Author: Samikhsya Bureau

ରମେଶ ମହାନ୍ତି ଜଗତସିଂହପୁର : ସୋମବାର ଅପରାହ୍ନରେ ତରଜଙ୍ଗା ପଞ୍ଚାୟତ ସ୍ଥିତ ପୁବପଡା ବୁଢୀ ଜାଗୁଳାଇ ପୀଠରେ ବିଜେଡିର ଏକ କର୍ମି ସମ୍ମିଳନୀ ଓ ମିଶ୍ରଣପର୍ବ ପଞ୍ଚାୟତ ସଭାପତି ରଞ୍ଜିତ ପରିଜାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।  ଏହି ସଭାରେ ତିର୍ତ୍ତୋଲ ବ୍ଲକର ନିର୍ବାଚନ ମଙ୍ଗଧରିଥିବା ବିଧାୟକ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବିଜେଡି ଜିଲ୍ଲା ସଭାପତି ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପ୍ରଭାରୀ ଧିରେନ ଜେନା, ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି,ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ, ରମାକାନ୍ତ ଭୋଇ, ଜିଲ୍ଲାପରିଷଦ ସଭ୍ୟ ପ୍ରବୀର ରାୟ ଯୋଗଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ମହାନ୍ତି,ଭବେଶ ଚୌଧୁରୀ,  ପ୍ରଦୀପ ପୃଷ୍ଟି, ରବି ନାରାୟଣ ଦାସ,ବିଜୁ ଯୁବବାହିନୀ ସମ୍ପାଦକ ହିମାଂଶୁ ସ୍ୱାଇଁ, ୱାର୍ଡ଼ମେମ୍ବର କୃଷ୍ଣ ଚନ୍ଦ୍ର ମହାନ୍ତି, ତ୍ରିଲୋଚନ ସେଠୀ, ଅଭିଷେକ ତ୍ରିପାଠୀ, ଜୀବନଜ୍ୟୋତି ପରିଜା, ବିରଞ୍ଚି ନାରାୟଣ ମହାନ୍ତି, ପିତାମ୍ବର…

Read More

ଭୁବନେଶ୍ବର : ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ 4ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରିବେ । ତେବେ କେଉଁ ବିଷୟରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ସେନେଇ କୌଣସି ସୂଚନା ମିଳିନଥିବାବେଳେ ପାର୍ବଣ ସମୟରେ କରୋନାକୁ ନେଇ ରାଜ୍ୟବାସୀ ଅଧିକ ସତର୍କ ହେବା ନେଇ ମୁଖ୍ୟମନ୍ତ୍ରୀ ଅପିଲ୍ କରିପାରନ୍ତି । ସୂଚନାଯୋଗ୍ୟ, ଆଜି ସନ୍ଧ୍ୟା 6ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ ।

Read More

ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କ ପରଲୋକ ହୋଇଛି । କଟକର ଏକ ଘରୋଇ ହସ୍ପିଟାଲରେ 77 ବର୍ଷରେ ପରଲୋକ ଘଟିଛି । ପରଲୋକ ନେଇ ସୂଚନା ଦେଇଛନ୍ତି ଗୁରୁପଦ ପୁଅ ରୋମିଓ ନନ୍ଦ । ଗୁରୁପଦ 1980ରେ କଂଗ୍ରେସରୁ ଟିକେଟ୍ ପାଇ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାଛଡ଼ା ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ବି ଦାୟିତ୍ବ ନିର୍ବାହ କରିଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।

Read More

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟା 6ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଟ୍ୱିଟ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି । କେଉଁ ବିଷୟରେ ଆଜିର ଅଭିଭାଷଣ ରହିବା ସେ ନେଇ କୌଣସି ସୂଚନା ଦେଇ ନାହାନ୍ତି ମୋଦି । ତେବେ ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଉ ଏକ ଅର୍ଥର୍ନୈତିକ ପ୍ୟାକେଜ ସମ୍ପର୍କରେ କହିଥିଲେ । ସେହି ଅର୍ଥନୈତିକ ପ୍ୟାକେଜ ବିଷୟରେ ଆଜି ପ୍ରଧାନମନ୍ତ୍ରୀ ଘୋଷଣା କରିବାର ସମ୍ଭାବନା ରହିଛି । https://twitter.com/narendramodi/status/1318455079368855552?s=20

