କୋଝିକୋଡ : କେରଳର କୋଝିକୋଡରେ ଏକ ଅଭାବନୀୟ ଘଟଣା ଘଟିଛି । କୋଝିକୋଡର ଏକ ଘରୋଇ ହସ୍ପିଟାଲର ଜଣେ କର୍ମୀ ଜଣେ ମହିଳା ଆକ୍ରାନ୍ତଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ ୩୪ ବର୍ଷୀୟ ହସ୍ପିଟାଲ କର୍ମୀ ଅଶ୍ୱିନ କ୍ରିଷ୍ଣାଙ୍କୁ ଗିରଫ କରାଯାଇଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତିରେ ଉଲିୟେରୀରେ ରହିଥିବା ମାଲାବାର ମେଡିକାଲ କଲେଜ ପରିସରରେ ଏହି ଘଟଣା ଘଟିଥିଲା । ହସ୍ପିଟାଲ ରେଜିଷ୍ଟରରୁ ମହିଳାଙ୍କ ନମ୍ବର ନେଇ କର୍ମୀ ଜଣଙ୍କ ତାଙ୍କୁ ମେସେଜ କରିଥିଲେ। ଡାକ୍ତରଙ୍କୁ ଭେଟିବାକୁ ନେବା ବାହାନାରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଉକ୍ତ କର୍ମୀ । ଉକ୍ତ ସ୍ଥାନରୁ ଖସିଯାଇ ମହିଳା ଜଣକ ଘଟଣା ସମ୍ପର୍କରେ ଅନ୍ୟ ମାନଙ୍କୁ ଜଣାଇଥିଲେ । ଏହି ଘଟଣାକୁ ନେଇ ପୋଲିସ ନିକଟରେ ଅଭିଯୋଗ କରାଯିବା ପରେ ପୋଲିସ ଉକ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଗିରଫ କରିଛି । ହସ୍ପିଟାଲ…
Author: Samikhsya Bureau
ପୁରୀ : ଶ୍ରୀମନ୍ଦିର ପାଇଁ 154 କୋଟିର ବଜେଟ୍କୁ ଅନୁମୋଦନ ମିଳିଛି । ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । 2020-21 ଆର୍ଥିକ ବର୍ଷ ପାଇଁ ବଜେଟ୍ ଅନୁମୋଦନ ହୋଇଛି । ବୈଠକ ଶେଷ ହେବା ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ଶ୍ରୀମନ୍ଦିରର ବ୍ୟୟ ବଢିଛି, ମାତ୍ର ଆୟ ଅନେକ କମିଯାଇଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ଆୟବୃଦ୍ଧି ପାଇଁ ଅନଲାଇନ୍ ଡୋନେସନ୍ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ, ପରିଚାଳନା କମିଟି ସଦସ୍ୟ ମାନଙ୍କ ଉପସ୍ଥିତିରେ ବଜେଟ ଆଗତ କରାଯାଇଥିଲା ।
ଭୁବନେଶ୍ବର : ଆଜି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଭିଡିଓ କନଫରେନ୍ସିରେ କଥାବାର୍ତ୍ତା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବାଭିମାନ ଅଞ୍ଚଳ ମୋ ହୃଦୟରେ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ସ୍ବାଭିମାନ ଅଂଚଳର ରାଜ୍ୟର ଅନ୍ୟତମ ଆଗୁଆ ଅଞ୍ଚଳ ଭାବେ ପରିଗଣିତ ହେବ । ଆଜି ସ୍ବାଭିମାନ ଅଞ୍ଚଳବାସୀଙ୍କ ପାଇଁ ସ୍ମାର୍ଟ ଫୋନ ବିତରଣ କାର୍ଯ୍ୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ସ୍ବାଭିମାନ ଅଂଚଳର ପ୍ରତିଟି ପରିବାରକୁ ମିଳିବ ସ୍ମାର୍ଟ ଫୋନ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମାଲକାନଗିରି ଜିଲ୍ଲାର ବିଚ୍ଛିନାଞ୍ଚଳବାସୀ ଏବେ ଆଉ ବିକାଶ ଠାରୁ ବିଚ୍ଛିନ୍ନ ହୋଇ ରହିନାହାଁନ୍ତି । ଏବେ ସେଠାରେ ଆରମ୍ଭ ହୋଇଛି ବିକାଶର ନୂଆ ଅଧ୍ୟାୟ । 