Author: Samikhsya Bureau

ନୂଆଦିଲ୍ଲୀ : ଦେଶରେ ପୁଣିଥରେ କରୋନା ମାମଲା ବୃଦ୍ଧି ପାଇଛି । ଗତ 24ଘଣ୍‌ଟାରେ 46 ହଜାର 232 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 564ଜଣଙ୍କର ମୃତ୍ୟୁ ହୋଇଛି । ଦଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 90 ଲକ୍ଷ 50 ହଜାର 598ରେ ପହଞ୍ଚିଥିବବେଳେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 32 ହଜାର 726ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା ଦେଶରେ ଆକ୍ଟିଭ୍‌ କେସ୍‌ 4 ଲକ୍ଷ 39 ହଜାର 747 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 84 ଲକ୍ଷ 78 ହଜାର 124 ଜଣ । ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ ରହିଛି । 24 ଘଣ୍ଟାରେ ଦିଲ୍ଲୀରେ 118ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 6 ହଜାର 608ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ କରୋନା ମୃତ୍ୟୁ ସଂଖ୍ୟା 8 ହଜାର 159କୁ ବୃଦ୍ଧି ହୋଇଛି ।

Read More

ମେଷ ମେଷ ରାଶିର ଲୋକମାନେ ଆଜି ପିଲାମାନଙ୍କଠାରୁ କୈଣସି ଭଲ ଖବର ପାଇପାରିବେ। ଚାକିରି କ୍ଷେତ୍ରରେ ଆପଣଙ୍କୁ ଟିକିଏ ଦୈଡ଼ିବାକୁ ପଡ଼ିବ, କିନ୍ତୁ  ଉପଯୁକ୍ତ ଫଳାଫଳ ପାଇବେ। ବଡ଼ ଅଧିକାରୀଙ୍କ ସହିତ ଉତ୍ତମ ସମନ୍ୱୟ ରକ୍ଷା ହେବ। ପାରିବାରିକ ପରିବେଶ ଖୁସି ରହିବ। ଛାତ୍ରମାନେ ଅଧ୍ୟୟନ କରିବାକୁ ଇଚ୍ଛୁକ ଅନୁଭବ କରିବେ। ହଠାତ୍ ଅର୍ଥନୈତିକ ଲାଭର ସମ୍ଭାବନା ଅଛି। ଆପଣ ଋଣରୁ ମୁକ୍ତି ପାଇବେ। ପିତାମାତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ବୃଷ ଆଜି, ବୃଷ ରାଶିର ଲୋକମାନେ ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ, ଯେଉଁଥି ପାଇଁ ଆପଣ ବହୁତ ବିବ୍ରତ ହେବେ। ଭବିଷ୍ୟତ ପାଇଁ ଟଙ୍କା ସଂଗ୍ରହ କରିବାରେ ଆପଣ ସଫଳ ହୋଇପାରିବେ। ଆପଣ ନିଜ ଜୀବନସାଥୀଙ୍କ ସହିତ ସର୍ବୋତ୍ତମ ସମୟ ଅତିବାହିତ କରିବେ। ଆପଣ ସୋସିଆଲ ମିଡିଆ ମାଧ୍ୟମରେ କିଛି ଭଲ ଖବର ପାଇପାରିବେ। ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ, କୈଣସି ଡକ୍ୟୁମେଣ୍ଟରେ ଦସ୍ତଖତ କରିବା ପୂର୍ବରୁ ଏହାକୁ ସଠିକ୍…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଜେନା ଗଂଜାମ ଜିଲ୍ଲା ଗସ୍ତ କରି ଗଂଜାମ ଜିଲ୍ଲାପାଳଙ୍କ ସଦ୍‌ଭାବନା ସମ୍ମିଳନୀ କକ୍ଷଠାରେ ଖଲିକୋଟ, ଗଂଜାମ ଓ ରଙ୍ଗେଇଲୁଣ୍ଡା ବ୍ଲକ୍‌ରେ କାର୍ଯ୍ୟକାରିତା ହୋଇଥିବା ଓଡ଼ିଶା ବିପର୍ଯ୍ୟୟ ପୁନଃରୁଦ୍ଧାର ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିଥିଲେ। ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଆଲୋଚନା ବୈଠକରେ ଶ୍ରୀ ଜେନା ଯୋଜନା ସଂପର୍କିତ କାର୍ଯ୍ୟକାରିତା ସଂପର୍କରେ ପଚାରି ବୁଝି ଜଣାଇଥିଲେ ଯେ, ଯୋଜନାର ନିର୍ଦ୍ଦେଶନାମା ପ୍ରକାରେ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରନ୍ତୁ। ଯ’ଦ୍ୱାରା ସେମାନେ ଠିକ୍ ସମୟରେ ନିଜ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିପାରିବେ। ଅଧିକାରୀ ଗଣ ବ୍ୟକ୍ତିଗତ ଭାବେ ଏହାର ଅଗ୍ରଗତି ଓ ସହାୟକଗୁଡ଼ିକ ପରିଚାଳନା କରନ୍ତୁ ତେବେ ଯାଇ କୌଣସି ସମସ୍ୟା