Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହୋଇଗଲା ଖେଳ, ମନ୍ତ୍ରୀ ଆଶାୟୀ ତିନି ନେତାଙ୍କ ଆଶା ମଉଳିଲା

ନୂଆଦିଲ୍ଲୀ, କେନ୍ଦ୍ରର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବ ବୋଲି ଜଣାପଡିବା ପରେ ବର୍ତ୍ତମାନ ଦେଶର ରାଜନୀତିରେ ଚର୍ଚ୍ଚା ଜୋରଦାର ହେବାରେ ଲାଗିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ମନ୍ତ୍ରୀ ତଥା ସାଂସଦଙ୍କ ସହିତ ବାରମ୍ବାର ବୈଠକ ଏହି ସଂପ୍ରସାରଣକୁ ନିଶ୍ଚିତ କରୁଛି। ସେଥିପାଇଁ କିଏ ମନ୍ତ୍ରୀ ହେବ କାହାର ମନ୍ତ୍ରୀ ପଦ ଯିବ ସେ ନେଇ ଚାଲିଛି ମନ୍ଥନ।

ତେବେ ଏହି ସଂପ୍ରସାରଣ ଏବଂ ଅଦଳବଦଳ ଭିତରେ ଓଡିଶାର ଭାଗ୍ୟରେ କଣ ଅଛି ତାହାକୁ ନେଇ ମଧ୍ୟ ଚାଲିଛି ଯୁକ୍ତିତର୍କ। ସଦ୍ୟତମ ତଥ୍ୟ ଅନୁସାରେ ଓଡିଶାର କୁଆଡେ ତିନି ଜଣ ନେତା ମନ୍ତ୍ରୀ ହେବେ ବୋଲି ପାୱାର କରିଡର ସହିତ ଯୋଗାଯୋଗରେ ଅଛନ୍ତି। ହେଲେ ଶେଷ ମୂର୍ହୁତରେ ସେମାନଙ୍କ ଆଶା ଆଶାରେ ରହିଯାଇଛି। କାରଣ ଏହି କଥା ବିରୋଧୀ ପାୱାର କରିଡର ଜାଣିବା ପରେ କୁଆଡେ ଖେଳ କରିଦେଇଛନ୍ତି।

ନୂଆଦିଲ୍ଲୀର ସୂଚନା ଅନୁସାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ପାଇଁ ତିନିଜଣଙ୍କ ନାମ ଦିଲ୍ଲୀରେ ଚର୍ଚ୍ଚା ଚାଲିଥିଲା। ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ଅପରାଜିତା ଷଡାଙ୍ଗୀ ସହ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଏହି ତିନିଜଣଙ୍କର ଦିଲ୍ଲୀ ଦରବାରରେ ବେଶ୍ ଦବଦବା ମଧ୍ୟ ରହିଛି।

ତେବେ ଏହି ତିନି ଜଣଙ୍କ ମଧ୍ୟରୁ ବୈଜୟନ୍ତ ଏବଂ ସମ୍ବିତ କୌଣସି ଗୃହର ସଦସ୍ୟ ନାହାଁନ୍ତି। ହେଲେ ସେମାନଙ୍କୁ ଏହି ସଂପ୍ରସାରଣରେ ସାମିଲ କରି ପରବର୍ତ୍ତି ସମୟରେ ରାଜ୍ୟସଭା ସଦସ୍ୟ କରିବା ନେଇ ଯୋଜନା ଚାଲିଥିଲା। ହେଲେ ସେସବୁ ଜଣାପଡିବାର ପରେ ଏହି ବିରୋଧୀ ପାୱାର କେନ୍ଦ୍ର ସେସବୁକୁ ଛାରଖାର କରି ଦେଇଛି। ତେବେ ଓଡିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ବନୀ ବୈଷ୍ଣବଙ୍କ ନାମ ଏ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ

ରଜ ସଙ୍କ୍ରାନ୍ତିରେ ଆଠ ଜୁଆଡ଼ିଙ୍କୁ ବାନ୍ଧିଲା ବାଲୁଗାଁ ପୋଲିସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ଜନସାଧାରଣଙ୍କ ରଜ ମଉଜ ଚଳିତ ବର୍ଷ କୋଭିଡ଼ ଲାଗି ଫିକା ପଡିଯାଇଥିବାବେଳେ ଜୁଆଡ଼ିଙ୍କ ପାଇଁ କିନ୍ତୁ ଏହା ସୁବର୍ଣ୍ଣ ସୁଯୋଗ ପାଲଟିଛି। ଦିନରାତି ଜୁଆଡ଼ି ମାନେ ଜୁଆ ଖେଳରେ ମାତୁଥିବାର ଦେଖା ଦେଉଥିବାବେଳେ ପରିଶେଷରେ ପୋଲିସ ହାତରେ ଧରାପଡ଼ି କେସ ଖାଇବାକୁ ମଧ୍ୟ ପଛାଉନାହାନ୍ତି।

ବିଗତ ଦୁଇ ଦିନ ହେବ ଜୁଆଡ଼ି ମାନଙ୍କୁ ପୋଲିସ ଗୋଡ଼ାଇ ଗୋଡ଼ାଇ ଧରୁଥିବାବେଳେ ଗତକାଲି ଦ୍ଵିତୀୟ ରଜ ଦିବସରେ ବାଲୁଗାଁ ପୋଲିସ ମଠପୁର, ଧୂଆଁଳ ଏବଂ ବଡ଼କୁଳ ଅଞ୍ଚଳରେ ଚଢ଼ାଉ କରି ୮ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ୮ ହଜାର ୬ ଶହ ୨0 ଟଙ୍କା ସହ ଖୋଲା ତାସ, ଟାରପୁଲୀନ, ମହମବତୀ ଆଦି ଜିନିଷ ଜବତ କରିଛି ପୋଲିସ।

ଉକ୍ତ ଚଢ଼ାଉ ଅଭିଯାନରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ, ଏସଆଇ ଲିଲି ପାଢ଼ୀ, ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ ସାହୁ,ଏଏସଆଇ ଦିଲୀପ ବିଶ୍ୱାଳ ଏବଂ ସୁଦର୍ଶନ ସେଠି ସାମିଲ ଥିଲେ। ତେବେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ୩ ଓପିଜି ନିୟମ ଅନୁଯାୟୀ କେସ ନମ୍ବର ୧୦୪,୧୦୫ ଏବଂ ୧୦୬ ରେ ମାମଲା ୠଜୁକରାଯାଇଛି ବୋଲି ବାଲୁଗାଁ ଆଈଆଈସି ଶ୍ରୀ ମାହାଲିକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଭାରତରେ ଶେଷ ହେଲା ଟ୍ବିଟରର ସୁରକ୍ଷା କବଚ: ଗାଜିଆବାଦ ପୋଲିସ ରୁଜୁ କଲା ପ୍ରଥମ କେସ୍

ନୂଆଦିଲ୍ଲୀ: ନୂଆ ଆଇଟି ନିୟମ ଆଇନ ପାଳନ ନକରିବା ଟ୍ବିଟରକୁ ମହଙ୍ଗା ପଡିଛି। ଭାରତରେ ଟ୍ବିଟରକୁ ମିଳିବାକୁଥିବା ଆଇନ ସୁରକ୍ଷା ଶେଷ ହୋଇଯାଇଛି। ଗତ ମେ’ ୨୫ ତାରିଖରେ କେନ୍ଦ୍ର ସରକାର ନୂଆ ନିୟମ ଲାଗୁ କରିଥିଲେ। କିନ୍ତୁ ଏହି ନୂଆ ନିୟମକୁ ଟ୍ବିଟର ଏପର୍ଯ୍ୟନ୍ତ ଲାଗୁ କରିନାହିଁ। ଯାହାଫଳରେ ଟ୍ବିଟର ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଏହି କାର୍ଯ୍ୟାନୁଷ୍ଠାନ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ପକ୍ଷରୁ କୌଣସି ଔପଚାରିକ ଘୋଷଣା ହୋଇନାହିଁ। କିନ୍ତୁ ଏପର୍ଯ୍ୟନ୍ତ ନୂଆ ନିୟମ ଲାଗୁ କରିନଥିବାରୁ ଟ୍ବିଟରର ସୁରକ୍ଷା ଆଇନ ଆପେ ଆପେ ସମାପ୍ତ ହୋଇଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆଶ୍ଚର୍ଯ୍ୟର କଥା ହୀରା ପାଇବା ପାଇଁ ହଜାର ହଜାର ଲୋକେ ଖୋଳି ଚାଲିଛନ୍ତି ମାଟି

