ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କରୋନା ମହାମାରୀ ସମୟରେ ମାସ୍କ ଓ ପି.ପି.ଇ. କିଟ୍ କିଣାରେ ଦୁର୍ନୀତି ହୋଇଥିବା ନେଇ ସି.ବି.ଆଇ. ତଦନ୍ତ ପାଇଁ ଗଂଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ଆର୍ଡ଼ିସି ଏବଂ ଛତ୍ରପୁରରେ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ଏନେଇ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିବାବେଳେ ଛତ୍ରପୁରରେ ମଧ୍ୟ ଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରଦାନ କରାଯାଇଛି । ସମଗ୍ର ରାଜ୍ୟ କରୋନା ବିରୋଧରେ ଲଢ଼ୁଥିବାବେଳେ ରାଜ୍ୟ ସରକାର କରୋନା ଜନିତ ପି.ପି.ଇ. କିଟ୍ ଓ ମାସ୍କ କିଣାରେ ବ୍ୟାପକ ହରିଲୁଟ୍ କରିଛନ୍ତି । ଏପିରିକି ଟେଷ୍ଟିଂ କିଟ୍ କିଣିବାରେ ମଧ୍ୟ ଅନେକ ଅନିୟମିତତା ହେବାର ଜଣାପଡ଼ିଛି । ସବୁଠାରୁ ଦୁର୍ଭାଗ୍ୟର ବିଷୟ ରାଜ୍ୟ ସରାକର ଯେଉଁ ପି.ପି.ଇ. କିଟ୍ଗୁଡ଼ିକ କିଣିଛନ୍ତି ତାହା ଅତି ନିମ୍ନମାନର ଅଟେ । ରାଜ୍ୟ ସରକାର ଯେଉଁ ମାସ୍କଗୁଡ଼ିକ ଷୋହଳ…
Author: Samikhsya Bureau
ଭୁବନେଶ୍ବର : ରାଜ୍ୟରେ ଆଉ 6 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 6 ଆକ୍ରାନ୍ତ ଅନୁଗୁଳ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ଛେଣ୍ଡିପଦା ବ୍ଲକ୍ର ଏକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଏହି ଆକ୍ରକାନ୍ତ ଚିହ୍ନଟ ହୋଇଛନ୍ତି । ଏହି 6 ଜଣଙ୍କୁ ମିଶାଇ ଅନୁଗୁଳରେ ଆକ୍ରାନ୍ତଙ୍କ ସଂଖ୍ୟା 40ରେ ପହଞ୍ଚିଛି ।
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳର ଗୋପାଳପୁରୁ ବଜାର ଠାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବାଲିକୁଦା ସିଆରସିସି ପ୍ରାଣ ହରାଇଛନ୍ତି । ବାଲିକୁଦା ପଟୁ ସିଆରସିସି ପ୍ରଶାନ୍ତ କୁମାର ପଣ୍ଡା ପ୍ୟାସନ ଗାଡ଼ିରେ ଫେରୁଥିବା ବେଳେ ସାମ୍ନାପଟୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା । ଗୋପାଳପୁର ବଜାର ଠାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ଶିକ୍ଷକଙ୍କର ପ୍ରାଣହାନି ଘଟିଥିଲା । ଶ୍ରୀ ପଣ୍ଡା ବାଲିକୁଦା ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ଚଅଁରପୁର ଗ୍ରାମର ଏବଂ ସେ ବାଲିକୁଦା ଶିକ୍ଷା ବିଭାଗରେ ସିଆରସିସି ଭାବରେ କାର୍ଯ୍ୟରତ ଥିଲେ । ଖବର ପାଇ ବାଲିକୁଦା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଟ୍ରକଟିକୁ ଜବତ କରିବା ସହିତ ଟ୍ରକ ଚାଳକକୁ ଗିରଫ କରିଥିଲେ । ଏହାପରେ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୋଲିସ୍ । ଏହି…
