କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକ୍ଟିଦେଉଳ ବ୍ଲକର ଯୁବ ବୈଜ୍ଞାନିକ ଶେଷ କିସାନଙ୍କର ଭଉଣୀଙ୍କର ଆଜି ଅକାଳ ବିୟୋଗ ଘଟିଛି। ସେ ଦୀର୍ଘଦିନ ହେଲା ରୋଗାଗ୍ରସ୍ତଥିଲେ। ଯୁବ ବୈଜ୍ଞାନିକ ଶେଷ କିସାନ ଜଣେ ଗରିବ ଆଦିବାସୀ କିସାନ ପରିବାରର ହୋଇ ମଧ୍ୟ ସେ ଆଜି ଜର୍ମାନୀରେ ବୈଜ୍ଞାନିକ ଭାବରେ କାମ କରୁଛନ୍ତି। ଛୋଟ ସମୟରୁ ନିଜର ମାଆଙ୍କୁ ହରାଇଥିବା ବେଳେ କଲେଜ ପଢୁଥିବା ସମୟରେ ବାପାଙ୍କୁ ହରାଇଥିଲେ। ଏବେ ପୁଣି ତାଙ୍କର ବଡ ଭଉଣୀ ଅଞ କିସାନଙ୍କୁ ହରାଇଛନ୍ତି। ଗାଈ ଚରାଳିରୁ ବୈଜ୍ଞାନିକ ହୋଇ ସାରା ଭାରତ ବର୍ଷରେ ସେ ଚର୍ଚ୍ଚିତ ହୋଇଥିଲେ ଏବଂ କିଛି ବର୍ଷ ହେଲା । ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ସହଯୋଗର ହାତ ବଢାଇଥିଲେ। ହେଲେ ସେ ଆଜି ପରିବାରର ବାପା. ମା ଓ ଭଉଣୀଙ୍କୁ ହରାଇ ମ୍ରିୟମାଣ ହୋଇ ପଡିଛନ୍ତି। ବୈଜ୍ଞାନିକ ଶେଷ କିସାନ ଏବେ ଜର୍ମାନୀରେ ଥିବାରୁ ତାଙ୍କ…
Author: Samikhsya Bureau
ନୂଆଦିଲ୍ଲୀ : ସାରା ବିଶ୍ବରେ ଚହଳ ପକାଇଥିବା ମହାମାରୀ କରୋନା ଭାରତରେ ମଧ୍ୟ କାୟା ବିସ୍ତାର କରି ଚାଲିଛି । ଏବେ କରୋନା ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ନିଜର ଉପସ୍ଥିତି ଜାହିର୍ କରିଛି । ସୁପ୍ରିମ୍କୋର୍ଟର ଜଣେ କର୍ମଚାରୀ ଏବେ କରୋନା କବଳରେ। ସୁପ୍ରିମ୍କୋର୍ଟରେ ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବାର ଖବର ରହିଛି । ଏଥିପାଇଁ ଶୀର୍ଷ ଅଦାଲତ ଦୁଇ ରେଜିଷ୍ଟ୍ରାର୍ଙ୍କୁ ହୋମ୍ କ୍ବାରେଣ୍ଟିନ୍ରେ ପଠାଇଛି । ଏତଦ୍ବ୍ୟତୀତ ତାଙ୍କ କେଉଁମାନେ ସମ୍ପର୍କରେ ଆସିଛନ୍ତି ସେନେଇ ଖୋଳତାଡ ଜାରି ରହିଛି। ମିଳିଥିବା ସୂଚନାରେ କରୋନା ସଂକ୍ରମିତ ହୋଇଥିବା କର୍ମଚାରୀ ଜଣକ ଗତ ସପ୍ତାହରେ ଦୁଇ ଥର ସୁପ୍ରିମ୍କୋର୍ଟ ଆସିଥିଲେ । ଏବେ କୋର୍ଟର ଅଧିକାରୀ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସମସ୍ତ ସମ୍ଭାବିତ ଉପାୟ ଉପରେ ବିଚାର ବିମର୍ଶ ଜାରି ରଖିଛନ୍ତି । ସୂଚନାଯୋଗ୍ୟ, ନିକଟରେ ରାଷ୍ଟ୍ରପତି ଭବନରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଠାରେ ଥିବା 125…
ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଦର୍ଶ ନଗର ଅଞ୍ଚଳରେ ଏଲଏନ୍ଜେପି ହସ୍ପିଟାଲର ଜଣେ ମହିଳା ଡାଏଟିସିଆନ୍ଙ୍କ ସମେତ ଜଣେ ପରିବାରର 10 ଜଣ ସଦସ୍ୟଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ମଜଲିସ୍ ପାର୍କରୁ ଏହି ମାମଲାଟି ଜଣାପଡିଛି। ଏଠାରେ ତିନି ଗଳିକୁ ସିଲ୍ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଏଲଏନ୍ଜେପି ହସ୍ପିଟାଲରେ ଡାଏଟିସିାନ୍ ଥିବା ଜଣେ ମହିଳାଙ୍କ ନିକଟରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ପରିବାରର 10 ଜଣ ସଦସ୍ୟ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଦିଲ୍ଲୀର ତିଲକ୍ ନଗର ଅଞ୍ଚଳରେ ଜଣେ 58 ବର୍ଷୀୟା ମହିଳା ମଧ୍ୟ କରୋନାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦେଶରେ ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟ ମଧ୍ୟରେ ଦିଲ୍ଲୀ ଅନ୍ୟତମ। ଦିଲ୍ଲୀର ସଂକ୍ରମଣ ସ୍ଥିତିକୁ ଦେଖୁ ବିଭିନ୍ନ ଜାଗାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଦିଲ୍ଲୀରେ ହଟସ୍ପଟ୍ ଓ କଣ୍ଟେନମେଣ୍ଟ ଜୋନର ସଂଖ୍ୟା ଏବେ 97କୁ…
ଭୁବନେଶ୍ବର : ଭୁବନେଶ୍ବର ସହରାଞ୍ଚଳରେ ପୂର୍ବବତ୍ ଲକ୍ ଡାଉନ୍ କଟକଣା ଜାରି ରହିବ । କରୋନା ସଂକ୍ରମଣକୁ ରୋକିବାକୁ ଏହି ଲକ୍ ଡାଉନ୍ ଜାରି ରହିବ ବୋଲି ସୂଚନା ରହିଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନ ଖୋଲା ରହିବ । ଭୁବନେଶ୍ବରରେ କଟକଣା ଜାରି ରହିବା ନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ବରରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ ସର୍ବମୋଟ 46 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 25ଜଣ ସୁସ୍ଥ ହୋଇଛନ୍ତି ଓ ଜଣେ ମୃତ୍ୟୁ ବରଣ କରିଛନ୍ତି। 20 ଜଣ ଚିକିତ୍ସାଧୀନ ରହିଛନ୍ତି ।
ଗଞ୍ଜାମ : ସୁରତରୁ ଗଞ୍ଜାମ ଆସୁଥିବା ଲୋକଙ୍କ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଉଭୟ ପ୍ରଶାସନ ମଧ୍ୟରେ ସମନ୍ବୟ ରଖାଯାଇ ଅଣାଯାଉଛି। ସମସ୍ତେ ଆସିବା ପରେ ସେମାନଙ୍କୁ ସରକାରୀ କ୍ବାରେଣ୍ଟିନ୍ରେ ରଖାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ପ୍ରଥମେ ସେମାନଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯିବ, ତା’ପରେ ଲକ୍ଷଣ ଦେଖାଯିବ। ସେମାନଙ୍କ ମଧ୍ୟରୁ କାହାର ଟେଷ୍ଟ ହେବ, ମେଡ଼ିକାଲ ଟିମ୍ ନିଷ୍ପତ୍ତି ନେବ। ସରକାରୀ ନିୟମାନୁସାରେ ପ୍ରଥମେ 14 ଦିନ କ୍ବାରେଣ୍ଟିନ୍ରେ ରଖାଯିବ। ମେଡ଼ିକାଲ୍ ଟିମ୍ ନିଷ୍ପତ୍ତି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ସୂଚନାଯୋଗ୍ୟ, ଗୁଜରାଟ ସୁରଟରେ ଫସି ରହିଥିବା ଓଡ଼ିଆଙ୍କୁ ଧରି ଓଡ଼ିଶା ବାହାରିଛି 4ଟି ବସ୍। ପ୍ରତି ବସ୍ରେ ପ୍ରାୟ 50ରୁ ଉର୍ଦ୍ଧ୍ବ ଯାତ୍ରୀ ରହିଛନ୍ତି।
ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ତାହା ହେଲା 1- ଆଜି ଏକ ଭିଡ଼ିଓ କନ୍ଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରି ଛାତ୍ର, ଶ୍ରମଜୀବୀ, ତୀର୍ଥଯାତ୍ରୀ, ରୋଗୀ ଓ ବୃତ୍ତିଜୀବୀମାନଙ୍କ ସମେତ ଅଟକି ରହିଥିବା ସମସ୍ତ ଲୋକଙ୍କର ସହଜ ଯାତାୟତ ପାଇଁ ଏକ ଜାତୀୟ ସ୍ତରୀୟ ନୀତି ନିର୍ଦ୍ଧାରଣ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମଜୀବୀମାନଙ୍କର ଉପଯୁକ୍ତ ଯନି ନେବା ପାଇଁ ସଂପୃକ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେବା ନିମନ୍ତେ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି…
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: ସମ୍ପ୍ରତି ସମଗ୍ର ଦେଶରେ ଲକ ଡ଼ାଉନ ଚାଲିଥିବାବେଳେ ସାମାଜିକ ଦୁରତ୍ବ ବଜାୟ ରଖିବାକୁ ପ୍ରାଥମିକତା ଦେଉଛନ୍ତି ସରକାର। କିନ୍ତୁ ଏହାର ଖୋଲାଖୋଲି ଉଲ୍ଲଂଘନ ଦେଖିବାକୁ ମିଳିଛି ବାଲୁଗାଁ ଏନ୍ଏସିରେ। ଆଜି ସକାଳେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦଠାରେ ଶ୍ରମିକମାନଙ୍କର ଭିଡ ଦେଖିବାକୁ ମିଳିଥିଲା । ଏଠାରେ୫୦୦ରୁ ଅଧିକ ନିର୍ମାଣ ଶ୍ରମିକ ହାତରେ ଖଣ୍ଡେ ଖଣ୍ଡେ କାଗଜ ଧରି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ରାଜ୍ୟରେ ଲକ୍ ଡାଉନ୍ ପାଇଁ ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ତରଫରୁ 1500 ଟଙ୍କାର ସହାୟତା ପାଇଁ ଘୋଷଣା କରାଯାଇଛି । ଏନ୍ଏସି କର୍ମଚାରୀମାନେ ପ୍ରତି ଓ୍ବାର୍ଡରେ ଶ୍ରମିକମାନଙ୍କୁ ଟଙ୍କା ବାଣ୍ଟୁଥିବାବେଳେ ଏଥିରୁ କିଛି ଶ୍ରମିକ ବାଦ୍ ପଡିଯାଇଥିଲେ । ଏନେଇ ବାଲୁଗାଁ ଏନ୍ଏସିରେ ଅଭିଯୋଗ କରାଯିବା ପରେ ସେମାନଙ୍କୁ ପରିଚୟ ପତ୍ର ସହ ଏନ୍ଏସିରେ ଆସି ଯୋଗାଯୋଗ କରିବାକୁ କୁହାଯାଇଥିଲା । ସୋମବାର ଦିନ ଏନେଇ 500ରୁ…
ଗଞ୍ଜାମ : ଗୁଜୁରାଟ ସୁରତରୁ ଓଡ଼ିଶା ବାହାରିଲା 4ଟି ବସ୍। ସୁରତରେ ଫସିଥିବା ଓଡ଼ିଆ ଲୋକଙ୍କୁ ଧରି ବାହାରିଲା ବସ୍। ପ୍ରତି ବସ୍ରେ 50ରୁ ଅଧିକ ଯାତ୍ରୀଙ୍କୁ ଧରି ଗାଡି ଛାଡିଲା। ଯାତ୍ରୀ ଓ ବସ୍ଙ୍କୁ ଯିବାକୁ ଅନୁମତି ଦେଲା ସ୍ଥାନୀୟ ପ୍ରଶାସନ। ଯାତ୍ରୀମାନେ ନିଜ ଖର୍ଚ୍ଚରେ ବସ୍ ରିଜର୍ଭ କରି ଆସୁଥିବା ସୂଚନା। ସମସ୍ତ ଯାତ୍ରୀ ଗଞ୍ଜାମ ଜିଲ୍ଲାକୁ ଆସୁଥିବା ସୂଚନା ରହିଛି। ସୂଚନାଯୋଗ୍ୟଯେ, ଓଡ଼ିଶା ଫେରିବାକୁ ଚାହୁଁଥିବା ସମସ୍ତ ବ୍ୟକ୍ତିମାନଙ୍କର ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି, ଯେପରିକି ଓଡ଼ିଶାରେ ପହଞ୍ଚିବା ପରେ ସେମାନେ କ୍ୱାରେଣ୍ଟାଇନରେ ରହିବା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇପାରିବେ।
ବବ୍ଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି କେସିଙ୍ଗା ବ୍ଲକ ଅନ୍ତର୍ଗତ ତୁଣ୍ଡଲା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଅନୁଷ୍ଠିତ ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, କେସିଙ୍ଗା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୁପ୍ତେଶ୍ୱର ଭୋଇ, କେସିଙ୍ଗା ଥାନା ଅଧିକାରୀ ଅଶୋକ କୁମାର ମହାପାତ୍ର, ପଲମ ଫାଣ୍ଡି ଅଧିକାରୀ ଅସିତ୍ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏହା ବ୍ୟତିତ ବିଜୁ ଯୁବ ବାହିନୀ ଓ ସୋସିଆଲ ଅକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡିର ସଦସ୍ୟ, ସ୍ଥାନୀୟ ସାମାଜିକ କର୍ମୀ ଏବଂ ସ୍ଥାନୀୟ ଗ୍ରାମ ପଞ୍ଚାୟତର ସରପଞ୍ଚ ମାନେ ଉପସ୍ଥିତ ଥିଲେ ଓ ଶିବିରରେ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା। ଏହି ରକ୍ତଦାନ ଶିବିରରେ ୮୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ତୁଣ୍ଡଲା…
ମୁମ୍ବାଇ : ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଉପରକୁ ଆକ୍ରମଣ ମାମଲାରେ ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି । ସୋମବାର ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଉଭୟଙ୍କୁ ଜାମିନ ପ୍ରଦାନ କରାଯାଇଛି । ଏହା ସହିତ ଅର୍ଣ୍ଣବଙ୍କ ସୋନିଆ ବିରୋଧୀ ମାମଲାର ତଦନ୍ତ ପାଇଁ ଅର୍ଣ୍ଣବଙ୍କୁ ଜେରା କରିଛି ମୁମ୍ବାଇ ପୋଲିସ୍ । ଦୁଇ ଆକ୍ରମଣକାରୀଙ୍କୁ ଭୋଇଓ୍ବାଡା କୋର୍ଟରୁ ଜାମିନ ପ୍ରଦାନ କରାଯାଇଥିବା ବେଳେ ଅର୍ଣ୍ଣବ ଏନ୍ଏମ୍ ଯୋଶୀ ମାର୍ଗ ପୋଲିସ୍ ଥାନାରେ ପଚରା ଊଚୁରା ପାଇଁ ହାଜର ହୋଇଥିଲେ । ପୂର୍ବରୁ ଅର୍ଣ୍ଣବଙ୍କୁ ଦୁଇଥର ନୋଟିସ୍ ଦିଆଯିବା ପରେ ଅର୍ଣ୍ଣବ ଆଜି ପୋଲିସ୍ ସମ୍ମୁଖରେ ହାଜର ହୋଇଥିଲେ । (ଏଜେନ୍ସି)
