Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨ ହଜାର ୯୩୭ ଆକ୍ରାନ୍ତ: କଟକରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୯୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୫୨, କଟକରୁ ୪୬୦, ଯାଜପୁରରୁ ୨୧୫, ବାଲେଶ୍ବରରୁ ୨୦୬, ପୁରୀରୁ ୧୬୦, ଭଦ୍ରକରୁ ୧୫୮, ମୟୂରଭଞ୍ଜରୁ ୧୫୭, ନୟାଗଡରୁ ୧୧୫, ଜଗତସିଂହପୁରରୁ ୧୦୬, ଅନୁଗୁଳରୁ ୮୬, ଢେଙ୍କାନାଳରୁ ୮୪, କୋରାପୁଟରୁ ୭୩, ସୁନ୍ଦରଗଡରୁ ୪୮, ମାଲକାନାଗିରିରୁ ୪୫, କେନ୍ଦୁଝରରୁ ୩୮, ସମ୍ବଲପୁରରୁ ୩୨, ବଲାଙ୍ଗୀରିରୁ ୨୮, ନବରଙ୍ଗପୁରରୁ ୨୪, ରାୟଗଡାରୁ ୨୪, କଳାହାଣ୍ଡିରୁ ୨୧, ଝାରସୁଗୁଡାରୁ ୧୬, ବରଗଡରୁ ୧୫, ସୋନପୁରରୁ ୧୩, କନ୍ଧମାଳରୁ ୧୨, ଦେବଗଡରୁ ୯, ଗଜପତିରୁ ୯, ଗଞ୍ଜାମରୁ ୫, ନୂଆପଡାରୁ ୫, ବୌଦ୍ଧରୁ ୫ ଏବଂ ଷ୍ଟେଟ ପୁଲରୁ ୧୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୧୫ ହଜାର ୪୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୧ ହଜାର ୭୪୫ କୁ ବୃଦ୍ଧି ହୋଇଥିବାବେଳେ  ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୧ ହଜାର ୬୩୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୬୬୧ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଘରେ ବସି ରଥଯାତ୍ରାର ସିଧାପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିୟାନ

ଭୁବନେଶ୍ବର, କରୋନା ପାଇଁ ଭକ୍ତମାନଙ୍କୁ ପୁରୀ ବଡଦାଣ୍ଡ ମନା। ଯେତେବେଳେ ଭକ୍ତମାନେ ଯାଉ ନାହାଁନ୍ତି ସେତେବେଳେ ମୁଖ୍ୟମନ୍ତ୍ରୀ କେମିତି ଯିବେ। ସେ ନିଜେ ଭକ୍ତମାନଙ୍କୁ ଯିବା ପାଇଁ ବାରଣ କରିଛନ୍ତି। ସେଥିପାଇଁ ନବୀନ ରଥଯାତ୍ରାର ଟିକିନିଖ ଖବର ଘରେ ଟିଭିରେ ଏହାର ସିଧାପ୍ରସାରଣ ଦେଖିଥିଲେ।

ମୁଖ୍ୟମନ୍ତ୍ରୀ ପହଣ୍ଡି ବିଜେ, ଛେରା ପହଁରା ଏବଂ ରଥ ଟଣା ଆଦି ନୀତିକୁ ସେ ଟିଭି ପରଦାରୁ ଦେଖୁଥିଲେ। ଏପରିକି ଯେତେବେଳେ ପ୍ରଭୃ ଜଗନ୍ନାଥ ପହଣ୍ଡିରେ ସିଂହ ଦ୍ବାରାରୁ ବାହାରି ରଥାରୁଢ ହେଲେ ସେତେବେଳେ ସେ ଛିଡା ହୋଇ ନମସ୍କାର ମଧ୍ୟ ଜଣାଇଲେ। ପାଖରେ ବସିଥିବା ତାଙ୍କର ବ୍ୟକ୍ତିଗତ ସଚିବ ତଥା ଫାଇବ ଟି ସଚିବ ଭି କେ ପାଣ୍ଡିୟାନ ମଧ୍ୟ ଛିଡା ହୋଇ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା: ମୁଖ୍ୟମନ୍ତ୍ରୀ ଜଣାଇଲେ କୃତଜ୍ଞତା

ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଆଜି ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ହୋଇଥିବା ଏବଂ ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସେବାୟତ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେହିପରି ମହାପ୍ରଭୁଙ୍କ ରଥଯାତ୍ରା ଯେପରି ସୁରୁଖୁରୁରେ ସମ୍ପନ୍ନ ହେବ ସେଥିପାଇଁ ଦିନରାତି କାମ କରିଥିବା ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗାର କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି।

ସାର୍ବୋପରି କୋଭିଡ କଟକଣା ମଧ୍ୟରେ ଆଜିର ଶ୍ରୀଗୁଣ୍ଡିଚା ଯାତ୍ରାରେ ପୁରୀର ଜନସାଧାରାଣ ଯେପରି ଶୃଙ୍ଖଳାର ପରାକାଷ୍ଠା ଦେଖାଇଛନ୍ତି, ତାହା ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ହେବ ବୋଲି ବର୍ଣ୍ଣନା କରିବା ସହ ମୁଖ୍ୟମନ୍ତ୍ରୀ ପୁରୀ ବାସୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ସଂସଦର ମୌସୁମୀ ଅଧିବେସନ ପାଇଁ ଘୋଷଣା ହେଲା ତାରିଖ, ମୋଟ 19ଟି କାର୍ଯ୍ୟ ଦିବସ ରହିଛି

ନୂଆଦିଲ୍ଲୀ, ଆସନ୍ତା ମୌସୁମୀ ଅଧିବେସନ ପାଇଁ ତାରିଖ ଘୋଷଣା ହୋଇଛି। ସେହି ଅନୁସାରେ ଜୁଲାଇ 19 ତାରିଖରୁ ଆରମ୍ଭ ହେବ ମୌସୁମୀ ଅଧିବେସନ। ଏହି ଅଧିବେସନ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ମୋଟ 19ଟି କାର୍ଯ୍ୟ ଦିବସ ରହିଛି।

ଏଥରର ମୌସୁମୀ ଅଧିବେସନ ଅନେକ କ୍ଷେତ୍ରରେ ଗୁରୁତ୍ବ ବହନ କରିବ। ପ୍ରଥମ କଥା ହେଲା ଏଥର ଅଧିବେସନଟି ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ବସିବ। ପ୍ରଥମ ଥର ପାଇଁ ନୂଆ ମନ୍ତ୍ରୀମାନେ ସେମାନଙ୍କ ବିଭାଗର ତଥ୍ୟ ଉପସ୍ଥାପନା କରିବେ।

ସେହିପରି କରୋନା ନେଇ ଏଥର ଗୃହ ସରଗରମ ହୋଇପାରେ, ଅନ୍ୟପକ୍ଷରେ ପଶ୍ଚିମବଂଗ ନିର୍ବାଚନ ପରବର୍ତ୍ତି ହିଂସା ଏବଂ ପ୍ରଶାସନିକ ଅଦଳବଦଳକୁ ନେଇ ମଧ୍ୟ ତୁମ୍ବି ତୋଫାନ ହେବାର ସମ୍ଭାବନା ରହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଶାଳିଆ ଡ୍ୟାମ ରାସ୍ତାରେ ବଢୁଛି ଡକାୟତି: କ୍ରମାଗତ ୩ଟି ଲୁଟ୍ ଘଟଣା ପରେ ବି ଲୁଟେରାଙ୍କ ଟେର ପାଉନି ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲା ସୀମାନ୍ତରେ ଥିବା ଶାଳିଆ ଡ୍ୟାମ ଉଭୟ ଜିଲ୍ଲା ପାଇଁ ଗର୍ବର ବିଷୟ ହୋଇଥିବାବେଳେ ଏଠାରେ ଦିନକୁ ଦିନ ରାହାଜାନି, ଲୁଟ ଆଦି ବଢ଼ୁଥୁବାରୁ ବର୍ତ୍ତମାନ ପର୍ଯ୍ୟଟକ ତଥା ବ୍ୟବସାୟୀ ଉକ୍ତ ରାସ୍ତା ଦେଇ ଯିବା ଆସିବାକୁ ସୁରକ୍ଷିତ ମଣୁନାହାନ୍ତି। ଗତ ଦୁଇ ମାସ ଭିତରେ ଏଠାରେ ଦୁଇ ଥର ଲୁଟ ହୋଇଥିବାବେଳେ ଗତ କାଲି ରାତିରେ ପୁଣି ଶାଳିଆ ଡ୍ୟାମ ଠାରୁ ମାତ୍ର ୩୦୦ ମିଟର ଦୂରରେ ଜଣେ ଦମ୍ପତିଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେବା ସହ ଦୁର୍ବୃତ୍ତମାନେ ମହିଳାଙ୍କୁ ଛୁରା ମାଡ଼ ମଧ୍ୟ କରିଛନ୍ତି। ଏନେଇ ଦମ୍ପତି ଜଣକ ଆଜି ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବୁରୁଝୁରି ନୂଆଗାଁ ଅଞ୍ଚଳର କଲ୍ୟାଣ କୁମାର ଜେନା ଏବଂ ତାଙ୍କ ପତ୍ନୀ ପୂଜା ନାହାକ ଉଭୟ ଗତକାଲି ବାଇକ ଯୋଗେ ବାଣପୁର ଥାନା ଅନ୍ତର୍ଗତ ଅରଖଡିହ ଗ୍ରାମ ସ୍ଥିତ ନିଜ ବନ୍ଧୁ ଘରକୁ ଯାଇଥିଲେ। କାମସାରି ସଂଧ୍ୟାରେ ଉଭୟ ନିଜ ଗ୍ରାମକୁ ଫେରୁଥିବା ବେଳେ ପାଖାପାଖି ୭ ଘଟିକା ସମୟରେ ଶାଳିଆ ଡ୍ୟାମ ଠାରୁ ୩୦୦ ମିଟର ଆଗରେ ୩ଜଣ ଦୁର୍ବୁତ୍ତ ଏକ ଧଳା ରଙ୍ଗର ସ୍କୁଟିରେ ଆସି ଉଭୟଙ୍କୁ ପଛପଟୁ ଅଟକାଇଥିଲେ।