ଭୁବନେଶ୍ବର : ମୋ ବସରେ କ୍ୟାସଲେସ ଟିକେଟ ସେବା ଆରମ୍ଭ ହୋଇଛି । କରୋନା ସଂକ୍ରମଣ ଭିତରେ ସାମାଜିକ ଦୂରତା ସହ ଡିଜିଟାଲ ପେମେଣ୍ଟକୁ ପ୍ରାଧାନ୍ୟ ଦେଇଛି ସିଆରୟୁଟି । ସ୍ୱତନ୍ତ୍ର କ୍ୟୁଆର କୋଡକୁ ସ୍କାନ କରି ପେମେଣ୍ଟ କରିବେ ଯାତ୍ରୀ । ଏଥିପାଇଁ ବସର ଗାଇଡଙ୍କୁ ଏକ କାର୍ଡ ପ୍ରଦାନ କରାଯାଇଛି । ଯାହାଦ୍ୱାରା ସହଜ ଓ ସୁବିଧାରେ ଖୁଚୁରା କିମ୍ବା ନୋଟ ନେଣଦେଣ ନକରି ପେମେଣ୍ଟ କରିହେବ ସୂଚନା ମୁତାବକ ଏହି ସେବା ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ 16 ଏବଂ 20ନମ୍ବର ରୁଟରେ ବ୍ୟବସ୍ଥା ଉପଲବ୍ଧ କରାଯାଇଛି । ଆଗାମୀ ଦିନରେ ସମସ୍ତ ରୁଟ୍ରେ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରହିଥିବା ସିଆରୟୁଟି ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବର : ରାଜ୍ୟରେ ରହିଥିବା ବିଭିନ୍ନ ଜନ ପ୍ରତିନିଧିଙ୍କ ବେତନ ବୃଦ୍ଧି ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଜିଲ୍ଲା ପରିଷଦ ସଭାପତି, ଉପସଭାପତି, ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସମିତିସଭ୍ୟ, ସରପଞ୍ଚ, ନାଏବ ସରପଞ୍ଚ ଏବଂ ଓ୍ବାର୍ଡ ମେମ୍ବରଙ୍କ ବେତନ ବଢାଇବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏପ୍ରିଲ 2020ରୁ ପିଛିଲା ଭାବରେ ବର୍ଦ୍ଧିତ ବେତନ ପ୍ରଦାନ କରାଯିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
ଭୁବନେଶ୍ବର : ସାରା ରାଜ୍ୟରେ କରୋନା ମହାମାରୀର ପ୍ରଭାବ ବଢିବାରେ ଲାଗିଛି । ଏହାକୁ ନେଇ ପିଜି ଏବଂ ୟୁଜି ପରୀକ୍ଷା ବାତିଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବୈଠକ ପରେ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ବୈଠକ ପରେ ପିଜି ଏବଂ ୟୁଜିର ବାକି ରହିଥିବା ଅନ୍ତିମ ସେମିଷ୍ଟାରକୁ ବାତିଲ କରାଯାଇଛି । ସମସ୍ତ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷାକୁ ବାତିଲ କରାଯାଇଥିବା ବେଳେ ଅଗଷ୍ଟ ଶେଷ ସୁଦ୍ଧା ବିକଳ୍ପ ମୂଲ୍ୟାୟନ ଜରିଆରେ ପରୀକ୍ଷା ଫଳ ବାହାରିବ ବୋଲି ଜଣାପଡିଛି ।
