Author: Samikhsya Bureau

ଭୁବନେଶ୍ବର, ଆଜି ସିସୋର ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ଚଢାଉ ନେଇ ବିଜେଡି ପ୍ରତିକ୍ରିୟା ରଖିଛି। ଏଥିରେ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ ଠିକ୍ ନିର୍ବାଚନ ପୂର୍ବରୁ ସିବିଆଇ ଚଢାଉ କରୁଛି। ବିଗତ ଦିନରେ ଦେଖାଦେଇଛି ଯେ, ସାଧାରଣ ନିର୍ବାଚନ, ଉପନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସିବିଆଇ ଏହି ଚଢାଉ କରୁଛି। ତେବେ ଓଡିଶାର ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ସିବିଆଇ ନିର୍ବାଚନ ପୂର୍ବରୁ କାହିଁକି ଏପରି ତତ୍ପରତା ପ୍ରକାଶ କରୁଛି। ସିବିଆଇର ଏପରି କାର୍ଯ୍ୟକଳାପ ଓଡିଶାର ଲୋକେ ଜାଣିସାରିଲେଣି ବୋଲି ଲେନିନ ମହାନ୍ତି କହିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ  ୪ ହଜାର ୧୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୮୨ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୫୫୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ପୁରୀରୁ ୨୯୮,  ବଲାଙ୍ଗୀରିରୁ୧୯୩, ଯାଜପୁରରୁ ୨୭୨, କେନ୍ଦ୍ରାପଡାରୁ ୧୩୨, ସୋନପୁରରୁ ୧୨୧, ଜଗତସିଂହପୁରରୁ ୧୧୫, ନବରଙ୍ଗପୁରରୁ ୧୧୫, ନୂଆପଡ଼ାରୁ ୧୧୨, କନ୍ଧମାଳରୁ ୧୦୨, ଗଞ୍ଜାମରୁ ୯୮, ବରଗଡରୁ ୯୪, ରାୟଗଡାରୁ ୮୯, ବାଲେଶ୍ବରରୁ ୮୦, ସମ୍ବଲପୁରରୁ ୭୮, ଭଦ୍ରକରୁ ୭୭, କେନ୍ଦୁଝରରୁ ୭୭, କୋରାପୁଟରୁ ୭୫, କଳାହାଣ୍ଡିରୁ ୭୧, ଝାରସୁଗୁଡାରୁ ୫୯, ଢେଙ୍କାନାଳରୁ ୫୨, ମୟୂରଭଞ୍ଜରୁ ୪୯, ନୟାଗଡରୁ ୪୭, ବୌଦ୍ଧରୁ ୩୮, ମାଳାକାନଗିରିରୁ ୩୪, ଗଜପତିରୁ ୨୫, ସୁନ୍ଦରଗଡରୁ ୨୩, ଅନୁଗୁଳରୁ ୧୬, ଦେବଗଡରୁ ୧୦ ଏବଂ ଷ୍ଟେଟ ପୁଲ ରୁ ୩୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେଇଛନ୍ତି।…

Read More

ଭୁବନେଶ୍ବର : ଅକ୍ଟୋବର 12ରୁ 19 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓଜେଇଇ । ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ । ଓଜେଇଇର ସବୁ ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ହେବ । ମୋଟ୍‌ 53ଟି ସେଣ୍ଟରରେ ହେବ ଓଜେଇଇ ପରୀକ୍ଷା । ରାଜ୍ୟ ଭିତରେ 21ଟି ସହରର 50ଟି କେନ୍ଦ୍ରରେ ପରୀକ୍ଷା ହେବ । ରାଜ୍ୟ ବାହାରେ ରାଞ୍ଚି, କୋଲକାତା, ପାଟ୍‌ନାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।  ପୂର୍ବରୁ ସେପ୍ଟେମ୍ବର 9ରୁ 15 ତାରିଖ ଯାଏଁ ପରୀକ୍ଷା ହେବାର ଥିଲା ।