ପରବର୍ତ୍ତୀ ସମୟରେ ପୂଜାଙ୍କୁ ବନ୍ଧୁକ ଏବଂ ଛୁରୀ ଦେଖାଇ ତାଙ୍କ ନିକଟରୁ ପାଖାପାଖି ୧୦୦ ଗ୍ରାମ ସୁନା ଗହଣା ଲୁଟିନେଇଥିଲେ। ତେବେ ଉଭୟ ଜୋରରେ ପାଟି କରିବାରୁ ଦୁର୍ବୃତ୍ତମାନେ ଛୁରୀରେ ପୂଜାଙ୍କ ହାତକୁ ଆକ୍ରମଣ କରି ବାଣପୁର ଅଭିମୁଖେ ଫେରାର ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ପୂଜାଙ୍କ ଚିକିତ୍ସା ନିମନ୍ତେ ତାଙ୍କ ସ୍ୱାମି କଲ୍ୟାଣ ୧୦୮ ଆମ୍ବୁଲାନ୍ସ ଦ୍ୱାରା ପ୍ରଥମେ ତାଙ୍କୁ ସୁମଣ୍ଡଳ ଏବଂ ପରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଥିଲେ।

ଆଜି ଚିକିତ୍ସତ ହେବାପରେ ଦମ୍ପତି ଜଣକ ବାଣପୁର ଥାନାରେ ହାଜର ହୋଇ ଏ ନେଇ ଲିଖିତ ଅଭିଯୋଗ କରିବା ସହ ଯଥାଶୀଘ୍ର ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ଅଳଙ୍କାର ଗୁଡିକୁ ଜବତ କରିବା ପାଇଁ ଥାନାଧିକାରୀଙ୍କୁ କୋହଭରା କଣ୍ଠରେ ଅନୁରୋଧ କରିଛନ୍ତି।

ସୂଚନା ଥାଉ କି ଏହି ସ୍ଥାନରେ ୨ ମାସ ଆଗରୁ ନୂଆଗଡର ଜଣେ ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତମାନେ ଟଙ୍କା ଓ ମୋବାଇଲ ଲୁଟ କରିବା ସହ ମାତ୍ର ୧୫ ଦିନ ପୂର୍ବେ ଅଂଗରଗାଁର ଏକ ବ୍ୟବସାୟୀଙ୍କ ଠାରୁ ଗାଡି ଓ ଟଙ୍କା ଲୁଟ ହୋଇଥିଲା। ଆଜିର ଲୁଟ ସେହି ସ୍ଥାନରେ ୩ୟ ଘଟଣା। ହେଲେ ଏପର୍ଯ୍ୟନ୍ତ ପୋଲିସର ହାତ ଖାଲି ରହିଛି।

ସୀମାନ୍ତବର୍ତ୍ତୀ ଅଞ୍ଚଳ ତଥା ଦୁର୍ଗମ ରାସ୍ତା ହୋଇଥିବାରୁ ଉଭୟ ଜିଲ୍ଲାର ଥାନା ପକ୍ଷରୁ ଏଠାରେ ପାଟ୍ରୋଲିଂ ମଧ୍ୟ ହେଉନାହିଁ। ଏହିପରି ଲୁଟ, ରାହାଜାନି ଏଠାରେ ବାରମ୍ବାର ଘଟୁଥିବା ବେଳେ ପୋଲିସ ଦୁର୍ବୃତ୍ତମାନଙ୍କ ଟେର ନପାଇବା ଆଶ୍ଚର୍ଯ୍ୟର କଥା। ଉକ୍ତ ଅଞ୍ଚଳରେ ନିହାତି ଏକ ପୋଲିସ ଆଉଟପୋଷ୍ଟ ପ୍ରତିଷ୍ଠା ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତ-ଇଂଲଣ୍ଡ ମହିଳା କ୍ରିକେଟ: ଏହି ଖେଳାଳିଙ୍କ ଚମତ୍କାର କ୍ୟାଚ ଦେଖି ପ୍ରଶଂସା କଲେ ମୋଦୀ ଆଉ ତେନ୍ଦୁଲକର

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଟି-୨୦ ମ୍ୟାଚ ଆରମ୍ଭ ହୋଇଯାଇଛି। ଏହି ସିରିଜର ପ୍ରଥମ ମ୍ୟାଚ ଇଂଲଣ୍ଡ ମହିଳା ଦଳ ଜିତିଥିବା ବେଳେ ଦ୍ଵିତୀୟ ମ୍ୟାଚ ଭାରତୀୟ ମହିଳା ଦଳ ଜିତିନେଇଛି। ବର୍ତ୍ତମାନ ସିରିଜ ୧-୧ରେ ବରାବର ଅଛି। ହେଲେ ଦ୍ଵିତୀୟ ମ୍ୟାଚରେ ଭାରତୀୟ ଦଳ ପକ୍ଷରୁ ଏକ ଚମତ୍କାର କ୍ୟାଚ ଦେଖିବାକୁ ମିଳିଥିଲା। ହରଲୀନ ଦେଓଲ ଏକ ଚମତ୍କାର କ୍ୟାଚ ନେଇ ଜନପ୍ରିୟତା ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରିୟଙ୍କା ଗାନ୍ଧୀ ଏବଂ ସଚିନ ତେନ୍ଦୁଲକର ପ୍ରମୁଖ ହରଲୀନଙ୍କୁ ଖୁବ ପ୍ରଶଂସା କରିଛନ୍ତି।

୨୩ ବର୍ଷୀୟା ଏହି ଖେଳାଳିଜଣଙ୍କ ବାଉଣ୍ଡ୍ରୀକୁ ଯାଉଥିବା ବଲଟିକୁ ଅଟକାଇବା ସହ ଲମ୍ଫ ପ୍ରଦାନ କରି କ୍ୟାଚ ନେଇଥିଲେ। ୧୯ ତମ ଓଭରରେ ଶିଖା ପାଣ୍ଡେଙ୍କ ବଲକୁ ଇଂଲଣ୍ଡର ଏମି ଜୋନ୍ସ ଏକ ବଡ ସଟ ମାରିଥିଲେ। ହେଲେ ନିଶ୍ଚିତ ବାଉଣ୍ଡ୍ରୀକୁ ଯାଉଥିବା ଏହି ବଲଟିକୁ  ହରଲୀନ ଚମତ୍କାର ଭାବେ ଧରିନେଇଥିଲେ। ଏହି କ୍ୟାଚଟି ସମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହେବାରେ ଲାଗିଛି।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ବଡଦାଣ୍ଡରେ ଗଡିଲା ରଥ, ନିର୍ଦ୍ଧାରିତ ସମୟର ଯଥେଷ୍ଠ ପୂର୍ବରୁ ଆରମ୍ଭ ହୋଇଗଲା ରଥଟଣା

ପୁରୀ, ଶେଷରେ ଘଡଘଡ ନାଦରେ ବଡଦାଣ୍ଡରେ ଚାଲିଛି ରଥ। ଭକ୍ତ ନ ଥିଲେ ମଧ୍ୟ ସେବକମାନେ ରଥକୁ ଟାଣି ଟାଣି ନେଉଛନ୍ତି। ଆଶ୍ଚର୍ଯର କଥା ପୂର୍ବ ନିର୍ଦ୍ଧାରିତ ସମୟର ଯଥେଷ୍ଠ ପୂର୍ବରୁ ରଥଟଣା ଆରମ୍ଭ ହୋଇଯାଇଛି। ଅର୍ଥାତ ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ଏହି ରଥଟଣା ଆରମ୍ଭ ହୋଇଛି।

ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ରଥଟଣା ଆଜି ଅପରାହ୍ନ 3ଟାରେ ଆରମ୍ଭ କରିବାକୁ ନିର୍ଦ୍ଧାରିତ ହୋଇଥିଲା। ହେଲେ ଆଜି ପ୍ରଭୃଙ୍କ ସମସ୍ତ ନୀତିକାନ୍ତି ଯଥେଷ୍ଠ ପୂର୍ବରୁ ଆରମ୍ଭ ହୋଇଛି।

ଆଜି ସକାଳୁ 8ଟା 30ରେ ଆରମ୍ଭ ହୋଇ 11ଟା 30 ପର୍ଯ୍ୟନ୍ତ ଠାକୁରଙ୍କ ପହଣ୍ଡି ବିଜେ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା। ହେଲେ ପହଣ୍ଡି ବିଜେ ଦିନ 10ଟା ଭିତରେ ଶେଷ ହୋଇଯାଇଥିଲା। ସେହିପରି ଛେରା ପହଁରା ଦିନ 12ଟାରୁ 2ଟା 45 ମିନଟ ଭିତରେ ହେବ ବୋଲି କୁହାଯାଇଥିଲା। ହେଲେ ଛେରା ପହଁରା ଦିନ 12ଟା 30 ରେ ଶେଷ ହୋଇଯାଇଛି।

ଛେରା ପହଁରା ଶେଷ ହେବା ପରେ ରଥ ଟଣା ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି। ନିର୍ଦ୍ଧାରିତ ସମୟ ଥିଲା ଦିନ 3 ଟାରେ ରଥଟଣା ଆରମ୍ଭ କରାଯିବ। ହେଲେ ଏହାର ଦୁଇ ଘଣ୍ଟା ପୂର୍ବରୁ ଅର୍ଥାତ ଦିନ ପ୍ରାୟ 1 ଟା ବେଳେ ରଥଟଣା ଆରମ୍ଭ ହୋଇଯାଇଛି। ବର୍ତ୍ତମାନର ରିତିନୀତି ଅନୁସାରେ ଆଜି ଅପରାହ୍ନ 3 ଟା ସୁଦ୍ଧା ଗୁଣ୍ଡିଚା ମନ୍ଦିରରେ ତିନି ରଥ ଲାଗିଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ନବକଳେବର ହେବ ବିଜେଡି କାର୍ଯ୍ୟାଳୟ, ରଥଯାତ୍ରାରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର, ଆଜି ପବିତ୍ର ରଥଯାତ୍ରାରେ ବିଜୁ ଜନତା ଦଳ ତାହାର ନୂଆ କାର୍ଯ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି କାର୍ଯ୍ୟାଳୟରେ ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,

