ମୁମ୍ବାଇ : ବଲିଉଡ୍ରେ ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ୍ ଲଳନାଙ୍କୁ ଜେରା କରାଯିବା ପରେ ସେମାନଙ୍କ ମୋବାଇଲ୍ ସିଜ୍ କରାଯାଇଛି ।ଜେରାର ସମ୍ମୁଖୀନ ହୋଇଥିବା ବଲିଉଡ୍ ଅଭିନେତ୍ରୀମାନଙ୍କ ମୋବାଇଲ୍ ସିଜ୍ ହୋଇଥିବାର ସୂଚନା ରହିଛି । ଜେରା ପରେ ଅଭିନେତ୍ରୀମାନଙ୍କ ମୋବାଇଲ୍ ସିଜ୍ ହୋଇଥିବା ନେଇ ସୂଚନା ଦେଇଛି ଏନ୍ସିବି । ଦୀପିକା, ସାରା, ଶ୍ରଦ୍ଧା, ରାକୁଲ୍, ସିମୋନ ଖମ୍ବାଟା, କରିସ୍ମା ପ୍ରକାଶ, ଜୟା ଶାହାଙ୍କର ମଧ୍ୟ ମୋବାଇଲ୍ ସିଜ୍ କରାଯାଇଛି । ଅଧିକ ତଦନ୍ତ ପାଇଁ ମୋବାଇଲ୍ ସିଜ୍ କରଯାଇଥିବାର କହିଛି ଏନ୍ସିବି । ସୂଚନାଯୋଗ୍ୟ, ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ମାମଲା ସାମ୍ନାକୁ ଆସିବା ପରେ ବହୁ ବଡବଡ ନାମୀଦାମୀ ବଲିଉଡ୍ ହସ୍ତୀମାନେ ଏବେ ହରଡଘଣାରେ ପଡିଛନ୍ତି । ଡ୍ରଗ୍ସ ଲିଙ୍କ୍ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନ୍, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର୍, ରାକୁଳ୍ ପ୍ରୀତ୍ ସିଂହଙ୍କ ପରି ବହୁ ଅଭିନେତ୍ରୀମାନେ…
Author: Samikhsya Bureau
ଭୁବନେଶ୍ବର : କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ମାସ ୨୮ ତାରିଖରୁ ‘ରେଡିଓ ପାଠଶାଳା” କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ସୋମବାରରୁ ଶୁକ୍ରବାର ସକାଳ ୧୦ଟାରୁ ୧୦.୧୫ ମିନିଟ୍ ପର୍ଯ୍ୟନ୍ତ ୧ମରୁ ୮ମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ଆକାଶବାଣୀର ସବୁ କେନ୍ଦ୍ରରୁ ଏହା ପ୍ରସାରଣ ହେବ। ରାଜ୍ୟର ସମସ୍ତ ରେଡିଓ ଷ୍ଟେସନରୁ ଏକ ସମୟରେ ପ୍ରସାରଣ କରାଯିବ । https://twitter.com/IPR_Odisha/status/1310089070245158912?s=20 ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ରେଡିଓ ମାଧ୍ୟମରେ ଶିକ୍ଷା ଦିଆଯିବ। ସପ୍ତାହର ୫ ଦିନ ଏବଂ ପ୍ରତିଦିନ ୧୫ ମିନିଟ୍ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ପଢ଼ାଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୨୮ ତାରିଖରୁ ‘ରେଡିଓ ପାଠଶାଳା’ ଆରମ୍ଭ ହେବାକୁ ଯାଉଛି। କେଉଁ ଦିନ କେଉଁ ଶ୍ରେଣୀର ପିଲାଙ୍କୁ କେଉଁ ବିଷୟରେ ଶିକ୍ଷା ଦିଆଯିବ, ସେନେଇ ବି ଯୋଜନା ପ୍ରସ୍ତୁତ ସରିଛି। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାପାଇଁ ଜଣେ ୫ ବର୍ଷର ଶିଶୁର ଗଳାକାଟି ହତ୍ୟା ଉଦ୍ୟମ ହୋଇଥିବା ଜୁନାଗଡ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ଜୁନାଗଡ ଥାନାର ମାଳଗୁଣ୍ଡ ଗ୍ରାମର ଦଶରଥ ରଣା ଓ ତାଙ୍କ ସ୍ତ୍ରୀ ଲଳିତା ରଣାଙ୍କ ସହିତ ସେହି ଗ୍ରାମର ରାମଲାଲ ରଣାଙ୍କର ପୂର୍ବ ଶତ୍ରୁତା ଥିଲା । ଗତ ଶୁକ୍ରବାର ସନ୍ଧ୍ୟାରେ ଦଶରଥ ରଣାଙ୍କ ୫ବର୍ଷୀୟ ଝୀଅ ହେମାଙ୍ଗୀନି ନିଜ ଘର ନିକଟରେ ଖେଳୁଥିଲେ । ସୁଯୋଗ ଦେଖି ରାମଲାଲ ସେଠାକୁ ଯାଇ ଝିଅ ହେମାଙ୍ଗୀନିକୁ ପାଖକୁ ଡାକି ଧାରୁଆ ଛୁରୀରେ ତାର ବେକକୁ କାଟି ଦେଇଥିଲା । ଝିଅଟି ଚିତ୍କାର କରିବାରୁ ରାମଲାଲ ସେଠାରୁ ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ଝିଅଟିକୁ ପ୍ରଥମେ ଜୁନାଗଡ…
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦିନକରେ ଦେଶରେ ଆଉ 88 ହଜାରରୁ ଉର୍ଦ୍ଧ୍ବ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା 60 ଲକ୍ଷର ନିକଟତର ହୋଇଯାଇଛି । ଗତ 24 ଘଂଟାରେ ସାରା ଦେଶରେ 88 ହଜାର 6 ଶହ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 1 ହଜାର 124ଜଣଙ୍କର ମୃତ୍ୟୁ ହୋଇଛି । । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା 59 ଲକ୍ଷ 92 ହଜାର 533କୁ ବୃଦ୍ଧି ହୋଇଯାଇଛି । ସେହିପରି ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା 94 ହଜାର 503କୁ ବୃଦ୍ଧିହୋଇଛି । ବର୍ତମାନ ଦେଶରେ ଆକ୍ଟିଭ୍ ମାମଲା ସଂଖ୍ୟା 9 ଲକ୍ଷ 56 ହଜାର 402 ରହିଛି । ସେହିପରି ସୁସ୍ଥ ସଂଖ୍ୟା 49 ଲକ୍ଷ 41 ହଜାର 628କୁ ବୃଦ୍ଧି ହୋଇଛି। ମହାରାଷ୍ଟ୍ରରୁ ସର୍ବାଧିକ…
ଭୁବନେଶ୍ବର : ଅକ୍ଟୋବର ମାସରେ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଖୋଲିବ । ଆଜି ବିଶ୍ବ ପର୍ଯ୍ୟଟନ ଦିବସରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ସୂଚନା ଦେଇଛନ୍ତି । କୋଭିଡ୍ କଟକଣା ଭିତରେ ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବା ନେଇ ସୂଚନା ରହିଛି । କରୋନା ଯୋଗୁଁ ପର୍ଯ୍ୟଟନ ଶିଳ୍ପ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ । ଅକ୍ଟୋବର ମାସରୁ ରାଜ୍ୟରେ ସମସ୍ତ ପର୍ଯ୍ୟଟନ ସ୍ଥଳୀ ଖୋଲିବା ନେଇ ଯୋଜନା କରାଯାଇଛି । ତେବେ ମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ଓ ଆଇନ ବିଭାଗ ନିଷ୍ପତ୍ତି ନେବେ ବୋଲି ଜଣାଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ । କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ ରଖାଯାଇଥିଲା । ପୂର୍ବରୁ କେନ୍ଦ୍ର ସରକାର ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଅନୁମତି ଦେଇଥିଲେ । ସେପ୍ଟେମ୍ବର 1 ତାରିଖରୁ କେନ୍ଦ୍ର…
