ଭୁବନେଶ୍ବର : ରାଜ୍ୟରେ ଆଉ 12 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା, ଝାରସୁଗୁଡା ଓ ନୂଆପଡା ଜିଲ୍ଲାରୁ 2 ଜଣ ଲେଖାଏଁ ଆକ୍ରାନ୍ତ ରହିଥିବାବେଳେ ସମ୍ବଲପୁର, କଟକ ଓ ଗଞ୍ଜାମ, ସୁନ୍ଦରଗଡ, ପୁରୀ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା 1284କୁ ବୃଦ୍ଧି ହୋଇଛି । ନୂଆପଡାରୁ 22 ବର୍ଷୀୟ ଓ 55 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 59 ବର୍ଷୀୟ, 77 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଝାରସୁଗୁଡାରୁ 70 ବର୍ଷୀୟ ମହିଳା, 58 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସେହିପରି କଟକରୁ 35 ବର୍ଷୀୟ ବ୍ୟକ୍ତି, ଗଞ୍ଜାମରୁ 63 ବର୍ଷୀୟ, ସମ୍ବଲପୁରରୁ 59 ବର୍ଷୀୟ ଆକ୍ରାନ୍ତ, ନବରଙ୍ଗପୁରରୁ 59 ବର୍ଷୀୟ ଆକ୍ରାନ୍ତ,, ପୁରୀରୁ 80 ବର୍ଷୀୟ…
Author: Samikhsya Bureau
ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୫୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୮୮୬ ଜଣ ଚିହ୍ନଟ ହୋଇଥିବାବେଳେ ୬୫୪ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୫ ହଜାର ୪୮୨କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୬୮ ହଜାର ୧୧୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୬ ହଜାର ୩୦ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୨୭୨ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୧ ହଜାର ୫୪୦ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ…
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ବଡଗାମରେ ସୁରକ୍ଷାବଳଙ୍କ ପକ୍ଷରୁ ଏକ ଏନକାଉଣ୍ଟରରେ 2 ଆତଙ୍କୀଙ୍କୁ ନିପାତ କରାଯାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ସୁରକ୍ଷା ଅଧିକାରୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଏହି ଏନକାଉଣ୍ଟର ସଙ୍ଗଠିତ ହୋଇଥିଲା । ସେଣ୍ଟ୍ରାଲ କାଶ୍ମୀରର ବଡଗାମ ସ୍ଥିତ ମୋଚୁଆରେ ଏହି ଏନକାଉଣ୍ଟର ସଙ୍ଗଠିତ ହୋଇଥିଲା । ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ସେନା ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ତେବେ ଆତଙ୍କୀ ମାନେ ଗୁଳି ଚାଳନା କରିବା ପରେ ସେନା ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା । ଏଥିରେ ଦୁଇ ଆତଙ୍କୀ ନିହତ ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ନିକଟ ଅତୀତରେ ଜମ୍ମୁ କାଶ୍ମୀରରୁ ଦୁଇଟି ପୃଥକ ଘଟଣାରେ ତିନି ଆତଙ୍କୀଙ୍କୁ ଆତ୍ମସମର୍ପଣ କରାଇଥିଲେ ସୁରକ୍ଷା ବଳ । (ଏଜେନ୍ସି)