‘ପବିତ୍ର ରଥଯାତ୍ରା ଅବସରରେ ଦଳର ନୂତନ କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛି। ଏହା ଓଡ଼ିଶାର ଲୋକଙ୍କ ପାଇଁ ସେବା ଓ ସମର୍ପଣର ପ୍ରତୀକ ହେବା ସହ ଓଡ଼ିଆ ସ୍ବାଭିମାନର ଜାଗ୍ରତ ପ୍ରହରୀ ଭାବରେ କାର୍ଯ୍ୟ କରିବ। ଓଡ଼ିଶାବାସୀଙ୍କ ସେବା ପାଇଁ ଏଠାରେ ରକ୍ତଦାନ ଏବଂ ଅନ୍ୟାନ୍ୟ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଜାରି ରହିବ।’

ବର୍ତ୍ତମାନ କ୍ୟାପିଟଲ ହସପିଟାଲ ପଛପଟେ ଥିବା ବିଜେଡି କାର୍ଯ୍ୟାଳୟକୁ ନବେକଳେବର କରାଯିବ। ଏହି ଏକ ମହଲା ବିଶିଷ୍ଠ କାର୍ଯ୍ୟାଳୟକୁ 4 ମହଲା ବିଶିଷ୍ଠ କରାଯିବ ବୋଲି ଜଣାପଡିଛି। ଏକ କର୍ରପୋରେଟ ଅଫିସ ଢାଞ୍ଚାରେ ଏହାକୁ ନିର୍ମାଣ କରାଯିବ। ସେଥିପାଇଁ ଏକ ଡିଜାଇନକୁ ମନୋନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।

ଏହି କାର୍ଯ୍ୟାଳୟରେ ଏକ ବଡ କନଫ୍ରେନସ ରୁମ ରହିବ, ମିଡିଆ ସେଣ୍ଟର ରହିବ ଏଥିସହିତ ବିଭିନ୍ନ କାର୍ଯ୍ୟକର୍ତ୍ତାଙ୍କର ଚ୍ୟାମ୍ବର ମଧ୍ୟ କରାଯିବ। ବିଜେଡି ସୁପ୍ରିମୋଙ୍କ ମଧ୍ୟ ଏକ ସ୍ବତନ୍ତ୍ର ଚ୍ୟାମ୍ପର କରାଯିବାକୁ ନିଷ୍ପତି କରାଯାଇଛି। ବର୍ତ୍ତମାନ ଥିବା ଅଫିସକୁ ହଠାତ ନ ଭାଙ୍ଗି ପଛପଟେ ଥିବା ଖାଲିସ୍ଥାନରେ ଏହାର କାମ ଆରମ୍ଭ କରାଯିବ ବୋଲି ଦଳ ନିଷ୍ପତି କରିଛି।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ବିନା ଭକ୍ତରେ ରଥାଋଢ ହେଲେ ତିନିଠାକୁର, ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଯିବ ରଥଟଣା

ପୁରୀ, ଆଜି ପବିତ୍ର ରଥାଯାତ୍ରା ଉପଲକ୍ଷେ ଶ୍ରୀକ୍ଷେତ୍ର ପୁରୀରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଷ। ହେଲେ ସେହିପରିବେଷକୁ ଅନୁଭବ କରିବା ପାଇଁ ନାହାଁନ୍ତି ଭକ୍ତି। ବିନା ଭକ୍ତରେ ତିନିଠାକୁର ହୋଇଛନ୍ତି ରଥାଋଢ। ପ୍ରଥମେ ବଳଭଦ୍ର, ପରେ ମା ସୁଭଦ୍ରା ଏବଂ ଶେଷରେ ପ୍ରଭୃ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇ ରଥାଋଢ କରାଯାଇଛି।

ଆଜି ନିର୍ଦ୍ଧାରିତ ସମୟରେ ତିନି ଠାକୁରଙ୍କ ସମସ୍ତ ନୀତି ସଂପର୍ଣ୍ଣ କରାଯାଇ ପହଣ୍ଡି ପାଇଁ ପ୍ରସ୍ତୁତ କରାଯାଇଥିଲା। ମହାପ୍ରଭୃ ରଥାଋଢ ହେବା ପରେ ଗଜପତି ଦିବ୍ୟସିଂହ ଦେବ ନିର୍ଦ୍ଧାରିତ ସମୟ ପୂର୍ବରୁ ଛେରା ପହାଁରା ନିତି ଆରମ୍ଭ କରିଦେଇଛନ୍ତି। ଏହି ନୀତି ଦିନ 12ଟା 45ରୁ ଆରମ୍ଭ ହେବାର ଥିଲା। ହେଲେ ଗଜପତି ମହାରାଜା ଦୁଇଘଣ୍ଟା ପୂର୍ବରୁ ଏହି ନୀତି ଆରମ୍ଭ କରି ଦେଇଛନ୍ତି।

ଗଜପତିଙ୍କ ଛେରା ପହଁରା ପ୍ରାୟ 12 ଟା ବେଳେ ଶେଷ ହେବ ବୋଲି ଜଣାପଡିଛି। ଛେରା ପହଁରା ସରିବା ପରେ ଅନ୍ୟା ରିତିନୀତି ପାଇଁ ଆଉ ଘଣ୍ଟାଏ ସମୟ ଲାଗିବ। ଏହାପରେ ଚାରମାଳ ଫିଟାଯାଇ ରଥ ଟଣା ଆରମ୍ଭ ହେବ। ବର୍ତ୍ତମାନର ନୀତି ଅନୁସାରେ ଅନୁମାନ କରାଯାଉଛି ଦିନ ପ୍ରାୟ 12.30 ଭିତରେ ରଥ ଟଣା ଆରମ୍ଭ ହୋଇଯିବ।

Categories
ଆଜିର ଖବର ଜାତୀୟ ଖବର

ବଜ୍ରପାତରେ ୪୦ ଜଣ ଲୋକଙ୍କ ଗଲା ଜୀବନ: ରାଜସ୍ଥାନରେ ସେଲ୍ଫି ନେବା ହେଲା କାଳ, ୮ ମୃତ

ନୂଆଦିଲ୍ଲୀ: ଉତ୍ତରଭାରତର ଉତ୍ତରପ୍ରଦେଶ, ରାଜସ୍ଥାନ ସମେତ କେତୋଟି ରାଜ୍ୟରେ ଗତକାଲି ବଜ୍ରପାତ ଯୋଗୁଁ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି। ଉତ୍ତରପ୍ରଦେଶର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୪୦ ଲୋକଙ୍କ ମୃତ୍ୟୁ ହୋଇଯାଇଛି। କାନପୁର ଏବଂ ଏହାର ଆଖପାଖ ଜିଲ୍ଲାରେ ବଜ୍ରପାତ ଯୋଗୁଁ ୧୮ ଜଣ ଙ୍କ ଜୀବନ ଚାଲିଯାଇଥିବା ବେଳେ ପ୍ରୟାଗରାଜରେ ୧୪ ଜଣ, କୌଶାମ୍ବୀରେ ୪ ଜଣ, ଆଗ୍ରାରେ ୩ ଜଣ, ଉନ୍ନାବରେ ୨ ଜଣଙ୍କ ମୃତ୍ୟୁ ହୋଇଛି।

ସେହିଭଳି ପ୍ରତାପଗଡ଼, ବାରଣାସୀ ଏବଂ ରାୟବରେଲୀରେ ଜଣେ ଲେଖାଏଁ ଲୋକଙ୍କ ବଜ୍ରପାତ ଯୋଗୁଁ ପ୍ରାଣହାନୀ ଘଟିଛି। ଅନେକ ସ୍ଥାନରେ ଏହି ବଜ୍ରପାତ ଯୋଗୁଁ ପଶୁମାନଙ୍କ ମଧ୍ୟ ଜୀବନ ଚାଲିଯାଇଛି। ଏହି ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ଯୋଗୀ ସରକାର ୪-୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି।

ଅପରପକ୍ଷେ ରାଜସ୍ଥାନର ଆମେର କିଲ୍ଲା ନିକଟସ୍ଥ ଏକ ଟାୱାରରେ ଚଢି ସେଲ୍ଫି ଫଟୋ ନେଉଥିବା ବେଳେ ୮ ଜଣ ଲୋକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୩୭ ହଜାର ୧୫୪ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୭ ହଜାର ୧୫୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୭୨୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୮ ଲକ୍ଷ ୭୪ ହଜାର ୩୭୬ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮ ହଜାର ୭୬୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୪ ହଜାର ୭୧୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୫୦ ହଜାର ୮୯୯ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୩ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୪୬୬୧ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୩ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୬୬୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ ଜିଲ୍ଲାରୁ ୭ ଜଣ ଲେଖାଏଁ, ମୟୂରଭଞ୍ଜ ଜିଲ୍ଲାରୁ ୬ ଜଣ, ଗଞ୍ଜାମ ଜିଲ୍ଲାରୁ ୫ ଜଣ ଏବଂ ଢେଙ୍କାନାଳ, କେନ୍ଦ୍ରାପଡା, ପୁରୀ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବୌଦ୍ଧ, ଯାଜପୁର, ନୟାଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ, ଜଗତସିଂହପୁର, ବାଲେଶ୍ଵର, କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଏଁ, ଅନୁଗୁଳ, ବଲାଙ୍ଗୀରି, ଗଜପତି, କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୧ ହଜାର ୭୪୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୧୨ ହଜାର ୪୬୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୫ ହଜାର ୪୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୬୬୧ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୧ ହଜାର ୯୯୩  ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୯୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୫୪ ଜଣ ଚିହ୍ନଟ ହୋଇଥିବା ବେଳେ ୮୩୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୧ ହଜାର ୭୪୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୧୨ ହଜାର ୪୬୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୫ ହଜାର ୪୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୫୯୮ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୯୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୨୨ ଜଣ, କଟକ ଜିଲ୍ଲାରୁ ୨୯୭ ଜଣ, ଅନୁଗୁଳ ଜିଲ୍ଲାରୁ ୫୮ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୮୧ ଜଣ, ବରଗଡ ଜିଲ୍ଲାରୁ ୧୯ ଜଣ, ଭଦ୍ରକ ଜିଲ୍ଲାରୁ ୮୬ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧୩ ଜଣ, ବୌଦ୍ଧ ଜିଲ୍ଲାରୁ ୧୦ ଜଣ, ଦେବଗଡ ଜିଲ୍ଲାରୁ ୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୪ ଜଣ, ଗଜପତି ଜିଲ୍ଲାରୁ ୫ ଜଣ, ଗଞ୍ଜାମ ଜିଲ୍ଲାରୁ ୧୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୮୯ ଜଣ, ଯାଜପୁର ଜିଲ୍ଲାରୁ ୧୪୧ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୦ ଜଣ, କଳାହାଣ୍ଡି ଜିଲ୍ଲାରୁ ୮ ଜଣ, କନ୍ଧମାଳ ଜିଲ୍ଲାରୁ ୧୩ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୨୯ ଜଣ, କେନ୍ଦୁଝର ଜିଲ୍ଲାରୁ ୩୫ ଜଣ, କୋରାପୁଟ ଜିଲ୍ଲାରୁ ୩୧ ଜଣ, ମାଲକାନାଗିରି ଜିଲ୍ଲାରୁ ୪୨ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୧୦ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୫ ଜଣ, ନୟାଗଡ ଜିଲ୍ଲାରୁ ୭୮ ଜଣ, ନୂଆପଡା ଜିଲ୍ଲାରୁ ୬ ଜଣ, ପୁରୀ ଜିଲ୍ଲାରୁ ୧୪୪ ଜଣ, ରାୟଗଡା ଜିଲ୍ଲାରୁ ୨୪ ଜଣ, ସମ୍ବଲପୁର ଜିଲ୍ଲାରୁ ୧୪ ଜଣ, ସୋନପୁର ଜିଲ୍ଲାରୁ ୧୭ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭୫ ଜଣ ଏବଂ ଷ୍ଟେଟ ପୁଲରୁ ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
RathJatra ବିଶେଷ ଖବର ମନୋରଂଜନ ରାଜ୍ୟ ଖବର