Read More

ଭୁବନେଶ୍ବର : କରୋନା ଅପଡେଟ୍‌ ନେଇ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି ।ଓଡ଼ିଶାରେ କୋଭିଡ୍‌ ମୃତ୍ୟୁହାର ସାରା ଦେଶରେ କମ୍‌ ରହିଛି । ରାଜ୍ୟର 70 ପ୍ରତିଶତ ଆକ୍ରାନ୍ତ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି । ହୋମ୍‌ ଆଇସୋଲେସନ୍‌ରେ ଥିବା ଅଧିକାଂଶ ଆକ୍ରାନ୍ତ ଆରୋଗ୍ୟ ହେଉଛନ୍ତି । ଆସନ୍ତା 7 ଦିନ ଯାଏ ବିଶେଷଜ୍ଞ ଡାକ୍ତର ସାଢେ 4ଟାରେ ପରାମର୍ଶ ଦେବେ । ହୋମ୍‌ ଆଇସୋଲେସନ୍‌ ସମ୍ପର୍କରେ ପ୍ରଫେସର ଅମରେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି । ଲକ୍ଷଣ ନଥିବା ଓ ଅତି ଅଳ୍ପ ଲକ୍ଷଣ ଥିବା  ଲୋକେ ଘରେ ରହି ଚିକିତ୍ସା ହୋଇପାରିବେ । ହୋମ୍‌ ଆଇସୋଲେସନ୍‌ରେ ଥିବାବେଳେ ଲକ୍ଷଣ ଦେଖିଲେ ଜଣାଇବେ । ହୋମ୍‌ ଆଇସୋଲେସନ୍‌ରେ ଥିବା ଆକ୍ରାନ୍ତଙ୍କୁ ମାଗଣାରେ କିଟ୍‌ ଦିଆଯାଉଛି । କିଟ୍‌ ଔଷଧ ସହିତ ଯାବତୀୟ ସୂଚନା ପୁସ୍ତିକା ମଧ୍ୟ ମିଳୁଛି ବୋଲଇ ସୂଚନା ରହିଛି ।

Read More

ଭୁବନେଶ୍ବର : ହ୍ବାଟସ୍‌ଆପ୍‌ ଜରିଆରେ ଲୋକଙ୍କୁ ମିଳିବ କରୋନା ପରାମର୍ଶ । ହ୍ବାଟସ୍‌ଆପ୍‌ ନମ୍ବର 9937564066 ଜାରି କରିଛନ୍ତି ରାଜ୍ୟ ସରକାର । ଏହି ନମ୍ବର ଜରିଆରେ ଦୈନିକ ଅପରାହ୍ନ 3ଟାରୁ ସାଢେ 3ଟା ପ୍ରଶ୍ନ କରିପାରିବେ ଲୋକେ । ହ୍ବାଟସ୍‌ଆପ୍‌ରେ ପ୍ରଶ୍ନ କଲେ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେବେ ।

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 305 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 305 ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ 90 ଜଣ ଥିବାବେଳେ ଲୋକାଲ୍‌ କେସ୍‌ 215ଟି ରହିଛି ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 90 ଜଣଙ୍କ ମଧ୍ୟରେ ୟୁନିଟ୍‌ 6ରୁ 6 ଜଣ ରହିଥିବାବେଳେ ରସୁଲଗଡରୁ 3 ଜଣ, ମଧୁସୂଦନ ନଗରରୁ 2 ଜଣ ଓ ଘରୋଇ ହସ୍ପିଟାଲର 3ଜଣ କର୍ମଚାରୀ ରହିଛନ୍ତି । 215 ଲୋକାଲ କଣ୍ଟାକ୍ଟ କେସ୍‌ ମଧ୍ୟରୁ ଆଇଆରସି ଭିଲେଜରୁ 9 ଜଣ, ଘରୋଇ ହସ୍ପିଟାଲର 9 ଜଣ କର୍ମଚାରୀ ରହିଥିବାବେଳେ ଭିଏସଏସ୍‌ ନଗରରୁ 4 ଜଣ ରହିଛନ୍ତି। ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 517 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟ ରାଜଧାନୀରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 17 ହଜାର 925ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 13 ହଜାର 631ରେ ପହଞ୍ଚିଛି…

