Author: Samikhsya Bureau

ନୂଆଦିଲ୍ଲୀ: ଆଜି ହେଉଛି ଗୁଡ ଫ୍ରାଇ ଡେ। ଏହି ଦିନ ଖ୍ରୀଷ୍ଟିୟାନ ଧର୍ମର ଲୋକଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଦିବସ। ହେଲେ ସାରା ଦେଶରେ ଲକଡାଉନ ପାଇଁ ଏହି ପବିତ୍ର ଦିବସ ଯେପରି ପାଳନ କରାଯିବା କଥା ତାହା ହୋଇପାରି ନାହିଁ। ବିଭିନ୍ନ ଚର୍ଚ୍ଚରେ ଲୋକମାନେ ନ ଆସିବା ପାଇଁ ସେହି ଧର୍ମ ଅନୁଷ୍ଠାନ ତରଫରୁ ମନା କରାଯାଇଛି। ଏହି ସମୟରେ ସମସ୍ତେ ଏକତ୍ର ହୋଇ ପ୍ରାର୍ଥନା କରୁଥିବାରୁ ତାହାକୁ ବାରଣ କରାଯାଇଛି। ନୂଆଦିଲ୍ଲୀରେ ଥିବା କେତେକ ଚର୍ଚ୍ଚର କର୍ତ୍ତୁପକ୍ଷ ପୂର୍ବରୁ ଲୋକଙ୍କୁ ଆସିବା ପାଇଁ ମନା କରିଦେଇଛନ୍ତି। ତଥାପି କେତେକ ଚର୍ଚ୍ଚର ମୁଖ୍ୟ ଦ୍ବାରରେ ସାଇନ ବୋର୍ଡ ଲଗାଯାଇ ଭିତରକୁ ନ ଯିବା ପାଇଁ ନିର୍ଦ୍ଦେଶ କରାଯାଇଛି। ଅନେକ ଚର୍ଚ୍ଚର ମୁଖ୍ୟ ଫାଟକରେ ତାଲା ଲଗାଇ ଦିଆଯାଇଥିବାର ମଧ୍ୟ ପରିଲକ୍ଷିତ ହୋଇଛି। ତେବେ ଲୋକମାନେ ଚର୍ଚ୍ଚକୁ ନ ଆସି ମଧ୍ୟ ଟେଲିଭିଜନରେ ଲାଇଭ ଟେଲିକାଷ୍ଟ ଦେଖି ଘରେ ପ୍ରାର୍ଥନା କରିଥିବାର…

Read More

ଇନ୍ଦୋର: ଦେଶରେ କରେନା ସଂକ୍ରମଣ ବେଶ୍‌ ଦ୍ରୁତ ଗତିରେ ମାଡ଼ିଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି। ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ କରୋନା ସଂକ୍ରମିତରେ ଆଉ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। କରୋନା ଯୋଗୁଁ ଦେଶରେ ଓମ ପ୍ରକାଶ ଚୌହାନ ନାମକ ଦ୍ଵିତୀୟ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଡାକ୍ତର ଓମଙ୍କ ବୟସ ୬୫ ବର୍ଷ ଥିଲା ବୋଲି ଖବର ମିଳିଛି। ସେହିପରି ଗତକାଲି ଇନ୍ଦୋରରେ ୬୫ ବର୍ଷୀୟ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା। ଇନ୍ଦୋରରେ କରୋନା ଦ୍ରୁତ ଗତିରେ ବଢି ଚାଲିଥିବାବେଳେ ସରକାରଙ୍କ ତରଫରୁ ଏହାର ମୁକାବିଲା ପାଇଁ ବହୁ ପଦକ୍ଷେପ ନିଆଯାଉଛି। ମଧ୍ୟପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୯ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୪୧୨ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୧୯୯ରେ ପହଞ୍ଚିଛି।(ଏଜେନ୍ସି)

Read More

ଭୁବନେଶ୍ବର: ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି ହୋଇଛି। ଜାରି ହୋଇଥିବା ଏହି ଯାତ୍ରା ବିବରଣୀରେ ରାଜ୍ୟର ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଶିଶୁ ରହିଥିବାର ସୂଚନା ମିଳିଛି। ଆଜି ରାଜ୍ୟ ସରକାର କରୋନା ସଂକ୍ରମିତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ପ୍ରଦାନ କରିଛନ୍ତି। ଏଥରୁ କରୋନା ସଂକ୍ରମିତ ମଧ୍ୟରେ ୯ ଓ ୫ ବର୍ଷର ଦୁଇ ଶିଶୁ କନ୍ୟା ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡିଛି। ଏହି ଦୁଇ ଶିଶୁ ଝାରପଡାର ୪୨ ନମ୍ବର କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କୀୟ ବୋଲି ଜଣାପଡିଛନ୍ତି। ଏହି ଦୁଇଶିଶୁଙ୍କ ସମେତ ଜଣେ ୩୭ ବର୍ଷୀୟା ମହିଳା ମଧ୍ୟ ସଂକ୍ରମିତ ହୋଇଥିବାର ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରିଛନ୍ତି। ଭୁବନେଶ୍ବରର ୪୬, ୪୭ ଓ ୪୮ ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ମଧ୍ୟ ଜାରି କରାଯାଇଛି। ଏହି ଆକ୍ରାନ୍ତମାନେ ୨୨ ମାର୍ଚ୍ଚରୁ ଏପ୍ରିଲ୍‌ ତିନି ତାରିଖ ପର୍ଯ୍ୟନ୍ତ ଘରେ…

