Author: Samikhsya Bureau

ନୂଆଦିଲ୍ଲୀ : ଆରପାରିରେ ଲୋକପ୍ରିୟ ଗାୟକ ଏସ୍‌. ପି. ବାଲ୍‌ସୁବ୍ରମଣ୍ୟମ୍‌।  ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ 74 ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ବାଲ୍‌ ସୁବ୍ରମଣ୍ୟମ୍‌ । ଅଗଷ୍ଟ ପ୍ରଥମ ସପ୍ତାହରୁକରୋନାରେ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ବାଲସୁବ୍ରମଣ୍ୟମ୍‌ । 6ଟି ଜାତୀୟ ପୁରସ୍କାର ପ୍ରାପ୍ତ ବାଲସୁବ୍ରମଣ୍ୟମ୍‌ 16ଟି ଭାଷାରେ ପ୍ରାୟ 40 ହଜାରର ଗୀତ ଗାଇ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡର ଅଧିକାରୀ ହୋଇଥିଲେ। ଲୋକପ୍ରିୟ ସଙ୍ଗୀତଜ୍ଞ ଇଲୈୟାରାଜା, ଏ. ଆର ରେହମାନ୍ ଓ ଅନ୍ୟ ବହୁ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ବହୁ ଗୀତ ଗାଇଛନ୍ତି ବାଲ୍‌ସୁବ୍ରମ୍ୟମ୍‌ । କେବଳ ଜଣେ ଗାୟକ ନୁହେଁ, ଅଭିନେତା, ପ୍ରଯୋଜକ ତଥା ଜଣେ ଭଏସ୍‌ ଆକ୍ଟର  ରୂପେ ସେ ବେଶ୍‌ ପରିଚିତ । ସଙ୍ଗୀତ ତଥା ସିନେମା ଜଗତ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ  ପଦ୍ମଶ୍ରୀ, ପଦ୍ମଭୂଷଣ ପରି ମର୍ଯ୍ୟଦାଜନକ ପୁରସ୍କାର ସମ୍ମାନିତ ହୋଇଛନ୍ତି ବାଲ…

Read More

ଭୁବନେଶ୍ବର, ଆଜି ବିଜୁ ଛାତ୍ର ଜନତା ଦଳ ତରଫରୁ ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ବିଜୁ ଜନତା ଦଳର ଛାତ୍ର ବ୍ୟାପରରେ ଥିବା ବିଧାୟକ ବ୍ୟୋମକେଶ ରାୟ ଏହି ତାଲିକା ପ୍ରକାଶ କରିଛନ୍ତି। ତାଲିକା ଅନୁସାରେ ବିଜୁ ଛାତ୍ର ଜନତା ଦଳରେ 3 ଜଣ କାର୍ଯ୍ୟକାରୀ ସଭାପତି, 3 ଜଣ ବରିଷ୍ଠ ଉପସଭାପତି, 11 ଜଣ ଉପସଭାପତି, 40 ଜଣ ସାଧାରଣ ସଂପାଦକ ଏବଂ 44 ଜଣ ସଂପାଦକଙ୍କୁ ନିଆଯାଇଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଦେଶରେ ନୂତନ କୃଷି ବିଲ୍‌କୁ ନେଇ ସାରା ଭାରତ ବର୍ଷରେ ବିରୋଧ ଚାଲିଥିବାବେଳେ ବାଣପୁର ଅଞ୍ଚଳରେ ସାର କଳାବଜାରୀକୁ ନେଇ ଶହ ଶହ ଚାଷୀ ଅନଶନ କରିଥିବାର ଦେଖିବାକୁ ମିଳିଛି। ଚାଷୀଙ୍କୁ ରାସାୟନିକ ସାର ମିଳୁନଥିବାରୁ ଚାଷୀଙ୍କ ଦ୍ଵାରା ତୀବ୍ର ଅସନ୍ତୋଷ ଦେଖାଯାଇଛି। ଏନେଇ ବାଣପୁରର ତିନିଶହରୁ ଅଧିକ ଚାଷୀ ରାସ୍ତା ଅବରୋଧ କରିବା ସହ ବାଣପୁର ଖୋର୍ଦ୍ଧା ସମବାୟ ସମିତି ଆଗରେ ପ୍ରତିବାଦ କରୁଛନ୍ତି। ଉକ୍ତ ପ୍ରତିବାଦରେ ବ୍ଲକ କୃଷି ଅଧିକାରୀ ଅଜୟ କୁମାର କରଙ୍କ ଉପରେ ଅଭିଯୋଗ ଆଣିଛନ୍ତି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ସାର ମିଳିବା ନେଇ ସମ୍ପୃକ୍ତ କୃଷି ଅଧିକାରୀ ଜଣକ ଚାଷୀଙ୍କ ପ୍ରତିଶ୍ରୁତି ଦେଉଥିବାବେଳେ ତାହା ମିଳିପାରୁନାହିଁ। କ୍ରମାଗତ ପାଞ୍ଚ ଦିନ ହେବ ଚାଷୀମାନେ ସୋସାଇଟିକୁ ଆସି ସାର ନ ପାଇ ଫେରି ଯାଉଛନ୍ତି। କୃଷି ଅଧିକାରୀ ଓ ଡିଲର୍‌ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀମାନେ ସାର ପାଇବାରୁ ବଞ୍ଚିତ ହେଉଛନ୍ତି। ଏପରିକି…