2018ରେ ଗୁରୁପ୍ରିୟା ସେତୁ ଉଦଘାଟନ ପରେ ବିଚ୍ଛିନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଭାବେ ନାମିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିପାଇଁ 100 କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ମଧ୍ୟ…
ନୂଆଦିଲ୍ଲୀ : ଦିଲ୍ଲୀକୁ ପୁଣି ଫେରିବ ଲକଡାଉନ୍। କରୋନା ସଂକ୍ରମଣ ବଢୁଥିବା ଦେଖି ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।ଦିଲ୍ଲୀରେ ଶୀତ ବଢ଼ିବା ସହିତ ଗତ କିଛି ଦିନ ହେଲା ସଂକ୍ରମଣର ମାତ୍ରା ଖୁବ ବଢ଼ିଯାଇଛି। ଯାହାକୁ ନେଇ ଏବେ ଦିଲ୍ଲୀ ସରକାର ପୁଣି ଚିନ୍ତାରେ ପଡ଼ିଯାଇଛି। ତେଣୁ ଦିଲ୍ଲୀରେ ଛୋଟ ଧରଣର ଲକଡାଉନ୍ ନିୟମ ପୁଣି ଜାରି ହୋଇପାରେ ବୋଲି କେଜରିୱାଲ କହିଛନ୍ତି। କେଜରୀଓ୍ବାଲ ଏଲ୍ଜିଙ୍କୁ ଏନେଇ ପ୍ରସ୍ତାବ ପଠାଇଛନ୍ତି । ଆବଶ୍ୟକତା ପଡିଲେ ଦିଲ୍ଲୀ ସରକାର ବଜାର ବନ୍ଦ ନେଇ ନିଷ୍ପତ୍ତି ନେଇପାରନ୍ତି । ଯେଉଁ ବଜାରଗୁଡିକରେ କରୋନା ନିୟମ ଶକ୍ତ ରୂପେ ପାଳନ ହେଉନାହିଁ ବା କରୋନା ହଟସ୍ପଟ୍ ରହିଛି ସେହି ସମସ୍ତ ବଜାରକୁ ବନ୍ଦ କରିବା ଲାଗି ମଧ୍ୟ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି ।ଅପରପକ୍ଷରେ ଦିଲ୍ଲୀରେ କୋଭିଡ୍ କଟକଣାକୁ ଆହୁରି କଡାକଡି କରାଯାଇଛି । ପୂର୍ବରୁ…
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସହରର ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଧାରିବା ପାଇଁ ଅଣ୍ଟା ଭିଡିଛନ୍ତି ବାଲୁଗାଁ ଏସ୍ଡିପିଓ ସୁରେଶ ଦାସ। ଏହି ପରିପ୍ରେକ୍ଷୀରେ ଗତକାଲି ମଧ୍ୟାହ୍ନରେ ବାଲୁଗାଁ ଥାନା ପରିସରରେ ଏସ.ଡ଼ି.ପି.ଓ ଶ୍ରୀ ଦାସ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବାଲୁଗାଁ ଆଇ.ଆଇ.ସି, ଏନ.ଏ.ସି କାର୍ଯ୍ଯନିର୍ବହୀ ଅଧିକାରୀଣି, ଅଗ୍ନିଶମ ଅଧିକାରୀ ଏବଂ ବାଲୁଗାଁର ସମସ୍ତ ବ୍ୟବସାୟୀ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଉକ୍ତ ବୈଠକରେ ଟ୍ରାଫିକ ନିୟନ୍ତ୍ରଣ ଉପରେ ବିସ୍ତୃତ ଆଲୋଚନା ସହ ଏକ ରୋଡ଼ ମ୍ୟାପ ପ୍ରସ୍ତୁତ କରାଯାଇଥିଲା। ଆଲୋଚନା କରାଯାଇ ପୋଲିସ ପ୍ରଶାସନ ତରଫରୁ ଏନେଇ ନିଷ୍ପତ୍ତି ସବୁ ନିଆଯାଇଅଛି ଯାହା ଆଜିଠାରୁ ବାଲୁଗାଁ ସହରରେ ଲାଗୁ ହେବ। -ମୁଖ୍ୟ ରାସ୍ତାରେ ଥିବା ସମସ୍ତ ଦୋକାନୀ ସେମାନଙ୍କ ଦୋକାନ ଘରର ସିମେଣ୍ଟ ଷ୍ଟ୍ରକ୍ଚର ମଧ୍ୟରେ ଜିନିଷପତ୍ର ରଖିବାକୁ ନିର୍ଦ୍ଦେଶ ରହିଛି। ରାସ୍ତାକୁ ମଡାଇ କିଛି ରଖିବେ ନାହିଁ ବୋଲି କୁହାଯାଇଛି।…
