ଭୁବନେଶ୍ବର: ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ମହିଳା କମିଶନ ପକ୍ଷରୁ ଓଟିଭି ଏମଡିଙ୍କୁ ସମନ କରାଯାଇଛି। ଭୁବନେଶ୍ବର ଡିସିପିଙ୍କ ଜରିଆରେ ସମନ କଲେ ମହିଳା କମିଶନ। ଅକ୍ଟୋବର ମାସର ଏକ ତାରିଖରେ ହାଜର ହେବା ପାଇଁ ସମନ କରାଯାଇଛି। ଏହା ପୂର୍ବରୁ ଓଟିଭି ଏମଡିଙ୍କୁ ଆଉଥରେ ନୋଟିସ କରାଯାଇଥିଲା। ଗତକାଲି ଏହି ନୋଟିସ ଆଧାରରେ ଓଟିଭି ଏମଡି ହାଜର ହୋଇଥିଲେ। କିନ୍ତୁ ଗତକାଲି ଶୁଣାଣି ହୋଇପାରିନଥିଲା। ସେପଟେ ଏହି ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ପୁଣି ସମୟ ମାଗିଲା କମିଶନରେଟ ପୋଲିସ। ରିପୋର୍ଟ ଦାଖଲ ପାଇଁ ୨୧ ଦିନ ସମୟ ନେଲା ପୋଲିସ। ଏନେଇ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ସୂଚନା ଦେଇଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ, ଗତକାଲି ସଂସଦ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧରଣାରେ ବସିଥିବା ଆଠ ନିଳମ୍ବିତ ସାଂସଦଙ୍କୁ ଜଣେ ଆଶ୍ଚର୍ଯ୍ୟ ପରିଦର୍ଶକ ମିଳିଯାଇଥିଲେ। ସେମାନେ କେବେ ଭାବି ନ ଥିଲେ ଯେ, ତାଙ୍କ ଧାରଣା ସ୍ଥଳକୁ ସେ ବ୍ୟକ୍ତି ଜଣଙ୍କ ଏପରି ରାତିରେ ଆସିବେ। ତେବେ କେବେଳ ସେ ବ୍ୟକ୍ତିଙ୍କୁ ଦେଖିକି ନୁହେଁ ସେମାନେ ଆହୁରି ଏକ ଜିନିଷ ଦେଖି ଆଶ୍ଚର୍ୟ୍ୟ ହୋଇଗଲେ। ତାହା ହେଲା ସେ ବ୍ୟକ୍ତି ଜଣଙ୍କ ହାତରେ ଚା ଓ ବିସ୍କୁଟ ଧରି ସେମାନଙ୍କ ପାଖକୁ ଆସିଛନ୍ତି। ଏପରି ପରିସ୍ଥିତିରେ ଧାରଣାରେ ବସିଥିବା ଆଠ ସାଂସଦ କଣ କରିବେ କିଛି ବୁଝିପାରିଲେ ନାହିଁ। ତେବେ ସେ ବ୍ୟକ୍ତି ଜଣଙ୍କ ବ୍ୟାଗରୁ ଚା ବିସ୍କୁଟ ବାହାର କରି ସମସ୍ତଙ୍କୁ ଖାଇବା ପାଇଁ ଅନୁରୋଧ କଲେ। ଏତେ ବଡ ବ୍ୟକ୍ତି ନିଜେ ଚା ପିଇବା ପାଇଁ କହୁଛନ୍ତି ଯେତେବେଳେ ସାଂସଦମାନଙ୍କ ମୁଣ୍ଡ ଖରାପ ହୋଇଗଲା। ଅମାନିଆ ସାଂସଦ ଶୃଙ୍ଖଳିତ ଛାତ୍ରଙ୍କ…
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବନଖଣ୍ଡ ଗୋଗୁଆ ପଂଚାୟତର ଲାଇଜା ଗ୍ରାମରେ ଆଜି ରାତିରେ ହାତୀପଲ ଆସି ବ୍ୟାପକ ଫସଲ ଖାଇବା ସହ ନଷ୍ଟ କରିଦେଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ ,ଗତକାଲି ରାତି ୧୨ ଟା ପାଖାପାଖିରେ ହାତୀପଲ ଆସି ଲାଇଜା ଗ୍ରାମର ଉଦ୍ଧବ ବେହେରା ଙ୍କ ଆଖୁଫସଲ, ରାମଚନ୍ଦ୍ର ସାହୁଙ୍କ କଦଳୀ , ଧାନ , ଦାଶରଥୀ ସାହୁଙ୍କ ଧାନ ଫସଲ , ପଦ୍ମନାଭ ପ୍ରଧାନଙ୍କ କଦଳୀ ଚାଷ ଆଦି ଖାଇବା ସହ ବ୍ୟାପକ ନଷ୍ଟ କରିଦେଇଛନ୍ତି। ଯେତିକି