ଭୁବନେଶ୍ୱର : ମାଗଣା କରୋନା ଟିକା ପ୍ରସଙ୍ଗ ଉଠାଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଯଦି ବିହାରରେ ମାଗଣା ଟିକା ନେଇ ନିର୍ବାଚନୀ ଇସ୍ତାହାର ପ୍ରତିଶ୍ରୁତି ତେବେ ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥା ଦେବାକୁ ପଛଘୁଞ୍ଚା କାହିଁକି ବୋଲି ସେ ସେ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ମାଗଣା କରୋନା ଟୀକାକୁ ନିର୍ବାଚନୀ ଜୁମଲା ବୋଲି କି ବୋଲି ପ୍ରଶ୍ନ କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏହାକୁ ନେଇ ଦୁଇ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ । ଏହା ପାତର ଅନ୍ତର ନୁହଁକି ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଓଡ଼ିଶାବାସୀଙ୍କ ପାଇଁ ରାଜ୍ୟ ପାଣ୍ଠିରୁ ଟୀକା ଲାଗି 5 କୋଟିର ଚୁକ୍ତି ହୋଇଛି। ରାଜ୍ୟ ସରକାର…
Author: Samikhsya Bureau
ନୂଆଦିଲ୍ଲୀ : ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଅଧ୍ୟକ୍ଷ ଲି କୁନ୍ ହି’ଙ୍କର ଦେହାନ୍ତ ହୋଇନ୍ତି। ସିଓଲର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ 78 ବର୍ଷ ବୟସରେ ଆଖି ବୁଜିଛନ୍ତି ଲି କୁନ୍ ହି । କମ୍ପାନୀ ପକ୍ଷରୁ ତାଙ୍କର ମୃତ୍ୟୁ ସମ୍ପର୍କରେ ବିଧିବଦ୍ଧ ସୂଚନା ଦିଆଯାଇଛି । ସାମସଙ୍ଗକୁ ବିଶ୍ବର ଏକ ପ୍ରତିଷ୍ଠିତ ସୁନାମ ଅର୍ଜନ କରିଥିବା କମ୍ପାନୀ ଭାବେ ପରିଚୟ ଦେଇଥିଲେ ସେ । ତାଙ୍କର ଅବଦାନ ସର୍ବଦା କମ୍ପାନୀକୁ ଆଗକୁ ବଢାଇନେବାରେ ସାହାଯ୍ୟ କରିବ ବୋଲି କମ୍ପାନୀ କହିଛି ।ଏହା ପୂର୍ବରୁ ଲି-କୁନ-ହିଙ୍କୁ 2014ରେ ହାର୍ଟ ଆଟାକ୍ ହୋଇଥିଲା । ଏହାପରେ ସେ ଅସୁସ୍ଥ ହୋଇପଡିଥିଲେ । ଭାଇସ ଚେୟାରମ୍ୟାନ ଲି ଜେ-ୟୋଙ୍ଗ କମ୍ପାନୀକୁ ସମ୍ଭାଳିଥିଲେ। (ଏଜେନ୍ସି)
ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ କରୋନା ସଂକ୍ରମିତ ହୋଇଛନ୍ତି । କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି , ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟର ଅନେକ ମନ୍ତ୍ରୀ ଓ ବିଧାୟକମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ବାଇଁ, ମହିଳା ଏବଂ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରମୁଖ ବି କରୋନାରେ ସଂକ୍ରମିତ ହୋଇଥିଲେ।
