Author: Samikhsya Bureau

ମୁମ୍ବାଇ : ୯୦ ଦଶକର ଟେଲିଭିଜନ ଦର୍ଶକଙ୍କ ପାଇଁ ଖୁସି ଖବର । ୯୦ ଦଶକର ସୁପରହିଟ୍  ପ୍ରଥମ ଭାରତୀୟ ସୁପରହିରୋ ଶୋ ଶକ୍ତିମାନ ପୁଣିଥରେ ପରଦାକୁ ଫେରୁଛି । ମଙ୍ଗଳବାର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏହି ଘୋଷଣା କରାଯିବା ପରେ ଏହାକୁ ବିଭିନ୍ନ ସୋସିଆଲ୍ ମିଡିଆରେ ପ୍ରଶଂସା କରାଯାଉଛି । ଆସନ୍ତା କାଲିଠାରୁ ଦୂରଦର୍ଶନରେ ଏହି ସିରିଏଲ୍‌ଟି ଦୈନିକ ଏକ ଘଣ୍ଟା ପ୍ରଦର୍ଶିତ ହେବ । ରାମାୟଣ ଓ ମହାଭାରତର ପ୍ରଦର୍ଶନ କରାଯାଉଥିବା ବେଳେ ଅନେକ ବ୍ୟବହାରକାରୀ ଶକ୍ତିମାନର ପୁନଃପ୍ରସାରଣ ପାଇଁ ଦାବି କରୁଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏହି ଶୋରେ ମୁକେଶ ଖାନ୍ନାଙ୍କ ଶକ୍ତିମାନ ଓ ପଣ୍ଡିତ ଗଙ୍ଗାଧର ବିଦ୍ୟାଧର ମାୟାଧର ଓଁକାରନାଥ ଶାସ୍ତ୍ରୀ  ଭୂମିକାରେ ନଜର ଆସୁଥିଲେ ।

Read More

ମୁମ୍ବାଇ : ସମଗ୍ର ବିଶ୍ୱ କରୋନା କବଳରେ ଆକ୍ରାନ୍ତ ହୋଇଥିବା ବେଳେ ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି ବିଭିନ୍ନ ବଲିଉଡ୍ ସେଲିବ୍ରିଟି ଓ କ୍ରିକେଟର । ଏହି ଧାରାରେ ନିଜକୁ ସାମିଲ କରିଛନ୍ତି ଭାରତୀୟ ଷ୍ଟାର କ୍ରିକେଟର ତଥା ଭାରତୀୟ ଉପ ଅଧିନାୟକ ରୋହିତ ଶର୍ମା । ଏହି ଦୁଃଖଦ ସମୟରେ ରୋହିତ କରୋନା ମୁକାବିଲା ପାଇଁ ୮୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ୮୦ ଲକ୍ଷ ଟଙ୍କା ମଧ୍ୟରୁ ରୋହିତ ୪୫ ଲକ୍ଷ ଟଙ୍କା ପିଏମ୍ କେୟାର ଫଣ୍ଡକୁ ଏବଂ ୨୫ ଲକ୍ଷ ଟଙ୍କା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ପ୍ରଦାନ କରିଛନ୍ତି । ଏହା ବ୍ୟତିତ ଜୋମାଟୋ ଫିଡିଙ୍ଗ ଇଣ୍ଡିଆକୁ ୫ ଲକ୍ଷ ଏବଂ ବୁଲା କୁକୁରଙ୍କ ଖାଦ୍ୟ ପାଇଁ ୫ ଲକ୍ଷ ଟଙ୍କା ମଧ୍ୟ ଦାନ କରିଛନ୍ତି ।

Read More

ନୂଆଦିଲ୍ଲୀ : ବିଭିନ୍ନ ପାଠ୍ୟକ୍ରମ ପାଇଁ ପ୍ରବେଶିକା ଆବେଦନର ଅବଧିକୁ ବୃଦ୍ଧି କରିଛି ଏନ୍‌ବିଟି।  କରୋନା ପାଇଁ ଆବେଦନ ଅବଧି ବଢାଇଲା ନେସନାଲ୍‌ ଟେଷ୍ଟିଂ ଏଜେନ୍ସି । ସେହିପରିଜେଏନୟୁ ଏଣ୍ଟ୍ରାନ୍ସ ପାଇଁ ଆବେଦନ ଅବଧି ଏପ୍ରିଲ୍‌ 30 ଯାଏଁ ବୃଦ୍ଧି କରାଯାଇଛି । ୟୁଜିସି ନେଟ୍‌ ପାଇଁ ମେ 16 ଯାଏଁ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି । ମୋଟ 7ଟି ପାଠ୍ୟକ୍ରମ ପାଇଁ ଏଣ୍ଟ୍ରାନ୍ସ ଅବଧିକୁ ଘୁଞ୍ଚାଯାଇଛି । କରୋନା ମୁକାବିଲା ପାଇଁ ସାରା ଦେଶରେ ଏପ୍ରିଲ୍‌ 14 ଯାଏଁ ଲକ୍‌ଡାଉନ୍‌ ଜାରି କରାଯାଇଛି । (ଏଜେନ୍ସି)

