Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ମଙ୍ଗଳବାରରେ କଠିନ ପରିଶ୍ରମ କଲେ ମିଳିବ ସଫଳତା

କର୍କଟ ରାଶିଫଳ: – ଆଜି ଏକ ମିଶ୍ରିତ ଦିନ ହେବ । ବ୍ୟବସାୟରେ ସମସ୍ୟା ହୋଇପାରେ ଏବଂ କର୍ମକ୍ଷେତ୍ରରେ କଠିନ ପରିଶ୍ରମ ଅଧିକ ହେବ । କାରବାର ଏବଂ ବିନିଯୋଗରେ ରିସ୍କ ନେବା ଠାରୁ ଦୂରେଇ ରୁହନ୍ତୁ । ଇଚ୍ଛାକୃତ ସଫଳତା ନ ପାଇବା ଦ୍ୱାରା ମାନସିକ ଚାପ ସୃଷ୍ଟି ହୋଇପାରେ । ପରିବାରରେ ବିବାଦ ଦେଖାଦେଇପାରେ । ଛାତ୍ରମାନଙ୍କ ପାଇଁ ଭଲ ସମୟ। ସେମାନେ କଠିନ ପରିଶ୍ରମର ଭଲ ଫଳାଫଳ ପାଇପାରିବେ ।

କନ୍ୟା ରାଶିଫଳ: – ଆଜି ଏକ ସାଧାରଣ ଦିନ ହେବ । କର୍ମକ୍ଷେତ୍ର ଏବଂ ବ୍ୟବସାୟରେ ଏକ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଅର୍ଥ ସମ୍ବନ୍ଧୀୟ କୌଣସି ପ୍ରସଙ୍ଗରେ ଅସୁବିଧା ହୋଇପାରେ, ତେଣୁ ଚାକିରି ଏବଂ କାର୍ଯ୍ୟ ଜୀବନରେ ଶତ୍ରୁମାନଙ୍କ ପ୍ରତି ସାବଧାନ ରୁହନ୍ତୁ । ବିବାଦ ମଧ୍ୟ ଦେଖାଦେଇପାରେ ।

Categories
ଆଜିର ଖବର

ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଉଭେଇ ଯିବ ସମସ୍ତ ଚିନ୍ତା

ଧନୁ ରାଶିଫଳ: – ଆଜି ଶୁଭ ଦିନ ହେବ । କର୍ମକ୍ଷେତ୍ରରେ ବହୁତ କାମ ହେବ, କିନ୍ତୁ ପରିବାର ଏବଂ ସହକର୍ମୀଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ, ଯାହା ସମସ୍ତ କାର୍ଯ୍ୟରେ ସଫଳତା ଆଣିବ । ହଠାତ୍ ମୁଦ୍ରା ଲାଭ ହେତୁ ଆର୍ଥିକ ସ୍ଥିତି ଦୃଢ  ହେବ । ବ୍ୟବସାୟରେ ବ୍ୟସ୍ତ ରହିବେ, ତଥାପି ଆପଣ ପରିବାରକୁ ସମୟ ଦେବାରେ ସକ୍ଷମ ହେବେ । ପାରିବାରିକ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ । ଦାମ୍ପତ୍ୟ ଜୀବନରେ ସୁଖ ରହିବ ।

କୁମ୍ଭ ରାଶିଫଳ: – ଆଜି ଶୁଭ ଦିନ ହେବ । ଚିନ୍ତାଧାରା ସମାପ୍ତ ହୋଇପାରିବ । ବ୍ୟବସାୟରେ ସଫଳତା ଏବଂ ଲାଭ ହେବ । ବ୍ୟବସାୟ ବିସ୍ତାର ପାଇଁ ଏକ ନୂତନ ନିଷ୍ପତ୍ତି ନିଆଯାଇପାରେ । ଅବିବାହିତାଙ୍କ ପାଇଁ ଏହା ଏକ ଅନୁକୂଳ ସମୟ, ବିବାହ ସମ୍ଭାବନା ସୃଷ୍ଟି ହେବ । ଛାତ୍ରମାନଙ୍କ ପାଇଁ ସମୟ ମଧ୍ୟ ଭଲ ହେବ ।

Categories
ଆଜିର ଖବର ଧର୍ମ

ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ହେବ ଅନାବଶ୍ୟକ ଖର୍ଚ୍ଚ, ବଢିବ ଚିନ୍ତା

ମକର ରାଶିଫଳ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ ଏବଂ ଲାଭର ସମ୍ଭାବନା ମଧ୍ୟ ରହିବ । ଆପଣ ବିନିଯୋଗରୁ ଲାଭ ପାଇବେ । ସମ୍ପ୍ରସାରଣ ପାଇଁ କାର୍ଯ୍ୟ ଯୋଜନା କରାଯାଇପାରେ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ଚିନ୍ତା ବଢାଇବ । ପାରିବାରିକ ଦାୟିତ୍ବଗୁଡିକ ଭଲ ଭାବରେ ପୂରଣ କରିବେ ।

ମୀନ ରାଶିଫଳ: – ଆଜି ଏକ ସାଧାରଣ ଦିନ ହେବ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ ହେବ, ଯାହା କାର୍ଯ୍ୟରେ ସଫଳତା ଦେବ, କିନ୍ତୁ ଅଫିସ୍ କିମ୍ବା ବ୍ୟବସାୟ କ୍ଷେତ୍ରରେ କୌଣସି ପ୍ରକାରର ବିପଦ ନିଅ ନାହିଁ ଏବଂ ଶୀଘ୍ର ଏହାକୁ ଏଡ଼ାନ୍ତୁ । ଅଟକି ଯାଇଥିବା ବ୍ୟକ୍ତି ଫେରି ଆସିବେ ଏବଂ ଲାଭ ପାଇଁ ସୁଯୋଗ ମିଳିବ।