କରାଚୀ : ବିବାଦୀୟ କ୍ରିକେଟର ଉମର୍ ଆକମଲ୍ଙ୍କୁ ତିନି ବର୍ଷ ପାଇଁ ବାସନ୍ଦ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ । ଦୁର୍ନୀତି ଅଭିଯୋଗରେ ସୋମବାର ଦିନ ପିସିବି ପକ୍ଷରୁ ଆକମଲ୍ଙ୍କୁ ତିନି ବର୍ଷ ପାଇଁ ବାସନ୍ଦ କରାଯାଇଛି । ପିଏସ୍ଏଲ୍-5 ସମୟରେ ଅର୍ଥ ହେରଫେର କାରଣରୁ ଆକମଲ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପିସିବି ସ୍ପଷ୍ଟ କରାଯାଉଛି । ଫେବୃୟାରୀ 20 ପରଠାରୁ ଉମର୍ଙ୍କ ଖେଳିବା ଉପରେ ରୋକ୍ ଲଗାଯାଇଥିବା ବେଳେ ସୋମବାର ବାସନ୍ଦ କରାଯାଇଛି । ପିସିବିର ଧାରା 2.4.4ର ଉଲ୍ଲଂଘନ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, କ୍ବେଟ୍ଟା ଗ୍ଲାଡିଏଟର୍ସ ପକ୍ଷରୁ ଖେଳୁଥିବା ସମୟରେ ଉମରଙ୍କ ବିରୋଧରେ ସ୍ପଟ୍ ଫିକ୍ସିଂର ଅଭିଯୋଗ ଆସିଥିଲା । ପୂର୍ବତନ ପାକିସ୍ତାନ ହାଇକୋର୍ଟ ମୁଖ୍ୟ ବିଚାରପତି ଫଜଲ୍ ଏ ମିର୍ଜାନ୍ ଚୌହାନ୍ ଆକମଲ୍ଙ୍କୁ ତିନି ବର୍ଷ ପାଇଁ ବାସନ୍ଦ କରିଛନ୍ତି । (ଏଜେନ୍ସି)
ଭୁବନେଶ୍ବର : ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ନମ୍ବର110ଙ୍କ ଟ୍ରାଭେଲ ହିଷ୍ଟ୍ରି (ଯାତ୍ରା ବିବରଣୀ) ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । କୋରାପୁଟରୁ ଚିହ୍ନଟ ହୋଇଥିବା 22 ବର୍ଷୀୟ ସ୍ବାସ୍ଥ୍ୟକର୍ମୀ ଜଣକ 14 ତାରିଖରେ କୋଲକାତାରୁ ଫେରି କାର୍ଯ୍ୟରେ ଯୋଗ ଦେଇଥିଲେ । ମାତ୍ର କଲିକତା ଯାତ୍ରା କରିଥିବା କାରଣରୁ କାର୍ଯ୍ୟରେ ଯୋଗ ଦେବାକୁ ବାରଣ କରାଯାଇ କ୍ବାରେଣ୍ଟାଇନ୍ରେ ରଖାଯାଇଥିଲା । ସୋମବାର ଉକ୍ତ ଯୁବକଙ୍କ ନମୂନା ପଜିଟିଭ୍ ଆସିଥିଲା । ଏହା ସହିତ ବାଲେଶ୍ବରର 109 ନମ୍ବର ଆକ୍ରାନ୍ତଙ୍କର ମଧ୍ୟ ପଶ୍ଚିମବଙ୍ଗ ଲିଙ୍କ ରହିଥିବା ଜଣାପଡିଛି ।
ଭୁବନେଶ୍ବର : ଯାଜପୁରରୁ ଆଜି ଆଉଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 111ରେ ପହଞ୍ଚିଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 19ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରକାଶ କରାଯାଇନଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହାକୁ ମିଶାଇ ଆଜିର ଦିନରେ 8 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 111ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 37 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।