ତେଲେଙ୍ଗାନା : ମଦ ନିଶାରେ ମଣିଷ ଅମଣିଷ ପାଲଟି ଯାଉଛି । ନିଶା ପାଇଁ ମଣିଷ ପଶୁ ପାଲଟି ଯାଉଛି । ଏହିପରି ଏକ ଘଟଣା ତେଲେଙ୍ଗାନାରୁ ସାମ୍ନାକୁ ଆସିଛି । ମଦ ପାଇଁ ଜଣେ ପୁଅ ନିଜ ଜନ୍ମିତ ମା’ର ମୁଣ୍ଡ କାଟି ଦେଇଥିବାର ସୂଚନା ରହିଛି । କ୍ରୂରତା ସୀମା ପାର କରୁଥିବା ଏହି ଘଟଣା ତେଲେଙ୍ଗାନାଠାରେ ଘଟିଥିବାର ସୂଚନା ରହିଛି । ମଦ ପାଇଁ ମା’କୁ ପଇସା ମାଗିଥିଲା ପୁଅ । ମା’ ପଇସା ନ ଦେବାରୁ ପୁଅଟି ଅସୁର ରୂପ ଧାରଣ କରି ମା’ର ବେକ କାଟି ଦେଇଥିବାବେଳେ ମା’ର ମୁଣ୍ଡକୁ ନେଇ ଫେରାର ହୋଇଯାଇଥିଲା । ପୋଲିସ୍ ସୂଚନା ଅନୁସାରେ ମୃତକା ଜଣକ 65 ବର୍ଷୀୟ ହୋଇଥିବାବେଳେ ତେଲେଙ୍ଗାନାର ନାଗରକୁର୍ନଲ୍ ଜିଲ୍ଲାର ଏକ ଗ୍ରାମରେ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । 45 ବର୍ଷୀୟଅଭିଯୁକ୍ତ ଜଣକୁ ଏକ ଟ୍ୟାଙ୍କି ନିକଟରୁ ପୋଲିସ୍ ଧରିଥିବାବେଳେ କଟାମୁଣ୍ଡ…
ଭୋପାଳ : ମଧ୍ୟପ୍ରଦେଶରେ ଉପନିର୍ବାଚନ ହେବା ପୂର୍ବରୁ କଂଗ୍ରେସକୁ ଆଉ ଏକ ଝଟ୍କା ଲାଗିଛି । କଂଗ୍ରେସର ଆଉ ଏକ ବିଧାୟକ ଉପନିର୍ବାଚନ ପୂର୍ବରୁ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦମୋହର କଂଗ୍ରେସ ବିଧାୟକ ରାହୁଲ୍ ସିଂ ରବିବାର ଦିନ ଅନ୍ତରୀଣ କାର୍ଯ୍ୟକାରୀ ବାଚସ୍ପତି ରାମେଶ୍ବର ଶର୍ମାଙ୍କ ସହ ସାକ୍ଷାତ କରି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଦୁଇ ଦିନ ପୂର୍ବରୁ ରାହୁଲ୍ ଅନ୍ତରୀଣ କାର୍ଯ୍ୟକାରୀ ବାଚସ୍ପତି ରାମେଶ୍ବର ଶର୍ମାଙ୍କୁ ସାକ୍ଷାତ କରି ନିଜ ପଦବୀର ଇସ୍ତଫା ଦେବା ନେଇ ନିଷ୍ପତ୍ତି ନେଇଥିଲେ ବୋଲି ସୂଚନା ଦେଇଛନ୍ତି ରାମେଶ୍ବର ଶର୍ମା । ରାହୁଲ୍ ସିଂଙ୍କ ଇସ୍ତଫା ପରେ ମଧ୍ୟପ୍ରଦେଶ ବିଧାନସଭାରେ ଆଉ ଏକ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ରାହୁଲ୍ ସିଂ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ ମାତ୍ର ଦେଢ ବର୍ଷ ପରେ ରବିବାର ଦିନ ସେ ନିଜ ପଦବୀରୁ ଇସ୍ତଫା…
ନୂଆଦିଲ୍ଳୀ : ଆଫ୍ରିକୀୟ ଦେଶ କ୍ୟାମରୁନ୍ର ଏକ ସ୍କୁଲରେ ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳି ଚାଳନା ଯୋଗୁଁ ଅତି କମ୍ରେ 8 ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ 12ରୁ ଅଧିକ ପିଲା ଆହତ ହୋଇଛନ୍ତି । ମୃତ୍ୟୁବରଣ କରିଥିବା ପିଲାଙ୍କ ବୟସ 9 ବର୍ଷରୁ 12 ବର୍ଷ ମଧ୍ୟରେ ହୋଇଥିବାର ସୂଚନା ରହିଛି । କ୍ୟାମେରୁନର ରାଷ୍ଟ୍ରପତି ମୌସା ଫକୀ ମହାନତ ଏହି ଘଟଣାରେ ଦୁଃଖ ପ୍ରକାଶ କରି ଟୁଇଟ୍ କରିଛନ୍ତି । ପିଲାମାନେ ପାଠ ପଢୁଥିବାବେଳେ ଆତଙ୍କୀମାନେ ଆଖିବୁଜା ଗୁଳି କରିଥିଲେ । ତେବେ ଏହି ଘଟଣାକୁ ନେଇ କୌଣସି ଆତଙ୍କବାଦୀ ସମୂହ ନିଜକୁ ଦାୟୀ କରିନାହାନ୍ତି । ଆତଙ୍କବାଦୀମାନେ କ୍ଲାସ୍ରୁମ୍ରେ ପିଲାମାନଙ୍କୁ ଦେଖି ଗୁଳି ଚଳାଇବାବେଳେ କିଛି ପିଲା ଝରକା ବାଟେ ତଳକୁ ଡେଇଁ ପଡିବା ଯୋଗୁଁ ଆହତ ମଧ୍ୟ ହୋଇଛନ୍ତି । ଏହି ଘଟଣା ପରେ ଘଟଣାସ୍ଥଲରେ ପୋଲିସ୍ ଓ ଆତଙ୍କବାଦୀ ମଧ୍ୟରେ ସଂଘର୍ଷ…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ପୁଣି ଥିରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଦଶହରା ହେଉଛି ସଙ୍କଟ ଉପରେ ବିଜୟର ପର୍ବ। ଅସତ୍ୟ ଉପରେ ସତ୍ୟର ବିଜୟ ନେଇ ଏହା ଶିକ୍ଷା ଦେଇଥାଏ। ବିଜୟାଦଶମୀ ଅବସରରେ ମନ କି ବାତର ସତୁରୀତମ ସଂସ୍କରଣରେ ସ୍ବଦେଶୀ ସାମଗ୍ରୀ କିଣିବା ଉପରେ ଗୁରୁତ୍ବାରୋପ କରିଛନ୍ତି । ସ୍ବଦେଶୀ ସାମଗ୍ରୀ କିଣିବା ଦ୍ବାରା ଆତ୍ମ ନିର୍ଭର ଭାରତ ଗଠନ ଲକ୍ଷ୍ୟ ପୂରଣ ହୋଇ ପାରିବ ବୋଲି ସେ କହିଛନ୍ତି। ଦେଶବାସୀଙ୍କୁ ଦଶହରାର ଶୁଭେଚ୍ଛା ଜଣାଇବା ସହିତ ସୀମାରେ ମୁତୟନ ଥିବା ଯବାନଙ୍କୁ ଶୁଭକାମନା ଜଣାଇଛନ୍ତି। ଚଳିତ ବର୍ଷ ଦୀପାବଳିରେ ସୀମାରେ ମୁତୟନ ଥିବା ଯବାନଙ୍କ ନାମରେ ଗୋଟିଏ ଦୀପ ଜଳାଇବା ଲାଗି ସେ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ପାର୍ବଣରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାମାଜିକ ଦୂରତାକୁ ପାଳନ କରିବା ଉପରେ ମୋଦି ଗୁରୁତ୍ୱାରୋପ…
ଭୁବନେଶ୍ବର : ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ, ବାଲେଶ୍ବର, ଢେଙ୍କାନାଳ, ଖୋର୍ଦ୍ଧା ଓ ସୁନ୍ଦରଗଡରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ବରଗଡ, ଗଜପତି, ଗଞ୍ଜାମ, କେନ୍ଦୁଝର, ବରଗଡ, ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା 1245କୁ ବୃଦ୍ଧି ହୋଇଛି । ଅନୁଗୁଳରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ 67 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 45 ବର୍ଷୀୟା ମହିଳା ରହିଛନ୍ତି । ଢେଙ୍କାନାଳରୁ ଦୁଇ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ବୟସ ଯଥାକ୍ରମେ 40 ଓ 46 ବର୍ଷ। ସେହିପରି ସୁନ୍ଦରଗଡରୁ 62 ବର୍ଷୀୟ ପୁରୁଷ ଓ 48 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।…
ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୬୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୯୫୫ ଜଣ ଚିହ୍ନଟ ହୋଇଥିବାବେଳେ 678 ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୧ ହଜାର ୨୧୫କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୬୨ ହଜାର ୩୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୭ ହଜାର ୮୮୬ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୨୨୯ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୧ ହଜାର ୬୩୩ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ…
ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ 24 ଘଣ୍ଟାରେ ମଧ୍ୟରେ 50 ହଜାର 129 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 578 ଜଣଙ୍କର ମୃତ୍ୟୁ ହୋଇଛି । ନୂତନ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା 1 ଲକ୍ଷ 18 ହଜାର 535କୁ ବୃଦ୍ଧି ହୋଇଥିବାବେଳେ ମୋଟ୍ ଆକ୍ରାନ୍ତ ସଂଖ୍ୟା 78 ଲକ୍ଷ 64 ହଜାର 811କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ ଏବେ ସୁଦ୍ଧା ମୋଟ ଆକ୍ଟିଭ୍ କେସ୍ 6 ଲକ୍ଷ 68 ହଜାର 154 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 70 ହଜାର 78 ହଜାର 123ଜଣ । ଦେଶରେ ସଂକ୍ରମଣ ମାମଲାଠାରୁ ସୁସ୍ଥ ହାର 10ଗୁଣ ରହିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଆକ୍ଟିଭ୍ ମାମଲା, ମୃତ୍ୟହାର ଓ ସୁସ୍ଥହାର ସର୍ବାଧିକ ରହିଛି । ଦେଶରେ ମୃତ୍ୟୁହାର 1.50% ରହିଥିବାବେଳେ ଭାରତରେ ଲଗାତାର ସୁସ୍ଥ…
ଅନୁଗୁଳ : ଟ୍ରକ୍କୁ ପଛରୁ ଆଉ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ଏକ କୋଇଲା ବୋଝେଇ ଟ୍ରକକୁ ପଛପଟୁ ଟ୍ରଲର୍ ଧକ୍କାଦେବା ଫଳରେ ଘଟଣାସ୍ଥଳରେ ଟ୍ରଲର୍ ଚାଳକ ଓ ହେଲପର୍ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜରପଡ଼ା ଥାନାର 55 ନମ୍ବର ଜାତୀୟ ରାଜପଥରେ ଭାଗିରଥିପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଅନୁଗୁଳ ପଟୁ ସମ୍ବଲପୁର ଆଡ଼କୁ ଯାଉଥିବା ଏକ ଟ୍ରଲର୍ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରକ୍ ପଛରେ ଧକ୍କା ଦେଇଥିଲା। ଏହା ଫଳରେ ଟ୍ରଲର୍ ଚାଳକ ଓ ହେଲପର୍ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ଜରପଡ଼ା ଥାନା ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କର ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।…
