Author: Samikhsya Bureau

ଭୁବନେଶ୍ବର: ରାଜ୍ୟରେ ଆଜି ୧୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୮୯ ଜଣ ଚିହ୍ନଟ ହୋଇଥିବାବେଳେ ୬୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୨୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୦ ହଜାର ୫୪୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୫୧୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୨ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୨୧ ଟି ଜିଲ୍ଲାରୁ ମୋଟ୍‌ ୧୫୪ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସମ୍ବଲପୁର ଜିଲ୍ଲାରୁ ୧୯, ସୁନ୍ଦରଗଡ ଜିଲ୍ଲାରୁ ୧୮, ଅନୁଗୁଳରୁ ୧୦, ବାଲେଶ୍ଵର ଜିଲ୍ଲାରୁ ୧୧ ଜଣ, ବରଗଡ଼…

Read More

ନୂଆଦିଲ୍ଲୀ: ଆଜି କଂଗ୍ରେସ ୱାର୍କିଙ୍ଗ କମିଟିର ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଏହି ବୈଠକ ଭିଡିଓ କନଫରେନ୍ସ ମାଧ୍ୟମରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହେଉଛି। କଂଗ୍ରେସର ଏହି ବୈଠକରେ ରାଷ୍ଟ୍ରୀୟ ସଭାପତି ନିର୍ବାଚନ ଲାଗି ଆଲୋଚନା ହୋଇଛି। ତେବେ ଏହି ପଦବୀ ଲାଗି ଆସନ୍ତା ମେ’ ମାସରେ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ଦଳର ସାଂଗଠନିକ ନିର୍ବାଚନ ହେବ। ଯେଉଁଥିରେ ରାଷ୍ଟ୍ରୀୟ ସଭାପତି ପଦବୀ ଗୁରୁତ୍ୱପୂର୍ଣ୍ଣ ଅଟେ।

Read More

କନ୍ଦର୍ପ ବେହେରା ରେଢାଖୋଲ: ସରକାର ଗରିବ ଲୋକଙ୍କ ପାଇଁ କେତେ ଯେ ଜନହିତକର କାମ କରିଛନ୍ତି ତାର କଳନା ନାହିଁ। ହରିଜନ ଓ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର। ହେଲେ ଏହି ସବୁ ଯୋଜନା ଗାଁ ଗହଳରେ ଥିବା ଗରୀବ ଅବହେଳିତ ଛାତ୍ରଛାତ୍ରୀମାନଙ୍କ ପାଖରେ ଠିକ୍ ଭାବରେ ପହଂଚି ପାରୁ ନାହିଁ। ଯା ଫଳରେ ସେମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ସେମିତି ଜଣେ ଆଦିବାସୀ ବାଳିକା ହେଲେ ନାକଟିଦେଉଳ ବ୍ଲକ୍ ଶିମିଳିପାଳ ପଂଚାୟତର କାଦୋବାହାଳି ଗ୍ରାମର ରଶ୍ମିତା ମିର୍ଦ୍ଧା। ଏବେ ସେ ୮ ମ ଶ୍ରେଣୀରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ସରାପାଲିରେ ପାଠ ପଢୁଛନ୍ତି। ହେଲେ କରୋନା ଯୋଗୁଁ ସେ ପାଠ ପଢିବା ପାଇଁ ବିଦ୍ୟାଳୟର ହଷ୍ଟେଲରେ ରହିପାରୁନାହାନ୍ତି। ଯା ଫଳରେ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ବିଦ୍ୟାଳୟରେ ପଢୁଥିବା ସମୟରେ ହଷ୍ଟେଲରେ ଦି ଓଳି ଖାଇବାକୁ ମିଳିଯାଏ।…

Read More

ଭୁବନେଶ୍ୱର: କୋରୋନାକୁ ଦୃଷ୍ଟିରେ ରଖି ଏଥର ମାଟ୍ରିକ ପରୀକ୍ଷାର୍ଥୀ ନିଜେ ସ୍କୁଲରେ ପରୀକ୍ଷା ଦେବେ। ଏନେଇ ବିଦ୍ଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ମଧ୍ୟ ମାଧ୍ଯମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଲାଗି ଅନ୍ୟ ସ୍କୁଲକୁ ଯିବାକୁ ପଡିବ ନାହିଁ। ପୂର୍ବରୁ ପରୀକ୍ଷାର୍ଥୀ ଅନ୍ୟ ସ୍କୁଲରେ ପରୀକ୍ଷା ଦେଊଥିଲେ। କରୋନା ଯୋଗୁଁ ଯାତାୟତ, ରହିବାରେ ଅସୁବିଧାକୁ ଲକ୍ଷ କରି ଏପରି ନିଷ୍ପତ୍ତି ସରକାର ନେବେ ବୋଲି ସୂଚନା ରହିଛି। ତେବେ ଅନ୍ୟ ସ୍କୁଲର ପରୀକ୍ଷା ନିରୀକ୍ଷକଙ୍କୁ ପ୍ରତ୍ଯେକ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତି ଦିଆଯିବ। ଏହାସହ ପରୀକ୍ଷା ଅବଧି ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ରହିବ। ଗତକାଲି ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ବଡ ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ପରୀକ୍ଷା ଦର୍ପଣ ନାମକ ଏକ ଟେଷ୍ଟ ପେପର ମାଗଣାରେ ଦେବେ ବୋଲି ଘୋଷଣା କରାଯାଇଥିଲା। ଯେଉଁଥିରେ ପରୀକ୍ଷାରେ ସମ୍ଭାବିତ ପ୍ରଶ୍ନ ଉତ୍ତର ଏହି…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୪ ହଜାର ୫୪୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୬୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୬ ଲକ୍ଷ ୨୫ ହଜାର ୪୨୮ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୩୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୮୩ ହଜାର ୭୦୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୮୮ ହଜାର ୬୮୮  ଆକ୍ଟିଭ୍‌ କେସ୍ ରହିଛି।

Read More

ନୂଆଦିଲ୍ଲୀ, ଗାଜର ସାଧାରଣତଃ ଏକ ପରିବା ଭାବେ ଗଣତି କରାଯାଇଥାଏ। ହେଲେ ଏଥିରେ ଭରି ରହିଛି ଅନେକ ଔଷଧୟ ଗୁଣ। ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜାଣନ୍ତୁ ଗାଜର ଦ୍ବାରା କେଉଁ ରୋଗ ଭଲ ହୋଇଥାଏ। 1-ପ୍ରତିଦିନି ଗାଜର ରସ ପିଇବା କିମ୍ବା ଗାଜରକୁ ଛୋଟଛୋଟ କାଟି  ଚିନି ରସରେ ହାଲୁଆ ପରି ଖାଇଲେ ଅର୍ଶରୋଗ ଭଲ ହୋଇଥାଏ। 2-ପ୍ରତିଦିନ ଗାଜର ରସ ପାନ କଲେ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। 3-ଗାଜର ରସ ଶହେ ଗ୍ରାମ, ବନ୍ଧାକୋବି ପତ୍ରରସ ପଚାଶ ଗ୍ରାମ, ପାଳଙ୍ଗ ରସ ପଚାଶ ଗ୍ରାମ ମିଶାଇ ପାନ କଲେ ରକ୍ତ ଅମାଶୟ ରୋଗ ଭଲ ହୋଇଥାଏ। ଏପରିକି ପେଟ ଭିତରେ ଘା ହୋଇଥିଲେ ତାହା ମଧ୍ୟ ଭଲ ହୋଇଥାଏ 4-ନିଆଁରେ ପୋଡି ହୋଇଥିବା ଘା ଉପରେ ଗାଜର ବଟା ପ୍ରଲେପ କଲେ ତାହା ଭଲ ହୋଇଥାଏ। 5-ଜଣ୍ଡିସ ରୋଗୀ ମଧ୍ୟ ଗାଜର ରସ ପାନ କଲେ…

Read More

ନୂଆଦିଲ୍ଲୀ, ଜାନୁୟାରୀ 22 ତାରିଖ ଶୁକ୍ରବାର ମଧ୍ୟାହ୍ନ ବେଳକୁ ତନୋଟି ରାଶିର ବ୍ୟବସାୟ ଯୋଜନା ସଫଳ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ସଂକ୍ଷିପ୍ତ ଯାତ୍ରା ହୋଇପାରେ । ତତ୍ପରତା ନାହିଁ । ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତନ ରୁହନ୍ତୁ । ପୁରୁଣା ବନ୍ଧୁଙ୍କୁ ଭେଟିବାକୁ ମନ ଅସ୍ଥିର ରହିବ । ଇଶ୍ବରଙ୍କଠାରେ ଧ୍ୟାନ କରନ୍ତୁ। ଆପଣ ନିଜ ପରିବାର ସହିତ ଭଲ ସମୟ ପାଇପାରିବେ । ସାଙ୍ଗମାନଙ୍କ ସହିତ ବହୁତ ଭଲ ବାର୍ତ୍ତାଳାପ ହେବ ଏବଂ ସେମାନେ ମଧ୍ୟ ସହଯୋଗ କରିବେ। ମୋଟ ଉପରେ, ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଅର୍ଥନୈତିକ ଲାଭର ରାଶି ସୃଷ୍ଟି ହେଉଛି । ଭଲ ସୂଚନା ମଧ୍ୟ ମିଳିପାରିବ, ପ୍ରେମ ସଂପର୍କରେ ସୁଖର ପରିବେଶ ରହିବ । ନୂତନ ବନ୍ଧୁ ସୃଷ୍ଟି ହେବ । ସେହି ତିନୋଟି ରାଶି ହେଉଛି…