Read More

ନୂଆଦିଲ୍ଲୀ, ଗ୍ରେଟର ନୋଇଡାରେ କୋଭିଡ19 ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ସଫେଇ କାମ। ମଶା ଘଉଡାଇବା ଧୂଆ ପ୍ରଦାନ ଯନ୍ତ୍ର ସାହାଯ୍ୟରେ ଚାଲିଛି ସାନିଟାଇଜେସନ।

Read More

ନୂଆଦିଲ୍ଲୀ : ଆଜି କରୋନା ଅପଡେଟ୍‌ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । 24 ଘଣ୍ଟାରେ 678ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ 33ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ ମୃତ୍ୟୁ ସଂଖ୍ୟା 199କୁ ବୃଦ୍ଧି ପାଇଛି । 503ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଛନ୍ତି । ସେହିପରି କରୋନା ମୁକାବିଲା ପାଇଁ ସବୁ ରାଜ୍ୟ ପାଇଁ 15 ହଜାର କୋଟିର ପ୍ୟାକେଜ୍‌ ସ୍ଥିର ହୋଇଛି । କାଲି ଗୋଟିଏ ଦିନରେ 16 ହଜାର 2ଜଣଙ୍କର କରୋନା ଟେଷ୍ଟ ହୋଇଛି । ଏହି ଟେଷ୍ଟରୁ ମାତ୍ର 0.2% ନମୁନା ପଜିଟିଭ୍‌ ବାହାରିଥିଲା । ଅର୍ଥାତ୍‌ 16 ହଜାର ଟେଷ୍ଟ୍‌ରୁ 320 ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲା । ଏଯାବତ୍‌ 1 ଲକ୍ଷ 44 ହଜାର 910ଟି କରୋନା ପରୀକ୍ଷା ହୋଇଛି । ସେହିପରି 146ଟି ସରକାରୀ ଓ 67 ଘରୋଇ ଲ୍ୟାବ୍‌ରେ ଟେଷ୍ଟିଂ ସୁବିଧା ରହିଛି…

Read More

ଲୁଧିଆାନା :  ଚୋରକୁ ଧରିବାକୁ ଯାଇ ବିଚାରପତି, ପୋଲିସ୍‌ କର୍ମୀମାନେ ହୋମ୍‌ କ୍ବାରେଣ୍ଟାଇନ୍‌ ରହିଛନ୍ତି । ପଞ୍ଜାବର ରାଜଧାନୀ ଲୁଧିଆନାର ଏକ ଚୋର ଦେହରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପଞ୍ଜାବ ପୁଲିସ୍‌ର ସାତ ଜଣ ଯବାନ ଓ ଜଣେ ବିଚାରପତିଙ୍କ ସମେତ 10 ଜଣଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ମିଳିଥିବା ସୂଚନା ଅନୁସାରେ ଫୋକଲ୍‌ ପଏଣ୍ଟର କିଛି ଅଧିବାସୀ ଦୁଇ ଚୋରଙ୍କୁ ଧରି ପୋଲିସର ଜିମା ଦେଇଥିଲେ । ଚୋରଦ୍ବୟଙ୍କୁ ଗିରଫ କରାଯିବା ପରେ ତାଙ୍କୁ ଅଦାଲତକୁ ନିଆଯାଇଥିଲା । ଦୁଇ ଚୋର ଯାକ ଲଗାତାର ଭାବରେ କାଶୁ ଥିବାରୁ ଅଦାଲତ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଆଦେଶ ଦେଇଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଦୁଇ ଚୋରଙ୍କ ମଧ୍ୟରୁ ଜଣେ ଫେରାର୍‌ ହୋଇଯାଇଥିବାବେଳେ ଆଉ ଜଣେ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଥିଲା । ଏହାପରେ ସମ୍ପୃକ୍ତ ପୋଲିସ୍‌ ଅଧିକାରୀ ଓ ବିଚାରପତିଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି ।…