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଅନ୍ତର୍ଗତ ତୁମୁରାପୁଟ ପଞ୍ଚାୟତର ରାସନ ସାମଗ୍ରୀ ବିତରକ (ପିଡିଏସ୍ ଡିଲର)ଙ୍କୁ ନିଲମ୍ବନ କରାଯାଇଛି। ରାସନ କାର୍ଡ ଏବଂ ରାସନ ସାମଗ୍ରୀ ପ୍ରଦାନରେ କରାଯାଇଥିବା ଦୁର୍ନୀତି କାରଣରୁ ଖୋର୍ଦ୍ଧା ଉପ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ତୁମୁରାପୁଟ ପିଡିଏସ୍ ରିଟେଲରଙ୍କ ଲାଇସେନ୍ସ ଋଦ୍ଦ କରିଛନ୍ତି। ତୁମୁରାପୁଟ ଅନ୍ତର୍ଗତ ରାଣୀପଡାର ଡିଲର ବାବୁଲା ବେହେରାଙ୍କ ଲାଇସେନ୍ସକୁ ଉପ ଜିଲ୍ଲାପାଳ ଖାରଜ କରିଦେଇଛନ୍ତି। ଓପିଡିଏସ୍ ନିୟମ ୨୦୧୬ ର ଧାରା ୧୭(୪) ଅନୁଯାୟୀ ଡିଲରଙ୍କ ଲାଇସନ୍ସ ଋଦ୍ଦ କରାଯିବା ସହିତ ପଞ୍ଚାୟତକୁ ବିକଳ୍ପ ବ୍ୟବସ୍ଥାରେ ରାସନ ବଣ୍ଟନର ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ରାସନ କାର୍ଡକୁ ନେଇ ଘଟିଥିବା ଏହି ମହାଦୁର୍ନୀତି ସମ୍ପର୍କରେ ମେ ୨୨ ତାରିଖରେ ସମୀକ୍ଷା ନ୍ୟୁଜ୍ରେ ଖବର ପ୍ରକାଶ ପାଇଥିଲା। ରାସନ କାର୍ଡ ରହିଥିବା ସତ୍ତ୍ବେ ମଧ୍ୟ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ମିଳୁନଥିବା ନେଇ ଅଭିଯୋଗ ଆସିଥିଲା। ଏହାପରେ ଚିଲିକା ରିପୋର୍ଟସ…
ତ୍ରିଚି : ହାତୀ ଏବଂ ଗାଇ ପରେ ଏବେ ଜଣେ ଶିଶୁ ବିସ୍ଫୋରକ ପଦାର୍ଥ ଖାଇଛି । କେରଳ ହାତୀ ମୃତ୍ୟୁ ଏବଂ ହିମାଚଳ ଗାଇ ମୃତ୍ୟୁକୁ ଏକ ସପ୍ତାହ ନ ପୁରୁଣୁ ତାମିଲନାଡୁରେ ବିସ୍ଫୋରକ ଖାଇ ଜଣେ ଶିଶୁ ପ୍ରାଣ ହରାଇଛି । ମୃତ ଶିଶୁର ନାମ ବିଷ୍ଣୁ ଦେବ । ବିଷ୍ଣୁ ତ୍ରିଚିର ଥୋଟ୍ଟିଆମ ଅଞ୍ଚଳରେ ନିଜ ପରିବାର ସହିତ ରହିଥାଏ । ଘରେ ଜିଲେଟିନ୍ ଷ୍ଟିକ ରହିଥିବା ବେଳେ ବିସ୍କୁଟ୍ ଭାବି ଏହାକୁ କାମୁଡି ଦେବାରୁ ପାଟିରେ ବିସ୍ଫୋରଣ ଘଟିଥିଲା ଏବଂ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ପ୍ରାଣହାନି ଘଟିଥିଲା । ବିଷ୍ଣୁଙ୍କ ପିତା ଏବଂ ଭାଇ ମାଛ ମାରିବା ପାଇଁ ଏହି ଜିଲେଟିନ୍ ଷ୍ଟିକ୍ର ବ୍ୟବହାର କରନ୍ତି । ବିଷ୍ଣୁଙ୍କ ଭାଇ ମାଛ ମାରି ଆସିଥିବା ବେଳେ ବଳକା ଜିଲେଟିନ୍ ଷ୍ଟିକ୍ ଘରେ ପଡିଥିଲା । ଏହାକୁ ବିଷ୍ଣୁ ଖାଉଥିବା ବେଳେ ବିସ୍ଫୋରଣ ହେବାରୁ ତାଙ୍କ…
