Author: Samikhsya Bureau

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ଉପନିର୍ବାଚନର ତାତି ଦିନକୁ ଦିନ ବୃଦ୍ଧି ପାଇବା ସହିତ ଦଳୀୟ କନ୍ଦଳ ମଧ୍ୟ ବଢୁଥିବା ଦେଖିବାକୁ ମିଳୁଛି ।ବୁଧବାର ଦିନ ତିର୍ତ୍ତୋଲ ବ୍ଲକ ଆନନ୍ଦ ମଣ୍ଡପ ଠାରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ଦଳୀୟ ମିଶ୍ରଣ ପର୍ବ ଓ ଦଳୀୟ କାର୍ଯ୍ୟାଳୟ ଉଦଘାଟନ ସଭାରେ ମହାଭାରତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ଯାହାକି ଅଧାରୁ ସଭା ଭଣ୍ଡୁର୍ ହେବା ସହ ରାଜ୍ୟ ଉପସଭାପତି ଓ ପ୍ରଭାରୀ ସଭାଛାଡି ପଳାଇଥିଲେ ବୋଲି କୁହାଯାଉଛି। https://www.youtube.com/watch?v=czOnB1LMVys ସୂଚନାନୁଯାୟୀ ବୁଧବାର ଦିନ ତିର୍ତ୍ତୋଲ ସ୍ଥିତ ଆନନ୍ଦମଣ୍ଡପ ଠାରେ ବିଜେପି ଦଳ ପକ୍ଷରୁ ନୂତନ ଅଫିସ୍ ଉଦଘାଟନ ଓ ମିଶ୍ରଣପର୍ବ ନିମନ୍ତେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭା ଆରମ୍ଭ ହେବା କ୍ଷଣି କିଛି ଦଳୀୟ ଯୁବକ ହୋ ହାଲ୍ଲା କରିବା ସହିତ ଦଳୀୟ ନେତାମାନେ ତାଙ୍କପ୍ରତି ଅନ୍ୟାୟ କରିଛନ୍ତି, ବିଗତ ଦିନରେ…

Read More

ଭୁବନେଶ୍ବର : ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାକୁ ନେଇ ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ବିସ୍ଫୋରଣ ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ବିଭିନ୍ନ ଦଫାରେ ମାମଲା ହୋଇଛି। ପ୍ରାଥମିକ ତଦନ୍ତ ଅନୁସାରେ ସେଠାରେ ଚାରି ଜଣ କାମ କରୁଥିଲେ। ଚାରି ଜଣଙ୍କ ମଧ୍ୟରୁ ଜଣଙ୍କର କଟକ ଏସ୍‌ସିବିରେ ଆଜି ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଏସ୍‌ସିବିରେରେ ଚିକିତ୍ସାଧିନ ଅଛନ୍ତି। ତୃତୀୟ ବ୍ୟକ୍ତି ସୁରକ୍ଷିତ ଅଛନ୍ତି, ତାଙ୍କ ସହ ଆମେ କଥା ହୋଇଛୁ। ଚତୁର୍ଥ ବ୍ୟକ୍ତିଙ୍କର କୌଣସି ସୂଚନା ମିଳୁନଥିବାରୁ, ସେ ନିରୁଦ୍ଦିଷ୍ଟ ଥିବା ଜଣାପଡିଛି । ଏହାର ତଦନ୍ତ ପାଇଁ ବିଭିନ୍ନ ଅଫିସରଙ୍କୁ ବିଭିନ୍ନ ଦାୟିତ୍ବ ଦିଆଯାଇଛି । କ’ଣ କାମ ହେଉଥିଲା, କାହା ତତ୍ତ୍ୱାବଧାନରେ ହେଉଥିଲା ତଦନ୍ତ ହେବ। ସେହିପରି ଘଟଣାସ୍ଥଳରୁ ମିଳିଥିବା ମାଂସ ଖଣ୍ଡ ଫୋରେନସିକ୍‌ ଲ୍ୟାବ୍ ପଠାଯାଇଛି। ଆବଶ୍ୟକ ପଡ଼ିଲେ ତାହାର ଡିଏନ୍ଏ ଟେଷ୍ଟ କରାଯିବ।…