ଖାଇଛନ୍ତି ତତୋଧିକ ଫସଲ ସବୁ ନଷ୍ଟ କରିଦେଇଛନ୍ତି ହାତୀପଲ। ସନ୍ଧ୍ୟାରେ ବନବିଭାଗ ହାତୀକୁ ଘଉଡାଇବାକୁ ଯାଇ ସେମାନଙ୍କୁ ଜଙ୍ଗଲକୁ ତଡିଦେଇଥିଲେ। ହେଲେ ଅଧରାତିରେ ପୁଣି ହାତୀପଲ ଆସି ସବୁ ଫସଲ ନଷ୍ଟ କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦିନକୁ ଦିନ ହାତୀ ସଂଖ୍ୟା ବୃଦ୍ଧି ପାଇବା ସହ ଜଙ୍ଗଲ ନଷ୍ଟ ହେବା ଫଳରେ ଖାଦ୍ୟ ଅନ୍ୱେଷଣରେ ଗାଁ…
ଭୁବନେଶ୍ବର: ଆଜି ରାଜ୍ୟରୁ ୧୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ବାଲେଶ୍ଵର, ବଲାଙ୍ଗିରି, ଗଞ୍ଜାମ ଓ ମାଲକାନଗିରିରୁ ୨ ଜଣ ଲେଖାଏଁ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଭଦ୍ରକ, ଖୋର୍ଦ୍ଧା, ପୁରୀରୁ ଜଣେ ଲେଖାଏଁ କରୋନା ରେ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ମୋଟ କୋରୋନଜନିତ ମୃତ୍ୟୁ ସଂଖ୍ୟା ୭୨୧ କୁ ବୃଦ୍ଧି ହୋଇଛି। ବାଲେଶ୍ବରରୁ ଜଣେ ୬୫ ବର୍ଷୀୟ ପୁରୁଷ ଆଉ ଜଣେ ୫୦ ବର୍ଷୀୟ ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଛି। ବଲାଙ୍ଗିରିରୁ ଜଣେ ୬୦ ବର୍ଷୀୟ ପୁରୁଷ ଓ ଜଣେ ୪୨ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ସେହିପରି ଗଞ୍ଜାମରୁ ଜଣେ ୭୦ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୭୭ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ମାଲକାନଗିରିରୁ ଜଣେ ୫୪ ବର୍ଷୀୟ ପୁରୁଷ ଏବ ଆଉ ଜଣେ ୪୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ଭଦ୍ରକରୁ ଜଣେ ୬୮ ବର୍ଷୀୟ ପୁରୁଷ, ପୁରୀରୁ ଜଣେ ୫୧ ବର୍ଷୀୟ…
ଭୁବନେଶ୍ବର: ରାଜ୍ୟରେ ଆଜି ୪ ହଜାର ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୪୫୩ ଜଣ ଚିହ୍ନଟ ହୋଇଥିବାବେଳେ ୧୭୩୬ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ୩୧୧ କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୮ ହଜାର ୧୫୮ ଜଣ। ସେହିପରି ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୪୯ ହଜାର ୩୭୯ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୭୧୦ଜଣ। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୪ ହଜାର ୧୮୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୭୧୨ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ ୧୦୭, ବାଲେଶ୍ବରରୁ ୧୫୦, ବରଗଡରୁ ୧୨୮, ଭଦ୍ରକରୁ ୩୪, …
