Categories
ଆଜିର ଖବର ରାଜ୍ୟ ଖବର

ଜୁଲାଇ ୩୦ ରୁ ଆରମ୍ଭ ହେବ ଦଶମ ଅଫଲାଇନ ପରୀକ୍ଷା

ଭୁବନେଶ୍ବର: ଜୁଲାଇ ୩୦ ତାରିଖରୁ ଦଶମ ଅଫଲାଇନ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଏହି ଅଫଲାଇନ ପରୀକ୍ଷା ଦେବେ। ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଅଫଲାଇନ ପରୀକ୍ଷା ଚାଲିବ।

ତେବେ ଜୁଲାଇ ୫ ତାରିଖରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଫର୍ମ ପୂରଣ କରିବାକୁ ପଡିବ। ଅନଲାଇନରେ ଫର୍ମ ପୂରଣ କରିବାକୁ କୁହାଯାଇଛି। ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଫି’ ଦେବାକୁ ପଡିବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩ ହଜାର ୪୫୭ ଆକ୍ରାନ୍ତ: କଟକରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୪୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ କଟକରୁ ୫୧୭, ଖୋର୍ଦ୍ଧାରୁ ୩୯୭, ବାଲେଶ୍ବରରୁ ୨୮୯, ଯାଜପୁରରୁ ୨୫୯, ଭଦ୍ରକରୁ ୧୮୫, ମୟୂରଭଞ୍ଜରୁ ୧୭୩, ଜଗତସିଂହପୁରରୁ ୧୩୭, ନୟାଗଡରୁ ୧୧୫, କେନ୍ଦ୍ରାପଡାରୁ ୧୦୬, କୋରାପୁଟରୁ ୧୦୬, ରାୟଗଡାରୁ ୧୦୨, ଢେଙ୍କାନାଳରୁ ୮୪, ମାଲକାନାଗିରିରୁ ୭୪, ଅନୁଗୁଳରୁ ୭୧, କେନ୍ଦୁଝରରୁ ୬୯, ସୁନ୍ଦରଗଡରୁ ୫୮, ନବରଙ୍ଗପୁରରୁ ୫୭, ବୌଦ୍ଧରୁ ୪୭, ବରଗଡରୁ ୩୮, କଳାହାଣ୍ଡିରୁ ୩୭, ସମ୍ବଲପୁରରୁ ୩୩, ବଲାଙ୍ଗୀରିରୁ ୨୮, କନ୍ଧମାଳରୁ ୨୮, ସୋନପୁରରୁ ୨୮, ଗଞ୍ଜାମରୁ ୧୯, ଝାରସୁଗୁଡାରୁ ୧୬, ଗଜପତିରୁ ୧୩, ନୂଆପଡାରୁ ୧୦, ଦେବଗଡରୁ ୪ ଏବଂ ଷ୍ଟେଟ ପୁଲରୁ ୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୮୦ ହଜାର ୯୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୨ ହଜାର ୮୮୭ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୧ ହଜାର ୪୨୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୦୬୨ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୪୧: ସୁସ୍ଥ ହେଲେ ୩୬୩ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୪୧ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୪୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ୫୬୩ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୩୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୮ ହଜାର ୭୬୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୩୨୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୫୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଚିଲିକା: ବିଚାର ବିଭାଗୀୟ ବିଚାରପତିଙ୍କ ଉପସ୍ଥିତିରେ ପାଳିତ ହେଲା ୭୨ ତମ ବନମହୋତ୍ସବ କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଅଧିନସ୍ଥ ସୁନାଖଳା ଚି଼ହ୍ନଟ ସରଂକ୍ଷିତ ଜଙ୍ଗଲ ପରିସରରେ ୭୨ ତମ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ବିକାଶ ଗୋଏଲ, ଚିଲିକା ତହସିଲଦାର ପୁନମ ମହାପାତ୍ର ଏବଂ ଚିଲିକା ବନ୍ୟପ୍ରାଣୀ ବିଭାଗର ଭାରପ୍ରାପ୍ତ ଡ଼ିଏଫଓ ଶରତ କୁମାର ମିଶ୍ର ଯୋଗଦେଇଥିଲେ।

କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ପରସ୍ପର ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷାକରି ସମସ୍ତ ଅତିଥିମାନେ ଜଙ୍ଗଲ ପରିସରରେ ବୃକ୍ଷରୋପଣ କରିଥିଲେ। ସେହିପରି ଭାବେ ଗଙ୍ଗାଧରପୁର ଅଗ୍ନିଶମ କେନ୍ଦ୍ର ପରିସରରେ ମଧ୍ୟ ଉକ୍ତ ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା। ଉକ୍ତ ସ୍ଥଳରେ ଅଗ୍ନିଶମ ଅଧିକାରୀ ମନୋଜ ସାହୁ ବୃକ୍ଷରୋପଣ କରିଥିଲେ।

ତେବେ ସମ୍ପୃକ୍ତ ଦୁଇ ସ୍ଥାନରେ ପାଳିତ ହୋଇଯାଇଥିବା ବନ ମହୋତ୍ସବ କାର୍ଯ୍ୟକ୍ରମକୁ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ବନାଞ୍ଚଳ ଅଧିକାରିଣୀ ଚୁଡାରାଣୀ ମୁର୍ମୁ ପରିଚାଳନା କରିଥିବାବେଳେ ବନ୍ୟପ୍ରାଣୀ ବିଭାଗର ବନପାଳ ପ୍ରଣୟ ଜୟସିଂ ତ୍ରିନାଥ ବାରିକ ଏବଂ ବନରକ୍ଷୀ ଆଲୋକ ବେହେରା, ଶିବପ୍ରସାଦ ପଲାଇ, ମଧୁସ୍ମିତା ଜେନା, ଲିପିନା ପାଇକରାୟ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତି ଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଭାରତରେ ପରିବର୍ଦ୍ଧିତ ୫ଜି ବ୍ୟବହାରକୁ ଆଗେଇନେବାକୁ ଜିଓ ପ୍ଲାଟଫର୍ମ୍ସ ପକ୍ଷରୁ ଏନ୍‌ଏକ୍ସପି ଓ ସ୍ପାଇରେଂଟ୍ ସହ ସହଭାଗିତା

ଭୁବନେଶ୍ୱର: ଦେଶରେ ପରିବର୍ଦ୍ଧିତ ୫ଜି ବ୍ୟବହାର ପାଇଁ ଜିଓ ପ୍ଲାଟଫର୍ମ୍ସ ପ୍ରୟାସ ଆରମ୍ଭ କରିଛି। ସେଥିପାଇଁ କମ୍ପାନୀ ତ୍ୱରିତ ୫ଜି ବ୍ୟବହାରିକ ପରୀକ୍ଷଣ ପାଇଁ ଏନଏକ୍ସପି ସେମିକଣ୍ଡକ୍ଟରସ୍ ଏବଂ ସ୍ପାଇରେଂଟ୍‌ କମ୍ୟୁନିକେସନ୍ ସହିତ ସହଭାଗିତା କରଛି।