Read More

ହାଥରସ, ସାରା ଦେଶରେ ଚାଞ୍ଚଲ୍ୟ ଖେଲାଇଥିବା ହାଥରସ ଦୁଷ୍କର୍ମ ଘଟଣାରେ ଦିନକୁ ଦିନ ନୂଆନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ତେବେ ଏହି ଘଟଣାରେ ଗିରଫ ହୋଇଥିବା ଚାରି ଅଭିଯୁକ୍ତ ସ୍ଥାନୀୟ ଏସପି ଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଏହି ହତ୍ୟା ଘଟଣାରେ ସେମାନଙ୍କର ସଂପୃକ୍ତି ନାହିଁ। ହାତରେ ଲେଖାଥିବା ଏବଂ ଟିପ ଚିହ୍ନ ଥିବା ଏହି ଏକ ପୃଷ୍ଠା ବିଶିଷ୍ଠ ଚିଠିର ସେମାନେ ସେଦିନର ଘଟଣା ସଂପର୍କରେ ବର୍ଣ୍ଣନା କରିଛନ୍ତି। ସେମାନେ କହିଛନ୍ତି ଯେ, ମୃତ ପିଡିତା ସହିତ ସେମାନଙ୍କ ବହୁ ଭଲ ସଂପର୍କ। ଆମେ ମଝିରେ ମଝିରେ ତାଙ୍କୁ ଫୋନ କରି ଡାକୁ। ହେଲେ ଏହାକୁ ନେଇ ତାଙ୍କ ପରିବାର ଲୋକ ଖୁସି ନ ଥିଲେ। ଆମ ସହିତ ମିଳାମିଶା ନ କରିବା ପାଇଁ ତାଗିଦ କରୁଥିଲେ। ଯେଉଁଦିନ ଏହି ଘଟଣା ଘଟିଥିଲା ସେଦିନ ମଧ୍ୟ ତାକୁ ଡାକାଯାଇଥିଲା। ହେଲେ…

Read More

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ରାଜଭବନ ପେଟ୍ରୋଲ୍‌ ପମ୍ପ ନିକଟରେ ଗତକାଲି ଭୟଙ୍କର ବିସ୍ଫୋରଣ ହୋଇଥିଲା । ତେବେ ଏଲ୍‌ପିଜି ଲିକେଜରୁ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା ବୋଲି ଆଜି ପ୍ରାଥମିକ ତଦନ୍ତ ପରେ ପେସୋର ଉପମୁଖ୍ୟ କଣ୍ଟ୍ରୋଲର୍‌ ସୂଚନା ଦେଇଛି । ମିଳିଥିବା ସୂ ଚନା ଅନୁସାରେ ଟାଙ୍କିରେ ନାଇଟ୍ରୋଜେନ୍ ଦେଇ ଏଲ୍‌ପିଜି ଭର୍ତ୍ତି ବେଳେ ଲିକେଜ୍ ହୋଇଥିଲା। ଲିକେଜ୍ ହେବା ପରେ ନିଆଁ ଲାଗି ଯାଇଥିଲା, ପରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ବେଳେ ଟାଙ୍କିରେ ସାଢ଼େ ଚାରି ଟନ୍ ଏଲ୍‌ପିଜି ରହିଥିଲା ପ୍ରାଥମିକ ତଦନ୍ତ ସରିଛି, ବିସ୍ତୃତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବୁ ବୋଲି କହିଛନ୍ତି ପେସୋର ଉପମୁଖ୍ୟ କଣ୍ଟ୍ରୋଲର। ସୂଚନାଯୋଗ୍ୟ, ଗତକାଲି ଘଟିଥିବା ଏହି ଭୟଙ୍କର ବିସ୍ଫୋରଣ ପରେ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଏସ୍‌ସିବିରେ ଚିକିତ୍ସାଧୀନ ରହିଛନ୍ତି। ସେହିପରି ଅନ୍ୟ 8 ଜଣ କ୍ୟାପିଟାଲ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି…