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଆୟତପୁର ପଞ୍ଚାୟତରେ ରାସନ ସାମଗ୍ରୀ ଏବଂ ଭତ୍ତା ବଣ୍ଟନରେ ଦେଖାଯାଇଛି ସାଙ୍ଘାତିକ ଅନିୟମିତତା। ପଞ୍ଚାୟତବାସି ସେପ୍ଟେମ୍ବର ମାସର ରାସନ ସାମଗ୍ରୀ ଓ ଭତ୍ତା ଆଜି ସୁଦ୍ଧା(୨୨.୦୯.୨୦) ପାଇନାହାନ୍ତି। ଯାହାଦ୍ୱାରା ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ନିୟମ ମୁତାବକ ରାସନ ସାମଗ୍ରୀ ପଞ୍ଚାୟତ ରେ ପ୍ରତି ମାସର ପ୍ରଥମ ସପ୍ତାହ ସୁଦ୍ଧା ଏବଂ ଭତ୍ତା ପ୍ରତି ମାସର ୧୫ ତାରିଖ ସୁଦ୍ଧା ବଣ୍ଟାଯିବା କଥା କିନ୍ତୁ ଆୟତ୍ତପୁର ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ଗରିବଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ଦେଉଥିବାବେଳେ ଏଠି କିଛି ସରକାରୀ କର୍ମଚାରୀଙ୍କ ମନମାନି ଲାଗି ହନ୍ତସନ୍ତ ହେଉଛନ୍ତି ପଞ୍ଚାୟତବାସି। ହେଲେ ଏ ନେଇ ଆୟତ୍ତପୁର ସରପଞ୍ଚଙ୍କ ପ୍ରତିନିଧି ରାମଚନ୍ଦ୍ର ସେଠିଙ୍କୁ ପଚାରିବାରୁ ରାସନ ସାମଗ୍ରୀ ଚଳିତ ମାସ ୧୫ ତାରିଖରେ ପଞ୍ଚାୟତକୁ ଆସିଥିବାର କହିଥିଲେ ଏବଂ କଣ୍ଟେନମେଣ୍ଟ ଜୋନ ହୋଇଥିବାରୁ ରାସନ ସାମଗ୍ରୀ…
ନୂଆଦିଲ୍ଲୀ: ଦେଶରେ ଦିନକରେ ୭୫ ହଜାର ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁବରଣ କରିଛନ୍ତି ୧୦୫୩ ଜଣ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ଲକ୍ଷ ୬୨ ହଜାର ୬୬୪ କୁ ବୃଦ୍ଧି ହୋଇଛି। ତେବେ ଦେଶରେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ଲକ୍ଷ ୯୭ ହଜାର ୮୬୭ ଥିବା ବେଳେ ସକ୍ରିୟ ମାମଲା ୯ ଲକ୍ଷ ୭୫ ହଜାର ୮୬୧ ରହିଛି। ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮୮ ହଜାର ୯୩୫ ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଭୁବନେଶ୍ବର: ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି। ସଂକ୍ରମଣ ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫ ହଜାର ୬୭୬ କରୋନା ଟେଷ୍ଟ ହୋଇଥିବାର ସୂଚନା ରହିଛି। ସେଥିମଧ୍ୟରୁ ୭ ହଜାର ୮୯୯ ଟି ଆରଟିପିସିଆର ଟେଷ୍ଟ ହୋଇଥିବାବେଳେ ୩୭ ହଜାର ୬୪୯ଟି ଆଣ୍ଟିଜେନ୍ ଟେଷ୍ଟ ହୋଇଛି। ସେହିପରି ୧୨୮ଟି ଟ୍ରୁନୁଟ୍ ପରୀକ୍ଷା ହୋଇଛି।