ଭୁବନେଶ୍ବର : ରାଜ୍ୟରେ ଆଉ 72 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସମୁଦାୟ 2354 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 17 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୋନପୁରରୁ 9 ଜଣ, ଜଗତସିଂହପୁରରୁ 6 ଜଣ, କଟକ,କଳାହାଣ୍ଡି ଓ ସୁନ୍ଦରଗଡରୁ 5 ଜଣ ଲେଖାଏଁ, ବାଲେଶ୍ବର ଓ ମୟୁରଭଞ୍ଜରୁ 4 ଜଣ ଲେଖାଏଁ, ଖୋର୍ଦ୍ଧା, କନ୍ଧମାଳ, ସମ୍ବଲପୁର, ଝାରସୁଗୁଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 33896 ରହିଥିବା ବେଳେ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା 1020 ରହିଛି । (ଏଜେନ୍ସି)
ଭୁବନେଶ୍ବର : କରେନା ଭଳି ମହାମାରୀ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ମାସ୍କ କିଣାରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ସାଂସଦ ତଥା ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଆଜି ସ୍ପଷ୍ଟ କରିଛନ୍ତି । ଏକ ସମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର 10 ଟଙ୍କାର ମାସ୍କକୁ 16 ଟଙ୍କାରେ କିଣା ଯିବାର ଯଥାର୍ଥତା ଓ ଏହା ପଛରେ ଥିବା ଯୁକ୍ତି ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ, କେବଳ ଓଡିଶା ନୁହେଁ ଦେଶରେ ଅନ୍ୟାନ୍ୟ ରାଜ୍ୟ ମଧ୍ୟ ଅଧିକ ଦରାରେ ମାସ୍କ କିଣିଛନ୍ତି । କାରଣ ଲକଡାଉନ ଯୋଗୁଁ ଉତପାଦନ ଖର୍ଚ୍ଚ ଭଢିଯିବାରୁ ମାସ୍କ ଯୋଗାଣକାରୀ ସଂସ୍ଥା ଗୁଡିକ ଏହାର ଦର ବୃଦ୍ଧି କରିଥିଲେ ଏବଂ ଏହାକୁ ଦୃଷ୍ଟିରେ ରଖି 10 ଟଙ୍କାର ମାସ୍କକୁ 16 ଟଙ୍କାକୁ ବଢାଇଦେଇଥିଲେ । ଶ୍ରୀ ପାତ୍ର କହିଥିଲେ ଯେ ଓଡିଶା ମାସ୍କକୁ 16 ଟଙ୍କାରେ କିଣିଥିବା ବେଳେ ଅନ୍ୟ ରାଜ୍ୟ ଗୁଡିକ…
ଭୁବନେଶ୍ୱର : ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଛୁଇଁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୌସୁମୀ ଓଡ଼ିଶା ଛୁଇଁବା ଫଳରେ ଆଜିଠାରୁ ରାଜ୍ୟରେ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ଆରମ୍ଭ ହୋଇଛି । ପୂର୍ବରୁ 11 କିମ୍ବା 12 ତାରିଖରେ ମୌସୁମୀ ଓଡିଶା ଛୁଇଁବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ ।