ଲଳିତାଠାରୁ ସବ୍ୟସାଚୀ ମହାପାତ୍ରଙ୍କ ଶ୍ରୀଜଗନ୍ନାଥ ପର୍ଯ୍ୟନ୍ତ, ରୂପେଲି ପରଦାରେ ଶ୍ରୀଜଗନ୍ନାଥଙ୍କ ମହିମା

ଦିଲ୍ଲୀପ ହାଲି

ଓଡ଼ିଆ ଜନମାନସ ସହ ଜଗନ୍ନାଥ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଆଉ ଏଥିରୁ ଓଡ଼ିଆ ଫିଲ୍ମ ଦୁନିଆ ବା ବାଦ୍ ପଡ଼ନ୍ତା କିଭଳି? ଶ୍ରୀଜଗନ୍ନାଥଙ୍କ ମହିମା ବର୍ଣ୍ଣିତ କାହାଣୀକୁ ନେଇ ବିଭିନ୍ନ ସମୟରେ ଅନେକ ଓଡ଼ିଆ ଫିଲ୍ମ ନିର୍ମିତ ହୋଇଛି ଓ ବେଶ୍ ସଫଳତା ମଧ୍ୟ ପାଇଛି। ୧୯୩୬ ମସିହାରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ନିର୍ମାଣ ହେବାର ଦୀର୍ଘ ବର୍ଷ ପରେ ଶ୍ରୀଜଗନ୍ନାଥଙ୍କ ମହିମାକୁ ଭିତ୍ତିକରି ମୁକ୍ତିଲାଭ କରିଥିଲା ପ୍ରଥମ ଚଳଚ୍ଚିତ୍ର ‘ଲଳିତା’ ।

ଗୌରେନ୍ଦ୍ର ପ୍ରତାପ ସିଂହ ଦେଓଙ୍କ ପ୍ରଯୋଜନା ଓ କଲ୍ୟାଣ ଗୁପ୍ତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ସଂଳାପ ଓ ଗୀତ ଲେଖିଥିଲେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ । ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଲୋକନାଥ ମିଶ୍ର, ଉମା ଗୋଏଙ୍କା, ନନ୍ଦିନୀ ତ୍ରିପାଠୀ, ବୀଣା ଦେବୀ, ସୁମତୀ ଦେବୀ ପ୍ରମୁଖ କଳାକାର । ‘ଲଳିତା’ ପରେ ଜଗନ୍ନାଥଙ୍କ ସମ୍ପୂର୍ଣ୍ଣ କାହାଣୀକୁ ନେଇ ନିର୍ମିତ ‘ଶ୍ରୀଜଗନ୍ନାଥ’ ୧୯୫୦ ମସିହା ଫେବୃୟାରୀ ୨ ତାରିଖରେ ମୁକ୍ତିଲାଭ କଲା । ଏହାର ପ୍ରଯୋଜକ ଥିଲେ ସୁରେନ୍ଦ୍ର କୁମାର ଦାଶ । ‘ଶ୍ରୀଜଗନ୍ନାଥ’ ନିର୍ମାଣରେ ସେତେବେଳେ ୩ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଚିତ୍ତରଞ୍ଜନ ମିତ୍ର ଏବଂ ସଙ୍ଗୀତ ରଚନା କରିଥିଲେ ବାଳକୃଷ୍ଣ ଦାଶ ।

‘ଶ୍ରୀଜଗନ୍ନାଥ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଖଗେନ୍ଦ୍ର ମିତ୍ର, ରାମଚନ୍ଦ୍ର ମାଣିଆ, ଗୋପାଳ ଘୋଷ, କାର୍ତ୍ତିକ ଘୋଷ, ନିମାଇଁ ହରିଚନ୍ଦନ, ଭୋଳାନାଥ ଦାଶ, ନିରଞ୍ଜନ ଶତପଥୀ, ଗ୍ଲୋରିଆ ରାଉତ, ବିଦ୍ୟୁତଲତା ଦେବୀ, ବିଷ୍ଣୁପ୍ରିୟା ଦେବୀ ଓ ସାମୁଏଲ ସାହୁ (ବାବି) । ‘ଶ୍ରୀଜଗନ୍ନାଥ’ ସିନେମା ମୁକ୍ତିଲାଭ କଲା କଟକର କ୍ୟାପିଟାଲ ସିନେମା ହଲରେ । ସେ ସମୟରେ ୧୦ ସପ୍ତାହ ଧରି କ୍ୟାପିଟାଲ ସିନେମା ଗୃହରେ ଏହି ଚଳଚ୍ଚିତ୍ରଟି ଚାଲିଥିଲା ।

ଜଗନ୍ନାଥଙ୍କୁ ନେଇ ନିର୍ମାଣ ହୋଇଥିବା ତୃତୀୟ ଚଳଚ୍ଚିତ୍ର ଥିଲା ‘ମହାଲକ୍ଷ୍ମୀ ପୂଜା’ । ୧୯୫୯ ମସିହାରେ ନିର୍ମିତ ଏହି ଫିଲ୍ମ ପାଇଁ କଳାକାର ମନୋନୟନ ନିମନ୍ତେ ଖର୍ଚ୍ଚ ହୋଇଥିଲା ୧୦ ହଜାର ଟଙ୍କା । ‘ମହାଲକ୍ଷ୍ମୀ ପୂଜା’ର ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱନାଥ ନାୟକ । ଆଉ ଅଭିନୟ କରିଥିଲେ ଅନୁଭା, ଶେଫାଳୀ, ଶରତ ଧୀର, ଶ୍ରୀକାନ୍ତ, ନରେନ୍ଦ୍ର ଓ ବାଉରୀବନ୍ଧୁ ପ୍ରମୁଖ । ପ୍ରଯୋଜକ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମା ଏହି ‘ମହାଲକ୍ଷ୍ମୀ ପୂଜା’କୁ ‘ଜୟ ଜଗନ୍ନାଥ’ ନାମକରଣ ଦେଇ ହିନ୍ଦୀ ଡ଼ବିଂ କରି ଓଡ଼ିଶା ବାହାରେ ପ୍ରଦର୍ଶନ କରିଥିଲେ । ମହାଲକ୍ଷ୍ମୀ ପୂଜା ସେ ସମୟରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲା ।

୧୯୬୩ ମସିହାରେ ଜଗନ୍ନାଥଙ୍କ ଉପରେ ଆଧାରିତ ଏକ ଓଡ଼ିଆ ଚଳଚ୍ଚିତ୍ର ‘ଜୟଦେବ’ ନିର୍ମିତ ହୋଇଥିଲା । ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତ । ହେଲେ ଚଳଚ୍ଚିତ୍ରଟି ମୁକ୍ତିଲାଭ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଗଲା । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାଳକୃଷ୍ଣ ଦାଶ । ଫିଲ୍ମରେ ଅଭିନୟ କରିଥିଲେ-ବ୍ୟୋମକେଶ ତ୍ରିପାଠୀ, ଶେଫାଳୀ, ପ୍ରଭାବତୀ, ନଦିଆ, କମଳ । ତେବେ ଏହା ପୂର୍ବରୁ ୧୯୬୨ ମସିହାରେ ‘ଶ୍ରୀ ଶ୍ରୀ ପତିତପାବନ’ ନାମକ ଏକ ଫିଲ୍ମ ନିର୍ମାଣ ହୋଇଥିଲା । ଜଗନ୍ନାଥ ଧର୍ମର ପ୍ରଚାର କରିବା ଲାଗି ସୁକୁମାର ଗାଙ୍ଗୁଲି ଉଠାଇଥିବା ପୁରୀର ସାହିତଯାତ୍ରା, ଜଗନ୍ନାଥଙ୍କ ବିଭିନ୍ନ କାର୍ଯ୍ୟକ୍ରମର ଫଟୋ ଏଥିରେ ସ୍ଥାନିତ ହୋଇଥିଲା । ଏହା ଥିଲା ଏକ ପରୀକ୍ଷାମୂଳକ ଚଳଚ୍ଚିତ୍ର ।