ଏନଏକ୍ସପିର ‘ଲେୟରସ୍କେପ’ ଶ୍ରେଣୀର ମଲ୍‌ଟିକୋର ପ୍ରସେସରଗୁଡିକ ସହିତ ୫ଜି ଏନଆର (ନିୟୁ ରେଡିଓ) ଓ-ଆର୍‌ଏଏନ୍ କ୍ଷୁଦ୍ର ସେଲ୍ ସମାଧାନ କାର୍ଯ୍ୟକାରୀ କରିବାକୁ ଏହି ସହଭାଗିତା ହୋଇଛି। ବିଭିନ୍ନ ଯୋଗାଣକାରୀଙ୍କ ନିକଟରୁ ଉତ୍ପାଦସମୂହ ଓ ସଫ୍ଟଓୟାର ସମେତ ଆନ୍ତଃପରିଚାଳନା ଏବଂ ରେଡିଓ ଆକ୍ସେସ ନେଟୱର୍କ ଉପାଦାନଗୁଡିକର ମାନକ ନିର୍ଦ୍ଧାରଣକୁ ଶିଳ୍ପ ଭାଷାରେ ଓପନ୍ ଆରଏଏନ୍ ଅଥବା ଓପନ୍ ରେଡିଓ ଆକ୍ସେସ ନେଟୱର୍କ ବିନ୍ୟାସ ବୋଲି କୁହାଯାଉଛି। ଏନଏକ୍ସପି ପକ୍ଷରୁ କୁହାଯାଇଛି, ଏହି ମିଳିତ ସମାଧାନ ବ୍ୟବସ୍ଥା ନୂତନ ଆରଏଏନ୍ ନେଟୱର୍କ କୁ ସମର୍ଥ କରିବ, ଯାହା ଉଚ୍ଚ ପ୍ରଦର୍ଶନ ପ୍ରଦାନ କରିବ ଏବଂ ବ୍ରଡବ୍ୟାଣ୍ଡ୍ ଓ ଶିଳ୍ପ ୪.୦ ତଥା ଆଇଓଟି (ଇଂଟରନେଟ ଅଫ ଥିଙ୍ଗ୍‌ସ)ର ସୁଯୋଗ ନେବା ନିମନ୍ତେ ବହୁବିଧ ବର୍ଗରେ ୫ଜି ବ୍ୟବହାରକୁ ସମର୍ଥ କରାଇବ। ସେଥିମଧ୍ୟରେ ରହିଛି ଟେଲି ମେଡିସିନ, ଟେଲି-ଶିକ୍ଷା, ଏଆଇ, ଡ୍ରୋନ୍‌ଭିତିକ କୃଷିକାର୍ଯ୍ୟ ନିରୀକ୍ଷଣ ଏବଂ ଆହୁରି ଅନେକ କିଛି।

ଜିଓ ପ୍ଲାଟଫର୍ମ ଏହାର ନୂତନ ୫ଜି ଏନ୍‌ଆର ସମାଧାନରେ ଉଚ୍ଚ ପ୍ରଦର୍ଶନକାରୀ ଏବଂ ନମନୀୟ ଏନଏକ୍ସପିର ଲେୟରସ୍କେପ୍ ପ୍ରସେସରକୁ ସମ୍ମିଶ୍ରିତ କରିଛି। ଏହି ସହଭାଗିତାରେ ହୋଇଥିବା ପରୀକ୍ଷଣରେ ଶୀର୍ଷ ଡାଟା ସ୍ପିଡ୍ ୧ଜିବିପିଏସ୍‌ରୁ ଅଧିକ ହେବା ସହିତ ୩.୫ ଗିଗାହର୍ଜ ସ୍ପେକ୍ଟ୍ରମରେ ୧୦୦ ମେଗାହର୍ଜ ଚାନେଲ ବ୍ୟାଣ୍ଡ୍‌ୱିଡ୍‌ଥରେ ସଫଳତାର ସହିତ ପରୀକ୍ଷା କରାଯାଇଛି। ଏହା ବହୁବିଧ କ୍ଷେତ୍ର ପାଇଁ ଉନ୍ନତ ପ୍ରଦର୍ଶନର ପଥ ପରିଷ୍କାର କରିବ, ଯାହା ମଧ୍ୟରେ ସ୍ମାର୍ଟ ସହରସମୂହ, ସ୍ମାର୍ଟ ବାସଗୃହ, ସ୍ୱାସ୍ଥ୍ୟ ଓ ଶିକ୍ଷା ଆଦି କ୍ଷେତ୍ରରେ ନବୀନତମ ଆପ୍ଲିକେସନ ବ୍ୟବହାରକୁ ସମର୍ଥ କରାଇବ। ସବୁଠାରୁ ଉଲ୍ଲେଖଯୋଗ୍ୟ ହେଉଛି ଏହା ସମସ୍ତ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଡାଟା ଡାଉନଲୋଡ କ୍ଷେତ୍ରରେ ବର୍ଦ୍ଧିତ ଅନୁଭୂତି ଆଣିଦେବ। ଜିଓ ପ୍ଲାଟଫର୍ମ୍ସର ୫ଜି ଏନ୍‌ଆର୍ ରେଡିଓ ସମାଧାନଗୁଡିକ ପରବର୍ତୀ ପିଢିର ଆରଏଏନ୍ ନେଟୱର୍କଗୁଡିକ ପାଇଁ ସଂପୂର୍ଣ୍ଣ ଉପଯୋଗୀ ସମାଧାନ ହେବାସହିତ ପରିବର୍ଦ୍ଧିତ ଭାବରେ ଘର ଭିତରେ ଓ ବାହାରେ ଉତ୍ତମ ପ୍ରଦର୍ଶନ କରିବା ସହିତ ୫ଜିର ବିବିଧ କ୍ଷେତ୍ରରେ ବ୍ୟବହାରକୁ ସମର୍ଥ କରାଉଛି। ସରଳ ଭାଷାରେ କହିଲେ, ୫ଜି ପ୍ରଯୁକ୍ତି ଓ ସେବା ଗ୍ରାହକଙ୍କୁ ଅଧିକ ଡାଟା ହାର, ଯୋଗାଯୋଗରେ କମ୍ ବିଳମ୍ବ ଏବଂ ସଂଯୁକ୍ତ ହୋଇଥିବା ୫ଜି ସମର୍ଥ ସ୍ମାର୍ଟଫୋନ, ଏଂଟରପ୍ରାଇଜ୍ ଲାପଟପ୍‌, ଆଇଓଟି ସମାଧାନ ପର୍ଯ୍ୟନ୍ତ ବିବିଧ ଉପକରଣ କ୍ଷେତ୍ରରେ ବର୍ଦ୍ଧିତ ଡିଜିଟାଲ ଅନୁଭୂତି ପ୍ରଦାନ କରିବ।

ସେହିଭଳି ସ୍ପାଇରେଂଟ୍‌ କମ୍ୟୁନିକେସନ୍ ସହ ୫ଜି ନେଟ୍‌ୱର୍କ ପରୀକ୍ଷଣ ପାଇଁ ସହଭାଗିତା ଜରିଆରେ ଜିଓ ପ୍ଲାଟଫର୍ମ୍ସ ଦ୍ୱାରା ବିକଶିତ ୫ଜି ସମାଧାନ, ଜ୍ଞାନକୌଶଳ ଓ ଉପକରଣର ବାସ୍ତବ କ୍ଷେତ୍ରରେ ବ୍ୟବହାରିକ ପରୀକ୍ଷଣ ସହଜ ଓ ଶୀଘ୍ର ହେବା ସହିତ ୫ଜି ଏକକ କୋର୍ ନେଟ୍‌ୱର୍କ ଉପରେ ସମସ୍ତ ପ୍ରକାରର ପରୀକ୍ଷଣ କରାଯାଇପାରିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ: ୪ ଟି ଟ୍ରକକୁ ଜବତ କରିବା ସହ ୩ ଜଣଙ୍କୁ ଗିରଫ କଲା ନିରାକାରପୁର ପୋଲିସ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ବେଆଇନ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ବୃଦ୍ଧିପାଉଛି। ଏହାକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ କରାଯାଇ ଖୋର୍ଦ୍ଧା ଉପଖଣ୍ଡ ଅଞ୍ଚଳର ସମସ୍ତ ଥାନାଧିକାରୀଙ୍କୁ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ଥାନାଧୀକାରିଣୀ ଗୀତାଞ୍ଜଳି ନାୟକ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ରୋକିବା ନିମନ୍ତେ ପାଟ୍ରୋଲିଂ କରୁଥିବା ବେଳେ ନିରାକାରପୁର ବଜାର ନିକଟରେ ୪ ଟି ବେଆଇନ ମାଙ୍କଡା ବୋଝେଇ ଟ୍ରକ ଯାଉଥିବାର ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଉକ୍ତ ଗାଡ଼ିଗୁଡିକର ପିଛା କରିବା ସହ ସମସ୍ତ ଗାଡିକୁ ଆଇଆଇସି କାବୁ କରିନେଇଥିଲେ।