ଦେଖାଯିବ ନାହିଁ। ତିନିମାସ ମଧ୍ୟରେ ଘର କାମ ଶେଷ କରିବାକୁ ହିତାଧିକାରୀଙ୍କୁ ଯେଉଁ ପ୍ରୋତ୍ସାହନ ରାଶି…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଟାଙ୍ଗୀ ପୋଲିସ୍ କୁହୁଡିରେ ଚଢାଉ କରି ୩୦ କେଜି ଗଂଜେଇ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି। କୁହୁଡି ଵର ଗାଡିଆ ସାହିରେ ଉକ୍ତ ମହିଳା ଜଣକ ଦୀର୍ଘ ଦିନ ହେଲା ଚୋରା ଗଂଜେଇ କାରବାର କରି ଆସୁଥିଲେ। ତେବେ ଏକ ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଜିଲ୍ଲାପୋଲିସ୍ ର ସ୍ପେଶାଲ ସ୍କ୍ୱାର୍ଡ ଓ ଟାଙ୍ଗୀ ପୋଲିସ୍ ମିଳିତ ଭାଵେ ଚଢାଉ କରିଥିଲେ। ହେଲେ ଚଢାଉ ବେଳେ ପରିବାରର ସମସ୍ତ ସଦସ୍ୟ ଫେରାର ହୋଇ ଯାଇଥିବା ବେଳେ ମହିଳା ଜଣକ ଘରେ ଏକାକୀ ରହି ଯାଇଥିଲେ। ପୋଲିସ୍ ମହିଳାଙ୍କ ଘରୁ ୪ ବସ୍ତା ଗଂଜେଇ ଜବତ କରିଥିଲା। ଜବତ ଗଂଜେଇ ୩୦ କିଲୋ ହୋଇଥିବା ବେଳେ ଏହାର ବଜାର ମୁଲ୍ୟ ୩ ଲକ୍ଷରୁ ଅଧିକ ହେବ ବୋଲି ଜଣ‍ା ପଡିଛି। ଗିରଫ ମହିଳା ଜଣକୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ୍ ଜିଲ୍ଲା ଅନ୍ତର୍ଗତ ଗୋଳନ୍ଥରା ଥାନା ଏକ ସ୍ପର୍ଶକାତର ଥାନା ହୋଇଥିବା ବେଳେ ଅଂଚଳଟି ବର୍ତ୍ତମାନ ପେଟ୍ରୋଲିଂ ଅଭାବ ତଥା କର୍ମଚାରୀଙ୍କ ଢ଼ିଲା ମନଭାବରୁ ଅଂଚଳରେ ଚୋରି, ଡ଼କାୟତି, ରାହାଜାନୀ, ହତ୍ୟା ଉଦ୍ୟମ, ଜୁଆଆଡ୍ଡା, ବଟି ମାଗିବା ଘଟଣା ବଢ଼ିବାରେ ଲାଗିଛି। ଏହି ଥାନା ଅଂଚଳରେ ଗୋଟିଏ ଦିନ ପୂର୍ବରୁ ଜନୈକ କୃଷକ ନେତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାବେଳେ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ସେହିପରି କିଛିଦିନ ତଳେ ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କୁ ମଧ୍ୟ କିଛି ଦୁବୃର୍ତ୍ତ ଆକ୍ରମଣ କରିଥିଲେ। ଉଭୟ ମାମଲାରେ ଗୋଳନ୍ଥରା ପୋଲିସର୍ ହାତ ଖାଲି। ପୂର୍ବରୁ ଏହି ଅଂଚଳରେ ଦାଦାବଟି ମାଗିବା ନେଇ ମଧ୍ୟ ବହୁବାର ଅଭିଯୋଗ ହୋଇଥିଲେ ସୁଦ୍ଧା ପୋଲିସ୍ ଗୋଟିଏ ମାମଲାରେ ହିଁ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଅନ୍ୟ ଦୁବୃର୍ତ୍ତମାନ ପୂର୍ବବତ୍ ବଟି ମାଗିବା ଅଭ୍ୟାସ ଜାରି ରଖିଛନ୍ତି। ସେହିପରି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ପାର୍ଶ୍ଵ ଅଶ୍ୱିନୀ କୋଭିଡ଼୍ ହସ୍‌ପିଟାଲ୍ ସମ୍ମୁଖରେ ଏକ ଅଜଣା କାର୍ ଧକ୍କାରେ ଜନୈକ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ, ବାଇକ୍ ଚାଳକ ଇଚ୍ଛାପୁର ବେଲପଡ଼ା ଗ୍ରାମର ରାଜେନ୍ଦ୍ର ନିମାଇଁ (୫୨) ନିଜ ବାଇକ୍‌ରେ ବ୍ରହ୍ମପୁର ଶ୍ୱଶୁର ଘରକୁ ଯାଉଥିବାବେଳେ ବିପରୀତ ଦିଗରୁ ଏକ ଅଜଣା କାର୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଦୂରକୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ କନିଷି ଅଗ୍ନିଶମ କର୍ମଚାରୀ ଏଲ୍‌ଏଫ୍‌ଏମ୍ ଶଙ୍କର ବେହେରା ଏବଂ ଭାସ୍କର ରାଉତ ପହଞ୍ଚି ଆହତ ବାଇକ୍ ଚାଳକଙ୍କୁ ଉଦ୍ଧାର କରି ଅଗ୍ନିଶମ ଗାଡ଼ିରେ ଏମ୍‌କେସିଜି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ରାଜେନ୍ଦ୍ରଙ୍କ ଅବସ୍ଥା ଗୁରୁତର ରହିଛି। ବର୍ତ୍ତମାନ ସୁଦ୍ଧା ଗୋଳନ୍ଥରା ଥାନାରେ କୌଣସି ଅଭିଯୋଗ ହୋଇନାହିଁ କିମ୍ବା ପୋଲିସ୍ ନିଜ ଆଡ଼ୁ ଘଟଣାର ଅନୁସନ୍ଧାନ କରିନାହିଁ।