Diamond Rush: ହୀରା ମିଳୁଛି, ହୀରା ମିଳୁଛି। ଏହିପରି ଏକ ଖବର ପ୍ରଚାରିତ ହେବା ପରେ ପୁରା ଗାଁ ସହିତ ପାଖଆଖ ଅଞ୍ଚଳ ଲୋକେ ହୀରା ଖୋଜିବାକୁ ଧାଇଁଲେ। ପ୍ରାୟ ତିନି ଏକର ପରିମିତ ଅଳ୍ପ ଜଙ୍ଗଲିଆ ଅଞ୍ଚଳରେ ସମସ୍ତେ କୋଡି କୋଦାଳ ଧରି ଖୋଳିବାକୁ ଲାଗିଲେ। ଧିରେ ଧିରେ ଏହି କଥା ଏତେ ଜୋରରେ ବ୍ୟାପିଗଲା ଯେ, ବର୍ତ୍ତମାନ ପ୍ରତ୍ୟେକ ଦିନ ହଜାର ହଜାର ଲୋକେ ସେହି ସ୍ଥାନ ଖୋଳିବାରେ ଲାଗିଛନ୍ତି।

ଏହି ଘଟଣାଟି ଦକ୍ଷିଣ ଆଫ୍ରିକାର କେଜେଡ୍ ପ୍ରୋଭେନସିୟାଲ ଅଧିନରେ ଥିବା କ୍ବାହାଲଥି ଗ୍ରାମରେ ଘଟିଛି । କେତେକ ଭୂତତ୍ବବିତ ସେହି ଗ୍ରାମର ପାଖ ଜଙ୍ଗଲିଆ ଅଞ୍ଚଳ ଅନୁସନ୍ଧାନ କରୁଥିଲେ। ସେମାନେ ଜାଣିବାକୁ ପାଇଲେ ଯେ ସେଠାରେ କେତେକ ବିରଳ ତଥା ଅଜଣା ପଥର ବାହାରୁଛି। ଏହି କଥାଟି ସାରା ଅଞ୍ଚଳରେ ବ୍ୟାପିବାରେ ଲାଗିଲା। ଫଳରେ ତାହା ହୀରା ହୋଇଥିବ ଭାବେ ଲୋକେ ଖୋଳାଖୋଳି ଆରମ୍ଭ କରିଦେଲେ।

ସତକୁ ସତ ସେଠାରେ ଖୋଳିବା ପରେ ଖ୍ରୀଷ୍ଟାଇଲ ପ୍ରକାରର ଏକ ପଥର ବାହାରୁଛି। ଏହାକୁ ହୀରା ଭାବି ବର୍ତ୍ତମାନ ଗତ ଶନିବାରଠାରୁ ଲୋକେ ଖୋଳିବାରେ ଲାଗିଛନ୍ତି। ତେବେ ଏହି ପଥର ହୀରା  ନା ଆଉ କଣ ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୁଣିଗାରେଡି ସନ୍ଦେହରେ ବାପପୁଅଙ୍କୁ ହତ୍ୟା, ମୁଠାଗୁଡ଼ା ପଞ୍ଚାୟତରେ ଭୟର ବାତାବରଣ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକରେ କିଛିଦିନ ବ୍ୟବଧାନରେ ପୁଣି ଗୁଣିଗାରେଡିକୁ ନେଇ ଗଡିଛି ବାପ ଓ ପୁଅର ୨ଟି ମୁଣ୍ଡ। ଏହି ବ୍ଳକର ଦୁର୍ଗମ ଅଞ୍ଚଳରେ ଲୋକେ ସ୍ୱାସ୍ଥ୍ୟ ଖରାପ ହେଲେ ସାଧାରଣତଃ ଚେରମୂଳି ଔଷଧ ଉପରେ ନିର୍ଭର କରନ୍ତି। ସ୍ଵାସ୍ଥ୍ୟକର୍ମଚାରୀଙ୍କ ଉପରେ ଲୋକେ ବିଶ୍ୱାସ କରୁଥିବା ବେଳେ ମାସରେ ଥରେ ଅଧେ ସ୍ୱାସ୍ଥ୍ୟକର୍ମୀମାନେ ବ୍ଳକର ଦୁର୍ଗମ ଅଞ୍ଚଳକୁ ଯାଇଥାନ୍ତି। ବାକି ସମୟ ଉପରିସ୍ଥ କର୍ମଚାରୀଙ୍କୁ ହାତବାରିଶି କରି ଘରେ ବସି ଦରମା ହାତେଇଥାନ୍ତି। ଏହି ବ୍ଳକର ଏହା ନିତିଦିନିଆ ଘଟଣା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅଧିନ ମୁଠାଗୁଡ଼ା ଗ୍ରାମରେ ଗୁଣିଗାରେଡିକୁ ନେଇ ବାପପୁଅଙ୍କୁ ଅତି ନୃଶଂଶ ଭାବେ ହତ୍ୟା କରାଯାଇଛି। ଯାହାକି ଅଞ୍ଚଳରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ମୁଠାଗୁଡ଼ା ଗ୍ରାମର ଲୋକ ଦଳବେହେରା (୫୭) ଓ ପୁଅ ଅନୁକ ଦଳବେହେରା (୨୨) ଙ୍କୁ ଗଳାକାଟି ହତ୍ୟା କରିଥିବା ନେଇ ଅଡବା ଥାନାରେ ଅଭିଯୋଗ କରିଛନ୍ତି ଗୁଲୁ ବା ସରପଞ୍ଚ ଲାଜାର ମାଝୀ।

ଘଟଣାରୁ ପ୍ରକାଶ ଏକ ମାସ ତଳେ ଉକ୍ତ ଗ୍ରାମର ଅର୍ଥାତ ଲୋକ ଦଳବେହେରାଙ୍କ ଘର ପଛ ପଟ ସାହିର ସୁକାନ୍ତ ଗମାଙ୍ଗଙ୍କ ପୁତ୍ର କୌଣସି କାରଣରୁ ମୃତ୍ୟୁବରଣ କରିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ଗ୍ରାମର କିଛି ଲୋକ ଲୋକ ଉପରେ ସନ୍ଦେହ ଜାତ କରିଥିଲେ। କାରଣ ଲୋକ ସାପ କାମୁଡ଼ା, ଝାଡ଼ା, ପେଟ ବ୍ୟଥା ଓ ଡର ଚମକକୁ କିଛି ପାହାଡ଼ିଆ ଚେରମୂଳି ଦେଇ ଭଲ କରୁଥିଲେ। ଏହାକୁ ଦେଖି ଲୋକେ ଅସହ୍ୟ ହୋଇ ତାଙ୍କ ଉପରେ ଗୁଣିଗାରେଡି ର ସନ୍ଦେହ ଆରମ୍ଭ କରିଥିଲେ। ଯାହାକୁ ନେଇ ଶନିବାର ଦିନ ସନ୍ଧ୍ୟା ସମୟରେ ଗ୍ରାମର ଶେଷଭାଗରେ ଥିବା ଏକ ଘରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରଚାଯାଇଥିଲା ଲୋକକୁ ହତ୍ୟା କରିବାର ଷଡଜନ୍ତ୍ର। ଲୋକ ଘରେ ସୁସ୍ଵାଦୁ ଖାଦ୍ୟ ରୋଷାଇ ହୋଇଥିଲା।ଏକାଠି ବସି ପରିବାର ଲୋକେ ଖାଇବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଜଣେ ବ୍ୟକ୍ତି ବାରମ୍ଵାର ଲୋକଙ୍କ ଘରକୁ ଆସି ଅନୁକକୁ ଡାକିଥିଲେ। ଏହାକୁ ଦେଖି ବଡ ଭଉଣୀ ଲୁଦିଆ ଗମାଙ୍ଗ (୩୦) ଭାଇକୁ ବାହାରକୁ ଯିବାକୁ ମନା କରିଥିଲେ। କାରଣ ବାପ ଓ ପୁଅକୁ ମାରିବା ପାଇଁ ଆଗରୁ ଚାଲିଥିଲା ଷଡ଼ଯନ୍ତ୍ର କିନ୍ତୁ ଭଉଣୀର କଥାକୁ ଅମାନ୍ୟ କରି ଭାଇ ରାତ୍ର ପ୍ରାୟ ୮ ଟାରେ ଡାକି ଆସିଥିବା ଜଣେ ଅଜଣା ମିସ୍ତ୍ରୀଙ୍କ ସହ ଗ୍ରାମ ଠାରୁ ୫୦୦ ମିଟର ଦୂର ବେଡେଗା ମେରାଙ୍ଗ କୁଡିଆ ପାଖକୁ ଡାକି ନେଇଥିଲେ। ପୁଅ ଫେରିବାର ବହୁ ବିଳମ୍ଵ ହେବାରୁ ବାପା ଲୋକ ପୁଅକୁ ଖୋଜିବା ପାଇଁ ବାହାରିଥିଲେ। କିନ୍ତୁ ଉଭୟେ ଫେରିବାର ବିଳମ୍ବ ହେବାରୁ ଘର ଲୋକେ ଅସ୍ତବ୍ୟସ୍ତ ହେଉଥିବାବେଳେ ରକ୍ତାକ୍ତ ଅବସ୍ଥାରେ ପ୍ରାଣ ବିକଳରେ ଅନୁକ ଘରେ ପହଞ୍ଚିଥିଲେ।