Read More

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବିହାର ନିର୍ବାଚନ । ଅକ୍ଟୋବର 28 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟର 71ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ନଭେମ୍ବର 10 ତାରିଖରେ ନିର୍ବାଚନ ପରିଣାମ ଆସିବ ବୋଲି ସୂଚନା ରହିଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର 3 ତାରିଖରେ ଅନୁଷ୍ଠିତ ହେବ। ସେହିପରି ତୃତୀୟ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର 7 ତାରିଖରେ ଅନୁଷ୍ଠିତ ହେବ। ବିହାରର 243 ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର 29 ତାରିଖକୁ ଶେଷ ହେବାକୁ ଯାଉଛି । 2015 ମସିହାରେ ନିତିଶ କୁମାରଙ୍କ ଜେଡିୟୁ ପାର୍ଟି ଓ ଆରଜେଡି ପାର୍ଟି ନିର୍ବାଚନ ଲଢିଥିଲେ । ମାତ୍ର ଦୁଇ ବର୍ଷ ପରେ ଏହି ମେଣ୍ଟ ଭାଙ୍ଗି ଯାଇଥିଲା । ଏହା ପରେ ଜେଡିୟୁ ଏବଂ…

Read More

ନୂଆଦିଲ୍ଲୀ: ଭାରତରେ କରୋନାର ସ୍ଥିତି ସଙ୍ଗୀନ ଥିବା ସମୟରେ ବିହାର ସମେତ ଅନ୍ୟ ରାଜ୍ୟର ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏନେଇ ଆଜି ନିର୍ବାଚନ କମିଶନର ସୁନୀଲ୍‌ ଅରେରା ତାରିଖ ଘୋଷଣା କରୁଛନ୍ତି। ଏହି ସମୟରେ କରୋନାକୁ ଦୃଷ୍ଟିରେ ନିର୍ବାଚନ କମିଶନର ନିର୍ବାଚନକୁ ନେଇ ନିୟମରେ କିଛି ପରିବର୍ତ୍ତନ କରିଛନ୍ତି।  ତେବେ ତାରିଖ ଘୋଷଣା କରିବା ସହ କରୋନା କାଳକୁ ଦୃଷ୍ଟିରେ ରଖି ଭୋଟ୍‌ ଗ୍ରହଣ, ପ୍ରାର୍ଥୀପତ୍ର ଦାଖଲରେ ମଧ୍ୟ କେତେକାଂଶରେ ପରିବର୍ତ୍ତନ କରାଯାଇଛି। କରୋନା ସଂକ୍ରମଣ ସମୟରେ ପ୍ରଥମ ଥର ପାଇଁ ନିର୍ବାଚନ ହେଉଥିବାରୁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଛି। ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ ଅନଲାଇନ୍‌ରେ ପ୍ରାର୍ଥୀ ପତ୍ର ଦାଖଲ କରିବେ। ସେହିପରି ଏହି ଭୋଟ୍‌ରେ ପ୍ରାୟ 6 ଲକ୍ଷ ପିପିଇ କିଟ୍‌ ବ୍ୟବହୃତ ହେବ ବୋଲଇ ସୂଚନା ରହିଛି। ବୁଥରେ ଭୋଟରଙ୍କ ସଂଖ୍ୟା ହ୍ରାସ କରାଯାଇଛି। ସେହିପରି ଭୋଟ୍‌ ଗ୍ରହଣ ସମୟ ସୀମା ବି 1 ଘଣ୍ଟା ବୃଦ୍ଧି କରାଯାଇଛି। ସକାଳ…

