ନୂଆଦିଲ୍ଲୀ, କୋଭିଡ19 ପାଇଁ ଆଜି ସଂସଦର ଉଭୟ ଗୃହକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ବନ୍ଦ କରି ଦିଆଯାଇଛି। ଏହି ମୌସୁମୀ ଅଧିବେସନ ଆସନ୍ତା ଅକ୍ଟୋବର 1 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିଲା। ଦିନକୁ ଦିନ ସଂସାଦମାନେ ପଜେଟିଭି ଚିହ୍ନଟ ହେବା ଏବଂ ସାରା ଦେଶର ସ୍ଥିତି ଉଦବେଗ ଜନକ ହୋଇପଡିବାରୁ ଏପରି ପଦକ୍ଷେପ ନିଆଯାଇଛି। ଫଳରେ ଏହି ମୌସୁମୀ ଅଧିବେସନ ମାତ୍ର 10 ଦିନ ପାଇଁ ଚାଲିଛି। ଏହି ସମୟରେ ଗୃହରେ 25 ଟି ବିଲ୍ ପାଶ ହୋଇଥିବା ବେଳେ 6ଟି ବିଲ ଉପସ୍ଥାପିତ ହୋଇଛି।
Author: Samikhsya Bureau
ନୂଆଦିଲ୍ଲୀ: ଅହମଦନଗରସ୍ଥିତ ଆର୍ମୋର୍ଡ୍ କର୍ପସ୍ ସେଣ୍ଟର୍ ଆଣ୍ଡ୍ ସ୍କୁଲ୍ସ୍ଥିତ କେ କେ ରେଞ୍ଜ୍ର୍ ଅର୍ଜୁନ୍ କମାଣରୁ ତା’ର ‘ଲେଜର୍-ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍’ ପରୀକ୍ଷା କରିଛି। ଏହି ପରୀକ୍ଷା ‘ଡିଫେନ୍ସ୍ ରିସର୍ଚ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ ଅର୍ଗାନାଇଜେସନ୍’ (ଡିଆର୍ଡିଓ) ତରଫରୁ କରାଯାଇଛି। ଏହି କ୍ଷେପଣାସ୍ତ୍ର ‘ଲେଜର୍-ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍’ ତିନି କିଲୋମିଟର୍ ଦୂରରେ ଥିବା ଏକ ଲକ୍ଷ୍ୟସ୍ଥଳକୁ ସଫଳତାର ସହ ଭେଦ କରି ପାରିଛି। ଏହି କ୍ଷେପଣାସ୍ତ୍ର ଆଧୁନିକ ତଥା ଭବିଷ୍ୟତର ଶତ୍ରୁ ଯୁଦ୍ଧ ଟ୍ୟାଙ୍କକୁ ନଷ୍ଟ କରିବା ପାଇଁ ପରିକଳ୍ପନା କରାଯାଇଛି। ଅର୍ଜୁନ ଟ୍ୟାଙ୍କ ବନ୍ଧୁକରୁ ଉତକ୍ଷେପଣ ପାଇଁ ଡିଜାଇନ୍ ହୋଇଥିବା ଏହି କ୍ଷେପଣାସ୍ତ୍ର କମ୍ ଫ୍ଲାଇଙ୍ଗ୍ ହେଲିକପ୍ଟର ସମେତ ଏକ ଚଳପ୍ରଚଳ ଲକ୍ଷ୍ୟକୁ ସକ୍ରିୟ ଭାବରେ ନିୟୋଜିତ କରାଯିବ।
ଭୁବନେଶ୍ବର, ପୂର୍ବତଟ ରେଳପଥ ସ୍ଵଛ ଭାରତ ଅଭିଯାନର ସ୍ଵଛ ରେଳ – ସ୍ଵଛ ଭାରତ – ସ୍ଵଛ ପରିସର ନାମିତ ଏକ ଅଭିଜାନ ଆରମ୍ଭ କରିଛି। ଏଥିରେ ପୂର୍ବତଟ ଅଧିକାରୀଙ୍କ ନେତୃତ୍ୱରେ କର୍ମଚାରୀମାନେ ସମସ୍ତ ଷ୍ଟେସନ ପରିଚାଳନା କ୍ଷେତ୍ରର ପରିଚ୍ଛନ୍ନତା ଆଣିବା କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ। ଷ୍ଟେସନ ସହିତ ନିଜ କାର୍ଯ୍ୟାଳୟ ଓ ଏହାର ପରିସରରେ ପରିଚ୍ଛନ୍ନତା ଆଣିବା ଥିଲା ଏହି ଅଭିଜାନର ମୂଳ ଲକ୍ଷ। ରେଳଷ୍ଟେସନ ପରିଚାଳନା କ୍ଷେତ୍ର ମାନଙ୍କରେ ଉପଯୁକ୍ତ ଯାତ୍ରୀ ପରିଷେବା ସୁନିଶ୍ଚିତ କରାଯାଇଥିଲା। ଷ୍ଟେସନ ମାନଙ୍କରେ ସମସ୍ତ ଡ୍ରେନ ମାନଙ୍କର ସଫେଇ କାର୍ଯ୍ୟ ଏହି ଅବସରରେ ସମ୍ପାଦନ କରାଯାଇଥିଲା I ସ୍ୱଚ୍ଛତା ଅଭିଯାନକୁ ସ୍ମରଣୀୟ କରାଇବା ପାଇଁ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଓ ସମସ୍ତ ପ୍ରମୁଖ ଅଧିକାରୀମାନଙ୍କ ନେତୃତ୍ୱରେ ଅଧିକାରୀ ଓ କାର୍ମଚାରୀମାନେ ଆଜି ରେଳ ସଦନ ପରିସର ସହିତ ବିଭିନ୍ନ କାର୍ଯ୍ୟ ସ୍ଥାନ ମାନଙ୍କରେ ସଫେଇ କାର୍ଯ୍ୟ କରିଥିଲେ I