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୧ ହଜାର ୧୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୦୨ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୯୬, କଟକରୁ ୮୯, ମୟୂରଭଞ୍ଜରୁ ୬୮, ବଲାଙ୍ଗିରିରୁ ୬୨, ବରଗଡରୁ ୬୦, ପୁରୀରୁ ୬୦, କଳାହାଣ୍ଡିରୁ ୫୮, ଜଗତସିଂହପୁରରୁ ୫୫, ଅନୁଗୁଳରୁ ୫୪, କେନ୍ଦ୍ରାପଡାରୁ ୪୭, ନୂଆପଡାରୁ ୪୪, କେନ୍ଦୁଝରରୁ ୪୨, ସମ୍ବଲପୁରରୁ ୩୭, ଭଦ୍ରକରୁ ୨୮, ଯାଜପୁରରୁ ୨୬, ଢେଙ୍କାନାଳରୁ ୨୩, ବାଲେଶ୍ବରରୁ ୨୨, ନୟାଗଡରୁ ୧୪, ଗଞ୍ଜାମରୁ ୧୩, ଝାରସୁଗୁଡାରୁ ୧୩, କନ୍ଧାମଳରୁ ୧୧, ନବରଙ୍ଗପୁରରୁ ୧୧, ସୋନପୁରରୁ ୧୧, କୋରାପୁଟରୁ ୧୦, ବୌଦ୍ଧରୁ ୭, ଗଜପତିରୁ ୬, ମାଲକାନଗିରିରୁ ୬, ଦେବଗଡରୁ ୪, ରାୟଗଡାରୁ ୪, ଏବଂ ଷ୍ଟେଟ ପୁଲରୁ ୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ…

Read More

କଟକ: ପ୍ରଥମ ଥର ପାଇଁ ଗୀତ ଗାଇଲେ ବିଧାୟକ ସୁର ରାଉତରାୟ। ତାହା ପୁଣି ରାପ। ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଆଜି କଟକର ମିଲନ ଷ୍ଟଡ଼ିଓରେ ଏହି ଗୀତ ରେକର୍ଡ କରାଯାଇଛି। ନିଜର ବେଫିକର ଅନ୍ଦାଜ଼, ବିତର୍କିତ ବୟାନବାଜି, ନିଜସ୍ୱ ନିଆରା ଶୈଳୀ ସାଙ୍ଗକୁ କୌତୁକିଆ ମିଜାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଶ୍ରୀ ରାଉତରାୟ ଏ ଗୀତର କିଛି ରାପ ଅଂଶ ଗାଇଛନ୍ତି। ଅରମାନ ମ୍ୟୁଜିକ ପ୍ରଯୋଜିତ ଏ ଗୀତଟିକୁ ଲେଖିଛନ୍ତି ତପୁ ନାୟକ। ସୁରଙ୍କ ସହିତ ଏହି ଗୀତରେ କଣ୍ଠଦାନ କରିଛନ୍ତି ଲୋପାମୁଦ୍ରା ନାୟକ ଓ ଜ୍ୟୋତିର୍ମୟୀ। ଜନନାୟକମାନେ ଗାୟକ ଭୂମିକାରେ ଉପନୀତ ହେବା କିଛି ନୂଆ କଥା ନୁହେଁ।  ଶ୍ରୀ ରାଉତରାୟଙ୍କ ପୂର୍ବରୁ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଗୀତ ଗାଇ ଚର୍ଚ୍ଚାରେ ରହିସାରିଛନ୍ତି। ଏ ଗୀତର ଶୀର୍ଷକ ‘ରଙ୍ଗବତୀ.. ‘ ରଖାଯାଇଥିଲେ ମଧ୍ୟ ପ୍ରସିଦ୍ଧ ସମ୍ବଲପୁରୀ ରଙ୍ଗବତୀ ଗୀତ…

Read More

ନୂଆଦିଲ୍ଲୀ : ଏସିଆ ମହାଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଛନ୍ତି ଗୌତମ ଅଦାନୀ । 2020ରେ ସର୍ବାଧିକ ଆୟକାରୀଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ଅଦାନୀ । ଚଳିତ ବର୍ଷର ପ୍ରଥମ ଦଶମାସ ସୁଦ୍ଧା ଅଦାନୀ 19.1 ବିଲିୟନ ଡଲାର ଆୟ କରି ପ୍ରଥମ ସ୍ଥାନରେ ରହିଛନ୍ତି । ଏହି ସମୟ ମଧ୍ୟରେ ଭାରତ ତଥା ଏସିଆର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀଙ୍କ ଆୟ 16.4 ଡଲାର ଆୟ କରିଛନ୍ତି । ବିଗତ 10 ମାସ ମଧ୍ୟରେ ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନୀ ପ୍ରାୟ 1.41ଲକ୍ଷ କୋଟି ଆୟ କରିଛନ୍ତି । ହାରାହାରି ଦେଖିଲେ ସେ ଦିନକୁ ପ୍ରାୟ 449 କୋଟି ଆୟ କରୁଛନ୍ତି । ଦୈନିକ ଆୟ ତାଲିକାରେ ଗୌତମ ଅଦାନୀ ବିଶ୍ୱର ନବମ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ଷ୍ଟିଭ ବାଲ୍ମର, ଳାରି ପେଜ୍ ଏବଂ ବିଲ ଗେଟ୍ସଙ୍କ…

Read More

ଭୁବନେଶ୍ବର : ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ଘନଉଛି ବିବାଦ । ଏନେଇ ରାଜ୍ୟସରକାରଙ୍କୁ ନୋଟିସ୍‌ ଜାରି କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ମୁଖ୍ୟ ଶାସନ ସଚିବ ଏବଂ ପୋଲିସ୍‌ ଡିଜିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନୋଟିସ୍‌ ମିଳିଛି । ଚାରି ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନ୍‌ଏଚ୍‌ଆର୍‌ସି । ମୃତ୍ୟୁର କାରଣକୁ ନେଇ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । ଆରେଷ୍ଟ ମେମୋ, ଇନ୍ସପେକ୍ସନ ମେମୋ କପି ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଗିରଫ ନେଇ ପରିବାରକୁ ଜଣାଯାଇଥିଲା କି ନାହିଁ ତାହା ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ମୃତକଙ୍କ ମେଡିକାଲ ଲିଗାଲ୍‌ ସାର୍ଟିଫିକେଟ୍‌ କପି ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ପଞ୍ଚାନାମା, ପୋଷ୍ଟମର୍ଟମ ଓ ଏହାର ଭିଡିଓ କ୍ୟାସେଟ୍‌ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଏନ୍‌ଏଚ୍‌ଆରସି । ଭିସେରା, ମୃତ୍ୟୁ କାରଣ…

Read More

ଭୁବନେଶ୍ବର : ବିଧାନସଭାରେ ଉପସ୍ଥାପିତ ହେଲା ରାଜ୍ୟ ଅତିରିକ୍ତ ବଜେଟ୍ 2020-2021। ବିରୋଧୀଙ୍କ ହୋ ହାଲ୍ଲା ଭିତରେ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଛି। 2020-2021 ପାଇଁ ମୋଟ 11ହଜାର 200 କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନା କରିଛନ୍ତି। ତେବେ ବଜେଟ୍ ଉପସ୍ଥାପନା ପରେ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ରହିବ। ଅତିରିକ୍ତ ବଜେଟ୍‌ରେ ସ୍ବାସ୍ଥ୍ୟ, ପଞ୍ଚାୟତିରାଜ ବିଭାଗକୁ ଗୁରୁତ୍ବ ଦିଆଯାଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ 1768.77 କୋଟିର ବ୍ୟୟବରାଦ ରହିଥିବାବେଳେ  ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକକୁ 2046.11କୋଟି ଟଙ୍କାର ବ୍ୟୟବରାଦ ରହିଛି । ସେହିପରି ଅର୍ଥ ବିଭାଗକୁ ସର୍ବାଧିକ 2363.04 କୋଟିର ବ୍ୟୟ ବରାଦ ରହିଛି । ବିପର୍ଯ୍ୟୟ ପରିଚାଳନା ପାଇଁ 1484.22 କୋଟି ଟଙ୍କାର ବ୍ୟୟ ବରାଦ ରହିଛି । ଖାଦ୍ୟ ଯୋଗାଣକୁ 1078. 30 କୋଟିର ବ୍ୟୟବରାଦ ରହିଛି । ଚଳିତ ଅତିରିକ୍ତ ବଜେଟ୍‌ରେ…

