ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସ୍ଥିତି ବେଶ୍ ଉଦ୍ବେଗଜନକ ରହିଛି । ଏଠାରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ ରହିଥିବାବେଳେ ମହାରାଷ୍ଟ୍ର ସରକାରର ଆବାସ ମନ୍ତ୍ରୀ ଜିତେନ୍ଦ୍ର ଆହ୍ବାଡ ଏବେ କ୍ବାରେଣ୍ଟିନ୍ରେ । ମିଳିଥିବା ସୂଚନା ଅନୁସାରେ ମନ୍ତ୍ରୀ ଜିତେନ୍ଦ୍ରଙ୍କ 14 ଜଣ କର୍ମଚାରୀଙ୍କ ସମେତ 5ଜଣ ସୁରକ୍ଷା କର୍ମୀଙ୍କଠାରେ କରୋନା ପଜିଟିଭି ଚିହ୍ନଟ ହୋଇଛି । ସେହିପରି ଅନ୍ୟ 9 ଜଣ କର୍ମଚାରୀ ତାଙ୍କର ବ୍ୟକ୍ତିଗତ କର୍ମଚାରୀ, ଘରର ଚାକର ଓ ପାର୍ଟିର କାର୍ଯ୍ୟକର୍ତ୍ତା ପ୍ରମୁଖ ସାମିଲ୍ ରହିଛନ୍ତି । ଏହି ସମସ୍ତଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଛି । ଏହା ପରେ ମନ୍ତ୍ରୀ ଜିତେନ୍ଦ୍ର ନିଜେ ଏବେ କ୍ବାରେଣ୍ଟାଇନ୍ରେ ରହିଛନ୍ତି । ଏନ୍ସିପି ନେତାର ଜିତେନ୍ଦ୍ର ସୋମବାର ଦିନ ଜଣେ କରୋନା ପଜିଟିଭ୍ ସମ୍ପର୍କରେ ଆସିଥିବାର ସୂଚନା ଦେଇଥିଲେ । ଏହାପରେ ସେ ନିଜେ କ୍ବାରେଣ୍ଟାଇନ୍ରେ ରହିଛନ୍ତି । ଏହା ପରେ ତାଙ୍କ ନିଜ ବ୍ୟକ୍ତିଗତ କର୍ମଚାରୀଙ୍କ କରୋନା…
Author: Samikhsya Bureau
ନୂଆଦିଲ୍ଲୀ : କରୋନା ଭାଇରସ୍ ସହ ଲଢେଇ ଜାରି ରଖିଛି ଭାରତ । ଆଜି ଲକ୍ଡାଉନ୍ର 20ତମ ଦିବସ । ଏହାର ପ୍ରଭାବ ମଧ୍ୟ ଦେଶରେ ଦେଖିବାକୁ ମିଳିଛି ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ସ୍ବାସ୍ଥ୍ୟ ବିଭାଗ ତରଫରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଦେଶର 15ଟି ରାଜ୍ୟରେ 25ଟି ଏପରି ଜିଲ୍ଲା ରହିଛି ଯେଉଁଠାରେ 14 ଦିନ ହେବ କରୋନା ସମ୍ପର୍କିତ କୌଣସି ନୂତନ ମାମଲା ସାମ୍ନାକୁ ଆସିନାହିଁ । ଆଜି ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ସେହି ଜିଲ୍ଲାଗୁଡିକ ହେଉଛି :- 1. ମହାରାଷ୍ଟ୍ରର ଗୋନ୍ଦିଆ 2.ଛତିଶଗଡର ରାଜନାଦଗାଓଁ, ଦୁର୍ଗ ଓ ବିଲାସପୁର 3.କର୍ଣ୍ଣାଟକର ଦାବନଗିରି, କୋଡାଗୁ, ତୁମକୁର ଓ ଉଡୁପି 4.ଗୋଆର ଦକ୍ଷିଣ ଗୋଆ 5.କେରଳର ଓ୍ବାୟନଡ ଓ କୋଟ୍ଟାୟମ୍ 6.ମଣିପୁରର ପଶ୍ଚିମ ଇମ୍ପାଲ୍ 7.ଜମ୍ମୁକାଶ୍ମୀରର ରୋଜୌରୀ 8.ମିଜୋରାମର ଆଇଜୋଲ୍ ପଶ୍ଚିମ 9.ପୁଡୁଚେରୀର ମୋହେ 10.ପଞ୍ଜାବର ଏସ୍ବିଏସ୍ନଗର…
