସଭାର କାର୍ଯ୍ୟ ମଧ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା।

ଲୋକସଭା ଦୁଇଥର ସ୍ଥଗିତ ହୋଇ ଆରମ୍ଭ ହେବା ମାତ୍ରେ ପେଗାସସ୍ ଗୁପ୍ତଚର ମାମଲା ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ଦାବି କରି କଂଗ୍ରେସ ସମେତ ଟିଏମସି, ଡିଏମକେ ଏବଂ ଅନ୍ୟ ଦଳର ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଠା କରିଥିଲେ।

ବାଚସ୍ପତି ଶାନ୍ତି ବଜାୟ ରଖିବାକୁ ସଦସ୍ୟମାନଙ୍କୁ ନିବେଦନ କରିଥିଲେ ମଧ୍ୟ ସେମାନେ ବିରୋଧ ଜାରି ରଖିଥିଲେ। ଫଳରେ ଗୃହ କାର୍ଯ୍ୟ ଦିନକ ପାଇଁ ସ୍ଥଗିତ ରଖାଯାଇଥିଲା। ୱାଇଏସଆର କଂଗ୍ରେସ ସଦସ୍ୟ ବିଶାଖାପାଟନମ୍ ଇସ୍ପାତ କାରଖାନାର ଘରୋଇକରଣକୁ ବିରୋଧ କରିଥିଲେ ଏବଂ ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ମାନ୍ୟତା ଦାବି କରିଥିଲେ।

ରାଜ୍ୟସଭାର କାର୍ଯ୍ୟ ମଧ୍ୟ ଦୁଇଥର ବ୍ୟାହତ ହୋଇଥିଲା। ଅପରାହ୍ନ 1 ଟାରେ ପୁଣିଥରେ ଆଲୋଚନା ଆରମ୍ଭ ହେବା ମାତ୍ରେ ୱାଇଏସର କଂଗ୍ରେସ ସଦସ୍ୟମାନେ ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ଷ୍ଟାଟସ ମାନ୍ୟତା ଦାବି କରି ବାଚସ୍ପତିଙ୍କ ପୋଡିୟମ ନିକଟରେ ପହଞ୍ଚିଥିଲେ। ଗୃହର ନେତା ପୀୟୁଷ ଗୋୟଲ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଥିବା କୋଭିଡ ମହାମାରୀ ଉପରେ ଗୃହରେ ଆଲୋଚନା କରିବାକୁ ସଦସ୍ୟମାନଙ୍କୁ ନିବେଦନ କରିଥିଲେ।

ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ଗୃହରେ କୋଭିଡଙ୍କ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ୱାଇଏସଆର କଂଗ୍ରେସର ସଦସ୍ୟମାନେ ଶାନ୍ତ ହୋଇନଥିଲେ ଏବଂ ହୋହାଲ୍ଲା ଜାରି ରଖିଥିଲେ। ଫଳରେ ବାଚସ୍ପଚି ଗୃହ କାର୍ଯ୍ୟକୁ ଅପରାହ୍ନ 2.45 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ଏହାପୂର୍ବରୁ, ଯେତେବେଳେ ମଧ୍ୟାହ୍ନ 12 ଟାରେ ପ୍ରଥମ ମୁଲତବୀ ପରେ ରାଜ୍ୟସଭା ଆରମ୍ଭ ହୋଇଥିଲା, ସେତେବେଳେ ପେଗାସସ୍ ଗୁପ୍ତଚର କାର୍ଯ୍ୟ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ କଂଗ୍ରେସ, ଟିଏମସି , ଡିଏମକେ ଏବଂ ଅନ୍ୟ ଦଳର ସଦସ୍ୟମାନେ ପୁନର୍ବାର ଗୃହର ମଧ୍ୟଭାଗକୁ ଆସିଥିଲେ। ରାଷ୍ଟ୍ରୀୟ ଜନତା ଦଳ, ଶିବସେନା, ବାମପନ୍ଥୀ ତଥା ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ।