Read More

ଭୁବନେଶ୍ବର : ଜୁଡିସିଆଲ୍‌ କମ୍ପ୍ଲେକ୍ସ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଛି । ଲୁଇସ୍‌ ରୋଡ ଅଞ୍ଚଳସ୍ଥିତ ଜୁଡିସିଆଲ୍‌ କମ୍ପ୍ଲେକ୍ସକୁ କଣ୍ଟେନେମଣ୍ଟ ଜୋନ୍‌ ଘୋଷଣା କରାଯାଇଛି । 19 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ଏହି ଅଞ୍ଚଳ ଅବରୁଦ୍ଧ କ୍ଷେତ୍ରର ଘୋଷଣା କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଦକ୍ଷିଣ ପୂର୍ବ ଜୋନାଲ୍‌ ଡେପୁଟି କମିଶନର ।  ସିଭିଲ୍‌ କୋର୍ଟରୁ ଅନେକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏନେଇ ପଦକ୍ଷେପ ନିଆଯାଇଛି । ତେବେ ଏହି କଣ୍ଟେନମେଣ୍ଟରୁ ଉପଜିଲ୍ଲାପାଳ ଅଫିସ୍‌, ତହସିଲ୍‌, ସବ୍‌ରେଜିଷ୍ଟ୍ରାର ଅଫିସ୍‌କୁ ବାଦ୍‌ ରଖାଯାଇଛି । କଣ୍ଟେନମେଣ୍ଟ ଜୋନ୍‌ରେ ଯାତାୟତ ଉପରେ ପ୍ରତିବନ୍ଧକ ରଖାଯାଇଛି ।

Read More

ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ନିଜର ରୌଦ୍ର ରୂପ ଦେଖାଇ ଚାଲିଛି । ଦେଶରେ ଲଗାତାର ଭାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଏହା ମଧ୍ୟରେ ଆମେରିକାର ଏକ ଗ୍ରାମୀଣ କ୍ଷେତ୍ରରେ ଏକ ବିବାହ ସମାରୋହ  କରୋନା ସଂକ୍ରମଣ ସମରୋହ ରୂପେ ପରିବର୍ତ୍ତିତ ହୋଇଛି । ଏହି ବିବାହ ଯୋଗୁଁ 200 ଜଣ କରୋନା ସଂକ୍ରମିତ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 7 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 177 ଜଣ ଏବେ ବି ସଂକ୍ରମିତ ରହିଛନ୍ତି । ଅଗଷ୍ଟ ମାସର ପ୍ରାରମ୍ଭରେ ଏହି ବିବାହରେ 65 ଜଣ ସାମିଲ୍‌ ହୋଇଥିଲେ । ଏହି ବିବାହଟି ଚର୍ଚ୍ଚରେ ଆୟୋଜିତ ହୋଇଥିବାବେଳେ  ବିବାହର ରିସେପସନ୍‌ ସମାରୋହ ବିଗ୍‌ ମୁସ୍‌ଇନ୍‌ ହୋଟେଲରେ ହୋଇଥିଲା । ଏହି ଦୁଇ ସ୍ଥାନ ମିଲିନ୍‌କେଟ ନିକଟରେ ସ୍ଥିତ । ଯାହାର ଜନସଂଖ୍ୟା ମାତ୍ର 4000 । ବିବାହର ଦଶ ଦିନ ପରେ ବିବାହ…