ମୁମ୍ବାଇ : ଦେଶରେ କରୋନା ମୃତ୍ୟୁ ସଂଖ୍ୟା 324କୁ ବୃଦ୍ଧି ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 9352 ରହିଥିବାବେଳେ 8 ହଜାର 48ଜଣ ଚିକିତ୍ସାଧୀନ ରହିଛନ୍ତି । ସେହିପରି 980ଜଣ ଆକ୍ରାନ୍ତ ସୁସ୍ଥ ହୋଇ ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି । ଦେଶରେ ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି । ଆଜି ମହାରାଷ୍ଟ୍ରରେ 352ଟି ନୂତନ ମାମଲା ସାମ୍ନାକୁ ଆସିଛି । ସେହିପରି ଆଜି 11ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା 150ରେ ପହଞ୍ଚିଛି । ସଦ୍ୟତମ ସୂଚନା ଅନୁସାରେ ରାଜ୍ୟରେ ଏ ପର୍ଯ୍ୟନ୍ତ 2334ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 150 ଡେଇଁଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ 87 ପ୍ରତିଶତ ଲୋକେ ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ ଆଦିରେ ପୀଡ଼ିତ ଥିବାବେଳେ ସାତରୁ…
ସାଲେପୁର : ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ । ସାଲେପୁର ତହସିଲ ମିର୍ଜାପୁର ପଞ୍ଚାୟତ 12 ଓ 13 ନମ୍ବର ଓ୍ବାର୍ଡରୁ ହଟିଲା। ନିଶ୍ଚିନ୍ତକୋଇଲି ତହସିଲ ଜୟରାମପୁର ପଞ୍ଚାୟତ 1 ନମ୍ବର ଓ୍ବାର୍ଡରୁ ହଟିଲା। ଦୁଇ ଅଞ୍ଚଳରୁ କଣ୍ଟେନମେଣ୍ଟ ପ୍ରତ୍ୟାହାର କଲେ କଟକ ଜିଲ୍ଲାପାଳ। ସିଡିଏମ୍ଓ, ଉଭୟ ତହସିଲଦାରଙ୍କ ରିପୋର୍ଟ ପରେ ପ୍ରତ୍ୟାହାର କଲେ। ଉଭୟ ଅଞ୍ଚଳରେ କରୋନା ବ୍ୟାପି ନଥିବା ନେଇ ରିପୋର୍ଟ ପରେ ପ୍ରତ୍ୟାହାର। ଉଭୟ ଅଞ୍ଚଳରୁ ନିଆଯାଇଥିବା ସମସ୍ତ ସାମ୍ପଲ୍ ନେଗେଟିଭ୍ ପରେ ପ୍ରତ୍ୟାହାର। କଣ୍ଟେନେମଣ୍ଟ ହଟିଥିଲେ ବି ପୂର୍ବବତ୍ ଲକ୍ ଡାଉନ୍ କଟକଣା ଜାରି ରହିବ। ଏପ୍ରିଲ୍ 5 ତାରିଖରେ ଉଭୟ ଅଞ୍ଚଳରେ କଣ୍ଟେନମେଣ୍ଟ ଲାଗୁ ହୋଇଥିଲା।
ସୀତାରାମ ଅଗ୍ରଓ୍ବାଲ ବାଣପୁର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 55ରେ ପହଞ୍ଚିଛି । ସେଥିମଧ୍ୟରୁ 13 ଜଣ ସୁସ୍ଥ ହୋଇଥିବାବେଳେ ଜଣକର ମୃତ୍ୟୁ ଘଟିଛି । ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ସୂଚନା ଜାରି କରିବା ସହିତ ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରି କରୋନା ପରୀକ୍ଷା କରୁଛନ୍ତି। କରୋନାକୁ ରୋକିବା ଦିଗରେ ରାଜ୍ୟ ସରକାର ବେଶ୍ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା 50 ନମ୍ବର କରୋନା ଆକ୍ରାନ୍ତ ଜଣକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ବଡ ହନ୍ତୁଆଡ ଯାତ୍ରା କରିଥିଲେ । ବାଣପୁରରେ ଏହି ଆକ୍ରାନ୍ତଙ୍କ ଲିଙ୍କ୍ ଥିବାର ସୂଚନା ମିଳିବା ପରେ ସେଠାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବାଣପୁରରେ ଏହି ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା 15 ଜଣ ସନ୍ଦିଗ୍ଧଙ୍କୁ ସ୍ବାବ ପରୀକ୍ଷା ପାଇଁ ନମୁନା…