ନୂଆଦିଲ୍ଲୀ : ଆମେ ସମସ୍ତେ ଚତୁର କୁଆ ଗପ ନିଶ୍ଚୟ ଶୁଣିଛେ । ତୃଷ୍ଣାରେ ଆତୁର କୁଆଟି ନିଜ ଶୋଷ ମେଣ୍ଟାଇବା ପାଇଁ ମାଟି ହାଣ୍ଡିରେ କେମିତି ଗୋଡି ପକାଇ ପାଣି ପିଇଥିଲା ସେଇଟା ଜାଣିଛେ । ତୃଷ୍ଣାର୍ତ୍ତ କୁଆଟି ପାଣି ପାଇ ମାଟି ପାତ୍ରରେ ଗୋଡି ପକାଇ ପାଣି ପିଇଥିଲା । ସାନବେଳେ ଏହି କାହାଣୀଟା ଶୁଣି ଆମେ ସମେସ୍ତ କାଉର ଚତୁରତାକୁ ପ୍ରଶଂସା କରିଥିଲେ । କିନ୍ତୁ ମନରେ ଟିକେ ସନ୍ଦେହ ରହିଥିଲା ସତରେ କୁଆଟି ଏମିତି ଗୋଡି ପକାଇ ପାଣି ପିଇଥିଲା ନା ଏହା କାହାଣୀ । ତେବେ ଏହି କାହାଣୀଟି ଏବେ ପୂରା ସତ୍ୟରେ ପରିଣତ ହୋଇଛି । ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ଏପରି ଏକ କୁଆର କାହାଣୀ । ସାନବେଳେ ଶୁଣିଥିବା ଚତୁର କୁଆର କାହାଣୀଟି ଏବେ ସତ୍ୟରେ ରୂପାନ୍ତରିତ ହୋଇଛି । https://twitter.com/ParveenKaswan/status/1328019237458198534?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1328019237458198534%7Ctwgr%5E&ref_url=https%3A%2F%2Fm.dailyhunt.in%2Fnews%2Findia%2Fhindi%2Fcatchnewshindi-epaper-catchhi%2Fiskauenepurikibachapanmepadhipyasekauvavalikahanividiyodekhakarrahjaengedang-newsid-n229761750%3Fs%3Dauu%3D0x8543b645516c78b1ss%3Dwsp ଭାଇରାଲ୍ ହୋଇଥିବା ଏହି ଭିଡିଓରେ ଏକ କୁଆ…
ନୂଆଦିଲ୍ଲୀ : ଓଡ଼ିଶାର ଛଅଟି ଜିଲ୍ଲାରେ ବିଜେପି କାର୍ଯ୍ୟାଳୟ ଉଦଘାଟିତ ହୋଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭିଡ଼ିଓ କନଫେରେନ୍ସିଂ ଜରିଆରେ ଏହି ଅଫିସ ଉଦଘାଟିତ କରିଛନ୍ତି । ରାଜ୍ୟର ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ବାରିପଦାରେ ବିଜେପିର ନୂଆ ଅଫିସ ହୋଇଛି । ସେହିପରି ଆଉ 6ଟି ଜିଲ୍ଲାରେ ବି ବିଜେପି ଅଫିସ ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ କମ ସମୟ ମଧ୍ୟରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବିଜେପି କାର୍ଯ୍ୟାଳୟ ନିର୍ମାଣ କରାଯାଇଥିବାରୁ ନଡା ଧନ୍ୟବାଦ ଜଣାଇବା ସହ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ପ୍ରଶଂସା କରିଛନ୍ତି । ଶ୍ରୀ ନଡ୍ଡା କହିଛନ୍ତିଯେ, ଅଫିସ ଓ କାର୍ଯ୍ୟାଳୟ ଭିତରେ ବହୁତ ଫରକ ରହିଛି । ଅଫିସର ଖୋଲିବା ଓ ବନ୍ଦ ହେବାର ନିର୍ଦ୍ଧିଷ୍ଟ ସମୟ ରହିଛି । କିନ୍ତୁ କାର୍ଯ୍ୟାଳୟ ସବୁବେଳେ ଖୋଲା ରହେ । କାର୍ଯ୍ୟାଳୟରେ କାର୍ଯ୍ୟକର୍ତାଙ୍କ ବିଶ୍ୱାସ ବୃଦ୍ଧି ଘଟିଥାଏ…
ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା ଆସନରୁ ଭାଜପା ଏମ୍ପି ରୀତା ବହୁଗୁଣା ଯୋଶୀଙ୍କ ଘରେ ଏକ ଅଭାବନୀୟ ଘଟଣା ଘଟିଛି। ଦୀପାବଳି ଦିନ ରାତିରେ ରୀତାଙ୍କ ପୁଅ ମୟଙ୍କ ଯୋଶୀଙ୍କ ଛଅ ବର୍ଷର ଝିଅ କିୟାଙ୍କ ବାଣ ଯୋଗୁଁ ଜଳିଯାଇଛନ୍ତି । ବାଣ ଯୋଗୁଁ ତାଙ୍କ ଶରୀର ଗୁରୁତର ଭାବେ ପୋଡି ଯାଇଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଦୀପାବଳି ରାତିରେ ଝିଅଟି ଅନ୍ୟ ପିଲାମାନଙ୍କ ସହ ଖେଳିବାକୁ ଛାତକୁ ଯାଇଥିଲେ। ପିଲାଙ୍କ ସହ ଖେଳୁଥିବାବେଳେ ବାଣ ଫାଟିଯିବା କାରଣରୁ ଦୁର୍ଘଟଣା ଘଟିଥିଲା। ଝିଅଟିର ପୋଷାକରେ ନିଆଁ ଲାଗିଯିବାରୁ ତାଙ୍କ ଶରୀରର 60 ପ୍ରତିଶତ ଜଳିଯାଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଉଥିଲା। ଝିଅଟି ଫ୍ୟାନ୍ସି ପୋଷାକ ପିନ୍ଧିଥିବାରୁ ନିଆଁଟି ଲାଗିଯାଇଥିଲା । ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲଶ କିନ୍ତୁ ରାସ୍ତାରେ ତାଙ୍କର…
ଭୁବନେଶ୍ବର: ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1560କୁ ବୃଦ୍ଧି ହୋଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 4 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁରରୁ 3, ଜଗତସିଂହପୁର ଓ ସୁବର୍ଣ୍ଣପୁରରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ବରଗଡ, ଭଦ୍ରକ ଓ ଭୁବନେଶ୍ବରର, ଗଞ୍ଜାମ, କଟକ ଓ ପୁରୀରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।
ଭୁବନେଶ୍ବର: ରାଜ୍ୟରେ ଆଜି ୬୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୭୧ ଜଣ ଚିହ୍ନଟ ହୋଇଥିବାବେଳେ ୨୭୩ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ 10ହଜାର ୫୨କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୯୯ ହଜାର ୧୫୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୨୮୦ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୫୨୭ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୭୪୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୭୩ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୨୯,…
ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ଏକ ବଡ ଧରଣର ଆତଙ୍କୀ ହମଲାକୁ ପଣ୍ଡ କରି ଦେଇଛି । ପୋଲିସ ଦୁଇ ଜଣ ଆତଙ୍କବାଦୀଙ୍କୁ ମଧ୍ୟ ଗିରଫ କରିଛି । ଉଭୟ ଆତଙ୍କୀ ଜମ୍ମୁ କାଶ୍ମୀରର ବାସିନ୍ଦା ହୋଇଥିବା ବେଳେ ଦିଲ୍ଲୀର ସରାଇ କାଲେ ଖାଁ ଅଞ୍ଚଳରୁ ଉଭୟଙ୍କୁ ଗିରଫ କରାଯାଇଛି । ସୋମବାର ରାତିରେ ସ୍ୱତନ୍ତ୍ର ସେଲ ପକ୍ଷରୁ ଉଭୟ ଆତଙ୍କୀକୁ ଗିରଫ କରାଯାଇଥିଲା । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଦୁଇ ଆତଙ୍କୀଙ୍କୁ ଧରିବାର ଜାଲ ବିଛାଇଥିଲା ପୋଲିସ । ଉଭୟଙ୍କୁ କାଲେ ଖାଁ ଅଞ୍ଚଳରେ ରହିଥିବା ମିଲେନିୟମ ପାର୍କ ନିକଟରୁ ଗିରଫ କରାଯାଇଥିଲା। ରାତି ପ୍ରାୟ 10.15 ରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ଦୁଇ ଆତଙ୍କୀଙ୍କୁ ଧରାଯାଇଥିଲା । ଦୁଇ ଆତଙ୍କୀଙ୍କ ପରିଚୟ ମିଳିଥିବା ବେଳେ ଉଭୟ କାଶ୍ମୀରର ବାସିନ୍ଦା ବୋଲି ଜଣାପଡିଛି । 22 ବର୍ଷୀୟ ଅବଦୁଲ ଲତିଫ ମିର ବାରାମୁଲ୍ଲାର…
ନୂଆଦିଲ୍ଲୀ : ବିଗତ ଚାରି ମାସ ମଧ୍ୟରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ତିରିଶ ହଜାର ତଳେ ରହିଛି । 24 ଘଣ୍ଟା ମଧ୍ୟରେ 29 ହଜାର 163 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 88 ଲକ୍ଷ 74ହଜାର 290ରେ ପହଞ୍ଚିଛି। ସେହିପରି ଗତ 24 ଘଣ୍ଟାରେ 449ଜଣଙ୍କ ପ୍ରାଣ ଯାଇଛି । ନୂତନ 449 ମୃତ୍ୟୁ ସହିତ ଦେଶରେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 30 ହଜାର 519ରେ ପହଞ୍ଚିଛି । ଦେଶରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା 82 ଲକ୍ଷ 90 ହଜାର 370ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ 4 ଲକ୍ଷ 53ହଜାର 401ରେ ପହଞ୍ଚିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଭୁବନେଶ୍ବର : ଆସନ୍ତା 29 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ। ଏଥର ବି ଅଧିବେଶନ ପୂର୍ବରୁ ବିଧାୟକ, ମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ, ସହାୟକ ଏବଂ ବିଧାନସଭା କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯାଉଛି। ମଙ୍ଗଳବାରଠାରୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ କରୋନା ଟେଷ୍ଟ ଜାରି ରହିବ। କୋଭିଡ ରିପୋର୍ଟ ନେଗେଟଭ ଆସିଲେ ବିଧାନସଭା ଯିବାକୁ ସଭ୍ୟ ସମେତ ଅନ୍ୟମାନେ ଯିବାକୁ ଅନୁମତି ମିଳିବ। ତା’ସହିତ ବିଧାନସଭା ଭିତରକୁ ଯାଉଥିବା ସମସ୍ତ ସାମ୍ବାଦିକଙ୍କର ମଧ୍ୟ କୋଭିଡ ଟେଷ୍ଟ କରାଯିବ। ଏଥର ମଧ୍ୟ ବିଧାନସଭା ପରିସରକୁ ପ୍ରତିଦିନ ସାନିଟାଇଜ କରାଯିବ। ଯେଉଁ ସଦସ୍ୟ ବିଧାନସଭା ଆସିବେ ନାହିଁ ସେମାନେ ଭିଡିଓ କନଫରେସିଂ ଜରିଆରେ ଭାଗ ନେଇପାରିବେ।