Read More

ଭୁବନେଶ୍ବର: କରୋନା ଯୋଗୁଁ ସାରା ରାଜ୍ୟରେ ଲକ୍‌ ଡାଉନ୍‌। ଦୋକାନ, ବଜାର ବନ୍ଦ। କଳକାରଖାନା ବି ବନ୍ଦ। ସାରା ଦେଶର ଅର୍ଥନୀତି ଆଜି ଦୋହଲି ଯାଇଛି। ଦେଶ ତଥା ରାଜ୍ୟର ଏପରି ପରିସ୍ଥିତିକୁ ଦେଖି ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ଘରୋଇ ବିଦ୍ୟାଳୟର ଫି କମାଇବା ବା ସ୍ଥଗିତ ରଖିବା ପାଇଁ ରାଜ୍ୟର ସମସ୍ତ ଘରୋଇ ସ୍କୁଲକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଟ୍ୱିଟ୍‌ ଯୋଗେ ଏହା ସମ୍ପର୍କରେ କୁହାଯାଇଛି। କରୋନା ଯୋଗୁ ବହୁ  ଅଭିଭାବକଙ୍କ ଆୟ ଉପରେ ପ୍ରଭାବ ପଡିଛି। ତେଣୁ ସ୍କୁଲ ଫିକୁ ହ୍ରାସ କଲେ ଅଭିଭାବକଙ୍କ ଉପରେ ବୋଝ ପଡିବନି ବୋଲି ସିଏମ୍‌ଓଙ୍କ କାର୍ଯ୍ୟାଳୟ ତରଫରୁ ପରାମର୍ଶ ଦିଆଯାଇଛି। ବିପତ୍ତିବେଳେ ସହାନଭୂତିଶୀଳ ହୋଇ ଫି କମାଇବା କିମ୍ବା ବିଳମ୍ବରେ ନେବାକୁ  ସିଏମଓ ପକ୍ଷରୁ କୁହାଯାଇଛି। ସୂଚନାଥାଉ କି, କରୋନା ପାଇଁ କେନ୍ଦ୍ର ସରକାର 21ଦିନିଆ ଲକ୍‌ଡାଉନ ଘୋଷଣା କରିଥିଲେ। ଏହା ଏପ୍ରିଲ୍‌ 14ରେ ଶେଷ ହେଉଥିବାବେଳେ…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ତଥା କୁଜଙ୍ଗ ଥାନା ଅର୍ନ୍ତଗତ ବାଲିତୁଠ ଅଞ୍ଚଳର ଦୀପୁ ମହାନ୍ତିକୁ ଗତକାଲି ଏରସମା ବିଡ଼ିଓ କୈଳାସ ଚନ୍ଦ୍ର ବେହେରାଙ୍କ ଅଭିଯୋଗ ଆଧାରରେ କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଅଭିଯୁକ୍ତ ଦୀପୁକୁ ଗିରଫ କରି ଆଜି  କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି। ମିଳିଥିବା ସୂଚନା ଅନୁସାରେ ବାଲିତୁଠ ଗ୍ରାମର ଦୀପୁ ମହାନ୍ତି ମିଥ୍ୟା ପ୍ରଚାର କରିବା ସହିତ ସାମାଜିକ ଗଣମାଧ୍ୟମରେ କରୋନାକୁ ନେଇ ଗୁଜବ ପ୍ରଚାର କରିଥିଲେ। କେବଳ ମିଥ୍ୟା ତଥା ଗୁଜବ ପ୍ରଚାର ନୁହେଁ ନିଜକୁ ଜଣେ ସାମ୍ବାଦିକର ପରିଚୟ ଦେଇ ଲୋକଙ୍କୁ ଠକିବା ସହ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ରହିଛି । ଦୀପୁ ସାହୁଙ୍କ ନାମରେ ଏପରି ବହୁଗୁଡିଏ ଅଭିଯୋଗ ଆସିବା ଫଳରେ ମଣ୍ଡଳ ଉନ୍ନୟନ ଅଧିକାରୀ କୈଳାଶ ଚନ୍ଦ୍ର ବେହେରା ତାଙ୍କ ନାମରେ ଏରସମା ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ…

Read More

କଟକ: ଲକ୍‌ ଡାଉନ୍‌ ବେଳେ ଗାଡି ଜବତ ସମ୍ପର୍କିତ ରାୟରେ ହାଇକୋର୍ଟ ସଂଶୋଧନ କରିଛନ୍ତି। ଗତକାଲିର ନିର୍ଦ୍ଦେଶ ଉପରେ ସାନି ନିର୍ଦ୍ଦେଶ ଜାରି କରିଛନ୍ତି ହାଇକୋର୍ଟ। କେବଳ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କର୍ମକ୍ଷେତ୍ରକୁ ବାଇକ୍‌ ନେଇ ଯାଇପାରିବେ। ସେହିପରି ତିନିଥର ଅଣ୍ଡରଟେକିଂ ଦେଇ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଗାଡି ନେଇପାରିବେ। ଗାଡି ଚଳାଚଳ ଉପରେ ଜାରି ରହିଥିବା ନିଷେଧାଦେଶକୁ ସମ୍ପୂର୍ଣ୍ଣ ହଟାଯାଇନି ବୋଲି କହିଛନ୍ତି ହାଇକୋର୍ଟ। ସେହିପରି ଅନ୍ୟମାନଙ୍କ ଉପରେ ପୂର୍ବଭଳି ଲକ୍‌ ଡାଉନ ନିର୍ଦ୍ଦେଶ ଜାରି ରହିବ।