ଉକ୍ତ ଘଟଣାରେ ତିନି ଜଣ ଗାଡ଼ି ଚାଳକ ଧରା ପଡ଼ିଥିବାବେଳେ ଅନ୍ୟ ଜଣେ ଘଟଣାସ୍ଥଳରୁ ଖସିପଳେଇବାରେ ସକ୍ଷମ ହୋଇଥିଲା। ତେବେ ଚାରି ଗୋଟି ଗାଡ଼ିକୁ ଜବତ କରିବା ସହ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ନିରାକାରପୁର ଥାନା କେସ ନମ୍ବର ୧୦୮ଏବଂ ୧୦୯ ରେ ଦୁଇ ଗୋଟି ମାମଲା ରୁଜୁକରି ଆଜି କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ଶ୍ରୀମତୀ ନାୟକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଧାନ କିଣା ବିକାରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ: ବିକ୍ଷୋଭ ପ୍ରଦର୍ଶନ କଲା ଖୋର୍ଦ୍ଧା ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା

ଖୋର୍ଦ୍ଧା: ଧାନ କିଣା ବିକାରେ ବ୍ୟାପକ ଅବ୍ୟବସ୍ଥା, ଟୋକାନ ସମସ୍ୟାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଇଛି। ଜିଲ୍ଲା ବିଜେପି ସଭାପତି ରଶ୍ମୀରଞ୍ଜନ ମହାପାତ୍ରଙ୍କ ନେତୃତ୍ଵରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଠାରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଧାନ ମଣ୍ଡିରୁ ଚାଷୀଙ୍କ ଧାନ ଉଠୁନଥିବାରୁ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି।

ପଞ୍ଜୀକୃତ ହୋଇଥିବା ସମସ୍ତ ଚାଷୀ ଓ ଅକାମୀ ହୋଇଥିବା ଟୋକାନରେ ଧାନ ଉଠାଇବା ପାଇଁ ବିଜେପି ଦାବି କରିଛି। ଏହି ପ୍ରରିପ୍ରେକ୍ଷୀରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ନୟାଗଡ-ବୋଲଗଡ ରାସ୍ତାକୁ ଅବରୋଧ କରାଯାଇ ପ୍ରତିବାଦ କରାଯାଇଛି। ଏହାର ସମାଧନା ଯଥାଶୀଘ୍ର କରାନଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

ତେବେ ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା ବିଜେପି ସଭାପତି ରଶ୍ମୀରଞ୍ଜନ ମହାପାତ୍ରଙ୍କ ସମେତ ପୂର୍ବତନ ଜିଲ୍ଲା ସଭାପତି ନିକୁଞ୍ଜ କିଶୋର ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡି, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ସ୍ଵାଇଁ, ବେଗୁନିଆ ମଧ୍ୟମ ମଣ୍ଡଳ ସଭାପତି ଭଗବାନ ପଣ୍ଡା, ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଶେଖ ହାଇଦର ଅଲି, ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ଶୁଭକାନ୍ତ ଖଡିରତ୍ନ, ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଗଙ୍ଗାଧର ସାମନ୍ତରାୟ, ଜିଲ୍ଲା କୃଷକ ମହିଳା ମୋର୍ଚ୍ଚା ସମ୍ପାଦକ ବାସନ୍ତୀ ନାୟକ, ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ମହେନ୍ଦ୍ର କୁମାର ରାଉତରାୟ, ଜିଲ୍ଲା କୃଷକ ମୋର୍ଚ୍ଚା ସଦସ୍ୟ ରାଜୀବ ଲୋଚଣ ଷଡଙ୍ଗୀ ଏବଂ ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ଶଶାଙ୍କ ପ୍ରମୁଖ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆ ଏନ୍‌ଏସ୍‌ଏସ୍‌ର ମୁଖ କର୍କଟ ସଚେତନତା ୱେବିନାର

ଭୁବନେଶ୍ୱର: ମୁଖ ଗହ୍ୱର କର୍କଟ ରୋଗ ସଚେତନତା ପାଇଁ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ବୁଧବାର ଏକ ୱେବିନାର୍ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ର ପ୍ରଫେସର ସତ୍ୟରଞ୍ଜନ
ମିଶ୍ର “ତମାଖୁ, ପାଟିର ଖଳନାୟକ” ଶୀର୍ଷକ ଆଲୋଚନା କରିଥିଲେ।

ମୁଖ କର୍କଟ ରୋଗର କାରଣ ଓ ନିଦାନ ସମ୍ପର୍କରେ ବାସ୍ତବ ରୋଗୀ ସେବାର ଚିତ୍ର ଜରିଆରେ ସେ ବୁଝାଇବା ସହିତ କର୍କଟ ରୋଗର କେଉଁ ଲକ୍ଷଣ ପ୍ରତି ଯତ୍ନବାନ ହେଲେ ଆଗରୁ ଚିହ୍ନଟ କରିହେବ ସେ ବିଷୟରେ କହିଥିଲେ। ତୁରନ୍ତ ଡାକ୍ତରଙ୍କ ପରାମର୍ଶ ସୁସ୍ଥତା ହାର ବଢ଼ାଇ ଥାଏ ବୋଲି ସେ କହିଥିଲେ।

ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କର୍କଟ ରୋଗରୁ ପ୍ରତିବର୍ଷ କେମିତି ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି ସେ ବିଷୟରେ କହିଥିଲେ। ସ୍ତନ କର୍କଟକୁ ପ୍ରଥମରୁ ଚିହ୍ନଟ କରିବାର ଉପାୟ ମଧ୍ୟ ବତାଇଥିଲେ। ରାଜ୍ୟ ଏନ୍‌ଏସ୍‌ଏସ୍ ଅଧିକାରୀ ଡ. ରମେଶ କୁମାର ବେହେରା ସମୟୋପଯୋଗୀ ବିଷୟ ଉପରେ ସୋଆ ଏନ୍‌ଏସ୍‌ଏସ୍ ଦ୍ୱାରା ଶୃଙ୍ଖଳା ସହିତ ଆୟୋଜିତ ୱେବିନାରର ପ୍ରଶଂସା କରିଥିଲେ ଏବଂ କିପରି ଆଗାମୀ ଦିନରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମକୁ ଓଡ଼ିଶା ସରକାର ପ୍ରାଥମିକତା ଦେବେ ସେ ବିଷୟରେ କହିଥିଲେ।

ଭୁବନେଶ୍ୱର ଆଂଚଳିକ ଏନ୍‌ଏସ୍‌ଏସ୍‌ର ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ କିଭଳି ନିର୍ଭୁଲ୍ ତଥ୍ୟ ଏନ୍‌ଏସ୍‌ଏସ ସ୍ୱେଚ୍ଛାସେବୀଙ୍କ ପାଖରେ ପହଂଚି ପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ।

ଅନ୍ୟତମ ବକ୍ତା ଓଡ଼ିଶା କ୍ୟାନ୍ସର କେୟାର ଫାଉଣ୍ଡେସନ୍‌ର ଡ. ପ୍ରଣତି ହିରଲକର ମୁଖ କର୍କଟ ସଚେତନତା ସହିତ ତମାଖୁ ବଦଭ୍ୟାସ ଛାଡିବାର ବିଭିନ୍ନ ପଦକ୍ଷେପ ଉପରେ କହିଥିଲେ। ଡିନ୍ (ଛାତ୍ରମଙ୍ଗଳ) ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଅତିଥି ପରିଚୟ ଦେଇଥିଲେ।

