Author: Samikhsya Bureau

ନୂଆଦିଲ୍ଲୀ : ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 96 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ 1174ଜଣଙ୍କର ମୃତ୍ୟୁ ହୋଇଛି ।  ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 52 ଳକ୍ଷ ପାର କରିଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 52 ଲକ୍ଷ 14 ହଜାର 678ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ୍‌ ମୃତ୍ୟୁ ସଂଖ୍ୟା 84 ହଜାର 372ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ 41ଲକ୍ଷ 12 ହଜାର 552 ଜଣ ଆରୋଗ୍ୟ ଲାଭ କରିଥିବା ବେଳେ  ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 10 ଲକ୍ଷ 17ହଜାର 754ରହିଛି । ଏହା ସହିତ ଦେଶରେ ଆରୋଗ୍ୟ ହାର  77.65 ପ୍ରତିଶତରେ ରହିଛି । ବିଗତ 24 ଘଣ୍ଟା ମଧ୍ୟରେ 82 ହଜାର ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 3ଟି ରାଜ୍ୟରେ 60 ପ୍ରତିଶତ ସକ୍ରିୟ ଆକ୍ରାନ୍ତ ରହିଛନ୍ତି  ବୋଲି ସୂଚନା ରହିଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ, ମାତ୍ର କିଛି ଦିନ ପୂବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମନ୍ତ୍ରଣାଳୟ ପକ୍ଷରୁ ଧୂପବତୀ ପ୍ରସ୍ତୁତ କରିବା ପାଇଁ ଆଗ୍ରହୀ କାରିଗରମାନଙ୍କୁ ସହାୟତା ପ୍ରଦାନକୁ ସଂପ୍ରସାରଣ ଏବଂ ଦ୍ୱିଗୁଣିତ କରିବା ନିମନ୍ତେ ଘୋଷଣା କରାଯାଇଥିଲା । ଏହି ପ୍ରୟାସକୁ ଆହୁରି ଆଗକୁ ବଢ଼ାଇ ନେବା ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ଏବେ ଆଉ ଦୁଇଟି ନୂଆ ଯୋଜନା ପାଇଁ ମାର୍ଗଦର୍ଶିକା ଘୋଷଣା କରାଯାଇଛି । ସେହି ଦୁଇଟି ଯୋଜନା ହେଲା “ମୃତ୍ତିକା ଶିଳ୍ପ କାର୍ଯ୍ୟକ୍ରମ” ଏବଂ “ ମହୁଚାଷ କାର୍ଯ୍ୟକ୍ରମ” । ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ନୂତନ ଦୁଇଟିଯାକ ପ୍ରୟାସ ହିତାଧିକାରୀମାନଙ୍କ ନିମନ୍ତେ ଆତ୍ମ ନିଯୁକ୍ତି ଯୋଜନା ଭିତ୍ତିକ, ଏବଂ ଏହା ଦ୍ୱାରା ତୃଣମୂଳ ସ୍ତରର ଅର୍ଥନୀତିକୁ ପୁନର୍ଜାଗରିତ କରାଯାଇ ପାରିବ ଏବଂ ଆତ୍ମ ନିର୍ଭର ଭାରତ ଅଭିଯାନ ମଜଭୁତ ହୋଇପାରିବ । “ମୃତ୍ତିକା ଶିଳ୍ପ କାର୍ଯ୍ୟ” ପାଇଁ ସରକାର କୁମ୍ଭାର ଚକ, କାଦୁଅ ଚକଟା…

Read More

ନୂଆଦିଲ୍ଲୀ, କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି ଭି ସଦାନନ୍ଦ ଗୌଡ଼ା କହିଛନ୍ତି ଯେ ସାଧାରଣ ଜନତା ଏବଂ ବିଶେଷ କରି ଗରିବ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ଯୋଗାଇ ଦେବା ନିମନ୍ତେ ଭାରତ ସରକାର ଦେଶରେ 2025 ମସିହା ମାର୍ଚ୍ଚ ମାସ ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର (ପିଏମବିଜେକେ) ସଂଖ୍ୟାକୁ 10,500ରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହି ସଂଖ୍ୟକ ଜନଔଷଧି କେନ୍ଦ୍ର ସ୍ଥାପିତ ହେବା ଦ୍ୱାରା ଦେଶର ସମସ୍ତ ଜିଲ୍ଲାରେ ଜନଔଷଧି କେନ୍ଦ୍ର ଉପଲବ୍ଧ ହୋଇପାରିବ। ଏହାଦ୍ୱାରା ଦେଶର କୋଣ ଅନୁକୋଣରେ ସମସ୍ତଙ୍କ ନିକଟରେ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ଉପଲବ୍ଧ ହୋଇପାରିବ । 2020 ଅଗଷ୍ଟ 15 ତାରିଖ ସୁଦ୍ଧା ଦେଶରେ ମୋଟ 6603ଟି ଜନଔଷଧି କେନ୍ଦ୍ର ଥିଲା। 2020 ମାର୍ଚ୍ଚ ଠାରୁ ଜୁନ ମାସ ମଧ୍ୟରେ କୋଭିଡ଼ ମହାମାରୀ ଯୋଗୁ ଲକ୍ ଡାଉନ ପରିସ୍ଥିତି ଦୃଷ୍ଟିରୁ ଏବଂ ଏହା ପରେ…