Read More

ନୂଆଦିଲ୍ଲୀ, ଆପଣ ଯଦି ଚାକିରି ଖୋଜୁଛନ୍ତି କିମ୍ବା କୌଣସି ଚାକିରି ସମ୍ବନ୍ଧୀୟ ସମସ୍ୟାରେ ପଡିଛନ୍ତି, ତେବେ ସମସ୍ତ ପ୍ରକାର ପରିଶ୍ରମ ସହିତ ଏଗୁଡ଼ିକୁ କରିବାକୁ ଚେଷ୍ଟା କରନ୍ତୁ। ଶୁକ୍ରବାର ଦିନ, 8 ଜଣ ପିଲାଙ୍କୁ ଭଜା ଚଣା କିମ୍ବା ଖଟା ମିଠା ଚକୋଲେଟ ବଣ୍ଟନ କରନ୍ତୁ ଏକ ନଡ଼ିଆ ଗୋଟା ନେଇ ସେଥିରେ ଏକ ଛିଦ୍ର କରନ୍ତୁ। ବର୍ତ୍ତମାନ ଏହି ଗର୍ତ୍ତରେ ଘିଅ ଏବଂ ଚିନି ଭରନ୍ତୁ। ଏହାପରେ ସେହି ନଡ଼ିଆକୁ ମଙ୍ଗଳବାର ଦିନ ଏକ ବରଗଛ ତଳେ ରଖନ୍ତୁ କିମ୍ବା ପିମ୍ପୁଡ଼ି ଥିବା ସ୍ଥାନରେ ରଖନ୍ତୁ। ଏହାକୁ 3 ରୁ 5 ଥର କରନ୍ତୁ। ଆପଣ ନିଶ୍ଚିତ ଭାବରେ ଉପକୃତ ହେବେ। ମଙ୍ଗଳବାର ରାତି 12 ଟା ସମୟରେ ଏକ ଛକକୁ ଯାଆନ୍ତୁ ଏବଂ ଏକ ଦାଗମୁକ୍ତ ଲେମ୍ବୁକୁ ଚାରି ଖଣ୍ଡ କରନ୍ତୁ। ଏହାକୁ ଚାରି ଦିଗକୁ ଫୋପାଡି ଦିଅନ୍ତୁ। ଏହାପରେ ପଛକୁ ନ ଅନାଇ ସିଧା ଘରକୁ ଆସନ୍ତୁ।…

Read More

ମେଷ- ଆପଣ ଆଜି କିଛି ନୂଆ କରିବାକୁ ଚିନ୍ତା କରିପାରିବେ । ଭାଗୀଦାର ମଧ୍ୟ ସେଠାରେ ରହିବେ। ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବାର ସମ୍ଭାବନା ଅଛି । ଆଜି ଆପଣ ଆର୍ଥିକ ପ୍ରସଙ୍ଗରେ ସତର୍କ ହେବା ଆବଶ୍ୟକ, ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ । ଏକ ବଡ ଖର୍ଚ୍ଚ ହେବ । ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପାରେ। ଯଦି ଆମେ ଟଙ୍କା ସମ୍ବନ୍ଧୀୟ ବିଷୟଗୁଡିକ ଯତ୍ନର ସହ ମୁକାବିଲା କରିବା ଭଲ ହେବ। ଶଶୁରଘରର ସହଯୋଗ ହେବ । ପ୍ରେମ ଦୃଷ୍ଟିରୁ ଆଜି ଭଲ ଦିନ ହୋଇପାରିବ ନାହିଁ। କୌଣସି ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ। ବୃଷ- ନିୟମିତ କାର୍ଯ୍ୟଗୁଡ଼ିକ ବାଧାପ୍ରାପ୍ତ ହେବ। ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତନ ରୁହନ୍ତୁ। ମନ ଅଶାନ୍ତ ହେବ। ଇଶ୍ବରଙ୍କଠାରେ ଧ୍ୟାନ କରନ୍ତୁ। ଆପଣ ଉତ୍ସାହଜନକ ସୂଚନା ପାଇବେ। ନୂତନ ସମ୍ପର୍କ ଗଠନ ହେବ। ସଂକ୍ଷିପ୍ତ ଯାତ୍ରା ହୋଇପାରେ।…