ଡେପୁଟି ଚେୟାରମ୍ୟାନ୍ ବାରମ୍ବାର ଗୃହରେ ଶୃଙ୍ଖଳା ବଜାୟ ରଖିବାକୁ କହିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ପରେ ଗୃହର କାର୍ଯ୍ୟକୁ ଦିନ 1 ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ସକାଳେ ବିରୋଧୀଙ୍କ ମୁଲତବୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ ଯେ ଗତକାଲି 17 ଟି ମୁଲତବୀ ପ୍ରସ୍ତାବ ଆସିଛି ଏବଂ ଆଜି ମଧ୍ୟ 15 ଟି ପ୍ରସ୍ତାବ ଆସିଛି। ଏକାସାଙ୍ଗରେ ଏତେଗୁଡିଏ ପ୍ରସ୍ତାବକୁ କିପରି ଅନୁମତି ଦିଆଯାଇପାରିବ ବୋଲି ସେ ପ୍ରଶ୍ନ କରିଥିଲେ।

କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି ଯେ ଏହି ପ୍ରସଙ୍ଗ ଜାତୀୟ ସୁରକ୍ଷା ସହ ଜଡିତ ଏବଂ ଏହାକୁ ଗୃହରେ ଉଠାଇବାକୁ ଦିଆଯାଉ। ତେବେ ଦିନ ତମାମ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ଠିକରେ ଚାଲିପାରି ନ ଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ତାଞ୍ଜାନିୟାର ହାଇ କମିଶନର ହେଲେ ଓଡିଶାର ବିନୟ ଶ୍ରୀକାନ୍ତ ପ୍ରଧାନ

ନୂଆଦିଲ୍ଲୀ, ପୂର୍ବ ଆଫ୍ରିକାର ଦେଶ ତାଞ୍ଜାନିୟାର ହାଇ କମିଶନର ଭାବେ ନିଯୁକ୍ତ ପାଇଛନ୍ତି ବିନୟ ଶ୍ରୀକାନ୍ତ ପ୍ରଧାନ। ୨୦୦୨ ବ୍ୟାଚର ଆଇଏଫଏସ ଅଧିକାରୀ ହେଉଛନ୍ତି ବିନୟ ଶ୍ରୀକାନ୍ତ। ଓଡିଶାର ଦେବଗଡ ସହରରେ ଜନ୍ମଲାଭ କରିଥିବା ବିନୟ ଏପରି ଉଚ୍ଚ ପଦବୀରେ ଅଧିଷ୍ଠିତ ହେବା ରାଜ୍ୟ ପାଇଁ ଏକ ଗୌରବର ବିଷୟ। ବର୍ତ୍ତମାନ ବିନୟ ୨୦୧୯ରୁ ମସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ଡେପୁଟି ଚିଫ୍ ଅଫ୍ କମିସନ୍ ଭାବେ ଅବସ୍ଥାପିତ ଅଛନ୍ତି ।

ଜଣେ ଦକ୍ଷ ଏବଂ ବିଶିଷ୍ଟ କୁଟନୀତିଜ୍ଞ ଭାବରେ ସେ ୨୦୦୪ ରୁ ୨୦୧୨ ପର୍ଯ୍ୟନ୍ତ ମୋସ୍କୋ, ତୁର୍କମେନିସ୍ଥାନ ଏବଂ ପାକିସ୍ତାନର ଭାରତୀୟ ଦୂତାବାସରେ ବରିଷ୍ଠ ପଦବୀରେ କାର୍ଯ୍ୟ କରିଛନ୍ତି । ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ବିଦେଶ ମନ୍ତ୍ରଣାଳୟରେ ଆଫଗାନିସ୍ତାନ ଓ ଇରାନ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ନେଇ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ମଧ୍ୟ କାର୍ଯ୍ୟ କରିଥିଲେ। ସେ ଏପରି ପଦବୀ ନିଯୁକ୍ତେ ହେଉଥିବାର ଖବର ପରେ ତାଙ୍କ ଦେବଗଡ ସହରରେ ଆନନ୍ଦ ଖେଳିଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏବେ ବି ଦେଶରେ ୪୦ କୋଟିରୁ ଅଧିକ ଲୋକଙ୍କୁ ସଂକ୍ରମଣ ଆଶଙ୍କା ରହିଛି: ଆଇସିଏମଆର