Read More

କୋଲକାତା : ପଶ୍ଚିମବଙ୍ଗରେ କରୋନା ଭାଇରସ୍‌ ଯୋଗୁଁ ପୁଣି ଆଉଜଣକର ମୃତ୍ୟୁ ହୋଇଛି। ହାଓ୍ବଡା ଜିଲ୍ଲାର ହସ୍ପିଟାଲ୍‌ରେ ଏହି ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ନୂଆ ଚାରୋଟି ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 26କୁ ବୃଦ୍ଧି ପାଇଛି । ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 1400 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 32କୁ ଟପିଛି । ଦିଲ୍ଲୀର ନିଜାମୁଦ୍ଦିନ୍‌ ସଂକ୍ରମଣକୁ ନେଇ ଏବେ ଦେଶରେ ଚିନ୍ତା ବଢିଯାଇଛି । ଦିଲ୍ଲୀର ନିଜାମୁଦ୍ଦୀନରେ ଆୟୋଜିତ ତବଲିଗୀ ଜମାତ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆସିଥିବା 10 ଜଣ ଲୋକଙ୍କ କରୋନା ଭାଇରସ କାରଣରୁ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଏମାନଙ୍କ ମଧ୍ୟରୁ ଅଧଂକାଶ ତେଲେଙ୍ଗାନାରେ ହିଁ ମୃତ୍ୟୁ ହୋଇଛି । ମାର୍ଚ୍ଚ 13ରୁ 15 ପର୍ଯ୍ୟନ୍ତ ଏହି ଧାର୍ମିକ ଉତ୍ସବରେ ପ୍ରାୟ 15ଶହ ଲୋକ ମହଜୁଦ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟ ବାହାରେ ଫସି ରହିଛନ୍ତି ଦେଢ ଲକ୍ଷ ଓଡ଼ିଆ । ଆଜି ଲୋକସେବା ଭବନରେ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ପରେ ପ୍ରବାସୀ ଓଡ଼ିଆଙ୍କ ସ୍ଥିତି ସମ୍ପର୍କର ସୂଚନା ଦେଇ ଗୃହ ସଚିବ ସଞ୍ଜୀବ ଚୋପ୍ରା ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଣ୍ଟ୍ରେଲ ରୁମକୁ 5,200 ଲୋକ କଲ କରିଛନ୍ତି ବୋଲି ସୂଚନା ରହିଛି । ଏହା ସହ ବିପଦରେ ଥିବା କିମ୍ୱା ସମସ୍ୟାରେ ଥିବା ଅଧିକାଂଶ ଲୋକଙ୍କ ପାଖରେ ପହଁଞ୍ଚିଛି ପ୍ରଶାସନ । ବିଭିନ୍ନ ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ନୋଡାଲ ଅଫିସର ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଉଛନ୍ତି । ସମସ୍ୟା ସମାଧାନ ନହେଲା ପର୍ଯ୍ୟନ୍ତ  ପ୍ରଶାସନ କାର୍ଯ୍ୟ ଜାରି ରଖିବ । ଦିଲ୍ଲୀ, ଏନ୍‌ସିଆର୍‌, ଗୁଜରାଟ ଓ ମୁମ୍ବାଇରେ ଅଧିକ ଓଡ଼ିଆ ଲୋକ ରହିଛନ୍ତି ବୋଲି ଜଣାପଡିଛି ।

Read More

ଯାଜପୁର, ଓଡିଶାର ଯାଜପୁର ଜିଲ୍ଲା ପୋଲିସ ବର୍ତ୍ତମାନ ସହର ଛାଡି ଗାଁରେ କରୋନା ସହିତ ମୁକାବିଲା କରିବା ପାଇଁ ସଚେତନାତ ସୃଷ୍ଟି କରିବାରେ ଲାଗିଛନ୍ତି। ସେମାନେ ଘରକୁ ଘର ବୁଲି ଲୋକଙ୍କ ଘରେ ରହିବା ସହିତ ବାହାରୁ କେହି ଗାଁକୁ ଆସିଲେ ଖବର ଦେବା ପାଇଁ ଲୋକଙ୍କୁ ବୁଝାଉଛନ୍ତି।