Read More

ନୂଆଦିଲ୍ଲୀ, ଆଜି କେନ୍ଦ୍ର ସରକାର ଓଡିଶାର ବିଦ୍ୟୁତ ବଣ୍ଟନ କଂପାନୀକୁ ଏକ ବଡ ରିହାତି ପ୍ରଦାନ କରିଛନ୍ତି। ଏଥିରେ ଏନଏଚପିସିକୁ ୩.୭୮ କୋଟି, ଏନଟିପିସିକୁ ୫୬.୮ କୋଟି ଏବଂ ପିଜିସିଆଇଏଲକୁ ୨୪.୩୫ କୋଟି ରିହାତି ଦିଆଯାଇଛି। ଏହିପରି ମୋଟ ୮୪ କୋଟି ଟଙ୍କା ରିହାତି ପ୍ରଦାନ କରାଯାଇଛି। ବିଦ୍ୟୁତ୍ ବ୍ୟବହାର କ୍ଷେତ୍ରରେ ଉପୁଜିଥିବା ସମସ୍ୟା ଲାଘବ କରିବା ପାଇଁ ଏହି ରିହାତି ଦିଆଯାଇଛି। ଏହାଦ୍ବାରା ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତାମାନେ ଅଧିକ ଉପକୃତ ହେବେ। କରୋନା ସମୟରେ ଉପଭୋକ୍ତାମାନଙ୍କ ପାଇଁ ନିରନ୍ତର ବିଦ୍ୟୁତ୍ ସରବରାହ ଲକ୍ଷ୍ୟ ରଖି ଏହି ରିହାତି ପ୍ରଦାନ କରାଯାଇଛି। ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏବଂ ଶକ୍ତିମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Read More

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଦମୋହଠାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସନକୁଇଆ ଗ୍ରାମର ଜଣେ ବ୍ୟକ୍ତି ନିଜ ଶଶୁର ଓ ଶାଳୀଙ୍କୁ ଜୀବନରୁ ମାରି ଦେଇଥିବାର ସୂଚନା ରହିଛି । ଅପରପକ୍ଷରେ ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପୋଲିସ୍‌ କହିବାନୁସାରେ ସ୍ତ୍ରୀ ଶଶୁରାଳୟକୁ ନ ଯିବା କାରଣରୁ ଏପରି କ ଘଟଣାଘଟିଛି । ମିଳିଥିବା ସୂଚନା ଅନୁସାରେ ସନକୁଇଆ ଗ୍ରାମରେ ରହୁଥିବା ଦ୍ରୌପଦୀ ଅହରଓ୍ବାଲ  ପନ୍ନ ଜିଲ୍ଲାର ସିମରିଆ ଥାନା ନିକଟସ୍ଥ ଏକ ଗ୍ରାମରେ ହୋଇଥିଲା । ବିବାହ ପରେ ବି ଦ୍ରୌପଦୀ ନିଜ ବାପ ଘରେ ହିଁ ରହୁଥିଲେ । ନିଜ ସ୍ତ୍ରୀକୁ ନେବା ପାଇଁ ଦ୍ରୌପଦୀଙ୍କ ସ୍ବାମୀ ବହୁ ବାର ଶଶୁର ଘରକୁ ଆସୁଥିଲେ ମଧ୍ୟ ସେ ତାଙ୍କ ସ୍ବାମୀଙ୍କ ସାଙ୍ଗରେ ଯାଉନଥିଲେ । ଏହି ଘଟଣାକୁ ନେଇ…

Read More

ଭୁବନେଶ୍ବର, ଆଜି ବିଧାନସଭାର କନଫ୍ରେନସ ହଲରେ ସର୍ବଦଳୀୟ ବୈଠକ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି। ଆସନ୍ତା 29 ତାରିଖରେ ଏଥର ମୌସୁମୀ ଅଧିବେସନ ଆରମ୍ଭ ହେବ। ତେବେ କୋଭିଡ ମହାମାରି ଭିତରେ ଏହି ଅଧିବେଶନ କିପରି ହେବ ସେ ନେଇ ଆଲୋଚନା ଚାଲିଛି। ଏଥିରେ ସଂସଦୀୟ ମନ୍ତ୍ରୀ ବିକ୍ରକେଶରୀ ଆରୁଖ, ବିରୋଧୀ ଦଳ ନେତା ପ୍ରଦୀପ ନାୟକ, କଂଗ୍ରେସର ନରସିଂହ ମିଶ୍ର ପ୍ରମୁଖ ଯୋଗ ଦେଇଛନ୍ତି।