Read More

ନୂଆଦିଲ୍ଲୀ, କରୋନା ସମୟରେ ଚାକିରୀ ହରାଇଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ଆଶ୍ୱସ୍ତି। ଇଏସଆଇସି ସଦସ୍ୟ ଥିବା କୌଣସି ବ୍ୟକ୍ତି ଚାକିରି ହରାଇଥିଲେ ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ। ନିକଟରେ ସମ୍ପ୍ରସାରିତ ଅଟଳ ବୀମିତ କଲ୍ୟାଣ ଯୋଜନା ଅନ୍ତର୍ଗତ ଚାକିରି ହରାଇଥିବା କର୍ମଚାରୀମାନେ ସହାୟତା ପାଇବା ଲାଗି ଆବେଦନ ଦାଖଲ କରିବା ନିମନ୍ତେ ଇଏସଆଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ସହାୟତା ପାଇବା ଲାଗି ଅନଲାଇନରେ www.esic.in ୱେବସାଇଟରେ ଆବେଦନ ଦାଖଲ କରାଯାଇପାରିବ। ଏଥିସହିତ ଆବେଦନକାରୀ ଏକ ସତ୍ୟପାଠ, ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ବିବରଣୀର ଫଟୋକପି ସହିତ ଅଧିକୃତ ଇଏସଆଇସି ଶାଖା କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ କିମ୍ବା ଡାକ ଯୋଗେ ସେମାନଙ୍କର ଆବେଦନ ଦାଖଲ କରିପାରିବେ। ଏଠାରେ ସୂଚନାଯୋଗ୍ୟ ଯେ ଶ୍ରମ ଏବଂ ନିୟୋଜନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଇଏସଆଇ ନିଗମ ପକ୍ଷରୁ ଅଟଳ ବୀମିତ କଲ୍ୟାଣ ଯୋଜନାକୁ ଅତିରିକ୍ତ 1…

Read More

ନୂଆଦିଲ୍ଲୀ: ଲଗାତାର ଦୁଇ ଦିନ ଧରି ଦେଶରେ ଆରୋଗ୍ୟ ହାର ଅତି ଉଚ୍ଚରେ ରହିଛି। ବିଗତ ଦୁଇ ଦିନ ମଧ୍ୟରେ 82 ହଜାରରୁ ଅଧିକ କୋଭିଡ ରୋଗୀ ଆରୋଗ୍ୟ ଲାଭ କରି ଛାଡ଼ ପାଇଛନ୍ତି। ବିଗତ 24 ଘଣ୍ଟା ମଧ୍ୟରେ 82,961 ଜଣ ସକ୍ରିୟ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଅଧିକ ସଂଖ୍ୟକ ରୋଗୀ ଆରୋଗ୍ୟ ଲାଭ କରିବା ପରେ ଦେଶରେ ଆରୋଗ୍ୟ ହାର ଲଗାତାର ଉପର ମୁହାଁ ହୋଇଛି। ଆଜି ଏହା 78.64% ପ୍ରତିଶତ ଥିବା ରେକର୍ଡ କରାଯାଇଛି। ବର୍ତ୍ତମାନ ସୁଦ୍ଧା 40 ଲକ୍ଷ (40,25,079) ରୋଗୀ ସୁସ୍ଥ ହୋଇସାରିଲେଣି। ଆଜିସୁଦ୍ଧା ମୋଟ ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ସଂକ୍ରମିତଙ୍କ ତୁଳନାରେ 30 ଲକ୍ଷରୁ ଅଧିକ(30,15,103)କୁ ଟପିଯାଇଛି ଯାହାକି ୪ ଗୁଣ ଅଧିକ। ଅଧିକ ଉଚ୍ଚ ହାରରେ ଆରୋଗ୍ୟଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ଏବେ ବିଗତ 30 ଦିନ ତୁଳନାରେ ଶତପ୍ରତିଶତ ବୃଦ୍ଧି ପାଇଛି। ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟାର ଏକ ପଞ୍ଚମାଂଶ…