ଜୁନ୍ ମାସରେ ହୋଇଥିବା ଏନ୍‌ଏସ୍‌ଏସ୍ ଓ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମର ଏକ ରିପୋର୍ଟ ଉପସ୍ଥାପନା କରିଥିଲେ ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମ ତଥା ଏନ୍‌ଏସ୍‌ଏସ୍ ସଂଯୋଜକ ପ୍ରଫେସର ନଚିକେତା କେ. ଶର୍ମା। ଅତିରିକ୍ତ ପ୍ରୋଗ୍ରାମ ସଂଯୋଜକ ଡ. କମଳ ଲୋଚନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଗୁଗୁଲମିଟ ଓ ୟୁଟ୍ୟୁବ୍ ରେ ପ୍ରସାରିତ ଏହି କାର୍ଯ୍ୟକ୍ରମରେ ୩୦୦ରୁ ବେଶି ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ ଅଫିସର, ସ୍ୱେଚ୍ଛାସେବୀ ଓ ଅନ୍ୟାନ୍ୟ
କର୍ମକର୍ତ୍ତା ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟିକାର ଅଭାବ: ୧୬ ଟି ଜିଲ୍ଲାରେ ବାଧାପ୍ରାପ୍ତ ହେଲା ଟୀକାକରଣ

ଭୁବନେଶ୍ବର: ଟିକାର ଅଭାବ ଯୋଗୁଁ ଟିକାକରଣରେ ବାଧାପ୍ରାପ୍ତ ହୋଇଛି। ଆଜି ୧୬ ଟି ଜିଲ୍ଲାରେ ଟିକାକରଣ ବାଧାପ୍ରାପ୍ତ ହୋଇଛି। ତେଣୁ ଲକ୍ଷ୍ୟ ଅନୁଯାୟୀ ଟିକାକରଣ ହୋଇପାରୁନାହିଁ। ପ୍ରତ୍ୟେକ ଦିନ ୩ ଲକ୍ଷ ଟିକା ପାଇଁ ଟାର୍ଗେଟ ରଖାଯାଇଥିବା ବେଳେ ଗତକାଲି ମାତ୍ର ୪୯ ହଜାର ଟିକା ଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ କୋଭାକ୍ସିନ ଟିକା ୩ ଲକ୍ଷ ଉପରେ ଥିବା ବେଳେ କୋଭିସିଲ୍ଡ ଟିକା ମାତ୍ର ୧୯ ହଜାର ମହଜୁଦ ରହିଛି। ତେଣୁ ଟିକାର ଅଭାବ ଦେଖାଯାଇଛି। ଯାହାଫଳରେ ଆଜି ୧୬ ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି।

ତେବେ ଆଜି ରାଜ୍ୟକୁ ୧ ଲକ୍ଷ କୋଭିସିଲ୍ଡ ଟିକା ଡୋଜ ଆସିବାକୁ ଥିବା ବେଳେ ତାହା ପର୍ଯ୍ୟାପ୍ତ ହେବ ନାହିଁ। ପର୍ଯ୍ୟାପ୍ତ ଟିକା ମିଳିଲେ ୩ ୟ ଲହରୀ ପୂର୍ବରୁ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୪୮ ହଜାର ୭୮୬ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୮ ହଜାର ୭୮୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪ ଲକ୍ଷ ୧୧ ହଜାର ୬୩୪ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୯ ହଜାର ୪୫୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୪ ଲକ୍ଷ ୮୮ ହଜାର ୯୧୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୫ ଲକ୍ଷ ୨୩ ହଜାର ୨୫୭ ଆକ୍ଟିଭ୍‌ କେସ୍ ରହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁରରେ ଜନୈକ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କେରଣ୍ଡାଟାଙ୍ଗୀ ଅଞ୍ଚଳର ରଞ୍ଜନ କୁମାର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଦୀର୍ଘ ତିନି ମାସ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ପରିଶେଷରେ ଗିରଫ କରିଛି ଚାନ୍ଦପୁର ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ଅଞ୍ଚଳର ବିନୋଦ ପ୍ରଧାନ।

ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ମାସ ୨୭ ତାରିଖରେ ରଞ୍ଜନଙ୍କୁ ବିନୋଦ ଏବଂ ତାଙ୍କର ଚାରି ଜଣ ସହଯୋଗୀ ମିଶିକରି ଲୁହା ରଡ଼ ଏବଂ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଯାହା ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଭୁବନେଶ୍ୱରସ୍ଥିତ ସମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ପୂର୍ବରୁ ଏ ବାବଦରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଦୁଇ ଜଣ ଏପର୍ଯ୍ୟନ୍ତ ଫେରାର ଅଛନ୍ତି। ତେବେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଚାନ୍ଦପୁର ଥାନାରେ କେସ ନମ୍ବର ୪୫/୨୧ରେ ମାମଲା ରୁଜୁ କରାଯାଇ ଗତକାଲି କୋର୍ଟଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଥାନାଧିକାରୀ ଶ୍ରୀ ଦାସଙ୍କ ସମେତ ଏସଆଇ ଅଞ୍ଜଳି ସା ଏବଂ ଏଏସଆଇ ରମେଶ ବେହରା ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ଶାଳିଆ ଡ୍ୟାମ୍ ନିକଟରୁ ଭୁଜାଲି ଦେଖାଇ ଟଙ୍କା ସହ ବାଇକ୍ ଲୁଟ୍

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲା ସୀମାନ୍ତରେ ଥିବା ଶାଳିଆ ଡ୍ୟାମର ମା’ ଡୋମଣି ମନ୍ଦିର ସମ୍ମୁଖ ପାଣି ପମ୍ପ ହାଉସ ନିକଟରୁ ଜଣେ ବ୍ୟକ୍ତିଙ୍କୁ ଭୁଜାଲି ଦେଖାଇ ଏବଂ ମାଡ ମାରି ୬ ଜଣ ଦୁର୍ବୃତ୍ତ ଲୁଟ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଉକ୍ତ ବ୍ୟକ୍ତିଙ୍କ ଠାରୁ ଟଙ୍କା ସହ ତାଙ୍କ ବାଇକକୁ ଦୁର୍ବୃତ୍ତମାନେ ଛଡାଇ ନେଇ ବାଣପୁର ଅଭିମୁଖେ ଦ୍ରୁତ ଗତିରେ ପଳାଇ ଯାଇଥିବା ଅଭିଯୋଗ ହୋଇଛି।

ଘଟଣାରୁ ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ବୋରିଆ ସାହି ଗ୍ରା ର ନୀଳମଣି ବେହେରା ମଙ୍ଗଳବାର ସନ୍ଧ୍ୟା ସମୟରେ ଶାଳିଆ ଡ୍ୟାମ୍ ଠାରୁ ନିଜର ବ୍ୟବସାୟୀକ କାମ ସାରି ଘରକୁ ବାଇକ ଯୋଗେ ଏକୁଟିଆ ଫେରୁଥିବା ବେଳେ ହଠାତ୍ ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମ୍ ମା’ ଡୋମଣି ମନ୍ଦିର ସମ୍ମୁଖ ପମ୍ପ ହାଉସ ନିକଟରେ ଅଙ୍ଗାରଗାଁ ପଟୁ ୨ ଟି ବାଇକରେ ଯାଉଥିବା ଅଜଣା ମାସ୍କ ଧାରୀ ୬ ଜଣ ଦୁର୍ବୃତ୍ତ ରାସ୍ତା ମଝିରେ ବାଇକ ଅଟକାଇବା ସହ ନୀଳମଣିଙ୍କୁ ଭୁଜାଲି ଦେଖାଇ ନିର୍ଦ୍ଧୁମ ମାଡ ମାରିଥିଲେ। ଏବଂ ତାଙ୍କଠାରୁ ୨ ହଜାର ଟଙ୍କା ଏବଂ ବାଇକ ଛଡେଇ ନେଇ ଦ୍ରୁତ ଗତିରେ ବାଣପୁର ଅଭିମୁଖେ ପଳେଇ ଯାଇଥିଲେ। ଏନେଇ ନୀଳମଣି ଗତକାଲି ବାଣପୁର ଥାନାରେ ଏକ ଲିଖିତ ଏତଲା ଦେଇଥିଲେ।