ପରିବାର ଲୋକେ ଅନୁକର ଏଭଳି ଅବସ୍ଥା ଦେଖି ଘଟଣାର ରହସ୍ୟ ପଚାରିବା ସମୟରେ ସେ କିଛି ନକହି ଘରେ ଟଳିପଡିଥିଲେ। ଘର ଲୋକେ ଭୟରେ ମ୍ରିୟମାଣ ହୋଇ ସରପଞ୍ଚଙ୍କ ସହ ଯୋଗାଯୋଗ କରି ଖୋଜାଖୋଜି କରିବାପରେ ଗ୍ରାମଠାରୁ ୫୦୦ ମିଟର ଦୂର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଠାରୁ ୧୦୦ ମିଟର ଦୂର ଚାଷଜମିରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲା ଲୋକ ଦଳବେହେରାଙ୍କ ମୃତଦେହ। ବାପ ପୁଅ ଦୁଇ ଜଣଙ୍କର ମୃତଦେହ ସ୍ଥାନୀୟ ସରପଞ୍ଚ ଶ୍ରୀମାଝୀ ଦେଖିବା ପରେ ରବିବାର ସକାଳୁ ଅଡବା ଆସି ଥାନାରେ ଏକ ଲିଖିତ ଅଭିଯୋଗ ଜଣାଇଥିଲେ।

ଏହାପରେ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଅଭିଯୋଗକୁ ଭିତ୍ତିକରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇଥିଲେ। ତାଙ୍କରି ନିର୍ଦ୍ଦେଶ ଅନୁସାରେ ରା.ଉଦୟଗିରି ଏସଡିପିଓଙ୍କ ତତ୍ବାବଧାନରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ତାଙ୍କ ଟିମ୍ ଅଡବାରେ ପହଞ୍ଚି ଏକ ସମୟରେ ଉଭୟ ଥାନାର କର୍ମଚାରୀ ମିଳିତଭାବେ ମୁଠାଗୁଡା ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ଏବଂ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଛତ୍ରପୁର ସାଇଣ୍ଟିଫିକ୍ ଟିମକୁ ଖବର ଦେଇଥିଲେ।

ଟିମ ପହଞ୍ଚିବା ପୂର୍ବରୁ ପୁଲିସ ଘଟଣାର ଛାନ୍ ଭିନ୍‌ କରି ଘଟଣାରେ ସଂପୃକ୍ତ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚାର ଉଚାର କରାଯାଉଥିବା ଜଣା ପଡିଛି। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ଏସ.ପି. ତପନ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଅତିରିକ୍ତ ଏସ.ପି. ବାମଦେଵ ସିଂ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଥିବାବେଳେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି।

ମୃତ ଲୋକଙ୍କ ବଡ ଝିଅ ଲୁଦିଆ ଗମାଙ୍ଗଙ୍କ କହିବା ପ୍ରକାରେ ବାପା ଗ୍ରାମରେ କୌଣସି ଲୋକଙ୍କ ଦେହ ଖରାପ ହେଲେ ଚେରମୂଳି ଔଷଧ ଦେଇ ଭଲ କରନ୍ତି। ଏପରିକି ଆମ ପରିବାରର ଚାଲିଚଳନକୁ ଗ୍ରାମର କିଛି ଲୋକ ସହ୍ୟ କରି ନ ପାରି ଗୁଣିଗାରେଡି ସନ୍ଦେହରେ ମୋ ବାପା ଓ ଭାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏଣୁ ଏଥିରେ ସଂପୃକ୍ତ ଥିବା ଦୋଷୀ ମାନଙ୍କୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସେ ପ୍ରଶାସନକୁ ନିବେଦନ କରିଛନ୍ତି।

ସୂଚନା ଥାଉ କି ୨୦୧୬ରେ ଅଡବା ଥାନା ଅନ୍ତର୍ଗତ ଗୁଲୁବା ଗ୍ରାମରେ ଗୁଣିଗାରେଡିକୁ ନେଇ ଖଟ ବିଦ୍ୟା ଚାଲିଥିବା ବେଳେ ପୁଲିସ ପହଞ୍ଚିଥିଲା ଘଟଣା ସ୍ଥଳରେ ସେହିପରି ମୋହନା ଥାନା ଅନ୍ତର୍ଗତ ଭାଲିଆସାହିରେ ଗୁଣିକୁ ନେଇ ୧୨/୧୧/୨୦୧୯ରେ ମୁଣ୍ଡବିହୀନ ଶବ ଉଦ୍ଧାର କରିଥିଲା ପୁଲିସ। ଗୋପଟିମା ଗ୍ରାମରେ ଗୁଣିକୁ ନେଇ ୧୭/୦୩/୨୦୨୦ ରେ ଦମ୍ପତିଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା। ଏପରିକି ଗୁଣିଗାରେଡିକୁ ନେଇ ବହୁ ପରିବାର ଲୋକେ ଗ୍ରାମରୁ ନିଆଁ ପାଣି ହୋଇ ଅନ୍ୟ ଗ୍ରାମରେ ବହୁ ପରିବାର ବସବାସ କରୁଛନ୍ତି। କାରଣ ଦୁର୍ଗମ ଅଞ୍ଚଳରେ ସଚେତନତାର ଅଭାବ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୨ ହଜାର ୨୨୪ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୨ ହଜାର ୨୨୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୫୪୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୬ ଲକ୍ଷ ୩୩ ହଜାର ୧୦୫ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୯ ହଜାର ୫୭୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୩ ଲକ୍ଷ ୮୮ ହଜାର ୧୦୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୮ ଲକ୍ଷ ୬୫ ହଜାର ୪୩୨ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୪ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୩୪୩୧ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୪୩୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ, କଳାହାଣ୍ଡି, ପୁରୀ ଜିଲ୍ଲାରୁ ୪ ଜଣ, କଟକ, ଝାରସୁଗୁଡା, ରାୟଗଡା, ସୁନ୍ଦରଗଡ ଓ ଜଗତସିଂହପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବରଗଡ, ମୟୂରଭଞ୍ଜ ଓ ବୌଦ୍ଧ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳ, କନ୍ଧମାଳ, କେନ୍ଦୁଝର, ନୂଆପଡା, ସମ୍ବଲପୁର ଓ ଗଜପତି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୩ ହଜାର ୬୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୧୧ ହଜାର ୭୮୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୭ ହଜାର ୭୯୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୪୩୧ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୩ ହଜାର ୫୩୫ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୫୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୦୧୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୫୧୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୩ ହଜାର ୬୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୧୧ ହଜାର ୭୮୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୭ ହଜାର ୭୯୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୩୮୭ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୫୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୩୩ ଜଣ, କଟକ ଜିଲ୍ଲାରୁ ୩୨୦ ଜଣ, ଅନୁଗୁଳ ଜିଲ୍ଲାରୁ ୨୦୭ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୯୬ ଜଣ, ବରଗଡ ଜିଲ୍ଲାରୁ ୮୬ ଜଣ, ଭଦ୍ରକ ଜିଲ୍ଲାରୁ ୧୮୪, ବଲାଙ୍ଗୀରି ଜିଲ୍ଲାରୁ ୧୮, ବୌଦ୍ଧ ଜିଲ୍ଲାରୁ ୫୨, ଦେବଗଡ ଜିଲ୍ଲାରୁ ୨୫, ଢେଙ୍କାନାଳ ଜିଲ୍ଲାରୁ ୫୬ ଜଣ, ଗଜପତି ଜିଲ୍ଲାରୁ ୨୭ ଜଣ, ଗଞ୍ଜାମ ଜିଲ୍ଲାରୁ ୨୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୯୦ ଜଣ, ଯାଜପୁର ଜିଲ୍ଲାରୁ ୩୪୮ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୨ ଜଣ, କଳାହାଣ୍ଡିରୁ ୩୫ ଜଣ, କନ୍ଧମାଳ ଜିଲ୍ଲାରୁ ୫୬ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୦୪ ଜଣ, କେନ୍ଦୁଝର ଜିଲ୍ଲାରୁ ୯୨ ଜଣ, କୋରାପୁଟ ଜିଲ୍ଲାରୁ ୫୬ ଜଣ, ମାଲକାନାଗିରି ଜିଲ୍ଲାରୁ ୬୮ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୫୩ ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୫ ଜଣ, ନୟାଗଡ ଜିଲ୍ଲାରୁ ୯୫ ଜଣ, ନୂଆପଡା ଜିଲ୍ଲାରୁ ୧୫ ଜଣ, ପୁରୀ ଜିଲ୍ଲାରୁ ୧୮୭ ଜଣ, ରାୟଗଡା ଜିଲ୍ଲାରୁ ୭୩ ଜଣ, ସମ୍ବଲପୁର ଜିଲ୍ଲାରୁ ୩୯ ଜଣ, ସୋନପୁର ଜିଲ୍ଲାରୁ ୩୯ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭୬ ଜଣ ଏବଂ ଷ୍ଟେଟ ପୁଲରୁ ୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭିଭା ଟେକ୍‌ର ପଞ୍ଚମ ସଂସ୍କରଣରେ ଦୀକ୍ଷାନ୍ତ ଅଭିଭାଷଣ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୬ ତାରିଖ ଅପରାହ୍ନ ପ୍ରାୟ ୪ଟା ସମୟରେ ଭିଭା ଟେକର ପଞ୍ଚମ ସଂସ୍କରଣରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ । ଏହି ସମାରୋହରେ ଅନ୍ୟ ବିଶିଷ୍ଟ ବକ୍ତାମାନଙ୍କ ମଧ୍ୟରେ ଫ୍ରାନ୍ସର ରାଷ୍ଟ୍ରପତି ମିଃ ଏମାନୁଏଲ ମାକ୍ରନ, ସ୍ପେନର ପ୍ରଧାନମନ୍ତ୍ରୀ ମିଃ ପେଡ୍ରୋ ସାଞ୍ଚେଜ୍‌ଙ୍କ ସମେତ ଅନ୍ୟ ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ମନ୍ତ୍ରୀ ଏବଂ ସାଂସଦମାନେ ଅଂଶଗ୍ରହଣ କରିବେ ।