ରମେଶ ମହାନ୍ତି ଜଗତସିଂହପୁର: ବାଲିକୁଦା ବ୍ଲକ ଅନ୍ତର୍ଗତ ଅଳାବୋଳ ପଞ୍ଚାୟତ ନବଜ୍ୟୋତି ମହାସଂଘ ମିଶନ୍ ଶକ୍ତି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏରସମା-ବାଲିକୁଦା ବିଧାୟକ ତଥା ରାଜ୍ଯ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ପଲ୍ଲୀଶ୍ରୀ ସାମଲ, ସଭ୍ୟା ସଲିମା ବିଶ୍ଵାଳ, ଜିଲ୍ଲାପରିଷଦ ସଭ୍ୟ ମହନି ରାଉତ, ସମାଜସେବୀ ସୁକାନ୍ତ ଦାସ, ଶ୍ରୀକାନ୍ତ ଦାସ, ପ୍ରଦୀପ୍ତ ସ୍ୱାଇଁ, ଶାନ୍ତନୁ କାନୁନଗୋ, ଦିଲ୍ଲୀପ କାନୁନଗୋ ପ୍ରମୂଖ ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ : କରୋନାରେ ସଂକ୍ରମିତ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ। ନିଜେ ଉମାଭାରତୀ ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ଏବେ ସଂଗରୋଧରେ ଅଛନ୍ତି । କରୋନାରେ ସଂକ୍ରମିତ ହେବା ପରେ ବନ୍ଦେ ମାତରମ୍ କୁଞ୍ଜରେ ସେ ସଙ୍ଗରୋଧରେ ରହିଥିବା ନେଇ ସୂଚନା ଦେଇଛନ୍ତି ଉମା ଭାରତୀ । ଯେଉଁମାନ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ସମେସ୍ତ କରୋନା ଟେଷ୍ଟ କରାଇନେବା ସହିତ ସତର୍କତା ପାଳନ କରନ୍ତୁ ବୋଲି କହିଛନ୍ତି ଉମା ଭାରତୀ ।
କୋଲକାତା, ବର୍ତ୍ତମାନ ସିନେମା ହଲ, ପ୍ରେକ୍ଷାଳୟ, ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ, ଯାତ୍ରା, ମ୍ୟାଜିକ ସୋ ଏବଂ ସର୍କସ ପ୍ରଦର୍ଶନ ହେବ। ଅକ୍ଟୋବର ଏକ ତାରିଖରୁ ଏହା ଲାଗୁ ହେବ ବୋଲି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଟୁଇଟ କରି ଜଣାଇଛନ୍ତି। ତେବେ ଏଥିରେ ସେ ଏକ କଟକଣା ଜାରୀ କରିଛନ୍ତି। ତାହା ହେଲା ସର୍ବାଧିକ 50 ଜଣ ଅଂଶଗ୍ରହଣକାରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯିବ। ସାଧାରଣ ଜୀବନଜୀବିକା ଚାଲୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ଗ୍ରହଣ କରିଛନ୍ତି। କୋଭିଡ19 ଯୋଗୁଁ ରାଜ୍ୟର ସମସ୍ତ ସିନେମା ହଲ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗତ ମାର୍ଚ୍ଚ ମାସରୁ ବନ୍ଦ ରହିଛି। ବର୍ତ୍ତମାନ ପୂଜା ପାଖେଇ ଆସୁଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତି ନେଇଛନ୍ତି ବୋଲି ଜଣାପଡିଛି।
ନୂଆଦିଲ୍ଲୀ, ଆଜି ଆଖି ବୁଜିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଜଣେ ବରିଷ୍ଠ ନେତା ଯଶୱନ୍ତ ସିଂହ। ମୃତ୍ୟୁ ବେଳକୁ ତାଙ୍କୁ 82 ବର୍ଷ ବୟସ ହୋଇଥିଲା। ଛଅ ବର୍ଷ ତଳେ ସେ ଘରେ ପଡିଯିବାରୁ ତାଙ୍କର ମୁଣ୍ଡରେ ଆଘତ ଲାଗିଥିଲା। ତାଙ୍କୁ ଚିକିତ୍ସା ପାଇଁ ନୂଆଦିଲ୍ଲୀ ଆର୍ମି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ପର୍ଯ୍ୟନ୍ତ ସେ କୋମାରେ ଥିଲେ। ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ପ୍ରତିରକ୍ଷା, ବିଦେଶ ମନ୍ତ୍ରଣାଳୟ ଏବଂ ଅର୍ଥ ପରି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ମୁଖ୍ୟତଃ ରାଜସ୍ଥାନରେ ସେ ବିଜେପିକୁ ସୁଦୃଢ କରିବାରେ ମୁଖ୍ୟ ଭୂମିକା ନେଇଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।