ସେହିଭଳି ଗତ ଏପ୍ରିଲ ମାସ ୨୪ ତାରିଖରେ ମଧ୍ୟ ଠିକ୍ ସେହି ସ୍ଥାନରୁ ବନ୍ଧୁକ ଦେଖାଇ ଜୈନକ ବ୍ୟବସାୟୀଙ୍କ ଠାରୁ ୧୩ ହଜାର ଟଙ୍କା ସହ ଏ ଟି ଏମ୍ କାର୍ଡ, ପର୍ସ, ବାଇକ ଚାବି ଛଡାଇ ନେଇ ଦୃବର୍ତ୍ତମାନେ ଚମ୍ପଟ ମାରିଥିଲେ। ଏ ନେଇ ମଧ୍ୟ ବ୍ୟବସାୟୀ ଜଣକ ବାଣପୁର ଥାନାରେ ଲିଖିତ ଏତଲା ଦାଏର କରିଥିଲେ।

ସମାନ ଢଙ୍ଗ ଏବଂ ସମାନ ସ୍ଥାନରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଲୋକଙ୍କ ମନରେ ଏବେ ଭୟର ବାତାବରଣ ଦେଖାଯାଇଛି। ତେଣୁ ଏଭଳି ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ତେବେ ବାଣପୁର ପୋଲିସ ଉକ୍ତ ଦୁଇ ଗୋଟି ଲୁଟ ଘଟଣାର ପର୍ଦ୍ଦାଫାଶ କେବେ କରିବାକୁ ସକ୍ଷମ ହେଉଛି, ତାହା ଦେଖିବାକୁ ବାକି ରହିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୫ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୪୦୬୨ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୦୬୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନୟାଗଡ, ପୁରୀ ଜିଲ୍ଲାରୁ ୫ ଜଣ ଲେଖାଏଁ, ଗଞ୍ଜାମ, କେନ୍ଦୁଝର ଜିଲ୍ଲାରୁ ୪ ଜଣ, ବରଗଡ ଏବଂ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଅନୁଗୁଳ, କଟକ ଓ ସମ୍ବଲପୁର ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ଵର, ଯାଜପୁର, ଝାରସୁଗୁଡା, ମୟୂରଭଞ୍ଜ, ନବରଙ୍ଗପୁର ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୨ ହଜାର ୮୮୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୭୭ ହଜାର ୫୪୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୧ ହଜାର ୪୨୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୦୬୨ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୩ ହଜାର ୮୭ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୭୭୫ ଜଣ ଚିହ୍ନଟ ହୋଇଥିବା ବେଳେ ୧୩୧୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୨ ହଜାର ୮୮୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୭୭ ହଜାର ୫୪୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୧ ହଜାର ୪୨୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୦୧୭ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୮୪ ଜଣ, କଟକ ଜିଲ୍ଲାରୁ ୪୬୨ ଜଣ, ଅନୁଗୁଳ ଜିଲ୍ଲାରୁ ୭୮ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୪୬ ଜଣ, ବରଗଡ ଜିଲ୍ଲାରୁ ୩୬ ଜଣ, ଭଦ୍ରକ ଜିଲ୍ଲାରୁ ୧୪୫, ବଲାଙ୍ଗୀରି ଜିଲ୍ଲାରୁ ୨୧, ବୌଦ୍ଧ ଜିଲ୍ଲାରୁ ୩୫, ଦେବଗଡ ଜିଲ୍ଲାରୁ ୩, ଢେଙ୍କାନାଳ ଜିଲ୍ଲାରୁ ୯୫ ଜଣ, ଗଜପତି ଜିଲ୍ଲାରୁ ୧୬ ଜଣ, ଗଞ୍ଜାମ ଜିଲ୍ଲାରୁ ୨୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୬୦ ଜଣ, ଯାଜପୁର ଜିଲ୍ଲାରୁ ୨୦୫ ଜଣ, ଝାରସୁଗୁଡା ଜିଲ୍ଲାରୁ ୫ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୭ ଜଣ, କନ୍ଧମାଳ ଜିଲ୍ଲାରୁ ୨୮ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୭୦ ଜଣ, କେନ୍ଦୁଝର ଜିଲ୍ଲାରୁ ୭୨ ଜଣ, କୋରାପୁଟ ଜିଲ୍ଲାରୁ ୭୭ ଜଣ, ମାଲକାନାଗିରି ଜିଲ୍ଲାରୁ ୮୪ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୨୫୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୫ ଜଣ, ନୟାଗଡ ଜିଲ୍ଲାରୁ ୧୧୦ ଜଣ, ନୂଆପଡା ଜିଲ୍ଲାରୁ ୬ ଜଣ, ପୁରୀ ଜିଲ୍ଲାରୁ ୧୮୯ ଜଣ, ରାୟଗଡା ଜିଲ୍ଲାରୁ ୨୧ ଜଣ, ସମ୍ବଲପୁର ଜିଲ୍ଲାରୁ ୩୧ ଜଣ, ସୋନପୁର ଜିଲ୍ଲାରୁ ୨୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୫୯ ଜଣ ଏବଂ ଷ୍ଟେଟ ପୁଲରୁ ୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆଜିଠାରୁ ବଢିଲା ଅମୁଲ ଖିର ଦର, କରୋନା ବେଳେ ମଧ୍ୟବିତ୍ତ ପରିବାରକୁ ମାଡ

ନୂଆଦିଲ୍ଲୀ, ଆଜିଠାରୁ ବଢିଲା ଅମୁଲ ଖିର ଦର। ପୂର୍ବରୁ କଂପାନୀ ଘୋଷଣା କରିଥିଲା ଯେ, ଜୁଲାଇ 1 ତାରିଖରୁ ସାରା ଦେଶରେ ଅମୁଲ ଖିରର ମୂଲ୍ୟ ବୃଦ୍ଧି କରାଯିବ। ସେହି ଅନୁସାରେ ଆଜିଠାରୁ ଅମୁଲରର ସମସ୍ତ ପ୍ରକାରର ଖିରରେ 2 ଟଙ୍କା ମୂଲ୍ୟ ବୃଦ୍ଧି ଘଟିଛି। ଭାରତୀୟ ଦୁଗ୍ଧ ସମବାୟ ସମିତି ଅମୁଲ କ୍ଷୀରର ଏହି ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।

ଅମୁଲର ବିଭିନ୍ନ ବ୍ରାଣ୍ଡ ଯଥା ଅମୁଲ ଗୋଲ୍ଡ, ଅମୁଲ ଶକ୍ତି, ଅମୁଲ ତାଜା, ଅମୁଲ ଟି, ସ୍ପେସିଆଲ, ଅମୁଲ ସ୍ଲିମ ଏବଂ ଟ୍ରିମର ମୂଲ୍ୟ ଲିଟର ପିଛା 2 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଫଳରେ ଅମୁଲ ଗୋଲ୍ଡ ମୂଲ୍ୟ ବର୍ତ୍ତମାନ ବଜାରରେ ପ୍ରାୟ 58 ଟଙ୍କା ରହିବ। ଦୀର୍ଘ ଦେଢ ବର୍ଷ ପରେ ଅମୁଲର ଏହି ମୂଲ୍ୟ ବୃଦ୍ଧି ଘଟିଛି।