ଏହି ସମାରୋହରେ ଆପଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମିଃ ଟିମ୍ କୁକ୍‌, ଫେସବୁକର ଅଧ୍ୟକ୍ଷ ତଥା ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ମିଃ ମାର୍କ ଜୁକରବର୍ଗ, ମାଇକ୍ରୋସଫ୍ଟ ଅଧ୍ୟକ୍ଷ ମିଃ ବ୍ରାଡ ସ୍ମିଥଙ୍କ ସମେତ କର୍ପୋରେଟ ଜଗତର ଅନ୍ୟ ବରିଷ୍ଠ ନେତୃବୃନ୍ଦ ଯୋଗ ଦେବେ ।

୨୦୧୬ ଠାରୁ ପ୍ରତିବର୍ଷ ପ୍ୟାରିସ୍ ଠାରେ ଆୟୋଜିତ ହୋଇ ଆସୁଥିବା ଭିଭା ଟେକ୍ ହେଉଛି ୟୁରୋପର ଅନ୍ୟତମ ସର୍ବବୃହତ ଡିଜିଟାଲ୍ ଓ ଷ୍ଟାର୍ଟଅପ୍ କାର‌୍ୟ୍ୟକ୍ରମ। ଏକ ପ୍ରମୁଖ ବିଜ୍ଞାପନ ଓ ବିପଣନ ଉଦ୍ୟୋଗ- ପିବ୍ଲିସିଜ୍ ଗ୍ରୁପ ଏବଂ ଫ୍ରାନ୍ସର ଏକ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା-ଲେସ୍ ଇକୋସ୍ ପକ୍ଷରୁ ଏହା ମିଳିତ ଭାବେ ଆୟୋଜନ କରାଯାଇଥାଏ ।

ଏଥିରେ ପ୍ରଯୁକ୍ତି ନବୋନ୍ମେଷ ଓ ଷ୍ଟାର୍ଟଅପ୍ ଇକୋସିଷ୍ଟମର ଅଂଶୀଦାରମାନେ ମିଳିତ ଭାବେ ଅଂଶଗ୍ରହଣ କରିଥାନ୍ତି । ଏଥିରେ ପ୍ରଦର୍ଶନୀ, ପୁରସ୍କାର ସମାରୋହ, ପ୍ୟାନେଲ ଆଲୋଚନା ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ । ଭିଭା ଟେକ୍‌ର ପଞ୍ଚମ ସଂସ୍କରଣ ଜୁନ ୧୬-୧୯, ୨୦୨୧ରେ ଆୟୋଜିତ ହେବାର କାଯ୍ୟକ୍ରମ ରହିଛି ।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁନ 16 ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

ମେଷ- ଦେୟ ଫେରସ୍ତ ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟିକ ଯାତ୍ରା ଅନୁକୂଳ ଲାଭ ଦେବ । ଲାଭ ପାଇଁ ସୁଯୋଗ ବାରମ୍ବାର ଆସିବ। ବିବେକ ବ୍ୟବହାର କରନ୍ତୁ। ଅଦରକାରୀ ଜିନିଷରେ ସମୟ ନଷ୍ଟ କରନ୍ତୁ ନାହିଁ । ବିନିଯୋଗ ଭଲ ହେବ। ଚାକିରିରେ ଅଗ୍ରଗତିର ସମ୍ଭାବନା ଅଛି । ବ୍ୟବସାୟର ଗତି ବୃଦ୍ଧି ପାଇବ। ଲାଭ ବୃଦ୍ଧି ପାଇବ। ପ୍ରଲୋଭିତ ହୁଅ ନାହିଁ।

ବୃଷ- ଯେ କୈଣସି ପୁରୁଣା ରୋଗ ଅସୁବିଧା ସୃଷ୍ଟି କରିବ। ବିରୋଧୀମାନେ ସକ୍ରିୟ ରହିବେ। ଜଣେ ବଡ ସମସ୍ୟାର ସମ୍ମୁଖୀନ ହୋଇପାରେ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଆପଣଙ୍କ କାର୍ଯ୍ୟରେ ଉନ୍ନତି କରିବ। ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସାମାଜିକ କାର୍ଯ୍ୟ କରିବାକୁ ଇଚ୍ଛା ରହିବ। ପ୍ରଭାବର କ୍ଷେତ୍ର ବୃଦ୍ଧି ପାଇବ। ବିନିଯୋଗ ଭଲ ହେବ।

ମିଥୁନ- ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବୃଦ୍ଧି ପାଇବ। କୋର୍ଟର ବିଚାରାଧୀନ କାର୍ଯ୍ୟରେ ସୁସଙ୍ଗତତା ରହିବ। ବ୍ୟବସାୟ ଭଲ ହେବ। ବିନିଯୋଗ ଭଲ ହେବ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ଆଘାତ ଏବଂ ରୋଗରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ଲାଭ ବୃଦ୍ଧି ପାଇବ। ସୁଖ ମିଳିବ।

କର୍କଟ- କଥାବାର୍ତ୍ତାରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହ। ପ୍ରତିଦ୍ୱନ୍ଦ୍ୱିତା କମ ହେବ। ଶତ୍ରୁମାନେ ସକ୍ରିୟ ରହିବେ। ପତିପତ୍ନୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ଅସାବଧାନ ହୁଅନ୍ତୁ ନାହିଁ। ମୂଲ୍ୟବାନ ସାମଗ୍ରୀ ନିଜ ସହିତ ରଖ। ଏପରି କିଛି କର ନାହିଁ ଯାହା ପରେ ତୁମେ ଅନୁତାପ କରିବ। ରିସ୍କ ନିଅ ନାହିଁ।

ସିଂହ- କୋର୍ଟରେ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ। ତୁମେ ତୁମର ଜୀବନସାଥୀଙ୍କଠାରୁ ସମର୍ଥନ ପାଇବ। ବ୍ୟବସାୟ ଅନୁକୂଳ ହେବ। ଘର ବାହାରେ ସୁଖ ମିଳିବ। ସେୟାର ବଜାରରୁ ଲାଭ ମିଳିବ। ଉଚ୍ଚ ପଦାଧିକାରୀମାନେ ଚାକିରିରେ ଖୁସି ହେବେ। ଭାଗ୍ୟ ତୁମ ସହିତ ରହିବ। ସମସ୍ତ କାର୍ଯ୍ୟ ସମାପ୍ତ ହେବ। ତତ୍ପରତା ନାହିଁ ।

କନ୍ୟା- ରୋଜଗାର ଏବଂ ବେକାରୀ ବୃଦ୍ଧି ଦୂର ହେବ। ଅର୍ଥନୈତିକ ପ୍ରଗତି ପାଇଁ ପ୍ରୟାସ ସଫଳ ହେବ। ଏକତ୍ରିତ ପାଣ୍ଠି ବୃଦ୍ଧି ପାଇବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ସେୟାର ବଜାରରେ ବୁଦ୍ଧିମାନ ଭାବରେ ବିନିଯୋଗ କରନ୍ତୁ। ସମ୍ପତ୍ତି କାର୍ଯ୍ୟ ବଡ଼ ଲାଭ ଦେଇପାରେ। ବିବାଦରୁ ଦୂରରେ ରୁହନ୍ତୁ। ଘର ବାହାରେ ସୁଖ ମିଳିବ।

ତୂଳା- ଏକ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଭ୍ରମଣ ଲାଭଦାୟକ ହେବ। ଛାତ୍ରଛାତ୍ରୀ ସଫଳତା ପାଇବେ। ବ୍ୟବସାୟ ଅନୁକୂଳ ହେବ। ଚାକିରିରେ କାମକୁ ପ୍ରଶଂସା କରାଯିବ। ଲାଭ ସୁଯୋଗ ଆସିବ। ବ୍ୟସ୍ତତା ହେତୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପ୍ରଲୋଭିତ ହୁଅ ନାହିଁ।

ବିଛା- ବ୍ୟବସାୟ ଭଲ କରିବ। ଆୟ ହ୍ରାସ ହୋଇପାରେ। ଦୁଃଖଦ ଖବର ଗ୍ରହଣ କରିବା ସମ୍ଭବ। କାମ ବୃଥା ଚାଲିବ। କାମ କରିବା ଭଳି ଅନୁଭବ କରିବେ ନାହିଁ। ଅନାବଶ୍ୟକ ବିବାଦ ଉପୁଜିପାରେ। ଅଧିକ ପରିଶ୍ରମ କରିବାକୁ ପଡ଼ିବ। ନିଜେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅ, ଅନ୍ୟମାନଙ୍କ ଦ୍ୱାରା ଉତ୍ତେଜିତ ନ ହେଲେ ଏହା ଲାଭଦାୟକ ହେବ।