Read More

ଭୁବନେଶ୍ବର : ରାଜଭବନ ପେଟ୍ରୋଲ୍‌ ପମ୍ପ ବିସ୍ଫୋରଣ ଘଟଣାରେ ଜଣେ ବ୍ୟକ୍ତିଙ୍କର ନିଖୋଜ ନେଇ ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲାର ସୀମାଞ୍ଚଳ ପରିଡା ନାମକ ବ୍ୟକ୍ତି ନିଖୋଜ ହୋଇଥିବାର ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ କରିଛନ୍ତି ସୀମାଞ୍ଚଳଙ୍କ ଭଉଣୀ । ଗଞ୍ଜାମ ଜିଲ୍ଲଶ ଗହଙ୍ଗୁ ଗ୍ରାମରେ ସୀମାଞ୍ଚଳଙ୍କ ଘର । ସେ ଜଣେ ଡିପ୍ଲୋମା ଇଂଜିନିୟର ଏଲପିଜି କାମରେ ସେ ନିୟୋଜିତ ଥିବା ତାଙ୍କ ଭଉଣୀ କହିଛନ୍ତି। କୋଲକାତାରୁ ଆସି ସେ ଭୁବନେଶ୍ୱରରେ ଥିଲେ। ବିସ୍ଫୋରଣ ଖବର ପାଇବା ପରେ ସୀମାଞ୍ଚଳଙ୍କ ସହ ଯୋଗାଯୋଗ କରିବାକୁ ତାଙ୍କ ଭଉଣୀ ଚେଷ୍ଟା କରିଥିଲେ। ଫୋନ ନଲାଗିବାରୁ ସେମାନେ ଭୁବନେଶ୍ୱର ଆସିଛନ୍ତି। କ୍ୟାପିଟାଲ ହସ୍ପିଟାଲ ଏବଂ କଟକ ଏସସିବି ଯାଇ ଆହତ ବ୍ୟକ୍ତିଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ତେବେ ତାଙ୍କ ଭାଇ ବିଷୟରେ କୌଣସି ସୂଚନା ମିଳିନଥିବା ଜଣାପଡିଛି। ବିସ୍ଫୋରଣ ସ୍ଥଳରୁ ସୀମାଞ୍ଚଳଙ୍କ ଏଟିଏମ୍ ଏବଂ ମନିପର୍ସ ମିଳିଥିବା ଆଇଓସିଏଲ୍ ଅଧିକାରୀ…

Read More

ନୂଆଦିଲ୍ଲୀ : ଆଜିର ସମୟରେ ସୋସିଆଲ ମିଡିଆର ବହୁତ ଶକ୍ତି ରହିଛି । ଗୋଟିଏ ଦିନରେ ଜଣକୁ ତଳକୁ ଉପରକୁ ଉଠାଇଦେବାର ସାମର୍ଥ୍ୟ ରଖିଥିବାବେଳେ ଉପରୁ ମଧ୍ୟ ତଳକୁ ଟାଣି ଆଣିବାର ଶକ୍ତି ରଖୁଛି । ଗତ କିଛି ଦିନରେ ଦିଲ୍ଲୀରେ ଏପରି କିଛି ହୋଇଛି ଯାହାକି ଗୋଟିଏ ଦିନରେ ଜଣେ ମଣିଷର ଜୀବନକୁ ବଦଳାଇ ଦେଇଛି । ଦିଲ୍ଲୀର ମାଲବୀୟ ନଗରର ଏକ ଛୋଟ ଢାବା ଚଳାଉଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି । ଏହି ଭିଡିଓରେ ବିକ୍ରି ନ ହେବାରୁ କାମ ନଥିବାର ଅସୁବିଧାକୁ ଜଣେ ବୃଦ୍ଧ ବ୍ୟକ୍ତି କହି ଭାବୁକ ହୋଇଥିବାର ଦେଖାଯାଇଛି । କିନ୍ତୁ ଏହି ଭିଡିଓଟିରଭାଇରାଲ୍‌ ହେବାର 24 ଘଣ୍‌ଟା ପରେ ବୃଦ୍ଧଙ୍କୁ ସାହାଯ୍ୟ ମିଳିଛି । ଏପରିକି ଆମ୍‌ ଆଦ୍‌ମୀ ପାର୍ଟିର ବିଧାୟକ ସୋମନାଥ ଭାରତୀ ମଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି । https://twitter.com/upcoprahul/status/1314048286949478400?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1314048286949478400%7Ctwgr%5Eshare_3&ref_url=https%3A%2F%2Fwww.aajtak.in%2Findia%2Fdelhi%2Fstory%2Fbaba-ka-dhaba-viral-on-social-media-delhi-aap-somnath-bharti-elder-couple-1142061-2020-10-08 ମାଲବୀୟ ନଗରସ୍ଥିତ…

Read More

ଆମେରିକା : ଆମେରିକାର ପେନ୍‌ସେ୍ଲଭିଆରୁ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପିତା ନିଜ 10 ମାସର ଝିଅକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ଶିଶୁଟି ହଲଚଲ ନ ହେବାରୁ  ଗୁଗୁଲ୍‌ରେ ଜୀବିତ ଅଛି କି ନାହିଁ ତାହା ଜାଣିବା ପାଇଁ କନ୍ୟାର ପିତା ସର୍ଚ୍ଚ କରିଥିବାର ଜଣାପଡିଛି। ଦୁଷ୍କର୍ମ ପରେ ଶିଶୁଟିର ଆଭ୍ୟନ୍ତରୀଣ କ୍ଷତି ପହଞ୍ଚିଥିଲା। ଯାହାଫଳରେ ନାବାଳିକାର ମୃତ୍ୟୁ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ 29 ବର୍ଷୀୟ ଷ୍ଟିଭେନ୍‌ ଅଷ୍ଟିନ୍‌ ନାମକ ଜଣେ ବ୍ୟକ୍ତି ନିଜ 10 ମାସର କନ୍ୟାକୁ ଦୁଷ୍କର୍ମ କରିଛନ୍ତି। ଦୁଷ୍କର୍ମ ଅଭିଯୋଗରେ ଷ୍ଟିଭେନ୍‌ଙ୍କୁ ଗିରଫ ମଧ୍ୟ କରାଯାଇଛି। ଅଷ୍ଟିନ୍‌ ଜଣେ ଫୁଟବଲ୍‌ କୋଚ୍‌ ବୋଲି ଜଣାପଡିଛି। ଅଷ୍ଟିନ୍‌ଙ୍କ ବିରୋଧରେ ଯୌନ ନିର୍ଯାତନା, ନାବାଳିକାକୁ ଦୁଷ୍କର୍ମ ସମେତ ଅନ୍ୟାନ୍ୟ ବହୁ ଗମ୍ଭୀର ଆରୋପ ଲଗାଯାଇ ତାଙ୍କୁ ଗିରଫ କରାଯାଇଛି। ଅଷ୍ଟିନ୍‌ ପୋଲିସ୍‌କୁ ତାଙ୍କ ଝିଅ ନିଃଶ୍ବାସ ନେଉନଥିବାର ସୂଚନା ଦେଇଥିଲା। ଶିଶୁ…

Read More

ଭୁବନେଶ୍ବର, ସାଇକେଲ ଚାଳନାର କଣ ରହିଛି ଉପକାରିତା ସେ ନେଇ ଆସନ୍ତାକାଲି ଭୁବନେଶ୍ବରରେ ହେବ ସାଇକେଲଗିରି। ଭୁବନେଶ୍ବର ସ୍ମାଟସିଟି ତରଫରୁ ଏହିପରି ଏକ ଅଭିନବ ପଦକ୍ଷେପ ଆରମ୍ଭ ହେବାକୁ ଯାଉଛି। ଏଥିରେ ସକାଳ 6ଟାରୁ ପ୍ରାୟ ଏକଶହ ସାଇକେଲ ଯାତ୍ରୀ ଭୁବନେଶ୍ବରର ଶିଶୁ ଭବନ ଛାକରୁ ବାହାରି ଧଉଳି ଯିବେ। ଏହି ରାସ୍ତାରେ ସେମାନେ ସାଇକେଲ ଚାଳନାର ଉପକାରିତା ବାର୍ତ୍ତା ଦେବେ। ପ୍ରତି ଶୁକ୍ରାବର ସାଇକେଲ ଦିବସ ଭାବେ ପାଳନ କରାଯିବ ବୋଲି ନିଷ୍ପତି କରାଯାଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର 14 ତାରିଖ ପର୍ଯ୍ୟନ୍ତ ଚାଲିବ। ସ୍ମାଟ ସିଟି ତରଫରୁ ରାଜଧାନୀରେ ସ୍ବାସ୍ଥ୍ୟ ସଚେତନତା ପାଇଁ ଆରମ୍ଭ ହୋଇଥିଲା ଆପ ମାଧ୍ୟମରେ ମୋ ସାଇକେଲ ଯୋଜନା। ହେଲେ ତାହା ଲୋକପ୍ରିୟ ହୋଇପାରିଲା ନାହିଁ। ଏହାକୁ ପରିଚାଳନା କରୁଥିଲେ କ୍ରୁଟ। ହେଲେ ସେହି ସଂସ୍ଥା ଫେଲ ହେବା ପରେ ବର୍ତ୍ତମାନ ସ୍ମାର୍ଟ ସିଟି ଲିମିଟେଡ୍ ସିଧା ଏହା ତଦାରଖ କରିବ। ପ୍ରଥମ…