ଦିଲ୍ଲୀ : ଦିଲ୍ଳୀର ମହେନ୍ଦ୍ର ପାର୍କ ଅଞ୍ଚଳରେ 29 ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ତେବେ ହତ୍ୟାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଉଚ୍ଚ ଶବ୍ଦରେ ଗୀତ ବଜାଇବା ଯୋଗୁଁ ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସୁଶୀଲ୍ ନାମକ ଜଣେ ବ୍ୟକ୍ତି ଦୁଇ ଭାଇଙ୍କସହିତ ବସି ଉଚ୍ଚ ଶବ୍ଦରେ ଗୀତ ଶୁଣୁଥିଲେ । ଏହାପରେ ଏହି ଉଚ୍ଚ ଶବ୍ଦକୁ ନେଇ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପୋଲିସ୍ର ସୂଚନା ଅନୁସାରେ ମଙ୍ଗଳବାର ଦ୍ବିପ୍ରହର 3ଟା ସମୟରେ ଏହି ଘଟଣା ସମ୍ପର୍କରେ ସୂଚନା ମିଳିଥିଲା । ଗୁରୁତର ଆହତ ସୁଶୀଲଙ୍କ ଓ ତାଙ୍କ ଭାଇ ଅନୀଲ୍ଙ୍କୁ ବାବୁ ଜଗଜୀବନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସୁଶୀଲ୍ ଓ ଅନୀଲ୍ ଗମ୍ଭୀର ରୂପରେ ଆହତ ହୋଇଥିବାବେଳେ ଅନ୍ୟ ଜଣେ ଭାଇ ସୁନୀଲ୍ ସୁସ୍ଥ ଅଛନ୍ତି । ସୁଶୀଲଙ୍କ ମୃତ୍ୟୁ ହୋଇଥିବାବେଳ ଅନିଲ୍ଙ୍କ…
ଉଦଳା : କପ୍ତିପଦା ଥାନା ବେଲଡିହା ଗାଁରେ ଥିବା ଏକ ଘରୁ ବୃଦ୍ଧାଙ୍କ ମୃତଦେହ ମିଳିଛି। ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି। ଘରର କାନ୍ଥ ଭଙ୍ଗାଯାଇଥିବାରୁ ହତ୍ୟା ହୋଇଥିବା ନେଇ ସନ୍ଦେହ ଉପୁଜିଛି। ଉକ୍ତ ଘରେ ଜଣେ ବ୍ୟକ୍ତି ପଶିବା ପରି ଘରର କାନ୍ଥ ଭଙ୍ଗାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି। ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
ନୂଆଦିଲ୍ଲୀ : ଗତ 24 ଘଣ୍ଟାରେ 43 ହଜାର 893 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 508ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 20 ହଜାର 10କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ ମୋଟ୍ ଆକ୍ରାନ୍ତଙ୍କସଂଖ୍ୟା 79 ଲକ୍ଷ 90 ହଜାର 322କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ଦେଶରେ ମୋଟ୍ ଆକ୍ଟିଭ୍ କେସ୍ 6 ଲକ୍ଷ 10 ହଜାର 803 ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 72 ଲକ୍ଷ 59 ହଜାର 509 ରହିଛି । ସୂଚନାଯୋଗ୍ୟ ପ୍ରାୟ ତିନି ମାସ ପରେ ଗତକାଲି 40 ହଜାର ତଳକୁ କରୋନା ମାମଲା ଚିହ୍ନଟ ହୋଇଥିଲା । କିନ୍ତୁ ଆଜି ଏହା 40 ହଜାର ଉପରକୁ ରହିଛି । ଆଇସିଏମ୍ଆର ସୂଚନା ଅନୁସାରେ ଗତକାଲି ସୁଦ୍ଧା ଦେଶରେ ମୋଟ୍…