Read More

ଦେବାଶିଷ ପାଢୀ ଯାଜପୁର: ବରୀ ଥାନା ଅଧୀନ କାଇପଡା ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାହକ ସେବା କେନ୍ଦ୍ରରୁ ଗତକାଲି ବିଳମ୍ବିତ ରାତିରେ କେହି ଦୃର୍ବୃତ୍ତ ଟଙ୍କା ଲୁଟି ନେବା ସହ ଉକ୍ତ କେନ୍ଦ୍ରରେ ନିଆଁ ଲଗାଇ ଦେଇଥିବା ବରୀ ଥାନାରେ ଅଭିଯୋଗ ହୋଇଛି। କଳାମାଟିଆ ପଞ୍ଚାୟତ କାଇପଡା ଷ୍ଟେଟ୍ ବ୍ୟାଙ୍କ୍ ସମ୍ମୁଖରେ କିଶୋର ସାହୁଙ୍କ ପତ୍ନୀ ରଶ୍ମିତା ସାହୁ ଏକ ଗ୍ରାହକ ସେବା କେନ୍ଦ୍ରରେ ଲୋକଙ୍କୁ ବ୍ୟାଙ୍କ ସେବା ପ୍ରଦାନ କରୁଥିଲେ। ଗତକାଲି ରାତିରେ କେହି ଦୁର୍ବୃତ୍ତ କେନ୍ଦ୍ରର ସ୍କାଇଲାଇଟ ଭାଙ୍ଗି ପଶିବା ସହ କିଛି ଲୁଟ କରିଛନ୍ତି। ଦୁର୍ବୃତ୍ତମାନେ ଟଙ୍କା ଲୁଟିବା ସହିତ  ୪ଟି କମ୍ପ୍ୟୁଟର, ସିସିଟିଭି କ୍ୟାମେରା, ଜେରକ୍ସ ପ୍ରିଣ୍ଟର ମେସିନ୍‌କୁ ନିଆଁ ଲଗାଇ ପୋଡି ଦେଇଛନ୍ତି। ଗ୍ରାହକ ସେବା କେନ୍ଦ୍ରରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକମାନେ ରଶ୍ମିତାଙ୍କୁ ଖବର ଦେଇଥିଲେ। ପରେ ବରୀ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଅଗ୍ନିସେବା ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ…

Read More

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ନରେନ୍ଦ୍ର ମୋଦି ସବୁଠୁ ଲୋକପ୍ରିୟ ବ୍ୟକ୍ତିତ୍ବ ଭାବେ ଜଣାଶୁଣା। ଦେଶର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ବ ନୁହଁନ୍ତି ବରଂ ଭାରତ ବ୍ୟତୀତ ଅନ୍ୟାନ୍ୟ ଦେଶରେ ମଧ୍ୟ ନିଜ ବ୍ୟକ୍ତିତ୍ବର ପରାକାଷ୍ଠା ଦେଖାଇଛନ୍ତି। ସାମାଜିକ ଗଣମାଧ୍ୟମରେ ବେଶ୍‌ ସକ୍ରିୟ ଥିବା ନରେନ୍ଦ୍ର ମୋଦିଙ୍କ ଟୁଇଟ୍‌ରରେ ୫୫.୨ ମିଲିଅନ ଫଲୋଅର୍ସ ରହିଛନ୍ତି। ତେବେ ମୋଦିଙ୍କୁ ଏବେ ଫଲୋ କରୁଛି ଜଣେ ପ୍ରତିଷ୍ଠିତ ସଂସ୍ଥାନ। ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହ୍ବାଇଟ୍‌ ହାଉସ୍‌ ଟୁଇଟ୍‌ର ହ୍ୟାଣ୍ଡେଲ୍‌ ଫଲୋ କରିଛି। ଦୁନିଆର ପ୍ରଥମ ନେତା ଭାବେ ନରେନ୍ଦ୍ର ମୋଦିଙ୍କୁ ହ୍ବାଇଟ୍‌ ହାଉସ୍‌ ଫଲୋ କରିଥିବାର ସୂଚନା ରହିଛି। ହ୍ବାଇଟ୍‌ ହାଉସ୍‌ ଟୁଇଟର ହ୍ୟାଣ୍ଡେଲ୍‌ ଦୁନିଆରେ ଅନ୍ୟ କୌଣସି ନେତାଙ୍କୁ ଫଲୋ କରେ ନାହିଁ। ଏପର୍ଯ୍ୟନ୍ତ ହ୍ବାଇଟ୍‌ ହାଉସ୍‌ ମୋଟ ୧୯ ଟି ଟୁଇଟର୍‌ ଆକାଉଣ୍ଟକୁ ଫଲୋ କରୁଛି। ଏଥିରେ ୧୬ ଜଣ ଆମେରିକୀୟ ରହିଥିବାବେଳେ ତିନି ଜଣ ଭାରତୀୟ ରହିଛନ୍ତି। ହ୍ବାଇଟ୍‌ ହାଉସ୍‌…