Read More

ନୂଆଦିଲ୍ଲୀ : ସବୁଠୁ ଆରାମଦାୟକ ଯାତ୍ରା ମଧ୍ୟରେ ବିମାନ ଯାତ୍ରା ଅନ୍ୟତମ । ଏହି ଯାତ୍ରା ଜରିଆରେ ଜଣେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନରେ ଅତି ସହଜରେ ପହଞ୍ଚିପାରେ । କିନ୍ତୁ ଏହି ଯାତ୍ରା ସବୁଠୁ ମହାଙ୍ଗା ରହିଥାଏ । ଅନ୍ୟ ସାଧନଠାରୁ ବିମାନ ଟିକେଟ୍‌ ଅଧିକ ମହଙ୍ଗା ରହିଥାଏ । ମାତ୍ର ଜଣେ ଶିଶୁକୁ ଲାଇଫ ଟାଇମ୍‌ ଫ୍ରି ଟିକେଟ ପ୍ରଦାନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରେ ଦିଲ୍ଲୀରୁ ବେଙ୍ଗାଲୁରୁରୁ ଉଡାଣ ଭରୁଥିବା ଇଣ୍ଡିଗୋ ବିମାନରେ ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଥିଲେ । ମଝି ଆକାଶରେ ହଠାତ୍‌ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ମଝି ଆକାଶରେ ଡାକ୍ତରଙ୍କ ସହାୟତାରେ ମହିଳା ଏକସନ୍ତାନକୁ ଜନ୍ମ ଦେଇଥିଲେ । ମା’ ଓ ଶିଶୁ ଉଭୟ ସୁସ୍ଥ ହେବା ସହିତ ସନ୍ଧ୍ୟା 7.40 ସମୟରେ ବେଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିଥିଲେ ।  ଶିଶୁଟି…

Read More

ଭୁବନେଶ୍ବର, କରୋନାରେ ଜୀବନ ହାରିଛନ୍ତି ରାଜ୍ୟ ସଂଗ୍ରହାଳୟର ପୂର୍ବତନ ଅଧିକ୍ଷକ ଡ. ଚନ୍ଦ୍ରଭାନୁ ପଟେଲ। ସେ କିଛିଦନ ତଳେ କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା। ଫଳରେ ଗତକାଲି ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ 69 ବର୍ଷ ବୟସ ହୋଇଥିଲା। ସମ୍ବଲପୁରରେ ଜନ୍ମିତ ଡ. ଚନ୍ଦ୍ରଭାନୁ ଦୀର୍ଘ ବର୍ଷ ଧରି ରାଜ୍ୟ ସଂଗ୍ରହାଳୟର ଅଧିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ତାଙ୍କରି ସମୟରେ ଓଡିଶାରେ ଏକ ସଂଗ୍ରହାଳୟ ଆନ୍ଦୋଳନ ସୃଷ୍ଟି ହୋଇ ପାରିଥିଲା। ସେ ପ୍ରାଚୀନ ବସ୍ତୁକୁ କିପରି ଲୋକପ୍ରିୟ କରାଯାଇପାରିବ ସେଥିରେ ସେ କାର୍ଯ୍ୟ କରିଥିଲେ। ଏଥିସହିତ ମ୍ୟୁଜିୟମରେ ଥିବା ପ୍ରାଚୀନ ପୋଥୀଙ୍କୁ ଡିଜିଟାଇଜେସନ କରିବାରେ ତାଙ୍କର ଭୂମିକା ବେଶ୍ ଥିଲା। ଡ.ପଟେଲଙ୍କ ସମୟରେ ରାଜ୍ୟ ସଂଗ୍ରହାଳୟରେ କେତେକ ନୂଆ ଗ୍ୟାଲେରୀ ଖୋଲା ଯାଇଥିଲା। ଏଥି ସହିତ ସେ ସଂଗ୍ରହାଳୟ ବାହାରକୁ ସୌନ୍ଦର୍ଯ୍ୟକରଣ…