Read More

ସୀତାରାମ ଅଗ୍ରୱାଲ ବାଣପୁର: କରୋନା ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ହୁ ହୁ ହୋଇ ବଢୁଛି। ବିଶେଷ କରି ବାଣପୁର ଗ୍ରାମାଞ୍ଚଳରେ ସ୍ଥିତି ବର୍ତ୍ତମାନ ବେଶ ଗମ୍ଭୀର ଅଛି। ଗତକାଲି ବାଣପୁର ବ୍ଲକର ଏକାଧିକ ଗ୍ରାମ କଣ୍ଟେନମେଣ୍ଟ ଘୋଷଣା ହୋଇଥିବାସ୍ଥଳେ ଆଜି ମଧ୍ୟ ବାଣପୁର ବ୍ଲକର ଏକାଧିକ ଗ୍ରାମଗୁଡିକୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ସେଗୁଡିକ ହେଲା- ନନ୍ଦପୁର ଗ୍ରାମ ପଞ୍ଚାୟତର ସୁନାକେରା ଗ୍ରାମ, ଦେଓଗାଁ ଗ୍ରାମ ପଞ୍ଚାୟତର ଦେଓଗାଁ ଏବଂ ଓଡଗାଁ ଗ୍ରାମ, ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତର ନୀଳାଦ୍ରିପ୍ରସାଦ ଗ୍ରାମ ଏବଂ ତୁମୁରାପୁଟ ଗ୍ରାମ ପଞ୍ଚାୟତର ପ୍ରତାପ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗ୍ରାମ ଗୁଡିକରେ ଆଜି ତା ୧୭.୦୯.୨୦ ଠାରୁ ୨୪.୦୯.୨୦ ଯାଏଁ କଟକଣା ଜାରି ରହିବ।

Read More

ଭୁବନେଶ୍ୱର: କୋଭିଡ-୧୯ ମହାମାରୀ ସମୟରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)କୁ “ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର” ରେ ସମ୍ମାନିତ କରାଯାଇଛି। ଗୁରୁବାର ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟଇ) ପକ୍ଷରୁ ସୋଆକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କୋଭିଡ-୧୯ ମୁକାବିଲାକୁ ନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଗ୍ରହଣ କରିଥିବା ପଦକ୍ଷେପକୁ ନେଇ ୧୨ଟି ବିଭିନ୍ନ କାଟେଗୋରୀରେ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ୍ ନିଶାଙ୍କ ଏବଂ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନୀଲ୍ ସହସ୍ରବୁଦ୍ଧେ ଉପସ୍ଥିତ ଥିଲେ। ଶ୍ରୀ ପୋଖରିଆଲ୍ ବିଭିନ୍ନ କାଟେଗୋରୀରେ ପୁରସ୍କୃତ ହୋଇଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଶୁଭେଚ୍ଛା ଜଣାଇବା ସହ କରୋନା ମୁକାବିଲା ନେଇ ସେମାନଙ୍କର ଭୂମିକାକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ  ୩ ହଜାର ୬୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୦୩୭ ଜଣ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୪୧୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୨୯୯, ବଲାଙ୍ଗିରିରୁ ୧୪୦, ମୟୂରଭଞ୍ଜରୁ ୧୨୮, ଯାଜପୁରରୁ ୧୨୭, ବାଲେଶ୍ବରରୁ ୧୧୨, ସୁନ୍ଦରଗଡରୁ ୧୦୭, ଜଗତସିଂହପୁରରୁ ୧୦୫, ନବରଙ୍ଗପୁରରୁ ୧୦୪, ସୋନପୁରରୁ ୧୦୦, ବରଗଡରୁ ୮୪, କେନ୍ଦ୍ରାପଡାରୁ ୮୪, ଝାରସୁଗୁଡାରୁ ୮୨, ରାୟଗଡାରୁ ୮୦, ଗଞ୍ଜାମରୁ ୭୫, କୋରାପୁଟରୁ ୭୫, ସମ୍ବଲପୁରରୁ ୭୧, ନୟାଗଡରୁ ୫୫, ଭଦ୍ରକରୁ ୫୪, ନୂଆପଡାରୁ ୪୪, କେନ୍ଦୁଝରରୁ ୪୩, ମାଲକାନଗିରିରୁ ୩୭, ବୌଦ୍ଧରୁ ୩୦, ଢେଙ୍କାନାଳରୁ ୨୮, ଗଜପତିରୁ ୨୬, କଳାହାଣ୍ଡିରୁ ୧୯, ଦେବଗଡରୁ ୧୮, କନ୍ଧମାଳରୁ ୧୬, ଅନୁଗୁଳରୁ ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେଇଛନ୍ତି। ରାଜ୍ୟରେ ଆଜି ସୁସ୍ଥ ସଂଖ୍ୟାକୁ…