ଭୁବନେଶ୍ବର, ଗତ କିଛିଦିନ ତଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାରେ କିପରି କୋଭିଡ19 ସୁରକ୍ଷା ବ୍ୟବସ୍ଥା କରାଯାଇଛି ତାହାର ତଦାରଖ କରିଥିଲେ। ଏହି ସମୟରେ ତାଙ୍କ ବେକର ଆଇଡେଣ୍ଟି କାର୍ଡ ପରି ଏକ ବସ୍ତୁଟିଏ ଝୁଲୁଥିଲା। ହେଲେ ତାହା କାଳେ ବିଧାନସଭା କାର୍ଡ ହୋଇଥିବ ଭାବେ ଅଧିକାରୀମାନେ କେହି କିଛି ପଚାରିଲେ ନାହିଁ। ତେବେ ବାଚସ୍ପତି ତଦାରଖ ସାରି ବାହାରକୁ ଆସିବା ପରେ ସାମ୍ବାଦିକମାନେ ତାଙ୍କୁ ଘେରି ଗଲେ। ବେକରେ ଝୁଲୁଥିବା ଜିନିଷଟି କଣ ବୋଲି ପଚାରି ପକାଇଲେ। ଏହାର ଉତ୍ତରରେ ବାଚସ୍ପତି କହିଲେ ଯେ ଏହା ହେଉଛି ଏକ ପ୍ରକାରର କରୋନା ତାବିଜ୍। ଏହା ବେକରେ ଝୁଲୁ ଥିଲେ କରୋନା ଭାଇସର ପାଖକୁ ଆସିବ ନାହିଁ। ଏପରିକି କରୋନା ପଜେଟିଭ ରୋଗୀ ପାଖରେ ଥିଲେ ମଧ୍ୟ ସେ ଭାରସ ମୋତେ ସ୍ପର୍ଶ କରିବ ନାହିଁ। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏହାପରେ ସାମ୍ବାଦିକମାନେ ପ୍ରଶ୍ନ ପଚାରିବା ଆଗରୁ…
ଭୁବନେଶ୍ବର, ଆଜି ବୁଧବାର ଦିନ ମୁମ୍ବାଇ ଠାରୁ ଭୁବନେଶ୍ୱର ଆସୁଥିବା ୧୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ୱତନ୍ତ୍ର ଟ୍ରେନ ଏହାର ନିର୍ଧାରିତ ସମୟ ଅପରାହ୍ନ ୩ଘ.୦୫ମି. ପରିବର୍ତେ ରାତ୍ର ୧୦ ଘଟିକାରେ ଭୁବନେଶ୍ୱରକୁ ଯାତ୍ରା କରିବ। ମୁମ୍ବାଇ ଅଂଚଳରେ ମାତ୍ରାଧିକ ବର୍ଷ ଜନିତ ଟ୍ରେନ ଲାଇନ ଉପରେ ପାଣି ସରବରାହ ଯୋଗୁଁ ମୁମ୍ବାଇ ଠାରୁ କୋଣାର୍କ ସ୍ୱତନ୍ତ୍ର ଟ୍ରେନ ର ଛାଡିବା ସମୟରେ ଆଜି ପରିବର୍ତନ କରାଯାଇ ଅଛି। ଏହି ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇ।
ନୂଆଦିଲ୍ଲୀ, ଆଜି ଭାରତରେ ପ୍ରଥମ ଆପଲ୍ ଅନ ଲାଇ ଷ୍ଟୋର କାର୍ଯ୍ୟକ୍ଷମ ହୋଇଛି। ଏଥିରେ ଭାରତର ଗ୍ରାହକଙ୍କୁ ସମସ୍ତ ନୂତନ ପ୍ରଡକ୍ଟ ସହ ପୁରୁଣା ଫୋନ୍ କାରବାର ପ୍ରଭୃତି ଉପଲବ୍ଧ ରହିଛି। ଗ୍ରାହକମାନେ ଅନ୍ଲାଇନ୍ ଷ୍ଟୋର୍ କେବଳ ମାତ୍ର କ୍ଲିକ୍ କରି ସମସ୍ତ ତଥ୍ୟ ହାସଲ କରିବା ସହ କାରବାର କରିପାରିବେ। ଭାରତରେ ପ୍ରଥମେ ଅନଲାଇନ ବ୍ୟବସାୟ ଆରମ୍ଭ କରିଥିବାରୁ ଆପଲ ବିଭିନ୍ନ ପ୍ରଡକ୍ଟରେ ରିହାତି ପ୍ରଦାନ କରୁଛି। ଛାତ୍ରମାନେ ସ୍ବତନ୍ତ୍ର ମୂଲ୍ୟ ସହିତ ଏକ ମ୍ୟାକ୍ କିମ୍ବା ଆଇପ୍ୟାଡ୍ ପାଇଁ ସପିଂ କରିପାରିବେ । ସେହିପରି ବିଭିନ୍ନ ଆସେସୋରିଜ୍ ଏବଂ ଆପଲ୍ କେୟାର + ଉପରେ ରିହାତି ପାଇ ପାରିବେ। ଗ୍ରାହକମାନେ ଅଫର ବିଷୟରେ ସମସ୍ତ ତଥ୍ୟ ଜାଣିବା ପାଇଁ କିଲ୍କ କରନ୍ତୁ https://www.apple.com/in/
ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତ ସଂଖ୍ୟା ବୁଧବାର ସକାଳ ସୁଦ୍ଧା ମୋଟ ମାମଲା ୩ କୋଟି ୧୫ ଲକ୍ଷ ୧୭ ହଜାର ୮୭ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୯ ଲକ୍ଷ ୬୯ ହଜାର ୫୭୮ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସଇ) ଏହାର ସଦ୍ୟତମ ରିପୋର୍ଟ ପ୍ରକାଶ କରିଛି। ସିଏସଇ ଅନୁଯାୟୀ ବିଶ୍ବର ସର୍ବାଧିକ ସଂଖ୍ୟକ ମାମଲା ଆମେରିକାରେ ଦେଖାଦେଇଛି। ହିସାବ ଅନୁସାରେ ଆମେରିକାରେ ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା ୬୮ ଲକ୍ଷ ୯୬ ହଜାର ୨୧୮ ରହିଛି। ସେହିପରି ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୭ ଶହ ୮୬ ରେ ପହଁଚିଛି। ୫୫ ଲକ୍ଷ ୬ ହଜାର ୬୬୩ ମାମଲାରେ ଭାରତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦେଶର ମୃତ୍ୟୁ ସଂଖ୍ୟା ୯୦ ହଜାର ୨୦ କୁ ବୃଦ୍ଧି ପାଇଛି। ସର୍ବାଧିକ ମାମଲା ଥିବା ଅନ୍ୟ ୧୫…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୫ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି। ତେବେ କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭୩୬କୁ ବୃଦ୍ଧି ହୋଇଛି। ଭୁବନେଶ୍ବରରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜ ଓ ପୁରୀରୁ ୨ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ସେହିପରି ନୟାଗଡ, ନୂଆପଡା, କଟକ, ବାଲେଶ୍ଵର, ଢେଙ୍କାନାଳ, କନ୍ଧମାଳ, ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା ଚାରି ଜଣ ଆକ୍ରାନ୍ତ ହେଉଛନ୍ତି ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ ୭୦, ୬୨, ୪୨ ଏବଂ ୩୫। ମୟୂରଭଞ୍ଜର ୨ ଜଣ ମୃତକ ହେଉଛନ୍ତି ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ ୭୪ ଓ ୬୩। ପୁରୀର ଦୁଇ ଜଣ ମୃତକ ହେଉଛନ୍ତି ପୁରୁଷ। ସେମାନଙ୍କ ବୟସ ହେଉଛି ଯଥାକ୍ରମେ ୭୨ ଓ ୭୦। ନୟାଗଡରେ ଜଣେ ୭୨ ବର୍ଷୀୟ ପୁରୁଷ, ନୂଆପଡ଼ାର ଜଣେ ୩୭ ବର୍ଷୀୟ ପୁରୁଷ, କଟକର ୬୭ ବର୍ଷୀୟ ପୁରୁଷ,…