ଧନୁ- ଶୀଘ୍ର କୈଣସି କାମ କର ନାହିଁ । କ୍ରନିକ ରୋଗ ସମସ୍ୟା ସୃଷ୍ଟି କରିପାରେ। ଏକ ଜରୁରୀ ଜିନିଷ ନିଖୋଜ ହୋଇପାରେ। ଚିନ୍ତା ଏବଂ ଟେନସନ ହେବ। କୁମାରୀମାନେ ବିବାହ ପ୍ରସ୍ତାବ ପାଇପାରନ୍ତି। ପ୍ରୟାସ ସଫଳ ହେବ। ବିନିଯୋଗ ଭଲ ହେବ। ଚାକିରିରେ ଅଗ୍ରଗତି ହେବ । ବ୍ୟବସାୟ ଲାଭଦାୟକ ହେବ। ପ୍ରଲୋଭିତ ହୁଅ ନାହିଁ ।

ମକର- କୈଣସି ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ । ଦ୍ୱନ୍ଦ୍ୱ ଥାଇପାରେ । କାରବାରରେ ସାବଧାନ ରୁହନ୍ତୁ। ଆପଣ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରିବେ। ବ୍ୟବସାୟ ଯାତ୍ରା ସଫଳ ହେବ। ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ। ଅପ୍ରତ୍ୟାଶିତ ଲାଭ ହୋଇପାରେ। ବ୍ୟବସାୟରେ ଅନୁକୂଳ ଲାଭ ହେବ। ପ୍ରଲୋଭିତ ହୁଅ ନାହିଁ ।

କୁମ୍ଭ- ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ। ଆପଣଙ୍କୁ ଏକ ଋଣ ନେବାକୁ ପଡିପାରେ। ମସ୍ତିଷ୍କ ଯନ୍ତ୍ରଣା ହୋଇପାରେ। ଘର ବାହାରେ ସହଯୋଗ ହେବ। ଉପହାର ଗ୍ରହଣ କରିବା ସମ୍ଭବ ଅଟେ। ବେକାରୀ ଦୂର ହେବ। ହଠାତ୍, କୈଣସି ସ୍ଥାନରୁ ଲାଭ ହେବାର ସମ୍ଭାବନା ହୋଇପାରେ। ଆପଣ କୈଣସି ବଡ ସମସ୍ୟାରୁ ମୁକ୍ତି ପାଇବେ। ବିନିଯୋଗ ଏବଂ ଚାକିରି ଅନୁକୂଳ ଲାଭ ଦେବ।

ମୀନ- ଆଖିକୁ ଆଘାତ ହେବ। ଏକ ମୂଲ୍ୟବାନ ଜିନିଷ ନଷ୍ଟ ହୋଇପାରେ। କ୍ରନିକ ରୋଗ ଦେଖାଦେଇପାରେ। ଅନ୍ୟମାନଙ୍କ ସହିତ ଝଗଡା କର ନାହିଁ । କାହା ସହିତ ହାଲୁକା ଥଟ୍ଟା କରନ୍ତୁ ନାହିଁ। ଦିନଟା ନକାରାତ୍ମକତା ରହିବ। ବିନା କାରଣରେ କ୍ରୋଧ ହେବ। ଅପଚୟ ଖର୍ଚ୍ଚ ହେବ। ଚିନ୍ତା ଏବଂ ଟେନସନ ହେବ। ଅନାବଶ୍ୟକ ଯୁକ୍ତି ହୋଇପାରେ। ରିସ୍କ ନିଅନ୍ତୁ ନାହିଁ।

Categories
ଧର୍ମ ବିଶେଷ ଖବର

ବାସ୍ତୁ ଶାସ୍ତ୍ରରେ ରଂଗ: ଜାଣନ୍ତୁ ଘରର କେଉଁ ସ୍ଥାନକୁ କିପରି ରଂଗ କଲେ ମିଳିବ ସକରାତ୍ମକ ଶକ୍ତି

ଭୁବନେଶ୍ବର, ରଙ୍ଗର ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ବାସ୍ତୁରେ ବହୁତ ଗୁରୁତ୍ୱ ଦେଇଥାଏ । ଏହା ବ୍ୟତୀତ, ଯଦି ଘରେ ବ୍ୟବହୃତ ରଙ୍ଗଗୁଡିକ ବାସ୍ତୁ ଅନୁଯାୟୀ ଚୟନ କରାଯାଏ, ତେବେ ଆପଣଙ୍କର କୌଣସି ସମସ୍ୟା ରହିବ ନାହିଁ।  ଯଦି ବାସ୍ତୁ ଅନୁସାରେ ନ କରନ୍ତି ତେବେ ଏହାର ବିପରୀତ ପରିଣାମର ସାମ୍ନା କରିବାକୁ ପଡିପାରେ ।

ରଙ୍ଗର ପ୍ରଭାବ ହେତୁ, ଘର ଏବଂ ଜୀବନରେ ନକାରାତ୍ମକ ଶକ୍ତି ଦୂରରେ ରହିଥାଏ ଏବଂ ସୁଖ ଏବଂ ଭାଗ୍ୟ ବୃଦ୍ଧି ପାଇଥାଏ । ପ୍ରତ୍ୟେକ ରଙ୍ଗର ନିଜସ୍ୱ ଜୀବନରେ ଭଲ ଏବଂ ଖରାପ ପ୍ରଭାବ ଥାଏ ।  ରଂଗ ବ୍ୟକ୍ତିର ଜୀବନରେ ସର୍ବଦା ସୁଖ, ଶାନ୍ତି ଏବଂ ସମୃଦ୍ଧିର ଯୋଗାଯୋଗ ରହିବ । ରଙ୍ଗ ଏବଂ ରଂଗୀନ ଚିତ୍ର ଏବଂ ରଂଗୀନ ବସ୍ତୁଗୁଡ଼ିକ ହେଉଛି ଶକ୍ତିଶାଳୀ ସକ୍ରିୟକାରୀ ଯାହାକି ବାସ୍ତୁଶାସ୍ତ୍ରର ପରିସରର। ଏହା ଶକ୍ତି ବଢାଇବା ସହିତ ବାସ୍ତୁ ତ୍ରୁଟି ସଂଶୋଧନ ପାଇଁ ମଧ୍ୟ ବ୍ୟବହୃତ ହୁଏ ।

ଯେତେବେଳେ ବିଭିନ୍ନ ରଙ୍ଗ ସଂସ୍ପର୍ଶରେ  ମଣିଷ ଆସେ ସେତେବେଳେ ତା’ର ମାନସିକ, ଭାବନାତ୍ମକ ଏବଂ ଶାରୀରିକ ଅବସ୍ଥାରେ ପରିବର୍ତ୍ତନ ଅନୁଭବ କରେ । ଯାହା ମାଧ୍ୟମରେ ଶକ୍ତି ବିସ୍ତାର ହୁଏ । ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘରେ ବ୍ୟବହୃତ ରଙ୍ଗ ଘରର ପରିବେଶକୁ ହାଲୁକା କରିଥାଏ। ଏବଂ ଏହା ଚିନ୍ତା ଏବଂ ଚାପରୁ ମୁକ୍ତି ଦେଇଥାଏ । ଆଜି ଆମେ ଆପଣଙ୍କୁ ଏହିପରି ଚାରୋଟି ରଙ୍ଗ ବିଷୟରେ ସୂଚନା ଦେବୁ, ଯାହାକୁ ବ୍ୟବହାର କରି ଆପଣଙ୍କ ଜୀବନରେ ଶତ ପ୍ରତିଶତ ସୁଖ ଏବଂ ସମୃଦ୍ଧିର ବୃଦ୍ଧି ସହିତ ସମସ୍ତ ପ୍ରକାରର ନକାରାତ୍ମକତା ଦୂର ହେବ ।

ଅଧିକ ଖବର ଜାଣିବା ପାଇଁ ଏହାକୁ କ୍ଲିକ କରନ୍ତୁ: thesamikhsya.com/odia

ନାଲି ରଙ୍ଗ: ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ ନାଲି ରଙ୍ଗ ପ୍ରତ୍ୟେକ ରଙ୍ଗ ଅପେକ୍ଷା ଅଧିକ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ । ସେଥିପାଇଁ ଯେଉଁ କୋଠରୀରେ ଲୋକମାନଙ୍କର ଚାଲିଚଳନ ରହିଛି ସେଠାରେ ଲାଲ ରଙ୍ଗ ବ୍ୟବହାର କରାଯିବା ଆବଶ୍ୟକ । ବାସ୍ତୁଙ୍କ ଅନୁଯାୟୀ, ଏହି ରଙ୍ଗ ଡ୍ରଇଂ ରୁମ ଏବଂ ଜିମରେ ବ୍ୟବହାର କରାଯାଇପାରିବ । ନାଲି ରଙ୍ଗ ଜୀବନରେ ସୁଖ ଏବଂ ସମୃଦ୍ଧତା ଆଣିଥାଏ । ଶୋଇବା ଘରେ ଏହି ରଙ୍ଗ ବ୍ୟବହାର କରିବା ଦ୍ୱାରା ସମ୍ପର୍କର ଗଭୀରତା ଏବଂ ଶକ୍ତି ବୃଦ୍ଧି ଘଟିଥାଏ ।