ସମ୍ବଲପୁର : ମାତ୍ର 15 ହଜାର ଟଙ୍କା ପାଇଁ ଶିଶୁ କନ୍ୟାକୁ ବିକିଛନ୍ତି ବାପା-ମା’ । ରେଢାଖୋଲ ଅଞ୍ଚଳରେ ଶିଶୁକନ୍ୟାକୁ ବିକ୍ରି ନେଇ ଅଭିଯୋଗ ଆସିଛି । ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ଅନ୍ତର୍ଗତ କେଉଟିବାହଳି ଗାଁର ଜଣେ ଦମ୍ପତି ତାଙ୍କର ମାସକର ଶିଶୁକନ୍ୟାକୁ କୁଷାପାଲି ଗାଁ’ର ଜଣେ ଦମ୍ପତିଙ୍କୁ ବିକ୍ରି କରିଦେଇଥିଲେ। ଏନେଇ ରେଢ଼ାଖୋଲ ଚାଇଲ୍ଡ ଲାଇନ ଥାନାରେ ଅଭିଯୋଗ କରିଥିଲା। ଚାଇଲ୍ଡ ଲାଇନ ଓ ଚାରମାଲ ପୋଲିସ୍ ଆଜି ସକାଳୁ ଶିଶୁଟିକୁ ଉଦ୍ଧାର କରିଥିଲେ। ଶିଶୁ କନ୍ୟାକୁ କିଣିଥିବା ଦମ୍ପତିଙ୍କୁ ଅଟକ ରଖି ପୋଲିସ୍ ପଚରାଉଚୁରା କରୁଛି । ଶିଶୁ କନ୍ୟାର ବୟସ ମାତ୍ର 1 ମାସ 7ଦିନ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ବିହାର : କରୋନା କଟକଣା ମଧ୍ୟରେ ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ସକାଳ 7ଟାରୁ କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହୋଇଛି ମତଦାନ । ମୋଟ 243ଟି ଆସନ ମଧ୍ୟରୁ ଆଜି 16ଟି ଜିଲ୍ଲାର 71ଟି ଆସନରେ ମତଦାନ ଅନୁଷ୍ଠିତ ହେଉଛି । ପ୍ରଥମ ପର୍ଯ୍ୟାୟରେ 1 ହଜାର 66 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି । 71ଟି ଆସନ ମଧ୍ୟରୁ ନୀତିଶ କୁମାରଙ୍କ ଜେଡିୟୁ 35ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ ବିଜେପି 29ଟି ଆସନରେ ପ୍ରାର୍ଥୀ ଦେଇଛି । ଆରଜେଡି 42 ଓ କଂଗ୍ରେସ 20ଟି ଆସନରେ ପ୍ରାର୍ଥୀ ଦେଇଛି । ଚିରାଗ ପାଶଓ୍ଵାନଙ୍କ ଏଲଜେପି 45ଟି ଆସନରେ ଲଢୁଛି । ଜେଡିୟୁର 35 ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ଦେଇଛି ଏଲଜେପି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନରେ 114 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ନୀତିଶ ସରକାରରେ ଥିବା 6 ମନ୍ତ୍ରୀଙ୍କର…