Read More

ଭୁବନେଶ୍ବର, ଆଜି ଇଲଟ୍ରୋନିକ୍ସ, ଆଇଟି ଏବଂ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ସୋନପୁର ଗସ୍ତରେ ଆସି ଷ୍ଟାଡିୟମ ପରିଦର୍ଶନ କରିଥିଲେ। ଏଥିସହିତ ସ୍ଥାନୀୟ ସର୍କିଟ ହାଉସରେ ଏକ ଉଚ୍ଚସ୍ତରୀୟ ବୈଠକ କରି ଜିଲ୍ଲାର କ୍ରୀଡା ଭତ୍ତିଭୂମି ଉପରେ ଆଲୋଚନା କରିଥିଲେ। ଏଥିରେ ସୋନପୁର ଜିଲ୍ଲାପାଳ ମୋନୀଷା ବାନର୍ଜୀଙ୍କ ସହତି ଜିଲ୍ଲା କ୍ରୀଡା ଅଧିକାରୀ ଉପସ୍ଥିତ ଥିଲେ। ମନ୍ତ୍ରୀ ଜିଲ୍ଲା ଷ୍ଟାଡିୟମର ଭଲବଲ, ଟେନିସ, ସୁଇମିଂ ପୁଲ ପ୍ରଭୃତି ସ୍ଥାନ ବୁଲି ଏହାର ଉନ୍ନତି କରଣ ଉପରେ ଗୁରୁତ୍ବ ଦେଇଥିଲେ।

Read More

ଭୁବନେଶ୍ୱର, ଅଖିଳ ଭାରତ ଯୁବ କଂଗ୍ରେସର ଆହ୍ୱାନକ୍ରମେ ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଂଟିନ୍ ଛକରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜନ୍ମ ଦିବସକୁ ‘ରାଷ୍ଟ୍ରୀୟ ବେରୋଜଗାର ଦିବସ’ ଭାବେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଏକ ନିଆରା ଢଙ୍ଗରେ ଯୁବ କଂଗ୍ରେସ କର୍ମୀମାନେ ପକୁଡି ଛାଣି ଏବଂ ତାକୁ ବିକ୍ରୟ କରି ଏହି ଦିବସକୁ ପାଳନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନିର୍ବାଚନୀ ଭାଷଣରେ ବର୍ଷକୁ ଦୁଇ କୋଟି ନିଯୁକ୍ତି ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇ ଦେଶର ନିରୀହ ଯୁବ ସମାଜର ଭୋଟ ଲୁଟି ନେଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କର “ପକୋଡା ବିକ୍ରୀ ନିଯୁକ୍ତି” ମନ୍ତବ୍ୟକୁ ପୁଣି ଥରେ ଯୁବ ସମାଜକୁ ମନେପକାଇବା ପାଇଁ ଆଜି ଯୁବ କଂଗ୍ରେସ ପକ୍ଷରୁ ପକୋଡା ବିକ୍ରୀ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା ।