Read More

ଭୁବନେଶ୍ବର, ଠିକ ଉପନିର୍ବାଚନ ତାରିଖ ଘୋଷଣା ହେବାର କିଛି ସମୟ ପୂର୍ବରୁ ରାଜ୍ୟ ସରକାର ତିର୍ତ୍ତୋଲ ପାଇଁ ବଡ ଘୋଷଣା କରିଛନ୍ତି। ତିର୍ତ୍ତୋଳ ନିର୍ବାଚନ ମଣ୍ଡଳିର ଲୋକଙ୍କ ପାଇଁ ଘୋଷଣା ହୋଇଛି ୧୧୮. ୫୬ କୋଟି ଟଙ୍କାର ବ୍ରିଜ ନିର୍ମାଣ କାମ। ପୋଷଳ ଶଙ୍ଖେଶ୍ବର ରାସ୍ତାର ମହାନଦୀ ଉପରେ ଏହି ବ୍ରିଜ ନିର୍ମାଣ ହେବ। ଏହାର ଲମ୍ବ ହେବ ୮୮୮.୮୯ ମିଟର। ଏନେଇ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଉ କିଛି ସମୟ ପରେ ଭାରତ ନିର୍ବାଚନ କମିଶନର ଓଡିଶାର ତିର୍ତ୍ତୋଲ ଏବଂ ବାଲେଶ୍ବର ଉପନିର୍ବାଚନ ତାରିଖ ଘୋଷଣା କରିବେ। ଏହା ଘୋଷଣା ହେବା ମାତ୍ରେ ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ ଆଚରଣ ବିଧି ଲାଗୁ ହୋଇଯିବ। ସେଥିପାଇଁ ସରକାର ତା ପୂର୍ବରୁ ତିର୍ତ୍ତୋଲ ପାଇଁ ଏହି ବଡ ଘୋଷଣା କରିଛନ୍ତି।

Read More

ଭୁବନେଶ୍ବର : ଆଜି ରାଜ୍ୟରୁ 15ଜଣଙ୍କ ଜୀବନ ନେଇଛି କରୋନା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 4 ଜଣ ଆକ୍ରାନ୍ତଙ୍କ ମୃତ୍ୟୁହୋଇଥିବାବେଳେ ପୁରୀରୁ 3 ଜଣ, ମୟୂରଭଞ୍ଜରୁ 2 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ରାୟଗଡା, କେନ୍ଦ୍ରାପଡା,କଟକ, ବଲାଙ୍ଗିର, ଅନୁଗୁଳୁ ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 767କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧାରୁ ଆଜି ସର୍ବାଧିକ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସମସ୍ତ ଭୁବନେଶ୍ବରର ବୋଲି ସୂଚନା ରହିଛି । ମୃତକଙ୍କ ବୟସ ଯଥାକ୍ରମେ 70, 76, 60, 63 । ପୁରୀର ତିନି ମୃତକଙ୍କ ମଧ୍ୟରେ ଜଣେ 60 ବର୍ଷୀୟା ମହିଳା  ଥିବାବେଳେ ଅନ୍ୟ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 84ବର୍ଷ ଓ 60 ବର୍ଷ । ସେହିପରି ମୟୂରଭଞ୍ଜର ଦୁଇ ମୃତକଙ୍କ ମଧ୍ୟରେ ଜଣେ 45ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଜଣେ 59…

