Author: Samikhsya Bureau

ଭୁବନେଶ୍ବର: ଏପ୍ରିଲ୍‌ ୩୦ ଯାଏଁ ଲକ୍‌ ଡାଉନ୍ ବୃଦ୍ଧି ପାଇଁ  ନିଷ୍ପତ୍ତି ନିଆଯାଇଛି। ଏପରି ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା ଜାରି କରାଯାଇଛି। ଏପ୍ରିଲ୍‌ ୩୦ଯାଏଁ ଟ୍ରେନ୍‌ ଓ ବିମାନ ସେବା ବନ୍ଦ ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ରାଜ୍ୟ ବାହାରେ ଥିବା ଶ୍ରମିକ ଭାଇଙ୍କ ଯତ୍ନ ନେବାକୁ ସମ୍ପୃକ୍ତ ରାଜ୍ୟଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ ଅଟକି ଥିବା ଶ୍ରମିକଙ୍କ ଯତ୍ନ ନେଉଛନ୍ତି। ଲକ୍‌ ଡାଉନ୍‌ ସମୟରେ କୃଷି କାର୍ଯ୍ୟ ଜାରି ରହିବ। ଶ୍ରମିକମାନଙ୍କ ସୁବିଧା ପାଇଁ ମନରେଗା କାର୍ଯ୍ୟ ଜାରି ରହିବ। ଦେଶର ଅର୍ଥନୀତି ଅପେକ୍ଷା ଆମ ପାଇଁ ଲୋକଙ୍କ ଜୀବନ ଅଧିକ ଗୁରୁତ୍ବପୂର୍ଣ୍ଣ। ରାଜ୍ୟରେ ୧ ଲକ୍ଷ ରାପିଡ୍‌ ଟେଷ୍ଟିଂ ପାଇଁ ଆମେ ପଦକ୍ଷେପ ନେଉଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାହସର ସହ କରୋନା ମୁକାବିଲା ପାଇଁ ଆହ୍ବାନ ଦେଇଛନ୍ତି…

Read More

ସିମିଲା, ବର୍ତ୍ତମାନ ସାରା ବିଶ୍ବ କରୋନା ବିରୋଧରେ ସଂଘର୍ଷ କରିବାରେ ଲାଗିଛନ୍ତି। ଏ କ୍ଷେତ୍ରରେ ସାରା ଦେଶରେ ଥିବା ଏସଏଚଜି ସଦସ୍ୟାମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ହିମାଚଳ ପ୍ରଦେଶର ଏହି ଗ୍ରୁପର ସଦସ୍ୟାମାନେ ଦିନକୁ 15 ହଜାର ମାସ୍କ ପ୍ରସ୍ତୁତ କରିବା ସହିତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମିଙ୍କ ପାଇଁ ସ୍ବତନ୍ତ୍ର ପୋଷାକ ମଧ୍ୟ ପ୍ରସ୍ତୁତ କରୁଛନ୍ତି।

Read More

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ଲକ୍‌ ଡାଉନ୍‌କୁ ବେଶ୍‌ କଡାକଡି କରାଯାଇଛି। ଏହା ମଧ୍ୟରେ ଦିଲ୍ଲୀରେ ହତ୍ୟା ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ପରିବା ପାଇଁ ଝଗଡା ହେବାରୁ ଜଣେ ବୃଦ୍ଧଙ୍କ ହତ୍ୟା ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର ଫର୍ସ ବିହାର ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏହି ବଜାରରେ ଜଣେ ବୃଦ୍ଧଙ୍କୁ ପରିବା ପାଇଁ ଲାଠି ଓ ବାଡି ମାଧ୍ୟମରେ ପିଟି ପିଟି ହତ୍ୟା କରାଯାଇଛି। ଅଭିଯୁକ୍ତ ଜଣକ ବୃଦ୍ଧଙ୍କ ପରିବା ନେଇ ପଳାୟନ କରୁଥିବାବେଳେ ବୃଦ୍ଧ ଜଣକ ଅବରୋଧ କରିବାକୁ ଏହା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା। ସଞ୍ଜୟ କଲୋନୀ ଅଞ୍ଚଳର ରହୁଥିବା ଜଣେ ବ୍ୟକ୍ତି ପରିବା ପତ୍ର ନେଇ ନିଜ ଘରକୁ ଯାଉଥିଲେ। ଠିକ୍‌ ସେତିକିବେଳେ ତାଙ୍କ ପଡୋଶୀରେ ରହୁଥିବା ଜଣେ ଯୁବକଙ୍କ ସହ ତାଙ୍କର ଝଗଡା…