Read More

ସମ୍ବଲପୁର : ରାସ୍ତାରେ ଚାଲି ଯାଉଥିବାବେଳେ ଟ୍ରକ୍‌ ଚକା ତଳେ ମା’ପୁଅଙ୍କ ଜୀବନ ଚାଲିଯାଇଛି । ଏହିପରି ଏକ ଅଭାବନୀୟ ଘଟଣା ସମ୍ବଲପୁର -ଦେବଗଡ ରାସ୍ତାରେ ଘଟିଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଟ୍ରକ୍‌ ଚକ ତଳେ ମାଆ ପୁଅଙ୍କ ଜୀବନଚାଲିଯାଇଛି ।ସମ୍ବଲପୁର – ଦେବଗଡ ରାସ୍ତା ପଡିଆବାହାଲ ନିକଟରେ ଏକ ଦୁର୍ଘଟଣାରେ ମା’-ପୁଅଙ୍କର ମୃତ୍ୟୁ ହୋଇଛି । ରାସ୍ତାରେ ଚାଲି ଯାଉଥିବାବେଳେ ଟ୍ରକ୍‌ ଦୁହିଁଙ୍କୁ ଚାପି ଦେଇଛି । ତିନି ବର୍ଷର ପୁଅକୁ ନେଇ ମା’ ଚାଲି ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି ।

Read More

କଟକ : କରୋନା କଟକଣା ମଧ୍ୟରେ ପାଳିତ ହେଇଛି ଦୁର୍ଗାପୂଜା । କଟକ ଦୁର୍ଗାପୂଜା ପାଇଁ କମିଶନରେଟ୍‌ ପୋଲିସ୍‌ ପ୍ରସ୍ତୁତି ଆରମ୍ଭ କରିଛି । ସୁରକ୍ଷା ପାଇଁ ସହରରେ ମୂତୟନ ହେବେ 30 ପ୍ଲାଟୁନ୍‌ ପୋଲିସ୍‌। 100 ଜଣ ପୋଲିସ୍‌ ଅଧିକାରୀ ମଧ୍ୟ ଦାୟିତ୍ବରେ ରହିବେ। ସେହିପରି ମୂର୍ତ୍ତି ବିସର୍ଜନ ପାଇଁ ସହରର 14ଟି ସ୍ଥାନ ଚିହ୍ନଟ ହୋଇଛି। କୋଭିଡ୍‌ ନିୟମ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି । କଟକରେ ଦୁର୍ଗାପୂଜା ପାଇଁ ସୁରକ୍ଷା ବ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ ।

Read More

ପୁରୀ : ପୁରୀ ସ୍ବର୍ଗଦ୍ବାରର ଶବ ଦାହ କଟକଣା ହଟିବା ପରେ ଆଜି ପୁରୀ ସ୍ୱର୍ଗଦ୍ୱାର ସାନିଟାଇଜ୍ ହୋଇଛି । ଏବେ ସ୍ୱର୍ଗଦ୍ୱାରରେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ହୋଇପାରିବ । ଗତକାଲି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର ଜିଲ୍ଲାର ଶବଦାହ ଉପରୁ କଟକଣା ହଟାଯାଇଥିଲା । କିନ୍ତୁ ବଳବତ୍ତର ରହିବ କୋଭିଡ୍ କଟକଣା । ଶେଷକୃତ୍ୟ ବେଳେ ସ୍ୱର୍ଗଦ୍ୱାରରେ କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ କରାଯିବ । କିନ୍ତୁ କୋଭିଡ୍ ରୋଗୀଙ୍କ ଶବଦାହ ଉପରେ କଟକଣା ଜାରି ରହିଛି । ଏହି ପ୍ରସଙ୍ଗରେ ଜିଲ୍ଲାପାଳ କହିଛନ୍ତି ଯେ, ‘ବାହାର ଜିଲ୍ଲା ଲୋକଙ୍କ ଶେଷକୃତ୍ୟ ପାଇଁ ଥିବା କଟକଣା ହଟିଛି । ଏବେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ସ୍ୱର୍ଗଦ୍ୱାରେ ହୋଇପାରିବ । କିନ୍ତୁ କରୋନାରୁ ମୃତ୍ୟୁ ହୋଇଥିଲେ କଟକଣା ରହିବ । ଏହାପରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱର୍ଗଦ୍ୱାରକୁ ସାନିଟାଇଜ କରାଯାଇଛି । ସ୍ୱର୍ଗଦ୍ୱାର ପରିସର, ଚାରିପାଖ…

Read More

ମାଲକାନଗିରି : ବିଏସଏଫକୁ ଏକ ବଡ଼ ସଫଳତା ମିଳିଛି  । ମାଓବାଦୀ ଲୁଚାଇ ରଖିଥିବା 7ଟି ଅଫୁଟା ଲ୍ୟାଣ୍ଡମାଇନ ଓ ଟିଫିନ ବୋମାକୁ ସୁରକ୍ଷାବାହିନୀ ଉଦ୍ଧାର କରିଛନ୍ତି। ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତ ଗୋରା ସେତୁ ନିଟକରୁ ଯବାନମାନେ ଏହାକୁ ଉଦ୍ଧାର କରିଛନ୍ତି  । ପ୍ରକାଶ ଯେ, ଗୋରା ସେତୁରୁ ଟୁଟୁଗନ୍ଧି ଅଞ୍ଚଳରେ ସୁରକ୍ଷାବାହିନୀ କମ୍ବିଂ ଅପରେସନ କରୁଥିବା ସମୟରେ 7ଟି ଲ୍ୟାଣ୍ଡମାଇନ ଓ ଟିଫିନ ବୋମା ପୋତା ଯାଇଥିବା ଖବର ପାଇଥିଲେ  । ବିଏସଏଫ୍‌ର ଏକ ଟିମ୍‌ ଟିଫିନ୍‌ ବୋମାକୁ ନିଷ୍କ୍ରିୟ କରିଛନ୍ତି। ବିସ୍ଫୋରଣ ପାଇଁ ମାଓବାଦୀମାନେ ଏହାକୁ ଲୁଚାଇ ରଖିଥିବାର ସନ୍ଦେହ କରାଯାଉଛି ।

Read More

ଭୁବନେଶ୍ବର : ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା 23 ତାରିଖରେ ତିର୍ତ୍ତୋଲ ଓ 24 ତାରିଖରେ ବାଲେଶ୍ବରରେ ପ୍ରଚାର କରିବେ ଧର୍ମେନ୍ଦ୍ର । ଉଭୟ ସ୍ଥାନରେ ରୋଡ୍‌ ଶୋ’ ସହ ବିଭିନ୍ନ ସଭାରେ ଯୋଗଦେବେ ଧର୍ମେନ୍ଦ୍ର । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଓ ଅପରାଜିତା ଷଡଙ୍ଗୀ ମଧ୍ୟ ପ୍ରଚାର କରିବେ । ନିର୍ବାଚନ ବେଳେ ଆଭିମୁଖ୍ୟ କଠୋର ରହିବ ବୋଲି କହିଛନ୍ତି ପୃଥ୍ବୀରାଜ । ଆସନ୍ତା ନଭେମ୍ବର 3ରେ ତିର୍ତ୍ତୋଲ ଓ ବାଲେଶ୍ବର ସଦର ପାଇଁ ଭୋଟ ଗ୍ରହଣ କରାଯିବ। 10 ତାରିଖରେ ଭୋଟ ଗଣତି ହେବ। କୋଭିଡ କଟକଣା ଭିତରେ ନିର୍ବାଚନ ପରିଚାଳନା ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି।

Read More

ରମେଶ ମହାନ୍ତି ଜଗତସିଂହପୁର : ସୋମବାର ଦିନ ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ପ୍ରତିଯୋଗିତା କରୁଥିବା ରାଜନୈତିକ ଦଳର ପ୍ରାର୍ଥୀ , ସ୍ୱାଧୀନ ପ୍ରାର୍ଥୀ ଏବଂ ପ୍ରତିନିଧି ମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଅଧ୍ୟକ୍ଷତା କରି ତିର୍ତ୍ତୋଲ ଉପନିର୍ବାଚନ କୋଭିଡ୍ ୧୯ ମାର୍ଗଦର୍ଶିକା ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ସୂଚନା ଦେବା ସହିତ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୮ଟି ପଡିଆ ଚିହ୍ନଟ କରାଯାଇଛି। ଚିହ୍ନିତ ପଡିଆକୁ ଛାଡି ଅନ୍ୟ ଯାଗାରେ ସଭା ସମିତି କରିପାରିବେ ନାହିଁ। ରୋଡ୍ ସୋ ଶୋଭାଯାତ୍ରାରେ ୫ଟି ଗାଡିରୁ ଅଧିକ ବ୍ୟବହାର କରିପାରିବେ ନାହିଁ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କୋଭିଡ୍ ୧୯ ମାର୍ଗଦର୍ଶିକା ଅନୁଯାୟୀ ନିର୍ବାଚନୀ ସଭାରେ ୨୦୦ଜଣରୁ ଅଧିକ ସମାଗମ ହୋଇପାରିବେ ନାହିଁ। ଏଥର ନିର୍ବାଚନରେ ନୂଆକରି ୮୦ ବର୍ଷରୁ…

Read More

କର୍ଣ୍ଣାଟକ : କର୍ଣ୍ଣାଟକରେ ଚାରି ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ମଧ୍ୟ ହେଲମେଟ୍‌ ବାଧ୍ୟତାମୂଳକ କରାଯାଇଛି । କର୍ଣ୍ଣାଟକ ରାଜ୍ୟ ପରିବହନ ବିଭାଗର ନୂଆ ନିର୍ଦ୍ଦେଶ ଅନୁସାରେ ଏବେ ସମସ୍ତ ଦୁଇଚକିଆ ବାଇକ ଆରୋହୀଙ୍କ ପାଇଁ ହେଲମେଟ୍‌ ବାଧ୍ୟତାମୂଳକ କରାଯାଇଛି । ଛୋଟ ଶିଶୁ ବା ଯେଉଁମାନଙ୍କର ବୟସ ଚାରି ବର୍ଷ ବା ତାଠାରୁ ଅଧିକ ସେମାନଙ୍କୁ ମଧ୍ୟ ଦୁଇ ଚକିଆ ଯାନରେ ବସିବାବେଳେ ହେଲମେଟ୍‌ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଯଦି କୌଣସି ବ୍ୟକ୍ତି ଏହି ନିୟମ ଉଲ୍ଲଂଘନ କରନ୍ତି ତେବେ  ତାଙ୍କୁ ଜରିମାନା ସହିତ 3 ମାସ ପର୍ଯ୍ୟନ୍ତ ତାଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରାଯିବ । ସଡକ ଦୁର୍ଘଟଣାକୁ ନଜରରେ ରଖି କର୍ଣ୍ଣାଟକ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ହେଲମେଟ ପିନ୍ଧିବାକୁ ନେଇ ଭାରତୀୟମାନେ ଅଧିକ ଦାୟିଦ୍ବହୀନତା ଦେଖାଇଥାନ୍ତି। ଭାରତରେ ହେଲମେଟ୍‌ ନ ପିନ୍ଧିବା କାରଣରୁ ଦୈନିକ 98 ଲୋକଙ୍କର ମୃତ୍ୟୁ ହୋଇଥାଏ । …

Read More

ଭୁବନେଶ୍ବର : ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ  4ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାରୁ 3 ଜଣ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ନୂଆପଡାରୁ 2 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଟକ, ଭଦ୍ରକ,ଝାରସୁଗୁଡା ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1168କୁ ବୃଦ୍ଧି ହୋଇଛି । ମୟୂରଭଞ୍ଜରୁ 60 ବର୍ଷୀୟ ମହିଳା, 30 ବର୍ଷୀୟ ମହିଳା, 72 ବର୍ଷୀୟ ଦୁଇଜଣ ପୁରୁଷଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ତିନି ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଭୁବନେଶ୍ବରର ବୋଲି ସୂଚନା ରହିଛି । ଭୁବନେଶ୍ବରରୁ ଜଣେ 58 ବର୍ଷୀୟ ପୁରୁଷ ଓ 72ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ…