Read More

ଭୁବନେଶ୍ବର, ତାମିଲ ପତ୍ରିକା “ଜୁନିୟର ଭିକାତନ”କୁ ନେଇ ସାରା ରାଜ୍ୟରେ ବର୍ତ୍ତମାନ ଚାଲିଛି ଚର୍ଚ୍ଚା। କାରଣ ଏହି ପତ୍ରିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରୋନା ମୁକାବିଲା ପାଇଁ ନେଇଥିବା ପଦକ୍ଷେପକୁ ବେଶ୍ ପ୍ରଶଂସା କରିଛି। ଭିତରେ ଲେଖାଥିବା ତାମିଲ ଭାଷାକୁ ଓଡିଆ ଲୋକେ ବୁଝି ପାରୁ ନ ଥିଲେ ମଧ୍ୟ ଏହାର ପ୍ରଚ୍ଛଦପଟ୍ଟକୁ ନେଇ ବେଶ୍ ଚର୍ଚ୍ଚା। କାରଣ ଏହି ପତ୍ରିକାର ପ୍ରଚ୍ଛଦ ପଟରେ ନବୀନ ଏକ ବଡ ଶଙ୍ଖ ଧରି ଫୁଙ୍କୁଛନ୍ତି। ଏପରି ଫଟୋର କଳାଚାତୁରୀ ଲୋକଙ୍କୁ ବେଶ୍ ଆକର୍ଷିତ କରିଛି। ପତ୍ରିକା ଭିତରେ ଯାହା ଉଲ୍ଲେଖ ଅଛି ସେଥିରେ ନବୀନଙ୍କୁ କରୋନା ଯୋଦ୍ଧା ଭାବେ ବର୍ଣ୍ଣନା କରାଯାଇଛି। ଭାରତକୁ ଏହି କରୋନା ଭାଇରସ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସଂପର୍କରେ ଆଲୋଚନା କରୁଥିବା ବେଳେ ନବୀନ ପଦକ୍ଷେପ ନେବା ଆରମ୍ଭ କରି ଦେଇଥିଲେ। ପ୍ରଥମ ପଦକ୍ଷେପ ସ୍ବରୂପ ନବୀନ ଓଡିଶାରେ ବିଧାନସଭା ବନ୍ଦ କରି କରୋନା…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ: ଦେଶରେ କରୋନାକୁ ମୁକାବିଲା କରିବା ପାଇଁ ଜାରି ରହିଛି ଲକ୍ ଡାଉନ୍‌। ଆମ ରାଜ୍ୟ ଓଡ଼ିଶା ମଧ୍ୟ ଦୃଢତାର ସହ ଏହି ମହାମାରୀ ସହ ଲଢେଇ ଜାରି ରଖିଛି। ଲକ୍‌ ଡାଉନ୍‌କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା  ଯୋଜନାରେ ସବୁ ହିତାଧିକାରୀଙ୍କୁ ୩ ମାସର ରାସନ ଆଗୁଆ ଦେବା ସହ ସମସ୍ତ ୯୪ ଲକ୍ଷ ପରିବାରଙ୍କୁ ରାଜ୍ୟ ସରକାର ଏକ ହଜାର ଟଙ୍କା ଲେଖାଏଁ ସହାୟତା ଦେଉଛନ୍ତି। ଏହି କ୍ରମରେ ରାଜ୍ୟର ସମସ୍ତ ପିଡିଏସ୍‌ କାର୍ଡଧାରୀଙ୍କୁ ଏକ ହଜାରଟଙ୍କା ଲେଖାଏଁ ସହାୟତା ଦିଆଯାଉଛି। ତେବେ ଏହାକୁ ନେଇ କୁଜଙ୍ଗ ବ୍ଲକ୍‌ରେ ରାଜନୀତି ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗରେଇ ପଞ୍ଚାୟତର ସମିତି ସଭ୍ୟା ସରୋଜିନି ବାରିକ୍‌  ନିଜେ ପିଡିଏସ୍‌ ଟଙ୍କା ଅର୍ଥାତ୍‌ ୧୦୦୦ ଟଙ୍କା ନିଜେ ବାଣ୍ଟୁଥିବାର ନଜୀର ଆସିଛି। ସାଧାରଣତଃ ଏହି ଟଙ୍କାକୁ ସେଠିକାର ପିଡିଏସ ଡିଲର୍‌…

Read More

ହେମାଙ୍ଗ ପ୍ରସାଦ ରାଉଳ ଗଞ୍ଜାମ: କରୋନା ମହାମାରୀର ମୁକାବିଲା କରିବା ପାଇଁ ଓଡିଶା ସରକାର ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ-୧୯ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହା ପୂର୍ବରୁ ରାଜ୍ୟରେ ୭ଟି କୋଭିଡ୍‌ ହସ୍ପିଟାଲର ଉଦ୍‌ଘାଟନ କରାଯାଇଥିଲା।  ଟାଟା ଷ୍ଟିଲ ଦେଇଥିବା ପାଣ୍ଠି ଦ୍ଵାରା ଏହାକୁ ପ୍ରସ୍ତୁତ କରାଯାଇଥିବାବେଳେ ଟାଟା ଷ୍ଟିଲ ମେଡିକା ଦ୍ବାରା ଏହି ହସ୍ପିଟାଲ ନିୟନ୍ତ୍ରିତ ହେବ। ଏହି ମେଡିକାଲଟି ଉଭୟ ଡିସିଏଚ ଏବଂ ଡି ସିଏ ସି ଭାବେ କାର୍ଯ୍ୟ କରିବ। ଏମକେସିଜି ଗଞ୍ଜାମ ପକ୍ଷରୁ ଡାକ୍ତର, ଷ୍ଟାଫ ନର୍ସ ଏବଂ ଅନ୍ୟାନ୍ୟ ସରଞ୍ଜାମ ଏହି ହସ୍ପିଟାଲକୁ ଯୋଗାଇ ଦିଆଯିବ। କୋଭିଡ-୧୯ ଗାଇଡ ଲାଇନ ଅନୁସାରେ ଏଠାରେ ଭେଣ୍ଟିଲେଟର ସହିତ ୧୫ ଟି ଆଇସିୟୁ ବେଡର ବ୍ୟବସ୍ଥା କରାଯାଇଛି। ଆସନ୍ତା ୧୦ ଦିନ ମଧ୍ୟରେ ଆଉ ୫…

Read More

ମୁମ୍ବାଇ : ମୁମ୍ବାଇର ଧାରାବୀ ବସ୍ତିରେ କରୋନା ଜନିତ ପାଞ୍ଚଟି ନୂଆ ମାମଲା ସାମ୍ନାକୁ ଆସିଛି । ଏଥିରେ ଦୁଇଜଣ ତବଲିଗ୍‌ ଜମାତ ସହ ସମ୍ପର୍କିତ ରହିଛନ୍ତି ବୋଲି ଜଣାପଡିଛି । ଏ ପର୍ଯ୍ୟନ୍ତ ଧାରାବୀରେ ସର୍ବମୋଟ ମୋଟ 22ଟି ମାମଲା ସାମ୍ନାକୁ ଆସିଛି । ଧାରାବୀ ପରି ଅଞ୍ଚଳରେ କରୋନାର ମାମଲା ଆସିବା ପରେ ଏହା ଚିନ୍ତାର ବିଷୟ ପାଲଟି ଯାଇଛି । ଏବେ ଏହି ଅଞ୍ଚଳର ସମସ୍ତଙ୍କୁ ସ୍କ୍ରିନିଂ କରିବା ପାଇଁ ମୁମ୍ବାଇ ମହାନଗର ପାଳିକା ଉଦ୍ୟମ କରୁଛି ବୋଲି ଜଣାପଡିଛି । ଦିଲ୍ଲୀର ତବଲିଗ୍‌ ଜମାତ ମରକଜର ଧାର୍ମିକ ସମ୍ମିଳନୀରେ ଯୋଗଦେଇଥିବା ବ୍ୟକ୍ତିମାନେ ଦେଶରେ ଭିନ୍ନ ଭିନ୍ନ ଅଂଶରୁ କରୋନାରେ ପଜିଟିଭି ହେବା ପରେ ଏହାକୁ ନେଇ ଏବେ ଚିନ୍ତା ବଢି ଯାଇଛି । ମୁମ୍ବାଇର ଧାରାବୀ ଅଞ୍ଚଳରୁ ନୂତନ ଭାବରେ ଚିହ୍ନଟ ହୋଇଥିବା ପାଞ୍ଚୋଟି ମାମାଲରୁ ଦୁଇଟି  ମର୍କଜରେ ସାମିଲ୍‌ ଥିଲେ ବୋଲି ଜଣାପଡିଛି ।…

Read More

ତେଲେଙ୍ଗାନା : ଚୀନ୍‌ର ବୁହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଏବେ ସାରା ବିଶ୍ବକୁ କବଳିତ କରିଛି । ଭାରତରେ ବି ଏହି କରୋନା ତା’ର ପ୍ରକୋପ ଜାରି ରଖିଛି ।ଭାରତରେ ଏହି କରୋନା ଯୋଗୁଁ 199ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଛଅ ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି । ତେଲେଙ୍ଗାନାରେ ମଧ୍ୟ ଏହି ଭାଇରସ୍‌ କବଳରୁ ବର୍ତ୍ତି ପାରିନାହିଁ । ଗୁରୁବାର ଦିନ ତେଲେଙ୍ଗାନାରେ 18ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି ।  ରାଜ୍ୟରେ 12ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଭାଇରସ୍‌କୁ ଦୃଷ୍ଟିରେ ରକି ହାଇଦ୍ରାବାଦଠାରେ ସାର୍ବଜନିକ ସ୍ଥାନରେ ଛେପ ପକାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ହାଇଦ୍ରାବାଦ ପୋଲିସ୍‌ କମିଶନର ଆଇପିଏସ୍‌ ଅଞ୍ଜନୀ କୁମାର ଏହାକୁ ନେଇ ଟୁଇଟ୍‌ କରିଛନ୍ତି । ସଂକ୍ରାମକ ବେମାରୀ କୋଭିଡ୍‌ -19କୁ ନଜରରେ ରଖି ସାର୍ବଜନିକ ସ୍ଥାନ ଉପରେ ଛେପ ପକାଇବା ପାଇଁ ପ୍ରତିବନ୍ଧକ ଲଗାଇଥିଲେ…