Read More

ନୂଆଦିଲ୍ଲୀ, ଶୁକ୍ରବାର ଦିନ ଏକାଥରେ ଛଅଟି ରାଶି କ୍ଷେତ୍ରରେ ହେଉଛି ଏକ ପରିବର୍ତ୍ତନ। ଯାହାକୁ ଜାଣିଲେ ସେହି ରାଶିର ବ୍ୟକ୍ତିମାନେ ବେଶ୍ ଖୁସି ହେବେ। ମେଷ, ମିଥୁନ: – ଆପଣଙ୍କ ମନ ଖୁସି ହେବ। ଏକ ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବଜରଙ୍ଗବାଲିଙ୍କୁ ସ୍ମରଣ କରି ଆରମ୍ଭ କରନ୍ତୁ। ଆପଣଙ୍କୁ ସଫଳ ହେବାକୁ କେହି ଅଟକାଇ ପାରିବେ ନାହିଁ । ଆଜି ଆପଣ ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ସଫଳତାର ସମ୍ଭାବନା ରହିଛି। ମାଙ୍ଗଳିକ କାର୍ଯ୍ୟକ୍ରମକୁ ଯିବାକୁ ପଡିପାରେ। ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟିରେ ରହିବେ। ଆଜି ଆପଣଙ୍କ ପାଇଁ ଶୁଭ ହେବ। ସିଂହ, କନ୍ୟା : – ଏହି ରାଶିର ଭାଗ୍ୟ ଆଜି ଆକାଶକୁ ଛୁଇଁବ। ସେମାନେ ଚାରିଆଡ଼େ ଭଲ ଖବର ପାଇବେ। କର୍ମକ୍ଷେତ୍ରରେ ବହୁତ ସଫଳତା ପାଇବେ। ଯେଉଁଥି ପାଇଁ ସମସ୍ତେ ଆପଣଙ୍କୁ ପ୍ରଶଂସା କରିବେ। ଆପଣ ପୈତୃକ ପାର୍ଶ୍ୱରୁ ହଠାତ୍ ଟଙ୍କା ପାଇବେ, ଯାହା ଆପଣ…

Read More

ନୂଆଦିଲ୍ଲୀ, ଶୁକ୍ରବାରର ଗ୍ରହ ହେଉଛି ଶୁକ୍ର। ଶୁକ୍ରବାରର ପ୍ରକୃତି ନରମ ଅଟେ । ଏହି ଦିନ ଉଭୟ ମା ଲକ୍ଷ୍ମୀ ଏବଂ ମା କାଳୀଙ୍କ ଦିନ । ଏହା ମଧ୍ୟ ରାକ୍ଷାସଙ୍କର ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଦିନ। ଏହି ଦିନ ମାତା ଲକ୍ଷ୍ମୀ ଏବଂ କାଳୀ ମାତାଙ୍କୁ ପୂଜା କରାଯିବା ଉଚିତ୍ । ଯଦି ରାଶିରେ ଶୁକ୍ରଙ୍କ ସ୍ଥିତି ନିମ୍ନଲିଖିତ, ତେବେ ଶୁକ୍ରବାର ପାଳନ କରାଯିବା ଉଚିତ୍ । ଆସନ୍ତୁ ଜାଣିବା ଶୁକ୍ରବାର ଦିନ କିଏ ଉପବାସ ରହିବା ଉଚିତ୍ ଶୁକ୍ର ଗ୍ରହର ଦୁଇଟି ରାଶି ହେଉଛି ବୃଷ ଏବଂ ତୂଳା । ଯଦି ଆପଣଙ୍କର ଏହି ରାଶି ତେବେ ଶୁକ୍ରବାରରେ ଉପବାସ କରିବା ଉଚିତ୍ । ଯଦି ଆପଣଙ୍କର କୁଣ୍ଡଳିରେ ଶୁକ୍ର ଏବଂ ଶୁକ୍ରଙ୍କ ଶତ୍ରୁ ଗ୍ରହ ସୂର୍ଯ୍ୟ ଏବଂ ଚନ୍ଦ୍ର ଅଛନ୍ତି ତେବେ ଶୁକ୍ରବାର ଦିନ ଆପଣ ଉପବାସ ପାଳନ କରିବା ଉଚିତ୍ । ଯଦି ଶୁକ୍ର କନ୍ୟା ରାଶିର…