୧୯୭୬ ମସିହାରେ ନିର୍ମିତ ଫିଲ୍ମ ମଧ୍ୟରୁ ଗୋବିନ୍ଦ ତେଜଙ୍କ ‘କୃଷ୍ଣ ସୁଦାମା’, ଧୀରେନ୍ ପଟ୍ଟନାୟକଙ୍କ ‘ବନ୍ଧୁ ମହାନ୍ତି’ ଏବଂ କ୍ରାନ୍ତି କୁମାରଙ୍କ ‘ଶ୍ରୀ ଜଗନ୍ନାଥ’ (୧୯୭୯) ଥିଲା ଜଗନ୍ନାଥ ମହିମା ଆଧାରିତ । ‘କୃଷ୍ଣ ସୁଦାମା’ର ନିର୍ଦ୍ଦେଶକ ଥିଲେ ନିତାଇ ପାଲିତ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର । ନୃତ୍ୟ ନିର୍ଦ୍ଦେଶକ ଥିଲେ କେଳୁଚରଣ ମହାପାତ୍ର। ସେ ସମୟରେ ‘କୃଷ୍ଣ ସୁଦାମା’ ଚଳଚ୍ଚିତ୍ର ଦର୍ଶକଙ୍କ ମନପସନ୍ଦ ହୋଇଥିଲା । ଗୋବିନ୍ଦ ତେଜ, ଶାନ୍ତିସ୍ୱରୂପ, ଧୀର ବିଶ୍ୱାଳ, ତ୍ରିପୁରା ମିଶ୍ର, ପ୍ରଶାନ୍ତ ନନ୍ଦ, ଅନୀତା ଦାସ, ମାମିନା ଓ ପ୍ରୀତି ପଟ୍ଟନାୟକ ଏଥିରେ ଅଭିନୟ କରିଥିଲେ । ‘କୃଷ୍ଣ ସୁଦାମା’ ଚଳଚ୍ଚିତ୍ର ରୂପରେଖ ଭିନ୍ନ ସ୍ୱାଦର ଥିଲା, ଯାହାକି ଦର୍ଶକମାନଙ୍କୁ ଭଲ ଲାଗିଥିଲା । ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ‘ବନ୍ଧୁ ମହାନ୍ତି’ରେ ଅଭିନୟ କରିଥିଲେ ଗୋବିନ୍ଦ ତେଜ, ଧୀର ବିଶ୍ୱାଳ, ବନଜା ମହାନ୍ତି, ଭୀମ ସିଂ, ଡଃ ପ୍ରଶାନ୍ତ ଦାସ, ଅନୀତା ଦାସ ଓ ଲୀଳା ଦୁଲାଳୀ । ଏହି ଚଳଚ୍ଚିତ୍ରଟି ସେ ସମୟରେ ରାଜ୍ୟ ସରକାରଙ୍କ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।

କ୍ରାନ୍ତି କୁମାରଙ୍କ ‘ଶ୍ରୀ ଜଗନ୍ନାଥ’ରେ ନିର୍ଦ୍ଦେଶନା ଦେଇଥିଲେ ବିଜୟ ଭାସ୍କର, ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଅକ୍ଷୟ ମହାନ୍ତି। ‘ଶ୍ରୀଜଗନ୍ନାଥ’ ଶୀର୍ଷକରେ ନିର୍ମିତ ହୋଇଥିଲା ଏହା ଥିଲା ଦ୍ୱିତୀୟ ଚଳଚ୍ଚିତ୍ର। ଏଥିରେ ଅଭିନୟ କରିଥିଲେ ଝରଣା ଦାସ, ଧୀରେନ୍ ଦାସ, ମିନୁଶ୍ରୀ ପାଣିଗ୍ରାହୀ, ଚକ୍ରପାଣି, ଶ୍ୟାମଳେନ୍ଦୁ ଓ ଲୁନା ମହାପାତ୍ର । କ୍ରାନ୍ତି କୁମାର ‘ଶ୍ରୀ ଜଗନ୍ନାଥ’ ଚଳଚ୍ଚିତ୍ରକୁ ବଙ୍ଗଳା, ତେଲୁଗୁ, ତାମିଲ, ଆସାମୀ ଭାଷାରେ ଡବିଂ କରି ପ୍ରଦର୍ଶନ କରାଇଥିଲେ।

ଜଗନ୍ନାଥଙ୍କୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା ୧୯୭୯ ମସିହାରେ । ‘ନୀଳମାଧବ’ ନାମରେ ଏହି ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ ରାଜକୁମାରୀ ଦେବୀ । ମମତା ରାୟ ଚୌଧୁରୀ, ରଘୁ ମିଶ୍ର, ଜୟା, ରାମ ପ୍ରତିହାରୀ ଓ କେଦାର ଗୁରୁ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଜେ.ପି. ଭଗତ । ସଙ୍ଗୀତ ନିର୍ଦ୍ଦେଶକ ଥିଲେ ନିର୍ମଳ କୁମାର।

ସାଲବେଗଙ୍କ କାହାଣୀକୁ ନେଇ ୧୯୮୩ ମସିହାରେ ‘ଭକ୍ତ ସାଲବେଗ’ ନିର୍ମାଣ କରିଥିଲେ ସୂର୍ଯ୍ୟ ନାରାୟଣ ମହାନ୍ତି । ଏହି ଚଳଚ୍ଚିତ୍ରଟି ବିଶେଷ ପ୍ରଭାବଶାଳୀ ହୋଇଥିଲା । ଏହାର ନିର୍ଦ୍ଦେଶକ ଥିଲେ ରାଧା ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଭୁବନେଶ୍ୱର ମିଶ୍ର । ଏଥିରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି, ଅପରାଜିତା, ଦୁଃଖିରାମ ସ୍ୱାଇଁ, ଅନୀତା ଦାସ, ବୀରେନ ରାଉତରାୟ, ବ୍ୟୋମକେଶ ତ୍ରିପାଠୀ, ଜୟୀ, ରାଧା ପଣ୍ଡା, କାଶୀନାଥ ପ୍ରମୁଖ ।

ଶ୍ରୀଜଗନ୍ନାଥ କାଞ୍ଚି ଅଭିଯାନ କାହାଣୀ ପୃଷ୍ଠଭୂମିରେ ପରମଭକ୍ତ ମାଣିକ ଗଉଡୁଣୀ ବିଷୟବସ୍ତକୁ ନେଇ ୧୯୮୬ ମସିହାରେ ନିର୍ମିତ ହୋଇଥିଲା ଫିଲ୍ମ ‘ମାଣିକ’ । ଏଥିରେ ନାୟକ ଓ ନାୟିକା ଥିଲେ ବିଜୟ ମହାନ୍ତି ଓ ତନ୍ଦ୍ରା ମହାନ୍ତି । ଏହାର ନିର୍ଦ୍ଦେଶନା ଦେଇଥିଲେ ଆର. ଅଜଗର ଓ ସଙ୍ଗୀତ ନିର୍ଦ୍ଦେଶନା ଉପେନ୍ଦ୍ର କୁମାର । ‘ଜୟଦେବ’ ଶୀର୍ଷକରେ ଦ୍ୱିତୀୟ ଫିଲ୍ମ ନିର୍ମାଣ କରିଥିଲେ ଶାନ୍ତି ରାଉତରାୟ ୧୯୮୭ ମସିହାରେ । ଶ୍ୟାମଳ ମୁଖାର୍ଜୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନୟ କରିଥିଲେ ଚକ୍ରପାଣି, ଶର୍ମିଳା ବିଶ୍ୱାସ, ଉତ୍ତମ ମହାନ୍ତି, ନେତ୍ରାନନ୍ଦ ମିଶ୍ର ପ୍ରମୁଖ । ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ବାଳକୃଷ୍ଣ ଦାସ ।

ତେବେ ଏହା ପାଖାପାଖି ୨୦ ବର୍ଷ ପର୍ଯ୍ୟନ୍ତ ଜଗନ୍ନାଥଙ୍କ ଆଧାରିତ ଓଡିଆ ଫିଲ୍ମ ଆଉ ଦେଖିବାକୁ ମିଳିଲା ନାହିଁ । ୨୦୦୬ ମସିହାରେ ବଳିଉଡ ପ୍ରଯୋଜକ ଭରତ ଶାହଙ୍କ ପ୍ରଯୋଜନାରେ ନିର୍ମିତ ହେଲା ‘ଜୟ ଜଗନ୍ନାଥ‘ । ଏଥିରେ ନିର୍ଦ୍ଦେଶନା ଦେଇଥିଲେ ସବ୍ୟସାଚୀ ମହାପାତ୍ର । ଲକ୍ଷ୍ମୀ ପୁରାଣ ଉପରେ ଆଧାରିତ ‘ଜୟ ଜଗନ୍ନାଥ’ରେ ଅଭିନୟ କରିଥିଲେ-ଶ୍ରୀତମ, ପିଣ୍ଟୁ ନନ୍ଦ, ଦେବାଶିଷ, ଜ୍ୟୋତି ମିଶ୍ର ପ୍ରମୁଖ । ଅକ୍ଷୟ ମହାନ୍ତି ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମଟି ୧୪ଟି ଭାଷାରେ ଡବିଂ ହୋଇ ଭିନ୍ନ ଭିନ୍ନ ରାଜ୍ୟରେ ଏକ ସମୟରେ ମୁକ୍ତିଲାଭ କରିଥିଲା ।

ଓଡ଼ିଶାରେ ଜଗନ୍ନାଥ ସଂସ୍କୃତି ହିଁ ମହାନ୍ । ଜଗନ୍ନାଥଙ୍କ ନାମକରଣ କରି ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ‘ପୁଅ ମୋର କଳାଠାକୁର’, ‘ଚକାଆଖି ସବୁ ଦେଖୁଛି’, ‘ଆସୁଛି ମୋ କାଳିଆ ସୁନା’, ‘ପଥର ଖସୁଛି ବଡ଼ ଦେଉଳୁ’ ଆଦି ଚଳଚ୍ଚିତ୍ର ବ୍ୟବସାୟିକ ସଫଳତା ପାଇଥିଲା । ଜଗନ୍ନାଥଙ୍କ ନାମକରଣ ଥାଇ ଅନ୍ୟାନ୍ୟ ଚଳଚ୍ଚିତ୍ର ‘ଚକାଡ଼ୋଳା କରୁଛି ଲୀଳା’, ‘ଠକୁର ଅଛନ୍ତି ଚଉ ବାହାକୁ’, ‘କାଳିଆ ଭରସା’, ‘ହିସାବ କରିବ କାଳିଆ’, ‘ମୋ ଭାଇ ଜଗା’, ‘ଜଗା ହାତରେ ପଘା’ ଆଦି ମୁକ୍ତିଲାଭ କରି ପ୍ରଭାବ ପକାଇଥିଲା ।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁଲାଇ 12 ସୋମବାରରେ ପାଞ୍ଚୋଟି ରାଶି ଉପରେ ମା ଲକ୍ଷ୍ମୀଙ୍କ ରହିଛି ଆର୍ଶିବାଦ