ନାଗପୁର, ଥାଇରଏଡ୍ ଏକ ଗୁରୁତର ରୋଗ। ଗଳା ଗ୍ରନ୍ଥିରେ ବ୍ୟାଘାତ ହେତୁ ଏହି ରୋଗ ସୃଷ୍ଟି ହୁଏ। ଏହି ରୋଗକୁ ଅଣଦେଖା କଲେ ଶ୍ୱାସ, କୋଲେଷ୍ଟ୍ରଲ୍, ମଧୁମେହ ସହିତ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଏଥିପାଇଁ ଚିକିତ୍ସା ସହିତ, ଥାଇରଏଡ୍ ରୋଗୀ ମଧ୍ୟ କିଛି ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ୍। ସେଗୁଡିକ ହେଲା 1-ଆୟୋଡିନ୍: ଆୟୋଡିନ୍ ଅଭାବ ଅନେକ ରୋଗର କାରଣ, କିନ୍ତୁ ଥାଇରଏଡ୍ ରୋଗୀଙ୍କ ପାଇଁ ଆୟୋଡିନ୍ ଭରପୂର ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଜରୁରୀ ଅଟେ। ସମୁଦ୍ର ଖାଦ୍ୟ, ଲୁଣ ବ୍ୟତୀତ ଆୟୋଡିନ୍ କମ୍ ଖାଦ୍ୟ ଖାଆନ୍ତୁ। 2-ମଦ୍ୟପାନ: ଯେଉଁମାନଙ୍କର ଥାଇରଏଡ୍ ରୋଗ ଅଛି ସେମାନେ ମଦ୍ୟପାନ କରିବା ଉଚିତ୍ ନୁହେଁ। ଏହା ରାତିରେ ନିଦ୍ରାହୀନତା, ଅସ୍ଥିରତା ଏବଂ ନର୍ଭସନେସ୍ ସୃଷ୍ଟି କରେ। ଏହା ଶକ୍ତି ସ୍ତର ହ୍ରାସ କରିବାର ବିପଦ ମଧ୍ୟ ସୃଷ୍ଟି କରେ। 3-କଫିନ୍: କଫି, ଟଫି, ଚକୋଲେଟ୍, କୋଲ୍ଡ…
କୋଲକାତା, ଅସତ୍ୟ ଉପରେ ସତ୍ୟର ବିଜୟ। ଆଜି ସାରା ଦେଶରେ ବିଜୟ ଦଶମୀ ପାଳନ କରାଯାଉଛି। ଶାରଦୀୟ ନବରାତ୍ରୀର ସମାପ୍ତି ପରେ ଦଶହରା ପାଳନ କରାଯାଇ ଥାଏ। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଭଗବାନ ରାମ ଦଶହରା ଦିନ ରାବଣକୁ ହତ୍ୟା କରିଥିଲେ। ପାପ ଉପରେ ପୂଣ୍ୟର ବିଜୟ ଲାଭ ହୋଇ ଥିଲା। ଏହି ପର୍ବ ସାରା ଦେଶରେ ବହୁତ ଉତ୍ସାହର ସହିତ ପାଳନ କରାଯାଇଥାଏ। ତେବେ ଚଳିତ ବର୍ଷ କରୋନା ପାଇଁ ଏହା ଫିକା ପଡିଯାଇଛି। ତେବେ ଅନେକ ଲୋକ ଜାଣନ୍ତି ନାହିଁ ଯେ, ଏହି ପର୍ବରେ ଏପରି ଜିନିଷ ଅଛି ଯାହା ଦେଖିଲେ ଅତ୍ୟନ୍ତ ଶୁଭ ପ୍ରାପ୍ତ ହୋଇଥାଏ। ଜ୍ୟୋତିଷମାନେ ମଧ୍ୟ ବିଶ୍ବାସ କରନ୍ତି, ଯଦି ଦଶହରା ଦିନରେ ଏହି ଚାରୋଟି ଜିନିଷ ଦେଖନ୍ତି, ତେବେ ତାହା ସମଗ୍ର ବର୍ଷ ଅତ୍ୟନ୍ତ ଶୁଭ ଏବଂ ଭାଗ୍ୟ ଉଜ୍ଜ୍ୱଳ ହେବାର ସମ୍ଭାବନା ରହିଛି। ଏହି ଚାରୋଟି ଜିନିଷ ହେଲା.. 1-…