କମଳା ରଙ୍ଗ: ଏହି ରଙ୍ଗ ଅଭିଳାଷକୁ ସୂଚିତ କରେ ଏବଂ କାର୍ଯ୍ୟ କରୁଥିବା ଯୁବକମାନଙ୍କ ପାଇଁ ଏକ ଭଲ ପସନ୍ଦ । ଆପଣଙ୍କର ମାଷ୍ଟର ବେଡରୁମର ଦକ୍ଷିଣ କାନ୍ଥରେ କମଳା ରଙ୍ଗ କଲେ ତୁମର ଲକ୍ଷ୍ୟରେ ପହଞ୍ଚିବା ପାଇଁ ପ୍ରେରଣା ଦେଇପାରିବ। ଆହୁରି ମଧ୍ୟ, ରଙ୍ଗ ସ୍ୱାସ୍ଥ୍ୟ ଏବଂ ଜୀବନର ପ୍ରତୀକ ଅଟେ । ଯଦି ରୁମ ବ୍ୟବହାରକାରୀଙ୍କର ଦୃଢ ସ୍ୱଭାବ ଥାଏ, ତେବେ କମଳା ସର୍ବୋତ୍ତମ ପସନ୍ଦ ହୋଇ ନ ପାରେ, କିନ୍ତୁ ଯଦି ଆପଣ ଜଣେ ଶାନ୍ତ, ସ୍ତରୀୟ ମୁଖିଆ ବ୍ୟକ୍ତି, ତେବେ କାନ୍ଥକୁ କମଳା ରଙ୍ଗ କରନ୍ତୁ।

ହଳଦିଆ ରଙ୍ଗ: ହଳଦିଆ ରଙ୍ଗ ବାସ୍ତୁରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି ରଙ୍ଗ ଉତ୍ସାହର ପ୍ରତୀକ ଅଟେ । ଏପରି ରଙ୍ଗର ବ୍ୟବହାରରେ କେହି କେବେ ନିରାଶ ହୁଅନ୍ତି ନାହିଁ । ଏହି ରଙ୍ଗ ଅତି କଠିନ ପରିସ୍ଥିତିରେ ମଧ୍ୟ ଲୋକଙ୍କୁ ସାହସ ଦେଇଥାଏ । ଏହା  ଦ୍ବାରା ସେମାନେ ସର୍ବଦା ସଫଳତା ପାଆନ୍ତି । ଏହି ରଙ୍ଗ ଡ୍ରଇଂ ରୁମରେ କିମ୍ବା ହଲରେ ବ୍ୟବହାର କରାଯାଇପାରିବ ।

ସବୁଜ ରଙ୍ଗ : ଏହା ଏକ ସକରାତ୍ମକ ରଙ୍ଗ, ଯାହା ଆପଣଙ୍କୁ ଦୀର୍ଘ ଦିନ ପରେ ଆରାମ ଏବଂ ଖୋଲିବାକୁ ସାହାଯ୍ୟ କରିଥାଏ, ଯାହାକି ଆପଣଙ୍କ ଶୋଇବା ଘର ପାଇଁ ଏକ ଭଲ ପସନ୍ଦ ଯୋଗ୍ୟ ରଂଗ ହୋଇଥାଏ । ରଙ୍ଗ ଶିକ୍ଷା ଏବଂ ଜ୍ଞାନର ପ୍ରତୀକ ଅଟେ, ତେଣୁ ଏହା ପିଲାମାନଙ୍କ ଶୟନ କକ୍ଷ ପାଇଁ ମଧ୍ୟ ଉପଯୁକ୍ତ ରଙ୍ଗ ଅଟେ ।

Categories
ଆଜିର ଖବର ଧର୍ମ

ବୁଧବାରରେ ଏହି ରାଶିର ବ୍ୟକ୍ତିମାନେ କୌଣସି ମୂଲ୍ୟବାନ ସାମଗ୍ରୀ ହରାଇବେ

ତୂଳା- ଏକ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଭ୍ରମଣ ଲାଭଦାୟକ ହେବ। ଛାତ୍ରଛାତ୍ରୀ ସଫଳତା ପାଇବେ। ବ୍ୟବସାୟ ଅନୁକୂଳ ହେବ। ଚାକିରିରେ କାମକୁ ପ୍ରଶଂସା କରାଯିବ। ଲାଭ ସୁଯୋଗ ଆସିବ। ବ୍ୟସ୍ତତା ହେତୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପ୍ରଲୋଭିତ ହୁଅ ନାହିଁ।

ମୀନ- ଆଖିକୁ ଆଘାତ ହେବ। ଏକ ମୂଲ୍ୟବାନ ଜିନିଷ ନଷ୍ଟ ହୋଇପାରେ। କ୍ରନିକ ରୋଗ ଦେଖାଦେଇପାରେ। ଅନ୍ୟମାନଙ୍କ ସହିତ ଝଗଡା କର ନାହିଁ । କାହା ସହିତ ହାଲୁକା ଥଟ୍ଟା କରନ୍ତୁ ନାହିଁ। ଦିନଟା ନକାରାତ୍ମକତା ରହିବ।

Categories
ଆଜିର ଖବର ଧର୍ମ

ବୁଧବାରରେ ଏହି ରାଶିର ବ୍ୟକ୍ତିମାନେ କୌଣସି ନିଷ୍ପତି ନେବାରେ ତତ୍ପରତା ହୁଅନ୍ତୁ ନାହିଁ

ମକର- କୈଣସି ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ । ଦ୍ୱନ୍ଦ୍ୱ ଥାଇପାରେ । କାରବାରରେ ସାବଧାନ ରୁହନ୍ତୁ। ଆପଣ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରିବେ। ବ୍ୟବସାୟ ଯାତ୍ରା ସଫଳ ହେବ। ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ।

କୁମ୍ଭ- ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ। ଆପଣଙ୍କୁ ଏକ ଋଣ ନେବାକୁ ପଡିପାରେ। ମସ୍ତିଷ୍କ ଯନ୍ତ୍ରଣା ହୋଇପାରେ। ଘର ବାହାରେ ସହଯୋଗ ହେବ। ଉପହାର ଗ୍ରହଣ କରିବା ସମ୍ଭବ ଅଟେ। ବେକାରୀ ଦୂର ହେବ। ହଠାତ୍, କୈଣସି ସ୍ଥାନରୁ ଲାଭ ହେବାର ସମ୍ଭାବନା ହୋଇପାରେ।

Categories
ଆଜିର ଖବର

ବୁଧବାର ଦିନ ତମାମ ଏହି ରାଶିର ବ୍ୟକ୍ତିମାନେ ଟେନସନରେ ରହିବେ

ବିଛା- ବ୍ୟବସାୟ ଭଲ କରିବ। ଆୟ ହ୍ରାସ ହୋଇପାରେ। ଦୁଃଖଦ ଖବର ଗ୍ରହଣ କରିବା ସମ୍ଭବ। କାମ ବୃଥା ଚାଲିବ। କାମ କରିବା ଭଳି ଅନୁଭବ କରିବେ ନାହିଁ। ଅନାବଶ୍ୟକ ବିବାଦ ଉପୁଜିପାରେ। ଅଧିକ ପରିଶ୍ରମ କରିବାକୁ ପଡ଼ିବ।

ଧନୁ- ଶୀଘ୍ର କୈଣସି କାମ କର ନାହିଁ । କ୍ରନିକ ରୋଗ ସମସ୍ୟା ସୃଷ୍ଟି କରିପାରେ। ଏକ ଜରୁରୀ ଜିନିଷ ନିଖୋଜ ହୋଇପାରେ। ଚିନ୍ତା ଏବଂ ଟେନସନ ହେବ। କୁମାରୀମାନେ ବିବାହ ପ୍ରସ୍ତାବ ପାଇପାରନ୍ତି। ପ୍ରୟାସ ସଫଳ ହେବ। ବିନିଯୋଗ ଭଲ ହେବ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ଦୟାକରି ଅଦରକାରୀ କାର୍ଯ୍ୟରେ ସମୟ ନଷ୍ଟ କରନ୍ତୁ ନାହିଁ

ମେଷ- ଦେୟ ଫେରସ୍ତ ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟିକ ଯାତ୍ରା ଅନୁକୂଳ ଲାଭ ଦେବ । ଲାଭ ପାଇଁ ସୁଯୋଗ ବାରମ୍ବାର ଆସିବ। ବିବେକ ବ୍ୟବହାର କରନ୍ତୁ। ଅଦରକାରୀ ଜିନିଷରେ ସମୟ ନଷ୍ଟ କରନ୍ତୁ ନାହିଁ ।