ଅର୍ଥନୈତିକ ସମୀକ୍ଷକଙ୍କ ହିସାବରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଯୋଗୁଁ ବର୍ତ୍ତମାନ ବିଭିନ୍ନ ଦରକାରୀ ଜିନିଷର ମୂଲ୍ୟ ବୃଦ୍ଧି ଘଟିବାରେ ଲାଗିଛି। ସେହି ହିସାବରେ ଅମୁଲ କ୍ଷୀରର ମୂଲ୍ୟ ଲିଟର ପିଛା 2 ଟଙ୍କା ବୃଦ୍ଧି ଘଟିଛି। ବର୍ତ୍ତମାନ କରୋନା ପରିସ୍ଥିତିରେ ଏହି ମୂଲ୍ୟବୃଦ୍ଧି ମଧ୍ୟବିତ୍ତ ଲୋକଙ୍କ ପାଇଁ ନିଶ୍ଚିତ ଭାବେ କଷ୍ଟଦାୟକ ହେବ।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ଆଇନ ଉଲ୍ଲଘଂନ ମାମଲାରେ ରାଜଧାନୀର ଚାରୋଟି ମଦ ଦୋକାନକୁ ସିଲ କଲା ବିଏମସି

ଭୁବନେଶ୍ବର, କୋଭଡି ଆଇନ ଉଲ୍ଲଘଂନ ଅଭିଯୋଗରେ ଭୁବନେଶ୍ବର ମହାନଗର ତରଫରୁ ନିଆଯାଇଛି ବ୍ୟାପକ ପଦକ୍ଷେପ। ବିଶେଷ କରି ମଦ ଦୋକାନ ଉପରେ ଆଜି ଚଢାଉ କରିଛି ବିଏମସିର ସ୍ବତନ୍ତ୍ର ଟିମ। ମଦ ଦୋକାନୀ କୋଭିଡ ଆଇନ ଉଲ୍ଲଘଂନ କରି ମଦ ବିକ୍ରି କରୁଥିବାରୁ 4ଟି ମଦ ଦୋକାନକୁ ସିଲ କରାଯାଇଛି। ସେଗୁଡିକ ହେଲା ବରମୁଣ୍ଡା, ନାକାଗେଟ ଛକ, ଷ୍ଟୁଡିଓ ଛକ ଏବଂ ନୟାପଲ୍ଲୀ ମଦ ଦୋକାନ।

ସେହିପରି ବିଏମସି ତରଫରୁ ବିଭିନ୍ନ ଦୋକାନ ଉପରେ ଚଢାଉ କରିଛି। ସେମାନଙ୍କ ମଧ୍ୟରେ 10ଟି ମାଛମାଂସ ଦୋକାନ କରୋନା କଟକଣା ଉଲ୍ଲଘଂନ ନେଇ ସିଲ କରାଯାଇଛି। ସେଥିମଧ୍ୟରେ ରହିଛି ସିଟି ମହିଳା ମହାବିଦ୍ୟାଳୟ ରୋଡ ଏବଂ ରୋଣ୍ଟାଲ ପଟାଶ ଛକ। ଏହି ଦୋକାନଗୁଡିକରୁ 10 ହଜାର ଜରିମାନା ଆଦାୟ କରାଯାଇଛି। ସେହିପରି ମଦ ଦୋକାନଗୁଡିକରୁ 37 ହଜାର ଜରିମାନ ଆଦାୟ କରାଯାଇଛି।

Categories
ଆଜିର ଖବର ଧର୍ମ

ରାଶିଫଳ: ଜୁଲାଇ 1 ତାରିଖ ଗୁରୁବାରରେ ପାଞ୍ଚୋଟି ରାଶି ଉପରେ ମା ଲକ୍ଷ୍ମୀଙ୍କ ରହିବ ଆର୍ଶିବାଦ

ମେଷ- ଦୂରରୁ ସୁସମାଚାର ଗ୍ରହଣ କରାଯିବ। ଅତିଥିମାନେ ଘରେ ପହଞ୍ଚିବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ରିସ୍କ ନେବାକୁ ସାହସ କର। ବ୍ୟବସାୟରେ ଲାଭ ହେବ। ବିନିଯୋଗ ଭଲ ହେବ। ସ୍ୱାସ୍ଥ୍ୟ ଏବଂ ଶିଶୁ ପକ୍ଷରୁ ଅଧ୍ୟୟନ ସମ୍ବନ୍ଧୀୟ ଚିନ୍ତା ରହିବ। ଦୁଷ୍ଟ ଲୋକମାନଙ୍କଠାରୁ ଦୂରରେ ରୁହ। କ୍ଷତି ସମ୍ଭବ। ଭାଇମାନଙ୍କ ସମର୍ଥନ ପାଇବେ।

ବୃଷ- ଏକ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିବେ। ତୁମର ପ୍ରିୟ ଖାଦ୍ୟ ଉପଭୋଗ କରିବ। ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ଖୁସିରେ ବିତାଇବେ। ଶାରୀରିକ ଯନ୍ତ୍ରଣା ସମ୍ଭାବନା, ସାବଧାନ ରୁହ। ବିନିଯୋଗ ଭଲ ହେବ। ତୀର୍ଥଯାତ୍ରା ଯୋଜନା କରାଯାଇପାରେ।

ମିଥୁନ- ଖର୍ଚ୍ଚ ବୃଦ୍ଧି ହେତୁ ଟେନସନ ହେବ। ବଜେଟ୍ ଖରାପ ହେବ। ଦୁଃଖଦ ଖବର ଦୂରରୁ ଗ୍ରହଣ କରାଯାଇପାରେ, ଧର୍ଯ୍ୟବାନ ହୁଅ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ। କଥାବାର୍ତ୍ତା ଏବଂ ଭାଷାରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। କ୍ରନିକ ରୋଗ ଦେଖାଦେଇପାରେ । ବ୍ୟବସାୟରେ ଅଧିକ ଧ୍ୟାନ ଦେବାକୁ ପଡିବ। ରିସ୍କ ନିଅ ନାହିଁ ।

କର୍କଟ- ଯନ୍ତ୍ରଣା, ଭୟ, ଚିନ୍ତା ଏବଂ ଟେନସନର ପରିବେଶ ସୃଷ୍ଟି ହୋଇପାରେ। ପତି ଅଧିକ ଦୟାଳୁ ହେବେ। କୋର୍ଟ କାର୍ଯ୍ୟରେ ସୁସଙ୍ଗତତା ରହିବ। ଲାଭ ବୃଦ୍ଧି ପାଇବ। ପାରିବାରିକ ସୁଖ ଏବଂ ସନ୍ତୁଷ୍ଟ ମିଳିବ। ବିନିଯୋଗ ଭଲ ହେବ। ସେଠାରେ ଖର୍ଚ୍ଚ ହେବ। ବନ୍ଧୁତା ବୃଦ୍ଧି ପାଇବ। ନୂତନ ଯୋଗାଯୋଗ କରାଯାଇପାରିବ। ଆଜି ଟଙ୍କା ରହିବ।

ସିଂହ- ପ୍ରଗତି ପାଇଁ ସୁଯୋଗ ଉପଲବ୍ଧ ହେବ । ଜମି ଏବଂ ନିର୍ମାଣ ସମ୍ବନ୍ଧୀୟ ପ୍ରତିବନ୍ଧକ ହଟିଯିବ। ଆୟ ବୃଦ୍ଧି ପାଇବ। ସାଙ୍ଗମାନଙ୍କ ସହିତ ବାହାରକୁ ଯିବାକୁ ଯୋଜନା କରିବେ। ଚାକିରି ପାଇବାର ସମ୍ଭାବନା ଅଛି। ପରିବାର ଏବଂ ପ୍ରିୟଜନଙ୍କ ସହିତ ବିବାଦ ହୋଇପାରେ। ଶତ୍ରୁତା ବୃଦ୍ଧି ପାଇବ। ଅଜ୍ଞାତର ଭୟ ରହିବ। କ୍ଳାନ୍ତ ଅନୁଭବ କରିବ। ବ୍ୟବସାୟ ଭଲ ହେବ।