ପୁରୀ, ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟ ବୈଠକ। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ତେବେ ଏଥିରେ ଯେଉଁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ରହିଛି ସେଥିରେ ତିନିଠାକୁରଙ୍କ ନାଗାର୍ଜୁନ ବେଶ ଏବଂ ଶ୍ରୀମନ୍ଦିର ଖୋଲିବା ପ୍ରସଂଗ। ଚଳିତ ମାସ 27 ତାରିଖରେ ପ୍ରଭୃଙ୍କର ବିରଳ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। ହେଲେ କୋଭିଡ କଟକଣା ପାଇଁ ଏଥର ଭକ୍ତମାନେ ଏହି ବିରଳ ବେଶ ଦେଖିପାରିବେ ନାହିଁ। ଯଦି ସରକାର ମନ୍ଦିର ଖୋଲିବା ନେଇ ଅନୁମତି ପ୍ରଦାନ କରନ୍ତି ତେବେ ତାହା ସମ୍ଭବ ହେବ। ସେଥିପାଇଁ ଆଜିର ପରିଚାଳନା ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ଆଲୋଚନା ହୋଇପାରେ। ବର୍ତ୍ତମାନ ମହାରାଷ୍ଟ୍ର, ନୂଆଦିଲ୍ଲୀ ପରି ବିଭିନ୍ନ ସ୍ଥାନରେ ମନ୍ଦିର ଖୋଲିସାରିଲାଣି। ସେହିପରି ଓଡିଶାରେ ମନ୍ଦିର ଖୋଲିବା ନେଇ ବିଭିନ୍ନ ମହଲରେ ଦାବୀ ହେଉଛି। ଏପରିକି ଏହି ମାମଲା ହାଇକୋର୍ଟକୁ ମଧ୍ୟ ଯାଇଛି। ସେଥିପାଇଁ ଆଜି ପରିଚାଳନା ବୈଠକରେ ମନ୍ଦିର ଖୋଲିବା ନେଇ ସରକାରଙ୍କୁ…
ଭଦ୍ରକ, କଥାରି ଅଛି ମାଟି ଖୋଳୁଖୋଳୁ ବାହାରିଲେ ମହାଦେବ। ଏହା ଏଇଥି ପାଇଁ କୁହାଯାଇଥାଏ କି ଗୋଟିଏ ଘଟଣାର ସତ୍ୟାସତ୍ୟ ଖୋଜୁଖୋଜୁ ଅନ୍ୟ ବଡ କଥା ପ୍ରକାଶ ପାଇବା। ସତରେ ମହାଦେବ ବାହାରିବା ଘଟଣା ସହିତ ଏହାର କୌଣସି ସଂପର୍କ ନ ଥାଏ। ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଏହା ସତ ବୋଲି ପ୍ରମାଣିତ ହୋଇଛି। ଅର୍ଥାତ ସତରେ ମାଟି ଖୋଳୁ ଖୋଳୁ ମହାଦେବ ଆର୍ବିଭାବ ହୋଇଛନ୍ତି। ଘଟଣାରୁ ଜଣାପଡିଛି ଯେ ଭଦ୍ରକ ଜିଲ୍ଲାର ଗୋରାମାଟି ପଞ୍ଚାୟତରେ ଏକ ପାର୍କ ନିର୍ମାଣ ପାଇଁ ମାଟି ଖୋଳାଯାଉଥିଲା। ବହୁମାଟି ଖୋଳିବା ପରେ ହଠାତ୍ ଏକ କଳାମଚମଚ ପଥର ଦେଖାଦେଲା। ଏହା କଣ ବୋଲି ଭାବି ଆଗ୍ରହରେ ଶ୍ରମିକମାନେ ଖୋଳିବା ପରେ ତାହା ଏକ ଶିବଲିଙ୍ଗ ବାହାରିଲା। ଏଥିସହିତ ମନ୍ଦିରରେ ରଖାଯାଉଥିବା ଗୋଟିଏ ମୃତ୍ତି ମଧ୍ୟ ବାହାରିଛି। ଏହି ଘଟଣା ପ୍ରଚାରିତ ହେବା ପରେ ଏହାକୁ ଦେଖିବା ପାଇଁ ବହୁ ଲୋକଙ୍କର ସମାଗମ…