କନ୍ୟା- ରୋଜଗାର ଏବଂ ବେକାରୀ ବୃଦ୍ଧି ଦୂର ହେବ। ଅର୍ଥନୈତିକ ପ୍ରଗତି ପାଇଁ ପ୍ରୟାସ ସଫଳ ହେବ। ଏକତ୍ରିତ ପାଣ୍ଠି ବୃଦ୍ଧି ପାଇବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ସେୟାର ବଜାରରେ ବୁଦ୍ଧିମାନ ଭାବରେ ବିନିଯୋଗ କରନ୍ତୁ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିଙ୍କର ବୁଧବାରରେ କୌଣସି ପୁରୁଣା ରୋଗ ବାହାରିପାରେ

ବୃଷ- ଯେ କୈଣସି ପୁରୁଣା ରୋଗ ଅସୁବିଧା ସୃଷ୍ଟି କରିବ। ବିରୋଧୀମାନେ ସକ୍ରିୟ ରହିବେ। ଜଣେ ବଡ ସମସ୍ୟାର ସମ୍ମୁଖୀନ ହୋଇପାରେ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଆପଣଙ୍କ କାର୍ଯ୍ୟରେ ଉନ୍ନତି କରିବ।

ସିଂହ- କୋର୍ଟରେ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ। ତୁମେ ତୁମର ଜୀବନସାଥୀଙ୍କଠାରୁ ସମର୍ଥନ ପାଇବ। ବ୍ୟବସାୟ ଅନୁକୂଳ ହେବ। ଘର ବାହାରେ ସୁଖ ମିଳିବ। ସେୟାର ବଜାରରୁ ଲାଭ ମିଳିବ।

Categories
ଆଜିର ଖବର ଧର୍ମ

ବୁଧବାର ଦିନ ଏହି ରାଶିର ବ୍ୟକ୍ତିମାନେ ସାବଧାନର ସହିତ କରନ୍ତୁ କଥାବାର୍ତ୍ତା

ମିଥୁନ- ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବୃଦ୍ଧି ପାଇବ। କୋର୍ଟର ବିଚାରାଧୀନ କାର୍ଯ୍ୟରେ ସୁସଙ୍ଗତତା ରହିବ। ବ୍ୟବସାୟ ଭଲ ହେବ। ବିନିଯୋଗ ଭଲ ହେବ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ ।

କର୍କଟ- କଥାବାର୍ତ୍ତାରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହ। ପ୍ରତିଦ୍ୱନ୍ଦ୍ୱିତା କମ ହେବ। ଶତ୍ରୁମାନେ ସକ୍ରିୟ ରହିବେ। ପତିପତ୍ନୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ଅସାବଧାନ ହୁଅନ୍ତୁ ନାହିଁ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା: ଚାଷଙ୍ଗରା ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

 

ଚିଲିକା: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚାଷଙ୍ଗରା ଗ୍ରାମରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଯାଇଛି।ଯେଉଁଥିରେ ଦୁଇ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଛନ୍ତି।

ସୂଚନା ମୁତାବକ ବାଣପୁର ଥାନା ରାଣୀପଡ଼ା ଗ୍ରାମର ଦୁଇ ଜଣ ଯୁବକ ସୁବଳ ମହାରଣା (୧୯) ଏବଂ ଶତ୍ରୁଘ୍ନ ପାଲଟାସିଂହ (୨୧) କୌଣସି କାର୍ଯ୍ୟରେ ଏକ ଅପାଚି ବାଇକ ଯୋଗେ ଚାଷଙ୍ଗରା ଗ୍ରାମକୁ ଯାଇଥିଲେ। ଘରକୁ ଫେରିବା ସମୟରେ ପାଖାପାଖି ଅପରାହ୍ନ ୫ ଘଟିକାରେ ଅସାବଧାନତା ବଶତଃ ବାଇକ ଚାଳକ ସୁବଳ ଉକ୍ତ ଗ୍ରାମର ଏକ ବିଶାଳ ତେନ୍ତୁଳି ଗଛକୁ ବାଇକଟିକୁ ପିଟିଦେଇଥିଲେ। ଫଳରେ ଉଭୟେ ବାଇକରୁ ଛିଟିକି ତଳେ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସହଯୋଗକ୍ରମେ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ମେଡିକାଲକୁ ନିଆଯାଇଥିଲା।

ଉଭୟଙ୍କ ମସ୍ତିଷ୍କରେ ଗଭୀର ଆଘାତ ହୋଇଥିବାବେଳେ ପ୍ରଚୁର ରକ୍ତସ୍ରାବ ମଧ୍ୟ ହୋଇଛି। ତେବେ ଅବସ୍ଥା ସଂକଟପନ୍ନ ହେବାରୁ ଡାକ୍ତର ସେମାନଙ୍କୁ ତୁରନ୍ତ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଦେଇଥିଲେ। ହେଲେ ସେଠାରେ ବି ଅବସ୍ଥାରେ ସୁଧାର ନଆସିବାରୁ ଡାକ୍ତର ଉଭୟଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛନ୍ତି।

ତେବେ ଉଭୟଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ଥିବାର ସୂଚନା ମିଳିଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଶୀତଳଷଷ୍ଠୀ ଅବସରରେ ଚନ୍ଦନ ଉତ୍ସବରେ ଯୋଗ ଦେଇ ସ୍ନାନ କଲେ ବିଧାୟକ ସୁରେଶ ରାଉତରାୟ

ଭୁବନେଶ୍ବର, ଜଟଣୀର କଂଗ୍ରେସ ବିଧାୟକ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାର୍ଯ୍ୟକୁ ନେଇ ବେଶ୍ ଚର୍ଚ୍ଚାକୁ ଆସିଥାନ୍ତି। କେତେବେଳେ ବିବାଦୀୟ ମନ୍ତବ୍ୟ ଦେଇ ହେଉ କିମ୍ବା କେତେବେଳେ ରଜ ଦୋଳିରେ ଝୁଲିବା ହେଉ। ଏହି ବୟସରେ ସେ ବେଶ ଚଳଚଞ୍ଚଳ ସହିତ ଚର୍ଚ୍ଚାରେ ରହିଥାନ୍ତି।

ସେହିପରି ବିଧାୟକ ସୁରେଶ ରାଉତରାୟ ଆଜି ଶୀତଳଷଷ୍ଠୀ ଉପଲକ୍ଷେ ସେ ପୁରୁଣା ଭୁବନେଶ୍ବରରେ ଥିବା ଗୁଆଝର ପରିସରରେ ସଂଧ୍ୟାରେ ଚନ୍ଦନ ସ୍ନାନ କରିଛନ୍ତି। ଆଜି ପ୍ରଭୃ ଲିଙ୍ଗରାଜଙ୍କ ବିବାହ ଉତ୍ସବ କେଦାରଗୌରୀ ମନ୍ଦିରରେ ଅନୁଷ୍ଠିତ ହେଉଛି। ସେହିଠାରେ ଥିବା ପୋଖରୀରେ ଭକ୍ତମାନଙ୍କ ସହିତ ସେ ଏହି ଚନ୍ଦନ ସ୍ନାନ କରିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ବେଶ୍ ପ୍ରସଂଶା କରାଯାଉଛି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାରେ ପ୍ରଥମ: କଦଳୀ ପଟରୁ ଦଉଡି,ମ୍ୟାଟ, କପ ସହିତ ମଞ୍ଜାରୁ ପ୍ରସ୍ତୁତ ହେଉଛି ଆଚାର,ପାମ୍ପଡ

ଭୁବନେଶ୍ୱର, କଦଳୀ ପଟରୁ ଉନ୍ନତ ମାନର ଦଉଡ଼ି, ଆକର୍ଷଣୀୟ ମ୍ୟାଟ୍‌ ଓ ଡିସ୍‌ପୋଜେବୁଲ କପ୍‌ ପ୍ରଭୃତି ପ୍ରସ୍ତୁତ କରିବା କଦଳୀ ଚାଷୀମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇପାରିଛି । ଏହା ଉଦ୍ୟାନ କୃଷିକୁ ନେଇ ଏକ ଅର୍ଥନୈତିକ ବିପ୍ଳବ ଆଣିପାରିବ । ଏଥିସହିତ କଦଳୀ ମଞ୍ଜାରୁ ଆଚାର ଏବଂ ପାମ୍ପଡ଼ ପ୍ରସ୍ତୁତ ହେବା ଭଳି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି ।

ଆଚାର ଓ ପାମ୍ପଡ଼ ପ୍ରସ୍ତୁତ ପରେ ଅବଶିଷ୍ଟ ବର୍ଜ୍ୟରୁ ଉଦ୍ୟାନ ପାଇଁ ବ୍ୟବହୃତ ଯୋଗ୍ୟ ଜିଆ ଖତ (ଭର୍ମି-କମ୍ପୋଷ୍ଟ) ପ୍ରସ୍ତୁତ ହୋଇପାରୁଛି । ଏହାକୁ ସମ୍ଭବ କରି ପାରିଛନ୍ତି ‘ସ୍ପୁର୍ତ୍ତି’ କ୍ଲଷ୍ଟରରେ କାର୍ଯ୍ୟରତ ଉଦ୍ୟୋଗ ‘ଜୟଦେବ ବନାନା ଫାଇବର ଏକ୍ସଷ୍ଟ୍ରାକ୍ସନ୍‌’ । ଏହି ଉଦ୍ୟୋଗ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାଠାରେ ପ୍ରତିଷ୍ଠା କରିଥିବା ଶିଳ୍ପାନୁଷ୍ଠାନରେ ଏହି ଉତ୍ପାଦଗୁଡ଼ିକ ଉତ୍ପାଦନ କରିବାକୁ ଯାଉଛି ।