ମେଷ- ରାଜ୍ୟ ସହଯୋଗରେ କାର୍ଯ୍ୟ ସମାପ୍ତ ହେବ। ବ୍ୟବସାୟରୁ ଅନୁକୂଳ ଲାଭ ଦେବ। ବୈବାହିକ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ। ସମୟ ସୁସଙ୍ଗତତା ମିଳିବ । ଦିନ ସାରା ଅଳସୁଆ ହେବେ। ଘରେ ଶାନ୍ତି ଏବଂ ସୁଖ ରହିବ। ଉପକୃତ ହେବ ।

ବୃଷ- ଜମି ଏବଂ ଅଟ୍ଟାଳିକା ବିକ୍ରୟ ଏବଂ କ୍ରୟ ଲାଭଦାୟକ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବିବାଦରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ। ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ। ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କିଛି ବଡ କାମ କରିବାକୁ ସମର୍ଥ ହେବେ।

ମିଥୁନ- ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ଯେ କୈଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସୁଖ ଏବଂ ମନୋରଞ୍ଜନର ମାଧ୍ୟମ ଉପଲବ୍ଧ ହେବ । ବ୍ୟବସାୟ ଲାଭଦାୟକ ହେବ। ଭାଇମାନଙ୍କଠାରୁ ସମର୍ଥନ ପାଇବ। ଦୁର୍ଦ୍ଦଶା ଯୋଗୁଁ କ୍ଷତି ହେବ । ଚାକିରିରେ ତୁମେ ପ୍ରଶଂସା ପାଇବ । ତତ୍ପରତା ନାହିଁ । ଆଦୈ ବିପଦ ଏବଂ ସୁରକ୍ଷା କାର୍ଯ୍ୟ ଗ୍ରହଣ କରନ୍ତୁ ନାହିଁ ।

କର୍କଟ- ଖରାପ ଖବର ଗ୍ରହଣ କରାଯାଇପାରେ। କଠିନ ପରିଶ୍ରମ ଅଧିକ ହେବ । ଲାଭ ସୁଯୋଗକୁ ସ୍ଥଗିତ ରଖାଯିବ । ଠିକ୍ ସମୟରେ ବାହାରୁ ଟଙ୍କା ନ ପାଇବାରୁ ନିରାଶ ହେବେ। ଥଟ୍ଟା ପରିହାସଠାରୁ ଦୂରେଇ ରୁହନ୍ତୁ । ଅଧିକାରୀମାନେ ଚାକିରିରେ ଅଧିକ ଆଶା କରିବେ । ସମୟ ସମର୍ଥିତ ହେବ ନାହିଁ । କ୍ଳାନ୍ତ ହୋଇଯିବ । ବ୍ୟବସାୟରୁ ବ୍ୟବସାୟ ଲାଭଦାୟକ ହେବ।

ସିଂହ- ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଘର ବାହାରେ ପଚରାଉଚରା କରାଯିବ। ବ୍ୟବସାୟ ଅନୁକୂଳ ଲାଭ ଦେବ । ଟଙ୍କା ଗ୍ରହଣ ସହଜ ହେବ । ଲାଭ ସୁଯୋଗ ଆସିବ । ଚାକିରିରେ ଠିକ୍ ସମୟରେ ପ୍ରଶଂସା ପାଇବେ । ସମୟ ସୁସଙ୍ଗତତାର ଲାଭ ନିଅ । ପାରିବାରିକ ଚିନ୍ତା ହ୍ରାସ ପାଇବ। ଲଜ୍ଜିତ ହୁଅନ୍ତୁ ନାହିଁ ।

କନ୍ୟା- ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ । ଭଲ ଖବର ଗ୍ରହଣ କରାଯିବ। ମୂଲ୍ୟ ବୃଦ୍ଧି ହେବ । ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ବିବେଚନା କରାଯିବ । ଦୀର୍ଘ ଯାତ୍ରା ଇଚ୍ଛା ହେବ। ବ୍ୟବସାୟ ଲାଭଦାୟକ ହେବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ତତ୍ପରତା ନାହିଁ ।

ତୂଳା- ନୂତନ ପୋଷାକ ପାଇଁ ଖର୍ଚ୍ଚ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ଏହି ଯାତ୍ରା ଅନୁକୂଳ ଲାଭ ଦେବ । ନୂତନ ଚାକିରି ମିଳିପାରିବ । କାର୍ଯ୍ୟ ସନ୍ତୁଷ୍ଟ ହେବ ।  ସୁଖ ଏବଂ ଉତ୍ସାହର ପରିବେଶ ରହିବ । ବ୍ୟବସାୟ ଲାଭଦାୟକ ହେବ। ବିନିଯୋଗ ଏବଂ ଚାକିରି ଅନୁକୂଳ ଲାଭ ଦେବ । ଶୀଘ୍ର କୈଣସି ନିଷ୍ପତ୍ତି ନିଅ ନାହିଁ । ଉପହାସରୁ ଦୂରେଇ ରୁହନ୍ତୁ ।

ବିଛା- ଅପଚୟ ଖର୍ଚ୍ଚ ହେବ । ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । କୈଣସି ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ । ବକ୍ତବ୍ୟର ନିୟନ୍ତ୍ରଣ ନିଅ । କାର୍ଯ୍ୟରେ ମନ ଦେବ ନାହିଁ । ବ୍ୟବସାୟ ଲାଭଦାୟକ ହେବ। ଆୟରେ ନିଶ୍ଚିତତା ରହିବ । ପରିବାରରେ ଶାନ୍ତି ରହିବ। ଇଚ୍ଛାଶକ୍ତି ଶକ୍ତିଶାଳୀ ହେବ।

ଧନୁ – ବୁଡିଯାଇଥିବା ଟଙ୍କା ଗ୍ରହଣ କରାଯାଇପାରିବ। ଯାତ୍ରା ଅନୁକୂଳ ହେବ। ନୂତନ କାର୍ଯ୍ୟଗୁଡ଼ିକ ଆସିବ । ବ୍ୟବସାୟ ଅଭିବୃଦ୍ଧିରେ ଖୁସି ହେବେ । ସମୟ ସୁସଙ୍ଗତତାର ସୁଯୋଗ ନିଅ। ଅଧସ୍ତନମାନଙ୍କ ସହଯୋଗ ମିଳିବ। ଲାଭ ସୁଯୋଗ ଆସିବ । ଅଜ୍ଞାତ ଭୟ ରହିବ। ପାରିବାରିକ ସହଯୋଗରେ ଖୁସି ହେବେ। ତତ୍ପରତା ନାହିଁ ।

ମକର- ଯୋଜନା ଫଳପ୍ରଦ ହେବ। ପଦ୍ଧତିରେ ଉନ୍ନତି ହେବ। ଏହି ସଫଳତାରେ ଖୁସି ହେବେ । କଠିନ ପରିଶ୍ରମ ସଫଳ ହେବ। ଲାଭ ସୁଯୋଗ ଆସିବ। ସମ୍ମାନ ପାଇବେ । ବ୍ୟବସାୟ ଇଚ୍ଛାକୃତ ଲାଭ ପ୍ରଦାନ କରିବ। ସେୟାର ବଜାରରେ ଶୀଘ୍ର ଏଡ଼ାନ୍ତୁ । କାର୍ଯ୍ୟରେ ବୁଦ୍ଧି ବିବେକ ବ୍ୟବହାର କରନ୍ତୁ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ବରିଷ୍ଠ ବ୍ୟକ୍ତିମାନେ ମାର୍ଗଦର୍ଶନ ପାଇବେ ।

କୁମ୍ଭ- ଆଧ୍ୟାତ୍ମିକତା ପାଇଁ ଆଗ୍ରହୀ ହେବ। କୈଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ଆସିବ । ସୁଖ ଏବଂ ଶାନ୍ତି ରହିବ । ବ୍ୟବସାୟ ସୁରୁଖୁରୁରେ ଚାଲିବ । ସାଙ୍ଗମାନଙ୍କ ସହଯୋଗ ଲାଭ ବୃଦ୍ଧି କରିବ। ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ବିନିଯୋଗ ଶୁଭ ହେବ । ସେଠାରେ ଖୁସିର ପରିବେଶ ରହିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଲଜ୍ଜିତ ହୁଅନ୍ତୁ ନାହିଁ ।

ମୀନ- ଅଜ୍ଞାତ ଭୟ ରହିବ। ଅପ୍ରତ୍ୟାଶିତ ଘଟଣାର ସମ୍ଭାବନା ରହିବ। ଯାନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। କୈଣସି ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ । ବ୍ୟବସାୟରୁ ଲାଭବାନ ହେବେ। ବିନିଯୋଗରେ ତତ୍ପର ହୁଅନ୍ତୁ ନାହିଁ । ଆୟ ରହିବ । ଥକ୍କା ଏବଂ ଦୁର୍ବଳତା ହୋଇପାରେ ।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରା ଉପଲକ୍ଷେ ପୁରା ବଡଦାଣ୍ଡକୁ କରାଗଲା ସାନିଟାଇଜେସନ

ପୁରୀ, ଆଉ କିଛି ସମୟ ପରେ ତିନିଠାକୁର ରତ୍ନ ସିଂହାସନ ଛାଡି ରଥରେ ବିଜେ କରିବେ। ଏହାପରେ ଘଡଘଡ ନାଦରେ ଜନ୍ମବେଦୀକୁ ଯିବେ। ତେବେ କରୋନା ପାଇଁ ଭକ୍ତମାନଙ୍କୁ ବଡଦାଣ୍ଡ ମନା। ସେବକମାନେ ପ୍ରଭୃଙ୍କ ରଥା ଟାଣିଟାଣି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ନେବେ।