Read More

ନୂଆଦିଲ୍ଲୀ:  ପେଟିଏମ୍‌କୁ ଗୁଗୁଲ୍‌ ପ୍ଲେ ଷ୍ଟୋରରୁ ହଟାଇ ଦେଇଥିବାର ଜଣାପଡିଛି । ଜୁଆ ସହ ଜଡିତ ଥିବା ନୀତିର ଉଲ୍ଲଂଘନ କରିଥିବା ଦର୍ଶାଇ ପେଟିଏମ୍‌କୁ ଗୁଗଲ ପ୍ଲେଷ୍ଟୋରରୁ ହଟାଇ ଦେଇଥିବା କହିଛି । ନିୟମ ଉଲ୍ଲଂଘନର ଅଭିଯୋଗରେ ଗୁଗୁଲ୍‌ ପ୍ଲେ ଷ୍ଟେରରୁ ପେଟିଏମ୍‌କୁ ହଟା ଯାଇଥିବାର ସୂଚନା ରହିଛି । ଅପରପକ୍ଷରେ ପେଟିଏମ୍‌ ଫର୍‌ ବିଜିନେସ୍‌, ପେଟିଏମ୍‌ ମଲ୍‌, ପେଟିଏମ୍‌ ମନି ପରି ଆପ୍‌ ଗୁଡିକ ଏବେବି ମହଜୁଦ୍‌ ରହିଛି । କେବଳ ପେଟିଏମ୍ ଆପ୍‌କୁ ହିଁ ଗୁଗୁଲ୍‌ ପ୍ଲେ ଷ୍ଟୋରରୁ ହଟାଇଯାଇଥିବାର ସୂଚନା ରହିଛି । ଗୁଗଲର କାର୍ଯ୍ୟାନୁଷ୍ଠାନ ପରେ ପେଟିଏମ୍‌ରେ ୟୁଜର୍ସଙ୍କ ଟଙ୍କା ସୁରକ୍ଷିତ ରହିଥିବାର କହିଛି ପେଟିଏମ୍‌ । ତେବେ ପେଟିଏମ୍‌ଣ ଆଣ୍ଡ୍ରୋଏଡ୍‌ ଆପ୍‌ ବର୍ତ୍ତମାନ ଗୁଗୁଲ୍‌ ପ୍ଲେ ଷ୍ଟୋରରେ ନ୍ୟୁଜ୍‌ ଡାଉନ୍‌ଲୋଡ ଓ ଅପଡେଟେଡଡ୍‌ ପାଇଁ ଉପଲବ୍ଧ ନାହିଁ । ତେବେ ଏହି ସମସ୍ୟା ଖୁବ ଶୀଘ୍ର ଦୂର ହେବ ବୋଲି ପେଟିଏମ୍‌ କହିଛି ।…

Read More

ଭୁବନେଶ୍ବର : ଆସନ୍ତା 20 ତାରିଖରେ ଉତ୍ତର – ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ଚାରି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।  ମାଲକାନଗିରି, କୋରାପୁଟ, ସୁନ୍ଦରଗଡ ଓ କେନ୍ଦୁଝରକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ।  23  ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।  ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଥିବାବେଳେ ଯେଉଁମାନେ ସମୁଦ୍ରରେ ଅଛନ୍ତି ସେମାନଙ୍କୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।

Read More

ନୂଆଦିଲ୍ଲୀ : ବଲିଉଡରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ ବିବାଦ ସୃଷ୍ଟି ହୋଇଛି । ଭୋଜପୁରୀ ଅଭିନେତା ତଥା ବିଜେପି ସାଂସଦ ରବି କିଷାନ  ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ସମ୍ପର୍କରେ ବୟାନ ଦେବା ପରେ ତାକୁ ନେଇ ବିବାଦ ସୃଷ୍ଟି ହୋଇଛି । ସପା ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ ତାଙ୍କର ସମାଲୋଚନା କରିଥିବା ବେଳେ ବିଶିଷ୍ଟ ଫିଲ୍ମ ନିର୍ମାତା ଅନୁଭବ ସିହ୍ନା ମଧ୍ୟ ତାଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି । ଏପରିକି ଭୋଜପୁରୀ ଫିଲ୍ମ ପ୍ରତି ସେ କଟୁ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । କହିଛନ୍ତି ଭୋଜପୁରୀ ଫିଲ୍ମରେ କେବଳ ନଗ୍ନ ନୃତ୍ୟ ଦେଖିବାକୁ ମିଳେ । ଅନୁଭବ ସିହ୍ନାଙ୍କ ଏଭଳି ଆକ୍ଷେପକୁ ସହଜରେ ହଜମ କରିପାରିନାହାନ୍ତି ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହ । ସୋସିଆଲ ମିଡିଆରେ ସେ ସିଧାସଳଖ ଅନୁଭବଙ୍କୁ ଟାର୍ଗେଟ କରିଛନ୍ତି । ଅକ୍ଷରା ଲେଖିଛନ୍ତି ଭୋଜପୁରୀ ଫିଲ୍ମ ଅପେକ୍ଷା ବଲିଉଡର ଅଧିକ ନଗ୍ନ ନୃତ୍ୟ…

Read More

ସୀତାରାମ ଅଗ୍ରଓ୍ବାଲ ଚିଲିକା : ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ । ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମୁଦାୟ ସାତ ଗୋଟି ଯୁକ୍ତ ଦୁଇ ଜୁନିଅର କଲେଜର ମଧ୍ୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି। ଆସନ୍ତୁ ଜାଣିବା କେଉଁ କଲେଜ ରେ କେତେ ରହିଛି କଟ୍‌ ଅଫ୍‌ ମାର୍କ ।  ଉଭୟ ସାଧାରଣ ବର୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ କଟ୍‌ଅଫ୍‌ ମାର୍କ ପ୍ରକାଶିତ ହୋଇଛି । ଆସନ୍ତୁ ଜାଣିବା କେଉଁ ବିଭାଗରେ କେଉଁ ବର୍ଗଙ୍କ ପାଇଁ କେତେ କଟ୍‌ଅଫ୍‌ ମାର୍କ ରଖାଯାଇଛି । ସାଧାରଣ ବର୍ଗ 1.ଗୋଦାବରୀଶ ଜୁନିଅର କଲେଜ, ବାଣପୁର କଳା- 49.83%, ବିଜ୍ଞାନ -51.33%, ବାଣିଜ୍ୟ – 33% (ସାଧାରଣ ବର୍ଗ), କଳା- 33.00%, ବିଜ୍ଞାନ -41.67%  ( ଅନୁସୂଚିତ ଜନଜାତି), କଳା – 33.00%, ବିଜ୍ଞାନ – 41.00% (ଅନୁସୂଚିତ ଜାତି) 2.ବାଲୁଗାଁ ଜୁନିଅର କଲେଜ,…

Read More

ବିହାର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସି ଜରିଆରେ ବିହାରରେ କୋଶୀ ରେଳ ମହାସେତୁ ଉଦ୍ଘାଟନ କରି ଦେଶକୁ ସମର୍ପିତ କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ 12 ରେଳ ପରିଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଯେ, ଆଜି ବିହାରରେ ରେଳ ସଂଯୋଗୀ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିଛି । ବର୍ତ୍ତମାନ ନିର୍ମଳୀରୁ ସରାୟଂଗଡର 300 କିମି ଦୂର ଯାତ୍ରା ରହିଛି । ଏବେ ସେହିଦିନ ଦୂର ନାହିଁ ଯେ ବିହାରର ଲୋକେ 300 କିମିର ଯାତ୍ରାକୁ ଯାତ୍ରା 22 ମିନିଟ୍‌ରେ ସମାପ୍ତ କରିପାରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତିପୁର ରେଳ ବିଭାଗର ଅନେକ ଯୋଜନାକୁ ଉଦଘାଟନ କରିଥିଲେ ଏବଂ ସୁପୌଲରୁ ଆସାନପୁର କୁପାହାକୁ ଯିବା ପାଇଁ ଡେମୁ ଟ୍ରେନକୁ ନୀଳ ପତାକା ଦେଖାଇ ଟ୍ରେନ ପରିଚାଳନାକୁ ଅନୁମତି ଦେଇଥିଲେ। ସମସ୍ତିପୁର ରେଳ ବିଭାଗର 5ଟି ବଡ ଯୋଜନା…