Read More

ଭୁବନେଶ୍ବର, ଆଜି ଭୁବନେଶ୍ୱର ଜନତା ମଇଦାନଠାରେ ଆୟୋଜିତ ତୋଷାଳୀ ମେଳା ଉଦଘାଟନ ଅବସରରେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରାଯାଇଛି । ହେଲେ ଗତ ୨୦୧୨ ମସିହାରୁ ପ୍ରତିବର୍ଷ ପ୍ରଦାନ କରାଯାଇ ଆସୁଥିବା ଜୀବନ ବ୍ୟାପୀ ସାଧନା ପୁରସ୍କାର ଚଳିତ ବର୍ଷ ପ୍ରଦାନ କରାଯାଇନାହିଁ । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଶିଳ୍ପୀ ଜାତି ପ୍ରତି ଏକ ପ୍ରତାରଣା ବୋଲି ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ କୁହାଯାଇଛି । ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ ଓ ସଚିବ ଶୁଭା ଶର୍ମା ଏଭଳି  କାର୍ଯ୍ୟ ପାଇଁ ଦାୟୀ ବୋଲି ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ଅଭିଯୋଗ କରିଛନ୍ତି । ବିଶେଷ କରି ବିଭାଗୀୟ ସଚିବଙ୍କ ପ୍ରରୋଚନାରେ ରାଜ୍ୟର ଜଣେ ବରିଷ୍ଠ ଶିଳ୍ପୀଙ୍କୁ ଚଳିତ ବର୍ଷର ଜୀବନବ୍ୟାପୀ ସାଧନା ପୁରସ୍କାରରୁ ବଂଚିତ କରାଯାଇଛି। ଗତ ଡିସେମ୍ବର ମାସରେ ହୋଇଥିବା ଚୟନ ପକ୍ରିୟାରେ ବିଚାରକ ମଣ୍ଡଳୀ ଜୀବନ…

Read More

ଭୁବନେଶ୍ୱର, ଖରିଫ ଋତୁରେ ଖରିଫ ଧାନ କିଣାରେ ଅନିୟମିତତା ଓ ସରକାରୀ ନିର୍ଦ୍ଦେଶନାମାର ଉଲ୍ଲଂଘନ ଅଭିଯୋଗରେ ୧୫ ଜଣ ପ୍ରାଥମିକ ସମବାୟ ସମିତିର ସଂପାଦକଙ୍କୁ ସମବାୟ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି ଓ ଜଣେ ଡାଟା ଏଣ୍ଟି୍ର ଅପରେଟରଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି । ଧାନକିଣାରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ପରିପ୍ରକ୍ଷୀରେ ୫-‘ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମରେ କୌଣସି ଅନିୟମିତତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତା ପ ସ୍ୱାଇଁ କହିଛନ୍ତି । କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ସଂପାଦକମାନେ ହେଲେ ସମ୍ବଲପୁର କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ନୂଆମୁରା ପ୍ୟାକ୍ସର ରାଧାକାନ୍ତ ଭୋଇ, ଧମା ପ୍ୟାକ୍ସର ସରୋଜ କୁମାର ଦାସ, ଚାରମାଳ ପ୍ୟାକ୍ସର ଅସିତ କୁମାର ପ୍ରଧାନ, ସାହାସପୁର ପ୍ୟାକ୍ସର କୃପାସିନ୍ଧୁ ସାହୁ, ସମରବାଗ ପ୍ୟାକ୍ସର ସଂପାଦକ ପ୍ରମୋଦ କୁମାର ଭୋଇ, ଲଖନପୁର ପ୍ୟାକ୍ସର ଭାର…

Read More

ଭୁବନେଶ୍ବର: ବିଏମସି ପକ୍ଷରୁ ଭିକ୍ଷୁକଙ୍କୁ ଆତ୍ମନିର୍ଭର କରିବା ନେଇ ନିଷ୍ପତ୍ତି ନିଆଯାଇଛି। ବିଏମସିରେ ଭିକ୍ଷୁକଙ୍କୁ ଭିକ୍ଷାବୃତ୍ତି ବନ୍ଦ କରାଇ ଥଇଥାନ କରିବାକୁ ନିଷ୍ପତ୍ତି ହୋଇଛି। ବିଏମସିର ପ୍ରତି ଆଞ୍ଚଳିକ କାର୍ଯ୍ଯାଳୟରେ ଥାଇଥାନ କେନ୍ଦ୍ର ଖୋଲିବାକୁ ଯୋଜନା କରାଯାଉଛି। ସେଥିପାଇଁ ଭିକ୍ଷୁକଙ୍କୁ ଚିହ୍ନଟ କରିବା ପାଇଁ ବିଏମସି କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବାସହୀନ ଓ ନିରାଶ୍ରୟଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରିବା ନେଇ ଯୋଜନା କରାଯାଉଛି। ସେଠାରେ ସେମାନଙ୍କୁ ଆତ୍ମନିର୍ଭର ହେବା ନେଇ ପରାମର୍ଶ ଦିଆଯିବ।