Read More

ନୂଆଦିଲ୍ଲୀ, ଆଜି ଭାରତ ନିର୍ବାଚନ କମିସନରଙ୍କ ସାମ୍ବାଦିକ ସମ୍ମିଳନୀ ଅଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିହାର ନିର୍ବାଚନ ତାରିଖ ଘୋଷଣା ହେବ। ଏଥିସହିତ ଓଡିଶାର ମଧ୍ୟ ଦୁଇଟି ବିଧାନସଭା ଆସନର ଉପନିର୍ବାଚନ ତାରିଖ ମଧ୍ୟ ଘୋଷଣା ହେବ ବୋଲି ଜଣାପଡିଛି। ଓଡିଶାର ତିର୍ତ୍ତୋଲ ଏବଂ ବାଲେଶ୍ବର ସଦର ଆସନର ପ୍ରାର୍ଥୀ ମୃତ୍ୟୁବରଣ କରିବା ପରେ ତାହା ଖାଲିପଡିଛି। ସାମ୍ବିଧାନିକ ନିୟମ ଅନୁସାରେ ଖାଲିପଡିଥିବା ଆସନରେ ଛଅ ମାସ ମଧ୍ୟରେ ନିର୍ବାଚନ ହେବା ବାଧ୍ୟ। ସେହି ଅନୁସାରେ ଆଜି ଏହି ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ଖାଲିପଡିଥିବା ଓଡିଶାର ଦୁଇ ବିଧାନସଭା ଆସନ ମଧ୍ୟରୁ ତିର୍ତ୍ତୋଲଟି ବିଜେଡି ଏବଂ ବାଲେଶ୍ବର ସଦରଟି ବିଜେପି ହାତରେ ଥିଲା।

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୪୨୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୨୦୮  ମଧ୍ୟରୁ କ୍ଵାରେଣ୍ଟିନରୁ ୨୪୬୨ ଏବଂ ୧୭୪୬ଜଣ ସ୍ଥାନୀୟ ସଂକ୍ରମଣ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୦ ହଜାର୯୬ କୁ ବୃଦ୍ଧି ହୋଇଛି। ସକ୍ରିୟ ମାମଲା ରହିଛି ୩୯ ହଜାର ୨୩୨ ଏବଂ କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭୬୭ କୁ ବୃଦ୍ଧି ହୋଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୨୫ ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ ୪୬୫, ଅନୁଗୁଳରୁ ୧୯୪ , ବାଲେଶ୍ବରରୁ ୧୧୮, ବରଗଡ ରୁ ୧୧୪,  ଭଦ୍ରକରୁ ୪୮, ବଲାଙ୍ଗିରିରୁ ୭୬, ବୌଦ୍ଧରୁ ୨୯, ଦେବଗଡରୁ ୨୦, ଢେଙ୍କାନାଳରୁ ୬୮, ଗଜପତିରୁ ୧୩, ଗଞ୍ଜାମରୁ ୬୩, ଜଗତସିଂହପୁରରୁ ୧୮୧, ଯାଜପୁରରୁ ୨୩୭, ଝାରସୁଗୁଡାରୁ ୮୧, କଳାହାଣ୍ଡିରୁ ୧୧୬, କନ୍ଧମାଳରୁ ୧୦୨, କେନ୍ଦ୍ରାପଡାରୁ ୧୧୦, କେନ୍ଦୁଝରରୁ ୮୨, କୋରାପୁଟରୁ ୭୨, ମାଲକାନଗିରିରୁ ୬୧, ମୟୂରଭଞ୍ଜରୁ ୧୫୪, ନବରଙ୍ଗପୁରରୁ ୧୩୧, ନୟାଗଡ ରୁ ୫୨, ନୂଆପଡାରୁ…

Read More

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୮୬ ହଜାର ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୮ ଲକ୍ଷ ୧୮ ହଜାର ୫୭୧ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ୨୪ ଘଣ୍ଟାରେ ୧୧୪୧ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ତେବେ ମୋଟ ସକ୍ରିୟ କେସ ୯ ଲକ୍ଷ ୭୦ ହଜାର ୧୧୬ ଥିବା ବେଳେ  ଥିବା ବେଳେ ସୁସ୍ଥ ହୋଇ ଘରକୂ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୭ ଲକ୍ଷ ୫୬ ହଜାର ୧୬୪ ରହିଛି ଏବଂ ଦେଶରେ କୋରୋନଜନିତ ମୋଟ ମୃତ୍ୟୁ ସଂଖ୍ୟା ୯୨ ହଜାର ୨୯୦ ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ରହିଛି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ରୋଷେଇ କରିବାକୁ ନେଇ ଦୁଇ ଭଉଣୀଙ୍କ ମଧ୍ୟରେ ମନାନ୍ତର ହେବାରୁ ଜଣେ ନାବାଳିକା ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ଆଙ୍କୁଲା ଚଟି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଖବର ସଂଗ୍ରହରୁ ଜଣାପଡିଛି ଯେ ଗତକାଲି ସନ୍ଧ୍ୟା ବେଳେ ଆଙ୍କୁଲା ଚଟି ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ନିଜ ଘରେ ଥିବା ସମୟରେ ରୋଷେଇ କରିବା ବିଷୟକୁ ନେଇ ନିଜ ଭଉଣୀଙ୍କ ସହ ତାଙ୍କର ଝଗଡା ହୋଇଥିଲା। ପରବର୍ତ୍ତୀ ସମୟରେ ସମ୍ପୃକ୍ତ ନାବାଳିକା ଜଣକ ରାଗିକରି କିଛି କୀଟନାଶକ ଜାତୀୟ ପଦାର୍ଥ ସେବନ କରିଦେଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବାବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଦେଇଥିଲେ। ହେଲେ ୧୦୮ ଆମ୍ବୁଲାନ୍ସ ବାଲୁଗାଁ ଡାକ୍ତରଖାନାକୁ ପହଁଚିବା ଭିତରେ ଜନୈକ ନାବାଳିକାଙ୍କ…

Read More

ଭୁବନେଶ୍ବର, କିଛି ଦିନ ଧରି ଲୋକେ ଏକ ଆଲମ୍ୟୁନିୟମ ତାର ଉପରେ ନାଳ ପାରି ହେବା ଭିଜୁୟାଲ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଜୁୟାଲଟି ହେଉଛି କନ୍ଧମାଳ ଜିଲ୍ଲାର ବାଲିଗୁଡା ନିକଟସ୍ଥ ବରିଣ୍ଡିପଡା ଗାଁର। ଏହି ଗାଁ ର ଲୋକେ ଖାଡଗା ନଦୀରୁ ବାହାରିଥିବା ଏକ ଶାଖା କାଲିପେନୁ ନାଳର ଦୁଇପଟେ ତାର ଖଂଜି ନଦୀ ପାର ହେଉଛନ୍ତି। ଏଥିରେ କୁହାଯାଇଛି ଯେ, ଓଡିଶା ସରକାର ଭଲ କାମ କରୁଛନ୍ତି ବୋଲି ଦେଖାଇ ହେଉଥିବା ବେଳେ ଏହା ହେଉଛି ବାସ୍ତବ ଚିତ୍ର। ଏହାକୁ ନେଇ ବହୁ ଲୋକ ବହୁ ନକରାତ୍ମକ ମନ୍ତବ୍ୟ ଦେଇଛନ୍ତି। ତେବେ ଏହି ଭିଜୁୟାଲ ଏବଂ ଫଟୋଗୁଡିକୁ ବିଭିନ୍ନ ସାମ୍ବାଦିକ ଏବଂ ବିଶିଷ୍ଠ ବ୍ୟକ୍ତିମାନେ ମଧ୍ୟ ସେୟାର କରିବାରେ ଲାଗିଛନ୍ତି। ମାତ୍ର ଅଳ୍ପଦିନ ମଧ୍ୟରେ ଏହି ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଜୁୟାଲ ଓ ଫଟୋଗୁଡିକ ଅନୁଧ୍ୟାନ କଲେ ଜଣାପଡିଛି ଯେ ତାହା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅନ୍ତରକିଆରୀ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଅଛି। ଯେଉଁଥିରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ବାଲୁଗାଁ ରାମପୁର ରୋଡ଼ରେ ରହୁଥିବା ସଞ୍ଜୟ ବେହେରା(୨୩) ଗତକାଲି ବିଳମ୍ବିତ ରାତ୍ରିରେ ନିଜ ସହଯୋଗୀଙ୍କ ସହ ବାଣପୁରରୁ ବାଇକ ଯୋଗେ ନିଜ ଘରକୁ ଫେରୁଥିବାବେଳେ ଅସାବଧାନତା ବଶତଃ ଅନ୍ତରକିଆରୀ ରୋଡ଼ ନିକଟରେ ଥିବା ଏକ ଟ୍ରାକ୍ଟରକୁ ଶକ୍ତ ଧକ୍କା ଦେଇଥିଲେ। ଧକ୍କାଟି ଏତେ ଶକ୍ତ ଥିଲା ଯେ ସ୍ଥିର ଅବସ୍ଥାରେ ଥିବା ଟ୍ରାକ୍ଟର ମଧ୍ୟ କିଛି ମିଟର ଆଗକୁ ଗଡିଯାଇଥିଲା। ସଞ୍ଜୟ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ସ୍ଥଳେ ତାଙ୍କ ସହଯୋଗୀ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ବାଣପୁର ପୋଲିସ ପହଁଚି ସଞ୍ଜୟଙ୍କ ଶବ ଏବଂ ବାଇକ ଜବତ କରିବା ସହ ତାଙ୍କ ସହଯୋଗୀଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ଡାକ୍ତରଖାନା…