ଭୁବନେଶ୍ବର: ରାଜଧାନୀର ଦୁଇଟି ୱେବ ଚ୍ୟାନେଲର ଛଅ ଜଣ ସାମ୍ବାଦିକଙ୍କୁ ଗିରଫ କରାଯାଇଛି। ସେମାନେ ଖବର ପ୍ରସାରଣ ନାଁ ରେ ଟଙ୍କା ଆଦାୟ କରୁଥିଲେ, ଧମକ ମଧ୍ୟ ଦେଉଥିଲେ। ସେହିପରି ବ୍ରହ୍ମପୁରରେ ମଧ୍ୟ ଏହି ୱେବ ଚ୍ୟାନେଲର ଦୁଇ ଜଣ ସାମ୍ବାଦିକଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ପୋଲିସ ଗିରଫ କରିବା ପରେ ହୁଏତ ୱେବ ଚ୍ୟାନେଲର କଳା କାରନାମ ପଦାକୁ ଆସିଲା। ନଚେତ ଲୋକେ ଏପରି ଅନାମଧେୟ ୱେବ ଚ୍ୟାନେଲର କଳାକାରନାମା ବିଷୟରେ ଜାଣିବା ସମ୍ଭବ ନ ଥିଲା। ଏହିପରି ବହୁ ଘଟଣା ରହିଛି ଯେଉଁଥିରେ ଏହି ତଥାକଥିତ ୱେବ ଚ୍ୟାନେଲ ସାମ୍ବାଦିକ ଏବଂ ମାଲିକମାନେ ରିତିମତ ପଇସା ଆଦାୟ କରିବାରେ ବ୍ୟସ୍ତ ରହିଛନ୍ତି। ହେଲେ ଯେଉଁମାନେ ପଇସା ଦିଅନ୍ତି ସେମାନେ ପ୍ରାୟତଃ ସାମ୍ବାଦିକଙ୍କ ବିରୋଧରେ ମୁହଁ ଖୋଲିବାକୁ ଭୟ କରିଥାନ୍ତି। ଅନେକ ଲୋକ ବା ବ୍ୟବସାୟୀ ଚୁପଚାପ ପଇସା ଦେଇ ନିରବ ରୁହନ୍ତି। ଆଉ ଏହାର ସୁଯୋଗ ନିଅନ୍ତି ଏହି…
କୋଲକାତା, ଜ୍ୟୋତିଷ ଶାସ୍ତ୍ର ଗଣନା ଅନୁସାରେ ମା ଲକ୍ଷ୍ମୀ ବର୍ତ୍ତମାନ ଚାରୋଟି ରାଶି ଘର ପରିକ୍ରମା କରୁଛନ୍ତି। ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କର ବର୍ତ୍ତମାନ ଭଲ ସମୟ ଆସିଛି। ସେମାନଙ୍କର ସମସ୍ତ ପ୍ରକାର ଦୁଃଖ ଦୂର ହେବାର ସମ୍ଭାବନା ଦେଖାଦେଇଛି। ଖୁବ ଶିଘ୍ର ଆପଣ ସମାଜରେ ଏକ ନୂତନ ଉଦାହରଣ ସୃଷ୍ଟି କରିବାକୁ ସକ୍ଷମ ହେବେ। ନିଜର ଯେତିକି ଭଲ ହେବ ସମ ପରିମାଣର ଆପଣ ଅନ୍ୟମାନଙ୍କ ପାଇଁ ମଧ୍ୟ ଭଲ କରିବେ। ଆପଣଙ୍କର ଆତ୍ମବିଶ୍ୱାସ ଏବଂ ଉତ୍ସାହ ଏହି ସମୟରେ ବୃଦ୍ଧି ପାଇବ। ଆପଣ ଆରମ୍ଭ କରିଥିବା ନୂତନ କାର୍ଯ୍ୟରେ ସଫଳ ହେବେ। ଆପଣଙ୍କର ଚିରାଚରିତ ଶତ୍ରୁ ଆପଣଙ୍କଠାରୁ ଦୂରେଇ ଯିବେ। ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ। ବାଣିଜ୍ୟ ବ୍ୟବସାୟ ଭଲ ରହିବ। ଆପଣ ସାମାଜିକ କାର୍ଯ୍ୟକଳାପରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏହି ସମୟରେ ଆପଣଙ୍କ ଆୟ ବୃଦ୍ଧି ପାଇବ। ପରିବାରର ଆର୍ଥିକ ଅବସ୍ଥା ଦୃଢ ରହିବ।…
ଭୁବନେଶ୍ବର, ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ପୁରା ଓଡିଆ ଚଳଚିତ୍ର ଠପ ହୋଇଯାଇଛି। ଏପରି ପରିସ୍ଥିତିରେ ଏକ ଚଳଚିତ୍ରର ଶୁଭ ମହୁରତ ହେବା ନିଶ୍ଚିତ ସ୍ବାଗତ ଯୋଗ୍ୟ। ଆଜି ଏକ ରଂଗାରଗ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି ଓଡିଆ ଚଳଚିତ୍ର ‘ମନ ମୋର କାଗଜ ଗୁଡି’। ସୁମିତ୍ରା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହେଉଥିବା ଏହି ଚଳଚିତ୍ରରେ ରାକେଶ ଓ ଭୂମିକାଙ୍କର ଯୋଡି ଦେଖିବାକୁ ମିଳିବ। ଏହି ଚଳଚିତ୍ରର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଦେବଜ୍ୟୋତି ପାତ୍ର। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ। ଶିବିର ପରିଡା ଏବଂ ଲକ୍ଷ୍ମୀପ୍ରିୟା ପରିଡାଙ୍କ ପ୍ରଯୋଜିତ ଏହି ଚଳଚିତ୍ର ହେଉଛି ପ୍ରଥମ। ଆସନ୍ତା ନଭେମ୍ବରରେ ଏହା ହଲକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ କୁହାଯାଇଛି।