Read More

ବାଙ୍ଗାଲୁରୁ, ସାରା ଦେଶରେ ଲକ ଡାଉନ ଚାଲିଥିବାରୁ ବହୁଦିନ ଧରି ସମସ୍ତ ଯାତ୍ରୀବାହି ବିମାନ ଚଳାଚଳକୁ ବନ୍ଦ କରିଦିଆଯାଇଛି। ଫଳରେ ବର୍ତ୍ତମାନ ବିମାନ ବନ୍ଦରରେ ଏହି ବିମାନ ଗୁଡିକ ସାମାଜିକ ଦ୍ବରତା ବଜାଇ ରଖି ଏକାନ୍ତବାସରେ ଅଛନ୍ତି।

Read More

ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା 5734ରେ ପହଞ୍ଚିଥିବାବେଳେ 166ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛନ୍ତି କେନ୍ଦ୍ର ଓ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ । ଗତ 24 ଘଣ୍ଟା ଭିତରେ 540ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 17ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ସର୍ବମୋଟ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ରହିଛି 473 । ଦେଶରେ ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରେ ରହିଛି । ଏଠାରେ 1000ରୁ ଉର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଥିବାବେଳେ 72 ଜଣ ମୃତ୍ୟୁ ବରଣ କରିଥିବାବେଳେ 117ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦିଲ୍ଲୀରେ 669 ଜଣ ଆକ୍ରାନ୍ତ ହୋଇଥିବାବେଳେ  ତେଲେଙ୍ଗାନାରେ 427ଟି ମାମଲା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶରେ 361ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 4 ଜଣ ମୃତ୍ୟୁ ବରଣ କରିଛନ୍ତି । କେଉଁ ରାଜ୍ୟରେ କିପରି ରହିଛି କରୋନା ସ୍ଥିତି :

Read More

ନୂଆଦିଲ୍ଲୀ : କରୋନା ଯୋଗୁଁ ବିଶ୍ବ ବେକାବୁ ହୋଇପଡିଛି । ଚୀନରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭୟାନକ ଭାଇରସ୍‌ ବିଶ୍ବର ସମସ୍ତ ରାଷ୍ଟ୍ରରେ ନିଜର କାୟା ବିସ୍ତାର କରି ସାରିଛି । ବିଶ୍ବର ସର୍ବ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ମଧ୍ୟ ଏହା କବଳରୁ ମୁକ୍ତ ହୋଇପାରୁନାହିଁ। ଆମେରିକାରେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି । ଚବିଶ ଘଣ୍ଟାରେ ଆମେରିକାରେ 1,895ଜଣକର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 35ହଜାର 1286ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା 14 ହଜାର 795ରେ ପହଞ୍ଚିଛି । ସେହିପରି ଇଟାଲୀ, ସ୍ପେନ୍‌, ଫ୍ରାନ୍ସ, ଜର୍ମାନୀ, ଇରାନ୍‌ ଆଦି ଦେଶରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଇଟାଲୀରେ 1,39,443 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 17,669ରେ ପହଞ୍ଚିଛି । ସେହିପରି ସ୍ପେନ୍‌ରେ 1,48,220 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 14…

Read More

ଆମେରିକା : କରୋନା ଭାରଇସ୍‌ ଚିକିତ୍ସାରେ ଉପଯୋଗ ହେଉଥିବା ଔଷଧ ହାଇଡ୍ରୋକ୍ସିକ୍ଲୋରାକୁଇନ୍‌ର ରପ୍ତାନୀ ଅନୁମତି ମିଳିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତର ଧନ୍ୟବାଦ କରିଛନ୍ତି । ଟୁଇଟ୍‌ ଯୋଗେ ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଯେ, ସଂକଟ ସମୟରେ ବନ୍ଧୁମାନଙ୍କ ଭିତରେ ସହଯୋଗ ଅତ୍ୟନ୍ତ ଆବଶ୍ୟକତା ହୋଇପଡିଥାଏ । ହାଇଡ୍ରୋକ୍ସିକ୍ଲୋରାକୁଇନ୍‌ ଉପରେ ନିଷ୍ପତ୍ତି ପାଇଁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି । ଭାରତର ସାହାଯ୍ୟକୁ କେବେ ଭୁଲି ହେବ ନାହିଁ ବୋଲି ଟ୍ରମ୍ପ୍‌ କହିଛନ୍ତି ।  ଏଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଭାରତ ଏଭଳି ସହଯୋଗ କରି ପ୍ରକୃତ ମାନବିକତାର ପରିଚୟ ଦେଇଛି ବୋଲି କହିଛନ୍ତି ଟ୍ରମ୍ପ୍‌ । କରୋନ ସଂକଟ ସହ ଲଢେଇ କରୁଥିବା ଆମେରିକା ଭାରତର ସାହାଯ୍ୟ ଚାହିଁଥିଲା । ଏହି ସାହାଯ୍ୟ ମଧ୍ୟରେ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ଏକ ଧମକ ଭରା ବୟାନ ସାମ୍ନାକୁ…