Read More

ଭୁବନେଶ୍ୱର, ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୧ ଉଦଘାଟିତ ହୋଇଛି। ଚଳିତ ବର୍ଷ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ଉଦ୍‌ଘାଟନ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୂର୍ବ ଭାରତର ସବୁଠାରୁ ବୃହତ ଏହି ମେଳା ଏକ ଅସାଧାରଣ ପରିସ୍ଥିତିରେ ଅନୁଷ୍ଠିତ ହେଉଛି । ତେଣୁ ସମସ୍ତଙ୍କୁ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶା କଳା ଓ ସଂସ୍କୃତିର ଭୂମି ଏବଂ ଓଡ଼ିଆ କାରିଗର କୋଣାର୍କ ପରି ବିସ୍ମୟ ସୃଷ୍ଟି କରି ପାରେ ତଥା ଆମ କାରିଗରମାନଙ୍କର ଦକ୍ଷତାର ତୁଳନା ନାହିଁ । ଏଥି ସହିତ ସେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପାଉଥିବା କାରିଗରମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ । ଉଦ୍‌ଘାଟନୀ ସଭାରେ ଉପସ୍ଥିତ…

Read More

ଭୁବନେଶ୍ବର: ଚଳିତ ସାଧାରଣତନ୍ତ୍ର ଦିବସରେ, ରିଲାଏନ୍‌ସ ଡିିଜିଟାଲ୍ ପକ୍ଷରୁ ଆକର୍ଷଣୀୟ ‘ଡିଜିଟାଲ୍ ଇଣ୍ଡିଆ ସେଲ’ ର ଶୁଭାରମ୍ଭ କରାଯାଇଛିି। ଏହି ଡିଜିଟାଲ୍ ଇଣ୍ଡିଆ ସେଲ୍‌ରେ ଏକ୍ସକ୍ଲୁସିଭ୍ ଡିଲ୍ ଓ ଅତୁଳନୀୟ ଅଫର ସମୂହ ବ୍ୟାପକ ବର୍ଗର ଇଲେକ୍‌ଟ୍ରୋନିକ୍‌ସ ସାମଗ୍ରୀରେ ୨୨ ରୁ ୨୬ ଜାନୁୟାରୀ, ୨୦୨୧ ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି। ସାଧାରଣତନ୍ତ୍ର ଦିବସ ଉତ୍ସବ ସହିତ, ରିଲାଏନ୍‌ସ ଡିଜିଟାଲ୍ ୧୦,୦୦୦/- ଟଙ୍କା ପର୍ଯ୍ୟନ୍ତ ୧୦ ପ୍ରତିଶତ ତତ୍‌କ୍ଷଣାତ୍ ରିହାତି (ଇନ୍‌ଷ୍ଟାଂଟ ଡିସକାଉଂଟ) ସୁବିଧା ସିଟି, ଆଇସିଆଇସିଆଇ ଓ କୋଟକ ମହିନ୍ଦ୍ରା ବ୍ୟାଙ୍କର ଡେବିଟ୍ ଓ କ୍ରେଡିଟ୍ କାର୍ଡ଼ରେ ଇଏମଆଇ/ ଅଣ-ଇଏମଆଇ ଟ୍ରାନ୍‌ଜାକ୍‌ସନରେ ରିଲାଏନ୍‌ସ ଡିଜିଟାଲ୍ ଓ ମାଇ ଜିଓ ଷ୍ଟୋରରେ ପ୍ରଦାନ କରୁଛି। ଏହି ସୁବିଧାକୁ ମଧ୍ୟ କୋଟକ ମହିନ୍ଦ୍ରା ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କର କଞ୍ଜୁମର ଡ୍ୟୁରେବଲ୍ ଲୋନ୍ ଉପରେ ଉପଲବ୍ଧ କରାଯାଇପାରିବ। ଯେଉଁଥିରେ ମଧ୍ୟ ରହିଛି କାର୍ଡ଼ଲେସ୍ ଇଏମଆଇ ଟ୍ରାନ୍‌ଜାକ୍‌ସନ ତଥା କ୍ୟାସବ୍ୟାକର ସୁବିଧା। ଡିିଜିଟାଲ୍ ଇଣ୍ଡିଆ ସେଲ୍…