ନୂଆଦିଲ୍ଲୀ, ଭାରତରେ ଜାତୀୟ ସୁସ୍ଥତା ହାର 80%ର ମାଇଲଖୁଣ୍ଟକୁ ଅତିକ୍ରମ କରିଛି। ପ୍ରତିଦିନ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କ୍ରମାଗତ ତୃତୀୟ ଦିନରେ ଭାରତରେ 90 ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି। ଗତ 24 ଘଣ୍ଟା ମଧ୍ୟରେ 93,356 ଜଣ ଆକ୍ରାନ୍ତ ଡିସଚାର୍ଜ ହୋଇଛନ୍ତି। 12ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ ହାରଠାରୁ ଅଧିକ ସୁସ୍ଥ ହୋଇପାରିଛନ୍ତି । 79% ନୂତନ ସୁସ୍ଥ କେବଳ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଛନ୍ତି । ଭାରତରେ ଆଜି ପର୍ଯ୍ୟନ୍ତ ମୋଟ ସୁସ୍ଥଙ୍କ ସଂଖ୍ୟା 44 ଲକ୍ଷ(43,96,399) ପାଖାପାଖି। ସୁସ୍ଥ ସଂଖ୍ୟାରେ ଭାରତ ବିଶ୍ୱରେ ଏକ ନମ୍ବରରେ ଅଛି । ବିଶ୍ୱର ମୋଟ ସୁସ୍ଥଙ୍କ ମଧ୍ୟରେ 19% ଭାରତରୁ ରହିଛନ୍ତି ।
ଭୁବନେଶ୍ୱର, ସର୍ବନିମ୍ନ ସହାୟକ ମୂଲ୍ୟ ଯୋଜନାରେ ଖରିଫ୍ ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଂଜୀକରଣ ଗତବର୍ଷ ତୁଳନାରେ ୨୦୨୦-୨୧ ଖରିଫ୍ରେ ୨୧ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୦-୨୧ ଖରିଫ୍ ଧାନ ସଂଗ୍ରହ ନିମନ୍ତେ ମୋଟ ୧୪ ଲକ୍ଷ ୯୭ ହଜାର ୭୭୯ ଜଣ ଚାଷୀ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି । ଗତବର୍ଷ ୨୦୧୯-୨୦ ଖରିଫ୍ ଧାନ ସଂଗ୍ରହ ନିମନ୍ତେ ୧୨ ଲକ୍ଷ ୩୫ ହଜାର ୯୦୮ ଜଣ ଚାଷୀ ସେମାନଙ୍କର ନାମ ପଂଜୀକରଣ କରିଥିଲେ । ଗତବର୍ଷ ତୁଳନାରେ ୨ ଲକ୍ଷ ୬୧ ହଜାର ୮୭୧ ଜଣ ଅଧିକ ଚାଷୀ ଖରିଫ୍ ଧାନ ବିକିବା ନିମନ୍ତେ ବିଭିନ୍ନ ପ୍ୟାକସ୍/ଲ୍ୟା ̧ସ୍ରେ ଅନ୍ଲାଇନ୍ ଯୋଗେ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି । କୋଭିଡ୍-୧୯ ସ୍ଥିତିରେ ସରକାରଙ୍କ ସମସ୍ତ ମାର୍ଗଦର୍ଶିକା ଓ ସାମାଜିକଦୂରତ୍ୱ ପାଳନ କରି ଚାଷୀ ନାମ ପଂଜୀକରଣ କାର୍ଯ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ…
ମୁମ୍ବାଇ / ଭୁବନେଶ୍ୱର: ଫଟାଫଟ କ୍ରିକେଟର ମହାକୁମ୍ଭ ଆଇପିଏଲ୍ ଆରମ୍ଭ ହୋଇଯାଇଛି। ଏଥି ସହିତ ଜିଓ ପକ୍ଷରୁ ଆରମ୍ଭ ହୋଇଛି ‘ଜିଓ କ୍ରିକେଟ୍ ପ୍ଲେ-ଆଲଙ୍ଗ୍’ ଯେଉଁଥିରେ ଖେଳ ଦେଖିବା ସହ କ୍ରିକେଟ ପ୍ରେମୀମାନେ ନିଜେ ଖେଳରେ ସାମିଲ୍ ହୋଇ ଆର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ରହିଛି। ଚଳିତବର୍ଷ ପାଇଁ ଏହା ହେଉଛି ଏକ ଉପଯୁକ୍ତ ସମୟ ଯେତେବେଳେ ଜିଓ ଉପଭୋକ୍ତାମାନେ ‘ଜିଓ କ୍ରିକେଟ ପ୍ଲେ-ଏଲଙ୍ଗ୍’ ମାଧ୍ୟମରେ କ୍ରିକେଟ ଖେଳର ସମସ୍ତ ଦକ୍ଷତା ଓ ଶୈଳୀ ଉପଯୋଗ କରି ପ୍ରତ୍ୟେକ ବଲ୍ ସହ ଖେଳିବା ସହିତ ଏସମ୍ପର୍କିତ ପ୍ରତ୍ୟେକ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଆକର୍ଷଣୀୟ ପୁରସ୍କାର ଲାଭ କରିପାରିବେ! ଏଥିସହିତ ସେମାନେ ମ୍ୟାଚ୍ ପୂର୍ବ (ପ୍ରି-ମ୍ୟାଚ୍) ପ୍ରଶ୍ନ କାର୍ଯ୍ୟକ୍ରମ, ପୋଲ୍, କ୍ୱିଜ୍ ଇତ୍ୟାଦିରେ ଭାଗ ନେଇପାରିବା ସହିତ ଏହି ଖେଳ କାର୍ଯ୍ୟକ୍ରମରେ ଓ ‘ଷ୍ଟିକର ଚାଟ୍’ ମାଧ୍ୟମରେ ସେମାନଙ୍କ ନିଜର ପସନ୍ଦର ଦଳକୁ ଉତ୍ସାହିତ କରିପାରିବା ସହିତ ଖେଳର ସ୍କୋର, ମ୍ୟାଚ୍…
ଭୁବନେଶ୍ୱର, ୨୧.୯ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିବସ ଅବସରରେ ଓଡିଶାର ସିଲ୍ଭର ଗାନ୍ଧୀ ନିଜର ପଦଯାତ୍ରା ଜାରି ରଖିଛନ୍ତି। ଆଜି ଏହି ପଦଯାତ୍ରାରେ ସିଲ୍ଭର ଗାନ୍ଧୀଙ୍କ ସହିତ ସାମିଲ୍ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମଗ୍ର ବିଶ୍ୱବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ଭାବେ ସ୍ଥାନ ପାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ସହିତ ଅହରହ ସଂଗ୍ରାମ କରି ଆସୁଛନ୍ତି ସିଲ୍ଭର ଗାନ୍ଧୀ। ପୂର୍ବରୁ ସେ ସମଗ୍ର ଭାରତ ବର୍ଷରେ ସ୍ୱଚ୍ଛ ଭାରତ ମିଶନକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ୨୦୦୦ କି.ମି. ପଦଯାତ୍ରା କରି ମହାମହୀମ ରାଷ୍ଟ୍ରପତିଙ୍କ ଠାରୁ ପୁରଷ୍କୃତ ହୋଇଥିଲେ। ବିଶ୍ୱରେ ଦେଖାଦେଇଥିବା ମହାମାରୀ ‘କୋଭିଡ୍-୧୯’ ଭଳି ଭୂତାଣୁ ଜନିତ ରୋଗକୁ ଖାତିର ନ କରି ବିଦ୍ୟାଳୟ, ମହାବିଦ୍ୟାଳୟ, ବିଭିନ୍ନ ଗ୍ରାମାଞ୍ଚଳ ସମେତ ସହରର ଗଳିକନ୍ଦି ତଥା ବସ୍ତିବାସିନ୍ଦାଙ୍କୁ ମାକ୍ସ ଏବଂ ସାନିଟାଇଜର କିଣି ବଣ୍ଟନ…
ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୭୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୯୬ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ପୁରୀରୁ ୨୫୬, ଝାରସୁଗୁଡାରୁ ୧୫୧, କେନ୍ଦ୍ରାପଡାରୁ ୧୪୭, ବଲାଙ୍ଗିରିରୁ ୧୩୬, ସୁନ୍ଦରଗଡରୁ ୧୩୬, ବରଗଡରୁ ୧୩୨, ମୟୂରଭଞ୍ଜରୁ ୧୨୦, ନବରଙ୍ଗପୁରରୁ ୧୨୦, ଯାଜପୁରରୁ ୧୧୩, ସମ୍ବଲପୁରରୁ ୧୧୧, କୋରାପୁଟରୁ ୯୯, ରାୟଗଡାରୁ ୯୮, ଜଗତସିଂହପୁରରୁ ୯୦, କନ୍ଧମାଳରୁ ୮୫, ଭଦ୍ରକରୁ ୭୬, ବାଲେଶ୍ବରରୁ ୭୩, କେନ୍ଦୁଝରରୁ ୭୨, ସୋନପୁରରୁ ୬୫, ଗଞ୍ଜାମରୁ ୫୫, ବୌଦ୍ଧରୁ ୫୧, ଢେଙ୍କାନାଳରୁ ୩୯, ନୟାଗଡରୁ ୩୬, କଳାହାଣ୍ଡିରୁ ୩୪, ମାଲକାନଗିରିରୁ ୨୭, ଦେବଗଡରୁ ୨୩, ଅନୁଗୁଳରୁ ୨୨, ଗଜପତିରୁ ୨୨, ନୂଆପଡାରୁ ୧୧ ଏବଂ ଷ୍ଟେଟ ପୁଲରୁ ୧୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।…