Read More

କେଦାର ମିଶ୍ର ଯେଉଁମାନେ ଚାଇଲ୍ଦିଶ ଗାମ୍ବିନୋଙ୍କର ପ୍ରସିଦ୍ଧ ଗୀତ “ଦିସ ଇଜ ଆମେରିକା” ଶୁଣିଥିବେ ଓ ଏହାର ଭିଡିଓ ଦେଖିଥିବେ, ସେମାନଙ୍କ ପାଇଁ ଆମେରିକା ସ୍ଵପ୍ନର ଦେଶ ନୁହେଁ ବରଂ ଭୟ ଓ ଆତଙ୍କର ଦେଶ। ଆମେରିକାର ପ୍ରାଚୁର୍ଯ୍ୟ ଅଛି, ପଇସା ଅଛି, ସୁଖ ସ୍ଵାଚ୍ଛନ୍ଦ୍ୟ ଅଛି, ହେଲେ ଜୀବନ ନାଇଁ। ଆମେରିକାରେ ବନ୍ଧୁକ ମିଳିବା ସହଜ, ହେଲେ ଔଷଧ ମିଳିବା ଯଥେଷ୍ଟ କଷ୍ଟକର। ଏହାର ପ୍ରମାଣ ଏବେ ପ୍ରତିଦିନ ଆମେରିକାର ଗଣମାଧ୍ୟମରେ ଦେଖୁଛୁ। କରୋନା ସଂକ୍ରମଣ ଏବେ ଆମେରିକାର ଜନ ଜୀବନକୁ ବିପର୍ଯ୍ୟସ୍ତ କରି ଦେଇଛି। ଆଜି ଆମେରିକାରେ ବହୁ ସଂଖ୍ୟକ କରୋନା ରୋଗୀ ମୃତ୍ୟୁ ବରଣ କରିବାର ଏକମାତ୍ର କାରଣ ହେଉଛି, ସେଠି ଭେଣ୍ଟିଲେଟରର ଅଭାବ। କରୋନା ଭୂତାଣୁ ମଣିଷର ଶ୍ଵାସକ୍ରିୟା ଉପରେ ଆକ୍ରମଣ କରୁଥିବାରୁ କେବଳ ଭେଣ୍ଟିଲେଟର ସହାୟତାରେ ରୋଗୀଙ୍କୁ ବଞ୍ଚାଇ ରଖିହେବ। ଆମେରିକାର ପ୍ରମୁଖ ସହର ଗୁଡିକରେ ରହିଥିବା ବଡ ବଡ ଡାକ୍ତରଖାନାରେ ଏବେ ଭେଣ୍ଟିଲେଟର…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ପୂର୍ବାହ୍ନ 10ଟା45 ମିନିଟରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ତେବେ ପ୍ରଥମଥର ପାଇଁ  ଏହି ବୈଠକଟି ଭିଡିଓ କନ୍‌ଫରେନସିଂ ଜରିଆରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ରହି ଏଥିରେ ଅଧ୍ୟକ୍ଷତା କରିବେ । କରୋନା ଭାଇରସର ମୁକାବିଲା ନେଇ ଏହି ବୈଠକରେ ରାଜ୍ୟ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି । କ୍ୟାବିନେଟ୍ ବୈଠକ ପରେ ଦିନ 11ଟା30ରେ ମନ୍ତ୍ରିସ୍ତରୀୟ ବୈଠକ ମଧ୍ୟ ବସିବ।

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅଧିନରେ କଳାକାର ଭତ୍ତା ପାଉଥିବା ରାଜ୍ୟର ୩୪,୬୫୩ ଜଣ କଳାକାରଙ୍କୁ ଚଳିତ ମାସ ମାର୍ଚ୍ଚଠାରୁ ଜୁନ୍‌ ମାସ ପର୍ଯ୍ୟନ୍ତ ଏପରି ୪ ମାସର ପେନ୍‌ସନ୍‌ ଆଗୁଆ ଭାବେ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।ଏଥି ପାଇଁ ସର୍ବମୋଟ ୧୬ କୋଟି ୬୩ ଲକ୍ଷ ୩୪ ହଜାର ୪୦୦ ଟଙ୍କାର ଆବଣ୍ଟନ ପତ୍ର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଜାରି କରାଯାଇଛି। ବିଶ୍ବରେ ସଂପ୍ରତି ଦେଖା ଦେଇଥିବା ମହାମାରୀ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣଜନିତ ଭୟାବହତାକୁ ନେଇ ଦେଶରେ ଲକ୍‌ ଡାଉନ୍‌ ଅବସ୍ଥା ସୃଷ୍ଟି ହୋଇଥିବାରୁ ଦୁସ୍ଥ କଳାକାରମାନଙ୍କୁ ସହାୟତା ସ୍ୱରୂପ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।ଏହି ପେନ୍‌ସନ୍‌ ବାବଦରେ ମାସକୁ ୧୨୦୦ ଟଙ୍କା ହିସାବରେ ଚାରି ମାସ ପାଇଁ ୪୮୦୦ ଟଙ୍କା ଏକକାଳୀନ ଚଳିତ ମାସ ୧୫ ତାରିଖ ମଧ୍ୟରେ ସଂପୃକ୍ତ କଳାକାରମାନଙ୍କ ବ୍ୟାଙ୍କ ଜମାଖାତାକୁ ଇ-ଟ୍ରାନ୍ସଫର ଜରିଆରେ ପଇଠ…