ନୂଆଦିଲ୍ଲୀ : କରୋନା ସହ ମୁକାବିଲା କରିବା ପାଇଁ ଦେଶରେ 21ଦିନିଆ ଲକ୍ ଡାଉନ୍ ଜାରି ହୋଇଛି । ଆସନ୍ତା କାଲି ଏହି 21 ଦିନିଆ ଲକ୍ ଡାଉନର ଅନ୍ତିମ ଦିବସ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିବା 10 ଘଟିକାରେ ଦେଶବାସୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଲକ୍ଡାଉନ୍ର ଅବଧି ବୃଦ୍ଧି ନେଇ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଘୋଷଣା କରିବା ନେଇ ସମ୍ଭାବନା ରହିଛି। ଏପ୍ରିଲ୍ 30 ପର୍ଯ୍ୟନ୍ତ ଅବଧି ବୃଦ୍ଧି କରିବା ନେଇ ଆକଳନ କରାଯାଇଛି । ଗତ 11 ତାରିଖରେ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୈଠକ କରିଥିଲେ । ଏହି ବୈଠକରେ ପ୍ରାୟ ସମସ୍ତ ନେତା ଲକ୍ ଡାଉନ୍ ଅବଧି ବୃଦ୍ଧି ନେଇ ପ୍ରସ୍ତାବ ରଖିଥିଲେ । ତେବେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଏହା ସମ୍ପର୍କରେ ଜଣାପଡିବ । ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ…
ଭୁବନେଶ୍ବର : ସାରା ଓଡ଼ିଶାରେ ଅସହ୍ୟ ଗରମ । ଆଜି ପଣା ସଂକ୍ରାନ୍ତି ଥିବାବେଳେ ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହୋଇଥିଲା । ଭୁବନେଶ୍ବର, ଟିଟିଲାଗଡ ସର୍ବାଧିକ ଉତ୍ତପ୍ତ ସହର ଭାବେ ଉଭା ହୋଇଛି । ଆଜି ଭୁବନେଶ୍ବର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି । ଆଜି ଟିଟିଲାଗଡ ସହ ଭୁବନେଶ୍ବର 41.5 ଡିଗ୍ରୀ ସେଲସିୟସ୍ ରହିଥିଲା। ଆଜି ରାଜ୍ୟର 12ଟି ସହରର ତାପମାତ୍ରା 40 ଡିଗ୍ରୀ ଛୁଇଁଛି। ସେଗୁଡିକ ହେଲା ଭୁବନେଶ୍ବର – 41.5 ତାଳଚେର – 41.5 ଚନ୍ଦବାଲି- 40.2 କଟକ- 40.2 ବାରିପଦା – 41 ତାଳଚେର – 40.5 ବଲାଙ୍ଗିର – 41.2 ମାଲକାନଗିରି – 40.2 ବୌଦ୍ଧ – 40. 5 ପାରଳାଖେମୁଣ୍ଡି – 40 ନୟାଗଡ – 40