Read More

ଭୁବନେଶ୍ୱର, ଓଡିଆ ସିନେ ଜଗତର ହ୍ୟାଣ୍ଡସମ୍ ଅଭିନେତା, ପୂର୍ବତନ ବିଧାୟକ, ଓଡିଶା ସରକାରଙ୍କ “ମୋ କଲେଜ ଅଧ୍ୟକ୍ଷ” ଆକାଶ ଦାସନାୟକଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ । ପ୍ରତିବର୍ଷ ଏହି ଦିନ ଆକାଶ ଦାସନାୟକ ତାଙ୍କର ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଆସୁଥିଲେ। ସେ ଅନାଥ ଆଶ୍ରମ, ସେବାଶ୍ରମ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପ୍ରତିବର୍ଷ ଜନ୍ମଦିନ ପାଳନ କରିଆସୁଥିଲେ । କୋଭିଡ୍‌-୧୯ ପାଇଁ ଏ ବର୍ଷ ସେ ତାଙ୍କ ଜନ୍ମଦିନକୁ ସମଦୂରତ୍ୱ ରକ୍ଷା କରିବା ପାଇଁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଏ ବର୍ଷ ସେ ଭିଡିଓ କଲ୍ ମାଧ୍ୟମରେ “ଆଶା କିରଣ” ବୃଦ୍ଧାଶ୍ରମର ଅନ୍ତେବାସୀ ଏବଂ ସେବାଶ୍ରମର ପିଲାମାନଙ୍କ ସହିତ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀମାନେ ଆକାଶଙ୍କୁ ତାଙ୍କ ଜନ୍ମଦିନ ଉପଲକ୍ଷେ ଭିଡିଓ କଲ୍ ମାଧ୍ୟମରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ତାଙ୍କ ଦୀର୍ଘଜୀବନ ପାଇଁ ଠାକୁରଙ୍କ ପାଖରେ ଶୁଭ…

Read More

ଭୁବନେଶ୍ବର: ୧୯୮୬ ବ୍ୟାଚ୍ ର ଭାରତୀୟ ରେଳବାଇ ଷ୍ଟୋରସ ସର୍ଭିସ (ଆଇଆରଏସଏସ) ର ବରିଷ୍ଠ ଅଧିକାରୀ ପ୍ରଭାକର ବାବୁରାଓ ନିନାୱେ ପୂର୍ବ ତଟ ରେଳପଥର ନୂତନ ପ୍ରମୁଖ ଭଣ୍ଡାର ପ୍ରବନ୍ଧକ (ପିସିଏମଏମ-PCMM) ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ନୂତନ ପଦରେ ଯୋଗଦେବା ପୂର୍ବରୁ ଶ୍ରୀ ନୀନାୱେ ଚେନ୍ନାଇର ପେରାମ୍ବୁରର ଇଣ୍ଟିଗ୍ରେଟେଡ୍ କୋଚ୍ କାରଖାନା (ଆଇସିଏଫ୍) ର ମୁଖ୍ୟ ଭଣ୍ଡାର ପ୍ରବନ୍ଧକ (ସିଏମ୍ଏମ୍) ଭାବରେ କାର୍ଯ୍ୟ କରୁଥିଲେ। ନିନାୱେ ଭାରତୀୟ ରେଳବାଇର ବିଭିନ୍ନ ପଦ ପଦବୀ ଯଥା ପଶ୍ଚିମ ରେଳପଥର ରାଜକୋଟ ଡିଭିଜନର ମଣ୍ଡଳ ରେଳବାଇ ପ୍ରବନ୍ଧକ, ଦକ୍ଷିଣ କେନ୍ଦ୍ରୀୟ ରେଳପଥର ନIନ୍ଦେଡ ଡିଭିଜନର ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ, ସିକନ୍ଦରାବାଦସ୍ଥ ଦକ୍ଷିଣ କେନ୍ଦ୍ରୀୟ ରେଳପଥର ମୁଖ୍ୟ ଭଣ୍ଡାର ପ୍ରବନ୍ଧକ, ଚେନ୍ନାଇସ୍ଥ ଦକ୍ଷିଣ ରେଳପଥ ଏବଂ ମୁମ୍ବାଇ ସ୍ଥିତ କେନ୍ଦ୍ରୀୟ ରେଳପଥରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ କାର୍ଯ୍ୟ କରିଛନ୍ତି। ସେ କେନ୍ଦ୍ରୀୟ ରେଳପଥର ମୁମ୍ବାଇ ଏବଂ ହୁଵୁଲି ସ୍ଥିତ ଦକ୍ଷିଣ ପଶ୍ଚିମ…