Read More

(ସମୀକ୍ଷା ବ୍ୟୁରୋ) ଆଜି ଓଡିଶା ଲାଗି ଆଶ୍ବସ୍ତିର ଖବର। ରାଜ୍ୟରେ ଆଜି ପରୀକ୍ଷା ହୋଇଥିବା ୪୦୦ ସନ୍ଦିଗ୍ଧ ନମୁନା ନେଗେଟିଭ ବାହାରିଛି। ଅର୍ଥାତ ଆଜି କୌଣସି କରୋନା ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇ ନାହାନ୍ତି। ଆଜି ଆରଏମଆରସିରେ ୨୬୪, ଏମ୍ସରେ ୬୦ ଓ କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜରେ ୭୬ ନମୂନା ପରୀକ୍ଷା ହୋଇଥିଲା। ଏ ଯାବତ ରାଜ୍ୟରେ ମୋଟ ୨୮୪୧ ନମୂନା ପରୀକ୍ଷା ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏବେ ରାଜ୍ୟରେ ମୋଟ ୩୯ଜଣ ବ୍ୟକ୍ତିଙ୍କ ଶରୀରରେ  କରୋନା ଭୂତାଣୁ ସକ୍ରିୟ ରହିଛି ଓ ସେମାନଙ୍କର ଚିକିତ୍ସା ଚାଲିଛି।

Read More

ଭୁବନେଶ୍ବର, ବର୍ତ୍ତମାନ ଓଡିଶାର ଭୁବନେଶ୍ବର ହେଉଛି କରୋନା ଭାରସର ହଟସ୍ପଟ। କାରାଣ ସର୍ବାଧିକ ଆକ୍ରାନ୍ତ ଭୁବନେଶ୍ବରରୁ ବାହାରିଛନ୍ତି। ସେଥିପାଇଁ ବିଏମସି ତରଫରୁ ରାଜଧାନୀର କେଉଁ ଅଞ୍ଚଳ ସିଲ୍ କରାଗଲା ଏବଂ କେତେ ପରିଧୀ ପର୍ଯ୍ୟନ୍ତ କରାଗଲା ତାହାର ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇଛି। ସେଗୁଡିକ ହେଲା 1-ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଚିହ୍ନଟ ମୋଟ ୩୪ଟି କରୋନା ପଜିଟିଭ୍‌ କେସ୍‌ରୁ ବର୍ତ୍ତମାନ ୩୧ଟି ଆକ୍ଟିଭ୍‌ କେସ୍‌ ରହିଛନ୍ତି। 2-୩୪ଟି କରୋନା ପଜିଟିଭ୍‌ କେସ୍‌ ମଧ୍ୟରୁ ବଡଗଡ଼ ଅଞ୍ଚଳର ଜଣେ, ଭରତପୁରର ଜଣେ, ଶହୀଦନଗରର ଜଣେ, ସୂର୍ଯ୍ୟନଗରର ୮ ଜଣ, ବମିଖାଲର ୧୪ ଜଣ, କପିଳପ୍ରସାଦର ଜଣେ, ସତ୍ୟନଗରର ୪ ଜଣ, ୟୁନିଟ-୫ର ଜଣେ, ମହିଷାଖାଲ(ବିଜେବି ନଗର)ର ଜଣେ, ମଧୁସୂଦନ ନଗର(ୟୁନିଟ୍‌-୪)ର ଜଣେ, ଝାରପଡ଼ାର ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। 3-ଭୁବନେଶ୍ୱରର ୫ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ (ସଂକ୍ରମଣ ପ୍ରତିହତ ଅଞ୍ଚଳ) ଭାବରେ ଚିହ୍ନଟ କରାଯାଇଛି । ଯେଉଁ ଅଞ୍ଚଳରେ କରୋନା…