ଏହି ଧରଣର ଉତ୍ପାଦନ ଓଡ଼ିଶାରେ ପ୍ରଥମ ହେବ । ପୂର୍ବରୁ କଦଳୀ ଗଛରୁ କଦଳୀ ବାହାରିବା ପରେ ଗଛକୁ ସଂପୂର୍ଣ୍ଣ ନଷ୍ଟ କରି ଦିଆଯାଉଥିଲା । କାଁ ଭାଁ ଏହାର ମଞ୍ଜାକୁ ପରିବା ଭାବେ ଖିଆ ଯାଉଥିଲା । ଏ ଧରଣର ଉଦ୍ୟୋଗ ହେବା ଏବଂ ନୂତନ ଜ୍ଞାନକୌଶଳ ଯୋଗୁଁ ଏବେ କଦଳୀ ଏକ ବହୁ ଅର୍ଥକରୀ ଫସଲ ଭାବେ ସାବ୍ୟସ୍ତ ହୋଇପାରିବ ଏବଂ ଅଧିକ କଦଳୀ ଚାଷ ପାଇଁ ଚାଷୀଙ୍କୁ ଉତ୍ସାହ ଯୋଗାଇପାରିବ ।

ସ୍ପୁର୍ତ୍ତି ଯୋଜନାରେ ଏହି ଉଦ୍ୟୋଗ ପ୍ରତିଷ୍ଠା କରାଯାଇଛି ଏବଂ ଏଥିରେ ୩୫୦ ଜଣ ସଦସ୍ୟଙ୍କୁ ନେଇ ଏକ ଗୋଷ୍ଠୀଗତ ଶିଳ୍ପାନୁଷ୍ଠାନ ଭାବେ ଆରମ୍ଭ କରାଯାଇଛି । ଖୁବ୍‌ଶୀଘ୍ର ଏହା ତା’ର ଉତ୍ପାଦନ ଆରମ୍ଭ କରିବ । ଆଜି ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ କରାଯାଇଥିବା ଏକ ସମୀକ୍ଷାରୁ ଜଣାପଡ଼ିଛି ଯେ ଏହି ଉଦ୍ୟୋଗ ପାଇଁ ୨ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି ଏବଂ ଏହାର ସତ୍ତ୍ୱାଧିକାରୀ ସମାଜ କଲ୍ୟାଣ ଫାଉଣ୍ଡେସନ୍‌ ରହିଛି ।

ଆଜିର ସମୀକ୍ଷା ବୈଠକରେ ୭ଟି ବିଭିନ୍ନ କ୍ଲଷ୍ଟର ଉପରେ ଟିକିନିଖି ସମୀକ୍ଷା କରାଯାଇଥିଲା। ଏଥିରେ ଚାନ୍ଦୁଆ ତିଆରି, ପଥର ଖୋଦେଇ କାମ, ନଡ଼ିଆ କତା, ବେଲ୍‌ ମେଟାଲ୍‌ ଓ କାଠ କାମ, ମହୁଆ ପ୍ରକ୍ରିୟାକରଣ, ଶୁଖୁଆ ମାଛ ପ୍ରସ୍ତୁତି ପ୍ରଭୃତି ଅନ୍ତର୍ଭୁକ୍ତ । ତେବେ ଏସବୁ କ୍ଲଷ୍ଟର ଉଦ୍ୟୋଗଗୁଡ଼ିକୁ ଯଥାସମ୍ଭବ ତାଙ୍କର ଉତ୍ପାଦନ ଆରମ୍ଭ ଦିଗରେ ବାକିଆ ରହିଥିବା କାର୍ଯ୍ୟ ତୁରନ୍ତ ସାରିବାକୁ କୁହାଯାଇଛି ।

ଏଥି ସହିତ ସମସ୍ତ କ୍ଲଷ୍ଟରଗୁଡ଼ିକ ଯେଉଁ ଜମି ଉପରେ ତାଙ୍କର ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି, ସେହି ଜମିର ବୈଧତା ଯାଞ୍ଚ ନିମନ୍ତେ ସପ୍ତାହ ମଧ୍ୟରେ ବିଭାଗରେ ତାଙ୍କର ଜମି ରେଜିଷ୍ଟ୍ରେସନ୍‌ କାଗଜାତ୍‌ ଦାଖଲ କରିବାକୁ କୁହାଯାଇଛି । ତା’ଛଡ଼ା ଏସବୁ ଉଦ୍ୟୋଗ ବିଦୁ୍ୟତ ସଂଯୋଗ ବିଳମ୍ବ ଯୋଗୁଁ ଉତ୍ପାଦନ ଆରମ୍ଭ କରିବାରେ ସମସ୍ୟା ଉପୁଜୁଥିବା ଦର୍ଶାଇବାରୁ ସେ ଦିଗରେ ବିଭାଗ ତରଫରୁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦିଆଯାଇଛି ।

ପ୍ରମୁଖ ଶାସନ ସଚିବ ଉତ୍ପାଦଗୁଡ଼ିକର ଆକର୍ଷଣୀୟ ପ୍ୟାକେଜ୍‌ ବ୍ୟବସ୍ଥା ସହିତ ଅନ୍‌ଲାଇନ୍‌ ମାର୍କେଟିଂ ଉପରେ ଗୁରୁତ୍ୱାରୋପ କରିଥିଲେ । କେତେକ କ୍ଲଷ୍ଟର ଅହେତୁକ ଭାବେ ନିର୍ମାଣ କାର୍ଯ୍ୟରେ ଧିମେଇ ଯାଇଥିବା ଯୋଗୁଁ ଯଦି ସେ ଦିଗରେ ସଂପୃକ୍ତ ଅନୁଷ୍ଠାନଗୁଡ଼ିକ ତତ୍ପରତା ପ୍ରକାଶ ନ କରିବେ ତେବେ ସେମାନଙ୍କ ସଂସ୍ଥାକୁ ଅନ୍ୟ ଆଗ୍ରହୀ ଅନୁଷ୍ଠାନକୁ ପ୍ରଦାନ କରାଯିବ ବୋଲି ତାଗିଦ୍‌ କରିଥିଲେ ।

ଏସବୁ କ୍ଲଷ୍ଟର ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଏହା ରାଜ୍ୟର ଅର୍ଥନୀତିରେ ଏକ ବିରାଟ ପରିବର୍ତ୍ତନର ସୂତ୍ରପାତ କରିବ ଏବଂ ଏଥିରେ ସଂପୃକ୍ତ ଲୋକଙ୍କ ଆୟ ବୃଦ୍ଧି ହେବା ସହ କର୍ମସଂସ୍ଥାନ ସୃଷ୍ଟି ହୋଇପାରିବ । କିଛି ନୂଆ ପ୍ରସ୍ତାବ ଥିଲେ ତୁରନ୍ତ ଏଗୁଡ଼ିକୁ ଶିଳ୍ପ ନିର୍ଦ୍ଦେଶକଙ୍କ ପାଖକୁ ପଠାଇବାକୁ କୁହାଯାଇଛି । ସେ ଆଗକୁ ସରଳ ଓ ସହଜ ସମୀକ୍ଷା ନିମନ୍ତେ ଏକ ଉନ୍ନତ ଫର୍ମାଟ ବିକଶିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଚିଲିକା କରୋନା ଅପଡେଟ୍: ସ୍ଥିର ରହିଛି ସଂକ୍ରମଣ, ଆସନ୍ତାକାଲି ଏହି କେନ୍ଦ୍ରରେ ହେବ ଟୀକାକରଣ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ସାମାନ୍ୟ ଅଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୧୮ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୬ ଜଣ, ଚିଲିକା ବ୍ଲକରେ ୮ ଜଣ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୧୪ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୫ ଜଣ, ଚିଲିକା ବ୍ଲକରୁ ୫ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୫୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୧୪ ଜଣ, ଚିଲିକା ବ୍ଲକରେ ୬୨ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୩୭ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ଉକ୍ତ ନିର୍ବାଚନମଣ୍ଡଳୀରେ ଟୀକାକରଣ ଚାଲୁ ରହିବ। ବାଣପୁର ମାଇନର ସ୍କୁଲରେ ଆସନ୍ତାକାଲି ୧୦୦ ଟି ଏବଂ ନଈରୀ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ୪୦ ଟି ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ। ତେବେ ପ୍ରଥମ ଡୋଜ ନେବାର ୮୪ ଦିନ ବିତିଯାଇଥିବା ନାଗରିକମାନେ ଦ୍ଵିତୀୟ ଡୋଜ ଟୀକା ନେଇପାରିବେ ବୋଲି ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।