Read More

ନୂଆଦିଲ୍ଲୀ, ଦେଶରେ ବିଶେଷ କରି ଉତ୍ତର ପ୍ରଦେଶରେ ଦଙ୍ଗା ସୃଷ୍ଟି କରିବା ପାଇଁ ବର୍ତ୍ତମାନ ବିଦେଶୀ ସଂସ୍ଥା ପାଣ୍ଠି ପଠାଉଛନ୍ତି। ଭାରତରେ ଥିବା ବିଭିନ୍ନ ସଂସ୍ଥା ମାଧ୍ୟମରେ ଏହି ପାଣ୍ଠି ଆସୁଥିବାର ଜଣାପଡିଛି। ଏହା କହିଛି ଭାରତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଏହି ସଂସ୍ଥା ଅନୁସନ୍ଧାନ କରି ଜାଣିପାରିଛି ଯେ ଉତ୍ତର ପ୍ରଦେଶରେ ଦଙ୍ଗା ସୃଷ୍ଟି ପାଇଁ କେତେକ ବିଦେଶ ସଂସ୍ଥା ଲାଗିପଡିଛନ୍ତି। ବର୍ତ୍ତମାନ ଉତ୍ତର ପ୍ରଦେଶରେ ଦଙ୍ଗା ସୃଷ୍ଟି ପାଇଁ ଭାରତରେ ଥିବା ‘ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ’ ସଂସ୍ଥା ଏହି ଟଙ୍କା ଆଣିଛି ବୋଲି ସ୍ପଷ୍ଟ ହୋଇଛି। ତଦନ୍ତରୁ ଜଣାପଡିଛି ଏହି ଶହେ କୋଟି ଟଙ୍କା ମଧ୍ୟରୁ କେବଳ ମରିସସରୁ ପଚାଶ କୋଟି ଆସିଛି। ଏନେଇ ଇଡି କେରଳର ଜଣେ ସାମ୍ବାଦକଙ୍କୁ ମିରଟ ପୋଲିସ ଗିରଫ କରିଛି। ସେ ଏହି ସଂସ୍ଥା ସହିତ ଜଡିତ ଥିବା ସହ ପଇସା କାରବାରରେ ମଧ୍ୟ ସଂପୃକ୍ତ ଅଛନ୍ତି। ଏହି ସାମ୍ବାଦିକଙ୍କ…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 4 ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୟୂରଭଞ୍ଜ ଓ ନୟାଗଡ ଓ କଳାହାଣ୍ଡି ଜିଲ୍ଲାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଝାରସୁଗୁଡା ଓ ସୁନ୍ଦରଗଡରୁ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 974କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ବାଲେଶ୍ବରରୁ ଆଜି ସର୍ବାଧିକ ଚାରିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ 68 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ତିନିଜଣ ପୁରୁଷ ସେମାନଙ୍କ ବୟସ ଯଥାକ୍ରମେ, 50, 72, 39 । ସେହିପରି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମୃତକ ଭୁବନେଶ୍ବରର ବୋଲି ସୂଚନା ରହିଛି । ଭୁବନେଶ୍ବରରୁ ଚାରି ମୃତକଙ୍କ…