ନୂଆଦିଲ୍ଲୀ: ଦେଶର ଚତୁର୍ଥ ଜାତୀୟ ସେରୋ ସର୍ଭେରେ ଏପର୍ଯ୍ୟନ୍ତ ୬୭.୬% ଲୋକ କରୋନା ଭୂତାଣୁ ସଂକ୍ରମଣ ଦ୍ୱାରା ଅନ୍ତର୍ଭୁକ୍ତ ହୋଇଛନ୍ତି। ଦେଶର ୨୧ ଟି ରାଜ୍ୟର ୭୦ ଟି ଜିଲ୍ଲାରେ ସେରୋ ସର୍ଭେ କରାଯାଇଥିଲା ଯେଉଁଠାରେ ପୂର୍ବରୁ ତିନୋଟି ସେରୋ ସର୍ଭେ କରାଯାଇଛି। ଉଦାହରଣ ସ୍ୱରୂପ, ଦେଶରେ ୪୦ କୋଟିରୁ ଅଧିକ ଲୋକ ଏପର୍ଯ୍ୟନ୍ତ ସଂକ୍ରମଣର ଆଶଙ୍କାରେ ଅଛନ୍ତି। ଭାରତର ଦୁଇ ତୃତୀୟାଂଶ ଜନସଂଖ୍ୟାରେ ଆଣ୍ଟିବଡି ଦେଖିବାକୁ ମିଳିଛି, ଯାହାର ଅର୍ଥ ହେଉଛି ସେମାନେ ଏହି ଭୂତାଣୁ ସଂସ୍ପର୍ଶରେ ଆସିଛନ୍ତି।

ଆଇସିଏମଆର କହିଛି ଯେ, ୮୫ ପ୍ରତିଶତ ସ୍ୱାସ୍ଥ୍ୟ ସେବା କର୍ମୀଙ୍କୁ କରୋନା ହୋଇଯାଇଛି। ଲୋକଙ୍କୁ ତଥାପି କୋଭିଡ ପ୍ରୋଟୋକଲ ଅନୁସରଣ କରିବାକୁ ପଡିବ। ଅତି ଜରୁରୀ ନଥିବା ବ୍ୟକ୍ତିମାନେ ଭ୍ରମଣରୁ ଦୂରେଇ ରୁହନ୍ତୁ। ସେହି ସମୟରେ, ଯେଉଁମାନେ ଟିକାର ଉଭୟ ଡୋଜ୍ ନେଇଛନ୍ତି ସେମାନେ ଯାତ୍ରା କରିବା ଉଚିତ୍। ‘

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୫୭: ସୁସ୍ଥ ହେଲେ ୨୫୩ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୫୭ ଆକ୍ରାନ୍ତଙ୍କ ମଧ୍ୟରୁ ୭୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୮୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ହଜାର ୪୨୨ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୨୫୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୪ ହଜାର ୨୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୪୯୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୬୬୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨ ହଜାର ୩୪୧ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୩୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୭୧,  କଟକରୁ ୨୮୬, ବାଲେଶ୍ବରରୁ ୧୬୪, ପୁରୀରୁ ୧୪୧, କେନ୍ଦ୍ରାପଡା ୧୨୧, ମୟୂରଭଞ୍ଜରୁ ୧୦୩, ଯାଜପୁରରୁ ୯୮, ଜଗତସିଂହପୁରରୁ ୭୬, ନୟାଗଡରୁ ୭୨, ଢେଙ୍କାନାଳରୁ ୭୦, ଭଦ୍ରକରୁ ୬୫, ସୁନ୍ଦରଗଡରୁ ୬୨, କେନ୍ଦୁଝରରୁ ୫୯, ଅନୁଗୁଳରୁ ୫୦, ରାୟଗଡାରୁ ୫୦, ମାଳାକାନାଗିରିରୁ ୪୫, ସମ୍ବଲପୁରରୁ ୩୦, ବଲାଙ୍ଗୀରିରୁ ୨୪, କୋରାପୁଟରୁ ୨୩, କନ୍ଧମାଳରୁ ୨୧, ଝାରସୁଗୁଡାରୁ ୧୭, ସୋନପୁରରୁ ୧୪, ବରଗଡରୁ ୧୧, ଗଞ୍ଜାମରୁ ୧୧, କଳାହାଣ୍ଡିରୁ ୧୧, ନବରଙ୍ଗପୁରରୁ ୯, ଦେବଗଡରୁ ୭, ଗଜପତିରୁ ୬, ବୌଦ୍ଧରୁ ୪, ନୂଆପଡାରୁ ୩, ଏବଂ ଷ୍ଟେଟ ପୁଲରୁ ୧୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୩୫ ହଜାର ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୮ ହଜାର ୫୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୩୨ ହଜାର ୬୬୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୦ ହଜାର ୧୬୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୧୭୨ କୁ ବୃଦ୍ଧି ହୋଇଛି।