ଭୁବନେଶ୍ଵର: ଆଜି ରାଜ୍ୟରୁ ୪୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୨୩୭ ମଧ୍ୟରୁ କ୍ଵାରେଣ୍ଟିନରୁ ୨୪୮୫ ଏବଂ ୧୭୫୨ ଜଣ ସ୍ଥାନୀୟ ସଂକ୍ରମଣ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୨ ହଜାର ୫୪୮ କୁ ବୃଦ୍ଧି ହୋଇଛି। ତେବେ କୋରୋନରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୩ ହଜାର ୨୧୩ ରହିଥିବା ବେଳେ ସକ୍ରିୟ ମାମଲା ରହିଛି ୩୮ ହଜାର ୫୪୬ ଏବଂ କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭୨୧। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୪୭ ଜଣ ଚିହ୍ନଟ ହୋଇଥିଲା ବେଳେ କଟକରୁ ୫୭୭, ପୁରୀରୁ ୨୧୯, ଝାରସୁଗୁଡାରୁ ୨୦୫, ଯାଜପୁରରୁ ୨୦୧, ଅନୁଗୁଳରୁ ୧୧୦ , ବାଲେଶ୍ବରରୁ ୧୬୧, ଭଦ୍ରକରୁ ୧୩୬, ବଲାଙ୍ଗିରିରୁ ୬୭, ବୌଦ୍ଧରୁ ୪୩, ଦେବଗଡରୁ ୨୨, ଢେଙ୍କାନାଳରୁ ୭୦, ଗଜପତିରୁ ୪୨, ଗଞ୍ଜାମରୁ ୭୧, ଜଗତସିଂହପୁରରୁ ୧୭୩, କଳାହାଣ୍ଡିରୁ ୫୭, କନ୍ଧମାଳରୁ ୫୫, କେନ୍ଦ୍ରାପଡାରୁ ୧୪୮,…
ସୀତାରାମ ଅଗ୍ରୱାଲ ନାଚୁଣୀ: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ କହ୍ନେଇପୁର ଛକରେ ବାଇକ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ଗାଡ଼ି ଚାଳକଙ୍କ ଅବସ୍ଥା ଗୁରୁତର ଥିବାର ସୂଚନା ଅଛି। ମିଳିଥିବା ସୂଚନା ଅନୁଯାୟୀ ମୋରାମୋରି ପଞ୍ଚାୟତ ଅନ୍ତର୍ଗତ କନ୍ଧ ଆମ୍ବଝର ଗ୍ରାମର ରବି ବରାଳଙ୍କ ପୁତ୍ର ପୂର୍ଣଚନ୍ଦ୍ର ବରାଳ(୩୧) ଗତକାଲି ରାତି ୧୧.୩୦ ମିନିଟରେ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବାରୁ ଖାଦ୍ୟ ଖାଇ ବାଲୁଗାଁ ବାଇପାସ ଅଭିମୁଖେ ନିଜ ବାଇକ(ଓ ଆର ୦୨ ବି.ଡ଼ି ୮୨୧୩) ଯୋଗେ ଯାଉଥିଲେ। କିଛି ବାଟ ଗଲାପରେ କହ୍ନେଇପୁର ଛକ ନିକଟରେ ପୂର୍ଣଚନ୍ଦ୍ର ଭାରସାମ୍ୟ ହରାଇ ବାଇକକୁ ଏକ କିଆ ବୁଦାମୂଳ ଭିତରେ ଭର୍ତ୍ତି କରିଦେଇଥିଲେ। ଯାହା ଫଳରେ ତାଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ସେ ରାଜାରାସ୍ତା ଉପରେ ସଂଜ୍ଞାହିନ ହୋଇ ପଡିରହିଥିଲେ। ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିବା…
ସୀତାରାମ ଅଗ୍ରୱାଲ ଚିଲିକା: ଗତକାଲି ସଂଧ୍ୟାରେ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ସୀମାରେ ଅବସ୍ଥିତ ମା’ ନାରାୟଣୀଙ୍କ ମନ୍ଦିର ପରିସରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଏକାଧିକ ଆହତ ହୋଇଛନ୍ତି। ଏବଂ ଏହାକୁ ନେଇ ଦୁଇ ଗୋଷ୍ଠୀ ତରଫରୁ ଭେଜିପୁଟ ଫାଣ୍ଡିରେ ଦୁଇଟି ପୃଥକ ପୃଥକ ଏତଲା ଦିଆଯାଇଛି। ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ୫ ଘଟିକାରେ ମା’ ନାରାୟଣୀ ମନ୍ଦିର ପରିସରରେ ବାଣପୁର ଏକଡାଳିଆ ଗ୍ରାମର କିଛି ଶ୍ରଦ୍ଧାଳୁ ମାନେ ମା’ ଙ୍କ ପାଖେ ନିଜର ମାନସିକ ପୁରା କରିବା ପାଇଁ ଯାଇଥିଲେ। ସେହି ସମୟରେ ବାଲୁଗାଁର କିଛି ଯୁବକମାନେ ଉକ୍ତ ସ୍ଥାନରେ ପୂର୍ବରୁ ଉପସ୍ଥିତ ଥିଲେ ଏବଂ ସେଠାରେ ଆଣିଥିବା ପାର୍ସଲ ଖାଦ୍ୟ ଖାଉଥିଲେ। ହଠାତ କୌଣସି କଥାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା ଏବଂ ଧୀରେ ଧୀରେ ତାହା ଉଗ୍ରରୂପ ଧାରଣ କରିଥିଲା। ଉଭୟ ଗୋଷ୍ଠୀ ପରସ୍ପରକୁ ପଥରରେ…
ମୁମ୍ବାଇ/ଭୁବନେଶ୍ୱର: ପୋଷ୍ଟପେଡ୍ ସେବା କ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁ ଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁ କେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତ ଜିଓ ପୋଷ୍ଟପେଡ୍ ପ୍ଲସ୍ର ଶୁଭାରମ୍ଭ ଘୋଷଣା କରାଯାଇଛି । ନୂତନ ଭାବେ ଉନ୍ମୋଚିତ ଏହି ପୋଷ୍ଟପେଡ୍ ସେବାର ମୂଳ ଲକ୍ଷ୍ୟ ହେଉଛି ଯୋଗାଯୋଗ, ମନୋରରଂଜନ ଏବଂ ଅନୁଭୂତି କ୍ଷେତ୍ରରେ ଉତ୍କୃଷ୍ଟ ସେବା ପ୍ରଦାନ କରିବା। ତେବେ ଜାଣନ୍ତୁ କଣ ରହିଛି ଏହି ଯୋଜନାରେ ସୁବିଧା 1-ଜିଓ ପୋଷ୍ଟପେଡ୍ ପ୍ଲସ୍ର ଗ୍ରାହକମାନେ ପାଇବେ ଏଣ୍ଟରଟେନ୍ମେଣ୍ଟ୍ ପ୍ଲସ୍, ଫିଚର୍ସ ପ୍ଲସ୍, ଇଣ୍ଟରନ୍ୟାସନାଲ୍ ପ୍ଲସ୍ ଏବଂ ଏକ୍ସପେରିଏନ୍ସ ପ୍ଲସ୍ ଭଳି ଅନନ୍ୟ ସେବା ଓ ସୁବିଧା ସମ୍ଭାର । 2-ଏଣ୍ଟରଟେନ୍ମେଣ୍ଟ୍ ପ୍ଲସ୍ରେ ନେଟ୍ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍ ଓ ଡିଜନି+ ହଟ୍ଷ୍ଟାର୍ର ସବ୍ସ୍କ୍ରିପ୍ସନ୍ ଓ ଜିଓ ଆପ୍ଗୁଡ଼ିକ ସହିତ ୬୫୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍, ଭିଡିଓ କଣ୍ଟେଟ୍ 3-୫ କୋଟି ଗୀତ ଓ ୩୦୦ରୁ ଅଧିକ ସମ୍ବାଦପତ୍ର ଉପଲବ୍ଧ ହେବ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଅଧିକ ପ୍ରଭାବିତ ୭ ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ ବୈଠକରେ କୋଭିଡ ମୁକାବିଲା ପ୍ରସ୍ତୁତି ଓ ସ୍ଥିତି ସମୀକ୍ଷା କରିବେ । ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକ ହେଲା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ତାମିଲନାଡୁ, ଦିଲ୍ଲୀ ଓ ପଞ୍ଜାବ । ଏହି ସାତଟି ରାଜ୍ୟରେ ଦେଶର ୬୩ ପ୍ରତିଶତରୁ ଅଧିକ ସକ୍ରିୟ ମାମଲା ରହିଛି । ସେହିପରି ସମୁଦାୟ ଚିହ୍ନଟ ମାମଲାର ୬୫.