Read More

ମୁମ୍ବାଇ : ଦେଶରେ ବ୍ୟାପିଥିବା କରୋନା ମହାମାରୀର ମୁକାବିଲା ନିମନ୍ତେ ମହାରାଷ୍ଟ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଧାୟକ ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ଦରମା କାଟ କରାଯିବ । ସମ୍ପ୍ରତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ସର୍ବାଧିକ ରହିଥିବାବେଳେ ମୃତ୍ୟସଂଖ୍ୟା ମଧ୍ୟ ଅଧିକ ରହିଛି। ରାଜ୍ୟର ଏପରି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଦରମା ହ୍ରାସ ନେଇ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଦରମାର 60 ପ୍ରତିଶତ ହ୍ରାସ କରାଯିବ। ସେହିପରି ଏ ଓ ବି ସରକାରୀ କର୍ମଚାରୀଙ୍କ ଦରମାରୁ 50 ପ୍ରତିଶତ ହ୍ରାସ କରାଯିବ ଓ ସି ଶ୍ରେଣୀ କର୍ମଚାରୀଙ୍କ ଦରମାରୁ 25 ପ୍ରତିଶତ ହ୍ରାସ କରାଯିବ । ଏହି ଦରମା ହ୍ରାସରୁ ଗ୍ରୁପ୍‌ ଡି ଶ୍ରେଣୀ କର୍ମଚାରୀଙ୍କୁ ବାଦ୍‌ ରଖାଯାଇଛି । ସୂଚନାଯୋଗ୍ୟ, ରାଜ୍ୟରେ 240ରୁ ଅଧିକ ଲୋକ…

Read More

ଆନ୍ଧ୍ରପ୍ରଦେଶ : କରୋନା ଭାଇରସ୍‌ରେ କବଳରେ ସାରା ବିଶ୍ବ ଏବେ ଭୀତତ୍ରସ୍ତ । ଅପରପକ୍ଷରେ ଏହି ମହାମାରୀ ସହ ଲଢେଇ କରିବା ପାଇଁ ସାରା ଦେଶରେ ଏବେ ଲକ୍‌ ଡାଉନ୍‌ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1400 ଟପି ସାରିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ 32ରୁ ଅଧିକ ହେଲେଣି । କରୋନା ସହ ଲଢେଇ ପାଇଁ ସାରା ଦେଶରେ 21 ଦିନିଆ ଲକ୍‌ ଡାଉନ୍‌ ଜାରି ହୋଇଥିବାବେଳେ ଆନ୍ଧ୍ରପ୍ରଦେଶରୁ ଜଣେ ଅଭାବୀ ପିତାର ଦାରୁଣ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି । ଅର୍ଥର ଅଭାବ ପାଇଁ ନିଜ ଛୁଆକୁ ଡାକ୍ତରଖାନା ନେଇ ନ ପାରି ପରିଶେଷରେ ପୁଅର ଶବକୁ କାନ୍ଧରେ ବୋହି ମଶାଣିରେ ଚିତା ଜାଳିଛି । ଲକ୍‌ଡାଉନ କାରଣରୁ ପାଞ୍ଚ ବର୍ଷୀୟ ପୁତ୍ରର ମୃତ୍ୟୁ ହୋଇଛି । ଚିକିତ୍ସିତ ହୋଇ ନପାରି କୋମଳମତିର ଜୀବନ ଚାଲିଯାଇଛି । ଏହାପରେ କୌଣସି ସାଧନ ନ ମିଳିବାରୁ ପୁତ୍ରର ପିତା ଜଣକ…

Read More

ନୂଆଦିଲ୍ଲୀ : ଲକଡାଉନ ସମୟରେ ଗାଡି ଚାଳକଙ୍କୁ ଆଶ୍ବସ୍ତି ମିଳିଛି। କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଲକ୍‌ ଡାଉନ୍‌ର ଘୋଷଣା କରିଥିବାବେଳେ  ଗାଡି ଚାଳକଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ମିଳିଛି । ଫେବ୍ରୁଆରି ମାସ ଶେଷ ସୁଦ୍ଧା ଅବଧି ସରିଥିବା ଗାଡ଼ିଗୁଡ଼ିକର କାଗଜପତ୍ରର ଏବେ ନବୀକରଣ କରାଯିବ ନାହିଁ ବୋଲି କହିଛନ୍ତି ସରକାର । ଏହି କାଗଜପତ୍ରର ବୈଧତାକୁ ଜୁନ ୩୦ ତାରିଖ ଯାଏଁ ବଢାଇଦିଆଯାଇଛି । ସେହିପରି ଫିଟନେସ୍, ଡ୍ରାଇଭିଂ ଲାଇସେନ୍ସ ଏବଂ ପରମିଟ୍ କ୍ଷେତ୍ରରେ ବି ଏହି ସର୍ତ୍ତ ଲାଗୁ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିଏଲ କିମ୍ବା ଗାଡ଼ିର ଅନ୍ୟ କୌଣସି ପ୍ରମାଣପତ୍ରର ବୈଧତା ଶେଷ ହୋଇଯାଇଥିଲେ ବି ଏବେ ଏଥିପାଇଁ ଜରିମାନା ଆଦାୟ କରାଯିବ ନାହିଁ । କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ଏବେ ଚିନ୍ତା ବଢାଇଛି ଦକ୍ଷିଣ ଦିଲ୍ଲୀ ନିଜାମୁଦ୍ଦିନ ଅଞ୍ଚଳର ସଂକ୍ରମଣ ଘଟଣା। ଲକ୍‌ ଡାଉନ୍‌ ଘୋଷଣା ପୂର୍ବରୁ ନିଜାମୁଦ୍ଦିନରେ ଧାର୍ମିକ ଉତ୍ସବ ହୋଇଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମରେ ପ୍ରାୟ 15ଶହ ଲୋକ ସାମିଲ୍‌ ହୋଇଥିଲେ। ଏହି  ଉତ୍ସବରେ ସାଉଦିଆରବ, ଇଣ୍ଡୋନେସିଆ, ମାଲେସିଆର କିଛି ଧର୍ମଯାଜକ ଆସିଥିଲେ। ସେହିପରି ଭାରତର ଅନ୍ୟାନ୍ୟ ଭାଗରୁ ମଧ୍ୟ ବହୁ ଲୋକେ ଏଥିରେ ସାମିଲ୍‌ ହୋଇଥିଲେ। ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ତେଲେଙ୍ଗାନାରୁ ବହୁ ଲୋକେ ଏଥିରେ ସାମିଲ୍‌ ହୋଇଥିଲେ । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 24 ଜଣ ଏହି ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ୍‌ ରହିଥିଲେ। ସେହିପରି ତେଲେଙ୍ଗାନାର ମୃତ୍ୟୁବରଣ କରିଥିବା 6 ଜଣ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍‌ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା 334 ଜଣଙ୍କୁ ଏବେ ହସ୍ପିଟାଲକୁ ପଠାଯାଇଛି। ସେହିପରି 700 ଲୋକଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଛି । ସେହିପରି ଏହାର…

Read More

ମୁମ୍ବାଇ : କରୋନା ଭାଇରସ୍‌ ସହ ମୁକାବିଲା କରିବା ପାଇଁ ସାରା ଦେଶରେ ଏବେ ଲକ୍‌ଡାଉନ୍‌ ଜାରି ରହିଛି । ଏହି ଲକ୍‌ ଡାଉନ୍‌ ଯୋଗୁଁ ଖଟିଖିଆ ଶ୍ରମିକମାନେ ଏବେ ନିଜ ଭିଟାମାଟି ଅଭିମୁଖେ ପଳାୟନ କରୁଛନ୍ତି । ସେମାନେ ମୁଠାଏ ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ଏପରି ଖବର ଆମ ହୃଦୟକୁ ବିଚଳିତ କରୁଥିବାବେଳେ ଅପରପକ୍ଷରେ ଏହି ଦୁଃଖୀ ଗରିବଙ୍କ ପାଇଁ ସାହାଯ୍ୟର ହାତ ବଢାଇଛନ୍ତି ପିଲାମାନେ। ଏହି ପିଲାମାନେ ପ୍ରାୟ 800ଜଣ ଖଟିଖିଆଙ୍କ ଖାଦ୍ୟ ପାଇଁ ନିଜ ସଞ୍ଚିତ ପଇସାରେ ସେମାନଙ୍କ ପାଇଁ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଇଛନ୍ତି । ପିଲାମାନେ ମାନବତାର ଉଦାହରଣ ସ୍ବରୂପ ନିଜ କୁମ୍ବି ଭାଙ୍ଗି ନିଜ ସଞ୍ଚିତ ଅର୍ଥରେ ସେମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ କିଣି ସେମାନଙ୍କ ନିକଟରେ ପହଞ୍ଚାଇଛନ୍ତି। ଏହି ପିଲାମାନେ ଖଟିଖିଆଙ୍କ 15ରୁ 20 ଦିନ ଚଳିବା ନିମେନ୍ତ 800 ଜଣଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ଅଟା, ଚାଉଳ,…