ତେବେ କୋଭିଡ଼ ମହାମାରୀକୁ ଦୃଷ୍ଟିରେ ରଖି ପୁରୀ ବଡଦାଣ୍ଡକୁ ସମ୍ପୂର୍ଣ ବିଶୋଧନ ବା ସାନିଟାଇଜ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେଥିପାଇଁ ରାତିରେ ଅଗ୍ନିଶମ ଗାଡିରେ ପୁରା ବଡଦାଣ୍ଡକୁ ବିଶୋଧନ କରାଯାଇଛି। ଭକ୍ତଙ୍କ ଭିଡ ନ ଥିଲେ ମଧ୍ୟ ପ୍ରଶାସନ ତରଫରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ରଥଯାତ୍ରା ଉପଲକ୍ଷେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ଆନିମେସନ ଚିତ୍ରକଳା

ଭୁବନେଶ୍ବର, ଜଗତର ନାଥ ଜଗନ୍ନାଥ ଙ୍କ ଘୋଷଯାତ୍ରା ଅବସରରେ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ରେ ବାଲୁକା ଆନିମେସନ ପ୍ରସ୍ତୁତ କରିଛନ୍ତି। ସେ ତାଙ୍କ ବାଲୁକା ଆନିମେସନ ରେ ଦାରୁ ବ୍ରହ୍ମ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ଚିତ୍ରଣ କରିବା ସହିତ ବିଶ୍ୱ ପ୍ରସିଦ୍ଧ ରଥ ମାନ ଙ୍କ ର ଚିତ୍ରଣ କରିଛନ୍ତି। ସେ ତାଙ୍କ ବାଲୁକା କଳା ମାଧ୍ୟମରେ ଜଗନ୍ନାଥ ପ୍ରେମୀ ମାନଙ୍କୁ ରଥଯାତ୍ରା ର ହାର୍ଦ୍ଧିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି। ଏହି ବାଲୁକା ଆନିମେସନ ପ୍ରସ୍ତୁତ କରିବା ପାଇଁ ମାନସ ସାହୁ ଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା।

Categories
ଖେଳ ଜାତୀୟ ଖବର ବିଶେଷ ଖବର

ଟୋକିଓ ଅଲିମ୍ପିକ୍ସ ପାଇଁ ଯାଉଥିବା ଭାରତୀୟ ଦଳ ସହ ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯାତ୍ରା କରିବାକୁ ଥିବା ଭାରତୀୟ କ୍ରୀଡାବିତ୍‌ମାନଙ୍କ ସହ ଆସନ୍ତା ୧୩ ତାରିଖ ଅପରାହ୍ନ ୫ଟାବେଳେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମତବିନିମୟ କରିବେ ।

ଖେଳାଳୀମାନଙ୍କ କ୍ରୀଡାରେ ଅବତୀର୍ଣ୍ଣ ହେବାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଏପରି ବାର୍ତ୍ତା ବିନିମୟ ସେମାନଙ୍କୁ ଅଧିକ ଉତ୍ସାହିତ କରିବ । ଟୋକିଓ ନିମନ୍ତେ ଯାତ୍ରା କରୁଥିବା ଖେଳାଳୀମାନଙ୍କ ସୁବିଧା ଓ ଅସୁବିଧା ନେଇ ପ୍ରଧାନମନ୍ତ୍ରୀ ନିକଟରେ ସମୀକ୍ଷା କରିଥିଲେ । କେତେକ ଖେଳାଳୀଙ୍କ ଉତ୍ସାହପଦ ଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମଧ୍ୟ ‘ମନ୍ କୀ ବାତ’ ରେ ଆଲୋଚନା କରିଥିଲେ ଓ ସମଗ୍ର ଦେଶ ଖେଳାଳୀମାନଙ୍କୁ ପୂର୍ଣ୍ଣପ୍ରାଣରେ ସମର୍ଥନ ଜଣାଇବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ ।

ଏହି ବାର୍ତ୍ତା ବିନିମୟ ସମାରୋହରେ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର, ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତୀଶ ପରମାଣିକ ଓ ଆଇନମନ୍ତ୍ରୀ ଶ୍ରୀ କିରନ୍ ରିଜିଜ୍ଜୁ ମଧ୍ୟ ଯୋଗଦେବେ ।

ଭାରତୀୟ ଦଳ ସମ୍ପର୍କରେ-

୧୮ଟି କ୍ରୀଡା ଶ୍ରେଣୀରେ ୧୨୬ଜଣ କ୍ରୀଡାବିତ୍ ଟୋକିଓ ଅଲିମ୍ପିକ ନିମନ୍ତେ ଯାତ୍ରା କରିବେ । ଏଥର ସବୁଠାରୁ ବଡ ଖେଳାଳୀ ଦଳକୁ ଭାରତ ଅଲିମ୍ପିକ୍ସ ନିମନ୍ତେ ପଠାଉଛି । ମୋଟ ୬୯ଟି କ୍ରମବର୍ଦ୍ଧିଷ୍ଣୁ ଶ୍ରେଣୀରୁ ୧୮ଟିରେ ପ୍ରତିନିଧିତ୍ୱ ମଧ୍ୟ ଦେଶ ପାଇଁ କୌଣସି ଅଲିମ୍ପିକ୍ସ ଦୃଷ୍ଟିରୁ ସର୍ବାଧିକ ।

ଅଂଶଗ୍ରହଣ କରୁଥିବା କ୍ରୀଡା ପ୍ରଭାଗରେ କେତେକ ସର୍ବପ୍ରଥମ । ପ୍ରଥମଥର ନିମନ୍ତେ ଇତିହାସରେ ଭାରତୀୟ ଅସୀଚାଳନାକାରୀ (ଭାବନୀ ଦେବୀ) ଅଲିମ୍ପିକ୍ସ ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି । ଅଲିମ୍ପିକ ନିମନ୍ତେ ଯୋଗ୍ୟତା ହାସଲ କରିବାରେ ନୌଚାଳନାରେ ନେତ୍ରା କୁମାରନ୍ ଭାରତର ପ୍ରଥମ ମହିଳା । ସନ୍ତରଣ ‘କ’ ଶ୍ରେଣୀ ମାନ୍ୟତା ହାସଲ କରି ସଜ୍ଜନ ପ୍ରକାଶ ଓ ଶ୍ରୀହରି ନଟରାଜ ଅଲିମ୍ପିକ୍ସ ନିମନ୍ତେ ଭାରତରୁ ପ୍ରଥମ ସନ୍ତରଣକାରୀ ଭାବେ ଯୋଗ୍ୟତା ହାସଲ କରିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାକୁ ଜଳଶକ୍ତି ବିଭାଗ ମିଳିବା ପରେ ଆସିଲା ଜଳଜୀବନ ମିଶନରେ ୩,୩୨୩ କୋଟି ଟଙ୍କାର ଅନୁଦାନ

ନୂଆଦିଲ୍ଲୀ,ନିକଟରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ଓଡିଶାର ସାଂସଦ ବିଶେଶ୍ବର ଟୁଡୁଙ୍କୁ ମିଳିଛି ଜଳ ମନ୍ତ୍ରଣାଳୟ। ମନ୍ତ୍ରୀ ହେବାର ସପ୍ତାହେ ଯାଇ ନାହିଁ ଓଡିଶାକୁ ଆସିଛି ଅନୁଦାନ। ତେବେ ଏହି ଅନୁଦାନ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ବିଶେଶ୍ବରଙ୍କୁ ଏହାର ଶ୍ରେୟ ଯାଉଛି।

ମିଳିଥିବା ସୂଚନା ଅନୁସାରେ  କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଅନ୍ତର୍ଗତ ଯୋଜନାରେ ଓଡ଼ିଶାକୁ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୩୩୨୩.୪୨ କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ପରିମାଣ ୮୧୨.୧୫ କୋଟି ଟଙ୍କା ଥିଲା। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଓଡ଼ିଶାକୁ ଏହି ଚାରିଗୁଣ ଅଧିକ ଆର୍ଥିକ ଅନୁଦାନ ଯୋଗାଇ ଦେବା ନିମନ୍ତେ ଘୋଷଣା କରିବା ସହିତ ମାର୍ଚ୍ଚ ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମୀଣ ପରିବାରକୁ ଟ୍ୟାପ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ଓଡ଼ିଶାର ସ୍ଥିତିକୁ ଦେଖିଲେ, ଅଗଷ୍ଟ ୧୫, ୨୦୧୯ରେ ଜଳ ଜୀବନ ମିଶନ ଆରମ୍ଭ ହେବା ସମୟରେ, ରାଜ୍ୟର ମାତ୍ର ୩.୧୦ ଲକ୍ଷ (୩.୬୩%) ପରିବାର ନିକଟରେ ଟ୍ୟାପ ଜଳ ସଂଯୋଗ ରହିଥିଲା। ସେବେଠାରୁ ବର୍ତ୍ତମାନସୁଦ୍ଧା ୨୨.୮୪ ଲକ୍ଷ ପରିବାରକୁ ଟ୍ୟାପ ପାଣି ସଂଯୋଗ ଯୋଗାଇ ଦିଆଯାଇଛି। ଫଳରେ ଓଡ଼ିଶାର ମୋଟ ୮୫.୬୬ ଲକ୍ଷ ପରିବାର ମଧ୍ୟରୁ ବର୍ତ୍ତମାନ ୨୫.୯୫ ଲକ୍ଷ ପରିବାର (୩୦.୩%) ପରିବାର ନିକଟରେ ଟ୍ୟାପ ପାଣି ସଂଯୋଗ ରହିଛି।

୨୦୨୧-୨୨ରେ, ରାଜ୍ୟ ୨୧.୩୧ ଲକ୍ଷ ପରିବାରକୁ ଟ୍ୟାପ ପାଣି ସଂଯୋଗ ଦେବାକୁ ଲକ୍ଷ୍ୟ ରଖିଥିବା ସମୟରେ ୨୦୨୨-୨୩ରେ ୨୨.୫୩ ଲକ୍ଷ ଏବଂ ୨୦୨୩-୨୪ରେ ୧୮.୮୭ ଲକ୍ଷ ପରିବାରକୁ ଟ୍ୟାପ ପାଣି ସଂଯୋଗ ଯୋଗାଇ ଦେବା ନିମନ୍ତେ ଲକ୍ଷ୍ୟ ନିର୍ଦ୍ଧାରଣ କରିଛି। ଯାହାଫଳରେ ରାଜ୍ୟରେ ସମ୍ପୂର୍ଣ୍ଣ ଜଳଯୋଗାଣ ଲକ୍ଷ୍ୟ ହାସଲ କରାଯାଇପାରିବ।