କନ୍ୟା- ଯାତ୍ରା ସଫଳ ହେବ। ଶାରୀରିକ ଯନ୍ତ୍ରଣା ହୋଇପାରେ। ସେଥିପାଇଁ ଅସ୍ଥିରତା ଦେଖାଯିବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଆପଣ ଲୋକଙ୍କୁ ସାହାଯ୍ୟ କରିବାର ସୁଯୋଗ ପାଇବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଦୀର୍ଘ ସମୟ ଧରି କାମକୁ ଅଟକାଇବାର ସମ୍ଭାବନା ଅଛି। କଠିନ ପରିଶ୍ରମ କର। ଆୟରେ ଏକ ଅନୁକୂଳ ବୃଦ୍ଧି ଘଟିବ। ସହଭାଗୀମାନେ ସମର୍ଥନ ପାଇବେ। ବିନିଯୋଗ ଭଲ ହେବ।

ତୂଳା- ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ। ଋଣ ନେବାକୁ ଏକ ପରିସ୍ଥିତି ସୃଷ୍ଟି ହୋଇପାରେ। କ୍ରନିକ୍ ରୋଗ ବାଧା ସୃଷ୍ଟି କରିପାରେ। କାର୍ଯ୍ୟ ବିଳମ୍ବ ହୋଇପାରେ। ଚିନ୍ତା ଏବଂ ଟେନସନ ହେବ। ପ୍ରେମ କାର୍ଯ୍ୟରେ ତତ୍ପର ହୁଅନ୍ତୁ ନାହିଁ। ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ। ଖର୍ଚ୍ଚ ଲାଭଦାୟକ ହେବ। କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ।

ବିଛା- ଏକ ରାଜନୈତିକ ପ୍ରତିବନ୍ଧକ ଆସିପାରେ। ଶୀଘ୍ର କିଛି ଭୁଲ କରନ୍ତୁ ନାହିଁ । ବିବାଦରୁ ଦୂରେଇ ରୁହନ୍ତୁ। ଦୀର୍ଘ ସମୟ ଧରି ଅଟକି ରହିଥିବା ଟଙ୍କା ମିଳିବାର ଏକ ସୁଯୋଗ ଅଛି, ଏହାକୁ ଆଣିବାକୁ ଚେଷ୍ଟା କରନ୍ତୁ। ଭ୍ରମଣ ଲାଭଦାୟକ ହେବ। ନୂତନ ଆୟରୁ ଉତ୍ସ ମିଳିପାରିବ। ଚାକିରୀ କାମକୁ ପ୍ରଶଂସା କରାଯିବ। ଗୁରୁତ୍ବପୂର୍ଣ୍ଣ ଜିନିଷଗୁଡିକ ସତର୍କରେ ରଖନ୍ତୁ।

ଧନୁ- କାହାର କଥାରେ ଜଡିତ ହୁଅ ନାହିଁ । ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ। ନୂତନ ପୋଷାକ ପାଇଁ ଖର୍ଚ୍ଚ ହେବ। ହଠାତ୍ ଲାଭର ସମ୍ଭାବନା ଅଛି । ବ୍ୟବସାୟ ଯାତ୍ରା ସଫଳ ହେବ। ବ୍ୟବସାୟରେ ବୃଦ୍ଧିରେ ସନ୍ତୁଷ୍ଟ ହେବେ। ଚାକିରିରେ ଦାୟିତ୍ବ ବଢିପାରେ। ପରିବାର ସହାୟତା ଉପଲବ୍ଧ ହେବ। ଆପଣ ଉତ୍ସାହର ସହିତ କାମ କରିପାରିବେ।

ମକର- ପରିବାରର ଆବଶ୍ୟକତା ପାଇଁ ଖର୍ଚ୍ଚ ଅଧିକ ହେବ। ଯାନ ଏବଂ ଯନ୍ତ୍ରର ବ୍ୟବହାର ବିଶେଷ ଯତ୍ନ ଆବଶ୍ୟକ କରେ। ଅନ୍ୟମାନଙ୍କ ସହିତ ଝଗଡା କର ନାହିଁ। କାର୍ଯ୍ୟର ଗତି ଧୀର ହେବ। ଚିନ୍ତା ଏବଂ ଟେନସନ ହେବ। ବିନିଯୋଗ କରିବାର ସମୟ ନାହିଁ। ଚାକିରିରେ ଅଧସ୍ତନମାନଙ୍କ ସହିତ ମତଭେଦ ହୋଇପାରେ, ଧର୍ଯ୍ୟବାନ ହୁଅ।

କୁମ୍ଭ- ବିପଦ ଏବଂ ସୁରକ୍ଷା କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଶାରୀରିକ ଯନ୍ତ୍ରଣା ସମ୍ଭବ । ବ୍ୟବସାୟ ମନ୍ଥର ହେବ । ଚାକିରିରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିପାରେ । ପରିବାରରେ ବିବାଦ ହୋଇପାରେ । ସୁଖର ଉପାୟରେ ବୁଦ୍ଧିମାନ ଭାବରେ ଖର୍ଚ୍ଚ କରନ୍ତୁ । ବିନିଯୋଗରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ଭଲ ହେବ । ଆୟ ଜାରି ରହିବ । ଆପଣ ସାଙ୍ଗମାନଙ୍କ ସମର୍ଥନ ପାଇବେ ।

ମୀନ- ଅପରିଚିତ ବ୍ୟକ୍ତିଙ୍କ କଥାରେ ଜଡିତ ହୁଅ ନାହିଁ । ଟଙ୍କା ନଷ୍ଟ ହୋଇପାରେ। ଅଳ୍ପ ପରିଶ୍ରମ ଦ୍ୱାରା କାର୍ଯ୍ୟ ସଫଳ ହେବ। ଆପଣ ସାଙ୍ଗମାନଙ୍କୁ ସାହାଯ୍ୟ କରିବାକୁ ଏକ ସୁଯୋଗ ପାଇବେ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଲାଭ ସୁଯୋଗ ମିଳିବ। ଆପଣ ଜଣେ ଜ୍ଞାନୀ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପାଇବେ। ଉଚ୍ଚ ପଦାଧିକାରୀମାନେ ଚାକିରିରେ ଖୁସି ହେବେ।

Categories
ଆଜିର ଖବର ଧର୍ମ

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ମହିଳାମାନେ ଏହି 4ଟି ଗୁଣରେ ପୁରୁଷଙ୍କଠାରୁ ବହୁ ଆଗରେ

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟଙ୍କ ଅର୍ଥନୀତି, କୂଟନୀତି ଏବଂ ରାଜନୀତି ବିଶ୍ୱ ପ୍ରସିଦ୍ଧ, ଯାହା ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ।  ଜଣେ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସରଣ କରି ଜୀବନରେ କେବେ ବିଫଳ ହୋଇପାରିବ ନାହିଁ। ଆଜିର ଦିନରେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ପୂର୍ବ ପରି ପ୍ରଭାବଶାଳୀ ଅଟେ।

‘ଚାଣକ୍ୟ ନୀତି’ର ଏକ ପଦରେ ଚାଣକ୍ୟ କହିଛନ୍ତି ଯେ ମହିଳାମାନଙ୍କରେ ଏପରି ଚାରୋଟି ଗୁଣ ଅଛି ଯେଉଁଥିରେ ପୁରୁଷମାନଙ୍କଠାରୁ ଅନେକ ଗୁଣ ଆଗରେ ଅଛନ୍ତି। ଆସନ୍ତୁ ଜାଣିବା ସେହି 4 ଗୁଣ କେଉଁଗୁଡିକ …