ଭୁବନେଶ୍ୱର: କରୋନା ମହାମାରୀ ସହ ଯୁଦ୍ଧ କରି ଏହି ଅଦୃଶ୍ୟ ଶତ୍ରୁକୁ ପରାସ୍ତ କଲେ ୯୧ ବର୍ଷୀୟ ଜଣେ ବରିଷ୍ଠ ନାଗରିକ। ଭୁବନେଶ୍ୱର ସ୍ଥିତ ସମ୍ କୋଭିଡ ହସ୍ପିଟାଲ୍ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଧିରେନ୍ଦ୍ର ନାଥ ଦାସ। ଶରୀରରେ ଅନେକ ସମସ୍ୟା ଥିବା ସତ୍ୱେ ସମ୍ କୋଭିଡ ହସ୍ପିଟାଲ୍ରେ ଡାକ୍ତର, ନର୍ସ ଏବଂ ପାରାମେଡିକ୍ସଙ୍କର ସଫଳ ଚିକିତ୍ସା, ସେବା ଓ ଯତ୍ନ ଫଳରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଶ୍ରୀ ଦାସ। ଗତ ସେପ୍ଟେମ୍ବର ୫ ତାରିଖରେ କରୋନା ସଂକ୍ରମିତ ହେବା ପରେ ସେ ସମ୍ କୋଭିଡ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ପ୍ରାରମ୍ଭିକ ସ୍ତରରେ ଖୁବ୍ ଅସୁସ୍ଥ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କରୋନା ସହିତ ତାଙ୍କର ଅନ୍ୟାନ୍ୟ ବାର୍ଦ୍ଧକ୍ୟଜନିତ ଶାରୀରିକ ସମସ୍ୟା ରହିଥିଲା। ତେବେ ହସ୍ପିଟାଲ୍ର ଡାକ୍ତର, ନର୍ସ ମାନେ ଆପ୍ରାଣ ଉଦ୍ୟମ କରି ତାଙ୍କୁ ସୁସ୍ଥ କରିବାକୁ ଚେଷ୍ଟା କରିଥିଲେ। ଡାକ୍ତର ପ୍ରଦୀପ୍ତ କୁମାର ପାତ୍ର,…
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବନଖଣ୍ଡ ଗୋଗୁଆ ଗ୍ରାମରେ ବାରହା ମାଂସ ଭୋଜି କରୁଥିବା ସମୟରେ ବନବିଭାଗ ୨ ଜଣ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛି। ପ୍ରକାଶ ଯେ, ଗତ କାଲି ରେଢାଖୋଲ ବନଖଣ୍ଡ ଗୋଗୁଆ ଗ୍ରାମର ନରୋତମ ସାହୁ ଓ ପୂର୍ଣଚନ୍ଦ୍ର ବାଗ୍ ଗୋଗୁଆ ହାଇସ୍କୁଲ ପଡିଆରେ ବାରହା ମାଂସ ଭୋଜି କରୁଥିବାର ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢଉ କରିଥିଲା। ସେମାନଙ୍କ ଠାରୁ ବାରହା ମାଂସ ସହ ସେମାନଙ୍କୁ ବନ ବିଭାଗ ଧରିଥିଲା। ଗତକାଲି ଛୁଟିଥିବାରୁ ଶିକାରୀ ଦ୍ୱୟଙ୍କୁ ଆଜି ବନବିଭାଗ କୋର୍ଟଚାଲାଣ କରିଛି। ଶିକାରୀଦ୍ୱୟ ଏମିତି ପ୍ରତିଦିନ ଜଙ୍ଗଲରୁ ଅବାଧରେ ଜନ୍ତୁଶିକାର କରୁଥିବାର ବନ ବିଭାଗ କହିଛି। ଏମାନଙ୍କୁ ଧରିବାକୁ ବନବିଭାଗ ବହୁଦିନରୁ ଜାଲ ବିଛାଇଥିଲା ହେଲେ ଧରିବାରେ ସଫଳ ହୋଇପାରୁ ନ ଥିଲା। ଗୋଗୁଆ ଅଂଚଳରେ ପ୍ରତ୍ୟେକ ଦିନ ଚୋରାରେ ବନ୍ଧୁକ ରଖି ଜନ୍ତୁ ଶିକାର କରି ବାହାର ଜିଲ୍ଲାକୁ ପ୍ୟାକେଟ୍ କରି ଅବାଧରେ…