Read More

ନୂଆଦିଲ୍ଲୀ: କୃଷି ଆନ୍ଦୋଳନକୁ ନେଇ ଏକ ବଡ ଖବର ଆସିଛି। ସଂଯୁକ୍ତ କିଷାନ ସଂଗଠନ ସରକାରର ପ୍ରସ୍ତାବକୁ ଖାରିଜ କରିଦେଇଛି। ନୂଆ କୃଷି ଆଇନକୁ ଦୁଇ ବର୍ଷ ପାଇଁ ସ୍ଥଗିତ ରଖି ଏକ କମିଟି ଦ୍ଵାରା ସମାଧାନ କରାଯିବ ନେଇ ସରକାର ପ୍ରସ୍ତାବ ରଖିଥିଲା। ହେଲେ ଏହି ପ୍ରସ୍ତାବକୁ କୃଷି ସଂଗଠନ ଖାରିଜ କରିଦେଇଛି। ତିନି କୃଷି ଆଇନକୁ ସଂପୂର୍ଣ୍ଣ ରଦ୍ଦ କରିବା ଲାଗି ସରକାର ନିକଟରେ ଅଡି ରହିଲା କୃଷି ସଂଗଠନ। ଏହା ସହିତ ୨୬ ଜାନୁଆରୀକୁ ରିଙ୍ଗ ରୋଡରେ ଟ୍ରାକ୍ଟର ରାଲି କରିବାକୁ କୃଷି ସଂଗଠନ ନିଷ୍ପତ୍ତି ନେଇଛି। ଉଲ୍ଲେଖ ଯୋଗ୍ୟ ଯେ, ସରକାର ପକ୍ଷରୁ ଦଶମ ପର୍ଯ୍ୟାୟ ଆଲୋଚନାରେ ଦୁଇ ବର୍ଷ ଲାଗି ନୂତନ ଆଇନକୁ ସ୍ଥଗିତ କରିବା ସହ ଏକ କମିଟି ଗଠନ କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ଏହି କମିଟି କୃଷି ଆଇନରେ ଥିବା ସମସ୍ୟା ବାବଦରେ ବିଚାର କରି ତାହାର ସମାଧାନ କରାଯିବା…

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ସବ୍‌ଡିଭିଜନ ଚାରମାଳ ଥାନାର ହିନ୍ଦୋଳ ଠାରେ ଆଜି ଅପରାହ୍ନ ୩ ଟା ପାଖାପାଖିରେ ଏକ କୋଇଲା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଥିବା ପୋଲିସ୍ ସୂତ୍ରରୁ ପ୍ରକାଶ। ପ୍ରକାଶ ଯେ, ସମ୍ବଲପୁର କଟକ ରାସ୍ତା ଜାତୀୟ ରାଜପଥ ୫୫ ର ଚାରମାଳ ଥାନା ହିନ୍ଦୋଳ ଠାରେ ଅନୁଗୋଳରୁ ସମ୍ବଲପୁର ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ (ସିଜି-୦୪ ଜେସି- ୮୫୭୧)ରାସ୍ତା ପାଶ୍ୱର୍ରେ ଓଲଟି ପଡିଥିଲା। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଥିବା ଜଣା ପଡିଛି। କେହି ବି କିଛି ହୋଇ ନଥିବା ଜଣାପଡିଛି। ଚାରମାଳ ପୋଲିସ୍ ଟ୍ରକକୁ ଜବତ କରି ଏକ ମାମଲା ରୁଜୁ କରିଛି।

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୨୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୪୩, ଅନୁଗୁଳରୁ ୨୮, ଝାରସୁଗୁଡାରୁ ୧୮, ବରଗଡରୁ ୧୬, ସମ୍ବଲପୁରରୁ ୧୫, ବାଲେଶ୍ବରରୁ ୧୪, ଯାଜପୁରରୁ ୧୪, ଖୋର୍ଦ୍ଧାରୁ ୧୪, କୋରାପୁଟରୁ ୧୦, ପୁରୀରୁ ୧୦, ନୂଆପଡ଼ାରୁ ୬, ଗଞ୍ଜାମରୁ ୪, କଳାହାଣ୍ଡିରୁ ୪, ବଲାଙ୍ଗୀରିରୁ ୩, ଜଗତସିଂହପୁରରୁ ୩, କେନ୍ଦୁଝରରୁ ୩, ସୋନପୁରରୁ ୩, କଟକରୁ ୨, ଦେବଗଡରୁ ୨, ଗଜପତିରୁ ୨, ମୟୂରଭଞ୍ଜରୁ ୨, ରାୟଗଡ଼ାରୁ ୨, ଭଦ୍ରକରୁ ୧, ମାଲକାନାଗିରିରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟପୁଲରୁ ୩ ଜଣ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୦ ହଜାର ୫୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ…