ପୁନେ : 87 କୋଟିର ନକଲି ନୋଟ୍ ଜବତ କରିବା ସହିତ 6 ଜଣଙ୍କୁ ଗିରଫ କରାଯାଇଛି । ମିଲିଟାରୀ ଇଣ୍ଟେଲିଜେନ୍ସ ଏବଂ ପୁନେ ପୋଲିସ୍ ପକ୍ଷରୁ ମିଳିତ ଭାବରେ ଏହି ଅପରେସନ କରାଯାଇଥିଲା । ଏହି ଅପରେସନ୍ରେ 87 କୋଟିର ନକଲି ନୋଟ୍ ଜବତ କରାଯାଇଥିବା ବେଳେ ଜଣେ ଯବାନଙ୍କ ସମେତ 6 ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଯବାନ ଜଣଙ୍କ ହେଉଛନ୍ତି ଲାନ୍ସ ନାୟକ ଶେଖ୍ ଅଲିମ୍ ଗୁଲାବ୍ ଖାନ୍ । ଶେଖ୍ ଅଲିମ୍ ବିଗତ 5 ବର୍ଷ ଧରି ପୁନେରେ କାର୍ଯ୍ୟରତ ଅଛନ୍ତି । ଏହା ବ୍ୟତିତ ସୁନୀଲ ସାରଦା, ରୀତେଶ ରତ୍ନାକର, ତୁହାଉଲ ଅହମଦ୍ ଇଶକ୍ ଖାନ୍, ଅବ୍ଦୁଲ ଗନୀ ଖାନ୍ ଏବଂ ଅବ୍ଦୁଲ ଖାନ୍ଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଛି । ଏହି ନୋଟ୍ ଗୁଡିକ ମଧ୍ୟରେ 2 ହଜାର ଏବଂ 5 ଶହ ଟଙ୍କିଆ ନକଲି ନୋଟ୍ ସହିତ ବିମୁଦ୍ରାକରଣ ସମୟର…
ଭୁବନେଶ୍ବର : ଆଜି ଚିହ୍ନଟ ହୋଇଥିବା 136 ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ବରରୁ 2 ଜଣ ରହିଛନ୍ତି । ଏହି ଦୁଇ ଜଣଙ୍କ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବାର ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ 25 ବର୍ଷୀୟ ଯୁବକ ଥିବାବେଳେ ଅନ୍ୟ ଜଣେ 67 ବର୍ଷୀୟ ବ୍ୟକ୍ତି । 25 ବର୍ଷୀୟ ଯୁବକ ଜଣେ ଆପୋଲ ହସ୍ପିଟାଲରେ କାର୍ଯ୍ୟରତ ରହିଥିବାବେଳେ ତାଙ୍କ ପରିବାରର ଜଣେ ସଦସ୍ୟ ନିକଟରେ ସୁରତରୁ ଫେରିଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟଜଣେ ଆକ୍ରାନ୍ତ ଜଣକ ନୟାପଲ୍ଲୀ ଶ୍ରୀରାମ ଆପାର୍ଟମେଣ୍ଟରେ ରହୁଥିଲେ । 67 ବର୍ଷୀୟ ଏହି ବ୍ୟକ୍ତି ଜଣକ ହୋମ୍ କ୍ବାରେଣ୍ଟିନ୍ରେ ରହିଥିଲେ ବୋଲି ସୂଚନା ରହିଛି। ଆଜିର ଦୁଇ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 101ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 55 ଜଣ ଓ ମୃତ୍ୟୁବରଣ କରିଛନ୍ତି ତିନିଜଣ । ସେହିପରି ଅନ୍ୟ…
ସୀତାରାମ ଅଗ୍ରଓ୍ବାଲ ବାଣପୁର : କରୋନା ଲଢେଇ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ କେହି କେହି ଏହି ନିୟମକୁ ଅଣଦେଖା କରୁଛନ୍ତି। ତେବେ ମାସ୍କ ନ ପିନ୍ଧିଲେ ଜରିମାନା ମଧ୍ୟ ଆଦାୟ କରାଯାଉଛି। ଏନେଇ ଚାରିଆଡେ ଧରପଗଡ ଚାଲିଥିବାବେଳେ ବାଣପୁରରେ ଏହାକୁ ବେଶ୍ କଡାକଡି କରାଯାଇଛି। ଆଜି ବାଣପୁର ତହସିଲଦାର ମନ୍ମଥ ବେହେରାଙ୍କ ନେତୃତ୍ବ ତଥା ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁଙ୍କ ତତ୍ତ୍ବାବଧାନରେ ମାସ୍କ ଚେକିଂ ଓ ସାମାଜିକ ଦୂରତ୍ବ ପଦ୍ଧତିକୁ ତଦାରଖ କରାଯାଇଥିଲା। ଆଜି ନାଚୁଣୀ ବଜାର ଓ ସୁନାଖଳା ଅଞ୍ଚଳରେ ମାସ୍କ ଚେକିଂ କରାଯାଇଥିବାବେଳେ ଆଇନ ଖିଲାପକାରୀଙ୍କ ଠାରୁ ଗୋଟିଏ ଦିନରେ ରେକର୍ଡ ୧୨୦୦୦ ଟଙ୍କା ଫାଇନ ଆଦାୟ ହୋଇଥିବା ତହସିଲଦାର ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ବାଣପୁର ତହସିଲ ସେକ୍ସନ ଅଫିସର ବସନ୍ତ କୁମାର ବେଦମତ୍ତl,ବରିଷ୍ଠ ରାଜସ୍ୱ ସହାୟକ ଅବନିକାନ୍ତ ଦାସ, ନାଚୁଣୀ ଫାଣ୍ଡି ଏ.