ମୁମ୍ବାଇ : ମୁମ୍ବାଇର ଏକ ହସ୍ପିଟାଲ୍ର 25 ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି। ଏହି ସମସ୍ତଙ୍କୁ ହସ୍ପିଟାଲରେ ଆଇସିୟୁରେ ରଖାଯାଇଛି । ତେବେ ସମସ୍ତଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ଏହି ସମସ୍ତ କର୍ମଚାରୀ ନିକଟରେ ଜଣେ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟରେ ଆସିଥିଲେ। ଏହି କର୍ମଚାରୀଙ୍କ ମଧ୍ୟରୁ ଯେଉଁମାନେ ହାଇ ରିସ୍କ୍ କଣ୍ଟାକ୍ଟସ୍ରେ ଆସିଛନ୍ତି ସେମାନଙ୍କୁ ହସ୍ପିଟାଲ୍ରେ କ୍ବାରେଣ୍ଟିନ୍ରେ ରଖାଯାଇଛି । ସେହିପରି ଲୋ – ରିସ୍କ କଣ୍ଟାକ୍ଟସ୍ ଆସିଥିବା କର୍ମଚାରୀଙ୍କୁ ହୋମ କ୍ବାରେଣ୍ଟିନ୍ରେ ରଖାଯାଇଛି । ଦେଶରେ ସବୁଠୁ ଅଧିକ କରୋନା ମାମଲା ମହାରାଷ୍ଟ୍ରର ହିଁ ଆସିଛି । ମହାରାଷ୍ଟ୍ରରେ 1985 ଜଣ କରୋନା ସଂକ୍ରମିତ ରହିଥିବାବେଳେ 149ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 324ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 9352ରେ ପହଞ୍ଚିଛି । (ଏଜେନ୍ସି)
ନୂଆଦିଲ୍ଲୀ : କରୋନା ଏବେ ମାନବ ସମାଜ ପାଇଁ ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି । ବିଶ୍ବର 210ଟି ଦେଶ ଏହ କରୋନା କବଳରେ କବଳିତ । ଭାରତରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିବାବେଳେ ମୃତ୍ୟୁ ହାର ମଧ୍ୟ ବଢିବାରେ ଲାଗିଛି । ଆଜି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ଏକ ପ୍ରେସ୍ ମିଟ୍ରେ ଆଇସିଏମ୍ଆର୍ ନିର୍ଦ୍ଦେଶକ ରମଣ ଗଙ୍ଗାଖେଡକର ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । କରୋନା ମୁକାବିଲା ପାଇଁ ’ରେମ୍ଡେସିଭିର୍’ କାର୍ଯ୍ୟ କରିପାରେ ବୋଲି କହିଛନ୍ତି । ରେମ୍ଡେସିଭିର୍ ଟାବ୍ଲେଟ୍ ଇବୋଲା ରୋଗୀଙ୍କୁ ଦିଆଯାଇଥିଲା । ଇବୋଲାକୁ ପ୍ରତିହତ କରିବାରେ ରେମ୍ଡେସିଭିର୍ ଭଲ ଫଳ ଦେଖାଇଥିଲା । କରୋନା ମୁକାବିଲାରେ ଲଗାଇବାକୁ ଆମେ ପରୀକ୍ଷା ନିରୀକ୍ଷା କରୁଚୁ । ପରୀକ୍ଷାରେ ଏହା କେତେକାଂଶରେ ସଫଳ ହୋଇଛି ବୋଲି କହିଛନ୍ତି ଗଙ୍ଗାଖେଡକର । ତେବେ ଏହି ରେମ୍ଡେସିଭିର୍…
ନୂଆଦିଲ୍ଲୀ: ଦେଶର ସପ୍ତମ ରାଜ୍ୟ ଭାବେ ତାମିଲନାଡୁ ଲକଡାଉନ ଅବଧିକୁ ଏପିଲ୍ 30 ଯାଏଁ ବୃଦ୍ଧି କରିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ଲକଡାଉନ ଅବଧି ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଲକଡାଉନ ଅବଧିକୁ 30 ଏପ୍ରିଲ ଯାଏ ବୃଦ୍ଧି କରିଥିଲେ। ଏହାପରେ ପଞ୍ଜାବ, କର୍ଣ୍ଣାଟକ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ମଧ୍ୟ ଲକ୍ ଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ 1075 ଜଣ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁସଂଖ୍ୟା 11କୁ ବୃଦ୍ଧି ପାଇଛି । ଲକ୍ ଡାଉନ୍କୁ ନେଇ ଆସନ୍ତକାଲି ସକାଳ 10ଟା ସମୟରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିବେ ବୋଲି ସୂଚନା ରହିଛି । ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହିତ କରୋନା ଓ ଲକ୍ ଡାଉନ୍କୁ ନେଇ ଏକ ବୈଠକ…
ଭୁବନେଶ୍ବର : ଭୁବନେଶ୍ବରରୁ ଦୁଇଟି ଅଞ୍ଚଳରୁ ପ୍ରତ୍ୟାହାର ହେଲା କଣ୍ଟେନମେଣ୍ଟ । ସୁନ୍ଦରପଦା ଏବଂ ଯଦୁପୁରୁରୁ କଣ୍ଟେନେମେଣ୍ଟ ଜୋନ୍ ପ୍ରତ୍ୟାହାର କରାଗଲା । ପ୍ରତ୍ୟାହାର ନେଇ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ଚାରି ରାଉଣ୍ଡ୍ ଘରକୁ ଘର ସର୍ଭେ ହୋଇଥିଲା । ଲକ୍ଷଣ ଥିବା ବ୍ୟକ୍ତିଙ୍କ ସାମ୍ପଲ୍ ଟେଷ୍ଟ ପାଇଁ ପଠାଯାଇଥିଲା । ଟେଷ୍ଟ ରିପୋର୍ଟ ଆଧାରରେ କଣ୍ଟେନମେଣ୍ଟ ପ୍ରତ୍ୟାହାର ହୋଇଛି । ତେବେ ଆଗାମୀ 7 ଦିନ ପର୍ଯ୍ୟନ୍ତ ପୁଣି ଘରକୁ ଘର ସର୍ଭେ କରାଯିବ ବୋଲି କହିଛନ୍ତି ବିଏମ୍ସି କମିଶନର ।
ହାଇଦ୍ରାବାଦ : ନିଜ ଝିଅକୁ ବିଷ ଦେଇ ହତ୍ୟା କରିବା ପରେ ଦୁଇ ମହିଳା ଆତ୍ମହତ୍ୟା କରିଛନ୍ତି । ପାରିବାରିକ କଳହ କାରଣରୁ ଅନୁଷା ଏବଂ ସୁମତି ନାମକ ଦୁଇ ମହିଳା ଅନୁଷାଙ୍କ 5 ବର୍ଷୀୟ ଝିଅକୁ ବିଷ ଦେଇ ହତ୍ୟା କରିବା ପରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେଲେଙ୍ଗାନାର ମେଦଚାଲ ଅଞ୍ଚଳରେ ଏହି ଘଟଣା ଘଟିଥିବା ନେଇ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ରାସନ୍ ଦୋକାନରୁ ମିଳିଥିବା ଚାଉଳକୁ ନେଇ ଉଭୟ ମହିଳାଙ୍କ ପରିବାରରେ ଝଗଡା ହୋଇଥିଲା । ଏହାପରେ ଉଭୟଙ୍କ ସ୍ବାମୀଙ୍କୁ ଜଓ୍ବାହାର ନଗର ଚର୍ଚ୍ଚକୁ ନିଆଯାଇଥିଲା । ପୋଲିସ୍ ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । (ଏଜେନ୍ସି)
ନୂଆଦିଲ୍ଲୀ : କରୋନା ଅପଡେଟ୍ ନେଇ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ କରୋନାରେ 35ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 141 ଜଣ ସୁସ୍ଥ ହୋଇ ଡିସ୍ଚାର୍ଜ ହୋଇଛନ୍ତି । ଗତକାଲି ଗୋଟିଏ ଦିନରେ ମୋଟ 797ଟି ପଜିଟିଭି ଚିହ୍ନଟ ହୋଇଥିଲା । ଏଯାଏଁ ଦେଶରେ 9152ଟି ପଜିଟିଭ୍ ଚିହ୍ନଟ ହୋଇଥିବାବେଳେଳ 308 ଜଣ ମୃତବରଣ କରିଛନ୍ତି । ସେହିପରି ସୁସ୍ଥ ହୋଇଛନ୍ତି 857ଜଣ । ଦେଶର କିଛି ଜିଲ୍ଲାରେ କରୋନା ସଂକ୍ରମଣ ପ୍ରସାରକୁ ନିୟନ୍ତ୍ରିତ କରାଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି । ଦେଶର ପ୍ରାୟ 15ଟି ରାଜ୍ୟର 25ଟି ଜିଲ୍ଲାରେ ଏଭଳି 14 ଦିନ ହେଲା କୌଣସି ନୂଆ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିପରି ଆଇସିଏମ୍ଆରର ଅଧିକାର କହିଛନ୍ତି ଯେ, କରୋନା ଭାଇରସ ସଂକ୍ରମଣ ପାଇଁ ଏପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆକ୍ରାନ୍ତ ଜଣକ ହେଉଛନ୍ତି ବମିଖାଲର ଜନୈକ 35 ବର୍ଷୀୟ ଯୁବକ। ଏହି ଯୁବକ ଜଣକ ପୂର୍ବରୁ ବମିଖାଲରୁ ଚିହ୍ନଟ ହୋଇଥିବା 4 ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏହି 55ନମ୍ବର ଆକ୍ରାନ୍ତ ଯୁବକଙ୍କୁ କିମ୍ସର କୋଭିଡ଼-19 ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଆକ୍ରାନ୍ତ ଜଣକ ବମିଖାଲର ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାର ସୂଚନା ରହିଛି । ସେ ଚାରିଜଣ କୋଭିଡ୍ ପଜିଟିଭି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ସେ 7, 8, 22 ଓ 39 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ରହିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ କରୋନା ପଜିଟିଭ୍ 42କୁ ବୃଦ୍ଧି ହୋଇଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 55ରେ ପହଞ୍ଚିଛି।ଏହା ମଧ୍ୟରୁ 13 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ପ୍ରାଣହାନି ଘଟିଛି।…
ନୂଆଦିଲ୍ଲୀ: ଭୟାନକ କରୋନା ସାରା ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି। 210ଟି ଦେଶରେ କରୋନା ବ୍ୟାପିଥିବାବେଳେ କରୋନା ଯୋଗୁଁ ବିଶ୍ବରେ ଏପର୍ଯ୍ୟନ୍ତ 18 ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହେଲେଣି। ସେହିପରି 1 ଲକ୍ଷ 14 ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ତେବେ ଦକ୍ଷିଣ ଏସିଆ ଦେଶଗୁଡିକୁ ଲକ୍ଷ୍ୟ କଲେ ସର୍ବାଧିକ ମୃତ୍ୟୁ କେବଳ ଭାରତରେ ହିଁ ହୋଇଛି। ସେହିପରି ଭାରତର ପଡୋଶୀ ଦେଶ ପାକିସ୍ତାନରେ କରୋନା ଜନିତ ମୃତ୍ୟୁରେ ଦ୍ବିତୀୟ ସ୍ଥାନରେ ରହିଛି। ଭାରତରରେ କରୋନା ସଂକ୍ରମିତଙ୍କ ସଂଖ୍ୟା 9 ହଜାର 152 ରହିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ଏପର୍ଯ୍ୟନ୍ତ 300ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁହୋଇଛି । ସେହିପରି ପାକିସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା 5000ରୁ ଉର୍ଦ୍ଧ୍ବ ରହିଥିବାବେଳେ 93 ଜଣଙ୍କର ମୃତ୍ୟୁ ହୋଇଛି। ଯାହା ଭାରତରକୁ ଅପେକ୍ଷାକୃତ କମ୍ ରହିଛି। ଭାରତ ପାକିସ୍ତାନ ବ୍ୟତୀତ ଆଫଗାନିସ୍ଥାନରେ 607 ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ସେଠାରେ 19…
ମୁମ୍ବାଇ: ମହାରାଷ୍ଟ୍ରର ପାଲଘରଠାରେ ଏକ ସାନିଟାଇଜର୍ ଓ ହ୍ୟାଣ୍ଡଓ୍ବାସ୍ ତିଆରି କାରଖାନାରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। ସୋମବାର ଦିନ 11ଟା 30 ମିନିଟ୍ ସମୟରେଏହି ଦୁର୍ଘଟଣା ଘଟିଥିଲା । କମ୍ପାନୀରେ ବିସ୍ଫୋରଣ ହେବା ସମୟରେ କମ୍ପାନୀରେ 66ଜଣ କାର୍ଯ୍ୟ କରୁଥିଲେ । ଘଟଣାସ୍ଥଳରେ ଅଧିକାରୀମାନେ ପହଞ୍ଚି ଯାଞ୍ଚ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ପାଲଘରର ତାରାପୁରଠାରେ ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ସୋମବାର ଦିନ ବିସ୍ଫୋରଣ ହୋଇଛି । ଏହି କାରଖାନାରେ ସାନିଟାଇଜର୍ ଓ ହ୍ୟାଣ୍ଡଓ୍ବାଶ୍ ପାଇଁ କଞ୍ଚା ମାଲ ପ୍ରସ୍ତୁତି ହେଉଥିଲା । ଅଚାନକ ଏହି କାରଖାନାରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ତେବେ ନିଆଁ କିପରି ଲାଗିଲା ତାହା ଜଣାପଡିନାହିଁ । ସମଗ୍ର ଭାରତବର୍ଷ ଏବେ କରୋନା କବଳରେ । କରୋନା କାୟା ଯୋଗୁଁ ଦେଶରେ ସାନିଟାଇଜର୍ ଓ ହ୍ୟାଣ୍ଡଓ୍ବାସ୍ର ଡିମାଣ୍ଡ ବେଶ୍ ପରିଲକ୍ଷିତ…
ମୁମ୍ବାଇ : ଦେଶବ୍ୟାପୀ ଲକ୍ଡାଉନ୍ ଲାଗି ରହିଥିବା ବେଳେ ବିଭିନ୍ନ ସେଲିବ୍ରିଟିଙ୍କ ଲକ୍ଡାଉନ୍ କାର୍ଯ୍ୟକଳାପକୁ ଫ୍ୟାନ୍ ମାନେ ଚାତକ ପରି ଚାହିଁ ରହୁଛନ୍ତି । ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରମୁଖ ସଦସ୍ୟ ତଥା ଓପ୍ନର ସ୍ମୃତି ମାନ୍ଧନା ନିଜର ଲକ୍ଡାଉନ୍ ଡାଏରୀ ସେୟାର କରିଛନ୍ତି । ବିସିସିଆଇ ପକ୍ଷରୁ 1.38 ମିନିଟ୍ର ଏକ ଭିଡିଓ ଜାରି କରାଯାଇଛି । ଏହି ଭିଡିଓରେ ଲକ୍ଡାଉନ୍ ସମୟରେ ନିଜର କାର୍ଯ୍ୟକଳାପ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଶୋଇବାକୁ ଭଲ ପାଉଥିବା ନେଇ ପୂର୍ବରୁ ବିଭିନ୍ନ ସାକ୍ଷାତକାରରେ କହୁଥିବା ମାନ୍ଧନା ଲକ୍ଡାଉନ୍ ସମୟରେ ଦୈନିକ 10 ଘଣ୍ଟା ଶୋଉଛନ୍ତି । ଏହା ସହିତ ଅନ୍ଲାଇନ୍ ଲୁଡୋ ଖେଳିବା ସହିତ ଫିଲ୍ମ ଦେଖିବାରେ ନିଜର ସମୟ ଅତିବାହିତ କରୁଛନ୍ତି ବୋଲି ମାନ୍ଧନା ପ୍ରକାଶ କରିଛନ୍ତି । ପରିବାର ସହିତ ସମୟ ବିତାଇବା ସହିତ କିଛି ଶାରୀରିକ ପରିଶ୍ରମ ମଧ୍ୟ କରୁଥିବା ନଇ ମାନ୍ଧନା ସୂଚନା ଦେଇଥିଲେ…