Read More

ଭୁବନେଶ୍ବର : ଗତକାଲି ରାଜଭବନ ପାଖ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଭୁବନେଶ୍ୱର ରାଜଭବନ ପାଖ ପେଟ୍ରୋଲ ପମ୍ପ ନିକଟ ରାସ୍ତାରେ ଯାତାୟତ ଉପରେ କଟକଣା ଲାଗିଛି। ସୁରକ୍ଷା କାରଣରୁ କଟକଣା ଜାରି ହୋଇଥିବା ନେଇ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ କରି ସୂଚନା ଦେଇଛନ୍ତି। ତେବେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ସୁରକ୍ଷିତ ନହେବା ଯାଏଁ କଟକଣା ରହିବ ବୋଲି ସେ କହିଛନ୍ତି। ସୁରକ୍ଷା କାରଣରୁ କଟକଣା ଜାରି ନେଇ ପୋଲିସ୍‌ କମିଶନର ସୂଚନା ଦେଇଛନ୍ତି । ସ୍ଥାନ ସୁରକ୍ଷିତ ଘୋଷଣା ନ ହେବା ପର୍ଯ୍ୟନ୍ତ ଟ୍ରାଫିକ୍‌ କଟକଣା ରହିବ । ଟାଙ୍କିରୁ ପେଟ୍ରୋଲ୍‌ ଓ ଡିଜେଲ୍‌ କଡାଯିବା କାର୍ଯ୍ୟ ଜାରି ରହିଛି । ଅପରାହ୍ନ 2ଟା ସୁଦ୍ଧା ଅପରେସନ ଶେଷ ହେବା ନେଇ ଆଶା ରହିଛି ।  ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କରରୁ କଢାଯିବା କାର୍ଯ୍ୟ ଶେଷ ହୋଇଛି । ସକାଳେ ଅଗ୍ନିଶମ ଡିଜି ପେଟ୍ରୋଲ୍‌ ପମ୍ପ…

Read More

ଭୁବନେଶ୍ବର : ରାଜ୍ୟରେ ଆଜି  3ହଜାର 144କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1825ଜଣ ଚିହ୍ନଟ ହୋଇଥିବାବେଳେ 1319ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 44ହଜାର142କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 2 ଲକ୍ଷ 13 ହଜାର 672ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 329ହଜାର443ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 958ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 3ହଜାର 144ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 562ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 128, ବାଲେଶ୍ବରରୁ…

Read More

ଭୁବନେଶ୍ବର : ପ୍ରାୟ 7 ମାସରୁ ଉର୍ଦ୍ଧ୍ବ ହେବ ରାଜ୍ୟର ସମସ୍ତ ମନ୍ଦିର ତଥା ଧାର୍ମିକ ସ୍ଥଳୀ ବନ୍ଦ ରହିଛି । କରୋନାକୁ ଦୃଷ୍ଟିରେ ରଖି ମନ୍ଦିରଗୁଡିକ ବନ୍ଦ ରଖାଯାଇଛି । ଅନଲକ୍‌5.0ରେ କେନ୍ଦ୍ର ସରକାର ଧାର୍ମିକ ସ୍ଥଳୀ ଖୋଲିବାକୁ ଅନୁମତି ଦେଇଥିଲେ ମଧ୍ୟ ଏବେବି ରାଜ୍ୟରେ ମନ୍ଦିର ଖୋଲା ଯାଇନାହିଁ । ମନ୍ଦିର ଖୋଲିବାକୁ ଅନେକେ ଦାବି ମଧ୍ୟ କରୁଛନ୍ତି । ତେବେ ରାଜ୍ୟରେ ମନ୍ଦିର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାର ଜଣାଯାଇଛି । https://twitter.com/SecyChief/status/1314070191580483584?s=20 ରାଜ୍ୟରେ ପ୍ରମୁଖ ମନ୍ଦିର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ମନ୍ଦିର ଖୋଲିବା ନେଇ ସଂକେତ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଦେବୋତ୍ତର ବିଭାଗ ଅଧୀନରେ ଥିବା ମନ୍ଦିର ଖୋଲିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଏନେଇ ପୁରୀ ଶ୍ରୀମନ୍ଦିର ଓ ଅନ୍ୟ ପ୍ରମୁଖ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍‌ କଟକଣା ଭିତରେ ମନ୍ଦିର ଖୋଲିବା ଯୋଜନା…