Read More

ପୁରୀ: କରୋନା ଭାଇରସ ଉପରେ ସିରିଜ ବାଲୁକା କଳା କରି ଏକ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଘରେ ରହନ୍ତୁ ହେଉ କିମ୍ବା କରୋନା ମୁକାବିଲା, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ମାନ ହେଉ କିମ୍ବା ହାତ ଧୋଇବା। ଏହିପରି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସଚେତନତା ବାଲୁକା ସ୍ଥାପତ୍ୟ କରିବାରେ ଲାଗିଛନ୍ତି ଏହି ଶିଳ୍ପୀ। ଏଥିପାଇଁ ବିଶ୍ବସ୍ତରରେ ତାଙ୍କୁ ବେଶ୍ ପ୍ରସଂଶା ମଧ୍ୟ ମିଳିବାରେ ଲାଗିଛି। ଏହି କରୋନା ସଚେତନତା ସିରିଜରେ ଏଥର ସୁଦର୍ଶନ ମାସ୍କ ବିଷୟକୁ ନେଇ ବାଲୁକା କଳଛନ୍ତି। ସେଥିପାଇଁ ସେ ପୁରୀ ବେଳାଭୂମିରେ ଦୁଇଟି ଭିନ୍ନ ଭିନ୍ନ ବାଲୁକା କଳା ନିର୍ମାଣ କରିଛନ୍ତି। ଗୋଟିଏରେ ସେ ମାସ୍କ ପିନ୍ଧିବା ପାଇଁ ସଚେତନତା କରିଥିବା ବେଳେ ଅନ୍ୟଟିରେ ନିଜଘରେ ମାସ୍କ ତିଆରି କରନ୍ତୁ ବୋଲି କଳା ମାଧ୍ୟମରେ କହିଛନ୍ତି। ନିଜ ଘରେ ମାସ୍କ ତିଆରି କରିବା ପାଇଁ ହୋଇଥିବା ସ୍ଥାପତ୍ୟରେ ଜଣେ ପୁରୁଷ…

Read More

ଭୁବନେଶ୍ବର, ସାବଧାନ, ସାବଧାନ ରାସ୍ତାରେ କରୋନା ଭାଇରସ ବୁଲୁଛି, ଆପଣଙ୍କ ପାଖକୁ ଆସିପାରେ, ଦୟାକରି ଘରେ ରୁହନ୍ତି। ଏହା କୈଣସି ସ୍ଲୋଗାନ ନୁହେଁ। ସତରେ ରାସ୍ତା ଉପରେ କରୋନା ଭାଇରସ ବୁଲୁଛି। ଲକଡାଉନ ଅମାନିଆଙ୍କୁ ସାବାଡ କରିବା ପାଇଁ କରୋନା ଆକୃତିର ଏକ କାର କରାଯାଇ ଏହି ସଚେତନତା କରାଯାଇଛି। ଯାହା ସକାଳୁ ସଂଜ ପର୍ଯ୍ୟନ୍ତ ରାସ୍ତାରେ ବୁଲୁଛି। ଯେ ଦେଖିବ ସେ ଜାଣିବ ଯେ ପ୍ରକୃତରେ ରାସ୍ତାରେ କରୋନା ଭାଇରସ ବୁଲୁଛି। ଏହିପରି ସଚେତନତାର ପରିକଳ୍ପନା କରିଛନ୍ତି ହାଇଦ୍ରାବାଦର ସୁଧା କାର ସଂଗ୍ରହାଳୟ। ଏହି ସଂଗ୍ରହାଳୟର ବିଭିନ୍ନ ଆକୃତିର କାର ନିର୍ମାଣ କରିବାରେ ପୂର୍ବରୁ ବେଶ୍ ପ୍ରସିଦ୍ଧି ରହଛି। କରୋନା ଭାଇରସର ଭୟାବହତା ଦେଖି ଏବଂ ଲୋକଙ୍କୁ ସଚେତନତା କରିବା ପାଇଁ ଏହାର ପ୍ରତିଷ୍ଠାତା କେ. ସୁଧାକାର ଯାଦବ ଏପରି କାରର ପରିକଳ୍ପନା କରିଛନ୍ତି। ଲକଡାଉନ ଆରମ୍ଭ ହେବାର ମାତ୍ର ଦଶ ଦିନ ଭିତରେ ସେ ଏହି କାର ତିଆରି…