ଭୁବନେଶ୍ବର, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଅରୁଚିକର ମନ୍ତବ୍ୟକୁ ନେଇ ସାରା ଓଡିଶାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଲେଖାଶ୍ରୀ କହିଛନ୍ତି ଯେ, ସମ୍ବିତ ପାତ୍ର ପୁରୀରେ ଛିଡା ହେବାରୁ ବାହାର ଲୋକେ ଜାଣିଲେ ଯେ ପୁରୀ ଓଡିଶାରେ ଅଛି। ଏପରି ମନ୍ତ୍ରବ୍ୟକୁ ନେଇ ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଜଗତର ନାଥ ଜଗନ୍ନାଥଙ୍କ ପାଇଁ ସାରା ବିଶ୍ବରେ ପୁରୀ ପରିଚିତ। ହେଲେ ଓଡିଶାର ହୋଇ ଲେଖାଶ୍ରୀ କିପରି ଏପରି ମନ୍ତବ୍ୟ ଦେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହାର ପ୍ରତିକିୟାରେ ଲେଖାଶ୍ରୀ କହିଛନ୍ତି ଯେ ଗଣମାଧ୍ୟମରେ ତାଙ୍କ ମନ୍ତବ୍ୟକୁ ଠିକ ଭାବେ ଉପସ୍ଥାପିତ କରାଯାଇ ନାହିଁ। ତେବେ ଲେଖାଶ୍ରୀ ଜାଣିପାରୁ ନାହାଁନ୍ତି ଯେ ସେ ଯାହା କହିଛନ୍ତି ତାହା କ୍ୟାମେରାରେ ରେକର୍ଡ ହୋଇଛି। ତେବ ତାଙ୍କର ଏପରି ବକ୍ତବ୍ୟ ପାଇଁ ସେ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଦାବୀ କରିଛି। ସେହିପରି ପୁରୀରେ ଜଗନ୍ନାଥ ସେନା…
ସୁବର୍ଣ୍ଣପୁର, ଆଜି ଜଣେ ତହସିଲଦାର ଲାଞ୍ଚ ନେଲାବେଳେ ଭିଜିଲାନସ ଅଧିକାରୀମାନେ ଚଢାଉ କରି ତାଙ୍କଠାରୁ ରଂଗ ବୋଳା ଟଙ୍କା ଜବତ କରିବା ସହ ଗରିଫ କରିଛନ୍ତି। ସେ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ତରଭା ତହସିଲର ତହସିଲଦାର ତଥା ସବ ରେଜିଷ୍ଟାର। ତାଙ୍କ ନାମ ହେଉଛି ସୁବ୍ରତ ବେହେରା। ଜଣେ ଲୋକର ଜମି ରେଜିଷ୍ଟ୍ରେସନ କରିବା ପାଇଁ ସେ 20 ହଜାର ଟଙ୍କା ମାଗିଥିଲେ। ଟଙ୍କା ଦେଲେ ଏହି ରେଜିଷ୍ଟ୍ରେସନ କରାଯିବ ବୋଲି ତହସିଲଦାର କହିଥିଲେ। ଜମି ମାଲିକ ଭିଜିଲାନସ ସହିତ ଯୋଗଯୋଗ କରିବା ପରେ ତାଙ୍କୁ ଧରିବା ପାଇଁ ଯୋଜନା କରାଯାଇଥିଲା। ଯୋଜନା ମୁତାବିକ ଭିଜିଲାନସ ଅଧିକାରୀମାନେ ବାହାର ଛକି ରହିଥିଲେ। ଜମି ମାଲିକ ଟଙ୍କା ଦେବା ପରେ ଭିଜିଲାନସ ଅଧିକାରୀ ତାଙ୍କୁ କାବୁ କରି ଟଙ୍କା ଜବତ କରିଥିଲେ।
ଭୁବନେଶ୍ବର, ଭାରତୀୟ ପୋଷ୍ଟ ବର୍ତ୍ତମାନ ଜମାଖାତାଧାରୀଙ୍କ ପାଇଁ ନୂଆ ଆଇନି ଆଣିଛି। ଏଣିକି ପୋଷ୍ଟ ଅଫିସରେ ଥିବା ଜମା ଖାତାରେ ଆପଣଙ୍କୁ ଏକ ସର୍ବନିମ୍ନ ଜମା ରଖିବାକୁ ପଡିବ। ତାହା ହେଲା ଜମା ଖାତାରେ ଅତି କମରେ ପାଞ୍ଚ ଶହ ଟଙ୍କା ଜମା ରଖିବାକୁ ପଡିବ। ଯଦି ପାଞ୍ଚ ଶହ ଟଙ୍କାରୁ କମ ରହିବ ତେବେ ପୋଷ୍ଟ ଅଫିସ ବାର୍ଷିକ ଶହେ ଟଙ୍କା ଲେଖାଏଁ କାଟି ନେବ। ଏହିପରି ଟଙ୍କା କାଟିବା ପରେ ଖାତାରୁ ଟଙ୍କା ସରିଯିବା ପରେ ତାହା ବନ୍ଦ ହୋଇଯିବ। ତେବେ ଏହି ନିୟମ ଆସନ୍ତା ଡିସେମ୍ବର 12 ତାରିଖରୁ ଲାଗୁ ହେବ। ଏ ନେଇ ଭାରତୀୟ ପୋଷ୍ଟ ଅଫିସ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଯଦି ଜମା ଖାତାରେ 5 ଶହରୁ କମ ଟଙ୍କା ଅଛି ତେବେ ଡିସେମ୍ବର 11 ତାରିଖ ସୁଦ୍ଧା ବଳକା ଟଙ୍କା ଜମା କରିବାକୁ କୁହାଯାଇଛି।