Read More

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା ବିଜେପି ନେତା ଅଶୋକ ଗାସ୍ତିଙ୍କ ପରଲୋକ ଘଟିଛି । ଗାସ୍ତି କରୋନାରେ ଆକ୍ରାନ୍ତ ରହିଥିଲେ ବୋଲି ସୂଚନା ରହିଛି । ସେ 15 ଦିନ ହେବ ଚିକିତ୍ସା ପାଇଁ  ବାଙ୍ଗାଲୋରର ମଣୀପାଲ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ।  ଚଳିତ ବର୍ଷ କର୍ଣ୍ଣାଟକରୁ ରାଜ୍ୟସଭାକୁ ଯାଇଥିଲେ ବିଜେପି ନେତା ଅଶୋକ ଗାସ୍ତି । ଗାସ୍ତି କର୍ଣ୍ଣାଟକ ବିଜେପିର ଜଣେ ଆଗଧାଡ଼ିର ନେତା ଥିଲେ। ଲ’ରେ ସ୍ନାତକ ପାସ୍‌ କରିଥିବା ଅଶୋକ ଗାସ୍ତି ରାଇଚୁର ଜିଲ୍ଲାର ଜିଲ୍ଲା ପରିଷଦ ସଭାପତି ଭାବେ ମଧ୍ୟ ପୂର୍ବରୁ ଦାୟିତ୍ବ ତୁଲାଇଥିଲେ । ଗାସ୍ତିଙ୍କ ନିଧନରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ଶୋକ ପ୍ରକାଶ କରିଛନ୍ତି। (ଏଜେନ୍ସି)

Read More

ରାଜସ୍ଥାନ : ରାଜସ୍ଥାନର ବାଡମୋରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତା ମହିଳାକୁ ଘରୁ ଦୂର କରିବା ଅର୍ଥାତ୍‌ ଘରୁ ଫେରାର କରାଇବା  ଅଭିଯୋଗରେ ଜନୈକ ଶିକ୍ଷକଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଛି । ମିଳିଥିବା ସୂଚନା ଅନୁସାରେ ରାଜସ୍ଥାନର ବାଡମୋର ଜିଲ୍ଲାର ଗୁଡାମାଲାନୀ ଉପଖଣ୍ଡର ଆରଜେଟି ଥାନା ଅନ୍ତର୍ଗତ ଭାଟାଲା ଗ୍ରାମ ନିବାସୀ 48 ବର୍ଷୀୟ ଶିକ୍ଷକ ନୂର ମହମ୍ମଦଙ୍କ ଉପରେ ସେହି ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଫେରାର କରାଇଥିବାର ଅଭିଯୋଗ ରହିଥିଲା । ଏହି ପ୍ରସଙ୍ଗକୁ ନେଇ ବିବାହିତା ମହିଳାଙ୍କ ପରିବାର ଲୋକେ ଉକ୍ତ ଶିକ୍ଷକଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ନାକ ଓ କାନ କାଟି ଦେଇଛନ୍ତି । ଶିକ୍ଷକଜଣଙ୍କୁ ଗୁରୁତର ଅବସ୍ଥାରେ ଗୁଜୁରାଟ ସ୍ଥାନାନ୍ତର କରାଯାଇଛି ।  ଏହି ଘଟଣାରେ ପୋଲିସ୍‌ ତିନି ଅଭିୁଯକ୍ତଙ୍କୁ ଗିରଫ କରିବା ସହିତ ମାମଲାର ତଦନ୍ତ ଜାରି ରଖିଛି । (ଏଜେନ୍ସି)

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 325 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 325 ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ 101 ଜଣ ଥିବାବେଳେ ଲୋକାଲ୍‌ କେସ୍‌ 224ଟି ରହିଛି ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 101 ଜଣଙ୍କ ମଧ୍ୟରେ ଭିଏସଏସ ନଗରରୁ 7ଜଣ, ଶହୀଦ ନଗରରୁ 3 ଜଣ, ଡମଣାରୁ 6 ଜଣ ହଂସପାଳରୁ 9ଜଣ ରହିଛନ୍ତି । 224 ଲୋକାଲ କେସ୍‌ ମଧ୍ୟରୁ ରସୁଲଗଡରୁ 11 ଜଣ, ନୟାପଲ୍ଲୀରୁ 8ଜଣ, ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରୁ 4ଜଣ, ଜୟଦେବବିହାରରୁ 7ଜଣ, ଝାରପଡାରୁ 6 ଜଣ, ଡମଣାରୁ 5 ଜଣ ରହିଥିବାବେଳେ ଘରୋଇ ହସ୍ପିଟାଲର 8 ଜଣ କର୍ମଚାରୀ ରହିଛନ୍ତି। ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 420 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟ ରାଜଧାନୀରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 17 ହଜାର 620ରେ ପହଞ୍ଚିଥିବାେବଳେ ସୁସ୍ଥଙ୍କ ସଂଖ୍ୟା…