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 46 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 46 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 19 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 27 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି। https://twitter.com/bmcbbsr/status/1329368960802832385?s=20 ସେହିପରି ଆଜି 61 ଜଣ ସୁସ୍ଥ ହୋଇଛନ୍ତି । ନୂତନ 46 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 30 ହଜାର 330ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 29 ହଜାର 479ଜଣ ସୁସ୍ଥ ହୋଇଥିବାବେଳେ 201ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 629ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Read More

ନୂଆଦିଲ୍ଲୀ : କରୋନା ଭାଇରସ ପ୍ରଭାବରେ ସମଗ୍ର ବିଶ୍ୱ ଭୀତତ୍ରସ୍ତ ଅବସ୍ଥାରେ ରହିଥିବା ବେଳେ ବିଭିନ୍ନ କମ୍ପାନୀ ପକ୍ଷରୁ ଟିକା ବିକାଶର ପ୍ରୟାସ ଜାରି ରହିଛି । ଏପରିକି କିଛି ଟିକା ଫଳପ୍ରଦ ବୋଲି ମଧ୍ୟ ଖବର ପ୍ରକାଶିତ ହେବା ସହିତ ସାମାନ୍ୟ ଆଶା ସଞ୍ଚାର ହୋଇଥିଲା । ଫାଇଜରର ଟିକା 90 ପ୍ରତିଶତ, ସ୍ପୁଟନିକ-ଭି 92 ପ୍ରତିଶତ ଏବଂ ମଡର୍ଣ୍ଣାର ଟିକା 95 ପ୍ରତିଶତ ସଫଳ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହା ବ୍ୟତୀତ ଅକ୍ସଫୋର୍ଡର ଟିକା ଆଷ୍ଟ୍ରାଜେନେକା ମଧ୍ୟ ବୟସ୍କ ମାନଙ୍କ ଠାରେ ଫଳପ୍ରଦ ହେଉଥିବା ଜଣାପଡିଥିଲା । ତେବେ ଆସନ୍ତୁ ନଜର ପକାଇବା ନିର୍ମାଣ କରାଯଉଥିବା ଟିକା ମଧ୍ୟରେ କେଉଁଟି ଅଧିକ ଫଳପ୍ରଦ ଏବଂ ଏହା କେଉଁ ପର୍ଯ୍ୟାୟର ପରୀକ୍ଷଣରେ ରହିଛି । ଆଷ୍ଟ୍ରାଜେନେକାର ପରୀକ୍ଷଣ ତୃତୀୟ ପର୍ଯ୍ୟାରେ ରହିଥିବା ବେଳେ ଏହାର ଫଳାଫଳ ଆସିବ । ଏହି ଟିକାକୁ 2-8 ଡିଗ୍ରୀ ତାପମାତ୍ରାରେ…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ :   ବାଲୁଗାଁ ରେଳବାଇ ଓଭରବ୍ରିଜ୍‌ର ଉଭୟ ପାର୍ଶ୍ବରେ ଆଲୋକକରୀଣ କାର୍ଯ୍ୟ ଆରମ୍ଭ ହୋଇଛି ।  ଓଭରବ୍ରିଜ କାର୍ଯ୍ୟକ୍ଷମ ହେବାର ଦଶ  ମାସ ପରେ  ପି.ଡବ୍ଲୁ.ଡ଼ି ବିଭାଗ ଦ୍ୱାରା ଆଲୋକୀକରଣ ବ୍ୟବସ୍ଥା ଆରମ୍ବ ହୋଇଛି । ଗତ ଦୁଇ ଦିନ ହେଲା ଓଭରବ୍ରିଜ ର ଉଭୟ  ପାର୍ଶ୍ୱରେ ବିଦ୍ୟୁତ ଖୁଣ୍ଟ ପୋତାଚାଲିଛି ।  ତେବେ ଉକ୍ତ ବ୍ରିଜରେ ସର୍ବମୋଟ 28 ଗୋଟି ବିଦ୍ୟୁତ ଖୁଣ୍ଟ ଲାଗିବା ସହ ଏହି କାର୍ଯ୍ୟ ଏକ ସପ୍ତାହମଧ୍ୟରେ ସମାପ୍ତ ହେବ ଏବଂ ଏହାପରେ ବିଦ୍ୟୁତ କାର୍ଯ୍ୟକ୍ଷମ ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ବାଲୁଗାଁ ଏନ.ଏ.ସି ନେବ ବୋଲି ପି. ଡବ୍ଲୁ ଡ଼ି ଖୋର୍ଦ୍ଧା ଜିଲ୍ଲା ନିର୍ବାହୀ ଅଧିକାରୀ ଶ୍ରୀ ଦୀପକ ପାଣିଗ୍ରାହୀ ଆମ ପ୍ରତିନିଧି ଙ୍କୁ ସୂଚନା ଦେଇଛନ୍ତି । ସୂଚନା ଥାଉ କି ବାଲୁଗାଁ ରେଳବାଇ ଓଭରବ୍ରିଜରେ ଆଲୋକୀକରଣ ସମସ୍ୟା କୁ ନେଇ ‘ସମୀକ୍ଷା’ ରେ ଗତ ସେପ୍ଟେମ୍ବର ମାସରେ ଖବର ପ୍ରସାରଣ…