ଭୁବନେଶ୍ବର, ଲୋକସେବା ଭବନରେ ଚାଲିଛି ଭିଜିଲାନସ ସପ୍ତାହ ପାଳନ, ମୁଖ୍ୟଶାସନ ସଚିବ କରାଉଛନ୍ତି ଶପଥପାଠ
ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରୁ ବରିଷ୍ଠ ଅଧିକାରୀମାନେ ଆସିବା ପରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ଆଦଳ ବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରସାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 1-ପରାଗ ଗୁପ୍ତା- ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ଆଇଏଏସ କ୍ୟାଡ଼ର ଅନୁଯାୟୀ, ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ପଦବୀ ଓ ଦାୟିତ୍ୱ ମୁଖ୍ୟ ଶାସନ ସଚିବ ପାହ୍ୟାର ବୋଲି ଘୋଷଣା କରାଯାଇଛି । 2-ସୁରେନ୍ଦ୍ର କୁମାର- ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଓ ସିଡ଼ିଏ ଅଧ୍ୟକ୍ଷ ଥିବାବେଳେ ତାଙ୍କୁ ଓଏମସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । 3-ଜି ମାଥିଭାଥନନ-ଗୃହ ଓ ନଗର ଉନ୍ନୟନ ଓ ସଂସଦୀୟ ବ୍ୟାପାର ବିଭାଗର ପ୍ରମୁଖ ସଚିବ ସହିତ ତାଙ୍କୁ କଟକ ଉନ୍ନୟନ କର୍ତୃପକ୍ଷର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । 4-ମାନସି…
ଭୁବନେଶ୍ବର, ଏଣିକି ସରକାରୀ ଛାତ୍ରବୃତ୍ତି ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ପୋର୍ଟାଲକୁ ବ୍ୟବହାର କରିବା ଦରକାର ପଡିବ ନାହିଁ। ଗୋଟିଏ ମାତ୍ର ପୋର୍ଟାଲ www.scholarship.odisha.gov.in ରେ କ୍ଲିକ୍ କଲେ ପିଲାମାନେ ସେମାନଙ୍କ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ଏହାଦ୍ବାରା ରାଜ୍ୟର ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । ରାଜ୍ୟ ସରକାର ଦେଉଥିବା ୬ଟି ବିଭାଗ ପକ୍ଷରୁ ୨୧ଟି ଛାତ୍ରବୃତ୍ତି ଏହି ପୋର୍ଟାଲରୁ ମିଳିପାରିବ। ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ପାଇଁ ବୈଷୟିକ ବିଦ୍ୟାର ବ୍ୟାପକ ପ୍ରୟୋଗ ଉପରେ ଗୁରୁତ୍ବ ଆରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୈଷୟିକ ବିଦ୍ୟାର ପ୍ରୟୋଗ ଦ୍ବାରା ହିଁ ଆମେ ସାଧାରଣ ଲୋକଙ୍କୁ ଦକ୍ଷତା ଓ ସ୍ବଚ୍ଛତାର ସହ ଠିକ୍ ସମୟରେ ସର୍ବୋତ୍କୃଷ୍ଟ ସେବା ଯୋଗାଇ ଦେଇପାରିବା। ମୁଖ୍ୟମନ୍ତ୍ରୀ କହିଥିଲେ…