Categories
ଆଜିର ଖବର ଧର୍ମ

ଏହି ଦୁଇ ରାଶିର ବ୍ୟକ୍ତିମାନେ ମଙ୍ଗଳବାର ଦିନ ବ୍ୟବସାୟ କ୍ଷେତ୍ରରେ ହେବେ ଲାଭବାନ

ତୂଳା ରାଶିଫଳ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ ସମସ୍ୟା ସମାପ୍ତ ହେବ । ନୂତନ କାର୍ଯ୍ୟ ଆରମ୍ଭ ହୋଇପାରେ । ହଠାତ୍ ମୁଦ୍ରା ଲାଭ ହେବାର ସମ୍ଭାବନା ଅଛି, କିନ୍ତୁ କାରବାରରୁ ଦୂରେଇ ରୁହନ୍ତୁ । ସମ୍ପତ୍ତିରେ ବିନିଯୋଗ ଲାଭଦାୟକ ହେବ । କିଛି ଲାଭଜନକ କାରବାର ମଧ୍ୟ ହୋଇପାରେ ।

ମେଷ ରାଶିଫଳ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି । ନୂତନ ଡିଲ୍ ଲାଭଦାୟକ ହେବ, ଯେଉଁ କାରଣରୁ ଆର୍ଥିକ ସ୍ଥିତି ଦୃଢ ହେବ, ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟରେ ଛୋଟ ପ୍ରତିବନ୍ଧକ ହୋଇପାରେ । ସେଠାରେ ଅତ୍ୟଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିବେ ।

Categories
ଆଜିର ଖବର ଧର୍ମ

ମଙ୍ଗଳବାରରେ ଏହି ଦୁଇଟି ରାଶି ପାଇଁ ରହିଛି ମଙ୍ଗଳମୟ ଦିନ

ବୃଷ ରାଶିଫଳ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ ସ୍ୱାଭାବିକ ହେବ । ହଠାତ୍ ମୁଦ୍ରା ଲାଭ ହେଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହେତୁ ଆର୍ଥିକ ସ୍ଥିତି ଦୁର୍ବଳ ହେବ । ବୁଦ୍ଧିମାନ ଭାବରେ ବିନିଯୋଗ କରନ୍ତୁ, ନଚେତ୍ ଆପଣ କ୍ଷତି ସହିପାରନ୍ତି । ଛାତ୍ରଛାତ୍ରୀମାନେ ସଫଳତା ପାଇବେ । ଟିକିଏ ସତର୍କ ରୁହନ୍ତୁ ।

ସିଂହ ରାଶିଫଳ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ ଭଲ କରିବ । ହଠାତ୍ ମୁଦ୍ରା ଲାଭ ହେବାର ସମ୍ଭାବନା ରହିବ । ବ୍ୟବସାୟ ବିସ୍ତାର ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବ, କିନ୍ତୁ ଅସାବଧାନତାକୁ ଏଡ଼ାନ୍ତୁ, ନଚେତ୍ ଏକ ଭଲ ସୁଯୋଗ ନଷ୍ଟ ହୋଇପାରେ। ଅତ୍ୟଧିକ କାର୍ଯ୍ୟ ହେତୁ ଆପଣ କ୍ଳାନ୍ତ ଅନୁଭବ କରିବେ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ମଙ୍ଗଳବାର ଦିନ ବିପଦପୂର୍ଣ୍ଣ କାର୍ଯ୍ୟରୁ ଦୂରେଇ ରୁହନ୍ତୁ

ମିଥୁନ ରାଶିଫଳ: – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟରେ ଲାଭ ହେବ । ହଠାତ୍ ଲାଭ ମିଳୁଛି । କର୍ମକ୍ଷେତ୍ରରେ ପ୍ରଚୁର ପରିଶ୍ରମ ହେବ ଏବଂ କାର୍ଯ୍ୟରେ ସଫଳତା ହାସଲ ହେବ, କିନ୍ତୁ ପରିବାରରେ ମତଭେଦ ହେବାର ସମ୍ଭାବନା ରହିବ । ଆର୍ଥିକ ଲାଭ ପାଇବା ସମ୍ଭାବନା ରହିବ । ସ୍ଥଗିତ କାର୍ଯ୍ୟ ଗତିଶୀଳ ହେବ । ମନରେ ଉତ୍ସାହ ଏବଂ ଚିନ୍ତାଧାରାର ସ୍ଥିରତା ହେତୁ ସମସ୍ତ କାର୍ଯ୍ୟ ଭଲ ଭାବରେ କରାଯିବ ।

ବିଛା ରାଶିଫଳ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟରେ ବିପଦପୂର୍ଣ୍ଣ କାରବାରକୁ ଏଡ଼ାଇବାକୁ ପଡ଼ିବ । କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟ ହେବ । କାର୍ଯ୍ୟରେ ଅଗ୍ରଗତି ହେବ ଯାହା କଠିନ ପରିଶ୍ରମ ଦ୍ୱାରା ଅଟକି ଯାଇଛି । ସହକର୍ମୀମାନେ ମଧ୍ୟ ଏଥିରେ ସାହାଯ୍ୟ କରିବେ । କାରବାର ଏବଂ ଚିନ୍ତା ନକରି କୌଣସି ନିଷ୍ପତ୍ତି ନେବାକୁ ଏଡାଇବାକୁ ପଡିବ, ନଚେତ୍ ଆପଣ ଅସୁବିଧାରେ ପଡ଼ିବେ ।

Categories
PIB_NEWS ଆଜିର ଖବର ଜାତୀୟ ଖବର

ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ମିଳିବ ଅତିରିକ୍ତ ୧୦୬୩୦୦ ଭାଏଲ ଆମ୍ଫୋଟେରିସିନ-ବି, ସଦାନନ୍ଦ ଗୌଡ଼ା