Read More

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀର ଉପନିର୍ବାଚନ ନିମନ୍ତେ ୯ଜଣ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ। ସୋମବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ କୌଣସି ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନାହାନ୍ତି। ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀମାନେ ହେଲେ- ବିଜେଡି ଦଳରୁ ବିଜୟ ଶଙ୍କର ଦାସ , ବିଜେପି ଦଳରୁ ରାଜକିଶୋର ବେହେରା , କଂଗ୍ରେସ ଦଳରୁ ହିମାଂଶୁ ଭୂଷଣ ମଲ୍ଲିକ , ଭାରତୀୟ କମ୍ୟୁନିଷ୍ଟ ପାର୍ଟିରୁ ବିଜୟ କୁମାର ଭୋଇ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ଅର୍ଜୁନ ଚରଣ ବେହେରା , ରବିନ୍ଦ୍ର ନାଥ ସେଠୀ , ରମେଶ ଚନ୍ଦ୍ର ମଲ୍ଲିକ , ସଚିତ୍ର ମଲ୍ଲିକ , ଗୋଲାପ ମଞ୍ଜରୀ ଭୋଇ ।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୯୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୧୫ ଜଣ ଚିହ୍ନଟ ହୋଇଥିବାବେଳେ ୭୮୯ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୨ହଜାର ୨୫୦କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୪୯ ହଜାର ୫୭୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୨ହଜାର ୩୦୪ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୧୫୨ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର ୯୮୨ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୨୧ ଜଣ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଗ୍ରାଫ୍‌ ଏବେ ତଳମୁହାଁ ହୋଇଛି । ଗତ କିଛି ଦିନ ଦୈନିକ ଆକ୍ରାନ୍ତ ଓ ଦୈନିକ କରୋନା ମୃତ୍ୟୁ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହେଉଛି। କେନ୍ଦ୍ର ସ୍ବାସ୍ଥ୍ୟ  ଓ ପରିବାର କଲ୍ୟାଣ ବିଭଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 46 ହଜାର 790 ନୂତନ ମାମଲା ଆସିଥିବାବେଳେ  587 ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା  75 ଲକ୍ଷ 97 ହଜାର 64ରେ ପହଞ୍ଚିଥିବାବେଳେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 15 ହଜାର 197କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 7 ଲକ୍ଷ 48 ହଜାର 538 ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 67 ଲକ୍ଷ 33 ହଜାର 328 ରହିଛି । ସକ୍ରିୟ ମାମଲା ତୁଳନାରେ ସୁସ୍ଥ ହାର ଆଠ ଗୁଣା ରହିଛି । ଆଇସିଏମ୍ଆରର…

Read More

ପୁରୀ: ଖାଲି ବଗି ଥିବା ଏକ ଟ୍ରେନ୍‌ର ଗୋଟିଏ ଇଞ୍ଜିନ୍‌ ଲାଇନ ଚ୍ୟୁତ ହୋଇଛି । ମିଳିଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲା ଚନ୍ଦନପୁର-ତୁଳସୀଚଉରା ମଝିରେ ଖାଲି ବଗି ନେଇ ଯାଉଥିବା ଟ୍ରେନ୍‌ର ଏକ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଇଞ୍ଜିନ୍‌ର ଆଗ ତିନୋଟି ଚକ ସହ ପଛର ଗୋଟିଏ ଚକ ଲାଇନଚ୍ୟୁତ ହୋଇଛି। ଖୋର୍ଦ୍ଧା ରୋଡ୍‌ରୁ ଆସୁଥିବା ବେଳେ ଇଞ୍ଜିନ୍‌ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି।ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ରେଲୱେ ବୈଷୟିକ ଟିମ୍ ମରାମତି କାର୍ଯ୍ୟ କରିଥିଲେ। ତେବେ କାହିଁକି ଲାଇନଚ୍ୟୁତ ହେଲା ତାହା ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ଅଧିକାରୀ ।