ଦୁଇଗୁଣ ଭୋକ ଲାଗେ

ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ଅଧିକ ଭୋକ ଲାଗିଥାଏ। ଖାଦ୍ୟ ଗ୍ରହଣ ଦୃଷ୍ଟିରୁ ସେମାନେ ପୁରୁଷଙ୍କଠାରୁ ଆଗରେ ଅଛନ୍ତି। ଚାଣକ୍ୟ କହିଛନ୍ତି ଯେ ମହିଳାମାନେ ପୁରୁଷଙ୍କ ତୁଳନାରେ ଦୁଇଗୁଣ ଭୋକିଲା ଅନୁଭବ କରନ୍ତି। କାରଣ ସେମାନଙ୍କ ଶରୀରର ଗଠନ ହେତୁ ମହିଳାମାନେ ଅଧିକ କ୍ୟାଲୋରୀ ଆବଶ୍ୟକ କରନ୍ତି। ସେଥିପାଇଁ ମହିଳାମାନଙ୍କୁ ପୂର୍ଣ୍ଣ ଭୋଜନ କରିବାକୁ ପରାମର୍ଶ ଦିଆଯାଇଥାଏ।

ପୁରୁଷଙ୍କ ଅପେକ୍ଷା ଅଧିକ ଚାଲାକ୍

ମହିଳାମାନଙ୍କର ଦ୍ୱିତୀୟ ଗୁଣ ବିଷୟରେ ବାଖ୍ୟା କରି ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି ଯେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ହେଉଛନ୍ତି ଅଧିକ ଚାଲକ ବା ଚତୁର । ସବୁବେଳେ ମହିଳାମାନେ ନିଜ ଜୀବନର ବହୁ କଠିନ ପରିସ୍ଥିତିକୁ ସମ୍ମୁଖୀନ ହୁଅନ୍ତି। ସେହି ଭିତରୁ ବାହାରିବା କୌଶଳ ମଧ୍ୟ ନିଜ ବୁଦ୍ଧି ଦ୍ବାରା ସେମାନେ ହାସଲ କରିଥାନ୍ତି। ସାଧାରଣତଃ କୁହାଯାଏ ଯେ, ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ଚାଲାକ। ହେଲା ଚାଣକ୍ୟ ଏହାର ବିପରୀତ କଥା କହିଛନ୍ତି।

ପୁରୁଷମାନଙ୍କ ଅପେକ୍ଷା ଅଧିକ ସାହସୀ

ଚାଣକ୍ୟ ନୀତି ଅନୁଯାୟୀ ପୁରୁଷଙ୍କ ତୁଳନାରେ ମହିଳାମାନେ 6 ଗୁଣା ଅଧିକ ସାହସୀ ଅଟନ୍ତି। ମହିଳାମାନେ କୌଣସି ପରିସ୍ଥିତିକୁ ଭୟ କରନ୍ତି ନାହିଁ। ଦୈନ୍ୟନ୍ଦିନ ଜୀବନରେ ସେମାନେ ବିଭିନ୍ନ ସମସ୍ୟାକୁ ମୁକାବିଲା କରି ନିଜ ଶରୀରରେ ସାହାସର ଶକ୍ତିକୁ ହାସଲ କରିଥାନ୍ତି।

ପୁରୁଷଙ୍କ ଅପେକ୍ଷା ଅଧିକ ଯୌନ ଭାବନା

ଚାଣକ୍ୟଙ୍କ ଅନୁଯାୟୀ ମହିଳାମାନଙ୍କର ପୁରୁଷଙ୍କ ଅପେକ୍ଷା ଅଧିକ ଆଠ ଗୁଣ ଯୌନ ଭାବନା ସୃଷ୍ଟି ହୋଇଥାଏ। ଏହି କ୍ଷେତ୍ରରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ଭାବନା 8 ଗୁଣ କମ୍ ଅଟେ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ଗୁରୁବାରରେ ସ୍ବାସ୍ଥ୍ୟ ପ୍ରତି ହୁଅନ୍ତୁ ଯତ୍ନବାନ

ମକର- ପରିବାରର ଆବଶ୍ୟକତା ପାଇଁ ଖର୍ଚ୍ଚ ଅଧିକ ହେବ। ଯାନ ଏବଂ ଯନ୍ତ୍ରର ବ୍ୟବହାର ବିଶେଷ ଯତ୍ନ ଆବଶ୍ୟକ କରେ। ଅନ୍ୟମାନଙ୍କ ସହିତ ଝଗଡା କର ନାହିଁ। କାର୍ଯ୍ୟର ଗତି ଧୀର ହେବ। ଚିନ୍ତା ଏବଂ ଟେନସନ ହେବ।

କୁମ୍ଭ- ବିପଦ ଏବଂ ସୁରକ୍ଷା କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଶାରୀରିକ ଯନ୍ତ୍ରଣା ସମ୍ଭବ । ବ୍ୟବସାୟ ମନ୍ଥର ହେବ । ଚାକିରିରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିପାରେ । ପରିବାରରେ ବିବାଦ ହୋଇପାରେ । ସୁଖର ଉପାୟରେ ବୁଦ୍ଧିମାନ ଭାବରେ ଖର୍ଚ୍ଚ କରନ୍ତୁ ।

Categories
ଆଜିର ଖବର ଧର୍ମ

ଗୁରୁବାରରେ ଏହି ରାଶିର ବ୍ୟକ୍ତିଙ୍କର ଚାକିରୀ ମିଳିବାର ସମ୍ଭାବନା ରହିଛି

ସିଂହ- ପ୍ରଗତି ପାଇଁ ସୁଯୋଗ ଉପଲବ୍ଧ ହେବ । ଜମି ଏବଂ ନିର୍ମାଣ ସମ୍ବନ୍ଧୀୟ ପ୍ରତିବନ୍ଧକ ହଟିଯିବ। ଆୟ ବୃଦ୍ଧି ପାଇବ। ସାଙ୍ଗମାନଙ୍କ ସହିତ ବାହାରକୁ ଯିବାକୁ ଯୋଜନା କରିବେ। ଚାକିରି ପାଇବାର ସମ୍ଭାବନା ଅଛି।

ତୂଳା- ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ। ଋଣ ନେବାକୁ ଏକ ପରିସ୍ଥିତି ସୃଷ୍ଟି ହୋଇପାରେ। କ୍ରନିକ୍ ରୋଗ ବାଧା ସୃଷ୍ଟି କରିପାରେ। କାର୍ଯ୍ୟ ବିଳମ୍ବ ହୋଇପାରେ। ଚିନ୍ତା ଏବଂ ଟେନସନ ହେବ। ପ୍ରେମ କାର୍ଯ୍ୟରେ ତତ୍ପର ହୁଅନ୍ତୁ ନାହିଁ।

Categories
ଆଜିର ଖବର ଧର୍ମ

ଗୁରୁବାରରେ ଏହି ରାଶିର ବ୍ୟକ୍ତିଙ୍କର ଦୂରରୁ ମିଳିବ ଶୁଭ ଖବର

ମେଷ- ଦୂରରୁ ସୁସମାଚାର ଗ୍ରହଣ କରାଯିବ। ଅତିଥିମାନେ ଘରେ ପହଞ୍ଚିବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ରିସ୍କ ନେବାକୁ ସାହସ କର। ବ୍ୟବସାୟରେ ଲାଭ ହେବ। ବିନିଯୋଗ ଭଲ ହେବ।

କର୍କଟ- ଯନ୍ତ୍ରଣା, ଭୟ, ଚିନ୍ତା ଏବଂ ଟେନସନର ପରିବେଶ ସୃଷ୍ଟି ହୋଇପାରେ। ପତି ଅଧିକ ଦୟାଳୁ ହେବେ। କୋର୍ଟ କାର୍ଯ୍ୟରେ ସୁସଙ୍ଗତତା ରହିବ। ଲାଭ ବୃଦ୍ଧି ପାଇବ। ପାରିବାରିକ ସୁଖ ଏବଂ ସନ୍ତୁଷ୍ଟ ମିଳିବ। ବିନିଯୋଗ ଭଲ ହେବ।