ଭୁବନେଶ୍ବର ଇସ୍କନରେ ଆୟୋଜିତ ହୋଇଥିଲା ଗୋବର୍ଦ୍ଧନ ପୂଜା, ଠାକୁରଙ୍କ ଦିଆଯାଇଥିଲା ମିଠା ଭୋଗ
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସର୍ବନିମ୍ନ ମାସିକ ପେନ୍ସନ ୯ହଜାର ଟଙ୍କା ସହ ମହଙ୍ଗା ଭତ୍ତା, ସୁପ୍ରିମ କୋର୍ଟର ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିନ ପେନସନ ପ୍ରଦାନ, ସମସ୍ତ ଇପିଏଫ୍ ପେନସନ ଭୋଗୀ ବରିଷ୍ଠ ନାଗରିକଙ୍କୁ ଆୟୁଷ୍କାନ ଭାରତ ଯୋଜନାରେ ସାମିଲ କରି ମାଗଣା ଚିକିତ୍ସା କରିବା ଆଦି ବିଭିନ୍ନ ଦାବି ନେଇ ପୂର୍ବରୁ ଆହ୍ୱାନ କ୍ରମେ ଆଜି ଅଲ୍ ଓଡ଼ିଶା ଇ.ପି.ଏଫ୍. ପେନସନରର୍ସ ଏସୋସିଏସନ୍ ତରଫରୁ ଦାବି ଦିବସ ପାଳିତ ହୋଇଛି। ଏହି ଦାବିପ୍ରଦାନ ପାଇଁ ପୂର୍ବରୁ ରାଜ୍ୟରେ ଥିବା ୧.୬୨ ଲକ୍ଷ ଇପିଏଫ୍ ପେନସନ ଭୋଗୀମାନେ ଏକତ୍ରିତ ହୋଇ ଅଲ୍ ଓଡ଼ିଶା ଇପିଏଫ୍ ପେନସନରର୍ସ ଏସୋସିଏସନ୍ ଗଠନ କରିଥିଲେ। ପୂର୍ବରୁ ଏହି ଦାବି ନେଇ ଲୋକସଭା ରାଜ୍ୟସଭା ସାଂସଦ, ବାଚସ୍ପତି, ଉଭୟ ଗୃହର ବିରୋଧୀ ଦଳର ନେତା ଅନ୍ୟାନ୍ୟ ପଦାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ବତ୍ତର୍ମାନ ଏହି ଦାବିପତ୍ରଟି କେନ୍ଦ୍ର ଶ୍ରମ ସଚିବଙ୍କ ନିକଟକୁ ପଠାଇ ଦିଆଯାଇଛି। କିନ୍ତୁ ପରିତାପର ବିଷୟ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ କରୋନାରୁ ପ୍ରକୋପ ଯୋଗୁଁ ଶହଶହ କଳାକାର, ଅଭିନେତା, ଅଭିନେତ୍ରୀ ଯେଉଁମାନେ ମଂଚ ନାଟ୍ୟକୁ ସମ୍ବଳ କରି ଜୀବନ ଜୀବିକା ଅତିବାହିତ କରୁଥିଲେ ସେମାନେ ଆଜି କାଳରୂପି କରୋନା ପ୍ରତିହିତ ପାଇଁ ହୋଇଥିବା ସରକାରୀ ନିୟମର କବଳରେ କବଳିତ। ଭୋକ ଉପବାସ ଆଉ ଦାରିଦ୍ର୍ୟର ଉତ୍ପୀଡ଼ନରେ କେବଳ ସେମାନଙ୍କ ଜୀବନ ଜୀବିକାର ସମାପ ଘଟିବନି, ତାହା ସହିତ ମଂଚକଳା, ମଂଚନାଟକ ପାଇଁ ଓଡ଼ିଶାକୁ ଗଂଜାମ ଜିଲ୍ଲା ଦାନ କ୍ଷେତ୍ରରେ ଏକ ବିରାଟ ସଂକଟ ଦେଖାଦେବ। ତେଣୁ ଗଂଜାମ ଜିଲ୍ଲାର କଳାକାରଙ୍କ ଜୀବନ ଜୀବିକାର ସୁରକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଦୁଃସ୍ମ କଳାକାରଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନକୁ ଗଂଜାମ ଜିଲ୍ଲାର ପ୍ରତିଟି ସାଂସ୍କୃତିକ କାର୍ଯ୍ୟକ୍ରମ ଉନ୍ମୋକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ସଂଗେ ସଂଗେ କଳାକ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସକାଶେ ଅନୁମତି…