Read More

ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ରୋଗୀଙ୍କ ସଂଖ୍ୟା ୩୨.୧ ନିୟୁତ ମାର୍କ ଅତିକ୍ରମ କରିଥିବାବେଳେ ମୃତ୍ୟୁ ୯୮୧,୦୦୦ ରୁ ଅଧିକ ହୋଇଯାଇଛି। ଶୁକ୍ରବାର ସକାଳ ସୁଦ୍ଧା ମୋଟ ମାମଲା ୩ କୋଟି ୨୧ ଲକ୍ଷ ୩୫ ହଜାର ୨୨୦ ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା ୯ ଲକ୍ଷ ୮୧ ହଜାର ୭୫୪ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏହାର ସଦ୍ୟତମ ରିପୋର୍ଟରେ ପ୍ରକାଶ କରିଛି। ବର୍ତ୍ତମାନ ମଧ୍ୟ ବିଶ୍ବର ସର୍ବାଧିକ ସଂଖ୍ୟକ ମାମଲା ଏବଂ ମୃତ୍ୟୁ ସଂଖ୍ୟାରେ ଆମେରିକା ଆଗରେ ଅଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୬,୯୭୬,୨୧୫ ଏବଂ ମୃତ୍ୟୁ ସଂଖ୍ୟା ୨୦୨,୭୬୨ ରହିଛି। ସେହିପରି କରୋନା ଆକ୍ରାନ୍ତରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ଭାରତରେ ଆକ୍ରାନ୍ତ ସଂଖ୍ୟା ୫,୭୩୨,୫୧୮ ଥିବାବେଳେ ଦେଶର ମୃତ୍ୟୁ ସଂଖ୍ୟା ୯୧,୧୪୯ କୁ ବୃଦ୍ଧି ପାଇଛି। ସର୍ବାଧିକ ମାମଲା ଥିବା ଅନ୍ୟ ୧୫…