Read More

ଭୁବନେଶ୍ବର, ଶ୍ରୀମନ୍ଦିର, ଲିଙ୍ଗରାଜ ଏବଂ ସମଲେଶ୍ବରୀ ପରେ ବର୍ତ୍ତମାନ କୋଣାର୍କକୁ ସୌନ୍ଦର୍ଯ୍ୟକରଣ ପାଇଁ ନିଷ୍ପତି କରାଯାଇଛି। ଏହା ମନ୍ଦିର ବିଶ୍ବ ସ୍ତରୀୟ ହୋଇଥିଲେ ମଧ୍ୟ ଏହାର ଭିତ୍ତିଭୂମିକୁ କିପରି ବିଶ୍ବସ୍ତରୀୟ କରାଯିବ ସେ ନେଇ ନିଷ୍ପତି ହୋଇଛି।  ଆଜି ଏହାର ବିଭିନ୍ନ ଦିଗ ଉପରେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରକଳ୍ପ ରିପୋର୍ଟ ଉପସ୍ଥାପନା କରାଯାଇଥିଲା। ତେବେ ଜନସାଧାରଣ ଏହି ଚିଠା ଯୋଜନା ଉପରେ ସେମାନଙ୍କ ସୁଚିନ୍ତିତ ମତାମତ ୨୧ ଦିନ ଭିତରେ ଦେବା ପାଇଁ ଆହ୍ବାନ କରାଯାଇଛି। ସରକାର ମନ୍ଦିରର ସୁରକ୍ଷା ସହିତ ଏହାର ସଂରକ୍ଷଣ ତଥା ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ  ଆକୃଷ୍ଟ କରିବା ପାଇଁ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଐତିହ୍ୟ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା, କୋଣାର୍କ ସୂଯ୍ୟ ମନ୍ଦିରର ଗରିମାର ସୁରକ୍ଷା, ପର୍ଯ୍ୟଟକଙ୍କ ପାଇଁ ଅନନ୍ୟ ଅନୁଭୂତି, ସ୍ଥାନୀୟ ବ୍ୟବସାୟୀମାନଙ୍କ ଆର୍ଥିକ ଉନ୍ନତି ତଥା…

Read More

ସୀତାରାମ ଅଗ୍ରୱାଲ ବାଣପୁର/ଚିଲିକା: ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ଚିଲିକା ଅଞ୍ଚଳରେ ପ୍ରତିଦିନ ବେଆଇନ ବାଲି, ମାଟି, ଗୋଡି, ମାଙ୍କଡା ପଥର ଚାଲାଣ କରୁଥିବା ଗାଡିଗୁଡିକ ଉପରେ ଚଢ଼ାଉ କରାଯାଉଛି। ବାଣପୁର ଏବଂ ଚିଲିକା ତହସିଲଦାର ଏହିସବୁ ଗାଡିଗୁଡ଼ିକ ଉପରେ ଚଢାଉ କରି ଜରିମାନା ଆଦାୟ କରୁଛନ୍ତି। ଗତକାଲି ବାଣପୁର ତହସିଲ ପକ୍ଷରୁ ଦୁଇ ଗୋଟି ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରକ ଜବତ କରାଯାଇ ସେମାନଙ୍କଠାରୁ ଜରିମାନା ବାବଦରେ ୫୫ ହଜାର ଟଙ୍କା ଆଦାୟ କରାଯାଇଥିଲା। ତେବେ ଆଜି ପୁଣି ବାଣପୁର ତହସିଲଦାର ମନ୍ମଥ ବେହେରା ତହସିଲ ସ୍କ୍ୱାର୍ଡ ଟିମ୍ ସହଯୋଗରେ ସକାଳୁ ତହସିଲର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ମଧ୍ୟାହ୍ନ ସୁଦ୍ଧା ୬ ଗୋଟି ଗାଡ଼ି ଜବତ କରିଛନ୍ତି। ତନ୍ମଧ୍ୟରୁ ୨ ଗୋଟି ମାଙ୍କଡା ପଥର ବୋଝେଇ ଟ୍ରକ, ୨ ଗୋଟି ମାଟି ବୋଝେଇ ଟ୍ରାକ୍ଟର, ୧ ଗୋଟି ମେଟାଲ ବୋଝେଇ ଟିପର ଏବଂ…

Read More