Read More

ଚୀନ୍‌ : ଯେତେ ବଡ ବିପତ୍ତି ଆସିଲେ ବି ସଚ୍ଚା ପ୍ରେମ କେବେବି ହାରିନଥାଏ । ଦେଶରେ ମୃତ୍ୟୁର ତାଣ୍ଡବ ରଚୁଥିବା କରୋନା ମଧ୍ୟ ଏହି ପ୍ରେମକୁ ହରାଇପାରିନାହିଁ । ଏପରି ଏକ କାହାଣୀ ଏବେ ସାମ୍ନାକୁ ଆସିଛି । ଏହି କାହାଣୀ ହେଉଛି ବୃଦ୍ଧା ଦମ୍ପତିଙ୍କର । ଯାହାଙ୍କ ପ୍ରେମ ଆଗରେ କରୋନା ମଧ୍ୟ ହାର୍ ମାନିଛି । ବୃଦ୍ଧ ସ୍ବାମୀଙ୍କ କରୋନା ସଂକ୍ରମିତ ହେବା ପରେ ସେ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ତ୍ରୀ ତାଙ୍କୁ ଦେଖା ମଧ୍ୟ କରିପାରୁନଥିଲେ । ଦେଶରେ ଲକ୍‌ ଡାଉନ୍‌ ଚାଲିଥିବା ହେତୁ ସେ ତାଙ୍କ ସ୍ବାମୀଙ୍କୁ ଦେଖିବା ପାଇଁ ହସ୍ପିଟାଲ୍‌ ମଧ୍ୟ ଯାଇପାରୁନଥିଲେ । କିନ୍ତୁ ସେ ତାଙ୍କ ସ୍ବାମୀଙ୍କ ପାଇଁ ପ୍ରେମପୂର୍ଣ୍ଣ ଚିଠି ଲେଖିବା ଆରମ୍ଭ କଲେ । ଚୀନ୍‌ର ହୋଙ୍ଗଝାଓ ସହରର ରହୁଥିବା ଜଣେ 80 ବର୍ଷୀୟା ବୃଦ୍ଧା ହୁଆଙ୍ଗ ଗୁୟେକି ଓ  ତାଙ୍କ…

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସହ ବିଶ୍ବର 200 ଦେଶ ଲଢେଇ କରୁଥିବାବେଳେ ଏହି ମହାମାରୀରେ 7ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି। ସେହିପରି 37 ହଜାରରୁ ଅଧିକ ଲୋକେ ମୃତ୍ୟୁବରଣ କରିଥିଲେ। ଇଟାଲୀରେ 24 ଘଣ୍ଟାରେ 812 ଲୋକ ମୃତ୍ୟୁବରଣ କଲେଣି। ଇଟାଲୀରେ ସର୍ବମୋଟ ମୃତ୍ୟ ସଂଖ୍ୟା ଏଗାରର ହଜରରୁ ଉର୍ଦ୍ଧ୍ବ ରହିଛି।  ଇଟାଲୀରେ ମୃତକଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ହେତୁ ଦେଶରେ 12 ଏପ୍ରିଲ୍‌ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌କୁ ବୃଦ୍ଧି କରାଯାଇଛି। ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ଭାରତରେ 1300ରୁ ଅଧିକ ଲୋକେ ଏହି ଆକ୍ରାନ୍ତ ହୋଇଛନ୍ତି।  ସେହିପରି ଦେଶରେ ଏପ୍ରିଲ୍‌ 14 ଯାଏଁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। (ଏଜେନ୍ସି)