Read More

ଭୁବନେଶ୍ୱର:  ପ୍ରାଥମିକ ସ୍କୁଲ ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ବିଜେପି ପକ୍ଷରୁ ଟାର୍ଗେଟ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍କୁଲ ବନ୍ଦ ନିଷ୍ପତ୍ତି  ଏକ ଭୟଙ୍କର ନିଷ୍ପତ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, 9 ହଜାର ପ୍ରାଥମିକ ସ୍କୁଲ ବନ୍ଦ ନିଷ୍ପତ୍ତି ସହଜରେ ଗ୍ରହଣୀୟ ହେବ ନାହିଁ । ବାଜପେୟୀଙ୍କ ବେଳେ ସର୍ବଶିକ୍ଷା ଅଭିଯାନରେ ସ୍କୁଲ ସବୁ ଖୋଲିଥିଲା ।  25ରୁ କମ ପିଲା କିମ୍ବା 1 କିମି ମଧ୍ୟରେ ସ୍କୁଲ ଥିଲେ ବନ୍ଦ ନିଷ୍ପତ୍ତି କ୍ଷତିକାରକ ।  11ଲକ୍ଷ ପିଲା ନାମ ଲେଖାଇଛନ୍ତି । 5 ଲକ୍ଷ ଦଶମ ପରୀକ୍ଷା ଦେଉଛନ୍ତି ।  6  ଲକ୍ଷ ପିଲା ଅଧାରୁ ସ୍କୁଲ ଛାଡ଼ୁଛନ୍ତି । କିନ୍ତୁ ସରକାର ତଥ୍ୟ ଲୁଚାଉଛନ୍ତି ।  ସ୍କୁଲ ବନ୍ଦ ହେଲେ ପିଲାଙ୍କ ସ୍କୁଲ ଛାଡ଼ିବା ହାର 80%କୁ ବୃଦ୍ଧି ପାଇବ।  ଆସନ୍ତା 15 ଦିନରେ …

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : କରୋନା କଟକଣାକୁ ପାଳନ କରି  ଗୁରବାର ପୁର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା  ବାଣପୁର ସ୍ଥିତ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ଶାଳିଆ ପ୍ରେସ୍ କ୍ଲବର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାମ୍ବଦିକ ସୁରକ୍ଷା ତଥା ନିରପେକ୍ଷ ସମ୍ବାଦ ପରିବେଷଣ ଲକ୍ଷରେ ଅନୁଷ୍ଠିତ ସଭାରେ ଶାଳିଆ ପ୍ରେସ୍ କ୍ଲବ୍ ସଭାପତି ଅଜିତ୍ କୁମାର ସାହୁଙ୍କ ପୌରହିତ୍ୟରେ ମୂଖ୍ୟ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ର, ମୁଖ୍ୟ ବକ୍ତା ବାଣପୁର ଓକିଲ ସଂଘର ସମ୍ପାଦକ ଜଗନ୍ନାଥ ଭୋଳ, ସମ୍ମାନିତ ଅତିଥି ଭାବେ ୟୁଜିଏ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭରତ ଚନ୍ଦ୍ର ବେହେରା, ଡି ଡି ନ୍ୟୁଜ୍ ଜିଲ୍ଲା ପ୍ରତିନିଧି ଶୁଭ୍ର ରଞ୍ଜନ ଦାସ୍, କୋଷାଧ୍ୟକ୍ଷ ପ୍ରଦୀପ ବେହେରା, ବାଣପୁର ଓକିଲ ବାର୍ ଆସୋସିଏସନ୍ ର ସକ୍ରିୟ ସଦସ୍ୟ ପିଙ୍କୁ ପଟ୍ଟନାୟକ, ସମାଜସେବୀ ପ୍ରସାଦ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।…