ଏସ.ଆଇ ହାଡିବନ୍ଧୁ ବେହେରା ଆଦି ଉପସ୍ଥିତ ଥିଲେ। ଅନୁରୂପ…
ଭୁବନେଶ୍ବର : ରାତ୍ରକାଳୀନ କର୍ଫ୍ୟୁରେ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ତେବେ ଏହା କର୍ଫ୍ୟୁ କୋହଳ ମାତ୍ର ଗୋଟିଏ ଦିନ ପାଇଁ ହୋଇଥିବାର ସୂଚନା ରହିଛି । 12 ତାରିଖ ଶୁକ୍ରବାର ଦିନ ରାତ୍ରକାଳୀନ କର୍ଫ୍ୟୁ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ଶୁକ୍ରବାର ଦିନ ରାତି 10ଟାରୁ କର୍ଫ୍ୟୁ ଜାରି ହେବା ନେଇ ସ୍ବତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି ।ରଜ ପର୍ବ ପାଇଁ କର୍ଫ୍ୟୁରେ କୋହଳ କରାଯାଇଛି । 12 ତାରିଖ ଦିନ ସନ୍ଧ୍ୟା 7ଟା ପରିବର୍ତ୍ତେ ରାତି 10ଟାରୁ କର୍ଫ୍ୟୁ ଜାରି ରହିବ ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ , ଅନ୍ଲକ୍ 1.0ରେ କେନ୍ଦ୍ର ସରକାର ରାତ୍ର 9ରୁ ସକାଳ 5ଟା ଯାଏଁ କର୍ଫ୍ୟୁ ଲାଗୁ କରିଥିବାବେଳେ ରାଜ୍ୟ ସରକାର ସନ୍ଧ୍ୟା 7ରୁ ସକାଳ 5ଟା ଯାଏଁ କର୍ଫ୍ୟୁ ବଳବତ୍ତର ରଖିଛନ୍ତି ।
ଜଗତସିଂହପୁର : ଜଗତସିଂହପୁର – ମାଛ ଗାଁ ରାସ୍ତାର ଗୋପାଳପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଯୁବକଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଥିବାର ସୂଚନା ରହିଛି । ବାଇକ୍ ଚାଳକଙ୍କୁ ପଛପଟରୁ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେବା ଫଳରେ ଯୁବକଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଛି । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକ ଜଣକ ଗରାମ ଗ୍ରାମର ହୋଇଥିବାର ସୂଚନା ରହିଛି ।
ପାଟନା : ଦେଶର ବହୁ ସ୍ଥାନରେ ଲକ୍ ଡାଉନ୍ କଟକଣାକୁ ଉଠାଯାଉଥିବାବେଳେ ବିହାରର ମୁଖ୍ୟମନ୍ତ୍ରୀ ନିତିଶ୍ କୁମାର ଏନେଇ ଏକ ଘୋଷଣା କରିଛନ୍ତି । ଯେଉଁ ସବୁ ଅଞ୍ଚଳରେ କରୋନା ସଂକ୍ରମଣ ମାମଲା ଅଧିକ ରହିଛି ସେହି ସମସ୍ତ ଅଞ୍ଚଳରେ ଏବେବି ଲକଡାଉନ୍ ଜାରି ରହିବ । ସେହି ସମସ୍ତ ଅଞ୍ଚଳରେ କୌଣସି ପ୍ରକାରର କୋହଳକୁ ପ୍ରଶ୍ରୟ ଦିଆଯିବ ନାହିଁ । ଅର୍ଥାତ୍ ବିହାରରେ ଥିବା ସମସ୍ତ କଣ୍ଟନେମେଣ୍ଟ ଜୋନ୍ରେ ଲକଡାଉନ୍ ନିୟମ କଡାକଡି ଭାବେ ଲାଗୁ ରହିବ । ଜେଡିୟୁର ଏକ ଭର୍ଚୁଆଲ ସମ୍ମିଳନୀରେ ନିତୀଶ୍ କୁମାର ଏହା ସମ୍ପର୍କରେ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ଗୁରୁବାର ସକାଳ ସୁଦ୍ଧା ବିହାରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 5710ରେ ପହଞ୍ଚିଥିବାବେଳେ 33 ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଏପର୍ଯ୍ୟନ୍ତ 2606 ସକ୍ରିୟ ମାମଲା ଥିବାବେଳେ ତିନି ହଜାରରୁ ଅଧିକ ଲୋକେ ସୁସ୍ଥ ହୋଇଛନ୍ତି। ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ…
ଜଗତସିଂହପୁର : ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହଠାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ସଂକ୍ରାନ୍ତୀୟ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ମହାପାତ୍ର ଯୋଗଦେଇ କହିଲେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କ୍ଷତିଗ୍ରସ୍ତ ଫସଲ ପାଇଁ ଚାଷୀଙ୍କୁ ବୀମା ସୁବିଧା କ୍ଷତିପୂରଣ ଭାବେ ପ୍ରଦାନ କରାଯାଇଥାଏ। ୨୦୧୯-୨୦ ବର୍ଷ ପାଇଁ ଶୀତଦିନିଆ ଆଳୁଚାଷ, ଖରାଦିନିଆ ଧାନଚାଷ ଓ ଖରାଦିନିଆ ଚିନାବାଦାମ ଚାଷ ପାଇଁ ଅଧିସୂଚିତ ବ୍ଲକ ଓ ପଞ୍ଚାୟତୱାରୀ କ୍ରପ୍ କଟିଙ୍ଗ୍ କରାଯାଇଥିଲା। ଏହା ଆଜିର ବୈଠକରେ ଅନୁମୋଦନ ଲାଭ କରିବ। ଏହି ବୈଠକରେ ଯୋଜନା ଓ ପରିସଂଖ୍ୟାନ ବିଭାଗର ଉପନିର୍ଦ୍ଦେଶକ ସବିତା ସାହୁ ଯୋଗଦେଇ ପାୱାରଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ବ୍ଲକ୍ ଓ ପଞ୍ଚାୟତ ୱାରୀ କ୍ରପ୍ କଟିଙ୍ଗ୍ ର ରିପୋର୍ଟ ବୈଠକରେ ଉପସ୍ଥାପିତ କରିଥିଲେ। ଶୀତଦିନିଆ ଆଳୁଚାଷ…
ଖୋର୍ଦ୍ଧା : ଆଗାମୀ ରଜ ଉତ୍ସବକୁ ଆଖି ଆଗରେ ରଖି ଭିଡ ନିୟନ୍ତ୍ରଣ ତଥା ସାମାଜିକ ଦୂରତ୍ବକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ବରୁଣେଇ ଓ ଟାଙ୍ଗୀ ଉଗ୍ରତାରାଠାରେ 144 ଧାରା ଜାରି କରାଯାଇଛି । ଆସନ୍ତା 14ରୁ 20 ତାରିଖ ପର୍ଯ୍ୟନ୍ତ ଏହି ସମସ୍ତ ଅଞ୍ଚଳରେ 144 ଧାରା ଲାଗୁ କରିଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ । ସେହିପରି ଖୋର୍ଦ୍ଧା ଉପଖଣ୍ଡରେ କରୋନା ସଂକ୍ରମିତ ହାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏଠାରେ ରହିଥିବା ସମସ୍ତ ଫାଷ୍ଟଫୁଡ୍, ଜଳଖିଆ, ଗୁପଚୁପ୍, ଚାଟ୍, ଦହିବରା, ଆଳୁଦମ୍ ଇତ୍ୟାଦି ବ୍ୟବସାୟୀମାନଙ୍କୁ କୋଭିଡ୍ -19 ଅନୁଯାୟୀ ମାସ୍କ ପିନ୍ଧ ଓ ସାମାଜିକ ଦୂରତା ରକ୍ଷା କେବଳ ପାର୍ସ ଜରିଆରେ ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ । ଦୋକାନ ନିକଟରେ ଗ୍ରାହକମାନେ ଠିଆ ହୋଇ ଖାଦ୍ୟ ଖାଇପାରିବେ ନାହିଁ ବୋଲି ନିୟମ କରାଯାଇଛି । ଯଦି ଏପରି କାର୍ଯ୍ୟ ଦୃଷ୍ଟିକୁ ଆସିଲା ତେବେ ଆଇନାନୁଯାୟୀ ସମ୍ପୃକ୍ତ ଦୋକାନୀଙ୍କ…
ବିହାର : ନିକଟରେ କେରଳରେ ଘଟିଥିବା ଗର୍ଭିଣୀ ହାତୀ ମୃତ୍ୟୁକୁ ନେଇ ସାରା ଦେଶରେ ଉଠିଥିବା ଉତ୍ତେଜନା କମିନଥିବାବେଳେ ଏବେ ପୁଣି ଏକ ହାତୀ ସମ୍ପର୍କିତ ଖବର ଚର୍ଚ୍ଚାକୁ ଆସିଛି । ବିହାରର ଜଣେ ବ୍ୟକ୍ତି ନିଜ ନାମରେ ଥିବା ସମସ୍ତ ସମ୍ପତ୍ତିକୁ ଦୁଇ ହାତୀଙ୍କ ନାମରେ କରିଦେଇଛନ୍ତି । ତାଙ୍କ ନାମରେ ଥିବା ପ୍ରାୟ ପାଞ୍ଚ କୋଟିର ସମ୍ପତ୍ତିର ମାଲିକ ହୋଇଛନ୍ତି ଦୁଇ ହାତୀ । ବିହାରର ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅଖତର୍ ଇମାମ୍ । ସେ ତାଙ୍କର ଦୁଇ ହାତୀ ମୋତି ଓ ରାନୀଙ୍କ ନାମରେ ସମସ୍ତ ସମ୍ପତ୍ତି କରି ଦେଇଛନ୍ତି । ଇମାମ୍ ଐରବତ୍ ସଂସ୍ଥାର ମୁଖ୍ୟ ପ୍ରବନ୍ଧକ ରୂପେ ଅବସ୍ଥାପିତ । ସେ ତାଙ୍କ ସମ୍ପୂର୍ଣ୍ଣ ଜୀବନ ହାତୀଙ୍କ ପାଇଁ ସମର୍ପିତ କରିଛନ୍ତି । ମୃତ୍ୟୁ ମୁଖରୁ ଅଖତରଙ୍କୁ ବଞ୍ଚାଇଥିବା ହାତୀଙ୍କୁ ସେ ତାଙ୍କର ଉତ୍ତରାଧିକାରୀ ରୂପେ ସମସ୍ତ ସମ୍ପତ୍ତିର ମାଲିକ କରିଦେଇଛନ୍ତି ।…
ଭୁବନେଶ୍ବର : ଭୁବନେଶ୍ବରଠାରେ ଜଣେ କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମୃତ ମହିଳାଙ୍କ ବୟସ 38 ବର୍ଷ ବୋଲି ଜଣାପଡିଛି । ମହିଳା ଜଣକ କରୋନା ଆକ୍ରାନ୍ତ ହୋଇଥିଲେ ବି ତାଙ୍କଠାରେ ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ରହିଥିଲା । ସୋରିଆସିସ୍ ପାଇଁ ଦୀର୍ଘଦିନରୁ ମହିଳାଙ୍କ ଚିକିତ୍ସା ଜାରି ରହିଥିଲା ବୋଲି ସୂଚନା ରହିଛି । ସେପଟିକ୍ ସକ୍ ଓ ମଲ୍ଟି ଅର୍ଗାନ୍ ଫେଲ୍ ପାଇଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ପୂର୍ବରୁ ମଧ୍ୟ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ସୂଚନାଯୋଗ୍ୟ ଆଜି ରାଜ୍ୟରେ 136 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1092, ସୁସ୍ଥ ହୋଇଛନ୍ତି 2282 । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ…