Read More

ଭୁବନେଶ୍ବର : ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ 49 ହଜାର 909ଟି କରୋନା ନମୁନା ପରୀକ୍ଷା ହୋଇଛି । ଏହା ମଧ୍ୟରୁ ଆର୍‌ଟିପିସିଆରରେ 8051ଟି, ଆଣ୍ଟିଜେନ୍‌ରେ 41 ହଜାର 729ଟି ଓ 129ଟି ଟ୍ରୁନଟ୍‌ ପରୀକ୍ଷା ହୋଇଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିକ 8021କରୋନା ନମୁନା ପରୀକ୍ଷା ହୋଇଛି । ଆରଏମଆରସିରେ1137ଟି, ଆଇଏଲଏ୍‌ସ୍‌ରେ 1410 ଏସ୍‌ସିବି2461, କ୍ୟାପିଟାଲ୍‌ ହସ୍ପିଟାଲରେ 1110ଟି ନମୁନା ପରୀକ୍ଷଣ ହୋଇଛି ।

Read More

ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 78 ହଜାର 524ଜଣ ଆକ୍ରାନ୍ତ ହୋଇଥିବାବେଳେ 971ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା  1ଲକ୍ଷ 5ହଜାର 526କୁ ବୃଦ୍ଧି । ସେହିପରି ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 68 ଲକ୍ଷ 35 ହଜାର 656କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ଦେଶରେ 9 ଲକ୍ଷ 02 ହଜାର 425 ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ 58 ଲକ୍ଷ 27 ହଜାର 705 ଜଣ ସୁସ୍ଥ ହୋଇଛନ୍ତି । କରୋନା ପ୍ରଭାବିତ ରାଜ୍ୟ ତାଲିକାରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଥିବାବେଳେ ଏଠାରେ ମୋଟ୍‌ ସଂକ୍ରମିତ ମାମଲା 14 ଲକ୍ଷ 80 ହଜାର 489 ରହିଥିବାବେଳେ ଏଠାରେ ସୁସ୍ଥଙ୍କ ସଂଖ୍ୟା 11 ଲକ୍ଷ 96 ହଜାର 441ରେ ପହଞ୍ଚିଛି । ସେହିପରି ଏଠାରେ 39 ହଜାର 27ଜଣଙ୍କର ମୃତ୍ୟୁ…

Read More

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୭ ଜିଲ୍ଲାରେ ଭିନ୍ନ ଭିନ୍ନ ୧୨ଟି ପ୍ରକଳ୍ପର ଶୁଭାରମ୍ଭ ସହ ଭୂମି ପୂଜନ କରିବେ। ଏହି ପ୍ରକଳ୍ପ ଦ୍ଵାରା ରାଜ୍ୟରେ ୭ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଏହି ପ୍ରକଳ୍ପ ପାଇଁ ୮୭୯୭ କୋଟି ଟଙ୍କା ବିନିଯୋଗ ହେବ। ଦେଶର ନୂଆ ଶିଳ୍ପାୟନ ହବ୍ ସୃଷ୍ଟି ଉଦ୍ଦେଶ୍ୟରେ ଏପରି ପଦକ୍ଷେପ ଗ୍ରହଣ କରାଯାଉଛି। ଆଜି ଅପରାହ୍ନରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ଉଦଘାଟନ କରିବେ। ଏହି ପ୍ରକଳ୍ପ ମଧ୍ୟରେ ରହିଛି ଶୁଭ ଉଦଘାଟନ 1-ଆଦିତ୍ୟ ବିର୍ଲା ରିନ୍ୟୁବୁଲ, ବିଜେପୁର, ବରଗଡ ଜିଲ୍ଲା 2-ରାମକୋ ସିମେଣ୍ଟ, ହରିଦାସପୁର ଯାଜପୁର ଭୂମି ପୂଜନ 1-ବି.ଏନ ବିଜିନେସ ହାଉସ, ଖୋର୍ଦ୍ଧା 2-ବୈଦ୍ୟବୁଟି ଫାର୍ମାସି, ଖୋର୍ଦ୍ଧା 3-ଡାଇଭର୍ସିଫାଏ ଏନର୍ଜି, କଟକ 4-ମିହାନ ଇଣ୍ଡର୍ଷ୍ଟି, ଖୋର୍ଦ୍ଧା 5-ଓମ ଇକୋ ବିଲିଡ ଟେକ୍, କଟକ 6-ରୁଙ୍ଗଟା ମାଇନସ, ଢେଙ୍କାନାଳ 7-ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି, ସମ୍ବଲପୁର 8-ସ୍ବାଗତ ଇରଥେନ,…

Read More