Read More

ଭୁବନେଶ୍ୱର: କଟକ-ଭୁବନେଶ୍ୱରରେ କରୋନା ନିୟମ ବାରମ୍ବାର ଉଲ୍ଲଂଘନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ ଅମାନିଆଙ୍କୁ ସାବାଡ୍ କରିବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ମାର୍କେଟ ଅଂଚଳରେ ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ ଗଠନ ହୋଇଛି କୋଭିଡ୍ ଏନଫୋର୍ସମେଣ୍ଟ ଟିମ୍ । ହଟସ୍ପଟ୍ ଉପରେ କଡା ନଜର ରଖାଯିବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ । ଦୈତ୍ୟନଗରୀରେ ଅଧିକ 50 ଅଫିସର, 5ପ୍ଲାଟୁନ ଆର୍ମଡ ପୋଲିସ ରହିବେ । କୋଭିଡ ଏନଫୋର୍ସମେଣ୍ଟ ଟିମକୁ ଏମାନେ ଅଧିକ କ୍ରିୟାଶୀଳ କରାଇବେ । ଏଥିପାଇଁ ଭୁବନେଶ୍ବରକୁ ତିନୋଟି ଜୋନରେ ବିଭକ୍ତ କରାଯିବ ବୋଲି ପୋଲିସ ଡିଜି କହିଛନ୍ତି । କୋଭିଡ ଏନଫୋର୍ସମେଣ୍ଟ ପାଇଁ ପ୍ରତିଜୋନରେ ଡିସିପି ନେତୃତ୍ୱ ନେବେ ।

Read More

ଭୁବନେଶ୍ବର :  ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଭାରତର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।  20ରେ ଏକ ଲଘୁଚାପ ଆସୁଥିବାରୁ  ଆସନ୍ତା 22 ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ  ଆଜି 13 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ନୂଆପଡା, ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । 20ତାରିଖରୁ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ଯଦି କେହି ମତ୍ସ୍ୟଜୀବୀ ସମୁଦ୍ରରେ ଥିବେ, ତେବେ 20 ସୁଦ୍ଧା ଫେରିଆସିବାକୁ ପରାମର୍ଶ ଦିଆଯାଇଛି ।

Read More

ନୂଆଦିଲ୍ଲୀ: ଏବେ ଦେଶକୁ ମହାମାରୀ କରୋନା ଆସ୍ତବ୍ୟସ୍ତ କରୁଥିବା ବେଳେ 2021 ଆରମ୍ଭରେ ଭାରତରେ ଟିକା ମିଳିବା ସମ୍ଭାବନା ରହିଛି । ଏନେଇ ଆଜି ରାଜ୍ୟସଭାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ପ୍ରଦାନ କରିଛନ୍ତି । ଟିକା ମିଳିବା ନେଇ ଏକ ସୁବିସ୍ତୃତ ଯୋଜନା କରାଯାଇଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଏକ ଏକ୍ସପୋର୍ଟ କମିଟି ଟିକା କଥା ବୁଝୁଛି । ଆଶା କରାଯାଉଛି, 2021 ପ୍ରାରମ୍ଭରେ କରୋନା ଟିକା ମିଳିବ । ସୂଚନାଯୋଗ୍ୟ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 50 ଲକ୍ଷ 18 ହଜାର 253କୁ ବୃଦ୍ଧି ପାଇଛି ।