ନୂଆଦିଲ୍ଲୀ, ଲିପୋସୋମାଲ ଆମ୍ଫୋଟେରିସିନ-ବି ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ଅତିରିକ୍ତ ୧୦୬୩୦୦ ଭାଏଲ ଆମ୍ଫୋଟେରିସିନ-ବି ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡ଼ା ଟ୍ୱିଟର ଯୋଗେ ଘୋଷଣା କରିଛନ୍ତି ।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ସମୁଦାୟ ୫୩,୦୦୦ ଭାଏଲ ପାରମ୍ପରିକ ଆମ୍ଫୋଟେରିସିନ-ବି ମଧ୍ୟ ଆବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଠିକ ସମୟରେ ଚିକିତ୍ସା ପାଇଁ ପାରମ୍ପରିକ ଆମ୍ଫୋଟେରିସିନ-ବି ଯୋଗାଣ ସୁନିଶ୍ଚିତ କରାଯାଉଛି ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ପକ୍ରିୟା ଶେଷ, ଏକ ବଡ ତାଲିକା ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ, ସୁତ୍ର

ନୂଆଦିଲ୍ଲୀ, କେନ୍ଦ୍ର କ୍ୟାବିନେଟ ଅଦଳବଦଳ ପକ୍ରିୟା ବର୍ତ୍ତମାନ ଶେଷ ହୋଇଛି। ନୂଆଦିଲ୍ଲୀରୁ ମିଳିଥିବା ଏକ ନିର୍ଭର ଯୋଗ୍ୟ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ସାହା ଏବଂ  ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ମିଳିତ ଭାବେ ପୁଣି ବୈଠକ କରିଥିଲେ।

ଏହି ବୈଠକରେ ଏକ ବିସ୍ତୁତ ତାଲିକା ପ୍ରଧାନମନ୍ତ୍ରୀଙ୍କ ବିଚାର ପାଇଁ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଏହାକୁ ଅନୁଧ୍ୟାନ କରି ଶେଷ ସ୍ପର୍ଶ ଦେବେ ବୋଲି ଜଣାପଡିଛି। ଏହି ସୁତ୍ର ଅନୁସାରେ ଖୁବ ଶିଘ୍ର ପ୍ରଧାନମନ୍ତ୍ରୀ ଏ ନେଇ ରାଷ୍ଟ୍ରପତି ଭବନକୁ ଅବଗତ କରାଇବେ। ଫଳରେ ଆସନ୍ତା ସପ୍ତାହରେ ଏହି ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବ ବୋଲି କୁହାଯାଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜୁନ ୨୧ରେ ସାମସଙ୍ଗ କମ୍ପାନୀ ଲଞ୍ଚ କରୁଛି ନୂଆ ସ୍ମାର୍ଟ ଫୋନ୍ ଗ୍ୟାଲାକ୍ସି ଏମ୩୨: ଜାଣନ୍ତୁ ଏଥିରେ କଣ ରହିଛି ଫିଚର

ନୂଆଦିଲ୍ଲୀ: ଭାରତରେ ସାମସଙ୍ଗ ଏକ ନୂଆ ସ୍ମାର୍ଟ ଫୋନ ଲଞ୍ଚ କରିବାକୁ ଯାଉଛି। ଜୁନ ୨୧ ତାରିଖରେ ସାମସଙ୍ଗ କମ୍ପାନୀ ଗ୍ୟାଲାକ୍ସି ଏମ୩୨ ଲଞ୍ଚ କରିବାକୁ ଯାଉଛି। ଆମାଜନ ଇଣ୍ଡିଆର ୱେବସାଇଟରେ ଏହି ନୂଆ ସ୍ମାର୍ଟ ଫୋନର ସମସ୍ତ ବିବରଣୀ ଉପଲବ୍ଧ ହେଉଛି।

ଜାଣନ୍ତୁ ଏହାର ଫିଚର ବିଷୟରେ:

୧- ଗ୍ୟାଲାକ୍ସି ଏମ୩୨ ସ୍ମାର୍ଟ ଫୋନରେ ୬୦୦୦ ଏମଏଚ ବ୍ୟାଟେରୀ ରହିଛି

୨- ଏହି ଫୋନରେ ୯୦ ଏଚଜେଡର ହାଇ ରିଫ୍ରେସ ସପୋର୍ଟ ମଧ୍ୟ ମିଳିବ

୩- ଏମୋଲେଡ ଡିସପ୍ଲେ ସହିତ ୱାଟର ଡ୍ରପ ଷ୍ଟାଇଲ ନଚ୍ ର ସପୋର୍ଟ ମିଳିବ

୪- ଏହାର  ମୂଲ୍ୟ ୧୫ ହଜାର ଟଙ୍କାରୁ ଆରମ୍ଭ ହୋଇପାରେ

୫- ଏଥିରେ ୬୪ ଟି ମେଗାଫିକ୍ସେଲ ସହ ୪ ଟି ପଛ କ୍ୟାମେରା ଦିଆଯିବ ଏବଂ ଗ୍ୟାଲାକ୍ସି ଏମ୩୨ରେ ସେଲଫି ପାଇଁ ୨୦ ମେଗାଫିକ୍ସେଲ ବିଶିଷ୍ଟ ଫ୍ରଣ୍ଟ କ୍ୟାମେରା ରହିବ

୬- ସିଏସଏକ୍ସ ଆଣ୍ଡ୍ରାଏଡ ୧୧ ଆଧାରିତ କମ୍ପାନୀର କଷ୍ଟମ ଅପରେଟିଂ ସିଷ୍ଟମ ସପୋର୍ଟ ରହିବ

୭- ମିଡିଆଟେକ ହେଲିଓ ଜି୮୫ ପ୍ରୋସେସର ଦିଆଯିବ।

Categories
PIB_NEWS ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଇସ୍ରାଏଲର ପ୍ରଧାନମନ୍ତ୍ରୀ ହୋଇଥିବାରୁ ମହାମହିମ ନାଫତାଲି ବେନେଟଙ୍କୁ ଅଭିନନ୍ଦନ। ଆସନ୍ତା ବର୍ଷ ଆମେ ଉନ୍ନତ କୂଟନୈତିକ ସମ୍ପର୍କର ୩୦ ବର୍ଷପୂର୍ତ୍ତି ପାଳନ କରୁଥିବାରୁ ମୁଁ ଆପଣଙ୍କୁ ଭେଟିବାକୁ ଏବଂ ଆମ ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଆହୁରି ଗଭୀର କରିବା ପାଇଁ ଅପେକ୍ଷା କରି ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଘୁଞ୍ଚିଲା ଓଜେଇଇ ପରୀକ୍ଷା: ଅନଲାଇନ ଆବେଦନର ସମୟ ଅବଧିକୁ ମଧ୍ୟ କରାଗଲା ବୃଦ୍ଧି