Read More

କେଦାର ମିଶ୍ର ଓଡିଶାର ଜଣେ ବଡ ସମ୍ପାଦକ କିଛି ଦିନ ତଳେ ଲେଖିଥିଲେ-ଖାକି ଭଗବାନ। ଅର୍ଥାତ ପୋଲିସ ହେଉଛି ଆଜିର କରୋନା କାଳରେ ଭଗବାନଙ୍କ ଅବତାର। ଆମ ଜାଣିବାରେ, ଗଣତାନ୍ତ୍ରିକ ଶାସନରେ ପ୍ରତ୍ୟେକ ଅନୁଷ୍ଠାନର ନିଜସ୍ଵ ଦାୟିତ୍ଵ ଓ କର୍ତ୍ତବ୍ୟ ରହିଛି। ପୋଲିସ ନିଜ ଦାୟିତ୍ଵ ନିର୍ବାହ କରୁଥିବା ହେତୁ ସେମାନେ ଆମର ଧନ୍ୟବାଦାର୍ହ, ହେଲେ ସେମାନେ ଭଗବାନ ବା ଧର୍ମ ହେବେ କାହିଁକି? ଗତକାଲି ଓଡିଶା ସରକାର କରୋନା ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ଲକ ଡାଉନକୁ ଏପ୍ରିଲ ୩୦ ତାରିଖ ପର୍ୟନ୍ତ ବଢାଇ ଦେଇଛନ୍ତି। ଓଡିଶା ସରକାର ଭାରତ ସରକାରଙ୍କ ଆଗରୁ ଲକ ଡାଉନ ନିଷ୍ପତ୍ତି ନେଇଥିଲେ ଓ ଏବେ ଏହାକୁ ବଢାଇବାର ନିଷ୍ପତ୍ତି ମଧ୍ୟ ଆଗୁଆ ନେଇଛନ୍ତି। ଯେହେତୁ କରୋନା ସଂକ୍ରମଣ କୁ ସୀମିତ ରଖିବା ଲାଗି ଲକ ଡାଉନ ଏକମାତ୍ର ବାଟ, ତେଣୁ ଏହାକୁ ମାନିବା ବ୍ୟତୀତ ଆମର ଅନ୍ୟ ବାଟ ନାହିଁ। ଏହାର ଅର୍ଥନୈତିକ  ପରିଣତି…

Read More

ନୂଆଦିଲ୍ଲୀ : ଚୀନ୍‌ ସହରରୁ ଆରମ୍ଭ ହୋଇଥିବା କରୋନା ଏବେ ସାରା ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚିଚାଲିଛି । ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଆଜି କରୋନା ଯୋଗୁଁ ଅଣନିଃଶ୍ବାସୀ ହୋଇପଡିଛି । ଏଠାରେ ସର୍ବାଧିକ ସାଢେ ଚାରିଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାବେଳେ ଷୋହଳ ହଜାରରୁ ଉର୍ଦ୍ଧ୍ବ ଜୀବନ ହାରିଛନ୍ତି । ଆମେରିକାର ନ୍ୟୁର୍ୟର୍କ ସହର ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି । ସାରା ବିଶ୍ବରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 16 ଲକ୍ଷ ପାର୍‌ କରିଥିବାବେଳେ 95ହଜାରରୁ ଉର୍ଦ୍ଧ୍ବଙ୍କର ମୃତ୍ୟୁ ହୋଇଛି । ସ୍ପେନ୍‌, ଇଟାଲୀ, ଜର୍ମାନୀ, ଫ୍ରାନ୍ସ ପରି ଦେଶରେ ସ୍ଥିତି ଅଣାୟତ୍ତ ହୋଇପଡିଛି । ଆମେରିକାରେ ଗତ 24 ଘଣ୍ଟା ମଧ୍ୟରେ 1858ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ପେନ୍‌ରେ ଗତ 24 ଘଣ୍ଟାରେ 655 ଜଣ, ସେହିପରି ଇଟାଲୀରେ 610ଜଣ, ଫ୍ରାନ୍ସରେ 1,341ଜଣଙ୍କର ମୃତ୍ୟୁ ହୋଇଛି । ଚୀନ୍‌ରେ 81,907ଜଣ ଆକ୍ରାନ୍ତ ହୋଇଥିବାବେଳେ 3,336ଜଣଙ୍କର ମୃତ୍ୟୁ ହୋଇଛି । ସମୀକ୍ଷା…