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ନିଜ ପତ୍ରରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଦର୍ଶାଇଛନ୍ତି ଯେ ରାଜ୍ୟର ସବୁ ଜିଲ୍ଲାରେ ଟ୍ୟାପ ସଂଯୋଗ କାମ ତୁରନ୍ତ ଆରମ୍ଭ କରାଯିବା ଉଚିତ୍। ଯାହାଫଳରେ ମାର୍ଚ୍ଚ ୨୦୨୪ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ପରିବାର ନିକଟରେ ଟ୍ୟାପ ପାଣି ସଂଯୋଗ ପହଞ୍ଚିପାରିବ। ୨୦୨୧-୨୨ ଆର୍ଥିକ ବର୍ଷରେ ବାର୍ଷିକ ଯୋଜନା କାର‌୍ୟ୍ୟକାରୀ କରିବା ଲାଗି ଓଡ଼ିଶାର ପଦକ୍ଷେପରେ ସହାୟତା କରିବା ଲାଗି କେନ୍ଦ୍ରୀୟ ଆବଣ୍ଟନକୁ ଚାରି ଗୁଣା ବୃଦ୍ଧି କରାଯାଇଛି।

ବର୍ତ୍ତମାନ ରାଜ୍ୟ ଉପରେ ୧୦.୯୩ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି ଏବଂ ରାଜ୍ୟର ଭାଗ ୩,୨୫୩ କୋଟି ଟଙ୍କାକୁ ମିଶାଇଲେ ୨୦୨୧-୨୨ରେ ରାଜ୍ୟ ନିକଟରେ ଜଳ ଯୋଗାଣ କାର‌୍ୟ୍ୟ ନିମନ୍ତେ ୬,୫୯୬ କୋଟି ଟଙ୍କାର ପାଣ୍ଠି ଉପଲବ୍ଧ ରହିଛି। ତେଣୁ ପାଣ୍ଠି ଉପଲବ୍ଧତାରେ କୌଣସି ଅଭାବ ନାହିଁ।

ଗ୍ରାମାଞ୍ଚଳରେ ଜଳ ଯୋଗାଣ ପରିଚାଳନା ଏବଂ ସ୍ବଚ୍ଛତାରେ ସୁଧାର ଆଣିବା ନିମନ୍ତେ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକୁ ସକ୍ଷମ କରିବା ସକାଶେ ଗ୍ରାମୀଣ ସ୍ଥାନୀୟ ସଂସ୍ଥା/ପଞ୍ଚାୟତିରାଜ ଅନୁଷ୍ଠାନକୁ ପାନୀୟ ଜଳ ଓ ସ୍ବଚ୍ଛତା ପାଇଁ ପଞ୍ଚଦଶ ଅର୍ଥ ଆୟୋଗ ସଂଯୁକ୍ତ ଅନୁଦାନ ଆକାରରେ ଓଡ଼ିଶାକୁ ୧,୦୦୨ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ଏହି ଉତ୍ସରୁ ୨୦୨୫-୨୬ ପର‌୍ୟ୍ୟନ୍ତ ୫,୨୮୦ କୋଟି ଟଙ୍କାର ଏକ ସୁନିଶ୍ଚିତ ଅନୁଦାନ ରହିଛି।

ଓଡ଼ିଶାର ଗ୍ରାମାଞ୍ଚଳରେ ଏହି ବିପୁଳ ପରିମାଣର ନିବେଶ, ଆର୍ଥିକ କାର‌୍ୟ୍ୟକଳାପକୁ ତ୍ବରାନ୍ବିତ କରିବ ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ। ଏହା ମଧ୍ୟ ଗ୍ରାମାଞ୍ଚଳରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ବିଦ୍ୟାଳୟ, ଆଶ୍ରମ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ସ୍ବଚ୍ଛ ଟ୍ୟାପ ଜଳ ସଂଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ୧୦୦ ଦିନିଆ ଅଭିଯାନ ଘୋଷଣା କରିଥିଲେ। ଏହାକୁ ଅକ୍ଟୋବର ୨, ୨୦୨୦ରେ ଆରମ୍ଭ କରାଯାଇଥିଲା। ଓଡ଼ିଶାରେ ୨୫,୮୨୦ ବିଦ୍ୟାଳୟ (୪୭%) ଏବଂ ୧୧,୯୧୩ ଅଙ୍ଗନଓ୍ବାଡ଼ି କେନ୍ଦ୍ର (୨୨%)କୁ ଟ୍ୟାପ ଜଳ ଯୋଗାଣ କରାଯାଇଛି।

ଆସନ୍ତା କିଛି ମାସ ମଧ୍ୟରେ ଅବଶିଷ୍ଟ ବିଦ୍ୟାଳୟ, ଆଶ୍ରମ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ର ସମେତ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ କେନ୍ଦ୍ର, ଗ୍ରାମପଞ୍ଚାୟତ ଅଟ୍ଟାଳିକା, ଆରୋଗ୍ୟ କେନ୍ଦ୍ର ଆଦିରେ ଟ୍ୟାପ ଜଳ ଯୋଗାଣ ସହିତ ଉନ୍ନତ ସ୍ବାସ୍ଥ୍ୟ, ସ୍ବଚ୍ଛତା ଓ ପରିଚ୍ଛନ୍ନତାରେ ସୁଧାର ଆଣିବା ନିମନ୍ତେ ପଦକ୍ଷେପ ନେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରଥଯାତ୍ରା ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ କଣ କହିଲେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ

ନୂଆଦିଲ୍ଲୀ, ପବିତ୍ର ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କେୟା ନାଇଡୁ। ସେ କହିଛନ୍ତି ଯେ, ରଥଯାତ୍ରା ଅବସରରେ ମୋର ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା । ଓଡିଶାର ପୁରୀରେ ଭଗବାନ ଜଗନ୍ନାଥଙ୍କ ପାରମ୍ପରିକ ରଥଯାତ୍ରା ସ୍ଥାନୀୟ ତଥା ସମ୍ପୂର୍ଣ୍ଣ ଭାରତବର୍ଷର ଭକ୍ତମାନଙ୍କ ନିମନ୍ତେ ଏକ ବହୁ ପ୍ରତିକ୍ଷୀତ ଓ ଆବେଗମୟ ମୁହୂର୍ତ୍ତ। ଏହା ଆମର ବିବିଧତାର ପ୍ରତୀକ ଓ ଭକ୍ତମାନଙ୍କ ପାଇଁ ଅନେକ ଆଧ୍ୟାତ୍ମିକ ମହତ୍ୱ ରଖିଥାଏ।

ଭଗବାନ ଜଗନ୍ନାଥଙ୍କ ନାମାନୁସାରେ ‘ଜଗତର ନାଥ’ଙ୍କ ଏହି ଯାତ୍ରା ଅତୁଳନୀୟ ଓ ବିଗ୍ରହମାନଙ୍କୁ ରଥରେ ବସାଇନେବା ଦୃଶ୍ୟ ଅନନ୍ୟ । କୋଭିଡ-୧୯ ଯୋଗୁଁ ଭାରତ ଓ ବିଶ୍ୱର ଅନ୍ୟାନ୍ୟ ଦେଶ ଯେତେବେଳେ ଏକ ଗୁରୁତର ପରିସ୍ଥିତି ଦେଇ ଗତି କରୁଛି । କୋଭିଡ ମାର୍ଗଦର୍ଶିକା ପାଳନ କରି ଏହି ଯାତ୍ରା ପାଳନ କରିବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି । ରଥଯାତ୍ରା ସହ ନିହିତ ପବିତ୍ର ଓ ମହାନ ଆଦର୍ଶ ଆମମାନଙ୍କ ଜୀବନରେ ଶାନ୍ତି, ସୌହାର୍ଦ୍ଦ୍ୟ, ଉତ୍ତମ ସ୍ୱାସ୍ଥ୍ୟ ଓ ଖୁସି ଆଣିଦେଉ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨ ହଜାର ୮୨୪ ଆକ୍ରାନ୍ତ: କଟକରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୮୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ କଟକରୁ ୩୯୮, ଖୋର୍ଦ୍ଧାରୁ ୩୯୬, ବାଲେଶ୍ବରରୁ ୨୪୫, ମୟୂରଭଞ୍ଜରୁ ୨୦୨, ଯାଜପୁରରୁ ୧୯୦, କେନ୍ଦ୍ରାପଡାରୁ ୧୫୪, ଜଗତସିଂହପୁରରୁ ୧୪୪, ଭଦ୍ରକରୁ ୧୪୧, ପୁରୀରୁ ୧୨୬, ନୟାଗଡରୁ ୧୦୬, କେନ୍ଦୁଝରରୁ ୧୦୧, ଢେଙ୍କାନାଳରୁ ୮୨, ମାଲକାନାଗିରିରୁ ୬୯, ସୁନ୍ଦରଗଡରୁ ୬୧, କୋରାପୁଟରୁ ୫୮, ଅନୁଗୁଳରୁ ୫୨, ରାୟଗଡରୁ ୪୫, କଳାହାଣ୍ଡିରୁ ୨୪, କନ୍ଧମାଳରୁ ୨୩, ସମ୍ବଲପୁରରୁ ୨୨, ଗଞ୍ଜାମରୁ ୨୦, ନବରଙ୍ଗପୁରରୁ ୧୯, ବରଗଡରୁ ୧୮, ସୋନପୁରରୁ ୧୩, ଗଜପତିରୁ ୧୧, ବୌଦ୍ଧରୁ ୯, ନୂଆପଡାରୁ ୯, ବଲାଙ୍ଗୀରିରୁ ୬, ଝାରସୁଗୁଡାରୁ ୬, ଦେବଗଡରୁ ୫ ଏବଂ ଷ୍ଟେଟ ପୁଲରୁ ୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୧୨ ହଜାର ୪୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨ କୁ ବୃଦ୍ଧି ହୋଇଥିବାବେଳେ  ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୨ ହଜାର ୬୩୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୫୯୮ କୁ ବୃଦ୍ଧି ହୋଇଛି।