ପାଟଣା:ଆଜି ବିହାର ନିର୍ବାଚନ ପ୍ରଚାର ବେଳେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଦଳର ପ୍ରାର୍ଥୀଙ୍କ ପ୍ରଚାର କରୁଥିବା ବେଳେ ଜଣେ ନେତାଙ୍କୁ ସଭା ଉପରେ ଗୁଳି କରି ହତ୍ୟା କରାଯାଇଛି। ସେ ହେଉଛନ୍ତି ଜନତା ଦଳ ରାଷ୍ଟ୍ରବାଦୀ ପାର୍ଟିରେ ନେତା ନାରାୟଣ ସିଂ। ସେ ସିଓହର ଜିଲ୍ଲାର ହାଥରସଠାରେ ନିର୍ବାଚନ ପ୍ରଚାର କରୁଥିଲେ। ନିଜ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଜନ ସମାଗମରେ ଭାଷଣ ଦେଉଥିଲେ। ଏହି ସମୟରେ ଲୋକଙ୍କ ଭିତରୁ ଗୁଳି ଶଦ୍ଦ ଶୁଭିଥିଲା। କିଛି ମୂହୁର୍ତ୍ତ ମଧ୍ୟରେ ନାରାୟଣ ସିଂ ସେହିଠାରେ ଟଳି ପଡିଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଏହି ଦୁଇଜଣ ତାଙ୍କ ପ୍ରଚାରରେ ସାମିଲ ଥିଲେ।
ଜାତିସଂଘ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକର ଖୁଣ୍ଟୁପଲ୍ଲି ଗ୍ରାମରେ ଜଣେ ଦୃଷ୍ଟିହୀନ ଅସହାୟ ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇଛି ଓଡ଼ିଶାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ‘ସମାଜର ଦର୍ପଣ ହେଲ୍ପ ଗ୍ରୁପ’। ଦୃଷ୍ଟିହୀନ ବ୍ୟକ୍ତି ଜଣକ ହେଲେ କୁମାରାଙ୍ଗ ପଞ୍ଚାୟତ ଖୁଣ୍ଟୁପଲି ଗ୍ରାମର ଗୋବିନ୍ଦ ଜେନା। ଉକ୍ତ ଗ୍ରୁପ ଦ୍ୱାରା ଆଜି ଅପରାହ୍ନରେ ମିଶନ ଆତ୍ମନିର୍ଭରଶୀଳ ଯୋଜନାରେ ଝୀଂଟିକାପଲ୍ଲି ସ୍ଥିତ ମା’ ତାରିଣୀ ମନ୍ଦିର ନିକଟରେ ଏକ ପୂଜା ଏବଂ ତେଜରାତି ଦୋକାନ ନିଃଶୁଳ୍କରେ ଗୋବିନ୍ଦଙ୍କୁ ଯୋଗାଇଦିଆଯାଇଅଛି। ଦୋକାନ ଚଳାଇବାରେ ତାଙ୍କ ଧର୍ମପତ୍ନୀ ତାଙ୍କୁ ସହଯୋଗ କରିବେ। ଉକ୍ତ ଦୋକାନ ଦ୍ୱାରା ଗୋବିନ୍ଦ ନିଜେ ଆତ୍ମନିର୍ଭର ହେବା ସହ ନିଜ ପରିବାର ଗୁଜୁରାଣ ମଧ୍ୟ ମେଣ୍ଟାଇପାରିବେ। ବିଗତ ଦଶ ଦିନ ତଳେ ଗୋବିନ୍ଦଙ୍କ ବିଷୟରେ ସୂଚନା ପାଇ ‘ସମାଜର ଦର୍ପଣ ହେଲ୍ପ ଗ୍ରୁପ’ ତାଙ୍କ ବାସଭବନକୁ ପହଁଚି ତାଙ୍କ ଅବସ୍ଥା ପଚାରି ବୁଝିଥିଲେ ଏବଂ ଆଜି ତାଙ୍କ ଅସୁବିଧା…
ପୁରୀ, ଆଜି ଅଚାନକ ପୁରୀ ଗସ୍ତ କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିୟାନ। ଆଜି ଭୋରରୁ ସେ ପୁରୀ ଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ପ୍ରଥମେ ସ୍ବର୍ଗଦ୍ବାର ଯାଇ ସେଠାକାର ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାପରେ ଗୋଶାଳା ମଧ୍ୟ ଗସ୍ତ କରି ସେଠାକାର ଉନ୍ନୟନ କାର୍ଯ୍ୟ ସଂପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ସେହିପରି ଭିକାରୀମାନଙ୍କ ଥଇଥାନ କେନ୍ଦ୍ର ମଧ୍ୟ ଗସ୍ତ କରି ଅଧିକାରୀଙ୍କ ସହିତ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସହରକୁ ଯେଉଁ ବିଶ୍ବ ଐତିହ୍ୟ ସହରର ସ୍ବପ୍ନ ଦେଖିଛନ୍ତି ତାହାକୁ ସାକାର କରିବା ପାଇଁ ପୁରା ପ୍ରଶାସନ ପଦକ୍ଷେପ ନେବାରେ ଲାଗିଛି। ସ୍ୱର୍ଗଦ୍ୱାରର ପୁନଃବିକାଶ ୫‘ଟି’ ସୂତ୍ର ଅନ୍ତର୍ଭୁକ୍ତ ଓ ଏହି କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା କ୍ରମେ ଆରମ୍ଭ ହୋଇଛି ଏବଂ ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହା ଶେଷ ହେବ । ପାଣ୍ଡିଆନ୍ ମଧ୍ୟ ବାଙ୍କୀ ମୁହାଣ ଓ ବ୍ଲୁ…
ଭୁବନେଶ୍ୱର, ଓଡ଼ିଶାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ସମ୍ପାଦକ, ପ୍ରଗତିଶୀଳ ସାହିତ୍ୟର ଧାରା ପ୍ରବର୍ତ୍ତନ ସହ ନବଯୁଗ ସାହିତ୍ୟ ସଂସଦର ପ୍ରତିଷ୍ଠାତା ତଥା ମୁକ୍ତି ସଂଗ୍ରାମୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସମାରୋହ ଗତକାଲି ସନ୍ଧ୍ୟାରେ ଅଶୋକନଗରସ୍ଥିତ ଲୋକନାଥ ସ୍ମାରକୀ ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହ ଅବସରରେ ‘ନୂଆଦୁନିଆ’ ସାପ୍ତାହିକୀ ପତ୍ରିକାର ଭଗବତୀ ବିଶେଷାଙ୍କ ଲୋକର୍ପିତ ହୋଇଥିଲା। ସିପିଆଇ ରାଜ୍ୟ ସହସମ୍ପାଦକ ଡା. ପ୍ରଶାନ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ପାର୍ଟିର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ଜାତୀୟ କାର୍ଯ୍ୟକାରୀ କମିଟି ସଦସ୍ୟ ରାମକୃଷ୍ଣ ପଣ୍ଡା, ନୂଆଦୁନିଆ ସମ୍ପାଦକ ରମେଶ ଚନ୍ଦ୍ର ପାଢ଼ୀ, ଶ୍ରମିକ ନେତା ଜୟନ୍ତ ଦାସ, ପୂର୍ବତନ ଉଚ୍ଚଶିକ୍ଷା ଅତିରିକ୍ତ ନିର୍ଦ୍ଦେଶକ ପ୍ରଫେସର ଅମୀୟ କୁମାର ମହାନ୍ତି, ସୁର ଜେନା, ସତୀଶ ମିଶ୍ର ପ୍ରମୁଖ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରି ଦେଶରେ ଶ୍ରମିକ, କୃଷକ ଓ ଛାତ୍ରମାନଙ୍କ ସ୍ୱାର୍ଥ…
ଭୁବନେଶ୍ୱର : ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଥିବାବେଳେ ଏବେ ସରକାରୀ ଅଧିକାରୀମାନେ ଶାସକ ଦଳକୁ ଜିତାଇବା କାର୍ଯ୍ୟରେ ଲାଗିପଡିଛନ୍ତି । ଖୋଦ୍ ସଦର ବ୍ଲକ ତହସିଲଦାର ତଥା ପ୍ରିଜାଇଡିଂ ଅଫିସର ଘର ଘର ବୁଲି ମିଛ ତଥ୍ୟ ଦର୍ଶାଇ ଲୋକଙ୍କ ଠାରୁ ବିଜେଡି ସପକ୍ଷରେ ଭୋଟ ସଂଗ୍ରହ କରୁଛନ୍ତି। ଏହିପରି ଅଭିଯୋଗ କରିଛି ରାଜ୍ୟ ବିଜେପି। ସେହିପରି ତିର୍ତୋଲ ଉପନର୍ବାଚନରେ ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ବେଆଇନ ଭାବେ ନିଜ କ୍ଷମତାକୁ ଅପବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରୁଛନ୍ତି । ରିଟଣ୍ଣିଂ ଅଫିସର ବାଲେଶ୍ୱର ସଦରରେ ବିଜେଡିକୁ ଜିତାଇବାର ମଙ୍ଗ ଧରିଛନ୍ତି ବୋଲି ବିଜେପି କହିଛି। ଏହା ବିରୁଦ୍ଧରେ ଦଳ ତରଫରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି।
ନୂଆଦିଲ୍ଲୀ : କରୋନାକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ମାସ୍କ ନ ପିନ୍ଧିଲେ ତାଙ୍କଠାରୁ ଜରିମାନା ମଧ୍ୟ ଆାଦାୟ କରାଯାଉଛି । ତେବେ ମାସ୍କ ନ ପିନ୍ଧିଲେ ଦୁଇ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ହେବ । ମାସ୍କକୁ ନେଇ କଡା କାର୍ଯ୍ୟାନୁଷ୍ଠାନଗ୍ରହଣ କରିଛି ଇଥୋପିଆ । ଆଫ୍ରିକାର ଦ୍ବିତୀୟ ଜନବହୁଳ ଦେଶ ଭାବେ ଇଥୋପିଆ ଅନ୍ୟତମ । ଅପ୍ରେଲରେ କରୋନାକୁ ରୋକିବା ପାଇଁ ଏଠାରେ ଇମରଜେନ୍ସି ଲାଗୁ କରାଯାଇଥିଲା । ତେବେ ସେପ୍ଟେମ୍ବରରେ ଇମରଜେନ୍ସି ହଟାଯାଇଛି । କିନ୍ତୁ କରୋନା ନିୟମ ଉଲ୍ଲଂଘନକାରୀଙ୍କ ପାଇଁ କଡା କାର୍ଯ୍ୟାନୁଷ୍ଠାନ ରହିଛି । କଟକଣାକୁ ଆହୁରି ଶକ୍ତ କରାଯାଇଛି । ଇଥୋପିଆରେ ଏବେ ଗୋଟିଏ ଟେବୁଲ୍ରେ ତିନିର ଅଧିକ ଲୋକଙ୍କ ବସିବା ଉପରେ କଟକଣା ରହିଥିବାବେଳେ ସାର୍ବଜନିକ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । କରୋନାକୁ ନେଇ ସତର୍କ ନ ରହିଲେ, ସଂକ୍ରମଣ ଆହୁରି ବଢିବ…
ଉତ୍ତରାଖଣ୍ଡ : ଘରେ କୁକୁର ପୋଷିଛନ୍ତି କି? ତେବେ ସାବଧାନ ହୋଇଯା’ନ୍ତୁ । ଘରେ କୁକୁର ରଖିବାକୁ ହେଲେ କରିବାକୁ ପଡ଼ିବ ଲାଇସେନ୍ସ। ଯଦି ଆପଣଙ୍କ ଘରେ କୁକୁର ଅଛି ଏବଂ ଆପଣ ଏଥିପାଇଁ ଲାଇସେନ୍ସ କରିନାହାନ୍ତି ତେବେ ଏଥିପାଇଁ ଆପଣଙ୍କୁ ଜରିମାନା ଭରିବାକୁ ପଡିବ । ଉତ୍ତରାଖଣ୍ଡର ଡେରାଡୁନ ମହାନଗର ନିଗମ ପକ୍ଷରୁ ଏପରି ନିୟମ ଲାଗୁ କରାଯାଇଛି। ଉତ୍ତରାଖଣ୍ଡର ଡେରାଡୁନ ମହାନଗର ନିଗମ ପକ୍ଷରୁ ଏପରି ଅଜବ ନିୟମ ଲାଗୁ କରାଯାଇଛି। ଏଣିକି ଡେରାଡୁନରେ ଯେଉଁ ବ୍ୟକ୍ତି ତାଙ୍କ ଘରେ ପୋଷା କୁକୁର ରଖିଥିବେ କିମ୍ଵା ଆଗକୁ ରଖିବାକୁ ଚାହୁଁଥିବେ ତାଙ୍କୁ ଏଥିପାଇଁ ଲାଇସେନ୍ସ କରିବାକୁ ପଡ଼ିବ। ଯେଉଁମାନେ ଏହା ନ କରିବେ, ସେମାନଙ୍କୁ ଜରିମାନା ଦେବାକୁ ପଡିବ। ନଭେମ୍ବର ପ୍ରଥମ ସପ୍ତାହରୁ ମହାନଗର ନିଗମ ଘର ଘର ବୁଲି ପୋଷା କୁକୁର ଗଣନା କରିବା ସହ ଯେଉମାନଙ୍କଠାରେ କୁକୁର ପୋଷିବା ପାଇଁ ଲାଇସେନ୍ସ ନ ଥିବା ସେମାନଙ୍କଠାରୁ…