Read More

କେଦାର ମିଶ୍ର ଯେତେବେଳେ ଦେଶରେ ଦୁର୍ବିପାକ ବା ବିପର୍ୟୟ ଆସେ, ସେତେବେଳେ ସବୁ ନାଗରିକ ଏକାଠି ହୋଇ କାମ କରିବାକୁ ବାଧ୍ୟ। ତେବେ ଏକାଠି ହୋଇ କାମ କରିବାର ଅର୍ଥ ଗଣମାଧ୍ୟମ ପାଇଁ ସବୁବେଳେ ଅଲଗା। ଆମେ ଯେ କୌଣସି ବିପର୍ୟୟ ବେଳେ ଆମର କ୍ୟାମେରା ତଥା କଲମ ଧରି ଲୋକଙ୍କ ସହ ଛିଡା ହୋଇଥାଉ। ଆମର କାମ ହେଉଛି ଲୋକଙ୍କ କଥା ଦେଖାଇବା ଓ ଲେଖିବା। ଲୋକ ଯେଉଁ ପରିସ୍ଥିତିରେ ଅଛନ୍ତି ଓ ଲୋକଙ୍କ ଦ୍ଵାରା ନିର୍ବାଚିତ ସରକାର ଯାହା କରୁଛନ୍ତି, ତା ଉପରେ ଆମର କଡା ନଜର ରହିବା ଉଚିତ। ଯୁଗେ ଯୁଗେ ତାହା ହିଁ ସାମ୍ବାଦିକତାର ଧର୍ମ। ତେବେ ଏପ୍ରକାର ପରିସ୍ଥିତିରେ ସରକାରକୁ ସମାଲୋଚନା କରିବା କିମ୍ବା ଭୁଲତୃଟି ଦେଖାଇବା ଉଚିତ ନୁହଁ ବୋଲି ଏବେ ଏକ ଧାରଣା ସୃଷ୍ଟି ହୋଇଛି। ଏପ୍ରକାର ଧାରଣା, ଗୋଟେ ସମାଜକୁ ପଙ୍ଗୁ କରିଦେବ ଓ ସରକାରକୁ ଅନ୍ଧ କରିଦେବ, ଏ…

Read More

ତେଲେଙ୍ଗାନା : ଦେଶରେ କରୋନା ସଂକଟର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବେଶ୍‌ କଡା ପଦକ୍ଷେପ ନେଉଛନ୍ତି । କରୋନାର ମୁକାବିଲା କରିବା ପାଇଁ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଦରମା କାଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ସମସ୍ତ କର୍ମଚାରୀ, ପ୍ରଶାସକ ଓ ଜନ ପ୍ରତିନିଧିମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଦରମା ମଧ୍ୟ କଟାଯିବ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ସୂଚନା ଦେଇଛନ୍ତି ।  ଲକ୍‌ଡାଉନ୍‌ର 6 ଦିନ ପୂରଣ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ର ମଧ୍ୟ ନିଜ ଦରମାର 75 ପ୍ରତିଶତ ଦରମା ହ୍ରାସ କରାଯିବ । ସେହିପରି ଅନ୍ୟ ସରକାରୀ ଓ ପ୍ରଶାସକ ଓ ଜନ ପ୍ରତିନିଧିମାନଙ୍କର 75 ପ୍ରତିଶତ ଦରମା ହ୍ରାସ କରାଯିବ ବୋଲି ସୂଚନା ରହିଛି । ଏତଦ୍‌ବ୍ୟତୀତ ପେନ୍‌ସେନ ପାଉଥିବା କର୍ମଚାରୀମାନଙ୍କ  ପଚାଶ ପ୍ରତିଶତ ପେନ୍‌ସେନରେ ମଧ୍ୟ ହ୍ରାସ କରାଯିବ…

Read More

କରୋନା ଯୋଗୁଁ କେରଳରେ ଦ୍ବିତୀୟ ଜଣକ ମୃତ୍ୟୁ ହୋଇଛି । ତିରୁଅନନ୍ତପୁରମ୍‌ର ମେଡ଼ିକାଲ୍‌ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ଥିବା 68 ବର୍ଷୀୟ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି । ଭାରତରେ ଏବେ ମୃତ୍ୟୁ ସଂଖ୍ୟା 32ରୁ ଉର୍ଦ୍ଧ୍ବ ରହିଛି । ଭାରତର 27ଟି ରାଜ୍ୟରେ ଏହି ମହାମାରୀ ବ୍ୟାପିଥିବାବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ତେରହଜାରକୁ ଡେଇଁଛି । ଦେଶରେ ସର୍ବାଧିକ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଥିବାବେଳେ ଏହା ପରକୁ ରହିଛି ଗୁଜୁରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଦିଲ୍ଲୀ ପ୍ରମୁଖ । ମହାରାଷ୍ଟ୍ର ଓ କେରଳରେ ସଂକ୍ରମିତଙ୍କ ସଂଖ୍ୟା 200 ପାର କରିଥିବାବେଳେ ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1,347ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଛନ୍ତି 138ଜଣ । ରାଜ୍ୟ            ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ର        238 କେରଳ          234 ଦିଲ୍ଲୀ             97 ଉତ୍ତରପ୍ରଦେଶ   96 କର୍ଣ୍ଣାଟକ         91 ରାଜସ୍ଥାନ        79 ତେଲେଙ୍ଗାନା    77 ଗୁଜୁରାଟ         70 ତାମିଲନାଡୁ     67 ଜମ୍ମୁ କାଶ୍ମୀର   …