ଭୁବନେଶ୍ବର: ପୁଣିଥରେ ଓଜେଇଇ ପରିକ୍ଷାକୁ ସ୍ଥଗିତ ରଖାଯାଇଛି। କରୋନା ସଂକ୍ରମଣ ଯୋଗୁଁ ଏହି ପରିକ୍ଷାକୁ ଏବେ ସ୍ଥଗିତ ରଖାଯାଇଛି। ତେବେ ଏହି ପରୀକ୍ଷା କେବେ ହେବ, ତାହା ନେଇ ଜୁଲାଇ ପ୍ରଥମ ସପ୍ତାହରେ ନିଷ୍ପତ୍ତି ନିଆଯିବ।

ଏହାସହ ପରୀକ୍ଷା ପାଇଁ ଅନଲାଇନ ଆବେଦନ ସମୟ ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି। ଅନଲାଇନ ଆବେଦନ ସମୟ ଅବଧିକୁ ଜୁଲାଇ ୧୨ ତାରିଖକୁ ବୃଦ୍ଧି କରାଯାଇଥିବା ବେଳେ ଫି’ ଦାଖଲର ସମୟ ଅବଧିକୁ ମଧ୍ୟ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ପରୀକ୍ଷା ଲାଗି ପୂର୍ବରୁ ଆବେଦନ କରିପାରିନଥିବା ପରୀକ୍ଷାର୍ଥୀ ପାଇଁ ଅନଲାଇନରେ ଆବେଦନ କରିବାକୁ ସୁଯୋଗ ମିଳିବ। ଏନେଇ ଓଜେଇଇ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନକଲି ଔଷଧ କାରବାରରେ ସାମିଲ ଥିବା ବ୍ୟକ୍ତିଙ୍କୁ ନିସ୍ତାର ନାହିଁ: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କରୋନା ସମୟରେ ନକଲି ଔଷଧ କାରବାର ବୃଦ୍ଧି ପାଉଛି। ତେବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍ପରତା ଦେଖାଇଛନ୍ତି। ନକଲି ଔଷଧ କାରବାରରେ ସମ୍ପୃକ୍ତ ଥିବା ଲୋକଙ୍କୁ ଧରିବା ପାଇଁ ମୁଖ୍ୟମନ୍ତ୍ରୀ ତତ୍ପର ହୋଇ ଉଠିଛନ୍ତି। ସେଥିପାଇଁ ଏହି ଘଟଣା ଉପରେ ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖା ଯୋଗ୍ୟ ଯେ, ରାଜ୍ୟରେ ଫାଭିଫିରାଭିର ସମେତ ୯ ଟି ନକଲି ଔଷଧକୁ ଠାବ କରାଯାଇଥିଲା। କଟକର କନିକା ଛକ ନିକଟରେ ଥିବା ଏକ ମେଡ଼ିସିନ ହୋଲସେଲ ଦୋକାନରୁ ୬୯ ଲକ୍ଷ ଟଙ୍କାର ନକଲି ଔଷଧ ମଧ୍ୟ ଜବତ ହୋଇଥିଲା।

ତେଣୁ ଏହାକୁ ଗୁରୁତର ସହ ନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ନକଲି ଔଷଧ କାରବାରରେ ସାମିଲ ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ। ତେବେ ଏହି ଘଟଣାର ତଦନ୍ତ ପାଇଁ ଆଜି ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଲକଡ଼ାଉନରେ ଆଇନ ଉଲ୍ଲଂଘନ କରିବା ମହଙ୍ଗା ପଡିଲା: ନାଚୁଣୀ ବଜାରରେ ସିଲ୍ ହେଲା ଦୋକାନ

ସୀତାରାମ ଅଗ୍ରୱାଲ

ବାଣପୁର: ଲକଡ଼ାଉନରେ ଆଇନ ଉଲ୍ଲଂଘନ କରିବା ଦୋକାନୀକୁ ମହଙ୍ଗା ପଡିଛି। କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସ୍ଥାନୀୟ ପ୍ରଶାସନ ଗୋଟିଏ ଦୋକାନକୁ ସିଲ୍  କରିଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ବଜାରରେ ଗୋଟିଏ ଦୋକାନକୁ ସ୍ଥାନୀୟ ପ୍ରଶାସନ ସିଲ୍  କରିଛି।