Read More

ଭୁବନେଶ୍ବର : ବୃଦ୍ଧାଙ୍କଠାରୁ କାନଫୁଲ ଝାମ୍ପିନେଇ ଦୁଇ ଦୁର୍ବୃତ୍ତ ଚମ୍ପଟ ମାରିଥିବାର ସୂଚନା ରହିଛି । ଶୈଳଶ୍ରୀ ବିହାର ଅଞ୍ଚଳରେ ଜଣେ ବୃଦ୍ଧାଙ୍କଠାରୁ ଦୁର୍ବୃ୍ତ୍ତମାନେ କାନଫୁଲ ଝାମ୍ପି ନେଇଛନ୍ତି । ବୃ୍ଦ୍ଧାଜଣକ ଫୁଲ ତୋଳିବାକୁ ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କଠାରୁ କାନଫୁଲ ଝାମ୍ପି ନେଇଯାଇଛନ୍ତି । ସୂଚନାଯୋଗ୍ୟ,ଗତ କିଛି ଦିନ ହେବ ରାଜଧାନୀରେ ଲୁଟେରା ମାତିଛନ୍ତି । ଲକ୍‌ଡାଉନ୍‌ ସମୟରେ ଜଣେ ମହିଳା ଡିଏସ୍‌ପିଙ୍କ ଘରୁ ଚୋରମାନେ  ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟି ନେଇଥିବାବେଳେ ଜଣେ ସାମ୍ବାଦିକଙ୍କ ଘରେ ମଧ୍ୟ କଳାକନା ବୁଲାଇଥିଲେ। ଅବଶ୍ୟ କମିଶନରେଟ୍‌ ପୋଲିସ୍‌ କିଛି ଚୋରଙ୍କୁ କାବୁ କରିବାରେ ସଫଳ ମଧ୍ୟ ହୋଇଛି ।

Read More

ବାରିପଦା : ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ମୃତାହତମାନେ ରାସଗୋବିନ୍ଦପୁର ରେଞ୍ଜ ତୁକ ପଳାସିଆ ଗାଁର ବୋଲି ସୂଚନା ରହିଛି । ରବିବାର ଦିନ ମଧ୍ୟ ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ଜଣଙ୍କୁ ହାତୀ ଦଳି ମାରିଦେଇଥିଲା। ଜିଲ୍ଲାର କରଞ୍ଜିଆ ବ୍ଲକ ଅଞ୍ଚଳରେ ମଧ୍ୟ ହାତୀପଲ ଧାନକ୍ଷେତ ନଷ୍ଟ କରିଛନ୍ତି।

Read More

ଜାକର୍ତ୍ତା, ପ୍ରଥମ ପର୍ଯ୍ୟାୟରେ ଇଣ୍ଡୋନେସିଆ ୯୧ ଲକ୍ଷ ଲୋକଙ୍କୁ କୋଭିଡ -୧୯ ଟିକା ଯୋଗାଇବ | ରୋଗ ନିୟନ୍ତ୍ରଣ ଏବଂ ସ୍ୱାସ୍ଥ୍ୟ ନିରାକରଣର ମହାନିର୍ଦ୍ଦେଶକ ଅହମ୍ମଦ ଉରିଏଣ୍ଟୋ ଏହି ସୂଚନା ଦେଇଛନ୍ତି। ସୋମବାର ଦିନ ସ୍ଥାନୀୟ ଗଣମାଧ୍ୟମରର ରିପୋର୍ଟରୁ ଜଣାପଡିଛି ଯେ, କୋଭିଡ -୧୯ ସଂକ୍ରମଣ ହେବାର ଆଶଙ୍କା ଥିବା ଲୋକଙ୍କ ଉପରେ ପ୍ରଥମ ପର୍ଯ୍ୟାୟ ଟୀକାକରଣ କରାଯିବ। ବିଶେଷକରି ବିମାନବନ୍ଦର କର୍ମଚାରୀ, ସୈନିକ ଏବଂ ପୋଲିସ କର୍ମଚାରୀଙ୍କ ସମେତ ଡାକ୍ତରୀ ତଥା ଜନସେବା କର୍ମଚାରୀଙ୍କୁ ଏହା ଦିଆଯିବ। ଉରିଏଣ୍ଟୋ କହିଛନ୍ତି ଯେ ଏହି ଟିକା କେବଳ ୧୮ ରୁ ୫୯ ବର୍ଷ ବୟସର ଲୋକଙ୍କୁ ଦିଆଯିବ।