Read More

ଚୀନ୍ ସହରରୁ ଆରମ୍ଭ ହୋଇଥିବା ମହମାରୀ କରୋନା ଯୋଗୁଁ ସ୍ପେନର ସ୍ଥିତି ଏବେ ବେଶ୍‌ ଜଟିଳ ହୋଇପଡିଛି। ଏହାପୂର୍ବରୁ ଆମେରିକା ଓ ଇଟାଲୀ ସ୍ଥିତି ମଧ୍ୟ ଚୀନ୍ ଠାରୁ ବଳି ଯାଇଥିଲା। ଏବେ ସ୍ପେନ ମଧ୍ୟ ଚାଇନାକୁ ଅତିକ୍ରମ କରିଯାଇଛି। ବର୍ତ୍ତମାନ ବିଶ୍ୱର ତୃତୀୟ ସର୍ବାଧିକ କରୋନା ଆକ୍ରାନ୍ତ ସ୍ପେନରେ ଚିହ୍ନଟ ହୋଇଛନ୍ତି। ସ୍ପେନରେ ଗତ 24ଘଣ୍ଟାରେ 800 ଜଣ ପ୍ରାଣ ହରାଇଛି। ଏଯାଏ ସ୍ପେନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 87,956 ଜଣ ରୋଗୀ ରହିଥିବା ବେଳେ ମୃତକଙ୍କ ସଂଖ୍ୟା 7,716 ଛୁଇଁଛି। ସେହିପରି ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା 101,739 ରହିଥିବାବେଳେ ମୃତ୍ୟୁ ସଂଖ୍ୟା ଏଗାର ହଜାର ଟପି ସାରିଛି। ସେହିପରି ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ଲକ୍ଷ ଟପିଥିବାବେଳେ ମୃତ୍ୟୁ ସଂଖ୍ୟା ତିନି ହଜାର ଟପି ସାରିଛି। ସେହିପରି ବିଶ୍ବରେ ଏହି ରୋଗରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 37,814ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 785,…

Read More

ତେଲେଙ୍ଗାନା: ତେଲେଙ୍ଗାନା ସରକାରଙ୍କ ମତରେ ଦିଲ୍ଲୀର ନିଜାମୁଦ୍ଦିନ୍‌ର ଜମାତ୍‌ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିବା ଛଅ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମୃତକଙ୍କ ମଧ୍ୟରେ ଦୁଇ ଜଣଙ୍କର ଗାନ୍ଧି ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ଦୁଇଜଣ ଯଥାକ୍ରମେ ଆପୋଲ ହସ୍ପିଟାଲ୍‌, ଗ୍ଲୋବାଲ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେହିପରି ଅନ୍ୟ ଦୁଇ ମୃତକ ନିଜାମାବାଦ ଓ ଗଡଓ୍ବାଲ ଜିଲ୍ଲାର ବୋଲି ଜଣାପଡିଛି । ସେହିପରି ତେଲେଙ୍ଗାନା ସରକାର ଦିଲ୍ଲୀ ଗସ୍ତକରିଥିବା ସମସ୍ତ ଲୋକଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଅପିଲ୍‌ କରିଛନ୍ତି । ଜିଲ୍ଲାର ଜିଲ୍ଲାପାଳଙ୍କ ନେତୃତ୍ବରେ ଏକ ବିଶେଷ ଟିମ୍‌ କରୋନା ସନ୍ଦିଗ୍ଧଙ୍କ ଚିହ୍ନଟ କରିବା ସହ ତାଙ୍କୁ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଉଛନ୍ତି । ଅପରପକ୍ଷରେ ଦିଲ୍ଲୀର ନିଜାମୁଦ୍ଦିନ ସ୍ଥିତ ତବଲିଗ୍‌ ଜମାତ୍‌ ସେଣ୍ଟରର ମୌଲାନଙ୍କ ବିରୋଧରେ କେଜରୀଓ୍ବାଲ ସରକାର ମାମଲା ରୁଜୁ କରିବେ । ଏହି ସେଣ୍ଟରରୁ 34 ଜଣଙ୍କୁ ଦିଲ୍ଲୀର ଏଲ୍‌ଏନ୍‌ଜେପି ହସ୍ପିଟାଲ୍‌ରେ ଯାଞ୍ଚ କରାଯାଇଥିବାବେଳେ…