Read More

ପଞ୍ଜାବ : ନୂତନ କୃଷକ ବିଲକୁ ବିରୋଧ କରି ଖାଦ୍ୟ ପ୍ରକ୍ରିୟା କରଣ ମନ୍ତ୍ରୀ ରହିଥିବା ହରସିମରତ କୌର ବାଦଲ ଇସ୍ତଫା ପ୍ରଦାନ କରିଥିଲେ । ଏହାକୁ ନେଇ ଆଜି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନୀଲ ଜଖାର । ହରସିମରତ ଇସ୍ତଫା ପ୍ରଦାନ କରିବା ସହିତ ଚାଷୀଙ୍କ ସମବେଦନା ମଧ୍ୟ ହରାଇଛନ୍ତି ବୋଲି ଜଖାର ମତ ଦେଇଛନ୍ତି । ବିଗତ ଚାରି ମାସ ଧରି ଅକାଳୀ ଦଳ ଚାଷୀଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଥିଲା । ମାତ୍ର ଶେଷରେ ସତ ସାମ୍ନାକୁ ଆସିଥିବା ବେଳେ ହାସ୍ୟାସ୍ପ ହୋଇଛି ଅକାଳୀ ଦଳ । ସେହିପରି ଏନଡିଏ ମେଣ୍ଟରେ ଅକାଳୀ ଦଳ ମଧ୍ୟ ନିଜର ସମସ୍ତ ସମ୍ମାନ ହରାଇ ସାରିଛି । ଚାଷୀଙ୍କ ସମର୍ଥନ ବିନା ଅକାଳୀ ଦଳ ଏନଡିଏ ମେଣ୍ଟ ପାଇଁ ବୋଝ ହୋଇଥିବାରୁ ମୋଦି ଅକାଳୀ ଦଳକୁ ମେଣ୍ଟରୁ ବାହାର କରିବାକୁ ଚାହୁଁଥିଲେ ବୋଲି ସୁନୀଲ ଜଖାର…

Read More

ଚୀନ୍‌ : ଚୀନ୍‌ରୁ ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ସାରା ବିଶ୍ବରେ କୋକୁଆ ଭୟ ସୃଷ୍ଟି କରାଇଥିବାବେଳ ଏବେ ଚୀନ୍‌ରେ ଆଉ ଏକ ଭୟଙ୍କର ବ୍ୟାକ୍ଟେରିଆଲ୍‌ ସଂକ୍ରମଣ ବ୍ୟାପୁଥିବାର ସୂଚନା ରହିଛି । ମିଳିଥିବା ଏକ ରିପୋର୍ଟ ଅନୁସାରେ ଗତ ବର୍ଷ ଏକ ବାୟୋଫାର୍ମାସିଟୁକିଲ୍‌ କମ୍ପାନୀର ଲିକ୍‌ ହେତୁ ପ୍ରାୟ ହଜାର ଲୋକେ ଏହି ବ୍ୟାକ୍ଟେରିଆଲ  ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି। ଗାନ୍ସୁପ୍ରାନ୍ତର ରାଜଧାନୀ ଲଞ୍ଜୋଓର ସ୍ବାସ୍ଥ୍ୟ ଆୟୋଗର ଘୋଷଣାନୁଯାୟୀ ପ୍ରାୟ 3 ହଜାର 245 ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ପଶୁଙ୍କ ସମ୍ପର୍କରେ ଆସିବା କାରଣରୁ ଏହି ବେମାରୀ ହେଉଥିବାର ସୂଚନା ରହିଛି । ଝୋଙ୍ଗୁମ୍‌ ଲଞ୍ଜୋଓର ଜୈବିକ ଔଷଧ କାରଖାନାରେ ଲିକ୍‌ ହେବା ଯୋଗୁଁ 11401ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ତେବେ ଏ ପର୍ଯ୍ୟନ୍ତ ଏହି ରୋଗରେ କେହି ମୃତ୍ୟୁବରଣ କରିଥିବାର ସୂଚନା ମିଳିପାରିନାହିଁ । ଏହି ରୋଗ ଯୋଗୁଁ ଦେହରେ ଜ୍ବର…