ଭୁବନେଶ୍ୱର, ବିଧାନସଭାରେ ବିଜେପିର ରଣନୀତି ପ୍ରସ୍ତୁତି ପାଇଁ ଆଜି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ୱେବିନାର ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଠଟି ପ୍ରସଂଗରେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ନିଷ୍ପତି ହୋଇଛି। ସେଗୁଡିକ ହେଲା ବିଜୁଳି ଦର ବୃଦ୍ଧି, ସାଂପ୍ରତିକ ମନୁଷ୍ୟକୃତ ବନ୍ୟା, ବଗଲା ଧର୍ମଶାଳା ଜମି ଦୁର୍ନୀତି, ତୃଟିପୂର୍ଣ୍ଣ କୋଭିଡ-୧୯ ପରିଚାଳନା, ପ୍ରବାସୀ ଓଡିଆ ଶ୍ରମିକ ସମସ୍ୟା, ନୂତନ ଓଡିଶା ବିଶ୍ୱବିଦ୍ୟାଳୟ ଆଇନ, ସାର ଦୁର୍ନୀତି, ଓଏମବିଡିଏସି/ଡିଏମଏଫ/କାଂପା ଫଣ୍ଡର ବ୍ୟାପକ ଅନୀୟମିତତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ଆଦି ମୁଖ୍ୟ ପ୍ରସଙ୍ଗ ରହିବ। ସେହିପରି ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶା ସାମିଲ, ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବା ସଂପର୍କରେ ମଧ୍ୟ ବିଧାନସଭା ଅଧିବେସନରେ ଆଲୋଚନା କରାଯିବ ବୋଲି ମୁଖ୍ୟ ସଚେତକ ମୋହନ ମାଝୀ…
ନୂଆଦିଲ୍ଲୀ, ଶେଷରେ ପଂଜାବର ଶିରୋମଣି ଅକାଳି ଦଳ ଏନଡିଏରେ ହାତ ଛାଡିଛି। ଆଜି ଏ ନେଇ ଦଳ ତରଫରୁ ସ୍ପଷ୍ଟ କରାଯାଇଛି। କୃଷି ବିଲକୁ ଦଳର କୌଣସି କର୍ମି ଗ୍ରହଣ କରୁ ନାହାଁନ୍ତି। ସେଥିପାଇଁ ରାଜନୈତିକ ଚାପରେ ଏହି ନିଷ୍ପତି ନେବାକୁ ବାଧ୍ୟ ହେଲୁ ବୋଲି ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂ ବାଦଲ କହିଛନ୍ତି। ପୂର୍ବରୁ ଏହି ବିଲକୁ ବିରୋଧ କରି ଅକାଲି ଦଳର ସାଂସଦ ହରଶମିତ୍ କୌର ମନ୍ତ୍ରୀ ପଦରୁ ଇସ୍ତପା ଦେଇଥିଲେ। ତେବେ ସେତେବେଳେ ଦଳ ତରଫରୁ କୁହାଯାଇଥିଲା ଯେ ଏନଡିଏକୁ ବାହାରୁ ସମର୍ଥନ ଦେବେ। ହେଲେ ବର୍ତ୍ତମାନ ପରିସ୍ଥିତି ଆମକୁ ଏନଡିଏକୁ ବାଏ ବାଏ କରିବା ପାଇଁ ବାଧ୍ୟ କଲା ବୋଲି ବାଦଲ କହିଛନ୍ତି।
Eviction Drive carried out for removal of unauthorised Shops in public access areas by BMC, BDA & BSCL squad along with Police at Unit-2. This has been done for clearance of access to the #MultiLevelCarParking under construction. The MLCP will help to reduce traffic congestion.