Read More

ଲାହୌଲ:  ଥଣ୍ଡା ବଢିବା ସହିତ କରୋନା ସଂକ୍ରମଣ ମଧ୍ୟ ବଢୁଥିବାର ଦେଖାଯାଉଛି । ହିମାଚଳ ପ୍ରଦେଶର ଉପର ଭାଗରେ ଏବେ ବରଫପାତ ଆରମ୍ଭ ହୋଇଛି । ହିମାଚଳ ପ୍ରଦେଶ ଲାହୌଲ ଘାଟିର ଥୋରଙ୍ଗ ଗାଁରେ ମାତ୍ର ଜଣଙ୍କୁ ଛାଡି ଅନ୍ୟ ସମସ୍ତେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ମନାଲୀ-ଲେହ ହାଇଓ୍ବେ ସ୍ଥିତ ଥେରାଙ୍ଗ ଗ୍ରାମରେ କେବଳ 42 ଜଣ ଲୋକ ରହିଥାନ୍ତି । ଗାଁରେ ରହୁଥିବା ଜଣେ 52 ବର୍ଷ ବୟଷ୍କ ବ୍ୟକ୍ତି ଭୁଷଣ ଠାକୁର କରୋନା ପଜିଟିଭ ହେବା ପରେ ଗାଁର ସମସ୍ତେ କରୋନା ଯାଞ୍ଚ କରାଇଥିଲେ । ଏହାପରେ ସମସ୍ତେ କରୋନା ପଜିଟିଭ ଥିବା ଜଣାପଡିଥିଲା । ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଲାହୌଲ-ସ୍ପିତି ଘାଟୀ ରାଜ୍ୟରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲା । ଲାହୌଲ ଘାଟୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ପ୍ରଶାସନ ରୋହତାଙ୍ଗ ସୁଡଙ୍ଗର ଉତ୍ତର ପୋର୍ଟଲ ନିକଟ ତେଲିଙ୍ଗ…

Read More

ପାଟନା, ବିହାର ରାଜଧାନୀ ପାଟନାର ଏକ ହସପିଟାଲରେ ଘଟିଛି ଅଜବ ଘଟଣା। ଜଣେ ରୋଗୀର କିଡନରୁ ପଥର କାଢିବା ପରିବର୍ତ୍ତେ ଡାକ୍ତର ପୁରା ଗୋଟିଏ କିଡନୀ କାଢିଦେଲେ। ରୋଗୀର ପରିବାର ସଦସ୍ୟ ଏହା ଜାଣିବା ପରେ ଡାକ୍ତରଖାନାରେ ଭଙ୍ଗାଋଜା ଆରମ୍ଭ କରିଦେଲେ। ତେବେ ଡାକ୍ତରଖାନା କର୍ତ୍ତୁପକ୍ଷ ଏଥିରେ ହସ୍ତକ୍ଷେପ କରି ରୋଗୀକୁ ଅନ୍ୟ ଏକ ହସପିଟାଲରେ ଅପରେସନ କରାଯିବ ବୋଲି ପ୍ରତିଶୃତି ଦେଲେ। ସେଥିପାଇଁ ଯାହା ଖର୍ଚ୍ଚ ହେବ ଡାକ୍ତରଖାନା ତରଫରୁ ଦିଆଯିବ ବୋଲି କୁହାଗଲା। ଏହାପରେ ପରିବାର ବର୍ଗ ଶାନ୍ତ ପଡିଥିଲେ। ଏହି ଘଟଣାଟି ପାଟନାର କଂକଡାବାଗ ଥାନ ନିକଟସ୍ଥ ଏକ ହସପିଟାଲରେ ଘଟିଛି । ବେଣୁସରାଇ ଅଞ୍ଚଳର ଜଣେ 26 ବର୍ଷିୟ ଯୁବକଙ୍କ ପେଟରେ ଯନ୍ତ୍ରଣା ହେଲା। ଫଳରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପେଟ ଭିତର ପରୀକ୍ଷା କରିବା ପରେ ଜଣପଡିଥିଲା ଯେ ତାଙ୍କର ବାଆଁ ପଟ କିଡନରେ ପଥର ଅଛି। ସେଥିପାଇଁ ଅପରେସନ କରିବାକୁ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଜେଲରେ ଗତକାଲି ସଂଧ୍ୟାରେ ବିଚାରାଧୀନ ବନ୍ଦୀଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ସ୍ଥାନୀୟ ପ୍ରଶାସନ ଜେଲରେ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ଥାନା ଆଇ ଆଇ ସି ସଂଜୟ କୁମାର ପଟ୍ଟନାୟକ ଓ ସାଇଣ୍ଟିଫିକ୍ ଦଳ ବାଣପୁର ଜେଲ୍ ରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଜେଲ୍ ରେ ଏହି ତଦନ୍ତକାରୀ ଦଳ ଜେଲ୍  ଅନ୍ତେଵାସୀ ଓ ଜେଲ୍‌ରେ କର୍ମଚାରୀ ମାନଙ୍କୁ ପଚରା ଉଚୁରା କରିଛନ୍ତି। ଏହା ସହ ଘଟଣା କିଭଳି ଘଟିଲା ଜାଣିବା ପାଇଁ  ସି ସି ଟି ଭି ଫୁଟେଜ  ଯାଞ୍ଚ କରିଛନ୍ତି। ତଦନ୍ତକାରୀ ଦଳ ପୁଣି ବାଣପୁର ଡାକ୍ତରଖାନାକୁ ଯାଇ ଡାକ୍ତରମାନଙ୍କ ସହ ଘଟଣା ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରଖିଛନ୍ତି। ଅଭିଯୁକ୍ତ ଜଣକ ଜେଲର ଏକ ମହଲା ଉପରୁ ଡେଇଁପଡ଼ି ଥିବାରୁ ତାଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି…