Read More

ଭୁବନେଶ୍ୱର : ବିଜୁ ଜନତା ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଘର ଉପରେ ଆଜି ସିବିଆଇ ରେଡ କରିଛି । ସିସୋର ଚିଟଫଣ୍ଡ ଲିଙ୍କ ମାମଲାରେ ସିବିଆଇ ପକ୍ଷରୁ ଏହି ଚଢାଉ କରାଯାଇଛି । ମିଶ୍ରଙ୍କ ୟୁନିଟ-1 ସ୍ଥିତ ଘରେ ସିବିଆଇ ପକ୍ଷରୁ ଏହି ରେଡ କରାଯାଛି । ପୂର୍ବରୁ ଏହି ମାମଲାରେ ଏକାଧିକ ନେତାଙ୍କ ନାମ ଆସିଥିଲା ଏପରିକି ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ଏହି ମାମଲାରେ ସିବିଆଇ ସମ୍ମୁଖରେ ହାଜର ହୋଇଥିଲେ । ଅନ୍ୟତମ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମଧ୍ୟ ଏହି ମାମଲାରେ ପଚରା ଉଚୁରା କରାଯାଇଥିଲା ।

Read More

ରାୟପୁର : ଛତିଶଗଡର ବିଜାପୁର ଜିଲ୍ଲାରେ ନକ୍ସଲ ମାନେ ଏକ ବର୍ବର କାଣ୍ଡ ଘଟାଇଛନ୍ତି । ଜଣେ ଯବାନଙ୍କୁ ହତ୍ୟା କରି ଗାଁ ମଧ୍ୟରେ ଫୋପାଡିଛନ୍ତି ନକ୍ସଲ ମାନେ । ଛତିଶଗଡ ଆର୍ମଡ ଫୋର୍ସ (ସିଏଏଫ୍)ର ଏହି ଯବାନ ଜଣଙ୍କର ମୃତ ଦେହ ଗଙ୍ଗାଲୁର-ବିଜାପୁର ରାସ୍ତାରୁ ଉଦ୍ଧାର କରାଯାଇଛି । ବିଜାପୁରର ପଡ୍ଡେଲା ଗ୍ରାମରୁ ଯବାନ ଜଣକ ନିଖୋଜ ହୋଇଥିବା ନେଇ ଦାନ୍ତେୱାଡେ ଏସପି କମଳାଲୋଚନ କଶ୍ୟପ ସୂଚନା ଦେଇଛନ୍ତି । ମୃତଦେହ ନିକଟରୁ କିଛି ନକସଲ ପୋଷ୍ଟର ମଧ୍ୟ ଜବତ କରାଯାଇଛି । ଗତ ଏକ ସପ୍ତାହ ମଧ୍ୟରେ ନକ୍ସଲମାନେ ଦୁଇ ଆରକ୍ଷକ, ଜଣେ ଏସଏସ୍‌ଆଇ, ଜଣେ ବନ କର୍ମଚାରୀ ସମେତ ଆଠଜଣଙ୍କର ହତ୍ୟା କରିଥିବା ରସୂଚନା ରହିଛି । ତେବେ ହତ୍ୟା ହୋଇଥିବା ସିଏଏଫ୍‌ ଯବାନ ଜଣକ 5 ଦିନ ତଳୁ ନିଖୋଜ ରହିଥିଲେ । ଯବାନ ଜଣଙ୍କୁ ଅପହରଣ କରିନେବା ବେଳେ ଜନଅଦାଲତ ଦ୍ବାରା ହତ୍ୟା କରିଥିବାର…