ନୂଆଦିଲ୍ଲୀ, ଆସନ୍ତାକାଲି ଶେଷ ରବିବାର ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଧାରାବାହିକ ରେଡିଓ କାର୍ଯ୍ୟକ୍ରମରେ ଆସିବେ। ଯାହାର ନାମ ରହିଛି ମନ୍ କି ବାତ୍। ଏହି ଅଲ ଇଣ୍ଡିଆ ରେଡିଓରେ ଦିନ ଏଗାରଟା ବେଲେ ସିଧା ପ୍ରସାରଣ କରାଯିବ। ଏଥିସହିତ ଡିଡି ରେ ମଧ୍ୟ ପ୍ରସାରଣ କରାଯିବ। ସେହିପରି ନରେନ୍ଦ୍ର ମୋଦୀ ମୋବାଇଲ ଆପରେ ମଧ୍ୟ ଏହାର ସିଧାପ୍ରସାର ଲୋକମାନେ ଶୁଣିପାରିବେ। ଏହି ମନ କି ବାତର ସିଧା ପ୍ରସାରଣ ପରେ ପରେ ଆଞ୍ଚଳିକ ଭାଷାରେ ଏହାର ପ୍ରସାରଣ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ଦିବଂଗତ ଯୁବ ସଂଗଠକ ଯଥା ଅସୀମିତ ପ୍ରତିଭାର ଅଧିକାରୀ ସ୍ବର୍ଗତ ସତ୍ୟ ନାରାୟଣ ସେନାପତିଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି। ଦ୍ଵାଦଶହ ଦିବସ ଅବସରରେ ବାଲୁଗାଁ ସ୍ଥିତ କଳିଙ୍ଗ ଯୁବକ ସଙ୍ଘ ପରିସରରେ ଉକ୍ତ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବାସହ ଏକ ସ୍ମରଣିକା ଉନ୍ମୋଚନ ହୋଇଯାଇଅଛି। ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ସମ୍ମାନିତ ଅତିଥି ପୂର୍ବତନ ବିଧାୟକ ଚିଲିକା ଡ଼ା ବିଭୁତି ଭୂଷଣ ହରିଚନ୍ଦନ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଂଜନ ବଡ଼ଜେନା, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, କଳିଙ୍ଗ ଯୁବକ ସଙ୍ଘର ସଭାପତି ରବି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି ଦିବଂଗତ ଆତ୍ମାର ସଦଗତି ନିମନ୍ତେ ସ୍ବର୍ଗତ ସେନାପତିଙ୍କ ତୈଳ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୁଇ ମିନିଟ ନିରବ…
ମୁମ୍ବାଇ: ଜିଓ ପୋଷ୍ଟପେଡ ପ୍ଲସ୍ ଗ୍ରାହକଙ୍କ ନିମନ୍ତେ ଭାରତର ପ୍ରଥମ ଇନ୍ ଫ୍ଲାଇଟ ସେବା ଆରମ୍ଭ କରିବାକୁ ଜିଓ ଏବଂ ପାନାସୋନିକ ଆଭିଓନିକ୍ସ କର୍ପୋରେସନର ସହଯୋଗୀ ସଂସ୍ଥା ଏରୋମୋବାଇଲ ସହଭାଗିତା କରିଛନ୍ତି। ଜିଓର ଇନ-ଫ୍ଲାଇଟ ସେବା ବିଦେଶ ଯାତ୍ରା କରୁଥିବା ପ୍ରତ୍ୟେକ ଭାରତୀୟ ବିମାନ ଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ବିମାନ ମଧ୍ୟରେ ଭଏସ୍ ଓ ଡାଟା ସେବା ଜରିଆରେ ସଂଯୁକ୍ତ ରହିବାର ସୁଯୋଗ ପ୍ରଦାନ କରିବ। ପ୍ରାରମ୍ଭିକ ଭାବରେ ବିଦେଶ ଯାତ୍ରା ସମୟରେ ଭାରତୀୟଙ୍କ ପାଇଁ ଇନ୍-ଫ୍ଲାଇଟ ସେବା ଉପଲବ୍ଧ ହେବ। ଏହି ସେବା ଥରେ ଭାରତୀୟ ଆକାଶମାର୍ଗରେ ଉପଲବ୍ଧ ହେବା ଆରମ୍ଭ ହେଲେ ସମସ୍ତ ଜିଓ ଗ୍ରାହକ ପ୍ରଥମେ ତାହାର ସୁବିଧା ନେଇପାରିବେ, ଯଦ୍ଦ୍ୱାରା ସେମାନେ ଭାରତ ମଧ୍ୟରେ ବିମାନରେ ଥିଲେ ମଧ୍ୟ ସଂଯୁକ୍ତ ରହିପାରିବେ। ପ୍ରଥମ ଭାରତୀୟ ଅପରେଟର ଭାବେ ଇନ୍-ଫ୍ଲାଇଟ ରୋମିଂ ସୁବିଧା ପ୍ରଦାନକରି ଜିଓ ଦୂରସଂଚାର ବଜାରରେ ଅଭିନବ ଏବଂ ପ୍ରଯୁକ୍ତିକ୍ଷେତ୍ରରେ ଅଗ୍ରଣୀ ରହିବା ସ୍ଥିତିକୁ…