Read More

ନୂଆଦିଲ୍ଲୀ : ଭାରତ ସରକାର ପିଆଜ ରପ୍ତାନୀ ବନ୍ଦ କରିବା ଫଳରେ ପଡୋଶୀ ରାଷ୍ଟ୍ରରେ  ପିଆଜର ଦର ଅହେତୁକ ବୃଦ୍ଧି ପାଇବାରେ ଲାଗିଛି । ପିଆଜ ରପ୍ତାନୀର ପ୍ରଭାବ ଏବେ ପଡୋଶୀ ଦେଶ ନେପାଳ ଓ ବାଂଲଦେଶ ଉପରେ ପଡିଛି । ଏଠାରେ ପିଆଜର କିଲୋ ପ୍ରତି ମୂଲ୍ୟ 150ଟଙ୍କାରେ ପହଞ୍ଚିଛି । ପୂର୍ବରୁ ଏଠାରେ କିଲୋ ପିଛା20ରୁ 30 ଟଙ୍କା ଭିତରେ ରହିଥିବାବେଳେ ଏବେ ପିଆଜର ମୂଲ୍ୟରେ 5 ଗୁଣା ବୃଦ୍ଧି ହୋଇଛି । ଆଗାମୀ ସମୟରେ ପିଆଜର ଅଧିକ ବୃଦ୍ଧି ହେବ ବୋଲି ଜଣାପଡୁଛି । ପିଆଜ ଉତ୍ପାଦନରେ ଦକ୍ଷିଣ ଏସିଆରେ ଭାରତ ସବୁଠୁ ବଡ ଉତ୍ପାଦକ ରହିଥିବାବେଳେ ପିଆଜ ଦରରେ ଲଗାମ ରଖିବା ପାଇଁ ଭାରତ ଏବେ ପିଆଜର ରାପ୍ତାନୀକୁ ବନ୍ଦ ରଖିଛି । ଯାହା ଫଳରେ ପଡୋଶୀ ଦେଶମାନଙ୍କର ପିଆଜ ଦରରେ ଆକାଶଛୁଆଁ ହୋଇଛି । ନେପାଳ, ବାଂଲାଦେଶ, ଶ୍ରୀଲଙ୍କା, ମାଲେସିଆ ଆଦି ରାଷ୍ଟ୍ରଗୁଡିକ ଭାରତର…

Read More

ନୂଆଦିଲ୍ଲୀ : କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ରାଜ୍ୟମନ୍ତ୍ରୀ ପ୍ରହଲ୍ଳାଦ ସିଂହ ପଟେଲଙ୍କୁ କରୋନା। ଏନେଇ କେନ୍ଦ୍ର ମନ୍ତ୍ରୀ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ପ୍ରହଲ୍ଲାଦ ସିଂହ ପଟେଲ୍ ଟ୍ବିଟ୍ କରି ଲେଖିଛନ୍ତି ଯେ, ଗତକାଲି ରାତିରେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି। ନିକଟରେ ଯେଉଁମାନେ ତାଙ୍କୁ ସାକ୍ଷାତ କରିଛନ୍ତି ସେମାନେ ଯଥାସମ୍ଭମ ସତର୍କ ରହିବା ସହିତ ପରୀକ୍ଷା କରାଇନେବା ଉଚିତ୍‌ । ଏହା ପୂର୍ବରୁ ଗୃହ ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କାରୀ, ଧର୍ମେନ୍ଦ୍ର ପ୍ରଧାନ, ଅର୍ଜୁନ ରାମ ମେଘଓ୍ବାଲ, ଗଜେନ୍ଦ୍ର ସିଂହ ଶେଖାଓ୍ବତ କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି। (ଏଜେନ୍ସି)

Read More

ରମେଶ ମହାନ୍ତି ଜଗତସିଂହପୁର : ଆଗକୁ ତିର୍ତ୍ତୋଲ ଉପନିର୍ବାଚନ ଥିବାବେଳେ କଂଗ୍ରେସ ଦଳକୁ ବଡ୍‌ ଝଟକା ଲାଗିଛି । ହାତ ଛାଡିଛନ୍ତି ରାଜକିଶୋର ବେହେରା। କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ରାଜକିଶୋର ବେହେରା ଇସ୍ତଫା ଦେଇଛନ୍ତି । ପିସିସି ସଭାପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ରାଜକିଶୋର । 2009 ଓ 2014 ସାଧାରଣ ନିର୍ବାଚନରେ ତିର୍ତ୍ତୋଲରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ସୂଚନାନୁଯାୟୀ କଂଗ୍ରେସର ହାତ ଛାଡିବା ପରେ ଏବେ ବିଜେପିରେ ଯୋଗଦେଇ ତିର୍ତ୍ତୋଲରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି। ତିର୍ତ୍ତୋଲ ଉପନିର୍ବାଚନ ନେଇ ବିଜେଡି, କଂଗ୍ରେସ ଓ ବିଜେପି ନିଜ ନିଜର ରଣକୌଶଳ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି । ଠିକ୍‌ ଏହି ସମୟରେ ରାଜକିଶୋରଙ୍କ ଇସ୍ତଫା ରାଜନୈତିକ ମହଲରେ ଉଷ୍ମତା ସୃଷ୍ଟି କରିଛି ।

Read More