Read More

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ଯୋଗୀ କ୍ୟାବିନେଟ୍‌ ବୈଠକରେ ଆଜି ବଡ ନିଷ୍ପତ୍ତି ନିଆଯାଇଛି। ଯୋଗୀ କ୍ୟାବିନେଟ୍‌ରେ ଆଜି ଏକ ବର୍ଷ ପାଇଁ ବିଧାୟକ ନିଧିକୁ ସ୍ଥଗିତ ରଖାଯିବା ପାଇଁ ନିଷତ୍ତି କରାଯାଇଛି। ଏତଦ୍‌ବ୍ୟତୀତ ବିଧାୟକଙ୍କ ବେତନ ଭତ୍ତାରେ ମଧ୍ୟ ହ୍ରାସ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି। 30 ପ୍ରତିଶତ ହିସାବରେ ଏକ ବର୍ଷ ପର୍ଯ୍ୟନ୍ତ ଏହି ବେତନ ଓ ଭତ୍ତାକୁ ହ୍ରାସ କରାଯିବ ବୋଲି ସୂଚନା ରହିଛି। ଏହି ସମସ୍ତ ଅର୍ଥ କୋଭିଡ୍‌ ଫଣ୍ଡ୍‌ ପାଇଁ ବିନିଯୋଗ ହେବ। ଆଜି ବୈଠକରେ କୋଭିଡ୍‌ ଫଣ୍ଡ୍‌ ପାଇଁ ସମସ୍ତ ଅଧ୍ୟାଦେଶ ପାସ୍‌ ହୋଇଥିବାବେଳେ ଚାରୋଟି ପ୍ରସ୍ତାବ ପାସ୍‌ ହୋଇଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ପୂର୍ବରୁ ଗୁଜୁରାଟ ବିଧାନସଭାରେରେ ମଧ୍ୟ ସମସ୍ତ ସଦସ୍ୟଙ୍କ ଓ ରାଜ୍ୟ ବିଜେପି ସରକାରଙ୍କ ସମସ୍ତ ମନ୍ତ୍ରୀ କୋଭିଡ-19 ମହାମାରୀ ସହ ଲଢେଇ ପାଇଁ ଅର୍ଥ ଯୋଗାଡିବା ପାଇଁ ଏକ ବର୍ଷ ପାଇଁ ବେତନର 30 ପ୍ରତିଶତ ହ୍ରାସ ପାଇଁ ନିଷ୍ପତ୍ତି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ଲକ୍‌ଡାଉନ ବେଳେ ମାଲ୍ ପରିବହନରେ କୌଣସି ବାଧା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଖୁଚୁରା ବ୍ୟବସାୟୀଙ୍କ ଗାଡ଼ିକୁ ପୋଲିସ ଅନୁମତି ଦେଉନଥିବାର ଖବର ପ୍ରସାରିତ ହେବା ପରେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ପୋଲିସ କମିଶନର। ତେଜରାତୀ ଓ ପରିବା ବ୍ୟବସାୟୀଙ୍କୁ ଏହି ସୂଚନା ଜଣାଇବା ନିମନ୍ତେ ଗଣମାଧ୍ୟମକୁ ଅନୁରୋଧ କରି ଟୁଇଟ୍‌ କରିଛନ୍ତି।  ଲକ୍‌ଡାଉନ ବେଳେ ମାଲ୍ ପରିବହନ ପ୍ରସଙ୍ଗରେ କୌଣସି ବାଧା ନାହିଁ ବୋଲି ଟୁଇଟ୍‌ କରିଛନ୍ତି ପୋଲିସ୍‌ କମିଶନର। ପୋଲିସ ଅଧିକାରୀ ଏହି ଗୁଜବର ସତ୍ୟାସତ୍ୟା ପରଖିବାକୁ ବାଙ୍କି, ଆଠଗଡ଼, ଖୁଣ୍ଟୁଣୀ ଯାଇଥିଲେ। ଆମେ ମାଲ୍ ପରିବହନ ସୁଗମ କରିବାକୁ ସମସ୍ତ ବ୍ୟବସ୍ଥା କରୁଛୁ ବୋଲି ପୋଲିସ କମିଶନର କହିଛନ୍ତି। ତେବେ ଏମ୍ପର୍କିତ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ବ୍ୟବସାୟୀମାନେ ୧୦୦ ଡାଏଲ୍ କରିପାରିବେ ବୋଲି ପୋଲିସ୍ କମିସନର କହିଛନ୍ତି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ସତ୍ୟନଗର ଓମ୍‌ଫେଡ୍‌ ଷ୍ଟଲ୍‌ ଯାଇଥିଲେ କି? ଯଦି ଯାଇଥିଲେ ତେବେ ଆପଣ ସତର୍କ ରୁହନ୍ତି। ଭୁବନେଶ୍ବର ସତ୍ୟନଗର ତୋଷାଳି ଭବନ ସାମ୍ନା ଓମ୍‌ଫେଡ୍‌ ଷ୍ଟଲ୍‌ ପାଇଁ ଛନକା ପଶିଛି। ଯଦି କେହି ଓମଫେଡ୍‌ ଷ୍ଟଲକୁ ଯାଇଥିଲେ ତେବେ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କାରଣ କରୋନା ପଜିଟିଭି ଚିହ୍ନଟ ଜଣେ ବ୍ୟକ୍ତି ଉକ୍ତ ଷ୍ଟଲ୍‌କୁ ନିୟମିତ ଯାଉଥିଲେ। ତେଣୁ ସେଠାକୁ କେହି ଯାଇଥିଲେ ୧୦୪କୁ ଫୋନ୍‌ କରି କ୍ବାରେଣ୍ଟାଇନରେ ରୁହନ୍ତୁ ବୋଲି ସୂଚନା ଦେଇଛି ବିଏମ୍‌ସି। ସତ୍ୟନଗର ଓମ୍‌ଫେଡ୍‌ ଷ୍ଟଲ୍‌କୁ ଯାଇଥିବା ବ୍ୟକ୍ତି ୧୪ ଦିନ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଛି ବିଏମ୍‌ସି। ସୂଚନାଯୋଗ୍ୟ, ଆଜି ବିଏମ୍‌ସି ପକ୍ଷରୁ ସତ୍ୟନଗର ଅଞ୍ଚଳକୁ ସିଲ୍‌ କରାଯିବା ପରେ ସତ୍ୟନଗରୁ କରୋନ ଚିହ୍ନଟକୁ ନେଇ ଦ୍ବନ୍ଦ୍ବ ବଢିଥିଲା। ପରିଶେଷରେ ବମିଖାଲରୁ ମିଳିଥିବା ମୋଟ ୧୮ଜଣ ସଂକ୍ରମିତଙ୍କ ମଧ୍ୟରେ ସତ୍ୟନଗରରେ ଚାରିଜଣ ରହିଥିଲେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଭୁବନେଶ୍ବରରେ ସିଲ୍‌ ହୋଇଥିବା ଅଞ୍ଚଳ ସମ୍ପର୍କରେ ସୂଚନା ଦେଇଛନ୍ତି ବିଏମସି କମିଶନର। ସତ୍ୟନଗରରେ 4 ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରେ ସର୍ବମୋଟ 34 ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବରଗଡରେ ଜଣେ, ଭରତପୁରରେ ଜଣେ, ସହିଦନଗରରେ ଜଣେ, ସୂର୍ଯ୍ୟନଗରରେ 8ଜଣ, ବମିଖାଲରେ 14 ଜଣ, କପିଳପ୍ରସାଦରେ ଜଣେ, ସତ୍ୟନଗରରୁ ଚାରିଜଣ, ୟୁନିଟ୍‌-5ରୁ ଜଣେ, ମହିଷାଖାଲ ବିଜେବିନଗରର ଜଣେ, ମଧୁସୂଦନନଗର ଜଣେ, ଝାରପଡାରୁ ଜଣେ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି  ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମ୍ୟାପ ମଧ୍ୟ ଜାରି କରାହୋଇଛି। ଏହି ମ୍ୟାପ୍‌ରେ ସତ୍ୟନଗରରେ ଚାରି ଆକ୍ରାନ୍ତ ଥିବା ଦର୍ଶାଯାଇଥିଲା। ସତ୍ୟନଗରରୁ ଚାରି ଆକ୍ରାନ୍ତରୁ ତିନିଜଣଙ୍କ ବମିଖାଲ ଆକ୍ରାନ୍ତ ପରିବାର ସହ ଲିଙ୍କ ରହିଛି ବୋଲି ଜଣାପଡିଛି। ସତ୍ୟନଗରର ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: କରୋନା ଅପଡେଟ୍‌ ନେଇ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା 2441 ସୁଦ୍ଧା ପରୀକ୍ଷା ହୋଇଥିବାବେଳେ 42ଟି ପଜେଟିଭି ଚିହ୍ନଟ ହୋଇଥିବାବେଳେ ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା 39 ରହିଛି। ଦୁଇଜଣ ସୁସ୍ଥ ହୋଇଥିବାବେଳେ ଜଣକର ମୃତ୍ୟୁ ଘଟିଛି। ପ୍ରଥମ କଣ୍ଟେନ୍‌ମେଣ୍ଟ ଜୋନ୍‌ ରହିଛି ଖୋର୍ଦ୍ଧା ଜିଲ୍ଲାରେ। ଏହି ଜିଲ୍ଲାରେ 4ଟି କଣ୍ଟେନମେଣ୍ଟ ଜୋନ୍‌ ରହିଛି। ସୂର୍ଯ୍ୟନଗର, ସତ୍ୟନଗର, ବମିଖାଲ, ସୁନ୍ଦରପଦା ଓ ବେଗୁନିଆ ଯଦପୁର ଅଞ୍ଚଳ ପ୍ରମୁଖକୁ ଏହି ସଂକ୍ରମିତ ଜୋନ୍‌ ବା କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏହି ଜିଲ୍ଲାରେ 34 ଜଣ ସଂକ୍ରମିତ ମାମଲା ରହିଥିବାବେଳେ ଏଥିରୁ ଦୁଇଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣକର ମୃତ୍ୟୁ ହୋଇଛି। ସେହିପରି କଟକରେ ଜଣେ ଆକ୍ରାନ୍ତ ମିଳିଥିବାରୁ ଏଠାରେ ଦୁଇଟି କଣ୍ଟେନେମେଣ୍ଟ ଜୋନ୍‌ର ଘୋଷଣା କରାଯାଇଛି। ଏକ ନମ୍ବର ଓ୍ବାର୍ଡ ଜୟରାମପୁର ଗ୍ରାମପଞ୍ଚାୟତ ନିଶ୍ଚିନ୍ତ କୋଇଲି ତହସିଲ,ଓ୍ବାର୍ଡ ନଂ 12,13,ମିର୍ଜାପୁର…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ: ଆଜି ଅପରାହ୍ନ ୧ ଟା ୩୦ ମିନିଟ୍‌ରେ ଢଙ୍କିଆ ଗ୍ରାମ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମ ଧରାଶ ପାଟଣାପଡାରେ ଦୁଇ ବଖରା ଚାଳଘର ସମ୍ପୂର୍ଣ୍ଣ ଭସ୍ମ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ଏହି ଗ୍ରାମର ଛବିନ୍ଦ୍ର ଦଳାଇ, ପିତା-ବିଶ୍ବାନାଥ ଦଳାଇଙ୍କ ଦୁଇ ବଖରା ଚାଳ ଘରେ ଉପରେ ବଜ୍ରପାତ ପଡି ସମ୍ପୂର୍ଣ୍ଣ ଭସ୍ମ ହୋଇଛି। ଘର ପୋଡିଯିବା ସହିତ ଘରର ସମସ୍ତ ଆସବାସପତ୍ର ଟିଭି, ଫ୍ରିଜ, ୧୫ ବସ୍ତାଧାନ ସବୁ ପୋଡି ହୋଇ ଯାଇଛି। ଖବର ପାଇ ସ୍ଥାନୀୟ ଢ଼ିଙ୍କିଆ ସରପଞ୍ଚ ଶ୍ରୀଯୁକ୍ତ କିଶୋର ପରିଡା ସେଠାରେ ପହଞ୍ଚି ସେମାନଙ୍କୁ ୨୦୦୦ ଟଙ୍କା  ସାହାଯ୍ୟ ପ୍ରଦାନ କରିବା ସହିତ କିପରି ସେ କ୍ଷତିପୂରଣ ପାଇପାରିବେ ସେ ସ୍ଥାନୀୟ ଏରସମା ତହସିଲଦାର ଚିତ୍ତରଞ୍ଜନ ମହାନ୍ତି,ବିଡ଼ିଓ କୈଳାସ ଚନ୍ଦ୍ର ବେହେରା ଓ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଛବିନ୍ଦ୍ରଙ୍କୁ ଏକ ଗ୍ରାମୀଣ ଆବାସ ଯୋଗାଇଦେବାକୁ…