Read More

ସମୀକ୍ଷା ବ୍ୟୁରୋ ବାଲେଶ୍ବର : ଆଜି ଭୋର ସମୟରେ ବାଲେଶ୍ବର ରାସ୍ତାରେ ଏକ ଅଭାବନୀୟ ଘଟଣା ଘଟିଛି। ବାଲେଶ୍ବର ଏନ୍‌ଏଚ-60 ଫୁଲାଡି ନିକଟରେ ଭୋରରୁ ଏକ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣକର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ଏକ କାର୍‌ ପିଟିବାରୁ ଡ୍ରାଇଭର ଜଣକର ମୃତ୍ୟୁ ହୋଇଛି । କାର୍‌ରେ ଥିବା ଅନ୍ୟ ଜଣେ ଗୁରୁତର ହୋଇ ବାଲେଶ୍ବର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

Read More

ଟୋକିଓ: କରୋନା ଭାଇରସ୍ ଆତଙ୍କ କାରଣରୁ ଅଲମ୍ପିକ୍ସକୁ ସ୍ଥଗିତ ରଖାଯାଇଥିବା ବେଳେ ଆଜି ଅଲମ୍ପିକ୍ସ ପାଇଁ ନୂତନ ତାରିଖ ଘୋଷଣା କରାଯାଇଛି। ୨୦୨୧ ମସିହାରେ ଅଲମ୍ପିକ୍ସ ଅନୁଷ୍ଠିତ ହେବା ନେଇ ଆଇଓସି ସଭାପତି ଥୋମାସ୍ ବାକ୍ ଘୋଷଣା କରିଛନ୍ତି। ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅଲମ୍ପିକ୍ସ ଆୟୋଜିତ ହେବାକୁ ଥିବା ବେଳେ ଅଗଷ୍ଟ ୨୪ରୁ ସେପ୍ଟେମ୍ବେର ୫ ତାରିଖ ପର୍ଯ୍ୟନ୍ତ ପାରା ଅଲମ୍ପିକ୍ସ ଆୟୋଜିତ ହେବ। ନୂତନ ଅଲମ୍ପିକ୍ସ ତାରିଖ ଘୋଷଣା କରାଯିବା ପରେ ଖୁସି ଜାହିର କରିଛି ଭାରତୀୟ ଅଲମ୍ପିକ୍ସ ମହାସଂଘ। (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ଦେଶର ସର୍ବବୃହତ ଶିଳ୍ପ ସଂସ୍ଥାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କରୋନା ମୁକାବିଲା ପାଇଁ ସହାୟତା ରାଶି ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୫ ଶହ କୋଟି ଟଙ୍କାର ସହାୟତା ରାଶି ସହିତ ଅନ୍ୟାନ୍ୟ ସୁବିଧା ନେଇ ଘୋଷଣା କରଯାଇଛି ୧. ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ପାଣ୍ଠିକୁ ୫୦୦ କୋଟିର ସହାୟତା। ୨. ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟିର ସହାୟତା। ୩. ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟିର ସହାୟତା। ୪. କୋଭିଡ -୧୯ ରୋଗୀଙ୍କ ପାଇଁ ଭାରତର ପ୍ରଥମ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ -୧୯ ହସ୍ପିଟାଲ। ୫. ୧୦ ଦିନ ମଧ୍ୟରେ ସାରା ଦେଶରେ ପଚାଶ ଲକ୍ଷ ମାଗଣା ଭୋଜନ। ୬. ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ପ୍ରତିଦିନ ଏକ ଲକ୍ଷ ମାସ୍କ। ୭. ଜରୁରୀକାଳୀନ ଯାନଗୁଡିକ ପାଇଁ ସାରା ଦେଶରେ ମାଗଣା ଇନ୍ଧନ। ୮. ପ୍ରତିଦିନ ଲକ୍ଷ ଲକ୍ଷ ଭାରତୀୟଙ୍କୁ…

Read More