Read More

କଳାହାଣ୍ଡି : କଳାହାଣ୍ଡିରୁ ଦ୍ବିତୀୟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ଜଣକ କଳାହାଣ୍ଡିର ପ୍ରଥମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଜଣାପଡିଛି। ସଂସ୍ପର୍ଶରେ ଆସିବା ପରେ ସେ କ୍ବାରେଣ୍ଟିନ୍‌ରେ ଥିଲେ। ପଜିଟିଭ୍‌ ବାହାରିବା ପରେ କଟକ ଅଶ୍ବିନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ନମୁନା ପରୀକ୍ଷା ପରେ ତାହା ପଜିଟିଭ୍‌ ଆସିଥିବା ସୂଚନା ମିଳିଛି। ଗତ ରାତ୍ରିରେ ଚିହ୍ନଟ 4 ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କଳାହାଣ୍ଡି ଜିଲ୍ଲାର ଜଣାପଡିଛି। ଏନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଓ ସିଡିଏମ୍‌ଓ। କଳାହାଣ୍ଡି ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଜଗୁ ଅଗ୍ରଓ୍ବାଲ ଏନେଇ ସୂଚନା ଦେଇଛନ୍ତି। କଳାହାଣ୍ଡିର ଦ୍ବିତୀୟ ପଜିଟଭ୍ ଜଣକ କ୍ରିକେଟ ଖେଳିବାବେଳେ ସଂକ୍ରମିତ ହୋଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ରାଜ୍ୟରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 48ରେ ପହଞ୍ଚିଛି ।ଗତକାଲି ମଧ୍ୟରାତ୍ରି ପରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଗତ କାଲି ରାଜ୍ୟରେ ମୋଟ 6 ଜଣ କରୋନା ଆକ୍ରାନ୍ତ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 199କୁ ବୃଦ୍ଧି ହୋଇଛି । ବର୍ତ୍ତମାନ ସୁଦ୍ଧା 6412ଜଣ ଆକ୍ରାନ୍ତ କରିଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା 504 ଜଣ ରହିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡ଼ୁରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଦେଶରେ କରୋନା ସ୍ଥିତି ଦେଖିବାକୁ ଗଲେ ଗୁରୁବାର ଦିନ ଦିଲ୍ଲୀରେ 51ଟି ନୂତନ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 720ରେ ପହଞ୍ଚିଛି ।  ଏଥିରେ 430ଟି ମର୍କଜ ସହିତ ସମ୍ପର୍କିତ ରହିଛନ୍ତି ।  ଗତ 24 ଘଣ୍ଟାରେ କରୋନା ଜନିତ 700 ନୂତନ ମାମଲା ସାମ୍ନାକୁଆସିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା 6412ରେ ପହଞ୍ଚିଥିବାବେଳେ 5709 ସକ୍ରିୟ ରହିଛନ୍ତି । କରୋନାରେ ଆସାମରେ ପ୍ରଥମ ମୃତ୍ୟୁ ହୋଇଛି । ସିଲଚର୍‌ କଲେଜରେ 65 ବର୍ଷୀୟ ବୟସ୍କ ଜଣକ…

Read More

1-ଭାରତ କୋଭିଡ-19 ଜରୁରିକାଳୀନ ପଦକ୍ଷେପ ଏବଂ ସ୍ଵାସ୍ଥ୍ୟ ସେବା ପ୍ରସ୍ତୁତି ପ୍ୟାକେଜ ପାଇଁ 15 ହଜାର କୋଟି ଟଙ୍କା ମଞ୍ଜୁର କଲେ ଭାରତ ସରକାର ଭାରତ କୋଭିଡ-19 ଜରୁରିକାଳୀନ ପଦକ୍ଷେପ ଏବଂ ସ୍ଵାସ୍ଥ୍ୟ ସେବା ପ୍ରସ୍ତୁତି ପ୍ୟାକେଜ ପାଇଁ 15 ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି ଭାରତ ସରକାର। ଏହି ମଞ୍ଜୁର ଅର୍ଥ ମଧ୍ୟରୁ 7,774 କୋଟି ଟଙ୍କା ଜରୁରିକାଳୀନ ଆବଶ୍ୟକତା ଓ ଅବଶିଷ୍ଟ ଅର୍ଥ ମଧ୍ୟବର୍ତ୍ତିକାଳୀନ ସହାୟତା ପାଇଁ ଉଦ୍ଦିଷ୍ଟ । ଏହି ମଧ୍ୟବର୍ତ୍ତିକାଳୀନ ସହାୟତା 1 ବର୍ଷରୁ 4 ବର୍ଷ ମଧ୍ୟରେ  ବିଭିନ୍ନ ମିଶନ ଆକାରରେ ଖର୍ଚ୍ଚ କରାଯିବ । 2-କୋଭିଡ-19 ମୁକାବିଲା ପାଇଁ ବର୍ତ୍ତମାନର ସ୍ଥିତି ଏବଂ ପଦକ୍ଷେପ ସମୀକ୍ଷା କଲା ମନ୍ତ୍ରୀଗୋଷ୍ଠୀ କୋଭିଡ-19 ମୁକାବିଲା ଓ ପ୍ରତିହତ କରିବା ନିମନ୍ତେ ମନ୍ତ୍ରୀ ଗୋଷ୍ଠୀ ପକ୍ଷରୁ ଆଜି ବିସ୍ତୃତ ସମୀକ୍ଷା କରାଯାଇଛି। ମନ୍ତ୍ରୀ ଗୋଷ୍ଠୀ ବର୍ତ୍ତମାନସୁଦ୍ଧା ନିଆଯାଇଥିବା ପଦକ୍ଷେପ, ନିରାକରଣ ରଣନୀତି ସ୍ଵରୂପ ସାମାଜିକ ଦୂରତା…

Read More