ରମେଶ ମହାନ୍ତି ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦ୍ଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ କୋଭିଡି-୧୯ର ସମସ୍ତ ନୀତିନିୟମକୁ ଅନୁପାଳନ କରି ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଉପସ୍ଥିତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଦୁର୍ନିତୀ ବିରୋଧରେ ସଂଗ୍ରାମ କରିବାକୁ ଶପଥପାଠ କରାଇଥିଲେ। ଜିଲ୍ଲାପାଳ ଶପଥପାଠରେ କହିଲେ ଯେ ଦେଶର ଅର୍ଥନୈତିକ, ରାଜନୈତିକ ତଥା ସାମାଜିକ ବିକାଶରେ ଦୁର୍ନିତୀ ଏକ ମୁଖ୍ୟ ବାଧକ ଅଟେ। ଦୁର୍ନିତୀର ମୂଳୋତ୍ପାଟନ ନିମନ୍ତେ ସମସ୍ତ ଅଂଶୀଦାର ଯଥା ସରକାର, ନାଗରୀକ ଏବଂ ଘରୋଇ କ୍ଷେତ୍ର ଐକ୍ୟବଦ୍ଧ ଭାବେ ଉଦ୍ୟମ କରିବାର ଆବଶ୍ୟକତା ରହିଛି। ପ୍ରତ୍ୟେକ ନାଗରୀକ ସର୍ବଦା ସତର୍କତା ଅବଲମ୍ବନ କରିବା ସହ ସାଧୁତା ଓ ସଚ୍ଚୋଟତାର ସର୍ବୋଚ୍ଚ ମାନକକୁ ଅନୁସରଣ କରିବା ଉଚିତ ଏବଂ ଦୁର୍ନିତୀ ବିରୋଧରେ ସଂଗ୍ରାମକୁ ସମର୍ଥନ କରିବା ଉଚିତ। ଜୀବନର ସବୁକ୍ଷେତ୍ରରେ…
ଭୁବନେଶ୍ୱର: ସାମ୍ପ୍ରତିକ ଆହ୍ୱାନମୂଳକ ପରିସ୍ଥିତିରେ ଅନ୍ଲାଇନ କ୍ଲାସ ଏବଂ ୱାର୍କିଂ ଫ୍ରମ ହୋମ୍ (ନିଜଘରେ ରହି କାର୍ଯ୍ୟ କରିବା) ସ୍ୱାଭାବିକତା ପାଲଟିଥିବାରୁ ଅନେକଙ୍କ ପାଇଁ ନିରବଚ୍ଛିନ୍ନ ହାଇ-ସ୍ପିଡ ଇଣ୍ଟରନେଟ ସଂଯୋଗ ଏକ ପ୍ରକାର ନିତାନ୍ତ ଆବଶ୍ୟକତା ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ଦେଶର ସର୍ବାଧିକ ଲୋକପ୍ରିୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ଜିଓଫାଇବର ଓଡ଼ିଶାରେ ତାହାର ସେବାକୁ ଜଗତସିଂହପୁର, କେନ୍ଦୁଝର, ରାୟଗଡା, କୋରାପୁଟ ଏବଂ ଭବାନୀପାଟଣା ସହରକୁ ପରିବ୍ୟାପ୍ତ କରିଛି। ରାଜ୍ୟରେ ନିଜର ଉପସ୍ଥିତିକୁ ଦ୍ରୁତ ସମ୍ପ୍ରସାରଣ କରୁଥିବା ଜିଓଫାଇବର ଓଡ଼ିଶାର ସହର ଓ ନଗରାଳରେ ପର୍ଯ୍ୟାୟକ୍ରମେ ସେବା ଆରମ୍ଭ କରୁଛି ଏବଂ ସମ୍ପ୍ରତି ଏହା ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବଲାଙ୍ଗୀର, ବ୍ରଜରାଜନଗର, ଝାରସୁଗୁଡା, ସୁନ୍ଦରଗଡ, ଭବାନୀପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, କେନ୍ଦୁଝର, ଅନଗୁଳ, ପୁରୀ ଓ ଜଟଣୀ ଆଦି ସମେତ ଓଡ଼ିଶାର ୧୮ଟି ସହର ଓ ନଗରର ପ୍ରମୁଖ ଅଞ୍ଚଳଗୁଡିକରେ ଉପଲବ୍ଧ ହୋଇଛି। ଆଗାମୀ କିଛି ସପ୍ତାହ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଚଳିତ ମାସ ୨୭ ତାରିଖଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପାଳିତ ହେବ। ଚଳିତବର୍ଷର ବିଷୟବସ୍ତୁ ସତର୍କ ଭାରତ, ସମୃଦ୍ଧ ଭାରତ ରଖାଯାଇଛି। ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ପୌରୋହିତ୍ୟରେ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶପଥପାଠ କରାଇ ଦୁର୍ନୀତି ନିବାରଣ ଦିଗରେ ସରକାରଙ୍କ ଦ୍ୱାରା କରାଯାଉଥିବା ସମସ୍ତ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଦେଶ ପ୍ରଗତି ପଥରେ ଦୁର୍ନୀତି ବାଧକ ସାଜୁଛି। ଏଣୁ ଦୁର୍ନୀତି ସଂପୂର୍ଣ୍ଣ ହଟିଲେ ଦେଶ ପ୍ରଗତି ଦିଗରେ ଅଗ୍ରସର ହେବ। ଏ ଦିଗରେ ସମସ୍ତ ନାଗରିକ ସଚେତନ ହେବା ଜରୁରୀ। ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଚଳିତ ବର୍ଷର ସତର୍କ ଭାରତ, ସମୃଦ୍ଧ ଭାରତ ବିଷୟବସ୍ତୁକୁ ନେଇ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ।…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଯେଭଳି ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ନ ହେବେ ଏବଂ ଏହି ସଂକ୍ରମଣକୁ ରୋକିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଭି.ସି. ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଆଶା ନେଇ ଜିଲ୍ଲା ପ୍ରଶାସନ ଦ୍ୱାରା ଏଥିପୂର୍ବରୁ କରାଯାଇଥିବା ସମସ୍ତ ବ୍ୟବସ୍ଥାକୁ ପୁନଃ ପ୍ରଚଳନ କରିବା ନେଇ ଜିଲ୍ଲାପାଳ ସମସ୍ତ ଉପଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଭି.ସି. ମାଧ୍ୟମରେ ସତର୍କ କରାଇ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପୁଣିଥରେ ଲକ୍ଡ଼ାଉନ୍ ଲଗାଇବାକୁ ସରକାର ଚାହାଁନ୍ତି ନାହିଁ। ସ୍ୱାବ୍ ସଂଗ୍ରହ କରି ନମୁନା ପରୀକ୍ଷା କାର୍ଯ୍ୟକୁ ବ୍ୟାପକ କରିବାକୁ ହେବ। ବର୍ତ୍ତମାନ ସମୟରେ ସଂକ୍ରମଣ କିଭଳି ବ୍ୟାପୁଛି ତାକୁ ତଦାରଖ କରିବାକୁ ପଡ଼ିବ। ବର୍ତ୍ତମାନ ପୁଣି ଏମ୍କେସିଜି ମେଡ଼ିକାଲ୍ରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଏହାର କାରଣ ଖୋଜିବା ସକାଶେ ସଂକ୍ରମିତ ବ୍ୟକ୍ତିଙ୍କର ସଂପୂର୍ଣ୍ଣ ତଥ୍ୟ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତଦୁଇ ଦିନ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଆଜି ଏଥିରେ କିଛି ହ୍ରାସ ଘଟିଛି। ଆଜି ନୂତନ ଭାବେ ୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏପଟେ ପ୍ରଶାସନ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଯେପରି ନହେବ ସେ ନେଇ ପଦକ୍ଷେପମାନ ଗ୍ରହଣ କରିବା ଆରମ୍ଭ କରାଗଲାଣି। ଗତକାଲି ୩୪୨୦ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସମୁଦାୟ ୫୨୮୯୬୨ ଟି ସ୍ୱାବ୍ ପରୀକ୍ଷା କରାଗଲାଣି। ସୁସ୍ଥ ସଂଖ୍ୟା ୯୮.୧ ପ୍ରତିଶତରେ ପହଞ୍ଚିଛି। ଆଜିର ସଂକ୍ରମିତ ମଧ୍ୟରେ ୧୫ ଜଣ ସ୍ଥାନୀୟ ଏବଂ ୨ ଜଣ କରୋନା ଯୋଦ୍ଧା ଅଛନ୍ତି। ସ୍ଥାନୀୟ ସଂକ୍ରମିତ ମଧ୍ୟରେ ଆସିକା ବ୍ଳକ୍ରୁ ୧, ବ୍ରହ୍ମପୁର ମହାନଗର ନିଗମରୁ ୬ ଏବଂ କରୋନା ଯୋଦ୍ଧା ୨, ଚିକିଟିରୁ ୧, ଗଂଜାମରୁ ୧, ହିଂଜିଳିକାଟୁରୁ ୨, ଖଲିକୋଟରୁ ୧, କୁକୁଡ଼ାଖଣ୍ଡିରୁ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କୁମାରପୂର୍ଣ୍ଣିମା ପାଖେଇ ଆସୁଥିବାବେଳେ ଗଂଜାମ ଜିଲ୍ଲା ତଥା ବ୍ରହ୍ମପୁର ମହାନଗର ନିଗମରେ ଜୁଆଆଡ୍ଡା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବ୍ରହ୍ମପୁର ପୋଲିସ୍ ପକ୍ଷରୁ ଜୁଆଆଡ୍ଡା ବିରୋଧରେ ଜୋର୍ଦାର ଚଢ଼ାଉ ଜାରି ରହିଥିଲେ ମଧ୍ୟ କିଛି ଅମାନିଆ ଜୁଆଡ଼ି ନିଜର ସର୍ବସ୍ୱ ହାରି ମଧ୍ୟ ଜୁଆଖେଳ ଅଭ୍ୟାସକୁ ଛାଡ଼ି ପାରୁନାହାନ୍ତି। ଗତକାଲି ରାତ୍ରିରେ ବୈଦ୍ୟନାଥପୁର ପୋଲିସ୍ ପକ୍ଷରୁ ଅନନ୍ତ ନଗର ପ୍ରଥମ ଗଳିରେ ଚଢ଼ାଉ ହୋଇ ୧୧ ଜଣ ଜୁଆଡ଼ିକୁ ଗିରଫ କରିଛି ପୋଲିସ୍। ଜୁଆଆଡ୍ଡାରୁ ୧୩ହଜାର ୮୭୦ ଟଙ୍କା ସହ ୭ଟି ମୋବାଇଲ୍ ଏବଂ ତାସ କାଟା ଜବତ ହୋଇଛି।
ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୧୦ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବଧିକ ୨୬୯ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୬୪, ମୟୂରଭଞ୍ଜରୁ ୧୦୩, ସୁନ୍ଦରଗଡରୁ ୧୦୨, ସୋନପୁରରୁ ୯୯, କେନ୍ଦୁଝରରୁ ୮୯, ବଲାଙ୍ଗିରିରୁ ୮୬, ବରଗଡରୁ ୭୯, ଯାଜପୁରରୁ ୭୫, ଅନୁଗୁଳରୁ ୭୩, ନବରଙ୍ଗପୁରରୁ ୭୩, ବାଲେଶ୍ବରରୁ ୭୨, ଜଗତସିଂହପୁରରୁ ୬୭, କଳାହାଣ୍ଡିରୁ ୬୫, ନୟାଗଡରୁ ୬୩, କେନ୍ଦ୍ରାପଡାରୁ ୬୧, ସମ୍ବଲପୁରରୁ ୫୩, ପୁରୀରୁ ୪୭, ଝାରସୁଗୁଡାରୁ ୪୬, ନୂଆପଡାରୁ ୪୩, ଭଦ୍ରକରୁ ୪୦, ଢେଙ୍କାନାଳରୁ ୩୮, କୋରାପୁଟରୁ ୩୦, ମାଲକାନଗିରିରୁ ୨୯, କନ୍ଧମାଳରୁ ୨୭, ଗଞ୍ଜାମରୁ ୨୨, ବୌଦ୍ଧରୁ ୧୮, ଦେବଗଡରୁ ୧୫, ରାୟଗଡାରୁ ୭ ଏବଂ ଷ୍ଟେଟ ପୁଲରୁ ୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨…