ଭୁବନେଶ୍ବର: ଆଜି ରାଜ୍ୟରୁ ସର୍ବାଧିକ ୪୭୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ସର୍ବମୋଟ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା୧ ଲକ୍ଷ ୭୦ ହଜାର ୧୯୩ କୁ ବୃଦ୍ଧି ହୋଇଛି। ରାଜ୍ୟରେ ସମୁଦାୟ ୨ ଲକ୍ଷ ୫ ହଜାର ୪୫୨ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୩୪ ହଜାର ୪୨୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ମୋଟ ୭୮୩ ଜଣ କୋରଣା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୭୩ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୧୧ ଜଣ, ମୟୂରଭଞ୍ଜରୁ ୨୧୬, ସୁନ୍ଦରଗଡରୁ ୧୬୭, ଯାଜପୁରରୁ ୧୪୨, ବରଗଡରୁ ୧୪୧, ବାଲେଶ୍ବରରୁ ୧୩୭, ନବରଙ୍ଗପୁରରୁ ୧୧୪, ପୁରୀରୁ ୧୦୯, ଜଗତସିଂହପୁରରୁ ୧୦୩, ସୋନପୁରରୁ ୧୦୩, କୋରାପୁଟରୁ ୧୦୨, ଅନୁଗୁଳରୁ ୧୦୧, ଢେଙ୍କାନାଳରୁ ୯୮, କଳାହାଣ୍ଡିରୁ ୯୭, ଝାରସୁଗୁଡାରୁ ୯୨, ସମ୍ବଲପୁରରୁ ୯୧, କେନ୍ଦୁଝରରୁ ୯୦, କନ୍ଧମାଳରୁ ୮୯, କେନ୍ଦ୍ରାପଡାରୁ ୮୯, ଭଦ୍ରକରୁ ୮୬,…
ଭୁବନେଶ୍ବର: କରୋନା ମହାମାରୀରେ ଆର୍ଥିକ କଲବଲକୁ ବଢ଼ାଇ ଦେଇଛି ସରକାରଙ୍କ ବିଦ୍ୟତ ଶୁଳ୍କ ବୃଦ୍ଧି ଘୋଷଣା। ବର୍ତ୍ତମାନ ଅନ୍ୟ ସମସ୍ତ ରାଜ୍ୟ ଅପେକ୍ଷା ଓଡିଶାରେ ବିଦ୍ୟୁତ ଶୁଳ୍କ ଯଥେଷ୍ଟ ଅଧିକ ରହିଛି। ବିଦ୍ୟୁତ ଉତ୍ପାଦନ କରୁନଥିବା ରାଜ୍ୟଠାରୁ ମଧ୍ୟ ଏହା ଅଧିକ। କମ୍ପାନୀ ଓ କର୍ପୋରେଟମାନଙ୍କ ଠାରୁ ବକେୟା ବିଦ୍ୟୁତ ଶୁଳ୍କ ଆଦାୟ ନକରି ସାଧାରଣ ଗରିବ ଜନସାଧାରଣଙ୍କ ଠାରୁ ଜୋର ଜବରଦସ୍ତ ଆର୍ଥିକ ଶୋଷଣକୁ ଆଜି ଆମ ଜନତା ଅଧିକାର ଓ ଉପଭୋକ୍ତା ମହାସଂଘ ମିଳିତ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ ନିନ୍ଦା କରିବା ସହ ଆଗାମୀ ଦିନରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଜନଆନ୍ଦୋଳନ କରିବ ବୋଲି ଘୋଷଣା କରିଛି। ବିଦ୍ୟୁତ ବଣ୍ଟନ ଦାୟିତ୍ୱରେ ଥିବା ବଡ଼ ବଡ଼ କମ୍ପାନୀ ଉପରେ ୫୯୬୪ କୋଟି ଟଙ୍କା ବକେୟା ପଡିଛି। ତାକୁ ଆଦାୟ ନ କରି ସାଧାରଣ ଜନତାଙ୍କ ଉପରେ ସରକାର ଦାଉ ସାଧୁଛନ୍ତି। ବିଦ୍ୟୁତ ବଣ୍ଟନ ଜନିତ ଟ୍ରାନ୍ସମିଶନ କ୍ଷତିକୁ ୮% ପର୍ଯ୍ୟନ୍ତ…
ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନ୍ ସାଢେ 5 ଘଣ୍ଟା ଏନସିବି ପଚରାଉଚୁରା କରିଥିବା ଜଣାପଡିଛି । ଦୀପିକାଙ୍କୁ ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହ ମୁହାଁମୁହିଁ ଜେରା କରିଛି । ଆଉ ଡ୍ରଗ୍ସ ଚାଟ ସଂପର୍କରେ ଏନସିବି ଆଗରେ ଦୀପିକା ବି ମାନିଛନ୍ତି । ହ୍ୱାଟସଆପ୍ ଗ୍ରୁପର ଆଡମିନ୍ ଥିବା ନେଇ ମଧ୍ୟ ଦୀପିକା ମାନିଛନ୍ତି । ତେବେ ଏନସିବିକୁ ଦୀପିକା ସନ୍ତୋଷଜନକ ଉତ୍ତର ଦେଇନଥିବା ସୂଚନା ମିଳିଛି । ଦୀପିକାଙ୍କୁ ତାଙ୍କ ମ୍ୟାନେଜର୍ କରିସ୍ମା ପ୍ରକାଶଙ୍କ ସହ ମୁହାମୁହିଁ ଜେରା କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଟ୍ୱିଷ୍ଟ ପରେ ଆସୁଛି ଟ୍ୱିଷ୍ଟ । ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଗିରଫ ହେବା ପରେ ଏବେ ଦୀପିକା, ଶ୍ରଦ୍ଧା, ସାରାଙ୍କୁ ଜେରା କରୁଛି । ଅପରପକ୍ଷରେ, ସୁଶାନ୍ତଙ୍କ ପାର୍ଟିକୁ ଯାଇଥିଲେ ସତ କିନ୍ତୁ ଡ୍ରଗ୍ସ ଖାଇନଥିଲେ ବୋଲି…
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 319 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 319 ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍ରୁ 62ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ୍ କେସ୍ 257ଟି ରହିଛି ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । ସେହିପରି ଆଜି 353ଜଣ ସୁସ୍ଥ ହୋଇଥିବାବେଳେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବର ମହାନଗରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 20 ହଜାର538ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 16 ହଜାର 864 ରହିଛି । ସେହିପରି ମୃତ୍ୟୁ ସଂଖ୍ୟା 84ରେ ପହଞ୍ଚିଛି । ମହାନଗରରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 3 ହଜାର 574 ରହିଛି । https://twitter.com/bmcbbsr/status/1309806401623961600?s=20 ନୟାପଲ୍ଲୀରୁ 16, ପଟିଆ ଶିଶୁ ବିହାରରୁ 13, ଚନ୍ଦ୍ରଶେଖରପୁରରୁ 12 ଜଣ ଚିହ୍ନଟ ହୋଇଥିବାବେଳେ ଆଇଆରସି ଭିଲେଜ୍ ଓ ରସୁଲଗଡରୁ 7 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ବମିଖାଲ, ଝାରପଡା ଓ ଚିନ୍ତାମଣିଶ୍ବରରୁ 7 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୟୁନିଟ୍-6, ସାମନ୍ତରାପୁର…