ସୂଚନା ମୁତାବକ ଆଜି ଅପରାହ୍ନରେ ବାଣପୁର ତହସିଲଦାର ମନ୍ମଥ ବେହରା ଏବଂ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ନାଚୁଣି ଅଞ୍ଚଳରେ ଲକଡ଼ାଉନ ଏନ୍ଫୋର୍ସମେଣ୍ଟ ତଦାରଖ କରୁଥିବା ସମୟରେ ନାଚୁଣୀ ବଜାରର ଏକ ବସ୍ତ୍ରାଳୟ ଖୋଲା ଥିବାର ଦେଖିବାକୁ ପାଇଥିଲେ। ଦିନ ଦ୍ବିପହର ସମୟରେ ଦୋକାନ ଭିତରେ ମାତ୍ରାଧିକ ଗ୍ରାହକଙ୍କ ଗହଣରେ ଦୋକାନୀ ଲୁଚିଛପି ବେପାର କରୁଥିଲେ। ତେବେ କୋଭିଡ ଗାଇଡଲାଇନ ଉଲଂଘନ ହେତୁ ବାଣପୁର ତହସିଲଦାର ଉକ୍ତ ଦୋକାନୀଙ୍କ ଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରିବା ସହ ସମ୍ପୃକ୍ତ ଦୋକାନକୁ ଚାରି ଦିନ ପାଇଁ ଜଉ ମୁଦା ସିଲ କରିଛନ୍ତି।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଚିଲିକା କରୋନା ଅପଡେଟ୍: ଆଜି ଚିହ୍ନଟ ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ହେଲେ ଅଧିକ, ଆସନ୍ତାକାଲି ବନ୍ଦ ରହିବ ଟୀକାକରଣ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ସାମାନ୍ୟ ଅଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୨୦ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୮ ଜଣ, ଚିଲିକା ବ୍ଲକରେ ୬ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୩୮ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୨୨ ଜଣ, ଚିଲିକା ବ୍ଲକରୁ ୧୧ ଜଣ, ବାଣପୁର ବିଜ୍ଞାପିତ ଅଞ୍ଚଳରୁ ୨ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୫୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୧୨ ଜଣ, ଚିଲିକା ବ୍ଲକରେ ୫୯ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୩୯ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ଉକ୍ତ ନିର୍ବାଚନମଣ୍ଡଳୀରେ ଟୀକାକରଣ ବନ୍ଦ ରହିବ ବୋଲି ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାଜଧାନୀ ଭୁବନେଶ୍ବରରେ ଗୋଧି ମାଂସ ବିକ୍ରି ହେଉଥିବା ବେଳେ ଚଢାଉ କଲା ପୋଲିସ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗୋଧି ମାଂସ ବିକ୍ରି ହେଉଥିବାର ପୋଲିସକୁ ଖବର ମିଳିଥିଲା। ଝାରପଡାର ଚିକେନ କାଉଣ୍ଟରରେ ଗୋଧି ମାଂସ ବିକ୍ରି ହେଉଥିବା ଖବର ପାଇ ଲକ୍ଷ୍ମୀସାଗର ପୋଲିସ ଚଢାଉ କରିଥିଲା। ସମ୍ପୃକ୍ତ କାଉଣ୍ଟରରେ ୨୦ ଟି ଗୋଧିକୁ କାଟି, ତାହାର ମାଂସ ବିକ୍ରି ହେଉଥିବାର ପୋଲିସ ଦେଖିବାକୁ ପାଇଥିଲା। ଲକ୍ଷ୍ମୀସାଗର ପୋଲିସ ମାଂସକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୨୯: ସୁସ୍ଥ ହେଲେ ୯୩୩ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୨୯ ଆକ୍ରାନ୍ତଙ୍କ ମଧ୍ୟରୁ ୯୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୩୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ହଜାର ୪୪୭ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୯୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୭୯ ହଜାର ୯୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪ ହଜାର ୬୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୮୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଗୁରୁତର ବାଳିକାଙ୍କର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ସମ୍ କୋଭିଡ ହସ୍ପିଟାଲ୍‌ରୁ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିବାର ତାଲିକା ବେଶ ଲମ୍ବା। ଅନେକ ଗୁରୁତର ବ୍ୟକ୍ତି ସୁସ୍ଥ ହେଉଥିବା ବେଳେ ଭେଂଟିଲେଟର୍‌ରୁ ବାହାରି ସମ୍ପୂର୍ଣ୍ଣ ଭଲ ହୋଇ ଫେରିବାର ମଧ୍ୟ ଅନେକ ନଜିର ରହିଛି। ଏପରିକି ପରିଣତ ବୟସରେ ପହଂଚିଥିବା ଅନେକ ବୟୋଜ୍ୟେଷ୍ଠ ବରିଷ୍ଠ ନାଗରିକ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ କେବଳ କୋଭିଡ ସଂକ୍ରମିତ ନୁହଁନ୍ତି, ସଂକ୍ରମଣ ସହ ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିବା ରୋଗୀମାନେ ମଧ୍ୟ ସମ୍ କୋଭିଡ୍‌ରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି।

ଏହି କ୍ରମରେ ଜଣେ ୧୪ ବର୍ଷୀୟା ବାଳିକାକୁ ମଧ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରୁ ସୁସ୍ଥ କରିପାରିଛନ୍ତି ସମ୍ କୋଭିଡ୍ ଟିମ୍। ଭୁବନେଶ୍ୱର ପାତ୍ରପଡା ଅଂଚଳର ୧୪ ବର୍ଷୀୟା ସଂଯୁକ୍ତା ଖିଲାର ଗତ ମେ ୨୫ ତାରିଖରେ କରୋନା ସଂକ୍ରମିତ ହୋଇ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କର ସିକଲ୍‌ସେଲ୍ ରୋଗର ସମସ୍ୟା ନେଇ ସେ ପ୍ରଥମେ ସମ୍ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଆସିଥିବା ବେଳେ ସେଠାରେ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତା’ପରେ ତାଙ୍କୁ ତୁରନ୍ତ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା।