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବଦାଉଁରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି। ଜଣେ ବ୍ୟକ୍ତିଙ୍କ ପାଇଁ ୧୪ ଟି ଗାଁକୁ କ୍ବାରାଣ୍ଟାଇନ୍ରେ ରଖାଯାଇଛି। ଆନ୍ଧ୍ରପ୍ରଦେଶରୁ ଆସିଥିବା ଜଣେ ବ୍ୟକ୍ତି ଭବାନୀପୁର ଖାଲି ଅଞ୍ଚଳର ଏକ ମସ୍ଜିଦ୍ରେ ଅବସ୍ଥାନ କରୁଥିଲେ। ଉକ୍ତ ବ୍ୟକ୍ତି ଜଣକ ଗତ ମାସରେ ନିଜାମୁଦ୍ଦିନ୍ ତବଲିଗରେ ଯୋଗ ଦେଇଥିଲେ। ଗତ ଶନିବାର ଦିନ ଉକ୍ତ ବ୍ୟକ୍ତି ଜଣକ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଥିଲେ। ଏହି ଘଟଣା ପରେ ଉକ୍ତ ବ୍ୟକ୍ତି ଜଣକ ଭ୍ରମଣ କରିଥିବା ୩ କିମି ପରିଧି ଅଞ୍ଚଳକୁ କ୍ବାରେଣ୍ଟାଇନ୍ କରାଯାଇଥିଲା। ଉକ୍ତ ପରିସୀମା ମଧ୍ୟରେ ଆସୁଥିବା ୧୪ ଟି ଗ୍ରାମକୁ କ୍ବାରେଣ୍ଟାଇନ୍ରେ ରଖିବା ପାଇଁ ଜିଲ୍ଲାପାଳ କୁମାର ପ୍ରଶାନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ୧୪ ଟି ଗ୍ରାମକୁ ଜରୁରୀ କାଳୀନ ସାମଗ୍ରୀ ପଠାଯିବା ସହିତ ପରୀକ୍ଷଣ ମଧ୍ୟ କରାଯାଉଛି। (ଏଜେନ୍ସି)
ନୂଆଦିଲ୍ଲୀ, ଲକଡାଉନ ଯୋଗୁଁ ଦୀର୍ଘଦିନ ଧରି ବନ୍ଦ ଥିବା ଶାସ୍ତ୍ରୀ ଭବନ ଏବେ ଖୋଲାଯାଇଛି। ତେବେ ଗାଡିଗୁଡିକ ସେ ଭିତରକୁ ଯିବା ପୂର୍ବରୁ ଚେକିଂ ସହିତ ସାନିଟାଇଜେସନ କରାଯାଉଛି।
ନୂଆଦିଲ୍ଲୀ, ସମସ୍ତ କେନ୍ଦ୍ରମନ୍ତ୍ରୀ ନିଜ କାର୍ଯ୍ୟରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ କରିବା ପରେ ନିଜ କାର୍ଯ୍ୟରେ ଯୋଗଦେଇଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର। ଲକଡାଉନ ପାଇଁ ସମସ୍ତ କାର୍ଯ୍ୟାଳୟ ବନ୍ଦ ରଖାଯାଇଥିଲା।
ନୂଆଦିଲ୍ଲୀ: ଆସନ୍ତା କାଲି ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋମବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି। ଆସନ୍ତାକାଲି ଲକ୍ଡାଉନ୍ର ଅନ୍ତିମ ଦିବସ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବାକୁ ଯାଉଛନ୍ତି। ମଙ୍ଗଳବାର ସକାଳ ୧୦ଟା ସମୟରେ ମୋଦି ଦେଶକୁ ସମ୍ବୋଧିତ କରିବେ। ଏହି ଘୋଷଣାରେ ମୋଦି ଲକ୍ଡାଉନ୍ ଅବଧି ବୃଦ୍ଧି କରିବାର ଅନୁମାନ କରାଯାଉଛି। ପୂର୍ବରୁ ଦେଶର ୫ଟି ରାଜ୍ୟରେ ଲକ୍ଡାଉନ୍ ଅବଧି ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛି। (ଏଜେନ୍ସି)