କଟକ: କଟକ ସ୍ଥିତ ଜଗତପୁର କୋଭିଡ୍ ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ । ଅଗ୍ନିଶମ ଓ ବିଦ୍ୟୁତ ବିଭାଗକୁ ମିଳିତ ଭାବରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ। ତଦନ୍ତ କରି 24 ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସମୟରେ ସମସ୍ତ ରୋଗୀ ସୁରକ୍ଷିତ ରହିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।ତେବେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରି ହସ୍ପିଟାଲରେ ପୁଣି ରୋଗୀ ସେବା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲା ଖୈରୁଦ୍ଦିନପୁର ଅଞ୍ଚଳରେ ଏକ ଟ୍ରେନିଂ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟ୍ଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ବିମାନରେ ଚାରିଜଣ ରହିଥିବାର ସୂଚନା ରହିଛି । ଏହି ବିମାନଟି ଆକାଶରେ ଉଡୁଥିବା ସମୟରେ ପୂର୍ବାହ୍ନ ପ୍ରାୟ 11.20 ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ହଠାତ୍ ଖସି ତଳେ ପଡ଼ିଯାଇଥିଲା।ତଳେ ପଡିବା ପରେ ବିମାନଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଅନ୍ୟ ଦୁଇଜଣ ପାରାଚ୍ୟୁଟ୍ ସହାୟତାରେ ବିମାନରୁ ବାହାରି ଆସିଥିଲେ । ମୃତକ ପାଇଲଟ୍ ଜଣକ କୋଣାର୍କ ସରନ୍ ବୋଲି ସୂଚନା ରହିଛି । ତେବେ ଟ୍ରେନିଂ ବିମାନଟି କିପରି ଦୁର୍ଘଟଣାଗ୍ରସ୍ତ ହେଲା, ତା’ର ଯାଞ୍ଚ ଜାରି ରହିଛି । (ଏଜେନ୍ସି)
କଟକ: କଟକ ଜଗତପୁର ସଦ୍ଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀ। ସଦଗୁରୁ ହସ୍ପିଟାଲର ଫାୟାର ସେଫ୍ଟି ଲାଇସେନ୍ସ ନଥିଲା । ସଦଗୁରୁ ହସ୍ପିଟାଲକୁ ଫାୟାର ଲାଇସେନ୍ସ ଦିଆଯାଇନାହିଁ। ଲାଇସେନ୍ସ ମିଳିବା ନେଇ ସେମାନଙ୍କର କିଛି ଅସୁବିଧା ରହିଥିଲା । ଇନ୍ସପେକ୍ସନ କରାଯାଇଥିଲା, ଅସୁବିଧା ଦୂର ପାଇଁ କୁହାଯାଇଥିଲା । ଆବଶ୍ୟକ ବ୍ୟବସ୍ଥା କରିବାକୁ ହସ୍ପିଟାଲକୁ ନୋଟିସ କରାଯାଇଥିଲା। ବ୍ୟବସ୍ଥା କରିପାରିନଥିବାରୁ ଲାଇସେନ୍ସ ଦିଆଯାଇନାହିଁ। ତେବେ ଆଜି ସେମାନଙ୍କର ଅଗ୍ନି ନିରାପତ୍ତା ବ୍ୟବସ୍ଥା କାମ କରିଥିଲା । ନିରାପତ୍ତା ବ୍ୟବସ୍ଥା କାମ କରିବାରୁ ନିଆଁ ବେଶି ବ୍ୟାପିନଥିଲା। ସୂଚନାଯୋଗ୍ୟ, କୋଭିଡ୍ ହସ୍ପିଟାଲର ଆଇସିୟୁରେ ନିଆଁ ଲାଗିଥିଲା । ଏହି ହସ୍ପିଟାଲରେ ଥିବା ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଅବସ୍ଥାରେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅପରପକ୍ଷରେ ହସ୍ପିଟାଲରେ ନିଆଁ ଲାଗିନି । ଏସିରୁ ଧୂଆଁ ବାହାରିଥିବାର କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଚର୍ଚ୍ଚିକା ବଜାରରୁ ଚାନ୍ଦୁରା ରୋଡ୍ ଯାଏଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଆସନ୍ତା 27ତାରିଖ ଯାଏଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଜିଲ୍ଲା କୋର୍ଟ କମ୍ପ୍ଲେକ୍ସରୁ 10 କରୋନା ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ ନିଆଯାଇଛି । କଣ୍ଟେନମେଣ୍ଟ ଜୋନ୍ରେ ଯାତାୟତ ଉପରେ ପ୍ରତିବନ୍ଧକ ରଖାଯାଇଛି ।
ଭୁବନେଶ୍ୱର : ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶାର ସାତଟି ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେଗୁଡ଼ିକ ହେଲା ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡ଼ା ଓ ଦେବଗଡ଼ ।ଲଘୁଚାପ ପ୍ରଭାବରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଭୂସ୍ଖଳନ, ଅକସ୍ମାତ ବନ୍ୟା, ତଳିଆ ଅଞ୍ଚଳରେ ପାଣି ଜମିଯିବା, କଚ୍ଚା ରାସ୍ତା ଓ ଘର ଭୁଶୁଡ଼ି ପଡ଼ିବା ଭଳି ଦୁର୍ବିପାକର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ ସୋନପୁର, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଏବଂ ମୟୂରଭଞ୍ଜ, ଜଗତସିଂହପୁର, ଯାଜପୁର ଓ ଢେ଼ଙ୍କାନାଳରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି…
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ କୃଷି ବିଲ୍କୁ ବିରୋଧୀଙ୍କ ହଙ୍ଗାମା ସତ୍ତ୍ବେ ରାଜ୍ୟସଭାରେ ଏହା ପାରିତ୍ ହୋଇଛି । ଗତକାଲି ରାଜ୍ୟସଭାରେ ଏହି ବିଲ୍ରେ ବିରୋଧ ପ୍ରତିବାଦରେ ରାଜ୍ୟସଭାରେ ହଙ୍ଗାମା କରିବା କାରଣ ଯୋଗୁଁ 8 ଜଣ ସଦସ୍ୟଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା । ଏହାର ପ୍ରତିବାଦରେ ବିରୋଧୀ ଦଳର ସଦସ୍ୟ ମାନେ ରାଷ୍ଟ୍ରପତିଙ୍କୁ ଭେଟିବାର ନିଷ୍ପତ୍ତି ନେଇଛନ୍ତି । ରବିବାର ବାଚନିକ ଭୋଟରେ 3ଟି ନୂତନ କୃଷି ବିଲ ରାଜ୍ୟସଭାରେ ପାରିତ ହୋଇଥିଲା । ଏହାର ପ୍ରତିବାଦରେ 12 ବିରୋଧୀ ଦଳର ସଦସ୍ୟ ମାନେ ରାଷ୍ଟ୍ରପତିଙ୍କୁ ଭେଟି ଏହି ବିଲକୁ ମଞ୍ଜୁରୀ ନଦେବା ପାଇଁ ଅନୁରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହି ବିଲ ଆଇନରେ ପରିଣତ ହୋଇଥାଏ । ବିରୋଧୀ ଦଳ ସଦସ୍ୟଙ୍କ ସହିତ ଏନଡିଏର ସହଯୋଗୀ ଦଳ ଅକାଳୀ ଦଳ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିବ ବୋଲି ଜଣାପଡିଛି । (ଏଜେନ୍ସି)