Read More

ଭୁବନେଶ୍ବର, ସଂସଦରେ ପାଶ ହୋଇଥିବା କୃଷି ବିଲକୁ ବିରୋଧ କରି ବହୁ ଚାଷି ସଂଗଠନ  ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି। ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଦ୍ବାରା ଆଗତ ଏହି ବିଲରେ ଚାଷିଙ୍କ କଲ୍ୟାଣ ପାଇଁ କିଛି ନାହିଁ। ସେହିପରି କ୍ଷୁଦ୍ର ଓ ନାମମାତ୍ର ଚାଷିଙ୍କ ସୁରକ୍ଷା ପାଇଁ କିଛି ବ୍ୟବସ୍ଥା ନାହିଁ। ସେଥିପାଇଁ କେନ୍ଦ୍ର ସରକାର ଏହି ବିଲକୁ ପ୍ରତ୍ୟାହାର କରି ନିଅନ୍ତୁ ବୋଲି ବିଭିନ୍ନ ଚାଷି ସଂଗଠନ ଦାବୀ କରିଛନ୍ତି। ଓଡିଶାର ପ୍ରମୁଖ ନବନିର୍ମାଣ କୃଷକ ସଂଗଠନ ଏହି ବନ୍ଦରେ ସାମିଲ ହୋଇଛି। ଆସନ୍ତାକାଲି ସଂଗଠନ ରାଜଧାନୀରେ ବିକ୍ଷୋଭ କରିବ ବୋଲି ଜଣାପଡିଛି। ଏହି ବିଲ ଯେଉଁଦିନ ପାଶ ହେଲା ସେହି ଦିନ ବିଭିନ୍ନ ରାଜ୍ୟରେ ଚାଷିମାନଙ୍କ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ତେବେ ଆଜିର ଭାରତ ବନ୍ଦ କେତେ ପ୍ରଭାବିତ କରିବ ତାହା ଜଣାପଡି ନାହିଁ।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଗତକାଲି ସମୀକ୍ଷା ନିୟୁଜରେ ଚିଲିକା ବ୍ଲକ ମାନସିଂହପୁର ପଞ୍ଚାୟତରେ ରାସନ କାର୍ଡ ମହାଦୁର୍ନୀତିର ଖବର ପ୍ରସାରଣ ହେବାପରେ ଚେଇଁ ଉଠିଛି ଚିଲିକା ବ୍ଲକ ପ୍ରଶାସନ। ଚିଲିକା ବି.ଡ଼ି.ଓ ଶ୍ରୀମତୀ ସୁଷମା ବାରିକ ଯୋଗାଣ ନିରୀକ୍ଷକ ତ୍ରିଲୋଚନ ସାହୁଙ୍କୁ ଏ ବିଷୟ ନେଇ ସ୍ପଷ୍ଟିକରଣ ମାଗିଥିଲେ। ଯାହା ଫଳରେ ସମ୍ପୃକ୍ତ ଦୁଇ ମୃତକ ବ୍ୟକ୍ତିଙ୍କ ରାସନ କାର୍ଡ ବର୍ତ୍ତମାନ ପିଡ଼ିଏସ ଓଡିଶା ୱେବସାଇଟରୁ କାଟିଦେଇଥିବାର ଲିଖିତ ଭାବରେ ଉତ୍ତର ରଖିଛନ୍ତି ଯୋଗାଣ ନିରୀକ୍ଷକ। ହେଲେ ଦୀର୍ଘ ଚାରିବର୍ଷ ଯାଏଁ କିପରି କାର୍ଡଗୁଡିକ କାର୍ଯ୍ୟକ୍ଷମ ଥିବା ପ୍ରଶ୍ନରେ ଅବହେଳା ଲାଗି ଏପରି ହୋଇଥିବାର ଯୋଗାଣ ନିରୀକ୍ଷକ ବି.ଡ଼ି.ଓଙ୍କୁ ଉତ୍ତର ଦେଇଛନ୍ତି। ବି.ଡ଼ି.ଓ ବର୍ତ୍ତମାନ ଚିଲିକା ବ୍ଲକର ସତର ଗୋଟି ପଞ୍ଚାୟତର ମୃତ୍ୟୁ ରିପୋର୍ଟ ମଗାଇବା ସହ ସବୁ ପଞ୍ଚାୟତର ପି.ଇ.ଓ ଏବଂ ଯୋଗାଣ ସହାୟକମାନଙ୍କୁ ରାସନ କାର୍ଡ ଏବଂ ଖାଉଟି ସାମଗ୍ରୀ ବଣ୍ଟନର ରିପୋର୍ଟ ମାଗିବେ ବୋଲି ସୂଚନା ଦେଇଛନ୍ତି। ଅପରପକ୍ଷେ…

Read More

ଭୁବନେଶ୍ବର, ସଂସଦରେ ପାଶ ହୋଇଥିବା କୃଷି ବିଲକୁ ବିରୋଧ କରି ବହୁ ଚାଷି ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି। ମୁଖ୍ୟତଃ କେନ୍ଦ୍ର ସରକାର ଏହି ବିଲରେ ପ୍ରକୃତ ଚାଷିଙ୍କ କଲ୍ୟାଣ ପାଇଁ କିଛି ନାହିଁ। ସେହିପରି କ୍ଷୁଦ୍ର ଓ ନାମମାତ୍ର ଚାଷିଙ୍କ ସୁରକ୍ଷା ପାଇଁ କିଛି ବ୍ୟବସ୍ଥା ନାହିଁ। ସେଥିପାଇଁ କେନ୍ଦ୍ର ସରକାର ଏହି ବିଲକୁ ପ୍ରତ୍ୟାହାର କରି ନିଅନ୍ତୁ ବୋଲି ଦାବୀ କରିଛନ୍ତି। ଓଡିଶାର ପ୍ରମୁଖ ନବନିର୍ମାଣ କୃଷକ ସଂଗଠନ ଏହି ବନ୍ଦରେ ସାମିଲ ହୋଇଛି। ଆସନ୍ତାକାଲି ସଂଗଠନ ରାଜଧାନୀରେ ବିକ୍ଷୋଭ କରିବ ବୋଲି ଜଣାପଡିଛି।

Read More

ଆଜି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସେକ୍ ମତଲୁବ ଅଲ୍ଲୀଙ୍କ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ଆଜି କଂଗ୍ରେସ ଭବନରେ ଏକ ଶୋକସଭା କରାଯାଇଥିଲେ।

Read More