୫ ପ୍ରତିଶତ ଓ ସମୁଦାୟ ମୃତ୍ୟୁର ୭୭ ପ୍ରତିଶତ ଏହି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରୁ ହୋଇଛି । ଅନ୍ୟ ପାଞ୍ଚ ରାଜ୍ୟ ସମେତ ପଞ୍ଜାବ ଓ ଦିଲ୍ଲୀରେ କିଛିଦିନ ହେଲା କରୋନା ସଂକ୍ରମଣ ବୃଦ୍ଧି ପାଇଛି । ମହାରାଷ୍ଟ୍ର, ପଞ୍ଜାବ ଓ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଏହି ରାଜ୍ୟରେ ସିଏଫଆର (ରୋଗ ମୃତ୍ୟୁ ହାର) ୨ ପ୍ରତିଶତରୁ ଅଧିକ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଆଇଆଇଟି ଗୌହାଟୀର ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇଛନ୍ତି । ‘ଜ୍ଞାନମ୍ ବିଜ୍ଞାନ ସହିତମ୍ ଯତ୍ ଜ୍ଞାତ୍ୱା ମୌକ୍ଷସ୍ୟ ଅଶୁଭାତ୍’ ଉକ୍ତି ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜ୍ଞାନ ସମେତ ସମସ୍ତ ଜ୍ଞାନ ସମସ୍ୟା ସମାଧାନର ମାର୍ଗ। ସଂପ୍ରତି ଆଇଆଇଟି ଭଳି ପ୍ରତିଷ୍ଠାନମାନ ଯେଭଳି ପ୍ରଗତି ପଥରେ ଆଗେଇ ଚାଲିଛନ୍ତି ସେ ନେଇ ପ୍ରଧାନମନ୍ତ୍ରୀ ବିଶେଷ ସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ । ଦେଶ ସେବା ପାଇଁ ନବସୃଜନର ଊର୍ଜ୍ଜା ଆମର ଶିକ୍ଷାନୁଷ୍ଠାନଗୁଡିକରେ ଯୁଗେ ଯୁଗେ ରହିଛି ଏବଂ ଏହା ହଜାର ହଜାର ବର୍ଷ ଧରି ଚଳି ଆସିଛି। ଯୁବସମାଜ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ ରଖିବା ସହ ନିଜକୁ ପ୍ରାସଙ୍ଗିକ କରିବା ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଯୁବବର୍ଗର…
ନୂଆଦିଲ୍ଲୀ, ପ୍ରସାର ଭାରତୀର ପୂର୍ବତନ ବରିଷ୍ଠ ଅଧିକାରୀ ଓ ସୁସାହିତ୍ୟିକ ଅଭୟ ପାଢ଼ୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡଃ ପି. କେ. ମିଶ୍ର ଶୋକ ପ୍ରକାଶ କରିଛନ୍ତି । ଡଃ ମିଶ୍ର କହିଛନ୍ତି, “ବିଶ୍ୱାସ କରି ହେଉ ନାହିଁ ଯେ, ଅଭୟ ପାଢ଼ୀ ଆଉ ନାହାନ୍ତି । ମାତ୍ର ତିନି ଚାରି ସପ୍ତାହ ଆଗରୁ ସେ ମୋ ସହିତ କଥା ହୋଇଥିଲେ । କଲେଜ ପଢ଼ା ସମୟରୁ ମୋର ତାଙ୍କ ସହିତ ବନ୍ଧୁତା । କଳା, ସଂସ୍କୃତି ଓ ସାହିତ୍ୟରେ ତାଙ୍କର ଗଭୀର ରୂଚି ଥିଲା । ସେ ଅତ୍ୟନ୍ତ ସ୍ପଷ୍ଟ ଓ ଅମାୟିକ ସ୍ୱଭାବର ଥିଲେ । କଲେଜ ପଢ଼ା ବେଳର କୌଣସି ଆଲୋଚନା ବା ତର୍କ ପ୍ରସଙ୍ଗ ହେଉ ବା ଆକାଶବାଣୀ (ପରେ ପ୍ରସାର ଭାରତୀ)ରେ ବୃତିଗତ ଜୀବନଚର୍ଯ୍ୟା ଏବଂ ସାହିତ୍ୟ ଓ ସାମାଜିକ ଚିନ୍ତନ ସବୁଥିରେ ସେ ସାରଗର୍ଭକ କଥାମାନ କହୁଥିଲେ । ତାଙ୍କର ଆକସ୍ମିକ…
ମାଲାକାନାଗିରି, ଆଜି ଛଅ ଜଣ କୋଭିଡ ଯୋଦ୍ଧା ସେମାନଙ୍କର ପ୍ଲାଜମା ଦାନ କରିଛନ୍ତି। ଏହି ଛଅ ଜଣ ମାଲାକାନାଗିରି ଜିଲ୍ଲା ପୋଲିସରେ କାର୍ଯ୍ୟରତ ଥିବା ବେଳେ କୋଭିଡ ପଜେଟିଭ ଚିହ୍ନଟ ହୋଇଥିଲେ। ଏହାପରେ ସେମାନେ ସୁସ୍ଥ ହେବା ପରେ ସେମାନଙ୍କର ପ୍ଲାଜମା ଦାନ କରିଛନ୍ତି। ଏହି ଛଅ ଜଣ ହେଲେ ଏସଆଇ ନିଳାଦ୍ରୀ ବିଶ୍ବାଳ, ଏସଆଇ ଶିବ ଭଦ୍ରା, କନେଷ୍ଟବଳ ନାରାୟଣ ସେଠୀ, ମହେଶ୍ବର ମାଝୀ, ଅର୍ଜୁନ ପୁଜାରୀ ଏବଂ ପ୍ରହ୍ଲାଦ ତିରିଆ। ଏମାନେ କଟକ ଏସସିବି ମେଡିକାଲ କଲେଜରେ ପ୍ଲାଜମା ଦାନ କରିଛନ୍ତି। ଏହି ମହତ କାମ ପାଇଁ ତାଙ୍କୁ ଜିଲ୍ଲା ପୋଲିସ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ବାଣପୁର ବ୍ଲକ ଅନ୍ତର୍ଗତ ମା’ ପାଣ୍ଡବାଶୁଣୀ ମନ୍ଦିରରେ ନୂତନ ଓଡିଆ ଚଳଚ୍ଚିତ୍ର ‘ତୋ ପାଇଁ କିଛି ବି କରିପାରେ’ ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଲିଉଡ ଅଭିନେତା ଅମ୍ଲାନ ଓ ଅଭିନେତ୍ରୀ ରିୟା ଯୋଗଦେଇ ମା’ ପାଣ୍ଡବଶୁଣୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଚଳଚ୍ଚିତ୍ରଟି ମା’ ପାଣ୍ଡବାଶୁଣୀ ଏଣ୍ଟେରଟେନମେଣ୍ଟ ବ୍ୟାନରର ପ୍ରଥମ ଅବଦାନ। ଏବଂ ଏହି ଦୁଇ ଅଭିନେତା ଅଭିନେତ୍ରୀ ‘ତୋ ପାଇଁ କିଛି ବି କରିପାରେ’ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଜଣାପଡିଛି। ଏହାର ନିର୍ଦ୍ଦେଶକ ଅଟନ୍ତି ନିରଞ୍ଜନ ବେହେରା ଓ ପ୍ରଯୋଜକ ଅଟନ୍ତି ଶଙ୍କର ବେହେରା। ଆଜି ଚଳଚ୍ଚିତ୍ରର ପୁରା ଟିମ ମୋରାମୋରି ସ୍ଥିତ ମା ପାଣ୍ଡବାଶୁଣୀଙ୍କ ପିଠରେ ଆଶୀର୍ବାଦ କାମନା ପାଇଁ ଆସିଥିଲେ। ସେଠାରେ ମା’ ଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିବା ପରେ ସମସ୍ତେ ଭୁବନେଶ୍ୱର ଫେରିଯାଇଛନ୍ତି। ଚଳଚ୍ଚିତ୍ରର ସୁଟିଙ୍ଗ ଦେଶର ବିଭିନ୍ନ ପ୍ରାନ୍ତରେ…
ସୀତାରାମ ଅଗ୍ରୱାଲ ବାଣପୁର: କରୋନା ମହାମାରୀ ଚିଲିକା ନିର୍ବାଚନମଣ୍ଡଳୀ ରେ ତାର କାୟା ବିସ୍ତାର କରୁଛି। ବର୍ତ୍ତମାନ ଅନଲକ ୪.୦ ରେ ପ୍ରାୟତଃ ନବେ ପ୍ରତିଶତ କଟକଣା ଉଠିଯାଇଥିବାବେଳେ ଚିଲିକା ନିର୍ବାଚନମଣ୍ଡଳୀ ରେ ଏହାର ଓଲଟା ପ୍ରଭାବ ପଡ଼ିଛି। କଟକଣା ଉଠିଯିବାରୁ ପ୍ରତିଦିନ ଦୋକାନ ବଜାରରେ ଭିଡ଼ ଜମିବା ସହ ଗାଁ ଗହଳିରେ କେହି କୋଭିଡ ଗାଇଡଲାଇନ ମାନୁନାହାନ୍ତି ଯାହା ଫଳରେ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ପ୍ରଶାସନ ଜମା ବି ରିସ୍କ ନେବାକୁ ଚାହୁଁନାହିଁ। ତେଣୁ କୌଣସି ଅଂଚଳରୁ ପଜିଟିଭ ବାହାରିଲେ ତୁରନ୍ତ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଉଅଛି। ଗତ ସପ୍ତାହରେ ଲଗାତାର ତିନି ଦିନ ଧରି ଚିଲିକା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ କଣ୍ଟେନମେଣ୍ଟ ହୋଇଥିବାସ୍ଥଳେ ଗତ ଦୁଇଦିନ ହେବ ପରିସ୍ଥିତି ସ୍ୱାଭାବିକ ଥିଲା। ହେଲେ ଆଜି ପୁଣି ଥରେ ଜିଲ୍ଲା ପ୍ରଶାସନ ତରଫରୁ ବାଣପୁର ବ୍ଲକର ଦଶ ଗୋଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା…
ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୮୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫୨୫ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ପୁରୀରୁ ୨୭୪, ଅନୁଗୁଳରୁ ୨୧୦, ବରଗଡରୁ ୧୯୦, ବାଲେଶ୍ବରରୁ ୧୮୫, ବଲାଙ୍ଗିରିରୁ ୧୮୩, କେନ୍ଦ୍ରାପଡାରୁ ୧୫୬, କଳାହାଣ୍ଡିରୁ ୧୫୦, ସମ୍ବଲପୁରରୁ ୧୩୮, ଜଗତସିଂହପୁରରୁ ୧୨୩, ମୟୂରଭଞ୍ଜରୁ ୧୨୨, ଯାଜପୁରରୁ ୧୧୮, କନ୍ଧମାଳରୁ ୧୧୦, ସୁନ୍ଦରଗଡରୁ ୧୧୦, ନବରଙ୍ଗପୁରରୁ ୯୭, ସୋନପୁରରୁ ୯୩, କୋରାପୁଟରୁ ୭୪, ଝାରସୁଗୁଡାରୁ ୭୦, କେନ୍ଦୁଝରରୁ ୫୫, ନୟାଗଡରୁ ୫୫, ଭଦ୍ରକରୁ ୫୩, ବୌଦ୍ଧରୁ ୪୧, ମାଲକାନଗିରିରୁ ୨୭, ରାୟଗଡାରୁ ୨୨, ଦେବଗଡରୁ ୨୦, ଢେଙ୍କାନାଳରୁ ୧୭, ଗଞ୍ଜାମରୁ ୧୭, ଗଜପତିରୁ ୧୩ ଏବଂ ଷ୍ଟେଟ ପୁଲରୁ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ସୁସ୍ଥ…
ନୂଆଦିଲ୍ଲୀ/ବାଲେଶ୍ବର: ଆଜି ବାଲେଶ୍ବର ଘାଟିରୁ ସଫଳତାର ସହିତ ହାଇ ସ୍ପିଡ୍ ଏକ୍ସପେଣ୍ଡେବଲ୍ ଏରିଆଲ୍ ଟାର୍ଗେଟ୍ କ୍ଷେପଣାସ୍ତ୍ର ଅଭ୍ୟାସର ପରୀକ୍ଷାଣ ହୋଇଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ମଧ୍ୟବର୍ତ୍ତୀ ପରୀକ୍ଷା କରାଯାଇଥିଲା। ପରୀକ୍ଷଣ ସମୟରେ, ଦୁଇଟି ପ୍ରଦର୍ଶନକାରୀ ଯାନ ସଫଳତାର ସହ ପରୀକ୍ଷଣ କରାଯାଇ ଥିଲା। ବିଭିନ୍ନ କ୍ଷେପଣାସ୍ତ୍ର ପ୍ରଣାଳୀର ମୂଲ୍ୟାଙ୍କନ ପାଇଁ ଏହି ଯାନକୁ ଲକ୍ଷ୍ୟ ଭାବରେ ବ୍ୟବହାର କରାଯିବ। ଅଭ୍ୟାସ ଏରୋନେଟିକାଲ୍ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ADE), DRDO ଦ୍ୱାରା ଡିଜାଇନ୍ ଏବଂ ବିକଶିତ ହୋଇଛି। ଯୁଗ୍ମ ଅଣ୍ଡରସ୍ଲଙ୍ଗ୍ ବୁଷ୍ଟର୍ ବ୍ୟବହାର କରି ଏୟାର ଯାନ ଲଞ୍ଚ କରାଯାଇଛି। ଏହା ଏକ ଛୋଟ ଗ୍ୟାସ୍ ଟର୍ବାଇନ ଇଞ୍ଜିନ୍ ଦ୍ୱାରା ଚାଳିତ ଏବଂ ମାର୍ଗଦର୍ଶନ ଏବଂ ନିୟନ୍ତ୍ରଣ ପାଇଁ ଫ୍ଲାଇଟ୍ କଣ୍ଟ୍ରୋଲ୍ କମ୍ପ୍ୟୁଟର (FCC) ସହିତ ନାଭିଗେସନ୍ ପାଇଁ MEMS ଆଧାରିତ ଇର୍ଟେରିଆଲ୍ ନେଭିଗେସନ୍ ସିଷ୍ଟମ୍ (INS) ଅଛି। ଏହି ଯାନଟି ସମ୍ପୂର୍ଣ୍ଣ ସ୍ୱୟଂଶାସିତ ଉଡ଼ାଣ ପାଇଁ ପ୍ରୋଗ୍ରାମ…
ଭୁବନେଶ୍ବର: ଆଜି ମାଲକାନଗିରି-ଛତିଶିଗଡ ସୀମାରେ ମାଓବାଦୀମାନଙ୍କ ଦ୍ଵାରା ଏକ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ଏହି ସୀମା ନିକଟରେ ଚାରି ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ମୃତକମାନେ ସାୱାନାର ଗ୍ରାମର ବୋଲି ସୂଚନା ରହିଛି। ଏହାସହିତ ଆଉ କିଛି ଗ୍ରାମବାସୀଙ୍କୁ ମାଓବାଦୀ ଅପହରଣ କରିନେଇଥିବା ଖବର ମିଳିଛି।