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି)ର ପଦାଧିକାରୀଙ୍କ ନୂତନ ଟିମ୍ ଘୋଷଣା କରିଛି। ଦଳର ସଭାପତି ଜଗତ ପ୍ରକାଶ ନଡ୍ଡା କିଛି ସମୟ ପୂର୍ବେ ଏହାର ଘୋଷଣା କରିଛନ୍ତି। ଏଥର ବିଜେପିର ନୂତନ ଟିମ୍ରେ ସମସ୍ତ ରାଜ୍ୟର ଯୁବକ ଓ ମହିଳାଙ୍କୁ ସୁଯୋଗ ଦିଆଯାଇଛି। ନଡ୍ଡାଙ୍କ ଟିମ୍ରେ 12 ଉପସଭାପତି, 8 ସାଧାରଣ ସଂପାଦକ, 13ରାଷ୍ଟ୍ରୀୟ ସଂପାଦକ ରହିଛନ୍ତି। ନଡ୍ଡାଙ୍କ ଟିମ୍ରେ ଚାରି ଓଡିଆଙ୍କୁ ସ୍ଥାନ ମିଳିଛି। ଘୋଷିତ 23 ଜଣିଆ ରାଷ୍ଟ୍ରୀୟ ପ୍ରବକ୍ତା ଓଡିଶାର ସମ୍ବିତ ପାତ୍ର ପୂର୍ବଭଳି ନିଜ ଦାୟିତ୍ଵରେ ଥିବା ବେଳେ ଭୁବନେଶ୍ଵର ସାଂସଦ ଅପରାଜିତ ଷଡଙ୍ଗୀଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ମଧ୍ୟରେ ସ୍ଥାନ ମିଳିଛି। ଘୋଷିତ 13 ରାଷ୍ଟ୍ରୀୟ ସଂପାଦକ ମଧ୍ୟରେ ଓଡିଶାର ମୟୂରଭଞ୍ଜ ସାଂସଦ ବିଶେଶ୍ଵର ଟୁଡୁ ରହିଛନ୍ତି। ସେହିପରି ବୈଜୟନ୍ତ ପଣ୍ଡା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି । ରମଣ ସିଂହ, ବସୁନ୍ଧରା ରାଜେ ସିନ୍ଧିଆ, ରାଧାମୋହନ ସିଂ, ରଘୁବର ଦାସ, ମୁକୁଲ ରାୟ,…
ଭୁବନେଶ୍ବର, ଆସନ୍ତା 29 ତାରିଖରେ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେସନ। ଏହି ଅଧିବେସନ ରାଜନୈତିକ, ସାମାଜିକ ତଥା ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ବେଶ୍ ଗୁରୁତ୍ବ ପୂର୍ଣ୍ଣ ରହିବ। କାରଣ କୋଭିଡ19 ମାହାମାରି ସମୟରେ ଏହା ହେଉଛି ପ୍ରଥମ ଅଧିବେସନ। ଏହା ପୂର୍ବରୁ କରୋନା ଭୟରେ ପ୍ରଥମ ଥର ପାଇଁ ବିଧାନସଭାର ଅଧିବେସନ ଲୋକସେବା ଭବନ ପ୍ରେକ୍ଷାଳୟରେ ହୋଇଥିଲା। ସ୍ବାସ୍ଥ୍ୟଗତ କାରଣରୁ ଏହି ଅଧିବେସନ ନିଶ୍ଚିତ ଭାବେ ପ୍ରଥମ ଏବଂ ଗୁରୁତ୍ବ ପୂର୍ଣ୍ଣ ହେବ। ସେଥିପାଇଁ ବିଧାନସଭା ଆରମ୍ଭ ପୂର୍ବରୁ ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ବିଧାୟକ, ମନ୍ତ୍ରୀ, ସୁରକ୍ଷା କର୍ମି ଏପରିକି ଡ୍ରାଇଭରଙ୍କ ମଧ୍ୟ କୋଭିଡ19 ପରୀକ୍ଷା କରାଯାଉଛି। ଏହା ଦ୍ବାରା କୋରନା ଭୟ ଗୃହ ଭିତରେ ରହିବ ନାହିଁ ବୋଲି ଏପରି ପଦକ୍ଷେପ ନିଆଯାଉଛି। ଏପରିକି କରୋନା ଭୟ ଦୂର କରିବା ପାଇଁ ଅଧିବେସନ ପୂର୍ବଦିନ ପୁରା ଗୃହକୁ ସାନିଟାଇଜେସନ କରାଯିବ। ଯେତେ ଯାହା କଲେ ମଧ୍ୟ ହେଲେ ରାଜନୈତିକ ଦୃଷ୍ଟିକୋଣରୁ…