Read More

ନାଗପୁର, ମୁଣ୍ଡବିନ୍ଧାକୁ କେବେ ବି ଅଣଦେଖା କରିବା ଅନୁଚିତ। କାରାଣ ହୁଏତ ଏହା କିଛି ବଡ ରୋଗର କାରଣ ହୋଇପାରେ। ତେଣୁ ଏହି ରୋଗର ଲକ୍ଷଣ ଭଲ ଭାବରେ ଜାଣି ଚିକିତ୍ସା ହେବା ଉଚିତ। ଆଜି ଆମେ ଆପଣଙ୍କୁ ଏପରି କିଛି ଲକ୍ଷଣ ବିଷୟରେ କହିବୁ, ଯାହା ମୁଣ୍ଡବିନ୍ଧାର କାରଣ ହୋଇପାରେ। ଷ୍ଟ୍ରୋକ: ହଠାତ୍ ମୁଣ୍ଡବିନ୍ଧା ଏବଂ ଯଦି ଶରୀରର ଗୋଟିଏ ଅଂଶ କାମ ବନ୍ଦ କରିଦିଏ, ତେବେ ଏହା ଷ୍ଟ୍ରୋକର ଲକ୍ଷଣ ହୋଇପାରେ। ମସ୍ତିଷ୍କ ଟ୍ୟୁମର୍: ବିନା କାରଣରେ ମୁଣ୍ଡବିନ୍ଧା କ୍ରମାଗତ ଭାବରେ ଲାଗିରହିବା ଯଦି ସାଧାରଣ ଚିକିତ୍ସାରେ ଭଲ ନ ହୁଏ ତେବେ ଏହା ମସ୍ତିଷ୍କ ଟ୍ୟୁମରର ସଙ୍କେତ ହୋଇପାରେ। ମସ୍ତିଷ୍କ ଆଘାତ: ଯଦି ଆପଣଙ୍କ ମୁଣ୍ଡରେ ପ୍ରବଳ ଯନ୍ତ୍ରଣା ହୁଏ, ତେବେ ଏହା ମଧ୍ୟ ମସ୍ତିଷ୍କରେ କୈଣସି ପ୍ରକାରର ଆଘାତ ହେତୁ ହୋଇପାରେ। ଚାପ: କ୍ରମାଗତ ଚାପ ଯୋଗୁଁ ଶରୀରର ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ। ଯାହା…

Read More

ନୂଆଦିଲ୍ଲୀ, ପ୍ରାୟ ୬୨ ବର୍ଷ ପରେ ଏହି ୬ ଟି ରାଶିରେ ହେଉଛି ବଡ ପରିବର୍ତ୍ତନ। ଏହି ରାଶିଗୁଡିକ ଉପରେ ଦେବଦେବ ମହାଦେବ ବେଶ୍ ପ୍ରସନ୍ନ ଅଛନ୍ତି। ଫଳରେ ସେହି ରାଶିର ବ୍ୟକ୍ତିମାନଙ୍କ କ୍ଷେତ୍ରରେ କେତେକ ପରିବର୍ତ୍ତନ ଆସୁଛି। ଜାଣନ୍ତୁ ତାହା କଣ ମେଷ, ବୃଷ, ମିଥୁନ: – ସାବଧାନ ରୁହ, ତୁମର ଲକ୍ଷ୍ୟ ହାସଲ କରିବା ପାଇଁ ତୁମେ ହୁଏତ ନିର୍ଦ୍ଦୟ ହୋଇଯିବ। ସମୟ ହେଉଛି ସବୁକିଛି। ଦୁଇଟି କାରଣ ପାଇଁ ରାଜନୀତି, ଧର୍ମ ଏବଂ ଜାତିଗତ ପ୍ରସଙ୍ଗ ଉପରେ ଆଲୋଚନା କରିବା ଏକ ଭୟଙ୍କର ସାବସ୍ତ୍ୟ ହୋଇପାରେ। କାରଣ ମଙ୍ଗଳ ଏବଂ ପ୍ଲୁଟୋ ସମତୁଲ ହୋଇଥିବାରୁ ଅନେକ ଜିନିଷଗୁଡିକ ହାତରୁ ଚାଲିଯିବ, ଫଳରେ ହିଂସାତ୍ମକ ଭାବ ଉଦ୍ରେଗ ହେବ। ଦ୍ୱିତୀୟ କାରଣ ହେଉଛି ଚନ୍ଦ୍ର ଚେତାବନୀ ହେତୁ କିଛି ସଫଳ ହେବ ନାହିଁ । ଅଂଶୀଦାର ସମ୍ପତ୍ତି, ବୀମା ବସ୍ତି ଏବଂ ଉତ୍ତରାଧିକାରୀ ବିଷୟରେ ବିବାଦରେ ଜଡିତ ହୁଅନ୍ତୁ…

Read More