Read More

ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍‌ ଅଫ୍‌ ମାର୍କ । କଳାରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଥିବାବେଳେ ରେଭେନ୍ସାରେ କଳାରେ 72.5 ପ୍ରତିଶତ କଟ ଅଫ୍‌ ମାର୍କ ରହିଛି । ଦ୍ବିତୀୟ ବିଜେବି କଲେଜ ରହିଛି । ବିଜେବି କଲେଜରେ କଟ୍‌ ଅଫ୍‌ ମାର୍କ 71.83% ରହିଛି । ସେହିପରି ବିଜ୍ଞାନରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି।ଏଠାରେ ବିଜ୍ଞାନ ପାଇଁ 89% କଟ୍‌ ଅଫ୍‌ ମାର୍କ ରହିଛି । ସେହିପରି ବିଜ୍ଞାନରେ 88.6% ସହ ଦ୍ବିତୀୟ ବିଜେବି ଜୁନିଅର କଲେଜ । 86.67% ସହ ତୃତୀୟରେ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ମନ୍ଦିର ରହିଛି । ବାଣିଜ୍ୟରେ 75.83% ସହ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଥିବାବେଳେ 75.5% ସହ ଦ୍ବିତୀୟରେ ରାଉରକେଲା ସରକାରୀ ଜୁନିଅର କଲେଜ ରହିଛି । ବାଣିଜ୍ୟରେ 74% ସହ ତୃତୀୟରେ ବିଜେବି…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 13 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 3 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ପୁରୀ  ଓ କେନ୍ଦ୍ରାପଡାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଗଜପତି, ବଲାଙ୍ଗିର, ବରଗଡ, କଟକ, ମୟୂରଭଞ୍ଜ ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତୁ ସଂଖ୍ୟା 682କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 3 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଭୁବନେଶ୍ବରର 49 ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଦୁଇ ମୃତକଙ୍କ ମଧ୍ୟରେ ଜଣେ 78 ବର୍ଷୀୟା ମହିଳା ଓ ଅନ୍ୟ ଜଣେ 39 ବର୍ଷୀୟ ପୁରୁଷ । ସେହିପରି ପୁରୀର ଦୁଇ ମୃତକଙ୍କ ମଧ୍ୟରେ ଜଣେ 65 ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଜଣେ 79 ବର୍ଷୀୟ…

Read More

ଭୁବନେଶ୍ବର : ରାଜ୍ୟରେ ଆଜି  4 ହଜାର 180କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2466ଜଣ ଚିହ୍ନଟ ହୋଇଥିବାବେଳେ 1714ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  1 ଲକ୍ଷ 71ହଜାର341କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 37 ହଜାର140ଜଣ । ସେହିପରି ସୁସ୍ଥ ହୋଇଛନ୍ତି 1 ଲକ୍ଷ 33ହଜାର 466ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 669ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 4ହଜାର 180ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 688ଜଣ ଚିହ୍ନଟ ହୋଇଥିବାବେଳେ…

Read More

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଛି । ରାଜଧାନୀ ଭୁବନେଶ୍ୱରର ଭରତପୁର ଅଞ୍ଚଳରୁ ଆଜି ଏପରି ଏକ ବୋଲେରୋରୁ ଜବତ ହୋଇଛି 93 କେଜି ଗଞ୍ଜେଇ। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ 1 କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ପୋଲିସ କହିଛି। ଭରତପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏହି ଗଞ୍ଜେଇ ଜବତ କରାଯାଇଛି । ଏକ ବୋଲେରୋ ଗାଡିରେ ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା । ଗାଡି ମଧ୍ୟରେ ଚାମ୍ବର କରାଯାଇ ଏହି ଗଞ୍ଜେଇ ଚାଲାଣ କରାଯାଉଥିବା ଜଣାପଡିଛି । ସେହିପରି ବୋଲେରୋ ଗାଡିରୁ ଅନ୍ୟୁନ 16ଟି ନମ୍ବର ପ୍ଲେଟ ଜବତ କରାଯାଇଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି ।

Read More