Read More

ନୂଆଦିଲ୍ଲୀ : କରୋନା ପାଇଁ ଲାଗୁ ହୋଇଥିବା ଲକ୍‌ ଡାଉନ୍‌ର ଅବଧି ବଢିପାରେ ବୋଲି ସୂଚନା ରହିଛି । ବିଭିନ୍ନ ଦଳର ନେତାଙ୍କ ସହ ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କ ସୂଚନା  ରହିଛି। ଏନେଇ ପ୍ରଧାନମନ୍ତ୍ରୀ ସଂକେତ ଦେଇଥିବାର କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ଏବେ ଲକ୍‌ ଡାଉନ୍‌ ଉଠାଯାଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏନେଇ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇ ଅବଧି ବୃଦ୍ଧି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି ।  ମାର୍ଚ୍ଚ 24 ତାରିଖରୁ ଜାରି ହୋଇଥିବା 21 ଦିନିଆ ଲକ୍‌ ଡାଉନ୍‌ର ଅବଧି ଏପ୍ରିଲ୍‌ 14 ତାରିଖରେ ସରିବାର ଥିଲା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ କରିଥିଲେ । ଏହି ଅବସରରେ ମୋଦି କହିଥିଲେ ଯେ କରୋନା ସହ ଏହା ଏକ…

Read More