Read More

ସମ୍ବଲପୁର: ସମ୍ବଲପୁର ରେଙ୍ଗାଲି ତହସିଲ ଅଫିସରେ ଅଗ୍ନିକାଣ୍ଡ ଘଟିଛି । ତେବେ ଏହି ଅଗ୍ନିକାଣ୍ଡ କୌଣସି ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନୁହେଁ ବରଂ ଜଣେ ଦୁର୍ବୃତ୍ତ ନିଆଁ ଲଗାଇଥିବା ସୂଚନା ମିଳିଛି । ତେବେ କିଏ ଓ କ’ଣ ପାଇଁ ଏହି ନିଆଁ ଲଗାଇଛି ସେ ନେଇ କିଛି ଜଣାପଡ଼ିନାହିଁ । ହଠାତ ନିଆଁ ଲାଗିବାରୁ ତହସିଲ ଅଫିସରେ ଥିବା କାଗଜପତ୍ର ଓ ଆସବାବପତ୍ର ଜଳିଯାଇଛି । ଏନେଇ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି । ଏନେଇ ପୁଲିସ ଜଣଙ୍କୁ ଅଟକ ରଖିଥିବା ଜଣାଯାଇଛି । ଅନ୍ୟପକ୍ଷରେ ଜଣେ ଲୋକ ଆସି ନିଆଁ ଲଗାଇଥିବା ଖବର ପାଇଛୁ ବୋଲି ତହସିଲଦାର କହିଛନ୍ତି ।

Read More

ନୂଆଦିଲ୍ଲୀ : ଭାରତ-ଚାଇନା ସୀମା ବିବାଦକୁ ନେଇ ପୁଣିଥରେ ଉତ୍ତେଜନା ପରିସ୍ଥିତି ଉପୁଜି ପାରେ ବୋଲି ଆଣଙ୍କା କରାଯାଉଛି। ତେବେ ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଆଦୌ ନୂଆ ଜିନିଷ ନୁହେଁ । 1962 ମସିହାରୁ ଆରମ୍ଭ ହୋଇଥିବା ଏହି ସୀମା ବିବାଦ ଏବେ ଏକ ନୂତନ ସ୍ତରରେ ପହଞ୍ଚିଛି । ଲଦାଖରେ ଘଟିଥିବା ସଂଘର୍ଷ କାରଣରୁ ଉଭୟ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଜାରି ରହିଥିବା ବେଳେ ଆଉ ଏକ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ମିଳିଥିବା ନୂତନ ସୂଚନା ଅନୁଯାୟୀ ଚୀନ ସୀମାରେ ନିଜର ଶକ୍ତି ବଢାଇବାର ସମ୍ପୂର୍ଣ୍ଣ ପ୍ରୟାସ ଜାରି ରଖିଛି । ଡୋକଲାମ , ଯେଉଁଠାରେ 2017 ମସିହାରେ ଉଭୟ ରାଷ୍ଟ୍ର ମଧ୍ୟରେ ମୁହାଁମୁହିଁ ପରସ୍ଥିତି ଉପୁଜିଥିଲା ସେଠାରୁ ମାତ୍ର 9 କିମି ଦୂରରେ ଚୀନ ଏକ ଗାଁ ନିର୍ମାଣ କରିଛି । ଏହି ନୂତନ ଗାଁର ନାମ…

Read More