ସଂଯୁକ୍ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ବିଭିନ୍ନ ପରୀକ୍ଷା ନିରୀକ୍ଷାରୁ ତାଙ୍କର ତଳିପେଟରେ ଆପେଣ୍ଡିସାଇଟିସ୍ ରେ ଗୁରୁତର ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା। ଏହିଭଳି ଅବସ୍ଥା ଦେଖି ତାଙ୍କର ତୁରନ୍ତ ଅପରେସନ୍ ପାଇଁ ନିଷ୍ପତି ନେଇଥିଲେ ଡାକ୍ତରୀ ଟିମ୍।
ସମ୍ କୋଭିଡ୍ ହସ୍ପିଟାଲ୍‌ରେ ହିଁ ସଂପୃକ୍ତ ବାଳିକାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ସମ୍ ହସ୍ପିଟାଲ୍‌ର ଶିଶୁ ଶଲ୍ୟ ବିଭାଗର ଡାକ୍ତର ଲଳିତ ପରିଡା ଏବଂ ନବଜାତ ଶିଶୁରୋଗ ବିଭାଗର ଡାକ୍ତର ଜଗଦୀଶ ପ୍ରସାଦ ସାହୁଙ୍କ ତତ୍ୱାବଧାନରେ ଏହି ସର୍ଜରୀ କରାଯାଇଥିଲା। ତାଙ୍କର ଚିକିତ୍ସାରେ ପଲ୍‌ମୁନାରୀ ମେଡିସିନ୍ ବିଭାଗର ଡାକ୍ତର ପ୍ରିୟଦର୍ଶିନୀ ବେହେରା ମଧ୍ୟ ଯୋଗ ଦେଇଥିଲେ।

ସର୍ଜରୀରେ ସମ୍ କୋଭିଡ୍ ଟିମ୍‌ର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ ସେବୀ କର୍ମୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ପ୍ରାୟ ୧୪ ଦିନ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଓ ପରବର୍ତୀ ସମୟରେ ସମ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ କୋଭିଡ୍ ମୁକ୍ତ ହେବା ସହ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସଂଯୁକ୍ତା।

ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ସମ୍ କୋଭିଡ୍ ଟିମ୍ ଓ ତାଙ୍କର ଅସ୍ତ୍ରୋପଚାର କରିଥିବା ଡାକ୍ତରମାନଙ୍କୁ କୃତଜ୍ଞତା ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି ସଂଯୁକ୍ତାଙ୍କ ପରିବାର।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆଦାନୀ ଗ୍ରୁପ କଂପାନୀକୁ ବଡ ଝଟକା, ଗୋଟିଏ ଦିନରେ କ୍ଷତି ହେଲା 54 ହଜାର କୋଟି ଟଙ୍କା

ନୂଆଦିଲ୍ଲୀ, ସୋମବାର ଦିନଟି ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକ ପାଇଁ ଏକ ଝଟକା ଦିବସ ଥିଲା। କାରଣ ଏହି କଂପାନୀର ସେୟାରଗୁଡିକ ଏକ ବଡ଼ ଧରଣର ହ୍ରାସ ପାଇଛି । ପତନ ଏତେ ତୀବ୍ର ଥିଲା ଯେ କିଛି ମିନିଟ୍ ମଧ୍ୟରେ, ଏହି ଷ୍ଟକଗୁଡିକରେ ଲୋୟର ସର୍କିଟ୍ ହୋଇଥିଲା । ନିବେଶକମାନେ ଚାହୁଁଚାହୁଁ ହଠାତ୍ ତଳକୁ ଖସିଗଲା ଗୋଟିଏ ଦିନରେ ଏହି ଗ୍ରୁପର ପ୍ରାୟ 54 ହଜାର କୋଟି ଟଙ୍କା କ୍ଷତି ହୋଇଛି ବୋଲି ଆକଳନ କରାଯାଇଛି।

ବଜାର ବନ୍ଦ ସମୟରେ ଆଦାନୀ ଏଣ୍ଟରପ୍ରାଇଜେସ୍ ର ସେୟାର 100 ଟଙ୍କା ଅର୍ଥାତ 5.7 ପ୍ରତିଶତ ହ୍ରାସ ପାଇ 1,501 ଟଙ୍କାରେ କାରବାର ବନ୍ଦ କରିଥିଲା । ଏହି ସେୟାର ଦିନରେ 1441 ଟଙ୍କାରେ ଆରମ୍ଭ ହୋଇ 1201 ଟଙ୍କାକୁ ଖସି ଯାଇଥିଲା। ପରବର୍ତ୍ତି ସମୟରେ ଏଥିରେ ସୁଧାର ଆସିଥିଲା। ସେହିପରି ଆଦାନୀ ବନ୍ଦରର ସେୟାର 9 ପ୍ରତିଶତ ହ୍ରାସ ପାଇଛି ଏବଂ ଆଦାନୀ ପାୱାର 5 ପ୍ରତିଶତ ହ୍ରାସ ସହିତ ବନ୍ଦ ହୋଇଯାଇଛି। ଆଦାନୀ ଟୋଟାଲ ଗ୍ୟାସ ଏବଂ ଆଦାନୀ ଟ୍ରାନ୍ସମିସନରେ ମଧ୍ୟ ସମାନ ଘଟଣା ଘଟିଥିଲା। ଅବଶ୍ୟ, ଆଦାନି ଗ୍ରୀନ୍‌ର ଅଂଶଧନ ପ୍ରାରମ୍ଭିକ ବାଣିଜ୍ୟରେ ସମ୍ପୁର୍ଣ୍ଣ କ୍ଷତି କରିବା ପରେ 0.68 ପ୍ରତିଶତ ଲାଭ ସହିତ ବନ୍ଦ ହୋଇଗଲା ।

ଆଦାନୀ କଂପାନୀର ଏପରି ସେୟାର ହ୍ରାସର କାରଣ ହେଉଛି ଯେ, ଏକ ନ୍ୟୁଜ ରିପୋର୍ଟ। ଏଥିରେ ପ୍ରକାଶିତ ହୋଇଥିଲା ଯେ, ନ୍ୟାସନାଲ ସିକ୍ୟୁରିଟି ଡିପୋଜିଟୋରୀ ଲିମିଟେଡ୍ (NSDL) ତିନୋଟି ବିଦେଶୀ ପୋର୍ଟଫୋଲିଓ ନିବେଶକ (FPI) ଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଦେଇଛି । ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏହି ତିନୋଟି ଆକାଉଣ୍ଟ ମାଧ୍ୟମରେ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକରେ ବିପୁଳ ପୁଞ୍ଜି ବିନିଯୋଗ କରାଯାଇଛି। ଏହି ଖବର ପ୍ରକାଶିତ ହେବା ପରେ ପରେ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ଅଂଶଧନ ହ୍ରାସ ପାଇବାରେ ଲାଗିଲା ।

ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ତିନୋଟି FPI ର ନାମ, ଯାହାର ଆକାଉଣ୍ଟ NSDL ଦ୍ୱାରା ଫ୍ରିଜ୍ ହୋଇଥିଲା, ଏହାର ନାମ ହେଲା ଆଲବଲା ଇନଭେଷ୍ଟମେଣ୍ଟ ଫଣ୍ଡ, କ୍ରେଷ୍ଟା ଫଣ୍ଡ ଏବଂ ଏପିଏମ୍ଏସ୍ ଇନଭେଷ୍ଟମେଣ୍ଟ ଫଣ୍ଡ ।

ଇକୋନୋମିକ୍ ଟାଇମ୍ସ ରିପୋର୍ଟରେ କୁହାଯାଇଛି ଯେ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକରେ ଏହି ତିନୋଟି FPI ର ମୋଟ ବିନିଯୋଗ 43,500 କୋଟିରୁ ଅଧିକ ଅଟେ। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ସମସ୍ତ ତିନୋଟି FPI ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କାରଣ ସେମାନେ ଲାଭଦାୟକ ମାଲିକଙ୍କ ବିଷୟରେ ପର୍ଯ୍ୟାପ୍ତ ସୂଚନା ପ୍ରକାଶ କରିନାହାଁନ୍ତି। ଏହା ମଧ୍ୟ ସୂଚନା ଦିଆଯାଇଥିଲା ଯେ ମରିସସରେ ଏହି ତିନୋଟି ଆକାଉଣ୍ଟ ଖୋଲାଯାଇଛି ଏବଂ ଗତ ମାସ ଶେଷ ପୂର୍ବରୁ ଏହି ଫ୍ରିଜ୍ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଆକାଉଣ୍ଟ ଫ୍ରିଜ୍ ହେତୁ ବର୍ତ୍ତମାନ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ସେୟାର ଏହି ତିନୋଟି ଆକାଉଣ୍ଟ ମାଧ୍ୟମରେ କାରବାର ହୋଇପାରିବ ନାହିଁ। ଏହି ଆକାଉଣ୍ଟଗୁଡିକ ଫ୍ରିଜ୍ ହେବାର ଖବର ଆସିବା ମାତ୍ରେ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ଅଂଶଧନ ହ୍ରାସ ପାଇଲା । ଗୋଟିଏ ବର୍ଷରେ ଗୌତମ ଆଦାନୀଙ୍କ ତାଲିକାଭୁକ୍ତ କମ୍ପାନୀଗୁଡିକର ଷ୍ଟକ୍ ମୂଲ୍ୟରେ ଏକ ବଡ଼ ଧରଣର ଲମ୍ଫ ମାରିଥିଲା ।

ଆଦାନୀ ଗ୍ରୁପ୍ ମୁଖ୍ୟ ଗୌତମ ଆଦାନୀଙ୍କୁ ମୁକେଶ ଅମ୍ବାନୀଙ୍କ ପରେ ଏସିଆର ଦ୍ୱିତୀୟ ଧନୀ କୋଟିପତି ଘୋଷିତ କରାଯାଇଛି। କେବଳ ଗୋଟିଏ ବର୍ଷରେ, ଆଦାନୀଙ୍କ ସମ୍ପତ୍ତି 43.2 ବିଲିୟନ ଡ଼ଲାରରେ ବୃଦ୍ଧି ପାଇଥିଲା ଏବଂ ତାଙ୍କର ମୋଟ ସମ୍ପତ୍ତି 77 ବିଲିୟନ ଡ଼ଲାରରେ ପହଞ୍ଚିଥିଲା। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ଆଦାନୀଙ୍କୁ ବିଶ୍ବର 14 ତମ ଧନୀ ବ୍ୟକ୍ତି ଭାବରେ ସ୍ଥାନିତ କରିଛି । ତେବେ ଆଦାନୀ ଗ୍ରୁପ୍ ଏହି ରିପୋର୍ଟଗୁଡ଼ିକୁ ମିଥ୍ୟା ଏବଂ ବିଭ୍ରାନ୍ତକର ବୋଲି କହିଛି। ଏହାପରେ କାରବାରର ଶେଷ ପର୍ଯ୍ୟାୟରେ ଏଥିରେ କିଛି ସୁଧାର ଆସିଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୮ ହଜାର ୧୮୨ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮ ହଜାର ୧୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୯୮୭, କଟକରୁ ୮67, ଅନୁଗୁଳରୁ ୭୪୫, ଯାଜପୁରରୁ ୫୧୬, ବାଲେଶ୍ବରରୁ ୪୨୩, ନୟାଗଡରୁ ୪୧୮, ଜଗତସିଂହପୁରରୁ ୩୯୭, ମୟୂରଭଞ୍ଜରୁ ୩୬୭, ଢେଙ୍କାନାଳରୁ ୩୩୨, ପୁରୀରୁ ୩୦୪, ବୌଦ୍ଧରୁ ୩୦୩, ସୁନ୍ଦରଗଡରୁ ୨୬୭, କୋରାପୁଟରୁ ୨୪୨, ଭଦ୍ରକରୁ ୨୩୭, କେନ୍ଦ୍ରାପଡାରୁ ୨୨୪, ବରଗଡରୁ ୧୮୨, ନବରଙ୍ଗପୁରରୁ ୧୭୧, କଳାହାଣ୍ଡିରୁ ୧୬୪, କେନ୍ଦୁଝରରୁ ୧୧୪, ରାୟଗଡାରୁ ୧୧୦, ସମ୍ବଲପୁରରୁ ୧୦୨, ମାଲକାନାଗିରିରୁ ୯୭, ବଲାଙ୍ଗୀରିରୁ ୮୮, ସୋନପୁରରୁ ୮୪, ସୋନପୁରରୁ ୮୪, ଝାରସୁଗୁଡାରୁ ୬୯, କନ୍ଧମାଳରୁ ୬୭, ଗଞ୍ଜାମରୁ ୫୫, ଗଜପତିରୁ ୪୫, ଦେବଗଡରୁ ୩୦, ନୂଆପଡାରୁ ୩୦  ଏବଂ ଷ୍ଟେଟ ପୁଲରୁ ୧୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୪ ହଜାର ୯୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ୧୨୨୧ କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୧ ହଜାର ୧୭୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୩୪୬ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଦୋଳିରେ ଝୁଲିଲେ, ପୋଡପିଠା ଖାଇ ରଜ ପାଳନ କଲେ ଜଟଣୀ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର, ଆଜି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ନିରାଡମ୍ବରରେ, ସାଂକେତିକ ଭାବେ କୋଭିଡ ଆଇନ ଅନୁସାରେ ରଜ ଉତ୍ସବ ପାଳନ କରିଛନ୍ତି । ସେ ପ୍ରଥମେ ଭୁବନେଶ୍ୱର ସ୍ଥିତ ପାନ୍ଥନିବାସ ଏବଂ ପରେ ଭୁବନେଶ୍ୱର ଉପକଣ୍ଠ ସ୍ଥିତ ମଦନପୁର ଠାରେ ପିଲାଙ୍କ ସହ ରଜପର୍ବ ପାଳନ କରିଥିଲେ । ନିଜେ ଦୋଳି ଖେଳିବା ସହ ଛୋଟ ପିଲାମାନଙ୍କୁ ଦୋଳି ଖେଳାଇଥିଲେ ।