ପିଣ୍ଟୁ ବିଷୋୟୀ ଗଞ୍ଜାମ/ବେଗୁନିଆପଡା: ସାରା ଦେଶରେ କରୋନା ଭୁତାଣୁ ତାର କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର। ସମସ୍ତ ରାଜ୍ୟ ଓ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ସୀଲ୍ କରାଯାଇଛି। ସହର ଠାରୁ ଗାଁ ପୋଲିସ୍ ପଇଁତରା ମାରୁଛି। ଓଡିଶା ରାଜ୍ୟର ସୀମାରେ କଡା ଚେକିଂ କରାଯାଉଛି। ଓଡିଶା ସରକାର ଲକ ଡାଉନ ପରେ ବାହାର ରାଜ୍ୟରେ ଥିବା ଓଡ଼ିଆ ମାନଙ୍କୁ ଫେରାଇ ଆଣିବା ବ୍ୟବସ୍ଥା କରୁଛନ୍ତି। ତେବେ ଏହିଭଳି ସ୍ଥିତିରେ ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡ଼ିଆ ଶ୍ରମିକ ମାନେ ବିଭିନ୍ନ ଉପାୟରେ ଘରକୁ ଫେରିବାକୁ ଚାହୁଁଛନ୍ତି। କିଛି ଦିନ ତଳେ ମୁମ୍ବାଇରୁ ଜଣେ ଯୁବକ ସାଇକେଳ ଯୋଗେ ଯାଜପୁରରେ ପହଞ୍ଚିଥିବା ବେଳେ ଗଞ୍ଜାମର ଜଣେ ଯୁବକ ଆଜି ସମାନ ଢଙ୍ଗରେ ସାଇକେଲ ଯୋଗେ ଚେନ୍ନାଇରୁ ଫେରିଛନ୍ତି। ୭ ଦିନରେ ୧୧୦୦ କିମି ଅତିକ୍ରମ କରି ଯୁବକ ୨୩ ତାରିଖରେ…
ଭୁବନେଶ୍ବର: ରାଜ୍ୟ ବାହାରେ ଫସି ରହିଥିବା ଶ୍ରମିକ ଓ ଅନ୍ୟମାନଙ୍କ ଘର ବାହୁଡା ନିମନ୍ତେ ରାଜ୍ୟ ସରକାର ଗତ 24 ତାରିଖ ଦିନ ନୋଟିସ ଜାରିକରି ଗ୍ରାମ ପଞ୍ଚାୟତରେ ନାମ ପଞ୍ଜିକରଣ ନିମନ୍ତେ ଏକ ୱେବ ପୋର୍ଟାଲ ଲଞ୍ଚ କରିଛନ୍ତି। ଏଥିରେ ଅନଲାଇନ ପଞ୍ଜିକରଣ ନିମନ୍ତେ ସମସ୍ତଙ୍କ ପାଇଁ ଆଧାର ନମ୍ବର ଓ ମୋବାଇଲ ନମ୍ବର ଦେବାକୁ ବାଧ୍ୟ କରା ଯାଇଛି। କୋଭିଡ 19 ପାଇଁ ରାଜ୍ୟରେ ନବ ଗଠିତ ନାଗରିକ ଅନୁଷ୍ଠାନ “ସିଟିଜେନ୍ସ ଆକ୍ସନ ଗ୍ରୁପ, ଓଡିଶା” ସରକାରଙ୍କର ଏହି ପଦକ୍ଷେପକୁ ସ୍ୱାଗତ କରିବା ସହିତ ଆଧାର ବାଧ୍ୟତାମୂଳକ କରାଯାଇ ଥିବାରୁ ଗଭୀର ଉଦବେଗ ପ୍ରକାଶ କରିଛି। ସରକାରୀ ଆକଳନ ଅନୁସାରେ ପ୍ରାୟ 5 ଲକ୍ଷ ରାଜ୍ୟ ବାହାରେ ଥିବା ଶ୍ରମିକ ଆସିବାର ଅଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଣ ସଙ୍ଗଠିତ କ୍ଷେତ୍ରରେ କାମ କରନ୍ତି। ଏହା ନିଶ୍ଚିନ୍ତ ଭାବରେ କୁହାଯାଇ ପାରିବ ଯେ ସେମାନଙ୍କ ମଧ୍ୟରୁ ଅନେଙ୍କ ପାଖରେ…
ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 110ରେ ପହଞ୍ଚିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କୋରାପୁଟର ହୋଇଥିବା ବେଳେ ଅନ୍ୟ ଜଣେ ବାଲେଶ୍ବରର ବୋଲି ଜଣାପଡିଛି । କୋରାପୁଟର 22 ବର୍ଷୀୟ ଯୁବକ ଜଣଙ୍କ ଜଣେ ସ୍ବାସ୍ଥ୍ୟ କର୍ମୀ ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । 14 ତାରିଖରେ କୋଲକାତାରୁ ଫେରି ସ୍ବାସ୍ଥ୍ୟକର୍ମୀ ଜଣକ କାର୍ଯ୍ୟରେ ଯୋଗ ଦେଇଥିଲେ । ସେହିପରି 32 ବର୍ଷୀୟ ବାଲେଶ୍ବର ଯୁବକ ଜଣଙ୍କ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 110ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 37 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ କରୋନା ଟେଷ୍ଟିଂ କିଟ୍କୁ ନେଇ ସରକାରଙ୍କୁ ଆକ୍ରମଣ କରିଛନ୍ତି । ଶସ୍ତା ଦାମରେ ମିଳୁଥିବା କରୋନା ଟେଷ୍ଟିଂ କିଟ୍କୁ ସରକାର କାହିଁକି ଅଧିକ ମୂଲ୍ୟରେ କିଣୁଛନ୍ତି ବୋଲି ପଟେଲ ପ୍ରଶ୍ନ କରିଛନ୍ତି । ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ପଟେଲ ଏହି ପ୍ରଶ୍ନ ପଚାରିଛନ୍ତି । 245 ଟଙ୍କାର କିଟ୍କୁ ସରକାର କାହିଁକି 600 ଟଙ୍କାରେ କିଣୁଛନ୍ତି ବୋଲି ପଟେଲ ପ୍ରଶ୍ନ କରିଛନ୍ତି । ଗତକାଲି ଦିଲ୍ଲୀ ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ପଟେଲ ଏହି ଟ୍ବିଟ୍ କରିଥିଲେ । କରୋନା ଟେଷ୍ଟିଂ କିଟ୍କୁ 400 ଟଙ୍କାରୁ ଅଧିକ ମୂଲ୍ୟରେ କିଣାଯିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଥିଲେ । (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ଦୁଇ ଜଣଙ୍କୁ ମିଶାଇ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 37ରେ ପହଞ୍ଚିଛି । ସୁସ୍ଥ ହୋଇଥିବା 2 ଆକ୍ରାନ୍ତ ଭୁବନଶ୍ବରର ବୋଲି ଜଣାପଡିଛି । ରାଜ୍ୟରେ ବର୍ତ୍ତମାନ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 108ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 37 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।
ଭୁବନେଶ୍ବର : ଶେଷରେ କ୍ବାରେଣ୍ଟାଇନ୍ରୁ ମୁକ୍ତ ହୋଇଛନ୍ତି 1700 କିମି ଯାତ୍ରା କରିଥିବା ଯୁବକ । ମହାରାଷ୍ଟ୍ରରୁ ସାଇକେଲ ଯୋଗେ ଯାତ୍ରା କରି 1700 କିମି ପଥ ଅତିକ୍ରମ କରି ଓଡିଶାରେ ପହଞ୍ଚିଥିବା ଏହି 20 ବର୍ଷୀୟ ଯୁବକ ଜଣକ ସୋମବାର କ୍ବାରେଣ୍ଟାଇନ୍ରୁ ମୁକ୍ତ ହୋଇଛନ୍ତି । ମହେଶ ଜେନା ନାମକ ଏହି ଯୁବକ ଜଣକ ଏକ ସାଇକେଲ୍ ଯୋଗେ ମୁମ୍ବାଇର ସାଙ୍ଗଲିରୁ ଯାତ୍ରା ଆରମ୍ଭ କରି ଏପ୍ରିଲ୍ 7 ତାରିଖରେ ଯାଜପୁରରେ ପହଞ୍ଚିଥିଲେ । ମହେଶଙ୍କୁ ଏପ୍ରିଲ୍ ମାସର ବେତନ ମିଳିନଥିବା ବେଳେ ସାଙ୍ଗ ନିକଟରୁ 3 ହଜାର ଟଙ୍କା ଧାର କରି ମହେଶ ଗାଁକୁ ଫେରିଥିଲେ । ରାତିରେ ବିଭିନ୍ନ ମନ୍ଦିରରେ ଆଶ୍ରୟ ନେବା ସହିତ ଗାଁକୁ ଫେରିଥିଲେ । ଗାଁକୁ ଫେରିବା ପରେ 14 ଦିନ କ୍ବାରେଣ୍ଟାଇନ୍ରେ ରହିବା ପରେ ସୋମବାର ମହେଶଙ୍କୁ କ୍ବାରେଣ୍ଟାଇନ୍ରୁ ମୁକ୍ତ କରାଯାଇଛି ।