ସେ କହିଥିଲେ କରୋନାର ଯନ୍ତ୍ରଣା ଭିତରେ ପବିତ୍ର ରଜ ପର୍ବକୁ କେବଳ ସାଂକେତିକ ଭାବରେ ପାଳନ କରାଯାଉଛି । ଯେଉଁଠି ୫୦ଟି ଦୋଳି ଲାଗିବା କଥା ସେଥି ଗୋଟିଏ ଦୋଳି ଲଗାଇ ପର୍ବଟିକୁ କେବଳ ପାଳନ କରାଯାଉଛି । ରାଉତରାୟ କହିଥିଲେ ରଜ ତିନିଦିନିକୁ ଓଡ଼ିଶାର ପୁରପଲ୍ଲୀର ସାଧାରଣ ଲୋକ ଯେଉଁ ଯାକଜମକରେ ପାଳନ କରିଥାନ୍ତେ ସେଥିରେ କରୋନା ବାଧକ ସାଜିଛି ।

ସେ କହିଥିଲେ ଏହି ପର୍ବର ପ୍ରଥମ ଦିନ ଶୁଖିଲା ଖଇ, ଉଖୁଡ଼ା, ମୁଆଁ ଦ୍ୱିତୀୟ ଦିନ ପିଠାପଣା ଏବଂ ତୃତୀୟ ଦିନ ଆମିଷ ଭୋଜନ କରାଯାଏ । କରୋନା ମହାମାରୀ ଥିବାରୁ ଲୋକେ ଏ ପର୍ବକୁ ଅନ୍ତରରେ ଏବଂ ହୃଦୟରେ ମନେ ପକେଇ ପାଳନ କରନ୍ତୁ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଛେନୁ ପଟ୍ଟନାୟକ, ଲିଙ୍ଗରାଜ ସାହୁ, ପ୍ରକାଶ ମିଶ୍ର, ଗୀତାଞ୍ଜଳି ବେହେରା, ବ୍ରଜବନ୍ଧୁ ବଳିଆରସିଂ, ସୌମ୍ୟରଞ୍ଜନ ପଟ୍ଟନାୟକ, ତାପସ ବିଦ୍ୟାଧର, ବିକ୍ରମ ପଣ୍ଡା, ବିମଳ ବେହେରା ଓ ବିକ୍ରମ ସୁନ୍ଦରରାୟ ପ୍ରମଖୁ ଅଂଶଗ୍ରହଣ କରିଥିଲେ ।

Categories
ଅପରାଧ ଆଜିର ଖବର ଆଞ୍ଚଳିକ

ଜୁଆ ଆଡ୍ଡାରୁ ୭ ଜଣ ଜୁଆଡିଙ୍କୁ ଗିରଫ କଲା ବାଣପୁର ପୋଲିସ, ଜଣେ ଫେରାର

ସୀତାରାମ ଅଗ୍ରୱାଲ

ବାଣପୁର: ସଟଡ଼ାଉନରେ ଜୁଆ ଖେଳ ଚାଲିଥିବା ବେଳେ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ।

ସୂଚନା ମୁତାବକ ଗତକାଲି ରାତିରେ ରାଣୀପଡ଼ା ଗ୍ରାମରେ ଜୁଆ ଖେଳ ଚାଲୁଥିବାର ଖବର ପାଇ ଏସଆଇ ରାଜକିଶୋର ବେହେରା ଏବଂ ଟିମ ମିଳିତ ଭାବେ ଉକ୍ତ ଗ୍ରାମରେ ଚଢ଼ାଉ କରିଥିଲେ। ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ସେମାନଙ୍କ ନିକଟରୁ ନଗଦ ୪ ହଜାର ୪ ଶହ ୧୦ ଟଙ୍କା, ୪ ଟି’ ମଟରସାଇକେଲ, ତାସ ପତା, ମହମବତୀ, ଟାରପୁଲିନ ଆଦି ପୋଲିସ ଜବତ କରିଛି।

ତେବେ ଏ ସଂକ୍ରାନ୍ତରେ ବାଣପୁର ପୋଲିସ ୩ ଓପିଜି ନିୟମ ଅନୁଯାୟୀ କେସ ନମ୍ବର ୨୦୯/୨୧ ରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।